କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ । ହେଲେ ସମ୍ବଲପୁର ସହରରେ ଖୋଲା ରହିଲା ଦୋକାନ ବଜାର । ବନ୍ଦ ପାଳନକୁ ହୀରାଖଣ୍ଡ ସାମ୍ମୁଖ୍ୟର ବିରୋଧ

କନକ ବ୍ୟୁରୋ: ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ପଶ୍ଚିମ ଓଡିଶାରେ ପାଳିତ ହୋଇଛି ବନ୍ଦ ପାଳନ । ବଲାଙ୍ଗୀରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିବାବେଳେ ସମ୍ବଲପୁରରେ ବନ୍ଦ ପ୍ରଭାବହୀନ ରହିଛି । ତେବେ ବନ୍ଦ ପାଳନରେ କୌଣସି ରାଜନୈତିକ ଦଳର ନେତାଙ୍କୁ ଦେଖିବାକୁ ମିଳିନଥିଲା ।

ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ, କଳହାଣ୍ଡି, ନୂଆପଡା, ସୁନ୍ଦରଗଡ, ଝାରସୁଗୁଡା, କୁଚିଣ୍ଡା ସମେତ ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ କୋଶଳ ମୁକ୍ତି ମୋର୍ଚ୍ଚା ଓ କୋଶଳ କ୍ରିୟାନୁଷ୍ଠାନ ପକ୍ଷରୁ ଦିଆଯାଇଥିବା ଡାକରା ଅନୁସାରେ କର୍ମୀମାନେ ପିକେଟିଂ କରିବା ସହ ବନ୍ଦ ପାଳନ କରିଛନ୍ତି । ରାସ୍ତା ଉପରେ ଟାୟାର ଜାଳି ବିକ୍ଷୋଭ କରିଛନ୍ତି । ବନ୍ଦ ଯୋଗୁଁ ଗାଡି ଚଳାଚଳ , ଦୋକାନ ବଜାର ବନ୍ଦ ରହିଛି ।

ପଶ୍ଚିମ ଓଡ଼ିଶାକୁ ଅବହେଳା, ବୈମାତୃକ ମନୋଭାବ, ଭାଷାକୁ ବିରୋଧ ଅଭିଯୋଗ ଆଣି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି କରି ଏହି ବନ୍ଦ ଡାକରା ଦେଇଥିଲେ କୋଶଳ ସଂଗଠନ । ବନ୍ଦ ଡାକରାରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ଓ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନକୁ ବନ୍ଦ ଡାକରାରେ ସାମିଲ ପାଇଁ ଆହ୍ୱାନ ଦିଆଯାଇଥିଲା । କିନ୍ତୁ ସମ୍ବଲପୁରରରେ ଦେଖିବାକୁ ମିଳିଥିଲା ନିଆରା ଚିତ୍ର । ଅନ୍ୟ ଦିନ ମାନଙ୍କ ଭଳି ସମ୍ବଲପୁର ସହରରେ ସବୁକିଛି ସ୍ୱାଭାବିକ ଥିଲା । ଦୋକାନ ବଜାର ଖୋଲା ରହିଥିଲା, ରାସ୍ତାରେ ଗାଡି ଯାତାୟତ ସ୍ୱାଭାବିକ ରହିଥିଲା । ମୋଟାମୋଟି ଭାବରେ କହିବାକୁ ଗଲେ ପଶ୍ଚିମ ଓଡିଶାର ଅନ୍ୟତମ ମୁଖ୍ୟ ସହର ତଥା କେନ୍ଦ୍ରସ୍ଥଳ ସମ୍ବଲପୁରରେ ଫିକା ପଡିଥିଲା କୋଶଳ ବନ୍ଦ ଆନ୍ଦୋଳନ ।

ସୂଚନାଯୋଗ୍ୟ ଯେ, ଓଲିଉଡ୍ କଳାକାରଙ୍କ କଳିରୁ ଆରମ୍ଭ ହୋଇଥିବା ବିବାଦରୁ ପୂର୍ବ ଓଡିଶା- ପଶ୍ଚିମ ଓଡିଶା ବିବାଦ ପୁଣି ଥରେ ମୁଣ୍ଡ ଟେକିଥିଲା । କଳାକାରଙ୍କ କଳିକୁ ନେଇ ରାଜନେତାମାନେ ବୟାନ ଦେବା ପରେ ସକ୍ରିୟ ହୋଇଥିଲେ କୋଶଳ ସଂଗଠନର ସଦସ୍ୟ । ପଶ୍ଚିମ ଓଡିଶାରେ ଓଡିଆ ଯାତ୍ରା ପାର୍ଟିକୁ ବିରୋଧ କରିବା ସହ ବିଭିନ୍ନ ଫିଲ୍ମର ପୋଷ୍ଟର ଚିରା ଯାଇଥିଲା । ତା ପରେ ପଶ୍ଚିମ ଓଡିଶାକୁ ଅବହେଳା କରାଯାଉଥିବା ଅଭିଯୋଗ ଆଣି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ବନ୍ଦ ଡାକରା ଦିଆଯାଇଥିଲା । ବରିଷ୍ଠ ନେତା ନରସିଂହ ମିଶ୍ର ଏହି ବନ୍ଦ ଡାକରାକୁ ସମର୍ଥନ ଦେବାକୁ ଆହ୍ୱାନ ଦେବା ପରେ ଜୋର ଧରିଥିଲା ରାଜନୀତି । କିନ୍ତୁ ଆଜିର ବନ୍ଦ ବେଳେ କୌଣସି ବଡ ନେତାଙ୍କ ଦେଖିବାକୁ ମିଳିନଥିଲା ।

The post କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ । ହେଲେ ସମ୍ବଲପୁର ସହରରେ ଖୋଲା ରହିଲା ଦୋକାନ ବଜାର । ବନ୍ଦ ପାଳନକୁ ହୀରାଖଣ୍ଡ ସାମ୍ମୁଖ୍ୟର ବିରୋଧ first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତାକାଲି ବିଶ୍ୱକପ୍ ଫାଇନାଲ । ମ୍ୟାଚ୍ ପୂର୍ବରୁ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ମ୍ୟାଚ୍ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

କନକ ବ୍ୟୁରୋ: ସମୟ ଯେତିକି ଗଡୁଛି, ଉତ୍କଣ୍ଠା ସେତିକି ବଢୁଛି । ପ୍ରସ୍ତୁତ ହୋଇ ରହିଛି ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଗ୍ରାଉଣ୍ଡ ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ଯେଉଁଠି ବିଶ୍ୱ ବିଜୟୀ ହେବା ପାଇଁ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ।

  • ଆସନ୍ତାକାଲି ବିଶ୍ୱକପ୍ ମହାସମର
  • ଆରମ୍ଭ ହେଲା କାଉଣ୍ଟଡାଉନ୍

ଲକ୍ଷେ ୩୦ ହଜାର ଦର୍ଶକଙ୍କ ଆଗରେ ହେବ ଫାଇନାଲ୍ ଫାଇଟ୍ । ଫାଇନାଲକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବେ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି ବିସିସିଆଇ । ଏହାରି ମଧ୍ୟରେ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ମଧ୍ୟ ଭାରତରେ ପହଁଚିସାରିଲେଣି । ଖାଲି ସେତିକି ନୁହେଁ, ସଚିନ୍ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି, ଯୁବରାଜ ସିଂହଙ୍କ ସମେତ ୨୦୧୧ ବିଶ୍ୱକପ୍ ଚାମ୍ପିଅନ୍ ଦଳର ସଦସ୍ୟମାନେ ଷ୍ଟାଡିୟମରେ ଉପସ୍ଥିତ ରହିବେ । ଏୟାର ସୋ, ଲେଜର ସୋ ଓ ଡ୍ରୋନ୍ ସୋ ଦେଖିବେ ଦର୍ଶକ । ବଲିଉଡର ସୁନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ପ୍ରୀତମ, କଣ୍ଠଶିଳ୍ପୀ ଜୋନିତା ଗାନ୍ଧୀ, ଲୋକପ୍ରିୟ ଗୁଜରାଟୀ ଗାୟକ ଆଦିତ୍ୟ ଗନ୍ଧବୀ ଦର୍ଶକଙ୍କ ମନୋରଞ୍ଜନ କରିବେ । ଟସ୍ ପୂର୍ବରୁ ନାଚ, ଗୀତ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିରେ ସାମିଲ ହେବେ ୫ ଶହରୁ ଅଧିକ ନୃତ୍ୟଶିଳ୍ପୀ ।

ବିଶ୍ୱକପ ପାଇଁ ବଡ଼ ଆୟୋଜନ

  • ମୁଖ୍ୟ ଅତିଥି ହେବେ ପ୍ରଧାନମନ୍ତ୍ରୀ
  • ପହଁଚିଛନ୍ତି ଅଷ୍ଟ୍ରେଲିଆ ଉପ-ପ୍ରଧାନମନ୍ତ୍ରୀ
  • ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି
  • ଉପସ୍ଥିତ ରହିବେ ୨୦୧୧ ବିଶ୍ୱକପ୍ ଚାମ୍ପିଅନ୍ ଦଳର ସଦସ୍ୟ
  • ଏୟାର ସୋ’, ଲେଜର ସୋ’ ଓ ଡ୍ରୋନ୍ ସୋ’ର ଆୟୋଜନ
  • ଟସ୍ ପୂର୍ବରୁ ନାଚ, ଗୀତର ଆସର
  • ସାମିଲ ହେବେ ୫ ଶହରୁ ଅଧିକ ନୃତ୍ୟଶିଳ୍ପୀ

ମହା ମୁକାବିଲାର ସାକ୍ଷୀ ରହିବା ପାଇଁ ଅହମ୍ମଦାବାଦରେ ପହଁଚୁଛନ୍ତି କ୍ରିକେଟ୍ ପ୍ରେମୀ । ରୋହିତ ବାହିନୀଙ୍କୁ ସମର୍ଥନ କରିବା ପାଇଁ ଦେଶର କୋଣ-ଅନୁକୋଣରୁ ଆସୁଛନ୍ତି ପ୍ରଶଂସକ । କ୍ରିକେଟ୍ ପ୍ରେମୀଙ୍କୁ ସ୍ୱାଗତ କରିବା ପାଇଁ ଅହମ୍ମଦାବାଦ ଏୟାରପୋର୍ଟରେ କରାଯାଇଛି ସ୍ୱତନ୍ତ୍ର ଆୟୋଜନ । ଏୟାରପୋର୍ଟ ବାହାରେ ପାରମ୍ପରିକ ନୃତ୍ୟ-ଗୀତର ବ୍ୟବସ୍ଥା ହୋଇଛି ।

ଅନ୍ୟପଟେ ଟିମ ଇଣ୍ଡିଆକୁ ଚିୟର ଅଫ କରିବାକୁ ଟ୍ରଫି ଆକୃତିର କେକ, ମିଠା ପ୍ରସ୍ତୁତ କରାଯାଇଛି । ଏପଟେ ଭାରତ ବିଶ୍ୱ ଚାମ୍ପିଅନ୍ ହେବା ପାଇଁ ବିଭିନ୍ନ ସ୍ଥାନରେ ଚାଲିଛି ପୂଜାର୍ଚ୍ଚନା । ଖେଳାଳିଙ୍କ ପରିବାର ମଧ୍ୟ ପୂଜାପାଠରେ ବ୍ୟସ୍ତ । ହରିଦ୍ୱାର ରିଷିକେଶରେ ସାଧୁସନ୍ଥ ବି ଟିମ ଇଣ୍ଡିଆକୁ ଶୁଭକାମନା ଜଣାଇଛନ୍ତି । କଟକରେ ମଧ୍ୟ ପୂଜାର୍ଚ୍ଚନା କରାଯାଇଛି । ଜୟ ଜଗନ୍ନାଥ ସେବା ସଂଗଠନର ସଦସ୍ୟମାନେ ଏକାଠି ହୋଇ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ହୋମଯଜ୍ଞ କରିଛନ୍ତି ।

ତେବେ ସୁପର ସଣ୍ଡେରେ ହେବ ସୁପର ମୁକାବିଲା । ରୋହିତ ଶର୍ମାଙ୍କ ଟିମ୍ ଇଣ୍ଡିଆ ସହ ପ୍ୟାଟ କମିନ୍ସଙ୍କ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଟକ୍କର । ହୋମ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ବିଶ୍ୱକପ ଟାଇଟେଲ ହାତେଇବା ପାଇଁ ଦେଶବାସୀ ଶୁଭକାମନା ଜଣାଉଛନ୍ତି । ମ୍ୟାଚ ଦେଖିବା ପାଇଁ କ୍ଲବଠୁ ଆରମ୍ଭ କରି ହୋଟେଲ, ସବୁଠି ଜୋରଦାର ପ୍ରସ୍ତୁତି ଚାଲିଛି । କେଉଁଠି ବଡ ବଡ ଏଲଇଡି ତ ଆଉ କେଉଁଠି ଖାଇବା ପିଇବା ବ୍ୟବସ୍ଥା ରହିଛି । ଭୁବନେଶ୍ୱରରେ ବି ଜୋରଦାର ଆୟୋଜନ କରାଯାଇଛି ।

The post ଆସନ୍ତାକାଲି ବିଶ୍ୱକପ୍ ଫାଇନାଲ । ମ୍ୟାଚ୍ ପୂର୍ବରୁ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ମ୍ୟାଚ୍ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । first appeared on Kanak News.

from Kanak News
via <a href="https://ifttt.com/?

୩୦ ବର୍ଷ ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଘର । ବାଉଁଶ ବୁଦା ମୂଳେ ବସି ପାଠପଢୁଛନ୍ତି ୪୦ରୁ ଅଧିକ କଅଁଳ ଶିଶୁ

କନକ ବ୍ୟୁରୋ : ଅଙ୍ଗନବାଡି କେନ୍ଦ୍ର, ପ୍ରାଥମିକ ଶିକ୍ଷାର ମୁଳଦୁଆ । ଏଇଠୁ କୁନି ଶିଶୁଟିଏ ଅ-ଆ, ଏ-ବି-ସି-ଡି ଶିଖେ । ଖେଳୁ ଖେଳୁ ପାଠ ପଢା ପ୍ରତି ଆକୃଷ୍ଟ ହୁଏ । ଶିଶୁଟିଏ ପାଇଁ ଆଲୋକ ବର୍ତିକା ସାଜୁଥିବା ଅଙ୍ଗନବାଡି କେନ୍ଦ୍ର ଯଦି ବାଉଁଶ ବୂଦା ମୁଳେ ଚାଲେ, ତେବେ ବ୍ୟବସ୍ଥାର ସୁଫଳ କଥା ଏଠି ଚିନ୍ତା କରିବା ବି ପାପ ଭଳି ଲାଗେ ।

୩୦ ବର୍ଷ ହେଲା, ବାଉଁଶ ବୂଦାମୂଳେ ଚାଲିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆମ୍ବୋ ଗାଁର ଅଙ୍ଗନୱାଡି କେନ୍ଦ୍ର । ଗାଁରେ ୪ଶହରୁ ଅଧିକ ପରିବାର ବସବାସ କରୁଥିବା ବେଳେ ୪୨ ଜଣ କୁନି କୁନି ପିଲା ଏହି ଅଙ୍ଗନୱାଡି କେନ୍ଦ୍ରକୁ ଆସୁଛନ୍ତି । ହେଲେ କେନ୍ଦ୍ରର ନିଜସ୍ୱ ଘର ନଥିବାରୁ ପିଲାମାନେ ଅଙ୍ଗନବାଡି ସହାୟିକାଙ୍କ ବାଡିରେ ଥିବା ବାଉଁଶ ବୂଦା ମୁଳେ ବସୁଛନ୍ତି । ଖୋଲା ଆକାଶ ତଳେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି । ଆଉ ବର୍ଷା ହେଲେ କେନ୍ଦ୍ରଟି ସଂପୂର୍ଣ୍ଣ ବନ୍ଦ ହୋଇଯାଏ ।

ସରକାର ଶିଶୁମାନଙ୍କ ସୁରକ୍ଷା ଓ ଯତ୍ନ ପାଇଁ ମହିଳା ଓ ଶିଶୁ ବିକାଶ ଯୋଜନାରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।

The post ୩୦ ବର୍ଷ ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଘର । ବାଉଁଶ ବୁଦା ମୂଳେ ବସି ପାଠପଢୁଛନ୍ତି ୪୦ରୁ ଅଧିକ କଅଁଳ ଶିଶୁ first appeared on Kanak News.

from Kanak News
via <a href="https://ifttt.com/?

ନଦୀରେ ନାହିଁ ପୋଲ, ଡଙ୍ଗାରେ ନାହାନ୍ତି ନାଉରିଆ । ରଶି ଭରସାରେ ଡଙ୍ଗାରେ ନଦୀ ପାରି ହେଉଛନ୍ତି ଲୋକ

କନକ ବ୍ୟୁରୋ : ରଶିଟଣା ଡଙ୍ଗାରେ ଚାଲିଛି ଯାତ୍ରୀ ପରିବହନ । ବିପଦ ସଙ୍କୁଳ ଭାବେ ନଦୀ ପାର ହେଉଛନ୍ତି ଲୋକେ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଏକ ନଦୀନାଳ ଘେରା ଅଂଚଳ ହୋଇଥିବା ବେଳେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ସ୍ଥଳପଥରେ ସିଧା ସଳଖ ଯୋଗାଯୋଗ କରିବା ସମ୍ଭବ ନୁହେଁ । ତେଣୁ ଜୀବନକୁ ପାଣି ଛଡେଇ ଡଙ୍ଗାରେ ଜଳ ଯାତ୍ରା କରିବାକୁ ବାଧ୍ୟ ହୋଇଥାନ୍ତି ସ୍ଥାନୀୟ ଲୋକ ।

ମହାକାଳପଡ଼ା ବ୍ଲକର ବତୀଘର, ଜମ୍ବୁ, ବିଜୟନଗର ପଂଚାୟତକୁ ଯିବା ପାଇଁ ହେଲେ ଡଙ୍ଗାରେ ନଦୀ ପାର ହେବାକୁ ପଡ଼ିଥାଏ । କାରଣ ନଦୀ ଆରପଟେ ରହିଛି, ବ୍ଲକ ଅଫିସ, ତହସିଲ, କଲେଜ ଓ ହାଟବଜାର ସବୁ । ତେଣୁ ଅନେକ ସମୟରେ ଡଙ୍ଗା ଦୁର୍ଘଟଣା ଯୋଗୁଁ ଧନ ଜୀବନ କ୍ଷତି ହେଉଥିଲେ ବି ଲୋକେ ଡଙ୍ଗାରେ ଯାତାୟତ କରିଥାନ୍ତି । ବ୍ଲକରେ ୭ରୁ ଅଧିକ ଫେରିଘାଟ ଥିବା ବେଳେ ବିଜୟନଗର ଓ ଚଣ୍ଡିଆପଲ୍ଲି ଫେରିଘାଟରେ ରଶି ଟଣା ଡଙ୍ଗାକୁ ଭରସା କରିଥାନ୍ତି ଲୋକେ ।

ଜୁଆରିଆ ନଦୀ ଓ କୁମ୍ଭୀର ଭୟ ଭିତରେ ବାଧ୍ୟ ହୋଇ ଯାତାୟତ କରୁଛନ୍ତି ଲୋକେ ।

The post ନଦୀରେ ନାହିଁ ପୋଲ, ଡଙ୍ଗାରେ ନାହାନ୍ତି ନାଉରିଆ । ରଶି ଭରସାରେ ଡଙ୍ଗାରେ ନଦୀ ପାରି ହେଉଛନ୍ତି ଲୋକ first appeared on Kanak News.

from Kanak News
via <a href="https://ifttt.com/?

ଅବ୍ୟବସ୍ଥା ଘେରରେ ଆଦର୍ଶ ବିଦ୍ୟାଳୟ । ସବୁ ପିଲାଙ୍କ ପାଇଁ ନାହିଁ ଛାତ୍ରାବାସ, ଅଟୋରେ ଲଦା ଲଦି ଆସୁଛନ୍ତି ପିଲା

କନକ ବ୍ୟୁରୋ : ୨୦୧୭ ମସିହାରୁ ବାମରା ବ୍ଲକରେ ଆରମ୍ଭ ହୋଇଛି ଆଦର୍ଶ ବିଦ୍ୟାଳୟ । ଗୁଣାତ୍ମକ ଶିକ୍ଷା ପାଇବା ଆଶାରେ ୩୩୪ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଛନ୍ତି । ହେଲେ ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଗୋଟିଏ ହଷ୍ଟେଲ ଥିବାରୁ ସବୁ ପିଲା ବିଦ୍ୟାଳୟରେ ରହିପାରୁନାହାନ୍ତି । ଶହଶହ ପିଲା ସବୁ ଦିନ ନିଜ ନିଜ ବ୍ୟବସ୍ଥାରେ ଯା’ଆସ କରିବାକୁ ବାଧ୍ୟ ହେଉଛନ୍ତି ।

ବାମରା ପାଖ ଅଂଚଳର ପିଲାମାନେ ସାଇକେଲରେ ବିଦ୍ୟାଳୟ ଆସୁଥିବା ବେଳେ ଗଡପୋଷ, କେଶାଇବାହାଲର ଛାତ୍ରଛାତ୍ରୀ ଗମନାଗମନରେ ବହୁ ଅସୁବିଧା ଭୋଗୁଛନ୍ତି । ପ୍ରତିଦିନ ୨୫ରୁ ୩୦ କିମି ରାସ୍ତା ଟ୍ରେନ, ଅଟୋ, ଲିଫ୍ଟ, କିମ୍ବା ଅନ୍ୟ ସୁବିଧାରେ ଯିବା ଆସିବା କରୁଛନ୍ତି । ଜିଲ୍ଲାର ଅନ୍ୟ ଆଦର୍ଶ ବିଦ୍ୟାଳୟରେ ସରକାର ବସ ସେବା ଯୋଗାଇ ଦେଇଥିବା ବେଳେ ବାମରା ବିଦ୍ୟାଳୟ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ସଂପର୍କରେ ବିଦ୍ୟାଳୟ କର୍ତୃପକ୍ଷ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିବା ପାଇଁ ମନା କରି ଦେଇଛନ୍ତି ।

The post ଅବ୍ୟବସ୍ଥା ଘେରରେ ଆଦର୍ଶ ବିଦ୍ୟାଳୟ । ସବୁ ପିଲାଙ୍କ ପାଇଁ ନାହିଁ ଛାତ୍ରାବାସ, ଅଟୋରେ ଲଦା ଲଦି ଆସୁଛନ୍ତି ପିଲା first appeared on Kanak News.

from Kanak News
via <a href="https://ifttt.com/?

କୃଷି କର୍ମଶାଳାରେ କୃଷକ ବନାମ କୃଷି ଅଧିକାରୀ । ଚାଷୀଙ୍କୁ ପ୍ରଶିକ୍ଷଣ ଦେବାକୁ ଆସିଥିବା କୃଷି ଉଦ୍ୟାନ ଅଧିକାରୀଙ୍କ ଆଗରେ ସମସ୍ୟା ବଖାଣିଲେ ଚାଷୀ

କନକ ବ୍ୟୁରୋ : ଚାଷୀ ଶୂନ୍ୟ ଚାଷୀ ପ୍ରଶିକ୍ଷଣ ଶିବିର । ବ୍ଲକ ସ୍ତରୀୟ କୃଷି କର୍ମଶାଳାରେ ଚାଷୀଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରି ତାତିଲେ ଚାଷୀ । କର୍ମଶାଳା ମଝିରେ ଚାଷୀ ଓ ଅଧିକାରୀଙ୍କ ମଧ୍ୟରେ ଯୁକ୍ତି ତର୍କ ହେଲା । କୋକସରା ବ୍ଲକ ଆମପାଣି ପଂଚାୟତ କନ୍ଦାଗଡ ଆମ୍ବ ବଗିଚାରେ ଆୟୋଜିତ କୃଷି କର୍ମଶାଳାରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ଉଦ୍ୟାନ ଚାଷର ବିଭିନ୍ନ ସମସ୍ୟା କଥା ଉଠାଇ କ୍ଷୋଭ ପ୍ରକାଶ କରିଥିଲେ ଚାଷୀ । ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ କୌଣସି ପ୍ରକାର ସୂଚନା ଦିଆଯାଉନଥିବା ଅଭିଯୋଗ ହୋଇଛି ।

ଆମ୍ବ ଚାରା ପାଇଁ ନର୍ସରୀକୁ ଗଲେ ବିଭାଗୀୟ କର୍ମଚାରୀ ଓ ଅଧିକାରୀ ବିଭିନ୍ନ ଆଳ ଦେଖାଇ ଫେରାର ହୋଇଯାଉଛନ୍ତି! ଏହାସହ ଚାଷୀଙ୍କ ପାଇଁ ଆସୁଥିବା ଅନୁଦାନ ହଡ଼ପ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଚାଷୀ ଅଭିଯୋଗ ପରେ ନିଜ ସପକ୍ଷରେ ସଫେଇ ରଖିଛନ୍ତି ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ ।

କେବେ ବି ଚାଷୀଙ୍କ ସମସ୍ୟା ବୁଝୁନଥିବା ବିଭାଗ କର୍ମଶାଳା କରି ବାହା-ବା ନେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।

The post କୃଷି କର୍ମଶାଳାରେ କୃଷକ ବନାମ କୃଷି ଅଧିକାରୀ । ଚାଷୀଙ୍କୁ ପ୍ରଶିକ୍ଷଣ ଦେବାକୁ ଆସିଥିବା କୃଷି ଉଦ୍ୟାନ ଅଧିକାରୀଙ୍କ ଆଗରେ ସମସ୍ୟା ବଖାଣିଲେ ଚାଷୀ first appeared on Kanak News.

from Kanak News
via <a href="https://ifttt.com/?

ଏ କେମିିତିକା ସଂପର୍କ ? ସ୍ୱାମୀଙ୍କ ମୃତଦେହ ଧରି କାନ୍ଦିବା ବେଳେ ଟଳିପଡିଲେ ସ୍ତ୍ରୀ

କନକ ବ୍ୟୁରୋ : ଏ ସଂପର୍କ ସାତ ଜନ୍ମର । ଏ କଥା ବୋଧ ହୁଏ ଏହି ଦମ୍ପତିଙ୍କ ପାଇଁ ଲେଖା ହୋଇଥିଲା । ଗୋଟିଏ ବେଦୀରେ ହୋମ ନିଆଁକୁ ସାକ୍ଷୀ ରଖି ଏକାଠି ହୋଇଥିଲେ । ଠିକ୍ ସେମିତି ଗୋଟିଏ ଜୁଇ ନିଆଁରେ ଜଳି ପାଉଁଶ ହୋଇଗଲେ ସ୍ୱାମୀ-ସ୍ତ୍ରୀ । ହାତ ଧରା ଧରି ହୋଇ ସଂସାର ରାସ୍ତାରେ ଏକାଠି ଆଗକୁ ବଢୁଥିଲେ । ହାତ ଧରା ଧରି ହୋଇ ଏକାଠି ମୃତ୍ୟୁ ଶଯ୍ୟାରେ ସବୁ ଦିନ ପାଇଁ ଶୋଇଗଲେ । ଆଉ ଦୁହିଁଙ୍କୁ ଏକାଠି ଗୋଟିଏ ଜୁଇରେ ଜଳି ଶେଷକୃତ୍ୟ ସଂପନ୍ନ କରିଛନ୍ତି ସଂପର୍କୀୟ । ମାଲକାନଗିରି ଜିଲ୍ଲା ବାଲିମେଳାରୁ ଆସିଛି ଏହି ହୃଦୟ ବିଦାରକ ଦୃଶ୍ୟ । ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦ ୧୨ ନଂ ୱାର୍ଡ ହରି କୁଲଦୀପଙ୍କ ପତ୍ନୀ କମଳା କୁଲଦୀପ୍ ଦିର୍ଘ ଦିନ ଧରି ଅସୁସ୍ଥ ରହୁ ଥିବା କାରଣ ରୁ ଚିନ୍ତା ରେ ରହୁ ଥିଲେ ହରି । ଗତ କାଲି କମଳା କୁଲଦୀପ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ଆସି ଥିବା ବେଳେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ଥିଲେ   । ସ୍ୱାମୀଙ୍କ ଶବକୁ ଧରି ବାହୁନି ବାହୁନି କାନ୍ଦୁ ଥିବା ବେଳେ ଟଳିପଡିଥିଲେ ସ୍ତ୍ରୀ କମଳା କୁଲଦୀପ । କମଳାଙ୍କ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନିଆ ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଉ ବାଲିମେଳା ନଗର ବାସୀ ଓ ସମ୍ପର୍କୀୟମାନେ ଉଭୟ ୫୭ ବର୍ଷୀୟ ହରି ଓ ତାଙ୍କ ପତ୍ନୀ କମଳାଙ୍କ ଶେଷ କୃତ୍ୟ ସମ୍ପନ୍ନ କରି ଉଭୟଙ୍କୁ ଗୋଟିଏ ଜୁଇରେ ଏକାଠି ଜାଳି ଥିଲେ । ବାଲିମେଳାର ଏହି ଘଟଣାକୁ ନେଇ ଏବେ ଜିଲ୍ଲା ବ୍ୟାପି ଚର୍ଚା ଲାଗି ରହିଛି । ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କ ଯେ କେତେ ନିବିଡ ତାକୁ ନେଇ ସମସ୍ତଙ୍କ ମୁହଁରେ ଆଲୋଚନା ହେଉଛି ।

The post ଏ କେମିିତିକା ସଂପର୍କ ? ସ୍ୱାମୀଙ୍କ ମୃତଦେହ ଧରି କାନ୍ଦିବା ବେଳେ ଟଳିପଡିଲେ ସ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

୨୦୦୩ରୁ ୨୦୨୩ ଭିତରେ ବଦଳିଛି କଣ? କେତେ ଶକ୍ତିଶାଳୀ ହେଇଛି ଟିମ୍ ଇଣ୍ଡିଆ? ଏଥର ଫାଇନାଲରେ ହାରିବ କଙ୍ଗାରୁ ଦଳ!

କନକ ବ୍ୟୁରୋ: ୨୦ ବର୍ଷ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ପୁଣିଥରେ ବିଶ୍ୱକପ ଫାଇନାଲରେ ଭେଟିବାକୁ ଯାଉଛନ୍ତି । ବିଶ୍ୱକପର ଫାଇନାଲ ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଶେଷ ଥର ପାଇଁ ୨୦୦୩ରେ ଭାରତ ଏବଂ ଅଷ୍ଟ୍ରେଲିଆ ବିଶ୍ୱକପ୍ ଫାଇନାଲରେ ଭେଟାଭେଟି ହେଇଥିଲେ । ଯେଉଁଥିରେ ଅଷ୍ଟ୍ରେଲିଆ ଏକପାଖିଆ ଢଙ୍ଗରେ ମ୍ୟାଚ ଜିତିଥିଲା । ତେବେ ପ୍ରତ୍ୟେକ ଭାରତୀୟ ପ୍ରଶଂସକ ତଥାପି ସେହି ପରାଜୟକୁ ମନେ ପକାଇଲେ ଦୁଃଖିତ ହୁଅନ୍ତି । ଏଥର ଏହି ଘଟଣା ଘଟିବାର ସମ୍ଭାବନା କମ୍ ରହିଛି ବୋଲି କୁହାଯାଉଛି ।

ପୂର୍ବ ଅପେକ୍ଷା ଟିମ୍ ଇଣ୍ଡିଆ ଅଧିକ ଶକ୍ତିଶାଳୀ ଦେଖାଯାଉଛି । ଏହାର ସବୁଠାରୁ ବଡ କାରଣ ହେଉଛି ୨୦୦୩ ଏବଂ ୨୦୨୩ ର ଭାରତୀୟ ଦଳ ମଧ୍ୟରେ ଦୁଇଟି ବଡ଼ ପାର୍ଥକ୍ୟ । ବିଶ୍ୱକପ ୨୦୦୩ରେ ଭାରତୀୟ ଦଳ ସୈାରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଫାଇନାଲରେ ପ୍ରବେଶ କରିଥିଲା । ସଚିନ ତେନ୍ଦୁଲକର ଉତ୍କୃଷ୍ଟ ଫର୍ମରେ ଥିବାବେଳେ ଗାଙ୍ଗୁଲି ନିଜେ ବହୁ ରନ୍ କରିଥିଲେ । ଅଭିଜ୍ଞ ଫାଷ୍ଟ ବୋଲର ଜାହିର ଖାନ ଏବଂ ଆଶିଷ ନେହେରା, ଅଭିଜ୍ଞ ଶ୍ରୀନାଥ ଦଳରେ ଥିଲେ । ଏବେ କିନ୍ତୁ ସେହି ଟିମ୍ ଆଉ ନାହିଁ । ଏବେ କେବଳ ଯଦି ଅଛନ୍ତି ସେ ହେଉଛନ୍ତି ରାହୁଲ ଦ୍ରାବିଡ । ଯିଏ କି କୋଚ ଅଛନ୍ତି ।

୨୦୦୩ ତୁଳନାରେ ୨୦୨୩ରେ ରହିଛି ବଡ ପାର୍ଥକ୍ୟ

  • ଶକ୍ତିଶାଳୀ ହୋଇଛି ଭାରତର ମିଡିଲ ଅର୍ଡର
  • ଟିମ୍ ଦମଦାର ଥିଲେ ମଧ୍ୟ ଭାରତ ଟାଇଟଲ ଜିତିବାରେ ବଞ୍ଚିତ ହୋଇଥିଲା
  • ପ୍ରମୁଖ କାରଣ ଟିମ୍ ଇଣ୍ଡିଆର ମିଡିଲ୍ ଅର୍ଡର
  • ୨୦୦୩ ଫାଇନାଲରେ ଯୁବରାଜ ସିଂ, ମହମ୍ମଦ କୈଫ, ରାହୁଲ ଦ୍ରାବିଡ ଏବଂ ଦୀନେଶ ମୋଙ୍ଗିଆ ମିଡିଲ ଅର୍ଡରରେ ଥିଲେ
  • ଦ୍ରାବିଡ ସର୍ବାଧିକ ୩୧୬ ରନ୍ କରିଥିଲେ
  • ଯୁବରାଜ କେବଳ ୨୪୦, କୈଫ, ୧୮୨ ଏବଂ ଦିନେଶ ମୋଙ୍ଗିଆ ମାତ୍ର ୧୨୦ ରନ୍
  • ଫାଇନାଲରେ କେବଳ ଦ୍ରାବିଡ ୪୭ ରନ୍ କରିଥିଲେ
  • ଏବେ ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମିଡିଲ ଅର୍ଡରରେ ରହିଛନ୍ତି
  • ଆୟର ଏବଂ ରାହୁଲ ଅଧିକାଂଶ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିଆସୁଛନ୍ତି
  • ବିଭିନ୍ନ ପରିସ୍ଥିତିରେ ଭଲ ପ୍ରଦର୍ଶନ କରିଛନ୍ତି
  • ଆୟର ଏପର୍ଯ୍ୟନ୍ତ ୫୨୬ ରନ୍, କେଏଲ ରାହୁଲ ମଧ୍ୟ ୩୮୬ ରନ୍
  • ସୂର୍ଯ୍ୟ କୁମାରଙ୍କୁ ବେଶୀ ସୁଯୋଗ ମିଳିନି
  • ଜାଡେଜା ୧୧୧ ରନ୍ ସଂଗ୍ରହ କରିଛନ୍ତି
  • ସେହୱାଗଙ୍କ ତୁଳନାରେ ଗିଲଙ୍କ ପ୍ରଦର୍ଶନ ବହୁତ ଭଲ
  • ସେହୱାଗ ୧୧ଟି ଇନିଂସରେ ମାତ୍ର ୨୯୯ ରନ୍ ସଂଗ୍ରହ କରିଥିଲେ
  • ଗିଲ ୮ଟି ଇନିଂସରେ ୩୫୦ ରନ୍ କରିଛନ୍ତି
  • ଅଧିନାୟକ ରୋହିତଙ୍କ ସହ ଭଲ ଭାଗିଦାରୀ ରହିଛି
  • ରୋହିତ ଶର୍ମା ଗୋଟିଏ ଶତକ ସହ ୫୫୦ ରନ୍

ଘରୋଇ ପିଚରେ ସ୍ପିନରମାନଙ୍କର ସୁବିଧା ଅଛି

  • ୨୦୦୩ରେ ହରଭଜନ ସିଂ ଏବଂ ଅନିଲ କୁମ୍ବଲେଙ୍କ ମଧ୍ୟରୁ ଦୁଇଜଣ ଶ୍ରେଷ୍ଠ ସ୍ପିନର ଥିଲେ
  • ଦକ୍ଷିଣ ଆଫ୍ରିକାରେ ମ୍ୟାଚ ହେଉଥିବାରୁ ଅଧିକ ପ୍ରଭାବ ପକାଇ ପାରିନଥିଲେ
  • ଏବେର ଦଳରେ କୁଲଦୀପ ଯାଦବ ଏବଂ ରବିନ୍ଦ୍ର ଜାଡେଜା ରହିଛନ୍ତି
  • ମଧ୍ୟମ ଓଭରରେ ରନ୍ ନିୟନ୍ତ୍ରଣ ସହିତ ଚଳିତ ଟୁର୍ଣ୍ଣାମେଂଟରେ ୩୨ ୱିକେଟ୍ ନେଇଛନ୍ତି

ବିଶ୍ୱକପ୍ ଏବଂ ଚାପରେ ଖେଳିବାର ଅଭିଜ୍ଞତା

  • ଗାଙ୍ଗୁଲିଙ୍କ ତୁଳନାରେ ରୋହିତଙ୍କ ଟିମରେ ରହିଛି ଭଲ ବୁଝମଣା
  • ୨୦୦୩ ଟିମରେ କେବଳ ୬ ଜଣ ଖେଳାଳି ବିଶ୍ୱକପ୍ ଖେଳିବାର ଅଭିଜ୍ଞତା ଥିଲା
  • ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ଗାଙ୍ଗୁଲି, କୁମ୍ବଲେ, ଅଜିତ ଅଗରକର ଏବଂ ଜଭଗଲ ଶ୍ରୀନଥ ପୂର୍ବରୁ ବିଶ୍ୱକପ ଖେଳିଥିଲେ
  • ଏବେର ଦଳରେ ଏହିପରି ୮ ଜଣ ଖେଳାଳି ଉପସ୍ଥିତ
  • ରୋହିତଙ୍କ ବ୍ୟତୀତ କେଏଲ ରାହୁଲ, ଜାଡେଜା ଏବଂ କୁଲଦୀପ, ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି ଏବଂ ଜସପ୍ରୀତ ବୁମରା ବିଶ୍ୱକପ ଅଭିଜ୍ଞତା ପାଇଛନ୍ତି
  • ଆଇପିଏଲ୍ ଖେଳିବା ଦ୍ୱାରା ସମସ୍ତ ଖେଳାଳି ଚାପରେ ଖେଳିବାରେ ଅଭ୍ୟସ୍ତ

The post ୨୦୦୩ରୁ ୨୦୨୩ ଭିତରେ ବଦଳିଛି କଣ? କେତେ ଶକ୍ତିଶାଳୀ ହେଇଛି ଟିମ୍ ଇଣ୍ଡିଆ? ଏଥର ଫାଇନାଲରେ ହାରିବ କଙ୍ଗାରୁ ଦଳ! first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱକପ୍ ପୁରସ୍କାର ରାଶି : ୧୯୮୩ ଓ ୨୦୧୧ ରେ କେତେ ଟଙ୍କା ପାଇଥିଲା ଭାରତୀୟ ଟିମ୍ । ୨୦୨୩ ରେ ଚମ୍ପିଅନ ଟିମକୁ ମିଳିବ କେତେ ଟଙ୍କା ?

କନକ ବ୍ୟୁରୋ : ଆସନ୍ତା କାଲି ହେବ ବିଶ୍ୱକପ୍ କ୍ରିକେଟର ଫାଇନାଲ ମୁକାବିଲା । ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା କାଲି ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଏହି ଫାଇନାଲ ମ୍ୟାଚ୍ । ଏହାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି । କିଏ ଜିତିବ ବିଶ୍ୱକପ ଫାଇନାଲ ମ୍ୟାଚ୍ । ଏହାସହ କିଛି ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ୧୯୮୩ ଓ ୨୦୧୧ ରେ ଭାରତୀୟ ଟିମ୍ ବିଶ୍ୱକପ ଜିତିବା ପରେ ପୁରସ୍କାର ରାଶି ବାବଦରେ କେତେ ଟଙ୍କା ପାଇଥିଲା ଓ ଆସନ୍ତା କାଲି ବିଜୟୀ ଟିମକୁ କେତେ ଟଙ୍କା ପୁରସ୍କାର ରାଶି ମିଳିବ ।

୨୦୧୧ ମସିହାରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ବିଶ୍ୱକପ ଜିତିଥିଲା । ସେତେବେଳେ ଭାରତୀୟ ଟମକୁ ବହୁମାତ୍ରାରେ ପୁରସ୍କାର ରାଶି ମିଳିଥିଲା । ୨୦୨୩ ରେ ଯେଉଁ ଟିମ୍ ବିଶ୍ୱକପ ଜିତିବ ସେହି ଟିମକୁ ୩୩ କୋଟିରୁ ଅଧିକ ଟଙ୍କା ମିଳିବ । ଏହାସହ ଉପ ବିଜେତା ଟିମକୁ ଅଧା ଟଙ୍କା ମିଳିବ ।

କପିଳ ଦେବଙ୍କ ନେତୃତ୍ୱରେ ୧୯୮୩ ମସିହାରେ ଭାରତୀୟ ଟିମ୍ ମଧ୍ୟ ବିଶ୍ୱକପ ଜିତିଥିଲା । ସେତେବେଳେ ପ୍ରତି ଖେଳାଳୀଙ୍କୁ ଦୈନିକ ଭତ୍ତା ଆକାରରେ ୫୦ ପାଉଣ୍ଡ ମିଳୁଥିଲା । ଏନେଇ ସେତେବେଳର ୱିକେଟ୍ କିପର ସୟଦ କିରମାନୀ ଏକ ସାକ୍ଷାତକାରରେ କହିଥିଲେ କି ତାଙ୍କୁ ଦୈନିକ ଭତ୍ତା ଭାବେ ୫୦ ପାଉଣ୍ଡ ମିଳୁଥିଲା । ଏଥିଷର ସେ ମଧ୍ୟାହ୍ନ ଭୋଜନ, ରାତି ପାଇଁ ଖାଦ୍ୟ, କପଡା ସଫା କରିବା ଭଳି କାମରେ ଲଗାଉଥିଲେ । ପୁରା ଟୁରରେ ତାଙ୍କୁ ବୋନଓ ଆକାରରେ ମାତ୍ର ୧୫ ହଜାର ଟଙ୍କା ମିଳିଥିଲା ।

୨୮ ବର୍ଷ ପରେ ଯେତେବେଳେ ଭାରତୀୟ ଟିମ୍ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ବିଶ୍ୱକପ ବିଜୟୀ ହୋଇଥିଲା ସେତେବେଳେ ବିସିସିଆଇ ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା କରିଥିଲା । ବିଶ୍ୱକପ୍ ସ୍କ୍ୱାର୍ଡରେ ସାମିଲ ଥିବା ସମସ୍ତ ଭାରତୀୟ ଭାରତୀୟ ଖେଳାଳୀଙ୍କୁ ବିସିସିଆଇ ୨ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିଥିଲା । ଏହା ବ୍ୟତୀତ ସେତେବେଳେ ବିଭିନ୍ନ ରାଜ୍ୟ ସରକାର ଓ କମ୍ପାନୀମାନେ ପୁରସ୍କାର ପ୍ରଦାନ କରିଥିଲେ ।
୨୦୧୧ ବିଶ୍ୱକପରେ ମୋଟ ପୁରସ୍କାର ରାଶି ୮ ମିଲିୟନ ଆମେରିକୀୟ ଡଲାର ବା ୬୬ କୋଟି ଟଙ୍କା ନିର୍ଦ୍ଧାରିତ କରାଯ୍ଧବଥିଲା । ଏହି କ୍ରମରେ ଭାରତୀୟ ଟିମକୁ ୨୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା   । ସେହିଭଳି ଉପବିଜେତା ଶ୍ରୀଲଙ୍କାକୁ ୧୨.୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ।

୨୦୨୩ ବିଶ୍ୱକପ ପାଇଁ ମଧ୍ୟ ପୁରସ୍କାର ରାଶି ଘୋଷଣା ହୋଇଛି । ବିଜେତା ଟିମକୁ ୩୩.୧୭ କୋଟି, ଉପ ବିଜେତା ଟିମକୁ ୧୬ କୋଟି ୫୮ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ସେହିଭଳି ସେମି ଫାଇନାଲରେ ପରାଜିତ ହୋଇଥିବା ଦୁଇଟି ଟିମକୁ ୬.୬୩ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହା ବ୍ୟତୀତ ଗ୍ରୁପ ପର୍ଯ୍ୟାୟରେ ବିଜୟୀ ଟିମକୁ ୩୩.୧୭ ଲକ୍ଷ ଟଙ୍କା ମିଳିବ । ମୋଟ ଉପରେ ଆଇସିସି ଦ୍ୱାରା ୮୨.୯୫ କୋଟି ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯିବ ।

୧୯୮୩ ମସିହାରେ ଯେତେବେଳେ ଭାରତୀୟ ଟିମ ବିଜେତା ହୋଇଥିଲା ସେତେବେଳେ ବିସିସିଆଇ ପାଖରେ ଏତେ ଟଙ୍କା ନଥିଲା । ଏବେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ବିସିସିଆଇର ପରିସ୍ଥିତି ସେତେବେଳେ ଭଲ ନଥିଲା । ସେତେବେଳେ ଗାୟୀକା ଲତା ମଙ୍ଗେସକର ମାଗଣାରେ ଅନେକ ଗୀତ ଗାଇଥିଲେ ।

The post ବିଶ୍ୱକପ୍ ପୁରସ୍କାର ରାଶି : ୧୯୮୩ ଓ ୨୦୧୧ ରେ କେତେ ଟଙ୍କା ପାଇଥିଲା ଭାରତୀୟ ଟିମ୍ । ୨୦୨୩ ରେ ଚମ୍ପିଅନ ଟିମକୁ ମିଳିବ କେତେ ଟଙ୍କା ? first appeared on Kanak News.

from Kanak News
via <a href="https://ifttt.com/?

ପ୍ରଥମ ସ୍ୱଦେଶୀ ଯୁଦ୍ଧ ଜାହାଜ INS Vikrant ନିୟୋଜନ ପାଇଁ ପ୍ରସ୍ତୁତ ।  ସମୁଦ୍ରରେ ଗର୍ଜିବାକୁ ଯାଉଛି ଭାରତର ନୂତନ ଯୁଦ୍ଧ ପୋତ ‘IAC-2’

ଭାରତ ମହାସାଗରରେ ଚୀନ୍‌ର ଉପସ୍ଥିତି ମଧ୍ୟରେ ଏହି ଯୁଦ୍ଧ ଜାହାଜର ନିୟୋଜନ ଭାରତର ଶକ୍ତି ବୃଦ୍ଧି କରିବ ।ନୂଆଦିଲ୍ଲୀ ଭାରତୀୟ ନୌସେନାର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ ଯୁଦ୍ଧ ପୋତ  INS Vikrant ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମତା ହାସଲ କରିଛି । ବର୍ତ୍ତମାନ ଯୁଦ୍ଧ ପରିସ୍ଥିତିରେ ନିୟୋଜିତ ହେବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଭାରତୀୟ ନୌସେନା ଏହି ଜାହାଜକୁ ଭାରତ ମହାସାଗର ତଥା ଏହାର ବାହାରେ ଯେ କୌଣସି ସ୍ଥାନରେ ନିୟୋଜିତ କରିପାରିବ । ଭାରତ ମହାସାଗରରେ ଚୀନ୍‌ର ଉପସ୍ଥିତି ମଧ୍ୟରେ ଏହି ଯୁଦ୍ଧ ଜାହାଜର ନିୟୋଜନ ଭାରତର ଶକ୍ତି ବୃଦ୍ଧି କରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ସେପ୍ଟେମ୍ବର ୨ ରେ ଭାରତର ପ୍ରଥମ ସ୍ୱଦେଶୀ ବିମାନବାହକ  ‘ବିକ୍ରାନ୍ତ’ ଦେଶକୁ ହସ୍ତାନ୍ତର କରିଥିଲେ । ଯାହା ସମୁଦ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲା ।  ଆଡମିରାଲ ଆର ହରି କୁମାର ନିକଟରେ କହିଥିଲେ ଯେ ଚଳିତ ବର୍ଷ ନଭେମ୍ବର ସୁଦ୍ଧା INS Vikrant କୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ପ୍ରୟାସ ଚାଲିଛି । ବିଭିନ୍ନ ପ୍ରକାର ପରୀକ୍ଷାନିରୀକ୍ଷା ଦେଇ ଗତି କରିବା ପରେ, INS Vikrant ଶେଷରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ମାନ୍ୟତା ପାଇଲା । ବର୍ତ୍ତମାନ ଏଥିରେ ୩୦ ଟି ଯୁଦ୍ଧବିମାନ ଓ ହେଲିକପ୍ଟର ରହିପାରିବ । ଯେଉଁଥିରୁ ୧୮ ଟି ମିଗ -୨୯ ଏବଂ ୧୨ ଟି କାମୋଭ ହେଲିକପ୍ଟର ସାମିଲ ହେବ । ଯୁକ୍ତରାଷ୍ଟ୍ରରୁ କିଣାଯାଇଥିବା MH-60 ରୋମିଓ ହେଲିକପ୍ଟର ମଧ୍ୟ ଶକ୍ତିଶାଳୀ ଆଣ୍ଟି-ବୁଡ଼ାଜାହାଜ ଯୁଦ୍ଧ କ୍ଷମତା ସହିତ ଏଥିରେ ସାମିଲ ହେବ । ଭାରତୀୟ ନୌସେନା INS ବିକ୍ରାନ୍ତ ପାଇଁ ୨୬ ଟି ନୂତନ ରାଫେଲ ଯୁଦ୍ଧ ବିମାନ କିଣିବାକୁ ଚିନ୍ତା କରୁଛି । ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର କହିଥିଲେ ଯେ ବିକ୍ରାନ୍ତ କାର୍ଯ୍ୟ ଆରମ୍ଭ କରିବା ପରେ ୨୦୨୩ ମସିହାରେ ନୂତନ ବିମାନ ବାହକ ପୋତ ଉପରେ ନିଷ୍ପତ୍ତି ନିଆଯିବ। ଏହାକୁ ଦୃଷ୍ଟିରେ ରଖି ନୌସେନା ଶେଷରେ କେନ୍ଦ୍ର ସରକାରଙ୍କୁ ଏହାର ଦ୍ୱିତୀୟ ସ୍ୱଦେଶୀ ବିମାନ ପରିବହନକାରୀ ‘IAC-2’ ପାଇଁ ଏକ ବଡ଼ ଚୁକ୍ତି ଅନୁମୋଦନ କରିବାକୁ କେନ୍ଦ୍ରକୁ ଆବେଦନ  ପଠେଇଛି । ଭାରତକୁ ଏହିପରି ତିନୋଟି ବିମାନ ପରିବହନକାରୀ ଆବଶ୍ୟକ ବୋଲି କୁହାଯାଉଛି ।  ଯାହାଫଳରେ ଭାରତୀୟ ନୌସେନା ଭାରତ-ପ୍ରଶାନ୍ତ ମହାସାଗରରେ ନିୟୋଜିତ ସମସ୍ତ ବାହିନୀ ମଧ୍ୟରେ ତାଳମେଳ ରଖିପାରିବ ।ଦ୍ୱିତୀୟ ସ୍ୱଦେଶୀ ବିମାନ ପରିବହନକାରୀ ‘IAC-2’ ଭାବରେ ଜଣାଯିବ ।  IAC-2 ସରକାର ଅନୁମୋଦନ ପାଇବା ପରେ ଏହି କାର୍ଯ୍ୟକ୍ରମ କେରଳର କୋଚିନ୍ ସିପିୟାର୍ଡ ଲିମିଟେଡ୍ ମାଧ୍ୟମରେ ଅନେକ ହଜାର ପ୍ରତ୍ୟକ୍ଷ ଏବଂ ଅନେକ ଥର ପରୋକ୍ଷ ନିଯୁକ୍ତି ସୁଯୋଗ  ସୃଷ୍ଟି କରିବ ।

The post ପ୍ରଥମ ସ୍ୱଦେଶୀ ଯୁଦ୍ଧ ଜାହାଜ INS Vikrant ନିୟୋଜନ ପାଇଁ ପ୍ରସ୍ତୁତ ।  ସମୁଦ୍ରରେ ଗର୍ଜିବାକୁ ଯାଉଛି ଭାରତର ନୂତନ ଯୁଦ୍ଧ ପୋତ ‘IAC-2’ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started