ଛତ୍ରପୁର, ଗୋପାଳପୁର ଓ ଚିକିଟି ଅଂଚଳର ୨ଶହରୁ ଅଧିକ ଚାଷୀ କରୁଛନ୍ତି କିଆଫୁଲ ଚାଷ । ବର୍ଷକୁ ତିନିଥର ହୁଏ ଅମଳ

କନକ ବ୍ୟୁରୋ : ପ୍ରସାଧନ ସାମଗ୍ରୀ ସାବୁନ, ହେୟାର ଅଏଲ କିମ୍ବା ଅଗରବତୀ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ କିଆ ଫୁଲର ଅତର । ଗଂଜାମର କିଆଫୁଲରୁ ତିଆରି ଅତର ସାରା ବିଶ୍ୱରେ ଆଦୃତ ହୋଇପାରିଥିବା ବେଳେ ବର୍ଷ ବର୍ଷ ଧରି ଏହା ଲୋକଙ୍କ ରୋଜଗାର ମାଧ୍ୟମ ପାଲଟିଛି । ତେବେ କିଆ ଫୁଲ ଭିତରେ ଗଞ୍ଜାମ କିଆ ଫୁଲର ରହିଛି ନିଆରା ଚାହିଦା । ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗୋପାଳପୁର ଓ ଚିକିଟି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳରେ ୨୦୦ରୁ ଉର୍ଦ୍ଧ ଲୋକ କିଆଫୁଲ ଚାଷ ଉପରେ ନିର୍ଭରଶୀଳ । ବର୍ଷକୁ ତିନିଥର ଏହା ଅମଳ ହେଉଥିବା ବେଳେ ଧାନ ଚାଷ ଠାରୁ ଏହା ଅଧିକ ଲାଭଦାୟକ ।

ଗଞ୍ଜାମ ଜିଲ୍ଲାରେ ପ୍ରାୟ ୬ ହଜାର ହେକ୍ଟରରୁ ଅଧିକ ଜମିରେ କିଆଫୁଲ ଚାଷ କରୁଛନ୍ତି ଚାଷୀ । କିଆଫୁଲରୁ ଅତର ପ୍ରସ୍ତୁତ ପାଇଁ ଜିଲ୍ଲାରେ ୧୪୦ରୁ ଅଧିକ କିଆଫୁଲ ଭାଟି ରହିଛି । ଏହା ଦ୍ୱାରା ବାର୍ଷିକ ୨ ଲକ୍ଷ ଲୋକ ରୋଜଗାର ପାଉଛନ୍ତି । ବର୍ତମାନ ଗୋଟିଏ କିଆଫୁଲର ଦର ୮ଟଙ୍କା ୫୦ ପଇସାରୁ ୧୨ ଟଙ୍କା ପର୍ଯ୍ୟନ୍ତ ରହିଛି । ଯାହାଫଳରେ କିଆଫୁଲ ଚାଷ କରୁଥିବା ପ୍ରତ୍ୟେକ ପରିବାର ମାସକୁ ପ୍ରାୟ ୧୦ ରୁ ୧୫ ହଜାର ଟଙ୍କା ରୋଜଗାର କରିଥାନ୍ତି ।

ଚାଷୀ ମାନେ କିଆ ଫୁଲ ତୋଳିବା ପରେ ଭାଟିରେ ପ୍ରକ୍ରିୟାକରଣ କରି ଅତର ଓ ତେଲ ବାହାର କରାଯାଏ । ଜିଆଫୁଲକୁ ସ୍ୱତନ୍ତ୍ର ପିତଳ ହାଣ୍ଡିରେ ସିଝାଇ ସେଥିରୁ ବାଷ୍ପୀକରଣ ପ୍ରକିୟା ଅତର ଓ ତେଲ ପ୍ରସ୍ତୁତ କରାଯାଏ । ଏହାର ମୂଲ୍ୟ ଅଧିକ ରହିଥିବା ବେଳେ ଉପକୃତ ହେଉଛନ୍ତି ଚାଷୀ ।

The post ଛତ୍ରପୁର, ଗୋପାଳପୁର ଓ ଚିକିଟି ଅଂଚଳର ୨ଶହରୁ ଅଧିକ ଚାଷୀ କରୁଛନ୍ତି କିଆଫୁଲ ଚାଷ । ବର୍ଷକୁ ତିନିଥର ହୁଏ ଅମଳ first appeared on Kanak News.

from Kanak News
via <a href="https://ifttt.com/?

୮ ଦିନ ହେଲା ଟନେଲରେ ଫସିଛି ୪୦ ଶ୍ରମିକଙ୍କ ଜୀବନ । ସୁଡଙ୍ଗ ଉପରୁ ଖନନ ପାଇଁ ଯୋଜନା, ୫ଟି ସ୍ଥାନରୁ ଚାଲିବ ଉଦ୍ଧାର ଅଭିଯାନ

କନକ ବ୍ୟୁରୋ : ଉତରାଖଣ୍ଡ ଉତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଏ ଯାଏଁ ଉଦ୍ଧାର କରାଯାଇପାରିନାହିଁ । ଉଦ୍ଧାର ପାଇଁ ଅପରେସନ ଜିନ୍ଦଗୀ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ସ୍ଥାନୀୟ ସରକାର । ଏଥିପାଇଁ ଅଷ୍ଟ୍ରେଲିଆର ଜଣେ ମାଇକ୍ରୋ ଟନେଲ ବିଶେଷଜ୍ଞ ଉତରକାଶୀ ପହଂଚିସାରିଛନ୍ତି । ଯୋଜନା ଅନୁସାରେ ଟନେଲ ଉପରୁ କଟାଯାଇ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଟନେଲ ଭିତରୁ ଶ୍ରମିକଙ୍କୁ ଏୟାରଲିଫି୍ଟ କରିିବାକୁ ଯୋଜନା ରହିଛି । ପ୍ଲାନ୍-ବି ପାଇଁ ରେଲୱେ ଓ ନରୱେର ଏକ୍ସପର୍ଟ ଟିମ୍ ମଧ୍ୟ କାମ କରୁଥିବା ଜଣାଯାଇଛି ।

The post ୮ ଦିନ ହେଲା ଟନେଲରେ ଫସିଛି ୪୦ ଶ୍ରମିକଙ୍କ ଜୀବନ । ସୁଡଙ୍ଗ ଉପରୁ ଖନନ ପାଇଁ ଯୋଜନା, ୫ଟି ସ୍ଥାନରୁ ଚାଲିବ ଉଦ୍ଧାର ଅଭିଯାନ first appeared on Kanak News.

from Kanak News
via <a href="https://ifttt.com/?

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଂଚଭୂତରେ ଲୀନ ହେଲେ ସହିଦ ଇଶ୍ୱର ଚନ୍ଦ୍ର ଦୋରା । କଳାହାଣ୍ଡି ବେଲଖଣ୍ଡିରେ ଦିଆଗଲା ଶେଷ ସଲାମ

କନକ ବ୍ୟୁରୋ : କଫିନ୍ ଭିତରେ ପଲିଥିନ ଘୋଡେଇ ହୋଇ ଆସିଛନ୍ତି ଯବାନ ସ୍ୱାମୀ । ସୀମାରେ ସହିଦ ହୋଇଥିବା ସ୍ୱାମୀଙ୍କ ଶେଷ ଦର୍ଶନ ବ୍ୟାକୁଳ ହେଉଛନ୍ତି ସ୍ତ୍ରୀ । ପଲିଥିନ୍ ଭିତରୁ ସ୍ୱାମୀଙ୍କ ମୁହଁକୁ ଆଉଁଶି ପକାଉଛନ୍ତି । ସେପଟେ ପୁଅର ମରଶରୀର ପାଖରେ ମୁଣ୍ଡ ବାଡେଇ କାନ୍ଦୁଛନ୍ତି ବୁଢି ମାଆ ।

ଏ ସବୁ ଭିତରେ ଆଉ ଏକ ଦୃଶ୍ୟ ବେଶ ହୃଦୟ ବିଦାରକ ଥିଲା, ବାପାଙ୍କ ପ୍ରାର୍ଥୀବ ଶରୀର ଆସୁଛି, ଘରେ ବାହାରେ ସଂପର୍କୀୟ ଓ ପ୍ରିୟଜନଙ୍କ ଗହଳଚହଳ ଲାଗିଛି । ୫ ବର୍ଷର କୁନି ଝିଅ ଖାଲି ବଲ ବଲ କରି ଚାହିଁଛି । କିଛି ବୁଝି ପାରୁନଥିବା ବୀରକନ୍ୟାକୁ ଦେଖି, ମାଆ କିଛି କହି ପାରୁନଥିବା ବେଳେ ଆଖିରୁ ଖାଲି ଧାର ଧାର ଲୁହ ଝରି ଆସୁଛି । ସ୍ୱାମୀଙ୍କ ସହିଦ ପାଇଁ ଗର୍ବ କରିବେ ନା କୁନି ଝିଅକୁ ବୁଝାଇବେ କିଛି ବୁଝି ପାରୁନଥିଲେ ବୀରପତ୍ନୀ ।

ତ୍ରିପୁରାରେ କାର୍ଯ୍ୟରତ ଥିବା ସମୟରେ ସହିଦ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ବେଳଖଣ୍ଡି ଗାଁର ବିଏସଏଫ ଯବାନ ଇଶ୍ୱର ଚନ୍ଦ୍ର ଦୋରା । ଗତ ୩ ଦିନ ତଳେ ସହିଦ ହୋଇଥିବା ଇଶ୍ୱର ଆଜି ଛୁଟିରେ ଗାଁକୁ ଆସିଥାନ୍ତେ । ଛୁଟି ମିଳି ସାରିଛି, ଘରକୁ ଆସିବେ ବୋଲି ଫୋନ୍ ଯୋଗେ ସ୍ତ୍ରୀଙ୍କୁ କହିଥିଲେ । ତାଙ୍କ କହିବା ଅନୁସାରେ, ସେ ଆସିଛନ୍ତି ହେଲେ ଛୁଟି ନେଇ ନୁହେଁ, ସବୁ ଦିନ ପାଇଁ ବିଦାୟ ନେଇ ।

ସହିଦ ଇଶ୍ୱରଙ୍କ ପାର୍ଥିବ ଶରୀର ଗାଁରେ ପହଂଚିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପୁରା ପରିବେଶ । ଇଶ୍ୱର ଚନ୍ଦ୍ର ଅମର ରହେ ଧ୍ୱନୀରେ ଗୁଂଜରିତ ହୋଇଥିଲା ପୁରା ପରିବେଶ ।
ସ୍ତ୍ରୀ, ମା, ପରିବାରର ଅନ୍ୟ ସଦସ୍ୟ ଓ ସ୍ଥାନୀୟ ଜନପ୍ରତିନିଧି ସହିଦଙ୍କ ଶେଷ ଦର୍ଶନ କରିବା ପରେ ରାଷ୍ଟ୍ରିୟ ମର୍ଯ୍ୟାଦାର ସହ ସହିଦ ଇଶ୍ୱରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଦେଶ ଜଣେ ଯବାନଙ୍କୁ ହରେଇଥିବା ବେଳେ କୁନି କୁନି ପିଲା ବାପା ଛେଉଣ୍ଡ ହୋଇଯାଇଛନ୍ତି ।

The post ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଂଚଭୂତରେ ଲୀନ ହେଲେ ସହିଦ ଇଶ୍ୱର ଚନ୍ଦ୍ର ଦୋରା । କଳାହାଣ୍ଡି ବେଲଖଣ୍ଡିରେ ଦିଆଗଲା ଶେଷ ସଲାମ first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, କାଲି ଦିନ ୧୧ଟାରେ ବାରିପଦାରେ ରହିଛି କାର୍ଯ୍ୟକ୍ରମ

କନକ ବ୍ୟୁରୋ : ନିଜ ମାଟିର ମଣିଷ, ଦେଶର ପ୍ରଥମ ନାଗରିକଙ୍କ ସ୍ୱାଗତ ଅପେକ୍ଷାରେ ମୟୂରଭଂଜ ଜିଲ୍ଲା ପ୍ରଶାସନ । ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ମୟୂରଭଂଜ ଗସ୍ତରେ ଆସୁଛନ୍ତି । ତେବେ ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ ୩ ଘଂଟା ଆଗୁଆ ଆସିବେ ରାଷ୍ଟ୍ରପତି । ସୋମବାର ଦିନ ୨ଟା୨୦ମିନିଟ୍ରେ ପହଂଚିବା ପରିବର୍ତ୍ତେ ଦିନ ୧୧ଟା ୨୫ମିରେ ବାରିପଦାରେ ପହଂଚିବେ   । ସହିଦ ସ୍ମୃତି ଭବନରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ବାରିପଦାରେ ମଧ୍ୟାନ୍ନ ଭୋଜନ ପରେ ୨.୩୫ମିନିଟ୍ରେ କୁଳିଅଣା ବ୍ଲକର ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦଘାଟନ କରିବେ । ଏହାପରେ ଅପରାହ୍ଣ ୩.୧୫ ମିନିଟ୍ରେ ରାଇରଙ୍ଗପୁର ଅଭିମୂଖେ ବାହାରିବେ ।

ସେହିଭଳି ୨୧ ତାରିଖରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସେଭଳି କୌଣସି ପରିବର୍ତନ ହୋଇନାହିଁ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ଲାଗି ଜିଲ୍ଲା ପ୍ରଶାସନ ଯୁଦ୍ଧକାଳିନ ଭିତିରେ ସମସ୍ତ ପ୍ରସ୍ତୁତି କରିଛି । ଜିଲ୍ଲାପଳ ନିଜେ ସହିଦ ସ୍ମୃତିଭବନ ସହିତ ପୋଲିସ ଲାଇନ ହେଲି ପ୍ୟାଡର ସମୀକ୍ଷା କରିଛନ୍ତି । ଅନ୍ୟପଟେ ସନ୍ତାଳୀ ଲେଖକ ସଂଘ ରାଷ୍ଟ୍ରପତିଙ୍କୁ ଅତିଥୀ ଭାବରେ ପାଇ ଅଶେଷ ଉତ୍କଣ୍ଠାର ସହିତ ପ୍ରସ୍ତୁତିରେ ଲାଗିଛନ୍ତି । ମହାମହୀମ ମଧ୍ୟ ସାନ୍ତାଳୀ ସାହିତ୍ୟର ଜଣେ ଜଣାଶୁଣା ସାଧିକା ।

ସେପଟେ ବାୟୂସେନାର ହେଲିକେପ୍ଟର ଯୋଗେ ବାରିପଦାରୁ ରାଇରଙ୍ଗପୁର ସ୍ଥିତ ଦାଣ୍ଡବୋଷ ଏୟାଷ୍ଟ୍ରିପ୍ ହେଲିପ୍ୟାଡରେ ଅବତରଣ କରିବେ । ଏଥିପାଇଁ ପୂର୍ତ ବିଭାଗ ପକ୍ଷରୁ ହେଲିପ୍ୟାଡ୍ ନିର୍ମାଣ ହୋଇ ସାରିଛି । ପୂର୍ତ ବିଭାଗର ମହୁଲଡିହା ଡାକବଙ୍ଗଳାକୁ ମଧ୍ୟ ସଜେଇ ଦିଆଯାଇଛି । ଏଠାରେ କିଛି ବ୍ୟକ୍ତି ବିଶେଷ ଓ ସଂଗଠନ ମାନେ ରାଷ୍ଠ୍ରପତିଙ୍କୁ ଭେଟିବା ପରେ ରାଇରଙ୍ଗପୁର ସ୍ଥତ ନିଜ ବାସଭବନକୁ ଯିବ ଦୌପଦୀ ମୁର୍ମୁ । ସେଠାରେ ଭୋଜନ ସହିତ ରାତ୍ରୀଯାପନ କରିବେ ମ୍ୟାଡମ ରାଷ୍ଟ୍ରପତି । ସେଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ଏବେ କେବଳ ଅପେକ୍ଷା ସେହି ଶୁଭମୁହୂର୍ତକୁ ।

The post ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, କାଲି ଦିନ ୧୧ଟାରେ ବାରିପଦାରେ ରହିଛି କାର୍ଯ୍ୟକ୍ରମ first appeared on Kanak News.

from Kanak News
via <a href="https://ifttt.com/?

ଓଡିଶାରେ ପିଏମ-ଶ୍ରୀ ଯୋଜନାର ଶୁଭାରମ୍ଭ ।ବିକଶିତ ହେବ ଭିତ୍ତିଭୂମି, ମିଳିବ ଗୁଣାତ୍ମକ ଶିକ୍ଷା

କନକ ବ୍ୟୁରୋ : ଭୁବନେଶ୍ୱର ରେଲବାଇ ଅଡିଟୋରିୟମ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ବା ପିଏମଶ୍ରୀ ଯୋଜନାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାର ପିଏମଶ୍ରୀ ଯୋଜନା ପାଇଁ ଏମଓୟୁ କରିନଥିବାରୁ ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ଏହି ଯୋଜନାର ଆରମ୍ଭ ହୋଇଛି । ଜାତୀୟ ଶିକ୍ଷା ନୀତି ଆଧାରରେ ପିଏମଶ୍ରୀ ସ୍କୁଲରେ ନବସୃଜନ ଆଧାରିତ ନୂତନ ପ୍ରଯୁକ୍ତି ବିଦ୍ୟା, ସ୍ମାର୍ଟ କ୍ଲାସରୁମ, କ୍ରୀଡା ସହ ଅନ୍ୟାନ୍ୟ ଦିଗକୁ ଗୁରୁତ୍ୱ ଦିଆଯିବ । ଦେଶର କେତେକ ରାଜ୍ୟରେ ପିଏମଶ୍ରୀ ଯୋଜନା ଲାଗୁ ହୋଇସାରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜନୈତିକ ସ୍ୱାର୍ଥକୁ ଆଖିରେ ରଖି ଓଡିଶାର ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଉଛି ।

ଓଡିଶାରେ ପିଏମଶ୍ରୀ ଲାଗୁ କରିବା ପାଇଁ ଏମଓୟୁ ସ୍ୱାକ୍ଷର କରୁନାହାନ୍ତି ରାଜ୍ୟ ସରକାର । ଏହାକୁ ନେଇ ରାଜନୈତିକ ବୟାନବାଜି ତେଜବାରେ ଲାଗିିଛି । କୁହାଯାଉଛି ରାଜ୍ୟରେ ଚାଲିଥିବା ଫାଇଭ-ଟି ସ୍କୁଲ ରୁପାନ୍ତର ସହ ପିଏମଶ୍ରୀ ଯୋଜନାରେ ସମାନ ସୁବିଧା ରହିଛି ।

ଦେଶରେ ୧୪ହଜାର ୫ଶହ ପିଏମଶ୍ରୀ ସ୍କୁଲ ପ୍ରତିଷ୍ଠା ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ପ୍ରତିଟି ବ୍ଲକର ଦୁଇଟି ବିଦ୍ୟାଳୟକୁ ସାମିଲ କରାଯିବା ଯୋଜନା ରହିଛି । ଯେହେତୁ ଓଡିଶାରେ ଲାଗୁ ହୋଇନାହିଁ ତେଣୁ ରାଜ୍ୟରେ ଥିବା ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟରେ ପିଏମଶ୍ରୀ ଆରମ୍ଭ ହୋଇଛି ।

The post ଓଡିଶାରେ ପିଏମ-ଶ୍ରୀ ଯୋଜନାର ଶୁଭାରମ୍ଭ ।ବିକଶିତ ହେବ ଭିତ୍ତିଭୂମି, ମିଳିବ ଗୁଣାତ୍ମକ ଶିକ୍ଷା first appeared on Kanak News.

from Kanak News
via <a href="https://ifttt.com/?

ସାରା ଦେଶରେ ଅଦ୍ଭୁତପୂର୍ବ କ୍ରିକେଟ୍ ଫିଭର । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନୀଳ ରଙ୍ଗର ଜନସମୁଦ୍ର, ଖେଳ ଦେଖିବାକୁ ପହଁଚିଲେ ଦେଶବିଦେଶର ବିଶିଷ୍ଟ ବ୍ୟକ୍ତି

କନକ ବ୍ୟୁରୋ : ସାରାଦେଶରେ କ୍ରିକେଟର ଫିଭର । ଗାଁ ଠୁ ସହର, ସବୁଠି ଦେଖିବାକୁ ମିଳିଥିଲା କ୍ରିକେଟର କ୍ରେଜ । ବିଶ୍ୱକପ୍ ମହାମୁକାବିଲର କାଉଂଟଡାଉନ ଆରମ୍ଭ ହେବା ସହ ଭାରତୀୟ ଟିମର ବିଜୟ କାମନା କରି ଚାରିଆଡେ ଚାଲିଥିଲା ପୂଜାର୍ଚ୍ଚନା ଓ ହୋମଯଜ୍ଞ । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦୀପଦାନ କରିଥିଲେ କ୍ରିକେଟ ପ୍ରେମୀ । ଅଧିଷ୍ଠାତ୍ରୀ ଦେବା ମା ବିରଜା ମନ୍ଦିରରେ ପୂଜାର୍ଚ୍ଚନା ସହ ସମୂହ ଦୀପଦାନ କରାଯାଇଛି । ଅଖଣ୍ଡ ଦୀପ ଜାଳି ଭାରତୀୟ ଟିମର ବିଜୟ କାମନା କରିଛନ୍ତି ସେବାୟତ ।

କ୍ରିକେଟ ମହାସମର ଦେଖିବା ପାଇଁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା । ଛକ ଛକରେ ବଡ ବଡ ଏଲସିଡି ଲଗାଇ ଖେଳ ଦେଖିବାର ଆୟୋଜନ ହୋଇଥିଲା । ୨୦୦୩ ପରେ ଅଷ୍ଟ୍ରେଲିଆ ଟିମ୍ ବିରୋଧରେ ସବୁଠାରୁ ବଡ ଲଢ଼େଇ ହୋଇଥିବାରୁ କ୍ରିକେଟ ପ୍ରେମୀମାନେ ଖେଳ ଦେଖିବାକୁ ଏଲସିଡି ଆଗରେ ଭିଡ ଲଗାଇଥିଲେ । କ୍ରିକେଟ ଖେଳା ମଜା ଉଠାଇଥିଲେ ।

କ୍ରିକେଟ ଖେଳ ପାଇଁ କ୍ଲବ ଓ ହୋଟେଲ ମାନଙ୍କରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା । ତେବେ ଟୁର୍ଣ୍ଣାମେଂଟର ପୂର୍ବ ମ୍ୟାଚ ଗୁଡିକରେ ଭାରତୀୟ ବ୍ୟାଟିଂ ବାହିନୀ ଯେମିତି ପ୍ରଦର୍ଶନ କରିଥିଲା, ଫାଇନାଲରେ ସେମିତି ପ୍ରଦର୍ଶନ କରିପାରି ନଥିବାରୁ କ୍ରିକେଟ ପ୍ରେମି କିଛି ମାତ୍ରାରେ ନିରାଶ ହୋଇଥିଲେ ।

The post ସାରା ଦେଶରେ ଅଦ୍ଭୁତପୂର୍ବ କ୍ରିକେଟ୍ ଫିଭର । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନୀଳ ରଙ୍ଗର ଜନସମୁଦ୍ର, ଖେଳ ଦେଖିବାକୁ ପହଁଚିଲେ ଦେଶବିଦେଶର ବିଶିଷ୍ଟ ବ୍ୟକ୍ତି first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱବିଜୟୀ ହେବା ପାଇଁ ଅଷ୍ଟ୍ରେଲିଆକୁ ଆବଶ୍ୟକ ୨୪୧ ରନ୍ । ଫାଇନାଲ୍ ଫାଇଟର ପ୍ରଥମ ୧୦ ଓଭର ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ,ଅଷ୍ଟ୍ରେଲିଆର ବି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ

କନକ ବ୍ୟୁରୋ : ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ଟିମ୍ ଇଣ୍ଡିଆର ଦୁଇ ଓପନର୍ ରୋହିତ ଶର୍ମା ଓ ଶୁବମନ ଗିଲ୍ । ଟସ୍ ହାରିଲେ ବି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତି ନେଇଥିବାରୁ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଦୁନିଆର ସବୁଠୁ ବଡ଼ କ୍ରିକେଟ ଗ୍ରାଉଣ୍ଡ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଛୁଳି ପଡୁଥିବା ଦର୍ଶକଙ୍କ ଇଣ୍ଡିଆ ଇଣ୍ଡିଆ ନାରା ଭାରତୀୟ ଦଳର ମନରେ ଜୋସ୍ ଭରି ଦେଇଥିଲା । ଆଉ ନିଜ ଷ୍ଟାଇଲ୍ରେ ବ୍ୟାଟିଂ ଆରମ୍ଭ କରି ଦେଇଥିଲେ ହିଟ୍ମ୍ୟାନ ରୋହିତ ଶର୍ମା । ପ୍ରଥମରୁ ହିଁ ଛକା ଚୌକା ବର୍ଷା କରିଥିଲେ । ଷ୍ଟାଡିୟମରେ ଉପସ୍ଥିତ ଥିବା ଲକ୍ଷେ ୩୦ ହଜାର ଦର୍ଶକ ନୀଳ ରଙ୍ଗର ଜର୍ସି ପିନ୍ଧି ଯେତେବେଳେ ଟିମ୍ ଇଣ୍ଡିଆକୁ ଚିୟର ଅପ୍ କରୁଥାନ୍ତିି, ଲାଗୁଥାଏ ଏହା ଜନସମୁଦ୍ର ନୁହେଁ, ନୀଳ ରଙ୍ଗର ସମୁଦ୍ର ହିଁ ଲହଡ଼ି ଭାଙ୍ଗୁଛି । ତେବେ ଶୁବମନ ଗିଲ୍ ମାତ୍ର ୪ ରନ୍ କରିଥିବା ବେଳେ ମିଚେଲ ଷ୍ଟାର୍କଙ୍କ ବଲରେ ଜାମ୍ପାଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନକୁ ଫେରି ଯାଇଥିଲେ । ଏହା ନିରାଶ କରିଥିଲା ଭାରତୀୟ ପ୍ୟାନଙ୍କୁ । ଶୁବମନ ଗିଲ୍ ସହଳ ଆଉଟ୍ ହୋଇଥିଲେ ବି ଅନ୍ୟପଟରେ ଅଟକି ନଥିଲା ରୋହିତଙ୍କ ବ୍ୟାଟ୍ । ମିଚେଲ ଷ୍ଟାର୍କ, ଜୋସ୍୍ ହାଜେଲ୍ଉଡ୍, ଗ୍ଲେନ୍ ମାକ୍ସୱେଲ କାହାରିକୁ ଛାଡି ନଥିଲେ ରୋହିତ । ବିରାଟ କୋହଲିଙ୍କ ସହ ମିଶି ସ୍କୋର ବୋର୍ଡକୁ ଆଗେଇ ନେଉଥିବା ବେଳେ ରୋହିତଙ୍କ ୱିକେଟ ପଡ଼ିଥିଲା । ମାତ୍ର ୩୧ ବଲ୍ରେ ଖେଳି ୪୭ ରନ୍ କରିଥିବା ବେଳେ ଛକା ମାରିବାକୁ ଯାଇ ସାକ୍ସୱେଲଙ୍କ ବଲରେ କ୍ୟାଚ୍ ଟେକି ଦେଇଥିଲେ ଭାରତର ଅଧିନାୟକ । ତେବେ ଏହାରି ଭିତରେ ଥିଲା ୪ ଚୌକା ଓ ୩ଟି ଛକା । ଏହା ପରେ ଗୋଟିଏ ଚୌକା ମାରି ଆଉଟ୍ ହୋଇ ଯାଇଥିଲେ ଇନ୍ଫର୍ମ ବ୍ୟାଟର ଶ୍ରେୟସ୍ ଆୟର । ଆଉ ଏହା ପରଠାରୁ ରନ୍ ରେଟ୍ରେ ରୋକ ଲାଗି ଯାଇଥିଲା । ସତର୍କତାର ସହ ବ୍ୟାଟିଂ କରିଥିଲେ କୋହଲି ଓ କେଏଲ ରାହୁଲ । ତେବେ ଅର୍ଦ୍ଧଶତକ କରିବା ପରେ ପ୍ୟାଟ୍ କମିନ୍ସଙ୍କ ବଲ୍ରେ ଦୁଭାର୍ଗଜନକ ଭାବେ ବୋଲ୍ଡ ହୋଇ ଯାଇଥିଲେ ବିରାଟ । ଟିମ୍ ଇଣ୍ଡିଆ ମଧ୍ୟମ କ୍ରମ ବ୍ୟାଟିଂ ଅର୍ଡରକୁ ଲାଗିଥିଲା ବଡ଼ ଝଟ୍କା । ୬୩ଟି ବଲ୍ ଖେଳି ୪ଟି ଚୌକା ସହ ୫୪ ରନ୍ କରିଥିଲେ କୋହଲି । ଚତୁର୍ଥ ୱିକେଟ ପଡ଼ିବା ପରେ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଅର୍ଡର ତଳକୁ ଖସାଇ ରବୀନ୍ଦ୍ର ଜାଡେଜାଙ୍କୁ ବ୍ୟାଟିଂ କରିବାକୁ ପଠାଇଥିଲେ ଅଧିନାୟକ ରୋହିତ ଶର୍ମା । ତେବେ ଏହି ଚାଲ କାମ ଦେଇନଥିଲା । ମାତ୍ର ୯ ରନ୍ କରି ହାଜେଲ୍ଉଡ୍ଙ୍କ ବଲରେ ଆଉଟ୍ ହୋଇଥିଲେ ଜାଡେଜା । ଅଷ୍ଟ୍ରେଲିଆ ଆଗରେ ବଡ଼ ଟାର୍ଗେଟ ରଖିବା ପାଇଁ ଭାରତର ପ୍ରୟାସରେ ଲାଗିଥିଲା ବ୍ରେକ୍ । ଭାରତର ସ୍କୋର ବୋର୍ଡକୁ ଅଟକାଇବା ପାଇଁ ବାରମ୍ବାର ବୋଲିଂ ଚେଂଜ କରିଥିଲେ ପ୍ୟାଟ୍ କମିନ୍ସ । ୭ ଜଣ ବୋଲରଙ୍କୁ ଚାନ୍ସ ଦେଇଥିଲେ ଅଷ୍ଟ୍ରେଲିଆ ଅଧିନାୟକ । ପାଂଚ ୱିକେଟର ପତନ ପରେ ସୂର୍ଯ୍ୟ କୁମାର ଯାଦବ ବ୍ୟାଟିଂ ପାଇଁ ଆସିଥିଲେ । ଗୋଟିଏ ପଟେ ଧେର୍ଯ୍ୟର ସହ ବ୍ୟାଟିଂ କରି ଅର୍ଦ୍ଧଶତକ କରିଥିଲେ ଲୋକେଶ୍ ରାହୁଲ । ସେଥିରେ ଥିଲା ମାତ୍ର ଗୋଟିଏ ବାଉଣ୍ଡ୍ରି । ୧୦୭ଟି ବଲ୍ ଖେଳି ୬୬ ରନ୍ କରି ଆଉଟ୍ ହୋଇଥିଲେ କେଏଲ ରାହୁଲ । ନିୟମିତ ଭାବେ ଟିମ୍ ଇଣ୍ଡିଆର ୱିକେଟ ପତନ ହେଉଥିବାରୁ ଧିମାଇ ଯାଇଥିଲା ରନ୍ବର୍ଷା । ଏପରିକି ଚାପ ଭିତରେ ସ୍ୱାଭାବିକ ଭାବେ ହାତ ଖୋଲି ଖେଳି ପାରିନଥିଲେ ସ୍କାଏ । ସୂର୍ଯ୍ୟ କୁମାର ଯାଦବ ୨୮ ବଲ୍ ଖେଳି ମାତ୍ର ୧୮ ରନ୍ କରି ଆଉଟ୍ ହୋଇଥିଲେ । ମହମ୍ମଦ ସାମି ଗୋଟିଏ ଛକା ମାରି ପ୍ୟାଭିଲିୟନକୁ ଫେରିଥିଲେ । ବୁମରା ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ । କୁଳଦୀପ ଯାଦବ ୧୦ ରନ୍ କରି ରନ୍ଆଉଟ୍ ହୋଇଥିବା ବେଳେ ୯ ରନ୍ କରି ଅପରାଜିତ ଅଛନ୍ତି ମହମ୍ମଦ ସିରାଜ । ପ୍ରଥମ ଥର ପାଇଁ ଚଳିତ ବିଶ୍ୱକପ୍ରେ ହୋଇଛି ଭାରତର ବ୍ୟାଟିଂ ବିପର୍ଯ୍ୟୟ । ୫୦ ଓଭରରେ ୨୪୦ ରନ୍ କରି ଅଲଆଉଟ୍ ହୋଇଛି ଟିମ୍ ଇଣ୍ଡିଆ । ଅନ୍ୟପଟେ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୩ଟି ୱିକେଟ୍, ଜୋସ୍୍ ହାଜେଲ୍ଉଡ୍ ୨ଟି ୱିକେଟ୍ , ପ୍ୟାଟ୍ କମିନ୍ସ ୨ଟି ୱିକେଟ୍ ପାଇଥିବା ବେଳେ ଗ୍ଲେନ୍ ମାକ୍ସୱେଲ ଓ ଆଦମ୍ ଜାମ୍ପାଙ୍କୁ ଅକ୍ତିଆର କରିଥିଲେ ଗୋଟିଏ ଲେଖାଁ ସଫଳତା ।

The post ବିଶ୍ୱବିଜୟୀ ହେବା ପାଇଁ ଅଷ୍ଟ୍ରେଲିଆକୁ ଆବଶ୍ୟକ ୨୪୧ ରନ୍ । ଫାଇନାଲ୍ ଫାଇଟର ପ୍ରଥମ ୧୦ ଓଭର ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ,ଅଷ୍ଟ୍ରେଲିଆର ବି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ first appeared on Kanak News.

from Kanak News
via <a href="https://ifttt.com/?

ମହାନଦୀ ପଠାରେ ଦର୍ଶକଙ୍କ ମନ ଜିଣିବ ମାଛ ଟନେଲ । ବାଲିଯାତ୍ରାରେ ଟନେଲ୍ ଫିସ୍ ଆକ୍ୱାରିୟମରେ ବୁଲିବେ ଲୋକ

କନକ ବ୍ୟୁରୋ : ଏଥର ବାଲିଯାତ୍ରାରେ ଦର୍ଶକଙ୍କ ଆକର୍ଷଣ ସାଜିବ ଟନେଲ୍ ଫିସ୍ ଆକ୍ୱାରିୟମ୍ । ଆସନ୍ତା ୨୭ରୁ ଆରମ୍ଭ ହେବାକୁ ଯାଉଥିବା ବାଲିଯାତ୍ରା ପାଇଁ କଟକ ମହାନଦୀ ପଠାରେ ପ୍ରସ୍ତୁତି ଖୁବ୍ ଜୋରସୋରରେ ଚାଲିଛି । ଟନେଲ ଫିସ୍ ଆକ୍ୱାରିଅମ୍ ଅଂଶର ଖଞ୍ଜା ପ୍ରକ୍ରିୟା ଆରମ୍ଭ ହୋଇଛି ।ପ୍ରାୟ ୧୫ରୁ ଉର୍ଦ୍ଧ ଟ୍ରକରେ କେରଳରୁ ଏଗୁଡିକୁ କଟକ ମହାନଦୀ ପଠାକୁ ଅଣାଯାଇଛି । କେରଳରୁ ଆସିଥିବା ୫୦ରୁ ଉର୍ଦ୍ଧ ଶ୍ରମିକ ଫିସ୍ ଆକ୍ୱାରିଅମ୍ ଖଞ୍ଜାରେ ଲାଗିଛନ୍ତି। ଭାଗବାନ୍ ବିଷ୍ଣୁଙ୍କ ପାତାଳୀ ଅବତାର, ଜଳ ପରି, ଦ୍ବାରିକା ନଗରୀ, ଟାଇଟାନିକ ଜାହାଜ ଭଳି ଅନେକ ଆକର୍ଷଣୀୟ ଜିନିସ ଦେଖିବାକୁ ମିଳିବ ଏହି ଟନେଲ ଭିତରେ । ଖାଲି ସେତିକି ନୁହେଁ ବିଭିନ୍ନ ଦେଶୀ ବିଦେଶୀ ପ୍ରଜାତିର ମାଛ ମଧ୍ୟ ରହିବେ।

୨୧୦ ଫୁଟ ଟନେଲ୍ ଭିତରେ ଦର୍ଶକ ଯିବା ସମୟରେ ବିଦେଶର ପର୍ୟ୍ୟଟନ ସ୍ଥଳୀ ଭଳି ମଜା ନେବେ। ଟନେଲ୍ ଫିସ୍ ଆକ୍ୱାରିୟମ୍ ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କେତେ ଟଙ୍କା ଟିକେଟର ମୂଲ୍ୟ ରହିବ ତାହା ଧାର୍ୟ୍ୟ କରାଯାଇ ନାହିଁ ।

ସେହିଭଳି ଟନେଲ ଫିସ୍ ଆକ୍ୱାରିଅମ୍ ଖଞ୍ଜା ଚାଲିଥିବା ବେଳେ ବିଶେଷ କରି ନକଲି କୁମ୍ଭୀର, ହାତୀ, ଅକ୍ଟପସ୍ ଦେଖିବା ପାଇଁ ଭିଡ ଜମୁଛି । ବଡ଼ ବଡ଼ କାଚ ଘର, ହାତୀ ଓ କୁମ୍ଭୀର ପାଖରେ ଫୋଟୋ ଉଠାଇବାରେ ବ୍ୟସ୍ତ ସମସ୍ତେ ।

The post ମହାନଦୀ ପଠାରେ ଦର୍ଶକଙ୍କ ମନ ଜିଣିବ ମାଛ ଟନେଲ । ବାଲିଯାତ୍ରାରେ ଟନେଲ୍ ଫିସ୍ ଆକ୍ୱାରିୟମରେ ବୁଲିବେ ଲୋକ first appeared on Kanak News.

from Kanak News
via <a href="https://ifttt.com/?

ବସ୍ତାରେ ଛତୁଆ ପ୍ରସ୍ତୁତ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ବିରୋଧରେ ସାଙ୍ଘାତିକ ଅଭିଯୋଗ । କୁନି କୁନି ପିଲାଙ୍କୁ ଦିଆଯାଉଛି ନିମ୍ନମାନର ଛତୁଆ

କନକ ବ୍ୟୁରୋ : ଅଙ୍ଗନବାଡି ଜରିଆରେ ଗର୍ଭବତୀ ମହିଳା ଏବଂ ଛୁଆଙ୍କୁ ପୃଷ୍ଟିକର ଛତୁଆ ବଂଟନ କରାଯାଉଛି । ଏହାସହ ସୁଜି, ଲଡୁ ଏବଂ ଗୁଡ ବାଦାମ ମଧ୍ୟ ବଂଟନ ବ୍ୟବସ୍ଥା ରହିଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ସତ୍ୟସାଇ ସ୍ୱୟଂ ସହାୟକ ଗୋଷ୍ଠି ଛତୁଆ ପ୍ରସ୍ତୁତ ପାଇଁ ଅନୁମତି ପାଇଛି । ଏହି ଗୋଷ୍ଠୀ ଅତ୍ୟନ୍ତ ନିମ୍ନମାନର ଛତୁଆ ପ୍ରସ୍ତୁତ କରି ବଂଟନ କରୁଥିବା ଅଭିଯୋଗ ହୋଇଛି । ଗୋଟିଏ ପ୍ୟାକେଟ ଛତୁଆରେ ଆଧାରୁ ଅଧିକ ଖଦଢ ବାହାରୁଛି, ଯାହାକୁ ପିଲାମାନେ ଖାଇବା ସମ୍ଭବ ହେଉନାହିଁ । ଏହାସହ ଖାଦ୍ୟ ପଦାର୍ଥ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି ।

ସତ୍ୟ ସାଇ ସ୍ୱୟଂ ସହାୟକ ଗୋଷ୍ଠୀରୁ ପ୍ରସ୍ତୁତ ଛତୁଆ ବସ୍ତା ବ୍ଲକର ୧୬ଟି ପଂଚାୟତରେ ବଂଟନ କରାଯାଉଛି । ୨ଶହରୁ ଅଧିକ ଅଙ୍ଗନୱାଡି କେନ୍ଦ୍ରରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଦିଆଯାଉଛି   । ତେବେ ଛତୁଆ ଅତିନିମ୍ନମାନର ହେଉଥିବାରୁ ଶିଶୁ ଓ ମହିଳା ଛତୁଆ ନଖାଇ ଗାଈଗୋରୁଙ୍କୁ ଦେଇ ଦେଉଥିବା ଅଭିଯୋଗ କରିଛନ୍ତି । ସେପଟେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଏନେଇ ଅଭିଯୋଗ ଆସିନାହିଁ ,ଆଭିଯୋଗ ଆସିଲେ ତଦନ୍ତ କରି ଲାଇସେନ୍ସ ବାତିଲ କରାଯିବ ।

ସେପଟେ ଘଟଣାର ତଦନ୍ତ କରି ସଂପୃକ୍ତ କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି ।

The post ବସ୍ତାରେ ଛତୁଆ ପ୍ରସ୍ତୁତ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ବିରୋଧରେ ସାଙ୍ଘାତିକ ଅଭିଯୋଗ । କୁନି କୁନି ପିଲାଙ୍କୁ ଦିଆଯାଉଛି ନିମ୍ନମାନର ଛତୁଆ first appeared on Kanak News.

from Kanak News
via <a href="https://ifttt.com/?

ଚାଷ କ୍ଷେତରୁ ଲିଭି ଯିବକି ନଳିତା ଚାଷ । ସାଲେପୁର, ନିଶ୍ଚିନ୍ତ କୋଇଲି ଓ ମାହାଙ୍ଗାରେ ନଳିତା ଚାଷରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ

କନକ ବ୍ୟୁରୋ : ଯୁଆଡେ ଚାହିଁଲେ ଖାଲି ଧାନ ଚାଷ ନହେଲେ ଚାଷ ଜମି ପଡିଆ ପଡିଛି । ଜମି ପଡିଆ ପଡିବାର କାରଣ ହେଉଛି ନଳିତା ଚାଷରୁ ଚାଷୀ ବିମୁଖ ହେବା । ଯେଉଁ କେତେଜଣ ଚାଷୀ ଚାଷ କରୁଛନ୍ତି ଝୋଟର ଉଚିତ ଦାମ ନମିଳିବାରୁ ସେମାନେ ମଧ୍ୟ ହତାସ ହୋଇ ଆଉ ନଳିତା ଚାଷ କରିବେ ନାହିଁ ବୋଲି କହିଲେଣି । ନଳିତା ଚାଷ ଏକ ଲାଭ ଜନକ ଫସଲ । ହେଲେ ବହୁ କଷ୍ଟକର । ଲଳିତା କାଟିବା ଠାରୁ ଆରମ୍ଭ କରି ତାକୁ ପାଣିରେ ପକାଇ ପଚାଇ ଝୋଟ ଓ କାଉଁରିଆ କାଠି କାଢ଼ିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡେ । ଏତେ ପରିଶ୍ରମ ସତ୍ତ୍ୱେ ପାରିଶ୍ରମିକ ଠିକ ଭାବେ ମିଳୁନାହିଁ । ଝୋଟ ବିକ୍ରି ପାଇଁ ବଜାର ନାହିଁ କି ସରକାରୀ ପ୍ରୋତ୍ସାହନ ମିଳୁନାହିଁ । ତେଣୁ ଝୋଟ ବିକ୍ରି କରିବା ପାଇଁ ଚାଷୀ ବ୍ୟବସାୟୀଙ୍କ ଦ୍ୱାରା ଶୋଷିତ ହେଉଥିବା ଅଭିଯୋଗ କରିଛନ୍ତି ।

ଦିନେ ନିଶ୍ଚିନ୍ତକୋଇଲିର କେନ୍ଦୁପାଟଣା ଠାରେ ଝୁଟ କର୍ପୋରେସନ ଅଫ ଇଣ୍ଡିଆ ର ଗୋଦାମ କରାଯାଇ ଲକ୍ଷ ଲକ୍ଷ ଟନ ଝୋଟ ସଂଗ୍ରହ କରାଯାଇ ପଶ୍ଚିମବଙ୍ଗକୁ ଯାଉଥିଲା। ହେଲେ ସେ ସମୟ ଆଜି ନାହିଁ । ଝୋଟର ଉତ୍ପାଦନ କମିବା ସହ ଝୋଟ ସାମଗ୍ରୀର ବ୍ୟବହାର ମଧ୍ୟ କମିଗଲାଣି। ପ୍ଲାଷ୍ଟିକ୍ ସାମଗ୍ରୀର ବହୁଳ ବ୍ୟବହାର ଯୋଗୁଁ ଝୋଟ ସାମଗ୍ରୀର ଆବଶ୍ୟକତା ପଡୁନାହିଁ। ଫଳରେ ଧୀରେ ଧୀରେ ବୁଡିବାକୁ ବସିଲାଣି ଲଳିତା ଚାଷ। ଏପଟେ ଝୁଟ କର୍ପୋରେସନ ଅଫ ଇଣ୍ଡିଆର କର୍ମଚାରୀ କହିଛନ୍ତି, ନଳିତା ଚାଷ କରିବା ପାଇଁ ଚାଷୀଙ୍କୁ ସଚେତନ କରାଯାଉଛି । ସେପଟେ କୃଷି ଅଧିକାରୀ କହିଛନ୍ତି, କିଛି କିଛି ଚାଷୀ ନଳିତା ଚାଷ କରୁଛନ୍ତି ଓ ଆଗାମୀ ଦିନରେ ଅଧିକ ଚାଷୀ କିପରି ଚାଷ କରିବେ ତାହା ପ୍ରତି ଦୃଷ୍ଟି ଦିଆଯିବ।

ଲଳିତା ଚାଷ ପ୍ରତି ବିମୁଖ ହେଉଥିବା ଚାଷୀଙ୍କ ପାଇଁ ସରକାର କେବେ ପ୍ରୋତ୍ସାହନ ଦେଉଛନ୍ତି ଆଉ ଚାଷୀ ତାର ସୁଫଳ ପାଉଛନ୍ତି ତାକୁ ହିଁ ଅପେକ୍ଷା ।

The post ଚାଷ କ୍ଷେତରୁ ଲିଭି ଯିବକି ନଳିତା ଚାଷ । ସାଲେପୁର, ନିଶ୍ଚିନ୍ତ କୋଇଲି ଓ ମାହାଙ୍ଗାରେ ନଳିତା ଚାଷରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started