ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଜୀବନ ରକ୍ଷା କରିବ ପଂଚସୂତ୍ରୀ ଯୋଜନା । ୫ଟି ଭିନ୍ନ ଦିଗରୁ ୫ଟିମ୍ କରିବେ ଉଦ୍ଧାରକାର୍ଯ୍ୟ

କନକ ବ୍ୟୁରୋ : ଆଜିକୁ ଠିକ ୯ଦିନ । ୧୨ ନଭେମ୍ବର ଉତରାଖଣ୍ଡ ଉତରକାଶୀରେ ଭୁଷୁଡିପଡିଥିବା ନିର୍ମାଣଧୀନ ଟନେଲରେ ଚାଲିଛି ଶ୍ରମିକଙ୍କ ଉଦ୍ଧାରକାମ । ଗୋଟିଏ ସପ୍ତାହ ବିତିଯାଇଥିଲେ ବି ଉଦ୍ଧାରକାରୀ ଦଳଙ୍କୁ ମିଳିନି ସଫଳତା । ମିିଳିଥିବା ସୂଚନା ଅନୁସାରେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନୂଆ ପ୍ଲାନ ଉପରେ ଫୋକସ କରାଯାଉଛି ।

୫ଟି ଭିନ୍ନ ଦିଗରୁ ହେବ ଉଦ୍ଧାରକାର୍ଯ୍ୟ
-୫ଟି ଭିନ୍ନ ଭିନ୍ନ ଦିଗରୁ ଉଦ୍ଧାରକାର୍ଯ୍ୟ କରିବାକୁ ନିଷ୍ପତ୍ତିନିଆଯାଇଛି
-୫ଟି ଦିଗରୁ ଯେଉଁ ଉଦ୍ଧାରକାମ କରିବେ ୫ ବିଶେଷଜ୍ଞ ଟିମ
-ଟନେଲର ସମ୍ମୁଖ, ପଛ, ଉପର, ବାମ ଓ ଡାହାଣ ପାଶ୍ୱର୍ରେ ଉଦ୍ଧାରକାମ କରାଯିବ
-ହାଇଡ୍ରୋଇଲେକ୍ଟ୍ରିକ ପାୱାର କମ୍ପାନୀ ଓ ଏଜଜେଭିଏନ ଟନେଲ ସମ୍ମୁଖ ପାଶ୍ୱର୍ରୁ ଉଦ୍ଧାରକାମ କରିବେ
-ସମ୍ମୁଖ ଭାଗରେ ସୁଡ଼ଙ୍ଗ ଉପରୁ ଭୂ-ଲମ୍ବ ଭାବେ ୧ମିଟର ବ୍ୟାସ ବିଶିଷ୍ଠ ୧୨୦ ମିଟର ଗାତ କରାଯିବ
-ଏହି ଗାତ ଦେଇ ଶ୍ରମିକଙ୍କୁ ଉଦ୍ଧାର କରାଯିବ
-ନବଯୁଗ ଇଂଜିନିୟରିଂ ୨ୟ ଫ୍ରଣ୍ଟରେ କାମ କରିବେ ।
-ଏହା ଧସିଯାଇଥିବା ମାଟି ପଥର ବାହାର କରିବ
-ତେହରି ହାଇଡ୍ରୋ ଡେଭଲପମେଂଟ କର୍ପୋରେସନ ତୃତୀୟ ପାଶ୍ୱର୍ରେ ଉଦ୍ଧାରକାମ କରିବେ
-ଟନେଲ ବିପରୀତ ବା ପଛ ପାଶ୍ୱର୍ରୁ ଉଦ୍ଧାରକାର୍ଯ୍ୟ କରିବେ
-ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ ୪ର୍ଥ ପାଶ୍ୱର୍ରେ ଉଦ୍ଧାରକାର୍ଯ୍ୟ କରିବେ
-ଏହା ସମାନ୍ତରଳ ଭାବେ ଡ୍ରିଲିଂ କରିବ
-ଏହି ଡ୍ରିଲିଂ ମାଧ୍ୟମରେ ପାଇପ ଭର୍ତ୍ତି କରାଯାଇ ଶ୍ରମିକଙ୍କୁ ଉଦ୍ଧାର କରାଯିବ
-ରେଳବିକାଶ ନିଗମ ଲିମିଟେଡକୁ ଅନ୍ୟ ଏକ ଦିଗରେ ଉଦ୍ଧାରକାର୍ଯ୍ୟ ଦାୟିତ୍ୱ ଦିଆଯାଇଛି

ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ସଚିବ ଅନୁରାଗ ଜୈନ କହିଛନ୍ତି ଯେ ୫ ଆକ୍ସନପ୍ଲାନ ଅନୁଯାୟୀ ଉଦ୍ଧାରକାମକୁ ଗୁରୁତ୍ୱ ଦିଆଯିବ ।

ଉଦ୍ଧାରକାର୍ଯ୍ୟ ପାଇଁ ଆହୁରି ୨ଦିନ ସମୟ ଲାଗିବାନେଇ ଅନୁମାନ କରାଯାଉଛି । ତେବେ ଶ୍ରମିକଙ୍କ ଜୀବନ ରକ୍ଷା ପାଇଁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଖାଦ୍ୟ,ପାଣି. ଔଷଧ ଓ ଅକ୍ସିଜେନ ପଠାଯାଉଛି । ସେପଟେ ଉଦ୍ଧାରକାର୍ଯ୍ୟରେ ବ୍ୟବହାର ପାଇଁ ବିଦେଶରୁ ଓ ରାଜ୍ୟବାହାରୁ ଆସୁଥିବା ସମସ୍ତ ମେସିନ ଆଣିବା ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରୁଛି ବିଆରଓ । ସୋମବାର ଅଷ୍ଟ୍ରେଲିଆର ଅର୍ନ୍ତଜାତୀୟ ଟନେଲ ଅଣ୍ଡରଗ୍ରାଉଣ୍ଡ ସ୍ପେଶ ମୁଖ୍ୟ-ଆର୍ଣ୍ଣୋଲଡ ଡିକ୍ସ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି ।

ସୋମବାର ସକାଳୁ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସହ ଫୋନର କଥା ହୋଇ ସ୍ଥିତି ସମ୍ବନ୍ଧରେ ପଚାରିବୁଝିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେପଟେ ଶ୍ରମିକଙ୍କ ଉଦ୍ଧାର ହୋଇ କେବେ ଫେରିବେ ଚାତକ ପରି ଚାହିଁବସିଛନ୍ତି ପରିଜନ । ଟନେଲ ନିକଟରେ ଅସ୍ଥାୟୀ ମନ୍ଦିର ନିର୍ମାଣ କରାଯାଇ ଚାଲିଛି ପୂଜାର୍ଚ୍ଚନା । ଉଦ୍ଧାରକାର୍ଯ୍ୟ ବିଳମ୍ବକୁ ନେଇ ଶ୍ରମିକଙ୍କ ପରିବାର ଅସନ୍ତୋଷ ପ୍ରକାଶ କରୁଛନ୍ତି ।

 

The post ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଜୀବନ ରକ୍ଷା କରିବ ପଂଚସୂତ୍ରୀ ଯୋଜନା । ୫ଟି ଭିନ୍ନ ଦିଗରୁ ୫ଟିମ୍ କରିବେ ଉଦ୍ଧାରକାର୍ଯ୍ୟ first appeared on Kanak News.

from Kanak News
via <a href="https://ifttt.com/?

ଭାରତ ହାରିଲା ବୋଲି ଜୀବନ ହାରିଲେ! ବିଞ୍ଝାରପୁରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

କନକ ବ୍ୟୁରୋ : ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ ହାରିଲା । ଆଉ କୋଟି କେଟି ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ନିରାଶ ବି କଲା । ବିଞ୍ଝାରପୁର ଥାନା ଅଂଚଳର ଜରି ଗାଁରେ ରବିବାର ରାତିରେ ଜଣେ କ୍ରିକେଟପ୍ରେମୀ ଯୁୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଗାଁର ଦେବରଂଜନ ନିଜ ଘର ନିକଟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଭାରତ ହାରିବାରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ପୂର୍ବରୁ ଦେବରଂଜନ ମାନସିକ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । କ୍ରିକେଟପ୍ରେମୀ ଥିବାରୁ ସେ ରବିବାରର ବିଶ୍ୱକପ ଫାଇନାଲ ଦେଖିଥିଲେ । ଆଉ ଭାରତ ହାରିବା ପରେ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସମ୍ପର୍କୀୟ ଓ ପଡୋଶୀ ସନ୍ଦେହ କରୁଛନ୍ତି ।

ମୃତ ଦେବରଂଜନଙ୍କ ପକ୍ଷରୁ ମୃତ୍ୟୁ ନେଇ ଲିଖିତ ଅଭିଯୋଗ ହୋଇଛି । କିନ୍ତୁ କ୍ରିକେଟ ଖେଳକୁ ନେଇ କିଛି ଅଭିଯୋଗ ହୋଇନଥିବା ପୁଲିସ ସୂଚନା ଦେଇଛି । ପରିବାର ଲୋକେ ପଡୋଶୀ ଛାତରେ ଥିବା ଏକ ରଡରେ ଦେବରଂଜନଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ । ପୁଲିସ ଏ ନେଇ ଅଧିକ ତଦନ୍ତ ଚଳାଇଛି ।

The post ଭାରତ ହାରିଲା ବୋଲି ଜୀବନ ହାରିଲେ! ବିଞ୍ଝାରପୁରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ first appeared on Kanak News.

from Kanak News
via <a href="https://ifttt.com/?

ଉତରାଖଣ୍ଡ ଉଦ୍ଧାର ଅଭିଯାନରେ ସାମିଲ ହେବ ରୋବଟ । ଟନେଲରେ ଫସିଥିବା ଶ୍ରମିକଙ୍କୁ ଖୋଜିବ ଡିଆରଡିଓ ପ୍ରସ୍ତୁତ କରିଥିବା ରୋବଟ ‘ଦକ୍ଷ’

କନକ ବ୍ୟୁରୋ : ସୁଡ଼ଙ୍ଗ ଭିତରେ ଫଶି ରହିଥିବା ଶ୍ରମିକଙ୍କୁ ସନ୍ଧାନ କରିବ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ରୋବର୍ଟ । ଯାହାର ନାଁ ହେଉଛି- ଦକ୍ଷ । ନାଁ ଯେମିତି ଦକ୍ଷ, ରୋବର୍ଟା କାମ ସେମିତି ଦକ୍ଷ । ଯେଉଁଠି ମଣିଷ ପହଂଚିବା କଷ୍ଟକର ହୋଇପଡ଼େ, ସେଠି ପହଂଚିଯାଏ ଏହି ଯନ୍ତ୍ର । ଡିଆରଡିଓ ନିର୍ମାଣ କରିଥିବା ଏହି ରୋବର୍ଟ-
– ବିଜୁଳି ଦ୍ୱାରା ପରିଚାଳିତ ହୋଇଥାଏ
– ବହୁ ଦୂରରୁ ଥାଇ ଏହାକୁ ନିୟନ୍ତ୍ରଣ କରିହୁଏ
– ଦୁର୍ଗମ ସ୍ଥାନରେ ବସ୍ତୁ ଓ ଜୀବନ ସନ୍ଧାନ କରିପାରେ
– ସ୍କାନର ଜରିଆରେ ଟନେଲ ଭିତରର ଚିତ୍ର ଦେଖିପାରିବ
– ବାହାରେ ଥାଇ ସୁଡ଼ଙ୍ଗର ଚିତ୍ର ଦେଖି ହେବ
– ଫଳରେ ଶ୍ରମିକଙ୍କ ଅବସ୍ଥିତି ସହଜ ଓ ସଠିକ୍ ଭାବେ ଜାଣି ହେବ

ପ୍ରାୟ ୯୦ ପ୍ରତିଶତ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ ହୋଇଥିବା ଏହି ରିବୋର୍ଟକୁ ଉତରାଖଣ୍ଡର ସୁଡ଼ଙ୍ଗ ଅଘଟଣରେ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ କରାଯିବ । ବିଗତ ୯ ଦିନ ହେଲାଣୀ, ସୁଡ଼ଙ୍ଗ ଭିତରେ ଫଶୀ ରହିଛନ୍ତି ୪୧ ଜଣ ଶ୍ରମିକ । ୯ ଦିନ ବିତିଯାଇଥିଲେ ବି ଉଦ୍ଧାରକାରୀ ଦଳଙ୍କୁ ମିଳିନି କୌଣସି ସଫଳତା । ଏଭଳି ସ୍ଥିତିରେ ଉଦ୍ଧାର କାର୍ଯ୍ୟରେ ରୋବର୍ଟ ଦକ୍ଷକୁ ନିୟୋଜିତ କରାଯିବ । ଏପଟେ ଅଷ୍ଟ୍ରେଲିଆର ଅର୍ନ୍ତଜାତୀୟ ଟନେଲ ଅଣ୍ଡରଗ୍ରାଉଣ୍ଡ ସ୍ପେଶ ମୁଖ୍ୟ- ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି ।

ତେବେ ଶ୍ରମିକଙ୍କ ଜୀବନ ରକ୍ଷା ପାଇଁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଖାଦ୍ୟ,ପାଣି. ଔଷଧ ଓ ଅକ୍ସିଜେନ ପଠାଯାଉଛି । ସେପଟେ ଉଦ୍ଧାରକାର୍ଯ୍ୟରେ ବ୍ୟବହାର ପାଇଁ ବିଦେଶରୁ ଓ ରାଜ୍ୟବାହାରୁ ଆସୁଥିବା ସମସ୍ତ ମେସିନ ଆଣିବା ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରୁଛି ବିଆରଓ ।

The post ଉତରାଖଣ୍ଡ ଉଦ୍ଧାର ଅଭିଯାନରେ ସାମିଲ ହେବ ରୋବଟ । ଟନେଲରେ ଫସିଥିବା ଶ୍ରମିକଙ୍କୁ ଖୋଜିବ ଡିଆରଡିଓ ପ୍ରସ୍ତୁତ କରିଥିବା ରୋବଟ ‘ଦକ୍ଷ’ first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀରେ ରକ୍ତମୁଖା ସ୍ୱାମୀ । ଅଫିସରେ ପଶିଲା, ସ୍ତ୍ରୀକୁ ନିର୍ମମ ଭାବେ ହାଣିଲା

କନକ ବ୍ୟୁରୋ : ରାଜଧାନୀରେ ରକ୍ତମୁଖା ସ୍ୱାମୀ । ଅଫିସ୍ ଭିତରେ ପଶି ସ୍ତ୍ରୀକୁ ହାଣିଛି ନୃଶଂସ ସ୍ୱାମୀ । ଭୁବନେଶ୍ୱର ଭରତପୁର ଥାନା ଅଂଚଳରେ ଘଟିଛି ଏଭଳି ଏକ ଚାଂଚଲ୍ୟକର ଘଟଣା । ପାରିବାରିକ ବିବାଦକୁ ନେଇ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଆଜି ପ୍ରାୟ ଦିନ ଗୋଟାଏ ବେଳେ ଏକ ବିଲ୍ଡର ସଂସ୍ଥାରେ କାମ କରୁଥିବା ବେଳେ ମହିଳାଙ୍କୁ ଆକ୍ରମଣ କରିଛନ୍ତି ତାଙ୍କ ସ୍ୱାମୀ । ତାଙ୍କୁ ଚୋଟ ପରେ ଚୋଟ ମାରିଚାଲିଥିଲେ । ଏହି ସମୟରେ ପତ୍ନୀ ଜଣକ ବହୁ କାକୁତି ମିନତି କରିଥିଲେ ବି ତାଙ୍କ ସ୍ୱାମୀ କିଛି ଶୁଣିନଥିଲେ । ଏପରିକି ମହିଳା ଜଣକ ଜୋରରେ ଚିକ୍ରାର କରିଥିଲେ ବି କେହି ପାଖକୁ ଭୟରେ ଆସିନଥିଲେ । ଆକ୍ରମଣ ପରେ ମହିଳାଙ୍କ ସ୍ୱାମୀ ଖସିବାକୁ ପ୍ରୟାସ କରିଥିବା ବେଳେ ତାଙ୍କୁ କାବୁ କରିଥିଲେ ସଂସ୍ଥାର କର୍ମଚାରୀ । ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେପଟେ ଆହତ ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଛି ।

The post ରାଜଧାନୀରେ ରକ୍ତମୁଖା ସ୍ୱାମୀ । ଅଫିସରେ ପଶିଲା, ସ୍ତ୍ରୀକୁ ନିର୍ମମ ଭାବେ ହାଣିଲା first appeared on Kanak News.

from Kanak News
via <a href="https://ifttt.com/?

ବସ୍ତିବାସିନ୍ଦାଙ୍କ ଆବାସ ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ସହରାଂଚଳରେ ଘର ପାଇଲେ ବସ୍ତିବାସିନ୍ଦା

କନକ ବ୍ୟୁରୋ : ମୁଣ୍ଡ ଉପରେ ଛାତଟିଏ ପାଇଁ ବର୍ଷ ବର୍ଷ ଧରି ହନ୍ତସନ୍ତ ହୋଇ ଆସୁଛନ୍ତି ଭୁବନେଶ୍ୱରର ବସ୍ତିବାସିନ୍ଦା । ରାଜଧାନୀରେ ସମ୍ମାନର ସହ ବଂଚିବା ପାଇଁ ସ୍ୱପ୍ନ ଦେଖି ଆସୁଛନ୍ତି । ଆଉ ଏହି ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । ସହରାଂଚଳ ଆବାସ ଯୋଜନା ଅନ୍ତର୍ଭୁକ୍ତ ସୁଲଭ ବାସଗୃହ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିପିପି ମୋଡରେ ଭୁବନେଶ୍ୱରରେ ୬ଟି ପ୍ରକଳ୍ପ ହାତକୁ ନେଇଛି ବିଡିଏ ।
ପ୍ରଥମ ପର୍ଯ୍ୟାୟରେ ୧୭୨୨ ଲୋକଙ୍କୁ ମିଳିବ ଘର
ସତ୍ୟନଗର, ଚନ୍ଦ୍ରଶେଖରପୁର, ସୁବୁଦ୍ଧିପୁରରେ ବସ୍ତିବାସିନ୍ଦାଙ୍କ ପାଇଁ ଆପାର୍ଟମେଣ୍ଟ
ଦିଆଯାଉଛି ୩୨୦ ବର୍ଗଫୁଟର ଫ୍ଲାଟ୍
ହିତାଧିକାରୀଙ୍କୁ ଦେବାକୁ ପଡୁଛି ଦେଢ଼ ଲକ୍ଷ ଟଙ୍କା
ଆପାର୍ଟମେଣ୍ଟରେ ରହିଛି ବଜାର, କମ୍ୟୁନିଟି ସେଂଟର, ପାର୍କ ସୁବିଧା
ପାଣି, ସ୍ୱେରେଜ, ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ମଧ୍ୟ ରହିଛି
ବାଇଟ୍ : ବଲୱନ୍ତ ସିଂହ, ଉପାଧ୍ୟକ୍ଷ, ବିଡିଏ

ସହରାଂଚଳ ଆବାସ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । କେନ୍ଦ୍ର ଯୋଜନାକୁ ନିଜ ନାଁରେ ପ୍ରଚାର କରି ବସ୍ତି ଭୋଟକୁ ହାତେଇବ ପାଇଁ ଯୋଜନା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଭୁବନେଶ୍ୱର ବିଜେପି ସଭାପତି ବାବୁ ସିଂ ।

ସହରରେ ରହୁଥିବା ଗରିବ ବା ଆର୍ଥିକ ଅନଗ୍ରସରଙ୍କ ରହିବା ବ୍ୟବସ୍ଥା ପାଇଁ ଏହି ଯୋଜନା କରାଯାଇଛି । ଏହି ଯୋଜନାରେ ୭୦୮୦ ଗୃହ ନିର୍ମାଣ ହେବାକୁ ଥିବା ବେଳେ ୧୭୨୨ ଘର ତିଆରି ଶେଷ ହୋଇଯାଇଛି । ପରବର୍ତି ପର୍ଯ୍ୟାୟରେ ବାକି ହିତାଧିକାରୀଙ୍କୁ ଘର ଦିଆଯିବ । ବସ୍ତି ଉଚ୍ଛେଦ ବେଳେ ଯେଉଁମାନେ ପ୍ରଭାବିତ ହୋଇଥିଲେ, ସେମାନଙ୍କୁ ଚିହ୍ନଟ କରି ପର୍ଯ୍ୟାୟ କ୍ରମେ ଘର ଦିଆଯାଉଛି ।

The post ବସ୍ତିବାସିନ୍ଦାଙ୍କ ଆବାସ ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ସହରାଂଚଳରେ ଘର ପାଇଲେ ବସ୍ତିବାସିନ୍ଦା first appeared on Kanak News.

from Kanak News
via <a href="https://ifttt.com/?

ରଣନୀତି ଚୂଡ଼ାନ୍ତ କଲେ ଶାସକ ଓ ବିରୋଧୀ ଦଳ । ଆଦିବାସୀ ଜମି ବିକ୍ରି. ରତ୍ନଭଣ୍ଡାର, ଧାନମଣ୍ଡି ଅବ୍ୟବସ୍ଥା, ଆଇନ ଶୃଙ୍ଖଳା ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ

କନକ ବ୍ୟୁରୋ : ରାତି ପାହିଲେ ଆରମ୍ଭ ହେବ ବିଧାନସଭା ଅଧିବେଶନ । ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଥିବାରୁ ଲୋକଙ୍କ ପ୍ରସଙ୍ଗ ଉଠାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ଶାସକ ଓ ବିରୋଧୀ ଦଳ । ବିଜେପି ବିଧାୟକ ଦଳ ବୈଠକରେ ଏ ନେଇ ଆଲୋଚନା ବି ହୋଇଛି ।
ବିଜେପିର ମୁଖ୍ୟ ପ୍ରସଙ୍ଗ ରହିଛି
-ଆଦିବାସୀ ଜମି ବିକ୍ରି ନେଇ କ୍ୟାବିନେଟ ନିଷ୍ପତିର ପ୍ରତ୍ୟାହାର
-ରତ୍ନଭଣ୍ଡାର ପ୍ରସଙ୍ଗ
-ଧାନମଣ୍ଡି
-ଦୁର୍ନୀତି ଓ ଭ୍ରଷ୍ଟାଚାର
-ପିସି କାରବାର
ସେହିଭଳି କଂଗ୍ରେସର ପ୍ରସଙ୍ଗ ରହିଛି
-ଆଂଚଳିକ ବୈଷମ୍ୟ
-ଧାନମଣ୍ଡି, ବେକାରୀ ସମସ୍ୟା
-ଆଇନ ଶୃଙ୍ଖଳା ପରିସ୍ଥିତି
-ଶିକ୍ଷକ ସମସ୍ୟା ଓ ଆନ୍ତଃରାଜ୍ୟ ସୀମା ବିବାଦ
ସେପଟେ ବିଜେଡି କହିଛି ସରକାର ସବୁବେଳେ ବିକାଶକୁ ପ୍ରଧାନ୍ୟ ଦେଇଆସିଛନ୍ତି । ବିରୋଧୀଙ୍କ କୌଣସି ପ୍ରସଙ୍ଗ ଲୋକେ ଗ୍ରହଣ କରିବେ ନାହି ାଁ
ବାଇଟ-ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା
ବାଇଟ-ମୋହନ ମାଝି, ବିରୋଧୀ ଦଳ ମୁଖ୍ୟ ସଚେତକ
ବାଇଟ-ପ୍ରଶାନ୍ତ ମୁଦୁଲି, ସରକାରୀ ଦଳ ମୁଖ୍ୟ ସଚେତକ

 ସେପଟେ କଂଗ୍ରେସ ଓ ବିଜେଡିର ବିଧାୟକ ଦଳ ବୈଠକ ମଙ୍ଗଳବାର ସକାଳେ ବସିବ । ବିଜେଡି ବିଧାୟକ ଦଳ ବୈଠକରେ କେନ୍ଦ୍ର ଅବହେଳା ପ୍ରସଙ୍ଗ ପୁଣି ଉଠିପାରେ ବୋଲି ସୂଚନା ମିଳିଛି । ଗୃହକୁ ସୁୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତିଙ୍କ ଅଧ ୍ୟକ୍ଷତାରେ ସୋମବାର ସର୍ବଦଳୀୟ ବୈଠକ ବସିଛି । ଗୃହକୁ ଚଳାଇବାକୁ ସବୁ ଦଳର ସହ ଯୋଗ ଲୋଡିଛନ୍ତି ବାଚସ୍ପତି ।

ମଙ୍ଗଳବାର ସକାଳ ୯.୩୦ରେ ଉପବଚାସ୍ପଚି ନିର୍ବାଚନ ହେବ । ସାଲୁଗା ପ୍ରଧାନ ଏକମାତ୍ର ପ୍ରାର୍ଥୀ ହୋଇଥିବାକୁ ସେ ଉପବାଚସ୍ପତି ହେବା ଏକପ୍ରକାର ନିଶ୍ଚିତ ହୋଇଛି । ଏହି ଶୀତକାଳୀନ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି । ଅଧିବେଶନ ଡିସେମ୍ବର ୩୦ ଯାଏଁ ଚାଲିବା ନେଇ କାର୍ଯ୍ୟସୂଚୀ ରହିଛି । ତେବେ ପ୍ରସଙ୍ଗ ଅନେକ ଥିବାରୁ ଗୃହ ସରଗରମ ହେବ ଏକପ୍ରକାର ସ୍ପଷ୍ଟ ହୋଇଛି ।

The post ରଣନୀତି ଚୂଡ଼ାନ୍ତ କଲେ ଶାସକ ଓ ବିରୋଧୀ ଦଳ । ଆଦିବାସୀ ଜମି ବିକ୍ରି. ରତ୍ନଭଣ୍ଡାର, ଧାନମଣ୍ଡି ଅବ୍ୟବସ୍ଥା, ଆଇନ ଶୃଙ୍ଖଳା ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ first appeared on Kanak News.

from Kanak News
via <a href="https://ifttt.com/?

ଜନ୍ମମାଟିରେ ମହାମହିମ । ରାଷ୍ଟ୍ରପତିଙ୍କ ଝଲକ ପାଇବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ, ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ଉତ୍ସବରେ ହେଲେ ସାମିଲ୍

କନକ ବ୍ୟୁରୋ : ଜନ୍ମମାଟିରେ ଯେତେବେଳେ ମ୍ୟାଡମ୍ ରାଷ୍ଟ୍ରପତିଙ୍କ ପାଦ ପଡ଼ୁଥିଲା, ତାଙ୍କ ଉପରେ ଅଟକି ରହିଥିଲା ସମସ୍ତଙ୍କ ନଜର । ଯଦିଓ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ଥର ପାଇଁ ମୟୁରଭଞ୍ଜରେ ପହଂଚୁଥିଲେ, ତଥାପି ଜନ୍ମଭୂମିକୁ ପହଂଚିବାର ଉତ୍ସାହ ସ୍ପଷ୍ଟ ବାରି ହୋଇପଡ଼ିୁଥିଲା । ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଟୁ ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସ୍ୱାଗତ କରି ରାଷ୍ଟ୍ରପତିଙ୍କୁ ପାଛୋଟି ଆଣିଥିଲେ ।

ସେଠାରୁ ସହିଦ ସ୍ମୃତି ଭବନରେ ଆୟୋଜିତ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବରେ ସାମିଲ୍ ହୋଇଥିଲେ ରାଷ୍ଟ୍ରପତି । ସାନ୍ତାଳୀ ଭାଷାଭାଷୀ ଲେଖକଙ୍କୁ ଉତ୍ସାହିତ କରିବା ସହ ସାହିତ୍ୟକୁ ଆହୁରି ସମୃୃଦ୍ଧ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏପରିକି ରାଷ୍ଟ୍ରପତି ନିଜେ ସାନ୍ତାଳୀ ଭଷାରେ ସମ୍ବୋଧନ କରିଥିଲେ ।

କୁଳିଅଣା ବ୍ଲକର ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦଘାଟନ କରିବା ପୂର୍ବରୁ ବାରିପଦାରେ ମଧ୍ୟାନ୍ନ ଭୋଜନ କରିଥିଲେ ରାଷ୍ଟ୍ରପତି । ଏଥିରେ ଜହ୍ନି ତରକାରୀ, ପରିବା ସିଝା, ତୁଆ ଶାଗ, ହରଡ଼ ଡାଲି, ବାଜରା ରୁଟି , ମୁଗେଇ ଚାଉଳର ଭାତ, ମିଠା ଦହି, ଗ୍ରୀନ ସାଲାଡ୍, ପାମ୍ପଡ, ରସମଲେଇ ଇତ୍ୟାଦି ଭୋଜନ କରିଥିଲେ । ତେବେ ରାଷ୍ଟ୍ରପତିଙ୍କ ଗୋଟିଏ ଝଲକ ପାଇବା ପାଇଁ ରାସ୍ତାର ଦୁଇ କଡ଼ରେ ଲୋକ ଅପେକ୍ଷା କରିଥିଲେ । ରାଷ୍ଟ୍ରପତିଙ୍କୁ ଅତି ନିକଟରୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ମଙ୍ଗଳବାର ପୂର୍ବାହ୍ନରେ ରାଷ୍ଟ୍ରପତି ମୟୁରଭଞ୍ଜର ପାହାଡ଼ପୁର ଗାଁରେ ପହଂଚିବେ । ସେଠି ରାଷ୍ଟ୍ରପତି ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତୀରେ ଶ୍ରଦ୍ଧାଞ୍ଜଳି ଦେବେ । ଏହା ପରେ ପ୍ରୟାସ ଟ୍ରଷ୍ଟ ଦ୍ୱାରା ନିର୍ମିତ ଏକ ଦକ୍ଷତା ବିକାଶ କେନ୍ଦ୍ରର ଉଦଘାଟନ କରିବେ । ସେହିପରି ଏସ୍ଏଲ୍ଏସ୍ ମେମୋରିଆଲ୍ ଆବାସିକ ସ୍କୁଲ ପରିସରକୁ ଯିବେ । ସେଠି ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ସମ୍ବୋଧିତ କରିବେ । ବଡ଼କଥା ହେଉଛି-ବାଦାମପାହାଡ଼ରୁ ରାଇରଙ୍ଗପୁର ଷ୍ଟେସନକୁ ୩୨ କିଲୋମିଟର, ଛାତ୍ରଛାତ୍ରୀଙ୍କ ସହ ଟ୍ରେନ୍ରେ ଯାତ୍ରା କରିବେ ରାଷ୍ଟ୍ରପତି ।

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଯେତେବେଳେ ମୟୁରଭଞ୍ଜକୁ ଆସିଥିଲେ, ସେତେବେଳେ ଯେଉଁ ଉତ୍ସାହ ଥିଲା । ଦ୍ୱିତୀୟ ଥର ଗସ୍ତ ସମୟରେ ମଧ୍ୟ ରାଷ୍ଟପତିଙ୍କୁ ନେଇ ସେଇ ଉତ୍ସାହ ଓ ଉଦ୍ଦିପନା ଦେଖିବାକୁ ମିଳିଛି ।

The post ଜନ୍ମମାଟିରେ ମହାମହିମ । ରାଷ୍ଟ୍ରପତିଙ୍କ ଝଲକ ପାଇବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ, ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ଉତ୍ସବରେ ହେଲେ ସାମିଲ୍ first appeared on Kanak News.

from Kanak News
via <a href="https://ifttt.com/?

ପୁରୀରେ ପ୍ରବଳ ଭିଡ଼ । ଅବ୍ୟବସ୍ଥା ଯୋଗୁଁ କାଳିଆ ଦର୍ଶନ ପାଇଁ କଲବଲ ହେଲେ ଶ୍ରଦ୍ଧାଳୁ, ଚେତା ହରାଇଲେ ମହିଳା ଭକ୍ତ

କନକ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଚାହିଁ ରହିଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସିିଂହଦ୍ୱାର ସମ୍ମୁଖରେ ପ୍ରବେଶ ପାଇଁ ବଡଦାଣ୍ଡରେ ଲାଗିଛି ଭକ୍ତଙ୍କ ଲମ୍ବା ଧାଡି । ସିଂହଦ୍ୱାର ସମ୍ମୁଖରୁ ମାର୍କେଟ ଛକ ପର୍ଯ୍ୟନ୍ତ , ଭିଡ ଲାଗିଛି । ଛୁଆ, ପିଲା, ବୟସ୍କ, ମହିଳା, ସମସ୍ତେ ଏହି ଭିଡରେ ଫଶି ରହିଛନ୍ତି । ଘଂଟା ଘଂଟା ଧରି ଛିଡା ହେବା ଯୋଗୁଁ କଲବଲ ହୋଇଛନ୍ତି ।

ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିବା ବୟସ୍କା ମହିଳା ଜଣଙ୍କ ହୁଏତ ଭାବି ନଥିବେ ଏମିତି ଅସୁବିଧାର ସମ୍ମୁଖୀନ ହେବେ । ବଡଦାଣ୍ଡରେ ଧାଡିରେ ଘଂଟା ଘଂଟା ଧରି ଅପେକ୍ଷା କରିବା ଯୋଗୁଁ ଅଚେତ ହୋଇପଡିବେ । କିନ୍ତୁ ସେମିତି ହୋଇଥିଲା, ଲମ୍ବା ଧାଡିରେ ଛିଡା ହେବା ଯୋଗୁଁ ସେ ଅସୁସ୍ଥ ହୋଇପଡିଥିଲେ ଏହି ବୟସ୍କା ଶ୍ରଦ୍ଧାଳୁ ଜଣଙ୍କ । ଆଉ ଏ ହେଉଛି ତା ପରର ଦୃଶ୍ୟ ।

କେବଳ ଏହି ଜଣେ ନୁହଁନ୍ତି, ବହୁ ସଂଖ୍ୟାରେ ଭକ୍ତ ଏମିତି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଭିଡ ଭିତରେ ଖରା, ଗରମରୁ ରକ୍ଷା ପାଇବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଯିଏ ଯେଉଁଠି ପାରିଲା ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ମହିଳା ଓ ଛୋଟ ପିଲା । ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ଚଢ଼ା ଦରରେ ପାଣି ବୋତଲ ଓ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ସାମନାକୁ ଆସିଛି । ତେବେ କାର୍ତିକ ମାସ ଯୋଗୁଁ ଭିଡ ହେଉଛି ବୋଲି ସଫେଇ ରଖିଛିି ଶ୍ରୀମନ୍ଦିର ପ୍ରଶାସନ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଜି ନୁହେଁ ଗତ କିଛି ଦିନ ହେଲା ଶ୍ରୀମନ୍ଦିର ଆଗରେ ଏମିତି ଭିଡ ହେଉଛି । କିନ୍ତୁ ଏହାର ସମାଧାନ ପାଇଁ କୌଣସି ବାଟ ବାହାର କରିପାରନି ଶ୍ରୀମନ୍ଦିର ପ୍ରଶାସନ । ଯାହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ ।

The post ପୁରୀରେ ପ୍ରବଳ ଭିଡ଼ । ଅବ୍ୟବସ୍ଥା ଯୋଗୁଁ କାଳିଆ ଦର୍ଶନ ପାଇଁ କଲବଲ ହେଲେ ଶ୍ରଦ୍ଧାଳୁ, ଚେତା ହରାଇଲେ ମହିଳା ଭକ୍ତ first appeared on Kanak News.

from Kanak News
via <a href="https://ifttt.com/?

ପ୍ରଶାସନର ଅବହେଳା ଯୋଗୁ ମଣିଷ ଶୁନ୍ୟ ହୋଇଗଲା ଗାଁ । ହୀରାକୁଦ ଡ୍ୟାମ ନିର୍ମାଣ ଯୋଗୁ ବିସ୍ଥାପିତ ହୋଇଥିଲେ ଝାରସୁଗୁଡ଼ା ଘୁନଘୁଟିପାଲି ଗ୍ରାମବାସୀ

କନକ ବ୍ୟୁରୋ : ମଣିଷ ନଥିବା ଗାଁ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ପ୍ରଶାସନର ଅବହେଳା ଯୋଗୁ ଏବେ ଘୁନଘୁଟପାଲି ଗାଁ ମଣିଷ ଶୁନ୍ୟ ହୋଇଯାଇଛି । ହୀରକୁଦ ନଦୀ ବନ୍ଧ ନିର୍ମାଣ ଯୋଗୁ ୬୦ ବର୍ଷ ତଳେ ପାଣି ଆସି ଗାଁ ବୁଡେଇ ଦେଇଥିଲା । ପରେ ଗାଁ ଲୋକେ ଅଳ୍ପ ଦୂର ଜଙ୍ଗଲ ପାଖ ଉଚ୍ଚ ଜାଗାରେ ରହିଲେ । ହେଲେ ୨୦୦୯ରେ ଜଙ୍ଗଲରେ ନିଆଁ ଲାଗି ପୁରା ଜଳିଗଲା । କିନ୍ତୁ କୌଣସି ପ୍ରକାରର ସରକାରୀ ସହାୟତା ସେମାନଙ୍କୁ ମିଳିଲା ନାହିଁ । ଏଠାରେ ରହୁଥିବା ଲୋକେ ଗାଁ ଛାଡି ପଳାଇଗଲେ । ଫଳରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଘୁନଘୁଟପାଲିର ଗାଁ ଏବେ ଜଙ୍ଗଲ ଭିତରେ ହଜିବାକୁ ବସିଲାଣି ।

ହୀରାକୁଦ ବିସ୍ଥାପିତ ଭାବରେ ଘୁନଘୁଟପାଲି ଗାଁକୁ ରାଜସ୍ୱ ଗ୍ରାମ ଘୋଷଣା କରାଯାଇଛି । ସେମାନଙ୍କୁ ସରକାରୀ ପଟା ଦିଆଯାଇଛି ସତ କିନ୍ତୁ ସେ ଜାଗା କେଉଁଠି ଅଛି କେହି ଜାଣି ନଥବା କହିଛନ୍ତି । ବିଜୁଳି, ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ତ ଦୂରର କଥା ଏଗାଁକୁ ରାସ୍ତା ଖଣ୍ଡିଏ ବି ନାହିଁ । ସ୍ଥାନୀୟ ସରପଂଚ ଏନେଇ ଜିଲ୍ଳା ପ୍ରଶାସନକୁ ଅବଗତ କରିଥିବା ବେଳେ ଗାଁ ଲୋକେ ଚାହିଁଲେ ମୌଳିକ ସୁବିଧା ସହ ସେମାନଙ୍କୁ ଫେରାଇ ଅଣାଯାଇପାରିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଏବେ ଘୁନଘୁଟପାଲି ଲୋକଙ୍କ ଭିଟା ମାଟିରେ କେବଳ ପୁରୁଣା ଘର, କୂଅର ଭଗ୍ନାବଶେଷ ପାଟଲିଯାଇଛି । ସେତେବେଳେ ଲଗାଇଥିବା ଚାରା ଆଜି ବିଶାଳ ବୃକ୍ଷହୋଇ ହୀରାକୁଦ ବିସ୍ଥାପନ ଯନ୍ତ୍ରଣାର କାହାଣୀ ବଖାଣୁଛି ।

The post ପ୍ରଶାସନର ଅବହେଳା ଯୋଗୁ ମଣିଷ ଶୁନ୍ୟ ହୋଇଗଲା ଗାଁ । ହୀରାକୁଦ ଡ୍ୟାମ ନିର୍ମାଣ ଯୋଗୁ ବିସ୍ଥାପିତ ହୋଇଥିଲେ ଝାରସୁଗୁଡ଼ା ଘୁନଘୁଟିପାଲି ଗ୍ରାମବାସୀ first appeared on Kanak News.

from Kanak News
via <a href="https://ifttt.com/?

ଚିନ୍ତାରେ ମକା ଚାଷୀ । କ୍ୱିଂଟାଲ ପିଛା ହଜାରେ ଟଙ୍କା କ୍ଷତିରେ ବିକୁଛନ୍ତି ଶସ୍ୟ, ମଣ୍ଡି ନଥିବାରୁ ଦଲାଲ ଉଠାଉଛନ୍ତି ଲାଭ

କନକ ବ୍ୟୁରୋ : ଚାଷୀଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ବାସ୍ତବ ଚିତ୍ର କିଛି ଅଲଗା । କଳାହାଣ୍ଡି କୋକଶରା ବ୍ଲକର ୨୨ ଟି ପଂଚାୟତର ପ୍ରାୟ ୫ ହଜାର ହେକ୍ଟର ଜମିରେ ଚାଷୀମାନେ ମକା ଚାଷ କରୁଛନ୍ତି । ପୂର୍ବ ବର୍ଷଗୁଡିକ ତୁଳନାରେ ଉତ୍ପାଦନ ମଧ୍ୟ ବୃଦ୍ଧି ପାଉଛି । କିନ୍ତୁ ଉପଯୁକ୍ତ ମୂଲ୍ୟ ପାଉନଥିବାରୁ ଚାଷୀମାନେ କ୍ଷତି ସହୁଛନ୍ତି । ବଜାରରେ ମକା କ୍ୱଂଟାଲ ପିଛା ଦର ଅଢେଇ ହଜାର ଟଙ୍କାରୁ ଅଧିକ ଥିବା ବେଳେ ଚାଷୀ ୧୫ ଶହରୁ ୧୬ ଶହ ଟଙ୍କାରେ ବିକୁଛନ୍ତି । ମଣ୍ଡିର ବ୍ୟବସ୍ଥା ନଥିବାରୁ ବାଧ୍ୟରେ କ୍ୱଂଟାଲ ପିଛା ହଜାରରୁ ଅଧିକ ଟଙ୍କା କ୍ଷତି ସହୁଛନ୍ତି ।
କୋକଶରା ଅଂଚଳର ଲୋକେ ଅଣଜଳସେଚିତ ଜମିରେ ଧାନ ଚାଷ କରି ଅଧିକାଂଶ ସମୟରେ ମରୁଡିର ସମ୍ମୁଖୀନ ହେଉଥିଲେ । ତେଣୁ ଆମପାଣି, ବଡ଼ପୋଡାଗୁଡ଼ା, ଗୋତୋମୁଣ୍ଡା, ସାନପୋଡାଗୁଡ଼ା, ଖଂଟୁିଆ ଆଦି ପଂଚାୟତର ଚାଷୀମାନେ ମକା ଚାଷକୁ ଆପଣାଇ ନେଇଥିଲେ । ମକା ଚାଷ ପାଇଁ କମ ଜଳ ଆବଶ୍ୟକ ଥିବାରୁ ମକା ଚାଷର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ହେଲେ ଋଣ କରି ଚାଷ କରୁଥିବା ଚାଷୀ ଉପଯୁକ୍ତ ପାଉଣା ପାଇପାରୁନାହିଁ । ମଣ୍ଡି ନଥିବାରୁ ବେଳେ ବେଳେ ଶାଗମାଛ ଦରରେ ମକା ବିକିବାକୁ ବାଧ୍ୟ ହେଉଛି ଚାଷୀ ।

ବିକ୍ରି ହୋଇପାରୁନଥିବାରୁ ଖଳା ଠୁ ରାସ୍ତା କଡ ସବୁଠି ମକା ପଡିରହିଛି । ଯାହାର ଫାଇଦା ଦଲାଲଙ୍କୁ ଯାଉଛି । ସରକାର ଯଦି ମଣ୍ଡି ଖୋଲନ୍ତେ ତେବେ ଚାଷୀ ଲାଭବାନ ହେବା ସହ ମକା ଚାଷ ପ୍ରତି ଆଗ୍ରହ ଆହୁରୀ ବୃଦ୍ଧି ହୁଅନ୍ତା ।

The post ଚିନ୍ତାରେ ମକା ଚାଷୀ । କ୍ୱିଂଟାଲ ପିଛା ହଜାରେ ଟଙ୍କା କ୍ଷତିରେ ବିକୁଛନ୍ତି ଶସ୍ୟ, ମଣ୍ଡି ନଥିବାରୁ ଦଲାଲ ଉଠାଉଛନ୍ତି ଲାଭ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started