ପଂଚଭୂତରେ ଲୀନ ହେଲେ ସହିଦ ଇଶ୍ୱର ଦୋରା । କଳାହାଣ୍ଡି ବେଲଖଣ୍ଡିରେ ସହିଦଙ୍କୁ ଦିଆଗଲା ଶେଷ ସଲାମ

କନକ ବ୍ୟୁରୋ : କଫିନ୍ ଭିତରେ ପଲିଥିନ ଘୋଡେଇ ହୋଇ ଆସିଛନ୍ତି ଯବାନ ସ୍ୱାମୀ । ସୀମାରେ ସହିଦ ହୋଇଥିବା ସ୍ୱାମୀଙ୍କ ଶେଷ ଦର୍ଶନ ବ୍ୟାକୁଳ ହେଉଛନ୍ତି ସ୍ତ୍ରୀ । ପଲିଥିନ୍ ଭିତରୁ ସ୍ୱାମୀଙ୍କ ମୁହଁକୁ ଆଉଁଶି ପକାଉଛନ୍ତି । ସେପଟେ ପୁଅର ମରଶରୀର ପାଖରେ ମୁଣ୍ଡ ବାଡେଇ କାନ୍ଦୁଛନ୍ତି ବୁଢି ମାଆ ।

ଏ ସବୁ ଭିତରେ ଆଉ ଏକ ଦୃଶ୍ୟ ବେଶ ହୃଦୟ ବିଦାରକ ଥିଲା, ବାପାଙ୍କ ପ୍ରାର୍ଥୀବ ଶରୀର ଆସୁଛି, ଘରେ ବାହାରେ ସଂପର୍କୀୟ ଓ ପ୍ରିୟଜନଙ୍କ ଗହଳଚହଳ ଲାଗିଛି । ୫ ବର୍ଷର କୁନି ଝିଅ ଖାଲି ବଲ ବଲ କରି ଚାହିଁଛି । କିଛି ବୁଝି ପାରୁନଥିବା ବୀରକନ୍ୟାକୁ ଦେଖି, ମାଆ କିଛି କହି ପାରୁନଥିବା ବେଳେ ଆଖିରୁ ଖାଲି ଧାର ଧାର ଲୁହ ଝରି ଆସୁଛି । ସ୍ୱାମୀଙ୍କ ସହିଦ ପାଇଁ ଗର୍ବ କରିବେ ନା କୁନି ଝିଅକୁ ବୁଝାଇବେ କିଛି ବୁଝି ପାରୁନଥିଲେ ବୀରପତ୍ନୀ ।

ତ୍ରିପୁରାରେ କାର୍ଯ୍ୟରତ ଥିବା ସମୟରେ ସହିଦ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ବେଳଖଣ୍ଡି ଗାଁର ବିଏସଏଫ ଯବାନ ଇଶ୍ୱର ଚନ୍ଦ୍ର ଦୋରା । ଗତ ୩ ଦିନ ତଳେ ସହିଦ ହୋଇଥିବା ଇଶ୍ୱର ଆଜି ଛୁଟିରେ ଗାଁକୁ ଆସିଥାନ୍ତେ । ଛୁଟି ମିଳି ସାରିଛି, ଘରକୁ ଆସିବେ ବୋଲି ଫୋନ୍ ଯୋଗେ ସ୍ତ୍ରୀଙ୍କୁ କହିଥିଲେ । ତାଙ୍କ କହିବା ଅନୁସାରେ, ସେ ଆସିଛନ୍ତି ହେଲେ ଛୁଟି ନେଇ ନୁହେଁ, ସବୁ ଦିନ ପାଇଁ ବିଦାୟ ନେଇ ।

ସହିଦ ଇଶ୍ୱରଙ୍କ ପାର୍ଥିବ ଶରୀର ଗାଁରେ ପହଂଚିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପୁରା ପରିବେଶ । ଇଶ୍ୱର ଚନ୍ଦ୍ର ଅମର ରହେ ଧ୍ୱନୀରେ ଗୁଂଜରିତ ହୋଇଥିଲା ପୁରା ପରିବେଶ । ସ୍ତ୍ରୀ, ମା, ପରିବାରର ଅନ୍ୟ ସଦସ୍ୟ ଓ ସ୍ଥାନୀୟ ଜନପ୍ରତିନିଧି ସହିଦଙ୍କ ଶେଷ ଦର୍ଶନ କରିବା ପରେ ରାଷ୍ଟ୍ରିୟ ମର୍ଯ୍ୟାଦାର ସହ ସହିଦ ଇଶ୍ୱରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଦେଶ ଜଣେ ଯବାନଙ୍କୁ ହରେଇଥିବା ବେଳେ କୁନି କୁନି ପିଲା ବାପା ଛେଉଣ୍ଡ ହୋଇଯାଇଛନ୍ତି ।

The post ପଂଚଭୂତରେ ଲୀନ ହେଲେ ସହିଦ ଇଶ୍ୱର ଦୋରା । କଳାହାଣ୍ଡି ବେଲଖଣ୍ଡିରେ ସହିଦଙ୍କୁ ଦିଆଗଲା ଶେଷ ସଲାମ first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱକପ୍ ଫାଇନାଲ: ପ୍ରଥମେ ବ୍ୟାଟିଂ କରି ୨୪୦ ରନରେ ଭାରତ ଅଲଆଉଟ୍ । ଅଷ୍ଟ୍ରେଲିଆ ସାମ୍ନାରେ ୨୪୧ ରନର ଟାର୍ଗେଟ୍ ।

କନକ ବ୍ୟୁରୋ: ବିଶ୍ୱକପ୍ କ୍ରିକେଟ୍ ଫାଇନାଲରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ସାମ୍ନାରେ ୨୪୧ ରନର ଟାର୍ଗେଟ ଦେଲା ଭାରତ । ଭାରତର ବ୍ୟାଟିଂ ଲାଇନଅପ୍ ଆଜି ନୈରଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ଶୁଭମନ୍ ଗିଲ୍ , ଶ୍ରେୟାସ ଆୟର, ଜାଡେଜା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଅତ୍ୟନ୍ତ ନିରାଶ କରିଛି । ପ୍ରଥମ ୧୦ ଓଭରରେ ଭାରତ ଦ୍ରୁତ ଆରମ୍ଭ କରି ଥିଲେ ସୁଦ୍ଧା ଅଧିନାୟକ ରୋହିତ ଶର୍ମା ମାତ୍ର ୪୭ ରନରେ ଆଉଟ୍ ହୋଇଯାଇଥିଲେ । ପରେ ଶୁଭମନ୍ ଗିଲ୍, ଏବଂ ତା ପରେ ଆୟର, କୋହଲି, ରବିନ୍ଦ୍ର ଜାଡ଼େଜା ଏବଂ ଶ୍ରେୟାସ ଆୟାର ପ୍ୟାଭିଲିୟନକୁ ଫେରିଯାଇଥିଲେ । କେ.ଏଲ ରାହୁଲ ଲଢ଼ିଥିଲେ ମଧ୍ୟ ସାଧାରଣ ଭାବେ ଆଉଟ୍ ହୋଇ ସେ ମଧ୍ୟ ନିରାଶ କରିଛନ୍ତି । ଏବେ ଅଷ୍ଟ୍ରେଲିଆ ସାମ୍ନାରେ ୨୪୧ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଫାଇନାଲ ମ୍ୟାଚ ହୋଇଥିବାରୁ ଉଭୟ ଦଳ ଉପରେ ପ୍ରେସର ରହିବ, ଏବେ ଭାରତୀୟ ବୋଲିଂ ଉପରେ ସମସ୍ତଙ୍କ ନଜର ।

The post ବିଶ୍ୱକପ୍ ଫାଇନାଲ: ପ୍ରଥମେ ବ୍ୟାଟିଂ କରି ୨୪୦ ରନରେ ଭାରତ ଅଲଆଉଟ୍ । ଅଷ୍ଟ୍ରେଲିଆ ସାମ୍ନାରେ ୨୪୧ ରନର ଟାର୍ଗେଟ୍ । first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଲାଣି ପ୍ରସ୍ତୁତି

କନକ ବ୍ୟୁରୋ : ନିଜ ମାଟିର ମଣିଷ, ଦେଶର ପ୍ରଥମ ନାଗରିକଙ୍କୁ ସ୍ୱାଗତ ଅପେକ୍ଷାରେ ମୟୂରଭଂଜ ଜିଲ୍ଲା ପ୍ରଶାସନ । ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ମୟୂରଭଂଜ ଗସ୍ତରେ ଆସୁଛନ୍ତି । ତେବେ ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ ୩ ଘଂଟା ଆଗୁଆ ଆସିବେ ରାଷ୍ଟ୍ରପତି । ସୋମବାର ଦିନ ୨ଟା୨୦ମିନିଟ୍ରେ ପହଂଚିବା ପରିବର୍ତ୍ତେ ଦିନ ୧୧ଟା ୨୫ମିରେ ବାରିପଦାରେ ପହଂଚିବେ । ସହିଦ ସ୍ମୃତି ଭବନରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ବାରିପଦାରେ ମଧ୍ୟାନ୍ନ ଭୋଜନ ପରେ ୨.୩୫ମିନିଟ୍ରେ କୁଳିଅଣା ବ୍ଲକର ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦଘାଟନ କରିବେ । ଏହାପରେ ଅପରାହ୍ଣ ୩.୧୫ ମିନିଟ୍ରେ ରାଇରଙ୍ଗପୁର ଅଭିମୂଖେ ବାହାରିବେ ।

ସେହିଭଳି ୨୧ ତାରିଖରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସେଭଳି କୌଣସି ପରିବର୍ତନ ହୋଇନାହିଁ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ଲାଗି ଜିଲ୍ଲା ପ୍ରଶାସନ ଯୁଦ୍ଧକାଳିନ ଭିତିରେ ସମସ୍ତ ପ୍ରସ୍ତୁତି କରିଛି । ଜିଲ୍ଲାପଳ ନିଜେ ସହିଦ ସ୍ମୃତିଭବନ ସହିତ ପୋଲିସ ଲାଇନ ହେଲି ପ୍ୟାଡର ସମୀକ୍ଷା କରିଛନ୍ତି । ଅନ୍ୟପଟେ ସନ୍ତାଳୀ ଲେଖକ ସଂଘ ରାଷ୍ଟ୍ରପତିଙ୍କୁ ଅତିଥୀ ଭାବରେ ପାଇ ଅଶେଷ ଉତ୍କଣ୍ଠାର ସହିତ ପ୍ରସ୍ତୁତିରେ ଲାଗିଛନ୍ତି । ମହାମହୀମ ମଧ୍ୟ ସାନ୍ତାଳୀ ସାହିତ୍ୟର ଜଣେ ଜଣାଶୁଣା ସାଧିକା ।

ସେପଟେ ବାୟୂସେନାର ହେଲିକେପ୍ଟର ଯୋଗେ ବାରିପଦାରୁ ରାଇରଙ୍ଗପୁର ସ୍ଥିତ ଦାଣ୍ଡବୋଷ ଏୟାଷ୍ଟ୍ରିପ୍ ହେଲିପ୍ୟାଡରେ ଅବତରଣ କରିବେ । ଏଥିପାଇଁ ପୂର୍ତ ବିଭାଗ ପକ୍ଷରୁ ହେଲିପ୍ୟାଡ୍ ନିର୍ମାଣ ହୋଇ ସାରିଛି । ପୂର୍ତ ବିଭାଗର ମହୁଲଡିହା ଡାକବଙ୍ଗଳାକୁ ମଧ୍ୟ ସଜେଇ ଦିଆଯାଇଛି । ଏଠାରେ କିଛି ବ୍ୟକ୍ତି ବିଶେଷ ଓ ସଂଗଠନ ମାନେ ରାଷ୍ଠ୍ରପତିଙ୍କୁ ଭେଟିବା ପରେ ରାଇରଙ୍ଗପୁର ସ୍ଥତ ନିଜ ବାସଭବନକୁ ଯିବ ଦୌପଦୀ ମୁର୍ମୁ । ସେଠାରେ ଭୋଜନ ସହିତ ରାତ୍ରୀଯାପନ କରିବେ ମ୍ୟାଡମ ରାଷ୍ଟ୍ରପତି । ସେଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ଏବେ କେବଳ ଅପେକ୍ଷା ସେହି ଶୁଭମୁହୂର୍ତକୁ ।

The post ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଲାଣି ପ୍ରସ୍ତୁତି first appeared on Kanak News.

from Kanak News
via <a href="https://ifttt.com/?

୮ ଦିନ ଧରି ଟନେଲ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଜାଣନ୍ତୁ ସେମାନଙ୍କୁ ବାହାରୁ କଣ ଦିଆଯାଉଛି ଖାଦ୍ୟ

କନକ ବ୍ୟୁରୋ : ଗତ ରବିବାର ଠାରୁ ଉତ୍ତରାଖଣ୍ଡ ଉତ୍ତରକାଶୀରେ ନିର୍ମାଣଧୀନ ଏକ ଟନେଲ ଧସିଯିବାରୁ ଭିତରେ ୪୧ ଜଣ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ସରକାରଙ୍କ ତରଫରୁ ସମସ୍ତ ପ୍ରଚେଷ୍ଠା ଜାରି ରହିଛି । ହେଲେ ଆପଣଙ୍କ ଭିତରେ ଉତ୍ସାହ ରହିଥିବ କି, ଫସି ରହିଥିବା ଶ୍ରମିକମାନଙ୍କୁ ବାହାରୁ କଣ କଣ ଖାଦ୍ୟ ଦିଆଯାଉଛି । ଏହି କ୍ରମରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଘଟଣା ସ୍ଥଳରେ ପହଂଚିଛନ୍ତି । ସେ କହିଛନ୍ତି କି ସୁଡଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଭିଟାମିନ୍ ଖୋରାକ ସହିତ ଆଣ୍ଟି ଡିପ୍ରେସନ ଔଷଧ ଦିଆଯାଉଛି । ଏହା ସହ ଶ୍ରମିକଙ୍କ ମନୋବଳ ବୃଦ୍ଧି କରାଯାଉଛି ମଧ୍ୟ । ପୁରୁଣା ଯୋଜନା ସହ ଏବେ ନୂଆ ଯୋଜନାରେ ୫ଟି ସ୍ଥାନରେ ଖୋଳା କାର୍ଯ୍ୟ ଚାଲିଛି ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି କହିଛନ୍ତି କି ଉଦ୍ଧାର କାର୍ଯ୍ୟରେ ଅନେକ ମେସିନ ନିୟୋଜିତ କରାଯାଇଛି । ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବାକୁ ବର୍ମାରୁ ଆସିଥିବା ୨ଟି ମେସିନ ବ୍ୟବହାର କରାଯାଉଛି । ସେ କହିଛନ୍ତି କି, ବର୍ମାରୁ ଆସିଥିବା ମେସିନ ଯଦି ଠିକ୍ କାମ କରେ ତେବେ ୨ ରୁ ୫ ଦିନ ମଧ୍ୟରେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରିବ ।

The post ୮ ଦିନ ଧରି ଟନେଲ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଜାଣନ୍ତୁ ସେମାନଙ୍କୁ ବାହାରୁ କଣ ଦିଆଯାଉଛି ଖାଦ୍ୟ first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱକପ୍ ଫାଇନାଲରେ ପୁଣି ଚମକିଲେ ବିରାଟ । ୫୬ ବଲରେ ୫୦ ରନ କରି କରୁଛନ୍ତି ବ୍ୟାଟିଂ

କନକ ବ୍ୟୁରୋ : ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟଡିୟମରେ ଚାଲିଛି ବିଶ୍ୱକପର ଫାଇନାଲ ମ୍ୟାଚ୍ । ଭାରତ ପ୍ରଥମେ ବ୍ୟାଟିଂ କରୁଛି । ଏହି କ୍ରମରେ ଭାରତ ୩ ୱିକେଟ ହରାଇ ୨୬ ଓଭରରେ ୧୩୫ ରନ କରିଛି । ହେଲେ ଅନ୍ୟ ସମସ୍ତ ମ୍ୟାଚ୍ ଭଳି ଏହି ମ୍ୟାଚରେ ମଧ୍ୟ ବିରାଟ କୋହଲି ନିଜର ଚମତ୍କାର ଦେଖାଇଛନ୍ତି । ଦଳ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ବିରାଟ ଧର୍ଯ୍ୟର ସହ ବ୍ୟାଟିଂ କରି ୫୬ ବଲରେ ୫୦ ରନ କରିଛନ୍ତି । ତାଙ୍କ ସହିତ ବ୍ୟାଟିଂ କରୁଛନ୍ତି କେ ଏଲ ରାହୁଲ । ରାହୁଲ ୬୨ ବଲ ଖେଳି ୩୨ ରନ କରିଛନ୍ତି । ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବା ପରେ ପ୍ରଶଂସକମାନେ ଚିନ୍ତାରେ ଅଛନ୍ତି ।

The post ବିଶ୍ୱକପ୍ ଫାଇନାଲରେ ପୁଣି ଚମକିଲେ ବିରାଟ । ୫୬ ବଲରେ ୫୦ ରନ କରି କରୁଛନ୍ତି ବ୍ୟାଟିଂ first appeared on Kanak News.

from Kanak News
via <a href="https://ifttt.com/?

କଳାହାଣ୍ଡି ବେଲଖଣ୍ଡିରେ ସହିଦଙ୍କୁ ଶେଷ ସଲାମ । ଜନ୍ମମାଟିରେ ସହିଦଙ୍କୁ ଅଶ୍ରୁଳ ବିଦାୟ । ତ୍ରିପୁରା ବୋର୍ଡରେ କାର୍ଯ୍ୟରତ ବେଳେ ହୋଇଥିଲେ ସହିଦ

କନକ ବ୍ୟୁରୋ: ଜନ୍ମମାଟିରେ ସହିଦଙ୍କ ହେଲା ଅନ୍ତିମ ସଂସ୍କାର । ଅନ୍ତିମ ସଂସ୍କର ପଡ଼ିଆରେ ବିଏସଏଫ ଓ ସ୍ଥାନୀୟ ପୋଲିସ ପକ୍ଷରୁ ସଲାମୀ ଦିଆଯାଇଥିଲା । କଳାହାଣ୍ଡିର ଯବାନ ଗତ ୩ ଦିନ ତଳେ କାର୍ଯ୍ୟରତ ଥିବା ବେଳେ ସହିଦ ହୋଇଥିଲେ । ଏହାପରେ ଇଶ୍ୱର ଚନ୍ଦ୍ରଙ୍କ ପାର୍ଥିବ ଶରୀର ଆଜି ଗାଁରେ ପହଞ୍ଚିଥିଲା । କାନ୍ଦବୋବାଳିରେ ଫାଟି ପଡ଼ିଥିଲା ଗାଁ । ଅମାଠ ଛକ ଠାରୁ ତାଙ୍କ ଗାଁ ବେଳଖଣ୍ଡି ପର୍ଯ୍ୟନ୍ତ ହଜାର ହଜାର ଲୋକ ବାଇକ ରାଲି କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି କରିଥିଲେ । ଇଶ୍ୱର ଚନ୍ଦ୍ର ଅମର ରହେ ସ୍ଲୋଗାନରେ ଫାଟି ପଡ଼ିଥିଲା ପୁରା ପରିବେଶ । ସହିଦଙ୍କୁ ହରାଇ ପରିବାରରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଥିଲା । ମା’, ସ୍ତ୍ରୀ ବାହୁନି ବାହୁନି କହିଥିଲେ ଛୁଟିରେ ଆସିବା କଥା କହିଥିଲେ ଏବେ ତାଙ୍କ ପାର୍ଥିବ ଶରୀର ଆସିଛି ।

The post କଳାହାଣ୍ଡି ବେଲଖଣ୍ଡିରେ ସହିଦଙ୍କୁ ଶେଷ ସଲାମ । ଜନ୍ମମାଟିରେ ସହିଦଙ୍କୁ ଅଶ୍ରୁଳ ବିଦାୟ । ତ୍ରିପୁରା ବୋର୍ଡରେ କାର୍ଯ୍ୟରତ ବେଳେ ହୋଇଥିଲେ ସହିଦ first appeared on Kanak News.

from Kanak News
via <a href="https://ifttt.com/?

ରାଜସ୍ଥାନ ଚୁରୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୬ ପୋଲିସ କର୍ମଚାରୀ ମୃତ

କନକ ବ୍ୟୁରୋ : ରାଜସ୍ଥାନ ଚୁରୁ ଜିଲ୍ଲା ସୁଜାନଗଡ ଥାନା ଅଞ୍ଚଳରେ ଏକ କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୬ ଜଣ ପୋଲିସ କର୍ମୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାର ସୂଚନା ପାଇବା ପରେ ପୋଲିସ ପ୍ରଶାସନ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଂଚି କାର ଭିତରୁ ଶବଗୁଡିକୁ ବାହାରକୁ ବାହାର କରି ସ୍ଥାନୀୟ ହସ୍ପିଟାଲର ଶବଗୃହରେ ରଖିଛି । ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ପୂରା ମାମଲାର ଯାଂଚ ଆରମ୍ଭ କରିଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପୋଲିସ କର୍ମୀମାନେ ନାଗୋରରୁ ଝୁନଝୁନକୁ ନିର୍ବାଚନ ଡ୍ୟୁଟିରେ ଯାଉଥିଲେ । ଏହି କ୍ରମରେ ମଝି ରାସ୍ତାରେ ଦୁର୍ଘଟଣା ଘଟିଛି ।

ପୋଲିସର ସୂଚନା ମୁତାବକ ଏହି ଦୁର୍ଘଟଣା ରବିବାର ସକାଳେ ଜାତୀୟ ରାଜପଥ ୫୮ ସୁଜାନଗଡ ସଦର ଥାନା ଅଞ୍ଚଳରେ ଘଟିଛି । ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ପୋଲିସ ଗାଡିକୁ ଧକ୍କା ଦେଇଥିଲା । କାରରେ ଥିବା ପୋଲିସ କର୍ମୀଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ପୋଲିସ କର୍ମୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । କାରରେ ଥିବା ଅନ୍ୟଜଣେ ଯବାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

The post ରାଜସ୍ଥାନ ଚୁରୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୬ ପୋଲିସ କର୍ମଚାରୀ ମୃତ first appeared on Kanak News.

from Kanak News
via <a href="https://ifttt.com/?

ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲେଖିଲେ, ୧୪୦ କୋଟି ଭାରତୀୟ କରୁଛନ୍ତି ବିଜୟ କାମନା

କନକ ବ୍ୟୁରୋ: ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲେଖିଲେ, ଭାରତୀୟ ଦଳ ସହ ରହିଛି ୧୪୦ କୋଟି ଭାରତୀୟଙ୍କ ବିଜୟ କାମନା । ଭଲ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜଣାଇଛନ୍ତି ଶୁଭେଚ୍ଛା ।

ତେବେ ଅଷ୍ଟ୍ରେଲିଆ ଟସ୍ ଜିତିବା ପରେ ଅଷ୍ଟ୍ରେଲିଆ ବୋଲିଂ କରିବା ସହ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି କ୍ରମରେ ରୋହିତ ଶର୍ମା ଫୁଲ ଦମ୍ ସହ ପିଚକୁ ଓହ୍ଲାଇଛନ୍ତି । ପୂର୍ବ ଥର ଭଳି ଏଥର ମଧ୍ୟ ରୋହିତ ଛକା ଚୌକାର ବର୍ଷା କରୁଛନ୍ତି ।

The post ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲେଖିଲେ, ୧୪୦ କୋଟି ଭାରତୀୟ କରୁଛନ୍ତି ବିଜୟ କାମନା first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱକପ୍ କ୍ରିକେଟ ଫାଇନାଲ ଫାଇଟ୍ ଆରମ୍ଭ । ବ୍ୟାଟିଂ କରୁଛି ରୋହିତ ବାହିନୀ । ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ ।

କନକ ବ୍ୟୁରୋ: ସରିଲା ଅପେକ୍ଷା । ଆରମ୍ଭ ହୋଇଛି ବିଶ୍ୱକପ୍ ଫାଇନାଲ୍ । ମୁହାଁମୁହିଁ ହେଉଛନ୍ତି ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଅଷ୍ଟ୍ରେଲିଆ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଫଳରେ ପ୍ରଥମେ ବ୍ୟାଟିଂ ଜାରି ରଖିଛି ଭାରତ । ଭାରତର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ସେହିପରି ଅଷ୍ଟ୍ରେଲିଆ ମଧ୍ୟ ତା’ର ଏକାଦଶ ଅପରିବର୍ତିତ ରଖିଛି । ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେଉଛନ୍ତି ଦୁଇ ଦଳ । ୨୦୦୩ରେ ହୋଇଥିବା ମୁକାବିଲାରେ ପରାସ୍ତ ହୋଇଥିଲା ଭାରତ । ଏଥର ପ୍ରତିଶୋଧ ନେବାର ସୁଯୋଗ ରହିଛି ରୋହିତ ବାହିନୀଙ୍କ ପାଖରେ । ଭାରତର ବିଜୟ ପାଇଁ ସବୁଠି ଉତ୍ସାହ । ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ପୂଜାର୍ଚ୍ଚନା । ଭାରତ ଯେପରି ପୁଣି ଥରେ ବିଶ୍ୱ ଚାମ୍ପିଅନ୍ ହେଉ ସେଥିପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି ।

The post ବିଶ୍ୱକପ୍ କ୍ରିକେଟ ଫାଇନାଲ ଫାଇଟ୍ ଆରମ୍ଭ । ବ୍ୟାଟିଂ କରୁଛି ରୋହିତ ବାହିନୀ । ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ । first appeared on Kanak News.

from Kanak News
via <a href="https://ifttt.com/?

ପାଲେଷ୍ଟାଇନକୁ ସହାୟତା ପଠାଇଲା ଭାରତ । ମିଶର ରାସ୍ତା ଦେଇ ପହଂଚିବ ସହାୟତା

କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗିଥିବା ଯୁଦ୍ଧ ଭିତରେ ଭାରତ ତରଫରୁ ପାଲେଷ୍ଟାଇନକୁ ମାନବୀୟ ସହାୟତା ଦିଆଯାଇଛି । ଏହି କ୍ରମରେ ଭାରତ ତରଫରୁ ୩୨ ଟନ୍ ନିତ୍ୟାବଶକୀୟ ସାମଗ୍ରୀ ସି-୧୭ ଏୟାରକ୍ରାଫ୍ଟ ସହାୟତାରେ ମିଶର ପଠାଯାଇଛି । ସେପଟେ ମିଳିତ ଜାତିସଂଘ କହିଛି କି ଅଲସିଫା ହସ୍ପିଟାଲରେ ଏବେ ବି ୨୫ ଜଣ କର୍ମଚାରୀ, ୨୯୧ ଜଣ ରୋଗୀ ଓ ୩୨ ଜଣ ନବଜାତ ଶିଶୁ ରହିଛନ୍ତି । ଏହି ପିଲାମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିଛି କି, ଗାଜାର ଅଲ-ସିଫା ହସ୍ପିଟାଲ ଏବେ ମୃତ୍ୟୁର ଜନ୍ତା ପାଲଟିଯାଇଛି । ସେପଟେ ଆମେରିକା ଗଣମାଧ୍ୟମ ୱାସିଂଟନ୍ ପୋଷ୍ଟ ନିଜ ରିପୋର୍ଟରେ ଦାବି କରିଛି କି, ଇସ୍ରାଏଲ- ଆମେରିକା ଓ ହମାସ ମଧ୍ୟରେ ବନ୍ଧକମାନଙ୍କୁ ମୁକୁଳାଇବାକୁ ଖୁବଶୀଘ୍ର ଚୁକ୍ତି ହେବ । ରିପୋର୍ଟ ମୁତାବକ କତାର ମାଧ୍ୟମରେ ଏହି ଚୁକ୍ତି ହେବାକୁ ଯାଉଛି । ଏଥିରେ ବନ୍ଧକମାନଙ୍କୁ ଛାଡିବା ପାଇଁ ୫ ଦିନ ଯୁଦ୍ଧ ବିରତି ଘୋଷଣା କରାଯାଇପାରେ । ହେଲେ ହ୍ୱାଇଟ୍ ହାଉସର ପ୍ରବକ୍ତା କହିଛନ୍ତି କି, ବନ୍ଧକମାନଙ୍କୁ ମୁକୁଳାଇବାକୁ ଏପର୍ଯ୍ୟନ୍ତ ହମାସ ସହ କୌଣସି ଚୁକ୍ତି ହୋଇନାହିଁ ।

ଏସବୁ ଭିତରେ ଅଡୁଆରେ ପଡିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ଯୁଦ୍ଧକୁ ବିରୋଧ କରି ଇସ୍ରାଏଲର ତେଲ-ଅବିବରୁ ଆରମ୍ଭ ହୋଇଥିବା ରାଲି ଶନିବାର ରାତିରେ ଜେରୁଜେଲମ ଠାରେ ପହଂଚିଛି । ଏହି ରାଲିରେ ପାଖାପାଖି ୩୦ ହଜାର ଲୋକ ରହିଛନ୍ତି । ସେମାନେ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ସେମାନଙ୍କର ଦାବି ରହିଛି କି ଇସ୍ରାଏଲ ସରକାର ତୁରନ୍ତ ହମାସ ବନ୍ଧକ ରଖିଥିବା ନାଗରିକଙ୍କୁ ଉଦ୍ଧାର କରୁ ।

The post ପାଲେଷ୍ଟାଇନକୁ ସହାୟତା ପଠାଇଲା ଭାରତ । ମିଶର ରାସ୍ତା ଦେଇ ପହଂଚିବ ସହାୟତା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started