ଜାମ୍ମୁକଶ୍ମୀର ସୋପରରେ ଏନକାଉଂଟର : ଦୁଇ ଆତଙ୍କବାଦୀ ନିପାତ, ମାରଣାସ୍ତ୍ର ଜବତ

କନକ ବ୍ୟୁରୋ : ଜାମ୍ମୁକଶ୍ମୀର ସୋପରରେ ଏନକାଉଂଟର ହୋଇଛି । ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ଠାରୁ ମାରଣାସ୍ତ୍ର ଜବତ ହୋଇଛି । ଆତଙ୍କବାଦୀମାନେ ବୋରପୁରା ଗାଁର ଏକ ଘର ଭିତରେ ପଶିଥିଲେ । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ସୁରକ୍ଷାକର୍ମୀ ଗାଁରେ ପହଂଚିବା ମାତ୍ରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗାଁରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ସେପଟେ, ଜାମ୍ମୁକଶ୍ମୀରରେ ପାକିସ୍ତାନର ଡ୍ରୋନକୁ ମାରି ଖସାଇଲେ ସୁରକ୍ଷାକର୍ମୀ । ଜାମ୍ମୁକଶ୍ମୀର ପୋଲିସ ପକ୍ଷରୁ ଡ୍ରୋନକୁ ମାରି ଖସାଇ ଦିଆଯାଇଛି । ଅଖନୁର ଅଂଚଳରେ ଏହି ଡ୍ରୋନକୁ ଖସାଇ ଦିଆଯାଇଛି । ଡ୍ରୋନରୁ ୫ କେଜି ଆଇଇଡି ଜବତ ହୋଇଛି । ଭାରତୀୟ ସୀମାର ପାଖାପାଖି ୮ କିଲୋମିଟର ଭିତରକୁ ଡ୍ରୋନ୍ ପଶି ଆସିଥିଲା ।

from Kanak News
via <a href="https://ifttt.com/?

ଦୈନିକ ହିନ୍ଦୀ ଖବରକାଗଜ ଦୈନିକ ଭାସ୍କର କାର୍ଯ୍ୟାଳରେ ରେଡ଼୍ : ଦେଶବ୍ୟାପୀ ରେଡ଼ କରିଛି ଆୟକର ବିଭାଗ, ମୁମ୍ବାଇ ଦିଲ୍ଲୀ ସମେତ ୩୨ ସ୍ଥାନରେ ଚଢାଉ

କନକ ବ୍ୟୁରୋ : ପ୍ରମୁଖ ହିନ୍ଦୀ ଦୈନିକ ଖବର କାଗଜ ଦୈନିକ ଭାସ୍କର ଗ୍ରୁପ ଉପରେ ଆୟକର ବିଭାଗ ଦେଶବ୍ୟାପୀ ରେଡ଼୍ କରିଛି । ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ ସମେତ ଛତିଶଗଡ, ରାଜସ୍ଥାନରେ ଗ୍ରୁପର ପ୍ରାୟ ପ୍ରାୟ ୩୨ଟି ସ୍ଥାନରେ ଏହି ଚଢାଉ ହୋଇଛି । ଆୟକର ଆଇନ ଧାରା ୧୩୨ ଅନୁସାରେ ଏହି ଗ୍ରୁପର ବିଭି୍ନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସ୍ଥାନ ଉପରେ ଏହି ରେଡ୍ ହୋଇଛି । ଗ୍ରୁପର କିଛି ପ୍ରମୋଟର ଓ କର୍ମଚାରୀଙ୍କ ଘରେ ବି ଆୟକର ବିଭାଗ ଚଢାଉ କରିଛି ଦୈନକ ଭାସ୍କର ଉତର ଭାରତର ଏକ ପ୍ରମୁଖ ଖବର କାଗଜ ।

ମିଡିଆ ଛଡା ଶକ୍ତି, ବୟନଶିଳ୍ପ ଓ ରିଅଲ ଇଷ୍ଟେଟରେ ହଜାର ହଜାର କୋଟି ଟଙ୍କାର ନିବେଶ କରିଛି ଏହି ଗ୍ରୁପ । ବର୍ଷକୁ ଏହି ଗ୍ରୁପର ଟର୍ଣ୍ଣଓଭର ହେଉଛି ୬ ହଜାର କୋଟି । ବିରୋଧୀ ଦଳ ଦୈନିକ ଭାସ୍କର ଉପରେ ଏହି ଚଢାଉକୁ ନିନ୍ଦା କରିଛନ୍ତି । କଂଗ୍ରେସ ଓ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଦୈନିକ ଭାସ୍କର ଉପରେ ଆୟକର ଚଢାଉକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, ଏହାଦ୍ୱାରା ମିଡିଆକୁ ଭୟ ପ୍ରଦର୍ଶନ କରାଯାଉଛି । ଗତକାଲି ଏହାକୁ ନେଇ ସଂସଦରେ ବି ହଙ୍ଗାମା ହୋଇଥିଲା ।

ଗୁରୁବାର ପ୍ରାୟ ସକାଳ ୪ଟାରୁ ସାଢେ ୪ଟା ମଧ୍ୟରେ ଆୟକର ବିଭାଗର ୧୦୦ ଜଣିଆ ଟିମ୍ ଭୋପାଳ, ଇନ୍ଦୋର, ଜୟପୁର, ଅହମ୍ମଦାବାଦ ଓ ନୋଏଡା ଅଫିସ ଓ ଅନ୍ୟ କିଛି ସ୍ଥାନରେ ରେଡ କରିଥିଲା । ସେମାନଙ୍କ ସହ ସିଆରପିଏଫ ଯବାନ ଥିଲେ । ସେପଟେ ଦୈନିକ ଭାସ୍କର ଗ୍ରୁପ ପକ୍ଷରୁ କୁହାଯାଇଛି, ଯାଂଚରେ ସବୁପ୍ରକାରର ସହୟତା କରାଯାଇଛି ଓ ଅଧିକାରୀମାନେ ଯେଉଁ ଦସ୍ତାବିଜ ମାଗିଥିଲେ ତାକୁ ଦିଆଯାଇଛି ।

from Kanak News
via <a href="https://ifttt.com/?

ପ୍ରଫେସର ସନ୍ତୋଷ ତ୍ରିପାଠୀ ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟ କୁଳପତି

କନକ ବ୍ୟୁରୋ : ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଫକୀରମୋହନ ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି । ସଂକ୍ଷିପ୍ତ ତାଲିକାରେ ଥିବା ତିନି ପ୍ରଫେସରଙ୍କ ସାକ୍ଷାତକାର ନେବା ପରେ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଶ୍ରୀ ତ୍ରିପାଠୀଙ୍କ ନାମ ଘୋଷଣା କରିଛନ୍ତି । କାର୍ଯ୍ୟରେ ଯୋଗଦେବା ଦିନରୁ ୪ ବର୍ଷ ଲାଗି ପ୍ରଫେସର ଶ୍ରୀ ତ୍ରିପାଠୀ କୁଳପତି ଦାୟିତ୍ବରେ ରହିବେ । ଉତ୍କଳ ବିଶ୍ବବିଦ୍ୟାଳୟ ପିଏମ୍‌ଆଇଆର ବିଭାଗର ପ୍ରଫେସର ଶ୍ରୀ ତ୍ରିପାଠୀଙ୍କର ୩୦ ବର୍ଷର ଶିକ୍ଷକତା ଅଭିଜ୍ଞତା ରହିଛି । ତାଙ୍କ ଅଧୀନରେ ୧୭ ଜଣ ପିଏଚ୍‌ଡି ଓ ୪୦ ଜଣ ଛାତ୍ରଛାତ୍ରୀ ଏମ୍‌ଫିଲ୍‌ କରିଛନ୍ତି ।

ପ୍ରଫେସର ତ୍ରିପାଠୀ ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ପଦ ପଦବିରେ ଦୀର୍ଘଦିନ ଧରି କାର୍ଯ୍ୟ କରିଛନ୍ତି । ବିଶ୍ବବିଦ୍ୟାଳୟ ପିଏମ୍‌ଆଇଆରର ବିଭାଗୀୟ ମୁଖ୍ୟ, ସିନେଟ୍‌ ସଦସ୍ୟ ଓ ଏକାଡେମିକ କାଉନସିଲ୍‌ର ସଦସ୍ୟ ଭାବେ ୪ ବର୍ଷ ଲେଖାଏଁ ସୁଚାରୁରୂପ ଦାୟିତ୍ବ ନିର୍ବାହ କରିଛନ୍ତି। ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌କୁ ୩ ଥର ମନୋନୀତ ହୋଇଥିଲେ । ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ରିସର୍ଚ୍ଚ କମିଟି ସଦସ୍ୟ ଏବଂ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ କଲେଜ ଡେଭଲପ୍‌ମେଣ୍ଟ କାଉନସିଲର ନିର୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରଥମ କରି ସିବିସିଏସ୍‌ ଲାଗୁ କରାଯାଇଥିଲା। ଏହି ସମୟ ମଧ୍ୟରେ କଲେଜ ଶିକ୍ଷକଙ୍କ ଲାଗି ୪ଟି ତାଲିମ କାର୍ଯ୍ୟକ୍ରମ, ୨୦୧୭ରେ ଉତ୍କଳ ବିଶ୍ବବିଦ୍ୟାଳୟର ରୁରାଲ କ୍ୟାମ୍ପସ ଲାଗି ଯାଜପୁରର ସିଆଠାରେ ଜମି ଚିହ୍ନଟ ହୋଇଥିଲା ।

ବିଶ୍ବବିଦ୍ୟାଳୟର ପ୍ଲାଟିନମ୍‌ ଜୟନ୍ତୀ ଉତ୍ସବକୁ ସଫଳ କରିବା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଏଥିସହ ବିଭିନ୍ନ କମିଟି ଓ ଶିକ୍ଷକ ସଙ୍ଗଠନର ପ୍ରମୁଖ ପଦ ପଦବି‌ରେ ରହି କାର୍ଯ୍ୟ ତୁଲାଇଛନ୍ତି । ତାଙ୍କ ଦ୍ବାରା ଲିଖିତ ଜର୍ଣ୍ଣାଲ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବେଶ୍‌ ପ୍ରଶଂସିତ ହୋଇଛି । ଶିକ୍ଷା ଓ ଗବେଷଣାରେ ପାଇଁ ଆମେରିକା, ନେପାଳ, ମାଲଦୀପ, ଭୁଟାନ୍‌ ପ୍ରଭୃତି ଦେଶକୁ ଗସ୍ତ କରିଥିଲେ। ନିଯୁକ୍ତିପତ୍ର ପାଇବା କ୍ଷଣି ପ୍ରଫେସର ଶ୍ରୀ ତ୍ରିପାଠୀ କାର୍ଯ୍ୟରେ ଯୋଗଦେଇଛନ୍ତି । ଭର୍ଚୁଆଲ ମାଧ୍ୟମରେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଉତ୍ତର ଓଡ଼ିଶାର ଏହି ପ୍ରମୁଖ ବିଶ୍ବବିଦ୍ୟାଳୟର ଶିକ୍ଷା ଓ ଗବେଷଣାକୁ ଆଗକୁ ନେବା କ୍ଷେତ୍ରରେ କାର୍ଯ୍ୟ କରିବେ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

from Kanak News
via <a href="https://ifttt.com/?

ଆଜି ନୀଳାଦ୍ରି ବିଜେ : ରଥଯାତ୍ରା ଉତ୍ସବର ଶେଷ ପର୍ବ; ରତ୍ନବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତି, ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଂଜନ କରିବେ କାଳିଆ ଠାକୁର

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ଆଜି ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ । ରଥଯାତ୍ରାର ଶେଷ ପର୍ବ । ରତ୍ନ ଦେବୀକୁ ଫେରିବେ ଠାକୁର । ଏହାସହ ପରମ୍ପରା ଅନୁସାରେ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଂଜନ କରିବେ କାଳିଆ ଠାକୁର । ଗୁରୁବାର ଶ୍ରୀକ୍ଷେତ୍ରରେ ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଛି । ରାଘବ ଦାସ ଓ ବଡ଼ ଓଡିଆ ମଠ ପକ୍ଷରୁ ଅଧର ହାଣ୍ଡି ପ୍ରସ୍ତୁତ ହୋଇ ମଧ୍ୟାନ୍ନ ଧୂପ ପରେ ନୀତି ବଢି ଅଧର ପଣା ଭୋଗ ହୋଇଥିଲା ।

ଏହା ପରେ ହାଣ୍ଡି ଭଙ୍ଗା ଯିବାର ନୀତି ସମ୍ପନ୍ନ ହୋଇଥିଲା । ପରମ୍ପରା ଅନୁସାରେ ପ୍ରତି ରଥରେ ତିନିଟି ଅଧର ଚୁମ୍ବିତ ହାଣ୍ଡି ରଥ ଉପରେ ବିଗ୍ରହ ମାନଙ୍କ ସମ୍ମୁଖରେ ରଖାଯାଇଥିଲା । ସେଥିରେ ସୁସ୍ୱାଦୁ ଓ ଶୁଗନ୍ଧିତ ଦ୍ରବ୍ୟ ଯଥା କେଶର, ଲହୁଣୀ, ଛେନା, ସର, କ୍ଷୀର, ମିଶିରି, କର୍ପୁର ଏଭଳି ଅନକେ ଦ୍ରବ୍ୟ ପଡ଼ି ପ୍ରସ୍ତୁତ ହୋଇଥିଲା ଅଧର ପଣା । ସୁଆର ସେବାୟତ ଏହି ପଣା ପ୍ରସ୍ତୁତ କରିବା ସହ ପୂଜାପଣ୍ଡା ସାମନ୍ତ ଲାଗି କରିଥିଲେ ।

from Kanak News
via <a href="https://ifttt.com/?

ଆଜିଠୁ ୨ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା : ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ତତ୍‌ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ହୋଇପାରେ । ଉତ୍ତର ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଏବଂ ଅନ୍ୟ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ତେଣୁ ଜୁଲାଇ ୨୭ ତାରିଖ ଯାଏ ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହି ବର୍ଷା ଖରିଫ ଫସଲ ପାଇଁ ଅଧିକ ସହାୟକ ହେବ ବୋଲି ଆଶା କରାଯାଉଛି । ବିଶେଷକରି ନିଅଣ୍ଟିଆ ବର୍ଷା ଯୋଗୁଁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବା ରାଜ୍ୟର ୧୯ ଜିଲ୍ଲା ମଧ୍ୟରୁ ବେଶ୍ କିଛି ଜିଲ୍ଲାରେ ଏହି ଲଘୁଚାପ ବର୍ଷା ଚାଷୀକୁଳ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଲଘୁଚାପ ପ୍ରଭାବରୁ ଶୁକ୍ରବାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର ଓ ଦେବଗଡ଼ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି, ସୋନପୁର, ବୌଦ୍ଧ, ଅନୁଗୁଳ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ। ୨୪ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି, କୋରାପୁଟ, ବରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୫ ତାରିଖ ଦିନ ମୟୂରଭଞ୍ଜ ଓ କେନ୍ଦୁଝର ଏବଂ ୨୬ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଣୁ ଆସନ୍ତା ୪ ଦିନ ପାଇଁ ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ୧ ଜୁନରୁ ୨୨ ଜୁଲାଇ ଯାଏ ଓଡ଼ିଶାରେ ୩୪୬.୩ମିମି ବର୍ଷା ରେକର୍ଡ ହୋଇଛି । ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ୪୫୮.୬ ମିମି ବର୍ଷା ହୋଇଥାଏ । ଅର୍ଥାତ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ୨୪% କମ୍‌ ରହିଛି । ୧୧ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଯାଇଛି ।

from Kanak News
via <a href="https://ifttt.com/?

ରାଜ୍ୟରେ ଦେଢ଼ କୋଟି ଟପିଲା ଟିକାକରଣ : ଏଯାଏଁ ରାଜ୍ୟରେ ୧୧ ହଜାରରୁ ଅଧିକ ଗର୍ଭବତୀଙ୍କୁ ଦିଆଗଲାଣି କରୋନା ଟିକା

କନକ ବ୍ୟୁରୋ : ଟିକାକରଣ କ୍ଷେତ୍ରରେ ଆଉ ଏକ ମାଇଲଖୁଂଟ ଅତିକ୍ରମ କଲା ଓଡ଼ିଶା । ରାଜ୍ୟରେ ଦେଢ଼ କୋଟି ଟପିଛି ଟିକାକରଣ । ଜାନୁଆରୀ ୧୬ରେ ରାଜ୍ୟରେ ଟିକାକରଣ ଆରମ୍ଭ କରାଯାଇଥିବା ବେଳେ ଏଯାଏଁ ରାଜ୍ୟରେ ମୋଟ୍ ୧ କୋଟି ୫୦ ଲକ୍ଷ ୧ ହଜାର ୧୨୬ ଡୋଜ୍ ଟିକାଦିଆ ଯାଇଛିି ।

ପାଖାପାଖି ୩୬ ଲକ୍ଷ ଲୋକ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ନେଇ ସାରିଛନ୍ତି । ଗତକାଲି ୧୧୫୮ ଟିକାକରଣ କେନ୍ଦ୍ରରେ ୨ ଲକ୍ଷ ୩୬ ହଜାର ୭୭୪ ଜଣଙ୍କୁ ଟିକାକରଣ କରାଯାଇଛି । ଆଜି ରାଜ୍ୟରେ ୭୯୫ କେନ୍ଦ୍ରରେ ଟିକାକରଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଆଜି ଯାଜପୁର ଓ କେନ୍ଦ୍ରାପଡ଼ାକୁ ଛାଡ଼ି ଅନ୍ୟ ଜିଲ୍ଲା ଗୁଡ଼ିକରେ ଟିକାକରଣ ହେବ ।

from Kanak News
via <a href="https://ifttt.com/?

ଆଜିଠୁ ଟୋକିଓ ଅଲିମ୍ପିକ୍ସ : ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛିି କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । କରୋନା ସଂକ୍ରମଣ ସଙ୍କଟ ପାଇଁ ୨୦୨୦ରୁ ୨୦୨୧କୁ ଘୁଞ୍ଚିଥିବା ଟୋକିଓ ଅଲିମ୍ପିକ୍ସ ଅନେକ ଦୃଷ୍ଟିରୁ ଅସାଧାରଣ, ଅସ୍ବାଭାବିକ ଓ ଆହ୍ବାନପୂର୍ଣ୍ଣ ରହିବ। କ୍ରୀଡ଼ାଗ୍ରାମରେ ସାମାଜିକ ଦୂରତା, ଖେଳାଳି ପହଞ୍ଚିବା କ୍ଷଣି କରୋନା ପରୀକ୍ଷା, ପଦକ ଉତ୍ସବରେ ନାନା କଟକଣା, ନିରାଡ଼ମ୍ବର ଉଦଘାଟନୀ ଉତ୍ସବ ସହ ଆଲିଙ୍ଗନ ଓ କରମର୍ଦ୍ଦନ ଉପରେ ବାସନ୍ଦା‌ଦେଶ ଭଳି ଅନେକ ନୂଆ କଥା ଏଥରର ଅଲିମ୍ପିକ୍ସରେ ଦେଖିବାକୁ ମିଳିବ। ଏସବୁ ସତ୍ତ୍ବେ ‘ଆବେଗ ଭିତରେ ଏକତା’ର ବାର୍ତ୍ତା ବହନ କରୁଥିବା ଟୋକିଓ ଅଲିମ୍ପିକ୍ସ ସଫଳତାର ସହ ଶେଷ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଆଶା ରଖିଛି ।

ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଖେଳାଳିଙ୍କ ସଫଳତା ପାଇଁ ଦେଶବ୍ୟାପୀ ଶୁଭେଚ୍ଛା ଜଣାଇଛନ୍ତି । ୧୯୦୦ ମସିହାରେ ପ୍ୟାରିସ୍ ଅଲିମ୍ପିକ୍ସଠାରୁ ଏଯାଏଁ ଭାରତ ମାତ୍ର ୨୮ଟି ପଦକ ଜିତିବାରେ ସମର୍ଥ ହୋଇଛି । ଚଳିତ ଅଲିମ୍ପିକ୍ସରେ ଅଧିକ ପଦକ ଜିତିବା ପାଇଁ ଆଶା ରହିଛି । ଖେଳାଳିମାନଙ୍କ ଉତ୍ସାହ ବଢ଼ାଇବା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଚା ବାର୍ତ୍ତା ଆସିବାରେ ଲାଗିଛି । ଭୁବନେଶ୍ୱରର ସାଇ ଇଂଟରନାସନାଲ ସ୍କୁଲ ପକ୍ଷରୁ ଶୁଭେଚ୍ଛାର ଏକ ଭିଡିଓ ଜାରି କରାଯାଇଛି । ସ୍କୁଲର ଛାତ୍ରଛାତ୍ରୀମାନେ ଭାରତୀୟ ଖେଳାଳିଙ୍କୁ ଶୁଭକାମନା ଜଣାଇବା ସହ ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିଛନ୍ତି ।

from Kanak News
via <a href="https://ifttt.com/?

ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବ : ଉଦଘାଟନୀ ଦିବସରେ ଦେଖିବାକୁ ମିଳିବ ତୀରନ୍ଦାଜ ଦୀପିକା କୁମାରୀଙ୍କ ପ୍ରଦର୍ଶନ

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛିି କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ବର୍ଣ୍ଣାଢ଼ କାର୍ଯ୍ୟକ୍ରମରେ କ୍ରୀଡ଼ା ମହାକୁମ୍ଭର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି । ମହାମାରୀ କରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିଥିବା ବେଳେ ୨୦୨୦ ରେ ଆୟୋଜିତ ହେବାପାଇଁ ଥିବା ବିଶ୍ୱର ସବୁଠାରୁ ବଡ କ୍ରୀଡା ପ୍ରତିଯୋଗିତା ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଂଚାଇ ଦିଆଯାଇଥିଲା । ଆଉ ଏବେ କରୋନାର ଦ୍ୱିତୀୟ ଲହରର ପ୍ରଭାବ ସାମାନ୍ୟ ହ୍ରାସ ପାଇଥିବା ବେଳେ ଜାପାନର ରାଜଧାନୀ ଟୋକିଓରେ ବିଭିନ୍ନ ମହାଦେଶର କ୍ରୀଡା ପ୍ରତିଭା ନିଜର ଶ୍ରେଷ୍ଠତ୍ୱ ପ୍ରମାଣିତ କରିବା ପାଇଁ ପରସ୍ପରର ମୁକାବିଲା କରିବେ ।

ଆଜି ସ୍ଥାନୀୟ ସମୟ ରାତି ୮ଟା ତଥା ଭାରତୀୟ ସମୟ ପ୍ରାୟ ସାଢ଼େ ୪ଟା ବେଳେ ଅଲିମ୍ପିକ୍ସର ଉଦଘାଟନ ଉତ୍ସବ ଆରମ୍ଭ ହେବ । ମୋଟ ୨୦୬ଟି ଦେଶର ଖେଳାଳୀ ୩୩ଟି ଭିନ୍ନ ଭିନ୍ନ ଖେଳରେ ଭାଗନେବେ । ଉଦଘାଟନୀ ଉତ୍ସବରେ ଭାରତର ୨୦ଜଣ ଖେଳାଳୀ ଏବଂ ୬ ଜଣ କର୍ମଚାରୀ ଭାଗନେବେ । ଉଦଘାଟନୀ ଦିବସରେ ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀଙ୍କ ପ୍ରଦର୍ଶନ ଉପରେ ଦେଶବାସୀଙ୍କ ନଜର ରହିବ । ୧୩୭ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତର ସମ୍ଭାବ୍ୟ ପଦକ ବିଜେତାଙ୍କ ଉପରେ ଏବେ ସମସ୍ତଙ୍କ ନଜର ।

ଜନସଂଖ୍ୟା ଓ ବିଶାଳତା ଦୃଷ୍ଟିରୁ ବିଚାର କଲେ ଭାରତର ଅଲିମ୍ପିକ୍ସ ଇତିହାସ ଏତେ ସମୃଦ୍ଧ ନୁହେଁ । ଅଲିମ୍ପିକ୍ସକୁ ନେଇ ଉତ୍ସାହର ମାହୋଲ ଥିବା ବେଳେ ମହାକୁମ୍ଭରେ ମହାମାରୀ ସାଜିଛି ସବୁଠୁ ବଡ ଅନ୍ତରାୟ । ଏବେ ପର୍ଯ୍ୟନ୍ତ ଖେଳାଳୀ ଓ ସହ ଯୋଗୀଙ୍କୁ ମିଶାଇ ୭୦ରୁ ଅଧିକ କରୋନାରେ ସଂକ୍ରମିତ ହୋଇସାରିଲେଣି । ତେବେ ଦେଶ ବିଦେଶର ଅନେକ ଖେଳାଳୀ ସେଠାରେ ପହଂଚିଥିବାରୁ ଜାପାନ ପ୍ରଶାସନ ପାଇଁ ଏକ ଚିନ୍ତାର କାରଣ ପାଲଟିଛି ।

from Kanak News
via <a href="https://ifttt.com/?

ଆସନ୍ତାକାଲି ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବ । କ୍ରୀଡା ମହାକୁମ୍ଭରେ କରୋନା ଭୟ । ୬୪ ଜଣ ସଂକ୍ରମିତ ସୂଚନା ।

କନକ ବ୍ୟୁରୋ: ଶୁକ୍ରବାରଠାରୁ ଆରମ୍ଭ ହେଉଛି ଟୋକିଓ ଅଲିମ୍ପିକ୍ସ । ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ କ୍ରୀଡ଼ା ମହାକୁମ୍ଭର ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ । ମହାମାରୀ କରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିଥିବା ବେଳେ ୨୦୨୦ ରେ ଆୟୋଜିତ ହେବାପାଇଁ ଥିବା ବିଶ୍ୱର ସବୁଠାରୁ ବଡ କ୍ରୀଡା ପ୍ରତିଯୋଗିତା ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିଲା । ଆଉ ଏବେ କରୋନାର ଦ୍ୱିତୀୟ ଲହରର ପ୍ରଭାବ ସାମାନ୍ୟ ହ୍ରାସ ପାଇଥିବା ବେଳେ ଶୁକ୍ରବାରଠାରୁ ଜାପାନର ରାଜଧାନୀ ଟୋକିଓରେ ବିଭିନ୍ନ ମହାଦେଶର କ୍ରୀଡା ପ୍ରତିଭା ନିଜର ଶ୍ରେଷ୍ଠତ୍ୱ ପ୍ରମାଣିତ କରିବା ପାଇଁ ପରସ୍ପରର ମୁକାବିଲା କରିବେ । କିନ୍ତୁ ମହାକୁମ୍ଭରେ ମହାମାରୀ ସାଜିଛି ସବୁଠୁ ବଡ ଅନ୍ତରାୟ । ଏବେ ପର୍ଯ୍ୟନ୍ତ ଖେଳାଳୀ ଓ ସହଯୋଗୀଙ୍କୁ ମିଶାଇ ପାଖାପାଖି ୭୨ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ତେବେ ଦେଶ ବିଦେଶର ଅନେକ ଖେଳାଳୀ ସେଠାରେ ପହଞ୍ଚିଥିବାରୁ ଜାପାନ ପ୍ରଶାସନ ପାଇଁ ଏକ ଚିନ୍ତାର କାରଣ ପାଲଟିଛି । ୧୩୭ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତର ସମ୍ଭାବ୍ୟ ପଦକ ବିଜେତାଙ୍କ ଉପରେ ଏବେ ସମସ୍ତଙ୍କ ନଜର । ଜନସଂଖ୍ୟା ଓ ବିଶାଳତା ଦୃଷ୍ଟିରୁ ବିଚାର କଲେ ଭାରତର ଅଲିମ୍ପିକ୍ସ ଇତିହାସ ଏତେ ସମୃଦ୍ଧ ନୁହେଁ । ୧୯୦୦ ମସିହାରେ ପ୍ୟାରିସ୍ ଅଲିମ୍ପିକ୍ସଠାରୁ ଏଯାଏଁ ଭାରତ ମାତ୍ର ୨୮ଟି ପଦକ ଜିତିବାରେ ସମର୍ଥ ହୋଇଛି ।

from Kanak News
via <a href="https://ifttt.com/?

ଆଷାଢ଼ରେ ଶୁଖିଲା ପଡିଲା ନଈ । ଧାରେ ଧାରେ ବୋହୁଥିବା ପାଣିକୁ ବାଲିବନ୍ଧ ଦ୍ୱାରା ଅଟକାଇ ଶୋଷ ମେଣ୍ଟାଇବାକୁ ଜନସ୍ୱାସ୍ଥ୍ୟ ବିଭାଗର ଉଦ୍ୟମ

କନକ ବ୍ୟୁରୋ: ଅସରାଏ ବର୍ଷାରେ ଭୁବନେଶ୍ୱର ଉବୁଟୁବ ହେଉଛି । ରାଜଧାନୀର ରାସ୍ତା ଉପରେ କାର ଭାସି ଯାଉଛି । କିନ୍ତୁ ଉପର ମୁଣ୍ଡରେ ବର୍ଷା ନଥିବାରୁ ଭୁବନେଶ୍ୱରବାସୀଙ୍କୁ ପାଣି ଯୋଗାଉଥିବା ନଦୀ ଶୁଖିଲା ପଡିଛି । କୁଆଖାଇ ନଦୀରେ ଖୁବ୍ କମ ପାଣି ପ୍ରବାହିତ ହେଉଛି । ଆଉ ନଇରେ ବାଲି ବନ୍ଧ କରି ସେହି ପାଣିକୁ ଅଟକାଇ ରାଜଧାନୀବାସୀଙ୍କ ଶୋଷ ମେଂଟାଇବାକୁ ଉଦ୍ୟମ ଜାରି ରଖିଛି ଜନସ୍ୱାସ୍ଥ୍ୟ ବିଭାଗ ।

ଯେତେବେଳେ ନଦୀରେ ଜଳସ୍ରୋତ କମିଯାଏ, ସେତେବେଳେ ଶୋଷ ମେଂଟାଇବା ପାଇଁ ନଈ ଭିତରେ ବାଲି ବନ୍ଧ ବନ୍ଧା ହୁଏ । ନଈରେ ଧାରେ ଧାରେ ବହୁଥିବା ପାଣିକୁ ବାଲି ବନ୍ଧ ଦ୍ୱାରା ଅଟକାଇ ରାଜଧାନୀବାସୀଙ୍କ ଶୋଷ ମେଂଟାଇବାକୁ ଚେଷ୍ଟା କରୁଛି ଜନ ସ୍ୱାସ୍ଥ୍ୟ ବିଭାଗ । ଆଉ ଇଏ ହେଉଛି, ଭୁବନେଶ୍ୱର କୁଆଖାଇ ନଦୀର ଦୃଶ୍ୟ । ଜେସିବି ଯୋଗେ ବାଲି ବନ୍ଧ ବନ୍ଧାଯାଉଛି । ପାଣିକୁ ଅଟକାଇ ପମ୍ପ ଯୋଗେ ଉଠାଇ ବିଶୋଧନ କରି ଭୁବନେଶ୍ୱରବାସୀଙ୍କୁ ଯୋଗାଇ ଦେବାକୁ ଉଦ୍ୟମ କରୁଛି ପିଏଚଡି ବିଭାଗ ।

ଆଷାଢ଼ରେ ସୁଖିଲା ପଡିଛି ନଦୀ । ଉପର ମୁଣ୍ଡରେ ବର୍ଷା ନାହିଁ । ତେଣୁ କୁଆଖାଇ ନଦୀରେ ଜଳ ପ୍ରବାହ କମିଯାଇଛି । ଫଳରେ ମଟର ପାଣି ଉଠାଉ ନାହିଁ । ବାଲି ବନ୍ଧ କରି ପାଣିକୁ ଅଟକାଇଲେ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଥିବା ସ୍ଥାନରେ ଜଳସ୍ତର ବଢିବ, ଏବଂ ମଟର ଯୋଗେ ପାଣି ଉଠି ପାରିବ ବୋଲି ପିଏଚଡିରେ କାମ କରୁଥିବା ଠିକାଦାର କହିଛନ୍ତି ।

ଆଷାଢ଼ ସରି ଶ୍ରାବଣ ହେଲାଣି, ହେଲେ ବର୍ଷା ନଥିବାରୁ ନଦୀରେ ଜଳସ୍ତର କମୁଛି । ଆଉ ଆଗକୁ ଯଦି ଏହିଭଳି ସ୍ଥିତି ଲାଗି ରହେ ତେବେ ରାଜଧାନୀରେ ଜଳାଭାବ ଦେଖାଦେବାର ଆଶଙ୍କାକୁ ଏଡାଇ ଦିଆଯାଉ ନପାରେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started