ଇସ୍ରାଏଲ-ହମାସ ଯୁଦ୍ଧରେ ସାଧାରଣ ନାଗରିକଙ୍କ ମୃତ୍ଯୁକୁ ପ୍ରଧାନମନ୍ତ୍ରୀ ମୋଦୀ ନିନ୍ଦା କରିଛନ୍ତି, କହିଛନ୍ତି ବର୍ତ୍ତମାନ ସମୟ ଆସିଛି …

ଭାରତ ଦ୍ୱାରା ଆୟୋଜିତ ଦ୍ୱିତୀୟ ‘ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀ’କୁ ସମ୍ବୋଧିତ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି। ସେ କହିଛନ୍ତି, ଆମେ ଦେଖୁଛୁ ଯେ ପଶ୍ଚିମ ଏସିଆର ଘଟୁଥିବା ଘଟଣାକ୍ରମରୁ ନୂଆ ନୂଆ ଆହ୍ବାନ ସୃଷ୍ଟି ହେଉଛି । ଇସ୍ରାଏଲ୍-ହମାସ୍ ବିବାଦ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କହିଛନ୍ତି ଯେ ପଶ୍ଚିମ ଏସିଆର ବିକାଶରୁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହେଉଛି । ସେ କହିଛନ୍ତି ଯେ ବର୍ତ୍ତମାନ ସମୟ ଆସିଛି ଯେ ‘ଗ୍ଲୋବାଲ୍ ସାଉଥ୍’ ଦେଶଗୁଡ଼ିକ ସମଗ୍ର ବିଶ୍ୱର ବୃହତର  ସ୍ୱାର୍ଥଦୃଷ୍ଟିରୁ ଏକତ୍ରଭାବେ ସ୍ୱର ଉତ୍ତୋଳନ କରିବା ଉଚିତ୍ ।

ଭାରତ ଦ୍ୱାରା ଆୟୋଜିତ ଦ୍ୱିତୀୟ ‘ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀ’କୁ ସମ୍ବୋଧିତ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି ।

‘ଗ୍ଲୋବାଲ୍ ସାଉଥ୍’ ଅର୍ଥ ସେହି ଦେଶଗୁଡିକୁ ବୁଝା ଯେଉଁ ଦେଶଗୁଡିକ ଆଫ୍ରିକା, ଏସିଆ ଏବଂ ଲାଟିନ୍ ଆମେରିକାରେ ଅବସ୍ଥିତ ଏବଂ ଯେଉମାନେ ପ୍ରାୟତ ବିକାଶଶୀଳ, କମ୍ ବିକଶିତ କିମ୍ବା ବିକଶିତ ନୁହେଁ ।

‘ସାଧାରଣ ନାଗରିକଙ୍କ ମୃତ୍ଯୁକୁ କଠୋର ନିନ୍ଦା’

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଇସ୍ରାଏଲ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଭାରତ ନିନ୍ଦା କରିଛି । ସେ କହିଛନ୍ତି, ‘ହାମାସ ଏବଂ ଇସ୍ରାଏଲ ମଧ୍ୟରେ ହୋଇଥିବା ବିବାଦରେ ସାଧାରଣ ନାଗରିକଙ୍କ ମୃତ୍ଯୁକୁ ଆମେ ଦୃଢ ନିନ୍ଦା କରୁଛୁ । ସଂଳାପ, କୂଟନୈତିକ ତଥା ସଂଯମତା ଉପରେ ଆମେ ଗୁରୁତ୍ୱାରୋପ କରିଛୁ । ସେ କହିଛନ୍ତି ଯେ ପଶ୍ଚିମ ଏସିଆର ଘଟଣାକ୍ରମରୁ ନୂଆ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହେଉଛି ।

ବିକାଶଶୀଳ ଦେଶଗୁଡିକ ସମ୍ମୁଖୀନ ହେଉଥିବା ଆହ୍ବାନ ତଥା ଚିନ୍ତାଧାରା ଉପରେ ସ୍ୱର ଉତ୍ତୋଳନ କରିବା ପାଇଁ ଭାରତ ଜାନୁଆରୀରେ ‘ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀ’ର ପ୍ରଥମ ସଂସ୍କରଣ ଆୟୋଜନ କରିଥିଲା ।

‘୧୦୦ ରୁ ଅଧିକ କିନ୍ତୁ ପ୍ରାଥମିକତା ଗୋଟିଏ’

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ପରିବର୍ତ୍ତିତ ଦୁନିଆକୁ ପ୍ରତିଫଳିତ କରିବା ପାଇଁ ‘ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍’ ହେଉଛି ସର୍ବୋତ୍ତମ ମଞ୍ଚ । ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମେ ୧୦୦ ରୁ ଅଧିକ ଦେଶ କିନ୍ତୁ ଆମର ପ୍ରାଥମିକତା ସମାନ ।ସେ ” ଫାଇଭ – ‘ସି’  ପରାମର୍ଶ, ଯୋଗାଯୋଗ, ସହଯୋଗ, ସୃଜନଶୀଳତା ଏବଂ ଦକ୍ଷତା ବିକାଶ ପାଇଁ  ଶିଖର ସମ୍ମିଳନୀରେ ସହଯୋଗ ପାଇଁ ଆବେଦନ କରିଥିଲେ ।ଆଫ୍ରିକୀୟ ୟୁନିଅନ୍ ଜି -20 ରେ ଯୋଗଦେବା ବିଷୟରେ ଉଲ୍ଲେଖ କରିଥିଲେ ଜି -20 ରେ ଆଫ୍ରିକୀୟ ୟୁନିଅନର ଅନ୍ତର୍ଭୁକ୍ତ ହେବା ବିଷୟରେ ପ୍ରଧାନମନ୍ତ୍ରୀ ମଧ୍ୟ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି, ‘ମୁଁ ସେହି ଐତିହାସିକ ମୁହୂର୍ତ୍ତକୁ ଭୁଲିପାରିବି ନାହିଁ ଯେତେବେଳେ ଭାରତର ଉଦ୍ୟମ ଯୋଗୁଁ ଆଫ୍ରିକୀୟ ସଂଘ ଏକ ସ୍ଥାୟୀ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ ହୋଇଥିଲା ‘ଜି -20 ରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ଏଥର ଜି -20 ଦେଶ ଗମ୍ଭୀରତା ଦେଖାଇଛନ୍ତି ଏବଂ ଜି -20 ରେ ‘ଗ୍ଲୋବାଲ ସାଉଥ’ ଦେଶଗୁଡ଼ିକୁ ମଧ୍ୟ ଜଳବାୟୁ ପରିବର୍ତ୍ତନ ଉପରେ ସର୍ତ୍ତ କୋହଳ କରାଯାଇ ଅର୍ଥ ଏବଂ ପ୍ରଯୁକ୍ତିବିଦ୍ୟା ଯୋଗାଇବାକୁ ସହମତି ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ବିଶ୍ବାସ କରେ ଯେ ନୂତନ ଟେକ୍ନୋଲୋଜି ‘ଗ୍ଲୋବାଲ ସାଉଥ’ ଏବଂ ‘ଉତ୍ତର’ ମଧ୍ୟରେ ଦୂରତା ବୃଦ୍ଧି କରିବ ନାହିଁ ।

The post ଇସ୍ରାଏଲ-ହମାସ ଯୁଦ୍ଧରେ ସାଧାରଣ ନାଗରିକଙ୍କ ମୃତ୍ଯୁକୁ ପ୍ରଧାନମନ୍ତ୍ରୀ ମୋଦୀ ନିନ୍ଦା କରିଛନ୍ତି, କହିଛନ୍ତି ବର୍ତ୍ତମାନ ସମୟ ଆସିଛି … first appeared on Kanak News.

from Kanak News
via <a href="https://ifttt.com/?

ମହମ୍ମଦ ସାମିଙ୍କ ପତ୍ନୀଙ୍କ ରିଲ୍ସକୁ ନେଇ ବଢିଲା ଚର୍ଚ୍ଚା । ବିଶ୍ୱକପରେ ଭଲ ପ୍ରଦର୍ଶନ କମାଇବ କି ତିକ୍ତତା?

କନକ ବ୍ୟୁରୋ: ବିଶ୍ୱକପରେ ଟିମ୍ ଇଣ୍ଡିଆର ଅନ୍ୟତମ ପ୍ରମୁଖ ଖେଳାଳି ମହମ୍ମଦ ସାମି ଏବେ ଚର୍ଚ୍ଚାରେ । ଯଦିଓ କ୍ରିକେଟରେ ଏବେ ସେ ଚମକୁଛନ୍ତି କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବିବାଦୀୟ ରହିଛି । ଏବେ ସାମିଙ୍କ ବୋଲିଂକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ସାମି ବିଶ୍ୱକପରେ ଲଗାତାର ଭଲ ବୋଲିଂ ପ୍ରଦର୍ଶନ କରି ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି । ଆଉ ଏହାରି ଭିତରେ ସୋସିଆଲ ମିଡିଆରେ ଚର୍ଚ୍ଚା ବଢିଛି, ସାମିଙ୍କ ସଫଳତା ପରେ ପତ୍ନୀ ହସିନ ଜାହାନଙ୍କ ମଧ୍ୟରେ ଥିବା ତିକ୍ତତା କମାଇବ କି? ସୋଶିଆଲ ମିଡିଆରେ ଏହାକୁ ନେଇ ନାନା ମତ ପ୍ରକାଶ ପାଉଛି । ତେବେ ଏହାରି ଭିତରେ ହସିନଙ୍କ ଏକ ରିଲସ ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ସାମିଙ୍କ ଉଦ୍ଦେଶ୍ୟରେ ଥିବା ନେଇ ଚର୍ଚ୍ଚା ହେଉଛି ।

 

The post ମହମ୍ମଦ ସାମିଙ୍କ ପତ୍ନୀଙ୍କ ରିଲ୍ସକୁ ନେଇ ବଢିଲା ଚର୍ଚ୍ଚା । ବିଶ୍ୱକପରେ ଭଲ ପ୍ରଦର୍ଶନ କମାଇବ କି ତିକ୍ତତା? first appeared on Kanak News.

from Kanak News
via <a href="https://ifttt.com/?

ସୌରଭ ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ । ଟିମ୍ ଇଣ୍ଡିଆ ଜିତିବ ବିଶ୍ୱକପ୍, କିନ୍ତୁ… ।

କନକ ବ୍ୟୁରୋ : ଦୀର୍ଘ ୧୨ ବର୍ଷ ପରେ ପୁଣିଥରେ ଭାରତ ବିଶ୍ୱକପ୍ ଫାଇନାଲ ଖେଳିବାକୁ ଯାଉଛି । ୨୦ ବର୍ଷ ପରେ ପୁଣିଥରେ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମହା ମୁକାବିଲା ଖେଳାଯିବ । ଯାହା ଉପରେ ପୂରା ବିଶ୍ୱର ନଜର ରହିବ । କିଏ ହେବ ବିଶ୍ୱକପ ବିଜେତା ତାହାକୁ ନେଇ ଏବେଠୁ ବଡ ବଡ କ୍ରିକେଟର ଭବିଷ୍ୟବାଣୀ କରିବା ଆରମ୍ଭ କଲେଣି । ଉଭୟ ଟିମ୍ ବେଶ ଶକ୍ତିଶାଳୀ ଥିବା ବେଳେ ବିଶ୍ୱବିଜୟୀ କିଏ ହେବ ସେନେଇ ଆଗୁଆ ଆକଳନ କରିବା କାଠିକର ପାଠ । କିନ୍ତୁ ଏସବୁ ସତ୍ତେ୍ୱ ମଧ୍ୟ ବିଶ୍ୱକପର ଫାଇନାଲକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ।

କ୍ରିକେଟ ଜଗତରେ ଦାଦା ଭାବେ ଜଣାଶୁଣା ଗାଙ୍ଗୁଲି ଫାଇନାଲ ପୂର୍ବରୁ କହିଛନ୍ତି, ରୋହିତ ବାହିନୀ ଏହି ମହାମୁକାବିଲା ଜିତିବାକୁ ଯାଉଛି । ଭାରତ ବିଶ୍ୱକପର ଅତି ନିକଟତର ହୋଇଛି । ସେମିଫାଇନାଲରେ ଯେଉଁଭଳି ପ୍ରଦର୍ଶନ ଟିମ୍ ଇଣ୍ଡିଆ କଲା ତାହାର ପୁନରାବୃତ୍ତି ଯଦି ଫାଇନାଲରେ କରିବେ ତେବେ ଭାରତର ବିଜୟ ନିଶ୍ଚିତ । ରୋହିତ ବାହିନୀ ଏବେ ଜବରଦସ୍ତ ଫର୍ମରେ ରହିଛି । ଫାଇନାଲ ପାଇଁ ଭାରତକୁ ଶୁଭେଚ୍ଛା ଜଣାଇବା ସହ ଗାଙ୍ଗୁଲି କହିଛନ୍ତି, ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ବେଶ ଭଲ ଖେଳିଛି । ଭାରତର ବିଶ୍ୱକପ ବିଜୟ ବାଟରେ କେବଳ ଗୋଟିଏ ମ୍ୟାଚ୍ ଓ ଅଷ୍ଟ୍ରେଲିଆ ରହିଛି । ପୂର୍ବ ମ୍ୟାଚ୍ ଭଳି ଭାରତ ପ୍ରଦର୍ଶନ ଜାରି ରଖିଲେ ବିଶ୍ୱକପ ବିଜୟୀ ହେବାରୁ କେହି ଅଟକାଇ ପାରିବେନି । କିନ୍ତୁ ଅଷ୍ଟ୍ରେଲିଆ ମଧ୍ୟ ବେଶ ଶକ୍ତିଶାଳୀ ଦଳ । ତେଣୁ ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବ ।

ଏହାପୂର୍ବରୁ ୨୦ ବର୍ଷ ତଳେ ଯେତେବେଳେ ଭାରତ-ଅଷ୍ଟ୍ରେଲିଆ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ସେତେବେଳେ ଟିମ୍ ଇଣ୍ଡିଆର ଅଧିନାୟକ ଥିଲେ ସୌରଭ ଗାଙ୍ଗୁଲି । ଭାରତ ଏହି ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଥିଲା । କିନ୍ତୁ ଏଥର ଭାରତ ବିଶ୍ୱକପ ଜିତିବ ବୋଲି କହିଛନ୍ତି ସୌରଭ ଗାଙ୍ଗୁଲି । ଚଳିତ ବିଶ୍ୱକପରେ ଭାରତ ଏବେଯାଏଁ ଅପରାଜେୟ ରହି ଫାଇନାଲରେ ଏଣ୍ଟ୍ରି କରିଛି । ଲିଗ୍ ପର୍ଯ୍ୟାୟରେ ୯ରୁ ୯ ମ୍ୟାଚ୍ ଜିତି ଭାରତ ସେମିଫାଇନାଲରେ ପ୍ରବେଶ କରିଥିଲା । ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ୨୦୧୯ ବିଶ୍ୱକପର ପ୍ରତିଶୋଧ ନେବା ସହ ଫାଇନାଲରେ ଏଣ୍ଟ୍ରି କରିଛି ରୋହିତ ବାହିନୀ । ହୋମଗ୍ରାଉଣ୍ଡରେ ଖେଳାଯାଉଥିବାରୁ ଭାରତ ପାଖରେ ବିଶ୍ୱକପ ବିଜେତା ହେବାକୁ ସୁବର୍ଣ୍ଣ ସୁଯୋଗ ରହିଛି ।

ଏହାସହ ଗାଙ୍ଗୁଲି ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ମଧ୍ୟ ପ୍ରଂଶସା କରିଛନ୍ତି । ସଚିନଙ୍କ ଶତକ ରେକର୍ଡ ଭାଙ୍ଗିବାକୁ ନେଇ ଗାଙ୍ଗୁଲି କହିଛନ୍ତି, ମୋତେ ଲାଗୁଛି ବିରାଟଙ୍କର ଏହି ରେକର୍ଡ ଆଉ କେହି ଭାଙ୍ଗିପାରିବେନି । ଏବେ କୋହଲିଙ୍କୁ ମାତ୍ର ୩୫ ବର୍ଷ ହୋଇଛି । କୋହଲି ଆଉ କିଛି ବର୍ଷ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ଖେଳିବେ । ଏହି ସମୟରେ କୋହଲି ଆଉ କିଛି ରେକର୍ଡର ଅଧିକାରୀ ହୋଇପାରିବେ ।

The post ସୌରଭ ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ । ଟିମ୍ ଇଣ୍ଡିଆ ଜିତିବ ବିଶ୍ୱକପ୍, କିନ୍ତୁ… । first appeared on Kanak News.

from Kanak News
via <a href="https://ifttt.com/?

ଠିକାଦାରଙ୍କ ୧୮ଲକ୍ଷ ଟଙ୍କା ଦେଇପାରିଲେନି ସରକାର: ନିଲାମ ହେଲା ନିର୍ମାଣ ସୌଦ୍ଧରେ ଥିବା କୋଠାବାଡି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବପତ୍ର

କନକ ବ୍ୟୁରୋ: ଠିକାଦାରଙ୍କ ଟଙ୍କା ଦେଇପାରିଲେନି ସରକାର । ନିଲାମ ହେଲା ସରକାରଙ୍କ ସମ୍ପତି । ନିର୍ମାଣ ସୌଦ୍ଧରେ ଥିବା କୋଠାବାଡି ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯାଳୟର ଆସବାବପତ୍ର ନିଲାମ ଚାଲିଛି । ଭୁବନେଶ୍ୱର ସିନିୟର ଡିଭିଜନ ସବ ଜଜଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଲାମ ପ୍ରକ୍ରିୟା ଚାଲିଛି । କୋର୍ଟ କର୍ମଚାରୀଙ୍କ ଉପସ୍ଥିତିରେ ଚାଲିଛି ସମସ୍ତ କାର୍ଯ୍ୟ । କନଷ୍ଟ୍ରକସନ ଇଣ୍ଡିଆର ଠିକାଦାର ଦିନେଶ ପାଠକ ସରକାରଙ୍କଠାରୁ ୧୮ଲକ୍ଷ ଟଙ୍କା ପାଇବାର ଅଛି । କିନ୍ତୁ ନିର୍ଦ୍ଧାରିତ ସମୟରେ ଟଙ୍କା ନପାଇବାରୁ ସେ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ସେହି ମାମଲାର ଶୁଣାଣି କରି ସମ୍ପତି ନିଲାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୂର୍ବରୁ ଏହି ମାମଲାରେ ସମୟ ନେଇଥିଲେ ମୁଖ୍ୟଯନ୍ତ୍ରୀ । ହେଲେ, ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ପୈଠ କରିନଥିଲେ କୋଠାବାଡି ମୁଖ୍ୟଯନ୍ତ୍ରୀ ।

The post ଠିକାଦାରଙ୍କ ୧୮ଲକ୍ଷ ଟଙ୍କା ଦେଇପାରିଲେନି ସରକାର: ନିଲାମ ହେଲା ନିର୍ମାଣ ସୌଦ୍ଧରେ ଥିବା କୋଠାବାଡି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବପତ୍ର first appeared on Kanak News.

from Kanak News
via <a href="https://ifttt.com/?

ଗାଜାର ଅଲ-ଶିଫା ହସ୍ପିଟାଲରେ ଇସ୍ରାଏଲ୍ ସେନାର ଅପରେସନ୍ ଜାରି :  ଡାକ୍ତରଖାନା ପାଖରେ ମିଳିଲା ଜଣେ ମହିଳା ବନ୍ଧକଙ୍କ ମୃତଦେହ

ଇସ୍ରାଏଲ ସେନା ୫୦ ଘଣ୍ଟାରୁ ଅଧିକ ସମୟ ଧରି ଗାଜାର ଅଲ-ଶିଫା ହସ୍ପିଟାଲରେ ସର୍ଚ୍ଚ ଅପରେସନ ଜାରି ରଖିଛି ।  ସେପଟେ ଅକ୍ଟୋବର ୭ ରେ ବନ୍ଧକ ଥିବା ଜଣେ ମହିଳାଙ୍କ ମୃତଦେହ ଡାକ୍ତରଖାନା ପାଖରେ ଥିବା କୋଠାରୁ ଉଦ୍ଧାର କରାଯାଇଛି ବୋଲି ଆଇଡିଏଫ ଦାବି କରିଛି । ଇସ୍ରାଏଲର ସେନା ଗାଜାର ସବୁଠାରୁ ବଡ ଡାକ୍ତରଖାନା ଅଲ-ଶିଫାରେ ପ୍ରବେଶ କରିବାର ୫୦  ଘଣ୍ଟାରୁ ଅଧିକ ସମୟ ଅତିବାହିତ ହୋଇଛି। ଏହି ଅପରେସନରେ  ମଧ୍ୟରେ, ଆଇଡିଏଫ୍ ହମାସ ଦ୍ୱାରା ବ୍ୟବହୃତ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମରିକ ଉପକରଣ ଜବତ  କରିଛି ।  ବର୍ତ୍ତମାନ ଇସ୍ରାଏଲ୍ ସେନା ଦାବି କରିଛି ଯେ ଅଲ-ଶିଫା ହସ୍ପିଟାଲ ନିକଟରୁ ଅକ୍ଟୋବର ୭ ରୁ ବନ୍ଧକ ରଖାଯାଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ୬୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ମିଳିଛି ।

https://platform.twitter.com/widgets.js

ଆଇଡିଏଫ୍ କହିଛି ଯେ ଅଲ-ଶିଫା ହସ୍ପିଟାଲ ନିକଟରେ ୟେହୁଦିତ୍ ୱିସ୍ (୬୫) ନାମକ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ଯିଏ କିଣ୍ଡରଗାର୍ଟନରେ ପିଲାମାନଙ୍କ ପାଇଁ କାମ କରୁଥିଲେ । ଅକ୍ଟୋବର 7 ରେ, ୟେହୁଦିତଙ୍କୁ କିବୁଜ ବେରୀରେ ଥିବା ତାଙ୍କ ଘରୁ ହମାସ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ । ତାଙ୍କ ସ୍ୱାମୀ ଶମୁଲିକ୍ ୱିସଙ୍କୁ ତାଙ୍କ ଘରେ ହିଁ ହତ୍ୟା କରାଯାଇଥିଲା । ୟେହୁଦିତ୍ ଏବଂ ଶମୁଲିକଙ୍କର ୫ ଟି ସନ୍ତାନ ଅଛନ୍ତି ।  ଏହା ବ୍ୟତୀତ ଇସ୍ରାଏଲ୍ ସେନା ଦାବି କରିଛି ଯେ ଯେଉଁଠାରେ ୟେହୁଦିତଙ୍କ ମୃତଦେହ ମିଳିଥିଲା ସେଠାରୁ AK-47, RPG ଏବଂ ଅନ୍ୟାନ୍ୟ ସାମରିକ ଯନ୍ତ୍ରପାତି ମଧ୍ୟ ଉଦ୍ଧାର କରାଯାଇଛି ।

ଏହି ସମୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସିବିଏସ୍ଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଆମ ପାଖରେ ସୂଚନା ରହିଛି ଯେ ହମାସ୍ ଅଲ-ଶିଫା ହସ୍ପିଟାଲରେ ଅନେକ ବନ୍ଧକ ମାନଙ୍କୁ ବନ୍ଦୀ କରି ରଖିଛନ୍ତି । ସେ କହିଛନ୍ତି ଯେ ଏହି କାରଣରୁ ଆମେ ଡାକ୍ତରଖାନାରେ ପ୍ରବେଶ କଲୁ । ସେ ଆହୁରି କହିଛନ୍ତି ଯେ ଯଦି ସେମାନେ ସେଠାରେ ଥିଲେ ସେମାନଙ୍କୁ ଅନ୍ୟ ସ୍ଥାନକୁ ନିଆଯାଇଛି । ନେତାନ୍ୟାହୁ ଆହୁରି କହିଛନ୍ତି, ବନ୍ଧକମାନଙ୍କ ବିଷୟରେ ଆମ ପାଖରେ ଯଥେଷ୍ଟ ସୂଚନା ଅଛି କିନ୍ତୁ ବର୍ତ୍ତମାନ ମୁଁ ଏହା ବିଷୟରେ ଯେତେ କମ୍ କହିବି ସେତେ ଭଲ ।

https://platform.twitter.com/widgets.js

ଇସ୍ରାଏଲ୍ ସେନା ଦାବି ଜାରି ରଖିଛନ୍ତି ଯେ ଅଲ-ଶିଫା ହସ୍ପିଟାଲ ତଳେ ହମାସର ଏକ ପ୍ରମୁଖ ଅପରେସନ୍ କମାଣ୍ଡ ସେଣ୍ଟର ଅଛି ଏବଂ ହମାସ ଆତଙ୍କିମାନେ  ରୋଗୀ, କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କୁ ସେମାନଙ୍କ ଢାଲ ଭାବରେ ବ୍ୟବହାର କରୁଛନ୍ତି । ଆମେରିକା ମଧ୍ୟ ମଙ୍ଗଳବାର ଦିନ ନିଶ୍ଚିତ କରିଛି ଯେ ହମାସ ଏବଂ ଇସଲାମିକ୍ ଜିହାଦ୍ ଶିଫା ଏବଂ ଅନ୍ୟ ଗାଜା ଡାକ୍ତରଖାନାତଳେ ଥିବା ଟନେଲଗୁଡିକୁ ନିଜର  ସାମରିକ କାର୍ଯ୍ୟକଳାପ ଏବଂ ବନ୍ଧକ ମାନଙ୍କୁ  ଲୁଚାଇ ରଖିବାକୁ ବ୍ୟବହାର କରୁଛନ୍ତି ।ଆଇଡିଏଫ୍ ମୁଖପାତ୍ର ହାଗରୀ କହିଛନ୍ତି ଯେ ଆମେ ଗତ ୪୮ ଘଣ୍ଟା ଧରି ଅଲ ଶିଫା ହସ୍ପିଟାଲରେ କାର୍ଯ୍ୟ କରୁଛୁ, ଏହା ଏକ ଜଟିଳ ଅପରେସନ । ଏହା ଏକ ଖୁବ ବଡ କ୍ୟାମ୍ପସ୍ । ସେ କହିଛନ୍ତି ଯେ ଏହି ଅପରେସନରେ ଆମେ ଭୂତଳ ଭିତ୍ତିଭୂମି ଏବଂ ଅସ୍ତ୍ରଶସ୍ତ୍ର ଏବଂ ବନ୍ଧକ ସହ ଜଡିତ ସୂଚନା ପାଇଲୁ । ଏହା ବ୍ୟତୀତ ଡାକ୍ତରଖାନା ପାଖରେ ଜଣେ ମହିଳାଙ୍କ ମୃତଦେହ ମଧ୍ୟ ପାଇଲୁ ।

 

 

 

 

The post ଗାଜାର ଅଲ-ଶିଫା ହସ୍ପିଟାଲରେ ଇସ୍ରାଏଲ୍ ସେନାର ଅପରେସନ୍ ଜାରି :  ଡାକ୍ତରଖାନା ପାଖରେ ମିଳିଲା ଜଣେ ମହିଳା ବନ୍ଧକଙ୍କ ମୃତଦେହ first appeared on Kanak News.

from Kanak News
via <a href="https://ifttt.com/?

ବେଦାନ୍ତ କମ୍ପାନୀ ମାଲିକ ଅନିଲ ଅଗ୍ରୱାଲଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା । ଏବେ ବି ଛାଡ଼ି ନାହାଁନ୍ତି ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ନେଇଥିବା ଜମି ପ୍ରତି ମୋହ

କନକ ବ୍ୟୁରୋ: ବିଶ୍ୱବିଦ୍ୟାଳୟ ନାଁରେ ଯେଉଁ ଚାଷ ଜମି ନେଇଛି ବେଦାନ୍ତ, ତାକୁ ଛାଡିବାକୁ ସହମତି ପ୍ରକାଶ କରିପାରୁନାହାନ୍ତି କମ୍ପାନୀର ମାଲିକ ଅନୀଲ ଅଗ୍ରୱାଲ । ଏହି ପ୍ରସଙ୍ଗରେ ନିକଟରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଏହାପରେ ଚାଷ ଜମି ଚାଷୀ କେବେ ଫେରିପାଇବେ ସେ ନେଇ ପ୍ରଶ୍ନ ଉଠିଛି । ବିରୋଧୀ ଏହାକୁ ନେଇ ବାରମ୍ବାରଙ୍କ ଜବାବ ଲୋଡୁଛନ୍ତି । ଏହାରି ଭିତରେ ବେଦାନ୍ତର ମାଲିକ ଅନୀଲ ଅଗ୍ରୱାଲଙ୍କ ଏକ ଟ୍ୱିଟ୍ ପୋଷ୍ଟ ଚର୍ଚ୍ଚାକୁ ବଢାଇଛି ।

ବିଦେଶରେ ଭାରତୀୟ ମାନେ ପାଠ ପଢିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି । ନିକଟରେ ଏକ ରିପୋର୍ଟ ଏନେଇ ପ୍ରକାଶ ପାଇଥିଲା । ଏହାକୁ ଆଧାର କରି ବେଦାନ୍ତ କଂପାନୀର ମାଲିକ ଅନୀଲ ଅଗ୍ରୱାଲ ଏକ ପୋଷ୍ଟ କରିଛନ୍ତି ସୋସିଆଲ ମିଡିଆରେ । ଯେଉଁଥିରେ ସେ ପୁରୀରେ କଳ୍ପନା କରିଥିବା ବେଦାନ୍ତ ବିଶ୍ୱବିଦ୍ୟାଳୟ କଥା କହିଛନ୍ତି । ଯାହାକୁ ସେ ବିଶ୍ୱର ଅନ୍ୟତମ ବିଶ୍ୱବିଦ୍ୟାଳୟ ହାୱାର୍ଡ ଭଳି ତିଆରି କରିବାକୁ ସ୍ୱପ୍ନ ଦେଖିଥିବା କଥା କହିଛନ୍ତି । ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବାକୁ ନିଷ୍ପତି ନେଇଥିବା ବେଳେ ସେ ନିଜେ ବଜାର ଦରରେ ଜମି କିଣିବାକୁ ଇଚ୍ଛା ରଖିଥିଲେ ବୋଲି କହିଛନ୍ତି । ହେଲେ କିଛି ଏନଜିଓ କମ୍ପାନୀ ଏହି ପ୍ରସଙ୍ଗକୁ ସୁପ୍ରିମକୋର୍ଟକୁ ନେଇଥିଲେ ବୋଲି କହିଛନ୍ତି । କିନ୍ତୁ ଏବେ ବି ଏହି ସ୍ୱପ୍ନ ପୂରଣ ହୋଇପାରିବ ବୋଲି ଟ୍ୱିଟରେ ଲେଖିଛନ୍ତି । ଯାହା ପୁଣିଥରେ ଜମି ପ୍ରସଙ୍ଗକୁ ଚର୍ଚ୍ଚାକୁ ବଢାଇଛି ।

The post ବେଦାନ୍ତ କମ୍ପାନୀ ମାଲିକ ଅନିଲ ଅଗ୍ରୱାଲଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା । ଏବେ ବି ଛାଡ଼ି ନାହାଁନ୍ତି ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ନେଇଥିବା ଜମି ପ୍ରତି ମୋହ first appeared on Kanak News.

from Kanak News
via <a href="https://ifttt.com/?

ଧାରଣାରେ ବସିଥିବା କର୍ପୋରେଟର ଗୁରୁତର । ଆମ୍ବୁଲାନ୍ସରେ ଗଲେ ହସ୍ପିଟାଲ 

କନକ ବ୍ୟୁରୋ: ଧାରଣାରେ ବସିଥିବା ସିଏମସି କର୍ପୋରେଟରଙ୍କ ମଧ୍ୟରୁ ଜଣେ ଗୁରୁତର । ୱାର୍ଡ ନମ୍ବର-୧ର କର୍ପୋରେଟର ଭାନୁ ସେନାପତି ଅସୁସ୍ଥ ହେବା ପରେ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । କଟକ ମହାନଗର ନିଗମରେ ଦୁର୍ନୀତି ଚାଲିଥିବା ଅଭିଯୋଗ ଆଣି ୫ଦିନ ହେବ ଧାରଣାରେ ବସିଛନ୍ତିି ବିରୋଧୀ ବିଜେପି ଓ କଂଗ୍ରେସର କର୍ପୋରେଟର । କିନ୍ତୁ ଆଜି ପର୍ଯ୍ୟନ୍ତ ଧାରଣାରତ କର୍ପୋରେଟରଙ୍କ ନିକଟକୁ ମେୟର କି କମିଶନର ଆସି ନାହାନ୍ତି । ତେବେ ବିରୋଧୀ କର୍ପୋରେଟରଙ୍କ ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି କଟକ ମେୟର ।

The post ଧାରଣାରେ ବସିଥିବା କର୍ପୋରେଟର ଗୁରୁତର । ଆମ୍ବୁଲାନ୍ସରେ ଗଲେ ହସ୍ପିଟାଲ  first appeared on Kanak News.

from Kanak News
via <a href="https://ifttt.com/?

ହଟ୍ଟହଟ୍ଟା ହେଲେ ବିଜେଡି ବିଧାୟକ । ଜବାବ ମାଗିଲେ ଲୋକ, ପାର୍କ ଉଦଘାଟନ ନକରି ଫେରିଆସିଲେ ବିଧାୟକ ।

କନକ ବ୍ୟୁରୋ: ପାର୍କ ଉଦଘାଟନ କରିବାକୁ ଯାଇ ହଟହଟା ହେଲେ ବିଜେଡି ବିଧାୟକ । ପ୍ରଥମେ ରାସ୍ତା ତିଆରି କର, ଏହାପରେ ପାର୍କ ଓ ନୂଆ ପ୍ରକଳ୍ପ ଉଦଘାଟନ କରିବେ । ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ଏପରି କହି ଜବାବ ଲୋଡିଲେ ସ୍ଥାନୀୟ ଲୋକେ । ଶେଷରେ ପାର୍କ ଉଦଘାଟନ କରିନପାରି ବିଧାୟକ ପ୍ରଦୀପ ଦିଶାରୀ ଫେରି ଆସିଛନ୍ତି । କଳାହାଣ୍ଡି ଜିଲ୍ଲା ନିୟମଗିରି ପାଦଦେଶରେ ଥିବା ତ୍ରିଲୋଚପୁର ପଞ୍ଚାୟତରେ ରାସ୍ତା ଦୟନୀୟ ରହିଛି । ଲୋକେ ଯିବା ଆସିବା ମଧ୍ୟ କରିପାରୁନାହାନ୍ତି । ଲକ୍ଷ୍ମୀ ବସ୍ ଯାଉଥିଲା ଏବେ କିନ୍ତୁ ଆଉ ଯାଉନି । ସ୍ଥାନୀୟ ଲୋକେ ବିଧାୟକଙ୍କ ଆଗରେ ଏପରି କହିଛନ୍ତି । ଏହି ସମୟରେ ବିଧାୟକ ଏବଂ ଲୋକଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଲୋକେ କହିଛନ୍ତି, ତିନି ବର୍ଷ ହେବ ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ଅଭିଯୋଗ କରୁଛୁ । ହେଲେ ବିଧାୟକ କୌଣସି ସମସ୍ୟାର ସମାଧାନ କରୁନାହାନ୍ତି ବୋଲି ଅଭିଯୋଗ ରହିଛି ।

The post ହଟ୍ଟହଟ୍ଟା ହେଲେ ବିଜେଡି ବିଧାୟକ । ଜବାବ ମାଗିଲେ ଲୋକ, ପାର୍କ ଉଦଘାଟନ ନକରି ଫେରିଆସିଲେ ବିଧାୟକ । first appeared on Kanak News.

from Kanak News
via <a href="https://ifttt.com/?

କୋଶଳ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାକୁ ବିରୋଧ । ହୀରାଖଣ୍ଡ ସାମ୍ମୁଖ୍ୟ ପକ୍ଷରୁ ସମ୍ବଲପୁରରେ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ 

କନକ ବ୍ୟୁରୋ: କୋଶଳ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାକୁ ବିରୋଧ । ହୀରାଖଣ୍ଡ ସାମୁଖ୍ୟ ପକ୍ଷରୁ ସମ୍ବଲପୁରରେ ଶୋଭାଯାତ୍ରା କରିବା ସହ ହୀରାଖଣ୍ଡ ନାଁରେ ସ୍ୱତନ୍ତ୍ର ରାଜ୍ୟ ଦାବି କରାଯାଇଛି ଏବଂ ସମ୍ବଲପୁରୀ ଭାଷାକୁ ମାନ୍ୟତା ଦେବା ଦାବିରେ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହ କାଲି ସମସ୍ତ ଦୋକାନ ବଜାର ଖୋଲା ରଖିବାକୁ ଅପିଲ କରିଛି ହୀରାଖଣ୍ଡ ସାମୁଖ୍ୟ । ଆସନ୍ତାକାଲି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛି କୋଶଳ କ୍ରିୟାନୁଷ୍ଠାନ କମିଟି । ଆଉ ଏହି ବନ୍ଦ ଡାକରାକୁ ସମର୍ଥନ କରିବାକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।

The post କୋଶଳ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାକୁ ବିରୋଧ । ହୀରାଖଣ୍ଡ ସାମ୍ମୁଖ୍ୟ ପକ୍ଷରୁ ସମ୍ବଲପୁରରେ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ  first appeared on Kanak News.

from Kanak News
via <a href="https://ifttt.com/?

‘ମୋର ପ୍ରତ୍ୟର୍ପଣ ଏତେ ଶୀଘ୍ର ସମ୍ଭବ ନୁହେଁ, ମୁଁ ବର୍ଷ ବର୍ଷ ବ୍ରିଟେନରେ ରହିପାରେ…’ କୋର୍ଟରେ ଏଭଳି କହିଲେ ନୀରବ ମୋଦୀ ।

କନକ ବ୍ୟୁରୋ: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀ ଗୁରୁବାର ବ୍ରିଟେନର ଅଦାଲତରେ ହାଜର ହୋଇଥିଲେ । ‘ଏତେ ଶୀଘ୍ର ତାଙ୍କର ଭାରତକୁ ପ୍ରତ୍ୟାର୍ପଣ ହେଉନାହିଁ ବରଂ ସେ ବର୍ଷ ବ୍ରିଟେନରେ ରହିବେ’ ବୋଲି କୋର୍ଟରେ କହିଥିଲେ ନୀରବ । ତେବେ ଏଭଳି କହିବା ପଛର କାରଣ ମଧ୍ୟ ସେ କହିଥିଲେ ।

କହିରଖୁଁ , ନୀରବ ମୋଦୀ ୧୩ ହଜାର କୋଟି ଟଙ୍କା ଟିକସ୍ ଫାଙ୍କିବା ଅଭିଯୋଗରେ (ପିଏନବି ଦୁର୍ନୀତି)ରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ସେ ବ୍ରିଟେନ୍ ପଳାଇଥିଲେ । ସେଠାରେ ମଧ୍ୟ ତାଙ୍କ ବିରୋଧରେ ବିଚାର ଚାଲିଛି । ଟେସ୍ମୋସାଇଡ୍ କୋର୍ଟରେ ଭିଡିଓ ଲିଙ୍କ ମାଧ୍ୟମରେ ୫୨ ବର୍ଷୀୟ ମୋଦୀଙ୍କର ଶୁଣାଣୀ ହୋଇଥିଲା । ଏହି ଶୁଣାଣୀ ତାଙ୍କର ଅସଫଳ ପ୍ରତ୍ୟର୍ପଣ ଅପିଲ ଉପରେ ଦିଆଯାଇଥିବା ଆର୍ଥିକ ଜରିମାନା ଉପରେ ହୋଇଥିଲା । ୧ଲକ୍ଷ ୫୦ ହଜାର ୨୪୭ ପାଉଣ୍ଡର ଜରିମାନା ଲଗାଇଥିଲେ ବ୍ରିଟେନ୍ କୋର୍ଟ କିନ୍ତୁ ଏହାକୁ କୋହଳ କରିବାକୁ ଅପିଲ କରିଥିଲେ ନୀରବ ମୋଦୀ ।

ତେବେ ଭାରତରେ ତାଙ୍କର ପ୍ରତ୍ୟର୍ପଣ ବାବଦରେ ସାମ୍ବାଦିକ ମାନେ ପଚାରିବାରୁ ସେ କହିଥିଲେ ପ୍ରତ୍ୟର୍ପଣ ଜନିତ ମାମଲା ଲାଗରହଇଥିବାରୁ ହିଁ ସେ ଏବେ ଭାରତ ଯାଇପାରିବେ ନାହିଁ । ବରଂ ବ୍ରିଟେନରେ ବର୍ଷ ବର୍ଶ ସେ ରହିପାରିବେ ।

The post ‘ମୋର ପ୍ରତ୍ୟର୍ପଣ ଏତେ ଶୀଘ୍ର ସମ୍ଭବ ନୁହେଁ, ମୁଁ ବର୍ଷ ବର୍ଷ ବ୍ରିଟେନରେ ରହିପାରେ…’ କୋର୍ଟରେ ଏଭଳି କହିଲେ ନୀରବ ମୋଦୀ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started