ତ୍ରିପୁରାରେ ସହିଦ ହେଲେ ଓଡିଆ ଯବାନ । ଖବର ମିଳିବା ପରେ ଯବାନଙ୍କ ଗାଁରେ କାନ୍ଦବୋବାଳି ।

କନକ ବ୍ୟୁରୋ: ତ୍ରିପୁରାରେ ସହିଦ ହେଲେ ଓଡିଆ ଯବାନ । ସୀମା ସୁରକ୍ଷା ବାହିନୀ (ବିଏସଏଫ୍‌)ର ଓଡିଆ ଯବାନ ତ୍ରିପୁରାରେ ସହିଦ ହୋଇଛନ୍ତି । ତେହେ ସହିଦ ଯବାନଙ୍କ ନାମ ଇଶ୍ୱର ବେହେରା ବୋଲି ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗାଁର ନିବାସୀ ଈଶ୍ୱର ଚନ୍ଦ୍ର ଦୋରା ୨୦୦୯ ମସିହାରେ ବିଏସଏଫରେ ଯୋଗ ଦେଇଥିଲେ। ସେ ତ୍ରିପୁରା ସୀମାରେ କାର୍ଯ୍ୟରତ ଥିଲେ। ରାତିରେ ଡ୍ୟୁଟିରେ ଯାଇଥିବା ବେଳେ ତାଙ୍କର ମରଶରୀର ସକାଳୁ ଉଦ୍ଧାର ହୋଇଥିଲା। ଏନେଇ ତ୍ରିପୁରା ବିଏସଏଫ କମାଣ୍ଡାଣ୍ଟ ପକ୍ଷରୁ ପରିବାର‌ ଲୋକଙ୍କୁ ଅବଗତ କରାଯାଇଛି। ଏହି ଖବର ମିଳିଲା ପରେ ସହିଦ ଯବାନଙ୍କ ଘରେ କାନ୍ଦବୋବାଳିରେ ଫାଟିପଡୁଛି । ଗାଁରେ ଶୋକାକୁଳ ପରିବେଶ ଦେଖାଯାଇଛି। ପାର୍ଥିବ ଶରୀର ଆସିବାକୁ ଅପେକ୍ଷା କରାଯାଇଛି ।

The post ତ୍ରିପୁରାରେ ସହିଦ ହେଲେ ଓଡିଆ ଯବାନ । ଖବର ମିଳିବା ପରେ ଯବାନଙ୍କ ଗାଁରେ କାନ୍ଦବୋବାଳି । first appeared on Kanak News.

from Kanak News
via <a href="https://ifttt.com/?

ଫାଇନାଲ ପୂର୍ବରୁ ଗୌତମ ଗମ୍ଭୀରଙ୍କ ବଡ ବୟାନ, ରୋହିତ କି ବିରାଟ ନୁହନ୍ତି ଗେମଚେଞ୍ଜର । ଟିମକୁ ଚାମ୍ପିୟନ କରାନ୍ତି ବୋଲର ।

କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ରୋହିତ, କୋହଲି ଓ ସାମି ଦମଦାର ଫର୍ମରେ ରହିଛନ୍ତି । ଭାରତକୁ ଫାଇନାଲରେ ପହଞ୍ଚାଇବା ପଛରେ ଏହି ୩ କ୍ରିକେଟରଙ୍କ ବଡ ଅବଦାନ ରହିଛି । କିନ୍ତୁ ପୂର୍ବତନ ବିଶ୍ୱକପ୍ ବିଜେତା କ୍ରିକେଟର ଗୌତମ ଗମ୍ଭୀରଙ୍କ ନଜରରେ ରୋହିତ, କୋହଲି କି ସାମି ନୁହଁନ୍ତି ବରଂ ଭାରତ ପାଇଁ ବଡ ଗେମଚେଞ୍ଜର ହେଉଛନ୍ତି ୨୮ ବର୍ଷୀୟ ଷ୍ଟାର ବ୍ୟାଟର ଶ୍ରେୟସ ଆୟର । ଖାସକରି ମଧ୍ୟକ୍ରମ ବ୍ୟାଟର ଭାବେ ଶ୍ରେୟସ ଏବେ ଜବରଦସ୍ତ ଫର୍ମରେ ଥିବା ବେଳେ ବିଶ୍ୱକପରେ ପ୍ରଭାବୀ ପ୍ରଦର୍ଶନ କରିଚାଲିଛନ୍ତି ।

ଚଳିତ ବିଶ୍ୱକପରେ ଶ୍ରେୟସ ଏବେସୁଦ୍ଧା ୧୦ଟି ମ୍ୟାଚ୍ ଖେଳି ୫୨୬ ରନ୍ କରିଛନ୍ତି ଯେଉଁଥିରେ ୨ ଶତକ ଓ ୩ଟି ଅର୍ଦ୍ଧଶତକ ରହିଛି । ଚତୁର୍ଥ ଭାରତୀୟ ଭାବେ ବିଶ୍ୱକପର ନିର୍ଦ୍ଦିଷ୍ଟ ସଂସ୍କରଣରେ ୫୦୦ରୁ ଅଧିକ ସ୍କୋର କରିବା ତାଲିକାରେ ସାମିଲ ହୋଇଛନ୍ତି ଶ୍ରେୟସ । ବିଶ୍ୱକପ ପୂର୍ବରୁ ଆହତ ହୋଇ ୬ ମାସରୁ ଅଧିକ ସମୟ କ୍ରିକେଟ ପଡିଆରୁ ଦୂରେଇ ରହିଥିଲେ ଶ୍ରେୟସ । କିନ୍ତୁ ଏସିଆ କପରେ କମବ୍ୟାକ୍ କରି ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ପକ୍କା କରିଥିଲେ ଶ୍ରେୟସ । ଏବେ ବିଶ୍ୱକପର ସେମିଫାଇନାଲ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ୭୦ ବଲରୁ ୧୦୦ ରନ୍ କରି ନିଜକୁ ପ୍ରମାଣିତ କରିଛନ୍ତି ଶ୍ରେୟସ । ବିଶ୍ୱକପର ଫାଇନାଲରେ ମଧ୍ୟ ମ୍ୟାକ୍ସୱେଲ ଓ ଜାମ୍ପାଙ୍କ ବିପକ୍ଷରେ ଭାରତର ସବୁଠୁ ବଡ ଅସ୍ତ୍ର ଭାବେ ଉଭା ହେବେ ଶ୍ରେୟସ ।

ଗୋଟିଏ ପଟେ ଶ୍ରେୟସଙ୍କୁ ପ୍ରଂଶସାରେ ପୋତି ପକାଇଥିବା ଗମ୍ଭୀର ଅନ୍ୟପଟରେ ଭାରତୀୟ ବୋଲରଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ଗମ୍ଭୀର କହିଛନ୍ତି, ବ୍ୟାଟର କେବଳ ବଡ ସ୍କୋର କରିଥାନ୍ତି ଏବଂ ଦଳକୁ ସୁବିଧାଜନକ ସ୍ଥିତିରେ ପହଞ୍ଚାଇଥାନ୍ତି । କିନ୍ତୁ ବୋଲର ଦଳକୁ ଚାମ୍ପିୟନ କରିଥାନ୍ତି । ତେଣୁ ବିଶ୍ୱକପ ବିଜୟ ପଛରେ ବୋଲରଙ୍କର ସବୁଠୁ ବଡ ଭୂମିକା ରହିବ । ମହମ୍ମଦ ସାମି ଚୂଡାନ୍ତ ଏକାଦଶରେ ସାମିଲ ହେବା ପରେ ଭାରତୀୟ ଦଳ ଆହୁରି ଶକ୍ତିଶାଳୀ ହୋଇଛି । ସାମିଙ୍କ ସମେତ ବୁମରା ଓ ସିରାଜ ଭାରତ ପାଇଁ କୌଣସି ମୁହୂର୍ତ୍ତରେ ମ୍ୟାଚର ମୋଡ ବଦଳାଇବାର ଦକ୍ଷତା ରଖିଛନ୍ତି ।

କେବଳ ଏତିକି ନୁହେଁ ଗମ୍ଭୀର କହିଛନ୍ତି, ଅହମ୍ମଦାବାଦରେ ହେବାକୁ ଥିବା ଫାଇନାଲ ମୁକାବିଲା ଟିମର ପ୍ରତିଟି ସଦସ୍ୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ନିଜ ଦେଶରେ ବିଶ୍ୱକପ ଫାଇନାଲ ଖେଳିବାର ସୁଯୋଗ ବହୁତ କମ ମିଳେ । ଜୀବନରେ ଦ୍ୱିତୀୟ ଥର ଏହି ସୁଯୋଗ ମିଳିବା ଖୁବ୍ କ୍ୱଚିତ୍ । ଷ୍ଟାଡିୟମରେ ଲକ୍ଷାଧିକ ଫ୍ୟାନ୍ସ ରହିବେ । ତେଣୁ ଏବେ ପର୍ଯ୍ୟନ୍ତ ଭାରତୀୟ ଦଳ ଯେଉଁଭଳି ପ୍ରଦର୍ଶନ କରି ଆସିଛି ସେହି ପ୍ରଦର୍ଶନ ଫାଇନାଲ ମୁକାବିଲାରେ ମଧ୍ୟ ଦେଖାଇବାକୁ ପଡିବ । ଫାଇନାଲ ମ୍ୟାଚର ଫଳାଫଳ ସ୍ଥିର କରିବନି ଯେ, ଟିମ୍ ଇଣ୍ଡିଆ କେମିତି ଖେଳିଲା । ଫାଇନାଲ କୌଣସି ଗୋଟିଏ ଟିମ୍ ଜିତିବ । କିନ୍ତୁ ଏବେ ସୁଦ୍ଧା ଭାରତ ଯେଉଁଭଳି ପ୍ରଦର୍ଶନ କରି ଆସିଛି ସେ ଦୃଷ୍ଟିରୁ ମୋ ନଜରରେ ରୋହିତ ବାହିନୀ ଚାମ୍ପିୟନ ବୋଲି କହିଛନ୍ତି ଗମ୍ଭୀର ।

The post ଫାଇନାଲ ପୂର୍ବରୁ ଗୌତମ ଗମ୍ଭୀରଙ୍କ ବଡ ବୟାନ, ରୋହିତ କି ବିରାଟ ନୁହନ୍ତି ଗେମଚେଞ୍ଜର । ଟିମକୁ ଚାମ୍ପିୟନ କରାନ୍ତି ବୋଲର । first appeared on Kanak News.

from Kanak News
via <a href="https://ifttt.com/?

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଘୋଷଣା ପତ୍ର । ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ମାଗଣା ବିଜୁଳି, ବାହାଘରରେ ସୁନା ଉପହାର …

କନକ ବ୍ୟୁରୋ : ତେଲେଙ୍ଗାନାରେ ଚଳିତମାସ ୩୦ ତାରିଖରେ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ । ଏହା ପୂର୍ବରୁ ଆଜି ରାଜ୍ୟର ମୁଖ୍ୟ ବିରୋଧୀଦଳ କଂଗ୍ରେସ ତରଫରୁ ନିର୍ବାଚନକୁ ଦୃଷ୍ଟିରେ ରଖି ଘୋଷଣା ପତ୍ର ଜାରି କରାଯାଇଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଘୋଷଣା ପତ୍ର ଜାରି କରିଛନ୍ତି ।
ତେଲେଙ୍ଗାନା ଭୋଟରଙ୍କ ପାଇଁ କଂଗ୍ରେସର କ’ଣ ରହିଛି ପ୍ରତିଶ୍ରୁତି

  • ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର
  • ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା
  • ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି
  • ହିନ୍ଦୁ ଝିଅଙ୍କୁ ବାହାଘର ବେଳେ ୧ଲକ୍ଷ ଟଙ୍କା ଓ ୧୦ ଗ୍ରାମ ସୁନା ଉପହାର
  • ଅଳ୍ପସଂଖ୍ୟକ ଝିଅ ବାହାଘର ବେଳେ ୧ଲକ୍ଷ ୬୦ ହଜାର ଟଙ୍କା
  • ଉଚ୍ଚ ଶିକ୍ଷା ଲାଭ କରିବାକୁ ଥିବା ସମସ୍ତ ଛାତ୍ରୀଙ୍କୁ ମାଗଣାରେ ସ୍କୁଟି
  • ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ଦୈନିକ ପ୍ରଜା ଦରବାର
  • ତେଲେଙ୍ଗାନା ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ସହିଦ ପରିବାରକୁ ମାସିକ ୨୫ ହଜାର ଟଙ୍କା ପେନସନ୍ ଓ ତାଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି
  • ତେଲେଙ୍ଗାନା ଆନ୍ଦୋଳନ ବେଳେ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର
  • ଆନ୍ଦୋଳନରେ ସାମିଲ ପରିବାରକୁ ୨୫୦ ଗଜର ଜମି
  • କୃଷକଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷ ଋଣ ଛାଡ
  • କୃଷକଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ
  • କୃଷକଙ୍କୁ ଚାଷ କାମ ପାଇଁ ୨୪ ଘଣ୍ଟିଆ ନିରନ୍ତର ବିଜୁଳି
  • ପ୍ରତ୍ୟେକ ଫସଲ ପାଇଁ ବ୍ୟାପକ ଫସଲ ବୀମା
  • ରାଜ୍ୟରେ ୬ ମାସ ମଧ୍ୟରେ ଖାଲି ପଡିଥିବା ସମସ୍ତ ଶିକ୍ଷକ ପଦ ପୂରଣ
  • ସମସ୍ତ ଛାତ୍ର ଛାତ୍ରୀଙ୍କୁ ମାଗଣା ଇଣ୍ଟରନେଟ୍ ସୁବିଧା
  • ଶିକ୍ଷା ବଜେଟକୁ ୬ ପ୍ରତିଶତରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି
  • ଅଙ୍ଗନବାଡି ଶିକ୍ଷକଙ୍କ ମାସିକ ଦରମା ୧୮ ହଜାର ଟଙ୍କା ଓ ଇପିଏଫ ସୁବିଧା
  • ପୂର୍ବତନ ସରପଂଚ, ଏମପିଟିସ ଓ ଜେଡପିଟିସି ସଦସ୍ୟଙ୍କ ପାଇଁ ପେନସନ ଯୋଜନା
  • ପେଣ୍ଡିଂ ପଡିଥିବା ଟ୍ରାଫିକ ଚାଲାଣକୁ ୱାନ ଟାଇମ୍ ସେଟଲମେଣ୍ଟ ମାଧ୍ୟମରେ ୫୦ ପ୍ରତିଶତ ଛାଡ କରି ମାମଲା ରଫାଦଫା କରାଯିବ

The post ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଘୋଷଣା ପତ୍ର । ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ମାଗଣା ବିଜୁଳି, ବାହାଘରରେ ସୁନା ଉପହାର … first appeared on Kanak News.

from Kanak News
via <a href="https://ifttt.com/?

ଭାରତପେ ଠକେଇ ମାମଲା, ଦିଲ୍ଲୀ ପୋଲିସର ବଡ ଖୁଲାସା

କନକ ବ୍ୟୁରୋ : ଭାରତପେର ସହପ୍ରତିଷ୍ଠାତା ଅଶ୍ନୀର ଗ୍ରୋଭରଙ୍କ ସମସ୍ୟା କମିବାର ନାଁ ନେଉନି । ଅଶ୍ନୀର ଗ୍ରୋଭର ଏବଂ ତାଙ୍କ ପତ୍ନୀ ମାଧୁରୀ ଜେନଙ୍କ ବିରୋଧରେ ଠକେଇ ଅଭିଯୋଗ ମାମଲା ଲାଗିଛି । ଏହି ମାମଲା ଉପରେ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ଓି୍ୱଙ୍ଗ ବା ଇଓଡବ୍ଲ୍ୟୁ ଅନୁସନ୍ଧାନ କରୁଛି । ଏହି ଅନୁସମନ୍ଧାନ ଆଧାରରେ ଦିଲ୍ଲୀ ପୋଲିସ ପକ୍ଷରୁ ଏକ ନୂଆ ଖୁଲାସା କରାଯାଇଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଅଶ୍ନୀର ଗ୍ରୋଭର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ସଂଯୁକ୍ତ କମ୍ପାନୀଗୁଡିକ ଫିଣ୍ଟେକ୍ ୟୁମ୍କର୍ଣ୍ଣ ପାଇଁ କରାଯାଇଥିବା କାର୍ଯ୍ୟ ପାଇଁ ଯେଉଁ ପଇସା ଉଠାଇଥିଲେ ସେଥିପାଇଁ ସେ ବିଗତ ଦିନର ଚାଲାଣ ବ୍ୟବହାର କରିଥିଲେ ।

ଅନୁସନ୍ଧାନକାରୀ ସଂସ୍ଥା ଏପର୍ଯ୍ୟନ୍ତ ଅନେକ ସଂସ୍ଥା ବିଷୟରେ ସୂଚନା ପାଇପାରି ନାହିଁ ଯାହା ଭାରତପେ ଦ୍ୱାରା ପ୍ରଦାନ କାରାଯାଇଥିଲା । ଭାରତପେ ଦ୍ୱାରା ଆଠଟି ଏଚଆର ବିଭାଗରେ ନିଯୁକ୍ତି କରାଯାଇଥିଲା ବୋଲି ଇଓଡବ୍ଲୁ ଜଣାଇଛି । ସେସବୁ ହେଉଛି ଭର୍ଡମାନ ମାର୍କେଟିଂ, ଇମ୍ପୁଲ୍ସ ମାର୍କେଟିଂ, ଭିସ୍ତା ସେବା, ଇଭୋଲଭ୍ ବିଜ ସର୍ଭ, ଟିମ୍ ଉତ୍ସ, ଟିମର କାର୍ଯ୍ୟକର୍ତ୍ତା , ଟ୍ରୁ କାର୍ଯ୍ୟକର୍ତ୍ତା କମ୍ପାନୀ, ବିକାଶ ଏଣ୍ଟରପ୍ରାଇଜେସ୍ ।

ପ୍ରଥମେ ଦାଖଲ ହୋଇଥିବା ୫ଟି ଚାଲାଣରେ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଉଲ୍ଲେଖ କରାଯାଇଥିଲା । ସେହି ସମୟରେ ଏହି ଆକାଉଣ୍ଟ ଖୋଲିନଥିଲା । ଏଥିରୁ ଜଣାପାଡୁଛି ଯେ ପରବର୍ତ୍ତୀ ସମୟରେ ଚାଲାଣ ସୃଷ୍ଟି ହୋଇଥିଲା । କେବଳ ଟଙ୍କା ହଡପ କରିବା ଏବଂ ଅଭିଯୁକ୍ତ ବ୍ୟକ୍ତିବିଶେଷଙ୍କୁ ଫାଇଦା ଦେବା ଉଦ୍ଦେଶ୍ୟରେ ଏହି ସଂସ୍ଥା ଗୁଡିକ ଆରମ୍ଭ କରାଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିଲା । ଦିଲ୍ଲୀ ହାଇକୋର୍ଟରେ ଇଓଡବ୍ଲୁ ଦାଖଲ କରିଥିବା ଷ୍ଟାଟସ୍ ରିପୋର୍ଟରେ ଏହି ସୂଚନା ଦିଆଯାଇଛି ।

ଇଓଡବ୍ଲୁର ଡେପୁଟି କମିଶନର କହିଛନ୍ତି ଯେ ଦିଲ୍ଲୀ ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯାଇଛି ଓ ତଦନ୍ତ ଚାଲିଛି । ଡିସେମ୍ବର ୨୦୨୨ ରେ ଭାରତପେ ଗ୍ରୋଭର ଓ ତାଙ୍କ ପତ୍ନୀ ମାଧୁରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ବିରୋଧରେ ୮୧ କୋଟି ଟଙ୍କାର ପାଣ୍ଠି ଦୁର୍ନୀତି ଅଭିଯୋଗ କରିଥିଲେ ।

The post ଭାରତପେ ଠକେଇ ମାମଲା, ଦିଲ୍ଲୀ ପୋଲିସର ବଡ ଖୁଲାସା first appeared on Kanak News.

from Kanak News
via <a href="https://ifttt.com/?

ଥାନା ଆଗରେ ଧାରଣାରେ ବସିଲେ ସୁନ୍ଦରଗଡ଼ ସାଂସଦ । ଓରାମ ସମାଜ ପକ୍ଷରୁ ସୁନ୍ଦରଗଡ ସଦର ଥାନା ଘେରାଉରେ ସାମିଲ ହେଲେ ଜୁଏଲ୍ ଓରାମ

କନକ ବ୍ୟୁରୋ: ଥାନା ସମ୍ମୁଖରେ ଧାରଣାରେ ବସିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ଓରାମ ସମାଜ ପକ୍ଷରୁ ସୁନ୍ଦରଗଡ ସଦର ଥାନା ସମ୍ମୁଖରେ ଦିଆଯାଇଥିବା ଧାରଣାରେ ସାମିଲ ହୋଇଛନ୍ତି ଜୁଏଲ । ଗତମାସ ସୁନ୍ଦରଗଡ କରମଡିହିଠାରେ କରମା ପୂଜାସ୍ଥଳୀ ଭଙ୍ଗାରୁଜା ଓ ଲୋକଙ୍କୁ ମାଡପିଟ୍ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଥାନା ଘେରାଉ କରିଛନ୍ତି ଓରାମ ସମାଜ । ଧାରଣାରେ ଓରାମ ସମାଜର ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ସାମିଲ ହୋଇଛନ୍ତି ।

The post ଥାନା ଆଗରେ ଧାରଣାରେ ବସିଲେ ସୁନ୍ଦରଗଡ଼ ସାଂସଦ । ଓରାମ ସମାଜ ପକ୍ଷରୁ ସୁନ୍ଦରଗଡ ସଦର ଥାନା ଘେରାଉରେ ସାମିଲ ହେଲେ ଜୁଏଲ୍ ଓରାମ first appeared on Kanak News.

from Kanak News
via <a href="https://ifttt.com/?

ଅଭିବ୍ଯକ୍ତିର ସ୍ବାଧୀନତା : ଜଣେ ଆମେରିକୀୟ ଛାତ୍ରଙ୍କ ପାଇଁ ମସ୍କଙ୍କ ଖୋଲା ସମର୍ଥନ

ରାଇଟ୍ ଟୁ ଫ୍ରି ସ୍ପିଚ୍ ପ୍ରସଙ୍ଗରେ ଏକ୍ସ(ଟ୍ଵିଟର) ସିଇଓ ଏଲୋନ୍ ମସ୍କ କହିଥିଲେ ଯେ ସେ ତାଙ୍କ ବ୍ୟବହାରକାରୀଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣରୂପେ ରକ୍ଷା କରିବେ । ଆମେରିକାର ଇଲିନୋଇସ୍ ୟୁନିଭରସିଟିରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି । ସେ  ରାଇଟ୍ ଟୁ ଫ୍ରି ସ୍ପିଚ୍ ସମ୍ବନ୍ଧରେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଥିବା ଛାତ୍ରଛାତ୍ରୀଙ୍କୁ ପୂର୍ଣ୍ଣ ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି ।

X ର ସିଇଓ (ଟ୍ୱିଟର) ଏଲୋନ୍ ମସ୍କ ସବୁବେଳେ କିଛି ନା କିଛି ଗୋଟିଏ କାରଣ ପାଇଁ ହେଡଲାଇନରେ ରହିଥାନ୍ତି ।  ତାଙ୍କ ବିବୃତ୍ତିରେ କେହି ଖୁସି କି କ୍ରୋଧିତ ହୁଅନ୍ତୁ ତାଙ୍କର ଫରକ ପଡେନି ।  ସେ ବିନା ଦ୍ୱିଧାରେ ତାଙ୍କ କଥା କୁହନ୍ତି । ପୁଣି ଥରେ ସେ ଖବରରେ ଅଛନ୍ତି । କିନ୍ତୁ ଏହାର କାରଣ ଅନ୍ୟ କିଛି, ସେ ଆମେରିକାର ଇଲିନୋଇସ୍ ୟୁନିଭରସିଟିର ଛାତ୍ର ଜୁଆନ୍ ଡେଭିଡ କ୍ୟାମ୍ପାଲର୍ଗୋଙ୍କ ସମର୍ଥନରେ ଖୋଲାଖୋଲି ଭାବେ ବାହାରକୁ ଆସିଛନ୍ତି । ସେ ନିଜେ ଟ୍ୱିଟ କରି ଲେଖିଛନ୍ତି ଯେ ଅଭିବ୍ୟକ୍ତିର ସ୍ବାଧୀନତା ଅଧିକାରକୁ ଆମେ ସମର୍ଥନ କରିବୁ ।

https://platform.twitter.com/widgets.js

ଏଲୋନ୍ ମସ୍କ କଣ କହିଛନ୍ତି ?

X ର ଓକିଲମାନେ ଇଲିନୋଇସ୍ ୟୁନିଭରସିଟିର ଛାତ୍ର ଡେଭିଡ କ୍ୟାମ୍ପ୍ଲାର୍ଗୋଙ୍କ ସମର୍ଥନରେ ଏକ ଆଇନଗତ ଯୁଦ୍ଧ କରୁଛନ୍ତି ।  X ରେ ବିଶ୍ୱବିଦ୍ୟାଳୟ ସହ ଜଡିତ ଏକ କାର୍ଯ୍ୟକ୍ରମ ପୋଷ୍ଟ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ଵୀକାର କରିଛି ଯେ ସେମାନେ ବ୍ୟକ୍ତିଗତ କାର୍ଯ୍ୟ ପୋଷ୍ଟ କରି ଅନୈତିକ କାର୍ଯ୍ୟ କରିଛନ୍ତି ଏବଂ ଏହା ସମ୍ଭବ ଯେ ବିଶ୍ୱବିଦ୍ୟାଳୟ ତାଙ୍କୁ କ୍ୟାମ୍ପସରୁ ବାହାର କରିଦେଇପାରେ ।

ଛାତ୍ରଙ୍କ ସମର୍ଥନରେ X ର ଆଇନଗତ ଯୁଦ୍ଧକୁ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି । ଗତ ଅଗଷ୍ଟ ମାସରେ, X କହିଥିଲା ଯେ ଯେଉଁମାନେ ମୁକ୍ତ ବକ୍ତବ୍ୟକୁ ସମର୍ଥନ କରି ଆଇନଗତ ଯୁଦ୍ଧର ସମ୍ମୁଖୀନ ହେବେ ସେମାନଙ୍କୁ ସେ ସମର୍ଥନ କରିବେ ।

କଣ ଏହି ମାମଲା ?

ଡେଭିଡ ନାମକ ଜଣେ ଛାତ୍ର X ମାଧ୍ୟମରେ ବିଶ୍ୱବିଦ୍ୟାଳୟରେ ମାଗଣା ଖାଦ୍ୟର ଏକ ଇଭେଣ୍ଟ ପୋଷ୍ଟ କରିଥିଲେ ।  ବିଶ୍ୱବିଦ୍ୟାଳୟ ପ୍ରଶାସନ ଛାତ୍ରଙ୍କ ଏହି କାର୍ଯ୍ୟକୁ ଆଚରଣ ବିଧି ଉଲ୍ଲଂଘନ ବୋଲି ବିବେଚନା କରିଥିଲା ​​ଏବଂ ତାଙ୍କ ବିରୋଧରେ ତଦନ୍ତ ଘୋଷଣା କରିଥିଲା । ବିଶ୍ୱବିଦ୍ୟାଳୟ ଡେଭିଡକୁ କ୍ୟାମ୍ପସରୁ ବାହାର କରିଦେଇପାରେ ବୋଲି ଆଶଙ୍କା କରାଯାଉଛି ।  ଛାତ୍ରଙ୍କ ସମର୍ଥନରେ, X ଙ୍କ ଓକିଲମାନେ କହିଛନ୍ତି ଯେ ଛାତ୍ର ତାଙ୍କର ପ୍ରଥମ ସଂଶୋଧନ ଅଧିକାର ପରିସର ମଧ୍ୟରେ ପୋଷ୍ଟ କରିଥିଲେ । X ଏବଂ ଏହାର ସିଇଓ ମସ୍କର ଏହି ପଦକ୍ଷେପ ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଉଛି । ଉପଭୋକ୍ତାମାନେ ଲେଖୁଛନ୍ତି ଯେ ଏହା ଏକ ଆନନ୍ଦଦାୟକ ଅନୁଭୂତି ଯେ X ସେହି ଛାତ୍ରଙ୍କୁ ସାହାଯ୍ୟ କରୁଛି ।  X ସେ ଯାହା ପ୍ରତିଜ୍ଞା କରିଥିଲା ତାହା ପାଳନ କରୁଛି । ଯଦିଓ ଲାଗୁଥିଲା ଯେପରି ଅଗଷ୍ଟ ପ୍ରତିଶୃତି ଏଲୋନ୍ ମସ୍କ ଏବଂ ଏକ୍ସ ଦ୍ଵାରା ଏମିତି ହିଁ କରାଯାଇଥିଲା କିନ୍ତୁ ଏବେ ଏଥିପାଇଁ ଭଲ ଲାଗୁଛି ଯେ ସେମାନେ ନିଜ ପ୍ରତିଶ୍ରୁତି ପାଳନ କରିଛନ୍ତି ।

The post ଅଭିବ୍ଯକ୍ତିର ସ୍ବାଧୀନତା : ଜଣେ ଆମେରିକୀୟ ଛାତ୍ରଙ୍କ ପାଇଁ ମସ୍କଙ୍କ ଖୋଲା ସମର୍ଥନ first appeared on Kanak News.

from Kanak News
via <a href="https://ifttt.com/?

ଧାରଣାରୁ ଉଠିଲେ ଆନ୍ଦୋଳନରତ ବିରୋଧୀ କର୍ପୋରେଟର । ଆଲୋଚନା କଲେ କଟକ ମେୟର ଏବଂ କମିଶନର ।

କନକ ବ୍ୟୁରୋ: ଧାରଣାରୁ ଉଠିଲେ ଆନ୍ଦୋଳନରତ ବିରୋଧୀ କର୍ପୋରେଟର । ସିଏମସି କାର୍ଯ୍ୟାଳୟରେ ଆଲୋଚନା କଲେ ମେୟର ଓ କମିଶନର । ତେବେ ସମସ୍ତ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନରୁ ହଟିଛନ୍ତି ବିରୋଧୀ କର୍ପୋରେଟର । ଜାଣିରଖିବା ଉଚିତ୍ ଯେ, କଟକ ମହାନଗର ନିଗମରେ ଦୁର୍ନୀତି ଚାଲିଥିବା ଅଭିଯୋଗ ଆଣି ୫ଦିନ ହେବ ଧାରଣାରେ ବସିଥିଲେ ବିରୋଧୀ ବିଜେପି ଓ କଂଗ୍ରେସର କର୍ପୋରେଟର । ତେବେ ଧାରଣାରେ ବସିଥିବା ସିଏମସି କର୍ପୋରେଟରଙ୍କ ମଧ୍ୟରୁ ଜଣେ ଗୁରୁତର ହେଇପଡିଥିଲେ । ୱାର୍ଡ ନମ୍ବର-୧ର କର୍ପୋରେଟର ଭାନୁ ସେନାପତି ଅସୁସ୍ଥ ହେବା ପରେ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।

The post ଧାରଣାରୁ ଉଠିଲେ ଆନ୍ଦୋଳନରତ ବିରୋଧୀ କର୍ପୋରେଟର । ଆଲୋଚନା କଲେ କଟକ ମେୟର ଏବଂ କମିଶନର । first appeared on Kanak News.

from Kanak News
via <a href="https://ifttt.com/?

ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡିପାରନ୍ତି ହାର୍ଦ୍ଦିକ । ଜାଣନ୍ତୁ କିଏ ଧରିପାରନ୍ତି ଟିମ୍ ଇଣ୍ଡିଆର ମଙ୍ଗ?

କନକ ବ୍ୟୁରୋ : ବିଶ୍ୱକପ୍ ୨୦୨୩ ପରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ଏହି ସିରିଜରେ ରୋହିତ, ବିରାଟ ଓ ଯଶପ୍ରୀତଙ୍କ ଭଳି ବଡ ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇପାରେ । ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ସିରିଜରେ ଅଧିନାୟକ ରେସରେ ଆଗରେ ରହିଥିଲେ । କିନ୍ତୁ ଆହତ ସମସ୍ୟା କାରଣରୁ ବିଶ୍ୱକପ ଟିମରୁ ବାଦ ପଡିଛନ୍ତି ହାର୍ଦ୍ଦିକ । ଏବେସୁଦ୍ଧା ଆହତ ସମସ୍ୟାରୁ ସୁସ୍ଥ ହୋଇନାହାନ୍ତି ହାର୍ଦ୍ଦିକ । ତେଣୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜରୁ ବାଦ୍ ପଡିପାରନ୍ତି ହାର୍ଦ୍ଦିକ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଦେଖିବାକୁ ମିଳିବନି । ତେଣୁ ହାର୍ଦ୍ଦିକଙ୍କ ବଦଳରେ ରାହୁଲଙ୍କୁ ଏହି ଗୁରୁଦାୟିତ୍ୱ ମିଳିପାରେ । ଚଳିତ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ବଲକୁ ଅଟକାଉଥିବା ବେଳେ ଆହତ ହୋଇଥିଲେ ହାର୍ଦ୍ଦିକ । କିନ୍ତୁ ଏହାପରେ ଆହତ ସମସ୍ୟାରୁ ମୁକୁଳି ପାରିନାହାନ୍ତି ହାର୍ଦ୍ଦିକ । ବିଶ୍ୱକପ ଅଧାରୁ ଦଳରୁ ବାଦ୍ ପଡିଥିବା ହାର୍ଦ୍ଦିକଙ୍କ ଚିକିତ୍ସା ଏବେ ଏନସିଏରେ ଚାଲିଛି । ୨ ସପ୍ତାହ ପୂର୍ବରୁ ପାଣ୍ଡ୍ୟା ନେଟସରେ ବୋଲିଂ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପାଦରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଉ ବୋଲିଂ କରାଇ ନଥିଲେ ଏନସିଏ କର୍ତ୍ତୃପକ୍ଷ ।

ହାର୍ଦ୍ଦିକ ପାଣ୍ଡ୍ୟା ଦଳରୁ ବାଦ୍ ପଡିବା ପରେ ପ୍ରସିଦ୍ଧ କୃଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି । କିନ୍ତୁ ପ୍ରସିଦ୍ଧଙ୍କୁ ଏବେ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିନାହିଁ । ହାର୍ଦ୍ଦିକଙ୍କ ବଦଳରେ ସାମି ଦଳରେ ସାମିଲ ହେବା ପରେ ଦମଦାର ପ୍ରଦର୍ଶନ କରି ଆସୁଛନ୍ତି । ତେଣୁ ସେମିଫାଇନାଲରେ ଯେଉଁ ଟିମ୍ ମୈଦାନକୁ ଓହ୍ଲାଇଥିଲା ଫାଇନାଲରେ ମଧ୍ୟ ସେହି ଟିମ୍ ସହ ମୈଦାନକୁ ଓହ୍ଲାଇ ପାରନ୍ତି ରୋହିତ ।

The post ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡିପାରନ୍ତି ହାର୍ଦ୍ଦିକ । ଜାଣନ୍ତୁ କିଏ ଧରିପାରନ୍ତି ଟିମ୍ ଇଣ୍ଡିଆର ମଙ୍ଗ? first appeared on Kanak News.

from Kanak News
via <a href="https://ifttt.com/?

ସରକାରୀ ଅଧିକାରୀଙ୍କୁ କେଭି ସିଂ ଦେଓଙ୍କ ତାଗିଦ୍ । ଭତ୍ତା, ରାସନ କାର୍ଡରେ ଅନିୟମିତତା ହେଉଥିବା ଅଭିଯୋଗ ।

କନକ ବ୍ୟୁରୋ: ସରକାରୀ ଅଧିକାରୀଙ୍କୁ ବରିଷ୍ଠ ବିଜେପି ନେତା କେଭି ସିଂ ଦେଓଙ୍କ ତାଗିଦ । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଘେରାଉ ବେଳେ ଅଧିକାରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିବା ସହ ଚେତାବନୀ ଦେଇଛନ୍ତି କେଭି ସିଂଦେଓ । ଦୁର୍ନୀତି ଓ ଭଷ୍ଟାଚାର ଚାଲିଥିବା ଅଭିଯୋଗ ଆଣି ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି । ଭତ୍ତା ବଣ୍ଟନ, ଆବାସ ଯୋଜନା, ରାସନ କାର୍ଡରେ ଅନିୟମିତତା ହେଉଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ତେବେ ଘେରାଉ ସମୟରେ ସ୍ଥାନୀୟ ଲୋକମାନେ ଦେଇଥିବା ଆବେଦନ ପତ୍ର ଦେଖାଇଛନ୍ତି କେଭି ସିଂଦେଓ । ଆଉ ଅଭିଯୋଗ ପରେ ଏନେଇ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ବିଡିଓ ।

The post ସରକାରୀ ଅଧିକାରୀଙ୍କୁ କେଭି ସିଂ ଦେଓଙ୍କ ତାଗିଦ୍ । ଭତ୍ତା, ରାସନ କାର୍ଡରେ ଅନିୟମିତତା ହେଉଥିବା ଅଭିଯୋଗ । first appeared on Kanak News.

from Kanak News
via <a href="https://ifttt.com/?

ଜମ୍ମୁ କଶ୍ମୀରରେ ସେନା ଆକ୍ରମଣରେ ୫ ଆତଙ୍କୀ ନିହତ । ମୃତ ଆତଙ୍କୀ ଲସ୍କର- ଏ- ତୋଏବାର ସୂଚନା

କନକ ବ୍ୟୁରୋ: ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିପାତ । ଜମ୍ମୁକଶ୍ମୀର କୁଲଗାଁଓରେ ସେନା ଆକ୍ରମଣରେ ଆତଙ୍କୀ ପ୍ରାଣ ହରାଇଛନ୍ତି । ମୃତ ଆତଙ୍କବାଦୀ ଲଶ୍କର-ଏ-ତୌଇବାର ବୋଲି ଜଣାପଡିଛି । ଆତଙ୍କବାଦୀ ବିରୋଧରେ ସେନା ଜୋରଦାର ଅପରେସନ ଚଳାଇଛି । ଆଜି ଦ୍ୱିତୀୟ ଦିନରେ ୫ ଆତଙ୍କୀ ନିପାତ ହୋଇଛନ୍ତି । ଆତଙ୍କବାଦୀ ଯେତେବେଳେ ସେନା ଉପରେ ଆକ୍ରମଣ କରିଥିଲେ । ଏହାପରେ ସ୍ଥିତି ବଦଳିଥିଲା । ଆଉ ସେନା ଜୋରଦାର ପାଲଟା ଆକ୍ରମଣ କରିଥିଲା । ଆତଙ୍କବାଦୀଙ୍କୁ ଧରିବା ପାଇଁ ଚାରିପଟେ ଘେରାବନ୍ଦୀ କରିଛି ସେନା । ଗୁଳି ବିନିମୟ ବେଳେ ଗୋଟିଏ ଘରେ ଆତଙ୍କି ଲୁଚି ରହିଥିଲେ । ଏହାପରେ ସେନା କଡା ଜବାବ ଦେବାକୁ ଯାଇ ସଂପୃକ୍ତ ଘରକୁ ରକେଟ ଲଞ୍ଚର ମାଡ କରିଥିଲା । ଫଳରେ ସଂପୃକ୍ତ କୋଠାଟି ଜଳିଯିବା ସହ ତିନି ଆତଙ୍କୀ ପ୍ରାଣ ହରାଇଛନ୍ତି । ଏହି ଜଏଣ୍ଟ ଅପରେସନରେ ୩୪ ରାଷ୍ଟ୍ରୀୟ ରାଇଫଲ, ସ୍ପେଶାଲ ଫୋର୍ସ, ପୁଲିସ ଏବଂ ସିଆରପିଏଫ ଟିମ୍ ସାମିଲ ହୋଇଛି ।

The post ଜମ୍ମୁ କଶ୍ମୀରରେ ସେନା ଆକ୍ରମଣରେ ୫ ଆତଙ୍କୀ ନିହତ । ମୃତ ଆତଙ୍କୀ ଲସ୍କର- ଏ- ତୋଏବାର ସୂଚନା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started