ନକଲି କୀଟନାଶକକୁ ସାବଧାନ । ଔଷଧ ଛିଞ୍ଚିବା ପରେ ସବୁଜରୁ ନାଲି ପଡିଗଲା ଏକର ଏକର ଚାଷ ଜମି

କନକ ବ୍ୟୁରୋ : କୃଷି କାର୍ଯ୍ୟରେ ଔଷଧ, କୀଟନାଶକ ବ୍ୟବହାର ଏବେ ଆବଶ୍ୟକ ହୋଇପଡିଲାଣି । କିନ୍ତୁ ନକଲି କୀଟନାସକ ଯେ କେତେ ଭୟଙ୍କର ହୋଇପାରେ ତାର ଚିତ୍ର ସାମ୍ନାକୁ ଆସିଛି । କୀଟନାଶକ ଛିଂଚିବା ପରେ ସବୁଜ ଧାନ କ୍ଷେତ ନାଲି ପଡିଯାଇଛି । ଧାନରୁ ଗଛରୁ ବାହାରିଥିବା ଥୋଡ ସବୁ ଜଳିଯାଇଛି । ବାଲେଶ୍ୱର ଭୋଗରାଇ ବ୍ଲବ ବ୍ରାହ୍ମଣଦା ପଂଚାଯତର କସିଆ ଗାଁରେ ଏକର ଏକର ଜମିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ସାର ଦୋକାନୀଙ୍କ ପରାମର୍ଶ କ୍ରମେ ଚାଷୀମାନେ ୬ ପ୍ରକାରର ଔଷଧ ବିଶାଇ ଛିଂଚନ କରିବା ପରେ ଧାନ ଗଛ ପୋଡିଯାଇଛି ।

ବାଲେଶ୍ୱର ଭୋଗରାଇ ଅଂଚଳରେ ବିନା ଲାଇସେନ୍ସରେ ମାଳ ମାଳ ବେଆଇନ ରାସାୟନିକ ସାର ଓ କୀଟନାଶକ ଦୋକାନ ଖେଲାଯାଇଛି । କିନ୍ତୁ କୃଷି ବିଭାଗର ଅବହେଳା ଯୋଗୁ ନୀରିହ ଚାଷୀ ବଳିପଡୁଛନ୍ତି । ସ୍ଥାନୀୟ କସିଆ ଗାଁର ଚାଷୀ ନୀଳକଣ୍ଠ, ଶ୍ରୀକଣ୍ଠ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ୬ ମାଣ ବିଲ ଚାଷ କରିଥିଲେ । ଧାନ ଗଛ ପୁରା ନଷ୍ଟ ହୋଇଯାଇଥିବା ବେଳେ ଧାନ ବିକି ବର୍ଷ ସାରା ଘର ଚଳାଇବାକୁ ଯୋଜନା କରିଥିବା ଚାଷୀ ଏବେ ଚିନ୍ତାରେ ପଡିଯାଇଛନ୍ତି । କିନ୍ତୁ ଯେଉଁ ସାର ଦୋକାନୀଙ୍କ ପରାମର୍ଶ କ୍ରମେ ସେମାନେ କୀଟନାସନ ପକାଇଥିଲେ ତାର ଲାଇସେନ୍ସ ଥିବା କହିଛି କୃଷି ବିଭାଗ ।

ତେବେ ଔଷଧ ପକାଇବା ପରେ କାହିଁକି ଏକର ଏକର ଧାନ ଜମି ନଷ୍ଟ ହୋଇଗଲା ତାର ତଦନ୍ତ କରିବା ସହ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଲୋକେ ।

The post ନକଲି କୀଟନାଶକକୁ ସାବଧାନ । ଔଷଧ ଛିଞ୍ଚିବା ପରେ ସବୁଜରୁ ନାଲି ପଡିଗଲା ଏକର ଏକର ଚାଷ ଜମି first appeared on Kanak News.

from Kanak News
via <a href="https://ifttt.com/?

ଜମି ଅଛି କିନ୍ତୁ ଦଖଲ କରିପାରୁନାହାଁନ୍ତି ମାଲିକ । ୧୯୮୨ ଲାଗୁ ହୋଇଥିବା ‘ଚକବନ୍ଦୀ’ ବ୍ୟବସ୍ଥାକୁ ନେଇ ତେଜୁଛି ଅସନ୍ତୋଷ

କନକ ବ୍ୟୁରୋ : ଜମିର କାଗଜପତ୍ର ଅଛି । ହେଲେ ଚାଷ କରିପାରୁଛନ୍ତି ନା କାହାକୁ ବିକ୍ରି କରିପାରୁଛନ୍ତି । ଏପରିକି ଜମି କେଉଁଠି ଅଛି ତାହା ମାଲିକଙ୍କୁ ଜଣାନାହିଁ । ନିଜ ନାଁରେ ପଟ୍ଟା ଥିଲେ ମଧ୍ୟ ଜମିର ଦଖଲ କରିପାରୁନାହାଁନ୍ତି ଲୋକେ । ଜଣେ କି ଦୁଇ ଜଣ ନୁହେଁ ଅନୁଗୁଳ ଉପଖଣ୍ଡର ୯୨ ଖଣ୍ଡ ଗାଁର ଲକ୍ôଷାଧିକ ଲୋକେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନୁଗୁଳରେ ଲାଗୁ ହୋଇଥିବା ‘ଚକବନ୍ଦୀ’ ଆଇନ ଯୋଗୁ ପଟ୍ଟା ଥାଇ ମଧ୍ୟ ଦଖଲ କରିପାରିନାହାଁନ୍ତି ଲୋକେ । ଯାହାକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ଚାଷୀ । ଚାଷୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୯୮୨ ଅନୁଗୁୁଳୁରେ ‘ଚକବନ୍ଦୀ’ ବ୍ୟବସ୍ଥା ଲାଗୁ କରାଯାଇଥିଲା । ଏହି ଆଇନ ବଳରେ ବିକ୍ଷିପ୍ତଭାବେ ଜମିକୁ ଚାଷୀଙ୍କ ମଧ୍ୟରେ ବଂଟାଯାଇଥିଲା ।

ବନରପାଳ ଓ ଛେଣ୍ଡିପଦା ଅଂଚଳର ୯୨ ଗାମବାସୀଙ୍କୁ ଏହି ବ୍ୟବସ୍ଥାରେ ଜମି କାଗଜପତ୍ର ଧରାଇ ଦିଆଯାଇଥଲା । କିନ୍ତୁ କେଉଁଠି କାହା ଜମି ଅଛି ସେନେଇ କିଛି ସୂଚନା ଦିଆଯାଇନଥିଲା । ତେଣୁ ଯିଏ ଯେଉଁ ଜାଗାକୁ ଦଖଲରେ ନେଇପାରିଲେ ନେଲେ । କିନ୍ତୁ ଏବେ ସେମାନେ ଯେଉଁ ଜମିର ମାଲିକ ତାର କାଗଜପତ୍ର ଆଉ କାହା ପାଖରେ ଅଛି । ପ୍ରଶାସନ ସମସ୍ୟାର ସମାଧାନ କରୁନଥିବା ବେଳେ ଆନ୍ଦୋଳକୁ ଓହ୍ଲାଇଛି ଚାଷୀ ସୁରକ୍ଷା ମଂଚ । ଚାଷୀମାନେ ସହର ପରିକ୍ରମା କରିବା ସହ ତହସିଲ ସମ୍ମୁଖରେ ଅହୋରାତ୍ର ଧାରଣା ଦେଇଛନ୍ତି ଚାଷୀ ।

ଚକବନ୍ଦୀ ବ୍ୟବସ୍ଥା ଉଠାଇଦେଲେ ଚାଷୀମାନେ ଜମି ଦଖଲକୁ ନେଇ ପାରିବେ ବୋଲି ଦାବି କରିଛନ୍ତି । ହେଲେ ସମସ୍ୟାର ସମାଧାନ ଦିଗରେ ସରକାର କ’ଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ନଜର ରହିଛି ।

The post ଜମି ଅଛି କିନ୍ତୁ ଦଖଲ କରିପାରୁନାହାଁନ୍ତି ମାଲିକ । ୧୯୮୨ ଲାଗୁ ହୋଇଥିବା ‘ଚକବନ୍ଦୀ’ ବ୍ୟବସ୍ଥାକୁ ନେଇ ତେଜୁଛି ଅସନ୍ତୋଷ first appeared on Kanak News.

from Kanak News
via <a href="https://ifttt.com/?

ନୀଳଗିରିରେ ପୁଲିସ ସମ୍ମୁଖରେ ଦମ୍ପତିଙ୍କୁ ଆକ୍ରମଣ । ଜମିବାଡି ବିବାଦ ନେଇ ଥାନାକୁ ଆସିଥିବା ବେଳେ ଥାନା ସମ୍ମୁଖରେ ଆକ୍ରମଣ

କନକ ବ୍ୟୁରୋ : ପୁଲିସ ସମ୍ମୁଖରେ ଦମ୍ପତିଙ୍କୁ ଆକ୍ରମଣ । ଜମିବାଡି ବିବାଦକୁ ନେଇ ଗଣ୍ଡଗୋଳ ପରେ ଅଭିଯୋଗ କରିବାକୁ ଆସିଥିବା ଦମ୍ପତିଙ୍କୁ ଫାଣ୍ଡି ସମ୍ମୁଖରେ ଦୁର୍ବୁତମାନେ ମାଡ କରି ଲହୁଲୁହାଣ କରିଦେଇଛନ୍ତି । ବାଲେଶ୍ୱର ନୀଳଗିରି ଅଂଚଳରୁ ଏଭଳି ଅଭାବନୀୟ ଖବର ଆସିଛି । ସୂଚନା ମୁତବାକ ଜମିକୁ ନେଇ ସ୍ଥାନୀୟ ଇଶ୍ୱରପୁର ଅଂଚଳର ହରେକୃଷ୍ଣ ଧାଉଁଡିଆଙ୍କ ପରିବାର ସହ ପଡୋଶୀଙ୍କ ଆଜି ସକାଳେ ଝଗଡା ହୋଇଥିଲା । ଏନେଇ ହରେକୃଷ୍ଣ ଏବଂ ତାଙ୍କ ପତ୍ନି ଇଶ୍ୱରପୁର ଫାଣ୍ଡିକୁ ଅଭିଯୋଗ କରିବାକୁ ଆସିଥିଲେ । ଫାଣ୍ଡି ସମ୍ମୁଖରେ ପହଂଚିବା କ୍ଷଣି ୧୦ରୁ ୧୫ ଦୁର୍ବୁତ ତାଙ୍କୁ ବାଡି ଏବଂ ଇଟାରେ ଆକ୍ରମଣ କରିଥିଲେ । ପରେ ପୁଲିସ ଦମ୍ପତିଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିବା ବେଳେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ ।

The post ନୀଳଗିରିରେ ପୁଲିସ ସମ୍ମୁଖରେ ଦମ୍ପତିଙ୍କୁ ଆକ୍ରମଣ । ଜମିବାଡି ବିବାଦ ନେଇ ଥାନାକୁ ଆସିଥିବା ବେଳେ ଥାନା ସମ୍ମୁଖରେ ଆକ୍ରମଣ first appeared on Kanak News.

from Kanak News
via <a href="https://ifttt.com/?

ଯାଜପୁର ବିଞ୍ଝାରପୁର ଅଂଚଳରୁ ଆସିଛି ଦୁଃଖଦ ଖବର । ଭାରତର ପରାଜୟ ସହିନପାରି ଆତ୍ମହତ୍ୟା କଲେ ଯୁବକ

କନକ ବ୍ୟୁରୋ : ଭାରତ ବିଶ୍ୱକପ୍ ଫାଇନାଲରେ ହାରିବା ପରେ ଆତ୍ମହତ୍ୟା କଲେ ଯୁବକ । ଯାଜପୁର ବିଞ୍ଝାରପୁର ଅଂଚଳରୁ ଏଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି । ସ୍ଥାନୀୟ ଜରି ଗାଁର ଯୁବକ ଦେବରଞ୍ଜନ ଦାସଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଗତକାଲି ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆଠୁ ଭାରତ ହାରିବା ପରେ ଦେବ ରଞ୍ଜନ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି । କିନ୍ତୁ ଦେବରଞ୍ଜନ ପୂର୍ବରୁ ମାନସିକ ରୋଗରେ ପୀଡିତ ଥିଲେ । ଗତକାଲି କ୍ଷେତକୁ ଯାଇଥିବା ବେଳେ ଆଜି ସକାଳୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ଗତକାଲି ସେ ଫାଇନାଲ ମ୍ୟାଚ ଦେଖୁଥିଲେ । ଭାରତ ହାରିବା ପରେ ସେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।

The post ଯାଜପୁର ବିଞ୍ଝାରପୁର ଅଂଚଳରୁ ଆସିଛି ଦୁଃଖଦ ଖବର । ଭାରତର ପରାଜୟ ସହିନପାରି ଆତ୍ମହତ୍ୟା କଲେ ଯୁବକ first appeared on Kanak News.

from Kanak News
via <a href="https://ifttt.com/?

ମୋସାଦ କବଳରୁ ଜୀବନ ବଞ୍ଚେଇବାକୁ ହିଟଲର ପରି ଏ ସୁଡଙ୍ଗ ସେ ସୁଡଙ୍ଗ ଭିତରେ ଦୌଡୁଛି ହମାସର କୁଖ୍ୟାତ ସର୍ଦ୍ଦାର

ଅକ୍ଟୋବର ୭ ରେ ଇସ୍ରାଏଲରେ ହୋଇଥିବା ବର୍ବର ଆକ୍ରମଣରେ ୧୪୦୦  ଜଣଙ୍କୁ ହତ୍ୟା କରିଥିବା ହମାସର ‘କଂସେଇ’ ୟାହିୟା ସିନୱାର ବର୍ତ୍ତମାନ ନିଜ ଜୀବନ ବଞ୍ଚାଇବା ପାଇଁ ଗାଜାର ଟନେଲ ଭିତରେ ଲୁଚି ରହିଛି । ଇସ୍ରାଏଲ ସେନାର ପ୍ରତି ଆକ୍ରମଣ ପରେ ଏବେ ହମାସର ସ୍ବର ନରମ ପଡ଼ିଗଲାଣି । ଆଗରୁ ଯେମିତି ତୋଡ ଦେଖେଇ କହୁଥିଲା ଏବେ ସେ ସ୍ବର ଆଉ ଶୁଭୁନାହିଁ । ଏବେ ଯୁଦ୍ଧ ବଦଳରେ ଅସ୍ତ୍ରବିରତି ପ୍ରସ୍ତାବ ଦେବା ଆରମ୍ଭ କଲାଣି ହମାସ ।

ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ କରିଥିବା ହମାସର ଆକ୍ରମଣ ହଠାତ୍ ହୋଇନଥିଲା । ଏଥିପାଇଁ ଦୁଇ ବର୍ଷ ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହି ଆକ୍ରମଣ ଯୋଜନାର ମୁଖ୍ୟ କାର୍ପଟଦାର ଥିଲା ୟାହିୟା ସିନୱାର । ଯୋଜନା ଅନୁସାରେ ନିଜର ବିବୃତ୍ତି ମାଧ୍ୟମରେ ଇସ୍ରାଏଲର ଅଧିକାରୀ ଏବଂ ନେତାମାନଙ୍କୁ ଆଶ୍ୱାସନା ଦେଇଥିଲା କି ଯେ ସେ ଆଉ ରକ୍ତପାତ ଚାହୁଁନାହିଁ ।   ବରଂ ଆର୍ଥିକ ବିକାଶ ପଥ ଅନୁସରଣ କରି ଗାଜାକୁ ଦୁବାଇ କିମ୍ବା ସିଙ୍ଗାପୁର ଭଳି ସମୃଦ୍ଧ କରିବାକୁ ଚାହୁଁଛି ।

ଆତଙ୍କବାଦୀ କଥାରେ ଫସିଗଲା ଇସ୍ରାଏଲ 

ଧିରେ ଧିରେ ଇସ୍ରାଏଲ୍ ଏହି ପ୍ରତାରଣାରେ ଫସି ରହିଲା ଏବଂ ସୁଯୋଗ ପାଇବା ମାତ୍ରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ପ୍ରବେଶ କଲେ ଏବଂ ଏହାର ୧୪୦୦  ଲୋକଙ୍କୁ ହତ୍ୟା କଲେ ଏବଂ ୨୫୦  ରୁ ଅଧିକ ଲୋକଙ୍କୁ ବନ୍ଧକ କରି ଉଠାଇନେଲେ । ବର୍ତ୍ତମାନ ଇସ୍ରାଏଲ୍ ଗାଜାକୁ ଏକ କବରସ୍ଥାନରେ ପରିଣତ କରୁଛି ଏବଂ ଏହାର ଶତ୍ରୁ ନମ୍ବର ୧ ୟାହିୟା ସିନୱାର ଖୋଜିବାକୁ ଚେଷ୍ଟା କରୁଛି, ଯିଏ ଗାଜାର କୋଉ ଟନେଲରେ ହିଟଲର ପରି ଲୁଚି ରହିଛି ।

ବହୁତ ତୀକ୍ଷଣ ବୁଦ୍ଧି ବାଲା ହମାସର ଏଇ ନେତା

ରିପୋର୍ଟ ଅନୁଯାୟୀ ୟାହିୟା ସିନୱାର ଖୁବ କମ କଥା କୁହେ ଏବଂ ବହୁତ ବୁଦ୍ଧି ଖର୍ଚ୍ଚ କରେ ।  ସେ ଦେଖିଲେ  ତା କଥାରେ ବିଶ୍ବାସ କରି ଇସ୍ରାଏଲ୍ ପାଲେଷ୍ଟାଇନରୁ ନଜର ହଟେଇ ସିରିଆ ଏବଂ ଇରାନ ଉପରେ ଧ୍ୟାନ ଦେଉଛି । ଏଥିସହିତ ଏହା ଗାଜା ସୀମାରୁ ଅଧିକାଂଶ ସୈନ୍ୟଙ୍କୁ ହଟାଇ ୱେଷ୍ଟବ୍ଯାଙ୍କରେ ଥିବା ଇସ୍ରାଏଲ୍ ବସ୍ତିର ସୁରକ୍ଷା ପାଇଁ ସେମାନଙ୍କୁ ନିୟୋଜିତ କରିଛି ସେତେବେଳେ ସିଏ ଏକ ବଡ଼ ଆତଙ୍କବାଦୀ ଆକ୍ରମଣର ସୁଯୋଗ ପାଇଗଲା ।

ଯୋଜନା ଅନୁସାରେ ଲୋକଙ୍କୁ ଇସ୍ରାଏଲ ପଠେଇଥିଲା

ଏହି ଯୋଜନା ଅନୁସାରେ ସେ ମଧ୍ୟସ୍ଥିମାନଙ୍କ ମାଧ୍ୟମରେ ଇସ୍ରାଏଲ୍କୁ ଏକ ବାର୍ତ୍ତା ପଠାଇଥିଲା ଯେ ଗାଜାରେ ବେକାରୀ ସମସ୍ୟା ଦୂର କରିବା ପାଇଁ ୧୮ ହଜାର ୱାର୍କ ପରମିଟ ଦରକାର । ଇସ୍ରାଏଲ ତାର ଏହି ଚାଲରେ ଫସି ଯାଇଥିଲା । ଏବଂ ବହୁ ସଂଖ୍ୟକ ଗାଜାବାସୀଙ୍କୁ ୱାର୍କ ପରମିଟ ଜାରି କରିଥିଲା । ଯାହା ତାଙ୍କ ପାଇଁ ପରେ କାଳ ସାବ୍ୟସ୍ତ ହେଇଥିଲା ।  ସେହି ଲୋକମାନେ  ଇସ୍ରାଏଲରେ ରହୁଥିବା ସମୟରେ ଛୋଟମୋଟ କାମ କରୁଥିଲେ । ସେମାନେ ସୀମାନ୍ତରେ ଥିବା ସମସ୍ତ ଗୁରୁତ୍ବପୁର୍ଣ ସ୍ଥାନର ଫଟୋ ଏବଂ ଭିଡିଓ କରି ହମାସକୁ ଦେଉଥିଲେ । ଏହା ବ୍ୟତୀତ ସେଠାରେ ଇସ୍ରାଏଲର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବିସ୍ତୃତ ଭାବରେ ଅଧ୍ୟୟନ କରି ହମାସକୁ ତଥ୍ୟ ଦେଇଥିଲେ ।  କେବଳ ଏତିକି ନୁହେଁ ସେମାନଙ୍କ ଦ୍ଵାରା ସୀମାନ୍ତ ଅଞ୍ଚଳରେ ବାସ କରୁଥିବା ଇସ୍ରାଏଲ ପରିବାରର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଥିଲା ।

ଆକ୍ରମଣ ପୂର୍ବରୁ ସମସ୍ତ ଇଲେକ୍ଟ୍ରୋନିକ୍ସ ଉପକରଣ ବ୍ୟବହ ବନ୍ଦ କରିଥିଲେ

ଏହା ପରେ ଇରାନ ମାଧ୍ୟମରେ ଆଧୁନିକ ଅସ୍ତ୍ରଶସ୍ତ୍ର  ସଂଗ୍ରହ କରାଯାଇଥିଲା । ତା’ପରେ ୭ ଅକ୍ଟୋବର ପାଇଁ ଦିନ ସ୍ଥିର କରାଯାଇଥିଲା ଏବଂ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ କରାଯାଇଥିଲା । ଆକ୍ରମଣର ଅନେକ ସପ୍ତାହ ପୂର୍ବରୁ ଏହି ଯୋଜନାରେ ସାମିଲ ଥିବା ସମସ୍ତ ହମାସ ଆତଙ୍କବାଦୀ ମୋବାଇଲ୍ ଫୋନ୍, ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର ବନ୍ଦ କରିଦେଇଥିଲେ ।  ଯେଉଁ କାରଣରୁ ଇସ୍ରାଏଲ୍ ଏଜେନ୍ସିମାନେ ଏହି ଆକ୍ରମଣର ସୂଚନା ପାଇପାରିନଥିଲେ ।

ଖାନ୍ ୟୁନିସରେ ଜନ୍ମଗ୍ରହଣ କରିଥିଲା ସିନୱାର

ୟାହିୟା ସିନୱାର ଦକ୍ଷିଣ ଗାଜାର ଖାନ ୟୁନିସ ସହରର ଏକ ଗରିବ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲା ।  ସେ ୧୯୮୦ ଦଶକର ଶେଷ ଭାଗରେ ହାମାସର ସାମରିକ ୱିଙ୍ଗ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲା । ଏହା ପରେ ସେ ଇସ୍ରାଏଲ ସହିତ ଗାଜାରେ କାର୍ଯ୍ୟ କରୁଥିବା ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ପାଲେଷ୍ଟାଇନ ଲିବରେସନ୍ ଅର୍ଗାନାଇଜେସନ୍ ଲୋକଙ୍କୁ ହତ୍ୟା କରିବା ଆରମ୍ଭ କରିଥିଲା । ସେ plo ର ୪ ଜଣ ସହଯୋଗୀଙ୍କୁ ହତ୍ୟା କରିଥିଲେ। ଏହି କାରଣରୁ ତାଙ୍କୁ ୧୯୮୯ ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସେ ହତ୍ୟା କରିଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କର ମୁଣ୍ଡ ନିଜେ କଟିଥିଲା ।

ଇସ୍ରାଏଲି ସୈନିକ ବଦଳରେ ମୁକ୍ତି ପାଇଥିଲା 

ବହୁଚର୍ଚ୍ଚିତ ଇସ୍ରାଏଲି ସୈନିକ ଗିଲାଦ ଶାଳିତର ଅପହରଣ ବଦଳରେ ଯେଉଁ ୧୦୦୦ ପାଲେଷ୍ଟାନିୟ ବନ୍ଦୀଙ୍କୁ ଇସ୍ରାଏଲ ମୁକ୍ତ କରିଥିଲା ତା ମଧ୍ୟରେ ସିନୱାର ଥିଲା । ୨୦୧୧ ରେ ମୁକ୍ତ ହେଲାପରେ ସେ ପୁଣି ହମାସରେ ଯୋଗ ଦେଇଥିଲା । ୨୦୧୭ ରେ ସେ ହମାସର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିଲା । ଏବଂ ଇସ୍ରାଏଲ ଉପରେ ଆକ୍ରମଣ ଯୋଜନା ଆରମ୍ଭ କରିଦେଇଥିଲା । ଯାହାର ଫଳ ସ୍ଵରୂପ ଗତ ଅକ୍ଟୋବରରେ ସେ ଇସ୍ରାଏଲକୁ ଏମିତି କ୍ଷତ ଦେଇଛି ଯେ ଯାହା ଶୁଖିବାକୁ କେତେ ବର୍ଷ ଯେ ଲାଗିବ ସେକଥା କେହି କହିପାରିବେନାହିଁ ।

ଆକ୍ରମଣ ପରେ ଅଣ୍ଡରଗ୍ରାଉଣ୍ଡ ହେଇଯାଇଛି ସିନୱାର

ଏହି ଆକ୍ରମଣ ପରେ ୟାହିୟା ସିନୱାର ଆଜି ପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ କି ପ୍ରେସ ସହ କଥାବାର୍ତ୍ତା ହେଇନି ନା କୌଣସି ସର୍ବସାଧାରଣ ସ୍ଥାନରେ ଦେଖାଦେଇଛି । କୁହାଯାଉଛି ଯେ ସେ ଏବେ ଗାଜାର କୌଣସି ସୁଡଙ୍ଗ ଭିତରେ ଆତ୍ମଗୋପନ କରିଛି । ତାକୁ ଖୋଜିବାକୁ ଇସ୍ରାଏଲ ସେନା ନିଜର ସମସ୍ତ କୌଶଳ  ଲଗେଇଦେଇଛି ।

The post ମୋସାଦ କବଳରୁ ଜୀବନ ବଞ୍ଚେଇବାକୁ ହିଟଲର ପରି ଏ ସୁଡଙ୍ଗ ସେ ସୁଡଙ୍ଗ ଭିତରେ ଦୌଡୁଛି ହମାସର କୁଖ୍ୟାତ ସର୍ଦ୍ଦାର first appeared on Kanak News.

from Kanak News
via <a href="https://ifttt.com/?

୨୨ ବର୍ଷରେ ପାଇଥିଲେ ଆଇପିଏସ୍ । ଏବେ ବିହାରରେ ଲେଡି ସିଂଘମ ଭାବେ ବେଶ ପରିଚିତ

କନକ ବ୍ୟୁରୋ :  ଲେଡି ଆ.ଇ.ପି.ଏସ କାମ୍ୟା ମିଶ୍ର । ମାତ୍ର ୨୨ବର୍ଷ ବୟସରେ କାମ୍ୟା ମିଶ୍ର ୟୁ.ପି,ଏସି ପରିକ୍ଷା ରେ ଉତିର୍ଣ୍ଣ ହୋଇି ଆ.ଇ.ପି.ଏସ କାମ୍ୟା ମିଶ୍ର ହେଲେ । ପୁଣି ସାରା ଭାରତ ବର୍ଷରେ ତାଙ୍କର୧୭୨ ରେଙ୍କ୍ ଥିଲା । ଆଜି ଆମେ ଜାଣିବା ବିହାରର ଲେଡି ସିଂହମ କାମ୍ୟା ମିଶ୍ରଙ୍କ କଥା ଯିଏ ଅନେକ ଲୋକ ମାନଙ୍କୁ ଅସୁବିଧାରୁ ବାହାର କରନ୍ତି । ଆଜି ଏହି ଲେଡି ସିଂହମ ସଫଳତା ବିଷୟରେ ଜାଣିବା ପାଇଁ ସାରା ଭାରତ ବର୍ଷର ଲୋକମାନେ ଚାହୁଁଛନ୍ତି ।

ଆ.ଇ.ପିଏସ କାମ୍ୟା ମିଶ୍ର ୨୦୧୪ ରେ +୨ ପରିକ୍ଷା ଦେଇଥିଲେ ଓ ସେଥିରେ ୯୮.୬ ପ୍ରତିଶତ ରଖି ନିଜ କଲେଜରେ ଶିର୍ଷ ସ୍ଥାନ ଦଖଲ କରିଥିଲେ । ପରେ ସେ ଓଡିଶାର କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରୁ ଉତିର୍ଣ୍ଣ ହୋଇଥିଲେ । ପରେ ସେ ଦିଲ୍ଲୀର ର ମହିଳା ଶ୍ରୀରାମ କଲେଜରୁ ନିଜର ଡିଗ୍ରୀ ହାସଲ କରିଥିଲେ । ପରେ ୨୦୧୯ ରେ ସେ ୟୁ.ପି.ଏସି ପରିକ୍ଷା ଦେଇଥିଲେ ଏବଂ ସେଥିରେ ସେ ସେହି ବର୍ଷ ଉତିର୍ଣ୍ଣ ହୋଇଥିଲେ । ଉତିର୍ଣ୍ଣ ହୋଇସାରିଲା ପରେ କାମ୍ୟା ଙ୍କୁ ହାଇଦ୍ରବାଦ ପୋଲିସ ଏକାଡେମିକ୍ ରେ ଟ୍ରେନିଙ୍ଗ ପାଇଁ ପଠାହୋଇଥିଲା । ପରେ କାମ୍ୟାଙ୍କୁ ଫ୍ରିଲି ଟ୍ରେନିଙ୍କ ପାଇଁ ହିମାଚଳ ପ୍ରଦେଶକୁ ପଠାହୋଇଥିଲା ।

୫ଏପ୍ରିଲ ୨୦୧୯ରେ ୟୁ.ପି.ଏସି ର ପରିକ୍ଷାଫଳ ବାହାରିଥିଲା ସେଥିରେ କାମ୍ୟା ମିଶ୍ର ପ୍ରଥମ ପ୍ରୟାସରେ ରାଙ୍କ୍ ୧୭୨ରେ ଉତିର୍ଣ୍ଣ ହୋଇଥିଲେ । କାମ୍ୟା ମିଶ୍ର ହେଉଛନ୍ତି ଓଡିଶାର ଝିଅ । ସେ ପ୍ରଥମରୁ ପାଠପଢାରେ ବହୁତ ଭଲ ଥିଲେ ଏବଂ ସେ ତାଙ୍କ ସ୍କୁଲର ଜଣେ ବହୁତ ଭଲ ଛାତ୍ରୀ ଥିଲେ । ଯିଏ ୮ବର୍ଷ ପୂର୍ବରୁ ଯୁକ୍ତ୨ ରେ ସବୁଠାରୁ ଅଧିକ ନମ୍ବରରେ ଉତିର୍ଣ୍ଣ ହୋଥିଲେ ସେ ଆଜି ବିହାର ପୋଲିସର ଏକ ବଡ ପଦବିରେ ରହି ସେଠାରେ ନିଜର ଦାଇତ୍ୱ ନିଭାଉଛନ୍ତି ଓଡିଶାର ଝିଅ କାମ୍ୟା ମିଶ୍ର ।

ସେ ୟୁ.ପି.ଏସି ମେନ୍ସରେ ରାଜନୀତି ବିଜ୍ଞାନକୁ ନିଜର ବିଷୟ ରଖିଥିଲେ । ଏବଂ ୨୦୨୧ ରେ ସେ ବିହାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେ ବିବାହ କରିଥିଲେ ବିହାରର ଆ.ଇ.ପିଏସ ଅର୍ଧେସ ସରଜଦିକ୍ଷିତ ଙ୍କୁ ବିହାହ କରିଥିଲେ ଏବଂ ପରେ କାମ୍ୟା ହିମାଚଳ ପ୍ରଦେଶରୁ ବିହାରକୁ ସ୍ଥାନାନ୍ତର ହୋଇଥିଲେ । କାମ୍ୟା ମିଶ୍ର ପଟନାର ଭିଭିଆଇପି ଜାଗାରେ କାନୁନ ବ୍ୟବସ୍ତା ସମ୍ଭାଳିବାରେ ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଲେଇଛନ୍ତି । ଲେଡି ସିଂହମ କାମ୍ୟା ମିଶ୍ର ବହୁତ କମ ବୟଷରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନେଛନ୍ତି ସାରା ଭାରତରେ । ସେ ଲୋକମାନଙ୍କର ସେବାର ଲାଗିରହିବାକୁ ପସନ୍ଦ କରନ୍ତି । ସେ ଅନେକ ନିରିହ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ସେ ଏବେ ଅନେକ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେରଣା ମଧ୍ୟ ସାଜିଛନ୍ତି ।

The post ୨୨ ବର୍ଷରେ ପାଇଥିଲେ ଆଇପିଏସ୍ । ଏବେ ବିହାରରେ ଲେଡି ସିଂଘମ ଭାବେ ବେଶ ପରିଚିତ first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ ସହ ଏମଓୟୁ ସ୍ୱାକ୍ଷର । ଭର୍ଚୁଆଲ ପ୍ଲାଟଫର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏମଓୟୁ

କନକ ବ୍ୟୁରୋ : ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିଛନ୍ତି । ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ ସହ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମରେ ଏହି ଏମଓୟୁ ସ୍ୱାକ୍ଷର କରିଛନ୍ତି । ଏମଓୟୁ ମୁତାବକ ୪ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମୋଟ ୬୨୫୫ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ଚାଲିବ କାମ ।

The post ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ ସହ ଏମଓୟୁ ସ୍ୱାକ୍ଷର । ଭର୍ଚୁଆଲ ପ୍ଲାଟଫର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏମଓୟୁ first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱକପ୍ ମ୍ୟାଚ କ୍ରମରେ ଜୋର ଧରିଲା ଆଲୋଚନା । ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ଲଢିପାରନ୍ତି ଲୋକସଭା ନିର୍ବାଚନ

କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷୀତଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଅନୁମାନ କରାଯାଉଛି କି ଫିଲ୍ମ ଦୁନିଆରେ ନିଜର ଯାଦୁ ଦେଖାଇ ସାରିବା ପରେ ଏବେ ରାଜନୀତିରେ ଯୋଗ ଦେଇପାରନ୍ତି ମାଧୁରୀ । ଏହା ବି ଆଲୋଚନା ହେଉଛି କି କିଛିଦିନ ହେବ ମାଧୁରୀ ଦିକ୍ଷୀତ ଅନେକ ନେତାଙ୍କ ସଂପର୍କରେ ରହିଛନ୍ତି । ଏହି ଆକଳନ ସେତେବେଳେ ଜୋର ଧରିଲା ଯେତେବେଳେ ବୁଧବାର ଦିନ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱକପର ସେମି ଫାଇନାଲ ମ୍ୟାଚ ଖେଳାଯାଉଥିଲା । ଏହି ସମୟରେ ସେ ମହାରାଷ୍ଟ୍ର ଉପ ଉପ ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ନିକଟରେ ବସିଥିଲେ ।

ବୁଧବାର ଦିନ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସେମି ଫାଇନାଲ ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ପହଂଚିଥିଲେ । ସେଠାରେ ସେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ସହ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । କେବଳ ସେତିକି ନୁହେଁ ତାଙ୍କ ସହ ଏନସିପି (ଅଜିତ ପାୱାର ଗୋଷ୍ଠୀ) ର ନେତା ପ୍ରଫୁଲ୍ଲ ପଟେଲ ଓ ବିଜେପି ନେତା ଆଶୀଷ ଶୋଲାର ମଧ୍ୟ ମାଧୁରୀଙ୍କ ନିକଟରେ ବସିଥିଲେ ।

ଏକ ମରାଠୀ ଗଣମାଧ୍ୟମ ତାର ରିପୋର୍ଟରେ ଦାବି କରିଛି କି, ସେପ୍ଟେମ୍ବର ୨୩ ତାରିଖରେ ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗଣେଷଉତ୍ସୋବ ଦେଖିବାକୁ ଦେବେନ୍ଦ୍ର ଫଡନଭିସଙ୍କ ବାସଭବନରେ ପହଂଚିଥିଲେ ସେତେବେଳେ ସେଠାରେ ଏକ ରାଜନୈତିକ ବୈଠକ ହୋଇଥିଲା । ଏହି ବୈଠକରେ ଦେବେନ୍ଦ୍ର ଫଡନଭିସ୍, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସାମିଲ ଥିଲେ । ଏହି ବୈଠକରେ ମଧ୍ୟ ମାଧୁରୀ ଦିକ୍ଷୀତ ସାମିଲ ହୋଇଥିବା କଥା ସେହି ଗଣମାଧ୍ୟମ ଦାବି କରିଛି । ଏହାପରେ ମୁମ୍ବାଇର କୌଣସି ଲୋକସଭା ଆସନରୁ ମାଧୁରୀ ଦିକ୍ଷୀତଙ୍କୁ ବିଜେପି ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

The post ବିଶ୍ୱକପ୍ ମ୍ୟାଚ କ୍ରମରେ ଜୋର ଧରିଲା ଆଲୋଚନା । ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ଲଢିପାରନ୍ତି ଲୋକସଭା ନିର୍ବାଚନ first appeared on Kanak News.

from Kanak News
via <a href="https://ifttt.com/?

‘ମୁଁ ଜଣେ ହିନ୍ଦୁ ଏବଂ ମୋର ଧାର୍ମିକ ବିଶ୍ୱାସ ହିଁ ମୋତେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପ୍ରଚାରକୁ ଆଣିଥିଲା’, ଏମିତି କହିଲେ ବିବେକ ରାମସ୍ୱାମୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ୨୦୨୪  : ବିବେକ ରାମସ୍ୱାମୀ କହିଛନ୍ତି, ‘ମୁଁ ଜଣେ ହିନ୍ଦୁ ।  ମୁଁ ବିଶ୍ୱାସ କରେ ଯେ  ପ୍ରକୃତରେ  ଭଗବାନ ଏକ । ମୁଁ ବିଶ୍ୱାସ କରେ ଯେ ଈଶ୍ବର ଆମ ପ୍ରତ୍ୟେକଙ୍କୁ ଏକ ଉଦ୍ଦେଶ୍ୟ ପାଇଁ ଏଠାରେ ଆଣିଛନ୍ତି । ସେହି ଉଦ୍ଦେଶ୍ୟକୁ ହୃଦୟଙ୍ଗମ କରିବା ଆମର କର୍ତ୍ତବ୍ୟ ।  ଆମର ନୈତିକ କର୍ତ୍ତବ୍ୟ । ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ରିପବ୍ଲିକାନ୍ ପ୍ରାର୍ଥୀ ହେବାକୁ ପ୍ରତିଦ୍ୱନ୍ଦ୍ୱୀ କରୁଥିବା ବିବେକ ରାମସ୍ୱାମୀ ଏପରି  କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ହିନ୍ଦୁ ଧର୍ମ ତାଙ୍କୁ ସ୍ୱାଧୀନତା ଦେଇଛି  ଏବଂ ଏହା ତାଙ୍କୁ ରାଷ୍ଟ୍ରପତି ଅଭିଯାନ ପାଇଁ ପ୍ରେରଣା ଯୋଗାଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ ଶନିବାର ଦିନ ଡେଲି  ସିଗନାଲ୍ ପ୍ଲାଟଫର୍ମ ଦ୍ଵାରା ଆୟୋଜିତ ହୋଇଥିବା ‘ଦି ଫ୍ୟାମିଲି ଲିଡର’ ଫୋରମରେ ବିବେକ ରାମସ୍ୱାମୀ ହିନ୍ଦୁ ଧର୍ମ ଏବଂ ଖ୍ରୀଷ୍ଟିଆନ ଧର୍ମର ଶିକ୍ଷା ମଧ୍ୟରେ ସମାନତା ବିଷୟରେ କହିଥିଲେ ଏବଂ ପରବର୍ତ୍ତୀ ପିଢିର  ଲାଭ ପାଇଁ ଏହାର ମୂଲ୍ୟବୋଧକୁ ଗୁରୁତ୍ବ ଦେବାକୁ କହିଥିଲେ ।

ରାମସ୍ୱାମୀ କହିଛନ୍ତି। ‘ବିଶ୍ୱାସ ହିଁ ମୋତେ ସ୍ୱାଧୀନତା ଦେଇଛି ।  ମୋର ଏହି ବିଶ୍ୱାସ ମୋତେ ଏହି ରାଷ୍ଟ୍ରପତି ଅଭିଯାନକୁ ଆଣିପାରିଛି । ମୁଁ ଜଣେ ହିନ୍ଦୁ । ମୁଁ ବିଶ୍ୱାସ କରେ ଯେ ଭଗବାନ ପ୍ରକୃତରେ ଏକ ଅଟନ୍ତି । । ମୁଁ ବିଶ୍ୱାସ କରେ ଯେ ଈଶ୍ବର ଆମ ପ୍ରତ୍ୟେକଙ୍କୁ ଏକ ଉଦ୍ଦେଶ୍ୟ ପାଇଁ ଏଠାରେ ଆଣିଛନ୍ତି । ସେହି ଉଦ୍ଦେଶ୍ୟକୁ ହୃଦୟଙ୍ଗମ କରିବା ଆମର କର୍ତ୍ତବ୍ୟ ।  ଆମର ନୈତିକ କର୍ତ୍ତବ୍ୟ । ଇଶ୍ବର ଏପରି ଏକ ସାଧନ ଯିଏ ଆମ ମାଧ୍ୟମରେ ବିଭିନ୍ନ ଉପାୟରେ କାର୍ଯ୍ୟ କରିଥାନ୍ତି । ତଥାପି ଆମେ  ସମାନ ଅଟୁ କାରଣ ଭଗବାନ ଆମ ପ୍ରତ୍ୟେକ ମଧ୍ୟରେ ଅଛନ୍ତି । ଏହା ହିଁ ମୋର ବିଶ୍ୱାସର ମୂଳ ଅଟେ। ”

ମୋର ପିତାମାତା ମୋତେ ଶିଖାଇଛନ୍ତି ଯେ ପରିବାର ହେଉଛି ମୂଳଦୁଆ’

ରାମସ୍ୱାମୀ ମଧ୍ୟ ତାଙ୍କ ପ୍ରତିପାଳନ ବିଷୟରେ କହିଥିଲେ। ସେ କହିଥିଲେ, ‘ମୁଁ ଏକ ପାରମ୍ପାରିକ ପରିବାରରେ ବଢିଛି । ମୋର ପିତାମାତା ମୋତେ ଶିଖାଇଛନ୍ତି ଯେ ପରିବାର ହେଉଛି ସବୁ ଜିନିଷର ମୂଳଦୁଆ । ତୁମେ ପିତାମାତାଙ୍କୁ ସମ୍ମାନ ଦିଅ ।  ବିବାହ ଏକ ପବିତ୍ର ବନ୍ଧନ ଅଟେ । ବିବାହ ପୂର୍ବରୁ ସଂଯମତା ରକ୍ଷା କରିବା ହେଉଛି ଏକ ବହୁତ ଭଲ ଅଭ୍ୟାସ । ବ୍ୟଭିଚାର ଭୁଲ ଅଟେ । ବିବାହ ଏକ ପୁରୁଷ ଏବଂ ସ୍ତ୍ରୀ ମଧ୍ୟରେ ହୋଇଥାଏ । ଯାହାକୁ ଜୀବନର ଶେଷ ଯାଏ ପାଳନ କରିବା କଥା । ଛାଡପତ୍ର କେବେ ବି ପ୍ରାଥମିକତା ହେବା ଉଚିତ ନୁହେଁ ଯାହା ଆପଣମାନେ ପସନ୍ଦ କରୁଛନ୍ତି । ଆପଣ ଭଗବାନଙ୍କ ସାମନାରେ ବିବାହ କରୁଛନ୍ତି । ଶପଥ ନେଉଛନ୍ତି ତେଣୁ ଆପଣ ସେ ଶପଥକୁ ଭୁଲିବା କଥାନୁହେଁ ।

ଏଗୁଡ଼ିକ ଇଶ୍ବରଙ୍କ ସହଭାଗୀ ମୂଲ୍ୟ

‘ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଧର୍ମ ମଧ୍ୟରେ ସମାନତା ଆକଳନ  କରି ଏହି ବାୟୋ-ଟେକ୍ ଉଦ୍ୟୋଗୀ କହିଛନ୍ତି ଯେ ଏହା ଇଶ୍ବରଙ୍କ ‘ସହଭାଗୀ ମୂଲ୍ୟବୋଧ’, ଏବଂ ସେ ସେହି ମୂଲ୍ୟବୋଧ  ପାଇଁ ସବୁବେଳେ ଲଢେଇ କରିବେ । ସେ କହିଥିଲେ, ‘ମୁଁ ଖ୍ରୀଷ୍ଟିଆନ ହାଇସ୍କୁଲରେ ପାଠ ପଢିଛି । ସେଠୁ ମୁଁ କଣ ଶିଖିଲି ? ମୁଁ ବାଇବେଲରେ ଥିବା ୧୦ ଟି ଉପଦେଶ ଶିଖିଛି । ପ୍ରକୃତରେ ଭଗବାନ ଏକ  ଅଟନ୍ତି । ସେହିଁ ପ୍ରକୃତ ପରମେଶ୍ୱର । ତୁମ ପିତାମାତାଙ୍କୁ ସମ୍ମାନ ଦିଅ । ମିଛ କୁହ ନାହିଁ । ଚୋରି କର ନାହିଁ ।  ବ୍ୟଭିଚାର କର ନାହିଁ । ମୁଁ ସେତେବେଳେ ଯାହା ଶିଖିଲି ସେ ମୂଲ୍ୟଗୁଡ଼ିକ ମୋ ପାଇଁ ପରିଚିତ । ସେଗୁଡିକ ହିନ୍ଦୁମାନଙ୍କର ନୁହଁ । କି  ଖ୍ରୀଷ୍ଟିଆନମାନଙ୍କର ମଧ୍ୟ ନୁହଁ । ସେଗୁଡିକ ପ୍ରକୃତରେ ଇଶ୍ବରଙ୍କର ଅଟେ । ଏବଂ ମୁଁ ଭାବୁଛି ଏଗୁଡ଼ିକ ହେଉଛି ସେହି ମୂଲ୍ୟବୋଧ ଯାହା ଏହି ଦେଶର ମୂଳଦୁଆ ଅଟେ ।

କିଏ ଏହି ବିବେକ ରାମସ୍ବାମୀ

୩୮ ବର୍ଷୀୟ ବିବେକ ରାମସ୍ୱାମୀ ଦକ୍ଷିଣ ପଶ୍ଚିମ ଓହିଓର ମୂଳ ବାସିନ୍ଦା ଅଟନ୍ତି । ତାଙ୍କ ମା ଜଣେ ମାନସିକ ରୋଗ ବିଶେଷଜ୍ଞ ଏବଂ ତାଙ୍କ ପିତା ଜେନେରାଲ ଇଲେକ୍ଟ୍ରିକରେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ପିତାମାତା କେରଳରୁ ଆମେରିକା ଯାଇଥିଲେ। ରାମସ୍ୱାମୀଙ୍କ ରାଷ୍ଟ୍ରପତି ଅଭିଯାନ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ଏବଂ ସେ ଜିଓପି ପ୍ରାଥମିକ ନିର୍ବାଚନରେ ​​ଆଗରେ ଅଛନ୍ତି । ତେବେ ସେ ଟ୍ରମ୍ପ ଏବଂ ଫ୍ଲୋରିଡା ଗଭର୍ଣ୍ଣର ରନ୍ ଡିସାଣ୍ଟିସଙ୍କ ପଛରେ ଅଛନ୍ତି। ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ୫ ନଭେମ୍ବର ୨୦୨୪ ରେ ଅନୁଷ୍ଠିତ ହେବ।

The post ‘ମୁଁ ଜଣେ ହିନ୍ଦୁ ଏବଂ ମୋର ଧାର୍ମିକ ବିଶ୍ୱାସ ହିଁ ମୋତେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପ୍ରଚାରକୁ ଆଣିଥିଲା’, ଏମିତି କହିଲେ ବିବେକ ରାମସ୍ୱାମୀ first appeared on Kanak News.

from Kanak News
via <a href="https://ifttt.com/?

ପୋଲିସ ଫାଣ୍ଡି ସମ୍ମୁଖରେ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଠେଙ୍ଗା ଓ ଇଟାରେ ଦମ୍ପତ୍ତିଙ୍କୁ ଆକ୍ରମଣ ।

କନକ ବ୍ୟୁରୋ: ପୋଲିସ ଫାଣ୍ଡି ସମ୍ମୁଖରେ ମରଣାନ୍ତକ ଆକ୍ରମଣ ଅଭିଯୋଗ । ବାଲେଶ୍ୱର ଜିଲ୍ଲା ଇଶ୍ୱରପୁର ଫାଣ୍ଡି ସମ୍ମୁଖରେ ଦମ୍ପତ୍ତିଙ୍କୁ କିଛି ଦୁର୍ବୃତ ଠେଙ୍ଗା ଓ ଇଟାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ଇଶ୍ୱରପୁର ମେଡିକାଲରେ ଭର୍ତି କରାଯାଇଛି୍ । ଏତଲା ପରେ ଇଶ୍ୱରପୁର ଫାଣ୍ଡି ଓ ନୀଳଗିରି ପୋଲିସ ମାମଲରା ତଦନ୍ତ ଚଳାଇଛନ୍ତି । ସୂଚନା ଅନୁସାରେ ଆଜି ସକାଳେ ବାହାବଳପୁର ଗାଁର ହରେକୃଷ୍ଣ ଧାଉଁଡିଆଙ୍କ ଜମିବାଡି ବିବାଦକୁ ନେଇ ପଡୋଶୀଙ୍କ ସହ ଝଗଡା ହୋଇଥିଲା । ଏନେଇ ହରେକୃଷ୍ଣ ଓ ତାଙ୍କ ସ୍ତ୍ରୀ ଏତଲା ଦେବାକୁ ଇଶ୍ୱରପୁର ଫାଣ୍ଡିକୁ ଆସିଥିଲେ । ହେଲେ ଏତଲା ଦେଇ ଫେରିବା ବେଳେ ଫାଣ୍ଡି ସମ୍ମୁଖରେ ୧୦ରୁ ୧୫ ଜଣ ଦୁର୍ବୃତ ଦଂପତିଙ୍କୁ ଠେଙ୍ଗା ଓ ଇଟାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଖବର ପାଇ ଫାଣ୍ଡି ଅଧିକାରୀ ଦମ୍ପତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛନ୍ତି । ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

The post ପୋଲିସ ଫାଣ୍ଡି ସମ୍ମୁଖରେ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଠେଙ୍ଗା ଓ ଇଟାରେ ଦମ୍ପତ୍ତିଙ୍କୁ ଆକ୍ରମଣ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started