
କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ଆସନ୍ତା ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ୩୦ଟି କାର୍ଯ୍ୟ ଦିବସ ରହିଛି । ଆଗାମୀ ନିର୍ବାଚନ ପୂର୍ବରୁ ଏହା ବିଧାନସଭାର ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ ହେବ । ଅଧିବେଶନ ପାଇଁ ବିରୋଧୀ ଓ ଶାସକଦଳ ରଣନୀତି ଚୂଡାନ୍ତ କରିଛନ୍ତି । ଗତକାଲି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏ ନେଇ ଆଲୋଚନା ହୋଇଛି ।
ସେହିପରି ଆଜି ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ । ଅଧିବେଶନର ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହ ଚାଲିବା ପାଇଁ ସବୁଦଳର ସହଯୋଗ ଲୋଡିଛନ୍ତି । ଉଭୟ ଶାସକ ଓ ବିରୋଧୀଙ୍କ ପ୍ରସଙ୍ଗକୁ ଦେଖିଲେ ଏଥର ବି ବିଧାନସଭା ଅଧିବେଶନ ସରଗରମ ହେବା ଅନୁମାନ କରାଯାଉଛି । ଆଜି ସକାଳ ୯ଟା ୩୦ରେ ଉପବଚାସ୍ପତି ନିର୍ବାଚନ ହେବ । ସାଲୁଗା ପ୍ରଧାନ ଏକମାତ୍ର ପ୍ରାର୍ଥୀ ହୋଇଥିବାକୁ ସେ ଉପବାଚସ୍ପତି ହେବା ଏକପ୍ରକାର ନିଶ୍ଚିତ ହୋଇଛି ।
The post ଆଜିଠୁ ବିଧାନସଭା ଶୀତ ଅଧିବେଶନ । ୩୦ଟି କାର୍ଯ୍ୟ ଦିବସରେ ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା first appeared on Kanak News.
from Kanak News
via <a href="https://ifttt.com/?








