ମଧ୍ୟପ୍ରଦେଶରେ ଓ ଛତିଶଗଡରେ ପଡିଲା ଭୋଟ: ପରମ ପ୍ରତିଦ୍ୱନ୍ଦୀ ବିଜେପି-କଂଗ୍ରେସରେ ମଧ୍ୟରେ ଜୋରଦାର ଟକ୍କର

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ଶୁକ୍ରବାର ପ୍ରଥମ ତଥା ଗୋଟିଏ ପର୍ଯ୍ୟାୟରେ ଭୋଟ ପଡିଛି । ୫ରାଜ୍ୟ ବିଧାନସଭା ନିର୍ବାଚନରେ ସବୁଠୁ ଅଧିକ ଫୋକସରେ ରହିଛି ମଧ୍ୟପ୍ରଦେଶ । ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ ନିର୍ବାଚନ ବିରୋଧୀଙ୍କ ଇଣ୍ଡିଆ ମେଂଟ ପାଇଁ ବଡ ଆହ୍ୱାନ । ସେପଟେ ମଧ୍ୟପ୍ରଦେଶରେ ବିଜେପିକୁ ଗାଦିଚ୍ୟୁତ କରିବାକୁ କଂଗ୍ରେସ ବଡ ଲକ୍ଷ୍ୟ ରଖିଛି । ଅନ୍ୟପଟେ ପ୍ରତିଦ୍ୱନ୍ଦୀଙ୍କ କଡ଼ା ଟକ୍କର ଦେବାକୁ ବିଜେପି ମାଷ୍ଟରଷ୍ଟ୍ରୋକ ଖେଳିଛି । କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ଲୋକପ୍ରିୟ ଚେହେରାଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି ବିଜେପି ।

ମଧପ୍ରଦେଶରେ ଟକ୍କର
-ବିଗତ ୧୮ବର୍ଷ ହେବ ମଧ୍ୟପ୍ରଦେଶକୁ କବଜା କରି ରଖିଛି ବିଜେପି
-୨୦୨୦ ମସିହାରେ କେବଳ ୧୫ମାସ ପର୍ଯ୍ୟନ୍ତ କମଲନାଥଙ୍କ ନେତୃତ୍ୱରେ କଂଗ୍ରେସ ସରକାର -ଗଢ଼ିଥିଲା
-ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଯୋଗୁଁ ରାଜ୍ୟରେ କଂଗ୍ରେସ ସରକାର ଭାଙ୍ଗିଥିଲା
-ପୁଣି ରାଜ୍ୟରେ ବିଜେପି ହାତକୁ ଆସିଥିଲା କ୍ଷମତା

ତେଣୁ ଏଥରକ ବିଜେପିକୁ ହଟାଇ ପ୍ରତିଶୋଧ ନେବାକୁ ସମସ୍ତ ବଳ ଲଗାଇଛି କଂଗ୍ରେସ । ତେଣୁ ପ୍ରଚାରଠୁ ନେଇ ନିର୍ବାଚନୀ ଇସ୍ତାହାରରେ ପୁଳାପୁଳା ପ୍ରତିଶୋଧ ଦେଇଛି ଦଳ । ସେହିପରି ଯଦି ନଜର ପକାଇବା ଛତିଶଗଡ ଉପରେ ତେବେ ଏଠାରେ ମଧ୍ୟ ଚାଲିଛି ଜୋରଦାର ଟକ୍କର । ରାଜ୍ୟରେ ପ୍ରତିଥର ସରକାର ପରିବର୍ତନର ଇତିହାସ ରହିଛି । ୨୦୦୩ରୁ ୨୦୧୮ଯାଏଁ ବିଜେପି ସରକାର ରହିଥିବାବେଳେ ୨୦୧୮ରେ ଧାରାରେ ପରିବର୍ତନ ଆଣି କଂଗ୍ରେସ ଶାସନ ଡୋରି ନିଜକୁ ହାତକୁ ଆଣିଥିଲ । ତେଣୁ ଏଥରକ କଂଗ୍ରେସକୁ ଗାଦିଚ୍ୟୁତ କରି ପୁଣିଥରେ କ୍ଷମତା ଦାଖଲ କରିବାକୁ ଲକ୍ଷ୍ୟ ରଖିଛି ବିଜେପି ।

ଉଭୟ ରାଜ୍ୟରେ କଂଗ୍ରେସ ଓ ବିଜେପି ପରସ୍ପରକୁ ଟକ୍କର ଦେଉଛନ୍ତି । ମଧ୍ୟପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ଓ ଛତିଶଗଡରେ ୨ୟ ପର୍ଯ୍ୟାୟରେ ଭୋଟ ପଡିଛି । ମଧ୍ୟପ୍ରଦେଶରେ ୨,୫୩୩ ପ୍ର୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୫କୋଟି ୬୦ଲକ୍ଷ ଭୋଟର । ଛତିଶଗଡରେ ପ୍ରଥମ ପର୍ଯ୍ୟାୟରେ ୨୦ଆସନ ପାଇଁ ଭୋଟ ପଡିଥିବାବେଳେ ୨ୟ ପର୍ଯ୍ୟାୟରେ ୭୦ ଆସନ ପାଇଁ ମତଦାନ ହୋଈଛି ।ଡିସେମ୍ବର ୩ରେ ବାହାରିବ ଫଳାଫଳ

The post ମଧ୍ୟପ୍ରଦେଶରେ ଓ ଛତିଶଗଡରେ ପଡିଲା ଭୋଟ: ପରମ ପ୍ରତିଦ୍ୱନ୍ଦୀ ବିଜେପି-କଂଗ୍ରେସରେ ମଧ୍ୟରେ ଜୋରଦାର ଟକ୍କର first appeared on Kanak News.

from Kanak News
via <a href="https://ifttt.com/?

ମାଟି ଅତଡା ଖସିବା ଯୋଗୁଁ ପୁଣି ଅଟକିଲା ଟନେଲରୁ ଶ୍ରମିକଙ୍କ ଉଦ୍ଧାରକାମ: ୨୪ମିଟରରୁ ୨୨ ମିଟରର ସରିଛି ଖୋଦେଇ

କନକ ବ୍ୟୁରୋ: ୬ଦିନ ହେଲାଣି । ଉତ୍ତରାକାଣୀ ଟନେଲରେ ଜୀବନ୦-ମରଣ ସହ ସଂର୍ଘଷ କରୁଛନ୍ତି ୪୦ ଶ୍ରମିକ । ତେବେ ସମସ୍ତ ଶ୍ରମିକ ସୁସ୍ଥ ଥିବା ଉତରକାଶୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ୟପଟେ ଯଦି ଉଦ୍ଧାରକାର୍ଯଷର ବିଳମ୍ବ ହୁଏ ତେବେ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ମାନସିକ ଅସ୍ଥିରତା ଦେଖାଯାଇପାରେ । ଟନେଲରୁ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ଭାରତ ସମେତ ବିଦେଶର ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି । ସୁରକ୍ଷିତ ଉଦ୍ଧାର ପାଇଁ ଆଉ କେତେ ସମୟ ଲାଗିବ ଆଜି ସ୍ପଷ୍ଟ ହୋଇଯିବ ବୋଲି କନକ ନ୍ୟୁଜ୍କୁ ସୂଚନା ଦେଇ କହିଛନ୍ତି ଉତରକାଶୀ ଜିଲ୍ଲାପାଳ ।

ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ମୁଖ୍ୟ ଅତୁଲ କରୱାଲଙ୍କ ସହ ଏଥିପାଇଁ ଏକ ବିଶେଷ ଆଲୋଚନା କରାଯାଇଥିଲା । କରୱାଲ କହିଛନ୍ତି ଯେ ୧୨ ରୁ ୧୫ ଘଂଟା ମଧ୍ୟରେ ଶ୍ରମିକମାନଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇପାରିବ ବୋଲି ଆଶା କରାଯାଉଛି । ଅଧିକାରୀମାନେ ପଥରରେ ୮୦ ମିଲିମିଟରର ଗାତ ଖୋଳିବାକୁ ଯୋଜନା କରୁଛନ୍ତି । ଯାହା ୩ ଫୁଟରୁ କମ୍ ରହିବ । ଶ୍ରମିକମାନଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇ ଦିଆଯାଉଛି ।

ଉଦ୍ଧାରକାରୀ ଦଳ ଶ୍ରମିକମାନଙ୍କ ସହ ନିୟମିତ ଯୋଗାଯୋଗ ରଖୁଛନ୍ତି, ଯାହାଦ୍ୱାରା ସେମାନଙ୍କ ଉତ୍ସାହ ଅତୁଟ ରହିବ । ୨୦୧୮ରେ ଥାଇଲାଣ୍ଡର ଏକ ଗୁମ୍ଫାରେ ଫସି ରହିଥିବା ଶିଶୁମାନଙ୍କୁ ସଫଳତାର ସହ ଉଦ୍ଧାର କରିଥିବା ଥାଇଲାଣ୍ଡ ଓ ନରୱେର ବିଶେଷଜ୍ଞ ଟିମ୍ ଏବେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଛନ୍ତି । ଶ୍ରମିକମାନେ ଟନେଲରୁ ପାଇପ ଯୋଗେ ବାହାରିବେ ବୋଲି ଜଣାପଡିଛି

The post ମାଟି ଅତଡା ଖସିବା ଯୋଗୁଁ ପୁଣି ଅଟକିଲା ଟନେଲରୁ ଶ୍ରମିକଙ୍କ ଉଦ୍ଧାରକାମ: ୨୪ମିଟରରୁ ୨୨ ମିଟରର ସରିଛି ଖୋଦେଇ first appeared on Kanak News.

from Kanak News
via <a href="https://ifttt.com/?

ସୀମାରେ ସହିଦ ହୋଇଗଲେ କଳାହାଣ୍ଡିର ଈଶ୍ୱର ଦୋରା । ତ୍ରିପୁରାର ଲଙ୍କାମୁରା ବର୍ଡର ପୋଷ୍ଟରେ ହୋଇଥିଲେ ମୂତୟନ

କନକ ବ୍ୟୁରୋ : ଦେଶ ମାତୃକାର ସେବା ପାଇଁ ସହିଦ ହୋଇଗଲେ ବିଏସ୍ଏଫ୍ ଯବାନ ଈଶ୍ୱର ଚନ୍ଦ୍ର ଦୋରା । ଏପଟେ ବୀର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର । ଖବର ଶୁଣିବା ପରେଠାରୁ ବାହୁନି ବାହୁନି କାନ୍ଦୁଛନ୍ତି ମାଆ । ପୂରା ଗାଁରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ ।

୨୦୦୯ରେ ସୀମା ସୁରକ୍ଷା ବଳରେ ସାମିଲ ହୋଇଥିଲେ ଈଶ୍ୱର । ବିଏସଏଫ ୪୨ ବାଟାଲିୟନରେ କାମ କରୁଥିଲେ ଏହି ବୀର ଯବାନ । ଗତକାଲି ରାତିରେ ତ୍ରିପୁରାର ଲଙ୍କାମୁରା ବର୍ଡର ଆଉଟପୋଷ୍ଟରେ ମୂତୟନ ହୋଇଥିଲେ । ଆଜି ସକାଳେ ନଫେରିବାରୁ ତାଙ୍କୁ ଖୋଜିଥିଲେ ସାଥୀ ଯବାନ । ଡ୍ୟୁଟି କରୁଥିବା ସ୍ଥାନର କିଛି ଦୂରରେ ଏକ ଖାଲରେ ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ତାଙ୍କ ମୃତଦେହକୁ ଉଦ୍ଧାର କରି ପରିବାର ଲୋକଙ୍କୁ ଜଣାଇଛି ବିଏସଏଫ୍ । ତେବେ କେଉର୍ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ଏ ନେଇ ସବିଶେଷ ସୂଚନା ମିଳିନାହିଁ ।

ଏହି ଦୁଃଖଦ ଖବର ପାଇବା ପରେ ପରିବାର ଉପରେ ଭାଙ୍ଗି ପଡ଼ିଛି ଦୁଃଖର ପାହାନ । କୋଳଶୂନ୍ୟ ହୋଇ ଯାଇଛନ୍ତି ମାଆ, ବାପା ଛେଉଣ୍ଡ ହୋଇଯାଇଛି ୫ ବର୍ଷର କୁନି ଝିଅ । ରବିବାର ଦିନ ସହିଦଙ୍କ ମୃତଦେହ ଗାଁରେ ପହଁଚିବ ବୋଲି କହିଛନ୍ତି ପରିବାର ଲୋକ ।

The post ସୀମାରେ ସହିଦ ହୋଇଗଲେ କଳାହାଣ୍ଡିର ଈଶ୍ୱର ଦୋରା । ତ୍ରିପୁରାର ଲଙ୍କାମୁରା ବର୍ଡର ପୋଷ୍ଟରେ ହୋଇଥିଲେ ମୂତୟନ first appeared on Kanak News.

from Kanak News
via <a href="https://ifttt.com/?

ଆଗକୁ କଣ ହେବ ରାଜନୈତିକ ଦୃଶ୍ୟପଟ୍ଟ? କେମିତି ଲଢ଼ିବ ବିଜେପି? କଣ ରହିବ କଂଗ୍ରେସର ରଣନୀତି? ଡିସେମ୍ବର ୩ ଉପରେ ନଜର

କନକ ବ୍ୟୁରୋ : ନିର୍ବାଚନର ଫଳାଫଳ ଡିସେମ୍ବର ୩ ତାରିଖରେ ଆସିବ । ଯାହା ଉପରେ ସାରାଦେଶର ନଜର ରହିଛି । ମୋଦୀଙ୍କ ପ୍ରଭାବ, ପତିଆରା କେତେ ରହିଛି? କଂଗ୍ରେସର ଭାରତ ଯୋଡୋ ଯାତ୍ରା କେତେ ପ୍ରଭାବ ପକାଇଛି, ତାହା ହିଁ ସେହିଦିନ ସ୍ପଷ୍ଟ ହେବ । ଆଉ ଏହି ପାଂଚ ରାଜ୍ୟର ଜନାଦେଶ ଆଗାମି ୨୦୨୪ ପାଇଁ ବଡ ସଂକେତ ଦେବ ବୋଲି କୁହାଯାଉଛି । ଓଡିଶା ରାଜନୈତିକ ଦୃଶ୍ୟପଟ୍ଟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ଯଦି ପାଂଚଟି ରାଜ୍ୟରେ ବିଜେପି ଜିତୁଛି କିମ୍ବା ହାରୁଛି, ତାହେଲେ କଣ ହେବ? ସେମିତି ଯଦି କଂଗ୍ରେସ ଭଲ ପ୍ରଦଶର୍ନ କରୁଛି ତାହେଲେ, କଣ ହେବ? ସେ ନେଇ ରାଜନୀତି ସମୀକ୍ଷକ ଭିନ୍ନ ଭିନ୍ନ ଆକଳନ କରିଛନ୍ତି..
– ବିଜେପି ୫ଟି ରାଜ୍ୟରେ ଭଲ ପ୍ରଦର୍ଶନ କଲେ ଓଡିଶାରେ କ୍ଷମତା ଦଖଲ ପାଇଁ ଉଦ୍ୟମ କରିବ
– ବିଜେପି ସପକ୍ଷରେ ଫଳାଫଳ ନଗଲେ, ଓଡିଶାରେ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିନପାରେ ଦଳ
-୨୦୧୯ ପରେ ଯେଉଁ ଆଭିମୁଖ୍ୟ ରହିଛି, ୨୦୨୪ରେ ସେହି ଆଭିମୁଖ୍ୟ ଜାରି ରହିପାରେ
ଅର୍ଥାତ ବିଜେଡି –ବିଜେପି ମଧ୍ୟରେ ଯେମିତି ଉତମ ବୁଝାମଣା ରହିଛି, ସେମିତି ଆଗକୁ ଚାଲିପାରେ ।

– ଯଦି କଂଗ୍ରେସ ୫ଟି ରାଜ୍ୟରେ ଭଲ ପ୍ରଦର୍ଶନ କରିବ, ତାହେଲେ ଓଡିଶା ଉପରେ ଫୋକସ କରିପାରେ ଏଆଇସିସି

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟର ନିର୍ବାଚନକୁ ସେମିଫାଇନାଲ କୁହାଯାଉଛି । ତେଣୁ ଏହି ନିର୍ବାଚନର ଫଳାଫଳ ଉପରେ ସବୁ ରାଜନୈତିକ ଦଳର ନଜର ରହିଛି ।

ନବୀନ- ଅମିତ୍ ଶାହା ଭେଟଘାଟ, ମୋଦୀଙ୍କୁ ନବୀନଙ୍କ ପ୍ରଶଂସା ରାଜ୍ୟରେ ବିଜେଡି –ବିଜେପି ନେତା ଓ କର୍ମୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । କିଏ କାହା ସହ ଲଢ଼େଇ କରିବ ତାକୁ ନେଇ ନେତାଙ୍କ ମଧ୍ୟରେ ଚିତ୍ର ସ୍ପଷ୍ଟ ହେଉନାହିଁ ।

 

 

The post ଆଗକୁ କଣ ହେବ ରାଜନୈତିକ ଦୃଶ୍ୟପଟ୍ଟ? କେମିତି ଲଢ଼ିବ ବିଜେପି? କଣ ରହିବ କଂଗ୍ରେସର ରଣନୀତି? ଡିସେମ୍ବର ୩ ଉପରେ ନଜର first appeared on Kanak News.

from Kanak News
via <a href="https://ifttt.com/?

କୋର୍ଟରେ ଜମା ହେଲା ଠିକାଦାରଙ୍କ ବକେୟା ପାଉଣା । ନିର୍ମାଣ ସୌଧରେ ବନ୍ଦ ହେଲା ନିଲାମ ପ୍ରକ୍ରିୟା

କନକ ବ୍ୟୁରୋ : ଭୁବନେଶ୍ୱରରେ ଥିବା ନିର୍ମାଣ ସୌଧରେ ଥିବା କୋଠାବାଡି ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବିରଳ ଦୃଶ୍ୟ । କାର୍ଯ୍ୟାଳୟରେ ପଶି ଚୌକି, ଟେବୁଲ, ଆଲମିରାଠୁ ଆରମ୍ଭ କରି ଏସି, ଫ୍ୟାନ ସମେତ ସବୁ ଆସବାବପତ୍ର ବୋହି ନେଲେ କୋର୍ଟ କର୍ମଚାରୀ । ଆସବାବପତ୍ର ନେଇଯିବାରୁ ଫାଇଲ ଗୁଡିକ ଏଣେତେଣ ବିଛାଡି ହୋଇପଡିଥିଲା । ସରକାରୀ ଅଫିସରେ କାମ କରୁଥିବା କର୍ମଚାରୀମାନେ ଏଭଳି ପରିସ୍ଥିତିରେ କଣ କରିବେ ବୁଝି ପାରିନଥିଲେ । ଚେୟାର ନଥିବାରୁ ମହିଳା କର୍ମଚାରୀମାନେ ଛିଡା ହୋଇ ଡ୍ୟୁଟି କରିଥିଲେ । ଏପରିକି ନିଜର ବ୍ୟକ୍ତିଗତ ଜିନିଷ ପତ୍ର ବ୍ୟାଗରେ ରଖି ସାଙ୍ଗରେ ନେଇଥିଲେ ।

କନଷ୍ଟ୍ରକସନ ଇଣ୍ଡିଆର ଠିକାଦାର ଦିନେଶ ପାଠକଙ୍କ ବକେୟା ୧୮ଲକ୍ଷ ଟଙ୍କା ଦେଇନଥିବାରୁ କୋର୍ଟଙ୍କ ନିର୍ଦ୍ଦେଶରେ ହୋଇଛି କାର୍ଯ୍ୟାନୁଷ୍ଠାନ । ନିର୍ଦ୍ଧାରିତ ସମୟରେ ଟଙ୍କା ପୈଠ ନହେବାରୁ ଠିକାଦାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ମାମଲାର ଶୁଣାଣି କରି କାର୍ଯ୍ୟାଳୟର ସମସ୍ତ ଆସବାବପତ୍ର ନିଲାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପୁରା ଘଟଣା ଏହିପରି । ୧୯୯୮ ମସିହାରେ ଭୁବନେଶ୍ୱରରେ ନଅ ତାଲା ନିର୍ମାଣ କରିଥିଲେ କନଷ୍ଟ୍ରକସନ ଇଣ୍ଡିଆର ଠିକାଦାର ଦିନେଶ ପାଠକ । କୋଠା ନିର୍ମାଣ ସରିବା ପରେ ମଧ୍ୟ ତାଙ୍କ ପ୍ରାପ୍ୟ ମିଳିନଥିଲା । ଆଜି କାଲି କହି କୋଠାବାଡି ମୁଖ୍ୟ ଯନ୍ତ୍ରୀ ଦୁଃଖ ବନ୍ଧୁ ବେହେରା ସମୟ ଗଡାଇଥିଲେ । ଏନେଇ ଭୁବନେଶ୍ୱର ସିନିୟର ଡିଭିଜନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଠିକାଦାର । କୋର୍ଟଙ୍କ ନିର୍ଦେଶ କ୍ରମେ ନିଲାମ ପ୍ରକ୍ରିୟା ଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ସିଭିଲି ଜଜ୍ ସିନିୟର ଡିଭିଜନଙ୍କ କୋର୍ଟରେ ଠିକାଦାରଙ୍କ ଟଙ୍କା ପୈଠ କରାଯାଇଛି । ଟଙ୍କା ପୈଠ ପରେ ନିଲାମ ପ୍ରକ୍ରିୟା ଅଟକିଛି ।

ଜଣେ ଠିକାଦାରଙ୍କ ବକେୟା ଟଙ୍କା ଦେଇନପାରି ସରକାରୀ କାର୍ଯ୍ୟାଳୟର ଆସବାବପତ୍ର ଜବତ ଓ ନିଲାମ ପର୍ଯ୍ୟନ୍ତ କଥା ଯିବା ଘଟଣା ଚର୍ଚ୍ଚାରେ ରହିଛି । ସରକାରୀ ସ୍ତରରେ ହୋଇଥିବା ଏଭଳି ଅବହେଳାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି ।

The post କୋର୍ଟରେ ଜମା ହେଲା ଠିକାଦାରଙ୍କ ବକେୟା ପାଉଣା । ନିର୍ମାଣ ସୌଧରେ ବନ୍ଦ ହେଲା ନିଲାମ ପ୍ରକ୍ରିୟା first appeared on Kanak News.

from Kanak News
via <a href="https://ifttt.com/?

କୋଶଳ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାକୁ ସମ୍ବଲପୁରରେ ବିରୋଧ । ଦୋକାନ ବଜାର ଖୋଲା ରଖିବାକୁ ଅପିଲ କଲା ହୀରାଖଣ୍ଡ ସାମୁଖ୍ୟ

କନକ ବ୍ୟୁରୋ : ଓଲିଉଡ୍ କଳି ପରେ ସକ୍ରିୟ ହୋଇ ଉଠିଥିବା କୋଶଳ କ୍ରିୟାନୁଷ୍ଠାନ କମିଟି ଆସନ୍ତାକାଲି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛି । କିନ୍ତୁ ଏହାକୁ ବିରୋଧ କରିଛି ହୀରାଖଣ୍ଡ ସାମ୍ମୁଖ୍ୟ । ସାମୁଖ୍ୟ ପକ୍ଷରୁ ସମ୍ବଲପୁରରେ ଶୋଭାଯାତ୍ରା କରିବା ସହ ହୀରାଖଣ୍ଡ ନାଁରେ ସ୍ପତନ୍ତ୍ର ରାଜ୍ୟ ଦାବି କରାଯାଇଛି । ଏହା ସହ ସମ୍ବଲପୁରୀ ଭାଷାକୁ ମାନ୍ୟତା ଦେବା ଦାବିରେ ଆରଡିସିଙ୍କୁ ଦିଆଯାଇଛି ଦାବିପତ୍ର । ହୀରାଖଣ୍ଡ ରାଜ୍ୟ ଓ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ଦାବି କରି ନାରାବାଜି ଦେଇଛନ୍ତି । କେବଳ ଏତିକି ନୁହେଁ ଆସନ୍ତାକାଲି ସମସ୍ତ ଦୋକାନ ବଜାର ଖୋଲା ରଖିବାକୁ ମଧ୍ୟ ଅପିଲ କରିଛି ହୀରାଖଣ୍ଡ ସାମୁଖ୍ୟ ।

ସ୍ୱତନ୍ତ୍ର ରାଜ୍ୟ ଦାବିରେ ଏହି ବନ୍ଦ ଡାକରା ଦେଇଛି କୋଶଳ କ୍ରିୟାନୁଷ୍ଠାନ କମିଟି । ତେବେ ଏହାକୁ ଚ୍ୟାଲେଂଜ କରି ଏଥିରେ କେଁ ପୂରାଇ ଦେଇଛି ହୀରାଖଣ୍ଡ ସାମ୍ମୁଖ୍ୟ । କୋଶଳ କ୍ରିୟାନୁଷ୍ଠାନ କମିଟି କର୍ମକର୍ତା କହିଛନ୍ତି, ଏହା କିଛି ନୂଆ କଥା ନୁହେଁ, ଯେତେବେଳେ କୋଶଳ ଆନ୍ଦୋଳନ ହୋଇଛି, ହୀରାଖଣ୍ଡ ନାଁରେ କିଛି ବନ୍ଧୁ ବିରୋଧ କରି ଆସୁଛନ୍ତି । ଏହା କୌଣସି ଫରକ ପକାଇବ ନାହିଁ ।

ବନ୍ଦ ଡାକରାକୁ ସମର୍ଥନ କରିବାକୁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଆହ୍ୱାନ ଦେଇଥିବା ବେଳେ ଏହାକୁ ନେଇ ପଶ୍ଚିମ ଓଡ଼ିଶା ରାଜନୀତି ସରଗରମ ହୋଇଛି । ତେବେ କୋଶଳ ଦାବିକୁ ବିରୋଧ କରି ଆସୁଛି ସମ୍ବଲପୁରର ହୀରାଖଣ୍ଡ ସାମୁଖ୍ୟ ।

The post କୋଶଳ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାକୁ ସମ୍ବଲପୁରରେ ବିରୋଧ । ଦୋକାନ ବଜାର ଖୋଲା ରଖିବାକୁ ଅପିଲ କଲା ହୀରାଖଣ୍ଡ ସାମୁଖ୍ୟ first appeared on Kanak News.

from Kanak News
via <a href="https://ifttt.com/?

ବିତିଲାଣି ୬ ଦିନ, ହେଲେ ଏବେ ବି ୪୦ ଶ୍ରମିକଙ୍କୁ ମିଳୁନି ମୁକ୍ତିର ବାଟ । ଉତରକାଶୀ ଟନେଲରେ ଫସିଥିବା ଓଡ଼ିଆ ଶ୍ରମିକ ସହ କଥା ହେଲେ ରାଜ୍ୟ ଶ୍ରମ ଅଧିକାରୀ

କନକ ବ୍ୟୁରୋ : ଉତରକାଶୀରେ ଭାଙ୍ଗିପଡିଥିବା ସିଲକ୍ୟାରା ଟନେଲରେ ଫସିରହିଥିିିବା ଓଡ଼ିଆ ଶ୍ରମିକଙ୍କ ସହ କଥା ହୋଇଛନ୍ତି ଭୁବନେଶ୍ୱର ଶ୍ରମ ଅଧିକାରୀ । ପାଇପ ସାହାଯ୍ୟରେ ଓଡ଼ିଆ ଶ୍ରମିକ ବିଶ୍ୱେଶ୍ୱରଙ୍କ ସହ କଥା ହୋଇଛନ୍ତି ସତ୍ୟନାରାୟଣ ଆଚାର୍ଯ୍ୟ । ନିଜ ମୋବାଇଲ ଫୋନରେ କଥାବାର୍ତାକୁ ରେକର୍ଡ କରିଛନ୍ତି । ଟନେଲ ଭିତରେ ସମସ୍ତେ ସୁସ୍ଥ ଥିବା ସୂଚନା ଦେଇଛନ୍ତି ଓଡିଆ ଶ୍ରମିକ ବିଶ୍ୱେଶ୍ୱର । ଆଉ ତାଙ୍କୁ ଆଶ୍ୱାସନା ଦେବା ସହ, ବ୍ୟସ୍ତ ନହେବା ପାଇଁ କହିଛନ୍ତି ଶ୍ରମ ଅଧିକାରୀ । ଓଡ଼ିଶାର ୫ ଜଣ ଶ୍ରମିକ ଏହି ଟନେଲ ଭିତରେ ଗତ ରବିବାରଠାରୁ ଫସି ରହିଛନ୍ତି ।

ଆଶ୍ୱସ୍ତିର କଥା ହେଉଛି, ଟନେଲରେ ଫସିଥିବା ୫ ଓଡ଼ିଆଙ୍କ ସହ ସମସ୍ତ ୪୦ ଜଣ ଶ୍ରମିକ ସୁସ୍ଥ ଥିବା ସୂଚନା ଦେଇଛନ୍ତି ଉତରକାଶୀ ଜିଲ୍ଲାପାଳ । ଟନେଲରୁ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ଏଥିପାଇଁ ବିଦେଶର ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି । ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ମୁଖ୍ୟ ଅତୁଲ କରୱାଲଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି ।

ଆମେରିକାରୁ ଅଣାଯାଇଥିବା ଅଗର ମେସିନ ମାଟିଖୋଳା କାମରେ ନିୟୋଜିତ ହୋଇଥିବାବେଳେ ଶୁକ୍ରବାର ଅପରାହ୍ଣରେ ପୁଣି ମାଟି ଅତଡା ଓ ପଥର ଖସିଛି । ଡ୍ରିଲିଂ ମେସିନ ପଟକୁ ଅତଡା ଖସିବାରୁ ବାଧାପ୍ରାପ୍ତ ହୋଇଛି ମାଟିଖୋଳା କାମ । ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ କେତେକ ପାଇପ ଖଞ୍ଜା ଯାଉଛି । ୯୦୦ ମିଟର ଗୋଲେଇ ଏବଂ ୬ ମିଟର ଲମ୍ବର ୪ଟି ପାଇପ ଖଞ୍ଜା ସରିଛି । ଏହି ପାଇପ ଦେଇ ପଦାକୁ ବାହାରିଥାନ୍ତେ ଫସିରହିଥିବା ଶ୍ରମିକ । ହେଲେ ପଂଚମ ପାଇପଟି ଖଞ୍ଜିବାକୁ ଉଦ୍ୟମ ବେଳେ ଅଚାନକ ଖସିଥିଲା ମାଟି । ପ୍ରାୟ ୨୬ ମିଟର ଖୋଳା ସରିଥିବାବେଳେ ଆଉ ୪୦ରୁ ୫୦ ମିଟର ପର୍ଯ୍ୟନ୍ତ ଖୋଦେଇ ବାକି ରହିଛି ।

ସାଢ଼େ ୪ କିଲୋମିଟରର ଲମ୍ବା ସୁଡ଼ଙ୍ଗ । ଏହି ସୁଡ଼ଙ୍ଗର ଗୋଟିଏ ପଟେ ସିଲକ୍ୟାରା ଏବଂ ଆଉ ଗୋଟିଏ ପଟେ ଦଣ୍ଡଲଗାଁଓ । ସିଲକ୍ୟାରା ପଟୁ ପ୍ରାୟ ଅଢ଼େଇ କିଲୋମିଟର ଖୋଳା ସରିଥିଲା । ଦଣ୍ଡଲଗାଁଓ ପଟେ ୪୪୧ ମିଟର ନିର୍ମାଣ କାମ ଚାଲିଛି । ନିର୍ମାଣ କାମ ଚାଲିଥିବା ବେଳେ ସୁଡ଼ଙ୍ଗର ଗୋଟିଏ ଅଂଶ ଭୁଷୁଡ଼ି ପଡ଼ିଛି । ଭୁଷୁଡି ପଡ଼ିଥିବା ଅଂଶରେ ୬୦ ମିଟର ପର୍ଯ୍ୟନ୍ତ ମାଟି-ପଥର ଓ ଅତଡ଼ା ରହିଛି । ଏଥିରୁ ୨୦ ମିଟର ସଫା କରାଯାଇଛି । ଅତଡ଼ାର ଠିକ୍ ଆଗରେ ୫ ଦିନ ହେଲାଣି ଫଶୀ ରହିଛନ୍ତି ୪୦ ଜଣ ଶ୍ରମିକ ।

The post ବିତିଲାଣି ୬ ଦିନ, ହେଲେ ଏବେ ବି ୪୦ ଶ୍ରମିକଙ୍କୁ ମିଳୁନି ମୁକ୍ତିର ବାଟ । ଉତରକାଶୀ ଟନେଲରେ ଫସିଥିବା ଓଡ଼ିଆ ଶ୍ରମିକ ସହ କଥା ହେଲେ ରାଜ୍ୟ ଶ୍ରମ ଅଧିକାରୀ first appeared on Kanak News.

from Kanak News
via <a href="https://ifttt.com/?

ସୁନ୍ଦରଗଡର ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମଞ୍ଜୁରୀ: ୨ଟି ପ୍ରକଳ୍ପ ପାଇଁ ୩୮୬.୨୫ କୋଟି ଟଙ୍କା ମଞ୍ଜୁର

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ଦୁଇଟି ହେଉଛି–ଇବ୍‌ ନଦୀରେ ଭଷ୍ମା ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ସପେଇ ନଦୀରେ ଫୁଲବାରୀ ନଦୀଗର୍ଭ ଜଳାଶୟ ପ୍ରକଳ୍ପ। ଭଷ୍ମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୬୨.୫୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଫୁଲବାରୀ ପ୍ରକଳ୍ପ ପାଇଁ ୧୨୩.୭୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହାଦ୍ବାରା ପାଞ୍ଚଟି ବ୍ଲକ୍‌ର ଲୋକ ଉପକୃତ ହେବେ। ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ବିଶେଷ ସହାୟକ ହେବ। ଭଷ୍ମା ପ୍ରକଳ୍ପ ଦ୍ବାରା ଟାଙ୍ଗରାପଲି, ସୁନ୍ଦରଗଡ ଓ ଝାରସୁଗୁଡା ବ୍ଲକ୍‌ରେ ଜନସାଧାରଣ ଉପକୃତ ହେବା ବେଳେ, ଫୁଲବାରୀ ପ୍ରକଳ୍ପ ଦ୍ବାରା ବଡଗାଁ ଓ ବାମରା ବ୍ଲକ୍‌ର ଜନସାଧାରଣ ଉପକାର ପାଇବେ।

The post ସୁନ୍ଦରଗଡର ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମଞ୍ଜୁରୀ: ୨ଟି ପ୍ରକଳ୍ପ ପାଇଁ ୩୮୬.୨୫ କୋଟି ଟଙ୍କା ମଞ୍ଜୁର first appeared on Kanak News.

from Kanak News
via <a href="https://ifttt.com/?

ଦିନକ ପରେ ଟାଇଟଲ୍ ଟକ୍କର । ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, ୨୩ରେ ନିଅ ୦୩ ବଦଲା !

କନକ ବ୍ୟୁରୋ : ୧୨ ବର୍ଷ ପରେ ପୁଣିଥରେ ଆସିଛି ସୁଯୋଗ । ଖଚାଖଚ ଭରା ଷ୍ଟାଡିୟମ । ଆଉ ସମସ୍ତଙ୍କର ଏକମାତ୍ର ସ୍ୱପ୍ନ, ଭାରତ ଜିତିବ ବିଶ୍ୱକପ୍ । ଶେଷଥର ୨୦୧୧ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଜିତିଥିଲା ବିଶ୍ୱକପ୍ । କିନ୍ତୁ ଏଥର ବିରୋଧୀ ଟିମ୍ ଏବଂ ଷ୍ଟାଡିୟମ ଅଲଗା । କିନ୍ତୁ ମାହୋଲ ସମାନ । ଦୁନିଆର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମରେ ଯେତେବେଳେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ, ସେତେବେଳେ ସବୁରି ମୁହଁରେ କେବଳ ଗୋଟିଏ ଶବ୍ଦ ଶୁଭୁଥିବ । ତାହା ହେଉଛି ଇଣ୍ଡିଆ, ଇଣ୍ଡିଆ, ଇଣ୍ଡିଆ । ଘରୋଇ ପରିବେଶ ସାଙ୍ଗକୁ ଘରୋଇ ଦର୍ଶକଙ୍କ ସମର୍ଥନ ତ ମିଳିବ । କିନ୍ତୁ ଗୋଟିଏ କଥା ନଭୁଲିବା ଦରକାର ଯେ, ଭାରତ ଯେଉଁ ପ୍ରତିଦ୍ୱନ୍ଦ୍ୱୀକୁ ଭେଟିବାକୁ ଯାଉଛି, ସିଏ ହେଉଛି ପାଂଚଥରର ବିଶ୍ୱବିଜେତା । ବଡ଼ ମ୍ୟାଚକୁ କିପରି ଜିତିବାକୁ ହୁଏ, ତାହା ହୁଏତ ଅଷ୍ଟ୍ରେଲିଆ ଠାରୁ ଭଲଭାବେ କେହି ଜାଣିନଥିବେ । କାରଣ ୨୦୦୩ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆଠୁ ହାରିଥିଲା ଭାରତ ।

୧୯୯୯ରୁ ୨୦୦୭ ପର୍ଯ୍ୟନ୍ତ ଲଗାତର ତିନୋଟି ବିଶ୍ୱକପ୍ ଜିତିଥିବା ଅଷ୍ଟ୍ରେଲିଆକୁ ଚତୁର୍ଥ ଟାଇଟଲ ଜିତିବାରୁ ରୋକିଥିଲା ଭାରତ । ୨୦୧୧ ବିଶ୍ୱକପ୍ କ୍ୱାର୍ଟର୍ ଫାଇନାଲରେ ଅହମଦାବାଦରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଅଷ୍ଟ୍ରେଲିଆ । କିନ୍ତୁ ଏହି ମ୍ୟାଚରେ ପରାସ୍ତ ହୋଇ ବିଦାୟ ନେଇଥିଲା କଙ୍ଗାରୁ ଟିମ୍ । ଚଳିତ ବିଶ୍ୱକପ୍ରେ ମଧ୍ୟ ପ୍ରଥମ ମ୍ୟାଚରେ ଭାରତ ଠାରୁ ହାରିଛି ଅଷ୍ଟ୍ରେଲିଆ । ଏହାସହ ବର୍ତମାନ ଫର୍ମକୁ ଦେଖିଲେ, ଅଷ୍ଟ୍ରେଲିଆ ତୁଳନାରେ ଭାରତର ପ୍ରଦର୍ଶନ ବେଶ୍ ଭଲ ରହିଛି । କିନ୍ତୁ ବଡ଼ ମ୍ୟାଚର ଚାପକୁ ଯିଏ ଉଚିତ୍ ଭାବେ ସାମ୍ନା କରିବ, ସେହି ଦଳ ବି ବାଜି ମାରିବ ।

ବିଶ୍ୱକପ୍ ଫାଇନାଲରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିଜ୍, ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ବିଶ୍ୱ ବିଜେତା ଅଧିନାୟକ ମହେନ୍ଦ୍ର ସିଂ ଧୋନି ମଧ୍ୟ ଯୋଗଦେବାର ସମ୍ଭାବନା ରହିଛି । ଏହାବ୍ୟତୀତ ଆଉ କିଛି ବିଶେଷ ଅତିଥି ଯଥା- ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ, କପିଲ ଦେବ, ଆଲବେନିଆ ଗାୟକ ଦୁଆ ଲିପା, ଜଣାଶୁଣା ମ୍ୟୁଜିକ ଡାଇରେକ୍ଟର ପ୍ରୀତମ, ପ୍ଲେ-ବ୍ୟାକ୍ ସିଙ୍ଗର ଆଦିତ୍ୟ ଗନ୍ଧାବୀ ଯୋଗଦେବେ ।

ଟାଇଟଲ୍ ମୁକାବିଲା ପାଇଁ ଅହମଦାବାଦରେ ଆକାଶଛୁଆଁ ହୋଟେଲ ଦର । ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବୁକ୍ ହୋଇଥିବା ହୋଟେଲ ଗୁଡ଼ିକର ଦାମ କେଉଁଠି ଲକ୍ଷେ ତ କେଉଁଠି ତିନି ଲକ୍ଷ ଟଙ୍କା ଉପରେ ରହିଛି । ସେହିପରି ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ବଢିଲା ବିମାନ ଯାତ୍ରାର ଟିକେଟ୍ । ଯେଉଁ ୱାନ ୱେ ଟିକେଟ୍ ୫ ହଜାର ଟଂକା ଥିଲା ତାହା ଏବେ ୩୦ ହଜାର ଟଂକା ହୋଇଛି ।
ଆକାଶଛୁଆଁ ହୋଟେଲ ଦର
୩ ଦିନ ପାଇଁ ଡିଲକ୍ସ ସୁଟ୍ ରୁମ୍ ୩ ଲକ୍ଷ ଟଙ୍କା
ଡିଲକ୍ସ କିଙ୍ଗ୍ ରୁମ୍ ଦାମ ୧ଲକ୍ଷ ୫୩ହଜାର ଟଙ୍କା
ଲଗଜୁରୀ ରୁମ୍ କିଙ୍ଗ୍ ବେଡ୍ର ଦାମ ୩ଲକ୍ଷ ୫୦ହଜାର
କିଙ୍ଗ୍ ରୁମ୍ର ଦାମ ୪ଲକ୍ଷ ଟଙ୍କା
ସୁପିରିୟର ରୁମ୍ ଦାମ ୧ଲକ୍ଷ ୩୦ହଜାର ଟଙ୍କା
ଡିଲକ୍ସ ସ୍ୟୁଟ୍ର ଦାମ୍ ୩ଲକ୍ଷ ଟଙ୍କା

ସେପଟେ ଫାଇନାଲ୍ ପୂର୍ବରୁ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଟିମ୍ ଏୟରେ ଶୋ’ର ଆୟୋଜନ କରିବ । ଫାଇନାଲ୍ ପୂର୍ବରୁ ସୂର୍ଯ୍ୟକିରଣର ଏରୋବେଟିକ୍ ଟିମ୍ ୧୦ ମିନିଟ୍ ପର୍ଯ୍ୟନ୍ତ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କୁ ସେମାନଙ୍କର କୌଶାଳ ଦେଖାଇବେ । ଏୟାରଶୋ’ର ଡ୍ରେସ ରିହଲସାଲ ଶୁକ୍ରବାର କରାଯାଇଛି ।

The post ଦିନକ ପରେ ଟାଇଟଲ୍ ଟକ୍କର । ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, ୨୩ରେ ନିଅ ୦୩ ବଦଲା ! first appeared on Kanak News.

from Kanak News
via <a href="https://ifttt.com/?

୧୪ରେ ନିଷ୍ପତି, ୧୭ରେ ପରିବର୍ତ୍ତନ । କ୍ୟାବିନେଟ ନିଷ୍ପତିକୁ ସ୍ଥଗିତ ରଖିଲେ ସରକାର

କନକ ବ୍ୟୁରୋ : ଯେଉଁ ଆଦିବାସୀ ଜମି ହସ୍ତାନ୍ତର ଆଇନକୁ ନେଇ ବର୍ଷ ବର୍ଷ ଧରି ଦେଶରେ ବିତର୍କ ଚାଲିଛି, ସେହି ଆଇନରେ ସଂଶୋଧନ କରି, ଲାଗୁ କରିବା ପାଇଁ ପ୍ରସ୍ତାବ ଉପରେ ମୋହର ମାରିଥିଲା ରାଜ୍ୟ କ୍ୟାବିନେଟ୍   । ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଅନୁସୂଚିତ ଜନଜାତିଙ୍କ ବିକାଶ ଓ ସୁବିଧା ପାଇଁ ସରକାର ଏଭଳି ନିଷ୍ପତି ନେଇଛନ୍ତି । କିନ୍ତୁ ମାତ୍ର ଦୁଇ ଦିନ ଭିତରେ ବଦଳିଯାଇଛି ସରକାରଙ୍କ ଆଭିମୁଖ୍ୟ । ଆଉ ନେଇଥିବା କ୍ୟାବିନେଟର ନିଷ୍ପତିକୁ ସ୍ଥଗିତ ରଖିଛନ୍ତି । ଏନେଇ ନିଜେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୂଚନା ଦେଇଛନ୍ତି ।

ରାଜ୍ୟ ସରକାର ୟୁଟର୍ଣ୍ଣ ମାରିବା ପରେ, ବିରୋଧୀ ସମାଲୋଚନା କରିଛନ୍ତି । ନିଷ୍ପତିକୁ ସ୍ଥଗିତ ନୁହେଁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛନ୍ତି ।

କୁହାଯାଏ କ୍ୟାବିନେଟ ନିଷ୍ପତି ହେଉଛି ଚୂଡାନ୍ତ ନିଷ୍ପତି । ଯେଉଁ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିଥାଏ ତାହା କାର୍ଯ୍ୟକାରୀ ହୋଇଥାଏ । ହେଲେ, ଏହି ପ୍ରସଙ୍ଗରେ କାହିଁକି ୟୁଟର୍ଣ୍ଣ ମାରିଲେ ସରକାର ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି ।
ଆଲୋଚନା ହେଉଛି
– ଆଗକୁ ନିର୍ବାଚନ ଥିବାରୁ ଜନଜାତି ଭୋଟକୁ ନେଇ ରିସ୍କ ନେବାକୁ ଚାହିଁଲେନି ସରକାର ?
– ଆଇନକୁ ଭଲ ଭାବରେ ଅନୁଧ୍ୟାନ ନକରି ତରବରିଆ ଭାବେ କ୍ୟାବିନେଟ ମଞ୍ଜୁରି ଦେଇଥିଲା?
– କ୍ୟାବିନେଟରେ ନିଷ୍ପତିକୁ ଆଦିବାସୀ ସଂଘ ଓ ବିରୋଧୀଙ୍କ ବିରୋଧ କରିବା ପରେ ସ୍ଥଗିତ ରଖିଲେ ?

The post ୧୪ରେ ନିଷ୍ପତି, ୧୭ରେ ପରିବର୍ତ୍ତନ । କ୍ୟାବିନେଟ ନିଷ୍ପତିକୁ ସ୍ଥଗିତ ରଖିଲେ ସରକାର first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started