ବେହାଲ ମହାରାଷ୍ଟ୍ର : ୬ ଜିଲ୍ଲାରେ ମୂଷଳ ବର୍ଷା; ରାୟଗଡରେ ୫ ମୃତ, ୩୦ ନିଖୋଜ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ୪୦ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା । ଲଗାଣ ବର୍ଷା ହେବା ଫଳରେ ମହାରାଷ୍ଟ୍ରରେ ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ୬ ଜିଲ୍ଲାରେ ଗତ ୩ ଦିନ ହେବ ଲଗାଣ ବର୍ଷା ଲାଗିରହିଛି । ଫଳରେ ରାୟଗଡ ଜିଲ୍ଲାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ରାଜ୍ୟର ଅଧିକାଂଶ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।

ଏଠିକାର ଅନେକ ଅଂଚଳ ପାଣି ଘେରରେ ଥିବାବେଳେ ଯୋଗାଯୋଗ ବ୍ୟାହତ ହୋଇଛି । ରାଜଧାନୀ ମୁମ୍ବାଇ ବ୍ୟତୀତ ସାଙ୍ଗଲି, ଅମରାବତୀ, ନାଗପୁର, କୋହ୍ଲାପୁର ସମେତ ଏକାଧିକ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉକ୍ରଟ ହୋଇଛି । ଏଠାରେ ଲୋକଙ୍କୁ ସ୍ଥାନାନ୍ତର କରିବାରେ ବାୟୁ ସେନା ଓ ଓଡ୍ରାଫ୍ ଟିମ୍ ନିୟାଜିତ ହୋଇଛି । ବନ୍ୟାରେ ପାଖାପାଖି ୩୦ ଜଣ ନିଖୋଜ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।

from Kanak News
via <a href="https://ifttt.com/?

ଆଜି ସରୁଛିି ରାଜ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି : ଗତ ୧୯ ତାରିଖରେ ଅଶ୍ଳିଳ ସିନେମା ମାମଲାରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ପୋଲିସ୍

କନକ ବ୍ୟୁରୋ : ଆଜି ସରୁଛିି ରାଜ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି ।  ରିମାଣ୍ଡ ଅବଧି ଶେଷ ହେଉଥିବାବେଳେ କ୍ରାଇମବ୍ରାଂଚ ଓ ମୁମ୍ବାଇ ପୁଲିସ ଏହା ଉପରେ ଯାଂଚ ଜାରି ରହିବ ବୋଲି କୁହାଯାଇଛି । ଜୁଲାଇ ୧୯ ତାରିଖରେ ପୋଲସ୍ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା । କିନ୍ତୁ ପୋଲିସ ଏହି ପର୍ଣ୍ଣ ରାକେଟ ଉପରେ ଗତ ଫେବୃଆରୀ ମାସରୁ ନଜର ରଖିଥିଲା । ସେହି ମାସରେ ମୁମ୍ବାଇର ଏକ ବଙ୍ଗଳାରୁ ପୋଲିସ୍ ୫ ଜଣଙ୍କୁ ଗିରଫ କରିଥିଲା । ତେବେ ରାଜ କୁନ୍ଦ୍ରାଙ୍କ ବ୍ୟତୀତ ଏଥିରେ ଆହୁରି ଯେ କେତେ ତଥାକଥିତ ନାମୀ ଦାମୀ ଲୋକଙ୍କ ନାଁ ଏଥିରେ ସାମିଲ ନଥିବ କିଏ କହିବ ।

କମ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ନିଶା ଅନେକଙ୍କୁ ବିବେକ ବୁଦ୍ଧି ଶୂନ୍ୟ କରିଦିଏ । ଯାହା ଘଟିଛି ରାଜ କୁନ୍ଦ୍ରାଙ୍କ ଘଟଣାରେ । ଦିନକୁ ଦିନ ଖୋଲୁଛି ବିଜନେସମ୍ୟାନ୍ ରାଜ କୁନ୍ଦ୍ରାଙ୍କ ଗୁମର । ଅଶ୍ଳିଳ ଫିଲ୍ମ ପ୍ରସ୍ତୁତ କରିବାକୁ ନେଇ ଏବେ ଚର୍ଚ୍ଚାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟିଙ୍କ ସ୍ୱାମୀ ରାଜ୍ । ଦେଢ ବର୍ଷ ମଧ୍ୟରେ ଶହେରୁ ଅଧିକ ପର୍ଣ୍ଣ ଫିଲ୍ମ କରି କୋଟି କୋଟି ଟଙ୍କା ଅର୍ଜନ କରିଛନ୍ତି ରାଜ । ତେବେ ଗୁରୁବାର ମୁମ୍ବାଇ ପୁଲିସ୍ କ୍ରାଇମବ୍ରାଂଚ ଶାଖା ତାଙ୍କର ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ଚଢାଉ କରିବା ପରେ ଏକାଧିକ କାଗଜ ପତ୍ର ଓ ସିଡି ଜବତ କରିବା ପରେ ଏହି ତଥ୍ୟ ଜଣାପଡିଛି । ତେବେ ଏନେଇ ପୋଲିସ୍ ହେପାଜତରେ ଥିବା ରାଜ କୁନ୍ଦ୍ରା ଆଦୌ ସହଯୋଗ କରୁନଥିବା କ୍ରାଇମବ୍ରାଂଚ ପକ୍ଷରୁ କୁହାଯାଇଛି । ତେବେ ଗୁରୁବାର ରାଜଙ୍କୁ ବିରୋଧରେ ଆସିଛି ଆଉ ଏକ ସଙ୍ଗିନ୍ ଅଭିଯୋଗ । ଗିରଫ ନକରିବାକୁ ମୁମ୍ବାଇ ପୋଲିସ୍ ରାଜଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଲାଂଚ ନେଇଥିବା ଏକ ଟ୍ୱିଟ ପାଇଛି ଆଂଟି କରପସନ୍ ବ୍ୟୁୃରୋ । ଏହା ରାଜଙ୍କର ଜଣେ ସହଯୋଗୀ ରାକେଶ ଠାକୁର ଏସିବିକୁ ଟ୍ୱିଟ କରିଛନ୍ତି ।

ନାମୀ ବିଜନେସମ୍ୟାନ୍ କୁନ୍ଦ୍ରାଙ୍କ ବିଷୟରେ ପଚାରିଲେ ଆଗରୁ ଲୋକେ ତାଙ୍କୁ ଜଣେ ବିଜିନେସ୍ ମଡେଲ ବୋଲି ଭାବୁଥିଲେ । ହେଲେ ଏବେ ନାଁ ଶୁଣିଲେ ନାକ ଟେକିବା ସ୍ୱାଭାବିକ । ଟଙ୍କା କମେଇବାର ନିଶା ଏବେ ତାଙ୍କ ପାଇଁ କାଳ ହୋଇଛି । ପୁଲିସ୍ ଓ କ୍ରାଇମବ୍ରାଂଚ ଅଧକାରୀଙ୍କ ସୂଚନା ମୂତାବକ, ରାଜକୁନ୍ଦ୍ରା ଅଶ୍ଳିଳ ଫିଲ୍ମ ନିର୍ମାଣ ୨୦୧୯ରୁ ଆରମ୍ଭ କରିଥିଲେ । ଏସବୁ ଅପଲୋଡ କରିବାକୁ କୌଣସି ୱେବସାଇଟ୍ ନଖୋଲି ଏଥିପାଇଁ ଏକ ସ୍ୱତନ୍ତ୍ର ଆପ୍ ମଧ୍ୟ ପ୍ରସ୍ତୁତ କରିଥିଲେ, କାରଣ ଆପ୍କୁ ବ୍ୟବହାର କରିବା ସହଜ । ଏହା ବ୍ୟତୀତ ଆବଶ୍ୟକ ପଡିଲେ ୱେବସାଇଟ୍ ଗୁଡିକୁ ବନ୍ଦ କରାଯାଇପାରେ କିନ୍ତୁ ଆପ୍ରେ ଏ ସମସ୍ୟା ନାହିଁ । ଏଥିରେ ତାଙ୍କର ୨୦ ଲକ୍ଷରୁ ଉଦ୍ଧ୍ୱର୍ ସବସ୍କ୍ରାଇବର ଥିଲେ । ତେଣୁ ଏଥିରୁ କୋଟି କୋଟି ଟଙ୍କା ଆୟ ହେଉଥିଲା । ଏନେଇ କ୍ରାଇମବ୍ରାଂଚ ପାଖରେ ଅନେକ ତଥ୍ୟ ଥିବାବେଳେ ରାଜ କୁନ୍ଦ୍ରା କିନ୍ତୁ ଏହାକୁ ଆଗ୍ରହ୍ୟ କରୁଛନ୍ତି । ପୁଲିସର ଅନେକ ପ୍ରଶ୍ନର କୌଣସି ଉତର ଦେଉନଥିବାବେଳ ସେ କେେବେ କୌଣସି ଅଶ୍ଳିଳ ମୁଭି ବନେଇନାହାଁନ୍ତି ବୋଲି କହୁଛନ୍ତି ।

ତେବେ ଗତ ଦେଢ ବର୍ଷ ନୁହେଁ ବରଂ ଭିବଷ୍ୟତ ପାଇଁ ପୁରା ପ୍ଲାନ୍ କରିସାରିଥିଲେ କୁନ୍ଦ୍ରା ଏବଂ ତାଙ୍କର ଗ୍ରୁପ୍ । ଯାହାକୁ କୁହାଯାଉଛି ‘ପ୍ଲାନ୍ ବି’ । ଏଥିରେ କିଛି ମଡେଲ, ଡାଇରେକ୍ଟର, ପ୍ରଡ୍ୟୁସର ଆଦି ସାମିଲ ଥିବା ସମସ୍ତଙ୍କୁ କ୍ରାଇମବ୍ରାଂଚଗିରଫ କରିଛି । ରାଜ୍ କୁନ୍ଦ୍ରାଙ୍କୁ ବୋଧହୁଏ ଆଶଙ୍କା ଥିଲା ଯେ ଯେଉଁଦିନ ହେଲେ ବି ତାଙ୍କର ଏହି ଅସାମାଜିକ କାର୍ଯ୍ୟକଳାପ ଯାଂଚ ଅଧିକାରୀଙ୍କ ପଂଝାରେ ପଡିବ । ତେଣୁ ସେ ଏହାର ଅନେକ ଡାଟା ଡିଲିଟ୍ କରିଦେଇଥିଲେ । କୁନ୍ଦ୍ରାଙ୍କ ହ୍ୱାଟ୍ସଆପ୍ ମେସଜରୁ ଏହିସବୁ ତଥ୍ୟ ମିଳିଛି । ଏଥିରେ ସେ ଏହି କଳାକାରନାମାରେ ଥିବା ତାଙ୍କ ଅତି ଘନିଷ୍ଠ ସହଯୋଗୀ ଉମେସ୍ କାମତ୍ ଓ ପ୍ରଦୀପ୍ ବକ୍ସିଙ୍କ ସହ ଏହି ପ୍ଲାନ୍ ବିଷୟରେ ଚାଟ୍ କରିଥିଲେ । ଏଥିରେ ଏକ ଓଟିଟି ପ୍ଲାଟଫର୍ମ ବୋଲିଫେମ୍ ବିଷୟରେ ଚାଟିଙ୍ଗ ହୋଇଥିଲା । ଏହି ବୋଲିଫେମ୍ ଜରିଆରେ ମଡେଲ ମାନଙ୍କର ଲାଇଭ୍ ଭିଡିଓ ସ୍କ୍ରିନିଙ୍ଗ୍ କରାଯାଇଥାନ୍ତା ।

from Kanak News
via <a href="https://ifttt.com/?

କୋଭିଡ଼ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା : ଉପସ୍ଥିତ ରହିବେ ମୁଖ୍ୟ ଶାସନ ସଚିବଙ୍କ ସହ ବରିଷ୍ଠ ଅଧିକାରୀ

କନକ ବ୍ୟୁରୋ : କୋଭିଡ଼ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସାଢେ ୧୧ଟାରେ ଏନେଇ ଏକ ସମୀକ୍ଷା ବୈଠକ ହେବ । ଏଥିରେ ମୁଖ୍ୟ ଶସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ରାଜ୍ୟରେ କୋଭିଡ଼ ସ୍ଥିତି କିପରି ରହିଛି ସେନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

ସେପଟେ, ଲଗାତର ତୃତୀୟ ଦିନ ପାଇଁ ୨ ହଜାର ତଳେ ରାଜ୍ୟରେ ଦୈନିକ ସଂକ୍ରମଣ । ୨୪ ଘଂଟାରେ ଆଉ ୧୯୧୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫୧୮ ପଜିଟିଭ୍ ହୋଇଥିବା ବେଳେ କଟକରୁ ୨୫୬ ନୂଆ ସଂକ୍ରମିତ ହୋଇଛନ୍ତି । ପୁରୀରୁ ଆଉ ୧୧୮ ପଜିଟିଭ୍ ହୋଇଛନ୍ତି । ଏହି ତିନି ଜିଲ୍ଲାକୁ ଛାଡି ଦେଲେ ଅନ୍ୟ କୌଣସି ଜିଲ୍ଲାରେ ୧୦୦ ଉପରକୁ ନୂଆ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ସେହିପରି ୬୯ମୃତ୍ୟୁର ହିସାବ ଦେଇଛନ୍ତି ସରକାର ।

from Kanak News
via <a href="https://ifttt.com/?

ପୂର୍ବତନ ସାଂସଦ ତଥା ପୂର୍ବତନ ପିସିସି ସଭାପତି ନିତ୍ୟାନନ୍ଦଙ୍କ ପରଲୋକ : ଓଡ଼ିଶା କଂଗ୍ରେସ କମିଟିର ସଭାପତି ନୀରଂଜନ ପଟ୍ଟନାୟକଙ୍କ ଶୋକ ପ୍ରକାଶ

କନକ ବ୍ୟୁରୋ : ଓଡ଼ିଶା ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ତଥା ବଲାଙ୍ଗିର ପୂର୍ବତନ ଲୋକସଭା ସାଂସଦ ତଥା ବରିଷ୍ଠ ଜନନେତା ନିତ୍ୟାନନ୍ଦ ମିଶ୍ରଙ୍କର ୯୫ ବର୍ଷରେ ଦେହାନ୍ତ ହୋଇଛି । ଭୁବନେଶ୍ୱର ସ୍ଥିତ ଆର୍ମି ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ନିତ୍ୟାନନ୍ଦ ମିଶ୍ରଙ୍କର ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶା କଂଗ୍ରେସ କମିଟିର ସଭାପତି ନୀରଂଜନ ପଟ୍ଟନାୟକ । ଶୋକବାର୍ତ୍ତାରେ ନିରଂଜନ ପଟ୍ଟନାୟକ କହିଛନ୍ତି ସ୍ୱର୍ଗତ ମିଶ୍ର ଜଣେ ଦକ୍ଷ ଓ ସାଂଗଠନିକ କ୍ଷେତ୍ରରେ ବଳିଷ୍ଠ ଜନନେତା ଥିଲେ । ଜଣେ ସ୍ପଷ୍ଠବାଦୀ ମୂଲ୍ୟବୋଧ ଭିତିକ ରାଜନେତାର ଉଦାହରଣ ବୋଲି କହିଛନ୍ତି ନିରଂଜନ ପଟ୍ଟନାୟକ ।

ପରିବାର ସଦସ୍ୟଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସ୍ୱର୍ଗତ ମିଶ୍ର ନିମୋନିଆରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରସ୍ଥିତ ଆମ୍ରି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଜରୁରୀକାଳୀନ ୱାର୍ଡରେ ଚିକିତ୍ସା ପରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଥିଲା । ସେ ସ୍ତ୍ରୀ, ଦୁଇ ପୁଅ ଓ ତିନି ଝିଅଙ୍କୁ ଛାଡ଼ି ଯାଇଛନ୍ତି ।

ସ୍ୱର୍ଗତ ମିଶ୍ର ବଲାଙ୍ଗୀର ଜିଲ୍ଲାର କଂଗ୍ରେସ ଦଳର ଜଣେ ଟାଣୁଆ ନେତା ଭାବେ ବେଶ୍‌ ପରିଚିତ ଥିଲେ । ୧୯୭୮ରୁ ୮୧ ମସିହା ଯାଏ ସେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଥିଲେ । ୧୯୮୦ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତତ୍କାଳୀନ ବଲାଙ୍ଗୀର ସାଂସଦ ତଥା ଜନତା ପ୍ରାର୍ଥୀ ଅଇଁଠୁ ସାହୁଙ୍କୁ ପରାଜିତ କରି ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୪ ମସିହାରେ କଂଗ୍ରେସ ଦଳ ସପକ୍ଷରେ ସାରା ଦେଶରେ ଇନ୍ଦିରା ଗାନ୍ଧିଙ୍କ ହତ୍ୟାଜନିତ ଅନୁକମ୍ପା ହାୱା ବୋହୁଥିଲା । ସେଥର ଜନତା ପାର୍ଟି ପ୍ରାର୍ଥୀ ଅନଙ୍ଗଉଦୟ ସିଂହଦେଓଙ୍କୁ ପରାଜିତ କରି ଦ୍ୱିତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯ ମସିହାରେ ଜନତା ଦଳ ହାୱାରେ ବାଳଗୋପାଳ ମିଶ୍ରଙ୍କଠାରୁ ପରାଜିତ ହୋଇଥିଲେ । ତାପରେ ସେ ଆଉ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇନଥିଲେ । ଏପରିକି ନିର୍ବାଚନ ଲଢ଼ିବାକୁ ଟିକଟ ପାଇଁ ବି ଆଉ ଆବେଦନ କରିନଥିଲେ ।

from Kanak News
via <a href="https://ifttt.com/?

ବିଦ୍ୟାଭାରତୀଙ୍କ ଚିଠି ପରେ ଏବେ ଚର୍ଚ୍ଚାରେ ସୌମ୍ୟରଞ୍ଜନଙ୍କ ହାତଲେଖା ଚିଠି : ଲେଖିଛନ୍ତି, ଆବଶ୍ୟକ ପଡ଼ିଲେ ଚାକିରୀରୁ ଇସ୍ତଫା ଦେଇ ସ୍ତ୍ରୀଙ୍କ ସେବା କରିବା ପାଇଁ ସେ ପ୍ରସ୍ତୁତ

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ନେଇ  ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପତ୍ନୀ ବିଦ୍ୟା ଭାରତୀଙ୍କ  ହାତଲେଖା ଚିଠି ପରେ  ଏବେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ହାତଲେଖା ଚିଠି ସାମ୍ନାକୁ ଆସିଛି ।  ଫେବୃଆରୀ ୨୨ ଓ ୨୩ ତାରିଖର ଦୁଇଟି ହାତଲେଖା ଚିଠି ସାମ୍ନାକୁ ଆସିଛି । ଉଭୟ ଚିଠି ପତ୍ନୀ ବିଦ୍ୟାଭାରତୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ସ୍ପଷ୍ଟ ହୋଇଛି ।  ଏଥିରେ ଉଭୟଙ୍କ ଭିତରେ ଥିବା ମତାନ୍ତର ଓ ମନୋମାଳିନ୍ୟ ସ୍ପଷ୍ଟ ବାରିହୋଇପଡୁଛି ।

ଚିଠିରେ ସୌମ୍ୟ ଲେଖିଛନ୍ତି,  ଜଣେ ପତ୍ନୀ ଓ ଭଲ ବନ୍ଧୁ ହିସାବରେ  ସେ ତାଙ୍କଠାରୁ ବ୍ୟବହାର ଚାହୁଁଛନ୍ତି । ପତ୍ନୀଙ୍କ ଶିକ୍ଷାଗତ ଯୋଗ୍ୟତା ତାଙ୍କ ପାଇଁ ଗୁରୁତ୍ୱ ରଖେ ନାହିଁ । ଏହାପରେ ଯଦି ବି କିଛି ଘଟେ ସେ ଦିଗରେ ତାଙ୍କର କିଛି ଭୂମିକା ରହିବ ନାହିଁ । ଘରୋଇ ହିଂସା ବିରୋଧରେ ପତ୍ନୀ ଚାହିଁଲେ ଆଇନର ଆଶ୍ରୟ ନେଇପାରିବେ ।  ଆବଶ୍ୟକ ପଡିଲେ ନିଜ ଚାକିରୀରୁ ଇସ୍ତଫା ଦେଇ ସ୍ତ୍ରୀଙ୍କ ସେବା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଲେଖିଛନ୍ତି ସୌମ୍ୟରଞ୍ଜନ ମହାପାତ୍ର ।  ପତ୍ନୀ ଯାହା ଚାହୁଁଛନ୍ତି ସେ ସବୁ ପୂରଣ କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ସୌମ୍ୟରଞ୍ଜନ ।

from Kanak News
via <a href="https://ifttt.com/?

ଗୋପାଳପୁରରେ ଉଦଘାଟିତ ହେଲା ଟାଟା ଚା’ର ପ୍ୟାକେଜିଂ ୟୁନିଟ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଗୋପାଳପୁର ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ପରିସରରେ ଟାଟା ତରଫରୁ ଟାଟା ଟି ପ୍ୟାକେଜିଙ୍ଗ୍‌ ୟୁନିଟ୍‌ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଏହି ପ୍ୟାକେଜିଙ୍ଗ୍‌ ୟୁନିଟ ଉଦ୍‌ଘାଟନ କରିଛନ୍ତି। ଶହେ କୋଟି ଟଙ୍କାର ଏହି ମେଗା ପ୍ରକଳ୍ପର କାମ ୧୮ମାସ ମଧ୍ୟରେ ସମାପ୍ତ କରାଯାଇ ଆଜି କାର୍ଯ୍ୟକ୍ଷମ ହୋଇଛି । ଏହି ୟୁନିଟ୍‌ରେ ଗଞ୍ଜାମ ଜିଲ୍ଲାର ୯ଶହରୁ ଅଧିକ ବ୍ୟକ୍ତି ନିଯୁକ୍ତି ପାଇ ପାରିବେ। ଏହା ଦେଶର ସବୁଠାରୁ ବଡ଼ ଟି ପ୍ୟାକେଜିଙ୍ଗ୍‌ ୟୁନିଟ୍‌ ଭାବେ ବିକଶିତ ହେବ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏହି ୟୁନିଟ୍‌ ନିର୍ମିତ ହୋଇଛି । ବର୍ତ୍ତମାନ ଏହାର ଉତ୍ପାଦନ କ୍ଷମତା ୧୫ ନିୟୁତ କେଜି ରହିଛି । ଯାହାକି ୫୦ ନିୟୁତ କେଜି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହି ୟୁନିଟ୍ ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା ଭଳି ରାଜ୍ୟର ଆବଶ୍ୟକତାକୁ ପୂରଣ କରିବ। ଏହା ଭାରତର ଦ୍ବିତୀୟ ସର୍ବବୃହତ ୟୁନିଟ୍‌ ବୋଲି ସୂଚନା ଦିଆଯାଇଛି ।

ଏହି ୟୁନିଟ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ଟାଟା ଗ୍ରୁପ୍‌ର ଭୂମିକାକୁ ପ୍ରଶଂସା କରିଛନ୍ତି । ଓଡ଼ିଶାର ଶିଳ୍ପ ବିକାଶ କ୍ଷେତ୍ରରେ ଟାଟାର ଏକ ପ୍ରମୁଖ ଭୂମିକା ରହିଥିବା କହିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଦକ୍ଷତା ବିକାଶ ଦିଗରେ ଓଡ଼ିଶା ସରକାରଙ୍କ ସହଭାଗୀତାରେ ମଧ୍ୟ ବହୁ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । କୋଭିଡ୍‌ ମହାମାରୀ ସମୟରେ ଟାଟା ତରଫରୁ ଦିଆଯାଇଥିବା ଅମ୍ଳଜାନ ସହାୟତା, ପ୍ଲାଣ୍ଟ୍‌ ପ୍ରତିଷ୍ଠା ଓ ଅନ୍ୟାନ୍ୟ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଟାଟା ଗ୍ରୁପ୍‌କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ରାଜ୍ୟର ଉତ୍ତମ ପ୍ରଦର୍ଶନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତରେ ଶିଳ୍ପର ବିକାଶ ପାଇଁ ଓଡ଼ିଶା ଆଗରେ ରହିଆସିଛି। ପେଟ୍ରୋ କେମିକାଲ୍‌, ଫୁଡ୍‌ ପ୍ରୋସେସିଂ, ଗାର୍ମେ‌ଣ୍ଟ୍‌ସ ଭଳି ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ କରି ଚାଲିଛି ଓଡ଼ିଶା । ଶିଳ୍ପର ବିକାଶଧାରା ଯେତିକି ଆଗେଇବ ଓଡ଼ିଶାରେ ସେତେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗତ ୨୦ବର୍ଷ ମଧ୍ୟରେ ଓଡ଼ିଶାରେ ଶିଳ୍ପର ବିକାଶଧାରା ଉପରେ ସୂଚନା ଦେଇଥିଲେ ।

from Kanak News
via <a href="https://ifttt.com/?

ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାସଲା : ଆମ୍ବୁଲାନ୍ସ ଡ଼୍ରାଇଭରକୁ ପଚରା ଉଚରା କଲେ କ୍ରାଇମବ୍ରାଂଚ ଓ ପୋଲିସ

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବାବେଳେ ଆଜି ଆମ୍ବୁଲାନ୍ସ ଡ୍ରାଇଭରକୁ ପଚରାଉଚରା କରିଛନ୍ତି କ୍ରାଇମବ୍ରାଂଚ ଓ ପୁଲିସ । ଏହି ଆମ୍ବୁଲାନ୍ସରେ ପୋଡିହେବା ପରେ ସୌମ୍ୟରଞ୍ଜନକୁ ଆମ୍ବୁଲାନ୍ସରେ ନିଆଯାଇଥିଲା । ପୋଡିିହେବା ପରେ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ଏସିଏଫସୌମ୍ୟରଞ୍ଜନ ମହାପାତ୍ରଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ନିଆଯିବାବେଳେ ବାଟରେ ଆମ୍ବୁଲାନ୍ସ ଅଟକିଥିଲା ।

ଗତକାଲି ସୌମ୍ୟରଞ୍ଜନଙ୍କ ମୃତ୍ୟୁ ନେଇ ବଡ ସୁରାକ ମିଳିଥିବା ଦାବି କରିଥିଲା ପୁଲିସ । ଯେଉଁ ଘରେ ସୌମ୍ୟରଞ୍ଜନଙ୍କ ରହସ୍ୟମୟ ମୃତ୍ୟୁ ହୋଇଥିଲା, ଗତକାଲି ସେହି ଘରେ ପଂହଚି ତନ୍ନ ତନ୍ନ ଯାଂଚ କରିବା ପରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲା କ୍ରାଇମବ୍ରାଂଚ ଓ ପାରଳାଖେମୁଣ୍ଡି ପୁଲିସ । ସୌମ୍ୟରଞ୍ଜନଙ୍କ ବାସଭବନରେ ତାଙ୍କ ଦେହରେ ନିଆଁ ଲାଗିଥିଲା ନା ଅନ୍ୟ ସ୍ଥାନରେ ଅଘଟଣ ଘଟାଇ ବାସଭବନରେ ଅନ୍ତିମ ରୂପ ଦିଆଯାଇଥିଲା, ଏହା ମଧ୍ୟ ଜାଣିବା ପାଇଁ ବାସଭବନ ଭିତରେ ସବୁ ଦିଗରୁ ଅନୁଧ୍ୟାନ କରାଯାଇଥିଲା ।  ଏହାପରେ କ୍ରାଇମବ୍ରାଂଚ ଅଧିକାରୀ କହଥିଲେ, ଘର ଭିତରେ ହିଁ ପୋଡି ହୋଇଛନ୍ତି ସୌମ୍ୟରଞ୍ଜନ ।

from Kanak News
via <a href="https://ifttt.com/?

୨୪ଘଂଟାର କରୋନା ମିଟର : ଲଗାତର ଭାବେ ଦୁଇ ହଜାର ତଳେ ରହୁଛି ସଂକ୍ରମଣ; ଖୋର୍ଦ୍ଧାରୁ ସର୍ବାଧିକ ୫୧୮ ଆକ୍ରାନ୍ତ ଚିହ୍ନଟ, ୬୯ ମୃତ

କନକ ବ୍ୟୁରୋ : ଲଗାତର ତୃତୀୟ ଦିନ ପାଇଁ ୨ ହଜାର ତଳେ ରାଜ୍ୟରେ ଦୈନିକ ସଂକ୍ରମଣ । ୨୪ ଘଂଟାରେ ଆଉ ୧୯୧୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫୧୮ ପଜିଟିଭ୍ ହୋଇଥିବା ବେଳେ କଟକରୁ ୨୫୬ ନୂଆ ସଂକ୍ରମିତ ହୋଇଛନ୍ତି । ପୁରୀରୁ ଆଉ ୧୧୮ ପଜିଟିଭ୍ ହୋଇଛନ୍ତି ।

ଏହି ତିନି ଜିଲ୍ଲାକୁ ଛାଡି ଦେଲେ ଅନ୍ୟ କୌଣସି ଜିଲ୍ଲାରେ ୧୦୦ ଉପରକୁ ନୂଆ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୯ ଲକ୍ଷ ୬୩ ହଜାର ୮୫୧ ହୋଇଛି । ଏବେ ଆକ୍ଟିଭ୍ କେସ୍ ରହିଛି ୧୯ ହଜାର ୨୬୧ । ୨୪ ଘଂଟାରେ ୭୮ ହଜାର ୧୩୪ ନମୂନା ପରୀକ୍ଷା କରାଯାଇଛି । ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ରହିଛି ୨.୪୫ ପ୍ରତିଶତ ।

from Kanak News
via <a href="https://ifttt.com/?

ବ୍ରହ୍ମପୁରରେ ଅଭାବନୀୟ ଘଟଣା । ଶ୍ୱାସରୁଦ୍ଧ ହୋଇ ଆଖିବୁଜିଲେ ୩ ଜଣ ଶ୍ରମିକ । ପାଇଖାନା ସେଣ୍ଟ୍ରିଂ ଖୋଲିବାକୁ ଯାଇଥିବା ବେଳେ ଘଟିଲା ଅଘଟଣ 

କନକ ବ୍ୟୁରୋ : ଗଞ୍ଜାମ ଗୋପାଳପୁର ଅଂଚଳରେ ଅଭାବନୀୟ ଘଟଣା । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩ ଜଣଙ୍କ ଜୀବନ । ଗୋପାଳପୁର ଅନ୍ତର୍ଗତ ବିକ୍ରମପୁରରେ ସେଫ୍ଟିକ ଟ୍ୟାଙ୍କର ସେଣ୍ଟ୍ରିଂ କାମ ବେଳେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ସେଣ୍ଟ୍ରିଂ କାମ କରୁଥିବା ମିସ୍ତ୍ରୀ ଜଣକ ଟ୍ୟାଙ୍କରରେ ରହିଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଟ୍ୟାଙ୍କର ଭିତରକୁ ଆଉ ଦୁଇ ଜଣ ଯାଇଥିଲେ । ଶ୍ୱାସରୁଦ୍ଧ ହୋଇ ୩ ଜଣ ଯାକଙ୍କର ମୃତ୍ୟୁ ହୋଇଥିଲା ।

ସୂଚନାନୁସାରେ, ଟି.ସିଦ୍ଧେଶୁଙ୍କ ଘରର ନବନିର୍ମିତ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲିବାକୁ ପ୍ରଥ‌ମେ ମିସ୍ତ୍ରି ସଦାନନ୍ଦମ୍ ଭିତରେ ପଶିଥିଲେ । କିନ୍ତୁ ବହୁ ସମୟ ଧରି ନଫେରିବାରୁ ସିଦ୍ଧେଶୁଙ୍କ ପଡ଼ୋଣୀ କ୍ରିଷ୍ଣା ଟାଙ୍କି ଭିତରକୁ ଯାଇଥିଲେ । ତଥାପି ଉଭୟଙ୍କ ପାଟି ଆଉ ଶୁଭି ନଥିଲା । ଶେଷରେ ଆଉ ଜଣେ ପ‌ଡ଼ୋଶୀ ତରେନେୟା କିଛି ସମୟ ପରେ ଟାଙ୍କି ଭିତରକୁ ପଶି ସେ ମଧ୍ୟ ଆଉ ଫେରି ନଥିଲେ । ଅଞ୍ଚଳବାସୀ ଉଦ୍ୟମ କରି ତିନି ଜଣଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ୍ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

from Kanak News
via <a href="https://ifttt.com/?

ଜାମ୍ମୁକାଶ୍ମୀର ଅଖନୁରରେ ପାକିସ୍ଥାନ ଡ୍ରୋନକୁ ଖସାଇଲା କାଶ୍ମୀର ପୋଲିସ : ବିପୁଳ ପରିମାଣର ବିସ୍ଫୋରକ ଜବତ

କନକ ବ୍ୟୁରୋ : ଜମ୍ମୁକଶ୍ମୀରରେ ପାକିସ୍ତାନର ଡ୍ରୋନକୁ ମାରି ଖସାଇଲେ ସୁରକ୍ଷାକର୍ମୀ । ଜମ୍ମୁକଶ୍ମୀର ପୋଲିସ ପକ୍ଷରୁ ଡ୍ରୋନକୁ ମାରି ଖସାଇ ଦିଆଯାଇଛି । ଅଖନୁର ଅଂଚଳରେ ଏହି ଡ୍ରୋନକୁ ଖସାଇ ଦିଆଯାଇଛି । ଡ୍ରୋନରୁ ୫ କେଜି ଆଇଇଡି ଜବତ ହୋଇଛି । ଭାରତୀୟ ସୀମାର ପାଖାପାଖି ୮ କିଲୋମିଟର ଭିତରକୁ ଡ୍ରୋନ୍ ପଶି ଆସିଥିଲା ।

ସେପଟେ ଜମ୍ମୁକଶ୍ମୀର ସୋପରରେ ଏନକାଉଂଟର ହୋଇଛି । ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ଠାରୁ ମାରଣାସ୍ତ୍ର ଜବତ ହୋଇଛି । ଆତଙ୍କବାଦୀମାନେ ବୋରପୁରା ଗାଁର ଏକ ଘର ଭିତରେ ପଶିଥିଲେ । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ସୁରକ୍ଷାକର୍ମୀ ଗାଁରେ ପହଂଚିବା ମାତ୍ରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗାଁରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started