ନୂଆ ବର୍ଷରେ ରାଜ୍ୟ ଦେଖିବ ନୂଆ ଡିଜିପି । ସୁନୀଲ ବଂଶଲଙ୍କୁ ଅବସର ନେବାକୁ ମିଳିଲା ଅନୁମତି । ଗୃହ ବିଭାଗର ବିଜ୍ଞପ୍ତି ପ୍ରକାଶ, ପରବର୍ତ୍ତୀ ଡିଜିପି ନେଇ ବଢିଲା ଚର୍ଚ୍ଚା ।

କନକ ବ୍ୟୁରୋ: ନୂଆ ବର୍ଷରେ ରାଜ୍ୟକୁ ମିଳିବ ନୂଆ ପୁଲିସ ମହାନିର୍ଦ୍ଦେଶକ । ବର୍ତମାନର ଡିଜିପି ସୁନୀଲ ବଂଶଲଙ୍କୁ ଅବସର ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଡିସେମ୍ବର ୩୧ ତାରିଖରେ ସୁନୀଲ ବଂଶଲ ଅବସର ଗ୍ରହଣ କରିବେ । ଏହା ପରେ ରାଜ୍ୟର ପରବର୍ତ୍ତୀ ଡିଜିପି କିଏ ହେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇିଛି ।

ନୂଆ ଡିଜିପି ପାଇଁ ରାଜ୍ୟ ସରକାର, ୟୁପିଏସସିକୁ ୭ ଜଣ ଆଇପିଏସଙ୍କ ନାଁ ସୁପାରିଶ କରିଛନ୍ତି । ଏହି ଆଇପିଏସ ଅଫିସର ହେଲେ ଅରୁଣ ରାୟ, ଏ.ଏମ.ପ୍ରସାଦ, ବି.ରାଧିକା, ଏସ.ଏମ.ନରବଣେ, ୱାଇ.ବି.ଖୁରାନିଆ , ସୁଧାଂଶୁ ଷଡଙ୍ଗୀ ଓ ଅରୁଣ ଷଡଙ୍ଗୀ । ଏମାନଙ୍କ ମଧ୍ୟରୁ କିଛି ଆଇପିଏସ , ୟୁପିଏସସିର ସର୍ତ୍ତାବଳୀ ପୂରଣ କରୁନାହାନ୍ତି । ତେଣୁ ପରବର୍ତୀ ପୁଲିସ ଡିଜି ଭାବେ ୟୁପିଏସସି ଯେଉଁ ଆଇପିଏସଙ୍କ ତାଲିକା ପଠାଇବେ ସେଥିମଧ୍ୟରୁ ଜଣକୁ ଡିଜିିପି ଭାବେ ଚୟନ କରିବେ ରାଜ୍ୟ ସରକାର । ତେଣୁ କିଏ ପରବର୍ତୀ ଡିଜିପି ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

The post ନୂଆ ବର୍ଷରେ ରାଜ୍ୟ ଦେଖିବ ନୂଆ ଡିଜିପି । ସୁନୀଲ ବଂଶଲଙ୍କୁ ଅବସର ନେବାକୁ ମିଳିଲା ଅନୁମତି । ଗୃହ ବିଭାଗର ବିଜ୍ଞପ୍ତି ପ୍ରକାଶ, ପରବର୍ତ୍ତୀ ଡିଜିପି ନେଇ ବଢିଲା ଚର୍ଚ୍ଚା । first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି ପ୍ରସ୍ତୁତି । 

କନକ ବ୍ୟୁରୋ: ଆସନ୍ତାକାଲି ନିଜ ଜିଲ୍ଲାକୁ ଆସୁଛନ୍ତି ମହାମହିମ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ରାସ୍ତାଘାଟ ଓ ରେଲୱେ ଷ୍ଟେସନକୁ ଚକାଚକ କରିବାକୁ ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତି ଚାଲିଛି ଯାହା ଏବେ ଶେଷ ପର୍ଯ୍ୟାୟରେ । ସମୟ ଯେତିକି ପାଖେଇ ଆସୁଛି ସସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢିବାରେ ଲାଗିଛି । ପୂର୍ତ୍ତ ବିଭାଗ ପକ୍ଷରୁ ଜୋରସରରେ ଚାଲିଛି ହେଲିପ୍ୟାଡ୍ ନିର୍ମାଣର କାର୍ଯ୍ୟ । ମହୁଲଡିହା ଡାକବଙ୍ଗଳାରେ ବିଭିନ୍ନ ବିଶେଷ ଓ ସଂଗଠନ ରାଷ୍ଟ୍ରପତିଙ୍କୁୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିବାରୁ ଡାକବଙ୍ଗଳା ମଧ୍ୟ ଚକାଚକ୍ ହୋଇଛି ।

ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ପରିବାର ଲୋକଙ୍କ ସହ ରାତ୍ରୀଯାପନ କରିବେ । ସେଥିପାଇଁ ବିଦ୍ୟୁତ୍ ବିଭାଗର ଅଧିକାରୀ ମାନେ ନିଜେ ଉପସ୍ଥିତ ରହି ସମସ୍ତ ବିଦ୍ୟୁତ୍ କାର୍ଯ୍ୟର ତଦାରଖ କରୁଛନ୍ତି । ଶେଷ ଥର ପାଇଁ ରାଷ୍ଟ୍ରପତି ମୟୂରଭଞ ଗସ୍ତରେ ଆସିଥିବା ବେଳେ ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞଦେଓ ବିଶ୍ୱ ବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗ ଦେଇଥିଲେ । ଅଭିଭାଷଣ ରଖିବା ସମୟରେ ବିଦ୍ୟୁତ୍ ବିଭ୍ରାଟ୍ ଦେଖାଇଦେଇଥିଲା । ଏବେ ପୁନଃ ବିଦ୍ୟୁତ୍ ବିଭ୍ରାଟ ଯେପରି ନହେବ ସେଥିପ୍ରତି ବିଦ୍ୟୁତ୍ ବିଭାଗ ସଜାଗ । ପାହାଡପୁରସ୍ଥିତ ଏସଏଲଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟରେ ଥିବା ଦ୍ରୌପଦୀ ମୁର୍ମୁଙ୍କ ସ୍ୱାମୀ ଏବଂ ଦୁଇ ପୁଅ ଲକ୍ଷ୍ମଣ ଓ ସିପୁନଙ୍କ ପ୍ରତିମ୍ୃତି ଗୁଡିକୁ ନୂଆ ରୁପ ଦିଆଯାଇଛି । ଏସଏଲଏସ୍ ସ୍କୁଲକୁ ମଧ୍ୟ ସଜା ଯାଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ଟ୍ରେନର ଶୁଭାରମ୍ଭ କରିବା ସହ ନିଜେ ବାଦାମପାହାଡ ଷ୍ଟେସନରୁ ଟ୍ରେନରେ ବସି ରାଇରଙ୍ଗପୁର ଷ୍ଟେସନରକୁ ଯାତ୍ରା କରିବେ । ସେଥିପାଇଁ ସମସ୍ତଙ୍କ ମନରେ ଉତକଣ୍ଠା ବଢିବାରେ ଲାଗିଛି । ସେପଟରେ ରାଷ୍ଟ୍ରପତିଙ୍କ ଟ୍ରେନ ଯାତ୍ରାରେ କୌଣସି ତ୍ୃଟି ନହେଉ ସେଥିପାଇଁ ରେଳ ଇଞିନିୟରଙ୍କ ସହ ଜିଏମ୍ ଓ ଡିଆରଏମ୍ ମଧ୍ୟ ରେଳ ଲାଇନ୍ ଓ ରେଳ ଷ୍ଟେସନର କାର୍ଯ୍ୟ ତଦାରଖ କରୁଛନ୍ତି ।

The post ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି ପ୍ରସ୍ତୁତି ।  first appeared on Kanak News.

from Kanak News
via <a href="https://ifttt.com/?

ଅହମ୍ମଦାବାଦରେ ଜମିଲାଣି କ୍ରିକେଟର, ନେତା ଓ ସେଲିବ୍ରିଟିଙ୍କ ଭିଡ଼ । ଅପରାହ୍ନ ୩ଟାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ । ମନୋରଞ୍ଜନ ପାଇଁ ହେବ ଏୟାର ସୋ, ଲେଜର ସୋ ଓ ଡ୍ରୋନ୍ ସୋ ।

କନକ ବ୍ୟୁରୋ: ଅହମ୍ମଦାବାଦରେ ଜମିଲାଣି କ୍ରିକେଟର, ନେତା ଓ ସେଲିବ୍ରିଟିଙ୍କ ଭିଡ଼ । ଅପରାହ୍ନ ୩ଟାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ସହ ଏହି ସ୍ମରଣୀୟ ମ୍ୟାଚ୍ ଦେଖିବାକୁ ଆସିବେ ଶହଶହ ଭିଭିଆଇପି । ପ୍ରଥମ ଥର ଷ୍ଟାଡିୟମରେ ମ୍ୟାଚ୍ ଦେଖିବେ ୧ ଲକ୍ଷ ୩୦ ହଜାର ଦର୍ଶକ । ମନୋରଞ୍ଜନ ପାଇଁ ହେବ ଏୟାର ସୋ, ଲେଜର ସୋ ଓ ଡ୍ରୋନ୍ ସୋ ।

ଚାରିବର୍ଷର ଅପେକ୍ଷା ଏବେ ଶେଷ ପାହଚରେ । ରବିବାର ହେବ ବିଗ ଫାଇଟ । ଭାରତ ମାଟିରେ କଙ୍ଗାରୁଙ୍କୁ ଚକମା ଦେବାକୁ ରୋହିତ ବାହୀନୀ ଏକଦମ ପ୍ରସ୍ତୁତ । ପଡିଆ ପ୍ରସ୍ତୁତ, ଖେଳାଳୀ ମଧ୍ୟ ପ୍ରସ୍ତୁତ । ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା । ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ । ରବିବାର ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ବିଶ୍ୱକପ ୨୦୨୩ ମହାଯୁଦ୍ଧର ସାକ୍ଷୀ ରହିବ । ମ୍ୟାଚ ପୂର୍ବରୁ ଚଳଚଂଚଳ ଅହମ୍ମବାଦାବାଦ । ପହଁଚିଲେଣି ଦେଶବିଦେଶରୁ ଅତିଥି । ଟିମ ଇଣ୍ଡିଆ ଜର୍ସି ପିନ୍ଧି ପହଁଚୁଛନ୍ତି ଦର୍ଶକ ।

The post ଅହମ୍ମଦାବାଦରେ ଜମିଲାଣି କ୍ରିକେଟର, ନେତା ଓ ସେଲିବ୍ରିଟିଙ୍କ ଭିଡ଼ । ଅପରାହ୍ନ ୩ଟାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ । ମନୋରଞ୍ଜନ ପାଇଁ ହେବ ଏୟାର ସୋ, ଲେଜର ସୋ ଓ ଡ୍ରୋନ୍ ସୋ । first appeared on Kanak News.

from Kanak News
via <a href="https://ifttt.com/?

୮ ଦିନ ହେଲା ଟନେଲରେ ଫସିଛି ୪୧ ଶ୍ରମିକଙ୍କ ଜୀବନ । ସୁଡଙ୍ଗ ଉପରୁ ଖନନ ପାଇଁ ଚାଲିଛି ଯୋଜନା । ଆଜି ଘଟଣାସ୍ଥଳକୁ ଯାଇପାରନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ । 

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଉତ୍ତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଅପରେସନ ଜିନ୍ଦଗୀ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ସ୍ଥାନୀୟ ସରକାର । ଏଥିପାଇଁ ଅଷ୍ଟ୍ରେଲିଆର ଜଣେ ମାଇକ୍ରୋ ଟନେଲ ବିଶେଷଜ୍ଞ ଉତରକାଶୀ ପହଂଚିସାରିଛନ୍ତି । ଯୋଜନା ଅନୁସାରେ ଟନେଲ ଉପରୁ କଟାଯାଇ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଟନେଲ ଭିତରୁ ଶ୍ରମିକଙ୍କୁ ଏୟାରଲିଫି୍ଟ କରିିବାକୁ ଯୋଜନା ରହିଛି  । ପ୍ଲାନ୍-ବି ପାଇଁ ରେଲୱେ ଓ ନରୱେର ଏକ୍ସପର୍ଟ ଟିମ୍ ମଧ୍ୟ କାମ କରୁଥିବା ଜଣାଯାଇଛି ।

The post ୮ ଦିନ ହେଲା ଟନେଲରେ ଫସିଛି ୪୧ ଶ୍ରମିକଙ୍କ ଜୀବନ । ସୁଡଙ୍ଗ ଉପରୁ ଖନନ ପାଇଁ ଚାଲିଛି ଯୋଜନା । ଆଜି ଘଟଣାସ୍ଥଳକୁ ଯାଇପାରନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ ।  first appeared on Kanak News.

from Kanak News
via <a href="https://ifttt.com/?

ତୃତୀୟ ବିଶ୍ୱକପ୍ ଟାଇଟଲ୍ ଲକ୍ଷ୍ୟରେ ଭାରତ । ଟିମ୍ ଇଣ୍ଡିଆର ବିଜୟ ପାଇଁ ସାରା ଦେଶରେ ପ୍ରାର୍ଥନା, ହୋମଯଜ୍ଞ । କ୍ରିକେଟ ପ୍ରେମୀଙ୍କ ପାଇଁ  ସ୍ୱତନ୍ତ୍ର ବନ୍ଦେ ଭାରତ ଟ୍ରେନ୍ ।

କନକ ବ୍ୟୁରୋ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମୁକାବିଲା । ମ୍ୟାଚ୍ ଦେଖିବା ପାଇଁ ଅହମ୍ମଦାବାଦରେ ପହଞ୍ଚିଲେଣି କ୍ରିକେଟ୍ ପ୍ରେମୀ । ଭାରତର ବିଜୟ ପାଇଁ ଦେଶବ୍ୟାପୀ ଚାଲିଛି ପୂଜାର୍ଚ୍ଚନା ଓ ହୋମଯଜ୍ଞ । କ୍ରିଡାପ୍ରେମୀଙ୍କୁ ନେଇ ମୁମ୍ବାଇରୁ ଅହମ୍ମଦାବାଦ ଯାଇଛି ବନ୍ଦେ ଭାରତ ସ୍ୱତନ୍ତ୍ର ଟ୍ରେନ୍ । ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ଦର୍ଶକମାନେ ଟ୍ରେନରେ ଅହମ୍ମଦାବାଦ ଯାତ୍ରା କରିଛନ୍ତି । ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ କଥା, ଏଥର ବିଶ୍ୱକପ୍ ଜିତିବ ଭାରତ । ପୁଣି ଥରେ ଭାରତ ହେବ ବିଶ୍ୱ ଚାମ୍ପିଅନ୍ । ସେପଟେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଆଜି ମ୍ୟାଚ୍ ଦେଖିବେ ରେକର୍ଡ ସଂଖ୍ୟକ ଦର୍ଶକ । ୧ ଲକ୍ଷ ୩୦ ହଜାର ଦର୍ଶକ ଏକାଠି ବସି ଷ୍ଟାଡିୟମରେ ମ୍ୟାଚ୍ ଦେଖିବେ ।

ଫାଇନାଲକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ ଅତିଥି ଭାବେ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବେ । ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ସଚିନ୍ ତେନ୍ଦୁଲକର, ଯୁବରାଜ ସିଂହ, ମହେନ୍ଦ୍ର ସିଂ ଧୋନିଙ୍କ ସମେତ ୨୦୧୧ ବିଶ୍ୱକପ୍ ଚାମ୍ପିଅନ୍ ଦଳର ସଦସ୍ୟମାନେ ଷ୍ଟାଡିୟମରେ ଉପସ୍ଥିତ ରହିବେ । ଏୟାର ସୋ, ଲେଜର ସୋ ଓ ଡ୍ରୋନ୍ ସୋ ଦେଖିବେ ଦର୍ଶକ । ଏହା ସହ ଷ୍ଟାଡିୟମରେ ନୃତ୍ୟ, ଗୀତ ଦେଖିବାକୁ ମିଳିବ । ସଂଗୀତ ନିର୍ଦ୍ଦେଶକ ପ୍ରୀତମ, କଣ୍ଠଶିଳ୍ପୀ ଜୋନିତା ଗାନ୍ଧୀ, ଲୋକପ୍ରିୟ ଗୁଜରାଟୀ ଗାୟକ ଆଦିତ୍ୟ ଗନ୍ଧବୀ ଦର୍ଶକଙ୍କୁ ମନୋରଞ୍ଜନ କରିବେ । ଟସ୍ ପୂର୍ବରୁ ନାଚ, ଗୀତ କାର୍ଯ୍ୟକ୍ରମ ଆରମ୍ଭ ହେବ । ୫ ଶହରୁ ଅଧିକ ଡ୍ୟାନ୍ସର ବଲିଉଡ୍ ସଂଗୀତରେ ନୃତ୍ୟ କରିବେ ।

The post ତୃତୀୟ ବିଶ୍ୱକପ୍ ଟାଇଟଲ୍ ଲକ୍ଷ୍ୟରେ ଭାରତ । ଟିମ୍ ଇଣ୍ଡିଆର ବିଜୟ ପାଇଁ ସାରା ଦେଶରେ ପ୍ରାର୍ଥନା, ହୋମଯଜ୍ଞ । କ୍ରିକେଟ ପ୍ରେମୀଙ୍କ ପାଇଁ  ସ୍ୱତନ୍ତ୍ର ବନ୍ଦେ ଭାରତ ଟ୍ରେନ୍ । first appeared on Kanak News.

from Kanak News
via <a href="https://ifttt.com/?

ଆଉ କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ ବିଶ୍ୱକପ୍ କ୍ରିକେଟ୍ର ଫାଇନାଲ ଫାଇଟ୍ । ରୋହିତ ଶର୍ମା କହିଲେ, ଭଲ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେବ ଦଳ ।

କନକ ବ୍ୟୁରୋ: ଆଉ କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ କ୍ରିକେଟ ବିଶ୍ୱକପର ଫାଇନାଲ ଫାଇଟ୍ । ଦିନ ୨ଟାରେ ପଡ଼ିବ ପ୍ରଥମ ବଲ । ବିଶ୍ୱ ଚାମ୍ପିୟାନ ହେବା ପାଇଁ ଲଢ଼େଇ କରିବେ ଭାରତ- ଅଷ୍ଟ୍ରେଲିଆ । ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳ । ୨୦୦୩ରେ ହୋଇଥିବା ମୁକାବିଲାରେ ପରାସ୍ତ ହୋଇଥିଲା ଭାରତ । ଏଥର ପ୍ରତିଶୋଧ ନେବାର ସୁଯୋଗ ରହିଛି ରୋହିତ ବାହିନୀଙ୍କ ପାଖରେ । ୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଫାଇନାଲ ଖେଳିଥିଲା ଭାରତ ।

ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଦଳ ଭାରତକୁ ଦେଇଥିଲା ୩୬୦ ରନ୍ର ବିଜୟ ଲକ୍ଷ୍ୟ । ଜବାବରେ ଭାରତ ୨୩୪ ରନ୍ ହିଁ କରିପାରିଥିଲା । ବୀରେନ୍ଦ୍ର ସେହୱାଗ ସର୍ବାଧିକ ୮୨ ରନ୍ କରିଥିବା ବେଳେ ଦ୍ରାବିଡ଼ ୪୭, ସଚିନ୍ ୪ ଓ ଗାଙ୍ଗୁଲି ୨୪ ରନ୍ କରିଥିଲେ । ହେଲେ ଏଥର ଭାରତୀୟ ଟିମ୍ ଜବରଦସ୍ତ ଫର୍ମରେ ରହିଛି । ଏପର୍ଯ୍ୟନ୍ତ ବିଶ୍ୱକପ୍ରେ ଅପରାଜେୟ ରହିଛି ରୋହିତ ବାହିନୀ । ତେଣୁ ୨୦୦୩ର ପ୍ରତିଶୋଧ ୨୦୨୩ରେ ନେବାକୁ ଚେଷ୍ଟା କରିବ ଭାରତ । ୨୦୦୩ରେ ବିଶ୍ୱକପ୍ରେ ଉପଅଧିନାୟକ ଥିବା ରାହୁଲ ଦ୍ରାବିଡ ଏବେ ଭାରତୀୟ ଦଳର ମୁଖ୍ୟ କୋଚ୍ । ଟିମ୍ର ଭଲ ପ୍ରଦର୍ଶନ ପଛରେ ଦ୍ରାବିଡଙ୍କର ମଧ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଭାରତ ବିଶ୍ୱକପ୍ ଜିତିଲେ ଦ୍ରାବିଡଙ୍କ ୨୦୦୩ର ଆଶା ପୂରଣ ହୋଇପାରିବ ।

ତେବେ ଆଜିର ହାଇଭୋଲଟେଜ ଫାଇନାଲ ମ୍ୟାଚ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କହିଛନ୍ତି, ବିଶ୍ୱକପ ଫାଇନାଲ ପାଇଁ ପ୍ରସ୍ତୁତି ଦୁଇବର୍ଷ ତଳୁ କରିସାରିଛୁ । ଅନ୍ୟ ମ୍ୟାଚ୍ ଭଳି ଏହି ମ୍ୟାଚ୍ ଖେଳାଯିବ ।

The post ଆଉ କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ ବିଶ୍ୱକପ୍ କ୍ରିକେଟ୍ର ଫାଇନାଲ ଫାଇଟ୍ । ରୋହିତ ଶର୍ମା କହିଲେ, ଭଲ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେବ ଦଳ । first appeared on Kanak News.

from Kanak News
via <a href="https://ifttt.com/?

ଏସସି ଏସଟି ଆରଟିଆଇ ପକ୍ଷରୁ ଆରମ୍ଭ ହେଲା ଜନଜାତି ଚିତ୍ରକଳା ପ୍ରଦର୍ଶନୀ । ୨୧ ତାରିଖ ଯାଏଁ ଖୋଲା ରହିବ

କନକ ବ୍ୟୁରୋ : ‘ଜନଜାତୀୟ ଗୌରବ ଦିବସ’ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ‘ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’ (ଏସସିଏସଟିଆରଟିଆଇ) ପକ୍ଷରୁ ଜନଜାତି ଚିତ୍ରକଳା ପ୍ରଦର୍ଶନୀର ଶୁଭାରମ୍ଭ ହୋଇଛି। ସେହିପରି ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ବିଶେଷ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ନଭେମ୍ବର ୧୫ରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀଙ୍କ ପ୍ରେରଣା ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ସାରା ଦେଶରେ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଦିବାସୀ ଜୀବନ, କଳା ଓ ସଂସ୍କୃତିର ପ୍ରସାର ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି।

ଭୁବନେଶ୍ୱର ସିଆରପିଏଫ ଛକ ନିକଟରେ ଥିବା ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିସରରେ ଶନିବାର ଦିନ ଏହାର ଉଦଯାପନୀ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ମୁଖ୍ୟ ଉପଦେଷ୍ଟା (ସ୍ୱତନ୍ତ୍ର କାର୍ଯ୍ୟକ୍ରମ) ଆର୍ ବାଲାକ୍ରିଷ୍ଣନ ଜନଜାତି ଚିତ୍ରକଳା ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୨୫ ଜଣ ଯୁବ ଆଦିବାସୀ ଶିଳ୍ପୀ ଏକ ତିନିଦିନିଆ କର୍ମଶାଳା ଅବସରରେ କରିଥିବା ବିଭିନ୍ନ କୃତିକୁ ଦେଖି ସେ ପ୍ରଶଂସା କରିଥିଲେ।

‘‘ଆଦିବାସୀ ସଂସ୍କୃତି ଓ କଳା ସମ୍ପର୍କରେ ଅଧିକ ଜାଣିବା ପାଇଁ ମୁଁ ସବୁବେଳେ ଆଗ୍ରହୀ। ରାଜ୍ୟ ଜନଜାତି ସଂଗ୍ରହାଳୟରେ ହୋଇଥିବା ଚିତ୍ରକଳା ପ୍ରଦର୍ଶନୀ ମତେ ବେଶ୍ ଛୁଇଁଛି। ଏହି ଛବିଗୁଡ଼ିକ ଭିତରେ ଆଦିବାସୀଙ୍କ ଜୀବନଯାପନ, ସଙ୍ଗୀତ, ନୃତ୍ୟ ଏବଂ ବିଭିନ୍ନ ସାମାଜିକ ତଥା ସାଂସ୍କୃତି ବିଭବ ବେଶ୍ ସୁନ୍ଦର ଭାବେ ଫୁଟି ଉଠିଛି। ଓଡ଼ିଶାର ଅନନ୍ୟ ଆଦିବାସୀ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ଦିଗରେ ଏଭଳି ପଦକ୍ଷେପ କାମରେ ଆସିବ’’, କହିଥିଲେ ଆର୍ ବାଲାକ୍ରିଷ୍ଣନ୍।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ରୂପା ରୋଶନ ସାହୁ ଯୋଗଦେଇ ଜନଜାତି ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ। ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଆଦିବାସୀଙ୍କ ଜୀବନ ଓ ସଂସ୍କୃତି ସହ ନୂଆ ପିଢ଼ିକୁ ଯୋଡ଼ିବାରେ ବିଶେଷ ସହାୟକ ହେବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମ ରେ ଏସସିଏସଟିଆରଟିଆଇ ତଥା ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ, ବି କେ କଲେଜ ଅଫ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟସର ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢ଼ୀ ଏବଂ ଅଧ୍ୟାପକ ମାନସ ରଞ୍ଜନ ଜେନା ଅତିଥି ଭାବେ ଯୋଗ ଦେଇଥିଲେ। ବି କେ କଲେଜ ଅଫ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟସର ସହଯୋଗକ୍ରମେ ଏହି ଜନଜାତି ଚିତ୍ରକଳା କର୍ମଶାଳା ତଥା ପ୍ରଦର୍ଶନୀର ଆୟୋଜନ କରାଯାଇଛି।

ଏହି ଅବସରରର ଜନଜାତି ଯୁବ ଚିତ୍ରଶିଳ୍ପୀମାନଙ୍କୁ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହି ପ୍ରଦର୍ଶନୀ ନଭେମ୍ବର ୨୧ ତାରିଖ ପର୍ୟ୍ୟନ୍ତ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିସରରେ ଖୋଲା ରହିବ।

ଭାରତ ସରକାରଙ୍କ ଜନଜାତୀୟ ବ୍ୟାପାର ମନ୍ତ୍ରାଳୟ ସହଯୋଗରେ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ତତ୍ତ୍ୱାବଧାନରେ ଜନଜାତୀୟ ଗୌରବ ଦିବସ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି।

ଏହି ଅବସରରେ ପ୍ରତିଦିନ ସଂଗ୍ରହାଳୟ ପରିସରରେ ଓଡ଼ିଶାର ଆଦିବାସୀ ଶିଳ୍ପୀଙ୍କୁ ନେଇ ବୟନକଳା, ହସ୍ତଶିଳ୍ପ, ଓ କଳାକୃତିର ଲାଇଭ୍ ଡେମୋ ପ୍ରଦର୍ଶନ କରାଯାଉଛି। ଆସନ୍ତା ୨୨ ଓ ୨୩ ତାରିଖରେ ଜନଜାତି କବି ସମ୍ମିଳନୀ ଆୟୋଜନ କରାଯିବ। ଏଥିରେ ୪୦ ଜଣ ଆଦିବାସୀ କବି ଭାଗନେଇ ନିଜ ନିଜ ଭାଷାରେ କବିତା ପାଠ କରିବେ।

ଶନିବାର କାର୍ଯ୍ୟକ୍ରମକୁ ଏସସିଏସଟିଆରଟିଆଇର ଓଏସଡି ସମରେନ୍ଦ୍ର ଭୁତିଆ ପରିଚାଳନା କରିଥିଲେ। କାର୍ୟ୍ୟକ୍ରମରେ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥଙ୍କ ସହିତ ବିଭିନ୍ନ ଅଧିକାରୀ ତଥା ଭୁବନେଶ୍ୱର ତପୋବନ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

The post ଏସସି ଏସଟି ଆରଟିଆଇ ପକ୍ଷରୁ ଆରମ୍ଭ ହେଲା ଜନଜାତି ଚିତ୍ରକଳା ପ୍ରଦର୍ଶନୀ । ୨୧ ତାରିଖ ଯାଏଁ ଖୋଲା ରହିବ first appeared on Kanak News.

from Kanak News
via <a href="https://ifttt.com/?

ଇତିହାସ ରଚିଲା ଆଣ୍ଟାର୍କଟିକାର ଘରୋଇ ବିମାନ କମ୍ପାନୀ । ବିଶ୍ୱରେ ପ୍ରଥମ ଥର ପାଇଁ ବରଫ ରନୱେରେ ଅବତରଣ କଲା ନର୍ଥ ଆଟାଂଲିକ ଫ୍ଲାଇଟର ବୋଇଙ୍ଗ ଡ୍ରିମଲାଇନ

କନକ ବ୍ୟୁରୋ : ଅବିଶ୍ୱାସ ଲାଗୁଥିଲେ ବି ସତ କଥା । ବରଫ ଉପରେ ଅବତରଣ କଲା ବିମାନ । ଆଂଟାଲିଟିକର ଏକ ଘରୋଇ ବିମାନ କମ୍ପାନୀର ବିମାନ ବରଫ ରନୱେ ଅବତରଣ କରି ଇତିହାସ ରଚିଛି । ବୋଇଙ୍ଗ ୭୮୭ ସ୍ମରଣୀୟ ଅବତରଣ କରିଛି । ବରଫରେ ବିମାନ ଅବତରଣ କରି ନୂଆ ଇତିହାସ ରଚିଛି ନର୍ଥ ଆଟଲାଟିଂକ ଏୟାରୱେଜ ବିମାନ ଏହି ତୁଷାର ଆଚ୍ଛାଦିତ ରନୱେ ୯୮୪୦ ଫୁଲ ଲମ୍ବ ଓ ୧୦୦ ଫୁଟ ଓସାର ବିଶିଷ୍ଟ । ନର୍ଥ ଆଟାଂଲିକ ଫ୍ଲାଇଟର ବୋଇଙ୍ଗ ଡ୍ରିମଲାଇନ ୩୩୦ଜଣ ଯାତ୍ରୀଙ୍କୁ ନେଇ ଉଡିବା କ୍ଷମତା ରଖୁଛି ।

The post ଇତିହାସ ରଚିଲା ଆଣ୍ଟାର୍କଟିକାର ଘରୋଇ ବିମାନ କମ୍ପାନୀ । ବିଶ୍ୱରେ ପ୍ରଥମ ଥର ପାଇଁ ବରଫ ରନୱେରେ ଅବତରଣ କଲା ନର୍ଥ ଆଟାଂଲିକ ଫ୍ଲାଇଟର ବୋଇଙ୍ଗ ଡ୍ରିମଲାଇନ first appeared on Kanak News.

from Kanak News
via <a href="https://ifttt.com/?

ସ୍କୁଲରୁ ଅସ୍ତ୍ରଶସ୍ତ୍ର ଜବତ । ହସ୍ପିଟାଲରେ ମାଳ ମାଳ ବିସ୍ଫୋରକ, ହମାସର ପ୍ଲାନ ଉପରୁ ଉଠୁଛି ପରଦା

କନକ ବ୍ୟୁରୋ : ଉତରଗାଜାର ଯେଉଁଠି ଚାଲିଛି ହମାସ ଓ ଇସ୍ରାଏଲ ସେନା ମଧ୍ୟରେ ଘମାଘୋଟ ଲଢେଇ ସେଠାରୁ ଆସିଛି ଏହି ଚିତ୍ର । ଆତ୍ମରକ୍ଷା ଓ ଇସ୍ରାଏଲସେନା ମାତ ଦେବା ପାଇଁ ନିରୀହ ନାଗରିକଙ୍କ ଢ଼ାଲ କରିଛି ହମାସ । ସହେନ୍ଦ ଘେରରୁ ନଆସିବା ପାଇଁ ହସ୍ପିଟାଲ, ସ୍କୁଲ ଓ ଧର୍ମସ୍ଥାନକୁ ବନାଇଛି ମୁଖ୍ୟ ଆଡ୍ଡା । ତେବେ ଇସ୍ରାଏଲ ସେନା ଛାନଭିନ ଜୋରଦାର କରୁଥିବାବେଳେ ଧିରେ ଧିରେ ହମାସ ପ୍ଲାନ ଉପରୁ ପରଦା ଉଠୁଛି । ଏପରିକି ନୀରିହ କୁନି ଶିଶୁଙ୍କ ମାରିବାକୁ ମଧ୍ୟ ପଛାଉନି ହମାସ ।

ଶୁକ୍ରବାର ରାତିରେ ଗାଜାର ଶରଣାର୍ଥୀ ଶିବିର ଉପରେ ଏୟାରଷ୍ଟ୍ରାଇ କରିଛି ଇସ୍ରାଏଲ ସେନା । କିଛି ଚିତ୍ର ହିଁ ବୟାନ କରୁଛି ପ୍ରଚଣ୍ଡ ଆକ୍ରମଣରେ କେମିତି ଛାରଖାର ହୋଇଛି ଶିବିର । ଭଙ୍ଗା ଚଟାଣ ତଳୁ କିଏ ନିଜ ସର୍ମ୍ପକୀୟଙ୍କୁ ଖୋଜୁଛି ତ କିଏ ଅପେକ୍ଷା କରିବସି ରହିଛି ଫେରିବା ବାଟକୁ ।ଯେଉଁ ସ୍ଥାନକୁ ସୁରକ୍ଷିତ ମଣି ଶହ ଶହ ଲୋକ ଏଠାରେ ଆଶ୍ରୟ ନେଇଥିଲେ ତାହ ମୃ୍ତ୍ୟର କୂଅଁ ପାଲଟିଛି । ସୂଚନା ଅନୁସାରେ ଶରଣାର୍ଥୀ ଶିବିରରେ ହମାସ ଆତଙ୍କୀ ଲୁଚି ରହିଥିବା ଖବର ପାଇଁ ଇସ୍ରାଏଲ କରିଛି ଏୟାରଷ୍ଟ୍ରାଇକ ।

ପ୍ରତିଶୋଧ ପରାୟଣ ଇସ୍ରାଏଲ ସବୁ ମାନବିକତା ସତେ ଭୁଲି ଯାଇଛି । ହମାସକୁ ନିପାତ ଲକ୍ଷ୍ୟରେ ଯାଉଛି ଶହ ଶହ ନିରୀହ ଲୋକଙ୍କ ଜୀବନ । ମିଳିତ ଜାତିସଂଘର ଇସ୍ରାଏଲକୁ ଯୁଦ୍ଧ ବନ୍ଦ କରିବାକୁ ପୁଣି ଅପିଲ କରିଛି । ମିଳିତ ଜାତିସଂଘ ଅଧିକାରୀ ମାର୍ଟିନ ଗିଫଥ ଲୋକଙ୍କ ମାରିବା ଯୁଦ୍ଧ ଅପରାଧ, ମାନବାଧିକାର ନିୟମର ଉଲ୍ଲଂଘନ । ଏଥିରୁ ନିବୃତ ରହୁ ଇସ୍ରାଏଲ ।

ଇସ୍ରାଏଲ ହମାସ ଯୁଦ୍ଧ ଭିତରେ ବଳି ପଡୁଛି ହସ୍ପିଟାଲରେ ଥିବା ରୋଗୀ ଓ ଆଶ୍ରୟ ନେଇଥିବା ଲୋକ । ଗୋଟେପଟେ ଖାଦ୍ୟ,ବିଜୁଳି, ଔଷଧ, ଚିକିତ୍ସା ଅଭାବ ଓ ଅନ୍ୟପଟେ ଆକ୍ରମଣ । ପ୍ରତିକ୍ଷଣରେ ଯାଉଛି ଜୀବନ । ଅଲଶିଫା ହସ୍ପିଟାଲ କର୍ତୁପକ୍ଷ କହିଛନ୍ତି ରୋଗୀଙ୍କୁ ସ୍ଥାନାନ୍ତର କରିବା ଅସମ୍ଭବ । କାରଣ ଇସ୍ରାଏଲ ସେନା ହସ୍ୱିଟାଲରୁ ରୋଗୀଙ୍କୁ ସ୍ଥାନାନ୍ତର କରିବାକୁ କେବଳ ଗୋଟିଏ ଘଂଟା ସମୟ ଦେଇଛି ।

ଗାଜାବାସୀଙ୍କ ପାଇଁ ଅଷ୍ଟ୍ରେଲିଆ ଫୁଟବଲ ଟିମ ଡୋନେଟ କରିଛି ମ୍ୟାଚ ଫି । ସେପଟେ ଇସ୍ରାଏଲ ନରସଂହାର ଓ ପାଲେଷ୍ଟାଇନବାସୀଙ୍କ ସମର୍ଥନର ଅଧିକାଂଶ ରାଷ୍ଟ୍ର ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି ।

The post ସ୍କୁଲରୁ ଅସ୍ତ୍ରଶସ୍ତ୍ର ଜବତ । ହସ୍ପିଟାଲରେ ମାଳ ମାଳ ବିସ୍ଫୋରକ, ହମାସର ପ୍ଲାନ ଉପରୁ ଉଠୁଛି ପରଦା first appeared on Kanak News.

from Kanak News
via <a href="https://ifttt.com/?

ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରାଲି । ପୂଜାର୍ଚ୍ଚନା ପରେ କଲେ ଜନସଭା, କହିଲେ ଦରକାର ପଡିଲେ ଗରିବଙ୍କ ପାଇଁ ଜେଲ ଯିବାକୁ ପ୍ରସ୍ତୁତ

କନକ ବ୍ୟୁରୋ : ରାଜସ୍ଥାନରେ ଜମୁଛି ନିର୍ବାଚନୀ ପ୍ରଚାର । ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଗତ ୫ବର୍ଷର ଶାସନ କାଳରେ କଂଗ୍ରେସ ସରକାର ପ୍ରତିଶ୍ରୁତି ଦେଇ କେବଳ ପ୍ରତାରଣା ଦେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । କୁଶାସନ, ଭ୍ରଷ୍ଟାଚାର, ଦୁର୍ନୀତି ମଧ୍ୟରେ ଗେହଲଟ ସରକାର ପ୍ରତିଷ୍ଠା ହୋଇଛି । ୫ବର୍ଷ ଧରି କଂଗ୍ରେସ ନେତା ମାନେ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ମାଡପିଟ ଲାଗୁଥିବା ବେଳେ ଏବେ ନିର୍ବାଚନ ପାଇଁ ଗୋଟିଏ ଛାତ ତଳେ ଏକାଠି ହୋଇଛନ୍ତି । ସେହିପରି ‘ଲାଲ ଡାଏରୀ’ ପ୍ରସଙ୍ଗ ଉଠାଇ ଏହା ସାର୍ବଜନୀନ ହେଲେ କଂଗ୍ରେସ ନେତାଙ୍କ ମୁଖା ଖୋଲିଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବୀର ତେଜାଜି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି ।

The post ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରାଲି । ପୂଜାର୍ଚ୍ଚନା ପରେ କଲେ ଜନସଭା, କହିଲେ ଦରକାର ପଡିଲେ ଗରିବଙ୍କ ପାଇଁ ଜେଲ ଯିବାକୁ ପ୍ରସ୍ତୁତ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started