ରଥ ଉପରେ ସମାପନ ହେଲା ଅଧରପଣା ନୀତି । ଶ୍ରୀଜିଉଙ୍କ ସହ ଯାଇଥିବା ଅଶରୀରି ଓ ପାର୍ଶ୍ୱ ଦେବାଦେବୀଙ୍କୁ କରାଗଲା ଅର୍ପଣ ।

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଛି । ରାଘବ ଦାସ ଓ ବଡ଼ ଓଡିଆ ମଠ ପକ୍ଷରୁ ଅଧର ହାଣ୍ଡି ପ୍ରସ୍ତୁତ ହୋଇ ମଧ୍ୟାହ୍ନ ଧୂପ ପରେ ନୀତି ବଢି ଅଧର ପଣା ଭୋଗ ହୋଇଥିଲା । ଏହାପରେ ହାଣ୍ଡି ଭଙ୍ଗା ଯିବାର ନୀତି ସମ୍ପନ୍ନ ହୋଇଥିଲା । ପରମ୍ପରା ଅନୁସାରେ ପ୍ରତି ରଥରେ ତିନିଟି ଅଧର ଚୁମ୍ବିତ ହାଣ୍ଡି ରଥ ଉପରେ ବିଗ୍ରହ ମାନଙ୍କ ସମ୍ମୁଖରେ ରଖାଯାଇଥିଲା । ସେଥିରେ ସୁସ୍ୱାଦୁ ଓ ସୁଗନ୍ଧିତ ଦ୍ରବ୍ୟ ଯଥା କେଶର, ଲହୁଣୀ, ଛେନା, ସର, କ୍ଷୀର, ମିଶିରି, କର୍ପୁର ଏଭଳି ଅନେକ ଦ୍ରବ୍ୟ ପଡ଼ି ପ୍ରସ୍ତୁତ ହୋଇଥିଲା ଅଧର ପଣା ।

ସୁଆର ସେବାୟତ ଏହି ପଣା ପ୍ରସ୍ତୁତ କରିବା ସହ ପୂଜାପଣ୍ଡା ସାମନ୍ତ ଲାଗି କରିଥିଲେ । ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କର ଦକ୍ଷୀଣାଭିମୁଖୀ ଯାତ୍ରା ସମାପ୍ତି ପରେ ଅଧରପଣା ନୀତି ଉଲ୍ଲେଖ ରହିଛି । ରଥରୂଢ ଦିଅଁମାନଙ୍କ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଅଧର ଉଚ୍ଚ ମାଟି ହାଣ୍ଡିରେ ଏହି ପଣା ଦିଆଯାଉଥିବାରୁ ଏହାକୁ ଅଧର ପଣା କୁହାଯାଏ । ତେବେ ଏହି ଅଧରପଣା ରଥ ସହ ଯାଇଥିବା ଅଶରୀରୀ ଓ ପାଶ୍ୱର୍ ଦେବାଦେବୀଙ୍କୁ ଦିଆଯାଇଥାଏ । ଅଧରପଣା ନୀତି ସମାପନ ପରେ ଆସନ୍ତାକାଲି ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ ଓ ରତ୍ନ ଦେବୀକୁ ଫେରିବେ ଠାକୁର । ଏହାସହ କାଲି ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ କାଳିଆ ଠାକୁର ।

https://platform.twitter.com/widgets.js

from Kanak News
via <a href="https://ifttt.com/?

ରାଜଧାନୀରେ ବଢ଼ୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବସ୍ତି ପରେ ଏବେ କଲୋନୀରୁ ବି ଚିହ୍ନଟ ହେଉଛନ୍ତି ଡେଙ୍ଗୁ ସଂକ୍ରମିତ 

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଧିରେ ଧିରେ କାୟା ମେଲାଉଛି ଡେଙ୍ଗୁ । ବଢ଼ୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବିଭିନ୍ନ ବସ୍ତି ଅଂଚଳରୁ ଡେଂଗୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ କଲୋନୀରେ ବି ବ୍ୟାପି ଗଲାଣି ।

ନିଳାଦ୍ରୀ ବିହାରର ଟ୍ରାନଜିଟ ହୋମ ।  ଅସ୍ଥାୟୀ ଭାବେ ରହିବା ପାଇଁ ସରକାର ଘର ଦେଇଛନ୍ତି ସତ କିନ୍ତୁ ସମସ୍ୟା ବୁଝିବାକୁ କାହା ପାଖରେ ସମୟ ନାହିଁ । ଏଠି ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ବସ୍ତିରେ ମଶା ଧୂଆଁ ପକେଇବା ପାଇଁ ସାହି ସଭାପତି ସରକାରୀ କାରଯ୍ୟାଳୟ ବୁଲି ବୁଲି ନୟାନ୍ତ ହେଲେଣି କିନ୍ତୁ ସରକାରୀ ବାବୁ ଚେଇଁ ଶୋଇଛନ୍ତି ।

ଘରେ ବାହାରେ ସବୁଠି ଏଡିସ ମଶା । ବସ୍ତି ଠାରୁ ସହରର ଗଳିକନ୍ଦିରେ ମାତିଲାଣି ଡେଙ୍ଗୁ ରୋଗ ।  ଘରେ ଘରେ ବଢିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ୟେ ହେଉଛି ନୀଳାଦ୍ରି ବିହାର ।  ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳ । ଏବେ ପାଲଟିବାରେ ଲାଗିଛି ଡେଙ୍ଗୁର ହଟସ୍ପଟ ।  ଏଠି ଘରେ ଘରେ ଡେଙ୍ଗୁ । କିଏ ସୁସ୍ଥ ହୋଇ ଘରକୁ ଫେରିଲେଣି ତ ଆଉ କିଏ କ୍ୟାପିଟାଲ ହସୄପିଟାଲର ଡେଙ୍ଗୁ ଓ୍ବାର୍ଡ ରେ ଚିକିତ୍ସିତ ହେଉଛନ୍ତି ।

ନୀଳାଦ୍ରି ବିହାର ଅଞ୍ଚଳରେ ମଶା ଧୂଆଁ ପକେଇବା ଦାୟିତ୍ୱରେ ଥିବା ଜଣେ ସରକାରୀ ବାବୁଙ୍କୁ ଆମେ ଫୋନରେ ଯୋଗାଯୋଗ କରିଥିଲୁ । ତାଙ୍କ କଥାରୁ ସ୍ପଷ୍ଟ ଭାବେ ବୁଝିହେଉଛି ଯେ ଏମାନଙ୍କ ପାଇଁ ତାଙ୍କର କେତେ ଦରଦ ରହିଛି ।

from Kanak News
via <a href="https://ifttt.com/?

୫ ବିଧାୟକଙ୍କୁ ତାଲା ପକାଇଦେଲେ ସାମ୍ବାଦିକ । ମହିଳା ପୋଲିସ ଅଧିକାରୀଙ୍କ ସାମ୍ବାଦିକଙ୍କୁ ଚାପୁଡା ପ୍ରତିବାଦରେ କେନ୍ଦ୍ରାପଡାରେ ହଙ୍ଗାମା

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅଫିସ୍ ଭିତରେ ୨ ଘଂଟା ଧରି ଅଟକ ରହିଲେ ୫ ବିଧାୟକ । ଜିଲ୍ଲାପାଳଙ୍କ ସହ କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ଆସିଥିବା ବେଳେ ପ୍ରତାପ ଦେବ, ଶଶୀ ଭୂଷଣ ବେହେରା, ଧ୍ରୁବ ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ସାବିତ୍ରୀ ଅଗ୍ରୱାଲଙ୍କୁ ତାଲାପକାଇ ଦେଇଥିଲେ ସ୍ଥାନୀୟ ସାମ୍ବାଦିକ । ଜଣେ ୱେବ ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳ ମାଡ଼ ମାରିବା ପ୍ରତିବାଧରେ ସାମ୍ବାଦିକମାନେ ଧାରଣାରେ ବସିଥିଲେ । କନେଷ୍ଟବଳ ଜଣ ମାସ୍କ ପିନ୍ଧି ନଥିବାର ଭିଡିଓ ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ ସମ୍ପୃକ୍ତ ସାମ୍ବାଦିକ ଜଣକ ।

କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅଫିସରେ ଅଟକ ରହିଲେ ୫ ବିଧାୟକ । ପ୍ରତାପ ଦେବ, ଶଶୀ ଭୂଷଣ ବେହେରା, ଧ୍ରୁବ ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ସାବିତ୍ରୀ ଅଗ୍ରୱାଲ ପ୍ରାୟ ୨ ଘଂଟା ଧରି କାର୍ଯ୍ୟାଳୟ ଭିତରେ ଅଟକ ରହିଥିଲେ । ଜିଲ୍ଲାପାଳଙ୍କ ସହ କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ଆସିଥିବା ଏହି ବିଧାୟକମାନଙ୍କୁ ତାଲାପକାଇ ଦେଇଥିଲେ ସ୍ଥାନୀୟ ସାମ୍ବାଦିକ । ଜଣେ ମହିଳା କନେଷ୍ଟବଳ ୱେବ ସାମ୍ବାଦିକଙ୍କୁ ମାଡ ମାରିବାର ପ୍ରତିବାଦ କରୁଥିଲେ ।

ୱେବ ସାମ୍ବାଦିକଙ୍କୁ ପୋଲିସ୍ କନେଷ୍ଟବଳଙ୍କ ମାଡ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ଏହି ମହିଳା କନେଷ୍ଟବଳ ଜଣକ ମାସ୍କ ପିନ୍ଧି ନଥିଲେ, ଆଉ ଏହାର ଭିଡିଓ ଉଠାଇ ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ ସାମ୍ବାଦିକ ଭୀମସେନ ସେଠୀ । ଏଥିରେ ରାଗି ଯାଇ ସାମ୍ବାଦିକ ଜଣଙ୍କୁ ଗାଲିଗୁଲଜ କରିବା ସହ କନେଷ୍ଟବଳ ପିନୁ ପଟ୍ଟନାୟକ ଚାପୁଡ଼ା ମାରିଥିଲେ ।

ମାରିଥିବା ମହିଳା କନେଷ୍ଟବଳଙ୍କ ଗିରଫ ଦାବି କରିଛନ୍ତି ସାମ୍ବାଦିକ । ଆଉ ଯଦି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ପୁଣି ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

from Kanak News
via <a href="https://ifttt.com/?

ପେଗାସସ୍ ଉପରେ ଉତ୍ତର ରଖିଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଲେ, ମୌସୁମୀ ଅଧିବେଶନ ପୂର୍ବରୁ ଜାଣିଶୁଣି କରାଯାଇଛି ଏଭଳି ରିପୋର୍ଟ । ଅଭିଯୋଗରେ ନାହିଁ କୌଣସି ସତ୍ୟତା

କନକ ବ୍ୟୁରୋ: ପେଗାସସ୍ ସ୍ପାଏ ଓୟାର ବା ମୋବାଇଲ ଗୁପ୍ତଚରୀକୁ ନେଇ ଆଜି ବି ଉଠିଛି ପଡିଛି ସଂସଦ । ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସରକାରଙ୍କ ପକ୍ଷ ରଖୁଥିବା ବେଳେ ତାଙ୍କ ହାତରୁ କାଗଜ ଚିରି ଦେଇଥିଲେ ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନ୍ । ଆଜି ରାଜ୍ୟସଭା ଆରମ୍ଭ ମାତ୍ରେ ବିରୋଧୀ ସାଂସଦ ହୋ-ହଲ୍ଲା କରିବା ସହ ଗୃହକୁ ଅଚଳ କରି ଦେଇଥିଲେ । ସରକାର ପେଗେସସ୍ ସ୍ପାଏ ଓୟାର କିଣିଛନ୍ତି କି ନାହିଁ ସ୍ପଷ୍ଟ କରିବାକୁ ଦାବି କରିଥିଲେ ବିରୋଧୀ । ତେବେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ଏବଂ ପେଗାସସ୍ ନେଇ ୱେବ ପୋର୍ଟାଲରେ ଖବର ପ୍ରକାଶ ପାଇବା ସଂଯୋଗ ନଥିଲା । ମନ୍ତ୍ରୀଙ୍କ ଏପରି ମନ୍ତବ୍ୟରେ ଆହୁରି ଉତକ୍ଷିପ୍ତ ହୋଇ ଉଠିଥିଲେ ବିରୋଧୀ ।

ପେଗାସସ୍ ସ୍ପାଏ ଓଏର ବିବାଦକୁ ନେଇ ଗୃହରେ ହଙ୍ଗାମା । ରାଜ୍ୟସଭା ଆରମ୍ଭ ହେବା ମାତ୍ରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଗଲା । ରାଜ୍ୟସଭା ୨ ଥର ମୁଲତବୀ ପରେ ଯେତେବେଳେ ଆରମ୍ଭ ହେଲା କଂଗ୍ରେସ, ଟିଏମସି ଓ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ୱେଲ ବା ମଧ୍ୟସ୍ଥଳକୁ ଧସେଇ ପସି ଆସିଲେ । ଆଉ ଏହାରି ଭିତରେ ଏହି ପ୍ରସଙ୍ଗରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପକ୍ଷ ରଖିବା ଆରମ୍ଭ କଲେ । ତେବେ ବିରୋଧୀଙ୍କ ହୋ-ହଲ୍ଲା ଭିତରେ ତାଙ୍କୁ କହିବାକୁ ସୁଯୋଗ ମିଳିଲା ନାହିଁ । ଟିଏମସି ସାଂସଦ ସାନ୍ତନୁ ସେନ ତାଙ୍କ ଠାରୁ ସ୍ପାଏ ଓଏର ସମ୍ପର୍କିତ ଉତର କାଗଜ ଛଡାଇ ନେଇଥିଲେ ଏବଂ ଚିରି ଦେଇଥିଲେ ।

ପେଗାସସ୍ ସ୍ପାଏ ଓଏରକୁ ନେଇ ସାରା ଦେଶରେ ହଙ୍ଗାମା ଚାଲିଥିବାବେଳେ ବିରୋଧୀଙ୍କ ପ୍ରଶ୍ନ ଥିଲା ଭାରତ ସରକାର ଏହି ସ୍ପାଏ ଓଏରକୁ କିଣିଛନ୍ତି କି ନାହିଁ ତାହା ସ୍ପଷ୍ଟ କରନ୍ତୁ । କିନ୍ତୁ ବୈଷ୍ଣବ ଯେତେବେଳେ ଉତର ରଖିଥିଲେ ସେ କହିଥିଲେ, – ‘ମୌସୁମୀ ଅଧିବେଶନ ଆରମ୍ଭ ହେବାର ଠିକ୍ ପୂର୍ବରୁ ୧୮ ଜୁଲାଇ, ୨୦୨୧ରେ ସ୍ପାଏ ଓଏରକୁ ନେଇ ଏକ ୱେବ ପୋର୍ଟାଲରେ ଖବର ପ୍ରକାଶ ପାଇଥିଲା । ଏହା ଏକ ସଂଯୋଗ ନଥିଲା । ଏହାଛଡା ପୂର୍ବରୁ ଯେଉଁ ଅଭିଯୋଗ ଆସିଥିଲା ସେଥିରେ କୌଣସି ସତ୍ୟତା ନାହିଁ ।’ ବୋଲି ସେ କହିଥିଲେ । କିନ୍ତୁ ଏହି ଉତର ବିରୋଧୀଙ୍କୁ ସନ୍ତୁଷ୍ଟ କରି ନଥିଲା ।

from Kanak News
via <a href="https://ifttt.com/?

କୁଆଖାଇ ନଈବାଲିରୁ ମିଳିଲା ଯୁବକଙ୍କ ମୃତଦେହ । ହତ୍ୟା କରି ବାଲି ଭିତରେ ପୋତି ଦେଇଥିବା ସନ୍ଦେହ । ଏଯାଏ ସ୍ପଷ୍ଟ ହୋଇନି ପରିଚୟ

କନକ ବ୍ୟୁରୋ: ନଦୀବାଲିରେ ମୃତଦେହ । ବୁଧବାର ଭୁବନେଶ୍ୱର କୁଆଖାଇ ନଦୀପଠାରେ ମୃତଦେହ ପୋତିହୋଇଥିବା ଖବର ମିଳିବା ପରେ ଚାଂଚଲ୍ୟ ଖେଳିଯାଇଥିଲା । ରାତିସାରା ସଂପୃକ୍ତ ସ୍ଥାନକୁ ଜଗିରହିବା ପରେ ସକାଳେ ମୃତଦେହକୁ ଖୋଳାଯାଇ ଉଦ୍ଧାର କରାଯାଇଥିଲା । ଆଉ ଏହି ମୃତଦେହ ଜଣେ ଯୁବକର ଥିଲା । ଦେହରେ କିଛି କ୍ଷତି ହୋଇନଥିବାବେଳେ ମହୁଁ ନଷ୍ଟ ହୋଇଯାଇଥିଲା । ମୃତ୍ୟର ରହସ୍ୟ ଜାଣିବାକୁ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଏମ୍ସକୁ ପଠାଯାଇଛି ।

କୁଆଖାଇ ନଦୀପଠାରୁ ମିଳିଥିବା ମୃତଦେହ କାହାର? ଏହାଏକ ହତ୍ୟା ଘଟଣା ନା ଆଉ କିଛି? ନଇବାଲି ଭିତରେ ମୃତଦେହକୁ କାହିଁକି ଲୁଚାଯାଇଥିଲା? ଏହି ଯୁବକ ସ୍ଥାନୀୟ ଅଚଂଳର ନା ବାହାର ସ୍ଥାନର? ଏସବୁ ପ୍ରଶ୍ନର ଉତର ଖୋଜୁଛି ପୁଲିସ । ପ୍ରଥମ ଥର ଲାଗି ୩-ଡି ଲେଜର ସ୍କାନରରେ ଭିଡିଓ କରିଛି ଫରେନସିକ ଟିମ୍ । ଅର୍ଥାତ ୩୬୦ ଡିଗ୍ରୀରେ ସ୍ଥାନୀୟ ପାରିପାର୍ଶର୍ି୍ୱକ ସ୍ଥିତିର ୩-ଡି ଚିତ୍ର ରେକର୍ଡ ହେବ । ମୃତକଙ୍କ ପରିଚୟ ପାଇଁ ସବୁ ଥାନାର ମିଶିଙ୍ଗ ରିପୋର୍ଟକୁ ଯାଂଚ କରାଯାଉଛି ।

ମୃତକଙ୍କ ବୟସ ପାଖାପଖି ୨୫ରୁ ୩୦ ବର୍ଷ ହେବ । ତାକୁ ହତ୍ୟା କରାଯାଇଥାଇପାରେ ବୋଲି ଅନୁମାନ କରାଯାଉଛି । ମୃତକଙ୍କ ପରିଚୟ ପାଇବା ପାଇଁ କମିଶନରେଟ ପୁଲିସ ପୋଷ୍ଟର ବି ମାରିବ ବୋଲି ଜଣାପଡିଛିା

from Kanak News
via <a href="https://ifttt.com/?

ଏସିଏଫ ସୌମ୍ୟରଞ୍ଜନଙ୍କ ଘରେ କ୍ରାଇମସିନ ଦେଖିଲା ପୋଲିସ୍ । ସେପଟେ ଦକ୍ଷିଣାଞ୍ଚଳ ଡିଆଇଜି କହିଲେ ମିଳିଛି ବଡ ସୁରାକ୍, ଖୁବଶୀଘ୍ର ମୃତ୍ୟୁ ରହସ୍ୟ ଉପରୁ ହଟିବ ପରଦା

କନକ ବ୍ୟୁରୋ: ଏସିଏଫ ସୌମ୍ୟରଞ୍ଜନଙ୍କ ଘରେ ହିଁ ହୋଇଛି ରହସ୍ୟମୟ ମୃତ୍ୟୁ । ଯାହାକୁ ଏବେ ବି ଅନେକ ବୁଝି ପାରୁ ନାହାଁନ୍ତି, ଯେ କେମିତି ଏହି ଘର ଭିତରେ ଜଣେ ବ୍ୟକ୍ତି ପୋଡି ହୋଇଯିବ ଏବଂ କେହି ତାଙ୍କୁ ବଂଚାଇ ପାରିବେ ନାହିଁ । ପୋଲିସ ତନ୍ନ ତନ୍ନ କରି ଯାଂଚ କରିଛି । କଳାଦାଗଠାରୁ ଟେବୁଲ କେତେ ଦୂରରେ ଅଛି, କିରୋସିନ କେତେ ଦୂରରେ ପଡିଛି, ଚେୟାର ଓ ଦାଗ ଭିତରେ କେତେ ଦୂରତା ରହିଛି, ଏହିପରି ସମସ୍ତ ତଥ୍ୟ ସଂଗ୍ରହ କରିଛି କ୍ରାଇମବ୍ରାଂଚ ଓ ପାରଳାଖେମୁଣ୍ଡି ପୋଲିସ ।

ସୌମ୍ୟରଞ୍ଜନଙ୍କ ବାସଭବନରେ ତାଙ୍କ ଦେହରେ ନିଆଁ ଲାଗିଥିଲା ନା ଅନ୍ୟ ସ୍ଥାନରେ ଅଘଟଣ ଘଟାଇ ବାସଭବନରେ ଅନ୍ତିମ ରୂପ ଦିଆଯାଇଥିଲା, ଏହା ମଧ୍ୟ ଜାଣିବା ପାଇଁ ବାସଭବନ ଭିତରେ ସବୁ ଦିଗରୁ ଅନୁଧ୍ୟାନ କରୁଥିଲା ପୋଲିସ । ଏବଂ ଶେଷରେ କ୍ରାଇବ୍ରାଂଚର ଅଧିକାରୀ କହିଥିଲେ, ଘର ଭିତରେ ହିଁ ପୋଡି ହୋଇଛନ୍ତି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ।

ଏସିଏଫ ସୌମ୍ୟରଞ୍ଜନଙ୍କର କେମିତି ହେଲା ମୃତ୍ୟୁ, ଏହା ଏକ ହତ୍ୟା ନା ଆତ୍ମହତ୍ୟ, ନା ଆକସ୍ମିକ ଦୁର୍ଘଟଣା, ଏହା ଜାଣିବା ପାଇଁ ଏକପ୍ରକାର ସାରାରାଜ୍ୟ ଅପେକ୍ଷା କରି ରହିଥିବାବେଳେ ପୋଲିସକୁ ମିଳିଛି ବଡ ସୁରାକ । ଏହା ଦକ୍ଷିଣାଂଚଳ ଡିଆଇଜି ସ୍ପଷ୍ଟ କରିନଥିଲେ ବି ସୌମ୍ୟରଞ୍ଜନଙ୍କ ମୃତ୍ୟୁ କାଳିନ ଜମାନବନ୍ଦୀକୁ ପୋଲିସ ଗୁରୁତ୍ୱ ଦେଉଛି ।

ମୃତ୍ୟୁକାଳିନ ଜମାନବନ୍ଦୀରେ ସୌମ୍ୟ କହିଥିଲେ, ସେ ବହି ଆଣିବାକୁ ଯାଉଥିବାବେଳେ ପାଦରେ ବାଜି କିରୋସିନ ଢ଼ାଳି ହୋଇଯାଇଥିଲା, ଏବଂ ଏହା ପରେ ନିଆଁ ଲାଗି ଯାଇଥିଲା । ଏହି ବୟାନ ଆତ୍ମହତ୍ୟା ଦିଗରେ ସନ୍ଦେହ କରିବା ପାଇଁ ପୋଲିସକୁ ଖୋରାକ ଯୋଗାଉଛି ବୋଲି କୁହାଯାଉଛି । କିନ୍ତୁ ପୋଲିସ କହିଛି, ସବୁ ଦିଗରୁ ତଦନ୍ତ କରାଯାଉଛି ।

from Kanak News
via <a href="https://ifttt.com/?

ସ୍କୁଲ ଯିବେ କି ଛୋଟ ପିଲା? ଟିକା ନେଇ ନାହାନ୍ତି ଶିକ୍ଷକ । ଗଣଶିକ୍ଷାମନ୍ତ୍ରୀ କହିଲେ, ସ୍ୱାସ୍ଥ୍ୟବିଭାଗକୁ ଟିକାକରଣ ପାଇଁ କରାଯାଇଛି ଅନୁରୋଧ

କନକ ବ୍ୟୁରୋ: ଆସନ୍ତା ୨୬ ତାରିଖରେ ସ୍କୁଲରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି । ଏପଟେ ଛୋଟ ଛୋଟ ପିଲାଙ୍କ ଠାରେ ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଅଧିକ କ୍ଷମତା ଥିବାରୁ ପ୍ରଥମେ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ପରାମର୍ଶ ଦେଇଛି ଆଇସିଏମଆର । ତେବେ କିପରି ସ୍କୁଲ ଖୋଲିବ, ଏ ନେଇ ଯେତିକି ପ୍ରସ୍ତୁତି ରହିବା କଥା, ସେପରି ଦେଖିବାକୁ ମିଳୁନି ।

ସବୁଠାରୁ ବଡ଼ କଥା ହେଲା ଶିକ୍ଷକ ଓ କର୍ମଚାରୀଙ୍କ ଟିକାକରଣ ଶେଷ ହୋଇନାହିଁ । ପ୍ରାଥମିକତା ଭିତିରେ ଟିକା ଦେବା ପାଇଁ ବିଭାଗୀୟ ସ୍ତରରେ ସେପରି କିଛି ପଦକ୍ଷେପ ନିଆଯାଇନି । ଶିକ୍ଷକଙ୍କ ଟିକାକରଣ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କହି ଦେଇ ହାତ ବାନ୍ଧି ବସି ପଡିଛି ଗଣଣିକ୍ଷା ବିଭାଗ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଶିକ୍ଷକଙ୍କ ଟିକାକରଣ ସାରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଛି । ଅନ୍ୟପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା ନାହିଁ । ଯେଉଁ ବର୍ଗର ଟିକାକରଣ ଚାଲିଛି, ସେଥିରେ ସେମାନେ ଅନ୍ତଭୁର୍କ୍ତ ହୋଇ ଟିକା ନେଇପାରିବେ ।

ସ୍କୁଲ ଖୋଲିବାକୁ ସରକାର ଯାଉଥିବା ବେଳେ ଗଣଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ତାଳମେଳ ନଥିବା ଭଳି ଲାଗୁଛି । ଗୋଟିଏ ପଟେ ପିଲାଙ୍କ ସ୍ୱାସ୍ଥ୍ୟ ଓ ଅନ୍ୟପଟେ ସେମାନଙ୍କ ପାଠପଢ଼ା । ଏହାରି ଭିତରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସ୍କୁଲ ଆସିବା ଓ ହଷ୍ଟେଲରେ ରହିବା ପାଇଁ ଅଭିଭାବକଙ୍କ ଅନୁମତି ଆବଶ୍ୟକ । ଶିକ୍ଷକଙ୍କ ଟିକାକରଣ ସ୍କୁଲ ଖୋଲିବାରେ ବାଧକ ସୃଷ୍ଟି କରିବ ନାହିଁ ବୋଲି କହିଛନ୍ତି ସମୀର ରଂଜନ ଦାଶ ।

ପିଲାଙ୍କୁ ସ୍କୁଲ ଛାଡିବେ କି ନାହିଁ ଅଭିଭାବକଙ୍କ ଉପରେ ଛାଡିଛନ୍ତି ସରକାର । ତେବେ ଏ ନେଇ ଅଭିଭାବକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଛି ଅଭିଭାବକ ସ୍କୁଲ ଖୋଲିବା ସପକ୍ଷରେ ଥିବା ବେଳେ କିଛି ଅଭିଭାବକ ସ୍କୁଲ ଖୋଲିବା ବିରୋଧରେ ମତ ଦେଇଛନ୍ତି ।

from Kanak News
via <a href="https://ifttt.com/?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ , ୧୨୪ ଦେଶକୁ ବ୍ୟାପିଲାଣି କରୋନାର ଡେଲଟା ଭାରିଆଣ୍ଟ । କିଛିମାସ ମଧ୍ୟରେ ଆଣିପାରେ ମହାମାରୀ ଭଳି ସ୍ଥିତି

କନକ ବ୍ୟୁରୋ : ସାରା ବିଶ୍ୱରେ କାୟା ବିସ୍ତାର କରୁଥିବା କରୋନାର ଡେଲଟା ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି କି ଆସନ୍ତା କିଛିମାସ ମଧ୍ୟରେ କରୋନାର ଏହି ରୂପ ସାରା ବିଶ୍ୱରେ ମହାମାରୀ ଭଳି ସ୍ଥତି ଉପୁଜାଇ ପାରେ । କହିରଖୁ କି ଡେଲଟା ଭାରିଆଣ୍ଟର ପ୍ରଥମ ସଂକ୍ରମିତ ଭାରତରୁ ଚିହ୍ନଟ ହୋଇଥିଲେ । ଏହାପରେ ଏହା ଏବେ ସାରା ବିଶ୍ୱର ୧୨୪ ଟି ଦେଶକୁ ବ୍ୟାପି ସାରିଲାଣି ।

ଆମେରିକାରେ ଏବେ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ଠାରେ ଡେଲଟା ଭାରିଆଣ୍ଟ ଚିହ୍ନଟ ହେଉଛି । ବ୍ରିଟେନ ସମେତ ଅନ୍ୟ ୟୁରୋପୀୟ ଦେଶମାନଙ୍କରେ ବି ସ୍ଥିତି ସମାନ । ଦକ୍ଷିଣ କୋରିଆ,ଇରାନ ଭଳି ଦେଶରେ ବି ଡେଲଟା ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ମୁତାବକ ଗୋଟିଏ ସପ୍ତାହ ମଧ୍ୟରେ ନୂଆ ୧୩ ଟି ଦେଶରେ ଡେଲଟା ଭାରିଆଣ୍ଟ ସଂକ୍ରମଣ ଦେଖିବାକୁ ମିଳିଛି   । ସଂଗଠନ ତରଫରୁ ମହାମାରୀ ଉପରେ ଦିଆଯାଇଥିବା ରିପୋର୍ଟରେ ଏକଥାକୁ ଅସ୍ୱିକାର କରାଯାଇ ନାହିଁ କି କରୋନାର ଆହୁରି ନୂଆ ଭାରିଆଣ୍ଟ ଆସିବାକୁ ଯାଉଛି ।

ଆପଣଙ୍କୁ କହିରଖୁ କି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଦିଆଯାଇଥିବା ରିପୋର୍ଟରେ କରୋନାର ଆଲଫା ଭାରିଆଣ୍ଟ (ପ୍ରଥମ ସଂକ୍ରମିତ ବ୍ରିଟେନରୁ ଚିହ୍ନଟ), ବିଟା ଭାରିଆଣ୍ଟ(ପ୍ରଥମ ସଂକ୍ରମିତ ଦକ୍ଷିଣଆଫ୍ରିକାରୁ ଚିହ୍ନଟ),ଗାମା ଭାରିଆଣ୍ଟ (ପ୍ରଥମ ସଂକ୍ରମିତ ବ୍ରାଜିଲରୁ ଚିହ୍ନଟ) ହୋଇଥିଲା । ସଂଗଠନର ଅପଡେଟ୍ ରିପୋର୍ଟ ମୁତାବକ ଆଲଫା ଭାରିଆଣ୍ଟ ଏବେ ବିଶ୍ୱର ୧୮୦ ଟି ଦେଶରେ ବିଟା ଭାରିଆଣ୍ଟ ବିଶ୍ୱର ୧୩୦ ଟି ଦେଶରେ ଓ ଗାମା ଭାରିଆଣ୍ଟ ବିଶ୍ୱ ୭୮ ଟି ଦେଶରେ ବ୍ୟାପି ସାରିଛି ।

from Kanak News
via <a href="https://ifttt.com/?

ପଞ୍ଜାବ : କଂଗ୍ରେସ କନ୍ଦଳରେ ଲାଗିଲା ବ୍ରେକ୍, ସିଦ୍ଧୁଙ୍କ ଦାୟିତ୍ୱ ଗ୍ରହଣ ସମାରୋହରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସରେ ସିଦ୍ଧୁ ବନାମ ଅମରିନ୍ଦରସିଂ ମଧ୍ୟରେ ଲାଗିଥିବା କଳହର ବ୍ରେକ୍ ଲାଗିବ । ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ସିଦ୍ଧୁଙ୍କୁ ଦଳ ଚୟନ କରିବା ପରେ ୨୩ ତାରିଖରେ ହେବାକୁ ଥିବା ଦାୟିତ୍ୱ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ଅମରିନ୍ଦରସିଂ ଯୋଗଦେବେ ବୋଲି ଜଣାପଡିଛି ।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଦଳର ହାଇକମାଣ୍ଡ ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ ସମାରୋହରେ ଯୋଗଦେବାକୁ ରାଜି ହୋଇଛନ୍ତି ଅମରିନ୍ଦରସିଂ । ସମରୋହ ସ୍ଥଳକୁ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିସ ରାୱତଙ୍କ ସହ ଅମରିନ୍ଦର ସିଂ ଯିବେ । ସାମରୋହ ପୂର୍ବରୁ ଏକ ଚା ପାର୍ଟିର ଆୟୋଜନ କରାଯାଇଛି । ଏହି ପାର୍ଟିରେ ଦଳର ସମସ୍ତ ବିଧାୟକଙ୍କ ସହ କ୍ୟାପଟେନ୍ ଯୋଗଦେବେ ବୋଲି କୁହାଯାଇଛି ।

ସୂଚନା ଥାଉକି ପଞ୍ଜାବ କଂଗ୍ରେସର ବର୍ତମାନ ଅଧ୍ୟକ୍ଷ ଥିବା ସୁନିଲ ଝାକଡଙ୍କ ସ୍ଥାନରେ ସିଦ୍ଧୁ ଦାୟିତ୍ୱ ନେବେ । ଅନ୍ୟପଟେ କେନ୍ଦ୍ର କଂଗ୍ରେସର ଏଭଳି ନିଷ୍ପତ୍ତି ପରେ ସିଦ୍ଧୁ ଓ କ୍ୟାପଟେନଙ୍କ ମଧ୍ୟରେ କିଛିଟା ବିବାଦ ଦେଖା ଦେଇଥିଲା । ମୁଖ୍ୟମନ୍ତ୍ରୀ କହିଥିଲେ କି ମୋ ବିରୋଧରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ନେଇ ସର୍ବସାଧାରଣରେ ସିଦ୍ଧୁ କ୍ଷମା ନମାଗିବା ଯାଏ ସେ ତାଙ୍କ ସହିତ ଭେଟ କରିବେ ନାହିଁ ।

କହିରଖୁ କି ମୁଖ୍ୟମନ୍ତ୍ରୀଙ୍କ କଡା ବିରୋଧ ପରେ ବି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଗତ ରବିବାର ଦିନ ସିଦ୍ଧୁଙ୍କ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ । ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶ୍ରୀମତୀ ଗାନ୍ଧୀ ସିଦ୍ଧୁଙ୍କ ସହ ରାଜ୍ୟରେ ୪ ଜଣ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କୁ ବି ନିଯୁକ୍ତ କରିଥିଲେ ।

from Kanak News
via <a href="https://ifttt.com/?

ସମୁଦ୍ର ମଝିରେ ଖରାପ ହେଇଗଲା ଏମ ଭି କଞ୍ଚନ ଜାହାଜ । ପ୍ରତିକୂଳ ପରିସ୍ଥିତିକୁ ଖାତିର ନକରି ଉଦ୍ଧାର ପାଇଁ ଆଗେଇ ଆସିଲା ଏମଭି ହରମିଜର

କନକ ବ୍ୟୁରୋ: ଗୁଜୁରାଟ ଉପକୂଳ ଉମରଗାମଠାରେ ଫଶି ରହିଥିବା ପଣ୍ୟବାହୀ ଜାହାଜ ଏମ ଭି କଞ୍ଚନରୁ ୧୨ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତଟ ରକ୍ଷୀଙ୍କ ସୂଚନା ମୁତାବକ, ଜାହାଜର ଇନ୍ଧନରେ ଅପମିଶ୍ରଣ ସମସ୍ୟା ଯୋଗୁଁ ଏହାର ଇଞ୍ଜିନ କାମ କରିନଥିଲା । ଏହାର ବିଦ୍ୟୁତ ଶକ୍ତି ମଧ୍ୟ ଶେଷ ହୋଇଯାଇଥିଲା । ତେଣୁ ଏହା ଉପକୂଳରେ ଅଟକି ଯାଇଥିଲା ।

ଏହି ସମୟରେ ଏଠିକାର ପାଣିପାଗ ପ୍ରତିକୂଳ ଥିବା ସହ ଏଠାରେ ୩ରୁ ସାଢେ ୩ ମିଟରର ଜୁଆର ଉଠୁଥିଲା । ଏହି ଖବର ୨୧ ତାରିଖରେ ମ୍ୟାରୀଟାଇମ୍ ରେସକ୍ୟୁ କୋର୍ଡିନେସନ୍ ପାଖରେ ପହଞ୍ଚିଥିଲା । ଉମରଗାମ ପାଖାପାଖି ଅନ୍ୟ କେଉଁ ଜାହାଜ ଯାତାୟାତ କରୁଥବା ନେଇ ଇଂଟରନ୍ୟାସନାଲ ସେଫ୍ଟି ନେଟ୍ ପକ୍ଷରୁ ଯାଂଚ କରାଯାଇଥିଲା ।

ଏମ ଭି ହରମିଜ୍ ନାମକ ଆଉ ଏକ ପଣ୍ୟବାହୀ ଜାହାଜ ସେହି ବାଟ ଦେଇ ଯାଉଥିବା ଜଣାପଡିବାରୁ ଉଦ୍ଧାର କାର୍ଯ୍ୟ ପାଇଁ ଏହାର ମୁଖ୍ୟଙ୍କୁ ଯୋଗଯୋଗ କରାଯାଇôଥଲା । ପ୍ରତିକୂଳ ସାମୂଦ୍ରିକ ପରିବେଶ ସତ୍ତେ୍ୱ ଏମଭି ହରମିଜର କର୍ମଚାରୀ ଓ ଅଧିକାରୀ ମାନଙ୍କ ଦ୍ୱାରା ଏମଭି କଞ୍ଚନର ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started