ପର କରିଦେଲେ ୫ ପୁଅ : ପରିଣତ ବୟସରେ ଆଶ୍ରୟ ଓ ସାହାରା ପାଇଲେନି ବୃଦ୍ଧ

କନକ ବ୍ୟୁରୋ : ପର କରିଦେଲେ ୫ ପୁଅ । ଅସହ୍ୟ ହେଲା ପୁଅମାନଙ୍କ ଗାଳି । ପରିଣତ ବୟସରେ ଆଶ୍ରୟ ଓ ସାହାରା ଦେବା ବଦଳରେ ଦେଉଥିଲେ ଯନ୍ତ୍ରଣା । ପୁଅ ପର କରି ଦେବା ପରେ ଜଗତର ନାଥ ଜଗନ୍ନାଥ, କାଳିଆ ପୁଅ ପାଖକୁ ଚାଲିଲେ ଖୋର୍ଦ୍ଧାର ଭଗବାନ ସାହୁ । ଟାଙ୍ଗି ଦେଉଳପାଟଣା ଗାଁର ଭଗବାନ ସାହୁଙ୍କ ବୟସ ୮୮ ବର୍ଷ ।

ନ ଖାଇ ନ ପିଇ ଆଖିରେ ଆଖିଏ ଲୁହ ନେଇ ବର୍ଷାରେ ଭିଜି ଭିଜି ଭୁବନେଶ୍ୱର ପୁରୀ ଜାତୀୟ ରାଜପଥରେ ଯାଉଥିଲେ । ଏହି ସମୟରେ ସତ୍ୟବାଦୀର ଏକ ସାମାଜିକ ଅନୁଷ୍ଠାର କୁଶ ଚନ୍ଦ୍ରଙ୍କ ତତ୍ୱାବଧାନରେ ତାଙ୍କୁ ଉଦ୍ଧାର କରାଯାଇଛି । ପରିବାର ଲୋକଙ୍କ ନିର୍ଯାତନା ସହି ନପାରି ଘର ଛାଡି ପଳାଇ ଆସିଥିବା କହିଥିଲେ ଭଗବାନ । ୫ ପୁଅ ପର କଲା ପରେ କାଳିଆ ପୁଅ ପାଖକୁ ଯାଉଥିବା କହିଛନ୍ତି ଭଗବାନ ସାହୁ ।

from Kanak News
via <a href="https://ifttt.com/?

ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର : ପ୍ରଭାବରେ ଓଡ଼ିଶା ଉପକୂଳର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା; ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା

କନକ ବ୍ୟୁରୋ : ୱେଲ ମାର୍କଡ୍ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ  । ବର୍ତ୍ତମାନ ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି  । ଏହା ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି  । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି  । ୧୧ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ୧୮ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି  । ବୀରମହାରାଜପୁରରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି  ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଲଘୁଚାପ ପ୍ରଭାବରୁ ଶୁକ୍ରବାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର ଓ ଦେବଗଡ଼ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି, ସୋନପୁର, ବୌଦ୍ଧ, ଅନୁଗୁଳ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ । ୨୪ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି, କୋରାପୁଟ, ବରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

୨୫ ତାରିଖ ଦିନ ମୟୂରଭଞ୍ଜ ଓ କେନ୍ଦୁଝର ଏବଂ ୨୬ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଣୁ ଆସନ୍ତା ୪ ଦିନ ପାଇଁ ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

from Kanak News
via <a href="https://ifttt.com/?

ମେଣ୍ଟିଲା ପଞ୍ଜାବ କଂଗ୍ରେସର କନ୍ଦଳ । ଏକାଠି ହେଲେ ସିଦ୍ଧୁ ଓ କ୍ୟାପଟେନ, ଅନ୍ନଦାତାଙ୍କ ସ୍ୱାର୍ଥକୁ ଫୋକସ

କନକ ବ୍ୟୁରୋ : ଶେଷରେ ମେଣ୍ଟିଲା ପଞ୍ଜାବ କଂଗ୍ରେସର କନ୍ଦଳ । ଏକାଠି ବସି ଚା ପିଇଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ରାଜ୍ୟ କଂଗ୍ରେସର ନବ ନିଯୁକ୍ତ ଅଧ୍ୟକ୍ଷ ନବଜୋତସିଂ ସିଦ୍ଧୁ । ଆଜି ନବଜୋତସିଂ ସିଦ୍ଧୁ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ଏକ ଚା ପାର୍ଟିର ଆୟୋଜନ କରାଯାଇଥିଲା । ନବଜୋତସିଂ ସିଦ୍ଧୁ ପଞ୍ଜାବ ଭବନରେ ପହଂଚିବାର କିଛି ମିନିଟ ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦରସିଂ ସେଠାରେ ପହଂଚିଥିଲେ । ଏହାପରେ ଉଭୟ କ୍ୟାପଟେନ୍ ଗୋଟିଏ ସୋଫାରେ ବସି ଚା ପିଇବା ପରେ ଅନୁମାନ କରାଯାଉଛି କି, ସେମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟର ପୂର୍ଣ୍ଣଛେଦ ପଡିଛି ।

ଅନ୍ୟପଟେ ଦାୟିତ୍ୱ ଗ୍ରହଣ କରିବା ପରେ ପୁରା ଆକ୍ସନ ମୋଡକୁ ଆସିଛନ୍ତି ସିଦ୍ଧୁ, ପ୍ରଥମେ ଅନ୍ନଦାତାଙ୍କୁ ଫୋକସ କରି ସେ କହିଛନ୍ତି କି, ରାସ୍ତାରେ ବସିଥିବା କୃଷକମାନଙ୍କ ସ୍ୱାର୍ଥକୁ ପ୍ରଥମେ ଗରୁତ୍ୱ ଦିଆଯିବ । ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି । ଏହାସହ ବିରୋଧୀଦଳକୁ ଟାର୍ଗେଟ୍ କରି ସିଦ୍ଧୁ କହିଛନ୍ତି କି ସେ ଲଢେଇ କରିବା ପାଇଁ ଜନ୍ମ ହୋଇଛନ୍ତି । ସେ କ୍ରିକେଟ ମଇଦାନ ହେଉ, କି ରାଜନୀତି ହକ୍ ପାଇଁ ସବୁଠି ଲଢିବାକୁ ସେ ପ୍ରସ୍ତୁତ ବୋଲି କହିବା ସହ ଏବେ ବିରୋଧୀ ପେଡି ପୁଟୁଳା ବାନ୍ଧିବାକୁ ପ୍ରସ୍ତୁତ ହୁଅନ୍ତୁ ବୋଲି ଚେତାବନୀ ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି କି ଦଳ ହାଇକମାଣ୍ଡଙ୍କ ନିଷ୍ପତ୍ତି କୁ ସେ ଗ୍ରହଣ କରୁଛନ୍ତି ଓ ଆଗାମୀ ଦିନରେ ସିଦ୍ଧୁଙ୍କ ସହ ମିଶି କାମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

from Kanak News
via <a href="https://ifttt.com/?

କଞ୍ଚା ପନିପରିବା ଖାଉଛନ୍ତି ମନୋଜ କୁମାର ଖିଲାର : ସତେଜ କଞ୍ଚା ପରିବା ଖାଇବା ହେଉଛି ଏହି ଶିକ୍ଷକଙ୍କ ନିତିଦିନିଆ ଅଭ୍ୟାସ

କନକ ବ୍ୟୁରୋ : କଞ୍ଚା ପନିପରିବା ଖାଉଛନ୍ତି ମନୋଜ କୁମାର ଖିଲାର । ଆଳୁ, ଭଣ୍ଡା, କଖାରୁ, ଜହ୍ନି, ପୋଟଳ ଏଭଳି ଅନେକ ପରିବା ଖାଉଛନ୍ତି କଟକ ଦରଖାପାଟଣା ଅଂଚଳର ମନୋଜ କୁମାର ଖିଲାର । ମନୋଜ ଜଣେ ଶାକାହାରୀ । ସେ ନିୟମିତ ଏହିଭଳି ସବୁ କଞ୍ଚା ଖାଆନ୍ତି । ପେଶାରେ ସେ ଜଣେ ଶିକ୍ଷକ ହୋଇଥିବା ସବୁବେଳେ ସବୁଜ ସତେଜ ପନିପରିବା ଖାଇବାକୁ ପରାମର୍ଶ ଦିଅନ୍ତି ।

from Kanak News
via <a href="https://ifttt.com/?

ଓଡ଼ିଶାର ୧୯ଟି ନଦୀ ପ୍ରଦୂଷିତ : ଲୋକସଭାରେ ଉତ୍ତର ରଖିଲେ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ

କନକ ବ୍ୟୁରୋ : ଓଡ଼ିଶାର ମୋଟ୍ ୧୯ଟି ନଦୀ ପ୍ରଦୂଷିତ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁସାରେ ମହାନଦୀ, କାଠଯୋଡି, ବ୍ରାହ୍ମଣୀ, ଦୟା, ଗଙ୍ଗୁଆ, ମଙ୍ଗଳା, ବୁଢାବଳଙ୍ଗ, କୁସୁମି. ନାଗାବଳୀ, ଭେଡେନ୍ ଆଦି ନଦୀରେ ପ୍ରଦୂଷଣ ଅଧିକ । ଏକ ପ୍ରଶ୍ନର ଉତରରେ ଲୋକସଭାରେ ଏହା କହିଛନ୍ତି ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ।

ନଦୀରେ ପ୍ରଦୂଷଣ ବୃଦ୍ଧି ହେବାର ମୁଖ୍ୟ କାରଣ କ’ଣ ଓ ଏହାର ପ୍ରତିକାର ପାଇଁ ସରକାର ଗତ ଦୁଇ ବର୍ଷ ମଧ୍ୟରେ କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ ସାଂସଦ ନିହାଲ ଚାନ୍ଦ । ଏହାର ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ । ମନ୍ତ୍ରୀ କହିଥିଲେ, ସହରାଂଚଳରୁ ଆସୁଥିବା ଅଳିଆ, ନଦୀ କୂଳରେ କଠିନ ବସ୍ତୁ ପକାଇବା ଦ୍ୱାରା ନଦୀ ପ୍ରଦୂଷିତ ହେଉଛି । ନଦୀ ଗୁଡିକର ସଫା ଓ ନବୀକରଣ ପକ୍ରିୟା ରାଜ୍ୟର ଦାୟିତ୍ୱ । ଦେଶରେ ଚିହ୍ନିତ ଦୂଷିତ ନଦୀଗୁଡିକର ପ୍ରଦୂଷଣକୁ ଦୂର କରିବା ପାଇଁ ଆର୍ଥିକ ଓ ବୈଷୟିକ ସହାୟତା ପ୍ରଦାନ କରାଯାଉଛି ।

ନମାମୀ ଗଙ୍ଗା ଓ ଜାତୀୟ ନଦୀ ସଂରକ୍ଷଣ ଯୋଜନା ରହିଛି । ୨୦୨୦-୨୧ରେ ଜାତୀୟ ନଦୀ ସଂରକ୍ଷଣ ଯୋଜନା ପାଇଁ ୯୯.୮୭ କୋଟି ଓ ନମାମୀ ଗଙ୍ଗା ପାଇଁ ୧୩ ଶହ ୩୯. ୯୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୫୩ଟି ନଦୀ ପ୍ରଦୂଷିତ । ସେହିପରି ମଧ୍ୟପ୍ରଦେଶରେ ୨୨ ଓ କେରଳର ୨୧ଟି ନଦୀ ପ୍ରଦୂଷିତ ।

from Kanak News
via <a href="https://ifttt.com/?

ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ କାଗଜ ଛଡାଇବା ଘଟଣା : ପ୍ରତିକ୍ରିୟା ରଖିଲେ ଅଶ୍ୱିନୀ; କହିଲେ, ଟିଏମସି ସାଂସଦ, ସଂସଦକୁ ଆଣୁଛନ୍ତି ପଶ୍ଚିମବଙ୍ଗର ଗୁଣ୍ଡାଗର୍ଦ୍ଦି

କନକ ବ୍ୟୁରୋ : ସଂସଦରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ କାଗଜ ଛଡାଇବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅଶ୍ୱିନୀ । ଆଜି ସଂସଦରେ ମନ୍ତ୍ରୀ କହିଛନ୍ତି ଯେ, ଟିଏମସି ସାଂସଦ, ସଂସଦକୁ ପଶ୍ଚିମବଙ୍ଗର ଗୁଣ୍ଡାଗର୍ଦ୍ଦି ଆଣୁଛନ୍ତି । ସେପଟେ ସାଂସଦ ଶାନ୍ତନୁ ସେନଂକୁ ନିଳମ୍ବିତ କରାଯାଇଛି । ପେଗାସସ୍ ସ୍ପାଏ ୱେୟାର ବିବାଦକୁ ନେଇ ଗୃହରେ ଲଗାତର ଭାବେ ହଙ୍ଗାମା ଚାଲିଛି । ଗୁରୁବାର ଦିନ ରାଜ୍ୟସଭା ଆରମ୍ଭ ହେବା ମାତ୍ରେ ପ୍ରବଳ ହଟ୍ଟଗୋଳ ହୋଇଥିଲା ।

ରାଜ୍ୟସଭା ୨ ଥର ମୁଲତବୀ ପରେ ଯେତେବେଳେ ଆରମ୍ଭ ହେଲା କଂଗ୍ରେସ, ଟିଏମସି ଓ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ୱେଲ ବା ମଧ୍ୟସ୍ଥଳକୁ ଧସେଇ ପସି ଆସିଥିଲେ । ଆଉ ଏହାରି ଭିତରେ ଏହି ପ୍ରସଙ୍ଗରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପକ୍ଷ ରଖିବା ଆରମ୍ଭ କରିବା ମାତ୍ରେ ବିରୋଧୀଙ୍କ ହୋ-ହଲ୍ଲା ଭିତରେ ତାଙ୍କୁ କହିବାକୁ ସୁଯୋଗ ମିଳିଲା ନାହିଁ । ଟିଏମସି ସାଂସଦ ଶାନ୍ତନୁ ସେନ ତାଙ୍କ ଠାରୁ ସ୍ପାଏ ୱେୟାର ସମ୍ପର୍କିତ ଉତ୍ତର କାଗଜ ଛଡାଇ ନେଇଥିଲେ ଏବଂ ଚିରି ଦେଇଥିଲେ । ତେଣୁ ଆଜି ଟିଏମସି ସାଂସଦ ଶାନ୍ତନୁ ସେନଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରାଯାଇଛି ।

from Kanak News
via <a href="https://ifttt.com/?

ରାଜ୍ୟସଭାରୁ ଟିଏମସି ସାଂସଦ ଶାନ୍ତନୁ ସେନ ନିଲମ୍ବିତ : ଗତକାଲି ଆଇଟି ମନ୍ତ୍ରୀଙ୍କଠାରୁ ସ୍ପାଏ ଓ୍ବେୟାର ସମ୍ପର୍କିତ ଉତ୍ତର କାଗଜ ଛଡାଇ ନେଇ ଚିରି ଦେଇଥିଲେ

କନକ ବ୍ୟୁରୋ : ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀଙ୍କ ହାତରୁ କାଗଜ ଛଡାଇବା ପଡିଲା ମହଙ୍ଗା । ମୌସୁମୀ ଅଧିବେଶନରୁ ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନଙ୍କୁ ନିଲମ୍ବିତ କରାଯାଇଛି । ମୌସୁମୀ ଅଧିବେଶନର ଅବଶିଷ୍ଟ କାର୍ଯ୍ୟଦିବସରେ ଭାଗ ନେଇ ପାରିବେନି ଶାନ୍ତନୁ । ନିଲମ୍ବିତ ହେବା ପରେ ତାଙ୍କୁ ସଂସଦ ଗୃହ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗୁରୁବାର ପ୍ରଶ୍ନକାଳ ଚାଲୁଥିବା ସମୟରେ ପେଗାସସ୍ ପ୍ରସଙ୍ଗକୁ ନେଇ ବିରୋଧୀ ହୋହାଲ୍ଲା କରିଥିଲେ । ଏହି ସମୟରେ ଶାନ୍ତନୁ ସେନ୍ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ କାଗଜପତ୍ର ଛଡାଇନେଇ ଚିରି ଦେଇଥିଲେ । ଆଉ ଏହି ଘଟଣାକୁ ନେଇ ଶାନ୍ତନୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୂଚନା ମୁତାବକ,ଇସ୍ରାଏଲର ଏନଏସଓ ଗ୍ରୁପ୍ ପେଗାସସ୍ ସ୍ପାଇ ଓ୍ବେୟାର ଦ୍ୱାରା ପାଖାପାଖି ୩୦୦ରୁ ଉର୍ଦ୍ଧ୍ବ ନେତା ମନ୍ତ୍ରୀ, ସାମ୍ବାଦିକ, ସାମାଜିକ କର୍ମୀ, ଉଦ୍ୟୋଗପତି ମାନଙ୍କ ଫୋନ ହ୍ୟାକ୍ କରାଯାଇଥିବା ଏକ ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

from Kanak News
via <a href="https://ifttt.com/?

ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ପୋଲିସ ଜେରା : ଡିଏଫଓଙ୍କୁ ନେଇ ସୌମ୍ୟଙ୍କ ପରିବାର ଲୋକ ଆଣିଥିଲେ ଅଭିଯୋଗ

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା । ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ପଚରାଉଚରା କରିବାକୁ ଡିଏଫଓ ଅଫିସରେ ପଂହଚିଛି କ୍ରାଇମବ୍ରାଂଚ ଓ ପୁଲିସ । ଏହି ମୃତ୍ୟୁ ଘଟଣାରେ ଡିଏଫଓଙ୍କୁ ନେଇ ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ ଆଣିଥିଲେ । ଏପରିିକି ବିଦ୍ୟାଭାରତୀଙ୍କ ସହ ସମ୍ପର୍କ ଥିବା ନେଇ ବି ସୌମ୍ୟଙ୍କ ପରିବାର ଲୋକେ ପ୍ରଶ୍ନ ଉଠାଇଥିଲେ ।

ଏସବୁ ଭିତରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଜି ଜେରା କରୁଛି ପୁଲିସ ଓ କ୍ରାଇମବ୍ରାଂଚ । ଡିଏଫଓ ଆଜି ଅଫିସ ଆସିବା ପାଇଁ ପୁଲିସକୁ ସୁରକ୍ଷା ମାଗିଥିଲେ । ସୌମ୍ୟଙ୍କ ମୃତ୍ୟୁ ପରେ ଡିଏଫଓଙ୍କ କିଛି ଦିନ ଧରି ଖୋଜଖବର ନଥିଲା ଏବଂ ସେ ଅଫିସ ମଧ୍ୟ ଆସୁନଥିଲେ । ପୂର୍ବରୁ ଡିଏଫଓ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଏହି ମାମଲାରେ ତାଙ୍କର କୌଣସି ହାତ ନାହଁ ଏବଂ ସୌମ୍ୟଙ୍କ ସହ ତାଙ୍କର ଅଫିସ ସମ୍ପର୍କିତ ସମ୍ପର୍କ ରହିଥିଲା ।

from Kanak News
via <a href="https://ifttt.com/?

ଟୋକିଓରେ ଆରମ୍ଭ ହେଲା ବିଶ୍ୱ କ୍ରୀଡା ମହାସମର : ଦେଖିବାକୁ ମିଳିଲା ତୀରନ୍ଦାଜ ଦୀପିକା କୁମାରୀଙ୍କ ପ୍ରଦର୍ଶନ; ରାଙ୍କିଙ୍ଗ ରାଉଣ୍ଡର ୯ମ ସ୍ଥାନରେ ଦୀପିକା

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛିି କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ଭାରତ ପକ୍ଷରୁ ପ୍ରଥମ ମୁକାବିଲାରେ ତୀରନ୍ଦାଜ ଆରମ୍ଭ ହୋଇଛି । ତୀରନ୍ଦାଜରେ ଦୀପିକା କୁମାରୀଙ୍କ ର୍ୟାଙ୍କିଙ୍ଗ ରାଉଣ୍ଡ ଶେଷ ହୋଇଛି । ୧୨ ରାଉଣ୍ଡ ପରେ ଦୀପିକା କୁମାରୀ ୬୬୩ ପଏଂଟ ସହ ନବମ ସ୍ଥାନରେ ରହିଛନ୍ତି । ପ୍ରଥମ ଏଲିମିନେସନ୍ ରାଉଣ୍ଡରେ ଦୀପିକା କୁମାରୀଙ୍କ ମୁକାବିଲା ଭୁଟାନର ଭୁ କର୍ମାଙ୍କ ସହ ହେବ । ଭୁ-କର୍ମା ର୍ୟାଙ୍କିଙ୍ଗ ରାଉଣ୍ଡରେ ୫୬ ତମ ସ୍ଥାନରେ ରହିଛନ୍ତି । ଜୁଲାଇ ୨୮ ତାରିଖରେ ପ୍ରଥମ ଏଲିମିନେସନ୍ ରାଉଣ୍ଡ ଖେଳାଯିବ ।

ରାଙ୍କିଙ୍ଗ ରାଉଣ୍ଡରେ ଦୀପିକା କୁମାରୀ ୩୦ଥର ପରଫେକ୍ଟ ୧୦ ସ୍କୋର କରିଛନ୍ତି । ଟପ୍ ତିନି ପୋଜିସନରେ କୋରିଆର ତୀରନ୍ଦାଜ ରହିଛନ୍ତି । କୋରିଆର ଅନ୍ ସାନ ୬୮୦ ସ୍କୋର ସହ ଶୀର୍ଷରେ ରହିଛନ୍ତି । ଆଜି ସ୍ଥାନୀୟ ସମୟ ରାତି ୮ଟା ତଥା ଭାରତୀୟ ସମୟ ସାଢ଼େ ୪ଟାରେ ଅଲିମ୍ପିକ୍ସର ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ । ମୋଟ ୨୦୬ଟି ଦେଶର ଖେଳାଳି ୩୩ଟି ଭିନ୍ନ ଭିନ୍ନ ଖେଳରେ ଭାଗନେବେ । ଉଦଘାଟନୀ ଉତ୍ସବରେ ଭାରତର ୧୯ ଜଣ ଖେଳାଳି ଏବଂ ୬ ଜଣ କର୍ମଚାରୀ ଭାଗନେବେ । ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ୨୦୨୦ରେ ଆୟୋଜିତ ହେବା ପାଇଁ ଥିବା ବିଶ୍ୱର ସବୁଠାରୁ ବଡ କ୍ରୀଡା ପ୍ରତିଯୋଗିତା ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଂଚାଇ ଦିଆଯାଇଥିଲା ।

from Kanak News
via <a href="https://ifttt.com/?

କୁଆଖାଇ ନଈପଠାରୁ ଉଦ୍ଧାର ମୃତ ଯୁବକ ଜଣଙ୍କ କିଏ ? ଉଦ୍ଧାରର ୨୪ ଘଂଟା ପରେ ବି ମିଳିପାରିନାହିଁ ପରିଚୟ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

କନକ ବ୍ୟୁରୋ : ଭୁବନେଶ୍ୱର ବରିମୁଣ୍ଡ କୁଆଖାଇ ନଈପଠାରୁ ଉଦ୍ଧାର ମୃତ ଯୁବକ ଜଣଙ୍କ କିଏ ? ଉଦ୍ଧାରର ୨୪ ଘଂଟା ପରେ ବି ଯୁବକଙ୍କ ପରିଚୟ ମିଳିପାରିନାହିଁ । ମୃତ ଯୁବକଙ୍କ ପରିଚୟ ଖୋଜୁଛି ପୋଲିସ । ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ଭୁବନେଶ୍ୱର ଏମ୍ସକୁ ପଠାଯାଇଛି । ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ତିନି ଚାରି ଦିନ ତଳୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମୃତକଙ୍କ ପରିଚୟ ଜାଣିବା ପାଇଁ ଟ୍ୱିନ୍ ସିଟିର ସବୁ ଥାନାକୁ ଆଲର୍ଟ କରାଯାଇଛି । ୧୦ ଦିନ ତଳର ମିସିଂ ରିପୋର୍ଟକୁ ଯାଂଚ କରାଯାଉଛି । ଯୁବକଙ୍କ କାନରେ ଥିବା ସୁନା କୁଣ୍ଡଳ ଓ ଡ୍ରେସ୍କୁ ଆଧାର କରି ତଦନ୍ତ ଆରମ୍ଭ ହୋଇଛି ।

ଭୁବନେଶ୍ୱର କୁଆଖାଇ ନଦୀପଠାରେ ମୃତଦେହ ପୋତି ହୋଇଥିବା ଖବର ମିଳିବା ପରେ ଗତକାଲି ବାଲିକୁ ଖୋଳାଯାଇ ମୃତଦେହ ଉଦ୍ଧାର କରାଯାଇଥିଲା । ଦେହରେ କିଛି କ୍ଷତି ହୋଇନଥିବା ବେଳେ ମୁହଁ ନଷ୍ଟ ହୋଇଯାଇଥିଲା । ତେବେ ଏହି ମୃତଦେହ କାହାର ଓ ଏହା ପଛରେ କିଏ ସେ ନେଇ ଏବେ ବି ସସପେନ୍ସ ଜାରି ରହିଛି । ପ୍ରଥମିକ ତଦନ୍ତ ରିପୋର୍ଟ ଅନୁସାରେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started