
କନକ ବ୍ୟୁରୋ: ଉତ୍ତରାଖଣ୍ଡ ଟନେଲରେ ଫସି ରହିଛନ୍ତି ନବରଙ୍ଗପୁରର ଭଗବାନ ଭତ୍ରା । ଟନେଲ ଭୁଶୁଡିବାର ୪ ଦିନ ପରେ ସେ ଟନେଲରେ ଫସି ରହିଥିବା ଖବର ଜଣାପଡ଼ିଥିଲା । ଏହି ଖବର ମିଳିବା ପରେ ଆଶା ଆଶଙ୍କାରେ ରହିଛନ୍ତି ଭଗବାନଙ୍କ ପରିବାର ।
ଭଗବାନଙ୍କ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି । ଭଗବାନଙ୍କ ବାପା ମାନସିକ ଅନଗ୍ରସର ବ୍ୟକ୍ତି । ବଡ଼ ଭାଇ ଗାଁରେ ଚାଷ କରୁଥିବା ବେଳେ ସାନ ଭାଇ ଗୋରୁ ଚରାଉଛନ୍ତି । ପରିବାରର ଏପରି ସ୍ଥିତିରେ ରୋଜଗାର ପାଇଁ ଗାଁ ଛାଡି ବାହାରକୁ ଯାଇଛନ୍ତି ଭଗବାନ । ଏବେ ସେ ଟନେଲ୍ରେ ଫସି ରହିଥିବା ଭଗବାନଙ୍କ ସହ ଯାଇଥିବା ଅନ୍ୟ ଜଣେ ଶ୍ରମିକ ପରିବାର ଲୋକଙ୍କୁ ଜଣାଇଛନ୍ତି । ଦୁର୍ଘଟଣାର ଦିନକ ପୂର୍ବରୁ ଭଗବାନ ଘରକୁ ଫୋନ୍ କରିଥିଲେ । ତା ପରଠୁ ଆଉ ତାଙ୍କ ସହ ଯୋଗାଯୋଗ ହୋଇନି ।
The post ଉତ୍ତରାଖଣ୍ଡ ଟନେଲରେ ଫସି ରହିଛନ୍ତି ନବରଙ୍ଗପୁରର ଭଗବାନ ଭତ୍ରା । ଆଶଙ୍କାରେ ରହିଛନ୍ତି ଭଗବାନଙ୍କ ପରିବାର । first appeared on Kanak News.
from Kanak News
via <a href="https://ifttt.com/?








