ମାସେ ଯାଏଁ ଶରୀରରେ ରହୁଛି ଭାଇରସ! ଡେଲ୍ଟା ଭାଇରସ ଯୋଗୁଁ ବଢୁଥିଲା ସଂକ୍ରମଣ, ସୂଚନା ଦେଲେ ଆଇଏଲଏସ ନିର୍ଦ୍ଦେଶକ ।

କନକ ବ୍ୟୁରୋ : କରୋନା ଭାଇରସକୁ ନେଇ ଆସିଲା ନୂଆ ତଥ୍ୟ । ଏବେ ଭାଇରସ ମଣିଷ ଶରୀରରେ ୩ରୁ ୪ ସପ୍ତାହ ଅଥାର୍ତ ପାଖାପାଖି ମାସେ ସମୟ ଧରି ରହୁଛି । ଏଭଳି ଏକ ତଥ୍ୟ ସାମ୍ନାକୁ ଆଣିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ଆଇଏଲଏସ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ପୂର୍ବରୁ ସଂକ୍ରମିତ ବ୍ୟକ୍ତିଙ୍କର ୧୫ ଦିନରେ ନେଗେଟିଭ ରିପୋର୍ଟ ଆସୁଥିଲା । କିନ୍ତୁ ଏବେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ଶରୀରରେ ୩ରୁ ୪ ସପ୍ତାହ ପର୍ଯ୍ୟନ୍ତ ଭାଇରସ ସକ୍ରିୟ ରହୁଛି ।

ସବୁଠୁ ବଡ କଥା ହେଲା, ଦ୍ୱିତୀୟ ଲହରରେ ଡେଲ୍ଟା ଭାଇରସ ଯୋଗୁଁ ସ୍ଥିତି ସଙ୍ଗୀନ ହେଲା । ଦେଶ ତଥା ରାଜ୍ୟରେ ଅଧିକାଂଶ ସଂକ୍ରମିତଙ୍କ ଶରୀରରେ ଡେଲ୍ଟା ଭାଇରସ ଚିହ୍ନଟ ହୋଇଥିଲା । ଦେଶରେ ୯୦ରୁ ୯୬ ପ୍ରତିଶତ ଲୋକ ଡେଲ୍ଟା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଏହି ସଂଖ୍ୟା ୯୨ରୁ ୯୩ ପ୍ରତିଶତ ରହିଛି ।

ଏସବୁ ଭିତରେ କୋଭିଡ କଟକଣା କୋହଳ ହୋଇଥିବାରୁ କିଛି ଜିଲ୍ଲାରେ ସଂକ୍ରମଣ ଏବେ ବି କମୁନି । ଯଦି ଏବେଠୁ ସଚେତନ ଓ ସତର୍କ ନହେବା ତେବେ ତୃତୀୟ ଲହରର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ । ତେବେ ଏଥିପାଇଁ ତିନୋଟି ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି ଅଜୟ । ଖାସକରି ଟିକାକରଣ, ଲୋକଙ୍କର ବ୍ୟବହାର ଓ ଭାଇରସ ଯଦି ରୂପ ବଦଳାଏ ତେବେ ତୃତୀୟ ଲହରର ଆଶଙ୍କା ଅଧିକ ବଢିବ । ଏସବୁ ବାଦ୍ ଆଣ୍ଟିଜେନ ଓ ଆରଟିପିସିଆର ଟେଷ୍ଟିଂକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଅଜୟ । ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଲେ କରୋନା ସଂକ୍ରମିତ ନିଶ୍ଚିତ ବୋଲି ସେ କହିଛନ୍ତି । ସେହିଭଳି ଆଣ୍ଟି ଜେନ ଟେଷ୍ଟରେ ନେଗେଟିଭ ଆସିଲେ ମଧ୍ୟ ଆରଟିପିସିଆର ଟେଷ୍ଟରେ ପଜିଟିଭ ଆସୁଛନ୍ତି । ତେଣୁ ସଂକ୍ରମଣ ବାବଦରେ ନିଶ୍ଚିତ ହେବାକୁ ଆରଟିପିସିଆର ଟେଷ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି । ଏହାସହ ୨ଟି ଡୋଜ ଟୀକା ନେବା ପରେ ସଂକ୍ରମିତ ହେବାର ସମ୍ଭାବନା କମ ବୋଲି କହିଛନ୍ତି ଅଜୟ ।

from Kanak News
via <a href="https://ifttt.com/?

ଏସିଏଫ୍ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ : ଘର ଭିତରେ ପୋଡା ଦାଗ ଥିବା କହିଲେ କ୍ରାଇମବ୍ରାଞ୍ଚ ଅଧିକାରୀ; ପାରିପାର୍ଶ୍ବିକ ସ୍ଥିତି ସହ ଘର ବାହାର ଯାଞ୍ଚ କଲେ ଟିମ୍

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଞ୍ଜନଙ୍କ ସରକାରୀ କ୍ୱାର୍ଟରରେ ରହିଛି ପୋଡ଼ା ଦାଗ । କ୍ରାଇମସିନରେ ଯାଂଚ କରୁଥିବା କ୍ରାଇମବ୍ରାଂଚ ଟିମର ମୁଖ୍ୟ ଡିଏସପି ବିଜୟ କୁମାର ମଲ୍ଲିକ ଏହି ସୂଚନା ଦେଇଛନ୍ତି । ଯାଂଚ କରୁଥିବା କ୍ରାଇମବ୍ରାଂଚ ଟିମକୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ କ୍ୱାର୍ଟର ଭିତରେ କୌଣସି କଳା ଚିହ୍ନ ରହିଛି କି? ଏହାର ଉତ୍ତରରେ କ୍ରମାଇବ୍ରାଂଚ ଅଧିକାରୀ କହିଛନ୍ତି କଳା ଦାଗ ଓ ପୋଡ଼ା ଦାଗ ରହିଛି ।

ଆଜି ଦିନ ପ୍ରାୟ ୧୧ଟାରୁ କ୍ରାଇମସିନରେ ପହଂଚି ଛାନଭିନ ଆରମ୍ଭ କରିଛନ୍ତି ପୋଲିସ ଓ କ୍ରାଇମବ୍ରାଂଚ ଟିମ୍ । ଘର ଭିତରେ ମତ୍ୟୁ ମାମଲାରେ କ୍ରାଇମସିନ୍ ବୁଲି ଦେଖୁଛି କ୍ରାଇମବ୍ରାଂଚ । ଏଥିପାଇଁ କ୍ରାଇମବ୍ରାଂଚ ଟିମ୍ ସହ ପହଂଚିଛି ପାରଳାଖମୁଣ୍ଡି ପୋଲିସ । ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ସରକାରୀ କ୍ୱାର୍ଟରକୁ ଯାଇ ତଦନ୍ତ କରିଛି କ୍ରାଇମବ୍ରାଂଚ ଟିମ୍ । ଯେଉଁ ସ୍ଥାନରେ ପୋଡିହୋଇ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା, ସେହିଠାରେ ପୋଲିସ ଉପସ୍ଥିତିରେ କ୍ରାଇମସିନ କରାଯିବ । ଏହାଛଡା ଡିଏଫଓ ଏବଂ ଗୁରାଣ୍ଡି ଥାନାର ମହିଳା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରାଯିବ ।

ଉଭୟ ଡିଏଫଓ ଏବଂ ମମତା ପଣ୍ଡାଙ୍କ ଭୂମିକାକୁ ନେଇ ସୌମ୍ୟଙ୍କ ପରିବାର ସନ୍ଦେହ ପ୍ରକାଶ କରିଥିବାରୁ ପୋଲିସ ଓ କ୍ରାଇମବ୍ରାଂଚ ମିଳିତ ଭାବେ ପଚରା ଉଚୁରା କରିବେ ବୋଲି ଜଣାପଡିଛି । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ଡିଏଫଓଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ । ସେହିପରି ଘଟଣାଦିନ ଗୁରୁତର ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଅଟକାଇବାରେ ମମତା ପଣ୍ଡାଙ୍କ ଭୂମିକା ରହିଥିବା ଅଭିଯୋଗ କରିଥିଲେ ସୌମ୍ୟଙ୍କ ବାପା ।

from Kanak News
via <a href="https://ifttt.com/?

‘ଭାସ୍କର’ ଖବର କାଗଜ ମାଲିକଙ୍କ ବାସଭବନରେ ଆୟକର ବିଭାଗର ଚଢାଉ । ଆୟକର ଫାଙ୍କିଥିବା ନେଇ ଅଭିଯୋଗ

କନକ ବ୍ୟୁରୋ : କର ଚୋରୀ ଅଭିଯୋଗରେ ଦୈନିକ ଖବର କାଗଜ ‘ଭାସ୍କର’ ଖବର କାଗଜର ମାଲିକଙ୍କ ଘର ଓ ସଂସ୍ଥା ଉପରେ ଚଢାଉ କରିଛି ଆୟକର ବିଭାଗ । ସୂଚନା ମୁତାବକ ଗତକାଲି ରାତି ୨ ଟା ପରେ କମ୍ପାନୀର କାର୍ଯ୍ୟାଳୟ ଉପରେ ଚଢାଉ ହୋଇଛି । ଆୟକର ତଦନ୍ତକାରୀ ଦଳ ତରଫରୁ ଭାସ୍କର ମାଲିକଙ୍କ ନୋଏଡା, ଜୟପୁର ଓ ଅହମ୍ମଦାବାଦ କାର୍ଯ୍ୟାଳୟ ଉପରେ ଏକା ସାଙ୍ଗରେ ଚଢାଉ କରିଛି ।

କୁହାଯାଇଛି କି, ଅୟକର ବିଭାଗର ଏହା ଏକ ବଡ ଚଢାଉ । ଭାସ୍କର କାର୍ଯ୍ୟାଳୟରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କ ଫୋନ ଜବତ କରିଛି ଆୟକର ବିଭାଗ । ଏହାସହ କୌଣସି କର୍ମଚାରୀଙ୍କୁ କମ୍ପାନୀ ପରିସର ବାହାରକୁ ବାହାରିବାକୁ ଦିଆଯାଇ ନାହିଁ । ଆୟକର ବିଭାଗର ଏହି ଟିମ୍ ପ୍ରେସ କମ୍ପେ୍ଲକ୍ସ ସହିତ ୬ ଟି ସ୍ଥାନରେ ଚଢାଉ କରୁଥିବା ସୂଚନା ମିଳିଛି ।

ଏହି ଚଢାଉରେ ଆୟକର ବିଭାଗ,ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସହ ସ୍ଥାନୀୟ ପୋଲିସ ସହଯୋଗ କରିଛନ୍ତି । ପୁରା ସର୍ଚ୍ଚ ଅପରେଶନ ଦିଲ୍ଲୀ ଓ ମୁମ୍ବାଇ ଟିମ୍ ଦ୍ୱାରା କରାଯାଉଛି । ଏହି ଚଢାଉରେ ୧୦୦ ରୁ ଅଧିକ କର୍ମଚାରୀ ସାମିଲ ଥିବା କୁହାଯାଇଛି । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଜଣାପଡିଛି ।

ଅନ୍ୟପଟେ ଏହି ଚଢାଉକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ ସୁରଜେୱାଲା ଟ୍ୱିଟ୍ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି ଯେ ‘ରେଡ ଜୀବୀ ଜୀ’ ଗଣମାଧ୍ୟମର ସ୍ୱାଧିନତା ଉପରେ ଭୀରୁତାର ଆକ୍ରମଣ । ଗଣମାଧ୍ୟମ ଉପରେ ସରକାରଙ୍କ ଏଭଳି ଆକ୍ରମଣକୁ ନିନ୍ଦା କରି ସେ କହିଛନ୍ତି କି ଏଭଳି କରି ଗଣମାଧ୍ୟମର ସ୍ୱରକୁ ଚପାଇ ଦିଆଯାଇ ପାରିବ ନାହିଁ ।

from Kanak News
via <a href="https://ifttt.com/?

ସଂସଦ ଆଗରେ ଆଜି ଚାଷୀ କରିବେ ଶାନ୍ତିପୂର୍ଣ୍ଣ ଧାରଣା । ଆଇନ ପ୍ରତ୍ୟାହାର ଦାବିରେ ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ସାଂସଦ

କନକ ବ୍ୟୁରୋ :  କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଦୀର୍ଘ ୮ ମାସ ହେବ କୃଷକ ସଂଗଠନମାନେ ଧାରଣାରେ ବସିଛନ୍ତି । ଏହି କ୍ରମରେ ଏବେ ସଂସଦରେ ମୌସୁମୀ ଅଧିବେଶନ ଚାଲିଥିବା ବେଳେ କୃଷକମାନେ ସଂସଦ ଭବନ ଆଗରେ ଆଜିଠାରୁ ଧାରଣାରେ ବସୁଥିବା କୁହାଯାଇଛି । ଦିଲ୍ଲୀର ଜନ୍ତର ମନ୍ତର ଠାରେ ଦୈନିକ ୨୦୦ କୃଷକ ଧାରଣାରେ ବସିବେ । କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା  ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ଧାରଣାର ନାମ ‘କିଷାନ ସଂସଦ’ ରଖିଛନ୍ତି । ଅନ୍ୟପଟେ କୃଷକଙ୍କ ଏଭଳି ନିଷ୍ପତ୍ତିକୁ ଦେଖି ସିଂଘୁ ସୀମାରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ପୁରା ଅଞ୍ଚଳକୁ ପୋଲିସ ସୁରକ୍ଷାବଳ ଭିତରେ ରଖିଥିବା ଦେଖିବାକୁ ମିଳିଛି ।

ପୋଲିସର ସୂଚନା ମୁତାବକ ୨୦୦ କୃଷକ ବସ୍ ମାଧ୍ୟମରେ ସିଂଘୁ ସୀମାରୁ ଜନ୍ତର ମନ୍ତର ଆସୁଛନ୍ତି । ସେମାନେ ସକାଳ ୧୧ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି କୁହାଯାଇଛି । ଅନ୍ୟପଟେ କୋଭିଡ କାଳରେ ଧାରଣା ହେଉଥିବାରୁ ଏନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସରକାରଙ୍କୁ ଏକ ଶପଥ ପତ୍ର ଦେଇ ବିକ୍ଷୋଭ ସମୟରେ ସମସ୍ତ କୋଭିଡ ନିୟମ ପାଳନ କରାଯିବ ବୋଲି କୁହାଯାଇଛି ।

ସେପଟେ ଆନ୍ଦୋଳନ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ କୌଣସି ଲିଖିତ ଅନୁମତି ଦିଆଯାଇ ନାହିଁ । କେବଳ ଧାରଣା ପ୍ରଦର୍ଶନ ପାଇଁ ଔପଚାରିକ ଅନୁମତି ମିଳିଛି । ଏହି ଅନୁମତି ମୁତାବକ ଆଜି ଠାରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଦୈନିକ ୨୦୦ କୃଷକ ସକାଳ ୧୧ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣାରେ ବସିପାରିବେ ।

ଅନ୍ୟପଟେ ସଂସଦ ଭବନ ଭିତରେ କଂଗ୍ରେସ ପକ୍ଷରୁ କୃଷି ଆଇନ ପ୍ରତ୍ୟାହାର ଦାବି କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।

from Kanak News
via <a href="https://ifttt.com/?

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ : ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା; ୨୭ ଯାଏଁ ସର୍ତକ ସୂଚନା

କନକ ବ୍ୟୁରୋ : ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଅନ୍ୟ ଜିଲ୍ଲାରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗର ସୂଚନା । ୨୭ ଯାଏଁ ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ଘଂଟାରେ ୧୯ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ସର୍ତକ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ଲଘୁଚାପ ପ୍ରଭାବରେ ୩ ଦିନ ବର୍ଷା ଲାଗି ରହିବ । କଟକ, ଭୁବନେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଖୋର୍ଦ୍ଧା, ପୁରୀ, କୋରାପୁଟ, ମାଲକାନଗିରି, ବାଲେଶ୍ୱର, କନ୍ଧମାଳ, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ଲଘୁଚାପ ପ୍ରଭାବରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଜୁନ ୧ରୁ ୨୧ ଜୁଲାଇ ଯାଏଁ ଓଡ଼ିଶାରେ ୩୩୦.୬ମିମି ବର୍ଷା ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ମୌସୁମୀ ବର୍ଷା ସ୍ୱାଭାବିକ ଠାରୁ -୨୬% କମ ରହିଛି, ଭଦ୍ରକ ଜିଲ୍ଲାରେ ସବୁଠାରୁ କମ ବର୍ଷା ରେକର୍ଡ କରାଯାଇଛି ।

from Kanak News
via <a href="https://ifttt.com/?

କୁଆଖାଇ ନଦୀ ପଠାରୁ ମୃତଦେହ ଉଦ୍ଧାର ହେବା ଘଟଣା : ଡିସିପି କହିଲେ ଏମ୍ସରେ ହେବ ଶବ ବ୍ୟବଚ୍ଛେଦ; ଚପଲ, ଡ୍ରେସ ଓ ଏଫଏମ୍ଟି ରିପୋର୍ଟକୁ ନେଇ ଆଗେଇବ ତଦନ୍ତ

କନକ ବ୍ୟୁରୋ : ସାଇଂଟିଫିକ୍ ଟିମ୍ ଉପସ୍ଥିତିରେ ବରିମୁଣ୍ଡ କୁଆଖାଇ ନଦୀ ପଠାରୁ ଉଦ୍ଧାର ହେଲା ମୃତ ଦେହ । ଡିସିପି କହିଲେ ଏମ୍ସରେ ହେବ ଶବ ବ୍ୟବଚ୍ଛେଦ । ଚପଲ, ଡ୍ରେସ ଓ ଏଫଏମ୍ଟି ରିପୋର୍ଟକୁ ନେଇ ଆଗେଇବ ତଦନ୍ତ । ଗତକାଲି ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଲାଇଟ ବ୍ୟବସ୍ଥା କରି ଜଗି ରହିଥିଲା । ସକାଳୁ ସାଇଂଟିଫିକ୍ ଟିମ୍ ଏବଂ ସ୍ପେଶାଲ ସ୍କ୍ୱାର୍ଡ଼ ତଦନ୍ତ କରିଛନ୍ତି । ଥ୍ରିଡ଼ି ସ୍କାନ୍ କରାଯାଇଛି । ଥାନାରେ ହୋଇଥିବା ମିସିଂ ରିପୋର୍ଟ ଅନୁସାରେ ତଦନ୍ତ କରାଯିବ । ମୃତଦେହ ଉଦ୍ଧାର ପରେ ଏହା ଜଣେ ପୁରୁଷଙ୍କ ମୃତଦେହ ବୋଲି ଅନୁମାନ କରାଯାଉଛି ।

from Kanak News
via <a href="https://ifttt.com/?

ଦେଶରେ ଅକ୍ସିଜେନ ଅଭାବରୁ କାହାରି ହୋଇନାହିଁ ମୃତ୍ୟୁ : ସଂସଦରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତରକୁ ନେଇ ଝଡ; ବିରୋଧୀ କହିଲେ, ମିଛ କହୁଛନ୍ତି ମୋଦୀ ସରକାର

କନକ ବ୍ୟୁରୋ : ଅକ୍ସିଜେନ ଅଭାବରୁ ଦେଶରେ କାହାରି ମୃତ୍ୟୁ ହୋଇନଥିବା କହିଛନ୍ତି କେନ୍ଦ୍ର ସରକାର । ଏ ସଂପର୍କିତ ଏକ ଅଣତାରକା ପ୍ରଶ୍ନର ଉତ୍ତର ରଖି ସଂସଦରେ ସୂଚନା ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ । ରାଜ୍ୟଗୁଡିକ ଦେଇଥିବା ତଥ୍ୟ ଆଧାରରେ କେନ୍ଦ୍ରମନ୍ତ୍ରୀ ଏଭଳି ଉତ୍ତର ରଖିଥିବା ଦାବି କରୁଛି ବିଜେପି । ଅର୍ଥାତ ରାଜ୍ୟ ସରକାରଗୁଡିକ କେନ୍ଦ୍ରକୁ ଏଭଳି ରିପୋର୍ଟ ଦେଇଛନ୍ତି । ଅକ୍ସିଜେନ ଅଭାବରୁ କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନଥିବା କହିଛନ୍ତି । ଏହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି । ମୋଦୀ ସରକାର ସଂସଦରେ ମିଛ କହିଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ହେଲେ ଗତ ଏପ୍ରିଲ-ମେ’ରେ ବିଭିନ୍ନ ହସ୍ପିଟାଲରୁ ଆସିଥିବା ମୃତ୍ୟୁ ଖବର ଏବେ କେନ୍ଦ୍ର ସରକାରଙ୍କ ମିଛ ପଦାରେ ପକାଇ ଦେଇଛି ।

– ମେ ୧ ତାରିଖରେ ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୧୨ ଜଣଙ୍କ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା
– ବାତ୍ରା ହସ୍ପିଟାଲରେ ଆକ୍ରାନ୍ତଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
– ଗୋଆରେ ମେ ୧୧ରୁ ୧୫ ଭିତରେ ୮୩ ରୋଗୀଙ୍କ ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ହୋଇଥିଲା
– ମେ ୧୧ରେ ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ କହିଥିଲେ ରାତି ୨ରୁ ସକାଳ ୬ ମଧ୍ୟରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି
– କର୍ଣ୍ଣାଟକରେ ମେ ୨ ଓ ୩ ତାରିଖରେ ଅକ୍ସିଜେନ ସ୍ତର କମିଯିବାରୁ ୨୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା
– କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରା ଗଠିତ କମିଟି ଅନୁଯାୟୀ ରାଜ୍ୟରେ ୩୬ ଜଣଙ୍କ ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇଛି
– ଆନ୍ଧ୍ରରେ ୪୫ ଜଣଙ୍କ ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ଅଭିଯୋଗ ହୋଇଥିବାବେଳେ ୨୩ ଜଣଙ୍କ ମୃତ୍ୟୁକୁ ହାଇକୋର୍ଟରେ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର
– ହରିୟାଣାରେ ଏପ୍ରିଲ ୫ରୁ ମେ ୧ ମଧ୍ୟରେ ୧୯ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି

from Kanak News
via <a href="https://ifttt.com/?

ତଦନ୍ତକାରୀ ଟିମ୍ ଉପରେ ପ୍ରଶ୍ନ ଉଠାଇଲେ ସୌମ୍ୟଙ୍କ ପରିବାରର ଓକିଲ : ବିରିୟାନୀ ଖାଇ ବିଦ୍ୟାଭାରତୀଙ୍କୁ ଜେରା କରିଛି ତଦନ୍ତ ଟିମ୍

କନକ ବ୍ୟୁରୋ : ସୌମ୍ୟଙ୍କ ପତ୍ନୀଙ୍କୁ ପୋଲିସ ଜେରା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ତାଙ୍କ ପରିବାର । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଓକିଲ କହିଛନ୍ତି, ଅଭିଯୁକ୍ତଙ୍କ ଘରେ ବିରିୟାନୀ ଖାଇ ତାଙ୍କ ବାପା, ମାଆଙ୍କ ଉପସ୍ଥିତିରେ ବନ୍ଦ ଘରେ ଜେରା କରିଛି ପୋଲିସ । ପାରିପାର୍ଶ୍ବିକ ପ୍ରମାଣ ଏବଂ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନରେ ତାଳମେଳ ରହୁନଥିବାରୁ ତାଙ୍କୁ ପୋଲିସ ଗିରଫ କରିବା କଥା ବୋଲି କହିଛନ୍ତି ସୌମ୍ୟଙ୍କ ପରିବାରର ଓକିଲ ପାର୍ଥସାରଥୀ ନାୟକ ।

ସେପଟେ ଆଜି କ୍ରାଇମସିନ୍ ବୁଲି ଦେଖିବ କ୍ରାଇମବ୍ରାଂଚ । ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ସରକାରୀ କ୍ୱାର୍ଟରକୁ ମଧ୍ୟ ଯିବ କ୍ରାଇମବ୍ରାଂଚ ଟିମ୍ । ଯେଉଁ ସ୍ଥାନରେ ପୋଡିହୋଇ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା, ସେହିଠାରେ ପୋଲିସ ଉପସ୍ଥିତିରେ କ୍ରାଇମ ସିନ କରାଯିବ । ଏହା ଛଡା ଡିଏଫଓ ଏବଂ ଗୁରାଣ୍ଡି ଥାନାର ମହିଳା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରାଯିବ । ଉଭୟ ଡିଏଫଓ ଏବଂ ମମତା ପଣ୍ଡାଙ୍କ ଭୂମିକାକୁ ନେଇ ସୌମ୍ୟଙ୍କ ପରିବାର ସନ୍ଦେହ ପ୍ରକାଶ କରିଥିବାରୁ ପୋଲିସ ଓ କ୍ରାଇମବ୍ରାଂଚ ମିଳିତ ଭାବେ ପଚରା ଉଚୁରା କରିବେ ବୋଲି ଜଣାପଡିଛି ।

ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ଡିଏଫଓଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ । ସେହିପରି ଘଟଣାଦିନ ଗୁରୁତର ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଅଟକାଇବାରେ ମମତା ପଣ୍ଡାଙ୍କ ଭୂମିକା ରହିଥିବା ଅଭିଯୋଗ କରିଥିଲେ ସୌମ୍ୟଙ୍କ ବାପା ।

from Kanak News
via <a href="https://ifttt.com/?

କୁଆଖାଇ ନଦୀପଠାରେ ଅଜଣା ମୃତଦେହ ଠାବ : ହତ୍ୟା କରି ମହିଳାଙ୍କୁ ବାଲିରେ ପୋତିଦେଇଥିବା ସନ୍ଦେହ, ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ୍

କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ କୁଆଖାଇ ପଠାରେ ଠାବ ହୋଇ ହୋଇଛି ଅଜଣା ମୃତଦେହ । ମଂଚେଶ୍ୱର ଥାନା ଅଂଚଳର ବରିମୁଣ୍ଡ ଛକ ନିକଟ ବାଲିଯାତ୍ରା ପଡିଆ କୁଆଖାଇ ପଠା ବାଲିରେ ଗୋଟିଏ ମୃତଦେହ ପୋତା ହୋଇଥିବା ଦେଖିଥିଲେ ସ୍ଥାନୀୟ ଲୋକ । ନଈପଠା ବାଲିରେ ପୋତା ଦୋଇଥିବା ମୃତଦେହର ହାତ ଗୋଡ ବାହାରକୁ ଦେଖାଯାଉଛି । ଏନେଇ କମିଶନରେଟ ପୁଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ ।

ମଂଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ସୂଚନା ମିଳିଛି । ଏହା ସହ ଘଟଣା ସ୍ଥଳରେ ସାଇଂଟିଫିକ୍ ଟିମ୍ ପହଂଚି ତଦନ୍ତ କରିବାର ସୁଚନା ରହିଛି । ମୃତଦେହଟି ଜଣେ ମହିଳାଙ୍କର ବୋଲି ସନ୍ଦେହ କରାଯାଉଛି । ସେ ଲେଗିନ୍ସ ପିନ୍ଧିଥିବା ବେଳେ ସେ ନେଲପଲିସ ଲଗାଇଥିବା ଜଣାପଡ଼ିଛି ।

from Kanak News
via <a href="https://ifttt.com/?

ଚାଷ ସମୟ ଆସିଲେ ଆସନ୍ତି ଏବଂ ଚାଷ ସରିବାର ବେଳ ଆସିଲେ ଫେରିଯାନ୍ତି : ଗଡପଳାଶୁଣି ଗାଁରେ ପକ୍ଷୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଯୋଡ଼ି ଦେଇଛି ଏକ ନିଆରା ଭାବ

କନକ ବ୍ୟୁରୋ : ଚାଷ ସମୟ ଆସିଲେ କାମାକ୍ଷାନଗର ନିକଟ ଗଡପଳାଶୁଣି ଗାଁକୁ ଛୁଟି ଆସିଥାନ୍ତି ଗେଣ୍ଡାଳିଆ ପକ୍ଷୀ । ପୁରା ଚାଷ ସମୟତକ ଗାଁରେ ରହିଥାନ୍ତି । ଚାଷ ସରିବାର ସମୟ ଆସିଲେ ପୁଣି ଫେରିଯାନ୍ତି । ପ୍ରତ୍ୟକ ବର୍ଷ ଗେଣ୍ଡାଳିଆଙ୍କ ଏପରି ଆଗମନ ଗଡପଳାଶୁଣି ଗାଁରେ ପକ୍ଷୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ନିଆରା ଭାବ ଯୋଡି ଦେଇଛି ।

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକର ଗଡପଳାଶୁଣି ଏବେ ଗେଣ୍ଡାଳିଆ ପକ୍ଷୀକୁ ନେଇ ଏକ ଭିନ୍ନ ପରିଚୟ ଅର୍ଜନ କରିିଛି । ପ୍ରତ୍ୟକ ବର୍ଷ ବର୍ଷା ସମୟ ଆସିଲେ, ଚାଷ ସମୟକୁ ଗାଁରେ ମେଳା ଜମାନ୍ତି ହଜାର ହଜାର ଗେଣ୍ଡାଳିଆ ପକ୍ଷୀ । ଗାଁ ମୁଣ୍ଡ ଶିବ ମନ୍ଦିର ନିକଟ କଇଁଆ ଗଛରୁ ଆରମ୍ଭ କରି ଆଖପାଖ ଆଂବ ଗଛ ସବୁ ପାଲଟି ଥାଏ ଏହି ଗେଣ୍ଡାଳିଆ ପକ୍ଷୀଙ୍କ ଆଶ୍ରୟସ୍ଥଳ । ଏହି ପକ୍ଷୀଙ୍କୁ ଦେଖିବା ପରେ ଗାଁରେ ଚାଷୀ ଆରମ୍ଭ କରିଥାଏ ଚାଷ କାମ । ଗଡପଳାଶୁଣି ଗାଁକୁ କାହିଁକି ଏପରି ଗେଣ୍ଡାଳିଆଙ୍କ ଆଗମନ ହୋଇଥାଏ ତାହା କେହି ବି ଜାଣନ୍ତିନି ।

ବର୍ଷ ବର୍ଷ ଧରି ଏହିପରି ପ୍ରତ୍ୟକ ବର୍ଷ ଗେଣ୍ଡାଳିଆ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଥାଏ ଏହି ଗାଁରେ । ଜୁନ୍ ମାସ ଆରମ୍ଭରୁ ଗେଣ୍ଡାଳିଆ ଆସିବା ସହ ଦୀପାବଳି ପରେ ପୁଣି ଫେରିଯାନ୍ତି । ଆଖପାଖ କୌଣସି ଗାଁରେ ଏପରି କିନ୍ତୁ ଦେଖାନ ଯିବା , ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଗଡପଳାଶୁଣି ଗାଁରେ ଗେଣ୍ଡାଳିଆଙ୍କୁ ଚାଷୀର ସାଥୀ ଭାବେ ଗ୍ରହଣ କରିଛନ୍ତି ଗ୍ରାମବାସୀ । ସେଥିପାଇଁ ଏହି ପକ୍ଷୀଙ୍କ ସୁରକ୍ଷାରେ ରହିଛି ପୁରା ଗାଁ  ।

from Kanak News
via <a href="https://ifttt.com/?

Design a site like this with WordPress.com
Get started