ଆକାଉଣ୍ଟଧାରୀଙ୍କ ଖାତାରେ ଜମା ହେଲା ୮୨୦ କୋଟି ଟଙ୍କା; ବ୍ୟାଙ୍କ୍‌ କହିଲା ଭୁଲବଶତଃ ଜମା ହୋଇଛି ।

କନକ ବ୍ୟୁରୋ: ବୁଧବାର ଦିନ ଆକାଉଣ୍ଟଧାରୀଙ୍କ ଖାତାରେ ଭୁଲ୍‌କ୍ରମେ ପ୍ରାୟ ୮୨୦ କୋଟି ଟଙ୍କା ଜମା ହୋଇଯାଇଥିବା ଓ ଜମା ଟଙ୍କା ପ୍ରତ୍ୟାହାର କରିବା ପ୍ରକ୍ରିୟା ଆରମ୍ଭ କରିଥିବା କଥା ‘ୟୁକୋ ବ୍ୟାଙ୍କ୍‌’ କହିଛି। ଭୁଲ୍‌ କ୍ରମେ କେତେକ ଆକାଉଣ୍ଟ୍‌ ବା ଜମାଖାତାରେ ଉପରୋକ୍ତ ଅର୍ଥରାଶି ‘ଇମିଡିଏଟ୍‌ ପେମେଣ୍ଟ୍‌ ସର୍ଭିସ୍‌’ ମାଧ୍ୟମରେ ଜମା ହୋଇଯାଇଛି। ଜମା ଅର୍ଥ ୭୯% ବା ୬୬୪ କୋଟି ଟଙ୍କା ପ୍ରତ୍ୟାହାର କରି ନିଆଯାଇଛି ବୋଲି ଏହି ରିପୋର୍ଟ ଲେଖାଯିବା ପର୍ୟ୍ୟନ୍ତ ବ୍ୟାଙ୍କ୍‌ ସୂଚନା ଦେଇଥିଲା।

ଭୁଲ୍‌ ହୋଇଥିବା କଥା ଜଣାପଡ଼ିବା କ୍ଷଣି ବ୍ୟାଙ୍କ୍‌ ତୁରନ୍ତ ଉକ୍ତ ଆକାଉଣ୍ଟଗୁଡ଼ିକୁ ‘ବ୍ଲକ୍‌’ କରି ଦେଇଥିଲା। ତା’ପରେ ପରେ ସେ ସବୁ ଆକାଉଣ୍ଟ୍‌ରେ ଭୁଲ୍‌କ୍ରମେ ଜମା ହୋଇଥିବା ଅର୍ଥ ପ୍ରତ୍ୟାହାର କାର୍ୟ୍ୟ ଆରମ୍ଭ କରାଯାଇଥିଲା ବୋଲି ଗୁରୁବାର ଦିନ ‘ରେଗୁଲେଟରି ଫାଇଲିଙ୍ଗ୍‌’ରେ ‘ୟୁକୋ ବ୍ୟାଙ୍କ୍‌’ କହିଥିଲା। ବୁଧବାର ଦିନ କିଛି ବୈଷୟିକ ତ୍ରୁଟି ଦେଖା ଦେଇଥିଲା। ସେହି କାରଣରୁ ଉକ୍ତ ଆକାଉଣ୍ଟ୍‌ଗୁଡ଼ିକରେ ଭୁଲ୍‌ କ୍ରମେ ଏତେ ପରିମାଣର ଅର୍ଥରାଶି ଜମା ହୋଇଗଲା ବୋଲି ‘ୟୁକୋ ବ୍ୟାଙ୍କ୍’ କହିଛି।

The post ଆକାଉଣ୍ଟଧାରୀଙ୍କ ଖାତାରେ ଜମା ହେଲା ୮୨୦ କୋଟି ଟଙ୍କା; ବ୍ୟାଙ୍କ୍‌ କହିଲା ଭୁଲବଶତଃ ଜମା ହୋଇଛି । first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱକପ୍ ଫାଇନାଲ ପାଇଁ ବଢିଲା ବିମାନ ଟିକେଟ୍ ଦାମ୍ । ୫ ହଜାର ଟିକେଟ୍ ଦାମ ଏବେ ୩୦ ହଜାର ।

କନକ ବ୍ୟୁରୋ: ବିଶ୍ୱକପ ଫାଇନାଲ ମ୍ୟାଚ୍ ପାଇଁ ବଢିଗଲା ବିମାନ ଯାତ୍ରାର ଟିକେଟ୍ । ଯେଉଁ ୱାନ ୱେ ଟିକେଟ୍ ୫ ହଜାର ଟଙ୍କା ଥିଲା ତାହା ଏବେ ୩୦ ହଜାର ଟଙ୍କା ହୋଇଛି । ରବିବାର ଅହମଦାବାଦରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପର ଫାଇନାଲ ମ୍ୟାଚ । ଟିମ୍ ଇଣ୍ଡିଆ ଏଯାବତ ବିଶ୍ୱକପରେ ଅପରାଜେୟ ରହିଛି । ତେଣୁ ଦୁଇ ଦଳ ଫାଇନାଲ ଦିନ ଜବରଦସ୍ତ ପ୍ରଦର୍ଶନ କରିବେ ବୋଲି କ୍ରୀଡାପ୍ରେମୀ ଆଶା ରଖିଛନ୍ତି । ତେଣୁ ଗ୍ରାଉଣ୍ଡରେ ମ୍ୟାଚ ଦେଖିବାକୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିଛି । ତେଣୁ ବିମାନ ଟିକେଟର ଚାହିଦା ମଧ୍ୟ ବଢୁଛି । ଗୁରୁବାର ସଂଧ୍ୟାରେ ଯେଉଁ ଟିକେଟର ଦାମ ବେଙ୍ଗାଲୁରୁରୁ ଅହମଦାବାଦ ୫ ହଜାର ୭୦୦ ଟଙ୍କା ଥିଲା । ତାହା ଏବେ ୩୩ ହଜାର ଟଙ୍କା ହୋଇଛି । ଶନିବାର ସକାଳୁ ସଂଧ୍ୟା ଯାଏଁ ବିମାନର ଟିକେଟ୍ ଭଡା ଏହିପରି ରହିଛି । ସର୍ବାଧିକ ଭଡା ଇଣ୍ଡିଗୋ ବିମାନର ଥିବା ବେଳେ ନୂଆ କରି ବିମାନ ସେବା ଯୋଗାଉଥିବା ଆକାଶ ଏୟାରଲାଇନ୍ସର ଭଡା ୨୮ ହଜାର ୭୭୮ ଟଙ୍କା ରହିଛି ।

The post ବିଶ୍ୱକପ୍ ଫାଇନାଲ ପାଇଁ ବଢିଲା ବିମାନ ଟିକେଟ୍ ଦାମ୍ । ୫ ହଜାର ଟିକେଟ୍ ଦାମ ଏବେ ୩୦ ହଜାର । first appeared on Kanak News.

from Kanak News
via <a href="https://ifttt.com/?

ଆଦିବାସୀଙ୍କ ଜମି ହସ୍ତାନ୍ତରକୁ ନେଇ କ୍ୟାବିନେଟ ନିଷ୍ପତ୍ତି  ଉପରେ ଲାଗିଲା ରୋକ । ସୂଚନା ଦେଲେ ମନ୍ତ୍ରୀ ସୁଦାମ ମାର୍ଣ୍ଡି । 

କନକ ବ୍ୟୁରୋ : କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ନେଇ  ନିଆଯାଇଥିବା କ୍ୟାବିନେଟ ନିଷ୍ପତ୍ତି ଉପରେ ରୋକ୍ ଲାଗିଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଗତ ନଭେମ୍ବର ୧୪ରେ ଆଦିବାସୀଙ୍କ ଜମି ହସ୍ତାନ୍ତର ନେଇ ହୋଇଥିଲା କ୍ୟାବିନେଟ ନିଷ୍ପତ୍ତି । ଯାହାକୁ ବିରୋଧ କରିଥିଲେ ବିରୋଧୀ ।

https://platform.twitter.com/widgets.jsକ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଆଦିବାସୀ ଜମି ହସ୍ତାନ୍ତର ପାଇଁ ଆଇନରେ ସଂଶୋଧ ହୋଇଥିଲା । ଯାହାଦ୍ୱାରା ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କ ଉଚ୍ଚଶିକ୍ଷା, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ନିଜ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ । ଏହାସହ ଜଣେ ଅଣ-ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ । ଏନେଇ କ୍ୟାବିନେଟ ନିଷ୍ପତ୍ତି ହେବା ପରେ ଏହାକୁ ନେଇ ତେଜିଥିଲା ରାଜନୀତି । ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଏହି ନିଷ୍ପତ୍ତିକୁ କଡା ବିରୋଧ କରାଯାଇଥିଲା ।

The post ଆଦିବାସୀଙ୍କ ଜମି ହସ୍ତାନ୍ତରକୁ ନେଇ କ୍ୟାବିନେଟ ନିଷ୍ପତ୍ତି  ଉପରେ ଲାଗିଲା ରୋକ । ସୂଚନା ଦେଲେ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।  first appeared on Kanak News.

from Kanak News
via <a href="https://ifttt.com/?

ମହାକାଶ ଶବ୍ଦକୁ ସଂଗୀତରେ ପରିଣତ କଲା ନାସା । ସଙ୍ଗୀତ ନିର୍ଦ୍ଦେଶକ ସୋଫି କାଷ୍ଟନରଙ୍କ ନିର୍ଦ୍ଦେଶନାରେ କରାଯାଇଛି ପ୍ରସ୍ତୁତ

କନକ ବ୍ୟୁରୋ: ଆମେରିକୀୟ ମହାକାଶ ଏଜେନ୍ସି ନାସା ମହାକାଶୀୟ ଶବ୍ଦଗୁଚ୍ଛର ଏକ ଚମତ୍କାର ସଂଗୀତମୟ ସଂସ୍କରଣ ଜାରି କରିଛି । ସଂଗୀତ ନିର୍ଦ୍ଦେଶକ ସୋଫି କାଷ୍ଟନରଙ୍କ ସହାୟତାରେ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି ବୋଲି ନାସା ନିଜ ୱେବସାଇଟରେ କହିଛି । ଏହାସହ କାଷ୍ଟନରଙ୍କ ସହାୟତାରେ ତିଆରି ହୋଇଥିବା ମ୍ୟୁଜିକ୍ ନୋଟଗୁଡ଼ିକର ଫଟୋ ମଧ୍ୟ ପୋଷ୍ଟ କରିଛି ନାସା । ନାସା କହିଛି, ଏହାର ଟେଲିସ୍କୋପ ଦ୍ୱାରା କଏଦ ହୋଇଥିବା ତଥ୍ୟ ମୂଳ ସଂଗୀତର ଆଧାର ପାଲଟିଛି ଯାହାକୁ ମଣିଷ ବଜାଇପାରିବ ।

ଟେଲିସ୍କୋପରୁ ମିଳିଥିବା ତଥ୍ୟକୁ ସୋନିଫିକେସନ ନାମକ ଏକ ପ୍ରକ୍ରିୟା ଦ୍ୱାରା ନୋଟ୍ ଓ ଶବ୍ଦରେ ପରିଣତ କରାଯାଏ । ନାସା ପାଖରେ ବର୍ଷ ବର୍ଷ ଧରି ରେକର୍ଡ ହୋଇଥିବା ଏଭଳି ଶବ୍ଦର ଭଣ୍ଡାର ରହିଛି । ଯାହାକୁ ଏହାର ୱେବସାଇଟରେ ସୋନିଫିକେସନ୍ ପ୍ଲେଲିଷ୍ଟ ଭାବରେ ପୋଷ୍ଟ କରାଯାଇଛି । ପ୍ରୋଜେକ୍ଟରେ ଶ୍ରୋତାମାନେ ତଥ୍ୟ ଚିତ୍ର ଭାବରେ ଦେଖିବା ପରିବର୍ତ୍ତେ ଶ୍ରବଣ ଶକ୍ତି ମାଧ୍ୟମରେ ଅନୁଭବ କରିପାରିବେ । ଏହା ଏକ କାଳ୍ପନିକ କାହାଣୀ ଲେଖିବା ପରି ଯାହା ମୁଖ୍ୟତଃ ବାସ୍ତବ ତଥ୍ୟ ଉପରେ ଆଧାରିତ । ମହାକାଶର ଯେଉଁ ତଥ୍ୟକୁ ଶବ୍ଦରେ ରୂପାନ୍ତରିତ କରାଯାଇଛି ତାହାକୁ ଆମେ ସଂଗୀତରେ ରୂପାୟିତ କରୁଛୁ ବୋଲି କାଷ୍ଟନର କହିଛନ୍ତି ।

The post ମହାକାଶ ଶବ୍ଦକୁ ସଂଗୀତରେ ପରିଣତ କଲା ନାସା । ସଙ୍ଗୀତ ନିର୍ଦ୍ଦେଶକ ସୋଫି କାଷ୍ଟନରଙ୍କ ନିର୍ଦ୍ଦେଶନାରେ କରାଯାଇଛି ପ୍ରସ୍ତୁତ first appeared on Kanak News.

from Kanak News
via <a href="https://ifttt.com/?

ସାନଖେମୁଣ୍ଡିରେ ପଡିଆ ପଡିଛି ଚାଷ ଜମି । ବିଲରେ ପଶି ସ୍ଥିତି ଅନଧ୍ୟାନ କଲେ ସାନଖେମୁଣ୍ଡି ବିଧାୟକ

କନକ ବ୍ୟୁରୋ: ଚାଷ ଜମି ବୁଲି ଚାଷୀଙ୍କ ସମସ୍ୟା ବୁଝିଲେ ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା । ସ୍ୱଳ୍ପ ବୃଷ୍ଟିପାତ ଚଳିତ ବର୍ଷର ଖରିଫ ଫସଲକୁ ପୁରା ଉଜାଡି ଦେଇଛି । ଅନିୟମିତ ମୌସୁମି ବର୍ଷା ସାଙ୍ଗକୁ ଜଳ ସେଚନର ଅଭାବ ଫଳରେ ଗଂଜାମର ବିଭିନ୍ନ ବ୍ଲକର ହେକ୍ଟର ହେକ୍ଟର ଚାଷ ଜମି ପଡିିଆ ପଡିଥିବା ବେଳେ ଯେଉଁ ଜମିରେ ଲୋକେ ସାମାନ୍ୟ ବର୍ଷା ପରେ ପମ୍ପରେ ପାଣି ମଡାଇ ଧାନ ରୋଇ ଥିଲେ ତାହା ଫାଟି ଆଁ କରିଛି । ଧାନ ଫସଲ ଅଧିକ ଜଳ ଆବଶ୍ୟକ କରୁଥିବା ସମୟରେ ଯଥେଷ୍ଟ ପରିମାଣର ଜଳ ଅଭାବ ଫଳରେ ଅନେକ ଜମିର ଧାନ ଗଛ ପୋଡି ଯାଇଛି । ଏହାକୁ ନେଇ ଗଂଜାମର କେତେକ ବ୍ଲକରେ ବିଜେପି ଚାଷୀଙ୍କୁ କ୍ଷତି ପ୍ରଦାନ ନିମନ୍ତେ ବ୍ଲକ ଘେରାଉ କରୁଥିବା ବେଳେ ଦୁଇ ଦିନ ହେଲା କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ କିସାନ୍ ସେଲ୍ର ସଭାପତି ଅଭୟ ପଟ୍ଟନାୟକ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ବ୍ଲକରୁ ବ୍ଲକ ବୁଲି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟୁଛନ୍ତି ।

The post ସାନଖେମୁଣ୍ଡିରେ ପଡିଆ ପଡିଛି ଚାଷ ଜମି । ବିଲରେ ପଶି ସ୍ଥିତି ଅନଧ୍ୟାନ କଲେ ସାନଖେମୁଣ୍ଡି ବିଧାୟକ first appeared on Kanak News.

from Kanak News
via <a href="https://ifttt.com/?

ରବିବାର କ୍ରିକେଟ୍ ବିଶ୍ୱକପ୍ ପାଇଁ ମହାମୁକାବିଲା । ପ୍ରଦର୍ଶୀତ ହେବ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’ ।

କନକ ବ୍ୟୁରୋ: ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ଏୟାର ସୋ’ କରିବେ । ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଫାଇନାଲ ମ୍ୟାଚ୍ ଖେଳା ହେବା ପୂର୍ବରୁ ମୋଟେରାରେ ଏହି ଦଳ ୧୦ ମିନିଟ୍ ଧରି ଏୟାର ସୋ’ କରି ଦର୍ଶକଙ୍କ ମନୋରଞ୍ଜନ କରିବେ । ଏଥିପାଇଁ ଆଜି ଓ ଆସନ୍ତାକାଲି ଦୁଇ ଦିନ ଅଭ୍ୟାସ କରାଯିବ । ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ୯ଟି ଏୟାରକ୍ରାଫ୍ଟ ସହ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିଛନ୍ତି ।

The post ରବିବାର କ୍ରିକେଟ୍ ବିଶ୍ୱକପ୍ ପାଇଁ ମହାମୁକାବିଲା । ପ୍ରଦର୍ଶୀତ ହେବ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’ । first appeared on Kanak News.

from Kanak News
via <a href="https://ifttt.com/?

ଗଡିବ ୩ ହଜାର ନୂଆ ଟ୍ରେନ୍ । ୫ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ ଯୋଜନା ।

କନକ ବ୍ୟୁରୋ: ଯାତ୍ରୀଙ୍କ ୱେଟିଂ ଲିଷ୍ଟ ବଢୁଥିବା ଦେଖି ରେଲୱେ ଏବେ ଆଉ ୩ ହଜାର ନୂଆ ଟ୍ରେନ ଚଳାଇବାକୁ ଯୋଜନା କରୁଛି । ଆଗାମୀ ୪ରୁ ୫ ବର୍ଷ ମଧ୍ୟରେ ଏହି ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇପାରେ । ଏବେ ବାର୍ଷିକ ୮୦୦ କୋଟି ଯାତ୍ରୀ ଟ୍ରେନରେ ଯାତ୍ରା କରୁଛନ୍ତି । ଯାହାକି ଆଗାମୀ ୫ ବର୍ଷରେ ୧ ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଉଛି । ସେହିପରି ଏବେ ୧୦ ହଜାର ୭୪୮ଟି ମେଲ୍, ଏକ୍ସପ୍ରେସ ଏବଂ ଯାତ୍ରିବାହୀ ଟ୍ରେନ୍ ସାରା ଦେଶରେ ଚାଲିଛି ।

The post ଗଡିବ ୩ ହଜାର ନୂଆ ଟ୍ରେନ୍ । ୫ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ ଯୋଜନା । first appeared on Kanak News.

from Kanak News
via <a href="https://ifttt.com/?

ସୁପରସଣ୍ଡେରେ ହେବ ସୁପର ମୁକାବିଲା । ୨୦ ବର୍ଷ ପରେ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ- ଅଷ୍ଟ୍ରେଲିଆ । ଫାଇନାଲରେ ଏୟାର ସୋ କରିବ ସୂର୍ଯ୍ୟକିରଣ ।

କନକ ବ୍ୟୁରୋ: ବିଶ୍ୱକପ୍ ଟ୍ରଫି ପାଇଁ ରବିବାର ହେବ ମହାମୁକାବିଲା । ଭାରତ ସହ ଲଢିବ ୫ ଥରର ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ । ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳ । ୨୦୦୩ରେ ହୋଇଥିବା ମୁକାବିଲାରେ ପରାସ୍ତ ହୋଇଥିଲା ଭାରତ । ଏଥର ପ୍ରତିଶୋଧ ନେବାର ସୁଯୋଗ ରହିଛି ରୋହିତ ବାହିନୀଙ୍କ ପାଖରେ ।

୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଫାଇନାଲ ଖେଳିଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଦଳ ଭାରତକୁ ଦେଇଥିଲା ୩୬୦ ରନରେ ବିଜୟ ଲକ୍ଷ୍ୟ । ଜବାବରେ ଭାରତ ୨୩୪ ରନ୍ ହିଁ କରିପାରିଥିଲା । ବୀରେନ୍ଦ୍ର ସେହୱାଗ ସର୍ବାଧିକ ୮୨ ରନ୍ କରିଥିବା ବେଳେ ଦ୍ରାବିଡ଼ ୪୭, ସଚିନ୍ ୪ ଓ ଗାଙ୍ଗୁଲି ୨୪ ରନ୍ କରିଥିଲେ । ହେଲେ ଏଥର ଭାରତୀୟ ଟିମ୍ ଜବରଦସ୍ତ ଫର୍ମରେ ରହିଛି । ଏପର୍ଯ୍ୟନ୍ତ ବିଶ୍ୱକପ୍ରେ ଅପରାଜେୟ ରହିଛି ରୋହିତ ବାହିନୀ । ତେଣୁ ୨୦୦୩ର ପ୍ରତିଶୋଧ ୨୦୨୩ରେ ନେବାକୁ ଚେଷ୍ଟା କରିବ ଭାରତ । ୨୦୦୩ରେ ବିଶ୍ୱକପ୍ରେ ଉପଅଧିନାୟକ ଥିବା ରାହୁଲ ଦ୍ରାବିଡ ଏବେ ଭାରତୀୟ ଦଳର ମୁଖ୍ୟ କୋଚ୍ । ଟିମ୍ର ଭଲ ପ୍ରଦର୍ଶନ ପଛରେ ଦ୍ରାବିଡଙ୍କର ମଧ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଭାରତ ବିଶ୍ୱକପ୍ ଜିତିଲେ ଦ୍ରାବିଡଙ୍କ ୨୦୦୩ର ଆଶା ପୂରଣ ହୋଇପାରିବ ।

The post ସୁପରସଣ୍ଡେରେ ହେବ ସୁପର ମୁକାବିଲା । ୨୦ ବର୍ଷ ପରେ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ- ଅଷ୍ଟ୍ରେଲିଆ । ଫାଇନାଲରେ ଏୟାର ସୋ କରିବ ସୂର୍ଯ୍ୟକିରଣ । first appeared on Kanak News.

from Kanak News
via <a href="https://ifttt.com/?

ସକାଳୁ ସକାଳୁ ଦୁଇଟି ଦୁର୍ଘଟଣା । କୁଜଙ୍ଗ ସନ୍ତରାଗଡା ନିକଟରେ ଦୁର୍ଘଟଣା । ସେପଟେ ଅନୁଗୁଳ କିଶନନଗରରେ ଟ୍ରକ ଧକ୍କାରେ ୩ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ: ମାଡିଗଲା ଟ୍ରକ । ଚାଲିଗଲା ୩ ଜୀବନ, ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଅନଗୁଳ କିଶନନଗର ବରଗାପାଲିରେ ଏହିପରି ଏକ ସଡକ ଦୁର୍ଘଟଣା ଘଟିଛି । ଘରୋଇ ବସ ପ୍ରାଚୀରେ ସୁନ୍ଦରଗଡରୁ ଯାତ୍ରୀମାନେ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ । ବସଟି ପଂକଚର ହୋଇଯିବାରୁ ଯାତ୍ରୀମାନେ ଓହ୍ଲାଇ ପଡିଥିଲେ । ଏହାପରେ ରାସ୍ତା ପାରି ହେଉଥିବା ୪ ଯାତ୍ରୀଙ୍କ ଉପରେ ଟ୍ରକଟି ମାଡିଯାଇଥିଲା । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିିଥିବା ବେଳେ ଆଉ ଜଣେ ଗୁରୁତର ଥିବା ସୂଚନା ମିଳିଛି ।

ଜଗତସିଂପୁରରେ ବି ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଅକାଳରେ ଚାଲିଗଲା ୨ଜଣଙ୍କ ଜୀବନ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସନ୍ତରା ଗଡ଼ା ନିକଟରେ ଘଟିଛି ଏହି ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତ୍ରିରେ ବାଇକ ସହ ବୋଲେରୋ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମୃତକ ୨ଜଣ ହେଲେ ଆଇଓସିଏଲର କର୍ମଚାରୀ । ଜଣଙ୍କର ନାଁ କୈବଲ୍ୟ ହୋଇଥିବା ବେଳେ ଅନ୍ୟ ଜଣେ କେନ୍ଦୁଝର ଜିଲ୍ଲା କଂଟା ଗାଁର ବିଶ୍ୱଜିତ ନାୟକ । ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି କୁଜଙ୍ଗ ହସ୍ପିଟାଲରେ ଭର୍ତି କରଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

The post ସକାଳୁ ସକାଳୁ ଦୁଇଟି ଦୁର୍ଘଟଣା । କୁଜଙ୍ଗ ସନ୍ତରାଗଡା ନିକଟରେ ଦୁର୍ଘଟଣା । ସେପଟେ ଅନୁଗୁଳ କିଶନନଗରରେ ଟ୍ରକ ଧକ୍କାରେ ୩ ଜଣଙ୍କ ମୃତ୍ୟୁ first appeared on Kanak News.

from Kanak News
via <a href="https://ifttt.com/?

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଧିଲି’ । ଓଡିଶା ଉପରେ ପଡିବନାହିଁ ସିଧାସଳଖ ପ୍ରଭାବ । କାଲି ଭୋର ସୁଦ୍ଧା ବାଂଲାଦେଶ ଉପକୂଳ ଛୁଇଁବ ।

କନକ ବ୍ୟୁରୋ: ବଙ୍ଗୋପସାଗରେ ସୃଷ୍ଟି ହେଲା ବାତ୍ୟା । ବାତ୍ୟାର ନାଁ ରଖାଯାଇଛି ‘ମିଧିଲି’ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ‘ମିଧିଲି’ ସୃଷ୍ଟି ହୋଇଛି । ଓଡ଼ିଶା ଉପରେ ବାତ୍ୟାର କୌଣସି ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । ଏହା ଉତ୍ତର-ଉତରପୂର୍ବ ଦିଗକୁ ଘଣ୍ଟାକୁ ୨୦ କିଲୋମିଟର ବେଗରେ ଗତି କରୁଛି । ଏବେ ବାତ୍ୟା ପାରାଦୀପଠାରୁ ୧୯୦ କିଲୋମିଟର ଓ ଦୀଘାଠାରୁ ୨୦୦ ଓ ବାଂଲାଦେଶର ଖେପୁପରାଠାରୁ ୨୨୦ କିଲୋମିଟର ଦୂରରେ ରହିଛି ।

ବାତ୍ୟା ‘ମିଧିଲି’ ଉତର-ଉତରପୂର୍ବ ଦିଗକୁ ଗତି କରି ବାଂଲାଦେଶ ଉପକୂଳକୁ ଛୁଇଁବ । ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ଭୋର ସୁଦ୍ଧା ଖେପୁପରା ଉପକୂଳ ଛୁଇଁବ । ଉପକୂଳ ଅତିକ୍ରମ କରିବା ବେଳକୁ ପବନର ବେଗ ଘଂଟାପ୍ରତି ୬୦ରୁ ୭୦ କିଲୋମିଟର ରହିପାରେ । ଅତିବେଶୀରେ ୮୦ କିଲୋମିଟର ବେଗରେ ପବନ ବହିପାରେ ।

The post ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଧିଲି’ । ଓଡିଶା ଉପରେ ପଡିବନାହିଁ ସିଧାସଳଖ ପ୍ରଭାବ । କାଲି ଭୋର ସୁଦ୍ଧା ବାଂଲାଦେଶ ଉପକୂଳ ଛୁଇଁବ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started