ବିଶ୍ୱକପ୍ ଫାଇନାଲ ମ୍ୟାଚରେ ଟସ୍ ଜିତିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ନିମନ୍ତ୍ରଣ

କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱକପର ଫାଇନାଲ ମୁକାବିଲା । ଏହି କ୍ରମରେ ଟସ୍ ଜିତି ପ୍ରଥମେ ଅଷ୍ଟେଲିଆ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି ଓ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି । ଭାରତୀୟ ଟିମର କ୍ୟାପଟେନ ରୋହିତ ଶର୍ମା ଟସ୍ ପକାଇଥିଲେ ।

ଆଉ ଅଳ୍ପ ସମୟ ଅର୍ଥାତ ୨ଟାରୁ ଖେଳ ଆରମ୍ଭ ହେବ । ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିବାରୁ ଭାରତୀୟ କ୍ରିକେଟ ଟିମର ପ୍ରଶଂସକମାନେ ଏହାକୁ ନେଇ ଉତ୍ସାହିତ ଅଛନ୍ତି ।

The post ବିଶ୍ୱକପ୍ ଫାଇନାଲ ମ୍ୟାଚରେ ଟସ୍ ଜିତିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ନିମନ୍ତ୍ରଣ first appeared on Kanak News.

from Kanak News
via <a href="https://ifttt.com/?

ପରଲୋକରେ ‘ଧୁମ୍’ ନିର୍ଦ୍ଦେଶକ ସଞ୍ଜୟ ଗଡୱି । ହୃଦଘାତରେ ହେଲା ପରଲୋକ ।

କନକ ବ୍ୟୁରୋ: ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗଡ଼ଭିଙ୍କର ଆଜି ପରଲୋକ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କୁ ହୃଦଘାତ ଯୋଗୁଁ ତାଙ୍କର ନିଧନ ହୋଇଛି୍ୱୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। ଅଭିଷେକ ବଚ୍ଚନ ଓ ଜନ୍ ଆବ୍ରାହମଙ୍କ ଅଭିନୀତ ‘ଧୁମ୍’ ଏବଂ ବଚ୍ଚନ ଓ ହ୍ରିତିକ୍ ରୋଶନଙ୍କ ଅଭିନୀତ ‘ଧୁମ୍-୨’ର ନିର୍ଦ୍ଦେଶନା ପାଇଁ ସେ ଜଣାଶୁଣା। ଉଭୟ ସିନେମା ସୁପରହିଟ୍ ଘୋଷଣା ହୋଇଥିଲା।

ଗଡ଼ଭି ‘ମେରେ ୟାର୍ କି ଶାଦି ହୈ’ ଏବଂ ଇମ୍ରାନ୍ ଖାନ୍ ଙ୍କ ଅଭିନୀତ ‘କିଡନାପ୍’ ଭଳି ସିନେମା ପାଇଁ ମଧ୍ୟ ଜଣାଶୁଣା। ସେ ୨୦୧୨ରେ ‘ଅଜବ ଗଜବ ଲଭ୍’ ଏବଂ ୨୦୨୦ରେ ‘ଅପରେସନ୍ ପରିଣ୍ଡେ’ର ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମ ନିର୍ମାତା ୨୦୦୦ରେ ‘ତେରେ ଲିଏ’ ଜରିଆରେ ଡେବ୍ୟୁ କରିଥିଲେ। ତେବେ ୨୦୦୪ରେ ସେ ପ୍ରଥମେ ‘ଧୁମ୍’ ଜରିଆରେ ନଜର ଆସିଥିଲେ।

The post ପରଲୋକରେ ‘ଧୁମ୍’ ନିର୍ଦ୍ଦେଶକ ସଞ୍ଜୟ ଗଡୱି । ହୃଦଘାତରେ ହେଲା ପରଲୋକ । first appeared on Kanak News.

from Kanak News
via <a href="https://ifttt.com/?

ଉତ୍ତରକାଶୀରେ ପାହାଡ ଉପରୁ ହେଉଛି ଡ୍ରିଲିଙ୍ଗ, ଶ୍ରମିକଙ୍କୁ ଉଦ୍ଧାର ପାଇଁ ଅଷ୍ଟମ ଦିନରେ ‘ମହାମିଶନ୍’

କନକ ବ୍ୟୁରୋ: ଉତ୍ତରକାଶୀର ସୁଡଙ୍ଗ ଭିତରେ ଫଶିଥିବା ୪୧ ଜଣ ଶ୍ରମିକଙ୍କୁ ବଞ୍ଚାଇବାକୁ ଅଷ୍ଟମ ଦିନରେ ଆରମ୍ଭ ହୋଇଛି ମହାମିଶନ୍ । ଓିଲକ୍ୱାରାଠୁ ଡାଡାଗାଓଁ ପର୍ଯ୍ୟନ୍ତ ୪,୫ କିଲୋମିଟର ସୁଡଙ୍ଗରେ ଫଶିରହିଥିବା ଶ୍ରମିକଙ୍କ ପାଖକୁ ଖାଦ୍ୟ ପଠାଯାଉଛି । ଶନିବାର ରାତିରୁ ମଲଟିଡାଇମେନସନାଲ ଆପ୍ରୋଚ୍ ମାଧ୍ୟମରେ ବହୁସଂଖ୍ୟାରେ ୱାର୍କ ଫୋର୍ସକୁ ମୁତୟନ କରାଯାଇଛି । ସୀମା ସଡକ ସଙ୍ଗଠନ ( ବିଆରଓ) ପକ୍ଷରୁ ଶହଶହ ସଂଖ୍ୟାରେ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ଟନେଲ ପାହାଡକୁ ପଠାଯାଇଛି ।

ଏହା ପୂର୍ବରୁ ବଡ ବଡ ମେସିନ ସାହାଯ୍ୟରେ ପାହାଡକୁ କାଟି ରାସ୍ତା ପ୍ରସ୍ତୁତ କରାଯାଉଛି ଯେଉଁପଟ ଦେଇ ଭର୍ଟିକାଲ ଡିଲିଙ୍ଗ କରି ସୁଡଙ୍ଗ ଭିତରକୁ ଯାଇହେବ । ସୁଡଙ୍ଗ ମୁହଁରେ ସେଫ୍ଟି ବ୍ଲକ ଲଗାଇ କାମ କରୁଥିବା ଶ୍ରମିକଙ୍କ ପାଇ ଏମରଜେନ୍ସି ରୁଟ ମଧ୍ୟ ନିର୍ମାଣ କରାଯାଉଛି ।

The post ଉତ୍ତରକାଶୀରେ ପାହାଡ ଉପରୁ ହେଉଛି ଡ୍ରିଲିଙ୍ଗ, ଶ୍ରମିକଙ୍କୁ ଉଦ୍ଧାର ପାଇଁ ଅଷ୍ଟମ ଦିନରେ ‘ମହାମିଶନ୍’ first appeared on Kanak News.

from Kanak News
via <a href="https://ifttt.com/?

ବିଶିଷ୍ଟ ଅଭିନେତାଙ୍କର ୪୫ ବର୍ଷ ବୟସରେ ନିଧିନ । ହୋଟେଲ ପାଖରେ ଥିବା କାରରୁ ମିଳିଲା ମୃତଦେହ । ଯାଞ୍ଚରେ ଲାଗିଛି ପୁଲିସ ।

କନକ ବ୍ୟୁରୋ: ବିଶିଷ୍ଟ ମାଲୟାଲମ୍ ଅଭିନେତା ବିନୋଦ ଥୋମାସଙ୍କର ୪୫ ବର୍ଷ ବୟସରେ ନିଧନ ହୋଇଛି । ହେଲେ ତାଙ୍କ ମୃତଦେହ ଏକ ହୋଟେଲ ପାଖରେ ଥିବା କାର ଭିତରୁ ମିଳିଥିବାରୁ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଯାଇଛି । ଏହାସହ ମୃତ୍ୟୁର କାରଣ ଖୋଜୁଛିବାରେ ଲାଗିଛି ପୁଲିସ ।

ପୁଲିସର କହିବା ଅନୁସାରେ, ହୋଟେଲ ଆଗରେ ଏକ କାରରେ ଜଣେ ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଧରି ବସିରହିବା ଦେଖିବା ପରେ ସନ୍ଦେହ ହେବାରୁ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି କାରରୁ ବିନୋଦଙ୍କୁ ବାହାର କରି ତୁରନ୍ତ ହସ୍ପିଟାଲ ପଠାଇଥିଲେ ବି ତାଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଥିଲେ ।

The post ବିଶିଷ୍ଟ ଅଭିନେତାଙ୍କର ୪୫ ବର୍ଷ ବୟସରେ ନିଧିନ । ହୋଟେଲ ପାଖରେ ଥିବା କାରରୁ ମିଳିଲା ମୃତଦେହ । ଯାଞ୍ଚରେ ଲାଗିଛି ପୁଲିସ । first appeared on Kanak News.

from Kanak News
via <a href="https://ifttt.com/?

‘ମିସ୍‌ ୟୁନିଭର୍ସ ୨୦୨୩’ ବିଜୟିନୀ ହେଲେ ନିକାରାଗୁଆର ସେଏନିସ୍‌ ପାଲାସିଓ

କନକ ବ୍ୟୁରୋ: ଆଜି କେନ୍ଦ୍ରୀୟ ଆମେରିକୀୟ ରାଷ୍ଟ୍ର ଏଲ୍‌ ସାଲ୍‌ଭାଡର୍‌ର ଜସ୍‌ ଏଡଲ୍‌ଫୋ ପିନିଡା ରଙ୍ଗମଞ୍ଚରେ ଆୟୋଜିତ ୭୨ତମ ‘ମିସ୍‌ ୟୁନିଭର୍ସ’ ସୌନ୍ଦର୍ୟ୍ୟ ପ୍ରତିଯୋଗିତାରେ ନିକାରାଗୁଆର ସେଏନିସ୍‌ ପାଲାସିଓ ‘ମିସ୍‌ ୟୁନିଭର୍ସ ୨୦୨୩’ ମୁକୁଟ ବିଜୟିନୀ ହୋଇଛନ୍ତି।

‘ମିସ୍‌ ୟୁନିଭର୍ସ ୨୦୨୨’ ଆର୍‌’ବନ୍ନି ଗାବ୍ରିଏଲ୍‌ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ନିକାରାଗୁଆ, ଅଷ୍ଟ୍ରେଲିଆ ଓ ଥାଇଲାଣ୍ଡ୍‌ ଶ୍ରେଷ୍ଠ ୩ ସ୍ଥାନରେ ସ୍ଥାନିତ ହୋଇଛନ୍ତି। ‘ମିସ୍‌ ୟୁନିଭର୍ସ’ ବିଜୟିନୀ ହେବାରେ ସେଏନିସ୍‌ ପାଲାସିଓ ହେଉଛନ୍ତି ନିକାରାଗୁଆର ପ୍ରଥମ ମହିଳା। ଚଳିତ ବର୍ଷର ଏହି ପ୍ରତିଯୋଗିତାରେ ୮୪ ଦେଶ ଓ ଅଞ୍ଚଳର ପ୍ରତିଯୋଗୀମାନେ ପରସ୍ପର ସହିତ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏହି ପ୍ରତିଯୋଗିତା ଉପସ୍ଥାପନ କରିଥିଲେ ଆମେରିକୀୟ ଟେଲିଭିଜନ୍‌ ବ୍ୟକ୍ତିତ୍ୱ ଜିନି ମାଇ, ‘ମିସ୍‌ ୟୁନିଭର୍ସ ୨୦୧୨’ ଅଲିଭିଆ କ୍ୟୁଲ୍‌ପୋ ଓ ଆମେରିକୀୟ ଟେଲିଭିଜନ୍‌ ଉପସ୍ଥାପିକା ମାରିଆ ମିନୋନସ୍‌।

The post ‘ମିସ୍‌ ୟୁନିଭର୍ସ ୨୦୨୩’ ବିଜୟିନୀ ହେଲେ ନିକାରାଗୁଆର ସେଏନିସ୍‌ ପାଲାସିଓ first appeared on Kanak News.

from Kanak News
via <a href="https://ifttt.com/?

ଅହମ୍ମଦାବାଦରେ ଜମିଲାଣି କ୍ରିକେଟର, ନେତା ଓ ସେଲିବ୍ରିଟିଙ୍କ ଭିଡ଼ । ପ୍ରଥମ ଥର ଷ୍ଟାଡିୟମରେ ମ୍ୟାଚ୍ ଦେଖିବେ ୧ ଲକ୍ଷ ୩୦ ହଜାର ଦର୍ଶକ ।

କନକ ବ୍ୟୁରୋ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମୁକାବିଲା । ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ଆଗରେ ଜମିଲାଣି ଭିଡ । କ୍ରିଡାପ୍ରେମୀଙ୍କୁ ନେଇ ମୁମ୍ବାଇରୁ ଅହମ୍ମଦାବାଦ ଯାଇଛି ବନ୍ଦେ ଭାରତ ସ୍ୱତନ୍ତ୍ର ଟ୍ରେନ୍ । ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ଦର୍ଶକମାନେ ଟ୍ରେନରେ ଅହମ୍ମଦାବାଦ ଯାତ୍ରା କରିଛନ୍ତି । ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ କଥା, ଏଥର ବିଶ୍ୱକପ୍ ଜିତିବ ଭାରତ । ପୁଣି ଥରେ ଭାରତ ହେବ ବିଶ୍ୱ ଚାମ୍ପିଅନ୍ । ସେପଟେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ମ୍ୟାଚ୍ ଦେଖିବେ ରେକର୍ଡ ସଂଖ୍ୟକ ଦର୍ଶକ । ୧ ଲକ୍ଷ ୩୦ ହଜାର ଦର୍ଶକ ଏକାଠି ବସି ଷ୍ଟାଡିୟମରେ ମ୍ୟାଚ୍ ଦେଖିବେ ।

ଫାଇନାଲକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ ଅତିଥି ଭାବେ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବେ । ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ସଚିନ୍ ତେନ୍ଦୁଲକର, ଯୁବରାଜ ସିଂହ, ମହେନ୍ଦ୍ର ସିଂ ଧୋନିଙ୍କ ସମେତ ୨୦୧୧ ବିଶ୍ୱକପ୍ ଚାମ୍ପିଅନ୍ ଦଳର ସଦସ୍ୟମାନେ ଷ୍ଟାଡିୟମରେ ଉପସ୍ଥିତ ରହିବେ । ଏୟାର ସୋ, ଲେଜର ସୋ ଓ ଡ୍ରୋନ୍ ସୋ ଦେଖିବେ ଦର୍ଶକ । ଏହା ସହ ଷ୍ଟାଡିୟମ ନୃତ୍ୟ, ଗୀତ ଦେଖିବାକୁ ମିଳିବ । ସଂଗୀତ ନିର୍ଦ୍ଦେଶକ ପ୍ରୀତମ, କଣ୍ଠଶିଳ୍ପୀ ଜୋନିତା ଗାନ୍ଧୀ, ଲୋକପ୍ରିୟ ଗୁଜରାଟୀ ଗାୟକ ଆଦିତ୍ୟ ଗନ୍ଧବୀ ଦର୍ଶକଙ୍କୁ ମନୋରଞ୍ଜନ କରିବେ । ଟସ୍ ପୂର୍ବରୁ ନାଚ, ଗୀତ କାର୍ଯ୍ୟକ୍ରମ ଆରମ୍ଭ ହେବ । ୫ ଶହରୁ ଅଧିକ ଡ୍ୟାନ୍ସର ବଲିଉଡ୍ ସଂଗୀତରେ ନୃତ୍ୟ କରିବେ ।

The post ଅହମ୍ମଦାବାଦରେ ଜମିଲାଣି କ୍ରିକେଟର, ନେତା ଓ ସେଲିବ୍ରିଟିଙ୍କ ଭିଡ଼ । ପ୍ରଥମ ଥର ଷ୍ଟାଡିୟମରେ ମ୍ୟାଚ୍ ଦେଖିବେ ୧ ଲକ୍ଷ ୩୦ ହଜାର ଦର୍ଶକ । first appeared on Kanak News.

from Kanak News
via <a href="https://ifttt.com/?

ଆଉ କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ କ୍ରିକେଟ ବିଶ୍ୱକପର ଫାଇନାଲ ଫାଇଟ୍ । ଟିମ୍ ଇଣ୍ଡିଆର ବିଜୟ ପାଇଁ ଚାଲିଛି ହୋମଯଜ୍ଞ, ପୂଜାର୍ଚ୍ଚନା ।

କନକ ବ୍ୟୁରୋ: ଆଉ କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ କ୍ରିକେଟ ବିଶ୍ୱକପର ଫାଇନାଲ ଫାଇଟ୍ । ବିଶ୍ୱ ଚାମ୍ପିୟନ ହେବା ପାଇଁ ଲଢ଼େଇ କରିବେ ଭାରତ- ଅଷ୍ଟ୍ରେଲିଆ । ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳ । ୨୦୦୩ରେ ହୋଇଥିବା ମୁକାବିଲାରେ ପରାସ୍ତ ହୋଇଥିଲା ଭାରତ । ଏଥର ପ୍ରତିଶୋଧ ନେବାର ସୁଯୋଗ ରହିଛି ରୋହିତ ବାହିନୀଙ୍କ ପାଖରେ । ଭାରତର ବିଜୟ ପାଇଁ ସବୁଠି ଉତ୍ସାହ । ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ପୂଜାର୍ଚ୍ଚନା । ଭାରତ ଯେପରି ପୁଣି ଥରେ ବିଶ୍ୱ ଚାମ୍ପିଅନ୍ ହେଉ ସେଥିପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି ।

The post ଆଉ କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ କ୍ରିକେଟ ବିଶ୍ୱକପର ଫାଇନାଲ ଫାଇଟ୍ । ଟିମ୍ ଇଣ୍ଡିଆର ବିଜୟ ପାଇଁ ଚାଲିଛି ହୋମଯଜ୍ଞ, ପୂଜାର୍ଚ୍ଚନା । first appeared on Kanak News.

from Kanak News
via <a href="https://ifttt.com/?

ଦେଶରେ ବଦଳିବ ବିଦ୍ୟାଳୟଗୁଡିକର ଛବି । ପିଏମ୍ ଶ୍ରୀ ଯୋଜନାରେ ୧୪ ହଜାର ୫ ଶହରୁ ଅଧିକ ସ୍କୁଲର ହେବ ରୂପାନ୍ତରଣ ।

କନକ ବ୍ୟୁରୋ: ଦେଶରେ ବଦଳିବ କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟ ଗୁଡିକର ଛବି । ଆଜି ଏହାକୁ ଉଦଘାଟନ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧାର୍ମନ୍ଦ୍ର ପ୍ରଧାନ । ଜୁଲାଇ ୨୯, ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ପ୍ରଗତି ମଇଦାନରେ ସର୍ବଭାରତୀୟ ଶିକ୍ଷା ସମାଗମକୁ ଉଦ୍ ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ଯୋଜନାର ପ୍ରଥମ ପର୍ଯ୍ୟାୟ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ୧୨ଟି ଭାରତୀୟ ଭାଷାର ୧୦୦ଟି ପୁସ୍ତକ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ଯୋଜନାର ପ୍ରଥମ ପର୍ଯ୍ୟାୟ ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ/ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏବଂ ନବୋଦୟ ବିଦ୍ୟାଳୟ ସମିତିର ୬୨୦୭ଟି ବିଦ୍ୟାଳୟକୁ ୬୩୦ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ଯୋଜନା ଭାରତ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା । ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ (ରାଇଜିଂ ଇଣ୍ଡିଆ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ) ଯୋଜନାରେ ସାରା ଦେଶରେ ପ୍ରାୟ ୧୪,୫୦୦ ବିଦ୍ୟାଳୟର ଉନ୍ନତି କରଣ କରାଯିବ । ଭାରତ ସରକାରଙ୍କ ଏହି ଯୋଜନାର ସିଧାସଳଖ ଲାଭ ଦେଶର ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପାଇବେ ।

The post ଦେଶରେ ବଦଳିବ ବିଦ୍ୟାଳୟଗୁଡିକର ଛବି । ପିଏମ୍ ଶ୍ରୀ ଯୋଜନାରେ ୧୪ ହଜାର ୫ ଶହରୁ ଅଧିକ ସ୍କୁଲର ହେବ ରୂପାନ୍ତରଣ । first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ୱର ସାଇ ଆନନ୍ଦ କମ୍ପେ୍ଲକ୍ସରେ ଭୟଙ୍କର ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଗଲା ଶ୍ରୀଗମ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ କାର୍ଯ୍ୟାଳୟ । ବହୁ ଦାମୀ ସାମଗ୍ରୀ ଜଳି ପାଉଁଶ ।

କନକ ବ୍ୟୁରୋ: ଭୁବନେଶ୍ୱର ସାଇ ଆନନ୍ଦ କମ୍ପେ୍ଲକ୍ସରେ ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଗଲା ଶ୍ରୀଗମ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ କାର୍ଯ୍ୟାଳୟ । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ତଳୁ ଲିଭାଇବା ପାଇଁ ୨ଟି ଦମକଳବାହିନୀ ନିୟୋଜିତ ହୋଇଥିଲେ । କପବୋର୍ଡ ଓ ଇଂଟରୀୟର ଯୋଗୁଁ ଅନେକ ସମୟ ଥରି ନିଆଁ ଲାଗି ରହିଥିଲା । ବିଦ୍ୟୁତ ସଂଯୋ ନକଟିବାରୁ ନିଆଁ ଆୟତ କରିବା ସମ୍ଭବ ହୋଇନଥିଲା । ବହୁ ଦାମୀ ଜିନିଷ ଅଗ୍ନିକାଣ୍ଡ ଜଳି ନଷ୍ଟ ହୋଇଛି । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ କରାଯାଇଛି ।

 

The post ଭୁବନେଶ୍ୱର ସାଇ ଆନନ୍ଦ କମ୍ପେ୍ଲକ୍ସରେ ଭୟଙ୍କର ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଗଲା ଶ୍ରୀଗମ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ କାର୍ଯ୍ୟାଳୟ । ବହୁ ଦାମୀ ସାମଗ୍ରୀ ଜଳି ପାଉଁଶ । first appeared on Kanak News.

from Kanak News
via <a href="https://ifttt.com/?

ଡିପ୍‌ଫେକ୍‌ ଭିଡିଓ ମାମଲା: ସୋସିଆଲ ମିଡିଆ ସଂସ୍ଥାକୁ ସରକାରଙ୍କ ଚେତାବନୀ, ପର୍ୟ୍ୟାପ୍ତ ପଦକ୍ଷେପ ନ ନେଲେ ସୁରକ୍ଷା ମିଳିବନି ।

କନକ ବ୍ୟୁରୋ: ଡିପ୍‌ଫେକ୍‌ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଭାଇରାଲ ହେଉଥିବାରୁ କେନ୍ଦ୍ର ସରକାର ଏହା ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାକୁ ନେଇ ଖୁବ୍‌ଶୀଘ୍ର ବିଭିନ୍ନ ସୋସିଆଲ ମିଡିଆ ସଂସ୍ଥା ସହିତ ସରକାର ବୈଠକ କରିବେ। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ସରକାର ଖୁବ୍‌ଶୀଘ୍ର ଡିପ୍‌ଫେକ ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସହ ଆଲୋଚନା କରି ଏଥିରେ ଅଙ୍କୁଶ ଲଗାଇବା ଦିଗରେ ଜରୁରୀ ପଦକ୍ଷେପ ଗ୍ରହଣ କରିବେ। ଯଦି କୌଣସି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏ ସଂକ୍ରାନ୍ତ ପର୍ୟ୍ୟାପ୍ତ ପଦକ୍ଷେପ ଗ୍ରହଣ କରିବେ ନାହିଁ ତା’ହେଲେ ଆଇଟି ଅଧିନିୟମ ଅନୁଯାୟୀ ବିହୀତ ପଦକ୍ଷେପ ଗ୍ରହଣ କରାଯିବ ଏବଂ ସେମାନଙ୍କୁ ଆଉ ସୁରକ୍ଷା ଓ ସଂରକ୍ଷଣ ମିଳିବ ନାହିଁ।

The post ଡିପ୍‌ଫେକ୍‌ ଭିଡିଓ ମାମଲା: ସୋସିଆଲ ମିଡିଆ ସଂସ୍ଥାକୁ ସରକାରଙ୍କ ଚେତାବନୀ, ପର୍ୟ୍ୟାପ୍ତ ପଦକ୍ଷେପ ନ ନେଲେ ସୁରକ୍ଷା ମିଳିବନି । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started