କଂଗ୍ରେସ ବିଧାୟକଙ୍କ ପ୍ରସ୍ତାବ ନେଇ ବଢିଲା ଚର୍ଚ୍ଚା । କୋଶଳୀ ଭାଷାରେ ଅଭିଭାଷଣ ରଖିବାକୁ ଦେଲେ ପ୍ରସ୍ତାବ ।

କନକ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଶୀତକାଳୀନ ଅଧିବେଶନ । ଏହି ସମୟରେ ବିଧାନସଭାରେ କୋଶଳୀ ଭାଷାରେ ନିଜର ଅଭିଭାଷଣ ରଖିବାକୁ ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଓଲିଉଡ କଳାକାରଙ୍କ କଳିରୁ ତେଜିଥିବା କୋଶଳ ରାଜ୍ୟ ଦାବି ବେଳେ ନରସିଂହ ମିଶ୍ର ଏଭଳି ଏକ ପ୍ରସ୍ତାବ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ନରସିଂହଙ୍କ ପ୍ରସ୍ତାବର ଜବାବ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ବିଧାନସଭା ଅନୁମୋଦନ ପାଇଥିବା ଭାଷାରେ ଜଣେ ବିଧାୟକ ଗୃହରେ ନିଜ ମତାମତ ରଖିପାରିବେ । ଏହା ନିୟମରେ ମଧ୍ୟ ଅଛି । ସେପଟେ ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି, ଷ୍ଟେନୋ ଗ୍ରାଫର ନଥିବାରୁ ଏହି ବ୍ୟବସ୍ଥା ସମ୍ଭବ ନୁହେଁ । ଆଗାମୀ ଦିନରେ ଏ ବାବଦରେ ବ୍ୟବସ୍ଥା କରାଯିବ । କାରଣ ଦସ୍ୟଙ୍କ ବିବୃତି ଯଦି ରେକର୍ଡ ନରହିବ ତାହେଲେ ଏହା ଫଳପ୍ରଦ ହେବନି ବୋଲି ବାଚସ୍ପତି କହିଛନ୍ତି ।

The post କଂଗ୍ରେସ ବିଧାୟକଙ୍କ ପ୍ରସ୍ତାବ ନେଇ ବଢିଲା ଚର୍ଚ୍ଚା । କୋଶଳୀ ଭାଷାରେ ଅଭିଭାଷଣ ରଖିବାକୁ ଦେଲେ ପ୍ରସ୍ତାବ । first appeared on Kanak News.

from Kanak News
via <a href="https://ifttt.com/?

କାଲିଠୁ ବିଧାନସଭା ଶୀତ ଅଧିବେଶନ । ସର୍ବଦଳୀୟ ବୈଠକ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ ।

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି । ତେବେ ସୁରୁଖୁରୁରେ ଗୃହକାର୍ଯ୍ୟ ଚଳାଇବାକୁ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ସର୍ବଦଳୀୟ ବୈଠକ କରିଛନ୍ତି । ଅଧିବେଶନ ଯେପରି ସୁରୁଖୁରରେ ଚାଲିବ, ସେ ନେଇ ସବୁ ଦଳଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି । ସେପଟେ ବିଧାନସଭାରେ ଶାସକ ଦଳକୁ ବିଭିନ୍ନ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଆଜି ଅପରାହ୍ନ ୪ଟା ପରେ ବିଜେପି ବିଧାୟକ ଦଳର ବୈଠକ ବିଜେପି କାର୍ଯ୍ୟାଳୟରେ ବସିବାର କାର୍ଯ୍ୟକ୍ରମ ରହିଛି । ସେହିପରି କଂଗ୍ରେସର ବିଧାୟକ ଦଳ ବୈଠକ କାଲି ବସିବ । ଆସନ୍ତାକାଲି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଜେଡିର ବିଧାୟକ ଦଳ ବୈଠକ ହେବ ବୋଲି ସୂଚନା ମିଳିଛି ।

The post କାଲିଠୁ ବିଧାନସଭା ଶୀତ ଅଧିବେଶନ । ସର୍ବଦଳୀୟ ବୈଠକ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ । first appeared on Kanak News.

from Kanak News
via <a href="https://ifttt.com/?

ସେବି ନିକଟରେ ଥିବା ସାହାରା ଟଙ୍କାକୁ ନେଇ ସରକାର ନେଇପାରନ୍ତି ବଡ ନିଷ୍ପତ୍ତି । ଅଣ ଦାବିଦାର ରାଶିକୁ ଗରିବ କଲ୍ୟାଣ ଯୋଜନାରେ ହେବ ବିନିଯୋଗ

କନକ ବ୍ୟୁରୋ : ସାହାର-ସେବି ରିଫଣ୍ଡ ଆକାଉଣ୍ଟରେ ଥିବା ଟଙ୍କାକୁ ସରକାରଙ୍କ ସଂଯୁକ୍ତ ପାଣ୍ଠିକୁ ସ୍ଥାନାନ୍ତର କରିବା ବୈଧତା ଉପରେ ସରକାର ବିଚାର କରୁଥିବା ଜଣାପଡିଛି । ତେବେ ଭବିଷ୍ୟତରେ ଦାବି କରୁଥିବା ନିବେଶକଙ୍କ ପାଇଁ ବ୍ୟବସ୍ଥା କରାଯିବା ବୋଲି ଆଶା କରାଯାଉଛି । ଗତ ସପ୍ତାହରେ ସହାରାର ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ଦେହାନ୍ତ ପରେ ଏହି ନିଷ୍ପତ୍ତି ଉପରେ ବିଚାର କରାଯାଉଛି ବୋଲି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।

ସୂଚନା ମୁତାବକ ସାହାରା ରିଫଣ୍ଡ ଆକାଉଣ୍ଟ ତିଆରି କରାଯିବା ପରେ ଗତ ୧୧ ବର୍ଷ ମଧ୍ୟରେ ମାତ୍ର ଅଳ୍ପ କେତୋଟି ଦାବିଦାର ସାମ୍ନାକୁ ଆସିଛନ୍ତି । ନିବେଶକଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ଏହି ରାଶିକୁ ଏକ ପୃଥକ ଆକାଉଣ୍ଟ ସହିତ କନସୋଲିଡେଟେଡ ଫଣ୍ଡ ଅଫ୍ ଇଣ୍ଡିଆରେ ରୂପାନ୍ତରିତ କରିବାର ବିକଳ୍ପ ଅନୁସନ୍ଧାନ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି । ଯଦି ସେବି ଦିଆଯାଇଥିବା ବିବରଣୀ ଯାଂଚ କରିବା ପରେ ସମସ୍ତ କିମ୍ବା କୌଣସି ଗ୍ରାହକଙ୍କ ଠିକଣା ଜାଣିବାରେ ଅସମର୍ଥ ହୁଏ, ତେବେ ସେହି ଗ୍ରାହକଙ୍କ ଠାରୁ ଆଦାୟ ହୋଇଥିବା ରାଶି ସରକାରଙ୍କୁ ହସ୍ତାନ୍ତର କରାଯିବ ।

ରିପୋର୍ଟରେ କୁହାଯାଇଛି କି, ଦାବିଦାର ନଥିବା ଟଙ୍କାକୁ ଗରିବଙ୍କୁ ସାହାଯ୍ୟ କିମ୍ବା ଅନ୍ୟ ଜନକଲ୍ୟାଣ କାର୍ଯ୍ୟରେ ବିନିଯୋଗ କରାଯିବ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସାହାରା ଗ୍ରୁପରୁ ଆଦାୟ କରି ରାଷ୍ଟ୍ରାୟତ ବ୍ୟାଙ୍କରେ ଜମା ହୋଇଥିବା ମୋଟ ୨୫,୧୬୩ କୋଟି ଟଙ୍କା ଥିବା ବେଳେ ୪୮,୩୨୬ ଆକାଉଣ୍ଟ ସହିତ ଜଡିତ ୧୭,୫୨୬ ଆବେଦନ ବଳରେ ନିବେଶକଙ୍କୁ ୧୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି ।

The post ସେବି ନିକଟରେ ଥିବା ସାହାରା ଟଙ୍କାକୁ ନେଇ ସରକାର ନେଇପାରନ୍ତି ବଡ ନିଷ୍ପତ୍ତି । ଅଣ ଦାବିଦାର ରାଶିକୁ ଗରିବ କଲ୍ୟାଣ ଯୋଜନାରେ ହେବ ବିନିଯୋଗ first appeared on Kanak News.

from Kanak News
via <a href="https://ifttt.com/?

କାଲିଠୁ ବିଧାନସଭା ଶୀତ ଅଧିବେଶନ । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ ଡିଜି । ବିଧାନସଭା ସୁରକ୍ଷାରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ

କନକ ବ୍ୟୁରୋ: ଶୀତ ଅଧିବେଶନ ପୂର୍ବରୁ ପୋଲିସ ଡିଜି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ପୋଲିସ କମିଶନରଙ୍କ ସମେତ ଭୁବନେଶ୍ୱର ଡିସିିପି ଓ ଅନ୍ୟ ଅଧିକାରୀଙ୍କୁ ନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଡିଜି । ପ୍ରତି ଅଧିବେଶନ ଭଳି ଏଥର ମଧ୍ୟ ସମାନ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉଭୟ ବିଧାନସଭା ଭିତରେ ଏବଂ ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେହିଭଳି ଆନ୍ଦୋଳନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିବା ପୋଲିସ ଡିଜି କହିଛନ୍ତି । ୫ଟି କଂଟ୍ରୋଲ ରୁମ୍ ସହିତ ମୋଟ୍ ୨୮ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ ବୋଲି ଜଣାପଡିଛି ।

The post କାଲିଠୁ ବିଧାନସଭା ଶୀତ ଅଧିବେଶନ । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ ଡିଜି । ବିଧାନସଭା ସୁରକ୍ଷାରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ first appeared on Kanak News.

from Kanak News
via <a href="https://ifttt.com/?

ବିଧାନସଭା ଆଗରେ ପ୍ରତିବାଦ କରିବ ଘରୋଇ ବସ୍ ମାଲିକ ସଂଘ । ସାମିଲ ହେବେ ୧୦୦ ଜଣ ବସ୍ ମାଲିକ ।

କନକ ବ୍ୟୁରୋ: ୨୨ ତାରିଖରେ ବିଧାନସଭା ଆଗରେ ପ୍ରତିବାଦ କରିବ ଘରୋଇ ବସ୍ ମାଲିକ ସଂଘ । ଆଜି ସଂଘର ବୈଠକ ବସିଥିଲା । ଏହାପରେ ଏପରି ଏକ ନିଷ୍ପତି ହୋଇଥିବା ଜଣାପଡିଛି । ମୋଟ୍ ୧୦୦ ଜଣ ବସ୍ ମାଲିକ ଏହି ପ୍ରତିବାଦରେ ସାମିଲ ହେବେ ବୋଲି ଜଣାପଡିଛି । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ନେଇ ଘରୋଇ ବସ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ବିବାଦ ଚାଲିଛି । ବ୍ଲକରୁ ଜିଲ୍ଲାକୁ ବସ୍ ନଗଡୁ ବୋଲି ଘରୋଇ ବସ ମାଲିକ ଦାବି କରିଛନ୍ତି । ଏପରି ହେଲେ ଘରୋଇ ବସ ମାଲିକ ସଂଘ ଘାଟାରେ ପଡିବ ବୋଲି ଦାବି କରିଛନ୍ତି ।

The post ବିଧାନସଭା ଆଗରେ ପ୍ରତିବାଦ କରିବ ଘରୋଇ ବସ୍ ମାଲିକ ସଂଘ । ସାମିଲ ହେବେ ୧୦୦ ଜଣ ବସ୍ ମାଲିକ । first appeared on Kanak News.

from Kanak News
via <a href="https://ifttt.com/?

ଆଦିବାସୀ ଜମି ହସ୍ତାନ୍ତର ନେଇ ରାଜ୍ୟ ସରକାରଙ୍କୁ ମୋହନ ମାଝୀଙ୍କ ଟାର୍ଗେଟ । ସେପଟେ ଜବାବ ରଖିଲେ ବିଜେଡି ବିଧାୟକ ପଦ୍ମନାଭ ବେହେରା ।

କନକ ବ୍ୟୁରୋ: ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଦିବାସୀଙ୍କ ଜମି ହସ୍ତାନ୍ତର ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଆଦବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ହସ୍ତାନ୍ତର ନିଷ୍ପତି ସ୍ଥଗିତ ନୁହେଁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଉ । ଆଦିବାସୀ ମାନଙ୍କୁୁ ଭୂମିହୀନ କରିବାକୁ ଏହା ସରକାରଙ୍କ ବଡ ଷଡଯନ୍ତ୍ର । କ୍ୟାବିନେଟ ମଂଜୁର ନିଷ୍ପତିକୁ ସ୍ଥଗିତ ରଖିବାର ଅର୍ଥ ପରେ ଲାଗୁ କରାଯାଇପାରେ । ଏଣୁ ଆଦିବାସୀଙ୍କ ସ୍ୱାର୍ଥକୁ ଆଖିରେ ରଖି ସରକାର ଶୀଘ୍ର ନିଷ୍ପତି ପ୍ରତ୍ୟାହାର କରିନିଅନ୍ତୁ । ନଚେତ୍ ଆସନ୍ତାକାଲି ବିଜେପି ପକ୍ଷରୁ ବିଧାନସଭାରେ ତୀବ୍ର ବିରୋଧ କରାଯିବ । କେବଳ ଗୃହ ନୁହେଁ ଗୃହ ବାହାରେ ମଧ୍ୟ ଜନ ଆନ୍ଦୋଳନ କରାଯିବ ବୋଲି ମୋହନ ମାଝୀ କହିଛନ୍ତି ।

ସେପଟେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ବିଜେଡି ବିଧାୟକ ପଦ୍ମନାଭ ବେହେରା । ରାଜ୍ୟ ସରକାର କେବେ ବି ଆଦିବାସୀଙ୍କ ମାରଣ ନୀତି କରିନାହାନ୍ତି । କିଛି ଲୋକଙ୍କ ଆଲୋଚନା କ୍ରମେ କ୍ୟାବିନେଟକୁ ସେହି ପ୍ରସ୍ତାବ ଆସିଥିଲା । ତାକୁ ବିଚାର କରାଯାଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥଗିତ ରଖାଯାଇଛି । ପରବର୍ତୀ ସମୟରେ ଏହାକୁ ନେଇ କ’ଣ କରାଯିବ ସରକାର ଚିନ୍ତା କରୁଛନ୍ତି । ଆଗକୁ ଯାହାବି ହେବ ଭଲ ହେବ ବୋଲି କହିଛି ବିଜେଡି । ବିଧାନସଭାରେ ପ୍ରସଙ୍ଗ ଉଠାଇବାକୁ କାହାକୁ ମନା ନାହିଁ । ଯଦି ବିରୋଧୀ ଏହାକୁ ବିଧାନସଭାରେ ଉତ୍ତର ରଖିବେ ତେବେ ସରକାର ଠିକ୍ ଉତ୍ତର ଦେବେ ବୋଲି ଦଳ ପକ୍ଷରୁ ଉତ୍ତର ରଖାଯାଇଛି ।

The post ଆଦିବାସୀ ଜମି ହସ୍ତାନ୍ତର ନେଇ ରାଜ୍ୟ ସରକାରଙ୍କୁ ମୋହନ ମାଝୀଙ୍କ ଟାର୍ଗେଟ । ସେପଟେ ଜବାବ ରଖିଲେ ବିଜେଡି ବିଧାୟକ ପଦ୍ମନାଭ ବେହେରା । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡର ସୁଯୋଗ ନେଇ ମାତିଲେ ଅସାଧୁ ବ୍ୟବସାୟୀ । ଜଗା ଦୁଆରରେ ଚଢା ଦରରେ ବିକ୍ରି କରୁଛନ୍ତି ପାଣି ବୋତଲ ।

କନକ ବ୍ୟୁରୋ: ଜଗା ଦୁଆରରେ ମହଙ୍ଗା ହେଲା ଖାଦ୍ୟ ସାମଗ୍ରୀ । ଧାଡିରେ ଠିଆ ହୋଇଥିବା ଭକ୍ତଙ୍କୁ ମହଙ୍ଗା ଦରରେ ପାଣି ବୋତଲ ସହ ଅନ୍ୟ ଖାଦ୍ୟ ସାମଗ୍ରୀ ବିକ୍ରି କରିଛନ୍ତି ଅସାଧୁ ବ୍ୟବସାୟୀ । ଧାଡି ବାନ୍ଧି ଦର୍ଶନ ପାଇଁ ଅପେକ୍ଷା କରିଥିବା ଭକ୍ତ ଅନ୍ୟ କୌଣସି ଉପାୟ ନପାଇ ଦୁଇ ଗୁଣା ଟଙ୍କା ଦେଇ ପାଣି ବୋତଲ କିଣିଛନ୍ତି । ଅସାଧୁ ବ୍ୟବସାୟୀ ଜାଣିଛନ୍ତି ଭକ୍ତ ଧାଡିରୁ ବାହାରିପାରିବେ ନାହିଁ । ତେଣୁ ଭକ୍ତଙ୍କୁ ମନଇଛା ଖାଦ୍ୟ ସାମଗ୍ରୀ ଓ ପାଣି ବୋତଲ ଦର କଷିଛନ୍ତି ।

ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଦର୍ଶନ ପାଇଁ ଧାଡ଼ିରେ ଯିବା ବେଳେ ଅଚେତ୍ ହୋଇପଡ଼ିଲେ ଭକ୍ତ । ଭିଡ଼ ଭିତରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବ ପରେ ଅସନ୍ତୋଷ ପ୍ରକାଶ କଲେ ବୃଦ୍ଧା । ସେହିପରି ଆଉ ଜଣେ ଶ୍ରଦ୍ଧାଳୁ ଅଚେତ ହୋଇପଡ଼ିଥିବାରୁ ତାଙ୍କୁ ଆମ୍ବୁଲାନ୍ସରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । କାର୍ତିକ ମାସ ଯୋଗୁଁ ପ୍ରବଳ ଗହଳି ଜମୁଛି । ବ୍ୟାରିକେଟ୍ ବାହାରେ ବଡ଼ଦାଣ୍ଡରେ ଲମ୍ବା ଲାଇନ ଲଗାଇଛନ୍ତି ଶ୍ରଦ୍ଧାଳୁ । ସିଂହଦ୍ୱାର ଠାରୁ ମାର୍କେଟ ଛକ ଯାଏଁ ଲମ୍ବା ଲାଇନ୍ ଲାଗିଛି । ଶୃଂଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ୟାରିକେଟରେ ଘଂଟା ଘଂଟା ଧରି ଛିଡ଼ା ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ ।

The post ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡର ସୁଯୋଗ ନେଇ ମାତିଲେ ଅସାଧୁ ବ୍ୟବସାୟୀ । ଜଗା ଦୁଆରରେ ଚଢା ଦରରେ ବିକ୍ରି କରୁଛନ୍ତି ପାଣି ବୋତଲ । first appeared on Kanak News.

from Kanak News
via <a href="https://ifttt.com/?

ସହରାଞ୍ଚଳର ଗରିବଙ୍କୁ ମିଳିବ ଆପାର୍ଟମେଣ୍ଟ । କ୍ୟାମ୍ପସରେ ରହିଛି ପାର୍କ, କମ୍ୟୁନିଟି ସେଣ୍ଟର ସହ ମାର୍କେଟ କଂପ୍ଲେକ୍ସର ସୁବିଧା । ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ସହରୀ ଗରିବ ବସ୍ତି ବାସ୍ତିନ୍ଦାଙ୍କୁ ମିଳିବ ଘର । ଆଜି ସୁଲଭ ବାସଗୃହ ପ୍ରକଳ୍ପ ଯୋଜନାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ସହରରେ ରହୁଥିବା ଗରିବ ଏଣିକି ମୁଣ୍ଡ ଉପରେ ଛାତ ପାଇବେ । ରାଜ୍ୟ ସରକାର ସମସ୍ତଙ୍କ ରହିବା ପାଇଁ ସ୍ଥାନ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଖାସ୍ କରି ସହରରେ ରହୁଥିବା ଗରିବ ବା ଆର୍ଥିକ ଅନଗ୍ରସରଙ୍କ ରହିବା ବ୍ୟବସ୍ଥା ପାଇଁ ସରକାର ଗୃହ ଯୋଜନା ଆଣିଛନ୍ତି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏ ଏହି ଯୋଜନାରେ ନୂଆ ଘର ନିର୍ମାଣ କରିବା ସହ ପୁରୁଣା ଘରଗୁଡ଼ିକୁ ଠିକ୍ କରିବାରେ ସହାୟତା କରୁଛନ୍ତି । ରାଜଧାନୀର ତିନୋଟି ଭିନ୍ନ ଭିନ୍ନ ଅଂଚଳରେ ଆପାର୍ଟମେଣ୍ଟ ତିଆରି ହୋଇଛି । ଗୋଟିଏ ଚନ୍ଦ୍ରଶେଖରପୁର ଅନ୍ୟ ଦୁଇଟି ସତ୍ୟନଗରରେ । ଦେଢ ଲକ୍ଷ ଟଂକା ଦେଲେ ଏହି ଆପାର୍ଟମେଣ୍ଟ ମିଳୁଛି ବୋଲି ହିତାଧିକାରୀ କହିଛନ୍ତି ।

ଚନ୍ଦ୍ରଶେଖରପୁରରେ ୨୦.୨୧ ଏକର ଜମିରେ ତିଆରି ହୋଇଛି ଆପାର୍ଟମେଣ୍ଟ
ତଳ ମହଲା ସହିତ ଉପରେ ଆଉ ୪ ମହଲା ଘର ରହିଛି
ମୋଟ୍ ୧୧.୯୫ ଏକର ଜମିରେ ଛିଡା ହୋଇଛି ଏହି ଘର
ହିତାଧିକରୀ ପାଇବେ ୱାନ୍ ବିଏଚକେ ଆପାର୍ଟମେଂଟ୍
ଗୋଟିଏ ଘର ଭିତରେ ହଲ୍, ବେଡରୁମ୍, କିଚେନ୍, ଗାଧୋଇବା ଘର ବ୍ୟବସ୍ଥା
ପାଣି ବ୍ୟବସ୍ଥା, ସ୍ୱରେଜ, ଷ୍ଟ୍ରିଟ୍ ଲାଇଟ୍, ଦୋକାନ ଘର ରହିବ
କ୍ୟାମ୍ପସରେ ପାର୍କ, କମ୍ୟୁନିଟି ସେଂଟର, ମାର୍କେଟ କଂପ୍ଲେକ୍ସର ବ୍ୟବସ୍ଥା
ପାଠାଗାର, ପାଠ ପଢିବା ଘର ଆଦି ବ୍ୟବସ୍ଥା ରହିଛି

The post ସହରାଞ୍ଚଳର ଗରିବଙ୍କୁ ମିଳିବ ଆପାର୍ଟମେଣ୍ଟ । କ୍ୟାମ୍ପସରେ ରହିଛି ପାର୍କ, କମ୍ୟୁନିଟି ସେଣ୍ଟର ସହ ମାର୍କେଟ କଂପ୍ଲେକ୍ସର ସୁବିଧା । ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ଭାରତୀୟ ଆକାଶରେ ଉଡନ୍ତା ଥାଳିଆ : ପିଛା କଲା ରାଫେଲ

ଭାରତୀୟ ବାୟୁସେନା ଇମ୍ଫାଲ ବିମାନବନ୍ଦରରେ ଦେଖାଯାଇଥିବା UFO(Unidentified flying object) ଅର୍ଥାତ୍ ଅଜଣା ଉଡନ୍ତା ବସ୍ତୁକୁ ଖୋଜିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛିଏହାକୁ ଖୋଜିବା ପାଇଁ ଦୁଇଟି ରାଫେଲ ଯୁଦ୍ଧବିମାନ ପଠାଇଛି ଭାରତୀୟ ବାୟୁସେନା । ଏହି ଯୁଦ୍ଧ ବିମାନଗୁଡ଼ିକ ଇମ୍ଫାଲର ଆକାଶରେ ଏବଂ ଏହାର ଆଖପାଖରେ ଏହି UFO କୁ କ୍ରମାଗତ ଭାବରେ ଖୋଜି ଚାଲିଛନ୍ତି ।

୧୯ ନଭେମ୍ବର ୨୦୨୩ ଅର୍ଥାତ୍ ରବିବାର ଦିନ ଏକ UFO(ଅଜଣା ଉଡନ୍ତା ବସ୍ତୁ) ଇମ୍ଫାଲ୍ ବିମାନବନ୍ଦରରେ ଦେଖାଗଲା |CISF ସୈନିକମାନେ ଏହା ଦେଖିଥିଲେ। ଏହା ପରେ ସେଠାରେ ନାଗରିକ ବିମାନ ଉଡ଼ାଣ ବନ୍ଦ କରାଯାଇଥିଲା । ଏହି ରିପୋର୍ଟ ପରେ ଭାରତୀୟ ବାୟୁସେନା ତୁରନ୍ତ ଏହାର ଦୁଇଟି ରାଫେଲ ଯୁଦ୍ଧ ବିମାନକୁ ସେହି UFO ସନ୍ଧାନରେ ପଠାଇଥିଲା ।

ଅଜଣା ଉଡନ୍ତା ବସ୍ତୁ ସନ୍ଧାନରେ ରାଫେଲ ଯୁଦ୍ଧବିମାନ

ଭାରତୀୟ ବାୟୁସେନାର ଉଚ୍ଚ ପଦାଧିକାରୀମାନେ କହିଛନ୍ତି ଯେ ଇମ୍ଫାଲ ବିମାନବନ୍ଦରରୁ ଜଣେ ସାଧାରଣ ନାଗରିକଙ୍କଠାରୁ UFO ଦେଖିବା ବିଷୟରେ ଏକ ବାର୍ତ୍ତା ମିଳିଥିଲା । ଏହା ପରେ ତୁରନ୍ତ ଏକ ରାଫେଲ୍ ଯୁଦ୍ଧ ବିମାନ ହାସିମାରା ବାୟୁସେନା ବେସରୁ UFO ଦେଖାଯାଇଥିବା ସ୍ଥାନକୁ ଯାଇଥିଲା ।  କିନ୍ତୁ ରାଫେଲେ ରାଡାରରେ କୌଣସି ଅଜଣା ବସ୍ତୁ କିମ୍ବା ଯାନ ଦେଖାଗଲା ନାହିଁ । କିମ୍ବା ପାଇଲଟ ଆକାଶରେ ଏପରି କିଛି ଜିନିଷ ଦେଖିବାକୁ ପାଇଲେନାହିଁ । ପ୍ରଥମ ଯୁଦ୍ଧ ବିମାନ ଫେରିବା ମାତ୍ରେ ଅନ୍ୟ ଏକ ରାଫେଲକୁ ଡବଲ୍ ଚେକ୍ କରିବାପାଇଁ ପଠାଗଲା । କିନ୍ତୁ ସେହି ଅଞ୍ଚଳରେ ଏବଂ ଏହାର ଆଖପାଖରେ କୌଣସି ଅଜଣା ଉଡନ୍ତା ବସ୍ତୁ କ ଦେଖାଯାଇନଥିଲା । କିନ୍ତୁ ଭାରତୀୟ ବାୟୁସେନାର ଇଷ୍ଟର୍ନ କମାଣ୍ଡ ତୁରନ୍ତ ଏହାର ବାୟୁ ପ୍ରତିରକ୍ଷା ପ୍ରତିକ୍ରିୟା ପ୍ରଣାଳୀ ଆରମ୍ଭ କେଇଦେଇଥିଲା ।

ବାୟୁ ପ୍ରତିରକ୍ଷା ପ୍ରଣାଳୀ ତୁରନ୍ତ ସକ୍ରିୟ ହେଲା

ଇଷ୍ଟର୍ନ କମାଣ୍ଡ X’ ରେ ଲେଖିଛନ୍ତି ଯେ ଭାରତୀୟ ବାୟୁସେନା ତାର ବାୟୁ ପ୍ରତିରକ୍ଷା ରେସପନ୍ସ ମେକାନିଜିମକୁ ସକ୍ରିୟ କରିଛି । କାରଣ ଭିଜୁଆଲ୍ ଇନପୁଟ୍ ଇମ୍ଫାଲ୍ ବିମାନବନ୍ଦରରୁ ଆସିଥିଲା ​​। କୁହାଯାଉଥିଲା ଯେ ପ୍ରାୟ ୪ଟା ସମୟରେ UFO(ଅଜଣା ଉଡନ୍ତା ବସ୍ତୁ) ଏୟାରଫିଲ୍ଡରୁ ପଶ୍ଚିମ ଆଡକୁ ଗତି କରୁଥିବାର ଦେଖାଯାଇଥିଲା । ଯେତେବେଳେ ବାୟୁସେନା ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କଲା, ସେଠାରେ କିଛି ପାଇଲା ନାହିଁ । ଅବଶ୍ୟ, ସେହି ଛୋଟ ଉଡ଼ନ୍ତା ବସ୍ତୁ ସେହି ଅଞ୍ଚଳରେ ପରେ ଆଉ ଦେଖାଯାଇ ନଥିଲା ।    

The post ଭାରତୀୟ ଆକାଶରେ ଉଡନ୍ତା ଥାଳିଆ : ପିଛା କଲା ରାଫେଲ first appeared on Kanak News.

from Kanak News
via <a href="https://ifttt.com/?

ପବିତ୍ର କର୍‌ତାର୍‌ପୁର ଗୁରୁଦ୍ୱାରା ପରିସରରେ ମଦ ,ମାଂସର ଆସର । ପାକିସ୍ତାନର ଏଭଳି କାର୍ଯ୍ୟ ବିରୋଧରେ ତାତିଲେ ସଂଖ୍ୟାଲଘୁ ସମ୍ପ୍ରଦାୟ ।

କନକ ବ୍ୟୁରୋ: ପାକିସ୍ତାନ ଅଧିକୃତ ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ନରୋୱାଲସ୍ଥିତ କର୍‌ତାର୍‌ପୁର ଦରବାର ଗୁରୁଦ୍ୱାରା ପରିସରରେ ‘ଡ୍ୟାନ୍ସ ପାର୍ଟି’ ଆୟୋଜନ କରି ସେଥିରେ ମଦ ଓ ମାଂସ ପରିବେଶଷଣ କରାଯାଇଥିବା ଘଟଣାକୁ ନେଇ ଏବେ ସଂଖ୍ୟାଲଘୁଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ପାକିସ୍ତାନର ଯେଉଁ ଅଧିକାରୀମାନେ ଏଭଳି କାମ କରିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଶିଖ୍ ସମ୍ପ୍ରଦାୟ ଦାବି କରିଛି । ଏହାକୁ ବିଜେପି ନେତା ମନ୍‌ଜିନ୍ଦର୍‌ ସିଂହ ମଧ୍ୟ ବିରୋଧ କରିଛନ୍ତି ।

ଗୁରୁଦ୍ୱାରାରେ ଆୟୋଜିତ ‘ଡ୍ୟାନ୍ସ ପାର୍ଟି’ର ଭିଡିଓ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଏଭଳି ‘ଡ୍ୟାନ୍‌ସ୍‌ ପାର୍ଟି’ ଆୟୋଜନ କରି କର୍‌ତାର୍‌ପୁର ଗୁରୁଦ୍ୱାରା ପ୍ରଶାସନ ଶିଖ୍‌ ଭାବାବେଗକୁ ଅସମ୍ମାନିତ କରିଥିବା କଥା ସିରସା କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ପାର୍ଟିରେ ଯୋଗ ଦେଇଥିବା କେତେଜଣ ବ୍ୟକ୍ତି ମାଂସ ଖାଇବା ସହିତ ମଦ୍ୟପାନ କରିଛନ୍ତି । ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ସୂଚନା ମୁତାବକ, ନଭେମ୍ବର ୧୮ ତାରିଖ ରାତି ୮ଟା ବେଳେ କର୍‌ତାର୍‌ପୁର କରିଡର୍‌ ‘ପିଏମୟୁ’ର ‘ସିଇଓ’ ସୟେଦ୍‌ ଆବୁ ବାକର୍‌ କ୍ୟୁରେଶି ଏହି ‘ଡ୍ୟାନ୍ସ ପାର୍ଟି’ ଆୟୋଜନ କରିଥିଲେ। ୩ ଘଣ୍ଟା ଧରି ଚାଲିଥିବା ଏହି ପାର୍ଟି ଶ୍ରୀ ଦରବାର ସାହିବ୍‌ଙ୍କ ଦର୍ଶନୀ ଦେଓରିଠାରୁ ମାତ୍ର ୨୦ ଫୁଟ୍‌ ଦୂରରେ ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ସମ୍ପ୍ରଦାୟର ୮୦ରୁ ଅଧିକ ଲୋକ ଯୋଗ ଦେଇଥିଲେ।

The post ପବିତ୍ର କର୍‌ତାର୍‌ପୁର ଗୁରୁଦ୍ୱାରା ପରିସରରେ ମଦ ,ମାଂସର ଆସର । ପାକିସ୍ତାନର ଏଭଳି କାର୍ଯ୍ୟ ବିରୋଧରେ ତାତିଲେ ସଂଖ୍ୟାଲଘୁ ସମ୍ପ୍ରଦାୟ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started