ପାଖଉଛି ଲୋକସଭା ନିର୍ବାଚନ, ବଢ଼ୁଛି ଇଣ୍ଡିଆ ମେଂଟରେ ଫାଟ । ମିଡିଆ ବୟକଟ ନିଷ୍ପତି ମାନିବାକୁ ସମାଜବାର୍ଦି ପାଟି ନାରାଜ

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ଯାଏ ତିଷ୍ଠିରହିବ ତ ଇଣ୍ଡିଆ ମେଂଟ? ୫ରାଜ୍ୟର ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ମେଂଟରେ ଏବେଠୁ ଫାଟ ଜଳ ଜଳ ହୋଇ ଦେଖିବାକୁ ମିଳିଲାଣି । ୧୪ଜଣ ନ୍ୟୁଜ ଆଙ୍କରଙ୍କୁ ବୟକଟ ନେଇ ଇଣ୍ଡିଆ ମେଂଟର ନିଷ୍ପତିକୁ ମାନିବ ନାହିଁ ବୋଲି ଘୋଷଣା କରିଛି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି । ଏହି ୧୪ଜଣ ନ୍ୟୁଜ ଆଙ୍କରଙ୍କ ସହ କାମ କରିବା ସହିତ ସମସ୍ତ ନ୍ୟୁଜ ଚ୍ୟାନେଲକୁ ନିଜର ମୁଖପାତ୍ର ପଠାଇବାକୁ ଦଳ ପକ୍ଷରୁ ନିଷ୍ପତି ନିଆଯାଇଛି । ସେପ୍ଟେମ୍ବର ୧୪ରେ ଇଣ୍ଡିଆ ମେଂଟ ନିଜ ସମନ୍ୱୟ ବୈଠକରେ ୧୪ଜଣ ଆଙ୍କରଙ୍କୁ ବୟକଟ ନେଇ ଘୋଷଣା କରିଥିଲା, ଏବେ ସପା ଏହି ନିଷ୍ପତିରୁ ନିଜକୁ ଓହରିଯାଇଛି । ପୂର୍ବରୁ ମଧ୍ୟପ୍ରଦେଶରେ ଟିକେଟ ବଂଟାକୁ ନେଇ ସପା-କଂଗ୍ରେସ ମଧ୍ୟରେ ଲାଗିଥିବା କଳି ଏବେ ଏହା ଉଗ୍ରରୂପ ଧାରଣ କରିଛି । ୨୦୨୪ ନିର୍ବାଚନରେ ବିଜେପିକୁ ଶାସନ ଗାଦିରୁ ଦୂରେଇ ରଖିବାକୁ ବିରୋଧି ଦଳ ମାନଙ୍କୁ ନେଇ ଇଣ୍ଡିଆ ମେଂଟ ଗଠନ ହୋଇଥିବା ବେଳେ ଏହା ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଛି ।

The post ପାଖଉଛି ଲୋକସଭା ନିର୍ବାଚନ, ବଢ଼ୁଛି ଇଣ୍ଡିଆ ମେଂଟରେ ଫାଟ । ମିଡିଆ ବୟକଟ ନିଷ୍ପତି ମାନିବାକୁ ସମାଜବାର୍ଦି ପାଟି ନାରାଜ first appeared on Kanak News.

from Kanak News
via <a href="https://ifttt.com/?

ଚର୍ଚ୍ଚାରେ ଧର୍ମଶାଳା ବିଜେଡି ରାଜନୀତି । ଗୋଟେ ପଟେ ପ୍ରଣବ ବଳବନ୍ତରାୟଙ୍କ ପ୍ରଶିକ୍ଷଣ ଶିବିର । ଅନ୍ୟପଟେ ଶ୍ରୀକାନ୍ତ ସାହୁଙ୍କ ଶ୍ରମିକ ସମାବେଶ

କନକ ବ୍ୟୁରୋ: ବିଜେଡିର ଦୁର୍ଗ କୁହାଯାଉଥିବା ଯାଜପୁର ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଜେଡି ରାଜନୀତି ପୁଣି ଥରେ ଚର୍ଚ୍ଚାକୁ ଆସିଛି । ୨୦୨୪ରେ ଧର୍ମଶାଳାରୁ ବିଜେଡିର କିଏ ପ୍ରାର୍ଥୀ ହେବେ ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି ।

  • ପ୍ରଣବ ବଳବନ୍ତରାୟଙ୍କ ପ୍ରଶିକ୍ଷଣ ଶିବିର
  • ଶ୍ରୀକାନ୍ତ ସାହୁଙ୍କ ଶ୍ରମିକ ସମାବେଶ

ଗୋଟିଏ ପଟେ ବର୍ତ୍ତମାନର ବିଧାୟକ ପ୍ରଣବ ବଳବନ୍ତରାୟ ବିଜେଡିର ପ୍ରଶିକ୍ଷଣ ଆୟୋଜନ ଚଳାଇଛନ୍ତି । ଶିବିରରେ ନେତା ଓ କର୍ମୀଙ୍କ ପ୍ରଶିକ୍ଷଣ ଦିଆଯାଉଛି । କିନ୍ତୁ ଅନ୍ୟପଟେ ଦିନକ ପୂର୍ବରୁ ଧର୍ମଶାଳା ବିକାଶ ପରିଷଦର ସଭାପତି ଶ୍ରୀକାନ୍ତ ସାହୁ ଶ୍ରମିକଙ୍କ ସମାବେଶ କରିବା ସ୍ଥାନୀୟ ରାଜନୀତିକୁ ଉଷ୍ଣ କରିଛି । ଆଗାମୀ ନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଆଲୋଚନା ହେଉଛି । ତେବେ ପ୍ରଣବ କହିଛନ୍ତି, ଧର୍ମଶାଳାର ଭୋଟର ବିକାଶ ଓ ନବୀନଙ୍କ ସହ ଅଛନ୍ତି । ନିର୍ବାଚନ ଆସିଲେ ଏମିତି ଘଟଣା ଦେଖିବାକୁ ମିଳେ ।

ଅନ୍ୟପଟେ ପ୍ରଣବଙ୍କ ସହ ସ୍ୱର ମିଳାଇଛନ୍ତି ସ୍ଥାନୀୟ ବିଜେଡି ନେତା । ତେବେ ଧର୍ମଶାଳା ବିଜେଡି ଭିତରେ ଗୋଷ୍ଠୀ ବିବାଦ ଅଧିକ ନଥିଲେ ବି ବିବାଦ ରହିଛି ବୋଲି କହିଛନ୍ତି ସ୍ଥାନୀୟ ସାମ୍ବାଦିକ । ସୂଚନାଯୋଗ୍ୟ ଯେ, ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରୁ କଳ୍ପତରୁ ଦାସଙ୍କ ପରେ ପୁଅ ପ୍ରଣବ ବଳବନ୍ତରାୟ ବିଜୟୀ ହୋଇ ଆସୁଛନ୍ତି । କିନ୍ତୁ ସେହି ନିର୍ବାଚନମଣ୍ଡଳୀରେ ଶ୍ରୀକାନ୍ତ ସାହୁ ସଂଗଠନ କରୁଥିବାରୁ ଏହା ଆଲୋଚନାର ବିଷୟ ହୋଇଛି ।

The post ଚର୍ଚ୍ଚାରେ ଧର୍ମଶାଳା ବିଜେଡି ରାଜନୀତି । ଗୋଟେ ପଟେ ପ୍ରଣବ ବଳବନ୍ତରାୟଙ୍କ ପ୍ରଶିକ୍ଷଣ ଶିବିର । ଅନ୍ୟପଟେ ଶ୍ରୀକାନ୍ତ ସାହୁଙ୍କ ଶ୍ରମିକ ସମାବେଶ first appeared on Kanak News.

from Kanak News
via <a href="https://ifttt.com/?

ଡିପଫେକ୍ ଭିଡିଓକୁ ନେଇ ଆକ୍ସନ ମୁଡରେ କେନ୍ଦ୍ର ସରକାର । ସୋସିଆଲ ମିଡିଆ କମ୍ପାନୀଙ୍କୁ ନୋଟିସ, ଡିପଫେକ ଭିଡିଓ ଚିହ୍ନି ହଟାଇବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ଯେବେଠୁ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ ଭିଡିଓ ଭାଇରାଲ ହୋଇଛି ସେବେଠୁ ଏହି ନକଲି ଭିଡିଓକୁ ନେଇ ଜୋର ଚର୍ଚ୍ଚା ଚାଲିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ଡିପଫେକ ଭିଡିଓକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ପୁଲିସ ସେବା ସମ୍ମିଳନୀରେ ଯୋଗ ଦେଇ ରାଷ୍ଟ୍ରପତି ନକଲି ଭିଡିଓ ପ୍ରତି ସତର୍କ ରହିବାକୁ ପରାର୍ମଶ ଦେଇଛନ୍ତି । ରାଷ୍ଟ୍ରପତି କହିଛନ୍ତି ନୂଆ ବୈଷୟିକ ଜ୍ଞାନକୌଶଳ ପାଇଁ ସୋସିଆଲ ମିଡିଆର ସ୍ଥିତି ଓ ପାରିପାଶ୍ୱିକ ପରିସ୍ଥିତି ଦ୍ରୁତ ଗତିରେ ବଦଳୁଛି । ଅପରାଧୀମାନେ ଆଟିଫିସିଆଲ ଇଂଟେଲିଜେନ୍ସ ବ୍ୟବହାର କରି ବଡ କ୍ଷତି କରିପାରନ୍ତି । ଡିଫେକ ମଧ୍ୟ ଏକ ଇଙ୍ଗ ସମସ୍ୟା ଭାବେ ଉଭା ହୋଇପାରେ । ତେଣୁ ସୁରକ୍ଷାକର୍ମୀଙ୍କୁ ସବୁସମୟରେ ଟେକ୍ନୋଲୋଜି ସହ ଅପେଡଟ ରହିବା ଜରୁରୀ ।

ସେପଟେ କେନ୍ଦ୍ରମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ ମଧ୍ୟ ଭିଡିଓକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏହା ଏକ ବଡ ପ୍ରସଙ୍ଗ ସହ ସମସ୍ୟା । ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନୋଟିସ ଜାରି କରା ଯାଇ ଏଭଳି କଂଟେନ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଡିପଫେକ ଭିଡିଓକୁ ଚିହ୍ନଟ କରି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡିପଫେକ ଏକ ସିନଥେଟିକ ମିଡିଆ ଅଟେ । ଯାହାଦ୍ୱାରା କୌଣସି ଫଟୋ, ଭିଡିଓ, ଅଡିଓକୁ ଏଡିଟ କରାଯାଇ କୌଣସୀ ରୂପ ରଙ୍ଗ ଦିଆଯାଇପାରେ । ଯେଉଁଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଳାଉଛି ଆଟିଫିସିଆଲ ଇଂଟେଲିଜେନ୍ସ । ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟେକ୍ନୋଲୋଜିର ଅପବ୍ୟବହାର କଥା ଉଙ୍ଖାଇ ଡିପଫେକକୁ ଏକ ବଡ ସମସ୍ୟା କହି ବାର୍ତା ଦେଇଥିଲେ ।

The post ଡିପଫେକ୍ ଭିଡିଓକୁ ନେଇ ଆକ୍ସନ ମୁଡରେ କେନ୍ଦ୍ର ସରକାର । ସୋସିଆଲ ମିଡିଆ କମ୍ପାନୀଙ୍କୁ ନୋଟିସ, ଡିପଫେକ ଭିଡିଓ ଚିହ୍ନି ହଟାଇବାକୁ ନିର୍ଦ୍ଦେଶ first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀରେ ଅଙ୍ଗ ଚୋରି ଅଭିଯୋଗ । ମର ଶରୀରରୁ କିଡନୀ କାଢି ନିଆଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ ।

କନକ ବ୍ୟୁରୋ: ଭୁବନେଶ୍ୱରର କେଳୁ ଚରଣ ରାଉରାୟ । ନିଖୋଜ ହେବାର ୬ଦିନ ଦିନ ପରେ ନିଆଳି ଓଲଟପୁରର ଏକ ବିଲ ଭିତରୁ ତାଙ୍କ ମୃତ ଦେହ ମିଳିବା, ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କିନ୍ତୁ ମୃତ ଦେହ ମିଳିବା ପରେ, କେଳୁ ଚରଣଙ୍କ ପରିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି । ପେଟରେ କଟା ଦାଗ ଥିବାରୁ ତାଙ୍କ କିଡନୀ କାଢ଼ି ନିଆଯାଇଥିବା ଓ ଆଖିକୁ ବାହାର କରି ନିଆଯାଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ ।

  • ରାଜଧାନୀରେ ଅଙ୍ଗ ଚୋରି ଅଭିଯୋଗ
  • କିଡନୀ ଓ ଆଖି କାଢ଼ି ନିଆଯାଇଥିବା କହିଲେ ସମ୍ପର୍କୀୟ

ପରିବାର ଲୋକଙ୍କ କହିବା ଅନୁସାରେ, ଗତ ୧୨ ତାରିଖରେ କେଳୁଚରଣ, ପୁରୁଣା ଭୁବନେଶ୍ୱରର ଏକ ଛକରେ ବସିଥିଲା ବେଳେ ହଠାତ୍ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ । ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥିଲେ । ଏହାପରଠୁ ତାଙ୍କର କୌଣିସ ଖୋଜ ଖବର ମିଳିନଥିଲା । ଡାକ୍ତରଖାନାରୁ ତାଙ୍କର କୌଣସି ଖୋଜ ଖବର ନପାଇବା ପରେ କ୍ୟାପିଟାଲ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ପୋଲିସ ଏହାକୁ ସେଭଳି ଗୁରୁତର ସହ ନେଇନଥିଲା । ଏବେ ଏତେ ଦୂରରୁ ତାଙ୍କର ମୃତ ଦେହ ମିଳିବା ପରେ ସନ୍ଦେହ ସୃଷ୍ଟି ହୋଇଛି ।ତାଙ୍କୁ ହତ୍ୟା କରାଯିବା ସହ କିଡନୀ ଚୋରି କରାଯାଇଥିବା ସନ୍ଦେହ କରିଛନ୍ତି ସମ୍ପର୍କୀୟ । ତେବେ ପୋଲିସ କହିଛି, ପରିବାର ପକ୍ଷରୁ ଥାନାରେ ଦିଆଯାଇଥିବା ଅଭିଯୋଗରେ ଏ ସମ୍ପର୍କରେ କିଛି ଉଲେଖ କରାଯାଇ ନଥିଲା ।

ଏସବୁ ଭିତରେ ଆଜି ମୃତକଙ୍କ ଶବ ବ୍ୟବଛେଦ ହୋଇଛି । ଶବ ବ୍ୟବଛେଦ ରିପୋର୍ଟ ଆସିଲେ ହୁଏତ ଅଭିଯୋଗର ସତ୍ୟତା କେତେ ରହିଛି ତାହା ସ୍ପଷ୍ଟ ହେବ । ତେବେ ପ୍ରଶ୍ନ ଉଠୁଛି, ଭୁବନେଶ୍ୱରରୁ ନିଖୋଜ ହୋଇଥିବା କେଳୁ ଚରଣଙ୍କ କେମିତି ହେଲା ମୃତ୍ୟୁ? ଆମ୍ବୁଲାନ୍ସରେ ଡାକ୍ତରଖାନା ଯାଇଥିବା ବେଳେ କିଭଳି ଓଲଟପୁରକୁ ଗଲେ? ହସ୍ପିଟାଲକୁ କାହା ସହିତ ଓ କେଉଁ ଆମ୍ବୁଲାନ୍ସରେ ଯାଇଥିଲେ କେଳୁଚରଣ? କିଡନୀ ଚୋରିର ସତ କଣ?

The post ରାଜଧାନୀରେ ଅଙ୍ଗ ଚୋରି ଅଭିଯୋଗ । ମର ଶରୀରରୁ କିଡନୀ କାଢି ନିଆଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ । first appeared on Kanak News.

from Kanak News
via <a href="https://ifttt.com/?

ଉତରାଖଣ୍ଡ ଉତରକାଶୀ ଟନେଲରେ ଫସିରହିଛି ୪୧ଜଣ ଶ୍ରମିକଙ୍କ ଜୀବନ । ଉଦ୍ଧାରପାଇଁ ଅପରେସନ ଜିନ୍ଦେଗୀର ପ୍ଲାନ ବି ଆରମ୍ଭ

କନକ ବ୍ୟୁରୋ : ସମୟ ଗଡୁଛି, ଆଶଙ୍କା ବଢ଼ୁଛି । ସାତ ଦିନ ଧରି ଟନେଲରେ ଫସିରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ପ୍ଲାନ୍-ବି । କେମିତି ଶ୍ରମିକଙ୍କୁ କରାଯିବ ଉଦ୍ଧାର ସେନେଇ ରାଜ୍ୟ ସରକାର ବିଶେଷଜ୍ଞ ଟିମଙ୍କ ସହ ବୈଠକ କରିବା ପରେ ପ୍ଲାନ ବି ଆରମ୍ଭ ହୋଇଛି ।
‘ଅପରେସନ ଜିନ୍ଦେଗୀ’ର ପ୍ଲାନ ବି
-ଟନେଲ ଉପରଭାଗ କଟାଯାଇ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଏୟାରଲିଫ୍ଟ କରାଯାଇପାରେ
-ଅଷ୍ଟ୍ରେଲିଆରୁ ବିଶେଷଜ୍ଞ ଉତରକାଶୀରେ ପହଂଚିଛନ୍ତି ।
-ପ୍ଲାନ୍-ବି ପାଇଁ ରେଲୱେ ଓ ନରୱେର ଏକ୍ସପର୍ଟ ଟିମ୍ ମଧ୍ୟ କାମ କରୁଛନ୍ତି

ଶନିବାର ବିଶେଷଜ୍ଞ ଟିମ ଟନେଲ ନିକଟରେ ସ୍ଥିତି ପରଖିଛନ୍ତି । କିପରି ଫସି ରହିଥିବା ଶ୍ରମିକଙ୍କୁ ବାହାର କରାଯିବ ସେନେଇ ଯୋଜନା କରାଯାଉଛି ।
ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହ ପିଏମଓର ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଟନେଲ ଆଖପାଖ ସ୍ଥାନ ସମୀକ୍ଷା କରୁଛନ୍ତି ଟିମ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପୂର୍ବତନ ପରାର୍ମଶଦାତା ଭାସ୍କର କୁଲବେ କହିଛନ୍ତି ଶ୍ରମିକଙ୍କ ଉଦ୍ଧାର ପାଇଁ ରେସ୍କ୍ୟୁ ଟିମକୁ ସବୁପ୍ରକାର ସହଯୋଗ କରାଯାଉଛି ।

ପୂର୍ବରୁ ଟନେଲରେ ୪୦ ଜଣ ଶ୍ରମିକ ରହିଥିବା କୁହାଯାଉଥିବା ବେଳେ ଏବେ ୪୧ ଜଣ ଫସି ରହିଥିବା କୁହାଯାଉଛି । ସେପଟେ ଇନ୍ଦୋରରୁ ମଗାଯାଇଥିବା ‘ଅଗର’ ବ୍ଲେଡ ମଧ୍ୟ ଆସି ପହଂଚିଛି । ପଥର ଚଟାଣ ଏତେ ଟାଣ ରହିଛି ଯେ ୨୪ ମିଟର ଖୋଳିବା ପରେ ତାର ବିୟରିଂ ନଷ୍ଟ ହୋଇଯାଇଥିଲା । ପାଖାପାଖି ୬୦ ମିଟର ଖୋଳିବାକୁ ଉଦ୍ଦେଶ୍ୟ ରହିଛି । ସେପଟେ ଶ୍ରମିକଙ୍କ ଜୀବନ ସୁରକ୍ଷା ଆଶଙ୍କା ଭିତରେ ରହିଛି ସର୍ମ୍ପକୀୟ
ସେପଟେ ଟନେଲ ନିକଟରେ ଚାଲିଛି ପୂଜାପାଠ । ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ସ୍ଥାନୀୟ ମନ୍ଦିରରେ ପୂଜକ ଟନେଲ ନିକଟରେ ସ୍ୱତନ୍ତ୍ର ପୂଜା କରିଛନ୍ତି । ସପ୍ତାହେ ହେଲା ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରିନାହିଁ ।

କେମିତି ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ଏନେଇ ରାଜ୍ୟ ସରକାର ଘନଘନ ବୈଠକ କରୁଛନ୍ତି । ଏଥିସହ ଦେଶବିଦେଶରେ ପୂର୍ବରୁ ଘଟିଥିବା ଟନେଲ ରେସ୍କ୍ୟୁ ଟିମର ବିଶେଷଜ୍ଞଙ୍କଠୁ ମତାମତ ଲୋଡାଯାଉଛି ।

The post ଉତରାଖଣ୍ଡ ଉତରକାଶୀ ଟନେଲରେ ଫସିରହିଛି ୪୧ଜଣ ଶ୍ରମିକଙ୍କ ଜୀବନ । ଉଦ୍ଧାରପାଇଁ ଅପରେସନ ଜିନ୍ଦେଗୀର ପ୍ଲାନ ବି ଆରମ୍ଭ first appeared on Kanak News.

from Kanak News
via <a href="https://ifttt.com/?

କିଛି ଘଂଟା ପରେ ଦୁଲୁକିବ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ପହଁଚିିଲେଣି ଅତିଥି, ଦର୍ଶକଙ୍କ ପାଇଁ ଚାଲିଲା ସ୍ୱତନ୍ତ୍ର ଟ୍ରେନ

କନକ ବ୍ୟୁରୋ : ଚାରିବର୍ଷର ଅପେକ୍ଷା ଏବେ ଶେଷ ପାହଚରେ । ରବିବାର ହେବ ବିଗ ଫାଇଟ । ଭାରତ ମାଟିରେ କଙ୍ଗାରୁଙ୍କୁ ଚକମା ଦେବାକୁ ରୋହିତ ବାହୀନୀ ଏକଦମ ପ୍ରସ୍ତୁତ । ପଡିଆ ପ୍ରସ୍ତୁତ, ଖେଳାଳୀ ମଧ୍ୟ ପ୍ରସ୍ତୁତ । ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା । ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ । ରବିବାର ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ବିଶ୍ୱକପ ୨୦୨୩ ମହାଯୁଦ୍ଧର ସାକ୍ଷୀ ରହିବ । ମ୍ୟାଚ ପୂର୍ବରୁ ଚଳଚଂଚଳ ଅହମ୍ମବାଦାବାଦ । ପହଁଚିଲେଣି ଦେଶବିଦେଶରୁ ଅତିଥି । ଟିମ ଇଣ୍ଡିଆ ଜର୍ସି ପିନ୍ଧି ପହଁଚୁଛନ୍ତି ଦର୍ଶକ ।

ଏବେ ନଜର ପକାଇବା କ’ଣ ରହିଛି ସାରା ଦେଶର ମାହୋଲ । ଟିମ ଇଣ୍ଡିଆ ବିଜୟକୁ ଚାତକ ପରି ଚାହିଁବସିଛି ସାରା ଦେଶ । କେଉଁଠି ଚାଲିଛି ପୂଜାର୍ଚ୍ଚନା କେଉଁଠି ମନ୍ଦିରରେ କରାଯାଉଛି ସ୍ୱତନ୍ତ୍ର ପୂଜା ପାଠ । ଖେଳାଳୀଙ୍କ ପରିବାର ମଧ୍ୟ ପୂଜାପାଠରେ ବ୍ୟସ୍ତ । ହରିଦ୍ୱାର ରିଷିକେଶରେ ସାଧୁସନ୍ଥ ବି ଟିମ ଇଣ୍ଡିଆକୁ ଶୁଭକାମନା ଜଣାଇଛନ୍ତି । ସେପଟେ କ୍ରିକେଟ ଫିଭରରୁ ବାଦ ପଡି ନାହାଁନ୍ତି ରାଜନେତା । ଟିମ ଇଣ୍ଡିଆକୁ ଚିୟର ଅଫ କରିବାକୁ ଟ୍ରଫି ଆକୃତି କେକ, ମିଠା ପ୍ରସ୍ତୁତ କରାଯାଇଛି । ହୋମ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ବିଶ୍ୱକପ ଟାଇଟେଲ ହାତେଇବା ପାଇଁ ଦେଶବାସୀ ଶୁଭକାମନା ଜଣାଉଛନ୍ତି ।

ବିଶ୍ୱକପ ଫାଇନାଲ ମୁକାବିଲା ପାଇଁ ଆଉ କିଛି ଘଂଟା ବାକି ଥିବାବେଳେ ଟିମ ଇଣ୍ଡିଆକୁ ଛୁଟୁଛି ଶୁଭକାମନା । ବଲିଉଡ ସୁପରଷ୍ଟାର ସଲମାନ ଖାନ ବି ଟିମ ଇଣ୍ଡିଆକୁ ଶୁଭକାମନା ଦେଇଛନ୍ତି ।

ରବିବାର ଦୁନିଆ ଦେଖିବ କ୍ରିକେଟ୍ ବିଶ୍ୱକପ ୨୦୨୩ରେ ଫାଇନାଲ ଫାଇଟ୍ । ଫାଇନାଲକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି ।
ବିଶ୍ୱକପ ପାଇଁ ବଡ ଆୟୋଜନ
-ପ୍ରଧାନମନ୍ତ୍ରୀ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ହେବେ
-ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି
-୨୦୧୧ ବିଶ୍ୱକପ୍ ଚାମ୍ପିଅନ୍ ଦଳର ସଦସ୍ୟମାନେ ଷ୍ଟାଡିୟମ୍ରେ ଉପସ୍ଥିତ ରହିବେ
-ଏୟାର ସୋ, ଲେଜର ସୋ ଓ ଡ୍ରୋନ୍ ସୋର ଆୟୋଜନ
-ଷ୍ଟାଡିୟମରେ କଳାକାରଙ୍କ ନୃତ୍ୟ, ଗୀତ ଦେଖିବାକୁ ମିଳିବ
-ଟସ୍ ପୂର୍ବରୁ ନାଚ, ଗୀତ କାର୍ଯ୍ୟକ୍ରମ ଆରମ୍ଭ ହେବ ।
-୫ ଶହରୁ ଅଧିକ ଡ୍ୟାନ୍ସର ବଲିଉଡ୍ ସଂଗୀତରେ ନୃତ୍ୟ କରିବେ

ମ୍ୟାଚକୁ ସୁରୁଖୁରରେ ସାରିବା ପାଇଁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ ସହ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ । ଦିନକ ପାଇଁ ଦିଲ୍ଲୀ ଓ ମୁମ୍ବାଇରୁ ସ୍ୱଳ୍ପ ଭଡାରେ ଗୁଜରାଟକୁ ଟ୍ରେନ ଚାଲିବ । ସେପଟେ ଫାଇନାଲ ଫାଇଟ୍ ପୂର୍ବରୁ ତେଲୁଗୁ ଅଭିନେତ୍ରୀ ରେଖା ବୋଜଙ୍କ ବୟାନ ସୋସିଆଲ ମିଡିଆରେ ଚାଂଚଲ୍ୟ ଖେଳାଇ ଦେଇଛି । ଟୁଇଟ୍ କରି ରେଖା ବୋଜ୍ ଲେଖିଛନ୍ତି, ଯଦି ଭାରତ ବିଶ୍ୱକପ ବିଜୟୀ ହୁଏ ତେବେ ସେ ବିଶାଖାପାଟନା ବେଳାଭୂମିରେ ବିନା କପଡାରେ ଦୌଡିବେ । ରେଖାଙ୍କ ଏହି ଟୁଇଟ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

The post କିଛି ଘଂଟା ପରେ ଦୁଲୁକିବ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ପହଁଚିିଲେଣି ଅତିଥି, ଦର୍ଶକଙ୍କ ପାଇଁ ଚାଲିଲା ସ୍ୱତନ୍ତ୍ର ଟ୍ରେନ first appeared on Kanak News.

from Kanak News
via <a href="https://ifttt.com/?

ଶୀଘ୍ର ଖୋଲ ରତ୍ନଭଣ୍ଡାର । ଶ୍ରୀଜିଉଙ୍କ ଦର୍ଶନ ପରେ ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ବିଜୟ ମହାପାତ୍ର କହିଲେ, ରାଜ୍ୟ ସରକାର ସ୍ପଷ୍ଟ ନିଷ୍ପତି ନେବା ଆବଶ୍ୟକ

କନକ ବ୍ୟୁରୋ: ରତ୍ନଭଣ୍ଡାର ଖୋଲିବାକୁ ତେଜିଲା ଦାବି । ପୁରୀରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ଏ ନେଇ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ରତ୍ନଭଣ୍ଡାର ଓଡିଆ ଲୋକଙ୍କ ଭାବାବେଗ ସହ ଜଡିତ, ତେଣୁ ତୁରନ୍ତ ଏହାକୁ ଖୋଲାଯାଉ । ଆଉ ଧର୍ମେନ୍ଦ୍ରଙ୍କ ଏହି ଦାବି ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

  • ‘ଶୀଘ୍ର ଖୋଲାଯାଉ ରତ୍ନଭଣ୍ଡାର’
  • ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ତୁରନ୍ତ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରତ୍ନଭଣ୍ଡାର ଓଡ଼ିଆ ଲୋକଙ୍କ ଭାବାବେଗ ସହ ଜଡ଼ିତ ବୋଲି କହିଛନ୍ତି ଧର୍ମେନ୍ଦ୍ର । ତେବେ କେବଳ ସେତିକି ନୁହେଁ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ବିଭିନ୍ନ ଐତିହ୍ୟ ଓ ଧର୍ମୀୟ ପୀଠଗୁଡ଼ିକର ପୁନରୁଦ୍ଧାର ଓ ମରାମତି ଠିକ୍ ଭାବେ କରାଯିବା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଶୀଘ୍ର ଖୋଲିବା ନେଇ ଧର୍ମେନ୍ଦ୍ର ପ୍ରଧାନ କହିବା ପରେ ପୁଣି ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ମନ୍ଦିରରେ ଦର୍ଶନ ଚାଲିଥିବା ବେଳେ ମଧ୍ୟ ରତ୍ନଭଣ୍ଡାର ଗଣତି ହୋଇପାରିବ । ଏ ସଂପର୍କରେ ରାଜ୍ୟ ସରକାର ସ୍ପଷ୍ଟ ନିଷ୍ପତି ନେବା ଆବଶ୍ୟକ । ରତ୍ନଭଣ୍ଡାର ଯାଞ୍ଚ ୭ ଦିନ ଭିତରେ ସରିବ ନାହିଁ । ଖୋଲିବା ଏବଂ ଯେଉଁ ରତ୍ନ ସବୁ ଅଛି ତାହା ଗଣିବା ସମୟ ସାପେକ୍ଷ ବୋଲି କହିଛନ୍ତି ବିଜୟ ମହାପାତ୍ର । ଏପଟେ ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ଆଗ୍ରହ ଦେଖାଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ବିଜେଡି ବିଧାୟକ ଉମା ସାମନ୍ତରାୟ କହିଛନ୍ତି, ଠିକ୍ ସମୟରେ ଠିକ୍ ନିଷ୍ପତି ନେବେ ସରକାର ।

ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ବାରମ୍ବାର ଦାବି ହେବା ପରେ ରଥଯାତ୍ରା ଅବସରରେ ରତ୍ନଭଣ୍ଡାର ଖୋଲିବା ପାଇଁ ନିଷ୍ପତି ନେଇଥିଲେ ରାଜ୍ୟ ସରକାର ।

The post ଶୀଘ୍ର ଖୋଲ ରତ୍ନଭଣ୍ଡାର । ଶ୍ରୀଜିଉଙ୍କ ଦର୍ଶନ ପରେ ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ବିଜୟ ମହାପାତ୍ର କହିଲେ, ରାଜ୍ୟ ସରକାର ସ୍ପଷ୍ଟ ନିଷ୍ପତି ନେବା ଆବଶ୍ୟକ first appeared on Kanak News.

from Kanak News
via <a href="https://ifttt.com/?

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୩୪୯ ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ । ୧୪୮.୪୫ କୋଟି ଟଙ୍କା ବିନିଯୋଗ

କନକ ବ୍ୟୁରୋ : ତ୍ଵରିତ ସ୍ୱାସ୍ଥ୍ୟ ସେବା ଦିଗରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୩୪୯ଟି ନୂଆ ଆମ୍ବୁଲାନ୍ସ ଓଡିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରିଛନ୍ତି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଆମ୍ବୁଲାନ୍ସ ରାଜ୍ୟର ମେଡିକାଲ ଆମ୍ବୁଲାନ୍ସ ସେବାରେ ଯୋଗ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଆହୁରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ। ‘ପ୍ରତି ଜୀବନ ମୂଲ୍ୟବାନ’ ନୀତି ଅନୁଯାୟୀ ଆମର ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଆଜି ଲୋକାର୍ପିତ ଆମ୍ବୁଲାନ୍ସ ଗୁଡିକ ମଧ୍ୟରୁ ୨୭୯ଟିକୁ ୧୦୮-ଆମ୍ବୁଲାନ୍ସ ସେବାରେ ସାମିଲ କରାଯାଇଛି । ବାକି ୭୦ଟିକୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କୁ ଯୋଗାଇ ଦିଆଯାଇଛି । ଏହି ୭୦ଟି ମଧ୍ୟରୁ ୪୦ଟି ହେଉଛି ଜୀବନ ରକ୍ଷାକାରୀ ମୌଳିକ ଆମ୍ବୁଲାନ୍ସ ଏବଂ ୩୦ଟି ଜୀବନ ରକ୍ଷାକାରୀ ଅତ୍ୟାଧୁନିକ ଆମ୍ବୁଲାନ୍ସ । ସମୁଦାୟ ୩୪୯ଟି ଆମ୍ବୁଲାନ୍ସ ବାବଦରେ ୧୪୮.୪୫ କୋଟି ଟଙ୍କା ବିନିଯୋଗ କରାଯାଇଛି ।

୧୦୮-ଆମ୍ବୁଲାନ୍ସ ସେବାରେ ଏହି ନୂଆ ଆମ୍ବୁଲାନ୍ସ ଗୁଡିକ ସାମିଲ ହେବା ପରେ ମୋଟ ଆମ୍ବୁଲାନ୍ସ ସଂଖ୍ୟା ୧୩୬୬ କୁ ବୃଦ୍ଧି ପାଇଛି । ବର୍ତ୍ତମାନ ପ୍ରତିଦିନ ହାରାହାରି ୪୦୦୦ରୁ ଅଧିକ ସଂଖ୍ୟକ ରୋଗୀ ଏହି ୧୦୮-ଆମ୍ବୁଲାନ୍ସ ସେବା ଦ୍ଵାରା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଛନ୍ତି । ନୂଆ ଆମ୍ବୁଲାନ୍ସ ଗୁଡିକ ସାମିଲ ହେବା ପରେ ୧୦୮-ଆମ୍ବୁଲାନ୍ସ ସେବା ଆହୁରି ତ୍ଵରିତ ଏବଂ ସୁବିଧାଜନକ ହେବ ।

ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକୁ ଯୋଗଉଥିବା ୭୦ଟି ଆମ୍ବୁଲାନ୍ସ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ରୋଗୀମାନଙ୍କୁ ଆବଶ୍ୟକ ସ୍ଥଳେ ସରକାରୀ ଡାକ୍ତରଖାନାରୁ ଘରୋଇ ହସ୍ପିଟାଲକୁ ଜରୁରୀକାଳିନ ସ୍ଥାନାନ୍ତରରେ ବ୍ୟବହାର ହେବା ସହ ଜିଲ୍ଲା ସ୍ତରରେ ଅନ୍ୟ ରୋଗୀମାନଙ୍କ ଜରୁରୀ ଆବଶ୍ୟକତା ପୁରଣରେ ସହାୟକ ହେବ ।ଏହି କାର୍ଯ୍ୟକ୍ରମରେ କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ବିଭାଗୀୟ ସଚିବ ଶ୍ରୀ ଶାଲିନି ପଣ୍ଡିତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

The post ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୩୪୯ ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ । ୧୪୮.୪୫ କୋଟି ଟଙ୍କା ବିନିଯୋଗ first appeared on Kanak News.

from Kanak News
via <a href="https://ifttt.com/?

ଆଦିବାସୀଙ୍କ ଜମିକୁ ଅଣ-ଆଦିବାସୀଙ୍କୁ ବିକ୍ରି ପ୍ରସଙ୍ଗ । କ୍ୟାବିନେଟ୍ ମଞ୍ଜୁରିକୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବି । ଏପଟେ ମନ୍ତ୍ରୀଙ୍କ ସୂଚନାକୁ ନେଇ ରାଜନୈତିକ ବୟାନବାଜି

କନକ ବ୍ୟୁରୋ: ଆଦିବାସୀଙ୍କ ଜମିକୁ ଅଣ ଆଦିବାସୀଙ୍କୁ ବିକ୍ରି କରିପାରିବା ନିଷ୍ପତିକୁ ସରକାର ସ୍ଥଗିତ ରଖିଥିଲେ ବି ଏହା ଅନୁସୂଚିତ ଜନଜାତିର ଲୋକଙ୍କୁ ସନ୍ତୁଷ୍ଟ କରାଇପାରିନି । ନିଷ୍ପତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଆଦିବାସୀ । ରାଉରକେଲାରେ ରାଜ୍ୟ ପେସା ଗ୍ରାମସଭା କୋଅର୍ଡିନେସନ କମିଟି ସୁନ୍ଦରଗଡ ୟୁନିଟର ଡାକରାରେ ଏକାଠି ହୋଇ ସରକାରଙ୍କ ନିଷ୍ପତିକୁ ବିରୋଧ କରିଛନ୍ତି ଶହ ଶହ ଆଦିବାସୀ । କ୍ୟାବିନେଟ୍ ନିଷ୍ପତି ପ୍ରତ୍ୟାହାର ଦାବିରେ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ଦେଇଛନ୍ତି ।

ତେବେ ଗୋଟିଏ ପଟେ କ୍ୟାବିନେଟ୍ ନିଷ୍ପତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ଦାବି ବଢ଼ୁଥିବାବେଳେ ଅନ୍ୟପଟେ ତେଜିଛି ରାଜନୈତିକ ବୟାନବାଜି । ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି ପ୍ରସଙ୍ଗରେ କ୍ୟାବିନେଟ୍ ନିଷ୍ପତିକୁ ସ୍ଥଗିତ ରଖାଯିବା ନେଇ ମନ୍ତ୍ରୀ ସୂଚନା ଦେବା ପରେ ପ୍ରଶ୍ନ ଉଠାଇଛନ୍ତିି ବରିଷ୍ଠ ନେତା ବିଜୟ ମହାପାତ୍ର । କ୍ୟାବିନେଟ୍ ଥରେ ନିଷ୍ପତି ନେଇଗଲା ପରେ କ୍ୟାବିନେଟ୍ ହିଁ ସେହି ନିଷ୍ପତିକୁ ବଦଳାଇ ପାରିବ ବୋଲି କହିଛନ୍ତି । ଯାହାର ଜବାବ ରଖି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, କ୍ୟାବିନେଟ ନିଷ୍ପତି ନେବା ପରେ ପୁନଃବିଚାର କରାଯିବାର ଅନେକ ନଜିର ରହିଛି ।

ତେବେ ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର କରିବା ପାଇଁ ଆସିଥିବା ପ୍ରସ୍ତାବ ଉପରେ ଗତ ୧୪ତାରିଖରେ ରାଜ୍ୟ କ୍ୟାବିନେଟ୍ ମୋହର ମାରିଥିଲା । କିନ୍ତୁ ସରକାରଙ୍କ ଏହି ନିଷ୍ପତିକୁ ବିରୋଧୀ ଦଳମାନେ ସମାଲୋଚନା କରିଥିଲେ । ଏହା ଆଦିବାସୀଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ଅଭିଯୋଗ ହୋଇଥିଲା । ଆଦିବାସ ସଂଗଠନ ପକ୍ଷରୁ ମଧ୍ୟ ବିରୋଧ କରାଯାଇଥିଲା । ତେବେ ୪୮ଘଣ୍ଟା ପରେ କ୍ୟାବିନେଟ୍ ନିଷ୍ପତିକୁ ସ୍ଥଗିତ ରଖାଗଲା ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଥିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

The post ଆଦିବାସୀଙ୍କ ଜମିକୁ ଅଣ-ଆଦିବାସୀଙ୍କୁ ବିକ୍ରି ପ୍ରସଙ୍ଗ । କ୍ୟାବିନେଟ୍ ମଞ୍ଜୁରିକୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବି । ଏପଟେ ମନ୍ତ୍ରୀଙ୍କ ସୂଚନାକୁ ନେଇ ରାଜନୈତିକ ବୟାନବାଜି first appeared on Kanak News.

from Kanak News
via <a href="https://ifttt.com/?

କେମିତି ଟନେଲ ଭିତରୁ ବାହାରିବେ ଶ୍ରମିକ ? ୭ ଦିନ ବିତିଲାଣି, ହେଲେ ମିଳୁନି ସଫଳତା । ପ୍ଲାନ ବି’ ଉପରେ ଏକ୍ସପର୍ଟଙ୍କ ଗୁରୁତ୍ୱ । ଅଷ୍ଟ୍ରେଲିଆରୁ ଆସିଲେ ବିଶେଷଜ୍ଞ

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଉତ୍ତରକାଶୀର ମୃତ୍ୟୁ ଟନେଲରେ ୭ଦିନ ହେଲା ଶ୍ରମିକ ଫସିରହିଛନ୍ତି । ପ୍ରଥମେ ୪୦ ଶ୍ରମିକ ଫସିଥିବା କୁହାଯାଉଥିଲା, ଏବେ କିନ୍ତୁ ୪୧ ଶ୍ରମିକ ଟନେଲ ଭିତରେ ସଂଘର୍ଷ କରୁଥିବା ଜଣାପଡିିଛି । ତେବେ ଯୁଦ୍ଧକାଳୀନ ଭିତିରେ ସପ୍ତାହେ ଧରି ଶ୍ରମିକଙ୍କୁ ଉଦ୍ଧାର ଉଦ୍ୟମ କରାଯାଉଥିଲେ ବି ସଫଳତା ମିଳିନାହିଁ ।

  • ସୁଡଙ୍ଗରୁ ଉଦ୍ଧାର ପାଇବେ ଶ୍ରମିକ!
  • ଆରମ୍ଭ ହେଲା ‘ଅପରେସନ ଜିନ୍ଦେଗୀ’ ପ୍ଲାନ-ବି ଯୋଜନା

ଦିନ ଗଡିିବା ସହ ଫସିଥିବା ଶ୍ରମିକଙ୍କ ସୁରକ୍ଷାକୁ ନେଇ ଆଶଙ୍କା ବଢୁଛି । ତେଣୁ ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ପରେ ଉତ୍ତରାଖଣ୍ଡ ସରକାର ‘ଅପରେସନ ଜିନ୍ଦେଗୀ’ ପ୍ଲାନ ବି ଉପରେ କାମ କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ଅଷ୍ଟ୍ରେଲିଆର ଜଣେ ମାଇକ୍ରୋ ଟନେଲ ବିଶେଷଜ୍ଞ ଉତରକାଶୀ ପହଞ୍ଚିସାରିଛନ୍ତି ।

କଣ ଏହି ‘ଅପରେସନ ଜିନ୍ଦେଗୀ’ ପ୍ଲାନ-ବି?

  • ଟନେଲ ଉପରୁ କଟାଯାଇ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ
  • ଟନେଲ ଭିତରୁ ଶ୍ରମିକଙ୍କୁ ଏୟାରଲିଫି୍ଟ କରିିବାକୁ ଯୋଜନା ରହିଛି
  • ଏଥିପାଇଁ ଉତ୍ତରାଖଣ୍ଡ ପହଞ୍ଚିିଛନ୍ତି ଅଷ୍ଟ୍ରେଲିଆର ବିଶେଷଜ୍ଞ
  • ପ୍ଲାନ୍-ବି ପାଇଁ ରେଲୱେ ଓ ନରୱେର ଏକ୍ସପର୍ଟ ଟିମ୍ ମଧ୍ୟ କାମ କରୁଛନ୍ତି

ଟନେଲର ଉପର ଭାଗ କାଟି ଶ୍ରମିକଙ୍କୁ ଉଦ୍ଧାର କରିବା ନିଷ୍ପତି ପରେ ବିଶେଷଜ୍ଞମାନେ ଟନେଲ ଉପରକୁ ଯାଇ ସ୍ଥିତି ପରଖିଛନ୍ତି । ଫସି ରହିଥିବା ଶ୍ରମିକଙ୍କୁ କିପରି ବାହାର କରାଯିବ ସେନେଇ ଯୋଜନା କରାଯାଉଛି । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହ ପିଏମ୍ଓର ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି ।

ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସବୁ ପ୍ରକାର ଉଦ୍ୟମ ଫେଲ ମାରିବା ପରେ ଏବେ ବିଜ୍ଞାନ ସହ ଭଗବାନଙ୍କ ଉପରେ ଆସ୍ଥା ରଖାଯାଉଛି । ସୁଡଙ୍ଗ ମୁହଁରେ ସ୍ଥାନୀୟ ଅଞ୍ଚଳର ଜଣେ ପୂଜକଙ୍କୁ ଆଣି ପୂଜାର୍ଚ୍ଚନା କରି ନଡିଆ ଭାଙ୍ଗି ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର କାମନା କରାଯାଇଛି । ସେପଟେ ଇନ୍ଦୋରରୁ ମଗାଯାଇଥିବା ‘ଅଗର’ ମେସିନ ମଧ୍ୟ ପହଞ୍ଚିଛି । ଅନ୍ୟପଟେ ଫସିଥିବା ଶ୍ରମିକଙ୍କୁ ପାଇପରେ ଅକ୍ସିଜେନ, ଖାଦ୍ୟ ପାନୀୟ ଯୋଗାଇ ଦିଆଯାଉଛି । ଏପଟେ ଆଶଙ୍କାରେ ଥିବା ସଂପର୍କୀୟ ଶୀଘ୍ର ଉଦ୍ଧାର ପାଇଁ ନିବେଦନ କରିଛନ୍ତି ।

ଉତ୍ତରକାଶୀର ସିଲକିୟାରା ସୁଡଙ୍ଗ ଦୁର୍ଘଟଣା ଉପରେ ସାରା ଦେଶର ନଜର ରହିଛି । ୮୫୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ଟନେଲ ଲମ୍ବ ପ୍ରାୟ ସାଢେ ୪ କିଲୋମିଟର । ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଧାମକୁ ଯୋଡିବାକୁ ଥିବା ଏହି ସିଲକିୟରା ସୁଡଙ୍ଗ ଭୁଶୁଡି ଏବେ ଶ୍ରମିକଙ୍କ ପାଇଁ ମୃତ୍ୟୁର ଫାସ ସାଜିଛି । ତେବେ ଆଶା କରାଯାଉଛି ମୃତ୍ୟୁ ହାରିବ ଓ ଜୀବନ ଜିତିବ, ଆଉ ଶ୍ରମିକମାନେ ସୁରକ୍ଷିତ ଉଦ୍ଧାର ହେବେ ।

The post କେମିତି ଟନେଲ ଭିତରୁ ବାହାରିବେ ଶ୍ରମିକ ? ୭ ଦିନ ବିତିଲାଣି, ହେଲେ ମିଳୁନି ସଫଳତା । ପ୍ଲାନ ବି’ ଉପରେ ଏକ୍ସପର୍ଟଙ୍କ ଗୁରୁତ୍ୱ । ଅଷ୍ଟ୍ରେଲିଆରୁ ଆସିଲେ ବିଶେଷଜ୍ଞ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started