ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡିଆଇଜିଙ୍କ ପ୍ରେସମିଟ । କହିଲେ ଯାହା ନାଁ ଆସୁଛି ପଚରାଉଚରା କରାଯିବ

କନକ ବ୍ୟୁରୋ: ପାରଳାଖେମୁଣ୍ଡି ଏପିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ପରିବାର ବର୍ଗଙ୍କ ଅଭିଯୋଗକୁ ଅଧିକ ଗୁରୁତ୍ୱ ଦିଆଯିବ । ଏବେ ତଦନ୍ତ ଆଗକୁ ବଡୁଛି । ଯାହା ନାଁ ଆସୁଛି ତାଙ୍କୁ ପଚରାଉଚରା କରାଯିବ । ଏହା ହତ୍ୟା ନା ଆତ୍ମହତ୍ୟା ଏବେ କିଛି କହିହେବନି । ତଦନ୍ତ ପରେ ସବୁ ସାମ୍ନାକୁ ଆସିବ ବୋଲି ପ୍ରେସମିଟ କରି ସୂଚନା ଦେଇଛନ୍ତି ଡିଆଇଜି ।

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଏବେ କ୍ରାଇମବ୍ରାଞ୍ଚ ପୋଲିସକୁ ସହାୟତା କରୁଛି । ଆଜି କ୍ରାଇମବ୍ରାଞ୍ଚ ଟିମ ସୌମ୍ୟରଞ୍ଜନଙ୍କ କ୍ୱାଟରରେ ପହଞ୍ଚିଥିଲା । ସେଠାରେ ସ୍ପଟ ଘର ଭିତରେ ଅଛି ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଥିଲେ । କବାଟର କିଛି ଅଂଶ ବି ପୋଡିଯାଇଥିବା କହିଥିଲେ ।

from Kanak News
via <a href="https://ifttt.com/?

କେନ୍ଦ୍ରାପଡ଼ାର ୫ ବିଧାୟକଙ୍କୁ ତାଲା ପକାଇଲେ ସାମ୍ବାଦିକ । ଗତକାଲି କାର୍ଯ୍ୟରତ ସାମ୍ବାଦିକଙ୍କୁ ମହିଳା ପୋଲିସଙ୍କ ମାଡ ପ୍ରତିବାଦରେ ତାଲା ପକାଇଲେ ସାମ୍ବାଦିକ ।

କନକ ବ୍ୟୁରୋ : କେନ୍ଦ୍ରାପଡାର ୫ ବିଧାୟକଙ୍କୁ ତାଲା ପକାଇଲେ ସାମ୍ବାଦିକ । ଜିଲ୍ଲାପାଳ ଅଫିସରେ ୫ ବିଧାୟକଙ୍କୁ ତାଲା ପକାଇଛନ୍ତି କାର୍ଯ୍ୟରତ ସାମ୍ବାଦିକ । ଗତକାଲି ସାମ୍ବାଦିକଙ୍କୁ ମହିଳା ପୋଲିସଙ୍କ ଚାପୁଡା ମାଡ ପ୍ରତିବାଦରେ ସାମ୍ବାଦିକ ମାନେ ଆଜି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ । ଆଉ ଏହି ସମୟରେ ଜିଲ୍ଲାର ୫ ବିଧାୟକଙ୍କ ସହ ଜିଲ୍ଲାପାଳ ଆଲୋଚନା କରୁଥିବା ଜାଣିବା ପରେ ସେମାନଙ୍କୁ ଭିତର ପଟୁ ତାଲା ମାରିଥିଲେ ସାମ୍ବାଦିକ । ତେବେ ଏହି ଘଟଣା ପରେ ସାମ୍ବାଦିକ ସଂଘର ପ୍ରତିନିଧିଙ୍କୁ ଡାକି ଆଲୋଚନା କରାଯାଇଛି ଓ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।

ମିଳିଥିବା ସୂଚନା ମୁତାବକ, ଗତକାଲି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସର୍ବ ସମ୍ମୁଖରେ ଚାପୁଡା ମାରିଥିଲେ ମହିଳା ପୋଲିସ । ଯାହାର ଭିଡ଼ିଓ ସାମ୍ନାକୁ ଆସିଥିଲା । ଚାପୁଡା ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ । ମାଡ ଖାଇଥିବା ସାମ୍ବାଦିକଙ୍କ କହିବା ଅନୁଯାୟୀ, ବିନା ମାସ୍କରେ ବୁଲୁଥିବା ମହିଳା ପୋଲିସଙ୍କ ଫଟୋ ପୋଷ୍ଟ କରିବାରୁ ଆକ୍ରୋଶମୂଳକ ଭାବେ ତାଙ୍କୁ ମାଡ ମରାଯାଇଛି । କେବଳ ଏତିକି ନୁହେଁ ଜିଲ୍ଲାର ସାମ୍ବାଦିକଙ୍କ ଅଭିଯୋଗ ଅନୁଯାୟୀ, ପୋଲିସ ବିରୋଧରେ କୌଣସି ଖବର ପ୍ରସାରଣ କଲେ ଟାର୍ଗେଟ କରାଯାଉଛି ।

from Kanak News
via <a href="https://ifttt.com/?

ଆସନ୍ତା ୨୬ରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା : ସ୍କୁଲ ଆସିବାକୁ ହେଲେ ଅଭିଭାବକଙ୍କ ଅନୁମତି ଆବଶ୍ୟକ

କନକ ବ୍ୟୁରୋ : ଆସନ୍ତା ୨୬ ତାରିଖରୁ ସ୍କୁଲ ଖୋଲିବାକୁ ଥିବା ବେଳେ ଶିକ୍ଷକଙ୍କ ଟିକାକରଣକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି । ଶିକ୍ଷକଙ୍କୁ ଅଗ୍ରାଧିକାର ଭିତିରେ ଟିକା ଦେବାକୁ କହିଛନ୍ତି ସମୀର ଦାସ । ଟିକାକରଣ ନେଇ ଡ଼ିଇଓ ମାନଙ୍କ ବୈଠକରେ କୁହାଯାଇଥିଲା ବୋଲି ସେ କହିଛନ୍ତି । ଅଧିକାଂଶ ଶିକ୍ଷକ ଟିକା ନେଇଗଲେଣି । ଯେଉଁମାନେ ବାକି ଅଛନ୍ତି ଦ୍ୱିତୀୟ ଡ଼ୋଜ ନେବା ଉପରେ ପ୍ରାଥମିକତା ରହିଛି । ପିଲାଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୁର୍ଣ୍ଣ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ସେହିପରି ହଷ୍ଟେଲ ଖୋଲିବାର ନିୟମାବଳି ମଧ୍ୟ ଜାରି କରାଯାଇଛି । ୟମିତ ବ୍ୟବଧାନରେ ହଷ୍ଟେଲ ମେସ୍‌, ଶୌଚାଳୟ ଓ ସମସ୍ତେ ଚଳପ୍ରଚଳ କରୁଥିବା ଅଞ୍ଚଳକୁ ବିଶୋଧନ କରିବେ । ପର୍ଯ୍ୟାପ୍ତ ପରିମାଣର ସାବୁନ୍‌ ଓ ହ୍ୟାଣ୍ଡ ସାନିଟାଇଜର କ୍ୟାମ୍ପସରେ ଉପଲବ୍ଧ କରାଇବେ । ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯିବ । ହଷ୍ଟେଲରେ ରହିବା ପୂର୍ବରୁ ଅନ୍ତେବାସୀଙ୍କୁ ଅଭିଭାବକଙ୍କ ଅନୁମତି ଆବଶ୍ୟକ । ଶିକ୍ଷାନୁଷ୍ଠାନ ମୁଖ୍ୟମାନେ ସ୍ଥାନୀୟ ସ୍ବାସ୍ଥ୍ୟ ଅନୁଷ୍ଠାନ ସମ୍ପର୍କରେ ରହି ନିୟମିତ ଭାବେ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଇବେ ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଅନ୍ତେବାସୀ ଯେପରି ଗୋଟିଏ ସ୍ଥାନରେ ସମବେତ ନ ହୁଅନ୍ତି ସେଥିପ୍ରତି ହଷ୍ଟେଲ କର୍ତୃପକ୍ଷ ଦୃଷ୍ଟି ଦେବେ । ‌ହଷ୍ଟେଲ କ୍ୟାମ୍ପସରେ ଏକ ଆଇସୋଲେସନ୍‌ ରୁମ୍‌ ରହିବ । ଯଦି କୌଣସି ଅନ୍ତେବାସୀ ଅସୁସ୍ଥ ହୁଅନ୍ତି, ତାଙ୍କୁ ତୁରନ୍ତ ସେଠାରେ ରଖାଯିବା ସହ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ କୁହାଯାଇଛି ।

from Kanak News
via <a href="https://ifttt.com/?

ପୁରା ତଦନ୍ତର ହେଲା ଭିଡିଓଗ୍ରାର୍ଫି : ପାରିପାରର୍ଶିକ ସ୍ଥିତି ବି ହେଲା ଯାଂଚ; ମୃତ ସୌମ୍ୟ ରଂଜନ ଓ ପତ୍ନୀ ବିଦ୍ୟାଭାରତୀଙ୍କ କଲ ଡିଟେଲ୍ସ ଯାଂଚ କରୁଛି କ୍ରାଇମବ୍ରାଂଚ 

କନକ ବ୍ୟୁରୋ : ସୌମ୍ୟରଂଜନ ଓ ପତ୍ନୀ ବିଦ୍ୟା ଭାରତୀଙ୍କ କଲ ଡିଟେଲ୍ସର ଯାଂଚ ଚାଲିଥିବା ପୋଲିସ କହିଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ଘଟଣାର ଭିଡିଓଗ୍ରାଫି କରାଯାଇଛି । ମିଳିଥିବା ଦୁଇଟି ଡାଏରୀକୁ ଫରେନସିକ ଟିମ ଦେଇଛି । ଖୁବ ଶୀଘ୍ର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

ପାରଳାଖମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି, ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ସହ ମହିଳା ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଯାଂଚରେ ସାମିଲ ହୋଇଥିଲେ । ଏପରିକି କ୍ୱାର୍ଟରର ବାଥରୁମରୁ ଘଟଣା ଘଟିଥିବା ସ୍ଥାନ ଯାଏଁ ବାରମ୍ବାର ଦୂରତା ମାପୁଥିବା ଦେଖାଯାଇଥିଲା । ଘର ଭିତରେ ଥିବା କିଛି ଜିନିଷ ପତ୍ରର ନମୁନା ମଧ୍ୟ ସଂଗ୍ରହ କରାଯାଇଛି । ଏପରିକି ପୋଲିସ ଓ କ୍ରାଇମବ୍ରାଂଚ ଟିମ କ୍ୱାର୍ଟରରେ ଥିବା ରୋଷେଇ ଘରେ ମଧ୍ୟ ଯାଂଚ କରିଛନ୍ତି । ଆଜି ଦିନ ପ୍ରାୟ ୧୧ଟାରୁ କ୍ରାଇମସିନରେ ପହଂଚି ଛାନଭିନ କରିଛନ୍ତି ପୋଲିସ ଓ କ୍ରାଇମବ୍ରାଂଚ ଟିମ୍ ।

from Kanak News
via <a href="https://ifttt.com/?

ସପ୍ତମ ପର୍ଯ୍ୟାୟରେ ଭାରତକୁ ଆସିଲା ୩ ଟି ରାଫେଲ ବିମାନ । ପଶ୍ଚିମବଙ୍ଗର ହାସୀମାରା ଏୟାରବେସରେ ହେବ ନିୟୋଜିତ

କନକ ବ୍ୟୁରୋ : ବୁଧବାର ରାତି ୩ ଟାରେ ଭାରତରେ ପହଂଚିଛି ୩ ଟି ଯୁଦ୍ଧ ବିମାନ ରାଫେଲ । ଏହାକୁ ମିଶାଇ ଭାରତକୁ ୨୪ ଟି ରାଫେଲ ବିମାନ ମିଳିଛି । ଏବେ ଆସିଥିବା ୩ ଟି ରାଫେଲ ବିମାନକୁ ପଶ୍ଚିମବଙ୍ଗର ହାସୀମାରା ଏୟାରବେସ୍ ଠାରେ ନିଯୁକ୍ତ କରାଯିବ ବୋଲି କୁହାଯାଇଛି ।

କହିରଖୁ କି ପ୍ରଥମ ରାଫେଲ ସ୍କ୍ୱାଡ୍ରନ ଆମ୍ବଲା ବାୟୁସେନା ଷ୍ଟେସନ ଠାରେ ମହଜୁଦ ରହିଛି । ଗୋଟିଏ ସ୍କ୍ୱାଡ୍ରନରେ ୧୮ ଟି ବିମାନ ରହିପାରିବ  । ଏହାସହ ପ୍ରଥମ ରାଫେଲ ସ୍କାଡ୍ରନ ଲଦାଖରେ ଚୀନ ସହିତ ଲାଗିଥିବା ସୀମା ପେଟ୍ରୋଲିଂ ଆରମ୍ଭ କରିଛି । ଜୁଲାଇ ଶେଷ ସୁଦ୍ଧା ଦ୍ୱିତୀୟ ସ୍କାଡ୍ରନ ଅପରେଶନ ଆରମ୍ଭ କରିବ ବୋଲି ଅନୁମାନ କରାଯାଉଛି ।

ଗତକାଲି ରାତିରେ ଆସିଥିବା ୩ ଟି ରାଫେଲ ବିମାନ କୌଣସି ଠାରେ ନଅଟକି ସିଧା ସଳଖ ୮ ହଜାର କିଲୋମିଟର ଯାତ୍ରା କରିଛି । ଏହି ବିମାନଗୁଡିକରେ ୟୁଏଇ ର ଏୟାରବେସ ୩୩୦ ମଲ୍ଟି-ରୋଲ ଟ୍ରାନ୍ସପୋର୍ଟ ବିମାନ ସହାୟତାରେ ଉଡନ୍ତା ଅବସ୍ଥାରେ ଇନ୍ଧନ ଭରାଯାଇଥିଲା ।
ଏବେ ଆସିଥିବା ୩ ଟି ବିମାନ ପଶ୍ଚିମବଙ୍ଗର ହାସୀମାରା ଏୟାରବେସରେ ନିଯୁକ୍ତ କରାଯିବ । କହିରଖୁ କି ଭାରତ ସରକାର ୨୦୧୬ ରେ ଫ୍ରାନ୍ସ ଠାରୁ ୫୯ ହଜାର କୋଟି ଟଙ୍କାର ୩୬ ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି କରିଥିଲା । ଏବେ ଫ୍ରାନ୍ସର ଯୁଦ୍ଧ ବିମାନ ନିର୍ମାତା କମ୍ପାନୀ ଡାସଲ୍ଡ ଭାରତକୁ ୨୪ ବିମାନ ଯୋଗାଇ ଦେଇଥିବା ବେଳେ ୨୦୨୨ ଶେଷ ସୁଦ୍ଧା ବାକି ବିମାନଗୁଡିକୁ ଯୋଗାଇ ଦେବ ବୋଲି ଆଶା କରାଯାଉଛି ।

କହିରଖୁ କି ଭାରତରେ କରୋନା ସଂକ୍ରମଣ କାରଣରୁ ରାଫେଲ ବିମାନ ଆସିବାରେ ଅନେକ ବିଳମ୍ବ ହୋଇଛି । ଭାରତୀରୁ ଫ୍ରାନ୍ସ ଯାଇଥିବା ଭାରତୀୟ ପାଇଲଟ ମାନଙ୍କୁ କ୍ୱାରେଣ୍ଟିନ ସହ ଅନେକ କଟକଣାକୁ ସାମ୍ନା କରିବାକୁ ପଡିଛି ।

from Kanak News
via <a href="https://ifttt.com/?

ନିଲମ୍ବିତ ହେଲେ ଟୋକିଓ ଅଲିମ୍ପିକ୍ସ ସୋ’ ଡିରେକ୍ଟର : ହଲୋକଷ୍ଟକୁ ଥଟ୍ଟା କରିବା ପଡିଲା ମହଙ୍ଗା

କନକ ବ୍ୟୁରୋ: ଟୋକିଓ ଅଲିମ୍ପିିକ୍ସକୁ ଆଉ ମାତ୍ର ଗୋଟିଏ ଦିନ ବାକିଥିବାବେଳେ ଉଦଘାଟନୀ ସମାରୋହର ସୋ ଡିରେକ୍ଟର କେନଟାରୋ କୋବାୟସିଙ୍କୁ ନିଲମ୍ବନ କରାଯାଇଛି । ହଲୋକୋଷ୍ଟକୁ ଥଟ୍ଟା କରିବା ତାଙ୍କୁ ମହଙ୍ଗା ପଡିଲା ବୋଲି କୁହାଯାଉଛି । ୧୯୯୦ରେ କେନଟାରୋ କୋବାୟସିଙ୍କର ଏକ ଭିଡିଓ ଫୁଟେଜ ଜାରି ହେବା ପରେ ଅଲିମ୍ପିକ୍ସ ଆୟୋଜକଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

ହଲୋକଷ୍ଟ ଏପରି ନରସଂହାର ଘଟଣା ଯେଉଁଥିରେ ଜର୍ମାନ ନାଜି ତଥା ଏକଛତ୍ରବାଦୀ ଶାସକ ଏଡୋଲଫ ହିଟଲରଙ୍କ ଶାସନ କାଳରେ ୬୦ ହଜାରର ଅଧିକ ଇହୁଦିଙ୍କୁ ହତ୍ୟା କରାଯାଇଥିଲା । କେନଟାରୋ କୋବାୟସି ଉଭୟ ଉଦଘାଟନୀ ଓ ଉଦଯାପନୀ ସମାରୋହର ସୋ ଡିରେକ୍ଟର ଥିଲେ । ଏହା ବ୍ୟତୀତ ଜଣେ କମେଡିଆନ୍ ଭାବେ ମଧ୍ୟ ସେ ବେଶ ଜଣାଶୁଣା । ତାଙ୍କର କିଛି କମେଡିକୁ ନେଇ ମଧ୍ୟ ସେ ବିବାଦରେ ରହିଥିଲେ । ତେବେ ହଲୋକଷ୍ଟ ପରି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଥଟ୍ଟା କରିବା ନିହାତି ଲଜ୍ଜାଜନକ ବୋଲି ଅଲିମ୍ପିକ୍ସର ଆୟୋଜନ ମୁଖ୍ୟ ସେକୋ ହାସିମାତୋ କହିଛନ୍ତି । ତେବେ ଇଭେଂଟ ଆରମ୍ଭ ହେବା ପୂର୍ବରୁ ଏପରି କିଛି ବିବାଦ ଦେଖାଯାଉଥିବା ନେଇ ଆୟୋଜକଙ୍କୁ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି ।

ଅନ୍ୟପଟେ କରୋନାର ସ୍ଥିତିକୁ ନଜରରେ ରଖି ଏହି ବିଶ୍ୱସ୍ତରୀୟ ଇଭେଂଟ ଭୟ ଓ ସଚେତନତା ମଧ୍ୟରେ ଆୟୋଜିତ ହେଉଛି । ଯଦିଓ ପୂର୍ବ ବର୍ଷ ଭଳି ଏଠାକୁ ଦର୍ଶକଙ୍କୁ ଅନୁମତି ନାହିଁ ତଥାପି ଜାପାନ ସରକାର ଏହାକୁ ସୂଚାରୁ ରୂପେ ସମ୍ପାଦନ କରିବାକୁ ଚେଷ୍ଟା କରୁଛନ୍ତି ।

from Kanak News
via <a href="https://ifttt.com/?

ସୌମ୍ୟରଞ୍ଜନଙ୍କ ଘରେ ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ବୟାନ : କହିଲେ ଘର ଭିତରେ ହିଁ ନିଆଁ ଲାଗି ପୋଡ଼ି ହୋଇଛନ୍ତି ସୌମ୍ୟରଞ୍ଜନ

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ସରକାରୀ କ୍ୱାର୍ଟରରେ ରହିଛି ପୋଡ଼ା ଦାଗ । କ୍ରାଇମସିନରେ ଯାଂଚ କରୁଥିବା କ୍ରାଇମବ୍ରାଞ୍ଚ ଟିମର ମୁଖ୍ୟ ଡିଏସପି ବିଜୟ କୁମାର ମଲ୍ଲିକ ଏହି ସୂଚନା ଦେଇଛନ୍ତି । ଯାଂଚ କରୁଥିବା କ୍ରାଇମବ୍ରାଞ୍ଚ ଟିମକୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ କ୍ୱାର୍ଟର ଭିତରେ କୌଣସି କଳା ଚିହ୍ନ ରହିଛି କି? ଏହାର ଉତ୍ତରରେ କ୍ରାଇମବ୍ରାଞ୍ଚ ଅଧିକାରୀ କହିଛନ୍ତି କଳା ଦାଗ ଓ ପୋଡ଼ା ଦାଗ ରହିଛି । ଘର ଭିତରେ ଗୋଟି ଗୋଟି ଜିନିଷକୁ ତନ ତନ କରି ଯାଂଚ କରିଛନ୍ତି ତଦନ୍ତକାରୀ ଦଳ । ନିଆଁ ଲାଗି କବାଟ ତଳ କିଛି ପୋଡି ଯାଇଥିବା କହିଛି କ୍ରାଇମବ୍ରାଞ୍ଚ ।

ଝରକାରେ ଲାଗିଥିବା ମଶାଜାଲିର ନମୂନା ସଂଗ୍ରହ କରାଯାଇଛି । ପୋଡି ହୋଇଥିବା ଓ ପୋଡି ହୋଇନଥିବା ମଶା ଜାଲିର ନମୂନାକୁ ସଂଗ୍ରହ କରାଯାଇଛି । ଏହା ଗୋଟିଏ ରୁମରେ କି ନାହିଁ ତାହା ମେଳ କରାଯିବ । ପୂର୍ବରୁ କିରୋସିନ ଜବତ ହୋଇଥିଲା । ତେବେ ଜବତ କିରୋସିନି କମ ପରିମାଣର ହୋଇଥିବା କହିଛି କ୍ରାଇମବ୍ରାଞ୍ଚ । ସେପଟେ ଉଭୟ ସୌମ୍ୟରଞ୍ଜନ ଓ ପତ୍ନୀ ବିଦ୍ୟା ଭାରତୀଙ୍କ କଲ ଡିଟେଲ୍ସର ଯାଂଚ ଚାଲିଥିବା ପୋଲିସ କହିଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ଘଟଣାର ଭିଡିଓଗ୍ରାଫି କରାଯାଇଛି । ମିଳିଥିବା ଦୁଇଟି ଡାଏରୀକୁ ଫରେନସିକ ଟିମ ଦେଇଛି । ଖୁବ ଶୀଘ୍ର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

ପାରଳାଖମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି, ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ସହ ମହିଳା ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଯାଂଚରେ ସାମିଲ ହୋଇଥିଲେ । ଏପରିକି କ୍ୱାର୍ଟରର ବାଥ ରୁମ୍ରୁ ଘଟଣା ଘଟିଥିବା ସ୍ଥାନ ଯାଏଁ ବାରମ୍ବାର ଦୂରତା ମାପୁଥିବା ଦେଖାଯାଇଥିଲା । ଘର ଭିତରେ ଥିବା କିଛି ଜିନିଷ ପତ୍ରର ନମୁନା ମଧ୍ୟ ସଂଗ୍ରହ କରାଯାଇଛି । ଏପରିକି ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ କ୍ୱାର୍ଟରରେ ଥିବା ରୋଷେଇ ଘରେ ମଧ୍ୟ ଯାଂଚ କରିଛନ୍ତି । ଆଜି ଦିନ ପ୍ରାୟ ୧୧ଟାରୁ କ୍ରାଇମସିନରେ ପହଂଚି ଛାନଭିନ କରିଛନ୍ତି ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ।

from Kanak News
via <a href="https://ifttt.com/?

ସ୍ତ୍ରୀର ଚରିତ୍ରକୁ ନେଇ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ସ୍ୱାମୀ : ଆକ୍ରମଣ ଭୟରେ ହେଲେ ଥାନାର ଦ୍ୱାରସ୍ତ; ପୂର୍ବତନ ବୟଫ୍ରେଣ୍ଡ ନାଁରେ ନିଜ ଦେହରେ ଟାଟୁ କରିଛନ୍ତି ସ୍ତ୍ରୀ

କନକ ବ୍ୟୁରୋ : ସ୍ତ୍ରୀର ଚରିତ୍ରକୁ ନେଇ ନିଜକୁ ଅସୁରକ୍ଷୀତ ମନେ କରୁଥିବା ଜଣେ ଯୁବକ ଥାନାର ଦ୍ୱାରସ୍ତ ହୋଇଛନ୍ତି । ଅଭିଯୋଗକାରୀ ସ୍ୱାମୀ ମୋହିତ ଶର୍ମା ଏବେ ସ୍ତ୍ରୀର ଧମକ ଯୋଗୁଁ ଭୟରେ ଥିବା ବେଳେ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି । ମୋହିତଙ୍କ କହିବା ହେଲା ଫେସବୁକ୍ ରେ ବନ୍ଧୁତା ପରେ ଯୁବତୀ ଜଣଙ୍କ ତାଙ୍କୁ ବାହା ହେବା ପାଇଁ ବାଧ୍ୟ କରିଥିଲେ । ହେଲେ ବିବାହ ପରଠାରୁ ସ୍ତ୍ରୀଙ୍କ ଉପରେ ମୋହିତଙ୍କ ସନ୍ଦେହ ବଢ଼ିବାକୁ ଲାଗିଥିଲା ।

ଘଂଟା ଘଂଟା ଧରି ସେ ଅନ୍ୟ ପୁରୁଷଙ୍କ ସହ ଫୋନରେ କଥା ହେଉଥିଲେ । ଏପରିକି ପତ୍ନୀଙ୍କ ପୂର୍ବତନ ବୟଫ୍ରେଣ୍ଡ ତାଙ୍କୁ ଫୋନ କରି ଧମକ ଦେଇଥିଲେ । ସ୍ତ୍ରୀଙ୍କ ଦେହରେ ପୂର୍ବତନ ବୟଫ୍ରେଣ୍ଡଙ୍କ ନାଁର ଟାଟୁ ରହିଥିବା କହିଛନ୍ତି ମୋହିତ । ଏବେ ସେ ପତ୍ନୀଙ୍କ ଠାରୁ ଅଲଗା ହେବାକୁ ଚାହୁଁଥିଲେ ମଧ୍ୟ ସ୍ତ୍ରୀ ତାଙ୍କୁ ଧମକ ଚମକକ ଦେଉଥିବା ଥାନରେ ଅଭିଯୋଗ କରିଛନ୍ତି ମୋହିତ ।

from Kanak News
via <a href="https://ifttt.com/?

କର୍ଣ୍ଣାଟକ ରାଜନୀତିରେ ଝଡ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ସଂକେତ ଦେଲେ ୟେଦୁୟେରପ୍ପା

କନକ ବ୍ୟୁରୋ : କର୍ଣ୍ଣାଟକ ବିଜେପିର ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁୟେରପ୍ପା ପଦରୁ ଇସ୍ତଫା ଦେବା ନେଇ ସଂକେତ ଦେଇଛନ୍ତି । ସେ କହିଛନ୍ତି କି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଜୁଲାଇ ୨୫ ତାରିଖରେ ଯାହା ନିର୍ଦ୍ଦେଶ ଦେବେ ତାକୁ ସେ ଗ୍ରହଣ କରିବେ ।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମୁଖ୍ୟମନ୍ତ୍ରୀ ୟେଦୁୟେରପ୍ପା କହିଛନ୍ତି କି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ମନରେ ମୋ ପ୍ରତି ବହୁତ ସମ୍ମାନ ଓ ପ୍ରେମ ରହିଛି , ଦଳର ୭୫ ବର୍ଷ ପାର କରିଥିବା କୌଣସି ନେତାଙ୍କୁ କୌଣସି ପଦ ମିଳିନଥିବା ବେଳେ ସେମାନେ ମୋ କାମରେ ପ୍ରଭାବିତ ହୋଇ ମୋତେ ୭୯ ବର୍ଷ ବୟସ ହେବା ଯାଏଁ କାମ କରିବାର ସୁଯୋଗ ଦେଇଛନ୍ତି ”

ଅନ୍ୟପଟେ ଇସ୍ତଫା ଦେବା ନେଇ ସଂକେତ ଦେଇଥିଲେ ବି ତାଙ୍କ ମନରେ ଏବେ ବି ଦଳପ୍ରତି ଭଲ ପାଇବା ଅଛି । ସେ କହିଛନ୍ତି କି ‘ମୋର ଇଚ୍ଛା ରାଜ୍ୟରେ ପାର୍ଟିକୁ ଆହୁରି ମଜବୁତ କରିବି ଓ ପାର୍ଟିକୁ ରାଜ୍ୟରେ ପୁଣିଥରେ ସରକାର ଗଠନ କରିବାରେ ସଫଳ ଉଦ୍ୟମ ଜାରି ରଖିବି , ଜୁଲାଇ ୨୬ ରେ ସରକାରକୁ ୨ ବର୍ଷ ପୂରଣ ହେବାକୁ ଯାଉଛି , ଏହି ଅବସରରେ ଜେ.ପି ନଡ୍ଡା ଯାହା ନିର୍ଦ୍ଦେଶ ଦେବେ ତାହାକୁ ଗ୍ରହଣ କରିବି’

କହିରଖୁ କି ୨୦୨୪ ସାଧାରଣ ନିର୍ବଚନ ପୂର୍ବରୁ ବିଜେପି ବିଭିନ୍ନ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କରି ଏକ ନୂଆ ଟିମ୍ ସହାୟତରେ ୨୦୨୪ ନିର୍ବାଚନ ଲଢିବାକୁ ଲକ୍ଷ୍ୟ ରଖିଛି । ଏହି କ୍ରମରେ ଆସାମ ଓ ଉତ୍ତରାଖଣ୍ଡ ପରେ ଏବେ କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ହୋଇପାରେ ବୋଲି ଆଲୋଚନା ହେଉଛି ।

from Kanak News
via <a href="https://ifttt.com/?

ଦେବୀନଦୀରେ ବୁଲୁଛି ୧୦ ରୁ ୧୨ ଫୁଟର କୁମ୍ଭୀର : ଲୋକଙ୍କୁ ନଦୀକୁ ନଯିବାକୁ ସତର୍କ କଲା ବନବିଭାଗ

କନକ ବ୍ୟୁରୋ : ନଦୀରେ ବୁଲୁଛି କୁମ୍ଭୀର । ଲୋକଙ୍କୁ ସଚେତନ କଲା ବନ ବିଭାଗ । କଟକ ଜିଲ୍ଲା କଂଟାପଡା ବ୍ଲକ ଦେବୀ ନଦୀରେ ଏକ ବିରାଟ କୁମ୍ଭୀର ଦେଖିବାକୁ ମିଳିଛି । ଗୋବିନ୍ଦପୁର ଥାନା ଘାଟ ନିକଟବର୍ତୀ ଅଂଚଳରେ ଏହି ୧୦ରୁ ୧୨ ଫୁଟ ଲମ୍ଭର କୁମ୍ଭୀରଟି ବାରମ୍ବାର ଦେଖିବାକୁ ମିଳୁଛି । ଏହାକୁ ନେଇ ଲୋକେ ଭୟଭିତ ହୋଇପଡିଛନ୍ତି ।

କିଛିଦିନ ତଳେ ଏନେଇ ଖବର ପ୍ରସାରଣ ହୋଇଥିଲା । ଏହାପରେ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ । ଫୁଲନଖରା ବନାଂଚଳ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ନଦୀକୁ ନଯିବା ପାଇଁ ସତର୍କ କରାଯାଇଛି । ଏପରିକି ଗୋବିନ୍ଦପୁର ଥାନାଠାରୁ ଝାନମଣ୍ଡଳ ମଧ୍ୟରେ କୁମ୍ଭୀରଟି ଦେଖିବାକୁ ମିଳିଥିବା ବନବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started