ଆଜିଠାରୁ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି । ବିଧିବଦ୍ଧ ଭାବେ କାମ ଆରମ୍ଭ କଲା ଏଏସଆଇ । ୬ରୁ ରାତି ୧୦ ମଧ୍ୟରେ ହେବ କାମ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାମ ବିଧିବଦ୍ଧ ଭାବେ ଆଜିଠାରୁ ଆରମ୍ଭ ହେବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ନାଟମଣ୍ଡପ ମରାମତି ପାଇଁ ଏଏସଆଇକୁ ଏନଓସି ଦେଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ବୈଠକରେ ଆଜିଠାରୁ ସକାଳ ୬ଟାରୁ ରାତି ୧୦ଟା ଯାଏଁ ମରାମତି କାମ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ମରାମତି ପାଇଁ ଗରୁଡ ସ୍ତମ୍ଭଠାରୁ ନାଟମଣ୍ଡପ ଯାଏଁ ଲୁହାଭାର ବନ୍ଧା ଯିବ । ଏହାପରେ ନାଟମଣ୍ଡପରେ ଫାଟ ଥିବା ବିମକୁ ଯାଞ୍ଚ କରାଯିବ । ବିମ୍ ତଳେ ଲୁହାଭାର ବାନ୍ଧି ଷ୍ଟେଜିଂ କରିବା ପରେ ମରାମତି ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏଏସଆଇର ସ୍ୱତନ୍ତ୍ର ଟେକ୍ନିକାଲ ଟିମ ବିମ୍ ମରାମତି କରିବ । ଯେହେତୁ ଏବେ କାର୍ତିକ ମାସ ଚାଲିଛି ତେଣୁ, ଭକ୍ତଙ୍କ ଦର୍ଶନ ଓ ନୀତିକାନ୍ତିରେ ଯେପରି କୌଣସି ବାଧା ନଉପୁଜିବ ସେଭଳି କାମ ହେବ । କାର୍ତିକ ମାସ ପାଇଁ ଶ୍ରୀମନ୍ଦିରରେ

ଭିଡ ହେଉଥିଲେ ମଧ୍ୟ ତାହା ମଧ୍ୟରେ ସୁବିଧା ଦେଖି ମରାମତି କାର୍ଯ୍ୟ କରିବାକୁ ନିଷ୍ପତି ହୋଇଛି । କେଉଁ ସମୟରେ ମରାମତି ହେବ, ସେନେଇ ମନ୍ଦିର କମାଣ୍ଡରଙ୍କୁ ଦାୟିତ୍ୱ ଦିଆଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଏସଆଇ ବା ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥାକୁ ସହାୟତା ଓ ଗହଳି ନିୟନ୍ତ୍ରଣ ପାଇଁ କମାଣ୍ଡର ଓ ସୁପରଭାଇଜର ରହିବେ । ସେହିପରି ମରାମତି କାମର ତଦାରଖ କରିବେ ଶ୍ରୀମନ୍ଦିର ଟେକ୍ନିକାଲ ଟିମ । ଆସନ୍ତା ୨୪ ତାରିଖରେ ଏଏସଆଇର ବିଶେଷଜ୍ଞ ଦଳ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ସେହି ଅନୁସାରେ ମରାମତି କାର୍ଯ୍ୟ ହେବ ବୋଲି ସୂଚନା ମିଳିଛି । ନାଟମଣ୍ଡପର ଗରୁଡସ୍ତମ୍ଭ ପାଖ ବିମ ସହ ସମସ୍ତ ପକେଟର ମରାମତି କରାଯିବାକୁ ନିଷ୍ପତି ହୋଇଛି । କାର୍ତିକ ମାସ ପରେ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରି ଏଏସଆଇକୁ ସଂପୂର୍ଣ୍ଣ ୬ଘଂଟା ଦେବାକୁ ନିଷ୍ପତି ନେଇଛି ମନ୍ଦିର ପ୍ରଶାସନ । ସେପଟେ ମହାପ୍ରଭୁଙ୍କ ରତ୍ନପଲଙ୍କର ମରାମତି କାମ ମଧ୍ୟ ଆଜିଠୁ ଆରମ୍ଭ ହେବ । ରତ୍ନପଲଙ୍କରେ ଥିବା ହାତୀ ଦାନ୍ତ ମରାମତି କରାଯିବ । ଓଡିଆ ନବବର୍ଷରୁ ନବନିର୍ମିତ ରତ୍ନପଲଙ୍କରେ ଶୋଇବେ ମହାପ୍ରଭୁ ।

The post ଆଜିଠାରୁ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି । ବିଧିବଦ୍ଧ ଭାବେ କାମ ଆରମ୍ଭ କଲା ଏଏସଆଇ । ୬ରୁ ରାତି ୧୦ ମଧ୍ୟରେ ହେବ କାମ । first appeared on Kanak News.

from Kanak News
via <a href="https://ifttt.com/?

ପୁଣି ଗେମ ଚେଂଜର ସାବ୍ୟସ୍ତ ହେଲେ ମହମ୍ମଦ ସାମୀ । ବିଶ୍ୱକପ ସେମିଫାଇନାଲରେ ଦମଦାର ପ୍ରଦର୍ଶନ ପରେ ସବୁଠି ଚର୍ଚ୍ଚା

କନକ ବ୍ୟୁରୋ : ସେମିଫାଇନାଲ ନୁହେଁ ବିଶ୍ୱ ଦେଖିଲା ‘ସାମି-ଫାଇନାଲ’ । ସାରା ଦେଶରୁ ଶୁଭୁଛି କେବଳ ସାମି ସାମି ନାରା । ଉତରପ୍ରଦେଶର ଏକ ଛୋଟିଆ ଗାଁର ଜଣେ ଗରିବ ଚାଷୀ ପରିବାରର ପୁଅ, ଆଜି କୋଟି କୋଟି ଭାରତୀୟଙ୍କ ହୃଦୟ ଭିତରେ ଏକ ବଡ ଘର ତୋଳିପାରିଛନ୍ତି । ୨୦୧୯ ବିଶ୍ୱକପ୍ ସେମିଫାଇନାଲର ପ୍ରତିଶୋଧ ନେବା ସହ ପ୍ରଥମ ଦଳ ଭାବେ ୨୦୨୩ ବିଶ୍ୱକପର ଫାଇନାଲରେ ପହଂଚିଛି ଟିମ୍ ଇଣ୍ଡିଆ । ଆଉ ଏହି ବଡ ବିଜୟ ପଛର ହିରୋ ସାଜିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମି, ଏବଂ ରନମେସିନ୍ ବିରାଟ କୋହଲି ।

ଟିମ୍ ଇଣ୍ଡିଆର ବିଜୟ ପରେ ଏବେ ସେଲିବ୍ରେସନ ମୁଡରେ ପୂରା ଦେଶ । ବାଜା ବାଜୁଛି, ବାଣ ଫୁଟୁଛି, ପୁଣି ପାଳନ ହୋଇଛି ଦୀପାବଳୀ । ଏହି ମ୍ୟାଚରେ ଅନେକ ରେକର୍ଡ ହୋଇଛି । ସାମି ଓ କିଙ୍ଗ କୋହଲି ଇତିହାସ ରଚିଥିବା ବେଳେ ସେପଟେ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିକୁ ମଧ୍ୟ ସବୁଠି ପ୍ରଂଶସା କରାଯାଉଛି ।

ଭାରତର ବିଶାଳ ସ୍କୋରକୁ ଲକ୍ଷ୍ୟ ରଖି ନ୍ୟୁଜିଲାଣ୍ଡ ସତର୍କତାର ସହ ଆରମ୍ଭ କରିଥିଲା ବ୍ୟାଟିଂ । କିନ୍ତୁ ଯେଉଁ ପରିସ୍ଥିତିରେ ଯେଉଁ ସମୟରେ ଭାରତକୁ ୱିକେଟ ଆବଶ୍ୟକତା ଥିଲା ତାହା ନେଇଥିଲେ ମହମ୍ମଦ ସାମି । ପ୍ରଥମେ ଓପନିଂ ଯୋଡିକୁ ଆଉଟ କରିଥିଲେ ଏହାପରେ କେନ୍ ୱିଲିୟମସନ ଏବଂ ଡାରେଲ ମିଚେଲ ଯେତେବେଳେ କ୍ରିଜରେ ଜମି ଆସିଥିଲେ ସେହି ସମୟରେ ଅର୍ଥାତ ୩୩ ଓଭରରେ ଟିମ୍ ଇଣ୍ଡିଆକୁ ମ୍ୟାଚରେ ପ୍ରତ୍ୟାବର୍ତନ କରାଇଥିଲେ ସାମି । ୭ଟି ୱିକେଟ୍ ନେଇ ବିଶ୍ୱକପରେ ରଚିଛନ୍ତି ବଡ କିର୍ତୀମାନ । ସେପଟେ ମାଷ୍ଟରବ୍ଲାଷ୍ଟର ସଚିନଙ୍କ ରେକର୍ଡ ଭାଙ୍ଗି ଦିନିକିଆରେ ୫୦ତମ ଶତକ ହାସଲ କରିଛନ୍ତି ବିରାଟ କୋହଲି । ଏପରିକି ବିଶ୍ୱକପର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍ କରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି ।

ହିଟମ୍ୟାନ୍ ରୋହିତ ଶର୍ମା । ଏଥର ରୋହିତଙ୍କ ବ୍ୟାଟିଂ ସମସ୍ତଙ୍କ ମନ କିଣିଥିବା ବେଳେ ତାଙ୍କ କ୍ୟାପ୍ଟେନ୍ସିକୁ ମଧ୍ୟ ସମସ୍ତେ ପ୍ରଂଶସା କରୁଛନ୍ତି । ବିଶେଷ କରି ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ତାଙ୍କ ଦକ୍ଷ ଅଧିନାୟକତ୍ୱ ପାଇଁ ଦଳ ଜିତିଲା ବୋଲି କୁହାଯାଉଛି । ସଠିକ୍ ସମୟରେ ସଠିକ୍ ବୋଲରଙ୍କ ହାତରେ ବଲ୍ ଧରାଇଥିଲେ ରୋହିତ । ଏବେ ଅପେକ୍ଷା ଆସନ୍ତା ରବିବାରକୁ । କପିଲ୍ ଦେବ ଓ ଧୋନୀଙ୍କ ପରେ ରୋହିତ ଶର୍ମା ବିଶ୍ୱକପ୍ ଟ୍ରଫି ଟେକିବେ ବୋଲି ସମସ୍ତେ ଆଶା ରଖିଛନ୍ତି ।

The post ପୁଣି ଗେମ ଚେଂଜର ସାବ୍ୟସ୍ତ ହେଲେ ମହମ୍ମଦ ସାମୀ । ବିଶ୍ୱକପ ସେମିଫାଇନାଲରେ ଦମଦାର ପ୍ରଦର୍ଶନ ପରେ ସବୁଠି ଚର୍ଚ୍ଚା first appeared on Kanak News.

from Kanak News
via <a href="https://ifttt.com/?

କ୍ଷମା ମାଗିଲେ ବଲିଉଡ କଳାକାର ନାନା ପାଟେକର । ଯୁବକଙ୍କୁ ମାଡ଼ମରା ଭିଡିଓ ଭାଇରାଲ ପରେ ବିବାଦକୁ ଆସିଥିଲେ ନାନା

କନକ ବ୍ୟୁରୋ : ବିବାଦୀୟ ଘଟଣାକୁ ନେଇ ସଫେଇ ରଖିଲେ ଓ କ୍ଷମା ମାଗିଲେ ବଲିଉଡର ଜଣାଶୁଣା ତଥା ଭେଟେରାନ କଳାକାର ନାନା ପାଟେକର । ନିକଟରେ ନାନାଙ୍କ ଏକ ଭିିଡିଓ ବେଶ ଭାଇରାଲ ହୋଇଥିଲା । ଭିଡିଓରେ ଦେଖିବାକୁ ମିଳିଥିଲା କି ନାନା ଜଣେ ଯୁବକଙ୍କୁ ମୁଣ୍ଡକୁ ମାଡ ମାରୁଛନ୍ତି । ପରେ ସେଠାରେ ଥିବା ଜଣେ ବ୍ୟକ୍ତି ଯୁବକଙ୍କୁ ଧକ୍କା ମାରି ସେଠାରୁ ବାହାର କରିଦେଇଥିଲେ । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ସମାଲୋଚନାକୁ ଘେରକୁ ଆସିଥିଲେ ନାନା ପାଟେକର । ଘଟଣାକୁ ନେଇ ମୁହଁ ଖୋଲିବା ସହ ସଫେଇ ରଖିଛନ୍ତି । ଯାହା ଘଟିଛି ତାହା ଅଜାଣତରେ ଘଟିଛି । ଫିଲ୍ମର ଏକ ଦୃଶ୍ୟର ସୁଟିଂ ଭାବି ସେ ଏଭଳି ବ୍ୟବହାର କରିଥିଲେ । ଯୁବକ ଜଣଙ୍କ କଳାକାର ନୁହଁନ୍ତି ବୋଲି ସେ ପରବର୍ତୀ ସମୟରେ ଜାଣିବାକୁ ପାଇଥିଲେ । ତେବେ ଯାହାବି ସେ କରିଛନ୍ତି ଏଥିପାଇଁ ଦୁଖିତ ଓ ମନୋଭାବନାକୁ ଆଘାତ ଦେଇଥିବାରୁ କ୍ଷମା ମାଗିଛନ୍ତି ନାନା ପାଟେକର ।

The post କ୍ଷମା ମାଗିଲେ ବଲିଉଡ କଳାକାର ନାନା ପାଟେକର । ଯୁବକଙ୍କୁ ମାଡ଼ମରା ଭିଡିଓ ଭାଇରାଲ ପରେ ବିବାଦକୁ ଆସିଥିଲେ ନାନା first appeared on Kanak News.

from Kanak News
via <a href="https://ifttt.com/?

ସୁବ୍ରତ ରୟଙ୍କ ନିଧନ ପରେ ଖବରରେ ବିଗ ବି ଅମିତାଭ ବଚ୍ଚନ । ଉଠିଲା ପ୍ରଶ୍ନ କାହିଁକି ଚୁପ ରହିଲେ ଅମିତାଭ, ଜଣାଇଲେ ନାହିଁ ସମବେଦନା

କନକ ବ୍ୟୁରୋ : ବିଶିଷ୍ଠ ଶିଳ୍ପପତି ସୁବ୍ରତ ରୟଙ୍କ ଆଜି ଅନ୍ତିମସଂସ୍କାର କରାଯାଇଛି । ମୁମ୍ବାଇରୁ ଲକ୍ଷେ୍ନøରେ ଗୁରୁବାର ପାର୍ଥିବ ଶରୀର ପହଁଚିବା ପରେ ପରିବାରଗହଣରେ ଅନ୍ତିମ ସଂସ୍କାର କରାଯାଇଛି । ସିନେମା,ରାଜନୀତି, ବ୍ୟବସାୟ, କିକ୍ରେଟ ଓ ବିଭିନ୍ନ କ୍ଷେତ୍ରର ବରିଷ୍ଠ ବ୍ୟକ୍ତି ସୁବ୍ରତଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଛନ୍ତି । ଅନ୍ୟପଟେ ସୁବ୍ରତଙ୍କ ନିଧନ ଭିତରେ ପୁଣି ଖବରକୁ ଆସିଛନ୍ତି ବଲିଉଡ ମେଗା ଷ୍ଟାର ଅମିତାଭ ବଚ୍ଚନ । କୁହାଯାଏ ଯେବେ ଅମିତାଭ ଆର୍ଥିକ ମାନ୍ଦା ସ୍ଥିତି ଦେଇ ଗତିକରୁଥିଲେ ସୁବ୍ରତ ତାଙ୍କୁ ବଡ ସାହାର୍ଯ୍ୟ କରିଥିଲେ । ସୁବ୍ରତଙ୍କ ଆର୍ଥିକ ସାହାଯ୍ୟ ଅମିତାଭଙ୍କ କମ୍ପାନୀ ଏବିସିଏଲକୁ ବୁଡିବାରୁ ରକ୍ଷା କରିଥିଲା । ଧାର ଉଧାରରେ ବୁଡିଥିବା ସମୟରେ ସୁବ୍ରତ ଦେବଦୂତ ସାଜି ତାଙ୍କୁ ବଡ କ୍ଷତିରୁ ବଂଚାଇଥିଲେ । ତେବେ ସୁବ୍ରତଙ୍କ ମୃତ୍ୟୁ ପରେ ଅମିତାଭ ନୀରବ ରହିବା ସୋସିଆଲ ମିଡିଆରେ ୟୁଜରର୍ସଙ୍କୁ ଦୁଖି କରିଛି । ୟୁଜରର୍ସ ପୋଷ୍ଟ କରି ବିଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ।

The post ସୁବ୍ରତ ରୟଙ୍କ ନିଧନ ପରେ ଖବରରେ ବିଗ ବି ଅମିତାଭ ବଚ୍ଚନ । ଉଠିଲା ପ୍ରଶ୍ନ କାହିଁକି ଚୁପ ରହିଲେ ଅମିତାଭ, ଜଣାଇଲେ ନାହିଁ ସମବେଦନା first appeared on Kanak News.

from Kanak News
via <a href="https://ifttt.com/?

ଅସୁରକ୍ଷିତ ରାଜଧାନୀର ଆପାର୍ଟମେଂଟ! ବଢୁଛି ଚୋରି, ତୁଟୁଛି ଲୋକଙ୍କ ଭରସା

କନକ ବ୍ୟୁରୋ: ରାଜଧାନୀର ଆପାର୍ଟମେଂଟ ଅସୁରକ୍ଷିତ ହୋଇପଡିଛି । ବିଶେଷ କରି ପୂଜା ସମୟରୁ ଆରମ୍ଭ ହୋଇଥିବା ଏହି ଲୁଟପାଟ ଉପରେ ଅଙ୍କୁଶ ଲଗାଇ ପାରିନି କମିସନରେଟ ପୋଲିସ । ଲୁଟେରାଙ୍କ ଟାର୍ଗେଟରେ ଏବେ ଆପାର୍ଟମେଂଟ ରହିଛି । ବଡ କଥା ହେଉଛି, ଲୁଟ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ଲୁଟେରାଙ୍କୁ ପୋଲିସ ଧରିପାରୁନାହିଁ । ସେପଟେ କମିସନରେଟ ପୋଲିସ ସବୁ ଆପାର୍ଟମେଂଟକୁ ସୁରକ୍ଷା ଯୋଗାଇ ଦେଇ ହେବ ନାହିଁ କହି ହାତ ଟେକି ଦେଇଛନ୍ତି । ଯାହାକୁ ନେଇ ଏବେ ଆପାର୍ଟମେଂଟବାସୀ ଚିନ୍ତାରେ ଅଛନ୍ତି ।

ରାଜଧାନୀରେ ମାତିଛନ୍ତି ଲୁଟେରା । ସୁଯୋଗ ପାଇଲେ ଘରେ ପଶି ଟଙ୍କା ସୁନା ଗହଣା ଲୁଟି ନେଉଛନ୍ତି । ବଡ କଥା ହେଉଛି, ଲୋକେ ସୁରକ୍ଷିତ ବୋଲି ଭାବୁଥିବା ଆପାର୍ଟମେଂଟ ଏବେ ଲୁଟେରା ଟାର୍ଗେଟ୍ରେ । ଗତ ୨୫ ଦିନରେ ରାଜଧାନୀର ପାଖାପାଖି ୧୨ ଆପାର୍ଟମେଂଟ ସହ ୩୧ ଘରେ କଳାକନା ବୁଲାଇ ସାରିଲେଣି ଲୁଟେରା । ତମାଣ୍ଡୋ. ଚନ୍ଦକା, ଇନଫୋସିଟି, ଭରତପୁର ଅଂଚଳର ଆପାର୍ଟମେଂଟ ଲୁଟେରାଙ୍କ ଭୁସ୍ୱର୍ଗ ପାଲଟିଛି । ଲୁଟ ପରେ ପୋଲିସ ମାମଲା ରୁଜୁ କରୁଛି, କିନ୍ତୁ ଚୋର ଧରାପଡୁ ନାହାନ୍ତି । ଉଦବେଗର ବିଷୟ ସବୁ ଲୁଟର କାରନାମା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୋଲିସ କିନ୍ତୁ ଲୁଟେରାଙ୍କ ପାଖରେ ପହଂଚି ପାରୁନାହିଁ । ସେପଟେ ପୋଲିସ କମିଶନର ସଫା ସଫା କହିଛନ୍ତି, ରାଜଧାନୀରେ ଆପାର୍ଟମେଂଟ ସଂଖ୍ୟା ବଢୁଛି ।

ତେଣୁ
ସବୁ ଆପାର୍ଟମେଟଂକୁ ଜଗିବା ପୋଲିସ ପକ୍ଷେ ସମ୍ଭବ ନୁହେଁ
ଆପାର୍ଟମେଂଟବାସୀ ନିଜ ସୁରକ୍ଷା ବ୍ୟବସ୍ଥା ନିଜେ କରନ୍ତୁ
ସୁରକ୍ଷା ପାଇଁ ଆପାର୍ଟମେଂଟରେ ଉଚ୍ଚ ପାଚେରୀ କରିବା ଦରକାର
ଘରୋଇ ସିକ୍ୟୁରିଟି ରଖିବା ଆବଶ୍ୟକ
ପୋଲିସ କହିବା ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବା ଜରୁରୀ

ଗୋଟିଏ ପରେ ଗୋଟିଏ ଆପାର୍ଟମେଂଟରୁ ଲୁଟ ଘଟଣା ଆପାର୍ଟମେଂଟବାସୀଙ୍କ ଚିନ୍ତା ବଢାଇ ଦେଇଛି । ଅଳ୍ପ ସମୟ ପାଇଁ ଘରୁ ଗୋଡ କାଢିଲେ ଫେରିବା ବେଳକୁ ସବୁ ଠିକ ଥିବ କି ନାହିଁ ତାହା ସନ୍ଦେହ ରହୁଛି । ଏପରିକି ଲୁଟେରାଙ୍କ ଟାର୍ଗେଟରୁ ପୂର୍ବତନ ଅଗ୍ନିଶମ କର୍ମଚାରୀ, ପୂର୍ବତନ ପୋଲିସ କର୍ମଚାରୀଙ୍କ ଘର ମଧ୍ୟ ବାଦ ପଡିନାହିଁ । ଇନଫୋସିଟି ଥାନା ରାଜବାଟିକା ଆପାର୍ଟମେଂଟରୁ ଗତ ମାସେ ତଳେ ୪ଟି ଫ୍ଲାଟରୁ ଚୋରି ହୋଇଥିଲା । ଏବେ ସମାନ ଢଙ୍ଗରେ ଭରତପୁର ଥାନା ଶ୍ରୀକ୍ଷେତ୍ର ଆପାର୍ଟମେଂଟରେ ପଶି ଜଣେ ଚାଟାର୍ଡ ଆକାଉଂଟାଂଟଙ୍କ ଘରୁ ପ୍ରାୟ ୧୦୦ ଭରି ସୁନା ଗହଣା ଲୁଟ ଘଟଣା ସାରା ରାଜ୍ୟରେ ଚାଚଂଲ୍ୟ ଖେଳାଇ ଦେଇଥିଲା । ଲୁଟେରାଙ୍କ କାରନାମା ସିସିଟିଭିରେ କଏଦ ଅଛି, ହେଲେ ଲୁଟେରା କୁଆଡେ ଗଲେ ତାର ପତା ମିଳିଲା ନାହିଁ ।

ରାଜଧାନୀରେ ପାଖାପାଖି ୫୨୦ଟି ଆପାର୍ଟମେଂଟରେ ୧ ଲକ୍ଷ ୯୦ ହଜାର ଫ୍ଲାଟ ରହିଛି । ଯେଉଁଠି ରାଜଧାନୀର ୪୦ ପ୍ରତିଶତ ଲୋକ ରହୁଛନ୍ତି । ତେବେ ପୋଲିସ କମିଶନରଙ୍କ ବୟାନ ପରେ ଆପାର୍ଟମେଂଟରେ ରହୁଥିବା ଲୋକେ ସୁରକ୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି ।

The post ଅସୁରକ୍ଷିତ ରାଜଧାନୀର ଆପାର୍ଟମେଂଟ! ବଢୁଛି ଚୋରି, ତୁଟୁଛି ଲୋକଙ୍କ ଭରସା first appeared on Kanak News.

from Kanak News
via <a href="https://ifttt.com/?

ଚାଇନା ରାଷ୍ଟ୍ରପତିଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ତେରଛା ବାଣ । ସି ଜିନପିଙ୍ଗଙ୍କୁ ଏକଛତ୍ରାବାଦ ଶାସକ କହିଲେ ବାଇଡେନ

କନକ ବ୍ୟୁରୋ : ଶତ୍ରୁତା ଭୁଲି ଗୋଟିଏ ଟେବୁଲରେ ଏକାଠି ହେଲେ ଦୁଇ ମହାଶକ୍ତି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହେଲା ଆଲୋଚନା । ଦୁଇ ଦିନିଆ ଆମେରିକା ଗସ୍ତରେ ଥିବା ଚୀନ ରାଷ୍ଟ୍ରପତି ଗୁରୁବାର ସାନ ଫ୍ରାନ୍ସସିସକୋରେ ଏସିଆ ପ୍ୟାସିଫିକ ଇକୋନୋମିକ କରପୋରେସନ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଚୀନ ରାଷ୍ଟ୍ରପତି । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ୱିପାକ୍ଷୀକ ସର୍ମ୍ପକ ସହ ଋଷ-ୟୁକ୍ରେନ, ଇସ୍ରାଏଲ-ହମାସ ଲଢେଇ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ଜଳବାୟୁ ପରିବର୍ତନ ଉପରେ ଆଲୋଚନା କରାଯାଇଛି । । ଏହି ଅବସରରେ ଇଡେନ ତାଙ୍କ ଅଭିଭାଷଣର କହିଛନ୍ତି ଯେ ଟେନସନ ଦ୍ୱନ୍ଦ୍ୱରେ ପରିଣତ ହେବା ଉଚିତ୍ ନୁହେଁ । ବୈଠକ ସବୁବେଳେ ସ୍ପଷ୍ଟ ଏବଂ ଉପଯୋଗୀ ହେବା ଆବଶ୍ୟକ । ବିନା କୌଣସି ଭୁଲ ବଝାମଣାରେ ଉଭୟ ନେତା ପରସ୍ପରକୁ ବୁଝିବା ଆବଶ୍ୟକ । ସେହିପରି ଦ୍ୱନ୍ଦ୍ୱ ଏବଂ ମୁକାବିଲା ଉଭୟ ପକ୍ଷ ପାଇଁ ଅସହ୍ୟ ପରିଣାମ ଆଣିପାରେ । ଚୀନ୍ ଏବଂ ଆମେରିକା ପରି ବଡ ରାଷ୍ଟ୍ର ପରସ୍ପରଠାରୁ ଦୂରେଇ ରହିବା ବିବାଦର ସମାଧାନ ଦିଗରେ ଏକ ବିକଳ୍ପ ରାସ୍ତା ନୁହେଁ ବୋଲି ଚୀନ୍ ରାଷ୍ଟ୍ରପତି କହିଛନ୍ତି । ବୈଠକର କିଛି ସମୟ ପରେ ସାମ୍ବାଦିକଙ୍କ ପ୍ରଶ୍ନରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଜଣେ ଏକଛତ୍ରବାଦୀ ବୋଲି କହିଛନ୍ତି ବାଇଡେନ୍ ।

The post ଚାଇନା ରାଷ୍ଟ୍ରପତିଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ତେରଛା ବାଣ । ସି ଜିନପିଙ୍ଗଙ୍କୁ ଏକଛତ୍ରାବାଦ ଶାସକ କହିଲେ ବାଇଡେନ first appeared on Kanak News.

from Kanak News
via <a href="https://ifttt.com/?

କେବେ ଆମିଷମୁକ୍ତ ହେବ ବଡ଼ ଦାଣ୍ଡ ? ଆମିଷମୁକ୍ତ ବଡ଼ଦାଣ୍ଡ ପାଇଁ ଜେତିଲା ଦାବି

କନକ ବ୍ୟୁରୋ: କୋଟି କୋଟି ଓଡିଆଙ୍କ ଆସ୍ଥାର କେନ୍ଦ୍ର ଶ୍ରୀଜଗନ୍ନାଥ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି । ହେଲେ ପୁରୀ ବଡଦାଣ୍ଡରେ ଥିବା ଗଢିଉଠିଥିବା ହୋଟେଲ ଗୁଡିକରେ ପର୍ଯ୍ୟଟକଙ୍କୁ ଆମିଷ ପରସାଯାଉଛି । ଯାହା ଲୋକଙ୍କ ଧାର୍ମିକ ଭାବନାକୁ ଆହତ କରିଛି । ତେଣୁ ବଡଦାଣ୍ଡକୁ ଆମିଷ ମୁକ୍ତ କରିବାକୁ ଏବେ ବିଭିନ୍ନ ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ସମେତ ମଠାଧୀଶମାନେ ସ୍ୱର ଉଠାଇଛନ୍ତି ।

ଶ୍ରୀକ୍ଷେତ୍ରର ଚାରିଆଡ଼େ ହୋଟେଲ୍ । ହୋଟେଲରେ ଭିନ୍ନ ଭିନ୍ନ ବ୍ୟଞ୍ଜନ ସୁବିଧା । ବଡ଼ଦାଣ୍ଡ କଡ଼ରେ ଥିବା ହୋଟଲ ଗୁଡ଼ିକରେ କେମିତି ଆସିଷ ଖାଦ୍ୟର ପସରା ଲାଗୁଛି, ହୋଟଲ୍ ଗୁଡ଼ିକର ହୋଡିଂ ଓ ପୋଷ୍ଟରରୁ ଜଣେ ଅନୁମାନ କରିପାରିବେ । ଯାହାକୁ ନେଇ ଏବେ ବିଭିନ୍ନ ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ସମେତ ମଠାଧୀଶମାନେ ସ୍ୱର ଉଠାଇଛନ୍ତି । ବଡ଼ ଦାଣ୍ଡକୁ ଆମିଷମୁକ୍ତ କରିବା ପାଇଁ ଦାବି ହୋଇଛି । ଏନେଇ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାବିପତ୍ର ଦିଆଯାଇଛି ।

ଶ୍ରୀମନ୍ଦିର ସଂସ୍କାର ଓ ସୌନ୍ଦର୍ଯ୍ୟକରଣ ପାଇଁ ନୂଆ ନୂଆ ପଦକ୍ଷେପ ନେଉଛନ୍ତି ସରକାର । ପରିକ୍ରମା ପ୍ରକଳ୍ପରୁ ଆରମ୍ଭ କରି ସଂସ୍କାର ପାଇଁ ପାନ-ଗୁଟ୍ଖା ଉପରେ କଟକଣା, ଶାଳିନତାପୂର୍ଣ୍ଣ ପୋଷାକ ପରିଧାନ ପାଇଁ ଡ୍ରେସକୋର୍ଡ ବ୍ୟବସ୍ଥା କରାଯାଉଛି । ଠିକ୍ ଏଭଳି ଏକ ସମୟରେ ବଡ଼ଦାଣ୍ଡକୁ ଆମିଷମୁକ୍ତ କରିବା ପାଇଁ ଦାବି ହେଉଛି । ଆଉ ଏହି ଦାବିକୁ ସ୍ୱାଗତ କରୁଛନ୍ତି ଦୂରଦୂରାନ୍ତରରୁ ଆସୁଥିବା ଶ୍ରଦ୍ଧାଳୁ ।

ଏପଟେ ସିଂହଦ୍ୱାର ଠାରୁ ଗୁଣ୍ଡିଚା ମନ୍ଦିର ପର୍ୟ୍ୟନ୍ତ ବଡ଼ଦାଣ୍ଡ ଦୁଇପାର୍ଶ୍ଵରୁ ଆମିଷ ଦୋକାନ ଉଠାଇବା ସହ ସ୍ୱତନ୍ତ୍ର ଭେଣ୍ଡିଂ ଯୋନ କରି ଥଇଥାନ କରିବାକୁ ଦାବି କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ହେଲେ ବଡ଼ଦାଣ୍ଡକୁ ଆମିଶମୁକ୍ତ କଲେ, ବ୍ୟବସାୟୀଙ୍କ କ’ଣ ହେବ ତାକୁ ନେଇ ବ୍ୟବସାୟୀ ପ୍ରଶ୍ନ ଉଠାଇଛନ୍ତି ।

ଏବେ ବଡ଼ ଦାଣ୍ଡର ସମସ୍ତ କୋଠାକୁ ଗୋଟିଏ ରଙ୍ଗରେ ରଙ୍ଗୀନ କରିବାକୁ ପ୍ରଶାସନ ଚିନ୍ତା କରୁଛନ୍ତି । ସେପଟେ ବଡ଼ଦାଣ୍ଡର ମାଛ-ଚିକେନ୍ ବ୍ରିକ୍ରି ବନ୍ଦ କରିବାକୁ ତାଳବଣିଆରେ ସ୍ୱର୍ଚ୍ଚ ମାଛ ମାର୍କେଟ୍ ନିର୍ମାଣ କରାଯାଉଛି । ଆଉ ଏଭଳି ଏକ ସମୟରେ ଆମିଷମୁକ୍ତ ବଡ଼ଦାଣ୍ଡ ପାଇଁ ଜେତିବାରେ ଲାଗିଛି ଦାବି ।

The post କେବେ ଆମିଷମୁକ୍ତ ହେବ ବଡ଼ ଦାଣ୍ଡ ? ଆମିଷମୁକ୍ତ ବଡ଼ଦାଣ୍ଡ ପାଇଁ ଜେତିଲା ଦାବି first appeared on Kanak News.

from Kanak News
via <a href="https://ifttt.com/?

ଶୁକ୍ରବାର ମଧ୍ୟପ୍ରଦେଶର ଭାଗ୍ୟ ପରୀକ୍ଷା । ୨୩୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ପଡିବ ଭୋଟ

କନକ ବ୍ୟୁରୋ : ୫ରାଜ୍ୟର ବିଧାନସଭା ମାହୋଲ ଧୀରେ ଧୀରେ ଉଷ୍ମ ହେବାରେ ଲାଗିଛି । ଶୁକ୍ରବାର ମଧ୍ୟପ୍ରଦେଶରେ ପଡିବ ପ୍ରଥମ ତଥା ଗୋଟିଏ ପର୍ଯ୍ୟାୟରେ ଭୋଟ । ଏଥିସହ ଛତିଶଗଡରେ ମଧ୍ୟ ୨ୟ ପଯ୍ୟାୟ ପାଇଁ ଭୋଟ ପଡିବ । ମଧ୍ୟପ୍ରଦେଶରେ ମୋଟ ୨୩୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ପଡିବ । ମୋଟ ୨୫୩୩ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ । ମୋଟ ୫କୋଟି ୬୦ହଜାର ମତଦାତାଙ୍କ ପାଇଁ ୬୪ହଜାର ୬୨୬ ଭୋଟ କେନ୍ଦ୍ର କରାଯାଇଛି । ବିଜେପି,କଂଗ୍ରେସ ସମସ୍ତ ଆସନରେ ଲଢ଼ିବେ । ବିଏସପି ୧୮୧, ସମାଜବାର୍ଦି ପାର୍ଟି ୭୧ ଓ ଆମ ଆଦମୀ ପାର୍ଟି ୬୬ ଆସନରେ ଲଢ଼ିବେ । ସେକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ପଡିବ ଭୋଟ । ବିଭିନ୍ନ ପୋଲିଂ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେପଟେ ଛତିଶଗଡରେ ୨ୟ ପର୍ଯ୍ୟାୟରେ ପଡିବ ଭୋଟ । ୨୦୧୮ ଛତିଶଗଡ ନିର୍ବାଚନରେ ବିଜେପିର ୧୫ବର୍ଷ ଶାସନକୁ ଧୁଳି ଚଟେଇ ଶାସନ ଗାଦି ହାତେଇଥିଲା କଂଗ୍ରେସ । ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳଗୁଡ଼ିକ ନିଜର ମଜବୁତ ରଣନୀତି କରିଥିଲେ । କେମିତି ବିରୋଧୀଙ୍କୁ ଚକମା ଦେଇହେବ, ସେଥିପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ପ୍ରଚାର ଓ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତିର ବର୍ଷା ମଧ୍ୟ କରିଥଲେ । ଏସବୁ ଭିତରେ ସମସ୍ତିଙ୍କ ମନରେ ଗୋଟିଏ ପ୍ରଶ୍ନ? ପୁଣି କିଏ ଗାଦିକୁ ଆସିବ? କିଏ ମଧ୍ୟପ୍ରଦେଶରେ ସରକାର ଗଢ଼ିବ ଓ କିଏ ଛତିଶଗଡରେ କ୍ଷମତା ହାସଲ କରିବ ।

The post ଶୁକ୍ରବାର ମଧ୍ୟପ୍ରଦେଶର ଭାଗ୍ୟ ପରୀକ୍ଷା । ୨୩୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ପଡିବ ଭୋଟ first appeared on Kanak News.

from Kanak News
via <a href="https://ifttt.com/?

ରାଜସ୍ଥାନ ନିର୍ବାଚନ ପାଇଁ ବିଜେପିର ପ୍ରତିଶ୍ରୁତି ବର୍ଷା । ଫୋକସରେ ମହିଳା, ପିଜିରୁ କେଜି ଯାଏଁ ମାଗଣା ଶିକ୍ଷା

କନକ ବ୍ୟୁରୋ : ରାଜସ୍ଥାନ ବିଜେପିର ନିର୍ବାଚନୀ ଇସ୍ତାହାର ଜାରି । ବିଜେପି ଏଥରକ ମଧ୍ୟ ଫୋକସରେ ମହିଳା ଓ ଯୁବବର୍ଗଙ୍କୁ ରଖି ଲୋଭନୀୟ ପ୍ରତିଶୁତି ଦେଇଛି । କେଜିରୁ ପିଜି ଯାଏଁ ମାଗଣା ଶିକ୍ଷା । ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଦ୍ୱାଦଶ ଶ୍ରେଣୀରେ ସ୍କୁଟି ଦିଆଯିବ । ସେପଟେ ପ୍ରଶ୍ନପତ୍ର ଲିକ ମାମଲାର ଯାଂଚ ପାଇଁ ଏସଆଇଟି ଗଠନ କରାଯିବା ସହ ଗଢାଯିବ ଆଂଟି ରୋମିଓ ସ୍କ୍ୱାର୍ଡ । ଗରିବ ମହିଳାଙ୍କୁ ୪୫୦ଟଙ୍କା ଟଙ୍କାରେ ଗ୍ୟାସ ଯୋଗାଇଦେବା ସହ ୫ଲକ୍ଷ ଯୁବକଙ୍କୁ ଦିଆଯିବ ଭୋକେସନାଲ ଟ୍ରେନିଂ । ୫ବର୍ଷରେ ୨.୫ଲକ୍ଷ ନିଯୁକ୍ତି ଦେବ ଦଳ । ସଂକଳ୍ପ ପତ୍ର ଜାରି କାର୍ଯକ୍ରମରେ କଂଗ୍ରେସ ଉପରେ ଜୋରାଦାର ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅସହାୟ ପେନସନ ଯୋଜନାରେ କଂଗ୍ରେସ ୪୦୦କୋଟି ଟଙ୍କା ଦୁର୍ନୀତି କରିଥିବା ଅଭିଯୋଗ କରିଛନ୍ତି ନଡ୍ଡା । ନଡ୍ଡା କହିଛନ୍ତି ଯେ ବିଗତ ୫ବର୍ଷ ହେବ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ଠକିଚାଲିଛି କଂଗ୍ରେସ ସରକାର । ଅଶୋକ ଗେହଲଟଙ୍କ ଭାଇ ସାର ଦୁର୍ନୀତିରେ ସମ୍ପୃକ୍ତ ଥିବା ବେଳେ ଚାଷୀଙ୍କୁ ଗେହଲଟ ସରକାର ନିର୍ଯାତନା ଦେଉଥିବା କହିଛନ୍ତି ନଡ୍ଡା ।

The post ରାଜସ୍ଥାନ ନିର୍ବାଚନ ପାଇଁ ବିଜେପିର ପ୍ରତିଶ୍ରୁତି ବର୍ଷା । ଫୋକସରେ ମହିଳା, ପିଜିରୁ କେଜି ଯାଏଁ ମାଗଣା ଶିକ୍ଷା first appeared on Kanak News.

from Kanak News
via <a href="https://ifttt.com/?

୧୦୦ ଘଂଟା ପରେ ଉଦ୍ଧାର ହୋଇନାହାନ୍ତି ଶ୍ରମିକ: ବିଦେଶୀ ସଂସ୍ଥାର ସହାୟତା ମାଗିଲେ ସରକାର

କନକ ବ୍ୟୁରୋ: ଉତରାଖଣ୍ଡର ଉତରକାଶୀ ଟନେଲରେ ଫଶି ରହିଛନ୍ତି ଶ୍ରମିକଙ୍କୁ ଉଦ୍ଧାର ଉଦ୍ୟମ ଜାରି ରହିଛି । ୫ ଦିନ ହେଲା ୪୦ ଜଣ ଶ୍ରମିକ ଟନେଲ ଭିତରେ ଫସି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ତେବେ ଟନେଲ ଭିତରେ ଥିବା ଶ୍ରମିକ ସୁରକ୍ଷିତ ଥିବା ଜଣାପଡିଛି । ଏବେ ଉଦ୍ଧାର ପାଇଁ ବିଦେଶୀ ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ଉତରାଖଣ୍ଡ ସରକାର । ଥାଇଲ୍ୟାଣ୍ଡ, ନରୱେ ଏବଂ ଦିଲ୍ଲୀ ମେଟ୍ରୋର ବିଶେଷଜ୍ଞଙ୍କ ଠାରୁ ମତାମତ ନିଆଯାଇ ଉଦ୍ଧାର ଉଦ୍ୟମ କରାଯାଉଛି ।

୫ ଦିନ ଧରି ଉତରାଖଣ୍ଡର ଉତରକାଶୀ ସିଲକ୍ୟାରା ଟନେଲରେ ଫଶି ରହିଛନ୍ତି ୪୦ ଜଣ ଶ୍ରମିକ । ଏବେ ସୁଦ୍ଧା ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସମ୍ଭବ ହୋଇନାହିଁ । ସୁଡଙ୍ଗ ଭୁଶୁଡିବାକୁ ୧୦୦ ଘଂଟାରୁ ଅଧିକ ସମୟ ବିତିଲାଣି । ଭାରୀଯାନ ଡ୍ରିଲିଙ୍ଗ ମେସିନ୍ ସହ ସେନାର ଯବାନମାନେ ପହଂଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ବାୟୁସେନାର ମାଲବାହୀ ବିମାନ ‘ସି-୧୩୦ ଜେ’ରେ ବଡ ବଡ ଡ୍ରିଲିଙ୍ଗ ମେସିନ୍ସବୁ ଉଦ୍ଧାରସ୍ଥଳରେ ଅବତରଣ କରାଯାଇଥିଲା । ପୂର୍ବରୁ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ‘ଆର୍ଥ ଅଗର’ ମେସିନ ଅଣାଯାଇଥିଲା । ଫସିରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ୯୦୦ ମିଲିମିଟର ଗୋଲାକାର ପାଇପ ଖଞ୍ଜି ଏକ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଥିଲା । ଏହି ପାଇପ୍ ଜରିଆରେ ଉଦ୍ଧାରକାରୀ ଯବାନ ଫସିରହିଥିବା ଶ୍ରମିକଙ୍କ ପାଖରେ ପହଂପାରିଥାନ୍ତେ । ହେଲେ ପୁଣି ସୁଡଙ୍ଗ ଭୁଶୁଡିବାରୁ ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି ।

ଏବେ ଉଦ୍ଧାର ପାଇଁ ବିଦେଶୀ ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ଉତରାଖଣ୍ଡ ସରକାର । ଥାଇଲ୍ୟାଣ୍ଡ, ନରୱେ ଏବଂ ଦିଲ୍ଲୀ ମେଟ୍ରୋର ବିଶେଷଜ୍ଞଙ୍କ ଠାରୁ ମତାମତ ନିଆଯାଇଛି ।
ଶ୍ରମିକ ଉଦ୍ଧାର ପାଇଁ ବିଦେଶୀ ବିଶେଷଜ୍ଞଙ୍କ ସହାୟତା
– ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାରପାଇଁ ବିଦେଶୀ ବିଶେଷଜ୍ଞଙ୍କ ସହାୟତା ନିଆଯାଉଛିି
– ଥାଇଲ୍ୟାଣ୍ଡ ଓ ନରୱେର ବିଶେଷଜ୍ଞମାନଙ୍କ ସହାୟତା ଲୋଡ଼ାଯାଉଛି
– ନରୱେ ଜିଓଟେକ୍ନିକାଲ ଇନଷ୍ଟିଚ୍ୟୁଟର ସହାୟତା ମାଗିଛନ୍ତି ଉତ୍ତରାଖଣ୍ଡ ସରକାର

ଥାଇଲାଣ୍ଡର ଥାମ୍ ଲୁଆଙ୍ଗ ଗୁମ୍ଫାରୁ ୧୨ ଜଣ କୁନି ଫୁଟବଲ ଖେଳାଳିଙ୍କ ଉଦ୍ଧାର ଏକ ଚମକ୍ରାର ଘଟଣା ଥିଲ।। ଅତି ସତର୍କତାର ସହ ୧୪ ଦିନ ପରେ ମୃତ୍ୟୁର ଗୁମ୍ଫାରୁ ପିଲାଙ୍କୁ ବାହାର କରିଥିଲା ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ । ତେଣୁ ଉତରାଖଣ୍ଡ ଶ୍ରମିକଙ୍କ ଉଦ୍ଧାର ପ୍ରକିୟାରେ ବିଦେଶୀ ବିଶେଷଜ୍ଞଙ୍କ ମତାମତ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି ।

ଟନେଲ ଭିତରେ ଶ୍ରମିକମାନେ ସୁରକ୍ଷିତ ଥିବା ଜଣାପଡିଛି । କିଛି ଶ୍ରମିକ ୱାକିଟକିରେ ସଂପର୍କୀୟଙ୍କ ସହ କଥା ହୋଇଛନ୍ତି । କିନ୍ତୁ ଉଦ୍ଧାରରେ ବିଳମ୍ବ ହେଉଥିବାରୁ ଚିନ୍ତାରେ ଅଛନ୍ତି ପରିବାର ଲୋକ । ଓଡିଶାରୁ ୫ଜଣ ଶ୍ରମିକ ସିଲକ୍ୟାରା ଟନେଲରେ ଫଶିରହିଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ୪ ଜଣ ଏବଂ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ତାଳବେଡା ଅଂଚଳର ଭଗବାନ ଭତ୍ରା ମଧ୍ୟ ରହିଥିବା ଜଣାପଡିଛି । ସେ କେମିତି ସୁରକ୍ଷିତ ଫେରିଆସିବେ ସେଥିପାଇଁ ପୂଜାର୍ଚ୍ଚନା କରିଛନ୍ତି ପରିବାର ସଦସ୍ୟ ।

The post ୧୦୦ ଘଂଟା ପରେ ଉଦ୍ଧାର ହୋଇନାହାନ୍ତି ଶ୍ରମିକ: ବିଦେଶୀ ସଂସ୍ଥାର ସହାୟତା ମାଗିଲେ ସରକାର first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started