ଆମେରିକାରେ ଜଳିଗଲା ୩ ଲକ୍ଷ ଏକର ଜଙ୍ଗଲ । ୮୦ ହଜାରରୁ ଅଧିକ ଲୋକ ପ୍ରଭାବିତ

କନକ ବ୍ୟୁରୋ: ଆମେରିକା ଆରଗନ୍ ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ । ପାଖାପାଖି ୩ ଲକ୍ଷ ଏକର ପରିବ୍ୟାପ୍ତ ଜଙ୍ଗଲ ନଷ୍ଟ ହୋଇଛି । ୮୦ ହଜାରରୁ ଉଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ନିଆଁ ଜୁଲାଇ ୬ ତାରିଖରୁ ଲାଗିରହିଥିଲେ ବି ଏହାକୁ ସମ୍ପୂର୍ଣ୍ଣ ରୂପେ ଆୟତ କରାଯାଇପାରିନାହିଁ । ନିଆଁ ଲିଭାଇବାକୁ ଦୁଇ ହଜାରରୁ ଅଧିକ ଫାୟାର ଫାଇଟର୍ସ ନିୟୋଜିତ ହୋଇଥିଲେ ମଧ୍ୟ ପବନର ବେଗ ସାମାନ୍ୟରୁ ଅଧିକ ଥିବାରୁ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇପାରିନାହିଁ ।

ନିଆଁ ଯୋଗୁଁ ୨ହଜାରରୁ ଅଧିକ ଲୋକଙ୍କୁ ନିଜ ଘର ଛାଡି ଅନ୍ୟତ୍ର ଯିବାକୁ ପଡିଥିବାବେଳେ ଦେଢଶହରୁ ଅଧିକ କୋଠା ଓ ବାସଘର ନଷ୍ଟ ହୋଇଛି । ନିଆଁ ଲାଗିବାର ସଠିକ କାରଣ ଏଯାଏଁ ଜଣାପଡିନାହିଁ । ଏହାକୁ ଆମେରିକାବାସୀ ବର୍ଦ୍ଧିତ ତାପାମାତ୍ରା ଓ ଏଥିଯୋଗୁଁ ପାଣିପାଗ ପରିବର୍ତ୍ତନ ଜନିତ ସମସ୍ୟାକୁ ସାମନା କରିବେ ବୋଲି ବିଶେଷଜ୍ଞ କହିଛନ୍ତି ।

from Kanak News
via <a href="https://ifttt.com/?

ରାଜ୍ୟସଭାରେ ବୈଦେଶିକ ମନ୍ତ୍ରଣାଳୟର ସୂଚନା । କରୋନା ସଂକ୍ରମଣରେ ବିଦେଶରେ ୩୫୭୦ ଭାରତୀୟଙ୍କ ମୃତ୍ୟୁ

କନକ ବ୍ୟୁରୋ : ରାଜ୍ୟସଭାରେ ଆଜି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ବିଦେଶ ମନ୍ତ୍ରଣାଳୟର ସୂଚନା ମୁତାବକ ବିଦେଶରେ ରହୁଥିବା ଭାରତୀୟଙ୍କ ମଧ୍ୟରୁ କରୋନା ସଂକ୍ରମଣରେ ୩୫୭୦ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ବିଶ୍ୱର ସବୁଦେଶ ସାମିଲ ଅଛି (ଯେଉଁ ଯେଉଁ ଦେଶରେ ଭାରତୀୟ ନାଗରିକ ମାନେ ରହୁଛନ୍ତି) । ବିଦେଶ ମନ୍ତ୍ରଣାଳୟ କହିଛି କି ଏହି ସୂଚନା ‘ମିଶନ କେନ୍ଦ୍ର’ ଦ୍ୱାରା ଉପଲବ୍ଧ ହୋଇଛି ।

ଜାତୀୟ ଗଣମାଧ୍ୟମ ଅନୁସାରେ ସାରା ବିଶ୍ୱରେ କରୋନା ସଂକ୍ରମଣର ଭୟାବହତା ଦେଖିବାକୁ ମିଳିଛି । ଏହା ଫଳରେ ଭାରତରେ ୪ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏବେ ବି ଦୈନିକ ପାଖା ପାଖି ୧ ହଜାର ଲୋକଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେଉଛି । ଅନ୍ୟପଟେ କରୋନାର ତୃତୀୟ ଲହର ଆସୁଥିବା ନେଇ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ପୁଣି ଦେଶର ୧୩ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର । ଦେଶରେ ଏବେ ସବୁଠାରୁ ଅଧିକ ସଂକ୍ରମଣ କେରଳରେ ଦେଖିବାକୁ ମିଳିଛି ।

ସେପଟେ ଦେଶରେ କରୋନା ମୃତ୍ୟୁକୁ ନେଇ ସରକାର ଓ ବିରୋଧୀ ଦଳ ମାନଙ୍କ ମଧ୍ୟରେ ତର୍କ ବିତର୍କ ଜାରି ରହିଛି । ସଂସଦର ମୌସୁମୀ ଅଧିବେଶନରେ କରୋନା କାଳରେ ଅକ୍ସିଜେନ ସଂକଟ ଯୋଗୁଁ ହୋଇଥିବା ମୃତ୍ୟୁ ମାମଲାରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ୨ ଦିନ ହେବ ସଂସଦର ଉଭୟ ସଦନ ଚାଲିପାରି ନାହିଁ ।

from Kanak News
via <a href="https://ifttt.com/?

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଆହତ ହୋଇ ଦଳରୁ ବାଦ୍ ପଡିଲେ ଏହି ଖେଳାଳି ।

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ମିଳିଛି ଆଉ ଏକ ଝଟକା । ଅଲରାଉଣ୍ଡର ୱାଂଶିଟନ ସୁନ୍ଦର ଆହତ ହୋଇ ଦଳରୁ ବାଦ୍ ପଡିଛନ୍ତି । ଅଗଷ୍ଟ ୪ ତାରିଖରୁ ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବାକୁ ଅଛି । ହେଲେ ଏହା ପୂର୍ବରୁ ସୁନ୍ଦର ଆହତ ହେବା ଦଳ ପାଇଁ ବଡ କ୍ଷତି ବୋଲି କୁହାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୱାଂଶିଟନ ସୁନ୍ଦରଙ୍କ ସହିତ ଆବେଶ ଖାନ୍ ମଧ୍ୟ ଆହତ ହୋଇ ଦଳରୁ ବାଦ୍ ପଡିଛନ୍ତି ।

ଆଗାମୀ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡରେ ଅଛି । ସେଠାରେ ଦଳ ଏବେ କାଉଣ୍ଟି ସିଲେକ୍ଟ ଇଲେଭେନ୍ ସହ ଅଭ୍ୟାସ ମ୍ୟାଚ୍ ଖେଳୁଛି । ତେବେ ଏହି ମ୍ୟାଚ୍ ସମୟରେ ୱାଂଶିଟନ ସୁନ୍ଦର ଆହତ ହୋଇଥିବା ଖବର ମିଳିଛି ।

ଭାରତୀୟ ଦଳରୁ ୱାଂଶିଟନ ସୁନ୍ଦର ଆହତ ହୋଇ ବାଦ୍ ପଡିବା, ଦଳ ପାଇଁ ବଡ କ୍ଷତି ବୋଲି କୁହାଯାଉଛି । କାରଣ ସେ ମିଡିଲ୍ ଅର୍ଡରରେ ବ୍ୟାଟିଂ କରିବା ସହିତ ଦଳ ପାଇଁ ଉପଯୋଗୀ ବୋଲିଂ ମଧ୍ୟ କରିଥାନ୍ତି । ଅଷ୍ଟ୍ରେଲିଆ ଗସ୍ତ ସମୟରେ ଗାବା ଟେଷ୍ଟରେ ମଧ୍ୟ ସେ ୬୨ ରନର ଉପଯୋଗୀ ଇଂନିସ ଖେଳିଥିଲେ । ତା ସହ ଇଂଲଣ୍ଡ ବିପକ୍ଷରେ ମଧ୍ୟ ୯୦.୫୦ ହାରରେ ରନ୍ କରିଥିଲେ । ତେଣୁ ଆଗାମୀ ଇଂଲଣ୍ଡ ଟେଷ୍ଟ ସିରିଜ୍ ପୂର୍ବରୁ ସେ ଆହତ ହୋଇ ଦଳରୁ ବାଦ୍ ପଡିବା ଦଳ ପାଇଁ ବଡ କ୍ଷତି ହୋଇଛି ।

ସୂଚନାଯୋଗ୍ୟ ଯେ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଓପନର ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ ମଧ୍ୟ ଆହତ ହୋଇ ଦଳରୁ ବାଦ୍ ପଡିସାରିଛନ୍ତି । ତାଙ୍କ ବଦଳ ଖେଳାଳି ଭାବେ ବିସିସିଆଇ ଏଯାଏଁ କୌଣସି ଖେଳାଳିଙ୍କୁ ଇଂଲଣ୍ଡ ପଠାଇନାହିଁ । ବୋର୍ଡ ପାଖରେ ବିକଳ୍ପର ଅଭାବ ନଥିଲେ ମଧ୍ୟ ଦଳ କୌଣସି ବିକଳ୍ପ ଖେଳାଳିଙ୍କୁ ଇଂଲଣ୍ଡ ଗସ୍ତରେ ପଠାଇନି । ଯେଉଁ କାରଣୁ ଇଂଲଣ୍ଡ ଗସ୍ତରେ ଥିବା ୨୪ ଜଣିଆ ଭାରତୀୟ ଦଳ ଏବେ ୨୧କୁ ଖସିଆସିଛି ।

from Kanak News
via <a href="https://ifttt.com/?

କୋଟି କୋଟି ଟଙ୍କାର ଫରାରୀ କାରରେ ସୁନା ଚଢାଇଲେ ଯୁବକ । ଟ୍ୱିଟ୍ କରି କିଛି ଏମିତି କହିଲେ ଆନନ୍ଦ ମହିନ୍ଦ୍ରା ।

କନକ ବ୍ୟୁରୋ : ରାସ୍ତାରେ ଆପଣ ଅନେକ କାର୍ ଦେଖିଥିବେ । ଏପରିକି ଅନେକ ଦାମୀ ଦାମୀ ଗାଡି ମଧ୍ୟ ଦେଖିବାକୁ ମିଳେ । କିନ୍ତୁ କେବେ ଆପଣ ସୁନାର କାର୍ ଦେଖିଛନ୍ତି କି ? ଏହା ଶୁଣି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ । କାରଣ ସୁନାର ଦର ଯେଉଁଭଳି ଭାବେ ବଢି ବଢି ଚାଲିଛି, ସେଥିରେ ସୁନା କିଣିବାକୁ ହେଲେ ଲୋକେ, ଶହେ ଥର ଭାବୁଛନ୍ତି । ଆଉ ଏପରି ସ୍ଥଳେ ସୁନାର କାର ବି କେହି କିଣିପାରିବ, ତାହା କେହି କେବେ ଚିନ୍ତା ବି କରିପାରିବେ ନାହିଁ ।

ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା, ଏହି ଭିଡିଓକୁ ସେୟାର କରିଛନ୍ତି ବିଶିଷ୍ଟ ଶିଳ୍ପପତି ଆନନ୍ଦ୍ର ମହିନ୍ଦ୍ରା । ଭିଡିଓରେ ଏକ ଫରାରୀ କାର ଦେଖିବାକୁ ମିଳିଛି । ପିଓର ଗୋଲ୍ଡରେ ଏହି କାରଟି ଆଚ୍ଛାଦିତ ହୋଇଛି । ଆଉ ଏହି କାରଟି ହେଉଛି ଆମେରିକାରେ ରହୁଥିବା ଜଣେ ଭାରତୀୟଙ୍କର ।

ମହିନ୍ଦ୍ରା ଗ୍ରୁପର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଏହି ଭିଡିଓକୁ ସେୟାର କରିବା ସହ ଟ୍ୱିଟ୍ କରି ଲେଖିଛନ୍ତି, ‘ମୁଁ ଜାଣିନି ଏହି ଭିଡିଓଟି ସୋସିଆଲ୍ ମିଡିଆରେ କାହିଁକି ଭାଇରାଲ ହେଉଛି । ଧନୀ ଲୋକମାନେ ନିଜ ଟଙ୍କାକୁ ଏହିପରି ଭାବେ ଖର୍ଚ୍ଚ କରିବା ଠିକ୍ ନୁହେଁ । ଏଥିପାଇଁ ସେମାନେ ପଶ୍ଚାତାପ କରିବା ଦରକାର’ ।

ତେବେ ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ବେଳେ, ଆନନ୍ଦ୍ର ମହିନ୍ଦ୍ରାଙ୍କ ଟ୍ୱିଟରେ ଅନେକ ଲୋକ ପ୍ରତିକ୍ରିୟା ରଖିଛନ୍ତି । ଆଉ ଏପରି ଅପଖର୍ଚ୍ଚକୁ ଅନେକ ଲୋକ ନିନ୍ଦା ମଧ୍ୟ କରିଛନ୍ତି । ଫରାରୀ ଭଳି ଦାମୀ କାର ଦେଖିବାକୁ ଅତ୍ୟନ୍ତ ମନଲୋଭା । ସେଭଳି କାରକୁ ସୁନାରେ ଆଚ୍ଛାଦିତ କରିବାକୁ ଅନେକ ଲୋକ ନାପସନ୍ଦ କରିଛନ୍ତି ।

from Kanak News
via <a href="https://ifttt.com/?

କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ , ଲଦାଖରେ ନିର୍ମାଣ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଖର୍ଚ୍ଚର୍ହେବ ୭୫୦ କୋଟି ଟଙ୍କା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭାରତ ସରକାରଙ୍କ ତରଫରୁ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଏକ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ପାଇଁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଅନୁରାଗ ଠାକୁରଙ୍କ ସୂଚନା ମୁତାବକ ଲଦାଖରେ ନିର୍ମାଣ ହେବାକୁ ଥିବା ଏହି କେନ୍ଦ୍ରୀୟ ବିଶ୍ୱ ବ୍ୟିାଳୟ ପାଇଁ ଭାରତ ସରକାର ୭୫୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାଦ୍ୱାରା ସ୍ଥାନୀୟ ଯୁବକମାନେ ବିଶ୍ୱବିଦ୍ୟାଳୟ ସ୍ତରୀୟ ଶିକ୍ଷାଲାଭର ସୁଯୋଗ ପାଇବେ । ଏହି ବିଶ୍ୱ ବିଦ୍ୟାଳୟ ଲଦାଖ, ଲେହ ଓ କାରଗିଲ ସୀମାରେ ନିର୍ମାଣ କରାଯିବ ।

କେବଳ ସ୍ତେକି ନୁହେଁ ଲଦାଖରେ ଏକ ଇନଫ୍ରାଷ୍ଟ୍ରକଚର କର୍ପୋରେସନ୍ ନିର୍ମାଣ କରିବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଯେଉଁ କର୍ପୋରେସନ ସ୍ଥାନୀୟ ବାଣିଜ୍ୟ ଓ ଅନ୍ୟ ମାମଲାରେ ନିର୍ଣ୍ଣୟ ନେଇ ପାରିବ । ଅନୁରାଗ ଠାକୁର କହିଛନ୍ତି କି ଏହା ଦ୍ୱାରା ଲଦାଖର ବିକାଶ ଦ୍ରୁତ ହେବ । ଏହି କର୍ପୋରେସନ କମ୍ପାନୀ ଅଧିନିୟମ ଦ୍ୱାରା ଅଣାଯାଇଛି । କର୍ପୋରେସନ ୨୫ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିପାରିବ ।
କହିରଖୁ କି ଏବେ ସଂସଦରେ ମୌସୁମୀ ଅଧିବେଶନ ଚାଲିଛି । ସଂସଦ ଅଧିବେଶନ ମଧ୍ୟରେ ଏହି କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି । ଏହା ପୂର୍ବ କ୍ୟାବିନେଟ୍ ବୈଠକରେ କେନ୍ଦ୍ର ସରକାର ଡି.ଏ ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

from Kanak News
via <a href="https://ifttt.com/?

୫ ପଇସା ଦେଲେ ପେଟପୂରା ବିରିୟାନୀ ଖାଇବାକୁ ଦେବାକୁ ଘୋଷଣା କଲେ ଷ୍ଟଲ ମାଲିକ । ଦୋକାନ ଆଗରେ ଲାଗିଗଲା ଲୋକଙ୍କ ଲମ୍ବା ଲାଇନ୍, ତାପରେ କିଛି ଏମିତି ଘଟିଲା…

କନକ ବ୍ୟୁରୋ : ୫ ପଇସାରେ ପେଟ ପୂରା ବିରିୟାନୀ । ଦୋକାନ ଆଗରେ ଲାଗିଲା ପ୍ରବଳ ଭିଡ଼ । ଆଜିର ଯୁଗରେ କ’ଣ କାହା ପାଖରେ ୫ ପଇସାର କଏନ୍ ଥିବ ? ହୁଏତ ନଥିବ, କିଛି ଏହିଭଳି ଭାବି ଜଣେ ବିରିୟାନୀ ଷ୍ଟଲ୍ ମାଲିକ ଏକ ବଡ଼ ଘୋଷଣା କରିଦେଲେ । ଘୋଷଣା ଏଇୟା ଥିଲା ଯେ, ଯିଏ ୫ ପଇସା କଏନ୍ ନେଇ ଆସିବ, ତାଙ୍କୁ ପେଟପୂରା ବିରିୟାନୀ ଖାଇବାକୁ ଦିଆଯିବ । ବିରିୟାନୀ ଷ୍ଟଲ ମାଲିକଙ୍କ ଏହି ଚାଲ୍ ପୂରା ଓଲଟା ପଡିଗଲା । ଏବଂ ତାଙ୍କ ଷ୍ଟଲ ବାହାରେ ଲାଗିଗଲା ଶହ ଶହ ଲୋକଙ୍କ ଭିଡ । ଆଉ ସମସ୍ତଙ୍କ ହାତରେ ଥିଲା ୫ ପଇସା କଏନ୍ ।

ଏହି ଘଟଣା ହେଉଛି, ତାମିଲନାଡୁ ଚେନ୍ନାଇର । ଯେଉଁଠି ଜଣେ ବ୍ୟକ୍ତି ନୂଆ କରି ଏକ ବିରିୟାନୀ ଷ୍ଟଲ ଖୋଲିଥିଲେ । ନିଜ ଷ୍ଟଲର ପ୍ରମୋଶନ କରିବା ପାଇଁ ଏହି ଅଫର ଘୋଷଣା କରିଥିଲେ ମାଲିକ । ଯିଏବି ୫ ପଇସାର କଏନ୍ ଦେବ, ତାଙ୍କୁ ପେଟପୂରା ବିରିୟାନୀ ଖାଇବାକୁ ମିଳିବ । କିନ୍ତୁ ସେ କେବେ ଭାବିନଥିଲେ ତାଙ୍କର ଏପରି ଘୋଷଣା ଏତେ ବଡ ସମସ୍ୟା ସୃଷ୍ଟି କରିବ ।

ଷ୍ଟଲ ମାଲିକଙ୍କ ଏପରି ଘୋଷଣା ପରେ, ଚେନ୍ନାଇ ସେଲୁର ଅଂଚଳରେ ଏହି ବିରିୟାନୀ ଷ୍ଟଲ ଆଗରେ ଲାଗିଯାଇଥିଲା ଲୋକଙ୍କ ସାଂଘାତିକ ଗହଳି । ଏପରିକି ୩୦୦ରୁ ଅଧିକ ଲୋକ ଷ୍ଟଲ ଆଗରେ ଲାଇନ୍ ଲଗାଇଥିଲେ । ଏବଂ ସମସ୍ତଙ୍କ ହାତରେ ରହିଥିଲା ୫ ପଇସାର କଏନ୍ । ପରିସ୍ଥିତି ଏପରି ହୋଇଥିଲା ଯେ, ବିରିୟାନୀ ଷ୍ଟଲ୍ ମାଲିକଙ୍କୁ ଦୋକାନ ବନ୍ଦ କରିବାକୁ ପଡ଼ିଥିଲା ।

ଅନ୍ୟପଟେ ବିରିୟାନୀ ଖାଇବା ଚକ୍କରରେ ଲୋକେ ନିଜ ଜୀବନକୁ ବାଜିରେ ଲଗାଇଦେଲେ । କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେବି ଯାଇନଥିବା ବେଳେ ଲୋକେ ଭୁଲିଯାଇଥିଲେ ସବୁ ନିୟମ ଆଉ କଟକଣା । ସାମାଜିକ ଦୂରତା ତ ଦୂରର କଥା, କାହାରି ମୁହଁରେ ମାସ୍କ ବି ନଥିଲା । ସମସ୍ତେ ହାତରେ ୫ ପଇସାର କଏନ୍ ଧରି ଭିଡ ଜମାଇଦେଇଥିଲେ ।

ଲୋକଙ୍କ ଭିଡ ଅସମ୍ଭାଳ ହେବା ପରେ ଘଟଣାସ୍ଥଳରେ ପହଂଚିଥିଲା ପୋଲିସ । ଆଉ ଲୋକଙ୍କୁ କରୋନା କଟକଣା ମାନିବାକୁ କହିବା ସହ ଘଟଣାସ୍ଥଳରୁ ଭିଡ ଖାଲିକରାଯାଇଥିଲା । ଆଉ ୫ ପଇସାର କଏନ ନେଇ ଆସିଥିଲେ ମଧ୍ୟ କାହିଁକି ବିରିୟାନୀ ମିଳିଲାନି ବୋଲି କିଛି ଲୋକେ ପ୍ରଶ୍ନ କରିଥିଲେ ।

from Kanak News
via <a href="https://ifttt.com/?

ବୟସ ୮୫ ଡେଇଁଲାଣି, କିନ୍ତୁ ସେ ବୃଦ୍ଧ ନୁହନ୍ତି । ସବୁଦିନ ସକାଳୁ ୨୦ କିଲୋମିଟର ଚାଲୁଛନ୍ତି, ୪୦ ପ୍ରକାରର ଯୋଗ କରୁଛନ୍ତି । ଯୁବବର୍ଗଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଶ୍ରୀଧର ମଉସା ।

କନକ ବ୍ୟୁରୋ : ବୟସ ୮୫ ଡେଇଁଲାଣି, କିନ୍ତୁ କେହି ତାଙ୍କୁ ବୁଢା ବୋଲି କୁହନ୍ତିନି । ୮୫ ବର୍ଷ ବୟସରେ ବି ୨୫ ବର୍ଷର ଯୁବକ ଭଳି ସେ ସବୁ କାମ କରିପାରନ୍ତି । ଇଏ ହେଉଛନ୍ତି ରାଉରକେଲାର ଶ୍ରୀଧର ପ୍ରସାଦ ଦାସ । ଲୋକେ ତାଙ୍କୁ ଶ୍ରୀଧର ମଉସା ବୋଲି ଡାକନ୍ତି । ଶ୍ରୀଧର ମଉସା ପ୍ରତିଦିନ ପ୍ରାୟ ୨୦ କିଲୋମିଟର ଚାଲିବା ସହ ଦୁଇ ଓଳି ଯୋଗ କରିବାକୁ ଭୁଲନ୍ତି ନାହିଁ ।

ପ୍ରାଣାୟମ୍, କପାଳ ଭାତି, ଅନୁଲୋମ ବିଲୋମ ଭଳି ପାଖାପାଖି ୪୦ରୁ ଅଧିକ ଯୋଗାସନ କରିଥାନ୍ତି ଶ୍ରୀଧର ମଉସା । ଯେଉଁ ବୟସରେ ଅଂଟା ସଳଖି ଚାଲିବା ସହଜ ହୁଏନା, ଆଉ ଦେହରୁ ବଳ ସରି ସରି ଆସେ, ସେହି ପରିଣତ ବୟସରେ ଦିନକୁ ୨୦କିଲୋମିଟର ଚାଲିଥାନ୍ତି ଶ୍ରୀଧର ମଉସା ।

ସକାଳ ହେଉ ହେଉ ସବୁ ନିତ୍ୟକର୍ମ ଶେଷ କରି ଯୋଗ କରିବାକୁ ବାହାରି ଯାଆନ୍ତି ଶ୍ରୀଧର ମଉସା । ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଯିବା କାରଣରୁ ସେ ଠିକ୍ ଭାବେ ଚଲାବୁଲା କରିପାରନ୍ତି ନାହିଁ । ତଥାପି ବାଡ଼ି ଖଣ୍ଡିଏ ଧରି ରାସ୍ତାରେ ଚାଲିଥାନ୍ତି । କେବଳ ଏତିକି ନୁହେଁ, ନିଜ ବାଡିରେ ପନିପରିବା ଚାଷ କରି ନିଜେ ରକ୍ଷଣାବେକ୍ଷଣ ମଧ୍ୟ କରୁଛନ୍ତି ।

କେନ୍ଦ୍ରାପଡା ଅଂଚଳର ମୂଳବାସିନ୍ଦା ଶ୍ରୀଧର ମଉସା ୧୯୫୮ ମସିହାରେ ଚାକିରି ଆଶାରେ ରାଉରକେଲା ଚାଲିଆସିଥିଲେ । ଆରଏସପିରେ ତାଙ୍କୁ ଚାକିରି ମଧ୍ୟ ମିଳିଥିଲା । ତେବେ ଦୁର୍ଘଟଣାର ଶିକାର ହେବା ପରେ ନିଜେ ଚାକିରିରୁ ଅବସର ନେଇଯାଇଥିଲେ । କିନ୍ତୁ ସେବେଠାରୁ ଆଜି ପର୍ଯ୍ୟନ୍ତ, ସେ କେବେ ବି ଅସୁସ୍ଥ ହୋଇନାହାନ୍ତି ।

୧୯୬୫ମସିହାରୁ ଏମିତି ଯୋଗ କରୁଥିବା କହିଛନ୍ତି ଶ୍ରୀଧର ମଉସା । ଷ୍ଟିଲସିଟିର ଶ୍ରୀଧର ମଉସା ପରିଣତ ବୟସରେ ମଧ୍ୟ ଫିଟ୍ ରହିଛନ୍ତି । ଚାଲିଚଳନ ଓ ଯୋଗଭ୍ୟାସ ନେଇ ଚର୍ଚ୍ଚାରେ ଥିବାବେଳେ ଯୁବବର୍ଗଙ୍କ ପାଇଁ ସେ ପାଲଟିଛନ୍ତି ପ୍ରେରଣା । ଶ୍ରୀଧର ମଉସାଙ୍କ ଏଇ କାହାଣୀ ଆଜି ସମାଜ ପାଇଁ ସାଜିଛି ଉଦାହରଣ ।

from Kanak News
via <a href="https://ifttt.com/?

ଟୋକିଓ ଅଲିମ୍ପିକ୍ସରେ କରୋନା ଭୟ । ଉଦଘାଟନ ସମାରୋହରେ ଯୋଗ ଦେବେ ୩୦ ଭାରତୀୟ ଖେଳାଳି

କନକ ବ୍ୟୁରୋ: କରୋନା ମହାମାରୀ ମଧ୍ୟରେ ଆସନ୍ତାକାଲି ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ସ । ଆଉ ଏହି ଉଦଘାଟନ ସମାରୋହରେ ଭାଗ ନେବେ ୩୦ ଭାରତୀୟ ଖେଳାଳି । ଯେଉଁ ଖେଳାଳିଙ୍କ ନିକଟରେ ଖେଳ ରହିଛି ସେମାନଙ୍କୁ ଉଦଘାଟନୀ ସମାରୋହରୁ ଦୂରରେ ରଖାଯାଇଛି । ୬ ଅଧିକାରୀଙ୍କ ସହ ଏହି ୩୦ ଖେଳାଳି ଉଦଘାଟନ ସମାରୋହରେ ଭାଗ ନେବେ ।

କୋଚ ଓ ଦଳ ପ୍ରମୁଖଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଟୋକିଓ ଅଲମ୍ପିକ୍ସ ପାଇଁ ୧୨୫ ଖେଳାଳି ସାମିଲ ହୋଇଛନ୍ତି । ସଦସ୍ୟ, ଅଧିକାରୀ ଓ କୋଚଙ୍କ ମିଶାଇ ମୋଟ ୨୨୮ ଜଣ ଟୋକିଓ ଅଲିମ୍ପିକ୍ସ ଯାଇଛନ୍ତି ।

from Kanak News
via <a href="https://ifttt.com/?

ଦିଲ୍ଲୀରେ ଚାଲିଲା ଯୋଗୀଙ୍କ ବୋଲଡୋଜର । ରୋହିଙ୍ଗ୍ୟା କ୍ୟାମ୍ପ ଭାଙ୍ଗି ଖାଲି କଲେ ୧୫୦ କୋଟିର ଜମି

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀର ମଦନପୁର ଅଞ୍ଚଳରେ ଯୋଗୀ ସରକାର ବଡ ଆକ୍ସନ ନେଇଛନ୍ତି । ଦିଲ୍ଲୀ ମଦନପୁର ଅଞ୍ଚଳରେ ଥିବା ୟୁପି ସରକାରଙ୍କ କିଛି ଜମି ଉପରେ ବେଆଇନ ଭାବେ ଦଖଲ କରି କ୍ୟାମ୍ପ କରିଥିବା ରୋହିଙ୍ଗ୍ୟାଙ୍କ କ୍ୟାମ୍ପଙ୍କୁ ଭାଙ୍ଗି ଦେଇଛି ୟୁପି ପୋଲିସ । ଏହି ଜମି ୟୁପି ସରକାରଙ୍କ ଜଳସେଚନ ବିଭାଗର ହୋଇଥିବାରୁ ଏହାକୁ ଖାଲି କରିଛନ୍ତି ଯୋଗୀ ସରକାର ।

ମଦନପୁର ଅଞ୍ଚଳରେ ସକାଳ ୪ ଟାରୁ ଆରମ୍ଭ ହୋଇଥିଲା ଉଚ୍ଛେଦ ପ୍ରକ୍ରିୟା । ଏଠାରେ ପୋଲିସ ତରଫରୁ ବୋଲଡୋଜର ସହାୟତାରେ ୫.୨୧ ଏକର ଜମି ଦଖଲ କରାଯାଇଛି । ଏହି ଜମିର ଆନୁମାନିକ ମୂଲ୍ୟ ୧୫୦ କୋଟି ଟଙ୍କା ହେବ ବୋଲି କୁହାଯାଇଛି ।

କହିରଖୁ କି ଉତ୍ତରପ୍ରଦେଶ ସରକାର ଦ୍ୱାରା ଏଭଳି ବେଆଇନ ଦଖଲ ଉପରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । କହିରଖୁ କି ଦିଲ୍ଲୀ ଅଞ୍ଚଳରେ ଉତ୍ତରପ୍ରଦେଶ ସରକାରଙ୍କ ଜଳସେଚନ ବିଭାଗର କିଛି ଜମି ରହିଛି । ଓଖଲା, ମଦନପୁର,ଖାଦର, ଆଲି, ଜୈତପୁର,ମୋଲରବନ୍ଦ ଅଞ୍ଚଳରେ ଏହି ଜମି ରହିଛି ।

ୟୁପି ସରକାରଙ୍କ ଜଳସେଚନ ମନ୍ତ୍ରୀ ମହେନ୍ଦ୍ର ସିଂ ଦ୍ୱାରା ବି ଏହି ଉଚ୍ଛେଦ ବେଳର ଭିଡିଓ ଟ୍ୱିଟ କରାଯାଇଛି । କହିରଖୁ କି ଦିଲ୍ଲୀର କାଳିନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ ଅଞ୍ଚଳରେ ବହୁ ସଂଖ୍ୟାରେ ରୋହିଙ୍ଗ୍ୟା ଶରଣାର୍ଥୀମାନେ କ୍ୟାମ୍ପ କରି ରହୁଛନ୍ତି । ଅନ୍ୟପଟେ ଉତ୍ତପ୍ରଦେଶ ସରକାର କିଛି ମାଫିଆ ମାନଙ୍କ ଦଖଲରେ ଥିବା ସରକାରୀ ଜମି ବି ଦଖଲ କରିଛନ୍ତି । ଏହାସହ ବେଆଇନ ନିର୍ମାଣକୁ ନେଇ ବି ଯୋଗୀ ସରକାର ପୁରା ଆକ୍ସନ ମୋଡରେ ଅଛନ୍ତି ।

ସୂଚନା ଥାଉକି ଦେଶରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ବାରମ୍ବାର ବିବାଦ ଦେଖା ଦେଇଛି । କେନ୍ଦ୍ର ସରକାର ସେମାନଙ୍କ ଅନୁପ୍ରବେଶ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଉ ନଥିବା ବେଳେ ସେମାନଙ୍କ କ୍ୟାମ୍ପ ଭାଙ୍ଗି ଯୋଗୀ ସରକାର ପ୍ରମାଣ କରିଛନ୍ତି କି ଭାରତରେ ଶରଣାର୍ଥୀ ମାନଙ୍କ ପାଇଁ କୌଣସି ସ୍ଥାନ ନାହିଁ ।

from Kanak News
via <a href="https://ifttt.com/?

ସାମ୍ନାକୁ ଆସିଲା ବିଦ୍ୟାଭାରତୀଙ୍କ ଆଉ ଏକ ଚିଠି । ଭଗବାନ ଡିଭୋର୍ସ କରାଇଦିଅ ବୋଲି ଚିଠିରେ ଉଲ୍ଲେଖ । ଡିଭୋର୍ସ କରାଇଦେଲେ ପ୍ରଭୁ ତୁମ ପାଖେ ଋଣୀ ରହିବି ଲେଖାଅଛି

କନକ ବ୍ୟୁରୋ : ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାର ଜୋରଦାର ତଦନ୍ତ ଚାଲିଥିବା ବେଳେ ସାମ୍ନାକୁ ଆସିଛି ବିଦ୍ୟାଭାରତୀଙ୍କ ଦ୍ୱିତୀୟ ହାତ ଲେଖା ଚିଠି । ଏଥିରେ ନିଜ ସମ୍ପର୍କକୁ ନେଇ ଖୁବ କ୍ରୋଧ ପ୍ରକାଶ କରିଛନ୍ତି ବିଦ୍ୟା । ଶତ୍ରୁକୁ ବି ଏମିତି ଲୋକ ନମିଳନ୍ତୁ ବୋଲି ଭଗବାନଙ୍କୁ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ହେ ଭଗବାନ କିଛି ବି କରିକି ଡିଭୋର୍ସ କରେଇ ଦିଅନ୍ତୁ, ମୁଁ ବଂଚିଥିଲା ଯାଏଁ ଋଣୀ ରହିଯିବି । ଏପରିକି ପୁରୀ ମନ୍ଦିରରେ ଦାସୀ ହୋଇ ସାରା ଜୀବନ ସେବା କରିବା କଥା ମଧ୍ୟ ଲେଖିଛନ୍ତି । କିନ୍ତୁ କିଛି ବି କରିକି ଏହି ଡିଭୋର୍ସ କରେଇ ଦେବାକୁ ସେ ଚିଠିରେ ଲେଖିଛନ୍ତି ।

 ଗତକାଲି ବିଦ୍ୟାଙ୍କ ପ୍ରଥମ ଚିଠି ସାମ୍ନାକୁ ଆସିଥିଲା । ଏଥିରେ ବିଦ୍ୟାଭାରତୀ ଲେଖିଛନ୍ତି, ସୌମ୍ୟଙ୍କ ସହ ବାହାଘର ତାଙ୍କର ସବୁଠାରୁ ଭୁଲ ନିଷ୍ପତ୍ତି ଥିଲା । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜଣକର ଜୀବନକୁ ନଷ୍ଟ କରିଦିଏ, ତାହା ତାଙ୍କ ଜୀବନରେ ଘଟିଛି । ଏଥିରେ ସେ ଆହୁରି ଲେଖିଛନ୍ତି, ତାଙ୍କୁ କ୍ଷମା କରିଦିଅ । ସେ କେବେ କାହାର କ୍ଷତି କରିନାହାନ୍ତି । କାହାକୁ କଷ୍ଟ ଦେଇନାହାନ୍ତି ।କେମିତି ଆଉ ୩ ଦିନ କଟିବ ଓ ୧୨ରୁ ୧୫ ଶାନ୍ତିରେ ରହିବେ ସେ ନେଇ ବିଦ୍ୟାଭାରତୀ ଚିଠିରେ ଲେଖିଛନ୍ତି । ମୁଁ ପୃଥିବୀରେ ସବୁଠୁ ଅଧିକ ତୁମକୁ ଘୃଣା କରେ । ସମସ୍ତ ଭୁଲ ପାଇଁ ଭଗବାନ କ୍ଷମା କର ବୋଲି ଚିଠିରେ କହିଛନ୍ତି ବିଦ୍ୟାଭାରତୀ । ଦୟାକରି ମୋ ଜୀବନ ନଷ୍ଟ କରିନାହିଁ ।

ତେବେ ପ୍ରଥମ ଚିଠିରେ ବିଦ୍ୟା କ୍ଷୋଭ ପ୍ରକାଶ କରୁଥିବା ବେଳେ ଦ୍ବିତୀୟ ଚିଠିରେ କ୍ରୋଧ ପ୍ରକାଶ କରିଛନ୍ତି । ଏହି ଚିଠିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ବାହାଘର ପରେ ଉଭୟ ମଧ୍ୟରେ ଭୟଙ୍କର ମନାନ୍ତର ସୃଷ୍ଟି ହୋଇଥିଲା । ଅନ୍ୟପକ୍ଷରେ ବିଦ୍ୟା ଏହି ଚିଠି କେବେ ଲେଖିଲେ ତାହା ସ୍ପଷ୍ଟ ହୋଇନାହିଁ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started