ରାଜସ୍ଥାନରେ ହିମନ୍ତ ବିଶ୍ୱଶର୍ମାଙ୍କ ବୟାନ । କହିଲେ, ମୁଁ ଖୋଲାଖୋଲି ଭାବେ ହିନ୍ଦୁ ରାଜନୀତି କରୁଛି

କନକ ବ୍ୟୁରୋ : ରାଜସ୍ଥାନରେ ନଭେମ୍ବର ୨୫ ତାରିଖରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି କ୍ରମରେ ରାଜ୍ୟରେ ବାହାର ନେତାଙ୍କ ଭିଡ ଲାଗିଛି । କଂଗ୍ରେସର କେନ୍ଦ୍ରୀୟ ନେତାମାନେ ରାଜସ୍ଥାନରେ ଭିଡ ଜମାଇଥିବା ବେଳେ ବିଜେପିର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଦଳୀୟ ପ୍ରଚାର ପାଇଁ ରାଜସ୍ଥାନରେ ପହଂଚିଛନ୍ତି । ଏହି କ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାଜସ୍ଥାନରେ ବିଜେପି ପାଇଁ ପ୍ରଚାର କରିଛନ୍ତି ।

ନିର୍ବାଚନୀ ପ୍ରଚାର ବେଳେ କଂଗ୍ରେସ ଓ ବିଜେପି ପରସ୍ପରକୁ କଟାକ୍ଷ କରିବାରେ ଲାଗିଛନ୍ତି । ଉଭୟ ଦଳ ଆଗାମୀ ନିର୍ବାଚନରେ ବିଜୟୀ ହୋଇ ରାଜସ୍ଥାନରେ ସରକାର ଗଠନ କରିବେ ବୋଲି ଦାବି କରୁଛନ୍ତି । ଏହି କ୍ରମରେ ହିମନ୍ତ ବିଶ୍ୱଶର୍ମା କହିଛନ୍ତି କି ମୁଁ ଖୋଲାଖୋଲି ଭାବେ ହିନ୍ଦୁତ୍ୱ ରାଜନୀତି କରୁଛି । ଏଥିରେ କାହାର କିଛି ଅସୁବିଧା ନାହିଁ । ସେ କହିଛନ୍ତି କି, ଭାରତରେ ହିନ୍ଦୁର ଅର୍ଥ ହେଉଛି ସବକା ସାଥ୍ ସବକା ବିକାଶ । ହିନ୍ଦୁ ଅର୍ଥ ଭାରତୀୟ ତେଣୁ ହିନ୍ଦୁତ୍ୱକୁ ନେଇ ରାଜନୀତି କରିବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ପ୍ରତାପଗଡ ଠାରେ ହିମନ୍ତ ବିଶ୍ୱଶର୍ମା ଏକ ନିର୍ବାଚନୀ ସଭାକୁ ଉଦବୋଧନ ଦେବା ଅବସରରେ କଂଗ୍ରେସକୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ, ଆପଣ ଦେଖିପାରୁଥିବେ ରାଜସ୍ଥାନକୁ କଂଗ୍ରେସ ଏକ ବୈଜ୍ଞାନିକ ତରିକାରେ ଲୁଟ କରିଛି ।

ସେପଟେ ହିମନ୍ତ ଖୋଲାଖୋଲି ଭାବେ ପୁଣିଥରେ ମଦ୍ରାସାକୁ ବନ୍ଦ କରିବା ନେଇ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି କି ସରକାରୀ ଅନୁଦାନରେ ଚାଲୁଥିବା ସମସ୍ତ ମଦ୍ରାସାକୁ ବନ୍ଦ କରିଦେବା ଦରକାର । କାରଣ ମଦ୍ରାସାରେ ଛାତ୍ରମାନଙ୍କୁ ମୁଲ୍ଲା ବନାଯାଉଛି ।

The post ରାଜସ୍ଥାନରେ ହିମନ୍ତ ବିଶ୍ୱଶର୍ମାଙ୍କ ବୟାନ । କହିଲେ, ମୁଁ ଖୋଲାଖୋଲି ଭାବେ ହିନ୍ଦୁ ରାଜନୀତି କରୁଛି first appeared on Kanak News.

from Kanak News
via <a href="https://ifttt.com/?

ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ । ୨୯୬.୫୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୯୬.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ଦୁଇଟି ହେଉଛି, ସୁନଗଡ ନଦୀରେ ସିକୁଆଁ/ସିଲେଟକଣି ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ଅଙ୍ଗ ନଦୀରେ କୁଟସିଙ୍ଘା ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ସିକୁଆଁ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୪୯ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ କୁଟସିଙ୍ଘା ପ୍ରକଳ୍ପ ପାଇଁ ୨୪୭.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ବଲାଙ୍ଗୀର ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ।

ତେବେ ଏହାଦ୍ବାରା ୪ଟି ବ୍ଲକର ଲୋକ ଉପକୃତ ହେବେ । ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ବିଶେଷ ସହାୟକ ହେବ । ସିକୁଆଁ ପ୍ରକଳ୍ପ ଦ୍ବାରା ଦେଓଗାଁ ଓ ବଲାଙ୍ଗୀର ବ୍ଲକରେ ଜନସାଧାରଣ ଉପକୃତ ହେବା ବେଳେ, କୁଟସିଙ୍ଘା ପ୍ରକଳ୍ପ ଦ୍ବାରା ଡୁଙ୍ଗୁରିପାଲି ଓ ଅଗଲପୁର ବ୍ଲକ୍‌ର ଜନସାଧାରଣ ଉପକାର ପାଇବେ ।

The post ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ । ୨୯୬.୫୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱକପ୍ ଫାଇନାଲ ମ୍ୟାଚର ପିଚକୁ ନେଇ ଆସିଲା ବଡ ଖବର । ଭାରତ-ପାକିସ୍ତାନ ଖେଳାଯାଇଥିବା ପିଚରେ ଖେଳାଯିବ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ । ପ୍ୟାଟ୍ କମିନ୍ସ କହିଲେ, ଧିମା ରହିବ ପିଚ୍…

କନକ ବ୍ୟୁରୋ: ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଆଉ ଅଷ୍ଟ୍ରେଲିଆ । ଗୁଜରାଟର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍ ଖେଳାଯିବ । ତେବେ ଏବେ ସମସ୍ତଙ୍କର ନଜର ରହିଛି ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମର ପିଚ୍ ଉପରେ । ଯେଉଁ ପିଚ୍ ଉପରେ କି, ଭାରତ- ଅଷ୍ଟ୍ରେଲିଆ ମ୍ୟାଚ୍ ଖେଳାଯିବ ।

ମିଳିଥିବା ସୂଚନା ମୁତାବକ, ଭାରତ-ପାକିସ୍ତାନ ମ୍ୟାଚ୍ ଯେଉଁ ପିଚ୍ ଉପରେ ଖେଳାଯାଇଥିଲା, ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ମଧ୍ୟ ସେହି ପିଚ୍ ଉପରେ ଖେଳାଯିବ । ଏନେଇ ଖୋଦ୍ ଅଷ୍ଟ୍ରେଲିଆର କ୍ୟାପଟେନ୍ ପ୍ୟାଟ୍ କମିନ୍ସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

https://platform.twitter.com/widgets.js

ପ୍ୟାଟ୍ କମିନ୍ସ କହିଛନ୍ତି ଯେ, ପିଚ୍ ବହୁତ କଠିନ ଲାଗୁଛି । ଏହି ପିଚ୍ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ବ୍ୟବହାର ହେଇଥିଲା । ତେବେ ସେହି ମ୍ୟାଚରେ ପିଚ୍ ଧିମା ରହିଥିଲା, ତେଣୁ ଫାଇନାଲ ମ୍ୟାଚରେ ମଧ୍ୟ ପିଚ୍ ସମ୍ଭବତଃ ଧିମା ରହିବ ବୋଲି ଅନୁମାନ କରିଛନ୍ତି ପ୍ୟାଟ୍ କମିନ୍ସ । ତା ସହିତ ଫାଇନାଲ ପିଚ୍ ସ୍ପିନରମାନଙ୍କୁ ସୁହାଇବ ବୋଲି ଆଶା କରାଯାଉଛି । ତେଣୁ ଫାଇନାଲ ମ୍ୟାଚ୍ ପାଇଁ ଭାରତର ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହେବା ସହ ଆର ଅଶ୍ୱିନୀ ଏହି ମ୍ୟାଚ୍ ଖେଳିପାରନ୍ତି ବୋଲି ଆଶା କରାଯାଉଛି ।

ଜାଣିରଖିବା ଉଚିତ୍ ଯେ, ଭାରତ-ପାକିସ୍ତାନ ମ୍ୟାଚ୍ ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା । ଉକ୍ତ ମ୍ୟାଚଟି କଳା ମାଟି ଥିବା ପିଚରେ ଖେଳାଯାଇଥିଲା । ଯାହାକି ଧିମା ରହିବା ସହିତ ସ୍ପିନରମାନଙ୍କୁ ସୁହାଇଥିଲା । ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି କେବଳ ୧୯୧ ରନ୍ କରିବାକୁ ସକ୍ଷମ ହେଇଥିଲା । ଆଉ ଭାରତ ମାତ୍ର ୩୧ ଓଭର ଭିତରେ ଏହି ମ୍ୟାଚକୁ ଜିତିନେଇଥିଲା ।

ତେଣୁ ସେହି ସମାନ ପିଚରେ ଭାରତ ଫାଇନାଲ ଖେଳିବାକୁ ଯାଉଥିବାରୁ, ପିଚ୍ ଧିମା ରହିବା ସହିତ ସ୍ପିନରଙ୍କୁ ସୁହାଇପାରେ ବୋଲି କୁହାଯାଉଛି । ତେବେ ଏନେଇ ଭାରତୀୟ କ୍ୟାପଟେନ୍ ରୋହିତ ଶର୍ମାଙ୍କ ବୟାନ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି ।

The post ବିଶ୍ୱକପ୍ ଫାଇନାଲ ମ୍ୟାଚର ପିଚକୁ ନେଇ ଆସିଲା ବଡ ଖବର । ଭାରତ-ପାକିସ୍ତାନ ଖେଳାଯାଇଥିବା ପିଚରେ ଖେଳାଯିବ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ । ପ୍ୟାଟ୍ କମିନ୍ସ କହିଲେ, ଧିମା ରହିବ ପିଚ୍… first appeared on Kanak News.

from Kanak News
via <a href="https://ifttt.com/?

ଉତ୍ତରକାଶୀରେ ଉଦ୍ଧାର କାର୍ଯ୍ୟ ମଧ୍ୟରେ ଟନେଲ ବିଶେଷଜ୍ଞଙ୍କ ବଡ ଦାବି । କହିଲେ, ଆମେ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବୁ

କନକ ବ୍ୟୁରୋ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣଧୀନ ସୁଡଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବାକୁ ଉଦ୍ଧାରକାରୀ ଦଳ ୭ ଦିନ ହେବ ଲାଗିଛନ୍ତି । ଏହି ଉଦ୍ଧାରକାର୍ଯ୍ୟରେ ସହାୟତା ପାଇଁ ଅର୍ନ୍ତଜାତୀୟ ସୁଡଙ୍ଗ ବିଶେଷଜ୍ଞ ପ୍ରଫେସର ଆନାଲ୍ଡୋ ଡିକ୍ସଙ୍କ ସହ ଯୋଗାଯୋଗ କରାଯାଇଛି । ସେ ଉଦ୍ଧାରକାରୀ ଦଳଙ୍କୁ ସହାୟତା କରିବାକୁ ଭାରତ ଆସୁଛନ୍ତି । ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ସେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ କିଭଳି ଯୋଜନା କରାଯାଇଛି ତା ବାବଦରେ ଆଲୋଚନା କରିଛନ୍ତି ।

ଅର୍ନ୍ତଜାତୀୟ ସୁଡଙ୍ଗ ବିଶେଷଜ୍ଞ ପ୍ରଫେସର ଆନାଲ୍ଡୋ ଡିକ୍ସ କହିଛନ୍ତି କି, ମୁଁ ଭାରତ ଯାଉଛି ଓ ମୋର ଗୋଟିଏ ଲକ୍ଷ୍ୟ ହେଉଛି ସୁଡଙ୍ଗରେ ଫସିଥିବା ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା । ଏବେ ମୁଁ ଉଦ୍ଧାରକାର୍ଯ୍ୟରେ ଲାଗିଥିବା ସେନା ସହ କଥା ହୋଇଛି ।

ତାଙ୍କ ଯୋଜନା ମୁତାବକ ପାହାଡ ନିକଟରେ ଥିବା ଏହି ସୁଡଙ୍ଗରେ ପ୍ରଥମେ ୧୦୦ ଫୁଟ ପର୍ଯ୍ୟନ୍ତ ଭର୍ଟିକାଲ ଡ୍ରିଲ କରାଯିବ । ହେଲେ ଏହି ସ୍ଥାନର ଭୌଗଳିକ ସ୍ଥିତି ଯାହା ରହିଛି ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଆଉ ଗୋଟିଏ ସପ୍ତାହ ଲାଗିପାରେ ।

ସୁଡଙ୍ଗରେ ଫସିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଶନିବାର ସକାଳୁ ପୁଣିଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଅଧିକାରୀଙ୍କ କହିବା ମୁତାବକ ଡ୍ରିଲିଙ୍ଗ କାମ ଏବେ ବନ୍ଦ ରହିଛି । ଏହା ପୂର୍ବରୁ ଉଦ୍ଧାରକାରୀ ଦଳ ଏହି ସୁଡଙ୍ଗ ଭିତରକୁ ମାତ୍ର ୨୪ ମିଟର ପର୍ଯ୍ୟନ୍ତ ଖୋଳିପାରିଛନ୍ତି ।

ସେପଟେ ଲୋକଙ୍କ ମଧ୍ୟରେ ଘାରି ରହିଥିବା ଅନ୍ଧବିଶ୍ୱାସକୁ ଗ୍ରହଣ କରି ସୁଡଙ୍ଗ ନିକଟରେ ଏକ ମନ୍ଦିର ମଧ୍ୟ ନିର୍ମାଣ କରାଯାଉଛି । କାରଣ ଏହି ସୁଡଙ୍ଗ ନିକଟରେ ପୂର୍ବରୁ ଏକ ମନ୍ଦିର ଥିଲା । ଯାହା କି, ସୁଡଙ୍ଗ ନିର୍ମାଣ ବେଳେ ଭାଙ୍ଗି ଦିଆଯାଇଥିଲା । ଏହି ମନ୍ଦିର ଭାଙ୍ଗିଦେବା କାରଣରୁ ଏଭଳି ଅଘଟଣ ଘଟିଥିବା କଥା କହୁଛନ୍ତି ସ୍ଥାନୀୟ ଲୋକ ।

The post ଉତ୍ତରକାଶୀରେ ଉଦ୍ଧାର କାର୍ଯ୍ୟ ମଧ୍ୟରେ ଟନେଲ ବିଶେଷଜ୍ଞଙ୍କ ବଡ ଦାବି । କହିଲେ, ଆମେ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବୁ first appeared on Kanak News.

from Kanak News
via <a href="https://ifttt.com/?

ରାମ ମନ୍ଦିର ଭିତରେ ଯିଏ ପ୍ରବେଶ କରିବ ସିଏ ମୁସଲମାନ ହେଇ ବାହାରିବ । ଏମିତି କହିଲେ ଜାଭେଦ ମିଆଁଦାଦ

ମୋଦି ଅଯୋଧ୍ୟାରେ ରାମମନ୍ଦିର ତ ତିଆରି କରିଦେଲେ କିନ୍ତୁ ଏବେ ଯିଏ ବି ତା ଭିତରେ ପ୍ରବେଶ କରିବ ବାହାରିଲା ବେଳକୁ ମୁସଲମାନ ହେଇ ସାରିଥିବ । ଏମିତି କହି ଚର୍ଚ୍ଚାରେ ଅଛନ୍ତି ପାକିସ୍ଥାନର ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦ ।

ମିଆଁଦାଦ ଭାରତ ବିରୋଧୀ ବୋଲି ବେଶ୍ ଜଣାଶୁଣା । ସମୟ ସମୟରେ ସେ ଭାରତ ଏବଂ ହିନ୍ଦୁମାନଙ୍କ ବିରୁଦ୍ଧରେ ଇଆଡୁ ସିଆଡୁ ବିବୃତ୍ତି ଦେଇ ଚର୍ଚ୍ଚାରେ ରହିଥାନ୍ତି । ପାକିସ୍ତାନୀ ଦଳ ବିଶ୍ୱକପରୁ ବାହାର ହେଇଯିବା ପରେ ସୋସିଆଲ ମିଡିଆରେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ମିଆଁଦାଦ  ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ସମ୍ପର୍କରେ ଏକ ବିବାଦୀୟ ବିବୃତ୍ତି ଦେଇ କହିଛନ୍ତି ଯେ ଯିଏ ଅଯୋଧ୍ୟାର ରାମମନ୍ଦିର ଭିତରକୁ ପ୍ରବେଶ କରିବ ସିଏ ମୁସଲମାନ ହେଇ ବାହାରିବ ।

ମିଆଁଦାଦ ହେଉଛି ଭାରତର ସବୁଠାରୁ ମୋଷ୍ଟ ୱାଣ୍ଟେଡ ଅଣ୍ଡରୱାର୍ଲ୍ଡ ଡନ୍ ଡାଉଡ୍ ଇବ୍ରାହିମର ଘନିଷ୍ଠ ବନ୍ଧୁ ଓ ସମୁଧି ।  ଦାଉଦ ଇବ୍ରାହିମଙ୍କ ବଡ ଝିଅ ମହରୁଖ ଇବ୍ରାହିମ ୨୦୦୬ ରେ ମିଆଁଦାଦର ପୁଅ ଜୁନାୟଦ ଜୁନୈଦକୁ ବିବାହ କରିଛି ।

The post ରାମ ମନ୍ଦିର ଭିତରେ ଯିଏ ପ୍ରବେଶ କରିବ ସିଏ ମୁସଲମାନ ହେଇ ବାହାରିବ । ଏମିତି କହିଲେ ଜାଭେଦ ମିଆଁଦାଦ first appeared on Kanak News.

from Kanak News
via <a href="https://ifttt.com/?

ୱାର୍ଲ୍ଡକପ୍ ଫାଇନାଲରେ ଲାଗିବ ଭିଭିଆଇପିଙ୍କ ଭିଡ । ଅବତରଣ କରିବ ୧୦୦ ଜେଟ୍, ପ୍ରସ୍ତୁତ ହୋଇଛି ଅତିଥିଙ୍କ ଲମ୍ବା ଲିଷ୍ଟ ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍ ଏବଂ ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ବିଶ୍ୱକପ୍ କ୍ରିକେଟ୍ ଫାଇନାଲ୍ ଦେଖିବା ପାଇଁ ରବିବାର ପହଞ୍ଚିବାର କାର୍ୟ୍ୟକ୍ରମ ରହିଛି। ପର୍ବପର୍ବାଣୀ ଏବଂ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଯୋଗୁଁ ଅହମ୍ମଦାବାଦରେ ଅଭୂତପୂର୍ବ ଭିଡ଼ ଯୋଗୁଁ ଅହମ୍ମଦାବାଦ ପାଇଁ ବିମାନ ଭଡ଼ା ଏବଂ ହୋଟେଲ ଭଡ଼ା ଆକାଶଛୁଆଁ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ କ୍ରୀଡ଼ା ବିଶେଷଜ୍ଞ , ବ୍ୟବସାୟୀ, ବଲିଉଡ୍ ସେଲିବ୍ରିଟି ଏବଂ ମ୍ୟୁଜିସିଆନ୍ ସହରରେ ପହଞ୍ଚି ଫାଇନାଲ୍ ମ୍ୟାଚ୍ ଦେଖିବାର ସୂଚନା ରହିଛି ।

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ପଟେଲ ଶୁକ୍ରବାର ଗାନ୍ଧୀନଗରରେ ଏକ ଉଚ୍ଚସ୍ତରୀୟ ବୈଠକ କରି ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚର ସୁରକ୍ଷା ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ତଦାରଖ କରିଛନ୍ତି । ରବିବାର ଆଇସିସି ବିଶ୍ୱକପ୍ ୨୦୨୩ର ଭାରତ ବନାମ ଅଷ୍ଟ୍ରେଲିଆ ଫାଇନାଲକୁ ଭାରତ, ଅଷ୍ଟ୍ରେଲିଆ ଏବଂ ସାରା ବିଶ୍ୱର କ୍ରିକେଟପ୍ରଶଂସକମାନେ ଦେଖୁଛନ୍ତି ଅହମ୍ମଦାବାଦ ଷ୍ଟାଡିୟମରେ ପହଞ୍ଚିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

The post ୱାର୍ଲ୍ଡକପ୍ ଫାଇନାଲରେ ଲାଗିବ ଭିଭିଆଇପିଙ୍କ ଭିଡ । ଅବତରଣ କରିବ ୧୦୦ ଜେଟ୍, ପ୍ରସ୍ତୁତ ହୋଇଛି ଅତିଥିଙ୍କ ଲମ୍ବା ଲିଷ୍ଟ । first appeared on Kanak News.

from Kanak News
via <a href="https://ifttt.com/?

ଠିକ୍ ୨୪ ଘଣ୍ଟା ପରେ ବିଶ୍ୱକପ୍ ଫାଇନାଲ । ଆରମ୍ଭ ହେଲା କାଉଣ୍ଟଡାଉନ । ଭାରତର ବିଜୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା, ହୋମଯଜ୍ଞ

କନକ ବ୍ୟୁରୋ: ଆସନ୍ତାକାଲି ଦିନ ୨ଟାରୁ ଆରମ୍ଭ ହେବ କ୍ରିକେଟ ବିଶ୍ୱକପର ଫାଇନାଲ ଫାଇଟ୍ । ଆଉ ଆଜିଠୁ ଆରମ୍ଭ ହୋଇଯାଇଛି ଅବଗଣନା । ବିଶ୍ୱ ଚାମ୍ପିୟାନ ହେବା ପାଇଁ ଲଢ଼େଇ କରିବେ ଭାରତ- ଅଷ୍ଟ୍ରେଲିଆ । ଫାଇନାଲକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ବସି ମ୍ୟାଚ୍ ଦେଖିବେ । ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ଭାରତରେ ପହଂଚିସାରିଲେଣି । ସଚିନ୍ ତେନ୍ଦୁଲକର, ଯୁବରାଜ ସିଂହ, ମହେନ୍ଦ୍ର ସିଂ ଧୋନିଙ୍କ ସମେତ ୨୦୧୧ ବିଶ୍ୱକପ୍ ଚାମ୍ପିଅନ୍ ଦଳର ସଦସ୍ୟମାନେ ଷ୍ଟାଡିୟମ୍ରେ ଉପସ୍ଥିତ ରହିବେ ।

ଏୟାର ସୋ, ଲେଜର ସୋ ଓ ଡ୍ରୋନ୍ ସୋ ଦେଖିବେ ଦର୍ଶକ । ଏହା ସହ ଷ୍ଟାଡିୟମ୍ରେ ନୃତ୍ୟ, ଗୀତ ଦେଖିବାକୁ ମିଳିବ । ଏଥିପାଇଁ ଆଜି ଦିନ ତମାମ ନୃତ୍ୟଶିଳ୍ପୀ, ସଂଗୀତ ନିର୍ଦ୍ଦେଶକମାନେ ଉଦ୍ୟାପନୀ ଉତ୍ସବ ପାଇଁ ରିହରସାଲ୍ କରିବେ । ସଂଗୀତ ନିର୍ଦ୍ଦେଶକ ପ୍ରୀତମ, କଣ୍ଠଶିଳ୍ପୀ ଜୋନିତା ଗାନ୍ଧୀ, ଲୋକପ୍ରିୟ ଗୁଜରାଟୀ ଗାୟକ ଆଦିତ୍ୟ ଗନ୍ଧବୀ ଦର୍ଶକଙ୍କୁ ମନୋରଞ୍ଜନ କରିବେ । ଟସ୍ ପୂର୍ବରୁ ନାଚ, ଗୀତ କାର୍ଯ୍ୟକ୍ରମ ଆରମ୍ଭ ହେବ । ୫ ଶହରୁ ଅଧିକ ଡ୍ୟାନ୍ସର ବଲିଉଡ୍ ସଂଗୀତରେ ନୃତ୍ୟ କରିବେ ।

The post ଠିକ୍ ୨୪ ଘଣ୍ଟା ପରେ ବିଶ୍ୱକପ୍ ଫାଇନାଲ । ଆରମ୍ଭ ହେଲା କାଉଣ୍ଟଡାଉନ । ଭାରତର ବିଜୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା, ହୋମଯଜ୍ଞ first appeared on Kanak News.

from Kanak News
via <a href="https://ifttt.com/?

ଗାଜା ଉପରେ ଆକ୍ରମଣ ଭିତରେ କଂଗ୍ରେସ ସାଂସଦଙ୍କ ବିବାଦୀୟ ବୟାନ । କହିଲେ , ମକଦ୍ଦମା ନ ଚଳାଇ ନେତନ୍ୟାହୁଙ୍କୁ ଗୁଳି ମାରିଦିଅ

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାଜମୋହନ ଅତ୍ରୀଥନ କାସରଗଡ ଠାରେ ଚାଲିଥିବା ପାଲେଷ୍ଟାଇନ ଏକଜୁଟତା ରାଲିରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମୀନ ନେତନ୍ୟାହୁଙ୍କ ବିରୋଧରେ ମକଦ୍ଦମା ନ ଚଳାଇ ତାଙ୍କୁ ସିଧାସଳଖ ଗୁଳିମାରି ହତ୍ୟା କରିଦେବା ଉଚିତ୍ । ରାଲିରେ ଉପସ୍ଥିତ ଥିବା ଲୋକଙ୍କୁ ସେ ପଚାରିଥିଲେ କି ଜେନେଭା କନଭେନସନର ସମସ୍ତ ଚୁକ୍ତିକୁ ଉଲଂଘନ କରିଥିବା ଲୋକ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ? ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯୁଦ୍ଧ ଅପରାଧରେ ସାମିଲ ଲୋକଙ୍କ ପାଇଁ ନୁର୍ନବର୍ଗ ଟ୍ରାଏଲ ଏକ ଏଭଳି ପଦକ୍ଷେପ ଥିଲା ଯାହା ମାଧ୍ୟମରେ ସେମାନଙ୍କ ବିରୋଧରେ କିଛି ଟ୍ରାଏଲ ନକରି ଗୁଳି ମାରିଦେବାର ପ୍ରାବଧାନ ଥିଲା ।

ରାଜମୋହନ ଅତ୍ରୀଥନ କହିଛନ୍ତି କି, ଏବେ ସେହି ସମୟ ଉପନୀତ ହୋଇଛି ନୁର୍ନବର୍ଗ ମଡେଲକୁ ପରୀକ୍ଷଣ କରାଯାଉ । ନେତନ୍ୟାହୁ ଏବେ ସାରା ବିଶ୍ୱ ସାମ୍ନାରେ ଜଣେ ଯୁଦ୍ଧ ଅପରାଧୀ ଭାବେ ଉଭା ହୋଇଛନ୍ତି । ଏହି କାରଣରୁ ନେତନ୍ୟାହୁଙ୍କ ବିରୋଧରେ କୌଣସି ମକଦ୍ଦମା ନଚଳାଇ ତାଙ୍କୁ ଗୁଳିମାରି ହତ୍ୟା କରାଯିବା ଉଚିତ । କାରଣ ନେତନ୍ୟାହୁ ଏବେ ସାରା କ୍ରୁରତା ଟପି ଯାଇଛନ୍ତି ।

ସୂଚନା ଥାଉକି ୪୦ ଦିନରୁ ଅଧିକ ହେବ ଗାଜା ପଟ୍ଟୀରେ ଇସ୍ରାଏଲ ସେନା ଓ ହମାସ ଚରମପନ୍ଥୀଙ୍କ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଏହି ଯୁଦ୍ଧରେ ହଜାର ହଜାର ସାଧାରଣ ଲୋକଙ୍କର ମୃତ୍ୟୁ ହୋଇସାରିଛି । ବିଶେଷ କରି ଛୋଟ ଛୋଟ ପିଲାଙ୍କ ଉପରେ ଇସ୍ରାଏଲ ସେନା ଯେଭଳି ଭାବେ ଆକ୍ରମଣ କରୁଛି ତାହା ସାରା ବିଶ୍ୱକୁ ଚକିତ କରିଛି । ବିଶ୍ୱର ଅନେକ ଇସଲାମିକ ଦେଶ ଏହାକୁ ବିରୋଧ କରୁଥିଲେ ବି ସିଧାସଳଖ ହମାସକୁ ସମର୍ଥନ କରିବାର ଶକ୍ତି ଜୁଟାଇପାରି ନାହାଁନ୍ତି ।

The post ଗାଜା ଉପରେ ଆକ୍ରମଣ ଭିତରେ କଂଗ୍ରେସ ସାଂସଦଙ୍କ ବିବାଦୀୟ ବୟାନ । କହିଲେ , ମକଦ୍ଦମା ନ ଚଳାଇ ନେତନ୍ୟାହୁଙ୍କୁ ଗୁଳି ମାରିଦିଅ first appeared on Kanak News.

from Kanak News
via <a href="https://ifttt.com/?

ବାପା ହେଲେ ଦି ଗ୍ରେଟ୍ ଖଲି । ଘରକୁ ଆସିଲା କୁନି ରାଜକୁମାର

କନକ ବ୍ୟୁରୋ: ଦ ଗ୍ରେଟ୍ ଖଲି ବାପା ହେବାର ସୌଭାଗ୍ୟ ପାଇଛନ୍ତି । ତାଙ୍କ ଘରକୁ ଆସିଛି ପୁତ୍ର ସନ୍ତାନ । ସୋସିଆଲ ମିଡିଆରେ ଖଲି ପୋଷ୍ଟ କରିଥିବା ଏକ ଭିଡିଓରେ ସେ ପୁଅକୁ ଧରିଥିବା ଦେଖିବାକୁ ମିଳିଛି । ଏହି ଖୁସିଖବର ସେୟାର କରିବା ସହ ଖଲି ଲେଖିଛନ୍ତି , ‘ଆଜି ଆପଣମାନଙ୍କ ଆଶୀର୍ବାଦ ଯୋଗୁଁ ମୋତେ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଛି’ ।

 ଖଲି ୨୦୨୨ରେ ବିବାହ କରିଥିଲେ । ଉଚ୍ଚତାରେ ପତି ପତ୍ନୀଙ୍କ ମଧ୍ୟରେ ବେଶ୍ ପାର୍ଥକ୍ୟ ଥିଲେ ବି ଦୁହେଁ ଖୁସି ଦାମ୍ପତ୍ତ୍ୟ ଜୀବନ ବିତାଇଆସୁଛନ୍ତି । ବିବାହର ୧୨ ବର୍ଷ ପରେ ପ୍ରଥମେ ତାଙ୍କୁ କନ୍ୟା ସନ୍ତାନ ପ୍ରାପ୍ତ ହୋଇଥିଲା । ଏବେ ପୁତ୍ର ସନ୍ତାନର ଜନକ ହେବାର ସୌଭାଗ୍ୟ ପାଇଛନ୍ତି ।

The post ବାପା ହେଲେ ଦି ଗ୍ରେଟ୍ ଖଲି । ଘରକୁ ଆସିଲା କୁନି ରାଜକୁମାର first appeared on Kanak News.

from Kanak News
via <a href="https://ifttt.com/?

ପ୍ରସିଦ୍ଧ ‘ଟାଇମ’ ମାଗାଜିନରେ ଏକାଥରେ ନ’ ଜଣ ଭରତୀୟଙ୍କୁ ସ୍ଥାନ

ମାଗାଜିନରେ ପ୍ରକାଶିତ ‘ଟାଇମ୍ 100 କ୍ଲାଇମେଟ’ ତାଲିକାରେ ବିଶ୍ବର ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ସିଇଓ, ପ୍ରତିଷ୍ଠାତା, ସଂଗୀତଜ୍ଞ, ନୀତି ନିର୍ମାତା ଏବଂ ସରକାରୀ କର୍ମଚାରୀ ଅନ୍ତର୍ଭୁକ୍ତ । ୩୦ ନଭେମ୍ବରରୁ ୟୁଏଇରେ ହେବାକୁ ଥିବା ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ୨୦୨୩ ପୂର୍ବରୁ ଏହି ତାଲିକା ପ୍ରକାଶ ପାଇଛି ।

ଦୁନିଆର ସବୁଠାରୁ ପ୍ରସିଦ୍ଧ ପତ୍ରିକା ‘ଟାଇମ୍’ ଭାରତୀୟ ମୂଳର ନଅ ଜଣଙ୍କୁ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିଛି । ଏଥିମଧ୍ୟରେ ଓଲା ଇଲେକ୍ଟ୍ରିକ୍ ପ୍ରତିଷ୍ଠାତା ଭବୀଶ ଅଗ୍ରୱାଲଙ୍କ ଠୁ ନେଇ  ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବଙ୍ଗା ଅନ୍ତର୍ଭୁକ୍ତ।

 

ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ କାର୍ଯ୍ୟ କରୁଥିବା ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କର ଏକ ତାଲିକା ଟାଇମ୍ ମ୍ୟାଗାଜିନ ପ୍ରସ୍ତୁତ କରିଛି । ବ୍ୟବସାୟ ଜଗତରୁ ନେଇ ସଙ୍ଗୀତ ଜଗତ ପର୍ଯ୍ୟନ୍ତ ଲୋକମାନେ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ।  ସେମାନଙ୍କ ମଧ୍ୟରେ ଭାରତୀୟ ମୂଳର ନଅ ଜଣ ଆମେରିକୀୟ ଅଛନ୍ତି ।

ମାଗାଜିନରେ ପ୍ରକାଶିତ ‘ଟାଇମ୍ 100 କ୍ଲାଇମେଟ’ ତାଲିକାରେ ବିଶ୍ବର ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ସିଇଓ, ପ୍ରତିଷ୍ଠାତା, ସଂଗୀତଜ୍ଞ, ନୀତି ନିର୍ମାତା ଏବଂ ସରକାରୀ କର୍ମଚାରୀ ଅନ୍ତର୍ଭୁକ୍ତ । ୩୦ ନଭେମ୍ବରରୁ ୟୁଏଇରେ ହେବାକୁ ଥିବା ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ୨୦୨୩ ପୂର୍ବରୁ ଏହି ତାଲିକା ପ୍ରକାଶ ପାଇଛି ।

https://platform.twitter.com/widgets.js

ଏହି ତାଲିକାରେ ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବଙ୍ଗା, ଓଲା ଇଲେକ୍ଟ୍ରିକ୍ ପ୍ରତିଷ୍ଠାତା ଭବୀଶ ଅଗ୍ରୱାଲ, ରକଫେଲର୍ ଫାଉଣ୍ଡେସନ୍ ସଭାପତି ରାଜୀବ ଜେ ଶାହା, ବୋଷ୍ଟନ୍ କମନ୍ ଆସେଟ୍ ମ୍ୟାନେଜମେଣ୍ଟ ପ୍ରତିଷ୍ଠାତା ଗୀତା ଆୟର, ଆମେରିକାର ଶକ୍ତି ଋଣ  ପ୍ରୋଗ୍ରାମ କାର୍ଯ୍ୟାଳୟର ନିର୍ଦ୍ଦେଶକ ଜିଗା ଶାହା, ହସ୍କ ପାୱାର ସିଷ୍ଟମର ସିଇଓ ତଥା ସହ-ପ୍ରତିଷ୍ଠାତା ମନୋଜ ସିହ୍ନା, କେସିଆର ପରମାନେଣ୍ଟେରେ ପରିବେଶ ପରିଚାଳନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୀମା ୱାଡୱା ଏବଂ ମହିନ୍ଦ୍ରା ଲାଇଫସ୍ପେସର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଅମିତ କୁମାର ସିହ୍ନା ଅନ୍ତର୍ଭୁକ୍ତ ଅଛନ୍ତି ।

ଗୁରୁବାର ଦିନ ଏହି ତାଲିକା ପ୍ରକାଶ କରି ଟାଇମ୍ ମାଗାଜିନ୍ କହିଛି ଯେ ସବୁ କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନ ଦିଗରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଆମେ ଏହି ତାଲିକାରେ ସ୍ଥାନ ଦେଇଛୁ । କିନ୍ତୁ ଆମେ ଅନୁଭବ କରୁଛୁ ଯେ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଆହୁରି ଅଧିକ ଲୋକ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରିଥାନ୍ତେ ।  ଚଳିତ ବର୍ଷ ଜୁନରେ  ବିଶ୍ୱ ବ୍ୟାଙ୍କ ଗ୍ରୁପ୍‌ର ସଭାପତି ଭାବରେ ନିଯୁକ୍ତ ଭାରତୀୟ ମୂଳ ଅଜୟ ବଙ୍ଗା ଜଳବାୟୁ ପରିବର୍ତ୍ତନ ଦିଗରେ ଲଢିବା ସହ ଦାରିଦ୍ର୍ୟ   ଦୂରୀକରଣ ଦିଗରେ ଏକ ନୂତନ ମିଶନ ଆରମ୍ଭ କରୁଛନ୍ତି ।

ଟାଇମ୍ ମାଗାଜିନ୍ ୧୦୦ ବର୍ଷରୁ ଅଧିକ ପୁରୁଣା ଅଟେ । ଏହାର ପ୍ରଥମ କପି ୩ ମାର୍ଚ୍ଚ ୧୯୨୩ ରେ ପ୍ରକାଶିତ ହୋଇଥିଲା । ଏହାକୁ ବ୍ରିଟନ୍ ହେଡେନ୍ ଏବଂ ହେନେରୀ ଲୁସ୍ ଆରମ୍ଭ କରିଥିଲେ । ଟାଇମ୍ ଦୁନିଆର ସବୁଠାରୁ ପ୍ରତିଷ୍ଠିତ ପତ୍ରିକା ଭାବରେ ପରିଗଣିତ ହୁଏ | ୨୦୧୮ ରେ, ସେଲ୍ସଫୋର୍ସ ପ୍ରତିଷ୍ଠାତା ମାର୍କ ବେନିଫ୍ ୧୯୦ ମିଲିୟନ୍ ଡଲାରରେ (୧୪୦୦ କୋଟି ଟଙ୍କା) ଟାଇମ୍ ମ୍ୟାଗାଜିନ କିଣିଥିଲେ ।

The post ପ୍ରସିଦ୍ଧ ‘ଟାଇମ’ ମାଗାଜିନରେ ଏକାଥରେ ନ’ ଜଣ ଭରତୀୟଙ୍କୁ ସ୍ଥାନ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started