ଜନ୍ମମାଟିକୁ ଆସୁଛନ୍ତି ମହାମହିମ: ସଜେଇ ହେଉଛି ରାସ୍ତାଘାଟ, ରେଲୱେ ଷ୍ଟେସନ ଏବଂ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ଗାଁ

କନକ ବ୍ୟୁରୋ: ୨୦ ତାରିଖରେ ନିଜ ଜିଲ୍ଲାକୁ ଆସୁଛନ୍ତି ମହାମହିମ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ରାସ୍ତାଘାଟ ଓ ରେଲୱେ ଷ୍ଟେସନକୁ ଚକାଚକ କରିବାକୁ ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତି ଚାଲିଛି ଯାହା ଏବେ ଶେଷ ପର୍ଯ୍ୟାୟରେ । ସମୟ ଯେତିକି ପାଖେଇ ଆସୁଛି ସସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢିବାରେ ଲାଗିଛି । ପୂର୍ତ ବିଭାଗ ପକ୍ଷରୁ ଜୋରସରରେ ଚାଲିଛି ହେଲିପ୍ୟାଡ୍ ନିର୍ମାଣର କାର୍ଯ୍ୟ । ମହୁଲଡିହା ଡାକବଙ୍ଗଳାରେ ବିଭିନ୍ନ ବିଶେଷ ଓ ସଂଗଠନ ରାଷ୍ଟ୍ରପତିଙ୍କୁୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିବାରୁ ଡାକବଙ୍ଗଳା ମଧ୍ୟ ଚକାଚକ୍ ହୋଇଛି । ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ପରିବାର ଲୋକଙ୍କ ସହ ରାତ୍ରୀଯାପନ କରିବେ । ସେଥିପାଇଁ ବିଦ୍ୟୁତ୍ ବିଭାଗର ଅଧିକାରୀ ମାନେ ନିଜେ ଉପସ୍ଥିତ ରହି ସମସ୍ତ ବିଦ୍ୟୁତ୍ କାର୍ଯ୍ୟର ତଦାରଖ କରୁଛନ୍ତି । ଶେଷ ଥର ପାଇଁ ରାଷ୍ଟ୍ରପତି ମୟୂରଭଞ ଗସ୍ତରେ ଆସିଥିବା ବେଳେ ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞଦେଓ ବିଶ୍ୱ ବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗ ଦେଇଥିଲେ । ଅଭିଭାଷଣ ରଖିବା ସମୟରେ ବିଦ୍ୟୁତ୍ ବିଭ୍ରାଟ୍ ଦେଖାଇଦେଇଥିଲା । ଏବେ ପୁନଃ ବିଦ୍ୟୁତ୍ ବିଭ୍ରାଟ ଯେପରି ନହେବ ସେଥିପ୍ରତି ବିଦ୍ୟୁତ୍ ବିଭାଗ ସଜାଗ । ପାହାଡପୁରସ୍ଥିତ ଏସଏଲଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟରେ ଥିବା ଦ୍ରୌପଦୀ ମୁର୍ମୁଙ୍କ ସ୍ୱାମୀ ଏବଂ ଦୁଇ ପୁଅ ଲକ୍ଷ୍ମଣ ଓ ସିପୁନଙ୍କ ପ୍ରତିମ୍ୃତି ଗୁଡିକୁ ନୂଆ ରୁପ ଦିଆଯାଇଛି । ଏସଏଲଏସ୍ ସ୍କୁଲକୁ ମଧ୍ୟ ସଜା ଯାଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ଟ୍ରେନର ଶୁଭାରମ୍ଭ କରିବା ସହ ନିଜେ ବାଦାମପାହାଡ ଷ୍ଟେସନରୁ ଟ୍ରେନରେ ବସି ରାଇରଙ୍ଗପୁର ଷ୍ଟେସନରକୁ ଯାତ୍ରା କରିବେ । ସେଥିପାଇଁ ସମସ୍ତଙ୍କ ମନରେ ଉତକଣ୍ଠା ବଢିବାରେ ଲାଗିଛି । ସେପଟରେ ରାଷ୍ଟ୍ରପତିଙ୍କ ଟ୍ରେନ ଯାତ୍ରାରେ କୌଣସି ତ୍ୃଟି ନହେଉ ସେଥିପାଇଁ ରେଳ ଇଞିନିୟରଙ୍କ ସହ ଜିଏମ୍ ଓ ଡିଆରଏମ୍ ମଧ୍ୟ ରେଳ ଲାଇନ୍ ଓ ରେଳ ଷ୍ଟେସନର କାର୍ଯ୍ୟ ତଦାରଖ କରୁଛନ୍ତି ।

The post ଜନ୍ମମାଟିକୁ ଆସୁଛନ୍ତି ମହାମହିମ: ସଜେଇ ହେଉଛି ରାସ୍ତାଘାଟ, ରେଲୱେ ଷ୍ଟେସନ ଏବଂ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ଗାଁ first appeared on Kanak News.

from Kanak News
via <a href="https://ifttt.com/?

ପରଲୋକରେ ହାସ୍ୟ ଅଭିନେତା ରବି ଶତପଥୀ: କୁଜଙ୍ଗ ସ୍ଥିତ ବାସଭବନରେ ଆଖି ବୁଜିଲେ ଭେଟେରାନ ଯାତ୍ରା କଳାକାର

କନକ ବ୍ୟୁରୋ: ପରଲୋକରେ ଯାତ୍ରା କଳାକାର ରବି ଶତପଥୀ । ୬୮ ବର୍ଷ ବୟସରେ ଗତକାଲି ସଂଧ୍ୟାରେ ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଘରେ ଶଯ୍ୟାଶାୟୀ ଥିଲେ । କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଅଗପାଳ ପଂଚାୟତ କଲଦୀପ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଏକଦା ଓଡ଼ିଆ ଯାତ୍ରା ଦୁନିଆରେ ଚହଳ ପକାଇଥିବା ‘ଜନତା ଗଣନାଟ୍ୟ’ର ‘ଶାଗୁଣା ବସିଛି ଡେଲା ମେଲେଇ’ ରେ ସେ ହାସ୍ୟ ଅଭିନେତା ଥିଲେ । ପଦୁ ମହାନ୍ତି ଚରିତ୍ରରେ ଅଭିନୟ କରି ରବି ଶତପଥି ଦର୍ଶକଙ୍କ ମନ ଜିଣିଥିଲେ । ୫୦୦ରୁ ଅଧିକ ଯାତ୍ରା ପେଣ୍ଡାଲରେ ନାଟକ କରି କରି ଅନେକ ପୁରସ୍କାର ପାଇଥିଲେ । ରବି ଶତପଥୀଙ୍କ ପରଲୋକରେ ଯାତ୍ରା ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି ।

The post ପରଲୋକରେ ହାସ୍ୟ ଅଭିନେତା ରବି ଶତପଥୀ: କୁଜଙ୍ଗ ସ୍ଥିତ ବାସଭବନରେ ଆଖି ବୁଜିଲେ ଭେଟେରାନ ଯାତ୍ରା କଳାକାର first appeared on Kanak News.

from Kanak News
via <a href="https://ifttt.com/?

ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ବଡ଼ ଦାୟିତ୍ୱ: ସିଏମଓର ମୁଖ୍ୟ ପରାମର୍ଶଦାତା ଭାବେ ମିଳିଲା ନିଯୁକ୍ତି

କନକ ବ୍ୟୁରୋ: ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ମିଳିଲା ବଡ଼ ଦାୟିତ୍ୱ । ସୁରେଶଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ସିଏମ୍ଓର ମୁଖ୍ୟ ପରାମର୍ଶଦାତା ଭାବେ ମିଳିଛି ନିଯୁକ୍ତି । ନୂଆ ନିଯୁକ୍ତି ପରେ ଓଇଆରସି ଅଧ୍ୟକ୍ଷ ପଦରୁ ତାଙ୍କୁ ଅବ୍ୟାହତି ଦିଆଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ଓଇଆରସି ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ ସୁରେଶ ମହାପାତ୍ର । ତେବେ ଏହି ପଦରୁ ଇସ୍ତଫା ଦେବାର କିଛି ଘଂଟା ଭିତରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଆର୍ ବାଲାକ୍ରିଷ୍ଣନ ପୂର୍ବଭଳି ସୁଖ୍ୟ ସଚିବ ପାହ୍ୟାରେ ସ୍ୱତନ୍ତ୍ର ଇନିସିଏଟିଭ୍ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ପଦରୁ ତାଙ୍କୁ ଅବ୍ୟାହତି ଦିଆଯାଇଛି । ସେହିପରି ଅବସରପ୍ରାପ୍ତ ଆଇଏଏସ୍ ଅସିତ୍ ତ୍ରିପାଠୀଙ୍କୁ ପ୍ରମୁଖ ଉପଦେଷ୍ଟା ଭାବେ ସମସ୍ତ ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । ସେ କେବଳ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ବହନ କରିବେ ।

The post ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ବଡ଼ ଦାୟିତ୍ୱ: ସିଏମଓର ମୁଖ୍ୟ ପରାମର୍ଶଦାତା ଭାବେ ମିଳିଲା ନିଯୁକ୍ତି first appeared on Kanak News.

from Kanak News
via <a href="https://ifttt.com/?

କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡିଶା ବନ୍ଦ ଡାକରା: ଗାଡି ଚଳାଚଳ, ଦୋକାନ ବଜାର ବନ୍ଦ ପାଇଁ ଅପିଲ କରିଛି କୋଶଳ କ୍ରିୟାନୁଷ୍ଠାନ କମିଟି

କନକ ବ୍ୟୁରୋ: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡିଶା ବନ୍ଦ ଡାକରା । କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡିଶାକୁ ଅବହେଳା, ବୈମାତୃକ ମନୋଭାବ, ଭାଷାକୁ ବିରୋଧ ଅଭିଯୋଗ ଆଣି ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି କରାଯାଉଛି । ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଏବଂ କୋଶଳାଂଚଳର ଭାବାବେଗ ପ୍ରସଙ୍ଗକୁ ନେଇ ଏହି ମହାବନ୍ଦ ଡାକରା ଦିଆଯାଇଥିବା କମିଟି ପକ୍ଷରୁ କୁହାଯାଇଛି । ବନ୍ଦ ଡାକରାରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ଓ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନକୁ ବନ୍ଦ ଡାକରାରେ ସାମିଲ ପାଇଁ ଆହ୍ୱାନ ଦିଆଯାଇଛି । ଆଜି ସମସ୍ତ ସରକାରୀ, ବେସରକାରୀ ଅଫିସ, ଗାଡି ଚଳାଚଳ ଦୋକାନ ବଜାର ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ପଶ୍ଚିମ ଓଡିଶାର ସମସ୍ତ ଅଂଚଳରେ ଦୋକାନ ବଜାର ବନ୍ଦ ରଖିବା ସହ ଗାଡିଚଳାଚଳ ବନ୍ଦ ରଖି ବନ୍ଦ ଡାକରାକୁ ସଫଳ କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ ଦେଇଛି । ଓଲିଉଡ ବିବାଦ ପରେ ଅଧିକ ସକ୍ରିୟ ହୋଇଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ପଶ୍ଚିମ ଓଡିଶା ବନ୍ଦ ଡାକରା ଦେଇଛି । ସରକାର ମଧ୍ୟ ପଶ୍ଚିମ ଓଡିଶା ପ୍ରତି ପାତର ଅନ୍ତର କରୁଛନ୍ତି । ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ, ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ, ଏମ୍ସ ହସ୍ପିଟାଲ, କଟନ କରିଡର ପ୍ରତିଷ୍ଠା ଦାବିକୁ ଆଂଚଳିକ ବୈଷମ ଯୋଗୁଁ ଅଣଦେଖା କରାଯାଉଛି । ବୈମାତୃକ ମନୋଭାବ ପୋଷଣ କରି ପଶ୍ଚିମ ଓଡିଶାର ବିକାଶ ରାଜ୍ୟ ସରକାର ଚାହୁଁନଥିବା କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି । ଆଉ ଏହାର ପ୍ରତିବାଦରେ କମିଟି ଆଜି ପଶ୍ଚିମ ଓଡିଶା ବନ୍ଦ ଡାକରା ଦେଇଛି ।

The post କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡିଶା ବନ୍ଦ ଡାକରା: ଗାଡି ଚଳାଚଳ, ଦୋକାନ ବଜାର ବନ୍ଦ ପାଇଁ ଅପିଲ କରିଛି କୋଶଳ କ୍ରିୟାନୁଷ୍ଠାନ କମିଟି first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ୱରରୁ ନିଖୋଜ, ଓଲଟପୁରରୁ ମୃତଦେହ ଠାବ: ଆମ୍ବୁଲାନ୍ସରେ ଡାକ୍ତରଖାନା ଯାଇଥିବା ବେଳେ କିଭଳି ବିଲରୁ ମିଳିଲା ଶବ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ରାଜଧାନୀରେ ଅଂଗ ଚୋରି ଅଭିଯୋଗ । ମର ଶରୀର ଦେହରୁ କିଡନୀ, ଆଖି ଆଦି କାଢି ନିଆଯାଇଥିବା ଅଭିଯୋଗ ରହିଛି । ଯୁବକ ଜଣଙ୍କ ଆମ୍ବୁଲାନ୍ସରେ ଭୁବନେଶ୍ୱରରେ ଡାକ୍ତରଖାନାକୁ ଯିବାପରେ ଉଭାନ ହୋଇଯାଇଥିଲେ । ଆଉ ନିଖୋଜ ହେବାର ୬ଦିନ ପରେ ଯୁବକଙ୍କର ମୃତଦେହ କଟକ ଜିଲ୍ଲା ଓଲଟପୁରର ଏକ ବିଲ ମଝିରୁ ଉଦ୍ଧାର ହୋଇଛି । ତାଙ୍କ ପେଟ ଚିରାହୋଇ ସିଲାଇ କରାଯାଇଥିବାରୁ ସେ ଅଙ୍ଗଚୋରି ରାକେଟ ହାବୁଡ଼ରେ ପଡ଼ିଯାଇଥିଲେ ବୋଲି ସନ୍ଦେହ ହେଉଛି । ମୃତ ଯୁବକ ହେଉଛନ୍ତି ପୁରୁଣା ଭୁବନେଶ୍ୱର ଅଂଚଳର ଧ୍ରୁବଚରଣ ରାଉତରାୟଙ୍କ ପୁଅ କେଳୁଚରଣ ରାଉତରାୟ ।

ଶୁକ୍ରବାର ସକାଳେ ଓଲଟପୁର ଥାନା ଅନ୍ତର୍ଗତ ଫୁଲନଖରା-ନିଆଳି ରାସ୍ତାର ଇଚ୍ଛାପୁର ଗାଁରେ ଏକ ବିଲରୁ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଯୁବକଙ୍କ ମୁହଁରେ ଏସିଡ୍ ପକାଇ ପୋଡ଼ି ଦିଆଯାଇଥିବା ଏବଂ ପେଟ ଚିରି ସିଲେଇ କରାଯାଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଓଲଟପୁର ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ଏଥିସହ ମୃତଦେହ ନିକଟରେ ପଡ଼ିଥିବା ମୋବାଇଲ୍ରୁ ନମ୍ବର ବାହାର କରି ପରିବାର ସହ ଯୋଗାଯୋଗ କରିଥିଲା । ଏହାପରେ ପରିବାରବର୍ଗ ପହଂଚିି ମୃତଦେହ କେଳୁଚରଣ ରାଉତରାୟଙ୍କର ବୋଲି ଚିହ୍ନଟ କରିଥିଲେ । ଗତ ୧୨ ତାରିଖରେ କେଳୁଚରଣ ପୁରୁଣା ଭୁବନେଶ୍ୱରର ଏକ ଛକରେ ବସିଥିଲା ବେଳେ ହଠାତ୍ ବାନ୍ତି କରିବା ସହ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ଆମ୍ବୁଲାନ୍ସରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା । ଏହାପରଠୁ ତାଙ୍କର କୌଣିସ ଖୋଜ ଖବର ମିଳିନଥିଲା । ଡାକ୍ତରଖାନାରୁ ତାଙ୍କର କୌଣସି ଖୋଜ ଖବର ନପାଇବା ପରେ କ୍ୟାପିଟାଲ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ପୋଲିସ ଏହାକୁ ସେଭଳି ଗୁରୁତର ସହ ନେଇନଥିଲା । ଏବେ ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଛି । ଏବେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି, ଆମ୍ବୁଲାନ୍ସକୁ କିଏ ଯୋଗାଯୋଗ କରିଥିଲେ । ସଂପୃକ୍ତ ଆମ୍ବଲାନ୍ସର ଠିକଣା ଏବେ ଅଛି ତ? ହସ୍ପିଟାଲକୁ କାହା ସହିତ ଯାଇଥିଲେ କେଳୁଚରଣ? ଯଦି ଯାଇଥିଲେ, ସେମାନେ କିଏ ଓ ଏବେ କେଉଁଠି?

The post ଭୁବନେଶ୍ୱରରୁ ନିଖୋଜ, ଓଲଟପୁରରୁ ମୃତଦେହ ଠାବ: ଆମ୍ବୁଲାନ୍ସରେ ଡାକ୍ତରଖାନା ଯାଇଥିବା ବେଳେ କିଭଳି ବିଲରୁ ମିଳିଲା ଶବ ଉଠିଲା ପ୍ରଶ୍ନ first appeared on Kanak News.

from Kanak News
via <a href="https://ifttt.com/?

ଦିନକ ପରେ ଦୁଲୁକିବ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ରବିବାର ଭାରତ-ଅଷ୍ଟ୍ରେଲିଆ ବିଗ ଫାଇଟ

କନକ ବ୍ୟୁରୋ : ବିଶ୍ୱକପ୍ ଟ୍ରଫି ପାଇଁ ରବିବାର ହେବ ମହାମୁକାବିଲା । ଭାରତ ସହ ଲଢିବ ୫ ଥରର ବିଶ୍ୱବିଜେତା ଅଷ୍ଟ୍ରେଲିଆ । ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳ । ୨୦୦୩ରେ ହୋଇଥିବା ଟାଇଟଲ୍ ଲଢ଼େଇରେ ପରାସ୍ତ ହୋଇଥିଲା ଭାରତ । ଏଥର ପ୍ରତିଶୋଧ ନେବାର ସୁଯୋଗ ରହିଛି ରୋହିତ ବାହିନୀଙ୍କ ପାଖରେ ।
ରବିବାର ସୁପରଫାଇଟ୍
-୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଫାଇନାଲ ଖେଳିଥିଲା ଭାରତ
-ପ୍ରଥମେ ବ୍ୟାଟିଂ କରି ଭାରତକୁ ୩୬୦ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା କଙ୍ଗାରୁ ଦଳ
-ଜବାବରେ ଭାରତ ୨୩୪ ରନ୍ ହିଁ କରିପାରିଥିଲା
-ବୀରେନ୍ଦ୍ର ସେହୱାଗ ସର୍ବାଧିକ ୮୨ ରନ୍ କରିଥିବା ବେଳେ ଦ୍ରାବିଡ୍ ୪୭, ସଚିନ୍ ୪ ଓ ଗାଙ୍ଗୁଲି ୨୪ ରନ୍ କରିଥିଲେ
– ୧୨୬ ରନରେ ହାରି ଟାଇଟଲରୁ ବଂଚିତ ହୋଇଥିଲା ଭାରତ
ଏଥର ଭାରତୀୟ ଟିମ୍ ଜବରଦସ୍ତ ଫର୍ମରେ ରହିଛି । ଏପର୍ଯ୍ୟନ୍ତ ବିଶ୍ୱକପ୍ରେ ଅପରାଜେୟ ରହିଛି ରୋହିତ ବାହିନୀ । ତେଣୁ ଭାରତ ବିଶ୍ୱକପ୍ ଜିତିଲେ ଦ୍ରାବିଡଙ୍କ ୨୦୦୩ର ଆଶା ପୂରଣ ହୋଇପାରିବ ।

ସେପଟେ ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ବଢିଲା ବିମାନ ଯାତ୍ରାର ଟିକେଟ୍ । ଯେଉଁ ୱାନ ୱେ ଟିକେଟ୍ ୫ ହଜାର ଟଂକା ଥିଲା ତାହା ଏବେ ୩୦ ହଜାର ଟଂକା ହୋଇଛି । ଗୁରୁବାର ସଂଧ୍ୟାରେ ବେଙ୍ଗାଲୁରୁରୁ ଅହମଦାବାଦ ଯିବା ଯେଉଁ ଟିକେଟ୍ର ଦାମ ୫ ହଜାର ୭୦୦ ଟଙ୍କା ଥିଲା, ତାହା ଏବେ ୩୩ ହଜାର ଟଂକା ହୋଇଛି । ସର୍ବାଧିକ ଭଡ଼ା ଇଣ୍ଡିଗୋ ବିମାନର ଥିବା ବେଳେ ନୂଆ କରି ବିମାନ ସେବା ଯୋଗାଉଥିବା ଆକାଶ ଏୟାରଲାଇନ୍ସର ସର୍ବାଧିକ ଭଡା ୨୮ ହଜାର ୭୭୮ ଟଂକା ରହିଛି । ସେପଟେ ଅହମଦାବାଦରେ ହୋଟେଲ ଦର ମଧ୍ୟ ଆକାଶଛୁଆଁ ରହିଛି ।

ମ୍ୟାଚ୍କୁ ଭବ୍ୟ କରିବା ପାଇଁ ବିସିସିଆଇ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ଏହି ପରିପ୍ରେକ୍ଷୀରେ ଫାଇନାଲ୍ ପୂର୍ବରୁ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଟିମ୍ ଏୟରେ ଶୋ’ର ଆୟୋଜନ କରିବ । ଗୁଜରାଟ ସେନାର ଜନସମ୍ପର୍କ ଅଧିକାରୀ ପକ୍ଷରୁ କୁହାଯାଇଛି ଯେ ଫାଇନାଲ୍ ପୂର୍ବରୁ ସୂର୍ଯ୍ୟକିରଣର ଏରୋବେଟିକ୍ ଟିମ୍ ୧୦ ମିନିଟ୍ ପର୍ଯ୍ୟନ୍ତ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କୁ ସେମାନଙ୍କର କୌଶାଳ ଦେଖାଇବେ । ଏୟାରଶୋ’ର ଡ୍ରେସ ରିହଲସାଲ ଶୁକ୍ରବାର ଓ ଶନିବାର ହେବ । ଆଜି ଦ୍ୱିପ୍ରହରରେ ଏହାର ରିହରସାଲ କରାଯାଇଛି । ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଟିମ୍ରେ ୯ଜଣ ଏୟାରକ୍ରାଫ୍ଟ ସାମିଲ ଅଛନ୍ତି । ସେହିପରି ଫାଇନାଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିଜ୍ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବେ

The post ଦିନକ ପରେ ଦୁଲୁକିବ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ରବିବାର ଭାରତ-ଅଷ୍ଟ୍ରେଲିଆ ବିଗ ଫାଇଟ first appeared on Kanak News.

from Kanak News
via <a href="https://ifttt.com/?

ବିଦ୍ୟୁତ ଚୋରି ଅଭିଯୋଗ ପରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ ଗଣିଲେ ୬୮ହଜାର ୫୨୬ ଟଙ୍କା ତଣ୍ଡ

କନକ ବ୍ୟୁରୋ : ଦିପାବଳୀ ପାଇଁ ବିଜୁଳି ଚୋରି କରି ତଣ୍ଡ ଗଣିଲେ ଏଚ.ଡି କୁମାର ସ୍ୱାମୀ । କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବିଜୁଳି ଚୋରୀ ଅଭିଯୋଗ ଆସିଛି । ଏହା ପରେ ତାଙ୍କୁ ଜରିମାନା ଦେବାକୁ ପଡିଛି । ଏହି ଅପରାଧ ପାଇଁ ସେ ୬୮ ହଜାର ୫ଶହ ୨୬ ଟଙ୍କାର ଜରିମାନା ଭରିଛନ୍ତି । ଦୀପାବଳୀରେ ଘର ସାଜ୍ଜସଜ୍ଜା ପାଇଁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାର ସ୍ୱାମୀ ସିଧସଳଖ ଷ୍ଟ୍ରିଟ୍ ଲ୍ୟାମ୍ପ ପୋଷ୍ଟରୁ ବେଆଇନ୍ ଭାବେ ବିଦ୍ୟୁତ୍ ଚୋରି କରିଥିବା ନେଇ ଅଭିଯୋଗ ଆଣିଥିଲା କଂଗ୍ରେସ । ତେବେ କଂଗ୍ରେସର ଅଭିଯୋଗ ପରେ ଏହାକୁ ମିଥ୍ୟା ଓ ରାଜନୈତିକ ଷଡଯନ୍ତ୍ର କହି ପ୍ରତ୍ୟାଖାନ୍ କରିଥିଲେ କୁମାରସ୍ୱାମୀ । ହେଲେ ଜୟନଗର ବେସକ୍ୟାମ ଭିଜିଲାନ୍ସ ସ୍ୱାର୍ଡର ଅଧିକାରୀ କୁମାରସ୍ୱାମୀଙ୍କ ଘରକୁ ଯାଇ ଯାଂଚ କରିବା ପରେ ସତ ସାମ୍ନାକୁ ଆସିଛି । ଏହାପରେ କୁମାର ସ୍ୱାମୀଙ୍କୁ ଜରିମାନା ଦେବାକୁ ପଡିଛି ।

The post ବିଦ୍ୟୁତ ଚୋରି ଅଭିଯୋଗ ପରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ ଗଣିଲେ ୬୮ହଜାର ୫୨୬ ଟଙ୍କା ତଣ୍ଡ first appeared on Kanak News.

from Kanak News
via <a href="https://ifttt.com/?

ଡିପଫେକ୍ ଭିଡିଓକୁ ନେଇ ଗଭୀର ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଟେକ୍ନୋଲୋଜିର ଅପବ୍ୟହାର ଅତ୍ୟନ୍ତ ଚିନ୍ତାଜନକ

କନକ ବ୍ୟୁରୋ : ଡିପଫେକ ଭିଡିଓକୁ ନେଇ ଆଜିକାଲି ବେଶ ଚର୍ଚ୍ଚା ଚାଲିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି, ସେପଟେ ସୁରକ୍ଷାକୁ ନେଇ ଚିନ୍ତା ମଧ୍ୟ ବଢ଼ିଛି । ଏହା ଉପରେ ଏବେ ବାର୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭାରତୀୟ ସମାଜ ପାଇଁ ଡିଫଫେକ ଏକ ବଡ ବିପଦ ଯାହା ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିପାରେ ବୋଲି ମୋଦୀ କହିଛନ୍ତି । ଏଥିସହ ସେ କହିଛନ୍ତି ଆଟିଫିସିଆଲ ଇଂଟେଲିଜେନ୍ସର ଅପବ୍ୟହାରକୁ ନେଇ ଉଭୟ ନାଗରିକ ଓ ସାମାଜିକ ଗଣମାଧ୍ୟମ ଅତ୍ୟନ୍ତ ସଜାଗ ରହିବା ଆବଶ୍ୟକ । । ତେବେ ଇଂଟରନେଟରେ ଏଭଳି ଭିଡିଓ ପ୍ରସାରିତ ହେବାବେଳେ ଚାଟପିଟ ଟିମକୁ ୟୁଜରମାନଙ୍କୁ ଏ ସର୍ମ୍ପକିତ ଦିଗ ଉପରେ ସର୍ତକ କରାଇବା ଜରୁରୀ ବୋଲି କହିଛନ୍ତି ।

The post ଡିପଫେକ୍ ଭିଡିଓକୁ ନେଇ ଗଭୀର ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଟେକ୍ନୋଲୋଜିର ଅପବ୍ୟହାର ଅତ୍ୟନ୍ତ ଚିନ୍ତାଜନକ first appeared on Kanak News.

from Kanak News
via <a href="https://ifttt.com/?

୫ଶହ ଟଙ୍କାରେ ମିଳିବ ସିଲିଣ୍ଡର, ମହିଳା ପାଇବେ ମାଗଣା ବସ ସେବା । ଛାତ୍ରଛାତ୍ରୀଙ୍କୁ ମିଳିବ ଶିକ୍ଷା ରାଶି

କନକ ବ୍ୟୁରୋ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନୀ ଇସ୍ତାହାର ପତ୍ର ଜାରି । ଶାସନକୁ ଆସିଲେ ୫୦୦ଟଙ୍କାରେ ସିଲିଣ୍ଡର ଯୋଗାଇବା ସହ ୨୦୦ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଏବଂ ସ୍କୁଲ କଲେଜ ଛାତ୍ରୀ ମାନଙ୍କୁ ମାଗଣାରେ ସ୍କୁଟି ଦେବାକୁ ଘୋଷଣା କରାଯାଇଛି । ସେହିପରି ମହିଳାଙ୍କୁ ମାଗଣାରେ ବସ ଯାତ୍ରା, ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ ଅଫିସରେ ପ୍ରତ୍ୟେକ ଦିନ ପ୍ରଜା ଦରବାର ଏବଂ ଇନ୍ଦିରାମ୍ମା ଯୋଜନାରେ ଝିଅ ମାନଙ୍କୁ ବିବାହ ସମୟରେ ସହାୟତା ଯୋଗାଇଦେବାକୁ ନିଜ ଇସ୍ତାହାର ପତ୍ରରେ ଘୋଷଣା କରିଛି ଦଳ । ତେଲେଙ୍ଗାନା ଆନ୍ଦୋଳନର ସହିଦଙ୍କ ପରିବାରକୁ ପେନସନ ଦେବା ସହିତ କୃଷକ ମାନଙ୍କୁ ୨୦ଲକ୍ଷ ଯାଏ ବିନା ସୁଧରେ କୃଷିଋଣ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ଇସ୍ତାହାର ପତ୍ର ଜାରି କରିଛି କଂଗ୍ରେସ । ସେପଟେ ଆଜି ତେଲେଙ୍ଗାନରେ ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।

The post ୫ଶହ ଟଙ୍କାରେ ମିଳିବ ସିଲିଣ୍ଡର, ମହିଳା ପାଇବେ ମାଗଣା ବସ ସେବା । ଛାତ୍ରଛାତ୍ରୀଙ୍କୁ ମିଳିବ ଶିକ୍ଷା ରାଶି first appeared on Kanak News.

from Kanak News
via <a href="https://ifttt.com/?

ଇସ୍ରାଏଲ-ହମାସ ଯୁଦ୍ଧ ଯାଉଛି ନିରୀହ ନାଗରିକଙ୍କ ଜୀବନ, ଚିନ୍ତା ପ୍ରକାଶ କଲା ଭାରତ: ପ୍ରଧାନମନ୍ତ୍ରୀ କହିଲେ ନିର୍ଦ୍ଦୋଷ ଲୋକଙ୍କ ପ୍ରାଣହାନି ଦୁଖଦ ଓ ନିନ୍ଦନୀୟ

କନକ ବ୍ୟୁରୋ: ଗାଜାର ସବୁଠୁ ବଡ ହସ୍ପିଟାଲ ଅଲଶିଫାର ବାହାର ଭିତରେ ମାଳ ମାଳ ଇସ୍ରାଏଲ ସେନା । କୋଣଅନୁକୋଣକୁ ଜଗି ରହିଛନ୍ତି ସେନା । ଯେବେଠୁ ହସ୍ପିଟାଲରେ ହମାସ ମୁଖ୍ୟାଳୟ ଥିବା ପ୍ରମାଣ ହାତରେ ଲାଗିଛି ସେବେଠୁ ଅଧିକ ଆକ୍ରାତ୍ମକ ହୋଇପଡିଛି ଆଇଡିଏଫ । ହମାସର ଆଡ୍ଡା ଓ ଏହା ଭିତରୁ ବିପୁଳମାତ୍ରାର ଅସ୍ତ୍ରଶସ୍ତ୍ର ଜବତ କରାଯିବା ପରେ ଏବେ ଇସ୍ରାଏଲ ସେନା ହାତରେ ଲାଗିଛି ଆତଙ୍କୀ ସଂଗଠନର ସୁଡ଼ଙ୍ଗ । ଭିଡିଓ ପ୍ରମାଣ ଜାରି କରାଯାଇଛି ।

ହମାସର ସିକ୍ରେଟ୍ ସୁଡ଼ଙ୍ଗ
-ସୁଡ଼ଙ୍ଗ ଦେଇ ହମାସ ଆତଙ୍କୀ ହସ୍ପିଟାଲ ଭିତରକୁ ଯାଅଆସ କରୁଥିଲେ
-ବୁଲେଟ୍ପ୍ରୁଫ୍ ଓ ବିସ୍ଫୋରକ କବାଟ ଲାଗିଥିଲା
-ସୁଡ଼ଙ୍ଗରେ ପ୍ରବେଶଦ୍ୱାରରେ କ୍ୟାମେରା ଲାଗିଥିଲା
-ସେନା ପଶିବା ମାତ୍ରକେ ସାଇରନ ବାଜୁଥିଲା
-ସହେନ୍ଦ ଘେରକୁ ନଆସିବା ପାଇଁ କେବଳ ୧୮୦ ମିଟର ଲମ୍ବର ସୁଡ଼ଙ୍ଗ ନିର୍ମାଣ କରାଯାଇଥିଲା
-ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରି ଏହି ସୁଡ଼ଙ୍ଗ ଭିତରେ ରଖାଯାଉଥିଲା
-ସୌର ପ୍ୟାନେଲ ଜରିଆରେ ବିଦ୍ୟୁତ ବ୍ୟବସ୍ଥା କରାଯାଇଥିଲା
-ଜମିର ୨୦ ମିଟର ଯାଏଁ ଏହାର ଗଭୀର ଥିଲା

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇସ୍ରାଏଲ-ହମାସ ଯୁଦ୍ଧ ୨ୟ ଚରଣରେ ପହଁଚିଛି । ଉତରଗାଜାରେ ଅପରେସନ ଶେଷ କରି ଏବେ ଦକ୍ଷିଣ ଗାଜା ମୁହାଁ ଇସ୍ରାଏଲ ସେନା । ଉତରଗାଜାରେ ଥିବା ଅଧିକାଂଶ ହମାସ ଶିବିର ଧ୍ୱଂସ ହୋଇସାରିଛି । ଆତ୍ମରକ୍ଷା ପାଇଁ ଆତଙ୍କୀ ଦକ୍ଷିଣଗାଜା ମୁହାଁ ହେଉଥିବା ଜଣାପଡିଛି । ତେଣୁ କଳେବଳେ କୌଶଳେ ହମାସକୁ ମୁଳପୋଛ କରିବାକୁ ଦକ୍ଷିଣ ଗାଜାରେ ବଡ ଧରଣର ଅପରେସନ କରିବାକୁ ଯାଉଛି ଇସ୍ରାଏଲ । ନାଗରିକଙ୍କୁ ସୁରକ୍ଷତ ସ୍ଥାନକୁ ଯିବାକୁ କହୁଛି ଇସ୍ରାଏଲ । ଜଳ, ସ୍ଥଳ, ଆକାଶପଥରୁ ଲଢେଇ ପାଇଁ ପ୍ରସ୍ତୁତ ହେଉଛି । ହମାସକୁ ସହଯୋଗ ନକରିବାକୁ, ସୁରକ୍ଷିତ ସ୍ଥାନକୁ ଚାଲିବାକୁ କହିଛି ଇସ୍ରାଏଲ । ଏବେ ପ୍ରଶ୍ନ ଦକ୍ଷିଣ ଗାଜାରେ ଥିବା ୨୦ ଲକ୍ଷ ଲୋକ ଯିବେ କୁଆଡେ?

୪୨ଦିନର ଯୁଦ୍ଧରେ ହଜାର ସଂଖ୍ୟକ ନିରୀହ ଲୋକଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ବିରୋଧ କରିବା ସହ ନିନ୍ଦା କରିଛି ଭାରତ । ଯୁଦ୍ଧରେ ନାଗରିକଙ୍କ ହତ୍ୟା ଯୁଦ୍ଧ ଅପରାଧ ଅଟେ । ଏହା ନିନ୍ଦନୀୟ ଏହାକୁ ରୋକାଯିବା ଜରୁରୀ । ପଶ୍ଚିମ ଏସିଆର ଅସ୍ଥିରତା ସାରା ବିଶ୍ୱ ଉପରେ ନକରାତ୍ମ ପ୍ରଭାବ ପକାଉଛି । ଏକତା, ସହଯୋଗ ଓ ଆଲୋଚନା ଦ୍ୱାରା ନରସଂହାର ରୋକାଯିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଯୁଦ୍ଧ ଭିତରେ ଯାଉଛି ନିରୀହ ନାଗରିକଙ୍କ ଜୀବନ । ହମାସକୁ ଟାର୍ଗେଟ କରି ଇସ୍ରାଏଲ ସେନା ଘନଘନ ଆକ୍ରମଣ କରୁଛି । ଯେଉଁଥିରେ ନରସଂହାର ବଢ଼ୁଛି । ସାରା ବିଶ୍ୱ ଏହାକୁ ନିନ୍ଦା କରିବା ସହ ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ଅପିଲ କରୁଛନ୍ତି ବିଭିନ୍ନ ରାଷ୍ଟ୍ର । ସେପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏକ ଦୁଖଭରା ବାର୍ତା ଦେଇଛନ୍ତି । ନିରୀହ ନାଗରିକଙ୍କ ମୃତ୍ୟୁ ରୋକିବାକୁ ଚେଷ୍ଟା କରାଯାଉଛି ତଥାପି ଏହା ସେନା ଅପରେସନରେ ସମ୍ଭବ ହୋଇପାରୁନି ବୋଲି କହିଛନ୍ତି ବେଂଜାମିନ ନେତ୍ୟାନ୍ୟାହୁ ।

The post ଇସ୍ରାଏଲ-ହମାସ ଯୁଦ୍ଧ ଯାଉଛି ନିରୀହ ନାଗରିକଙ୍କ ଜୀବନ, ଚିନ୍ତା ପ୍ରକାଶ କଲା ଭାରତ: ପ୍ରଧାନମନ୍ତ୍ରୀ କହିଲେ ନିର୍ଦ୍ଦୋଷ ଲୋକଙ୍କ ପ୍ରାଣହାନି ଦୁଖଦ ଓ ନିନ୍ଦନୀୟ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started