୨୨ ବର୍ଷୀୟା ଏହି ବିହାରର ଝିଅ ଏବେ ବ୍ରିଟେନରେ କରୁଛି ହଙ୍ଗାମା

ଆମେ କହୁଛୁ ଭାରତୀୟ ବଂଶୋଦ୍ଭବ ସାଇଶା ବିଷୟରେ । ଯିଏ ମାତ୍ର ୨୨ ବର୍ଷ ବୟସରେ ଏବଂ ନିଜ ଗୀତ ବଳରେ  ବ୍ରିଟେନର ଧୂମ ମଚେଇ ସାରିଲେଣି । ତାଙ୍କର ଫ୍ୟାନ ମାନଙ୍କ ସଂଖ୍ୟା ମଧ୍ୟ ଏବେ ବହୁତ ଅଧିକ । ହିନ୍ଦୀରେ ଗୋଟେ କଥା ଅଛି ଯେ । ‘ଏକ ବିହାରୀ, ସବପେ ଭାରୀ’ ଅର୍ଥ ହେଲା ଜଣେ ବିହାରୀ ସମସ୍ତଙ୍କଠୁ ଆଗୁଆ । ବର୍ତ୍ତମାନ ବିହାରର ସାଇଶା ବ୍ରିଟେନରେ ମଧ୍ୟ ଏହି କଥା ପ୍ରମାଣ କରିଛନ୍ତି । ବ୍ରିଟିଶ ପିତା ତଥା ବିହାରର ମାତାଙ୍କ ସନ୍ତାନ ସାଇଶା ହାଜିଙ୍କୁ ମାତ୍ର ୨୨  ବର୍ଷ ବୟସ କିନ୍ତୁ ତାଙ୍କ ଗୀତ ବ୍ରିଟେନରେ ଏକ ଆଲୋଡନ ସୃଷ୍ଟି କରିଛି ।

ମାତ୍ର ୧୦ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ଗୀତ ଲେଖିଥିଲେ ଏବଂ ୧୯ ବର୍ଷ ବୟସରେ ତାଙ୍କର ପ୍ରଥମ ରେକର୍ଡିଂ କରିଥିଲେ । ସେ  ବ୍ରିଟେନର ସର୍ବକନିଷ୍ଠ ଗୀତିକାର ଯାହାଙ୍କର ଗୀତ ବିବିସିରେ ପ୍ରସାରିତ ହୋଇଥିଲା । ବହୁତ କାମ ବୟସରେ ଏହି ଲକ୍ଷ୍ୟ ହାସଲ କରିଥିଲେ ସାଇଶା ୨୦୨୧ ମସିହାରେ ନିଜର ସ୍ନାତକୋତ୍ତର ସମାପ୍ତ କରିଥିଲେ ।  ଆରମ୍ଭରୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିବା ସାଇଶା ଚଳିତ ବର୍ଷ ଏମିତି ସ୍ଥାନରେ ପହଞ୍ଚି ପାରିଥିଲେ ଯେଉଁଠି ପହଞ୍ଚବାକୁ ଅନେକ ଲୋକଙ୍କର ସ୍ବପ୍ନ ଥାଏ ।  ସାଇଶା ୨୦୨୦ରେ ତାଙ୍କର ପ୍ରଥମ ଆଲବମ୍ Infinity is an Illusion ରେକର୍ଡ କରିଥିଲେ । ସେହି ସମୟରେ ତାଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା ଏବଂ ପରବର୍ତ୍ତୀ ବର୍ଷ ଅର୍ଥାତ୍ ୨୦୨୧ ମସିହାରେ ସେ ବିବିସିରେ ସର୍ବ କନିଷ୍ଠ କଳାକାରଭାବେ  ସ୍ଥାନ ପାଇଥିଲେ ।

 

୨୦୨୧ ମସିହାରେ ସାଇଶାଙ୍କ ଗୀତ ‘ୱାନ ୱେ ଟିକେଟ୍’ ମୁକ୍ତିଲାଭ କରିଥିଲା ​​ଏବଂ ଏହା ବିବିସିରେ ସର୍ବୋତ୍ତମ ଆଧୁନିକ ଏସୀୟ ସଙ୍ଗୀତ ବର୍ଗରେ ମନୋନୀତ ହୋଇଥିଲା । ଯାହା ସାଇଶାଙ୍କ ପାଇଁ ଏକ ବଡ଼ ସଫଳତା ଥିଲା । କେବଳ ଏତିକି ନୁହେଁ ବିବିସି ଏହାକୁ ମ୍ୟୁଜିକ୍ ଫ୍ୟୁଜନ୍ ଟପ୍ ୧୦ରେ ମଧ୍ୟ ସ୍ଥାନିତ କରିଛି ।

 ମନୋଜ ତିୱାରୀଙ୍କ ସହ ଗୀତ ଗାଇବାକୁ ଆଗ୍ରହୀ

ସାଇଶାଙ୍କ ମାତା ଉଷା ମିଶ୍ର ବିହାରର ବାସିନ୍ଦା, ଯିଏ ଜଣାଶୁଣା ସାହିତ୍ୟିକ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ସ୍ୱର୍ଗତ ଭଗବତୀ ଶରଣ ମିଶ୍ରଙ୍କ ଝିଅ । ଏହା ବ୍ୟତୀତ ସାଇଶାଙ୍କ ପିତା ବ୍ରିଟେନର ଜଣେ ସିଭିଲ ସରଭେଣ୍ଟ  ଥିଲେ। ସାଇଶା ନିଜେ ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରିବାକୁ ଚାହୁଁଛନ୍ତି । ତା ସହ ସଙ୍ଗୀତରେ ତାଙ୍କର ପ୍ରବଳ ରୁଚି ରହିଛି । ଯାହାକୁ ସେ ଛାଡିବାକୁ ଚାହାଁନ୍ତି ନାହିଁ । ତାଙ୍କର ଇଚ୍ଛା ହେଉଛି ଭୋଜପୁରୀ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ତଥା ଗାୟକ ମନୋଜ ତିୱାରୀଙ୍କ ସହ ଗୀତ ରେକର୍ଡ କରିବା ।

The post ୨୨ ବର୍ଷୀୟା ଏହି ବିହାରର ଝିଅ ଏବେ ବ୍ରିଟେନରେ କରୁଛି ହଙ୍ଗାମା first appeared on Kanak News.

from Kanak News
via <a href="https://ifttt.com/?

ଅମଳ ସମୟରେ ଖୋଲୁନି କପା ମଣ୍ଡି । କମ୍ ଦରରେ ବାହାର ରାଜ୍ୟ ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ

କନକ ବ୍ୟୁରୋ : ଖୋଲୁନି କପା ମଣ୍ଡି । ଚିନ୍ତାରେ ରାୟଗଡ଼ା ଅଂଚଳର କପା ଚାଷୀ । ଗୋଟିଏ ପଟେ ନିଅଂଟିଆ ବର୍ଷା ଅନ୍ୟପଟେ ମଣ୍ଡି ନଖୋଲିବା କପା ଚାଷୀଙ୍କୁ ଚିନ୍ତାରେ ପକାଇଛି । ଏବେ ଅମଳ ସମୟ ଚାଲିଥିବା ବେଳେ ଚାଷୀଙ୍କ ଘରେ ପଡ଼ିରହିଛି କ୍ୱିଂଟାଲ କ୍ୱିଂଟାଲ କପା । ଅମଳ ପରେ କିଏ ସୁଖାଇବାରେ ବ୍ୟସ୍ତ ତ ପୁଣି କିଏ ଘରେ ସାଇତି ରଖୁଛନ୍ତି । ମଣ୍ଡି ଖୋଲାଯାଇନଥିବାରୁ ଅସାଧୁ ବ୍ୟବସାୟୀଙ୍କ ନଜର ଏବେ କପା ଚାଷୀଙ୍କ ଉପରେ ପଡ଼ିଛି । ଅନ୍ୟପଟେ ସରକାରୀ ମୂଲ୍ୟ କୁଇଂଟାଲ ପିଛା ୭ହଜାର ଶହେ ଟଙ୍କା ଥିବା ବେଳେ ମଣ୍ଡି ବ୍ୟବସ୍ଥା ନଥିବାରୁ ବାହାର ରାଜ୍ୟର ବ୍ୟବସାୟୀଙ୍କୁ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ ।

ଚଳିତ ବର୍ଷ ଗୁଣୁପୁର କୃଷି ଜିଲ୍ଲାରେ ୨୪ ହଜାର ହେକ୍ଟରରୁ ଅଧିକ ଜମିରେ କପା ଚାଷ କରିଛନ୍ତି ଚାଷୀ । ଗୁଣୁପୁର ବ୍ଲକରେ ୭ହଜାର ୧୦୫ ହେକ୍ଟର, ପଦ୍ମପୁରରେ ୩ହଜାର ୧୦୦ହେକ୍ଟର, ଗୁଡ଼ାରୀରେ ୩ହଜାର ୮୧୦ ଓ ରାମନାଗୁଡ଼ା ବ୍ଲକରେ ୧୦ହଜାର ୨୦୦ ହେକ୍ଟର ଜମିରେ କପା ଚାଷ ହୋଇଛି । ଅନ୍ୟପଟେ ଖୁବଶୀଘ୍ର ମଣ୍ଡି ଖୋଲିବା ପ୍ରସଙ୍ଗରେ ଏକ ବୈଠକ କରାଯିବା ସହ ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଗୁଣୁପୁର ଉପଜିଲ୍ଲାପାଳ ।

କପା ଏକ ଅର୍ଥକାରୀ ଫସଲ ହୋଇଥିବା ବେଳେ ଏହି ଚାଷ ଉପରେ ନିର୍ଭର କରନ୍ତି ରାୟଗଡ଼ା ଜିଲ୍ଲାର ଅଧିକାଂଶ ଚାଷୀ । ତେଣୁ ଖୁବ୍ଶିଘ୍ର ମଣ୍ଡି ଖୋଲିବାକୁ ଦାବି କରିଛନ୍ତି ସ୍ଥାନୀୟ ଅଂଚଳର ଚାଷୀ ।

The post ଅମଳ ସମୟରେ ଖୋଲୁନି କପା ମଣ୍ଡି । କମ୍ ଦରରେ ବାହାର ରାଜ୍ୟ ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ first appeared on Kanak News.

from Kanak News
via <a href="https://ifttt.com/?

ସମୁଦ୍ର ଆଁରେ ଲିନ ହୋଇଯିବ କି କେନ୍ଦ୍ରାପଡ଼ାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ହବାଳିଖଟି । ସାତଭାୟା ଠାରୁ ଏକକୂଳା ଯାଏଁ ତାଣ୍ଡବ ରଚୁଛି ସମୁଦ୍ର

କନକ ବ୍ୟୁରୋ : କୂଳ ଲଂଘୁଛି ସମୁଦ୍ର, ବିପଦରେ ପର୍ଯ୍ୟଟନସ୍ଥଳୀ । ଭିତରକନିକା ବୁଲି ଆସୁଥିବା ପର୍ଯ୍ୟଟକମାନେ ହବାଳିଖଟିରେ ରାତ୍ରିଯାପନ କରିବା ପାଇଁ ଅଧିକ ପସନ୍ଦ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଏଠାରେ ସୁନ୍ଦର ସୁନ୍ଦର କଟେଜ ନିର୍ମାଣ କରାଯାଇଛି । ଜଳବାୟୁ ପରିବର୍ତନ ଯୋଗୁଁ ଗତ ୧୦ବର୍ଷ ମଧ୍ୟରେ ସାତଭାୟାରୁ ଏକକୂଳା ମଧ୍ୟରେ ଥିବା ପ୍ରାୟ ୧ ଲକ୍ଷରୁ ଅଧିକ ଗଛ ସମୁଦ୍ର ଗର୍ଭରେ ଲିନ ହେଲାଣି । ଏହାସହ ପର୍ଯ୍ୟଟନସ୍ଥଳୀ ହବାଳିଖଟିର ଅନେକାଂଶ ସମୁଦ୍ରରେ ମିଶିଗାଣି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ପୂର୍ବରୁ ସମୁଦ୍ର ୫ଶହ ମିଟର ପଛକୁ ଥିଲା । ୨/୩ ବର୍ଷ ହେଲା ସମୁଦ୍ର ଧିରେ ଧିରେ କୂଳ ଲଂଘି ଏହି ପର୍ଯ୍ୟଟନସ୍ଥଳୀରେ ନିର୍ମାଣ ହୋଇଥିବା ଅନେକ କଟେଜ ଗୁଡିକୁ ଭସାଇ ନେଲାଣି ।

ଶୀତଋତୁ ଆସିଲେ ଏହି ପର୍ଯ୍ୟଟନସ୍ଥଳୀରେ ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ଭିଡ ଜମିଥାଏ । ସମୁଦ୍ର କୂଳରେ ନିର୍ମାଣ ହୋଇଥିବା କଟେଜରେ ବସି ସୂର୍ଯ୍ୟଦୋୟ ଓ ସୂର୍ଯ୍ୟାସ୍ତ ସମେତ ଜହ୍ନ ଆଲୁଅରେ ସମୁଦ୍ରର ନୀଳ ଜଳରାଶିରେ ଉଠୁଥିବା ଉଚ୍ଚ ଜୁଆରକୁ ପର୍ଯ୍ୟଟକମାନେ ବେଶ୍ ଉପଭୋଗ କରିଥାନ୍ତି । ମାତ୍ର ସମୁଦ୍ରର ଉଚ୍ଚ ଜୁଆର ମାଡରେ ଅନେକ କଟେଜ ଗୁଡିକ ଭାଙ୍ଗିରୁଜି ଯାଇଛି । କେବଳ ଏତିକି ନୁହେଁ ହବାଳିଖଟିକୁ ସୁରକ୍ଷା ଦେଉଥିବା ଲୁଣା ଜଙ୍ଗଲ ବି କ୍ଷତିଗ୍ରସ୍ତ ହୋଇଛି । ଏନେଇ କୌଣସି ପଦକ୍ଷେପ ନିଆନଗଲେ ନିର୍ମାଣ ହୋଇଥିବା ଅନ୍ୟ ସମସ୍ତ କଟେଜ ମଧ୍ୟ ସମୁଦ୍ର ଗର୍ଭକୁ ଚାଲିଯିବାର ଆଶଙ୍କା ରହିଛି ।

୧୯୭୧ରେ ହୋଇଥିବା ପ୍ରଳୟଙ୍କାରୀ ବାତ୍ୟାରେ କେନ୍ଦ୍ରାପଡା ରାଜନଗର ବ୍ଲକର ସାତଭାୟା ଜନବସତିକୁ ମାଡି ଆସିଥିଲା ସମୁଦ୍ର । ଗୋବିନ୍ଦପୁର, ମାନପୁର, କୁଳିଆଓରା, ଖରିକୁଲା, ସରପଦା ଭଳି ୫ଟି ଗାଁ ସମୁଦ୍ର ବକ୍ଷରେ ସମ୍ପୂର୍ଣ୍ଣ ଲୀନ ହୋଇଯାଇଥିଲା । ସେହିପରି ୧୯୯୯ ମହାବାତ୍ୟାରେ ସମ୍ପୂର୍ଣ୍ଣ ସାତଭାୟାକୁ ନିଜ ବକ୍ଷକୁ ନେଇଗଲା ସମୁଦ୍ର । ଜଳବାୟୁ ପରିବର୍ତନ ଓ ସମୁଦ୍ର ଜନବସତିକୁ ମାଡିଯିବା କାରଣରୁ ସାତଭାୟାବାସୀଙ୍କୁ ବିସ୍ଥାପିତ ହେବାକୁ ପଡ଼ିଥିଲା । ଆଉ ଏବେ ସମୁଦ୍ର ଅାଁରେ ଲିନ ହେବାକୁ ବସିଛି ରାଜନଗର ଅଂଚଳର ଆଉ ଏକ ପର୍ଯ୍ୟଟନସ୍ଥଳୀ ହବାଳିଖଟି ।

The post ସମୁଦ୍ର ଆଁରେ ଲିନ ହୋଇଯିବ କି କେନ୍ଦ୍ରାପଡ଼ାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ହବାଳିଖଟି । ସାତଭାୟା ଠାରୁ ଏକକୂଳା ଯାଏଁ ତାଣ୍ଡବ ରଚୁଛି ସମୁଦ୍ର first appeared on Kanak News.

from Kanak News
via <a href="https://ifttt.com/?

ଛାଡ଼ଖାଇ ପୂର୍ବରୁ ମାତିଲେ ଛେଳି ଚୋର । ଗୁହାଳ ଘରେ ପଶି ୩୦ଟି ଛେଳି ଚୋରି କରି ନେଲେ ଦୁର୍ବୃତ

କନକ ବ୍ୟୁରୋ : ଛାଡ଼ଖାଇ ପୂର୍ବରୁ ମାତିଛନ୍ତି ଛେଳି ଚୋର । ବିଳମ୍ବିତ ରାତିରେ ଗୁହାଳ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବାଙ୍ଗରୁଷ ଗାଁର ଛେଳି ଚାଷୀ ମନେଇ ମଲ୍ଲିକଙ୍କର ୩୦ରୁ ଅଧିକ ଛେଳି ହୋଇଛି । ଏନେଇ ବଳଙ୍ଗା ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ଆଉ ଦିନ କେଇଟା ପରେ ଛେଳି ବିକ୍ରି କରି ଦୁଇ ପଇସା ରୋଜଗାର କରିବାର ଆଶା ରଖିଥିଲେ ଏହି ବୁଢ଼ି ମାଉସୀ ଜଣଙ୍କ । ହେଲେ ଏହା ପୂର୍ବରୁ ଲକ୍ଷାଧିକ ଟଙ୍କା ଛେଳି ଚୋରି ନେଇଛନ୍ତି ଚୋର । ବୃଦ୍ଧା ଜଣଙ୍କ ସକଳୁ ସଂଧ୍ୟା ଯାଏଁ ଛେଳି ଚରାଇବା ସହ ସମସ୍ତ ଯତ୍ନ ନିଅନ୍ତି । ଆଉ ବୃଦ୍ଧାଙ୍କ ସବୁ ପରିଶ୍ରମ ବ୍ୟର୍ଥ କରିଦେଇଛନ୍ତି ଚୋର । ଯାହାକୁ ନେଇ ବୃଦ୍ଧା ଜଣଙ୍କ ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ଏବେ ଖାଲି ଗୁହାଳ ପଡ଼ିଥିବା ବେଳେ ଖୁଂଟରେ ଖାଲି ପଘା ଝୁଲୁଛି । ହେଲେ ଛେଳି ନାହାନ୍ତି । ଯାହାକୁ ନେଇ ଭୋ ଭୋ ହୋଇ କାନ୍ଦୁଛନ୍ତି ବୃଦ୍ଧା । ପୂର୍ବରୁ ମଧ୍ୟ ବୃଦ୍ଧାଙ୍କର ୫ଟି ଛେଳି ଚୋରି ହୋଇଥିଲା । ଯାହାର କିଛି ପତା ମିଳିନଥିଲା । ଏବେ ପୁଣି ଥରେ ଛେଳି ଚୋରି ହେବାରୁ କେମିତି ତାଙ୍କର ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ମନେଇ ମଲିକ ।

The post ଛାଡ଼ଖାଇ ପୂର୍ବରୁ ମାତିଲେ ଛେଳି ଚୋର । ଗୁହାଳ ଘରେ ପଶି ୩୦ଟି ଛେଳି ଚୋରି କରି ନେଲେ ଦୁର୍ବୃତ first appeared on Kanak News.

from Kanak News
via <a href="https://ifttt.com/?

କଳାହାଣ୍ଡିରେ ନିମ୍ନମାନର ରାସ୍ତାକାମକୁ ନେଇ ତେଜୁଛି ଜନ ଅସନ୍ତୋଷ । ବିନା ସୂଚନା ଫଳକରେ ଚାଲିଥିବା ରାସ୍ତାକାମକୁ ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ସହର ହେଉ ଅବା ଗ୍ରାମାଂଚଳ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । କିନ୍ତୁ ଠିକାଦାର ଓ ଯନ୍ତ୍ରୀଙ୍କ ଲାଭଖୋର ମନବୃତି ଯୋଗୁଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ରାସ୍ତା ସରିବା ପୂର୍ବରୁ ନଷ୍ଟ ହୋଇଯାଉଛି । ନିର୍ମାଣ କାମ ସରିବା ପୂର୍ବରୁ କେଉଁଠି ପିଚୁ ଉଠିଯାଉଛି । ତ ପୁଣି କେଉଁଠି ରାସ୍ତାକାମ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । କଳାହାଣ୍ଡିରୁ ଆସିଛି ଏଭଳି ଅଭିଯୋଗ । ସବୁଠାରୁ ବଡ଼ କଥା ହେଉଛି ରାସ୍ତା ନିର୍ମାଣର କୌଣସି ସୁଚନା ଫଳକ ନାହିଁ । କେତେ ଟଙ୍କା ବ୍ୟୟରେ କେତେ କିଲୋମିଟର ରାସ୍ତା ନିର୍ମାଣ ହେଉଛି ତାହା ମଧ୍ୟ ଜାଣିପାରୁନାହାନ୍ତି ଲୋକେ ।

ଅନେକ ଦିନର ଦାବି ପରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରୁ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଥିବା ଢ଼ୁଲୁ ଘାଟି ରାସ୍ତା କାମ ଆସିଥିଲା । କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାବସୀ ଏହି ରାସ୍ତାକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ । ଭାବିଥିଲେ ବ୍ୟବସାୟ ଓ ଯାତାୟତର ଏକ ମୁଖ୍ୟ ସ୍ରୋତ ହେବ ଢ଼ୁଲୁଘାଟି ରାସ୍ତା । ହେଲେ ପୂର୍ତ ବିଭାଗ ଦ୍ୱାରା ନିର୍ମାଣ ହେଉଥିବା ଏହି ରାସ୍ତା ଓ ବ୍ରିଜ୍ କାମ ଅତି ନିମ୍ନମାନର ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ।

ନିର୍ମାଣ ଚାଲିଥିବା ବ୍ରିଜ୍ ଠାରେ ଡାଇଭର୍ସନ ରାସ୍ତା ଠିକ୍ ନଥିବାରୁ ଗତ ଜୁଲାଇ ମାସରେ ପିକ୍ଅପ୍ ଭ୍ୟାନ ଓଲଟି ୪ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ କିଛି ଦିନ ତଳେ ବ୍ରିଜ୍ କାମରେ ନିୟୋଜିତ ଥିବା ଶ୍ରମିକ ବିଦ୍ୟୁତ୍ ସସ୍ପର୍ଶରେ ଆସି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ତେଣୁ ଭଲ ଭାବେ ରାସ୍ତା ନିର୍ମାଣ ପାଇଁ ସାଧାରଣରେ ଦାବି ହୋଇଛି ।

The post କଳାହାଣ୍ଡିରେ ନିମ୍ନମାନର ରାସ୍ତାକାମକୁ ନେଇ ତେଜୁଛି ଜନ ଅସନ୍ତୋଷ । ବିନା ସୂଚନା ଫଳକରେ ଚାଲିଥିବା ରାସ୍ତାକାମକୁ ନେଇ ଉଠିଲା ପ୍ରଶ୍ନ first appeared on Kanak News.

from Kanak News
via <a href="https://ifttt.com/?

ସ୍ୱଳ୍ପ ବୃଷ୍ଟିପାତ ଓ ପାଣି ଅଭାବରୁ ଉଜୁଡ଼ିଗଲା ଫସଲ । ଜମିରେ ଗାଇ ଓ ମଇଁଷି ଛାଡିଦେଲେ ଆସିକା ଓ ଧରାକୋଟର ଚାଷୀ

କନକ ବ୍ୟୁରୋ : ପାଣି ଅଭାବରୁ ଉଜୁଡ଼ିଗଲା ଫସଲ । ଜମିରେ ଧାନ ଗଛ ଠିଆ ହୋଇଛି । ହେଲେ ଗଛରେ ନାହିଁ ଧାନ କେଣ୍ଡା । ପାଣି ଅଭାବରୁ ଧାନ ଗଛ ପୋଡ଼ି ଜଳି ନଷ୍ଟ ହୋଇଗଲାଣି । ଶେଷରେ ନିରାଶ ହୋଇ ଧାନ ବିଲରେ ଗାଇଗୋରୁ ଛାଡ଼ିଦେଇଛନ୍ତି ଚାଷୀ । ବର୍ଷସାରା ଅକ୍ଳାନ୍ତ ପରିଶ୍ରମ ପରେ ଅମଳ କରିବା ବଦଳରେ ଧାନ ବିଲରେ ଚରୁଛନ୍ତି ଗାଇ ଓ ମଇଁଷି ପଲ । ଗଂଜାମ ଜିଲ୍ଲାର ଆସିକା, ଧରାକୋଟ ବ୍ଲକର ଏକର ଏକର ଧାନ ଫସଲ ପାଣି ଅଭାବରୁ ନଷ୍ଟ ହୋଇଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ଚିନ୍ତାରେ ପଡ଼ିଛି ଚାଷୀ । ଅନ୍ୟପଟେ ଜମିରୁ ଯେଉଁ ଧାନ ଅମଳ ହୋଇଛି ତାହା ମଧ୍ୟ ଅଗାଡ଼ି । ପୂର୍ବରୁ ଯେଉଁ ଜମିରୁ ଦୁଇ ଗୁଣା ଧାନ ଆଦାୟ ହେଉଥିଲା ଏବେ ସହି ଜମିରୁ ଅଧା ବି ଅମଳ ହେଉନାହିଁ । ତେଣୁ ପରିବାର ପୋଷଣ ସହ ରୁଣ ଭାର ନେଇ ଚିନ୍ତାରେ ପଡ଼ିଛି ଚାଷୀ।

ଗଂଜାମର ଅଧିକାଂଶ ଲୋକ ଧାନ ଚାଷ ଉପରେ ନିର୍ଭର କରନ୍ତି । ଧାନ ଅମଳ ପରେ ରୁଣ ପରିଷୋଧ କରିବା ସହ ପରିବାରର ବର୍ଷକ ପାଇଁ ଆବଶ୍ୟକ ଖାଦ୍ୟ ପାଇଥାଏ ଚାଷୀ । ହେଲେ ଚଳିତ ବର୍ଷ ବର୍ଷା ଅଭାରୁ ଧାନ ଫସଲ ଉଜୁଡି ଯାଇଛି । ପ୍ରାୟ ଗାଁରେ ଧାନ ଫସଲ ପ୍ରଭାବିତ ହୋଇଥିବା ବେଳେ ଏପର୍ଯ୍ୟନ୍ତ କୃଷି ବିଭାଗର ଅଧିକାରୀଙ୍କ ଦେଖାନାହିଁ ।

ଅନ୍ୟପଟେ ବିଜେପି ଓ କମ୍ୟୁନିଷ୍ଟ ଦଳ ପକ୍ଷରୁ ଚାଷିଙ୍କୁ କ୍ଷୟକ୍ଷତି ପ୍ରଦାନ ନିମନ୍ତେ ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯାଉଥିବା ବେଳେ ଦୁଇ ଦିନ ହେଲା ଓଡିଶା କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ କିସାନ୍ ସେଲ୍ର ସଭାପତି ଅମିୟ ପଟ୍ଟନାୟକ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଗଂଜାମର ବିଭିନ୍ନ ବ୍ଲକରୁ ବ୍ଲକ ବୁଲି କ୍ଷତିଗ୍ରସ୍ତ ଚାଷିଙ୍କୁ ଭେଟୁଛନ୍ତି । ସରକାର ଯଥା ଶ୍ରିଘ୍ର ଚାଷିଙ୍କ କ୍ଷୟକ୍ଷତି ଆକଳନ କରି ସେମାଙ୍କ କ୍ଷତିପୁରଣ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।

The post ସ୍ୱଳ୍ପ ବୃଷ୍ଟିପାତ ଓ ପାଣି ଅଭାବରୁ ଉଜୁଡ଼ିଗଲା ଫସଲ । ଜମିରେ ଗାଇ ଓ ମଇଁଷି ଛାଡିଦେଲେ ଆସିକା ଓ ଧରାକୋଟର ଚାଷୀ first appeared on Kanak News.

from Kanak News
via <a href="https://ifttt.com/?

ପାଲେଷ୍ଟାଇନୀୟଙ୍କ ସ୍ଥାନରେ ଇସ୍ରାଏଲ ଚାହୁଁଛି ଏକ ଲକ୍ଷ ଭାରତୀୟ ଶ୍ରମିକ ନେବାପାଇଁ । କିଏ କରୁଛି ବିରୋଧ ?

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଇସ୍ରାଏଲ ହମାସର ଆଡ୍ଡା ଉପରେ ଭୟଙ୍କର ଆକ୍ରମଣ କରୁଛି ଯେଉଁଥିପାଇଁ ଗାଜା ସିଟି ଏକ କବରସ୍ଥାନରେ ପରିଣତ ହୋଇଛି । ଏହି ସମୟ ମଧ୍ୟରେ ଇସ୍ରାଏଲ ପାଲେଷ୍ଟାଇନର  ଶ୍ରମିକମାନଙ୍କୁ କାମରୁ ବାହାର କରିଦେଇଛି । ସେ ଚାହୁଁଛନ୍ତି ଯେ ଭାରତୀୟ ଶ୍ରମିକମାନେ ଇସ୍ରାଏଲକୁ ଆସନ୍ତୁ ।

ଇସ୍ରାଏଲ ଉପରେ ହମାସର ରକ୍ତାକ୍ତ ଆକ୍ରମଣ ପରେ ଗାଜାରେ ଯୁଦ୍ଧ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଗାଜାରେ ୧୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହମାସ ଆକ୍ରମଣରେ ୧୪୦୦ ରୁ ଅଧିକ ଇସ୍ରାଏଲ ନାଗରିକ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣ ପରେ ଇସ୍ରାଏଲ୍ ସରକାର ବର୍ତ୍ତମାନ ହଜାର ହଜାର କାର୍ଯ୍ୟରତ ପାଲେଷ୍ଟାଇନୀୟଙ୍କ କାର୍ଯ୍ୟ ଅନୁମତିକୁ ବାତିଲ କରିଦେଇଛନ୍ତି । ହମାସ ଆକ୍ରମଣ ପରେ ଏହା ଜଣାପଡିଥିଲା ​​ଯେ ଏହି ଆକ୍ରମଣ ସମୟରେ ଅନେକ ପାଲେଷ୍ଟାଇନ ନିର୍ମାଣ ଶ୍ରମିକ ଇସ୍ରାଏଲରେ ଲୁଟପାଟ  କରିଥିଲେ । ବର୍ତ୍ତମାନ ଇସ୍ରାଏଲ ପାଲେଷ୍ଟାଇନ ଶ୍ରମିକଙ୍କ ବଦଳରେ ଭାରତରୁ ଏକ ଲକ୍ଷ ଶ୍ରମିକ ନେବାକୁ କରିବାକୁ ଚାହୁଁଛି ।ଇସ୍ରାଏଲର ଏହି  ଯୋଜନାକୁ ବିରୋଧ ମଧ୍ୟ ଆରମ୍ଭ ହୋଇଛି ।

ପୁରା ମାମଲା କଣ ?

ଏହି ଆକ୍ରମଣ ପୂର୍ବରୁ ପ୍ରାୟ ୯୦,୦୦୦ ପାଲେଷ୍ଟାଇନୀୟ ଇସ୍ରାଏଲର ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜଣାପଡିଛି । ବର୍ତ୍ତମାନ ଏହି ପାଲେଷ୍ଟାଇନୀୟମାନଙ୍କ କାର୍ଯ୍ୟ ଅନୁମତି ବାତିଲ ହେବା ପରେ ଇସ୍ରାଏଲ୍ ବିଲଡର୍ସ ଆସୋସିଏସନ ନେତାନ୍ୟାହୁ ସରକାରଙ୍କୁ ଭାରତରୁ ୧୦୦,୦୦୦ ଶ୍ରମିକ ନିଯୁକ୍ତି ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛି । ଏହି ଆସୋସିଏସନର ଉପାଧ୍ୟକ୍ଷ ହୈମ  ଫିଗଲିନ୍ କହିଛନ୍ତି ଯେ ବର୍ତ୍ତମାନ ଆମେ ଭାରତ ସହ ଆଲୋଚନା କରୁଛୁ । ଏହାକୁ ଅନୁମୋଦନ କରିବାକୁ ଆମେ ଇସ୍ରାଏଲ୍ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ । ସମଗ୍ର ଉତ୍ପାଦନ କ୍ଷେତ୍ରକୁ ଚଳାଇ ଏହାକୁ ସ୍ୱାଭାବିକ ଅବସ୍ଥାକୁ ଆଣିବା ପାଇଁ ଭାରତରୁ ୫୦,୦୦୦ ରୁ ୧୦୦,୦୦୦ ଶ୍ରମିକ ଆଣିବାକୁ ଆମେ ଆଶା କରୁଛୁ ।

ପାଲେଷ୍ଟାଇନବାସୀ କାମ ପାଇଁ ଇସ୍ରାଏଲ ଉପରେ ନିର୍ଭର କରନ୍ତି

ବିଶ୍ୱାସ କରାଯାଏ ଯେ ପ୍ରାୟ ୨୦,୦୦୦ ଭାରତୀୟ ଇସ୍ରାଏଲରେ କାର୍ଯ୍ୟ କରୁଛନ୍ତି ।  ଏମାନଙ୍କ ମଧ୍ୟରୁ ଅନେକ ବୟସ୍କମାନଙ୍କ କେୟାର ଟେକର ଭାବେ କାମ କରନ୍ତି ।  ଇସ୍ରାଏଲ୍ ବ୍ୟାପାରର ବିଶେଷଜ୍ଞ ତଥା ଦିଲ୍ଲୀର ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ ପ୍ରଫେସର ପି.ଆର କୁମାରସ୍ୱାମୀ ଡିଡବ୍ଲ୍ୟୁଙ୍କୁ କହିଛନ୍ତି ଯେ ହିଂସା ବୃଦ୍ଧି ସତ୍ତ୍ବେ ବିଗତ ବର୍ଷରେ ବିଦେଶୀ ଶ୍ରମିକଙ୍କ ଉପସ୍ଥିତି ବୃଦ୍ଧି ପାଇଛି । ସେ କହିଛନ୍ତି, ‘ପୂର୍ବରୁ ଭାରତ, ନେପାଳ ଏବଂ ଶ୍ରୀଲଙ୍କାର ଲୋକମାନେ ବୟସ୍କମାନଙ୍କ ଯତ୍ନ ନେବା କାମ କରୁଥିଲେ । ନିର୍ମାଣ ଶିଳ୍ପରେ ସେମାନଙ୍କର ଉପସ୍ଥିତି ଅପେକ୍ଷାକୃତ ନୂତନ ଏବଂ ଏହା  ହିଂସାକାଣ୍ଡ ଯୋଗୁ ହେଉଛି । କୁମାରସ୍ୱାମୀ କହିଛନ୍ତି ଯେ କୌଣସି ଘରୋଇ ନିଯୁକ୍ତି ସୁଯୋଗ ବିନା ପାଲେଷ୍ଟାଇନୀୟମାନେ ଇସ୍ରାଏଲର ଶ୍ରମ ବଜାର ଉପରେ ଗଭୀର ଭାବରେ ନିର୍ଭରଶୀଳ ଅଟନ୍ତି  ଏବଂ ସେମାନକ ଅନୁପସ୍ଥିତି ଇସ୍ରାଏଲ ପାଇଁ ଅଧିକ କଠିନ ସାବ୍ୟସ୍ତ ହେବ ।

ଏହି ଭାରତୀୟମାନେ ଯୁଦ୍ଧ ଏବଂ ହିଂସା ଆଶଙ୍କା ସତ୍ତ୍ବେ ଇସ୍ରାଏଲରେ ରହୁଛନ୍ତି ଏବଂ କାମ କରୁଛନ୍ତି । ଇସ୍ରାଏଲ ସେନା ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ମଧ୍ୟ ଏହି ଭାରତୀୟ ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ।  ଇସ୍ରାଏଲରେ ରହୁଥିବା ଭାରତୀୟମାନେ ମଧ୍ୟ ଏହି ଯିହୁଦୀ ଦେଶ ଛାଡିବାକୁ ଚାହାଁନ୍ତି ନାହିଁ । ଜଣେ ଭାରତୀୟ ଦର୍ଶାଇଛନ୍ତି ଯେ ବର୍ତ୍ତମାନ ଇସ୍ରାଏଲରେ ରହୁଥିବା ଅନେକ ଭାରତୀୟ ଆକର୍ଷଣୀୟ ପାରିଶ୍ରମିକ ଏବଂ ଅନ୍ୟାନ୍ୟ ସୁବିଧା ବଦଳରେ ସୁରକ୍ଷା ବିପଦ ଗ୍ରହଣ କରିବାକୁ ରାଜି ଅଛନ୍ତି ।  ଯାହା ଅନ୍ୟ ଦେଶରେ ଉପଲବ୍ଧ ନାହିଁ ।

ଭାରତୀୟ ଟ୍ରେଡ ୟୁନିଅନମାନେ ଚିନ୍ତା ପ୍ରକଟ କରୁଛି

ଇସ୍ରାଏଲକୁ ଶ୍ରମିକ ପଠାଇବା ଖବରକୁ ଭାରତୀୟ ଟ୍ରେଡ ୟୁନିଅନ ପସନ୍ଦ କରୁନାହାଁନ୍ତି। ଶ୍ରମ ପ୍ରତିନିଧୀମାନେ କହିଛନ୍ତି ଯେ ଏଭଳି ବ୍ୟବସ୍ଥା ଭାରତୀୟମାନଙ୍କୁ ଗୁରୁତର ବିପଦରେ ପକାଇବ। ଦେଶର ଦଶଟି ପ୍ରମୁଖ ଟ୍ରେଡ ୟୁନିଅନ ଭାରତ ସରକାରଙ୍କୁ ଇସ୍ରାଏଲର ନିର୍ମାଣ କ୍ଷେତ୍ରର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାକୁ କହିଛନ୍ତି । ଥି ସହିତ ବ୍ରିଟିଶ ମାନବାଧିକାର ଗୋଷ୍ଠୀ ଫେୟାରସ୍କେୟାର ମଧ୍ୟ ଭାରତ ସରକାରଙ୍କୁ ନାଗରିକମାନଙ୍କୁ ଇସ୍ରାଏଲକୁ ନ ପଠାଇବାକୁ ଅନୁରୋଧ କରିଛି, ଯାହା ଦେଶରୁ ବିତାଡିତ ପାଲେଷ୍ଟାଇନ ଶ୍ରମିକଙ୍କ ସ୍ଥାନ ନେବ। ସେ କହିଛନ୍ତି ଯେ ଏହା ଅନ୍ୟାୟ ହେବ ଏବଂ ଭାରତ ଏହି ହିଂସାର ଫାଇଦା ନେବା ଉଚିତ୍ ହେବନାହିଁ । ଗ୍ଲୋବାଲ୍ ଡାଟା ଷ୍ଟୋର ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୨ ମସିହାରେ ଇସ୍ରାଏଲ୍ ନିର୍ମାଣ ବଜାରର ମୂଲ୍ୟ ୭୧ ବିଲିୟନ ଡ଼ଲାର୍ ଥିଲା ଏବଂ ୨୦୨୪-୨୦୨୭ ମଧ୍ୟରେ ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ୨ % ରୁ ଅଧିକ ହେବ ବୋଲି ଆକଳନ କରାଯାଇଛି ।

 

The post ପାଲେଷ୍ଟାଇନୀୟଙ୍କ ସ୍ଥାନରେ ଇସ୍ରାଏଲ ଚାହୁଁଛି ଏକ ଲକ୍ଷ ଭାରତୀୟ ଶ୍ରମିକ ନେବାପାଇଁ । କିଏ କରୁଛି  ବିରୋଧ ? first appeared on Kanak News.

from Kanak News
via <a href="https://ifttt.com/?

ଇସ୍ରାଏଲ ଓ ହମାସର ନୂଆ ରଣଭୁମି ପାଲଟିଛି ଗାଜାର ଅଲ-ସିଫା ହସ୍ପିଟାଲ । ଯୁଦ୍ଧର କୁପରିଣତି ଭୋଗୁଛନ୍ତି ରୋଗୀ ଓ ନବ ଜାତକ

କନକ ବ୍ୟୁରୋ : ଇସ୍ରାଏଲ ନଜରରୁ ବଂଚିବା ପାଇଁ ଗାଜାର ଅଲ-ସିଫା ହସ୍ପିଟାଲକୁ ହମାସ ଆତଙ୍କବାଦୀ ମାନେ ନିଜର ନୂଆ ଆଡ୍ଡାସ୍ଥଳୀ ଭାବେ ବ୍ୟବହାର କରିବା ସହ ସେଠାରେ ଭୂତଳ ସୁଡଙ୍ଗ କରି ପଣବନ୍ଦୀମାନଙ୍କୁ ଲୁଚାଇ ରଖୁଛନ୍ତି ବୋଲି ଉଭୟ ଇସ୍ରାଏଲ ଓ ଆମେରିକା ଦାବି କରୁଛନ୍ତି । ୨୦୦୭ରୁ ତଟବର୍ତୀ ଅଂଚଳ ଅଧିକାର ଜାରି କରିଆସୁଥିବା ହମାସ ସହର ତଳେ ପ୍ରାୟ ୧୦୦ କିଲୋମିଟର ଲମ୍ବର ଗୁପ୍ତ ସୁଡଙ୍ଗ ତିଆରି କରିଛି , ଯାହାକୁ ସେ ଏବେ ଆକ୍ରମଣର ପ୍ଲାନିଂ ତଥା ଲୁଚିବା ପାଇଁ ବ୍ୟବହାର କରୁଛି । ଏହି ହସ୍ପିଟାଲରେ ବର୍ତ୍ତମାନ ପ୍ରାୟ୩୬ଟି ନବଜାତ ଶିଶୁ ଅଛନ୍ତି ଓ ନିକଟରେ ଆବଶ୍ୟକ ସୁବିଧା ଅଭାବରୁ ୩ଟି ନୁଆ ଜନ୍ମ ହୋଇଥିବା ଅପରିପକ୍ୱ ଶିଶୁଙ୍କର ମୃତ୍ୟୁ ହୋଇସାରିଲାଣି । ଅଲ-ସିଫା ହସ୍ପିଟାଲର ମୁଖ୍ୟ ଅଧିକାରୀ ହସ୍ପିଟାଲ ତଳେ ଏପରି କିଛି ଭୁତଳ ସୁଡଙ୍ଗ କରାଯାଇଥିବାର ଅଭିଯୋଗକୁ ଖଣ୍ଡନ କରିବା ସହ ଯଦି କୌଣସି ଆନ୍ତର୍ଜାତିକ ସଂଗଠନର ଦଳ ଆସି ଏ ନେଇ ଅନୁଧ୍ୟାନ କରିବାକୁ ଚାହୁଁଛନ୍ତି ତେବେ କରିପାରିବେ ବୋଲି ଜଣାଇଛନ୍ତି ।

ଅଲ-ସିଫାର ଅର୍ଥ ଓ ଇିତିହାସ

ଆଲ- ସିଫାର ଗୋଟେ ପଟେ ଗାଜାର ମାଛଧରା ଉପକୂଳ ଓ ଅନ୍ୟପଟେ ଶରଣାର୍ଥୀଙ୍କ କ୍ୟାମ୍ପ ରହିଛି । ଆରବୀୟ ଭାଷାରେ ଦେଖବାକୁ ଗଲେ ଶିଫାର ଅର୍ଥ – ହିଲିଂ ବା ଉପଶମ । ମଧ୍ୟ -ପାଚ୍ୟର ପ୍ରାୟ ସବୁ ହସ୍ପିଟାଲକୁ ସାଧାରଣତଃ ଏହି ଶିଫା ନାମଟି ଦିଆଯାଇଥାଏ ।

ବ୍ରିଟିସ ରାଜତ୍ୱ ସମୟରେ ୧୯୪୬ ମସିହାରେ ଏହି ଅଲ ସିଫା ହସ୍ପିଟାଲର ନିର୍ମାଣ ହୋଇଥିଲା । ଆଗରୁ ଇଜିପ୍ଟ ଇସ୍ରାଏଲର ଅନେକ ଆକ୍ରମଣକୁ ମଧ୍ୟ ଏହି ହସ୍ପିଟାଲ ସାମ୍ନା କରିଛି । । ୧୯୮୦ ଦଶକକୁ ଇସ୍ରାଏଲ ଆର୍କିଟେକ୍ ଦ୍ୱାରା ଏହି ହସ୍ପିଟାଲର ପୁନଃ ନବୀକରଣ କରାଯାଇଥିଲା । ୧୯୯୪ରେ ପାଲେଷ୍ଟାଇନ ଲିବରେସନ ଅର୍ଗାନାଇଜେସନ ମୁଖ୍ୟ ୟାସେରଙ୍କ ବାହିନୀ , ଗାଜାର ଆଲ-ସିଫା ଉପରେ ପତାକା ଉଡାଇ ନିଜକୁ ସ୍ୱାଧୀନ ବୋଲି ଘୋଷଣା କରିଥିଲେ । ଏହାପରେ ୨୦୦୭ରେ ଆଶ୍ଚର୍ଯ୍ୟ ଭାବେ ହମାସ ନିର୍ବାଚନ ଜିତି ଗାଜାକୁ ଅଧିକାର କରିବା ସହ ଆଲ-ଶିଫାରେ ନିଜକୁ ବିଜେତା ଘୋଷଣା କରିଥିଲେ । ଗାଜା ତଳେ ସୁଡଙ୍ଗ କରି ହମାସ ଆକ୍ରମଣ ଷଡଯନ୍ତ୍ର କରୁଥିବାର ଅଭିଯୋଗ ଇସ୍ରାଏଲ ଅନେକ ଆଗରୁ କହି ଆସୁଥିଲେ ମଧ୍ୟ ଏହାକୁ ନେଇ ଏବେ ଯାଏଁ କୌଣସି ଠୋସ ପ୍ରମାଣ ମିଳି ନାହିଁ ।

The post ଇସ୍ରାଏଲ ଓ ହମାସର ନୂଆ ରଣଭୁମି ପାଲଟିଛି ଗାଜାର ଅଲ-ସିଫା ହସ୍ପିଟାଲ । ଯୁଦ୍ଧର କୁପରିଣତି ଭୋଗୁଛନ୍ତି ରୋଗୀ ଓ ନବ ଜାତକ first appeared on Kanak News.

from Kanak News
via <a href="https://ifttt.com/?

ଫେରିଲେ ଶବ, ଆଖିର ଲୁହ ଶୁଖିବ । କୋଲକାତାରେ ମାଆର ମୃତଦେହ, କେନ୍ଦ୍ରାପଡାରେ କାନ୍ଦିକାନ୍ଦି ଶବ ଅପେକ୍ଷାରେ ପୁଅଝିଅ…

କନକ ବ୍ୟୁରୋ: ବାସ୍ ଗୋଟିଏ ଥର… ଆମ ମାଆର ଶବକୁ ଫେରାଇଆଣ । ଆମେ ଶେଷ ଥର ପାଇଁ ତା ମୁହଁକୁ ଚାହିଁ ସାରା ଜୀବନ କାଟିଦେବୁ । ଭାଇଟା ମୋର ଜମା ବୁଝୁନି, ଜୀବନ ଥିବା ଆମ ଜନ୍ମଦାତ୍ରୀ ତ ଆଉ ଜମା ଫେରିବନି, ତେଣୁ ପ୍ରାଣହୀନ ତା ଶବକୁ ଦୟାକରି ଆମକୁ ଫେରେଇଦିଅ… ଆମକୁ ଫେରେଇଦିଅ…

କ୍ୟାମେରା ଆଗରେ କାକୁତି ମିନତି ହୋଇ ଅସହାୟ କଣ୍ଠରେ ଗୁହାରୀ କରୁଥିବା ଏ ଝିଅର ଆଖିଯୋଡିକୁ ଦେଖନ୍ତୁ । କେମିତି ତା ଆଖିରେ ମାଆ ପାଇଁ ଶେଷ ଅପେକ୍ଷା ଲୁହ ହୋଇ ଝରିବ ଝରିବ ହେଉଛି । କିନ୍ତୁ ସେ ଅପେକ୍ଷାର ଅନ୍ତ ହେଉନି କି ତା ମାଆର ଶବ ସୁଦୂର କୋଲକାତାରୁ ଫେରୁନି । ସେପଟେ କୁନି ଭାଇଟା ମାଆକୁ ଝୁରି ଝୁରି ଭୋକଶୋଷ ଭୁଲିଗଲାଣି । କୁନି ଝିଅ ଟିକେ ବଡ ହୋଇଥିବାରୁ ସେ ତା ମନକୁ ବୁଝେଇ ଦେଇଛି, ତା କଅଁଳ ହୃଦୟକୁ ପଥର କରି ଦେଇଛି । କିନ୍ତୁ ତା କୁନି ଭାଇକୁ ବୁଝେଇ ପାରୁନି ଯେ, ତାଙ୍କ ମାଆ ଆଉ ଫେରିବନି ବୋଲି । ଫେରିବ ତ ତା ଶବ । କିନ୍ତୁ ହାଏ ଏ ସରକାରୀ ବିଧି ବ୍ୟବସ୍ଥା ପାଇଁ ସେତକ ବି ହେଉନି …

ଗୋଟେ ପଟେ ବସର ନିଆଁ ଯେମିତି ମାଆକୁ ସେମାନଙ୍କ ପାଖରୁ ଛଡେଇ ନେଇଥିଲା । ଠିକ୍ ସେମିତି ନିଆଁ ପରର ଯନ୍ତ୍ରଣାର ଲୁହ ଏବେ ସମସ୍ତଙ୍କୁ କଷ୍ଟ ଦେଉଛି । କୋଲକାତା ଦୁର୍ଘଟଣାରେ କେନ୍ଦ୍ରାପଡାର ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଏଯାଏଁ ତାଙ୍କ ଶବକୁ ପରିବାରକୁ ହନ୍ତାସ୍ତର କରାଯାଇନି । ଆଜିକୁ ଠିକ୍ ୭ ଦିନ ତଳେ କୋଲକାତା ବାବୁଘାଟରୁ ପାରାଦୀପ ଅଭିମୁଖେ ବାହାରିଥିବା ବସ୍ ଖଡଗପୁର ପାଖରେ ଇଞ୍ଜିନ ନିଆଁ ସଂସ୍ପର୍ଶରେ ଆସି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଯେଉଁଥିରେ କେନ୍ଦ୍ରାପଡାର ପୁଷ୍ପାଞ୍ଜଳି ଦାସଙ୍କ ମୃତ୍ୟୁ ହୋଇଥିଲା । ମାତ୍ର ବିଡମ୍ବନାର ବିଷୟ, ଶବକୁ ପୋଷ୍ଟମର୍ଟମ ପାଇଁ ନେଇ ଆଉ ଫେରାଉ ନାହାନ୍ତି । ଘଟଣାକୁ ୭ ଦିନ ବିତି ଯାଇଥିଲେ ବି କୋଲକାତାରୁ ଶବ ଫେରୁନି । ପ୍ରଶାସନକୁ ବାରମ୍ବାର କହିବା ପରେ ବି କିଛି ଅଗ୍ରଗତି ହେଉନି ।

ସେପଟେ ମାଆକୁ ଝୁରି ଝୁରି ପିଲା ୨ଟି ଭାଙ୍ଗି ପଡିଥିବା ବେଳେ ବାପା ଜଣଙ୍କ ବାକଶୂନ୍ୟ ହୋଇପଡିଛନ୍ତି । ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶୁଦ୍ଧିକ୍ରିୟା ମୁଖ୍ୟ କର୍ମ ହୋଇଥିବାରୁ ଶବ ଫେରୁନଥିବାରୁ କେମିତି ଶୁଦ୍ଧିକ୍ରିୟା କରାଯିବ ସେନେଇ ଚିନ୍ତାରେ ପରିବାର । ସାଧାରଣ ମଣିଷଟିଏ କେବେ ସରକାରୀ ବ୍ୟବସ୍ଥାର ଏ ଅଡୁଆ ସୂତା ଭିତରେ ପଶିବାକୁ କେବେ ପସନ୍ଦ କରେନି କି ସେ ଝିନଝଟ ତାକୁ ଭଲ ଲାଗେନି । ଆଉ ଶବ ପାଇଁ ଯେତେବେଳେ ଏତେ ସମସ୍ୟା ସାମ୍ନାରେ ଅଛି ସେତେବେଳେ ଅଣନିଶ୍ୱାସୀ ହୋଇପଡିଛନ୍ତି ରାଜେନ୍ଦ୍ର । ତେବେ ଏପରିସ୍ଥଳେ ଜିଲ୍ଲପ୍ରଶାସନକୁ ଆମର ଅନୁରୋଧ- ମାନବିକତାର ପରିଚୟ ଦେଇ ସହାୟତାର ହାତ ବଢାଇ ଏମିତି ଏକ ଅସମୟରେ ପରିବାର ସାଥିରେ ଛିଡା ହୁଅନ୍ତୁ…

The post ଫେରିଲେ ଶବ, ଆଖିର ଲୁହ ଶୁଖିବ । କୋଲକାତାରେ ମାଆର ମୃତଦେହ, କେନ୍ଦ୍ରାପଡାରେ କାନ୍ଦିକାନ୍ଦି ଶବ ଅପେକ୍ଷାରେ ପୁଅଝିଅ… first appeared on Kanak News.

from Kanak News
via <a href="https://ifttt.com/?

ପାଲେଷ୍ଟାଇନ ନାଗରିକଙ୍କ ପ୍ରତିବାଦର ପ୍ରତୀକ ହେଉଛି ତରଭୂଜ । ଜାଣନ୍ତୁ ଏହା ପଛରେ ଥିବା କିଛି ଅଦ୍ଭୁତ କାରଣ

କନକ ବ୍ୟୁରୋ : ଲୋକମାନେ ଅନ୍ୟମାନଙ୍କୁ ଆକର୍ଷିତ କରିବାକୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି । ଏହାସହ ନିଜର ଦାବି ଓ ସରକାରଙ୍କ ନୀତିକୁ ବିରୋଧ କରିବା ଆଳରେ ଲୋକମାନେ ମଧ୍ୟ ଭିନ୍ନ ଭିନ୍ନ ପନ୍ଥା ଆପଣାଇଥାନ୍ତି । ବିରୋଧ ଆଳରେ କେଉଁଠି ହିଂସା ହେଉଛି ତ କେଉଁଠି ମଜାଳିଆ କାର୍ଯ୍ୟ କରି ଲୋକମାନେ ବିରୋଧ କରୁଛନ୍ତି । ହେଲେ ପାଲେଷ୍ଟାଇନ ନାଗରିକମାନଙ୍କ ପାଇଁ ବିରୋଧର ପ୍ରତୀକ ସାଜିଛି ତରଭୂଜ ।

ସେମିତି କିଛି ଦେଖିବାକୁ ମିଳୁଛି ପାଲେଷ୍ଟାଇନରେ ଅଂଚଳରେ । ପାଲେଷ୍ଟାଇନରେ ଇସ୍ରାଏଲ ଦ୍ୱାରା ଚାଲିଥିବା ଲଗାତାର ଆକ୍ରମଣକୁ ସେଠାକାର ଅଧିବାସୀ ଘୋର ବିରୋଧ କରୁଛନ୍ତି । ହେଲେ ଲୋକ ମାନେ ତରଭୁଜ ସାହାଯ୍ୟରେ ଟିକେ ଭିନ୍ନ ଉପାୟରେ ବିରୋଧ କରୁଛନ୍ତି ଯାହା କି ସମସ୍ତଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି ।

କାହିଁକି ତରଭୁଜା ହେଲା ବିରୋଧର ପ୍ରତୀକ –

ତରଭୁଜକୁ ନେଇ ହରତାଳ କରିବା ଘଟଣା ଏବେ ପ୍ରଥମ ନୁହେଁ, ଆଗରୁ ୧୯୬୭ ମସିହା ଯେବେ ଇସ୍ରାଏଲ ୱେଷ୍ଟବ୍ୟାଙ୍କ, ଗଜା ଓ ପୂର୍ବ ଯେରୁଜେଲମ ଅଞ୍ଚଳକୁ ଅକ୍ତିଆର କରି ପାଲେଷ୍ଟାଇନ ପତାକା ପ୍ରଦର୍ଶନକୁ ଅପରାଧ ଘୋଷିତ କରିଥିଲା ସେବେ ପ୍ରଥମ କରି ପାଲେଷ୍ଟାଇନବାସି ତରଭୁଜକୁ୍ ପ୍ରତିବାଦର ପ୍ରତୀକ ଭାବେ ବ୍ୟବହାରା କରିବା ଆରମ୍ଭ କରିଥିଲେ ।

ତରଭୁଜ ଭିତର ନାଲି ବାହାର ଧଳା ଥିବା ବେଳେ ମଞ୍ଜି କଳା ଓ ବାହାର ଚୋପା ସବୁଜ ରଙ୍ଗ ରହିଥାଏ, ଏହାର ସାମଞ୍ଜସ୍ୟ ପାଲେଷ୍ଟାଇନର ପତାକା ସହ ରହିଥିବାରୁ ସେମାନେ ଆନ୍ଦୋଳନ ସମୟରେ ତରଭୁଜ ଦେଖାଇବା ଆରମ୍ଭ କରିଥିଲେ । ଖାଲିଦ ହୁରାଣୀ ନାମକ ଜଣେ କଳାକାରଙ୍କ ରଚିତ “ଦ ଷ୍ଟୋରୀ ଅଫ ଦ ୱାଟରମେଲନ ” ପାଲେଷ୍ଟାଇନର ସବଜେକ୍ଟିଭ ଆଟ୍ଲାସରେ ସ୍ଥାନ ପାଇଥିବା ବେଳେ ତାଙ୍କର ଅନ୍ୟ ଏକ କଳାକୃତି “ଦ କଲର୍ସ ଅଫ ଫିଲିଷ୍ଟିନି ଫ୍ଲାଗ ” ଜରିଆରେ ଏହି କାହାଣୀ ବିଶ୍ୱ ସ୍ତରରେ ଚର୍ଚ୍ଚାକୁ ଆସିଥିଲା।

The post ପାଲେଷ୍ଟାଇନ ନାଗରିକଙ୍କ ପ୍ରତିବାଦର ପ୍ରତୀକ ହେଉଛି ତରଭୂଜ । ଜାଣନ୍ତୁ ଏହା ପଛରେ ଥିବା କିଛି ଅଦ୍ଭୁତ କାରଣ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started