ଟନେଲ ଭିତରେ ଫଶିରହିଛନ୍ତି ୪୦ ଶ୍ରମିକ । ସହାୟତା ପାଇଁ ଥାଇଲ୍ୟାଣ୍ଡ, ନରୱେ ବିଶେଷଜ୍ଞ ସହ ଉତରାଖଣ୍ଡ ସରକାରଙ୍କ ଆଲୋଚନା

କନକ ବ୍ୟୁରୋ : ୫ଦିନ ଧରି ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫଶିଛନ୍ତି ୪୦ ଶ୍ରମିକ । ଏବେ ସୁଦ୍ଧା ଉଦ୍ଧାରକାରୀ ଦଳକୁ ସଫଳତା ମିଳିପାରିନି । ୧୦୦ ଘଂଟା ବିତିଲାଣି । ଉତ୍ତରକାଶୀ ସୁଡଙ୍ଗରେ ଏବେ ବି ଫସିଛନ୍ତି ୪୦ ଜଣ ଶ୍ରମିକ । ୫ ଦିନ ହେଲାଣି ହେଲେ ଏଯାଏଁ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରୁନି । ଭାରୀଯାନ ଡ୍ରିଲିଙ୍ଗ ମେସିନ୍ ସହ ଯବାନମାନେ ପହଂଚି ମିଶନରେ ଲାଗିଛନ୍ତି । ଯବାନମାନେ ମାଲବାହୀ ବିମାନ ହରକୁଲସ୍ ଯୋଗେ ଭାରୀ ଡ୍ରିଲିଙ୍ଗ ମେସିନ୍ ସହ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

୫୦ ମିଟର ପର୍ଯ୍ୟନ୍ତ ସୁଡଙ୍ଗ ଧସିଥିବା କୁହାଯାଉଛି । ଧସିଥିବା ମାଟି ଯୋଗୁ ବାଟ ବନ୍ଦ ହୋଇଯାଇଛି । କେବଳ ଯବାନ ନୁହେଁ ଏନଡିଆରଏଫ୍, ଏସଡିଆରଏଫ୍, ବିଆରଓ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ମଧ୍ୟ ଉଦ୍ଧାର କାମରେ ସହଯୋଗ କରୁଛନ୍ତି । ୨୦୦ରୁ ଅଧିକ ଲୋକଙ୍କ ଟିମ୍ କରି ଉଦ୍ଧାର କାମରେ ଲାଗିଛନ୍ତି । ଘଟଣାସ୍ଥଳରେ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭିକେ ସିଂ ।

ଟର୍ନେଲରେ ଦୁର୍ଘଟଣା ପରେ ଆଶଙ୍କା ଘେରରେ ସ୍ଥାନୀୟ ବାସିନ୍ଦା । ଟନେଲ ନିର୍ମାଣ ସ୍ଥାନରେ ପୂର୍ବରୁ ଏକ ମନ୍ଦିର ଥିଲା । ଏହାକୁ ଭଙ୍ଗାଯିବା ପରେ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକ ଆଶଙ୍କା ପ୍ରକାଶ କରିଛନ୍ତି । ସେପଟେ ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟ ବିଳମ୍ବକୁ ନେଇ ସର୍ମ୍ପକୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।

ଉଦ୍ଧାର ପାଇଁ ବିଦେଶୀ ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ଉତରାଖଣ୍ଡ ସରକାର । ଥାଇଲ୍ୟାଣ୍ଡ, ନରୱେ ଓ ଦିଲ୍ଲୀ ମେଟ୍ରୋର ବିଶେଷଜ୍ଞ ଟିମଠୁ ମତାମତ ଲୋଡାଯାଉଛି

ଉଦ୍ଧାର ପାଇଁ ବିଦେଶୀ ବିଶେଷଜ୍ଞଙ୍କ ସହାୟତା
-ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାରପାଇଁ ରାଜ୍ୟ ସରକାର ବିଦେଶୀ ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି
-ଥାଇଲ୍ୟାଣ୍ଡ ଓ ନରୱେର ବିଶେଷଜ୍ଞମାନଙ୍କ ସହାୟତା ଲୋଡ଼ାଯାଉଛି
-ନରୱେ ଜିଓଟେକ୍ନିକାଲ ଇନଷ୍ଟିଚ୍ୟୁଟର ସହାୟତା ମାଗିଛନ୍ତି ଉତରାଖଣ୍ଡ ସରକାର

ଥାଇଲାଣ୍ଡର ଥାମ୍ ଲୁଆଙ୍ଗ ଗୁମ୍ଫାରୁ ୧୨ ଜଣ କୁନି ଫୁଟବଲ ଖେଳାଳିଙ୍କ ଉଦ୍ଧାର ଏକ ଚମକ୍ରାର ଘଟଣା ଥିଲା । ଅତି ସତର୍କତାର ୧୪ଦିନ ପରେ ମୃତ୍ୟୁର ଗୁମ୍ଫାରୁ ପିଲାକୁ ବାହାର କରିଥିଲା ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ସାଉଥ ଆଣ୍ଡ ମିଡ ୱିଲସ କେବ ରେସ୍କ୍ୟୁ ଟିମ, ବ୍ରିଟିଶ ରିଚାର୍ଡ ଷ୍ଟେନନ ଓ ଜନୱେଲନଥନ ଟିମ । ତେଣୁ ଉତରାଖଣ୍ଡ ଶ୍ରମିକଙ୍କ ଉଦ୍ଧାର ପ୍ରକିୟାରେ ବିଦେଶୀ ବିଶେଷଜ୍ଞଙ୍କ ମତାମତ ବେଶ ସହାୟକ ହେବ ଆଶା ରଖାଯାଇଛି ।

The post ଟନେଲ ଭିତରେ ଫଶିରହିଛନ୍ତି ୪୦ ଶ୍ରମିକ । ସହାୟତା ପାଇଁ ଥାଇଲ୍ୟାଣ୍ଡ, ନରୱେ ବିଶେଷଜ୍ଞ ସହ ଉତରାଖଣ୍ଡ ସରକାରଙ୍କ ଆଲୋଚନା first appeared on Kanak News.

from Kanak News
via <a href="https://ifttt.com/?

ଅଷ୍ଟ୍ରେଲିଆ ନା’ ଦକ୍ଷିଣ ଆଫ୍ରିକା? ଫାଇନାଲରେ କାହାକୁ ଭେଟିବ ଭାରତ?

କନକ ବ୍ୟୁରୋ: ସାରା ଦେଶରେ ଏବେ କ୍ରିକେଟର ଫିବର । ଚାଖଟିଠୁ ଆରମ୍ଭ କରି ସବୁଠି ଏବେ କ୍ରିକେଟର ଚର୍ଚ୍ଚା । ବିଶ୍ୱକପର ଫାଇନାଲରେ ଟିମ ଇଣ୍ଡିଆ ସ୍ଥାନ ପକ୍କା କରିବା ପରେ ଭାରତୀୟ କ୍ରିକେଟ ପ୍ରେମୀଙ୍କମହଲରେ ଉତ୍ସାହ ଓ ଉକ୍ରଣ୍ଠା ବଢିଯାଇଛି । ଫାଇନାଲ ଭାରତ ସହ କିଏ କରିବ ମୁକାବିଲା । ଟାଇଟଲ ପାଇଁ ରୋହିତ ବାହିନୀ ସହ ଅଷ୍ଟ୍ରେଲିଆ ନା ଦକ୍ଷିଣ ଆଫ୍ରିକା ଲଢେଇ କରିବ । ହେଲେ ଭାରତ ସହ ଯିଏ ଖେଳୁନା କାହିଁକି, ଚଳିତ ବିଶ୍ୱକପରେ ଟିମ ଇଣ୍ଡିଆର ପ୍ରଦର୍ଶନକୁ ଦେଖି ଟିମ ଇଣ୍ଡିଆ ଚାମ୍ପିୟନ ହେବ ବୋଲି ଭାରତୀୟ କ୍ରିକେଟପ୍ରେମୀ ଆଶାବାନ୍ଧିଛନ୍ତି ।

କୋଲକାତାର ଇଡେନ୍ ଗାର୍ଡେନରେ ଉପରେ ଅଟକିଛି ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ନଜର । କାରଣ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଫାଇନାଲ ଟିକେଟ୍ ପାଇ ସାରିଥିବା ବେଳେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ କାହା ସହ ମୁକାବିଲା ହେବ, ତାର ହିସାବ କିତାବ ହେବ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚରେ । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଏହି ମ୍ୟାଚ ଯେତିକି ଆଗକୁ ବଢୁଛି, ସେହି ଅନୁସାରେ ଉକ୍ରଣ୍ଠା ବଢ଼ିଚାଲିଛି । ଲିଗ୍ ପର୍ଯ୍ୟାୟରେ ବବୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଟିମ୍ ୨ ନମ୍ବରରେ ଥିବା ବେଳେ ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୩ ନମ୍ବରରେ ରହିଛି । ଉଭୟ ଦଳ ବିରୋଧରେ ଲିଗ୍ ମ୍ୟାଚରେ ବଡ଼ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ଲିଗ୍ ମ୍ୟାଚରେ –

ବିଶ୍ୱକପ୍ ଲିଗ୍ ମ୍ୟାଚ୍
ଦକ୍ଷିଣ ଆଫ୍ରିକା ବିରୋଧରେ ୫ ୱିକେଟ୍ ହରାଇ ଭାରତ କରିଥିଲା ୩୨୬ ରନ୍
୨୭ ଓଭରରେ ମାତ୍ର ୮୩ ରନ୍ କରି ଅଲ୍ଆଉଟ୍ ହୋଇଥିଲା ଦକ୍ଷିଣ ଆଫ୍ରିକା
୨୪୩ ରନ୍ରେ ବିଶାଳ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ
ସେହିପରି
ପ୍ରଥମେ ବ୍ୟାଟିଂ କରି ମାତ୍ର ୧୯୯ ରନ୍ କରିବାକୁ ସକ୍ଷମ ହୋଇଥିଲା ଅଷ୍ଟ୍ରେଲିଆ
୪୧ ଓଭର ୨ଟି ବଲ୍ରେ ମାତ୍ର ୪ ୱିକେଟ ହରାଇ ଭାରତ କରିଥିଲା ୨୦୧ ରନ୍
୬ ୱିକେଟ୍ରେ ବଡ଼ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ

ଚଳିତ ବିଶ୍ୱକପ୍ରେ ଉଭୟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଟିମ୍ ଉପରେ ଭାରି ପଡିଛି ଭାରତ । ବୋଲିଂ ହେଉ କି ବ୍ୟାଟିଂ, ଏପରିକି ଫିଲ୍ଡିଂରେ ବି ଉନ୍ନତ ପ୍ରଦର୍ଶନ କରିଛି ହିଟ୍ମ୍ୟାନ ରୋହିତଙ୍କ ମ୍ୟାନ୍ ଇନ୍ ବ୍ଲୁ । ତେବେ ପୂର୍ବ ରେକର୍ଡକୁ ଦେଖିଲେ ବଡ଼ ମ୍ୟାଚରେ ଅଷ୍ଟ୍ରେଲିଆର ପ୍ରଦର୍ଶନ ଦମଦାର ରହି ଆସିଛି । ଯଦି ଅଷ୍ଟ୍ରେଲିଆ ଫାଇନାଲକୁ ଯାଏ, ତେବେ ଅହମ୍ମଦାବାଦରେ ଦେଖିବାକୁ ମିଳିବ ଜୋରଦାର ଟକ୍କର ।

୨୦୦୩ର ପ୍ରତିଶୋଧ ନେବାକୁ ସକ୍ଷମ ହେବ କି ଭାରତ?
କଙ୍ଗାରୁ ଦଳକୁ ଧରାଶାୟୀ କରି ନୂଆ ଇତିହାସ ଲେଖିବ କି ରୋହିତ ବାହିନୀ?
୨୦୦୩ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଥିଲା ଭାରତ । ୨୦ ବର୍ଷ ପରେ ପ୍ରତିଶୋଧ ନେବା ପାଇଁ ଭାରତୀୟଙ୍କ ପାଇଁ ସୁଯୋଗ ସୃଷ୍ଟି ହେବ ।

ବିଶ୍ୱକପରେ ପରସ୍ପରକୁ ୧୨ ଥର ଭେଟିଛନ୍ତି ଭାରତ ଓ ଅଷ୍ଟ୍ରେଲିଆ
୮ ଥର ଜିତିଛି ଅଷ୍ଟ୍ରେଲିଆ, ୪ ଥର ଜିତିଛି ଭାରତ
୭ ଥର ଫାଇନାଲକୁ ଯାଇ ୫ ଥର ବିଶ୍ୱବିଜୟୀ ହୋଇଛି ଅଷ୍ଟ୍ରେଲିଆ
୪ ଥର ଫାଇନାଲ୍କୁ ଯାଇ ୨ ଥର ବିଶ୍ୱବିଜୟୀ ହୋଇଛି ଭାରତ

କିନ୍ତୁ ଚଳିତ ବିଶ୍ୱକପ୍ରେ ଭାରତର ପ୍ରଦର୍ଶନ ଉଚ୍ଚକୋଟିର ହୋଇଥିବା ବେଳେ ବଡ଼ ମ୍ୟାଚରେ ପ୍ରତିପକ୍ଷକୁ ମାତ୍ ଦେବାରେ ମାହିର ଅଷ୍ଟ୍ରେଲିଆ । ତେବେ ଖେଳାଳିଙ୍କ ପ୍ରଦର୍ଶନକୁ ବିଚାର କଲେ ରୋହିତ ବାହିନୀ ଆଗରେ ରହିଛି । ନଜର ପକାନ୍ତୁ ଭାରତୀୟ ଖେଳାଳିଙ୍କ ରେକର୍ଡ ଉପରେ –

ବିରାଟ କୋହଲି ୧୦ଟି ମ୍ୟାଚରେ ୭୧୧ ରନ୍ କରି ସର୍ବାଧିକ ସ୍କୋର କରିଛନ୍ତି
୫୫୦ ରନ୍ କରି ଟପ୍ ବ୍ୟାଟର ତାଲିକାରେ ରୋହିତ ଶର୍ମା ପଞ୍ଚମ ସ୍ଥାନରେ ରହିଛନ୍ତି
୫୨୬ ରନ୍ ସହ ଶ୍ରେୟସ ଆୟାର ତାଲିକାର ଷଷ୍ଠ ସ୍ଥାନରେ ଅଛନ୍ତି
ମହମ୍ମଦ ସାମି ୬ଟି ମ୍ୟାଚରେ ୨୩ଟି ୱିକେଟ୍ ନେଇ ବୋଲର ତାଲିକାରେ ୧ ନମ୍ବର ରହିଛନ୍ତି
୧୦ଟି ମ୍ୟାଚରେ ୧୮ ୱିକେଟ ନେଇ ତାଲିକାର ୪ର୍ଥ ସ୍ଥାନରେ ଅଛନ୍ତି ଯଶପ୍ରୀତ ବୁମରା
ସ୍ପିନର ରବୀନ୍ଦ୍ର ଜାଡେଜା ମଧ୍ୟ ୧୦ଟି ମ୍ୟାଚରେ ୧୬ଟି ୱିକେଟ୍ ନେଇ ଅଷ୍ଟମ ସ୍ଥାନରେ ଅଛନ୍ତି

The post ଅଷ୍ଟ୍ରେଲିଆ ନା’ ଦକ୍ଷିଣ ଆଫ୍ରିକା? ଫାଇନାଲରେ କାହାକୁ ଭେଟିବ ଭାରତ? first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀ ଭୁବନେଶ୍ୱରରେ ଲଞ୍ଚ୍ ହେଲା ଡାଡି’ସ୍ ରୋଡ କ୍ୟୁଆର ଷ୍ଟିକର । ପାର୍କିଂରେ ରଖି ଜାଣିପାରିବେ ଗାଡି ବାବଦରେ ସମସ୍ତ ତଥ୍ୟ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ବରରେ ଲଞ୍ଚ ହେଲା ଡ଼ାଡି’ସ୍ ରୋଡ କ୍ୟୁଆର ଷ୍ଟିକର । ଯେତେବେଳେ ଆପଣ ଆପଣଙ୍କ ଗାଡିକୁ ପାର୍କ କରି ଚାଲିଯାନ୍ତି, ଆପଣଙ୍କ ଗାଡି ସମ୍ବନ୍ଧରେ କିଛି ଜାଣି ପାରନ୍ତି ନାହିଁ କିମ୍ବା କେଉଁ ଗାଡି ଆପଣଙ୍କ ରାସ୍ତା ଅବରୋଧ କରୁଛି, ଅସୁବିଧା ସୃଷ୍ଟି କରୁଛି ଓ ଆପଣ ସେ ଗାଡି ମାଲିକଙ୍କ ସହ କିପରି ଯୋଗାଯୋଗ କରିବେ ଏହି ସବୁ ଅସୁବିଧାର ସମାଧାନ ମିଳିବ ଅତି ସହଜରେ ଡ଼ାଡି’ସ୍ ରୋଡ କ୍ୟୁଆର ଷ୍ଟିକର ଦ୍ବାରା ଯାହା ଏକ ନିଆରା ଏବଂ ଅଭିନବ ପ୍ରୟାସ ଯାହାକି ଆପଣଙ୍କ ଗାଡି, ଆପଣଙ୍କ ମୋବାଇଲ୍ ନମ୍ବର ଏବଂ ଆପଣଙ୍କ ଆଖପାଖର ଲୋକଙ୍କୁ ଅତି ସହଜରେ ସଂଯୋଗ କରିବ ।

ଡ଼ାଡି’ସ୍ ରୋଡ କ୍ୟୁଆର ଷ୍ଟିକର ହେଉଛି ଏକ ସ୍ଥାୟୀ ଭିନିଲ୍ ଷ୍ଟିକର୍ ଯେଉଁଥିରେ ଏକ କ୍ୟୁଆର କୋଡ୍ ଅଛି । ଯେଉଁଥିରେ ଆପଣଙ୍କ ମୋବାଇଲ ନମ୍ବର ସଂଯୁକ୍ତ କରିପାରିବେ ଓ ଆପଣ ଏହାକୁ ମାଗଣା ଡ଼ାଡି’ସ୍ ରୋଡ ଆପରେ ପଞ୍ଜୀକୃତ କରିପାରିବେ । ଏହି କ୍ୟୁଆର କୋଡରେ ଥିବା ଆପଣଙ୍କ ସମସ୍ତ ବିବରଣୀ ସୁରକ୍ଷିତ ଏବଂ ଗୋପନୀୟ ରଖାଯାଏ । ଯେକୋଣସି ବ୍ୟକ୍ତି ଯଦି ଏହି କ୍ୟୁଆର କୋଡକୁ ସ୍କାନ କରିବେ କିମ୍ବା ଡ଼ାଡି’ସ୍ ରୋଡ ଆପରେ ଆପଣଙ୍କ ଗାଡି ନମ୍ବର ଦେବେ ସେମାନେ ଆପଣଙ୍କ ନମ୍ବର ନ ଜାଣି ମଧ୍ୟ, ଆପଣଙ୍କୁ ତୁରନ୍ତ ଯୋଗାଯୋଗ କରିପାରିବେ ।

କେବଳ ଏତିକି ନୁହେଁ ଡ଼ାଡି’ସ୍ ରୋଡ କ୍ୟୁଆର ଷ୍ଟିକର ଦ୍ବାରା ଦୁର୍ଘଟଣା ସମୟରେ ଜରୁରୀକାଳୀନ ସତର୍କ ସୂଚନା ପାଇପାରିବେ, ପାର୍କିଂ ସମସ୍ୟାର ସୂଚନା ପାଇପାରିବେ, ଗାଡି ମାଲିକ ସହ ଯୋଗାଯୋଗ କରିପାରିବେ, ଗାଡିର ସବୁ କାଗଜ ପତ୍ରକୁ ଷ୍ଟୋର କରି ପାରିବେ, କାଗଜ ପତ୍ର ଏବଂ ଆପଣଙ୍କ ବ୍ୟକ୍ତିଗତ ବିବରଣୀର ଗୋପନୀୟତା ସୁନିଶ୍ଚିତ ମଧ୍ୟ କରିପାରିବେ । ଗାଡିର ବୀମା ଏବଂ ପ୍ରଦୂଷଣ କାଗଜ ପତ୍ର ସମ୍ବନ୍ଧୀୟ ତଥ୍ୟ ମଧ୍ୟ ପାଇ ପାରିବେ ।

ଡ଼ାଡି’ସ୍ ରୋଡ କ୍ୟୁଆର ଷ୍ଟିକର କୁ ଥରେ ମାତ୍ର କିଣିଲେ ଆଜୀବନ ମାଗଣା ହେଲ୍ପଲାଇନ ସେବା ମଧ୍ୟ ପାଇବେ । ଏହାକୁ ଆପଣ ସବୁ ପ୍ରକାର ଗାଡି ପାଇଁ କିଣି ପାରିବେ. ଏହାକୁ ଲଗାଇବା ଏବଂ ବ୍ୟବହାର କରିବା ମଧ୍ୟ ସହଜ ଅଟେ ।

The post ରାଜଧାନୀ ଭୁବନେଶ୍ୱରରେ ଲଞ୍ଚ୍ ହେଲା ଡାଡି’ସ୍ ରୋଡ କ୍ୟୁଆର ଷ୍ଟିକର । ପାର୍କିଂରେ ରଖି ଜାଣିପାରିବେ ଗାଡି ବାବଦରେ ସମସ୍ତ ତଥ୍ୟ first appeared on Kanak News.

from Kanak News
via <a href="https://ifttt.com/?

ଦମ୍ପତିଙ୍କୁ ପୋଡ଼ି ମାରିବା ଘଟଣା: ଆସିଲା ରାୟ, ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ।

କନକ ବ୍ୟୁରୋ: ଶେଷରେ ସତ୍ୟର ଜୟ ହୋଇଛି । ଯାଜପୁରରୋଡର ସେ ଲୋମଟାଙ୍କୁରା ଘଟଣାରେ ରାୟ ପ୍ରକାଶ ପାଇଛି । ୨୦୨୦ ଯାଜପୁର ରୋଡ ଅଞ୍ଚଳରେ ଦମ୍ପତିଙ୍କୁ ପୋଡ଼ି ମାରିବା ଘଟଣାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ନେଇ କୋର୍ଟଙ୍କ ନିର୍ଦ୍ଦେଶ । ସମସ୍ତ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଗୁଣି ଗାରେଡି ସନ୍ଦେହରେ ଦମ୍ପତିଙ୍କୁ କରିଥିଲେ ହତ୍ୟା । ୩ ବର୍ଷ ତଳେ କଳିଙ୍ଗନଗର ଥାନା ସୁରେଇସାଇରେ ଘଟିଥିଲା ଏଭଳି ଜଘନ୍ୟ ହତ୍ୟାକାଣ୍ଡ ।

The post ଦମ୍ପତିଙ୍କୁ ପୋଡ଼ି ମାରିବା ଘଟଣା: ଆସିଲା ରାୟ, ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ । first appeared on Kanak News.

from Kanak News
via <a href="https://ifttt.com/?

ପାଖରେ ନାହିଁ ଲାଇସେନ୍ସ କି ହେଲମେଟ । ବେଗୁନିଆ ବଜାର ଦେଇ ଦ୍ରୁତ ଗତିରେ ଗାଡ଼ି ଚଳାଇ ସ୍କୁଲ ଯାଉଛନ୍ତି ଛାତ୍ର

କନକ ବ୍ୟୁରୋ : ଟିକିଏ ଅବହେଳା ହୋଇପାରେ ମୃତ୍ୟୁର କାରଣ । ଏଭଳି କିଛି ଚିତ୍ର ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାଜରାସ୍ତାରେ ନାବାଳକଙ୍କ ଦ୍ରୁତ ଗତିରେ ଗାଡ଼ି ଚଳାଇ ସ୍କୁଲ ଯାଉଥିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ବିନା ହେଲମେଟ ଓ ବିନା ଲାଇସେନ୍ସରେ ବେପରୁଆ ଗାଡ଼ିଚାଳନା ସେ ପୁଣି ସ୍କୁଲକୁ ନେଇ ଯାଉଥିବା ଘଟଣା । ଉଭୟ ଅଭିଭାବକ ଆଉ ସ୍କୁଲ କର୍ତୃପକ୍ଷଙ୍କ ଖାମଖିଆଲ ନିତିକୁ ପଦାରେ ପକାଇଛି । ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ବେଗୁନିଆ ବଜାରରେ । ଯେଉଁଠି ଗୋଟିଏ ପରେ ଗୋଟିଏ ଗାଡ଼ି ଦ୍ରୁତ ଗତିରେ ଯାଉଛି । ବେଗୁନିଆ ଆଦର୍ଶ ବିଦ୍ୟାଳୟର ପିଲାମାନଙ୍କର ଏଭଳି ଦୃଶ୍ୟ ପ୍ରତିଦିନ ଦେଖିବାକୁ ମିଳୁଛି । ଏହା ଉପରେ କଡ଼ା ଆଇନ ଥିବା ସତ୍ୱେ ସ୍କୁଲ ପ୍ରଶାସନ ଏସବୁ ଜାଣି ନିରବ । ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ ।

The post ପାଖରେ ନାହିଁ ଲାଇସେନ୍ସ କି ହେଲମେଟ । ବେଗୁନିଆ ବଜାର ଦେଇ ଦ୍ରୁତ ଗତିରେ ଗାଡ଼ି ଚଳାଇ ସ୍କୁଲ ଯାଉଛନ୍ତି ଛାତ୍ର first appeared on Kanak News.

from Kanak News
via <a href="https://ifttt.com/?

ସୁନ୍ଦରଗଡରେ ଶକ୍ତି ପ୍ରଦର୍ଶନ କଲେ ବିଧାୟିକା କୁସୁମ ଟେଟେ । ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧ ସଦର ବ୍ଲକ କାର୍ଯ୍ୟାଳୟକୁ ଘେରାଉ କଲେ ଶହ ଶହ ବିଜେପି କର୍ମୀ

କନକ ବ୍ୟୁରୋ : ସୁନ୍ଦରଗଡରେ ଶକ୍ତି ପ୍ରଦର୍ଶନ କଲେ ବିଧାୟିକା କୁସୁମ ଟେଟେ । ସାରା ରାଜ୍ୟରେ ବ୍ଲକ , ମୁନସିପାଲିଟି ଓ ଏନଏସି ଘେରାଉ କରିଛି ବିଜେପି । ସଦର ବ୍ଲକ କାର୍ଯ୍ୟାଳୟକୁ ଆଜି ଘେରାଉ କରିଥିଲେ ଶହ ଶହ ସଂଖ୍ୟାରେ ବିଜେପି କର୍ମୀ । ନିର୍ବାଚନ ପୂର୍ବରୁ କୁସୁମ ତାଙ୍କ ଶକ୍ତି ପ୍ରଦର୍ଶନ କରିଥିବା ଚର୍ଚ୍ଚା ହେଉଛି । ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ସମାବେଶ ଆୟୋଜନ କରାଯାଇଥିଲା । ସିଧାସଳଖ କୁସୁମ ଟେଟେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଆବାସ ଯୋଜନା ହେଉକି ଚାଉଳ ହେଉ ସବୁଥିରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ଠକି ର୍ଦୁନୀତି କରିଥିବା କହିଛନ୍ତି କୁସୁମ ଟେଟେ ।

The post ସୁନ୍ଦରଗଡରେ ଶକ୍ତି ପ୍ରଦର୍ଶନ କଲେ ବିଧାୟିକା କୁସୁମ ଟେଟେ । ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧ ସଦର ବ୍ଲକ କାର୍ଯ୍ୟାଳୟକୁ ଘେରାଉ କଲେ ଶହ ଶହ ବିଜେପି କର୍ମୀ first appeared on Kanak News.

from Kanak News
via <a href="https://ifttt.com/?

ଦୁର୍ଘଟଣା ଛଡ଼ାଇନେଲା ପରିବାରର ଖୁସି । ୨ ବର୍ଷ ହେଲାଣି ବିଛଣାରେ ପଡ଼ିଛନ୍ତି ସାନପୁଅ, ଚିକିତ୍ସା ପାଇଁ ସରିଆସିଲାଣି ସବୁ ଅର୍ଥ

କନକ ବ୍ୟୁରୋ : ଆଖିରୁ ଶୁଖୁନି ଲୁହ । ପୁଅର ଏଭଳି ଅବସ୍ଥା ଦେଖି ମା’ କୋହ ସମ୍ଭାଳି ପାରୁନି । ପୁଅ କେବେ ଠିକ୍ ହୋଇ ପୂର୍ବ ଭଳି କାମକୁ ଯିବ ସେ କଥା ଭାବି ଆଖିରୁ ସୁଖୁନି ଲୁହ । ବିଛଣାରେ ସଡ଼କ ଦୁର୍ଘଟଣାରେ ଶର୍ଯ୍ୟାସୟୀ ହୋଇ ପଡ଼ି ରହିଛି ସାନ ପୁଅ ସଂଜୟ । ପୁଅର ଯତ୍ନ ଏକା ନେବା ତାଙ୍କ ପାଖରେ ସମ୍ଭବ ହେଉନଥିବାରୁ ମଝିଆ ଭାଇ ସାଜିଛି ସାନ ଭାଈର ସାହାର । ଚାକିରି ଛାଡ଼ି ସାନ ଭାଈର ସେବାରେ ଲାଗିଛି ମଝିଆ ଭାଇ ବିଜୟ କୁମାର । ସାନ ଭାଇ ସେବାରେ ନିଜକୁ ଏତେ ବ୍ୟସ୍ତ ରଖଛନ୍ତି ଯେ ଏହାରି ଭିତରେ ତାଙ୍କ ବି ଗୋଟେ ପରିବାର ଅଛି ଏକଥା ଭୁଲି ଯାଇଛନ୍ତି । ବିଛଣାରେ ପଡ଼ି ରହିଥିବା ସାନ ଭାଈକୁ ଖାଦ୍ୟ ପାନୀୟ ଦେବାଠାରୁ ଆରମ୍ଭ କରି ରୋଷେଇ ବାସ ସହ ସମସ୍ତ କାର୍ଯ୍ୟ କରୁଛନ୍ତି । ପରିବାରର ଏଭଳି ଅବସ୍ଥା ଦେଖି ଭାଙ୍ଗି ପଡ଼ିଛନ୍ତି ମାଆ ।

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଭଗବାନପୁର ଗାଁର ମଂଜୁବାଳା ସ୍ୱାଇଁ । ସ୍ୱାମୀ ଅନେକ ବର୍ଷ ହେବ ଆରପାରିକୁ ଚାଲିଯାଇଥିବା ବେଳେ ୩ ପୁଅକୁ ନେଇ ଦୁଃଖ ସୁଖରେ ରହୁଥିଲେ । ହେଲେ ପରିବାରକୁ ଦାଉସାଜିଲା ଦଇବ । ସାନପୁଅ ସଂଜୟ ଭୁବନେଶ୍ୱରରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଭଲ ରୋଜଗାର ମଧ୍ୟ କରୁଥିଲେ । ହେଲେ ଏକ ସଡ଼କ ଦୁର୍ଘଟଣା ସବୁ କିଛି ବଦଳାଇଦଇଛି । ଦୁଇ ବର୍ଷ ତଳେ ହୋଲିରେ ଭୁବନେଶ୍ୱରରୁ ଘରୁକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହାତ ହୋଇଥିଲେ । ୨ ବର୍ଷ ହେବ ଚିକିତ୍ସିତ ହେବା ପରେ ମଧ୍ୟ ସଂପୂର୍ଣ୍ଣ ସୁସ୍ଥ ହୋଇ ନପାରି ଏବେ ବିଛଣାରେ ପଡ଼ି ରହିଛନ୍ତି ଘରେ ଥିବା ସୁନା ଗହଣା ଜମିବାଡ଼ି ସବୁ ବିକ୍ରି କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସାରିଲେଣି । ପାଖରେ ଏବେ ଅର୍ଥ ନଥିବାରୁ ଚିକିତ୍ସା କରିନପାରି ଘରେ ପକାଇ ରଖିଛନ୍ତି । ଫିଜିଓ ଥେରାପି ପାଇଁ ଆବଶ୍ୟକ ହେଉଥିବା ଅର୍ଥ ମଧ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ୁଛି ।

ଭାଇ ପ୍ରତି ଭାଇର ତ୍ୟାଗ ଓ ବଳିଦାନ ସମାଜର ଏକ ଉଦାହରଣ ସୃଷ୍ଟି କରିଛି । ହେଲେ ଅର୍ଥାଭାବରୁ ଅଧିକ ଚିକିତ୍ସା ହୋଇନପାରି ବିଛଣାରେ ପଡ଼ି ରହିଥିବା ସଂଜଙ୍କର ଚିକିତ୍ସା ପାଇଁ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ।

 

ଆପଣମାନେ ମଧ୍ୟ ଚାହିଁଲେ ସଂଜୟ ଚିକିତ୍ସା ପାଇଁ ଆର୍ଥିକ ସାହାର୍ଯ୍ୟ କରିପାରିବେ । ତାଙ୍କ ମା’ଙ୍କ ଆକାଉଂଟ ଜରିଆରେ ସାହାର୍ଯ୍ୟ କରିପାରିବେ ।
ନାମ-ମଞ୍ଜୁବାଳା ସ୍ୱାଇଁ
ଏସବିଆଇ ଆକାଉଂଟ ନମ୍ବର- ୦୫୯୮୧୦୯୪୬୮
ଆଇଏଫଏସସି କୋଡ ନମ୍ବର- ଝଈଓଘ୦୦୦୮୦୯୫
ଫୋନ ପେ’ ନମ୍ବର- ୮୬୫୮୬୩୬୧୨୬
ଏହି ଆକାଉଂଟ ନମ୍ବର ଏବଂ ଫୋନେ ପେ ଜରିଆରେ ସଂଜୟଙ୍କ ପରିବାର ଆପଣମାନେ ଚାହିଁଲେ ମଧ୍ୟ ସାହାର୍ଯ୍ୟ କରିପାରିବେ ।

The post ଦୁର୍ଘଟଣା ଛଡ଼ାଇନେଲା ପରିବାରର ଖୁସି । ୨ ବର୍ଷ ହେଲାଣି ବିଛଣାରେ ପଡ଼ିଛନ୍ତି ସାନପୁଅ, ଚିକିତ୍ସା ପାଇଁ ସରିଆସିଲାଣି ସବୁ ଅର୍ଥ first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତା ୨୦ ତାରିଖରେ ଜନ୍ମମାଟିକୁ ଆସିବେ ରାଷ୍ଟ୍ରପତି । ଜୋରସୋରରେ ଚାଲିଛି ପ୍ରସ୍ତୁତି

କନକ ବ୍ୟୁରୋ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜିଲ୍ଲାକୁ ଆସୁଛନ୍ତି । ଆଉ ରାଷ୍ଟ୍ରପତି ଆସୁଥିବାରୁ ତାଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଛି ଜନ୍ମମାଟି । ଏଥିପାଇଁ ସଜେଇ ହେଉଛି ସମଗ୍ର ଜିଲ୍ଲା । ମଝିରେ ମାତ୍ର ଦିନ କେଇଟା ଥିବାରୁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି । ଶହୀଦ ସ୍ମୃତି ଭବନ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଥିବାରୁ ଏହାକୁ ନୂଆ ରଂଗରେ ରଂଗା ଯାଉଛି । ରାସ୍ତାଘାଟର ମରାମତି ସହ ସଫେଇକୁ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ଯେମିତି ବିଦ୍ୟୁତ୍ ବିଭ୍ରାଟ ନହୁଏ, ସେଥିପାଇଁ ବିଭାଗ ପକ୍ଷରୁ ଯାଂଚ କରାଯାଉଛି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ନିଜେ ଉପସ୍ଥିତ ରହି ପ୍ରସ୍ତୁତିର ତଦାରଖ କରିଛନ୍ତି ।

୨୦ତାରିଖରେ ବାରିପଦାରେ କାର୍ଯ୍ୟକ୍ରମ ସରିବା ପରେ ରାଇରଂଗପୁର ଗସ୍ତରେ ଯିବେ ମହାମହିମ । ଗସ୍ତ ସମୟରେ ବିଶେଷ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ରାଷ୍ଟ୍ରପତି ଭବନରୁ ଆସିବାକୁ ଥିବା ମେନୁ ଅନୁଯାୟୀ ବିନା ପିଆଜ, ରସୁଣରେ ପ୍ରସ୍ତୁତ ଖାଦ୍ୟ ଭାଇ ଓ ଭାଉଜଙ୍କ ସହ ଗ୍ରହଣ କରିବେ ବୋଲି ସାନଭାଇ ତରଣୀ ପ୍ରକାଶ କରିଛନ୍ତି । ଭଉଣୀ ଆସୁଥିବାରୁ ଖୁସିରେ ଗାଁକୁ ଆସି ଘରକୁ ସଜାଇବାରେ ଲାଗିଛନ୍ତି ଦ୍ରୌପଦୀ ମୁର୍ମୁଙ୍କ ଭାଇ ଓ ଭାଉଜ ।

୨୧ତାରିଖରେ ରାଷ୍ଟ୍ରପତିଙ୍କର ରହିଛି ବିଶେଷ କାର୍ଯ୍ୟକ୍ରମ । ବାଦାମପାହାଡ ରେଳ ଷ୍ଟେସନରେ ଟାଟା ନଗରରୁ ବାଦାମ ପାହାଡ, ବାଦାମପାହାଡରୁ ରାଇରଂଗପୁର, ବାଦାମପାହାଡ- ରାଇରଂଗପୁର- ସାଲିମାର ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି । ବଡ କଥା ହେଉଛି, ନିଜେ ମହାମହିମ ବାଦାମପାହାଡ ଷ୍ଟେସନରୁ ରାଇରଂଗପୁର ପର୍ଯ୍ୟନ୍ତ ଟ୍ରେନରେ ଯାତ୍ରା କରିବେ ।

ମୟୂରଭଞ୍ଜ ଜିଲ୍ଲା ଗସ୍ତ ଶେଷ ପରେ ସମ୍ବଲପୁର ଓ ଝାରସୁଗୁଡାରେ ରହିଛି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କର ଏହା ଦ୍ୱିତୀୟ ମୟୂରଭଞ୍ଜ ଜିଲ୍ଲା ଗସ୍ତ ।

The post ଆସନ୍ତା ୨୦ ତାରିଖରେ ଜନ୍ମମାଟିକୁ ଆସିବେ ରାଷ୍ଟ୍ରପତି । ଜୋରସୋରରେ ଚାଲିଛି ପ୍ରସ୍ତୁତି first appeared on Kanak News.

from Kanak News
via <a href="https://ifttt.com/?

ଖବର ବାଜିଲା, ବୃଦ୍ଧାଙ୍କ ମୁହଁରେ ହସ ଫୁଟିଲା । ସୁନ୍ଦରଗଡର ୬୮ ବର୍ଷୀୟ ଦିବ୍ୟାଙ୍ଗଙ୍କୁ ମିଳିଲା ଟ୍ରାଇସାଇକେଲ

କନକ ବ୍ୟୁରୋ : ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାରେ ପକାଇବା ଭଳି ଏହି ଚିତ୍ର, ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଏଆଇ ସହାୟତାରେ ଯେତେବେଳେ ମଣିଷର ଚେହେରା ବଦଳି ଯାଉଛି, ସେତେବେଳେ ସାମାନ୍ୟ ଆଧାର କାର୍ଡ ସଂଯୋଗ କରିବା ପାଇଁ, ଜଣେ ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ୩୦ କିଲୋମିଟର ପର୍ଯ୍ୟନ୍ତ ଯିବାକୁ କହିବା ଓ ତାପରେ ବୃଦ୍ଧା ଜଣଙ୍କ ଗୁରୁଣ୍ଡି ଗୁରୁଣ୍ଡି ଯିବା, ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୁନ୍ଦରଗଡ କୁତ୍ରା ଅଂଚଳରୁ ଆସିଛି ଏହି ଚିତ୍ର । ବୃଦ୍ଧା ଜଣଙ୍କ ବଡମାଳ ବଜାରପଡାର ଟେରସା ବାର୍ଲା । ଆବଶ୍ୟକ ଥିବାରୁ ବୃଦ୍ଧା ଜଣଙ୍କ ତାଙ୍କ ଜମାଖାତାରୁ, ଗାଁ ପାଖରେ ଥିବା ଗ୍ରାହକ ସେବା କେନ୍ଦ୍ରକୁ ଟଙ୍କା ଉଠାଇବାକୁ ଯାଇଥିଲେ । କିନ୍ତୁ ତାଙ୍କର ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ ହୋଇନଥିବା କହି ଫେରାଇ ଦେଇଥିଲେ ଗ୍ରାହକ ସେବା କେନ୍ଦ୍ରର କର୍ମଚାରୀ । ଆଉ ଆଧାର ସଂଯୋଗ ପାଇଁ କୁତ୍ରା ଷ୍ଟେଟବ୍ୟାଙ୍କ ଶାଖାକୁ ପଠାଇ ଦେଇଥିଲେ ।

ବୃଦ୍ଧା ଜଣଙ୍କ ଏଭଳି ଗୁରୁଣ୍ଡି ଗୁରୁଣ୍ଡି ଯଚିତ୍ର ସମସ୍ତଙ୍କୁ ବିଚଳିତ କରିଥିଲା । ଏହି ସମୟରେ ବୃଦ୍ଧାଙ୍କ ଉପରେ ସମ୍ବାଦ ପ୍ରତିନିଧିଙ୍କ ନଜରକୁ ଆସିଥିଲେ । ତାପରେ ସମ୍ବାଦ ପ୍ରତିନିଧି ବୃଦ୍ଧାଙ୍କ ପାଖକୁ ଯାଇ ସବୁ ବୁଝିବା ପରେ ତାଙ୍କୁ ନିକଟସ୍ଥ ଗ୍ରାହକ ସେବା କେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଯାଂଚ କରିବାରୁ ବୃଦ୍ଧାଙ୍କ ଖାତାରେ ଆଧାର ଲିଙ୍କ ଥିବା ଜଣାପଡିଥିଲା । ଆଉ ବୃଦ୍ଧା ଜଣଙ୍କ ଟଙ୍କା ଉଠାଇ ଫେରିଥିଲେ । ତେବେ ଏଭଳି ଖବର ସାମନାକୁ ଆସିବା ପରେ ସହାୟତାର ହାତ ବଢ଼ାଇଛି ଜିଲ୍ଲା ପ୍ରଶାସନ । ବୃଦ୍ଧାଙ୍କୁ ଟ୍ରାଇସାଇକେଲ ପ୍ରଦାନ କରିବା ସହ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି କୁତ୍ରା ବିଡିଓ ।

ବୃଦ୍ଧା ଜଣଙ୍କ ଜନ୍ମରୁ ଦିବ୍ୟାଙ୍ଗ ବୋଲି ଜଣାପଡିଛି । ମା ବାପାଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣର୍ ଏକା ଏକା ବଂଚୁଛନ୍ତି । ପ୍ରଶ୍ନ ଉଠୁଛି, ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ଥାଇ ମଧ୍ୟ କାହିଁକି ମିଛ କହିଥିଲା ଗ୍ରାହକ ସେବା କେନ୍ଦ୍ର? ଆଧାର ସଂଯୋଗ ନଥିଲେ ଜଣେ ଜମାକାରୀ କଣ ତାର ଜମା ଟଙ୍କା ଉଠାଇ ପାରିବନି କି? ଜମା ଟଙ୍କା ଉଠାଇବା ପାଇଁ ବିକଳ୍ପ ବ୍ୟବସ୍ଥା ନାହିଁ କି?

The post ଖବର ବାଜିଲା, ବୃଦ୍ଧାଙ୍କ ମୁହଁରେ ହସ ଫୁଟିଲା । ସୁନ୍ଦରଗଡର ୬୮ ବର୍ଷୀୟ ଦିବ୍ୟାଙ୍ଗଙ୍କୁ ମିଳିଲା ଟ୍ରାଇସାଇକେଲ first appeared on Kanak News.

from Kanak News
via <a href="https://ifttt.com/?

ନାସାରେ ଭାରତୀୟ ବଂଶୋଦ୍ଭବଙ୍କର ସଫଳତା , ପ୍ରସ୍ତୁତ କରିଛନ୍ତି ସାପ ସଦୃଶ୍ୟ ରୋବୋଟ

କନକ ବ୍ୟୁରୋ : ମହାକାଶ ବିଜ୍ଞାନ କ୍ଷେତ୍ରରେ ପୃଥିବୀର ସବୁ ରାଷ୍ଟ୍ର ପାଦେ ଆଗେଇବାକୁ ଚେଷ୍ଟା ଚଳେଇଛନ୍ତି । କିଛି ମିସନ ଫେଲ ହେଇଥିବା ବେଳେ କିଛି ଇତିହାସ ରଚୁଛି । ଦୁନିଆର ବିଭିନ୍ନ ଦେଶ ଟେକ୍ନୋଲୋଜିର ବ୍ୟବହାର କରି ଏପରି ନୂଆ ନୂଆ ଉପକରଣ ଉଦ୍ଭାବନ କରୁଛନ୍ତି ତାହା ଦେଖିବା ଓ ଶୁଣିବାକୁ ଯେତିକି ମଜାଳିଆ ସେତିକି ଉପଯୋଗୀ ମଧ୍ୟ । ଆମେରିକା ମହାକାଶ ସଂସ୍ଥା ‘ନାସା’ନିକଟରେ ଏକ ଭିନ୍ନ କିସମର ସାପ ସଦୃଶ୍ୟ ରୋବୋଟ ତିଆରି କରିଛି ଯାହା ଭବିଷ୍ୟତରେ ଚନ୍ଦ୍ର ଓ ମଙ୍ଗଳ ଗ୍ରହର ଅନାବିଷ୍କୃତ ସ୍ଥାନ ଗୁଡିକୁ ଯାଇ ଅଧିକ ଗବେଷଣା କରିପାରିବ । ଭାରତୀୟ ଅଜଗର ପ୍ରଜାତିର ଶୈଳୀକୁ ଅନୁଧ୍ୟାନରେ ରଖି ଟେଷ୍ଟିଂ ପାଇଁ ତିଆରି ହୋଇଥିବା ରୋବୋଟର ନିର୍ମାତା ମଧ୍ୟ ହେଉଛନ୍ତି ଜଣେ ଭାରତୀୟ ମହାକାଶ ବିଜ୍ଞାନୀ ।

ତେବେ ଏହି ନିର୍ମାତା ଜଣକ ହେଉଛନ୍ତି ନାଗପୁରର ରୋହନ ଠାକରେ । ସେ ନାସାର ଜେଟ୍ ପ୍ରପୋଲସନ ଲାବୋରୋଟୋରୀରେ କାର୍ଯ୍ୟରତ । ସେ ତିଆରି କରିଥିବା ଏହି ସାପ ସଦୃଶ୍ୟ ରୋବୋଟର ନାମ ଇଇଏଲଏସ (ଏକ୍ସବାୟୋଲୋଜି ଏସ୍କାଂଟ ଲାଇଫ ସର୍ଭେୟର ) ରଖିଛନ୍ତି ।

ଇଇଏଲଏସ ଏକ ସୁପରିକଳ୍ପିତ ସ୍ମାର୍ଟ ରୋବୋଟ, ଯାହା ସମସ୍ତ ପ୍ରତିକୂଳ ପରିସ୍ଥିତିର ସମ୍ନା କରି ମଧ୍ୟ ନିର୍ଭୁଲ ଭାବେ ଅନୁଧ୍ୟାନ ଓ ଗବେଷଣା କରିପାରେ । ବିଭିନ୍ନ ସୁଡଙ୍ଗ ଓ ଗୁମ୍ଫା ଖୋଜିବା ସହ ଦରକାର ପଡିଲେ ସନ୍ତରଣ ମଧ୍ୟ କରିପାରେ । ଏହା ଅନ୍ୟ ଗ୍ରହରେ ଜୀବନର ସୁରାକ ମଧ୍ୟ ଖୋଜିବାରେ ସମର୍ଥ ।

ଗ୍ଲେସିୟର ତଥା କୃତ୍ରିମ ଖାଲଢିପ ଭୁମିରେ ଏହାର ସଫଳ ପରୀକ୍ଷଣ ସରିଥିବା ବେଳେ ଏହା ପ୍ରାକୃତିକ ଦୁର୍ବିପାକ ସମୟରେ କରାଯାଉଥିବା ବିଭିନ୍ନ ରେସ୍କ୍ୟୁ ମିଶନ ଓ ଅପରେସନେରେ ଅନେକ ମାତ୍ରାରେ ସହାୟକ ହୋଇପାରିବ ବୋଲି ଜଣାଇଛନ୍ତି ରୋହନ । ଏକଦା ଆଇଆଇଆଟିରେ ଆଡମିଶନ ନେଇପାରିନଥିବା ରୋହନ ଆଜି ନାସାରେ ସଫଳ ମହାକାଶ ଇଂଜିନିୟର ଭାବେ କାମ କରୁଛନ୍ତି । ନାଗପୁରର ଭିସେସ୍ୱରାୟ ନ୍ୟାସନାଲ ଇନଷ୍ଟିଚ୍ୟୁଟରୁ ମେକାନିକାଲ ପଢିଥିବା ରୋହନ ନାସାର ମାରର୍ଟିଆନ ହେଲିକପ୍ଟର ତିଆରି କରିଥିବା ବବ ବଳରାମଙ୍କଠୁ ଅନେକ ମାତ୍ରାରେ ଅନୁପ୍ରାଣିତ । ଭାରତୀୟ ବଂଶୋଦ୍ଭବ ଭାବରେ ଚନ୍ଦ୍ରଯାନ ୩ର ସହଜ ଅବତରଣ ତାଙ୍କ ପାଇଁ ଖୁସିର ମୂହୁର୍ତ ଥିଲା । ଭାରତର ଏହି ସଫଳତା ପାଇଁ ସେ ଗର୍ବିତ ବୋଲି ମଧ୍ୟ କହିଥିଲେ ।

The post ନାସାରେ ଭାରତୀୟ ବଂଶୋଦ୍ଭବଙ୍କର ସଫଳତା , ପ୍ରସ୍ତୁତ କରିଛନ୍ତି ସାପ ସଦୃଶ୍ୟ ରୋବୋଟ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started