ଭାରତ ସହ କିଏ ଖେଳିବ ବିଶ୍ୱକପ୍ ଫାଇନାଲ୍? ଇଡେନ୍ ଗାର୍ଡେନରେ ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା

କନକ ବ୍ୟୁରୋ: ରବିବାର ଭାରତ ସହ କିଏ ଖେଳିବ ଫାଇନାଲ୍ । ଅଷ୍ଟ୍ରେଲିଆ ନା ଦକ୍ଷିଣ ଆଫ୍ରିକା । କୋଲକାତାରେ ଇଡେନ୍ ଗାର୍ଡେନରେ ଚାଲିଥିବା ଦ୍ୱିତୀୟ ସେମିଫାଇନାଲରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଦକ୍ଷିଣ ଆଫ୍ରିକା । ମିଚେଲ୍ ଷ୍ଟାର୍କ ଓ ଜୋଶ୍ ହେଜଲଉଡ୍ଙ୍କ ଘାତକ ବୋଲିଂରେ ଘାଇଲା ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ଟପ୍ ଅର୍ଡର । ୧୪ ଓଭରରେ ଦଳ ୪ ୱିକେଟ୍ ହରାଇ ୪୪ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା । ତେବେ ଅଧ ଘଂଟା ପରେ ପୁଣି ମ୍ୟାଚ୍ ଆରମ୍ଭ ହୋଇଛି । ଚଳିତ ବିଶ୍ୱକପ୍ରେ ଚମକ୍ରାର ପ୍ରଦର୍ଶନ କରୁଥିବା କ୍ୱିଂଟନ୍ ଡି’କକ ମାତ୍ର ୩ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି । ସେହିପରି ଅଧିନାୟକ ତେମ୍ବା ବାଭୁମା ଖାତା ଖୋଲିପାରିନାହାନ୍ତି । ରାସି ଭାନ୍ ଡର୍ ଡୁସେନ୍ ଓ ଏଡେନ୍ ମାର୍କ୍ରମ ମଧ୍ୟ ନିରାଶ କରିଛନ୍ତି । ବର୍ଷା ଯୋଗୁଁ ମ୍ୟାଚ୍ କିଛି ସମୟ ବନ୍ଦ ହୋଇଥିଲା । ତେବେ ଆଗକୁ ଯଦି ବଡ଼ ଧରଣର ବର୍ଷା ହୁଏ, ତାହେଲେ ଆସନ୍ତାକାଲି ବା ରିଜର୍ଭ ଡେ’ରେ ମ୍ୟାଚ୍ ଯେଉଁଠୁ ବନ୍ଦ ରହିଛି ସେହିଠାରୁ ଆରମ୍ଭ ହେବ । ଯଦି ଆସନ୍ତାକାଲି ମଧ୍ୟ ବର୍ଷା ପୂରା ମ୍ୟାଚକୁ ଧୋଇ ଦିଏ, ତାହେଲେ ପଏଂଟ ଟେବୁଲ ଆଧାରରେ ଫାଇନାଲରେ ପହଂଚିବ ଦକ୍ଷିଣ ଆଫ୍ରିକା ।

ଭାରତ ସହ କିଏ ଖେଳିବ ଫାଇନାଲ୍?
ଅଷ୍ଟ୍ରେଲିଆ ନା ଦକ୍ଷିଣ ଆଫ୍ରିକା?
ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ
ଘାଇଲା କଲେଣି କଙ୍ଗାରୁ ବୋଲର
ଦକ୍ଷିଣ ଆଫ୍ରିକା, କ୍ରିକେଟ୍ରେ ନାଁ ହିଁ କାଫି । ୱାର୍ଲ୍ଡ କ୍ଲାସ ବ୍ୟାଟିଂ, ୱାର୍ଲ୍ଡ କ୍ଲାସ ବୋଲିଂ ଓ ୱାର୍ଲ୍ଡ କ୍ଲାସ ଫିଲ୍ଡିଂ । ସବୁଥିରେ ପରିପୂର୍ଣ୍ଣ । ପ୍ରତିପକ୍ଷ ଟିମ୍କୁ ଘାଇଲା କରିବାରେ ସିଦ୍ଧହସ୍ତ । କିନ୍ତୁ ଭାଗ୍ୟ ଏମାନଙ୍କୁ କେବେ ସାଥ୍ ଦେଇନି । ୧୨ ପୁରି ୧୩ତମ ବିଶ୍ୱକପ୍ ଚାଲିଛି । ହେଲେ ଗୋଟିଏ ବି ଟାଇଟଲ୍ ହାତେଇବାରେ ସଫଳ ହୋଇନାହିଁ । ଏପରିକି ଦଳ ଉଚ୍ଚକୋଟୀର ପ୍ରଦର୍ଶନ କରି ୫ଥର ସେମିଫାଇନାଲ୍ରେ ପହଂଚିଛି । ହେଲେ ସେମିଫାଇନାଲରେ ଯେମିତି ଦଳକୁ ଭାଗ୍ୟ ଧୋକା ଦେଇଥାଏ । ତେଣିକି ତାହା ୧୯୯୯ ବିଶ୍ୱକପ୍ ହେଉ କି ୨୦୧୫ ବିଶ୍ୱକପ୍ ସେମିଫାଇନାଲ୍ ହେଉ । ଉଭୟ ସଂସ୍କରଣରେ ଦକ୍ଷିଣ ଆଫ୍ରିକାର ଫାଇନାଲ୍ ଯିବା ଏକପ୍ରକାର ନିଶ୍ଚିତ ଥିଲା, କିନ୍ତୁ ହଠାତ୍ ଶେଷ ମୁହୂର୍ତରେ ଚୋକର୍ସ ସାବ୍ୟସ୍ତ ହୋଇଥାଏ ଟିମ୍ ।

ଚୋକର୍ସ ଟ୍ୟାଗ ହଟାଇବ କି ଦକ୍ଷିଣ ଆଫ୍ରିକା?
ବିଶ୍ୱକପ୍ର ୧୩ଟି ସଂସ୍କରଣରୁ ୯ଥର ଖେଳିଛି ଦକ୍ଷିଣ ଆଫ୍ରିକା
୧୯୯୨ରେ ପ୍ରଥମଥର ବିଶ୍ୱକପ୍ ଖେଳିଥିଲା ଟିମ୍
୧୯୯୨, ୧୯୯୯, ୨୦୦୭, ୨୦୧୫ ଓ ୨୦୨୩ ସେମିକୁ ଯାଇଛି ଦଳ
୨୦୧୫ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିଲା ସେମିଫାଇନାଲ୍
୨୦୦୭ରେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା ସେମିଫାଇନାଲ
୧୯୯୯ରେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା ସେମିଫାଇନାଲ
୧୯୯୨ରେ ଇଂଲଣ୍ଡ ନିକଟରୁ ହାରିଥିଲା ସେମିଫାଇନାଲ

୨୦୦୩ ବିଶ୍ୱକପ୍ ଫାଇନାଲ୍ର ହେବ କି ପୁନରାବୃତି । ୨୦୨୩ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ କି ଭାରତ-ଅଷ୍ଟ୍ରେଲିଆ । ଚଳିତ ବିଶ୍ୱକପ୍ରେ ଭାରତ ପ୍ରଥମ ଦଳ ଭାବେ ଫାଇନାଲରେ ପହଂଚିସାରିଛି । ତେବେ ଦ୍ୱିତୀୟ ଦଳ ଭାବେ ଅଷ୍ଟ୍ରେଲିଆର ପଲା ଭାରୀ ରହିଛି । କାରଣ ବଡ଼ ମ୍ୟାଚ୍ର ଚାପକୁ କେମିତି ହ୍ୟାଣ୍ଡେଲ କରିବାକୁ ହୁଏ, ତାହା ଅଷ୍ଟ୍ରେଲିଆକୁ ଭଲ ଭାବେ ଜଣା । ଚଳିତ ବିଶ୍ୱକପ୍ର ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ ହୋଇଥିଲା ଦଳ । ଏହା ପରେ ଦଳ ଯେଉଁଭଳି କମବ୍ୟାକ୍ କରିଛି, ତାହା ବେଶ୍ ପ୍ରଶଂସାଯୋଗ୍ୟ । ଦଳ ଏପର୍ଯ୍ୟନ୍ତ ଲଗାତର ୭ଟି ମ୍ୟାଚ୍ ଜିତି ଅପରାଜେୟ ରହିଛି । ଆଉ ସେମିରେ ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟମଥର ଫାଇନାଲ୍ ଖେଳିବାକୁ ଲକ୍ଷ୍ୟ ରଖିଛି । ଯଦି କଙ୍ଗାରୁ ଟିମ୍ ଫାଇନାଲ୍କୁ ଯାଏ, ତାହେଲେ ୨୦୦୩ର ପୁନରାବୃତି ହେବ ।
ଫାଇନାଲ: ମୁହାଁମୁହି ହେବେ କି ଭାରତ-ଅଷ୍ଟ୍ରେଲିଆ?
୦୩ ପରେ ୨୩ରେ ହେବେ କି ଆମ୍ନା ସାମ୍ନା?
ଭାରତ
ଚାରିଥର ଫାଇନାଲ୍କୁ ଯାଇଛି ଭାରତ
ଦୁଇଥର ଜିତିଛି ବିଶ୍ୱକପ୍ ଟାଇଟଲ
୧୯୮୩ ଓ ୨୦୧୧ରେ ବିଶ୍ୱକପ୍ ଜିତିଥିଲା
୨୦୦୩ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆଠୁ ହାରିଥିଲା
ବିରାଟ, ରୋହିତ ଭଳି ଷ୍ଟାର କ୍ରିକେଟର୍ ରହିଛନ୍ତି ଟିମ୍ରେ
ନିଜ ମାଟିରେ ଅଷ୍ଟ୍ରେଲିଆକୁ ଚକ୍ମା ଦେବାରେ ସିଦ୍ଧହସ୍ତ ଭାରତ
ଅଷ୍ଟ୍ରେଲିଆ
୫ଥର ଜିତିଛି, ୭ଥର ଫାଇନାଲ୍କୁ ଯାଇଛି ଅଷ୍ଟ୍ରେଲିଆ
୧୯୮୭, ୧୯୯୯, ୨୦୦୩, ୨୦୦୭, ୨୦୧୫ ବିଶ୍ୱକପ୍ ଜିତିଥିଲା ଅଷ୍ଟ୍ରେଲିଆ
୧୯୯୯ରୁ ୨୦୦୭ ଯାଏଁ ହ୍ୟାଟ୍ରିକ୍ ଟାଇଟଲ୍ ଜିତିଛି କଙ୍ଗାରୁ ଦଳ
ବଡ଼ ମ୍ୟାଚ୍ରେ ମାଇଣ୍ଡ ଗେମ୍ ଖେଳେ ଅଷ୍ଟ୍ରେଲିଆ
ପ୍ରତିପକ୍ଷକୁ ମାତ୍ ଦେବାରେ ମାହିର ଅଷ୍ଟ୍ରେଲିଆ

The post ଭାରତ ସହ କିଏ ଖେଳିବ ବିଶ୍ୱକପ୍ ଫାଇନାଲ୍? ଇଡେନ୍ ଗାର୍ଡେନରେ ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା first appeared on Kanak News.

from Kanak News
via <a href="https://ifttt.com/?

ଗ୍ରୁପ ସଦସ୍ୟମାନେ ଆଉ ଭଏସ କଲ୍ ଦ୍ୱାରା ହେବେ ନାହିଁ ବିରକ୍ତି, ହ୍ୱାଟ୍ସଆପ ଆଣୁଛି ନୂଆ ଫିଚର୍ସ

କନକ ବ୍ୟୁରୋ : ହ୍ୱାଟ୍ସଆପରେ ଏବେ ଏକ ନୂଆ ଫିଚର୍ସ ଆସିବାକୁ ଯାଉଛି । ଯାହା ସାହାଯ୍ୟରେ ଉପଭୋକ୍ତାମାନଙ୍କ ବ୍ୟବହାର ଶୈଳିରେ ପରିବର୍ତ୍ତନ ହେବ । ଏହି ଫିଚର୍ସର ମୂଳ ଲକ୍ଷ୍ୟ ହେଉଛି ଉପଭୋକ୍ତାମାନଙ୍କର ଗୋପନୀୟତାକୁ ସୁରକ୍ଷିତ କରିବ । ଏହି ନୂତନ ହ୍ୱାଟ୍ସଆପ ଫିଚର୍ସ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କୁ ସୁବିଧା ମିଳିବ ।

ଏହା ହେଉଛି ହ୍ୱାଟ୍ସଅପର ନୂଆ ଭଏସ୍ ଚାଟ ଫିଚର୍ସ । ଏହି ନୂଆ ଫିଚର୍ସ ବଡ ବଡ କମ୍ପାନୀରେ ହେଉଥିବା ଗୃପ ଫୋନକଲ ଏବଂ ଅନେକ ଜରୁରୀ ବୈଠକରେ କୌଣସି ଅସୁବିଧାର ସମ୍ମୁଖୀନ ନହେବା ପାଇଁ ଏହାକୁ ନଜରରେ ରଖି ଏହି ନୂଆ ଫିଚର୍ସ ପ୍ରସ୍ତୁତ ହୋଇଛି । ଏହି ଫିଚର୍ସକୁ ପ୍ରଥମେ ବିଟା ସଂସ୍କରଣରେ ପୂର୍ବରୁ ଦେଖାଯାଇସାରିଛି ଏବଂ ବର୍ତମାନ ଏହି ଫିଚର୍ସକୁ ଆନୁଷ୍ଟାନିକ ଭାବରେ ନିଶ୍ଚିତକରା ହୋଇଛି । ଶୀଘ୍ର ଏହି ଫିଚର୍ସ ସମସ୍ତଙ୍କ ନିକଟକୁ ପହଂଚିବ ।

ହ୍ୱାଟ୍ସଆପର ଏହି ନୂଆ ଫିଚର୍ସ ଟିକେ ଭିନ୍ନ ଭାବରେ କାମ କରିବ । କାରଣ ଏହି ନୂଆ ଟେକ୍ନିକାଲ ଅପଡେଟରେ ଗୋଟିଏ ବଡ ଗ୍ରୁପ କଲରେ ୩୨ ଜଣ ରହିପାରିବେ । ଏବଂ ଗ୍ରୁପ କଲରେ ରହିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ରିଙ୍ଗ ବଦଳରେ କିଛି ବ୍ୟକ୍ତିଙ୍କୁ ପୁସ୍ କରିବା ପାଇଁ ନୋଟିଫିକେଶନ ଯିବ ।

ଥରେ କଲରେ ଯୋଗଦେବା ପରେ ଉପଭୋକ୍ତାମାନେ ଶୀର୍ଷରେ କଲ୍ କଣ୍ଟ୍ରୋଲ୍ ପାଇବେ । ଏହି କଲ୍ କରିବା ସମୟରେ ଉପଭୋକ୍ତାମାନେ ମେସେଜ୍, ଫୋଟୋ ମଧ୍ୟ ପଠାଇପାରିବେ ଏବଂ ବ୍ୟକ୍ତିଗତ ଚାଟିଂ ମଧ୍ୟ କରିପାରିବେ । ଏହି ଭଏସ୍ ଚାଟ୍ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ଫର୍ମାଟରେ ରହିବ ଯାହା ସୁରକ୍ଷାକୁ ଧ୍ୟାନରେ ରଖି ଏହି ଖାସ୍ ଫିଚର୍ସ ପ୍ରସ୍ତୁତ କରାଯାଇଛି ।

ଏହି ଫିଚର୍ସ କେବଳ ସେହି ଗୃପରେ କାମ କରିବ ଯେଉଁ ଥିରେ ୩୩ ରୁ ୧୨୮ ଅଂଶଗ୍ରହଣକାରୀ ଅନ୍ତର୍ଭୁକ୍ତ ଥିବେ । ଭାରତରେ କୋଟି କୋଟି ଲୋକଙ୍କ ସମେତ ଛୋଟ ଛୋଟ ପିଲା ମାନେ ମଧ୍ୟ ହ୍ୱାଟ୍ସଅପ ବ୍ୟବହାର କରନ୍ତି । ଏହି ନୂତନ ଫିଚର୍ସ ଦ୍ୱାରା ଅନେକ ବଡ ବଡ କମ୍ପାନୀ ରେ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଗ୍ରୁପ କଲ ରେ ଏହି ଫିଚର୍ସ ମାଧ୍ୟମରେ ଅନେକ ସାହାଯ୍ୟ ପାଇବେ ।

The post ଗ୍ରୁପ ସଦସ୍ୟମାନେ ଆଉ ଭଏସ କଲ୍ ଦ୍ୱାରା ହେବେ ନାହିଁ ବିରକ୍ତି, ହ୍ୱାଟ୍ସଆପ ଆଣୁଛି ନୂଆ ଫିଚର୍ସ first appeared on Kanak News.

from Kanak News
via <a href="https://ifttt.com/?

ବିବାଦରେ ପୂର୍ବତନ ପାକିସ୍ତାନୀ କ୍ରିକେଟର: କହିଲେ ହରଭଜନ ନେବାକୁ ଚାହୁଁଥିଲେ ଇସଲାମ ଧର୍ମ, ଇଞ୍ଜିମାମଙ୍କ ବୟାନ ପରେ ରାଗିଗଲେ ଭଜି

କନକ ବ୍ୟୁରୋ: ଚଳିତ ବିଶ୍ୱକପରୁ ବିଦା ହୋଇ ସାରିଛି ପାକିସ୍ତାନ । ଖରାପ ପ୍ରଦର୍ଶନ ଯୋଗୁଁ ଗ୍ରୁପ ଷ୍ଟେଜରୁ ବାହାର ହେବାକୁ ପଡିଛି । ପାକିସ୍ତାନ ୯ ମ୍ୟାଚରୁ କେବଳ ୪ଟି ମ୍ୟାଚରେ ବିଜୟୀ ହୋଇ ୫ନମ୍ବର ସ୍ଥାନରେ ରହିଥିଲା । ତେବେ ପାକିସ୍ତାନର ଏଭଳି ପ୍ରଦର୍ଶନରେ ନିରାଶ ହୋଇଛନ୍ତି ପୂର୍ବତନ ପାକ୍ କ୍ରିକେଟରଙ୍କ ସମେତ ଫ୍ୟାନମାନେ । ଦଳର ଏଭଳି ପରାଜୟକୁ ହଜମ କରି ପାରୁନାହାନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର । ତେଣୁ ଏବେ ସେମାନେ ଭାରତୀୟ କ୍ରିକେଟରଙ୍କୁ ନେଇ ବିବାଦୀୟ ବୟାନ ଦେଉଛନ୍ତି । ଏଭଳି ଏକ ବୟାନ ଦେଇ ଏବେ ଚର୍ଚ୍ଚାରେ ରହିଛନ୍ତି ଇଞ୍ଜିମାମ ଉଲହକ୍ ।
ଇଞ୍ଜାମାମ ଉଲହକ ପୂର୍ବତନ ଭାରତୀୟ ଖେଳାଳି ହରଭଜନ ସିଂଙ୍କୁ ନେଇ ଏମିତି ବୟାନ ଦେଇଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି । ଇଞ୍ଜିମାମ କହିଛନ୍ତି, ହରଭଜନ ସିଂ ମୌଲାନା ତାରିକ ଜମିଲଙ୍କୁ ନେଇ ବହୁ ପ୍ରଭାବିତ ହୋଇଥିଲେ । ସେ ଇସଲାମ ଧର୍ମ ବି ନେବାକୁ ଚାହିଁଥିଲେ । ମୌଲାନା ତାରିକ ଜମିଲ ଆମକୁ ସବୁବେଳେ ଭେଟିବାକୁ ଆସୁଥିଲେ । ସେଠାରେ ନମାନଜ ପଢିବାକୁ ଗୋଟେ ଘର ଥିଲା ସେ ସେଠାରେ ନମାଜ ପଢୁଥିଲେ । ଥରେ ଦିଥର ଇର୍ଫାନ ପଠାନ, ଜାହିର ଖାନ, ମହମ୍ମଦ କୈଫଙ୍କୁ ନମାଜ ପଢିବାକୁ ଡାକିଥିଲୁ । ସେଠାରେ ୨/୩ ଅନ୍ୟ ଭାରତୀୟ ଖେଳାଳି ବି ଆସି ସାମିଲ ହେଉଥିଲେ । ସେମାନେ ନମାଜ ପଢୁନଥିଲେ ହେଲେ ମୌଲାନାଙ୍କ କଥା ଶୁଣୁଥିଲେ ।

ଇଞ୍ଜାମାମ ଆହୁରି କହିଥିଲେ କି, ହରଭଜନ ଥରେ ମୋତେ କହିଥିଲେ କି ମୋ ମନ କହୁଛି ମୌଲାନା ଯାହା କହୁଛନ୍ତି ତାକୁ ମାନିନେବି । ମୁଁ ତାଙ୍କୁ କହିଥିଲି ତାହେଲେ ଅନୁସରଣ କର, ତମକୁ କିଏ ରୋକୁଛି । ଭଜି ଏହାର ଉତ୍ତର ଦେଇ କହିଥିଲେ ଆପଣଙ୍କୁ ଦେଖି ମୁଁ ଅଟକି ଯାଉଛି । ଆମେ ହିଁ ଆମ ଧର୍ମକୁ ପାଳନ କରିପାରୁନୁ । ଆମେ ଏଠାରେ ଦୋଷୀ ହେବା ଉଚିତ ।

କେବଳ ହରଭଜନ ନୁହେଁ ଇଞ୍ଜିମାମ ଏହା ଭିତରକୁ ପୂର୍ବତନ ୱେଷ୍ଟଇଣ୍ଡିଜ କ୍ରିକେଟର ବ୍ରାଏନ ଲାରାକୁ ବି ଟାଣିଛନ୍ତି । ସେ ଲାରାକୁ ନେଇ ବି ବିବାଦୀୟ ବୟାନ ଦେଇ କହିଛନ୍ତି, କରାଚିରେ ଟେଷ୍ଟ ମ୍ୟାଚ ବେଳେ ମହମ୍ମଦ ୟୁସୁଫ ବ୍ରାଏନ ଲାରାଙ୍କୁ ଖାଇବାକୁ ନିମନ୍ତ୍ରଣ ଦେଇଥିଲେ । ଆଉ ଏହି ସମୟରେ ଆହ୍ଲା ଆଉ ଇସଲାମ କଥା କହିଥିଲେ, ଯାହାକୁ ଶୁଣି ଚୁପ ହୋଇ ଯାଇଥିଲେ ଲାରା । ଆଉ କହିଥିଲେ ଯଦି ଜୀବନ ଜିଇଁବାର ଅଛି ତେବେ ଇସଲାମଙ୍କ ଭଳି ବଞ୍ଚିବା ଦରକାର ।

ତେବେ ଇଞ୍ଜିମାମଙ୍କ ଏହି ବୟାନ ଭାଇରାଲ ହେବା ପରେ ରାଗିଯାଇଛନ୍ତି ହରଭଜନ ସିଂ । ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି । ଏ କେଉଁ ନିଶା ଖାଇ କଥା କହୁଛନ୍ତି? ମୁଁ ଜଣେ ଭାରତୀୟ ଆଉ ଶିଭ ଭାବେ ବହୁତ ଗର୍ବ ଅନୁଭବ କରେ । ଏଭଳି ନିର୍ବୋଧ ଲୋକ କିଛି ବି ଗପୁଛନ୍ତି ।

ଇଞ୍ଜିମାମ ଉଲହକ ପାକିସ୍ତାନର ଚିଫ ସିଲେକ୍ଟର ରହିଥିଲେ । ଖରାପ ପ୍ରଦର୍ଶନ ପରେ ସେ ଏହି ପଦରୁ ଇସ୍ତଫା ଦେଇ ଦେଇଥିଲେ । ସେହିପରି ପାକିସ୍ତାନର ଏହି ପୂର୍ବତନ ଖେଳାଳିଙ୍କ ନାଁରେ ଦିନିକିଆ କ୍ରିକେଟରେ ପାକିସ୍ତାନ ପାଇଁ ସର୍ବାଧିକ ରନ କରିବାର ରେକର୍ଡ ରହିଛି । ସେହିପରି ଟେଷ୍ଟରେ ବି ତାଙ୍କର ସାନଦାର ରେକର୍ଡ ରହିଛି ।

The post ବିବାଦରେ ପୂର୍ବତନ ପାକିସ୍ତାନୀ କ୍ରିକେଟର: କହିଲେ ହରଭଜନ ନେବାକୁ ଚାହୁଁଥିଲେ ଇସଲାମ ଧର୍ମ, ଇଞ୍ଜିମାମଙ୍କ ବୟାନ ପରେ ରାଗିଗଲେ ଭଜି first appeared on Kanak News.

from Kanak News
via <a href="https://ifttt.com/?

୩ ଥର କରିଥିଲେ ଆତ୍ମହତ୍ୟା ଉଦ୍ୟମ, ଏବେ ନାଁ ଶୁଣିଲେ ଭୟରେ ଥରୁଛନ୍ତି ବିରୋଧୀ । ଜାଣନ୍ତୁ ମହମ୍ମଦ ସାମିଙ୍କ ସହ ହୋଇଥିଲା କଣ?

କନକ ବ୍ୟୁରୋ : ବିଶ୍ୱକପ ସେମିଫାଇନାଲରେ ନିଜର ଘାତକ ବୋଲିଂ ବଳରେ ପ୍ରତିଟି ଭାରତୀୟଙ୍କ ନଜରରେ ଏବେ ହିରୋ ସାଜିଛନ୍ତି ମହମ୍ମଦ ସାମି । ନ୍ୟୁଜିଲାଣ୍ଡ ବିପକ୍ଷରେ ୭ ୱିକେଟ ହାସଲ କରି ଭାରତକୁ ଫାଇନାଲରେ ଏଣ୍ଟ୍ରି କରାଇଛନ୍ତି ସାମି । ଏହାସହ ଅନେକ ନୂଆ ରେକର୍ଡ ଓ ଇତିହାସ ନିଜ ନାଁରେ କରିଛନ୍ତି ଭାରତର ଏହି ଦ୍ରୁତ ବୋଲର । ବିଶ୍ୱକପରେ ନୂଆ ଇତିହାସ ରଚିବା ପୂର୍ବରୁ ସାମିଙ୍କୁ ଅନେକ ସଂଘର୍ଷର ସୀମା ପାର କରିବାକୁ ପଡିଛି । ଯେଉଁ ସଂଘର୍ଷର ଯାତ୍ରାରେ ପରିବାରବର୍ଗଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ସେମିଫାଇନାଲ ଶାନଦାର ବୋଲିଂ କରିଥିବା ସାମି କେବେ  ଆତ୍ମହତ୍ୟା କରିବାକୁ ମଧ୍ୟ ଚିନ୍ତା କରୁଥିଲେ । ଥରେ ନୁହେଁ ବରଂ ୩ ଥର ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ ସାମି । ଯେଉଁ ସମୟ ସାମିଙ୍କ ପାଇଁ ବେଶ କଷ୍ଟଦାୟକ ଓ ଯନ୍ତ୍ରଣାଦାୟକ ରହିଥିଲା । କିନ୍ତୁ ସେହି କଠିନ ସ୍ଥିତିରୁ ବାହାରି ଶ୍ରେଷ୍ଠ ପ୍ରଦର୍ଶନ କରିବା ପଛର କାହାଣୀ ଜାଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ ।

ଗତ କିଛିବର୍ଷ ହେବ ସାମି ପାରିବାରିକ ବିବାଦରେ ଛନ୍ଦି ହୋଇପଡିଛନ୍ତି । ତେବେ କରୋନା ସମୟରେ ରୋହିତଙ୍କ ସହ ଭର୍ଚୁଆଲ ଆଲୋଚନାରେ ସାମି ଯାହା କହିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯଚକିତ କରିଦେବ । ଏହି ଆଲୋଚନାରେ ସାମି କହିଥିଲେ, ୨୦୧୫ ବିଶ୍ୱକପରେ ଆହତ ହେବା ପରେ ପୁଣିଥରେ ଟିମକୁ ଫେରିବାକୁ ମୋତେ ୧୮ ମାସ ସମୟ ଲାଗିଥିଲା ଏବଂ ଏହି ସମୟ ମୋ ଜୀବନର ସବୁଠୁ କଷ୍ଟଦାୟକ ସମୟ ଥିଲା । ପାରିବାରିକ ସମସ୍ୟା ଏହାକୁ ଦ୍ୱିଗୁଣିତ କରିଥିଲା । ଏହି ସମୟରେ ଆଇପିଏଲ ଖେଳିବାକୁ ୧୦ ଦିନ ବାକି ଥିବା ବେଳେ ମୋର ଗାଡି ଦୁର୍ଘଟଣା ହୋଇଥିଲା । ସେତେବେଳେ ମୋତେ ନେଇ ମିଡ଼ିଆରେ ନାନାଦି ଆଲୋଚନା ହେଲା ।

ସାମି କହିଛନ୍ତି, ସେହି ସମୟରେ ଯଦି ମୋତେ ପରିବାରର ସାଥ ମିଳିନଥାନ୍ତା ତେବେ ମୁଁ କ୍ରିକେଟ ଛାଡି ଦେଇଥାନ୍ତି । ଏପରିକି ସେହି ସମୟରେ ମୁଁ ୩ ଥର ଆତ୍ମହତ୍ୟା କରିବାକୁ ମଧ୍ୟ ଚିନ୍ତା କରିଥିଲି । କିନ୍ତୁ ସେତେବେଳେ ମୋର ପରିବାରର ସଦସ୍ୟ ମୋ ଉପରେ ନଜର ରଖିବାକୁ ପାଖେ ପାଖେ ରହୁଥିଲେ । ମୋ ଘର ୨୪ ମହଲା ଉପରେ ଥିଲା । କାଳେ ମୁଁ ଆପାର୍ଟମେଣ୍ଟରୁ ଯେପରି ଡେଇଁନପଡେ ସେଥିପାଇଁ ଅଧିକାଂଶ ସମୟ ପରିବାରର କେହି ନା କେହି ମୋ ଆଖପାଖରେ ରହୁଥିଲେ । ସେତେବେଳେ ମୋ ପରିବାରର ସହଯୋଗ ହିଁ ମୋର ମନୋବଳ ବଢାଇଥିଲା । ସମସ୍ତେ ଖେଳରେ ଧ୍ୟାନ ଦେବାକୁ କହୁଥିଲେ । ଚାପରେ ଥିବାରୁ କଣ କେତେବେଳେ କରୁଥିଲି ତାହା ମଧ୍ୟ ଠିକରେ ଜାଣିପାରୁନଥିଲି । ଅନେକ ସମୟରେ ଭାରି ଦୁଃଖ ଅନୁଭବ ହେଉଥିଲା । କିନ୍ତୁ ମୋ ଭାଇ, ବନ୍ଧୁ ଓ ପରିବାରବର୍ଗ କେହି ମୋର ହାତ ଛାଡିନଥିଲେ । ସେହି ସମୟରେ ଯଦି ମୋ ପାଖରେ କେହି ନଥାନ୍ତେ ତେବେ ସ୍ଥିତି କିଛି ଭିନ୍ନ ହୋଇଥାନ୍ତା । ଏଭଳି ଏକ କଠିନ ପରିସ୍ଥିତିରୁ ବାହାରି ବିଶ୍ୱକପରେ ଶ୍ରେଷ୍ଠ ବୋଲର ଭାବେ ନିଜକୁ ପ୍ରତିପାଦିତ କରିବା ଛୋଟ ସଫଳତା ନୁହେଁ । ଯାହାକୁ ସମ୍ଭବ କରି ଦେଖାଇଛନ୍ତି ମହମ୍ମଦ ସାମି ।

ଏହାସହ ନ୍ୟୁଜିଲାଣ୍ଡ ବିପକ୍ଷରେ ୭ ୱିକେଟ ହାସଲ କରି ଅନେକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ସାମି । ବିଶ୍ୱକପରେ ସର୍ବାଧିକ ଥର ୫ ୱିକେଟ ହାସଲ କରିଛନ୍ତି ମହମ୍ମଦ ସାମି । ସେହିଭଳି ଗୋଟିଏ ବିଶ୍ୱକପରେ ଭାରତୀୟ ବୋଲର ଭାବେ ସର୍ବାଧିକ ୱିକେଟ ହାସଲ କରି ଜାହିର ଖାନଙ୍କ ରେକର୍ଡ ଭାଙ୍ଗିଛନ୍ତି ସାମି । ଏହାପୂର୍ବରୁ ଜାହିର ୨୦୧୧ ବିଶ୍ୱକପରେ ୨୧ଟି ୱିକେଟ ହାସଲ କରିଥିଲେ । ସାମି ଏବେସୁଦ୍ଧା ଚଳିତ ବିଶ୍ୱକପରେ ୨୩ଟି ୱିକେଟ ହାସଲ କରିଛନ୍ତି ।

The post ୩ ଥର କରିଥିଲେ ଆତ୍ମହତ୍ୟା ଉଦ୍ୟମ, ଏବେ ନାଁ ଶୁଣିଲେ ଭୟରେ ଥରୁଛନ୍ତି ବିରୋଧୀ । ଜାଣନ୍ତୁ ମହମ୍ମଦ ସାମିଙ୍କ ସହ ହୋଇଥିଲା କଣ? first appeared on Kanak News.

from Kanak News
via <a href="https://ifttt.com/?

ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହୋଇ କ୍ଷମା ପ୍ରାର୍ଥନା କଲେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ: ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପାଇଁ ନିଯୁକ୍ତ ହେବେ ନିୟମିତ ନିର୍ଦ୍ଦେଶକ

କନକ ବ୍ୟୁରୋ: ହାଇକୋର୍ଟକୁ କ୍ଷମା ମାଗିଲେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ । ବ୍ୟକ୍ତିଗତ ହାଜର ହୋଇ ଅଦାଲତ ଅବମାନନା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ସରୋଜ କୁମାର ମିଶ୍ର । ଆସନ୍ତା ଡିସେମ୍ବର ମାସ ପ୍ରଥମ ସପ୍ତାହ ସୁଦ୍ଧା ଆଚାର୍ଯ୍ୟ ହରିହର କେନ୍ଦ୍ରରେ ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ଦେବା ନେଇ କୋର୍ଟକୁ ଅବଗତ କରାଇଛନ୍ତି । ଆଇନଜୀବୀ ଚିତରଂଜନ ମହାନ୍ତିଙ୍କ ପକ୍ଷରୁ ଅଦାଲତ ଅବମାନନା ନେଇ ଆବେଦନ କରାଯାଇଥିଲା । ଏହାପରେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଗତ ସେପ୍ଟେମ୍ବର ୨୦ ତାରିଖରେ ନିର୍ଦ୍ଦେଶକ ଥିବା ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀଙ୍କୁ ପୁଣିଥରେ ନିର୍ଦ୍ଦେଶକ ପଦ ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ ।

The post ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହୋଇ କ୍ଷମା ପ୍ରାର୍ଥନା କଲେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ: ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପାଇଁ ନିଯୁକ୍ତ ହେବେ ନିୟମିତ ନିର୍ଦ୍ଦେଶକ first appeared on Kanak News.

from Kanak News
via <a href="https://ifttt.com/?

ପ୍ଳିଜ ଆପଣ ଫାଇନାଲ ମ୍ଯାଚ ଦେଖିବେନି । କଣ ପାଇଁ ଫ୍ୟାନମାନେ ଏମିତି କହିଲେ ବିଗ ବି’ ଙ୍କୁ ?

ଅମିତାଭ ବଚ୍ଚନ ଏପରି ଏକ ଟୁଇଟ୍ କରିଛନ୍ତି ଯେ ଏହା କିଛି ମିନିଟ୍ ମଧ୍ୟରେ ଭାଇରାଲ୍ ହୋଇଯାଇଥିଲା । ଏହି ଟୁଇଟରେ ଅମିତାଭ ଏପରି କିଛି କହିଛନ୍ତି ଯେ ପ୍ରଶଂସକମାନେ ତାଙ୍କୁ ବିଶ୍ୱକପ ଫାଇନାଲ ମ୍ୟାଚ ନ ଦେଖିବା ପାଇଁ ନିବେଦନ କରୁଛନ୍ତି ।

ବିଗ୍ ବି’ ଙ୍କର  ଏହି ଟ୍ୱିଟରେ କ’ଣ କହିଥିଲେ ?

ସେମିଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଫାଇନାଲ ମ୍ୟାଚରେ ପ୍ରବେଶ କରିବା ମାତ୍ରେ ସମଗ୍ର ଦେଶ ଉତ୍ସବ ପାଳନ କରିଥିଲା । ଏହି ମ୍ୟାଚ୍ ଦେଖିବା ପାଇଁ ଅନେକ ବଲିଉଡ ତାରକା ଷ୍ଟାଡିୟମରେ ପହଞ୍ଚିଥିଲେ । ଦଳକୁ ଉତ୍ସାହିତ କରୁଥିବା ଏହି ତାରକାଙ୍କ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଏହି ସମୟରେ ଦଳକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବାବେଳେ ଅମିତାଭ ବଚ୍ଚନ ଟ୍ୱିଟ୍ କରି କହିଛନ୍ତି ଯେ ଲୋକମାନେ ସେମାନଙ୍କର ଅନ୍ତିମ ମ୍ୟାଚ୍ ନ ଦେଖିବା ପାଇଁ ନିବେଦନ କରୁଛନ୍ତି ।

କଣ ରହିଛି ଏହି ପୁରା ମାମଲା ?

https://platform.twitter.com/widgets.js

ଅମିତାଭ ବଚ୍ଚନ ଏମିତି ଟୁଇଟ୍ କରିଛନ୍ତି

ଭାରତ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିବା ମାତ୍ରେ ସମଗ୍ର ସୋସିଆଲ ମିଡିଆ ଅଭିନନ୍ଦନରେ ପରିପୂର୍ଣ୍ଣ ହୋଇଯାଇଥିଲା । ଏହି ସମୟରେ ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । କିନ୍ତୁ ସେ ଏହି ଟ୍ୱିଟରେ ଏପରି କଥା କହିଛନ୍ତି ଯେ ତାଙ୍କ ଟ୍ୱିଟ କିଛି ମିନିଟ ମଧ୍ୟରେ ଭାଇରାଲ ହୋଇଛି ଏବଂ ବର୍ତ୍ତମାନ କମେଣ୍ଟ କରି ସମସ୍ତେ ତାଙ୍କୁ ଫାଇନାଲ ମ୍ୟାଚ୍ ନ ଦେଖିବାପାଇଁ ଅନୁରୋଧ କରୁଛନ୍ତି । ଅମିତାଭ ବଚ୍ଚନ ଟ୍ୱିଟ୍ କରିଛନ୍ତି- ‘ଯେତେବେଳେ ମୁଁ ମ୍ୟାଚ୍ ଦେଖେ ନାହିଁ, ସେତେବେଳେ ଆମେ ଜିତୁ।’

ପ୍ରଶଂସକମାନେ ଏହିପରି ପ୍ରତିକ୍ରିୟା କରୁଛନ୍ତି

ଅମିତାଭ ବଚ୍ଚନଙ୍କ ଏହି ଟୁଇଟ୍ ଜଙ୍ଗଲୀ ନିଆଁ ପରି ବ୍ୟାପିବାରେ ଲାଗିଛି । ସମସ୍ତେ ଏହି ଟୁଇଟ୍ ଉପରେ କ୍ରମାଗତ ଭାବରେ ପ୍ରତିକ୍ରିୟା କରୁଛନ୍ତି ଏବଂ ତାଙ୍କୁ ଫାଇନାଲ୍ ମ୍ୟାଚ୍ ନଦେଖିବାକୁ କହୁଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି- ‘ଯଦି ଆପଣ ଫାଇନାଲ୍ ମ୍ୟାଚ୍ ଦେଖନ୍ତି, ତେବେ ଆପଣ ସେହି ଦିନଠାରୁ ମୁଁ କେବିସି ଦେଖିବି ନାହିଁ ।’ ଅନ୍ୟ ଜଣେ ଫ୍ୟାନ ଲେଖିଛନ୍ତି- ‘ଆପଣଙ୍କୁ ଆପଣଙ୍କ ବାପାଙ୍କ ରାଣ , ପ୍ଳିଜ ଫାଇନାଲ ମ୍ଯାଚ ଦେଖିବେନି ।‘ ଫାଇନାଲ ମ୍ୟାଚ୍ ୧୯ ନଭେମ୍ବରରେ

ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ୧୯

ନଭେମ୍ବରରେ ଖେଳାଯିବା । ଏହି ଫାଇନାଲ ମ୍ୟାଚ୍ ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ବିଗ୍ ବି’ ଶେଷ ଥର ପାଇଁ ଫିଲ୍ମ ‘ଗଣପତି’ରେ ଦେଖିବାକୁ ମିଳିଥିଲା। ଏଥିରେ ଟାଇଗର ଶ୍ରଫ ମୁଖ୍ୟ ଭୂମିକାରେ ଥିଲେ। ଟାଇଗର ଏହି ଫିଲ୍ମକୁ ବହୁତ ପ୍ରମୋଟ୍ କରିଥିଲେ କିନ୍ତୁ ଫିଲ୍ମଟି ଫ୍ଲପ୍ ହୋଇଥିଲା ।

The post ପ୍ଳିଜ ଆପଣ ଫାଇନାଲ ମ୍ଯାଚ ଦେଖିବେନି । କଣ ପାଇଁ ଫ୍ୟାନମାନେ ଏମିତି କହିଲେ ବିଗ ବି’ ଙ୍କୁ ? first appeared on Kanak News.

from Kanak News
via <a href="https://ifttt.com/?

ଖବର ବାଜିଲା, ବୃଦ୍ଧାଙ୍କ ମୁହଁରେ ହସ ଫୁଟିଲା । ସୁନ୍ଦରଗଡର ୬୮ ବର୍ଷୀୟ ଦିବ୍ୟାଙ୍ଗଙ୍କୁ ମିଳିଲା ଟ୍ରାଇସାଇକେଲ । ଆଧାର ସଂଯୋଗ ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିଲେ ଟେରସା ବାର୍ଲା ।

କନକ ବ୍ୟୁରୋ : ଖବର ବାଜିଲା ସହାୟତା ମିଳିଲା । ଗୁରୁଣ୍ଡି ଗୁରୁଣ୍ଡି ଆଧାର ଲିଙ୍କ କରିବାକୁ ଆସିଥିବା ବୃଦ୍ଧା ଟେରେସା ବାର୍ଲାଙ୍କୁ ମିଳିଲା ଟ୍ରାଇ-ସାଇକେଲ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପ୍ରଶାସନ ବୃଦ୍ଧାଙ୍କୁ ଟ୍ରାଇ-ସାଇକେଲ ପ୍ରଦାନ କରିଛି ।

ପୂର୍ବରୁ ଆଧାର ସଂଯୋଗ ନଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଇପାରିନଥିଲେ ୬୮ ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧା । ଆଧାର ସଂଯୋଗ ପାଇଁ ୩୦ କିଲୋମିଟର ଦୂର ଆଧାର ସଂଯୋଗ କେନ୍ଦ୍ରକୁ ଗୁରୁଣ୍ଡି ଗୁରୁଣ୍ଡି ଯାଇଥିଲେ । ଅଧାବାଟରୁ ବୃଦ୍ଧାଙ୍କୁ ଦେଖି ଗ୍ରାହକ ସେବା କେନ୍ଦ୍ରକୁ ନେଇଥିଲେ ସାମ୍ବାଦିକ । ଟେରସା ବାର୍ଲା ଅସୁସ୍ଥ ଥିବାରୁ ଗାଁ ପାଖ ବୈଦ୍ୟଙ୍କୁ ଦେଖାଇବାକୁ ଯାଇଥିଲେ । ଚିକିତ୍ସା ପାଇଁ ବୈଦ୍ୟ ପାଉଣା ମାଗିଥିଲେ । ଏଥିପାଇଁ ଗ୍ରାହକ ସେବା କେନ୍ଦ୍ରକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ସେଠାରେ ଆଧାର ସଂଯୋଗ ହୋଇନପାରିବାରୁ ବ୍ୟାଙ୍କକୁ ଯିବା ପାଇଁ କୁହାଯାଇଥିଲା । ତେଣୁ ସେ ୩୦ କିଲୋମିଟର ଦୂର ବ୍ୟାଙ୍କକୁ ଯିବାକୁ ବାହାରିଥିଲେ । କୁତ୍ରା ବଜାରରେ ସାମ୍ବାଦିକ ଦେଖି ତାଙ୍କୁ ନିକଟରେ ଥିବା ଗ୍ରାହକ ସେବା କେନ୍ଦ୍ରକୁ ନେଇଥିଲେ । ସେଠାରେ ଯାଂଚ ପରେ ବୃଦ୍ଧାଙ୍କ ଖାତାରେ ଆଧାର ସଂଯୋଗ ଥିବା ଜଣାପଡ଼ିଥିଲା । ଏହି ଖବର କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ଯାହା ପରେ ପ୍ରଶାସନ ସହାୟତାର ହାତ ବଢ଼ାଇଛି ।

The post ଖବର ବାଜିଲା, ବୃଦ୍ଧାଙ୍କ ମୁହଁରେ ହସ ଫୁଟିଲା । ସୁନ୍ଦରଗଡର ୬୮ ବର୍ଷୀୟ ଦିବ୍ୟାଙ୍ଗଙ୍କୁ ମିଳିଲା ଟ୍ରାଇସାଇକେଲ । ଆଧାର ସଂଯୋଗ ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିଲେ ଟେରସା ବାର୍ଲା । first appeared on Kanak News.

from Kanak News
via <a href="https://ifttt.com/?

ଡାକ୍ତର ବିକୁଥିଲେ ଧଳାଜହର ।ଯାଜପୁରର ଦାନ୍ତ ଡାକ୍ତରଙ୍କ ସମେତ ୩ ଜଣଙ୍କୁ ବାନ୍ଧିଲା ପୋଲିସ ।

କନକ ବ୍ୟୁରୋ : ଦାନ୍ତ ଡାକ୍ତର ବିକୁଥିଲେ ବ୍ରାଉନ୍ ସୁଗାର । ବିକ୍ରି ବେଳେ ମାଡି ବସିଲା ପୋଲିସ । ଯାଜପୁର ସହରର ଡାକ୍ତର ନିଗମାନନ୍ଦ ଖଟୁଆଙ୍କୁ ଗିରଫ କରିଛି ପୋଲିସ । ଡାକ୍ତରଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି । ତାଙ୍କଠାରୁ ୨୫ ଗ୍ରାମର ବ୍ରାଉନ ସୁଗର ଜବତ କରିଛି ଯାଜପୁର ଟାଉନ ଥାନା ପୋଲିସ । ଜବତ ବ୍ରାଉନସୁଗାର ମୂଲ୍ୟ ଅଢେଇ ଲକ୍ଷ୍ୟ ଟଙ୍କା ହେବ ।

ସୂଚନା ଅନୁସାରେ, ଦାନ୍ତ ଡାକ୍ତର ନିଗମାନନ୍ଦ ଯାଜପୁର ଟାଉନ ଥାନା ମହାବୀର ଛକରେ କ୍ଲିନିକ୍ କରିଛନ୍ତି । ଗତକାଲି ସୁନ୍ଦରେଇ ମୁହଁ ଛକ ନିକଟରେ ବ୍ରାଉନସୁଗାର ବିକୁଥିବା ବେଳେ ଗିରଫ ହୋଇଥିଲେ । ଗିରଫ ଅନ୍ୟ ଅଭିଯୁକ୍ତମାନେ ହେଲେ ଟାଉନ ଥାନା ଅଂଚଳର ସନ୍ଦୀପ କୁମାର ମଲ୍ଲିକ ଓ ରକ୍ଷାକର ଦୀକ୍ଷିତ । ତେବେ ଡାକ୍ତର କେଉଁଠୁ ବ୍ରାଉନସୁଗାର ଆଣୁଥିଲେ ଏବଂ କେତେ ଦିନ ହେବ ଏହି କାରବାର କରୁଥିଲେ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଡାକ୍ତର ବ୍ରାଉନସୁଗାର ବିକିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।

The post ଡାକ୍ତର ବିକୁଥିଲେ ଧଳାଜହର ।ଯାଜପୁରର ଦାନ୍ତ ଡାକ୍ତରଙ୍କ ସମେତ ୩ ଜଣଙ୍କୁ ବାନ୍ଧିଲା ପୋଲିସ । first appeared on Kanak News.

from Kanak News
via <a href="https://ifttt.com/?

ହସ୍ପିଟାଲ ଭିତରେ ହମାସର ଅସ୍ତ୍ରଶସ୍ତ୍ର ।ମେଡିକାଲ ଭିତରେ ଲୁଚି ରହି ଆକ୍ରମଣ କରୁଥିଲା ହମାସ । ପର୍ଦ୍ଦାଫାସ କଲା ଇସ୍ରାଏଲ ସେନା

କନକ ବ୍ୟୁରୋ: ଗାଜା ପଟିରେ ଥିବା ହମାସର ଅଲ ସିଫା ହସ୍ପିଟାଲରେ ଇସ୍ରାଏଲ ସେନା । ହସ୍ପିଟାଲରେ ହମାସର ମୁଖ୍ୟାଳୟ ଥିବା ଦାବି କରି ଆସୁଥିବା ଇସ୍ରାଏଲ ଏବେ ଭିଡିଓ ପ୍ରମାଣ ଜାରି କରିଛି । ସେନାଧିକାରୀ ହମାସର ଆଡ୍ଡା ଖୋଜି ବାହାର କରିବା ପରେ ଏହା ସ୍ଥିତି ସମ୍ବନ୍ଧରେ ଟିକିନିକି କରି ବୁଝାଉଛନ୍ତି । ଏପରିକି କିଛି ଭିଡିଓ ଜାରି କରି ଇସ୍ରାଏଲ କହିଛି ହସ୍ପିଟାଲ ଭିତରେ ହମାସ ସୁଡ଼ଙ୍ଗ ରହିଛି । ସୁଡ଼ଙ୍ଗରେ ଲାଗିଛି ବୁଲେଟପ୍ରୁଫ୍ କବାଟ । ଭାରିମାତ୍ରାର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ପଣବନ୍ଦୀଙ୍କୁ ଏଠାରେ ରଖିଥିଲା ହମାସ ।

କୁହାଯାଉଛି ହସ୍ପିଟାଲରେ ହମାସର ଆଡ୍ଡା ଥିବା ପ୍ରଥମେ ଆମେରିକା ଗୁଇନ୍ଦା ସଂସ୍ଥା ସୂଚନା ଦେଇଥିଲା । ଏହା ଆଧାରରେ ଇସ୍ରାଏଲ ସେନା ଏବେ ଅଲଶିଫା ହସ୍ପିଟାଲକୁ ଚାରିପଟୁ ଘେରି ରଖିଛି । ହସ୍ପିଟାଲରେ ଅନେକ ରୋଗୀ ଥିବାରୁ ସେମାନଙ୍କ ସୁରକ୍ଷା ନେଇ ଚିନ୍ତା ବଢିଛି । ଜବାବରେ ଇସ୍ରାଏଲ ସେନା କହିଛି ଆମ ଯୁଦ୍ଧ କେବଳ ହମାସ ସହ । ସାଧାରଣ ନାଗରିକଙ୍କ ଜୀବନ ରକ୍ଷା ଓ ପଣବନ୍ଦୀକୁ ମୁକୁଳାଇବା ଆମ ପ୍ରାଥମିକତା । ସ୍ଥିତିକୁ ଦୃଷ୍ଟିରେ ରଖି ହମାସକୁ ଟାର୍ଗେଟ କରାଯାଉଛି । ରୋଗୀଙ୍କ ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଭିଡିଓ ମଧ୍ୟ ଜାରି କରିଛି ଇସ୍ରାଏଲ । ସେହିପରି ଆଇଡିଏଫ ଆଉ ଏକ ଭିଡିଓ ଜାରି କରିଛି । ହମାସର ଅନ୍ୟତମ କମାଣ୍ଡର ଇସମାଇଲ ହାନିୟେକୁ ନିପାତ କରାଯାଇଥିବା କହିଛି ସେନା । ଭିଡିଓରେ କମାଣ୍ଡର ଠିକଣା ଉପରେ ଏୟାରଷ୍ଟ୍ରାଇକ ସମୟର ଦୃଶ୍ୟ ଦେଖିବାକୁ ମିଳିଛି ।

The post ହସ୍ପିଟାଲ ଭିତରେ ହମାସର ଅସ୍ତ୍ରଶସ୍ତ୍ର ।ମେଡିକାଲ ଭିତରେ ଲୁଚି ରହି ଆକ୍ରମଣ କରୁଥିଲା ହମାସ । ପର୍ଦ୍ଦାଫାସ କଲା ଇସ୍ରାଏଲ ସେନା first appeared on Kanak News.

from Kanak News
via <a href="https://ifttt.com/?

୫୦୦ ବର୍ଷ ପରେ ଜାଗ୍ରତ ହେବ ଏହି ସୁପ୍ତ ଆଗ୍ନେୟଗିରି । ଘଟିବ ବିସ୍ଫୋରଣ, ଯାଇପାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ

କନକ ବ୍ୟୁରୋ : ପୃଥିବୀ ପୃଷ୍ଠରେ ଅନେକ ଜ୍ୱାଳାମୁଖୀ ରହିଛି। କିଛି ଶାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଜ୍ୱାଳାମୁଖୀର ଉଦ୍ଗିରଣ ସମୟ ନିକଟତର ହେଲାଣି ।ଅତୀତରେ ଇଟାଲୀର ପୋମ୍ପି ନାମକ ସହରକୁ ନଷ୍ଟ କରି ଦେଇଥବା ମାଉଣ୍ଟ ବେସୁବିୟସ ହେଉଛି ଇଟାଲୀର ପ୍ରମୁଖ ସକ୍ରିୟ ଜ୍ୱାଳାମୁଖୀ । ହେଲେ ବର୍ତ୍ତମାନ କେମ୍ପି ଫ୍ଲେଗ୍ରେରୀ ଅତି ଭୟଙ୍କର ହେବାରେ ଲାଗିଛି। ପ୍ରାୟ ୨୦୦ କିଲୋମିଟର ବିସ୍ତୃତ ଏହି ଜ୍ୱାଳାମୁଖୀ ଅଂଚଳରେ ଅନେକ ପୁରାତନ ସହର ଅବସ୍ଥାପିତ । ଏହା ଇଟାଲୀର ପ୍ରମୁଖ ସହର ନେପଲସକୁ ସଂଯୋଗ କରୁଥିବା ବେଳେ ସେଠାରେ ୨ ଟି ଦ୍ବୀପ ମଧ୍ୟ ରହିଛି ।

ପାଖା ପାଖି ୨୦ ବର୍ଷ ପୂର୍ବରୁ ଏହି ଅଂଚଳରେ ବିଶାଳ ଜ୍ୱାଳାମୁଖୀ ସତେଜ ଥିଲା । ହେଲେ ସମୟ ସହ ଥଣ୍ଡା ପଡିଯିବାରୁ ଲୋକ ମାନେ ବସ ବାସ ଆରମ୍ଭ କଲେ । ସେଠାରେ ଥିବା ଜ୍ୱାଳାମୁଖୀ ଯୋଗୁ କାଳଡେରା ନାମରେ ଏକ ବିଶାଳ ଗର୍ତ ରହିଛି । କିନ୍ତୁ ଥଣ୍ଡା ପଡିଯାଇଥିବା ହେତୁ ସେଠାରେ ସବୁଜିମା ସହର ଗଢି ଉଠିଛି ।

ଜ୍ୱାଳାମୁଖୀ ଅଂଚଳରେ ୮ ଲକ୍ଷର ଜନବସତି ଥିଵା ସହ ଛୋଟ ବଡ ଗାଁ, କମପ୍ଲେକ୍ସ, ବଙ୍ଗଳା ଓ ସପିଙ୍ଗ ମଲ ରହିଛି । ଅନେକ ଆଗ୍ନେୟଗିରି ପାଣି ଭିତରେ ଥିବାରୁ ସମସ୍ତେ ଏହାକୁ ସାଧାରଣ ଭାବେ ଗ୍ରହଣ କରିଥାନ୍ତି । ହେଲେ ଅନୁସନ୍ଧାନରୁ ଜଣା ଯାଉଛି କି ସେ ଭିତରୁ ପ୍ରାୟ ୫ ଲକ୍ଷ ଲୋକ ଏବେ ବିପଦ ସଂକୁଳ ଅବସ୍ଥାରେ ଅଛନ୍ତି, କାରଣ ଏହି ଘର ଓ ଜନବସତି ଗୁଡିକ ଜ୍ୱାଳା ମୁଖିର ଅତି ନିକଟରେ ରହିଛି । ଯାହା କି ନେପଲସର ୩୦ ଲକ୍ଷ ଲୋକଙ୍କୁ ମଧ୍ୟ ବିପଦରେ ପକାଇପାରେ।

୧୫୮୩ ମସିହାରେ ଶେଷଥର ପାଇଁ କେମ୍ପି ପେଲେଗ୍ରେରୀରେ ଆଗ୍ନେୟଗିରି ବିସ୍ଫୋରଣ ହୋଇଥିଲା । ହେଲେ ଇଟାଲୀର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଜିଓ ଫିଜିକ୍ସ ଆଣ୍ଡ ଟେକ୍ନୋଲୋଜିର ରିସର୍ଚ୍ଚ ମୁତାବକ ନିକଟରେ ଅନୁଧ୍ୟାନ କରାଯାଇଥିବା କିଛି ଭୂମିକମ୍ପ ଗତିବିଧିରୁ ନିକଟ ଅତୀତରେ ଜ୍ୱାଳାମୁଖୀ ପୁଣି ଜାଗ୍ରତ ହୋଇପାରେ ବୋଲି ଜଣା ପଡିଛି ।

ସେହି ହିସାବରେ ଚଳିତ ବର୍ଷ ବର୍ତମାନ ପର୍ୟ୍ୟନ୍ତ ୩୪୫୦ ରୁ ଅଦଜିକା ଭୁକମ୍ପ ରେକର୍ଡ କରା ଯାଇଥିବା ବେଳେ ସେ ମଧ୍ୟରୁ କେବଳ ଅଗଷ୍ଟ ମାସରେ ହିଁ ପ୍ରାୟ ୧୧୦୦ ଟି ଅନୁଭୂତ ହୋଇଛି । ଏହା ଗତ ବର୍ଷ ଠାରୁ ୩ ଗୁଣ ଅଧିକ ହୋଇଥିବା ବେଳେ ଅକ୍ଟୋବର ମାସରେ ୫୦୦ ଥର ଝଟକା ଅନୁଭବ ହେଲାଣି । ଏଣୁ ସ୍ଥାନୀୟ ବାସିନ୍ଦା ମାନେ ନିଜକୁ ଆଗାମୀ ପ୍ରାକୃତିକ ଦୁର୍ବିପାକ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ବିଶେଷଜ୍ଞ ମାନେ ମତ ଦେଉଛନ୍ତି ।

The post ୫୦୦ ବର୍ଷ ପରେ ଜାଗ୍ରତ ହେବ ଏହି ସୁପ୍ତ ଆଗ୍ନେୟଗିରି । ଘଟିବ ବିସ୍ଫୋରଣ, ଯାଇପାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started