ବାରିପଦାରେ ରାଷ୍ଟ୍ରପତି । ସାନ୍ତାଳି ଲେଖକ ସଙ୍ଗଠନର ବାର୍ଷିକ ଉତ୍ସବରେ ହେଲେ ସାମିଲ ।

କନକ ବ୍ୟୁରୋ: ମୟୂରଭଞ୍ଜ ବାରିପଦାରେ ମହାମହିମ ରାଷ୍ଟ୍ରପତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ବାରିପଦା ପୁଲିସ ପଡିଆରେ ଅବତରଣ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଏଠାରୁ ଯାଇ ସହିଦ ସ୍ମୃତି ଭବନରେ ପହଞ୍ଚିବା ପରେ ସାନ୍ତାଳି ଲେଖକ ସଙ୍ଗଠନର ବାର୍ଷିକ ଉତ୍ସବରେ ଯୋଗ ଦେଇଥିବା ସୂଚନା ରହିଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ତଥା ରାଜ୍ୟ ବାହାରର ଲେଖକ ଲେଖିକା ସାମିଲ ହୋଇଛନ୍ତି । ସାନ୍ତାଳି ଭାଷାକୁ ମାନ୍ୟତା ମିଳିବା ପରେ ଏହା ହେଉଛି ସାନ୍ତାଳି ଲେଖକଙ୍କ ବଡ କାର୍ଯ୍ୟକ୍ରମ । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପୁରା କାର୍ଯ୍ୟକ୍ରମ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ପ୍ରତ୍ୟେକଙ୍କୁ ଯାଞ୍ଚ କରି କାର୍ଯ୍ୟକ୍ରମକୁ ପ୍ରବେଶ କରିବାକୁ ଅନୁମତି ମିଳିଛି ।

The post ବାରିପଦାରେ ରାଷ୍ଟ୍ରପତି । ସାନ୍ତାଳି ଲେଖକ ସଙ୍ଗଠନର ବାର୍ଷିକ ଉତ୍ସବରେ ହେଲେ ସାମିଲ । first appeared on Kanak News.

from Kanak News
via <a href="https://ifttt.com/?

ସାଲୁଗା ପ୍ରଧାନ ଓଡିଶା ବିଧାନସଭାର ହେବେ ନୂଆ ଉପବାଚସ୍ପତି । ୨୦୦୦ରୁ ୨୦୦୪ ଏବଂ ୨୦୧୯ରୁ ବିଧାୟକ ଅଛନ୍ତି ସାଲୁଗା ।

କନକ ବ୍ୟୁରୋ: ସାଲୁଗା ପ୍ରଧାନ ହେବେ ଓଡିଶା ବିଧାନସଭାର ପରବର୍ତ୍ତୀ ଉପ ବାଚସ୍ପତି । ଜି. ଉଦୟଗିରିର ଏହି ବିଧାୟକ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି । ତେବେ ରଜନୀକାନ୍ତ ସିଂଙ୍କ ଇସ୍ତଫା ପରେ ଏବେ ଖାଲି ପଡିଛି ଉପବାଚସ୍ପତି ପଦ । ତେଣୁ ଆସନ୍ତା ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଉପବାଚସ୍ପତି ପଦ ପାଇଁ ନିର୍ବାଚନ ଆୟୋଜିତ ହେବ । ସାଲୁଗା ପ୍ରଧାନ ହେଉଛନ୍ତି ଓଡିଶା ବିଧାନସଭାର ଦୁଇ ଦୁଇ ଥରର ବିଧାୟକ । ବିଜୁ ଜନତା ଦଳ ଟିକେଟରୁ ସେ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ଜି. ଉଦୟଗିରି ବିଧାନସଭା ଆସନରୁ ସେ ପ୍ରଥମେ ୨୦୦୦ ମସିହାରେ ଏବଂ ଏହାପରେ ୨୦୧୯ ମସିହାରେ ନିର୍ବାଚିତ ହୋଇଛନ୍ତି ।

The post ସାଲୁଗା ପ୍ରଧାନ ଓଡିଶା ବିଧାନସଭାର ହେବେ ନୂଆ ଉପବାଚସ୍ପତି । ୨୦୦୦ରୁ ୨୦୦୪ ଏବଂ ୨୦୧୯ରୁ ବିଧାୟକ ଅଛନ୍ତି ସାଲୁଗା । first appeared on Kanak News.

from Kanak News
via <a href="https://ifttt.com/?

ଛଟ୍ ପୂଜା ସାରି ଫେରୁଥିବାବେଳେ ବ୍ରତଧାରୀଙ୍କ ଉପରେ ଗୁଳିମାଡ । ଘଟଣାସ୍ଥଳରେ ୨ ମୃତ, ୪ ଗୁରୁତର ।

କନକ ବ୍ୟୁରୋ: ବିହାରରୁ ଆସିଛି ଦୁଃଖଦ ଖବର । ଏଠିକାର ଲଖିସରାୟ ଅଞ୍ଚଳରେ ଛଟ୍ ପୂଜା ସାରି ଫେରୁଥିବା ବ୍ରତଧାରୀଙ୍କ ଉପରେ ଗୁଳିମାଡ ଯୋଗୁଁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୁଲିସର କହିବା ମୁତାବକ, ଗୋଟିଏ ପରିବାରର ୬ଜଣ ସୂର୍ଯ୍ୟଙ୍କ ପୂଜା ସାରି ଛଟ୍ ଘାଟରୁ ଫେରୁଥିଲେ । ଘରେ ପହଞ୍ଚିବା ପୂର୍ବରୁ ହଠାତ୍ କିଛି ଦୁର୍ବୃତ୍ତ ଆସି ସେମାନଙ୍କ ଉପରେ ଗୁଳିମାଡ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ୨ଜଣଙ୍କ ପ୍ରାଣବାୟୁ ଉଡିଯାଇଥିଲା । ତେବେ ଘଟଣାର କାରଣ ଖୋଜିବାରେ ତନାଘନା ଚଳାଇଛି ପୁଲିସ ।

The post ଛଟ୍ ପୂଜା ସାରି ଫେରୁଥିବାବେଳେ ବ୍ରତଧାରୀଙ୍କ ଉପରେ ଗୁଳିମାଡ । ଘଟଣାସ୍ଥଳରେ ୨ ମୃତ, ୪ ଗୁରୁତର । first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । କ’ଣ ରହିଛି ମହାମହିମଙ୍କ ଗସ୍ତସୂଚୀ?

କନକ ବ୍ୟୁରୋ: ଆଜି ଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିର୍ଦ୍ଧାରିତ ସମୟ ଠାରୁ ତିନି ଘଣ୍ଟ ପୂର୍ବରୁ ପହଞ୍ଚିବେ ମହାମହିମ । ଜିଲ୍ଲାବାସୀଙ୍କୁ ଦେବେ ଅଧିକ ସମୟ । ରାଷ୍ଟ୍ରପତି ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ନିଜ ଘରେ ରହିବେ ।

ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସମୟ ସାରଣୀରେ ସାମାନ୍ୟତମ ପରିବର୍ତ୍ତନ ହୋଇଛି । ସୋମବାର ଦିନ ୨ଟା୨୦ମିନିଟରେ ପହଞ୍ଚିିବା ପରିବର୍ତ୍ତେ ଦିନ ୧୧ଟା ୨୫ ମିନିଟ୍ରେ ବାରିପଦାରେ ପହଞ୍ଚିିବେ । ସହିଦ ସ୍ମୃତି ଭବନରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ବାରିପଦାରେ ମଧ୍ୟାନ୍ନ ଭୋଜନ ପରେ ୨ଟା ୩୫ମିନିଟ୍ରେ କୁଳିଅଣା ବ୍ଲକର ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦଘାଟନ କରିବେ । ଏହାପରେ ଅପରାହ୍ଣ ୩ଟା ୧୫ ମିନିଟ୍ରେ ରାଇରଙ୍ଗପୁର ଅଭିମୂଖେ ବାହାରିବେ । ସେହିଭଳି ୨୧ ତାରିଖରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସେଭଳି କୌଣସି ପରିବର୍ତନ ହୋଇନାହିଁ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ଲାଗି ଜିଲ୍ଲା ପ୍ରଶାସନ ଯୁଦ୍ଧକାଳିନ ଭିତିରେ ସମସ୍ତ ପ୍ରସ୍ତୁତି କରିଛି । ଜିଲ୍ଲାପଳ ନିଜେ ସହିଦ ସ୍ମୃତିଭବନ ସହିତ ପୋଲିସ ଲାଇନ ହେଲିପ୍ୟାଡର ସମୀକ୍ଷା କରିଛନ୍ତି ।

ରାଷ୍ଟ୍ରପତିଙ୍କ ଗସ୍ତସୂଚୀ:
ଆଜିର କାର୍ଯ୍ୟକ୍ରମ
ଦିନ ୧୧ଟା ୨୫ମିନିଟ୍ରେ ବାରିପଦାରେ ପହଂଚିବେ
ଦିନ ୧୧.୨୫- ୧୨.୨୫ ମିନିଟ– ସହିଦ ସ୍ମୃତି ଭବନରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ
ବାରିପଦାରେ ମଧ୍ୟାନ୍ନ ଭୋଜନ କରିବେ
ଦିନ ୨ଟା ୩୫ରୁ ୩ଟା ୧୫ ମିନିଟ – କୁଳିଅଣା ବ୍ଲକରେ ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦଘାଟନ କରିବେ
ଅପରାହ୍ଣ ୩ଟା ୧୫ ମିନିଟ୍ – ରାଇରଙ୍ଗପୁର ଅଭିମୂଖେ ବାହାରିବେ ମହାମହିମ
ରାଇରଙ୍ଗପୁରରେ ରାତ୍ରୀ ଯାପନ କରିବେ
ରାଷ୍ଟ୍ରପତିଙ୍କ ଗସ୍ତସୂଚୀ

ଆସନ୍ତାକାଲିିର କାର୍ଯ୍ୟକ୍ରମ :
ସକାଳ ୮ଟା ୧୫ମିନିଟ – ପାହାଡପୁର ଗାଁରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ
ସକାଳ ୮ଟା ୧୭ ମିନିଟରୁ ୮ଟା ୧୯ ମିନିଟ – ପାହାଡପୁର ମୁର୍ମୁ ଛକରେ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
ସକାଳ ୮ଟା ୨୧ରୁ ୮ଟା ୪୫ ମିନିଟ – ପ୍ରୟାସ ଟ୍ରଷ୍ଟର ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ
ସକାଳ ୮ଟା ୫୦ ମିନିଟରୁ ୯ଟା ୧୫ – ଏସଏଲଏସ ମୋମେରିଆ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ
ଏସଏଲଏସ ମୋମେରିଆ ଆବାସିକ ବିଦ୍ୟାଳୟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ
ସକାଳ ୯ଟା ୩୫ରୁ ଦିନ ୧୦ଟା ୪୫ ବାଦାମପାହାଡ ରେଳ ଷ୍ଟେସନରେ ୩ଟି ନୂଆ ଟ୍ରେନର ଶୁଭାରମ୍ଭ କରିବେ
ଟାଟାନଗର-ବାଦାମପାହାଡ-ମେମୁ ଟ୍ରେନ
ବାଦାମପାହାଡ-ରାଉରକେଲା ଏକ୍ସପ୍ରେସ ଟ୍ରେନ
ଶାଲିମାର-ବାଦାମପାହାଡ ଏକ୍ସପ୍ରେସର ଶୁଭାରମ୍ଭ କରିବେ ରାଷ୍ଟ୍ରପତି
ବାଦାମପାହାଡ ରେଳ ଷ୍ଟେସନ ଉନ୍ନତିକରଣ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ
ଦିନ ୧୦ଟା ୪୫ରୁ ଦିନ ୧୧ଟା ୧୫ବାଦାମ ପାହାଡ ରେଳ ଷ୍ଟେସନରୁ ରାଇରଙ୍ଗପୁରକୁ ଟ୍ରେନ ଯାତ୍ରା
ଦିନ ୧୧ଟା ୪୦ରୁ ଦିନ ୧୧ଟା ୪୫- ରାଇରଙ୍ଗପୁର ପୋଷ୍ଟାଲ ଡିଭିଜନ ପରିଦର୍ଶନ
ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଇରଙ୍ଗପୁରରୁ ସମ୍ବଲପୁର ଯିବେ
ଅପରାହ୍ନ ୪ଟା – ସମ୍ବଲପୁରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ଅପରାହ୍ନ ୪ଟା ୧୦- ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ଅପରାହ୍ନ ୪ଟା ୩୦ରୁ ସନ୍ଧ୍ୟା ୫ଟା ୩୦ – ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ
ସନ୍ଧ୍ୟା ୫ଟା ୩୦ – ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

The post ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । କ’ଣ ରହିଛି ମହାମହିମଙ୍କ ଗସ୍ତସୂଚୀ? first appeared on Kanak News.

from Kanak News
via <a href="https://ifttt.com/?

‘ମୋ ସ୍ୱାମୀ ଉଦ୍ଧାର ହେବା ଯାଏଁ ମୁଁ ଏଇଠି ବସିରହିବି’ । ଶିଶୁପୁତ୍ର ସହ ଅପେକ୍ଷାରେ ଟନେଲରେ ଫଶିରହିଥିବା ଶ୍ରମିକଙ୍କ ପତ୍ନୀ ।

କନକ ବ୍ୟୁରୋ: ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ଫସିଥିବା ୪୧ ଜଣ ଶ୍ରମିକଙ୍କ ଭିତରୁ ଜଣେ ହେଉଛନ୍ତି ବୀରେନ୍ଦ୍ର କିସ୍କୁ । ତାଙ୍କର ଉଦ୍ଧାର ନେଇ ସ୍ତ୍ରୀ ରଜନୀ ଟୁଡୁ ଘୋର ଚିନ୍ତାରେ । ସ୍ୱାମୀ ସୁରକ୍ଷିତ ଉଦ୍ଧାର ହେବାଯାଏଁ ସୁଡ଼ଙ୍ଗ ବାହାରେ ଅପେକ୍ଷା କରିବେ ବୋଲି କହିଛନ୍ତି ୩୦ ବର୍ଷୀୟା ବିହାର ବାସିନ୍ଦା ରଜନୀ।

ଶନିବାର ସୁଡ଼ଙ୍ଗ ଭିତରେ ଫସିଥିବା ସ୍ୱାମୀଙ୍କ ସହ ରଜନୀଙ୍କୁ କଥା କରାଇ ଦିଆଯାଇଥିଲା। ଗଣମାଧ୍ୟମ ଆଗରେ ରଜନୀ କହିଛନ୍ତି, ସ୍ୱାମୀଙ୍କ ନିରାପତ୍ତା ନେଇ ସେ ମାନସିକ ଦୁଶ୍ଚିନ୍ତା ଭିତରେ ଗତି କରୁଛନ୍ତି । ଦୀପାବଳି ଦିନକ ପୂର୍ବରୁ ସେ ସ୍ୱାମୀ ବୀରେନ୍ଦ୍ରଙ୍କ ସହ କଥା ହୋଇଥିଲେ। ଦୀପାବଳିରେ ତାଙ୍କ ଫୋନ ଆସିବ ବୋଲି ଅପେକ୍ଷା କରିଥିଲେ। କିନ୍ତୁ ତାଙ୍କର ଫୋନ ଆସି ନ ଥିଲା। ବରଂ ଟନେଲରେ ସେ ଫଶୀଯାଇଥିବା ଖବର ଆସିଥିଲା । କହିରଖୁଁ, ୧୯ ବର୍ଷ ହେବ ଉଭୟଙ୍କର ବାହାଘର ହୋଇଥିବା ବେଳେ ସେମାନଙ୍କର ଜଣେ ୩ ବର୍ଷର ପୁଅ ସହ ୪ ସନ୍ତାନ ଅଛନ୍ତି।

The post ‘ମୋ ସ୍ୱାମୀ ଉଦ୍ଧାର ହେବା ଯାଏଁ ମୁଁ ଏଇଠି ବସିରହିବି’ । ଶିଶୁପୁତ୍ର ସହ ଅପେକ୍ଷାରେ ଟନେଲରେ ଫଶିରହିଥିବା ଶ୍ରମିକଙ୍କ ପତ୍ନୀ । first appeared on Kanak News.

from Kanak News
via <a href="https://ifttt.com/?

ବିଶାଖପାଟନମ୍ ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୪୦ରୁ ଅଧିକ ବୋଟ୍, ପ୍ରାୟ ୨୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ 

କନକ ବ୍ୟୁରୋ: ବିଶାଖପାଟନମ୍ ବେଳାଭୂମି ନିକଟରେ ଥିବା ମାଛଧରା ବନ୍ଦରରେ ଭୟାବହନ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ନିଆଁଲାଗି ମତ୍ସ୍ୟଜୀବୀଙ୍କ ୪୦ଟି ବୋଟ୍ ଜଳିଯାଇଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । କୌଣସି ଦୁର୍ବୃତ୍ତ ବୋଟରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଗୋଟିଏ ମାଛଧରା ବୋଟରେ ନିଆଁ ଲାଗିଯିବା ପରେ ଚାହୁଁଚାହୁଁ ଆଖପାଖରେ ଥିବା ୪୦ଟି ବୋଟକୁ ନିଆଁ ବ୍ୟାପୀ ଯାଇଥିଲା

ଅଗ୍ନିକାଣ୍ଡ ସମୟରେ ଗୋଟିଏ ବୋଟରେ ଥିବା ଏଲପିଜି ସିଲିଣ୍ଡର ପ୍ରଚଣ୍ଡ ଶବ୍ଦ କରି ବିସ୍ପୋରଣ ହେବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଖବର ପାଇ ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ନିଆଁକୁ ସଂପୂଣ୍ଣ ର୍ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀଙ୍କୁ ୫ ଘଣ୍ଟ ସମୟ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ୨୫ଟି ବୋଟ ପୋଡି ପାଉଁଶ ହୋଇଯାଇଥିବା ବେଳେ ୪୦ଟି ଡଙ୍ଗା ପୋଡି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ମତ୍ସ୍ୟଜୀବୀଙ୍କୁ ଗୋଟିଏ ବୋଟର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ବୋଲି ମତ୍ସ୍ୟଜୀବୀଙ୍କ ସଙ୍ଗଠନ ପକ୍ଷରୁ କୁହାଯାଇଛି । ଅଗ୍ନିକାଣ୍ଡରେ ପ୍ରାୟ ୨୫ କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି ।

The post ବିଶାଖପାଟନମ୍ ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୪୦ରୁ ଅଧିକ ବୋଟ୍, ପ୍ରାୟ ୨୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ  first appeared on Kanak News.

from Kanak News
via <a href="https://ifttt.com/?

ଛଟ୍ ଅବସରରେ ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ବ୍ରତଧାରୀ । ସମ୍ବଲପୁର ଛଟ୍ ପୂଜାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ: ଛଟ୍ ପୂଜା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଭିନ୍ନ ନଦୀ ପଠାରେ ସୂର୍ଯ୍ୟପୂଜାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଛଟ୍ ପୂଜାରେ ସାମିଲ ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସୋମବାର ସକାଳୁ ସମ୍ବଲପୁର ଷ୍ଟେସନରୁ ଓହ୍ଲାଇ ନିକଟରେ ହେଉଥିବା ଛଟ୍ ପୂଜାରେ ଯୋଗ ଦେଇଥିଲେ । ବରେଇପାଲି ଓ ମନ୍ଦଲିଆଠାରେ ଛଟ୍ ପୂଜା ଚାଲିଥିଲା । ବିହାରୀ ସମ୍ପ୍ରଦାୟର ମହିଳା ମାନେ ଏକାଠି ହୋଇ ସେଠାରେ ପୂଜାର୍ଚ୍ଚନା କରୁଥିଲେ । ଭୋରରୁ ଚାଲିଥିଲା ପୂଜାର୍ଚ୍ଚନା । ପୂଜାସ୍ଥଳରେ କେନ୍ଦ୍ର ମନ୍ତ୍ରୀ ସାମିଲ ହେବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

The post ଛଟ୍ ଅବସରରେ ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ବ୍ରତଧାରୀ । ସମ୍ବଲପୁର ଛଟ୍ ପୂଜାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ first appeared on Kanak News.

from Kanak News
via <a href="https://ifttt.com/?

ଭାରତ ଆସୁଥିବା ପଣ୍ୟବାହୀ ଜାହାଜ ହାଇଜ୍ୟାକ୍ । ଲୋହିତ ସାଗରରୁ ୟେମେନର ହୁଥି ବିଦ୍ରୋହୀ ଅପହରଣ କରିନେଇଥିବା ସୂଚନା ।  

କନକ ବ୍ୟୁରୋ:  ଭାରତ ଅଭିମୁଖେ ଯାତ୍ରା କରୁଥିବା ଗୋଟାଏ ଆନ୍ତର୍ଜାତିକ ପଣ୍ୟବାହୀ ଜାହାଜକୁ ଲୋହିତ ସାଗରର ଦକ୍ଷିଣ ପ୍ରାନ୍ତରୁ ୟେମେନ୍‌ର ଉଗ୍ରବାଦୀ ସଙ୍ଗଠନ ଅପହରଣ କରି ନେଇଥିବା କଥା ରବିବାର ଦିନ ଇସ୍ରାଏଲ୍‌ ଅଭିଯୋଗ କରିଛି। ଏହାସହ ଜାହାଜରେ ଥିବା ୨୫ ଜଣ କ୍ରୁ ମେମ୍ବରଙ୍କୁ ମଧ୍ୟ ବନ୍ଧକ ରଖାଯାଇଛି  । ଏହାକୁ ନେଇ ହମାସ୍ ସଙ୍ଗଠନ ଖୁସି ବ୍ୟକ୍ତି କରିଥିବା ଜାଣିବାକୁ ମିଳିଛି ।

ସୂଚନାଯୋଗ୍ୟ, ଗୋଟାଏ ହେଲିକପ୍ଟର୍‌ରୁ ଲଢୁଆ ଉଗ୍ରବାଦୀମାନଙ୍କୁ ସେ ଜାହାଜରେ ଓହ୍ଲାଇ ହାଉତି ତାହାକୁ ଅପହରଣ କରିନେଇଛି। ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି ଯେ, ବ୍ରିଟିସ୍‌ ମାଲିକାନା ଥିବା ଏବଂ ଜାପାନଦ୍ବାରା ପରିଚାଳିତ ହେଉଥିବା ଉକ୍ତ ପଣ୍ୟବାହୀ ପୋତକୁ ତେହେରାନ୍‌ର ମିତ୍ର ହୁଥିମାନେ (ହାଉତି) ଜବତ କରିଛନ୍ତି। କିନ୍ତୁ, ସେଥିରେ ଇସ୍ରାଏଲ୍‌ର କୌଣସି ନାଗରିକ ନାହାନ୍ତି।

ପଣ୍ୟବାହୀ ଜାହାଜ ଅପହରଣ କରି ନେଇଥିବା କଥା ମଧ୍ୟ ହାଉତି ସଙ୍ଗଠନ ସ୍ୱୀକାର କରିଛି ଏବଂ କହିଛି ଯେ, ସେମାନେ ଇସ୍ରାଏଲୀୟ ଜାହାଜ ଜବତ କରିଛନ୍ତି। ଲୋହିତ ସାଗରର ଦକ୍ଷିଣ ପ୍ରାନ୍ତରୁ ସେ ଜାହାଜକୁ ୟେମେନ୍‌ର ଏକ ବନ୍ଦରକୁ ନିଆଯାଇଛି। ଜାରି କରିଥିବା ବିବୃତିରେ ଉଗ୍ରବାଦୀ ସଙ୍ଗଠନ ହାଉତି କହିଛି, ଇସ୍‌ଲାମୀୟ ନୀତି ଓ ମୂଲ୍ୟବୋଧ ଅନୁଯାୟୀ ଆମେ ସେ ଜାହାଜର କର୍ମଚାରୀମାନଙ୍କର ଚର୍ଚ୍ଚା କରୁଛୁ। ତୁର୍କୀରୁ ଭାରତ ଅଭିମୁଖେ ଯାତ୍ରା କରୁଥିବା ଉକ୍ତ ଜାହାଜରେ ୟୁକ୍ରେନ୍‌, ବୁଲ୍‌ଗେରିଆ, ଫିଲିପ୍ପିନ୍‌ସ୍‌ ଓ ମେକ୍‌ସିକୋ ଆଦି ଦେଶର ୨୫ଜଣ କର୍ମଚାରୀ ଥିଲେ। କିନ୍ତୁ, ଏହା ଇସ୍ରାଏଲ୍‌ର ଜାହାଜ ନୁହେଁ ବୋଲି ତେଲ୍‌ ଆଭିଭ୍‌ କହିଛି।

The post ଭାରତ ଆସୁଥିବା ପଣ୍ୟବାହୀ ଜାହାଜ ହାଇଜ୍ୟାକ୍ । ଲୋହିତ ସାଗରରୁ ୟେମେନର ହୁଥି ବିଦ୍ରୋହୀ ଅପହରଣ କରିନେଇଥିବା ସୂଚନା ।   first appeared on Kanak News.

from Kanak News
via <a href="https://ifttt.com/?

୯ ଦିନ ହେଲା ଟନେଲରେ ୪୧ ଶ୍ରମିକଙ୍କ ଜୀବନ । ସୁଡଙ୍ଗ ଉପରୁ ଖନନ ପାଇଁ ଯୋଜନା । ଘଟଣାସ୍ଥଳରେ ପହଁଚିଲେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଉତ୍ତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଏ ଯାଏଁ ଉଦ୍ଧାର କରାଯାଇପାରିନାହିଁ । ଉଦ୍ଧାର ପାଇଁ ଅପରେସନ ଜିନ୍ଦଗୀ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ସ୍ଥାନୀୟ ସରକାର । ଏଥିପାଇଁ ଅଷ୍ଟ୍ରେଲିଆର ଜଣେ ମାଇକ୍ରୋ ଟନେଲ ବିଶେଷଜ୍ଞ ଉତରକାଶୀ ପହଂଚିସାରିଛନ୍ତି । ଯୋଜନା ଅନୁସାରେ ଟନେଲ ଉପରୁ କଟାଯାଇ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଟନେଲ ଭିତରୁ ଶ୍ରମିକଙ୍କୁ ଏୟାରଲିଫି୍ଟ କରିିବାକୁ ଯୋଜନା ରହିଛି । ପ୍ଲାନ୍-ବି ପାଇଁ ରେଲୱେ ଓ ନରୱେର ଏକ୍ସପର୍ଟ ଟିମ୍ ମଧ୍ୟ କାମ କରୁଥିବା ଜଣାଯାଇଛି ।

The post ୯ ଦିନ ହେଲା ଟନେଲରେ ୪୧ ଶ୍ରମିକଙ୍କ ଜୀବନ । ସୁଡଙ୍ଗ ଉପରୁ ଖନନ ପାଇଁ ଯୋଜନା । ଘଟଣାସ୍ଥଳରେ ପହଁଚିଲେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ first appeared on Kanak News.

from Kanak News
via <a href="https://ifttt.com/?

ଆଜି ଉପବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ  । ଆସନ୍ତାକାଲିଠୁ ବିଧାନସଭା ଶୀତ ଅଧିବେଶନ । ଆଜି ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ 

କନକ ବ୍ୟୁରୋ: ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ନିର୍ବାଚନ ହେବ ବୋଲି ସ୍ଥିର ହୋଇଛି ।ଏଥିପାଇଁ ଆଜି ଏଥିପାଇଁ ନାମାଙ୍କନ ଦାଖଲ କରାଯିବାର ସୂଚନା ରହିିଛି ।  ଆସନ୍ତାକାଲି ଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି । ଏନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଅଧିବେଶନ ଯେପରି ସୁରୁଖୁରରେ ଚାଲିବ, ସେ ନେଇ ସବୁ ଦଳଙ୍କ ସହ ଆଲୋଚନା କରିବେ ବାଚସ୍ପତି ।

ବିଧାନସଭାରେ ଶାସକ ଦଳକୁ ବିଭିନ୍ନ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଆଜି ଅପରାହ୍ନରେ ବିଜେପି ବିଧାୟକ ଦଳର ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ସେପଟେ କଂଗ୍ରେସର ବିଧାୟକ ଦଳ ବୈଠକ କାଲି ବସିବ । ବିଜେଡି ମଧ୍ୟ କାଲି ବିଧାୟକ ଦଳ ବୈଠକ କରିବ । କାଲି ଠାରୁ ଆରମ୍ଭ ହେଉଥିବା ଶୀତ ଅଧିବେଶନ ୩୦ ତାରିଖ ଯାଏଁ ଚାଲିବ ।  ଏଥିରେ ମୋଟ୍ ୩୦ଟି କାର୍ଯ୍ୟଦିବସ ରହିଛି ।

The post ଆଜି ଉପବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ  । ଆସନ୍ତାକାଲିଠୁ ବିଧାନସଭା ଶୀତ ଅଧିବେଶନ । ଆଜି ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ  first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started