ଚାରିଦ୍ୱାର ଖୋଲିବା ପାଇଁ ଜୋର ଧରିଲା ଦାବି । କ୍ଷୋଭ ପ୍ରକାଶ କଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୁଷଣ ହିରିଚନ୍ଦନ । କହିଲେ, ସୁବିଧାରେ ଦର୍ଶନ ପାଇଁ ନାହିଁ କୌଣସି ବ୍ୟବସ୍ଥା ।

କନକ ବ୍ୟୁରୋ: ସେପଟେ ଭିଡ଼ ଭିତରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି ହୋଉଛି । ଏହି ସମୟରେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏହାକୁ ନେଇ ଏକ ଆଲେଖ୍ୟ ଲେଖିଛନ୍ତି । ଧାଡିରେ ଛିଡା ହୋଇ ଲୋକେ କଷ୍ଟ ପାଉଛନ୍ତି । ତାଙ୍କ ପାଇଁ ବ୍ୟବସ୍ଥା ନାହିଁ । କାହାକୁ ଶୌଚ ଲାଗିଲେ ତାର କିଛି ବ୍ୟବସ୍ଥା ନାହିଁ । ଏସବୁ ଦେଖି ଅନେକ କଷ୍ଟ ଲାଗିଛି ବୋଲି ରାଜ୍ୟପାଳ ବିଶ୍ୱଭୂଷଣ ତାଙ୍କ ଆଲେଖ୍ୟ ‘ଜଗନ୍ନାଥଙ୍କ ଦର୍ଶନ ଶୃଙ୍ଖଳିତ ଯନ୍ତ୍ରଣା ରହିତ ହେବା ଆବଶ୍ୟକ’ରେ ଲେଖିଛନ୍ତି ।

ନିକଟରେ ସେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଗସ୍ତ କରିଥିଲେ । ଏହି ସମୟରେ ସେ ନିଜେ ହୃଦବୋଧ କରିଥିବା କଥାକୁ ତାଙ୍କ ଆଲେଖ୍ୟ ଜରିଆରେ ଲେଖିଛନ୍ତି । ସେ କହିଛନ୍ତି, ଗୋଟିଏ ଦ୍ୱାରରେ ପ୍ରକଳ୍ପ କରି ଅନ୍ୟ ୩ଟି ଦ୍ୱାର ଖୋଲିଦେଲେ ସମସ୍ତେ ପ୍ରବେଶ କରି ଦର୍ଶନ କରିବେ । ପ୍ରକଳ୍ପ ହେଉ କିନ୍ତୁ ଐତିହ ନଷ୍ଟ ନହେଉ । ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ଦାବି କରିଛନ୍ତି । ଯଦି କିଛି ଅଘଟଣ ଘଟେ ତାହାଲେ ରାଜ୍ୟ ସରକାର ଦାୟୀ ରହିବେ  ବୋଲି କହିଛନ୍ତି ।

The post ଚାରିଦ୍ୱାର ଖୋଲିବା ପାଇଁ ଜୋର ଧରିଲା ଦାବି । କ୍ଷୋଭ ପ୍ରକାଶ କଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୁଷଣ ହିରିଚନ୍ଦନ । କହିଲେ, ସୁବିଧାରେ ଦର୍ଶନ ପାଇଁ ନାହିଁ କୌଣସି ବ୍ୟବସ୍ଥା  । first appeared on Kanak News.

from Kanak News
via <a href="https://ifttt.com/?

୯ ଦିନ ହେଲା ମୃତ୍ୟୁର ସୁଡ଼ଙ୍ଗରେ ଫସିଛି ୪୧ ଜୀବନ । ଉଦ୍ଧାର କାମ ଜୋରଦାର କରିବାକୁ ମୋଦୀଙ୍କ ପରାମର୍ଶ ।ସଂଧ୍ୟା ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦେବାକୁ ପିଏମଓର ନିର୍ଦ୍ଦେଶ ।

କନକ ବ୍ୟୁରୋ: ଟନେଲରେ ଫସିରହିଛି ଶ୍ରମିକଙ୍କ ଜୀବନ । ଦିନେ କି ଦୁଇ ଦିନ ନୁହଁ ଦୀର୍ଘ ୯ ଦିନ ହେଲା ଟନେଲ ଭିତରେ ବଂଚିବାର ଅହରହ ସଂଘର୍ଷ ଜାରି ରହିଛି । ଉତରାଖଣ୍ଡ ଉତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଏପର୍ଯ୍ୟନ୍ତ ଉଦ୍ଧ।ର କରାଯାଇନଥିବା ବେଳେ ଆରମ୍ଭ ହୋଇଛି ‘ଅପରେଶନ ଜିନ୍ଦେଗୀ’ । ଶ୍ରମିକ ମାନଙ୍କୁ ଉଦ୍ଧାର ପାଇଁ ସୁଡଙ୍ଗ ଉପରୁ ଚାଲିଛି ଖନନ କାର୍ଯ୍ୟ । ଘଟଣାସ୍ଥଳରେ ଅଷ୍ଟ୍ରେଲିଆର ଜଣେ ମାଇକ୍ରୋ ଟନେଲ ବିଶେଷଜ୍ଞ ଉତରକାଶୀ ପହଞ୍ଚିସାରିଛନ୍ତି । ଟନେଲ ଖୋଳିବାରେ ପୁରା ଟିମ୍ ଲାଗିପଡିଛନ୍ତି । କର।।ଯାଇଥିବା ଯୋଜନା ଅନୁସାରେ ଟନେଲ ଉପରୁ କଟାଯାଇ ଫସିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର କର।।ଯିବ । ଟନେଲ ଭିତିରୁ ସମସ୍ତଙ୍କୁ ଏୟାର ଲିଫ୍ଟିଂ କରିବାକୁ ଯୋଜନା କରାଯାଉଛି । ପ୍ଲାନ୍ -ବି ପାଇଁ ରେଲୱେ ଓ ନରୱେର ଏକ୍ସପର୍ଟ ଟିମ୍ ମଧ୍ୟ ସାମିଲ ହୋଇଛନ୍ତି । ଟନେଲରେ ଫସିଥିବା ଶ୍ରମିକ ମାନଙ୍କୁ ଖାଦ୍ୟ ଓ ପାଣି ଯୋଗାଇବାକୁ ୪୦ ମିଟର ପର୍ଯ୍ୟନ୍ତ ୬ ଇଂଚ ପାଇପ ଲାଇନ୍ ବ୍ୟବସ୍ଥା କରାଯାଇଛି ।

ସିଲକୟାରା ଟନେଲରେ ଫସି ରହିିଥିବା ଶ୍ରମିକଙ୍କ ଉଦ୍ଧାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଛନ୍ତି । ଉଦ୍ଧାର କାର୍ଯ୍ୟ ଜୋରଦାର କରିବା ସହ ରିଲିଫ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । କେନ୍ଦ୍ର ପକ୍ଷରୁ ଆବଶ୍ୟକ ଉପକରଣ ଯୋଗାଯାଇଥିିବା କଥା ମଧ୍ୟ କହିଥିଲେ ମୋଦୀ । ସେହିଭଳି ସଂଧ୍ୟା ସୁଦ୍ଧା ଚୁଡ଼ାନ୍ତ ରିପୋର୍ଟ ଦେବାକୁ ପିଏମଓ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

The post ୯ ଦିନ ହେଲା ମୃତ୍ୟୁର ସୁଡ଼ଙ୍ଗରେ ଫସିଛି ୪୧ ଜୀବନ । ଉଦ୍ଧାର କାମ ଜୋରଦାର କରିବାକୁ ମୋଦୀଙ୍କ ପରାମର୍ଶ ।ସଂଧ୍ୟା ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦେବାକୁ ପିଏମଓର ନିର୍ଦ୍ଦେଶ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଦର୍ଶନ ପାଇଁ ଲମ୍ବା ଧାଡ଼ି ଥିବା ବେଳେ ଭକ୍ତ ଅଚେତ୍ । ଜଗା ଦର୍ଶନ ନପାଇ କାନ୍ଦି କାନ୍ଦି ଫେରୁଛନ୍ତି ଭକ୍ତ ।

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଦର୍ଶନ ପାଇଁ ଧାଡ଼ିରେ ଯିବା ବେଳେ ଅଚେତ୍ ହୋଇପଡ଼ିଲେ ଭକ୍ତ । ଭିଡ଼ ଭିତରେ ଘଂଟା ଘଂଟା ଧରି ଛିଡ଼ା ହେବ ପରେ ଅସନ୍ତୋଷ ପ୍ରକାଶ କଲେ ବୃଦ୍ଧା । ସେହିପରି ଆଉ ଜଣେ ଶ୍ରଦ୍ଧାଳୁ ଅଚେତ ହୋଇପଡ଼ିଥିବାରୁ ତାଙ୍କୁ ଆମ୍ବୁଲାନ୍ସରେ ମେଡ଼ିକାଲରେ ଭର୍ତି କରାଯାଇଛି । କାର୍ତ୍ତିକ ମାସ ଯୋଗୁଁ ପ୍ରବଳ ଗହଳି ଜମୁଛି । ବ୍ୟାରିକେଟ୍ ବାହାରେ ବଡ଼ଦାଣ୍ଡରେ ଲମ୍ବା ଲାଇନ ଲଗାଇଛନ୍ତି ଶ୍ରଦ୍ଧାଳୁ ।

ସିଂହଦ୍ୱାର ଠାରୁ ମାର୍କେଟ ଛକ ଯାଏଁ ଲମ୍ବା ଲାଇନ୍ ଲାଗିଛି । ଶୃଂଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ୟାରିକେଟରେ ଘଂଟା ଘଂଟା ଧରି ଛିଡ଼ା ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ । ଅନେକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ ପାଉନଥିବାରୁ କାନ୍ଦି କାନ୍ଦି ଫେରୁଥିବାର ଦଆ୍ୟ ଦେଖିବାକୁ ମିଳିଛି ।

The post ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଦର୍ଶନ ପାଇଁ ଲମ୍ବା ଧାଡ଼ି ଥିବା ବେଳେ ଭକ୍ତ ଅଚେତ୍ । ଜଗା ଦର୍ଶନ ନପାଇ କାନ୍ଦି କାନ୍ଦି ଫେରୁଛନ୍ତି ଭକ୍ତ । first appeared on Kanak News.

from Kanak News
via <a href="https://ifttt.com/?

ଭାରତ ସହ ହେଇଥିବା ୧୦୦ ବୁଝାମଣାର ଆଉଥରେ କରିବେ ସମୀକ୍ଷା । ମାଲଦୀପ ରାଷ୍ଟ୍ରପତିଙ୍କ ଆଉଏକ ବିବାଦପୂର୍ଣ ଘୋଷଣା

ଶନିବାର କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁଙ୍କ ସହ ତାଙ୍କର ସାକ୍ଷାତ ସମୟରେ ରାଷ୍ଟ୍ରପତି ମୁଇଜୁ ମାଲଦ୍ୱୀପରୁ ନିଜର ସୈନିକମାନଙ୍କୁ ପ୍ରତ୍ୟାହାର କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ । ନିର୍ବାଚନ ପ୍ରଚାର ସମୟରେ ମୁଇଜୁ ମାଲଦ୍ୱୀପରେ ଭାରତୀୟ ସୈନିକମାନଙ୍କ ଉପସ୍ଥିତିକୁ ଏକ ପ୍ରସଙ୍ଗ କରିଥିଲେ ।

ମାଲଦ୍ୱୀପର ନୂତନ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରେ ମହମ୍ମଦ ମୁଇଜୁ ଭାରତ ବିରୋଧରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ମାଲଦ୍ୱୀପରେ ୭୭ ଜଣ ଭାରତୀୟ ସୈନିକ ମୃତୟନ ଅଛନ୍ତି । ଏବଂ ଏଠାରେ ନୂତନ ସରକାର ଭାରତ ସହିତ ସ୍ୱାକ୍ଷରିତ ୧୦୦ ରୁ ଅଧିକ ଚୁକ୍ତିନାମାର ସମୀକ୍ଷା କରୁଛନ୍ତି । ମାଲଦ୍ୱୀପର ଜଣେ ବରିଷ୍ଠ ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି । ମାଲଦ୍ୱୀପରେ ୭୭ ଜଣ ଭାରତୀୟ ସୈନିକ ମୃତୟନ ଅଛନ୍ତି ।

ଏହାପୂର୍ବରୁ ଦେଶର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ମହମ୍ମଦ ମୁଇଜୁ ଶନିବାର ଦିନ ମାଲଦ୍ୱୀପରୁ ଭାରତୀୟ ସୈନ୍ୟ ପ୍ରତ୍ୟାହାର କରିବାକୁ ଭାରତ ସରକାରଙ୍କୁ ଏକ ଆନୁଷ୍ଠାନିକ ଅନୁରୋଧ କରିଥିଲେ । ଏଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଜନ ନୀତି ବିଭାଗର ସଚିବ ମହମ୍ମଦ ଫିରୋଜୁଲ ଅବଦୁଲ ଖଲିଲ କହିଛନ୍ତି ଯେ ନୂତନ ପ୍ରଶାସନ ଅନୁଯାୟୀ ମାଲଦ୍ୱୀପରେ ୭୭ ଜଣ ଭାରତୀୟ ସୈନିକ ଅଛନ୍ତି । ଫିରୋଜୁଲଙ୍କ ସୂତ୍ରରୁ ମାଲଦ୍ୱୀପ ଗଣମାଧ୍ୟମ କହିଛି ଯେ ପ୍ରଥମ ହେଲିକପ୍ଟର ପରିଚାଳନା ପାଇଁ ୨୪ ଜଣ ଭାରତୀୟ ସୈନିକ, ଡର୍ନିୟର ବିମାନ ପରିଚାଳନା ପାଇଁ ୨୫ ଜଣ ଭାରତୀୟ, ଦ୍ୱିତୀୟ ହେଲିକପ୍ଟର ପରିଚାଳନା ପାଇଁ୨୬ ଜଣ ଭାରତୀୟ ଏବଂ ରକ୍ଷଣାବେକ୍ଷଣ ପାଇଁ ଆଉ ଦୁଇ ଜଣ ଭାରତୀୟ ଉପସ୍ଥିତ ଅଛନ୍ତି । ସେପ୍ଟେମ୍ବରରେ ରାଷ୍ଟ୍ରପତି ନିର୍ବାଚନରେ ​​ଜିତିଥିବା ରାଷ୍ଟ୍ରପତି ମୁଇଜୁ ସମସ୍ତ ୭୭ ଜଣ ଭାରତୀୟଙ୍କୁ ମାଲଦ୍ୱୀପରୁ ବିତାଡିତ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

ଚୀନ ସମର୍ଥକ ନୂତନ ରାଷ୍ଟ୍ରପତି ଭାରତ ମହାସାଗରୀୟ ଅଞ୍ଚଳରେ ମାଲଦ୍ୱୀପ ରଣନୈତିକ ଦୃଷ୍ଟିରୁ ଭାରତର ପ୍ରମୁଖ ସାମୁଦ୍ରିକ ପଡ଼ୋଶୀମାନଙ୍କ ମଧ୍ୟରୁ ଅନ୍ୟତମ । ଇବ୍ରାହିମ ମହମ୍ମଦ ସୋଲିହଙ୍କ ପୂର୍ବ ସରକାର ସମୟରେ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କ ମଜବୁତ ହୋଇଥିଲା । ଭାରତର ପଡୋଶୀ ପ୍ରଥମ ନୀତିର ମାଲଦ୍ୱୀପ ମଧ୍ୟ ସବୁଠାରୁ ବଡ ହିତାଧିକାରୀ । ଶନିବାର ଦିନ କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରୀ କିରେନ ରିଜିଜୁଙ୍କ ସହ ଏକ ସାକ୍ଷାତକାରରେ ମୁଇଜୁ ଆନୁଷ୍ଠାନିକ ଭାବେ ଭାରତ ସରକାରଙ୍କୁ ମାଲଦ୍ୱୀପରୁ ନିଜର ସାମରିକ କର୍ମଚାରୀଙ୍କୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି ।

୧୦୦ରୁ ଅଧିକ ବୁଝାମଣାର ଆଉଥରେ ହେବ ସମୀକ୍ଷା

ରାଷ୍ଟ୍ରପତି ନିର୍ବାଚନ ସମୟରେ ମୁଇଜୁ ପ୍ରତିଶ୍ରୁତି ଦେଇଥିଲେ ଯେ ନିର୍ବାଚନରେ ​​ଜିତିବା ପରେ ସେ ଭାରତୀୟ ସୈନିକମାନଙ୍କୁ ମାଲଦ୍ୱୀପରୁ ବହିଷ୍କାର କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ମାଲଦ୍ୱୀପ ଏବଂ ଭାରତ ମଧ୍ୟରେ ହୋଇଥିବା ଚୁକ୍ତିନାମା ସବୁର ପୁନଃ ସମୀକ୍ଷା କରିବେ। ଏକ ରିପୋର୍ଟ ଅନୁଯାୟୀ, ପୂର୍ବତନ ରାଷ୍ଟ୍ରପତି ସୋଲିହଙ୍କ ପୂର୍ବତନ ପ୍ରଶାସନ ଭାରତ ସହିତ ୧୦୦ ରୁ ଅଧିକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା ​​ଏବଂ ନୂତନ ପ୍ରଶାସନ ଏହାର ସମୀକ୍ଷା କରୁଛି । ରିପୋର୍ଟରେ କୁହାଯାଇଛି ଯେ ପୁନଃ ସମୀକ୍ଷା କରାଯାଉଥିବା ଚୁକ୍ତିଗୁଡ଼ିକରେ ଉଥରୁ ଥିଲା ଫାଲହୁ (UTF) ଚୁକ୍ତି ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ଚୁକ୍ତି ଅନ୍ତର୍ଭୁକ୍ତ । ଏହା କହିଛି ଯେ ପୂର୍ବ ପ୍ରଶାସନ ମାଲଦ୍ୱୀପରେ ନିୟୋଜିତ ଭାରତୀୟ ସୈନିକଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ କରିବାକୁ ମନା କରିଦେଇଛି ଏବଂ ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି କହିଛି ।

ଶୁକ୍ରବାର ଦିନ ଶପଥ ଗ୍ରହଣ କରିବା ପରେ ରାଷ୍ଟ୍ରପତି ମୁଇଜୁ ତୁରନ୍ତ ଜୋର ଦେଇଛନ୍ତି ଯେ ଏହାର ସ୍ବାଧୀନତା ଓ ସାର୍ବଭୌମତା ବଜାୟ ରଖିବା ପାଇଁ ତାଙ୍କ ଦେଶ ଯେକୌଣସି “ବିଦେଶୀ ସାମରିକ ଉପସ୍ଥିତି” ରୁ ମୁକ୍ତ ରହିବ । ଶନିବାର ନିଜେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁଙ୍କ ସହ ସାକ୍ଷାତ ସମୟରେ ରାଷ୍ଟ୍ରପତି ମୁଇଜୁ ଆନୁଷ୍ଠାନିକ ଭାବେ ଭାରତ ସରକାରଙ୍କୁ ମାଲଦ୍ୱୀପରୁ ନିଜର ସାମରିକ କର୍ମଚାରୀଙ୍କୁ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି । ସେ ତାଙ୍କ ନିର୍ବାଚନ ସମୟରେ ଏହି ପ୍ରସଙ୍ଗ ଉଠାଇଥିଲେ ।

The post ଭାରତ ସହ ହେଇଥିବା ୧୦୦ ବୁଝାମଣାର ଆଉଥରେ କରିବେ ସମୀକ୍ଷା । ମାଲଦୀପ ରାଷ୍ଟ୍ରପତିଙ୍କ ଆଉଏକ ବିବାଦପୂର୍ଣ ଘୋଷଣା first appeared on Kanak News.

from Kanak News
via <a href="https://ifttt.com/?

ଫାଇନ୍ ଇଣ୍ଡିଆ ଚିଟଫଣ୍ଡ ଠକେଇ ମାମଲା । ଅଭିନେତା ତଥା ପ୍ରଯୋଜକ ନାସିର ଖାଁଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ  । ପ୍ରମାଣ ନଷ୍ଟ ନକରିବା, ସାକ୍ଷୀଙ୍କ ପ୍ରଭାବିତ ନକରିବାକୁ ତାଗିଦ୍ ।

କନକ ବ୍ୟୁରୋ: ଫାଇନ୍ ଇଣ୍ଡିଆ ଚିଟଫଣ୍ଡ ଠକେଇ ମାମଲାରେ ନାସିର ଖାଁକୁ ମିଳିଲା ସର୍ତ୍ତମୂଳକ ଜାମିନ୍ । ହାଇକୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ବହୁ ଚର୍ଚିତ ଏହି ଠକେଇ ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିଲେ ନାସିର ଖାଁ । ଠକେଇ ପଇସାରେ ନାସିର ଖାଁ ବଲିଉଡ ଫିଲ୍ମ ନିର୍ମାଣ କରିଥିଲେ ।

ନାସିର ଖାଁ ଫାଇନ ଇଣ୍ଡିଆ କଂପାନୀ ନାଁରେ ୫୦୦ କୋଟି ଟଂକାର ଠକେଇ କରିଛନ୍ତି । ୨୦୦୯ ମସିହା ଅକ୍ଟୋବର ୨୦ରେ ନାସିରଙ୍କୁ ପ୍ରଥମେ କ୍ରାଇମବ୍ରାଂଚ କଟକରୁ ଗିରଫ କରିଥିଲା । ଜମାକାରୀଙ୍କଠୁ ଟଂକା ଆଣି ଅଧିକ ସୁଧ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ଜମାକାରୀଙ୍କ ପଇସାକୁ ଅନ୍ୟତ୍ର ନିବେଶ କରାଇଥିଲେ । ଏହି ପଇସାରେ ସେ ବଲିଉଡର ‘ସାଡୋ’ ନାମରେ ଏକ ଚଳଚ୍ଚିତ୍ର ତିଆରି କରିଥିଲେ । ଯେଉଁଥିରେ ସେ ମଧ୍ୟ ନିଜେ ଜଣେ ଅନ୍ଧ ଭାବରେ ଅଭିନୟ କରିବା ସହିତ ଲିଡ୍ ରୋଲରେ ଥିଲେ ।

The post ଫାଇନ୍ ଇଣ୍ଡିଆ ଚିଟଫଣ୍ଡ ଠକେଇ ମାମଲା । ଅଭିନେତା ତଥା ପ୍ରଯୋଜକ ନାସିର ଖାଁଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ  । ପ୍ରମାଣ ନଷ୍ଟ ନକରିବା, ସାକ୍ଷୀଙ୍କ ପ୍ରଭାବିତ ନକରିବାକୁ ତାଗିଦ୍ । first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱକପକୁ ଅସମ୍ମାନ କଲେ ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶ । ୱାର୍ଲ୍ଡକପ୍ ଉପରେ ଦୁଇ ଗୋଡ ରଖି ଉଠାଇଲେ ଫଟୋ, କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ।

କନକ ବ୍ୟୁରୋ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ମହାମୁକାବିଲାରେ ଅଷ୍ଟ୍ରେଲିଆ ବିଜୟୀ ହେବା ପରେ ଏବେ କ୍ରିକେଟର ମିଚେଲ ମାର୍ଶଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା କ୍ରିକେଟ୍ ପ୍ରେମୀଙ୍କୁ ଅତିଷ୍ଠ କରିଛି । ୱାର୍ଲ୍ଡକପ୍ ଉପରେ ମିଚେଲ ଦୁଇ ଗୋଡ ରଖି ଫଟୋ ଉଠାଇଥିବାର ଦେଖିବାକୁ ମିଳିଛି ।

ମିଚେଲ ମାର୍ଶଙ୍କ ଏହି ଫଟୋକୁ ଅଷ୍ଟ୍ରେଲିଆ କ୍ୟାପ୍ଟେନ୍ ପ୍ୟାଟ୍ କମିନ୍ସ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଫଟୋକୁ ଦେଖି ଭାରତୀୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକୃତରେ ଅଷ୍ଟ୍ରେଲିଆ ବିଶ୍ୱକପ୍ ପାଇଁ ଯୋଗ୍ୟ ନୁହେଁ ବୋଲି କ୍ରିକେଟପ୍ରେମୀ ପ୍ରତିକ୍ରିୟା ଦେଇଛନ୍ତି । ଅନେକ ପ୍ରଶଂସକ ମିଚେଲଙ୍କୁ ଲିୟୋନେଲ ମେସିଙ୍କ ସହ ତୁଳନା କରିଛନ୍ତି ।

ଯେତେବେଳେ ମେସି ଫିଫା ବିଶ୍ୱକପ୍ ଟାଇଟଲ ଜିତିଥିଲେ, ପରଦିନ ସେ ତାଙ୍କ ସହ ଟ୍ରଫିକୁ ଧରି ଶୋଇଥିବା ଦେଖିବାକୁ ମିଳିଥିଲା। ପ୍ରଶଂସକମାନେ ଏହାକୁ ମିଚେଲ ମାର୍ଶଙ୍କ ସହ ତୁଳନା କରି କହିଛନ୍ତି ଯେ ମିଚେଲ ମାର୍ଶ ଟ୍ରଫିରେ ପାଦ ରଖିବା କେବେବି ଗ୍ରହଣୀୟ ନୁହେଁ । ଏହି ମ୍ୟାଚରେ ମିଚେଲ ମାର୍ଶ ୧୫ ବଲରେ ୧୫ ରନ୍ କରିଥିଲେ। ଏହାବ୍ୟତୀତ ସେ ୨ ଓଭର ବୋଲିଂ କରି ୫ ରନ୍ ଦେଇଥିଲେ।

The post ବିଶ୍ୱକପକୁ ଅସମ୍ମାନ କଲେ ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶ । ୱାର୍ଲ୍ଡକପ୍ ଉପରେ ଦୁଇ ଗୋଡ ରଖି ଉଠାଇଲେ ଫଟୋ, କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ । first appeared on Kanak News.

from Kanak News
via <a href="https://ifttt.com/?

ଦନ୍ତାହାତୀ ଆକ୍ରମଣରେ ଯୁବକ ମୃତ । ବାଇକରେ ଯାଉଥିବା ଯୁବକଙ୍କୁ ଟାଣି ଆଣି ଦଳି ଦେଲା ଦନ୍ତା ।

କନକ ବ୍ୟୁରୋ: ମୃତକ ହେଲେ କେନ୍ଦୁଝର ଆକୁଳ ପଂଚାୟତ ମଲଣ୍ଡା ଗାଁର ମଦନ ନାୟକ । କେନ୍ଦୁଝର ବନଖଣ୍ଡ ତୋଲକୋଇ ରେଞ୍ଜ ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମର ଚାରିକଣିଆ ନିକଟରେ ଦନ୍ତାହାତୀ ହାବୁଡରେ ପଡିଥିଲେ ଯୁବକ । ଆଜି ସକାଳ ୮ଟା ସମୟରେ ତିନି ଜଣ ସାଙ୍ଗ ମିଶି ଏକ ବାଇକରେ ଯାଉଥିଲେ । ହଠାତ ବନ୍ଧନଝରୀ ସଂରକ୍ଷିତ ଜଙ୍ଗଲର ଚାରିକଣିଆ ଠାରେ ହଠାତ ଜଙ୍ଗଲରୁ ବାହାରି ରାସ୍ତାକୁ ମାଡି ଆସିଥିଲା ଦନ୍ତା ହାତୀ । ବାଇକରେ ବସିଥିବା ମଦନ ନାୟକଙ୍କୁ ଶୁଣ୍ଢରେ ଟାଣି ନେଇ ଭୁଇଁରେ କଚାଡି ଅତି ବିଭତ୍ସ ଭାବେ ହତ୍ୟା କରିଛି ଦନ୍ତା । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

The post ଦନ୍ତାହାତୀ ଆକ୍ରମଣରେ ଯୁବକ ମୃତ । ବାଇକରେ ଯାଉଥିବା ଯୁବକଙ୍କୁ ଟାଣି ଆଣି ଦଳି ଦେଲା ଦନ୍ତା । first appeared on Kanak News.

from Kanak News
via <a href="https://ifttt.com/?

କରତାରପୁର ଗୁରୁଦ୍ୱାର ପରିସରରେ ନନ-ଭେଜ ପାର୍ଟି,  ପାକିସ୍ତାନର ଏପରି ଶିଖଧର୍ମ ବିରୋଧୀ  କାର୍ଯ୍ୟକଳାପ ଯୋଗୁଁ ଶିଖ ସମ୍ପ୍ରଦାୟରେ କ୍ରୋଧ

ପାକିସ୍ତାନର ଶିଖମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥାନ କରତାରପୁର ଦରବାର ସାହିବ ଗୁରୁଦ୍ୱାରରେ ନନ-ଭେଜ ପାର୍ଟିର ଏକ ମାମଲା ସାମ୍ନାକୁ ଆସିଛି । ଏହି ପାର୍ଟିରେ ବହୁତ ନାଚଗୀତର ଆସର ସହିତ  ମାଂସ ପୋଡିକି ଖାଉଥିବାର ଦେଖିବାକୁ ମିଳିଥିଲା । ଏହି ପାର୍ଟିର ଭିଡିଓ ଆସିବା ପରେ ଶିଖ ସମ୍ପ୍ରଦାୟରେ ବହୁତ ଅସନ୍ତୋଷ ପ୍ରକାଶ ପାଇଛି ।

ପାକିସ୍ଥାନରେ ଅଳ୍ପସଂଖ୍ୟକମାନଙ୍କ ଧାର୍ମିକ ଭାବନା ସହିତ ଖେଳିବାର ଘଟଣା କିଛି ନୂଆ ନୁହେଁ । ଏବେ ଏମିତି ଏକ ଘଟଣା ସାମନାକୁ ଆସିଛି । ଏହା ଶିଖ ସମ୍ପ୍ରଦାଯର ଧାର୍ମିକ ଭାବନକୁ ବହୁତ ଆଘାତ ଦେଇଛି । ଶିଖ ସମ୍ପ୍ରଦାୟର ଲୋକମାନେ ଏବେ ପାକିସ୍ତାନ ସରକାରଙ୍କ ପାଖରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।

 

ଧାର୍ମିକ ଭାବନାକୁ ଉତ୍ତେଜିତ କରିବାର ଏହି ମାମଲା ପାକିସ୍ତାନରେ ଅବସ୍ଥିତ ଶିଖମାନଙ୍କର ପବିତ୍ର ସ୍ଥାନ କରତାରପୁର ସାହିବ ଗୁରୁଦ୍ୱାର ସହିତ ଜଡିତ । ବାସ୍ତବରେ, ଦୁଇ ଦିନ ପୂର୍ବେ ଶନିବାର ଶିଖମାନଙ୍କ ପବିତ୍ର କରତାରପୁର ଗୁରୁଦ୍ୱାର (ଦରବାର ସାହେବ) ପରିସରରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା । ଯେଉଁଥିରେ ପାକିସ୍ତାନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ପାର୍ଟିରେ ପୋଡା ମାଂସ ପରଷା ଯାଇଥିଲା । ବିଜେପି ନେତା ମନଜିନ୍ଦର ସିଂ ସିର୍ସା କହିଛନ୍ତି ଯେ ଏହି ପାର୍ଟିରେ ମଦ ମଧ୍ୟ ପରିବେଷଣ କରାଯାଇଥିଲା ।

https://platform.twitter.com/widgets.js

ଗୁରୁଦ୍ୱାର ଦରବାର ସାହିବଙ୍କ ଦର୍ଶନ ଦେଓରୀ (ମୁଖ୍ୟ ଫାଟକ) ଠାରୁ ମାତ୍ର ୨୦ ଫୁଟ ଦୂରରେ ଆୟୋଜିତ ଏହି ପାର୍ଟିରେ ନାଚଗୀତର ଧୂମ ଆସର ଜମିଥିଲା । ତିନି ଘଣ୍ଟା ଧରି ଚାଲିଥିବା ଏହି ପାର୍ଟି ରାତି ୮ ଟାରୁ ଆରମ୍ଭ ହୋଇ ରାତି ୧୧  ପର୍ଯ୍ୟନ୍ତ ଚାଲିଥିଲା, ଯେଉଁଥିରେ ପ୍ରାୟ ୮୦ ଜଣ  ଲୋକ ସାମିଲ ହେଇଥିଲେ । କୁହାଯାଉଛି ଯେ ଏହି ପାର୍ଟିକୁ କରତାରପୁର କରିଡର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ (ପିଏମୟୁ) ର ସିଇଓ ସୟଦ ଅବୁ ବକର କୁରେଶି ଆୟୋଜନ କରିଛନ୍ତି। ଏହି ପାର୍ଟିରେ ନରୋୱାଲ ଜିଲ୍ଲାର ଡେପୁଟି କମିଶନର ମହମ୍ମଦ ଶାହାରୁଖ ଏବଂ ପୋଲିସ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ।

The post କରତାରପୁର ଗୁରୁଦ୍ୱାର ପରିସରରେ ନନ-ଭେଜ ପାର୍ଟି,  ପାକିସ୍ତାନର ଏପରି ଶିଖଧର୍ମ ବିରୋଧୀ  କାର୍ଯ୍ୟକଳାପ ଯୋଗୁଁ ଶିଖ ସମ୍ପ୍ରଦାୟରେ କ୍ରୋଧ first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ । ଜଗା ଦର୍ଶନ ପାଇଁ ସିଂହଦ୍ୱାର ଠାରୁ ମାର୍କେଟ ଛକ ଯାଏଁ ଲାଗିଛି ଲମ୍ବା ଲାଇନ୍ ।

କନକ ବ୍ୟୁରୋ: ଧର୍ମମାସ କାର୍ତ୍ତିକରେ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି । ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ବ୍ୟାରିକେଟ୍ ବାହାରେ ବଡ଼ଦାଣ୍ଡରେ ଲମ୍ବା ଲାଇନ ଲାଗିଛି । ସିଂହଦ୍ୱାର ଠାରୁ ମାର୍କେଟ ଛକ ଯାଏଁ ଲାଗିଛି ଲମ୍ବା ଲାଇନ୍ । ଶୃଂଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ ।

The post ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ । ଜଗା ଦର୍ଶନ ପାଇଁ ସିଂହଦ୍ୱାର ଠାରୁ ମାର୍କେଟ ଛକ ଯାଏଁ ଲାଗିଛି ଲମ୍ବା ଲାଇନ୍ । first appeared on Kanak News.

from Kanak News
via <a href="https://ifttt.com/?

ବାରିପଦା ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି । ଆୟୋଜକଙ୍କ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସ୍ତୁତି ହୋଇଛି ସ୍ୱତନ୍ତ୍ର ମେନ୍ୟୁ

କନକ ବ୍ୟୁରୋ: ବାରିପଦା ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରୁ ଆସିଥିବା ମେନୁ ଅନୁସାରେ ମହାମହିମଙ୍କ ପାଇଁ ପ୍ରସ୍ତୁତ ହେଉଛି ଖାଦ୍ୟ । ସୂଚନା ଅନୁସାରେ ମଧ୍ୟାହ୍ନ ଭୋଜନରେ ରାଷ୍ଟ୍ରପତି, ଜହ୍ନି ତରକାରୀ, ପରିବା ସିଝା, ବଥୁଆ ଶାଗ, ହରଡ ଡାଲି , ବାଜରା ରୋଟି, ମୁଗେଇ ଚାଉଳ ଭାତ, ମିଠା ଦହି, ଗ୍ରୀନ ସାଲାଡ୍ ,ପାମ୍ପଡ , ରସମଲେଇ ଖାଇବେ ।

ବାୟୁସେନାର ସ୍ୱତନ୍ତ୍ର ବିମାନରେ ବାରିପଦା ପୁଲିସ ପଡିଆରେ ପହଞ୍ଚିବା ପରେ ସହିଦ ସ୍ମୃତି ଭବନରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି । ବାରିପଦାରେ ମଧ୍ୟାନ୍ନ ଭୋଜନ ପରେ ୨ଟା ୩୫ମିନିଟ୍ରେ କୁଳିଅଣା ବ୍ଲକର ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦଘାଟନ କରିବେ । ଏହାପରେ ଅପରାହ୍ଣ ୩ଟା ୧୫ ମିନିଟ୍ରେ ରାଇରଙ୍ଗପୁର ଅଭିମୂଖେ ବାହାରିବେ ।

The post ବାରିପଦା ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି । ଆୟୋଜକଙ୍କ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସ୍ତୁତି ହୋଇଛି ସ୍ୱତନ୍ତ୍ର ମେନ୍ୟୁ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started