ବର୍ଷକରେ ପିଜି. ଏକକାଳୀନ ଦଇଟିି ଫୁଲ ଟାଇମ୍ କୋର୍ସ… ୟୁଜିସି କରିପାରେ ବଡ ପରିବର୍ତ୍ତନ ।

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୟୁଜିସି କରିବାକୁ ଯାଉଛି ବଡ ପରିବର୍ତ୍ତନ । ପିଜି କୋର୍ସ ପାଇଁ ଏକ ପାଠ୍ୟକ୍ରମ ଓ କ୍ରେଡିଟ୍ ଫ୍ରେମୱାର୍କର ଡ୍ରାଫ୍ଟ ପ୍ରସ୍ତୁତି କରିଛନ୍ତି । ପିଜି ବିଷୟରେ ପରିବର୍ତ୍ତନ, ଅଫଲାଇନ୍, ଡିଷ୍ଟାନ୍ସ, ଅନଲାଇନ୍ ଓ ହାଇବ୍ରିଡ୍ ମଡେଲ ସମେତ ଶିକ୍ଷାଦାନର ବୈକଳ୍ପିକ ପଦ୍ଧତିକୁ ବାଛିବାର ସୁବିଧା ମିଳିବ ।

ୟୁଜିସି ଡ୍ରାଫ୍ଟ ଅନୁସାରେ, ଛାତ୍ରଛାତ୍ରୀ ନୂଆ ପୋଷ୍ଟଗ୍ରାଜୁଏଟ୍ ପ୍ରୋଗ୍ରାମ୍ ୩ଟି ଫର୍ମାଟରେ –ଏକ ବର୍ଷ, ଦୁଇ ବର୍ଷ କିମ୍ବା ୫ ବର୍ଷର ଇଣ୍ଟିଗ୍ରେଟେଡ୍ ପ୍ରୋଗ୍ରାମ୍ କୌଣସି ଗୋଟିଏକୁ ବାଛିପାରିବେ । ୟୁଜିସି ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଏଣିକି ଛାତ୍ରଛାତ୍ରୀ ବର୍ଷକରେ ପିଜି କରିପାରିବେ । ଏଥିପାଇଁ ତାଙ୍କୁ ପିଜି ଡିପ୍ଲୋମା ମିଳିବ । ରିସର୍ଚ୍ଚ ସହ ଅନର୍ସ ଏବଂ ଅନର୍ସ ସହ ୪ ବର୍ଷର ବ୍ୟାଚେଲର ଡିଗ୍ରୀ ପ୍ରୋଗ୍ରାମ୍ ଶେଷ କରୁଥିବା ଛାତ୍ରଙ୍କ ପାଇଁ ବର୍ଷିକିଆ ମାଷ୍ଟର ପ୍ରୋଗ୍ରାମର ବିକଳ୍ପ ରହିବ ।

The post ବର୍ଷକରେ ପିଜି. ଏକକାଳୀନ ଦଇଟିି ଫୁଲ ଟାଇମ୍ କୋର୍ସ… ୟୁଜିସି କରିପାରେ ବଡ ପରିବର୍ତ୍ତନ । first appeared on Kanak News.

from Kanak News
via <a href="https://ifttt.com/?

ଆଇପିଏଲ ବେଳେ ମାର୍ଶ କରିଥିଲେ ଭବିଷ୍ୟବାଣୀ: ଅଷ୍ଟ୍ରେଲିଆ ଖେଳିବ ଫାଇନାଲ, ଅଲଆଉଟ ହେବ ଭାରତ

କନକ ବ୍ୟୁରୋ: ରାତି ପାହିଲେ ଆରମ୍ଭ ହେବ ବିଶ୍ୱକପ ଫଇନାଲ ମ୍ୟାଚ । ହାଇଭୋଲ୍ଟେଜ ମ୍ୟାଚରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଭାରତ । ତେବେ ଏହି କଡା ମୁକାବିଲା ପାଇଁ ଫ୍ୟାନମାନେ ବେଶ ଉତ୍ସାହିତ ଅଛନ୍ତି । ସେହିପରି ୫ମ ଥରର ଚାମ୍ପିୟନକୁ ହରାଇବାକୁ ଭାରତ ବି ପ୍ରସ୍ତୁତ ହୋଇସାରିଲାଣି । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁ ଥିବା ଏହି ରୋମାଞ୍ଚକର ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ଏକ ପୂର୍ବ ବୟାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।

ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ମିଚେଲ ମାର୍ଶ ଫ୍ରାଞ୍ଚାଇଜଙ୍କ ସହ ୬ ମାସ ତଳେ ପଡକାଷ୍ଟ ବେଳେ ବିଶ୍ୱକପ ଫାଇନାଲର ଫଳାଫଳକୁ ନେଇ ଭବିଷ୍ୟବାଣୀ କରିଥିଲେ । ସେ କହିଥିଲେ କି ଅଷ୍ଟ୍ରେଲିଆ ଭାରତକୁ ବଡ ବ୍ୟବଧାନରେ ପରାସ୍ତ କରି ଷଷ୍ଠଥର ପାଇଁ ଚାମ୍ପିୟନ ହେବ । ପଡକାଷ୍ଟରେ ମାର୍ଶଙ୍କୁ ପଚରାଯାଇଥିଲା କି କିଛିଦିନ ପରେ ବିଶ୍ୱକପ ଆରମ୍ଭ ହେବ ଏହାକୁ ନେଇ ଆପଣ କଣ କହିବେ, ଏହାର ଉତ୍ତର ଦେବାକୁ ଯାଇ ସେ କହିଥିଲେ, ବିଶ୍ୱକପରେ ଅଷ୍ଟ୍ରେଲିଆ ଅପରାଜିତ ରହି ଭାରତକୁ ଫାଇନାଲରେ ପରାସ୍ତ କରିବ । ଅଷ୍ଟ୍ରେଲିଆ ୨ ୱିକେଟ ହରାଇ ୪୫୦ ରନ କରିବ ଆଉ ଭାରତ ୬୫ରେ ଅଲଆଉଟ ହେବ ।

ତେବେ ମିଚେଲଙ୍କ ଏହି ବୟାନ ଏବେ ସୋସିଆଲମିଡିଆରେ ଖୁବ ଭାଇରାଲ ହେଉଛି । ସେ କରିଥିବା ଭବିଷ୍ୟବାଣୀରୁ ଗୋଟିଏ ସତ ହୋଇ ସାରିଛି ଯେ ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚି ସାରିଛି । ହେଲେ ଅନ୍ୟଟି ହୋଇପାରିନି । କାରଣ ସେ କହିଥିଲେ ଅଷ୍ଟ୍ରେଲିଆ ଅପରାଜିତ ରହିବ, ହେଲେ ଏଠାରେ ଏହାର ବିପରୀତ ହୋଇଛି ଆଉ ଭାରତ ଅପରାଜୟ ରହିଛି । ତେବେ ଶେଷ ଭବିଷ୍ୟବାଣୀ ଉପରେ ଏବେ ରହିଛି ସମସ୍ତଙ୍କ ନଜର । ଭାରତ-ଅଷ୍ଟ୍ରେଲିଆ ଫାଇନାଲକୁ ନେଇ ମିଚେଲ ମାର୍ଶ କରିଥିବା ଭବିଷ୍ୟବାଣୀ କେତେ ସତ ହେଉଛି ତାହା ଦେଖିବା ବାକି ରହିଲା ।

ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲ ଟିକେଟ ହାତେଇଥିଲା । ସେହିପରି ଅଷ୍ଟ୍ରେଲିଆ ଦକ୍ଷିଣଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଚଳିତ ବିଶ୍ୱକପରେ ଭାରତ ବେଶ ଚମତ୍କାର ପ୍ରଦର୍ଶନ କରି ଆସିଛିା ଏହି ବିଶ୍ୱକପରେ ଭାରତ ଏଯାଏଁ ଗୋଟିଏ ବି ମ୍ୟାଚରେ ପରାଜିତ ହୋଇ ନାହିଁ । ସେହିପରି ଭାରତ ତାର ପ୍ରଥମ ଲିଗ ମ୍ୟାଚରେ ହିଁ ଅଷ୍ଟ୍ରେଲିଆକୁ ପରାଜିତ କରିଥିଲା । ତେବେ ବିଶ୍ୱକପ ଫାଇନାଲରେ ଭାରତ ପାଖରେ ଏକ ବଡ ସୁଯୋଗ ରହିଛି ଟ୍ରଫି ହାତେଇବା ପାଇଁ ଆଉ ୨୦୦୩ ବିଶ୍ୱକପର ପ୍ରତିଶୋଧ ନେବାର ।

ବିଶ୍ୱକପରେ ଅଷ୍ଟ୍ରେଲିଆ ୫ ଥର ଟ୍ରଫି ଜିତିଥିବା ବେଳେ ଭାରତ ୨ଥର ଚାମ୍ପିୟନ ହୋଇଛି । ତେବେ ତୃତୀୟ ଥର ପୁଣି ବିଶ୍ୱ ବିଜୟୀ ହେବା ପାଇଁ ଭାରତ ଅପେକ୍ଷା କରି ରହିଛି । ଚଳିତ ବିଶ୍ୱକପରେ ଭାରତ ବେଶେ ଶକ୍ତିଶାଳୀ ରହିଥିବା ବେଳେ ବିଶ୍ୱକପ ରେକର୍ଡ କିନ୍ତୁ ଅଷ୍ଟ୍ରେଲିଆ ସପକ୍ଷରେ ଯାଉଛି ।

The post ଆଇପିଏଲ ବେଳେ ମାର୍ଶ କରିଥିଲେ ଭବିଷ୍ୟବାଣୀ: ଅଷ୍ଟ୍ରେଲିଆ ଖେଳିବ ଫାଇନାଲ, ଅଲଆଉଟ ହେବ ଭାରତ first appeared on Kanak News.

from Kanak News
via <a href="https://ifttt.com/?

ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି ପ୍ରସଙ୍ଗ: କ୍ୟାବିନେଟ୍ ମଞ୍ଜୁରୀକୁ ରାଉରକେଲାରେ ବିରୋଧ

କମକ ବ୍ୟୁରୋ: ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି କରିବା ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିବାକୁ ରାଉରକେଲାରେ ବିରୋଧ । ରାଜ୍ୟ ପେସା ଗ୍ରାମସଭା କୋଅର୍ଡିନେସନ କମିଟି ପକ୍ଷରୁ ବିରୋଧ କରାଯାଇଛି । ନିଷ୍ପତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ କମିଟିର କର୍ମକର୍ତାମାନେ ଉଦିତନଗର ପାର୍କ ନିକଟରୁ ବାହାରି ଶୋଭାଯାତ୍ରା କରିଛନ୍ତି । ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର କରିବା ପାଇଁ ଆସିଥିବା ପ୍ରସ୍ତାବ ଉପରେ ଗତ ୧୪ତାରିଖରେ ବସିଥିବା ରାଜ୍ୟ କ୍ୟାବିନେଟ୍ ମୋହର ମାରିଥିଲା । କିନ୍ତୁ ସରକାରଙ୍କ ଏହି ନିଷ୍ପତିକୁ ବିରୋଧୀ ଦଳ ମାନେ ସମାଲୋଚନା କରିଥିଲେ । ଏହା ଆଦିବାସୀଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ଅଭିଯୋଗ ହୋଇଥିଲା । ଆଦିବାସ ସଂଗଠନ ପକ୍ଷରୁ ମଧ୍ୟ ବିରୋଧ କରାଯାଇଥିଲା । ତେବେ ୪୮ଘଂଟା ପରେ କ୍ୟାବିନେଟ୍ ନିଷ୍ପତିକୁ ସ୍ଥଗିତ ରଖାଗଲା ବୋଲି ସୂଚନା ଦେଇଥିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି ପ୍ରସଙ୍ଗରେ କ୍ୟାବିନେଟ୍ ନିଷ୍ପତିକୁ ସ୍ଥଗିତ ରଖାଯିବା ନେଇ ମନ୍ତ୍ରୀଙ୍କ ସୂଚନା ପରେ ପ୍ରଶ୍ନ ଉଠାଇଛନ୍ତିି ବରିଷ୍ଠ ନେତା ବିଜୟ ମହାପାତ୍ର । କହିଛନ୍ତି କ୍ୟାବିନେଟ୍ ନିଷ୍ପତିକୁ ସ୍ଥଗିତ ରଖିବାକୁ ମନ୍ତ୍ରୀ ଅଧିକାରୀ ନୁହନ୍ତି । କ୍ୟାବିନେଟ୍ ଥରେ ନିଷ୍ପତି ନେଇଗଲା ପରେ କ୍ୟାବିନେଟ୍ ହିଁ ସେହି ନିଷ୍ପତିକୁ ବଦଳାଇ ପାରିବ । ଏହା ରୁଲ୍ସ ଅଫ୍ ବିଜନେସ୍ । କ୍ୟାବିନେଟ୍ ନିଷ୍ପତି ନେଇଗଲା ମାନେ ଏହା ସରକାରୀ ନିଷ୍ପତି । ସ୍ଥଗିତ ରଖିବା ପାଇଁ କ୍ୟାବିନେଟ୍କୁ ଯିବାକୁ ପଡ଼ିବ ।

The post ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି ପ୍ରସଙ୍ଗ: କ୍ୟାବିନେଟ୍ ମଞ୍ଜୁରୀକୁ ରାଉରକେଲାରେ ବିରୋଧ first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ୱର ସାଲିଆ ସାହିରେ ଚାଲିଥିଲା ମଦ ବେପାର: ଫ୍ଲାଇଂ ସ୍କ୍ୱାଡର ଚଢ଼ାଉ, ୮ ହଜାର ୫ଶହ ଲିଟର ପୋଚ ଜବତ

କନକ ବ୍ୟୁରୋ: ରାଜଧାନୀ ସ୍ଥିତ ସାଲିଆ ସାହି ପାଲଟିଛି ମଦର ପେଣ୍ଠସ୍ଥଳୀ । ଫ୍ଲାଇଂ ସ୍କାର୍ଡ ପକ୍ଷରୁ ଚଢାଉ କରାଯାଇ ହଜାରେ ଲିଟର ଦେଶୀ ମଦ ସହ ୮ ହଜାର ୫ ଶହ ଲିଟର ପୋଚ ଜବତ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ଓ ଅବକାରୀ ସୁପରିଟେଣ୍ଡେଂଟଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉ କରାଯାଇଛି । ମଦ କାରବାରରେ ଲିପ୍ତ ଥିବା ୧୯ ଜଣଙ୍କୁ ଗିରଫ କରାଯାଇଛି । ପ୍ରଶ୍ନ ଉଠୁଛି ବାରମ୍ବାର ଏହି ସାଲିଆ ସାହି ଅଂଚଳରେ ଅବକାରୀ ବିଭାଗ ଚଢାଉ କରୁଛି । ଏପରି ସ୍ଥିତିରେ ବାରମ୍ବାର ମଦ ଓ ପୋଚ ମିଳିବା ଦର୍ଶାଉଛି କିଭଳି ଏହି ସ୍ଥାନ ମଦର ପେଣ୍ଠ ସ୍ଥଳ ପାଲଟିଛି ।

The post ଭୁବନେଶ୍ୱର ସାଲିଆ ସାହିରେ ଚାଲିଥିଲା ମଦ ବେପାର: ଫ୍ଲାଇଂ ସ୍କ୍ୱାଡର ଚଢ଼ାଉ, ୮ ହଜାର ୫ଶହ ଲିଟର ପୋଚ ଜବତ first appeared on Kanak News.

from Kanak News
via <a href="https://ifttt.com/?

ପ୍ରଥମେ ଝିଅକୁ ଫାଶିରେ ଝୁଲାଇଲେ । ପରେ ନିଜେ ଦଉଡି ଲଗାଇ ଝୁଲିପଡିଲେ ଦମ୍ପତ୍ତି । 

କନକ ବ୍ୟୁରୋ: ଗୁରୁବାର ବିଳମ୍ବିତ ରାତ୍ରରେ ୱାର୍ସିଗୁଡ଼ାସ୍ଥିତ ବାସଭବନରେ ୪ ବର୍ଷୀୟ ଝିଅକୁ ଫାଶୀ ଦେଇ ଏକ ବେକାର ଦମ୍ପତି ନିଜେ ମଧ୍ୟ ଫାଶୀ ଲଗାଇ ଜୀବନ ହରାଇଥିବା କଥା ପୁଲିସ କହିଛି। ଶୁକ୍ରବାର ସକାଳେ ପୁଲିସ ଗଙ୍ଗାପୁତ୍ର କଲୋନିରେ ଥିବା ସେମାନଙ୍କ ଘର କବାଟ ଭାଙ୍ଗି ପଶିବାରୁ ୩୫ ବର୍ଷିୟ କେ. ସାଇ କ୍ରିଷ୍ଣା, ତାଙ୍କ ୩୦ ବର୍ଷୀୟ ସ୍ତ୍ରୀ ଚିତ୍ରଲେଖା ଓ ୪ ବର୍ଷୀୟ ଝିଅ ତେଜସ୍ବିନୀ ଫାଶୀ ଲଗାଇ ମରିଥିବା ଦେଖିଥିଲେ।

ଗୁରୁବାର ରାତିରେ ସେମାନଙ୍କ ଘରେ ଟେଲିଭିଜନ୍‌ର ସାଉଣ୍ଡ୍‌ ଖୁବ୍‌ ଜୋର୍‌ରେ ଶୁଭୁଥିଲା। ଏଥିରେ ବିବ୍ରତ ହୋଇ ଘର ମାଲିକ ତାଙ୍କୁ ଡାକିଥିଲେ କିନ୍ତୁ, ଦୁହେଁ ଶୁଣି ନ ଥିଲେ। ତେଣୁ, ଶୁକ୍ରବାର ସକାଳୁ ଆସି ସେ କବାଟ ଠକ ଠକ କଲେ, କିନ୍ତୁ ଭିତରୁ କୌଣସି ଜବାବ ମିଳିଲା ନାହିଁ। ତେଣୁ, ସେ ପୁଲିସକୁ ଖବର ଦେଇଥି‌ଲେ। ସେ ଦମ୍ପତି କାନ୍ଥରେ ୩ଜଣ ଲୋକଙ୍କ ନାଁ ଲେଖି ଆତ୍ମହତ୍ୟା ପାଇଁ ସେମାନଙ୍କୁ ଦାୟୀ କରିଛନ୍ତି। କିନ୍ତୁ, ଦୁହେଁ ସେମାନଙ୍କୁ ଦାୟୀ କରାଯିବାର କାରଣ ଦର୍ଶାଇନାହାଁନ୍ତି ।

ପୁଲିସର ପ୍ରାଥମିକ ତଥ୍ୟ ଅନୁସାରେ,  ସେ ୩ଜଣ ହେଉଛନ୍ତି ପୂର୍ବରୁ ଚିତ୍ରଲେଖା ଯେଉଁଠି କାମ କରୁଥିବା ଅଫିସର କର୍ମଚାରୀ। ଆଗରୁ କ୍ରିଷ୍ଣା କାର୍ ଡ୍ରାଇଭର୍‌ ଭାବେ କାର୍ୟ୍ୟ କରୁଥିଲେ। କିନ୍ତୁ, କିଛି ଦିନ ହେବ ଦୁହେଁ କୌଣସି କାମ ନ କରି ବେରୋଜଗାର ହୋଇଯାଇଥିଲେ। ଆର୍ଥିକ ସମସ୍ୟା ସେମାନଙ୍କ ଆତ୍ମହତ୍ୟାର କାରଣ ବୋଲି ସ‌ନ୍ଦେହ କରାଯାଉଛି ।

The post ପ୍ରଥମେ ଝିଅକୁ ଫାଶିରେ ଝୁଲାଇଲେ । ପରେ ନିଜେ ଦଉଡି ଲଗାଇ ଝୁଲିପଡିଲେ ଦମ୍ପତ୍ତି ।  first appeared on Kanak News.

from Kanak News
via <a href="https://ifttt.com/?

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ: ପଦ୍ମକେଶରୀ ପୁରଠାରେ ଶାନ୍ତି ଫେରାଇ ଆଣିବାକୁ ହସ୍ତକ୍ଷେପ କରିବାକୁ ଚିଠିରେ ଉଲ୍ଲେଖ

କନକ ବ୍ୟୁରୋ: ରାଜଧାନୀସ୍ଥିତ ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ସାଂସଦ ଅପରାଜିତା ଷଡଙ୍ଗୀ ଏହି ଚିଠି ଲେଖିଛନ୍ତି । ଏଥିସହ କେଉଁ କାରଣ ପାଇଁ ପଦ୍ମକେଶରୀପୁର ଅଶାନ୍ତ ହେଲା ତାର କାରଣ ଖୋଜିବା ସହ ଶାନ୍ତି କମିଟି ଗଠନ କରିବାକୁ ଅପିଲ କରିଛନ୍ତି । ଏହି ମାମଲାରେ ୧୫୦ ଲୋକଙ୍କୁ ଗିରଫ କରାଯାଇଛି । ଗାଁ ଏବେ ଖାଁ ଖାଁ । ଯେଉଁ କିଛି ଲୋକ ରହିଛନ୍ତି, ସେମାନେ ଏବେ ଭୟରେ ରହିଛନ୍ତି । ନିକଟରେ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ପରସ୍ପରକୁ ପଥର ମାଡ କରିଥିଲେ । ଏହାପରେ ସ୍ଥିତି ଅଣାୟତ ହୋଇଥିଲା । ଗାଁରେ ଶାନ୍ତି ଫେରାଇ ଆଣିବାକୁ ସେତେବେଳେ ୨୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

The post ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ: ପଦ୍ମକେଶରୀ ପୁରଠାରେ ଶାନ୍ତି ଫେରାଇ ଆଣିବାକୁ ହସ୍ତକ୍ଷେପ କରିବାକୁ ଚିଠିରେ ଉଲ୍ଲେଖ first appeared on Kanak News.

from Kanak News
via <a href="https://ifttt.com/?

ଚାଟଜିପିଟି କମ୍ପାନୀର ମାଲିକ ସାମ ଅଲ୍ଟମ୍ୟାନଙ୍କୁ ବହିଷ୍କାର କଲା କମ୍ପାନୀ ବୋର୍ଡ ।  ଭାରତୀୟ ବଂଶୋଦ୍ଭବ ଏହି ମହିଳାଙ୍କୁ ମିଳିଲା ଦାୟିତ୍ୱ

OpenAI ନିଜ ବ୍ଲଗରେ ଲେଖିଛି – ବହୁ ବିଚାର ବିମର୍ଶ ପରେ ଆଲ୍ଟମ୍ୟାନଙ୍କୁ ଏହି ପଦବୀରୁ ହଟାଇବାକୁ କମ୍ପାନୀର ବୋର୍ଡ ନିଷ୍ପତ୍ତି ନେଇଛି । ସମୀକ୍ଷା ବୈଠକରେ ବୋର୍ଡ ସଦସ୍ୟମାନେ ସିଦ୍ଧାନ୍ତ ନେଇଛନ୍ତି ଯେ ସାମ ସେମାନଙ୍କ ସହ ଠିକ ଭାବରେ ଯୋଗାଯୋଗ କରୁନାହାନ୍ତି । ଯାହା ବୋର୍ଡକୁ ଏହାର ଦାୟିତ୍ବ ନିର୍ବାହ କରିବାରେ ବାଧା ସୃଷ୍ଟି କରୁଛି ।

ChatGPT ର ନିର୍ମାତା OpenAI ର ବୋର୍ଡ ଶୁକ୍ରବାର ବିଳମ୍ବିତ ରାତିରେ ସିଇଓ ସାମ ଅଲ୍ଟମ୍ୟାନଙ୍କୁ ହଟାଇ ଦେଇଛି । ସେ କମ୍ପାନୀର ସହ-ପ୍ରତିଷ୍ଠାତା ଅଟନ୍ତି । ଓପନଏର ମୁଖ୍ୟ ଟେକ୍ନୋଲୋଜି ଅଧିକାରୀ ମୀରା ମୁର୍ତ୍ତୀ ବର୍ତ୍ତମାନ ମଧ୍ୟବର୍ତ୍ତୀକାଳୀନ ସିଇଓ ଭାବରେ କାର୍ଯ୍ୟ କରିବେ । କମ୍ପାନୀ କହିଛି ସ୍ଥାୟୀ ସିଇଓ ନମିଳିବା ଯାଏ ମୀରା ମୂର୍ତ୍ତି ଏହି ପଦ ସମ୍ଭାଳିବେ । ଏହି ଘୋଷଣା ଓପନ୍ ଏଇ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଛି । ସେମାନେ କମ୍ପାନୀର ବ୍ଲଗ୍ ରୁ ପ୍ରମୁଖ ପରିଚାଳନାର ଏହି ନିଷ୍ପତି ବାବଦରେ ଜାଣିବାକୁ ପାଇଲେ ।

OpenAI ର ମଧ୍ୟବର୍ତ୍ତୀକାଳୀନ ସିଇଓ ମୀରା ମୁର୍ତ୍ତୀ

OpenAI ନିଜ ବ୍ଲଗରେ ଲେଖିଛି ‘ବହୁ ବିଚାର ବିମର୍ଶ ପରେ ଆଲ୍ଟମ୍ୟାନଙ୍କୁ ଏହି ପଦବୀରୁ ହଟାଇବାକୁ କମ୍ପାନୀର ବୋର୍ଡ ନିଷ୍ପତ୍ତି ନେଇଛି । ସମୀକ୍ଷା ବୈଠକରେ ବୋର୍ଡ ସଦସ୍ୟମାନେ ସିଦ୍ଧାନ୍ତ ନେଇଛନ୍ତି ଯେ ସାମ ସେମାନଙ୍କ ସହ ଠିକ ଭାବରେ ଯୋଗାଯୋଗ କରୁଅନାହାନ୍ତି । ଯାହା ବୋର୍ଡକୁ ଏହାର ଦାୟିତ୍ ନିର୍ବାହ କରିବାରେ ବାଧା ସୃଷ୍ଟି କରୁଛି ।‘ ଆଲ୍ଟମ୍ୟାନଙ୍କ ଦକ୍ଷତା ଉପରେ ବୋର୍ଡର ଆଉ ବିଶ୍ୱାସ ନାହିଁ, ତେଣୁ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଲା ।

ଗତ ବର୍ଷ ନଭେମ୍ବରରେ OpenAI ଏହାର ChatGPT ଚାଟବଟ୍ ଲଞ୍ଚ କରିଥିଲା । | ଏହା ଦୁନିଆର ଦ୍ରୁତତମ ଭାବେ ବଢୁଥିବା ଲୋକପ୍ରିୟ ସଫ୍ଟୱେର୍ ପ୍ରୟୋଗରେ ପରିଣତ ହୋଇଛି ।

https://platform.twitter.com/widgets.js

OpenAIର ସିଇଓ ପଦରୁ ହଟାଯିବା ପରେ ସାମ ଅଲ୍ଟମାନ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଥିଲେ। ସେ ଏକ ପୋଷ୍ଟରେ ଲେଖିଛନ୍ତି, ‘ମୁଁ OpenAI ରେ କାଟିଥିବା ମୋର ସମୟକୁ ବହୁତ ଭଲ ପାଉଥିଲି । ଏହା ବିଶ୍ବ ପାଇଁ ବହୁତ  ପରିବର୍ତ୍ତନକାରୀ ହେବ ବୋଲି ପାଇଁ ଆଶା କରୁଛି । ମୁଁ ମଧ୍ୟ ଏପରି ପ୍ରତିଭାଶାଳୀ ବ୍ୟକ୍ତିଙ୍କ ସହିତ କାମ କରିବାକୁ ପସନ୍ଦ କରେ । ବର୍ତ୍ତମାନ ମୁଁ କ’ଣ କରିବି ସେ ବିଷୟରେ ଅନେକ କିଛି କହିବାକୁ ଅଛି । ମାଇକ୍ରୋସଫ୍ଟ ପରି ବଡ ଟେକ କମ୍ପାନୀ OpenAI ରେ ୩୦ ବିଲିୟନ ଡଲାରରୁ ଅଧିକ ବିନିଯୋଗ କରିଛନ୍ତି । କମ୍ପାନୀ ଏହାର ସର୍ଚ୍ଚ ଇଞ୍ଜିନ୍ ‘ବିଙ୍ଗ୍’ରେ ଚାଟ୍ ଜିପିଟିକୁ ଇଣ୍ଟିଗ୍ରେଟ କରିଛି ।

https://platform.twitter.com/widgets.js

OpenAI ର ପ୍ରେସିଡେଣ୍ଟ ଗ୍ରେଗ ବ୍ରୋକମ୍ୟାନ୍ ମଧ୍ୟ କମ୍ପାନୀ ଛାଡିଛନ୍ତି

ସାମ ଅଲ୍ଟମ୍ୟାନଙ୍କ ଇସ୍ତଫା ପରେ ଓପନଏଆଇର ସଭାପତି ଗ୍ରେଗ ବ୍ରୋକମ୍ୟାନ ମଧ୍ୟ କମ୍ପାନୀ ଛାଡିଛନ୍ତି । ସେ ନିଜ ସୋସିଆଲ ମେଡ଼ିଆ ପ୍ଲାଟଫର୍ମ x ରେ ଲେଖିଛନ୍ତି ‘’ମୁଁ ଆଠ ବର୍ଷ ପୂର୍ବେ ମୋ ଆପାର୍ଟମେଣ୍ଟରେ ଏହାକୁ ଆରମ୍ଭ କରିବା ପରଠାରୁ ଆମେ ସମସ୍ତେ ଏକାଠି ମିଶି ଯାହା କିଛି ବି କରିଛୁ ସେଥିପାଇଁ ମୁଁ ବହୁତ ଗର୍ବିତ । ‘ଭଲ ଓ ଖରାପ ସମୟ ମଧ୍ୟରେ ଆମେ ଏକାଠି ରହିଛୁ । ଅନେକ କାରଣ ସତ୍ତ୍ବେ ଏତେ କିଛି ହାସଲ କରିବା ଅସମ୍ଭବ ହୋଇଥାନ୍ତା, କିନ୍ତୁ ଆଜିର ଖବର ଉପରେ ଆଧାର କରି ମୁଁ ଇସ୍ତଫା ଦେଇଛି । ମୁଁ ଆପଣଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ମୁଁ ଏକ ସୁରକ୍ଷିତ AIG ନିର୍ମାଣରେ ମୋର ବିଶ୍ବାସରେ ମୁଁ ଅତୁଟ ଅଛି । ଯାହା ସମସ୍ତ ମାନବିକତା ପାଇଁ ଲାଭଦାୟକ ହେବ ବୋଲି ମୋର ବିଶ୍ବାସ ।

ସାମ ଅଲ୍ଟମ୍ୟାନ୍ (୩୮ ବର୍ଷ) ଗତ ବର୍ଷ ଯେତେବେଳେ ସେ AI ଆଧାରିତ ଚାଟ୍ ବଟ ଚାଟଜିପିଟିକୁ ବିଶ୍ୱରେ ପରିଚିତ କରାଇଥିଲେ ।  ସେତେବେଳେ ଖୁବ ଆଲୋଡନ ସୃଷ୍ଟି କରିଥିଲା ।  ଏହି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଚାଟବଟର  ମଣିଷ ପରି କବିତା କିମ୍ବା କାହାଣୀ ଲେଖିବାର କ୍ଷମତା ଅଛି । ଚାଟ୍ ଜିପିଟି କଠିନ ପ୍ରଶ୍ନର ସହଜରେ ଉତ୍ତର ଅତି ସହଜରେ ଦେଇଥାଏ ।  ଏହା ମଧ୍ୟ ବହୁତ ୟୁଜର ଫ୍ରେଣ୍ଡଲି ।  ଅର୍ଥାତ୍ ଏହାକୁ ବ୍ୟବହାର କରିବା ଅତି ସହଜ । ୨୦୧୫  ରେ ChatGPT ସୃଷ୍ଟି କରିଥିବା କମ୍ପାନୀ OpenAI ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ସାମ୍ ଆଲ୍ଟମ୍ୟାନଙ୍କ ବ୍ୟତୀତ ଏହାର ସହ-ପ୍ରତିଷ୍ଠାତା ଗ୍ରେଗ ବ୍ରୋକମ୍ୟାନ୍, ମେସିନ୍ ଲର୍ନିଂ ବିଶେଷଜ୍ଞ ଇଲିଆ ସୁଟ୍ସକେଭର, ଜନ୍ ଶୁଲମାନ, ୱୋଜିଚ୍ ଜାରେମ୍ବା ଏବଂ ଟେସଲାର ମାଲିକ ଏଲୋନ୍ ମସ୍କ ଅନ୍ତର୍ଭୁକ୍ତ । ଅବଶ୍ୟ ମସ୍କ ଆଉ କମ୍ପାନୀର ବୋର୍ଡରେ ନାହାନ୍ତି ।

The post ଚାଟଜିପିଟି କମ୍ପାନୀର ମାଲିକ ସାମ ଅଲ୍ଟମ୍ୟାନଙ୍କୁ ବହିଷ୍କାର କଲା କମ୍ପାନୀ ବୋର୍ଡ ।  ଭାରତୀୟ ବଂଶୋଦ୍ଭବ ଏହି ମହିଳାଙ୍କୁ ମିଳିଲା ଦାୟିତ୍ୱ first appeared on Kanak News.

from Kanak News
via <a href="https://ifttt.com/?

କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ । ଭାରତ –କାତାର ମଧ୍ୟରେ ହେବ ମୁକାବିଲା ।

କନକ ବ୍ୟୁରୋ: ମଙ୍ଗଳବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଫିଫା ବିଶ୍ୱକପ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ରହିଛି । ଭାରତ ଓ କାତାର ମଧ୍ୟରେ ହେବେ ମୁକାବିଲା । ତେଣୁ ଟିକେଟ୍ ପାଇଁ ଲମ୍ବା ଲାଇନ୍ ଲାଗିଛି । ଯେଉଁମାନେ ଟିକେଟ୍ କିଣିବେ ସେମାନେ ଆସି କଳିଙ୍ଗ ଷ୍ଟାଡିୟମକୁ ଆସି ଟିକେଟ୍ କିଣିପାରିବେ ।

The post କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ । ଭାରତ –କାତାର ମଧ୍ୟରେ ହେବ ମୁକାବିଲା । first appeared on Kanak News.

from Kanak News
via <a href="https://ifttt.com/?

ଉତ୍କେଲା କଲେଜ ଛାତ୍ରଙ୍କୁ ଅଣ ଛାତ୍ରଙ୍କ ମାଡ଼ ଓ ନିର୍ଯାତନା ଘଟଣା । ଭିଡ଼ିଓ ଭାଇରାଲ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଜଣେ ଅଟକ, ଅନ୍ୟ ଜଣଙ୍କୁ ଖୋଜୁଛି ପୁଲିସ ।

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଜାତୀୟ ରାଜପଥ ୨୬ ଉପରେ ଥିବା ଉତ୍କେଲା ଗ୍ରାମର ଯୁକ୍ତ ୨ ମହାବିଦ୍ୟାଳୟ ଠାରେ ପଢୁଥିବା ପାଞ୍ଚ ଜଣ ଛାତ୍ର ଙ୍କୁ ଫିଲ୍ମ ଷ୍ଟାଇଲରେ ଭିଡିଓ ବନାଇ ମାଡ଼ ମାରିବା ଭିଡିଓ ଭାଇରାଲ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରେ ଉତ୍କେଲା ପୋଲିସ ଭିଡିଓ କରିଥିବା କୋକୋଡମାଳର ଜଣେ ଅଣଛାତ୍ର ଯୁବକଙ୍କୁ ଅଟକ ରଖିଥିବା ବେଳେ ମାଡ଼ ମାରିଥିବା ଆଉ ଏକ ଅଣଛାତ୍ର ଯୁବକ କୋକୋମୁଣ୍ଡା ଗ୍ରାମର ମିନିକେତନ ମାଝୀ ଫେରାର ମାରିଛନ୍ତି ।

କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅନ୍ତର୍ଗତ ଉତ୍କେଲା ଗ୍ରାମର ଯୁକ୍ତ ୨ ମହାବିଦ୍ୟାଳୟ ରେ ଶିକ୍ଷାଦାନ କରୁଥିବା ୫ ଜଣ ଛାତ୍ର ଙ୍କୁ ଉତ୍କେଲା ମହାବିଦ୍ୟାଳୟ ସାମ୍ନାରେ ଥିବା ଇଣ୍ଡିଆନ ଓଏଲ ପେଟ୍ରୋଲ ପମ୍ପ ଭିତରେ ସିଗାରେଟ ଜଳାଇ ଫିଲିମ ଷ୍ଟାଇଲରେ ମାଡ଼ ମାରୁଥିବା ଭିଡିଓ ବନାଇ କୋକୋମୁଣ୍ଡା ଗ୍ରାମର ମିନିକେତନ ମାଝୀ ପାଞ୍ଚ ଜଣ ଛାତ୍ର ଙ୍କୁ ମାଡ଼ ମାରିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ପାଞ୍ଚ ଜଣ ଛାତ୍ର ଙ୍କୁ ରାସ୍ତା ଉପରେ ଭିଡିଓ ବନାଇ ମାଡ଼ ମାରିଥିବା ଘଟଣାରେ ଉତ୍କେଲା ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀ ଅସୁରକ୍ଷିତ ଥିବା ଜଣାପଡିଛି । ଅନ୍ୟ ପକ୍ଷରେ ଉତ୍କେଲା ମହାବିଦ୍ୟାଳୟର ଶିକ୍ଷକ ମାନେ କିପରି ଜାଣି ପାରିଲେ ନାହିଁ କି ବୋଲି ଅଞ୍ଚଳବାସୀ ଦୃଢ ନିନ୍ଦା କରିଛନ୍ତି ।ଅଭିଯୁକ୍ତ ମାନଙ୍କ ଉପରେ ଦୃଡ଼ କାର୍ୟାନୁଷ୍ଠାନ କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି । ଏହି ବିଷୟରେ ଉତ୍କେଲା ଯୁକ୍ତ ଦୁଈ ମହାବିଦ୍ୟାଳୟ ର ପ୍ରିନସିପାଲ ଯୁଧିଷ୍ଠିର ବୁଦ୍ଧିଆ କୁ ପଚାରିବାରୁ ଏହି ବିଷୟରେ ମୂଁ ଉତ୍କେଲା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରୁଛି ବୋଲି ପ୍ରକାଶ କରିଛନ୍ତି.।

The post ଉତ୍କେଲା କଲେଜ ଛାତ୍ରଙ୍କୁ ଅଣ ଛାତ୍ରଙ୍କ ମାଡ଼ ଓ ନିର୍ଯାତନା ଘଟଣା । ଭିଡ଼ିଓ ଭାଇରାଲ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଜଣେ ଅଟକ, ଅନ୍ୟ ଜଣଙ୍କୁ ଖୋଜୁଛି ପୁଲିସ । first appeared on Kanak News.

from Kanak News
via <a href="https://ifttt.com/?

ଏମକେସିଜିରେ କ୍ରିକେଟ ମ୍ୟାଚ ଯୋଗୁଁ ଚିକିତ୍ସା ଅବହେଳା ପ୍ରସଙ୍ଗ । କମିଟି ଗଠନ କଲେ ମେଡିକାଲ କର୍ତ୍ତୃପକ୍ଷ । ପ୍ରଶ୍ନ : କ୍ରିକେଟ ବେଳେ ଜରୁରୀକାଳୀନ ଚିକିତ୍ସା ମନା କି? ।

କନକ ବ୍ୟୁରୋ: ରୋଗୀଙ୍କୁ ଉଚିତ ଚିକିତ୍ସା କ୍ରିକେଟ ଦେଖିବାରେ ବ୍ୟସ୍ତ ରହିଥିଲେ ଏମକେସିଜିର ଡାକ୍ତର । ତେଣୁ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହି ଅଭିଯୋଗର ତଦନ୍ତ ପାଇଁ ଗଠନ ହୋଇଛି କମିଟି । ଯେଉଁ ଅଭିଯୋଗ ଆସିଛି, ସେଥିର ସତ୍ୟତା କେତେ ରହିଛି ତାର ତଦନ୍ତ କରିବ ଏହି ଟିମ୍ । ଏମକେସିଜି ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ଏହି ଟିମ୍ ଗଠନ ହୋଇଛି । ତେବେ ଯେଉଁ ଅଭିଯୋଗ ଆସିଛି ଏହାକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଅଭିଯୋଗର ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମେଡିକାଲ ସୁପରିଟେଣ୍ଡେଂଟ କହିଛନ୍ତି ।

ଅଭିଯୋଗ ଅନୁସାରେ ଦିଗପହଣ୍ଡି ବ୍ଲକ କରାଡପଡାର ହିମାଂଶୁ ଶେଖର ପ୍ରଧାନଙ୍କ ୨ ମାସ ତଳେ ଗୋଡରେ ମାଡ ବାଜି ଆଘାତ ହୋଇଥିଲା । ସେହି ଆଘାତରେ ଏକ କଣ୍ଟା ବାଜି କ୍ଷତାକ୍ତ ହେବାରୁ ଗତ ବୁଧବାର ଏମକେସିଜିରେ ଭର୍ତ୍ତି କରିଥିଲେ ପରିବାର ଲୋକ । କିନ୍ତୁ କାର୍ଯ୍ୟରତ ଡାକ୍ତର ସେହି ସମୟରେ ରୋଗୀଙ୍କୁ ଚିକିତ୍ସା କରିବା ବଦଳରେ ମୋବାଇଲରେ କ୍ରିକେଟ ମ୍ୟାଚ୍ ଦେଖିବାରେ ବ୍ୟସ୍ତ ଥିଲେ । ହିଂମାଶୁଙ୍କ କଥା ଠିକରେ ନଶୁଣି, ଠିକରେ ରୋଗୀଙ୍କୁ ନଦେଖି ୨ ମାସର ଔଷଧ ଖାଇଦିଅ ଏବଂ ନିୟମିତ ଡ୍ରେସିଂ କଲେ ଭଲ ହୋଇଯିବ ବୋଲି ଡାକ୍ତର କହିଥିଲେ । ଏହାପରେ ୨ ମାସର ଔଷଧ କିଣି ହିମାଂଶୁଙ୍କୁ ସାଙ୍ଗରେ ଧରି ପରିବାର ଲୋକେ ଘରକୁ ଫେରି ଆସିଥିଲେ । କିନ୍ତୁ ଗୁରୁବାର ସକାଳୁ ପୁଣି ହିମାଂଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା । ତୁରନ୍ତ ତାଙ୍କୁ ପ୍ରଥମେ ବମକେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ହିମାଂଶୁ ପ୍ରଧାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହାପରେ ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣିଥିଲେ ପରିବାର ଲୋକେ ।

The post ଏମକେସିଜିରେ କ୍ରିକେଟ ମ୍ୟାଚ ଯୋଗୁଁ ଚିକିତ୍ସା ଅବହେଳା ପ୍ରସଙ୍ଗ । କମିଟି ଗଠନ କଲେ ମେଡିକାଲ କର୍ତ୍ତୃପକ୍ଷ । ପ୍ରଶ୍ନ : କ୍ରିକେଟ ବେଳେ ଜରୁରୀକାଳୀନ ଚିକିତ୍ସା ମନା କି? । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started