ଟନେଲ ଭିତରୁ କେବେ ବାହାରିବେ ଶ୍ରମିକ? ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ୍ ଜିନ୍ଦଗୀ ‘ପ୍ଲାନ୍ ବି’ ।

କନକ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଫଶିରହଥିବା ଶ୍ରମିକଙ୍କୁ କିପରି କରାଯିବ ଉଦ୍ଧାର । ସପ୍ତାହେ ହେବ ଫଶିରହିଥିବା ଉଦ୍ଧାର କରିବାକୁ ଆରମ୍ଭ ହୋଇଛି ଅପରେସନ୍ ଜିନ୍ଦଗୀ ‘ପ୍ଲାନ୍ ବି’ ।

ଆମେରିକାରୁ ଆସିଥିବା ଅଗର ମେସିନରେ ଡ୍ରିଲିଙ୍ଗ କରି ଉଦ୍ଧାର କରାଯାଉଥିଲେ ବି ଏହା ଖରାପ ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି । ଉଦ୍ଧାର କାର୍ଯ୍ୟ ବନ୍ଦ ଥିବାରୁ ପ୍ଲାନ୍ ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ଏକ ଜରୁରୀ ବୈଠକ ମଧ୍ୟ ହୋଇଛି । ଟନେଲକୁ କଟାଯାଇ ଫଶିରହିଥିବା ଶ୍ରମିକଙ୍କୁ ଏୟାରଲିଫ୍ଟ କରାଯିବ ବୋଲି ଯୋଜନା ହୋଇଛି । ଏଥିପାଇଁ ଏକ୍ସପର୍ଟ ମାନେ ଟନେଲ ଉପରକୁ ଯାଇ ସ୍ଥିତି ପରଖିଥିବା ଜଣାପଡିଛି ।

The post ଟନେଲ ଭିତରୁ କେବେ ବାହାରିବେ ଶ୍ରମିକ? ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ୍ ଜିନ୍ଦଗୀ ‘ପ୍ଲାନ୍ ବି’ । first appeared on Kanak News.

from Kanak News
via <a href="https://ifttt.com/?

ବାହାଘର ଭୋଜି ଖାଇ ଫେରିବା ବେଳେ ଗଛରେ ଧକ୍କା ଖାଇଲା କାର୍‌: ୫ ମୃତ, ୫ ଆହତ ।

କନକ ବ୍ୟୁରୋ: ଝାଡ଼ଖଣ୍ଡର ଗିରିଡ଼ିହ ଜିଲ୍ଲାରେ ଏକ ବାହାଘର ଉତ୍ସବରୁ ଫେରୁଥିବା ବେକଳେ ଶୁକ୍ରବାର ରାତିରେ ଗୋଟାଏ କାର୍‌ ରାସ୍ତାପାର୍ଶ୍ବରେ ଥିବା ଗଛରେ ଧକ୍କା ଖାଇବାରୁ ୫ଜଣଙ୍କର ମୃତ୍ୟୁ ଘଟିଛି ଓ ୨ଜଣ ପିଲାଙ୍କ ସମେତ ଆଉ ୫ଜଣ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।

ଗିରିଡିହିର ତିକୋଡ଼ିହ ଅଞ୍ଚଳରୁ ବାହାଘର ଭୋଜି ଖାଇ ଉପରୋକ୍ତ ଅତିଥିମାନେ ଗୋଟାଏ ସ୍କର୍ପିଓ କାର୍‌ରେ ଫେରୁଥିଲେ। ରାତି ପ୍ରାୟ ୩ଟା ବେଳେ ବାଘମରା ଗାଁ ନିକଟରେ ସେମାନଙ୍କ ଗାଡ଼ି ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେଲା। ଧକ୍କାର ଏତେ ଭୟଙ୍କର ଥିଲା ଯେ, କାର୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

The post ବାହାଘର ଭୋଜି ଖାଇ ଫେରିବା ବେଳେ ଗଛରେ ଧକ୍କା ଖାଇଲା କାର୍‌: ୫ ମୃତ, ୫ ଆହତ । first appeared on Kanak News.

from Kanak News
via <a href="https://ifttt.com/?

ଟିମ୍ ଇଣ୍ଡିଆର ପ୍ରାକ୍ଟିସ୍ ଜର୍ସି ରଙ୍ଗକୁ ନେଇ ରାଗିଗଲେ ମମତା ଦିଦି । କହିଲେ ସବୁ ଗେରୁଆ ରଙ୍ଗ କାହିଁକି କରୁଛନ୍ତି ସରକାର?

କନକ ବ୍ୟୁରୋ: ‘ବିଜେପି’ ସବୁ କିଛି ଗୈରିକ ରଙ୍ଗ କରି ପକାଉଛି ବୋଲି ଶୁକ୍ରବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାରତୀୟ କ୍ରିକେଟ୍‌ ଟିମ୍‌ର ‘ପ୍ରାକ୍ଟିସ୍‌’ ଜର୍ସି ପ୍ରସଙ୍ଗ ଉଠାଇ କହିଛନ୍ତି। କେନ୍ଦ୍ରୀୟ କୋଲ୍‌କାତା ଅଞ୍ଚଳ ଅନ୍ତର୍ଗତ ପୋସ୍ତା ବଜାରରେ ଜଗଧାତ୍ରୀ ପୂଜା କାର୍ୟ୍ୟକ୍ରମ ଉଦ୍‌ଘାଟନ କରି ‘ତୃଣମୂଳ କଂଗ୍ରେସ’ର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଲେ, ଏବେ ସବୁ କିଛି ଗୈରିକ ବର୍ଣ୍ଣ ଧାରଣ କରୁଛି। ସେମାନେ ସମଗ୍ର ଦେଶକୁ ଗୈରିକ ବର୍ଣ୍ଣ କରି ପକାଇବାକୁ ପ୍ରୟାସ କରୁଛନ୍ତି। ଆମେ ଆମ ଭାରତୀୟ ଖେଳାଳିଙ୍କୁ ନେଇ ଗୌରବାନ୍ବିତ ଓ ମୋର ବିଶ୍ବାସ ସେମାନେ ବିଶ୍ବ ଚାମ୍ପିୟନ୍‌ ହେବେ।

ସେମାନଙ୍କୁ ବି ଗୈରିକ ବସ୍ତ୍ର ପିନ୍ଧାଇ ଦିଆଯାଇଛି। ଏବେ ସେମାନେ ଗୈରିକ ରଙ୍ଗର ଜର୍ସି ପିନ୍ଧି ଅଭ୍ୟାସ ମ୍ୟାଚ୍‌ ଖେଳୁଛନ୍ତି। ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ ହେଉ କି, ପ୍ରକୃତ ମ୍ୟାଚ୍‌ ହେଉ ସବୁବେଳେ ସେମାନେ ନୀଳ ରଙ୍ଗର ପୋଷାକ ପିନ୍ଧୁଥିଲେ। ମେଟ୍ରୋ ଷ୍ଟେସନଗୁଡ଼ିକରେ ବି ଗୈରିକ ବର୍ଣ୍ଣ ଦିଆଯାଉଛି। ଏହା ଅସହ୍ୟ ବୋଲି ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି। ‘ବିଜେପି’କୁ କଟାକ୍ଷ କରିଛନ୍ତି ମମତା ବାନାର୍ଜୀ ।

The post ଟିମ୍ ଇଣ୍ଡିଆର ପ୍ରାକ୍ଟିସ୍ ଜର୍ସି ରଙ୍ଗକୁ ନେଇ ରାଗିଗଲେ ମମତା ଦିଦି । କହିଲେ ସବୁ ଗେରୁଆ ରଙ୍ଗ କାହିଁକି କରୁଛନ୍ତି ସରକାର? first appeared on Kanak News.

from Kanak News
via <a href="https://ifttt.com/?

ଦୁର୍ଗମ ଅଞ୍ଚଳରେ ଡ୍ରୋନରେ ଗଲା ଔଷଧ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଉପଲବ୍ଧି ହାସଲ କଲା ରାୟଗଡା ଜିଲ୍ଲା ।

କନକ ବ୍ୟୁରୋ: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଉପଲବ୍ଧି ହାସଲ କରିବାକୁ ଯାଉଛି ରାୟଗଡା ଜିଲ୍ଲା । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଡ୍ରୋନରେ ପରିବହନ ହେବ ଜୀବନ ରକ୍ଷାକାରୀ ଔଷଧ । ଯାହାକୁ ପରିକ୍ଷାମୂଳକ ଭାବେ ରାୟଗଡାରୁ ଗୁଡାରୀ ଡାକ୍ତରଖାନାକୁ ଔଷଧ ପଠାଯାଇଛି । ଏହାଦ୍ୱାରା ସମୟ ଅପଚୟ ସହ ରୋଗୀଙ୍କୁ ଖର୍ଚ୍ଚାନ୍ତରୁ ରକ୍ଷା କରିବା ଏହାର ମୂଳ ଲକ୍ଷ୍ୟ ।

ବାରିଝୋଲା ସ୍ଥିତ ମୂଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରେଡୱିଙ୍ଗ ଭଳି ଅଗ୍ରଣି ଷ୍ଟାର୍ଟଅପ୍ ଅନୁଷ୍ଠାନ ସହଯୋଗରେ ସ୍ୱାସ୍ଥ୍ୟସେବା ଡ୍ରୋନ ବିତରଣ ନେଟୱାର୍କର ଶୂଭାରମ୍ଭ କରାଯାଇଛି । ଏହାକୁ ଅନୁସୂଚିତ ଜାତି ଓ ଜନଯାତି ଉନ୍ନୟନ ଓ ସଂଖ୍ୟାଲଘୁ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିଲେ । ଏହି ଡ୍ରୋନ୍ ୧ କେଜି ୫୦୦ ଗ୍ରାମ ଓଜନର ଔଷଧ ବୋହିନେଇପାରିବାର କ୍ଷମତା ରଖିଛି । ଆଜି ଦୀର୍ଘ ୪୫ କିମି ଗୁଡାରୀ ଡାକ୍ତରଖାନାକୁ ମାତ୍ର ୩୫ ମିନିଟରେ ଔଷଧ ପହଞ୍ଚଇପାରିଛି ଏହି ଡ୍ରୋନ । ଏହାଦ୍ୱାରା ରୋଗୀ ଓ ରୋଗୀଙ୍କ ସଂପର୍କୀୟ ଅଧିକ ଖର୍ଚ୍ଚାନ୍ତରୁ ଏବଂ ସମୟ ଅପଚୟରୁ ରକ୍ଷାପାଇପାରିବେ ବୋଲି କୁହାଯାଉଛି ।

The post ଦୁର୍ଗମ ଅଞ୍ଚଳରେ ଡ୍ରୋନରେ ଗଲା ଔଷଧ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଉପଲବ୍ଧି ହାସଲ କଲା ରାୟଗଡା ଜିଲ୍ଲା । first appeared on Kanak News.

from Kanak News
via <a href="https://ifttt.com/?

ଟନେଲ ଭିତରୁ ଫସିରହିଥିବା ଶ୍ରମିକଙ୍କ ଅନୁରୋଧ । ଘଟଣା ବାବଦରେ ମା’ଙ୍କୁ ନକହିବା ପାଇଁ ସଂପର୍କୀୟଙ୍କୁ କହିଲେ ।

କନକ ବ୍ୟୁରୋ: ସପ୍ତାହେ ହେବ ଟନେଲ ଭିତରେ ଫସିଛନ୍ତି ୪୦ ଜଣ ଶ୍ରମିକ । ଆଉ ଟନେଲ ବାହାରେ ଅପେକ୍ଷା କରିଛନ୍ତି ସେମାନଙ୍କ ସଂପର୍କୀୟ । ପାଇପ୍ ସାହାଯ୍ୟରେ ଫସି ରହିଥିବା ନିଜ ପରିବାର ଲୋକଙ୍କ ସହ କଥା ହେଉଛନ୍ତି । ଟନେଲ ଭିତରେ କିପରି ଅଛନ୍ତି, ନିଶ୍ୱାସ ପ୍ରଶ୍ୱାସ ନେଇ ପାରୁଛନ୍ତି କି ନାହିଁ । ଏସବୁ ସଂପର୍କରେ ପଚାରି ବୁଝୁଛନ୍ତି । ସାହସର ସହିତ ରହିବା ପାଇଁ ଆଶ୍ୱାସନ ଦେବା ସହ ବ୍ୟସ୍ତ ନହେବା ପାଇଁ କହୁଛନ୍ତି । ଆଉ ଏପଟେ ଆଶା ଆଶଙ୍କାରେ ରହିଛନ୍ତି ଶ୍ରମିକଙ୍କ ପରିବାର ଲୋକ । ନିଜ ସଂପର୍କୀୟଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି । ଏହାରି ଭିତରେ ଟନେଲ ଭିତରୁ ଜଣେ ଶ୍ରମିକଙ୍କ ଭାବବିହ୍ୱଳ କଥା ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ସୃଷ୍ଟି କରିଛି । ସୁଡ଼ଙ୍ଗ ଭିତରୁ ଭାଇ ବିକ୍ରମ ସହିତ କଥା ହୋଇଛନ୍ତି ପୁଷ୍କର ନାମକ ଜଣେ ଶ୍ରମିକ । କଥା ହେବା ବେଳେ ସେ କହିଛନ୍ତି, ଭାଇ, ମୁଁ ସୁଡଙ୍ଗରେ ଫସି ରହିଥିବା କଥା ମାଆକୁ କହିବ ନାହିଁ । ସତ କଥା କହିଲେ ମାଆ ବ୍ୟସ୍ତ ହୋଇପଡ଼ିବ । ମୁଁ ଏଠାରେ ଭଲରେ ରହିଛି । ଅନ୍ୟ ଶ୍ରମିକମାନେ ମଧ୍ୟ ଭଲରେ ରହିଛନ୍ତି । ଭାଇ ବିକ୍ରମ, ପୁଷ୍କରଙ୍କ ସହ କଥା ହୋଇ ତାଙ୍କ ଭଲ ମନ୍ଦ ବୁଝିଛନ୍ତି । ଏହା ସହ ବାହାରେ ଚାଲିଥିବା ରେସ୍କ୍ୟୁ ଅପରେସନ୍ ସଂପର୍କରେ ଜଣାଇଛନ୍ତି ।

ସପ୍ତାହେ ହେଲା ସୁଡଙ୍ଗରେ ଫସି ରହିଛନ୍ତି ୪୦ ଶ୍ରମିକ । ଉତରାଖଣ୍ଡର ଉତରକାଶୀରେ ଥିବା ଏହି ସୁଡଙ୍ଗ ଭିତରୁ ଶ୍ରମିକମାନେ କେବେ ଉଦ୍ଧାର ହେବେ ସେ ନେଇ ପ୍ରଶ୍ନ ଉଠିଛି । ଆମେରିକାର ଅଗର ମେସିନ ସାହାଯ୍ୟରେ ଡ୍ରିଲିଂ କରାଯାଇ ଶ୍ରମିକଙ୍କ ପାଖରେ ପହଂଚିବାକୁ ପ୍ରୟାସ ହୋଇଥିଲା ତାହା ଏବେ ଖରାପ ହୋଇଯାଇଛି । ପଥର ଚଟାଣ ଏତେ ଟାଣ ରହିଛି ଯେ ୨୪ ମିଟର ଖୋଳିବା ପରେ ତାର ବିୟରିଂ ନଷ୍ଟ ହୋଇଯାଉଛି । ପାଖାପାଖି ୬୦ ମିଟର ଖୋଳିବାକୁ ଉଦ୍ଦେଶ୍ୟ ରହିଛି । ଏବେ ମଧ୍ୟପ୍ରଦେଶ ଇନ୍ଦୋରରୁ ଆଉ ଦୁଇଟି ନୂଆ ଡ୍ରିଲିଂ ମେସିନ୍ ଅଣାଯାଉଛି । ସେପଟେ ଗ୍ୟାସ କଟର ସାହାଯ୍ୟରେ ଖୋଳିବାକୁ ପ୍ରୟାସ ହୋଇଛି । ଅନ୍ୟପଟେ ଯଦି ଉଦ୍ଧାରକାର୍ଯ୍ୟ ବିଳମ୍ବ ହୁଏ ତେବେ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ସହ ମାନସିକ ଅସ୍ଥିରତା ଦେଖାଦେଇପାରେ । ଟନେଲରୁ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ଭାରତ ସମେତ ବିଦେଶର ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି । ପିଏମଓ, ଗୃହ ମନ୍ତ୍ରାଳୟ ସମେତ ଉତରାଖଣ୍ଡ ସିଏମଓ ଘଟଣା ଉପରେ ନଜର ରଖିଛନ୍ତି ।

The post ଟନେଲ ଭିତରୁ ଫସିରହିଥିବା ଶ୍ରମିକଙ୍କ ଅନୁରୋଧ । ଘଟଣା ବାବଦରେ ମା’ଙ୍କୁ ନକହିବା ପାଇଁ ସଂପର୍କୀୟଙ୍କୁ କହିଲେ । first appeared on Kanak News.

from Kanak News
via <a href="https://ifttt.com/?

କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ: ଗାଡି ଚଳାଚଳ, ଦୋକାନ ବଜାର ରହିଛି ବନ୍ଦ

କନକ ବ୍ୟୁରୋ: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡିଶା ବନ୍ଦ ପାଳନ କରାଯାଉଛି । କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ ହେଉଛି । ବନ୍ଦର ପ୍ରଭାବ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ବଲାଙ୍ଗୀର, କଂଟାବାଞ୍ଜି, କଳାହାଣ୍ଡି, ବରଗଡ଼, ପଦ୍ମପୁର ଆଦି ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କୋଶଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । ବନ୍ଦ ଯୋଗୁ ଗାଡି ଚଳାଚଳ ବନ୍ଦ ରହିଛି । ଦୋକାନ ମଧ୍ୟ ଖୋଲିନାହିଁ । କୋଶଳ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ରାସ୍ତାରେ ପିକେଟିଂ କରୁଛନ୍ତି । ପଶ୍ଚିମ ଓଡ଼ିଶାକୁ ଅବହେଳା, ବୈମାତୃକ ମନୋଭାବ, ଭାଷାକୁ ବିରୋଧ ଅଭିଯୋଗ ଆଣି ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି କରାଯାଉଛି । ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଏବଂ କୋଶଳାଂଚଳର ଭାବାବେଗ ପ୍ରସଙ୍ଗକୁ ନେଇ ଏହି ମହାବନ୍ଦ ଡାକରା ଦିଆଯାଇଥିବା କମିଟି ପକ୍ଷରୁ କୁହାଯାଇଛି । ବନ୍ଦ ଡାକରାରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ଓ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନକୁ ବନ୍ଦ ଡାକରାରେ ସାମିଲ ପାଇଁ ଆହ୍ୱାନ ଦିଆଯାଇଛି । ଓଲିଉଡ ବିବାଦ ପରେ ଅଧିକ ସକ୍ରିୟ ହୋଇଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ପଶ୍ଚିମ ଓଡିଶା ବନ୍ଦ ପାଳନ କରୁଛି ।

ପଶ୍ଚିମ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କିନ୍ତୁ ସମ୍ବଲପୁରରେ ଦେଖିବାକୁ ମିଳିନାହିଁ । କାରଣ କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟିକୁ ବିରୋଧ କରିଛି ହୀରାଖଣ୍ଡ ସାମ୍ମୁଖ୍ୟ । ସାମୁଖ୍ୟ ପକ୍ଷରୁ ସମ୍ବଲପୁରରେ ଶୋଭାଯାତ୍ରା କରିବା ସହ ହୀରାଖଣ୍ଡ ନାଁରେ ସ୍ପତନ୍ତ୍ର ରାଜ୍ୟ ଦାବି କରାଯାଇଛି । ଏହାସହ ସମ୍ବଲପୁରୀ ଭାଷାକୁ ମାନ୍ୟତା ଦେବା ଦାବିରେ ଆରଡିସିଙ୍କୁ ଦାବିପତ୍ର ଦିଆଯାଇଛି । କେବଳ ଏତିକି ନୁହେଁ ଆଜି ସମସ୍ତ ଦୋକାନ ବଜାର ଖୋଲା ରଖିବାକୁ ମଧ୍ୟ ଅପିଲ କରିଛି ହୀରାଖଣ୍ଡ ସାମୁଖ୍ୟ । ସ୍ୱତନ୍ତ୍ର ରାଜ୍ୟ ଦାବିରେ କୋଶଳ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାରେ କେଁ ପୂରାଇ ଦେଇଛି ହୀରାଖଣ୍ଡ ସାମ୍ମୁଖ୍ୟ ।

The post କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ: ଗାଡି ଚଳାଚଳ, ଦୋକାନ ବଜାର ରହିଛି ବନ୍ଦ first appeared on Kanak News.

from Kanak News
via <a href="https://ifttt.com/?

କୋଶଳ ରାଜ୍ୟ ଗଠନ ଦାବିରେ ବଲାଙ୍ଗୀରରେ ବନ୍ଦ ପାଳନ: ସମ୍ବଲପୁରରେ ପ୍ରଭାବ ଶୂନ୍ୟ

କନକ ବ୍ୟୁରୋ: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡିଶା ବନ୍ଦ ପାଳନା । କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ ହେଉଛି । ପଶ୍ଚିମ ଓଡିଶାକୁ ଅବହେଳା, ବୈମାତୃକ ମନୋଭାବ, ଭାଷାକୁ ବିରୋଧ ଅଭିଯୋଗ ଆଣି ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି କରାଯାଉଛି । ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଏବଂ କୋଶଳାଂଚଳର ଭାବାବେଗ ପ୍ରସଙ୍ଗକୁ ନେଇ ଏହି ମହାବନ୍ଦ ଡାକରା ଦିଆଯାଇଥିବା କମିଟି ପକ୍ଷରୁ କୁହାଯାଇଛି । ବନ୍ଦ ଡାକରାରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ଓ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନକୁ ବନ୍ଦ ଡାକରାରେ ସାମିଲ ପାଇଁ ଆହ୍ୱାନ ଦିଆଯାଇଛି । ଦୋକାନ ବଜାର, ସରକାରୀ, ବେସରକାରୀ ଅଫିସ, ଗାଡି ଚଳାଚଳ ଦୋକାନ ବଜାର ବନ୍ଦ ରହିଛି ବୋଲି ଘୋଷଣା କରାଯାଇଛି । ପଶ୍ଚିମ ଓଡିଶାର ସମସ୍ତ ଅଂଚଳରେ ଦୋକାନ ବଜାର ବନ୍ଦ ରଖିବା ସହ ଗାଡି ଚଳାଚଳ ବନ୍ଦ ରଖି ବନ୍ଦ ପାଳନ ସଫଳ କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ ଦେଇଛି । ଓଲିଉଡ ବିବାଦ ପରେ ଅଧିକ ସକ୍ରିୟ ହୋଇଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ପଶ୍ଚିମ ଓଡିଶା ବନ୍ଦ ପାଳନ ଦେଇଛି ।

କଳାହାଣ୍ଡିରେ ମଧ୍ୟ ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କୋଶଳ ମୁକ୍ତିମୋର୍ଚ୍ଚା ପକ୍ଷରୁ ବନ୍ଦ ପାଳନ କରାଯାଉଛି । ବନ୍ଦ ଯୋଗୁ ରାସ୍ତାର ଉଭୟ ପାଶ୍ୱର୍ରେ ଅନେକ ଗାଡି ଅଟକି ରହିଛି । ଫଳରେ ଯାତ୍ରୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସକାଳୁ କୌଣସି ଦୋକାନ ବି ଖୋଲିନାହିଁ । ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି ।

ପଶ୍ଚିମ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କିନ୍ତୁ ସମ୍ବଲପୁରରେ ଦେଖିବାକୁ ମିଳିନାହିଁ । କାରଣ କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟିକୁ ବିରୋଧ କରିଛି ହୀରାଖଣ୍ଡ ସାମ୍ମୁଖ୍ୟ । ସାମୁଖ୍ୟ ପକ୍ଷରୁ ସମ୍ବଲପୁରରେ ଶୋଭାଯାତ୍ରା କରିବା ସହ ହୀରାଖଣ୍ଡ ନାଁରେ ସ୍ପତନ୍ତ୍ର ରାଜ୍ୟ ଦାବି କରାଯାଇଛି । ଏହାସହ ସମ୍ବଲପୁରୀ ଭାଷାକୁ ମାନ୍ୟତା ଦେବା ଦାବିରେ ଆରଡିସିଙ୍କୁ ଦାବିପତ୍ର ଦିଆଯାଇଛି । କେବଳ ଏତିକି ନୁହେଁ ଆଜି ସମସ୍ତ ଦୋକାନ ବଜାର ଖୋଲା ରଖିବାକୁ ମଧ୍ୟ ଅପିଲ କରିଛି ହୀରାଖଣ୍ଡ ସାମୁଖ୍ୟ । ସ୍ୱତନ୍ତ୍ର ରାଜ୍ୟ ଦାବିରେ କୋଶଳ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାରେ କେଁ ପୂରାଇ ଦେଇଛି ହୀରାଖଣ୍ଡ ସାମ୍ମୁଖ୍ୟ ।

The post କୋଶଳ ରାଜ୍ୟ ଗଠନ ଦାବିରେ ବଲାଙ୍ଗୀରରେ ବନ୍ଦ ପାଳନ: ସମ୍ବଲପୁରରେ ପ୍ରଭାବ ଶୂନ୍ୟ first appeared on Kanak News.

from Kanak News
via <a href="https://ifttt.com/?

ଟନେଲ ଭିତରୁ କେବେ ବାହାରିବେ ଶ୍ରମିକ? ଡ୍ରିଲିଂ ମେସନ୍ ଖରାପ ଯୋଗୁଁ ଗତକାଲି ଅପରାହ୍ଣ ୪ଟାରୁ ବନ୍ଦ ରହିଛି ରେସ୍କ୍ୟୁ ଅପରେସନ୍

କନକ ବ୍ୟୁରୋ: ସପ୍ତାହେ ହେଲା ସୁଡଙ୍ଗରେ ଫସି ରହିଛନ୍ତି ୪୦ ଶ୍ରମିକ । ଉତରାଖଣ୍ଡର ଉତରକାଶୀରେ ଥିବା ଏହି ସୁଡଙ୍ଗ ଭିତରୁ ଶ୍ରମିକମାନେ କେବେ ଉଦ୍ଧାର ହେବେ ସେ ନେଇ ପ୍ରଶ୍ନ ଉଠିଛି । ଆମେରିକାର ଅଗର ମେସିନ ସାହାଯ୍ୟରେ ଡ୍ରିଲିଂ କରାଯାଇ ଶ୍ରମିକଙ୍କ ପାଖରେ ପହଂଚିବାକୁ ପ୍ରୟାସ ହୋଇଥିଲା ତାହା ଏବେ ଖରାପ ହୋଇଯାଇଛି । ପଥର ଚଟାଣ ଏତେ ଟାଣ ରହିଛି ଯେ ୨୪ ମିଟର ଖୋଳିବା ପରେ ତାର ବିୟରିଂ ନଷ୍ଟ ହୋଇଯାଉଛି । ପାଖାପାଖି ୬୦ ମିଟର ଖୋଳିବାକୁ ଉଦ୍ଦେଶ୍ୟ ରହିଛି । ଏବେ ମଧ୍ୟପ୍ରଦେଶ ଇନ୍ଦୋରରୁ ଆଉ ଦୁଇଟି ନୂଆ ଡ୍ରିଲିଂ ମେସିନ୍ ଅଣାଯାଉଛି । ସେପଟେ ଗ୍ୟାସ କଟର ସାହାଯ୍ୟରେ ଖୋଳିବାକୁ ପ୍ରୟାସ ହୋଇଛି । ଅନ୍ୟପଟେ ଯଦି ଉଦ୍ଧାରକାର୍ଯ୍ୟ ବିଳମ୍ବ ହୁଏ ତେବେ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ସହ ମାନସିକ ଅସ୍ଥିରତା ଦେଖାଦେଇପାରେ । ଟନେଲରୁ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ଭାରତ ସମେତ ବିଦେଶର ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି । ପିଏମଓ, ଗୃହ ମନ୍ତ୍ରାଳୟ ସମେତ ଉତରାଖଣ୍ଡ ସିଏମଓ ଘଟଣା ଉପରେ ନଜର ରଖିଛନ୍ତି ।

The post ଟନେଲ ଭିତରୁ କେବେ ବାହାରିବେ ଶ୍ରମିକ? ଡ୍ରିଲିଂ ମେସନ୍ ଖରାପ ଯୋଗୁଁ ଗତକାଲି ଅପରାହ୍ଣ ୪ଟାରୁ ବନ୍ଦ ରହିଛି ରେସ୍କ୍ୟୁ ଅପରେସନ୍ first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ପୁଣି ଦାବି ଦୋହରାଇଲେ କେନ୍ଦ୍ରମନ୍ତ୍ରୀ: ନାଟମଣ୍ଡପ ମରାମତି କାର୍ଯ୍ୟର କଲେ ଅନୁଧ୍ୟାନ

କନକ ବ୍ୟୁରୋ: ଶୀଘ୍ର ଖୋଲାଯାଉ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ପୁଣି ଦାବି ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରତ୍ନଭଣ୍ଡାର ଓଡ଼ିଆ ଲୋକଙ୍କ ଭାବାବେଗ ସହ ଜଡ଼ିତ । ତେଣୁ ଏହାକୁ ତୁରନ୍ତ ଖୋଲାଯାଉ ବୋଲି ଦାବି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପୁରୀ ଗସ୍ତରେ ଥିବା ବେଳେ ଭୋରରୁ ଶ୍ରୀମନ୍ଦିରରେ ପହଂଚିଥିଲେ କେନ୍ଦ୍ରମନ୍ତ୍ରୀ । ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ୍ ଧରି ରହିବା ସହ ମଙ୍ଗଳ ଆଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି । ପବିତ୍ର କାର୍ତିକ ମାସରେ ସେ ମହାପ୍ରଭୁଙ୍କ ଦର୍ଶନ କରି ଧନ୍ୟ ମନେ କରିଥିବା କହିଛନ୍ତି । ଶ୍ରୀମନ୍ଦିର ନିକଟରେ ଥିବା ମା’ ଦକ୍ଷିଣ କାଳୀଙ୍କ ମନ୍ଦିର ଯାଇ ମଧ୍ୟ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ବିଭିନ୍ନ ଐତିହ୍ୟ ଓ ଧର୍ମୀୟ ପୀଠ ଗୁଡ଼ିକର ପୁନରୁଦ୍ଧାର ଓ ମରାମତି ଠିକ୍ ଭାବେ କରାଯିବା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଏ ଦିଗରେ କାମ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏଏସ୍ଆଇର ଶ୍ରୀମନ୍ଦିର ମରାମତି କାମକୁ ସନ୍ତୋଷଜନକ କହିବା ସହ ନାଟମଣ୍ଡପ ମରାମତି କାର୍ଯ୍ୟକୁ ମଧ୍ୟ ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

The post ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ପୁଣି ଦାବି ଦୋହରାଇଲେ କେନ୍ଦ୍ରମନ୍ତ୍ରୀ: ନାଟମଣ୍ଡପ ମରାମତି କାର୍ଯ୍ୟର କଲେ ଅନୁଧ୍ୟାନ first appeared on Kanak News.

from Kanak News
via <a href="https://ifttt.com/?

କାଳୀପୂଜାକୁ ନେଇ ରାୟଗଡା ସହର ଉତ୍ସବମୁଖର: ମଣ୍ଡପରେ ଦଶ ମହାବିଦ୍ୟା ପୂଜା ଦେଖିବାକୁ ଦୂରଦୂରାନ୍ତରୁ ହଜାର ହଜାର ଭକ୍ତଙ୍କ ସମାଗମ

କନକ ବ୍ୟୁରୋ: ରାୟଗଡା ସହରରେ ଧୁମଧାମରେ ଚାଲିଛି ମାଆ ଦକ୍ଷିଣ କାଳୀଙ୍କ ଦଶ ମହାବିଦ୍ୟା ପୂଜା । ଏଥିପାଇଁ ବେଶ ଉତ୍ସବମୁଖର ହୋଇପଡିଛି ରାୟଗଡା ସହର । ରୀତିନୀତି ଅନୁସାରେ ମଣ୍ଡପରେ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି । ପ୍ରସିଦ୍ଧ ଦକ୍ଷିଣ କାଳୀଙ୍କ ଦଶ ମହାବିଦ୍ୟା ପୂଜା ଦେଖିବାକୁ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଅନ୍ୟପଟେ ପୂଜା ମଣ୍ଡପ ନିକଟରେ ମୀନା ବଜାର, ଘରକରଣ ସାମଗ୍ରୀ ଓ ମନୋହର ଦୋକାନ ସହ ଫୁଡ ଷ୍ଟଲ ଲାଗିଛି । ମାଆଙ୍କ ପୂଜାର୍ଚ୍ଚନା, ଦର୍ଶନ କରିବା ପରେ ଶ୍ରଦ୍ଧାଳୁମାନେ ଘର କରଣା ସାମଗ୍ରୀ କିଣିବା ସହ ଚଟାପଟ ଖାଦ୍ୟର ମଜା ନେଉଛନ୍ତି । ଦୀର୍ଘ ୪୧ ବର୍ଷ ହେଲା ଫ୍ରେଣ୍ଡସ ଆସୋସିଏସନ ପକ୍ଷରୁ ଦକ୍ଷିଣ କାଳୀଙ୍କ ଦଶମହାବିଦ୍ୟା ପୂଜା କରାଯାଇ ଆସୁଛି । ଗତ ଅମାବାସ୍ୟରୁ ଆରମ୍ଭ ହୋଇଥିବା ଏହି ପୂଜା ଆସନ୍ତା ୨୩ ତାରିଖ ଦିନ ଶେଷ ହେବ ।

The post କାଳୀପୂଜାକୁ ନେଇ ରାୟଗଡା ସହର ଉତ୍ସବମୁଖର: ମଣ୍ଡପରେ ଦଶ ମହାବିଦ୍ୟା ପୂଜା ଦେଖିବାକୁ ଦୂରଦୂରାନ୍ତରୁ ହଜାର ହଜାର ଭକ୍ତଙ୍କ ସମାଗମ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started