ଆଜି କାର୍ତ୍ତିକ ମାସର ଚତୁର୍ଥ ସୋମବାର । ଚଳଚଞ୍ଚଳ ବାବା ଧବଳେଶ୍ୱରଙ୍କ ପୀଠ । ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ।

କନକ ବ୍ୟୁରୋ: ଆଜି ହେଉଛି କାର୍ତିକ ମାସର ଚତୁର୍ଥ ସୋମବାର । ଚଳଚଂଚଳ ବାବା ଧବଳେଶ୍ୱରଙ୍କ ପୀଠ । ବିଶ୍ୱାସ ରହିଛି କାର୍ତ୍ତିକ ସୋମବାରରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିବ । ଏହାସହ ମାନସିକ ଶାନ୍ତି ମିଳିଥାଏ । ସେଥିପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଆସି ବାବା ଧବଳେଶ୍ୱରଙ୍କ ଦର୍ଶନ କରୁଛନ୍ତି ।

ରାତି ୪ଟାରୁ ପହଡ଼ ଖୋଲାଯାଇ ୧୦୮ ଗରା କଳସରେ ସ୍ନାନ କରାଯାି ମଙ୍ଗଳ ଆଳତି କରାଯାଇଥିଲା । ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଓ ଶୃଙ୍ଖଳାର ସହ ଦର୍ଶନ କରିବେ, ସେଥିପାଇଁ ପୂଜକ ସମିତି ଓ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

The post ଆଜି କାର୍ତ୍ତିକ ମାସର ଚତୁର୍ଥ ସୋମବାର । ଚଳଚଞ୍ଚଳ ବାବା ଧବଳେଶ୍ୱରଙ୍କ ପୀଠ । ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା । first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତା ୨ ଦିନ ବର୍ଷା ଓ ମେଘୁଆ ପାଗ ରହିପାରେ । ଆଜି ୧୭ଟି ଜିଲ୍ଲାରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା । 

କନକ ବ୍ୟୁରୋ: ରାଜ୍ୟରେ ଆଜି ଓ ଆସନ୍ତାକାଲି ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆଜି ୧୭ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ଜିଲ୍ଲାଗୁଡ଼ିକ ହେଲେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ । ଏହିସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ସେହିପରି ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର ଓ ଭଦ୍ରକରେ ହାଲୁକାରୁ ମଧ୍ୟମ ଧରରଣ ବର୍ଷା ହେବାର ସମ୍ଭାବନା ଅଧିକ । ଏହାସହ ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, କଟକ ଓ ନବରଙ୍ଗପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଆସନ୍ତାକାଲି ବର୍ଷା ହୋଇପାରେ । ତେବେ ଦୁଇ ଦିନ ରାଜ୍ୟରେ ତାପମାତ୍ରାରେ ହ୍ରାସ ଘଟିବ ନାହିଁ । ଆଜି ରାଜଧାନୀ ଭୁବନେଶ୍ୱର ଓ ପାଖଆଖ ଅଂଚଳର ପାଗ ମୁଖ୍ୟତଃ ଶୁଖିଲା ରହିବ ।

The post ଆସନ୍ତା ୨ ଦିନ ବର୍ଷା ଓ ମେଘୁଆ ପାଗ ରହିପାରେ । ଆଜି ୧୭ଟି ଜିଲ୍ଲାରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ।  first appeared on Kanak News.

from Kanak News
via <a href="https://ifttt.com/?

ଆଜି ବସିବ ସର୍ବଦଳୀୟ ବୈଠକ । କାଲିଠୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ସୁରୁଖୁରରେ ପରିଚାଳନା ପାଇଁ ସର୍ବଦଳଙ୍କ ସହ ବାଚସ୍ପତିଙ୍କ ଆଲୋଚନା

କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି । ଏନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଅଧିବେଶନ ଯେପରି ସୁରୁଖୁରରେ ଚାଲିବ, ସେ ନେଇ ସବୁ ଦଳଙ୍କ ସହ ଆଲୋଚନା କରିବେ ବାଚସ୍ପତି ।

ଆସନ୍ତାକାଲି ଉପବାଚସ୍ପତି ନିର୍ବାଚନ ହେବ ବୋଲି ସ୍ଥିର ହୋଇଛି । ସେପଟେ ବିଧାନସଭାରେ ଶାସକ ଦଳକୁ ବିଭିନ୍ନ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଆଜି ଅପରାହ୍ନରେ ବିଜେପି ବିଧାୟକ ଦଳର ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ସେପଟେ କଂଗ୍ରେସର ବିଧାୟକ ଦଳ ବୈଠକ କାଲି ବସିବ । ବିଜେଡି ମଧ୍ୟ କାଲି ବିଧାୟକ ଦଳ ବୈଠକ କରିବ । କାଲି ଠାରୁ ଆରମ୍ଭ ହେଉଥିବା ଶୀତ ଅଧିବେଶନ ୩୦ ତାରିଖ ଯାଏଁ ଚାଲିବ । ଏଥିରେ ମୋଟ୍ ୩୦ଟି କାର୍ଯ୍ୟଦିବସ ରହିଛି ।

The post ଆଜି ବସିବ ସର୍ବଦଳୀୟ ବୈଠକ । କାଲିଠୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ସୁରୁଖୁରରେ ପରିଚାଳନା ପାଇଁ ସର୍ବଦଳଙ୍କ ସହ ବାଚସ୍ପତିଙ୍କ ଆଲୋଚନା first appeared on Kanak News.

from Kanak News
via <a href="https://ifttt.com/?

କଟକ ମହାନଦୀ ପଠାରେ ଦର୍ଶକଙ୍କ ମନ ଜିଣିବ ମାଛ ଟନେଲ । ୭୦ ଲକ୍ଷ ଖର୍ଚରେ ଚାଲିଛି ମାଛ ଟନେଲ ପ୍ରସ୍ତୁତି ।

କନକ ବ୍ୟୁରୋ: ଏଥର ବାଲିଯାତ୍ରାରେ ଦର୍ଶକଙ୍କ ଆକର୍ଷଣ ସାଜିବ ଟନେଲ୍ ଫିସ୍ ଆକ୍ୱାରିୟମ୍ । ଆସନ୍ତା ୨୭ରୁ ଆରମ୍ଭ ହେବାକୁ ଯାଉଥିବା ବାଲିଯାତ୍ରା ପାଇଁ କଟକ ମହାନଦୀ ପଠାରେ ପ୍ରସ୍ତୁତି ଖୁବ୍ ଜୋରସୋରରେ ଚାଲିଛି । ଟନେଲ ଫିସ୍ ଆକ୍ୱାରିଅମ୍ ଅଂଶର ଖଞ୍ଜା ପ୍ରକ୍ରିୟା ଆରମ୍ଭ ହୋଇଛି ।ପ୍ରାୟ ୧୫ରୁ ଉର୍ଦ୍ଧ ଟ୍ରକରେ କେରଳରୁ ଏଗୁଡିକୁ କଟକ ମହାନଦୀ ପଠାକୁ ଅଣାଯାଇଛି । କେରଳରୁ ଆସିଥିବା ୫୦ରୁ ଉର୍ଦ୍ଧ ଶ୍ରମିକ ଫିସ୍ ଆକ୍ୱାରିଅମ୍ ଖଞ୍ଜାରେ ଲାଗିଛନ୍ତି। ଭାଗବାନ୍ ବିଷ୍ଣୁଙ୍କ ପାତାଳୀ ଅବତାର, ଜଳ ପରି, ଦ୍ବାରିକା ନଗରୀ, ଟାଇଟାନିକ ଜାହାଜ ଭଳି ଅନେକ ଆକର୍ଷଣୀୟ ଜିନିସ ଦେଖିବାକୁ ମିଳିବ ଏହି ଟନେଲ ଭିତରେ । ଖାଲି ସେତିକି ନୁହେଁ ବିଭିନ୍ନ ଦେଶୀ ବିଦେଶୀ ପ୍ରଜାତିର ମାଛ ମଧ୍ୟ ରହିବେ।

୨୧୦ ଫୁଟ ଟନେଲ୍ ଭିତରେ ଦର୍ଶକ ଯିବା ସମୟରେ ବିଦେଶର ପର୍ୟ୍ୟଟନ ସ୍ଥଳୀ ଭଳି ମଜା ନେବେ। ଟନେଲ୍ ଫିସ୍ ଆକ୍ୱାରିୟମ୍ ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କେତେ ଟଙ୍କା ଟିକେଟର ମୂଲ୍ୟ ରହିବ ତାହା ଧାର୍ୟ୍ୟ କରାଯାଇ ନାହିଁ ।

The post କଟକ ମହାନଦୀ ପଠାରେ ଦର୍ଶକଙ୍କ ମନ ଜିଣିବ ମାଛ ଟନେଲ । ୭୦ ଲକ୍ଷ ଖର୍ଚରେ ଚାଲିଛି ମାଛ ଟନେଲ ପ୍ରସ୍ତୁତି । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ।ଦିନ ୧୧ଟାରେ ବାରିପଦାରେ ରହିଛି କାର୍ଯ୍ୟକ୍ରମ

କନକ ବ୍ୟୁରୋ: ଆଜି ଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିର୍ଧାରିତ ସମୟ ଠାରୁ ତିନି ଘଣ୍ଟା ପୂର୍ବରୁ ପହଞ୍ଚିବେ ମହାମହିମ । ଜିଲ୍ଲାବାସୀଙ୍କୁ ଦେବେ ଅଧିକ ସମୟ । ରାଷ୍ଟ୍ରପତି ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ନିଜ ଘରେ ରହିବେ । ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସମୟ ସାରଣୀରେ ସାମାନ୍ୟତମ ପରିବର୍ତନ ହୋଇଛି ।

The post ଆଜି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ।ଦିନ ୧୧ଟାରେ ବାରିପଦାରେ ରହିଛି କାର୍ଯ୍ୟକ୍ରମ first appeared on Kanak News.

from Kanak News
via <a href="https://ifttt.com/?

କ୍ରିକେଟ ବିଶ୍ୱକପ୍ ୨୦୨୩ର ଚାମ୍ପିୟନ ହେଲା ଅଷ୍ଟ୍ରେଲିଆ । ଭାରତକୁ ୬ ୱିକେଟରେ ହରାଇ ଷଷ୍ଠ ଥର ପାଇଁ ବିଶ୍ୱବିଜୟୀ । ରୋହିତଙ୍କ ଆଖିରେ ପରାଜୟର ଲୁହ ।

କନକ ବ୍ୟୁରୋ: ସଫଳ ହେଲାନି କଙ୍ଗାରୁ ଶିକାର । ଫାଇନାଲ ଫାଇଟ୍ରେ ଫେଲ୍ ମାରିଲା ଭାରତ । ପୁଣିଥରେ ବିଶ୍ୱ ବିଜୟୀ ହେଲା ଅଷ୍ଟ୍ରେଲିଆ । ଷଷ୍ଠ ଥର ପାଇଁ ଦିନିକିଆ ବିଶ୍ୱକପ୍ ହାସଲ କଲା କଙ୍ଗାରୁ ଦଳ । ୨୦ ବର୍ଷ ପରେ ୨୦୦୩ ପରାଜୟର ପ୍ରତିଶୋଧ ପାଇଁ ଭାରତ ଯେଉଁ ଲକ୍ଷ୍ୟ ରଖିଥିଲା ତାହା ଧୁଳିସାତ ହୋଇ ଯାଇଛି । ଏଥିସହ ତୃତୀୟ ଥର ପାଇଁ ଭାରତର ବିଶ୍ୱକପ୍ ବିଜୟ ସ୍ୱପ୍ନ ଅଧୁରା ରହିଯାଇଛି । ୬ ୱିକେଟ୍ରେ ଟିମ୍ ଇଣ୍ଡିଆକୁ ହରାଇ ଦେଇଛି ଅଷ୍ଟ୍ରେଲିଆ । ନିରାଶ ହୋଇଯାଇଛନ୍ତି ଭାରତର କୋଟି କୋଟି ପ୍ରଶଂସକ । ଯେଉଁ ଦମ୍ରେ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଥିଲା ଭାରତ, ଶେଷରେ ତାହା ନୈରାଶ୍ୟଜନକ ଭାବେ ଶେଷ ହୋଇଛି । ୨୪୧ ରନ୍ ଟାର୍ଗେଟକୁ ପିଛା କରିଥିଲା ଅଷ୍ଟ୍ରେଲିଆ । ୪୩ ଓଭରରେ ମାତ୍ର ୪ ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଛି କଙ୍ଗାରୁ ଦଳ । ଚଳିତ ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା, ତାହା ଫଳ ଭୋଗିଛି ରୋହିତ ବାହିନୀ । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ, ସବୁ ବିଭାଗରେ ଭାରତ ଠାରୁ ଉନ୍ନତମାନର ଖେଳ ପ୍ରଦର୍ଶନ କରିଥିଲା ପ୍ୟାଟ୍ କମିନ୍ସଙ୍କ ଦଳ । ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିବା ପରେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅଷ୍ଟ୍ରେଲିଆର ଦଳୀୟ ସ୍କୋର ୪୭ ରନ୍ ଥିବା ବେଳେ ୩ ୱିକେଟ୍ ହରାଇଥିଲା । ଯଶପ୍ରୀତ ବୁମରା ୨ଟି ୱିକେଟ୍ ଓ ମହମ୍ମଦ ସାମି ଗୋଟିଏ ୱିକେଟ୍ ନେବା ପରେ ବ୍ୟାକ୍ଫୁଟକୁ ଚାଲି ଯାଇଥିଲା କଙ୍ଗାରୁ ଦଳ । କିନ୍ତୁ ଟ୍ରାଭିସ୍ ହେଡ୍ ଓ ମାର୍ନସ୍ ଲାବୁସେନ୍ଙ୍କ ଯୋଡି ପାଳି ସମ୍ଭାଳିବା ସହ ଦଳକୁ ବିଜୟୀ କରାଇଥିଲେ । ଏକାକୀ ଟ୍ରାଭିସ୍ ହେଡ୍, ଭାରତର ସବୁ ବୋଲରଙ୍କ ଉପରେ ଭାରି ପଡ଼ିଥିଲେ । ବିଶ୍ୱସ୍ତରୀୟ ବୋଲର ବୁମରା, ସାମି ଓ ସିରାଜ, ଏହି ଦୁଇ ବ୍ୟାଟରଙ୍କୁ ଆଉଟ କରିପାରିନଥିଲେ । ଟ୍ରାଭିସ ହେଡ ଲଢୁଆ ଶତକୀୟ ପାଳି ଖେଳି ଭାରତଠୁ ବିଜୟ ଛଡାଇ ନେଇଛନ୍ତି । ହେଡ ଓ ଲାବୁସେନଙ୍କ ଧୈର୍ଯ୍ୟପୂର୍ଣ୍ଣ ଓ ଚମକ୍ରାର ବ୍ୟାଟିଂ କରି ଦଳକୁ ବିଜୟୀ କରାଇଛନ୍ତି । ଟ୍ରାଭିସ ହେଡ ୧୩୭ ରନ କରି ପ୍ୟାଭିଲିୟନ ଫେରିଥିବା ବେଳେ ଲାବୁସେନ ଅପରାଜିତ ୫୮ ରନ କରିଛନ୍ତି । ଫାଇନାଲ ମୁକାବିଲାରେ ଚମକ୍ରାର ପ୍ରଦର୍ଶନ କରିଥିବା ଟ୍ରାଭିସ ହେଡଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଘୋଷଣା କରାଯାଇଛି । କୋହଲିଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଂଟ ଘୋଷଣା କରାଯାଇଛି ।

ରୋହିତଙ୍କ ଆଖିରେ ଲୁହ । ପରାଜୟ ପରର ଲୁହକୁ ନେଇ ଚର୍ଚ୍ଚା । କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ୍ ସମୟରେ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି । ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ୍ରେ ଭାରତ ପରାସ୍ତ ହେବା ପରେ ପଡ଼ିଆରୁ ପ୍ୟାଭିଲିୟନକୁ ଫେରୁଥିଲେ ଭାରତୀୟ ଦଳର ଖେଳାଳି । ଠିକ୍ ଏହି ସମୟରେ କ୍ୟାପଟେନ୍ ରୋହିତ ଶର୍ମାଙ୍କ ଆଖିରୁ ଲୁହ ଝରୁଥିବା ଦେଖିବାକୁ ମିଳିଥିଲା । କେବଳ ରୋହିତ ଶର୍ମା କାହିଁକି କି, ମହମ୍ମଦ ସିରାଜ୍ ମଧ୍ୟ ଲୁହ ଲୁଛାଉଥିବା ଦେଖିବାକୁ ମିିଳିଥିଲା । ସେହିପରି ବିରାଟ୍ କୋହଲି, ଭାବବିହ୍ୱଳ ହୋଇ ଟୋପିରେ ମୁହଁ ଲୁଚାଇବାର ଦେଖିବାକୁ ମିଳିଥିଲା । କେବଳ ଖେଳାଳି କାହିଁକି କ୍ରିକେଟ ପ୍ରେମୀମାନେ ମଧ୍ୟ ଛୋଟ ପିଲାଙ୍କ ଭଳି କାନ୍ଦୁଥିବାର ଦେଖିବାକୁ ମିଳିଛି ।

The post କ୍ରିକେଟ ବିଶ୍ୱକପ୍ ୨୦୨୩ର ଚାମ୍ପିୟନ ହେଲା ଅଷ୍ଟ୍ରେଲିଆ । ଭାରତକୁ ୬ ୱିକେଟରେ ହରାଇ ଷଷ୍ଠ ଥର ପାଇଁ ବିଶ୍ୱବିଜୟୀ । ରୋହିତଙ୍କ ଆଖିରେ ପରାଜୟର ଲୁହ । first appeared on Kanak News.

from Kanak News
via <a href="https://ifttt.com/?

ମାଣ୍ଡିଆ ଚାଷୀଙ୍କ ଗାଁ ରୁପାବାହାଲ । ପଡ଼ିଆ ଜମିରେ ଫଳାଇଛନ୍ତି ସୁନା ଫସଲ, ଅନ୍ୟ ଚାଷ ଅପେକ୍ଷା ମାଣ୍ଡିଆ ଚାଷରୁ ମିଳୁଛି ଅଧିକ ଲାଭ

କନକ ବ୍ୟୁରୋ : କ୍ଷେତରେ ଲହଡୀ ଭାଙ୍ଗୁଛି ପେନ୍ଥାପେନ୍ଥା ମାଣ୍ଡିଆ । ଯେତେ ଦୂର ପର୍ଯ୍ୟନ୍ତ ଆଖି ଯାଉଛି କେବଳ ମାଣ୍ଡିଆ ହିଁ ମାଣ୍ଡିଆ ଦିଶୁଛି । ଏହେଉଛି ଠିକ୍ ଅମଳ ପୂର୍ବର ଦୃଶ୍ୟ । ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ରୁପାବାହାଲ ଗାଁର ଚାଷୀ ମାନେ ଫଳାଇଛନ୍ତି ଏହି ସୁନାର ଫସଲ । ଅନୁକୁଳ ପାଗ ଏବଂ ପଡିଆ ଜମିରେ ଅତି ସହଜରେ ହେଇପାରୁଛି ଏହି ମାଣ୍ଡିଆ ଚାଷ । ଆଉ ସେଥିପାଇଁ ଚାଷୀଙ୍କୁ ବେଶ୍ ଆକୃଷ୍ଟ କରିଛି ଏହି ଚାଷ । ଧାନ କିମ୍ବା ଅନ୍ୟ ପାରମ୍ପରିକ ଚାଷ ଠାରୁ ମାଣ୍ଡିଆ ଚାଷରୁ ଭଲ ଅମଳ ଏବଂ ଲାଭ ମିଳୁଛି । ଅନ୍ୟ ଚାଷ ତୁଳନାରେ ଖର୍ଚ୍ଚ କମ, ପରିଶ୍ରମ କମ ତା ସହିତ କମ ପାଣିରେ ଲାଭ ବେଶୀ ହେଉଛି । ଧାନ ଚାଷ କଲେ ରୋଗ ପୋକର ଆଶଙ୍କା ଅନେକ ମାତ୍ରାରେ ରହିଥାଏ ହେଲେ ମାଣ୍ଡିଆ ଚାଷ କ୍ଷେତ୍ରରେ ତାହା କମ୍ । ଏହି ଚାଷ କରି ବର୍ତମାନ ସୁନ୍ଦରଗଡ ରୁପାବାହାଲ ଗାଁର ଚାଷୀ ବେଶ୍ ଲାଭାନ୍ୱିତ ହେଉଛନ୍ତି ।

ପୁଷ୍ଟିଶସ୍ୟ ଭାବରେ ଏଇ କିଛି ବର୍ଷ ହେଲା ମାଣ୍ଡିଆ ବେଶ୍ ଆଦୃତି ଲାଭ କରିଛି । ସମାଜର ପ୍ରତେକ ବର୍ଗର ବ୍ୟକ୍ତି ଏହାକୁ ଧୀରେ ଧୀରେ ଗ୍ରହଣ କରିବାକୁ ଲାଗିଲେଣି । ଏଥିରେ ପ୍ରଚୁର ମାତ୍ରାରେ ଆଇରନ୍ ,କ୍ୟାଲସିୟମ, ଫାଇବର, ପ୍ରୋଟିନ ଓ କାର୍ବୋହାଇଡ୍ରେଟ୍ସ ଥିବା ଯୋଗୁଁ ଏହା ବେଶ ସ୍ୱାସ୍ଥ୍ୟ ଉପଯୋଗୀ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରାକର ମିଲେଟ ମିଶନ ଜରିଆରେ ଚାଷ ଓ ଏହାର ବ୍ୟବହାର ପାଇଁ ସଚେତନ ଏବଂ ପ୍ରୋତ୍ସାହିତ କରୁଛନ୍ତି । ଆଉ ଏହି ମାଣ୍ଡିଆ ଉତ୍ପାଦନ ଓ ବ୍ୟବହାରରେ ସୁନ୍ଦରଗଡ ଜିଲ୍ଲା ର ଉଲ୍ଲେଖନୀୟ ଅବଦାନ ରହିଛି । ଏଥିପାଇଁ ସୁନ୍ଦରଗଡ ଜିଲ୍ଲାକୁ ପୁରସ୍କୃତ ମଧ୍ୟ କରାଯାଇଛି । ମିଲେଟ ମିଶନ ଅଧିନରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବକ ଜରିଆରେ ଚାଷୀଙ୍କୁ ମାଣ୍ଡିଆ ଚାଷ କରିବା ପାଇଁ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କରାଯାଉଛି । ଏହା ସହିତ ଚାଷୀ ଙ୍କୁ ମାଣ୍ଡିଆ ଚାଷ କରିବା ପାଇଁ ବିହନ ଓ ବିକ୍ରି ପାଇଁ ମଣ୍ଡି ର ସୁବ୍ୟବସ୍ଥା କରାଯାଉଥିବାରୁ ଚାଷୀ ମଧ୍ୟ ଏହି ଚାଷ ଆଡକୁ ଆକୃଷ୍ଟ ହେଉଛନ୍ତି ।

ପାଶ୍ଚାତ୍ୟ ସଂସ୍କୃତି ପରମ୍ପରା ଓ ଖାଦ୍ୟରୁ ମୁହଁ ମୋଡି ପୁଣି ପୁରୁଣା ପାରମ୍ପରିକ ପୁଷ୍ଟିଶସ୍ୟ ଖାଦ୍ୟ ପ୍ରତି ଆଧୁନିକ ସମାଜ ଆକୃଷ୍ଟ ହେଉଥିବା ବେଳେ ମାଣ୍ଡିଆ ସେଥିରେ ପ୍ରମୁଖ ଭୂମିକା ନିର୍ବାହ କରୁଛି    ।

The post ମାଣ୍ଡିଆ ଚାଷୀଙ୍କ ଗାଁ ରୁପାବାହାଲ । ପଡ଼ିଆ ଜମିରେ ଫଳାଇଛନ୍ତି ସୁନା ଫସଲ, ଅନ୍ୟ ଚାଷ ଅପେକ୍ଷା ମାଣ୍ଡିଆ ଚାଷରୁ ମିଳୁଛି ଅଧିକ ଲାଭ first appeared on Kanak News.

from Kanak News
via <a href="https://ifttt.com/?

ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ ଦେଇଛି ସଫଳତା । ଭାଗଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଯାଜପୁର ରଣାଗୁଣ୍ଡି ଗାଁର ଦୁର୍ଯ୍ୟୋଧନ

କନକ ବ୍ୟୁରୋ : ଜଣେ ସଫଳ ଚାଷୀଙ୍କ କାହାଣୀ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ରଣାଗୁଣ୍ଡି ଗାଁର ଦୁର୍ଯ୍ୟୋଧନ ମାହନ୍ତ । ଅଢ଼େଇ ଏକର ଜମିରେ କରିଛନ୍ତି ପନିପରିବା ଚାଷ । ଦିନ ଥିଲା ବାପାଙ୍କ ସହ ବିଲକୁ ଯାଇ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଥିଲେ ଦୁର୍ଯ୍ୟୋଧନ । ଭାଗଚାଷ ଜମିରେ ଅଳ୍ପ କିଛି ପରିବା ଚାଷ କରି ନିଜ ପରିବାର ପୋଷିବା କଷ୍ଟକର ହୋଇପଡିଥିଲା । ନୂଆ କିଛି କରିବାର ଚିନ୍ତା କରି ବାଇଗଣ, କଲରା, ଭେଣ୍ଡି, ଲଙ୍କା, ହରଡ଼, ସାରୁ, ହଳଦୀ, ଆଦି ବିଭିନ୍ନ ପନିପରିବା ଚାଷ ଆରମ୍ଭ କରିଥିଲେ । କିଛିଦିନ ପରେ ରୋଜଗାରର ବାଟ ଫିଟିଲା । ଏବେ ଏହି ଚାଷ କରି ଦୁର୍ଯ୍ୟୋଧନ ମାହନ୍ତ ବାର୍ଷିକ ପାଖାପାଖି ୧୦ ରୁ ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଅନ୍ୟ ଯୁବବର୍ଗଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

ପ୍ରଥମେ ଅଳ୍ପ ଜମିରେ ପନିପରିବା ଚାଷ ଆରମ୍ଭ କରିଥିଲେ ଦୁର୍ଯ୍ୟୋଧନ ମାହନ୍ତ । ସେଥିରେ ଆଶାତୀତ ସଫଳତା ପାଇଲେ । ଭଲ ଦିପାଇସା ଲାଭ ହେଲା । ଉନ୍ନତ ମାନର ପରିବା ଚାଷ କରି ସେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନେକ ଯୁବକତାଲିମ ମଧ୍ୟ ଦେଉଛନ୍ତି । ତାଙ୍କର ଏହି ପ୍ରୟାସକୁ ସ୍ଥାନୀୟ ଅଂଚଳର ଗ୍ରାମବାସୀ ପ୍ରଶଂସା କରିଛନ୍ତି । ବାଇଗଣ, କଲରା, ଭେଣ୍ଡି, ଲଙ୍କା, ହରଡ଼, ସାରୁ, ହଳଦୀ ବିକ୍ରି କରି ଏବେ ଲାଭବାନ ହେଉଛନ୍ତି ଦୁର୍ଯ୍ୟୋଧନ । ଚାଷ କରି ଦୁର୍ଯ୍ୟୋଧନ ମାହନ୍ତ କେବଳ ନିଜେ ସ୍ୱାବଲମ୍ବୀ ହୋଇଛନ୍ତି ତା’ନୁହେଁ, ସେ ଅନ୍ୟ ୧୦ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଏଥିରେ ନିୟୋଜିତ କରି ରୋଜଗାରକ୍ଷମ କରାଇ ପାରିଛନ୍ତି ।

ଶିଳ୍ପଜିଲ୍ଲା ଯାଜପୁରରେ ବେକାରୀ ସମସ୍ୟା ବଢୁଥିବା ବେଳେ ଦୃଢ ଆତ୍ମ ବିଶ୍ୱାସ ଓ କଠିନ ପରିଶ୍ରମ ବଳରେ ଦୁର୍ଯ୍ୟୋଧନ ମାହନ୍ତ ପରିବା ଚାଷକରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

The post ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ ଦେଇଛି ସଫଳତା । ଭାଗଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଯାଜପୁର ରଣାଗୁଣ୍ଡି ଗାଁର ଦୁର୍ଯ୍ୟୋଧନ first appeared on Kanak News.

from Kanak News
via <a href="https://ifttt.com/?

ରୋଜଗାର ଦେଉଛି ଲେମନ ଗ୍ରାସ୍ ତେଲ । ବେଆଇନ୍ ଗଂଜେଇ ଚାଷରୁ ମୁହଁ ଫେରାଇ ଲେମନ ଗ୍ରାସ୍ ଚାଷ କରୁଛନ୍ତି ସ୍ୱାଭିମାନ ଅଂଚଳବାସୀ

କନକ ବ୍ୟୁରୋ : ରୋଜଗାର ଦେଉଛି ଲେମନ ଗ୍ରାସ୍ ତେଲ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ଏବେ ଆଉ ବେଆଇନ ଗଂଜେଇ ଚାଷ ନୁହେଁ ଲେମନ ଗ୍ରାସ୍ ତେଲ ଦଊଛି ଚାଷିଙ୍କୁ ରୋଜଗାର । ଆଇଟିଡିଏ ସଂସ୍ଥା ପକ୍ଷରୁ ଦୁଇ ବର୍ଷ ତଳେ ପାପରମେଟଲା ପଂଚାୟତର ତଣ୍ଠାଗୁଢ଼ା, ଯନ୍ତାପାଇ, ଲାଉଗୁଢା ଆଦି ଅଂଚଳକୁ ଲେମନ ଗ୍ରାସ ଚାଷ ପାଇଁ ଚାଷିଙ୍କୁ ଚାରା ଯୋଗାଇ ଦେଇଥିଲା । ଘାସରୁ ତେଲ ଉତ୍ପାଦନ କରିବା ପାଇଁ ତୈଳ ଉତ୍ôପାଦନ ପ୍ରୋସେସିଙ୍ଗ ୟୁନିଟର ମଧ୍ୟ ସ୍ଥାପନ କରିଥିଲା ସଂସ୍ଥା । ଏବେ ଫସଲ ଅମଳ ହେବା ପରେ ଜମିରୁ ଘାସ ଗୁଢିକୁ କାଟି ଆଣି ପ୍ରୋସେସିଙ୍ଗ ୟୁନିଟରେ ତେଲ ପ୍ରସ୍ତୁତ କରୁଛନ୍ତି ଚାଷି ।

ପ୍ରଶାସନ ତରଫରୁ ଚାଷିଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ଏହି ଅଂଚଳର ଚାଷି ମାନେ ପ୍ରାୟ ୨୦ ଏକର ଜମିରେ ଏବେ ଲେମନ ଗ୍ରାସ୍ ଚାଷ କରିଛନ୍ତି । ଲେମସ ଗ୍ରାସରୁ ସାଧାରଣତଃ ସୁଗନ୍ଧିତ ତୌଳ ବାହାର କରାଯାଏ । ଏହି ତେଲ କସମେଟିକ ସାମଗ୍ରୀ ଓ ଫାର୍ମା କମ୍ପାନୀରେ ବ୍ୟବହାର କରାଯାଇଥାଏ । ଏହି ତେଲର ଦର ୧୨୦୦ ରୁ ୧୩୦୦ ଟଙ୍କା ପର୍ଯ୍ୟନ୍ତ ବଜାରରେ ବିକ୍ରି ହୋଇଥାଏ । ଲେମନ ଗ୍ରାସ୍ ଏକ ଲାଭ ଦାୟକ ଚାଷ ହୋଇଥିବାରୁ ଚାଷି ଏହି ଚାଷ କରିବା ପାଇଁ ମନ ବଳାଉଛନ୍ତି ।

ଜମିରେ ଥରେ ଏହି ଚାଷ ହେଲେ ଚାଷିଙ୍କୁ ପାଖାପାଖି ୮ ବର୍ଷ ପର୍ଯ୍ୟନ୍ତ ଲାଭ ମିଳିଥାଏ । ଚାଷୀ ମାନେ ଏହି ଚାଷକୁ ବେଶ ଉତ୍ସାହର ସହ କରୁଥିବା ବେଳେ ବିକ୍ରିବଟା ପାଇଁ ଭଲ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ତେବେ ପ୍ରଶାସନ ତରଫରୁ ଲେମନ ଗ୍ରାସ୍ ତେଲ ବିକ୍ରୟ ପାଇଁ ବଜାରର ବ୍ୟବସ୍ଥା ଗଲେ ଅନେକ ଚାଷୀ ଉପକୃତ ହୋଇପାରନ୍ତେ ।

ପାରମ୍ପରିକ ଚାଷ ଅପେକ୍ଷା ଏଭଳି ଏକ ନୂଆ ପ୍ରକାରର ଚାଷ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଏଟିଛନ୍ତି ଚିତ୍ରକୋଣ୍ଡା ଅଂଚଳର ଚାଷୀ ।

The post ରୋଜଗାର ଦେଉଛି ଲେମନ ଗ୍ରାସ୍ ତେଲ । ବେଆଇନ୍ ଗଂଜେଇ ଚାଷରୁ ମୁହଁ ଫେରାଇ ଲେମନ ଗ୍ରାସ୍ ଚାଷ କରୁଛନ୍ତି ସ୍ୱାଭିମାନ ଅଂଚଳବାସୀ first appeared on Kanak News.

from Kanak News
via <a href="https://ifttt.com/?

ନୃତ୍ୟ ଶିଳ୍ପୀରୁ ସଫଳ ଚାଷୀ । ପିଲାଙ୍କୁ ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ଦେବା ସହ ଛତୁ ଚାଷ କରୁଛନ୍ତି କଟକ ନିଶ୍ଚିନ୍ତକୋଇଲି ଅଂଚଳର ଦେବରୁପା କର

କନକ ବ୍ୟୁରୋ : ପେଶା ଓଡ଼ିଶୀ ନୃତ୍ୟ ଶିଖାଇବା । ଓଡ଼ିଶୀ ନୃତ୍ୟରେ ନିପୁଣା ଯେ ଜଣେ ସଫଳ ଉଦ୍ୟୋଗୀ ଓ ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରିପାରିବେ ତାହା ଦେବରୂପାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । କଟକ ନିଶ୍ଚିତକୋଇଲି ବ୍ଲକ ବଡ଼ଖିରି ପଂଚାୟତ ମିଶନ ଶକ୍ତି ବିଭାଗ ଦ୍ୱାରା ଏମବିକେ ଭାବେ ନିଯୁକ୍ତ ହୋଇଛନ୍ତି ଦେବରୂପା କର । ରଙ୍ଗମୁଣ୍ଡାଇ ଗାଁରେ ଦେବରୂପାଙ୍କ ଘର । ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ସେ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ତାଙ୍କ ସ୍ୱାମୀ ମଧ୍ୟ ଜଣେ ସଙ୍ଗୀତ ଶିଳ୍ପୀ । କରୋନା ସମୟରେ କିଛି କରିବାର ଆଶାରେ ଆରମ୍ଭ କରିଥିଲେ ଛତୁ ଚାଷ    । ଏଥିପାଇଁ ସେ ଉଦ୍ୟାନ କୃଷି ଉନ୍ନୟନ ଯୋଜନାରେ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ରୁଣ ନେଇଛନ୍ତି । ସ୍ୱାମୀଙ୍କ ସହଯୋଗରେ ୧୭ଶହ ବର୍ଗଫୁଟ୍ ଜମିରେ ୭ଶହରୁ ଅଧିକ ଛତୁ ବେଡ଼ ପକାଇଛନ୍ତି।

ଛତୁ ଚାଷରେ ଦେବରୂପାଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି ସ୍ୱାମୀ ମୃତ୍ୟୁଞ୍ଜୟ ନନ୍ଦ । ପ୍ରତ୍ୟେକ ଦିନ ୩୦ କେଜିରୁ ଉଦ୍ଧ୍ୱର୍ ଛତୁ ତାଙ୍କ ଉଦ୍ୟାନରୁ ଉତ୍ପାଦନ ହେଉଛି । ଉତ୍ପାଦନ ହେଉଥିବା ଛତୁକୁ ଦେବରୂପାଙ୍କ ସ୍ୱାମୀ ନିଶ୍ଚନ୍ତକୋଇଲି ବଜାର ଏବଂ କଟକ ସହରକୁ ପଠାଇବାରେ ସହଯୋଗ କରନ୍ତି । ପ୍ରତେକ ଦିନ ସ୍ୱଳ୍ପ ପରିଶ୍ରମରେ ଦେବରୂପା ନିଜେ ଗୁଜୁରାଣ ମେଂଟାଇବା ସହ ନିଜର ନୃତ୍ୟ ପ୍ରଶିକ୍ଷଣ ପେଶାକୁ ସମୟ ଦେଇପାରୁଛନ୍ତି । ଦେବରୂପାଙ୍କ ଠାରୁ ଅନୁପ୍ରାଣିତ ହୋଇ ନିଶ୍ଚିନ୍ତକୋଇଲି ପଂଚାୟତର ଅନ୍ୟ ମହିଳା ମାନେ ଛତୁ ଚାଷ ଆରମ୍ଭ କଲେଣି ।

ସଫଳ ନୃତ୍ୟଶିଳ୍ପୀରୁ ସଫଳ ଚାଷୀ ହେବାରେ ସହାୟକ ହୋଇଛି ଉଦ୍ୟାନ କୃଷି ବିଭାଗର ସମନ୍ୱିତ ଉଦ୍ୟାନ କୃଷି ଯୋଜନା । ଯାହାର ସଦୁପଯୋଗ କରିଛନ୍ତି ଦେବରୂପା ।

The post ନୃତ୍ୟ ଶିଳ୍ପୀରୁ ସଫଳ ଚାଷୀ । ପିଲାଙ୍କୁ ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ଦେବା ସହ ଛତୁ ଚାଷ କରୁଛନ୍ତି କଟକ ନିଶ୍ଚିନ୍ତକୋଇଲି ଅଂଚଳର ଦେବରୁପା କର first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started