ନୂଆ ଟ୍ରେନର ହେଲା ଶୁଭାରମ୍ଭ । ବାଦାମପାହାଡ ଷ୍ଟେସନରୁ ୩ଟି ନୂଆ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ମହାମହିମ

କନକ ବ୍ୟୁରୋ : ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ବାଦାମପାହାଡ ଷ୍ଟେସନରୁ ୩ଟି ନୂଆ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ମହାମହିମ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ବାଦାମପାହାଡ ଷ୍ଟେସନରୁ ଟ୍ରେନରେ ବସି ରାଇରଙ୍ଗପୁର ଯିବା କାର୍ଯ୍ୟକ୍ରମ ରହିଛି ।
ଆଜି ସକାଳେ ରାଷ୍ଟ୍ରପତି ପାହାଡପୁରରେ ପହଞ୍ଚି ମୁର୍ମୁ ଛକରେ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଥିଲେ । ସ୍ୱାମୀଙ୍କ ପ୍ରତିମୂର୍ତିରେ ମାଲ୍ୟର୍ପଣ କରି ଭାବବିହ୍ୱଳ ହୋଇଛନ୍ତି ରାଷ୍ଟ୍ରପତି । ଏହାପରେ ଏଲ୍ଆଣ୍ଡଟି ଦ୍ୱାରା ପରିଚାଳିତ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ସେଠାରୁ ପାହାଡପୁରରେ ନିଜେ ଗଢିଥିବା ଏସଏଲଏସ୍ ଆବାସିକ ବିଦ୍ୟାଳୟକୁ ମହାମହିମ, ସେଠାରେ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଥିଲେ ।

The post ନୂଆ ଟ୍ରେନର ହେଲା ଶୁଭାରମ୍ଭ । ବାଦାମପାହାଡ ଷ୍ଟେସନରୁ ୩ଟି ନୂଆ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ମହାମହିମ first appeared on Kanak News.

from Kanak News
via <a href="https://ifttt.com/?

ତୁର୍କୀରୁ ଭାରତ ଆସୁଥିବା ମାଲବାହୀ ଜାହଜ ହାଇଜାକ । ସାମ୍ନାକୁ ଆସିଲା ଭିଡିଓ

କନକ ବ୍ୟୁରୋ : ତୁର୍କୀରୁ ଭାରତ ଆସୁଥିବା ମାଲବାହୀ ଜାହଜକୁ ହାଇଜାକ କରିନେଇଛନ୍ତି ୟେମେନ ହାଉଥି ମିଲିଟାଂଟ ଗ୍ରୁପ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ହାମସ-ଇସ୍ରାଏଲ ଯୁଦ୍ଧ ଯୋଗୁ ଏହି କାର୍ଗୋ ସିପକୁ ବଳପୁର୍ବକ ନିଜ ଅକ୍ତିଆରକୁ ନେଇଛି ୟେମେନ ହାଉଦି ମିଲିଟାଂଟ ଗ୍ରୁପ । ଯାହାର ଭିଡିଓ ଫୁଟେଜ ୟେମେନ ହାଉଥି ପକ୍ଷରୁ ସେୟାର କରାଯାଇଛି ।

ଏକ ହେଲିକ୍ୟାପ୍ଟରରେ ଅସ୍ତ୍ରଶସ୍ତ୍ର ଧରି ୟେମେନ ହାଉଦି ମିଲିଟାଣ୍ଟ ଗ୍ରୁପ ଜାହାଜ ଉପରେ ଓହ୍ଲାଇବା ସହ ଜାହାଜକୁ ହାଇଜାକ କରିନେଉଥିବାର ଭିଡିଓ ସାମ୍ନାକୁ ଆସିଛି । ଏହି ମାଲବାହୀ ଜାହାଜ ମାଲିକାନାର କିଛି ଅଂଶ ଜଣେ ଇସ୍ରାଏଲ ବ୍ୟବସାୟୀଙ୍କ ଅଛି । ତେଣୁ ୟେମେନ ହାଉଥି ମିଲିଟାରି ଗ୍ରୁପ ଏହାକୁ ହାଇଜକ କରିଥିବା ଦାବି କରିଛନ୍ତି । କିନ୍ତୁ ଇସ୍ରାଏଲ କହିଛି, ଏହି ଜାହାଜ ଜଣେ ବ୍ରିଟିଷ୍ଟ ବ୍ୟବସାୟୀଙ୍କର । ଘଟଣାକୁ ଏକ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି କହିଛି ଇସ୍ରାଇଲ । ଏହା ପଛରେ ଇରାନର ହାତ ଥିବା ଅଭିଯୋଗ ଆଣିଛି । ଜାହାଜରେ ୨୫ ଜଣିଆ କ୍ର୍ୟୁ ସଦସ୍ୟ ରହିଛନ୍ତି ।

The post ତୁର୍କୀରୁ ଭାରତ ଆସୁଥିବା ମାଲବାହୀ ଜାହଜ ହାଇଜାକ । ସାମ୍ନାକୁ ଆସିଲା ଭିଡିଓ first appeared on Kanak News.

from Kanak News
via <a href="https://ifttt.com/?

ଆରମ୍ଭ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଦିଙ୍ଗଗତ ନେତାଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ଆରମ୍ଭ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଗୃହକାର୍ଯ୍ୟ ଆରମ୍ଭ ପୂର୍ବରୁ ଗୃହରେ ଶୋକପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଙ୍ଗତ ନେତାଙ୍କ ପାଇଁ ଶୋକପ୍ରକାଶ ଆଗତ କଲେ ମୁଖ୍ୟମନ୍ତ୍ରୀ । ପୂର୍ବତନ ବାଚସ୍ପତି ସ୍ବର୍ଗତଃ ମହେଶ୍ୱର ମହାନ୍ତି, ପୂର୍ବତନ ଉପ ମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ସଦସ୍ୟ ରବି ଦାସ, ପୂର୍ବତନ ସଦସ୍ୟ ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ଲାନସ ହାବିଲଦାର ସରୋଜ କୁମାର ଦାସ, ପୂର୍ବତନ କନେଷ୍ଟବଳ ବି.ଏସ.ଏଫ ପ୍ରକାଶ ଚନ୍ଦ୍ର ଶିଆଳଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ । ଗୃହରେ ଆସିଥିବା ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବିରୋଧୀ ।

ଆସନ୍ତା ଡିସେମ୍ବର ୩୦ ଯାଏଁ ଚାଲିବ ବିଧାନସଭାର ଶୀତ ଅଧିବେଶନ । ଏହି ଶୀତ ଅଧିବେଶନରେ ୩୦ଟି କାର୍ଯ୍ୟଦିବସ ରହିଛି । ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭାର ନୂଆ ଉପ-ବାଚସ୍ପତି ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ । ନିଦ୍ୱନ୍ଦ୍ୱରେ ସାଲୁଗା ଉପ-ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।

The post ଆରମ୍ଭ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଦିଙ୍ଗଗତ ନେତାଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ଟିମ୍ ଇଣ୍ଡିଆର ଡ୍ରେସିଂରୁମରେ ଖେଳାଳୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଉ କହିଲେ… । ଦେଖନ୍ତୁ ପୂରା ଭିଡ଼ିଓ ।

କନକ ବ୍ୟୁରୋ : ବିଶ୍ୱକପର ଫାଇନାଲରେ ଟିମ୍ ଇଣ୍ଡିଆ ପରାଜିତ ହେବା କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଛି । ଖେଳାଳୀଙ୍କ ଆଖିରେ ଲୁହ ଦେଖି ପୂରା ଭାରତ କାନ୍ଦିଛି । କାରଣ ଫାଇନାଲ ପୂର୍ବରୁ ଅପରାଜେୟ ଥିବା ଟିମ୍ ଇଣ୍ଡିଆ ଟାଇଟଲ ଟକ୍କରରେ ପରାଜିତ ହୋଇଛି । ତେବେ ଫାଇନାଲ ମ୍ୟାଚ୍ ପରେ ଡ୍ରେସିଂ ରୁମରେ ପହଞ୍ଚିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ଖେଳାଳୀଙ୍କୁ ଭେଟିବା ସହ ସେମାନଙ୍କର ମନୋବଳ ବଢାଇଥିଲେ । ଡ୍ରେସିଂରୁମରେ ପହଞ୍ଚି ଭାରତୀୟ ଖେଳାଳୀଙ୍କ ସହ ହାତ ମିଳାଇ, ପିଠି ଥାପୁଡାଇ ମୋଦି କହିଥିଲେ, ପୂରା ଦେଶ ଆପଣଙ୍କୁ ଦେଖୁଛି ।

ମୋଦି ଡ୍ରେସିଂରୁମରେ ପଶିବା ସହ ପ୍ରଥମେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସାନ୍ତ୍ୱନା ଦେବା ସହ କହିଥିଲେ, ଆପଣ ୧୦ଟି ଲେଖାଏଁ ମ୍ୟାଚ୍ ଜିତିକି ଫାଇନାଲ ଆସିଛି । ଖେଳରେ ଏମିତି ହୁଏ । ସେହିଭଳି ସାମିଙ୍କୁ ଆଲିଙ୍ଗନ କରି କହିଥିଲେ, ତମେ ପୂରା ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଛ । ଖେଳରେ ଏମିତି ହୁଏ । ଏହାସହ ସମସ୍ତ ଖେଳାଳୀଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କୋଚ୍ ରାହୁଲଙ ଦ୍ରାବିଡଙ୍କୁ କେମିତି ଅଛ ବୋଲି ପଚାରିଥିଲେ ମୋଦି । ଭାରତୀୟ ଡ୍ରେସିଂ ରୁମକୁ ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଯାଇଥିଲେ ।

ସେହିଭଳି ଡ୍ରେସିଂରୁମକୁ ମୋଦି ଆସିବା ସହ ମନୋବଳ ବଢାଇଥିବା ବେଳେ ଏହାର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଭାରତୀୟ ଖେଳାଳୀ । ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡେଜା ସେହି ସମୟର ଫଟୋ ସେୟାର କରି ଲେଖିଛନ୍ତି, ବିଶ୍ୱକପ ନ ଜିତିବାର ଦୁଃଖ ରହିଛି । କିନ୍ତୁ ଦେଶବାସୀଙ୍କ ସମର୍ଥନ ଏବେ ବି ରହିଛି । ଡ୍ରେସିଂରୁମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ବୁଝାଇବା ଆମର ମନୋବଳ ବୃଦ୍ଧି କରିଛି । ଭାରତକୁ ହରାଇ ଅଷ୍ଟ୍ରେଲିଆ ୬ଷ୍ଠ ଥର ପାଇଁ ବିଶ୍ୱକପ୍ ଟାଇଟଲ ହାତେଇଛି ।

The post ଟିମ୍ ଇଣ୍ଡିଆର ଡ୍ରେସିଂରୁମରେ ଖେଳାଳୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଉ କହିଲେ… । ଦେଖନ୍ତୁ ପୂରା ଭିଡ଼ିଓ । first appeared on Kanak News.

from Kanak News
via <a href="https://ifttt.com/?

ସାଲୁଗା ପ୍ରଧାନ ହେଲେ ବିଧାନସଭାର ନୂଆ ଉପ-ବାଚସ୍ପତି । ନିଦ୍ୱନ୍ଦ୍ୱରେ ହେଲେ ନିର୍ବାଚିତ, ଶୁଭେଚ୍ଛା ଜଣାଇଲେ ବିରୋଧୀ ।

କନକ ବ୍ୟୁରୋ : ସାଲୁଗା ପ୍ରଧାନ ହେଲେ ବିଧାନସଭାର ନୂଆ ଉପ-ବାଚସ୍ପତି । ସାଲୁଗା ପ୍ରଧାନ ନିଦ୍ୱନ୍ଦ୍ୱରେ ବିଧାନସଭାର ଉପ-ବାଚସ୍ପତି ଭାବେ ନିର୍ବାଚିତ । ନୂଆ ଉପ-ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ । ସେହିଭଳି ଉପ-ବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ସମସ୍ତ ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଲୁଗା ପ୍ରଧାନ । ଗତକାଲି ଉପ-ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ ସାଲୁଗା ପ୍ରଧାନ । ନିଦ୍ୱନ୍ଦ୍ୱରେ ଉପ-ବାଚସ୍ପତିଙ୍କୁ ନିର୍ବାଚିତ କରିଥିବାରୁ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜି-ଉଦୟଗିରିର ବିଧାୟକ ହେଉଛନ୍ତି ସାଲୁଗା ପ୍ରଧାନ । ଏହାପୂର୍ବରୁ ଉପ-ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂ । ପରେ ଉପ-ବାଚସ୍ପତି ପ୍ରାର୍ଥୀ ଭାବେ ସାଲୁଗା ପ୍ରଧାନଙ୍କ ନାଁ ଘୋଷଣା କରିଥିଲା ବିଜେଡି ।

The post ସାଲୁଗା ପ୍ରଧାନ ହେଲେ ବିଧାନସଭାର ନୂଆ ଉପ-ବାଚସ୍ପତି । ନିଦ୍ୱନ୍ଦ୍ୱରେ ହେଲେ ନିର୍ବାଚିତ, ଶୁଭେଚ୍ଛା ଜଣାଇଲେ ବିରୋଧୀ । first appeared on Kanak News.

from Kanak News
via <a href="https://ifttt.com/?

ଗତକାଲି ଅପେକ୍ଷା ଶ୍ରୀମନ୍ଦିରରେ ଆଜି ଭିଡ କମ୍ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ଆଜି ହେବ ସ୍ୱତନ୍ତ୍ର ବୈଠକ

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଆଜି ମଧ୍ୟ ଭକ୍ତଙ୍କ ଭିଡ ରହିଛି । ଗତକାଲିର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଆଜି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ବୈଠକ ହେବ । ଦିନକ ପରେ ପଂଚୁକ ହେଉଥିବା ଭିଡକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସେପଟେ ମରିଚକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡକୁ ବଢାଯାଇଛି । ପ୍ରଶାସନର ସୂଚନା ଅନୁସାରେ ଗତକାଲି ଦୁଇ ଲକ୍ଷ ଭକ୍ତଙ୍କ ସମାଗମ ଯୋଗୁଁ ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ଗତକାଲି ଅପେକ୍ଷା ଆଜି ଭକ୍ତଙ୍କ ଭିଡ କମ ରହିଥିବା ସୂଚନା ମିଳିଛି ।

The post ଗତକାଲି ଅପେକ୍ଷା ଶ୍ରୀମନ୍ଦିରରେ ଆଜି ଭିଡ କମ୍ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ଆଜି ହେବ ସ୍ୱତନ୍ତ୍ର ବୈଠକ first appeared on Kanak News.

from Kanak News
via <a href="https://ifttt.com/?

ରାଇରଙ୍ଗପୁରରେ ରାଷ୍ଟ୍ରପତି । ପାହାଡପୁରରେ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଭାବବିହ୍ୱଳ ହେଲେ ରାଷ୍ଟ୍ରପତି

କନକ ବ୍ୟୁରୋ : ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ପାହାଡପୁର ଓ ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ରାଷ୍ଟ୍ରପତି ନିଜ ବାସଭବନରୁ ବାହାରି ପାହାଡପୁର ପହଞ୍ଚିଛନ୍ତି । ପାହାଡପୁରରେ ମୁର୍ମୁ ଛକରେ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଛନ୍ତି । ସ୍ୱାମୀଙ୍କ ପ୍ରତିମୂର୍ତିରେ ମାଲ୍ୟର୍ପଣ କରି ଭାବବିହ୍ୱଳ ହୋଇଛନ୍ତି ରାଷ୍ଟ୍ରପତି । ଏହାପରେ ଏଲଆଣ୍ଡଟି ଦ୍ୱାରା ପରିଚାଳିତ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ସେଠାରୁ ପାହାଡପୁରରେ ନିଜେ ଗଢିଥିବା ଏସଏଲଏସ୍ ଆବାସିକ ବିଦ୍ୟାଳୟକୁ ମହାମହିମ, ସେଠାରେ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିବେ ।

ଏହାପରେ ରେଳ ବିଭାଗ ଦ୍ୱାରା ପ୍ରସ୍ତୁତ ତିନିଟି ନୂଆ ଟ୍ରେନର ଶୁଭାରମ୍ଭ କରିବେ ମହାମହିମ । ବାଦାମପାହାଡ-ରାଉରକେଲା ମେମୁ, ବାଦାମପାହାଡ-ରାଉରକେଲା ସାପ୍ତାହିକ ଓ ବାଦାମପାହାଡ-ସାଲିମାର ସାପ୍ତାହିକ ଟ୍ରେନର ଶୁଭାରମ୍ଭ ହେବ । ଏହି ଅବସରରେ ରାଷ୍ଟ୍ରପତିଙ୍କ ଦ୍ୱାରା ଅମ୍ରିତ ଷ୍ଟେସନ୍ ଯୋଜନାରେ ବାଦାମପାହାଡ ରେଳ ଷ୍ଟେସନର ଭିତିପ୍ରସ୍ତର ସ୍ଥାପନ ହେବ । ପରେ ଭର୍ଚୁଆଲ ଜରିଆରେ ରାଇରଙ୍ଗପୁର ନୂଆ ପୋଷ୍ଟାଲ ଡିଭିଜନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି । ଏଥିସହ ଡାକ ବିଭାଗ ଦ୍ୱାରା ସ୍ୱତନ୍ତ୍ର କଭର ଉନ୍ମୋଚନ କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଦିନ ସାଢେ ୧୧ଟା ପରେ ରାଷ୍ଟ୍ରପତି ରାଇରଙ୍ଗପୁର ପୋଷ୍ଟାଲ ଡିଭିଜନ ପରିଦର୍ଶନ କରିବା କାର୍ଯ୍ୟସୂଚୀ ରହିଛି ।

The post ରାଇରଙ୍ଗପୁରରେ ରାଷ୍ଟ୍ରପତି । ପାହାଡପୁରରେ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଭାବବିହ୍ୱଳ ହେଲେ ରାଷ୍ଟ୍ରପତି first appeared on Kanak News.

from Kanak News
via <a href="https://ifttt.com/?

ସୁଡ଼ଙ୍ଗରେ କେମିତି କଟୁଛି ଦିନ । ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ଫସିରହିଥିବା ଶ୍ରମିକଙ୍କ ଭିଜୁଆଲ

କନକ ବ୍ୟୁରୋ : ୧୦ ଦିନ ହେଲା ଟନେଲ ଭିତରେ ଫସିରହିଥିବା ଶ୍ରମିକଙ୍କ ଭିଜୁଆଲ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି । ସୁଡ଼ଙ୍ଗ ଭିତରେ ଯେଉଁ ସ୍ଥାନରେ ଶ୍ରମିକ ମାନେ ଗତ ୧୨ତାରିଖରୁ ଫସି ରହିଛନ୍ତି ଏବଂ ସେହି ସ୍ଥାନରେ କେମିତି ଦିନ କାଟୁଛନ୍ତି ତାର ଭିଡିଓ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଟନେଲ ଭିତରର ଦୃଶ୍ୟ କଏଦ କରିଛି ପାଇପ ଜରିଆରେ ପଠାଯାଇଥିବା ସିସିଟିଭି କ୍ୟାମେରା ।

ଏହି ସମୟରେ ଜଣେ ଶ୍ରମିକଙ୍କୁ ଅତି ନିକଟରୁ ଦେଖିବାକୁ ମିଳିଛି । ସୁଡ଼ଙ୍ଗ ଭିତରେ ଫସିରହିଥିବା ଶ୍ରମିକଙ୍କ ସମ୍ପର୍କରେ ଜାଣିବା ପାଇଁ ଏହି ସିସିଟିଭି କ୍ୟାମେରା ଶ୍ରମିକଙ୍କ ପାଖକୁ ପଠାଯାଇଛି । ଏହାସହ ୱାକି ଟକି ଜରିଆରେ ଫସିରହିଥିବା ଶ୍ରମିକଙ୍କ ସହ କଥା ହୋଇଛନ୍ତି ଅଧିକାରୀ । ଏବଂ ତାଙ୍କ ସମ୍ପର୍କରେ ପଚାରି ବୁଝିଛନ୍ତି ।

The post ସୁଡ଼ଙ୍ଗରେ କେମିତି କଟୁଛି ଦିନ । ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ଫସିରହିଥିବା ଶ୍ରମିକଙ୍କ ଭିଜୁଆଲ first appeared on Kanak News.

from Kanak News
via <a href="https://ifttt.com/?

ଉତରାଖଣ୍ଡ ସୁଡଙ୍ଗରେ ୧୦ ଦିନ ଫସିଛି ୪୧ ଜୀବନ । ଶ୍ରମିକଙ୍କ ପାଖରେ ପହଞ୍ଚିଲା ରନ୍ଧାଖାଦ୍ୟ

କନକ ବ୍ୟୁରୋ : ୧୦ ଦିନ ହେଲା ଉତରାଖଣ୍ଡର ଉତରକାଶୀ ସିଲକ୍ୟାରୀ ସୁଡଙ୍ଗରେ ଫସିଛନ୍ତି ୪୧ ଶ୍ରମିକ । ଏପର୍ଯ୍ୟନ୍ତ ସେମାନଙ୍କୁ ଉଦ୍ଧା କରାଯାଇପାରିନାହିଁ । ଉଦ୍ଧାର ପାଇଁ କରାଯାଇଥିବା ଯୋଜନାର ସୁଫଳ ମିଳିପାରିନାହିଁ । ବିକଳ୍ପ ଭାବେ ଶ୍ରମିକଙ୍କ ପାଖରେ ପହଞ୍ଚିଛି ଏକ ୬ ଇଞ୍ଚ ଚଉଡାର ପାଇବ । ଫସି ରହିଥିବା ଶ୍ରମିକଙ୍କୁ ଏହା ସାହାଯ୍ୟରେ ପ୍ଲାଷ୍ଟିକ୍ ବୋତଲରେ ପୁଷ୍ଟିକର ରନ୍ଧାଖାଦ୍ୟ ପଠାଯାଇଛି ।

ସେଓ, ଦଲିଆ, ଖେଚୁଡି ଭଳି ହାଲୁକା ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯାଇଛି । ଏହା ସହ ପାଣି ଓ ଔଷଧ ମଧ୍ୟ ଏହି ପାଇପ୍ ସାହାଯ୍ୟରେ ଶ୍ରମିକଙ୍କ ପାଖକୁ ପଠାଯାଇଛି । ବର୍ତମାନ ୫ ସୂତ୍ରୀ ଯୋଜନାରେ ଉଦ୍ଧାର ଅଭିଯାନ ଜାରି ରହିଛି । ଏହି ଅନୁସାରେ ୩ ପଟୁ ଡ୍ରିଲିଂ କରାଯାଉଛି ।

The post ଉତରାଖଣ୍ଡ ସୁଡଙ୍ଗରେ ୧୦ ଦିନ ଫସିଛି ୪୧ ଜୀବନ । ଶ୍ରମିକଙ୍କ ପାଖରେ ପହଞ୍ଚିଲା ରନ୍ଧାଖାଦ୍ୟ first appeared on Kanak News.

from Kanak News
via <a href="https://ifttt.com/?

ଅଧାରେ ରହିଲା ଜଗା ଦର୍ଶନ । ଅଟୋରେ ଭଦ୍ରକରୁ ପୁରୀ ଯାଉଥିବା ବେଳେ ଯାଜପୁରରେ ଧକା ଦେଲା ଟ୍ରକ୍

କନକ ବ୍ୟୁରୋ : ଅଧାରେ ରହିଲା ଜଗା ଦର୍ଶନ । ଭଦ୍ରକରୁ ପୁରୀ ଯାଉଥିବା ବେଳେ ଯାଜପୁରରେ ସଡ଼କ ଦୁର୍ଘଟଣା । ପାଣିକୋଇଲି ନିକଟରେ ଅଟୋକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ମେଡିକାଲରେ ଭର୍ତି ହୋଇଛନ୍ତି ।

ଏକ ଅଟୋରେ ୮ ଜଣ ପୁରୀ ଯାଉଥିଲେ । ଏହି ସମୟରେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଶିବାନନ୍ଦ ମହାପାତ୍ର ଓ ପୂଜା ସାହୁଙ୍କ ମୃତ୍ୟୁ ହୋଇଛି । ଆହତଙ୍କ ମଧ୍ୟରୁ ୪ ଜଣ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟ ଦୁଇ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସମସ୍ତ ମୃତକ ଓ ଆହତ ଭଦ୍ରକ ସାହାପଡ଼ା ଅଂଚଳ ପାଟଣା ସାହିର ବୋଲି ଜଣାପଡ଼ିଛି ।

The post ଅଧାରେ ରହିଲା ଜଗା ଦର୍ଶନ । ଅଟୋରେ ଭଦ୍ରକରୁ ପୁରୀ ଯାଉଥିବା ବେଳେ ଯାଜପୁରରେ ଧକା ଦେଲା ଟ୍ରକ୍ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started