ପାରାଳାଖେମୁଣ୍ଡିରେ କ୍ରାଇମସିନ୍ ବୁଲି ଦେଖିବ କ୍ରାଇମବ୍ରାଂଚ : ପୋଲିସ ଉପସ୍ଥିତିରେ କ୍ରାଇମ୍ ସିନର ହେବ ତନାଘନା; ଡ଼ିଏଫଓ ଓ ଗୁରାଣ୍ଡି ଥାନା ଅଧିକାରୀଙ୍କୁ ହେବ ମିଳିତ ଜେରା

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ମତ୍ୟୁ ମାମଲାରେ ଆଜି କ୍ରାଇମସିନ୍ ବୁଲି ଦେଖିବ କ୍ରାଇମବ୍ରାଂଚ । ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ସରକାରୀ କ୍ୱାର୍ଟରକୁ ମଧ୍ୟ ଯିବ କ୍ରାଇମବ୍ରାଂଚ ଟିମ୍ । ଯେଉଁ ସ୍ଥାନରେ ପୋଡିହୋଇ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା, ସେହିଠାରେ ପୋଲିସ ଉପସ୍ଥିତିରେ କ୍ରାଇମ ସିନ କରାଯିବ । ଏହା ଛଡା ଡିଏଫ ଏବଂ ଗୁରାଣ୍ଡି ଥାନାର ମହିଳା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରାଯିବ ।

ଉଭୟ ଡିଏଫଓ ଏବଂ ମମତା ପଣ୍ଡାଙ୍କ ଭୂମିକାକୁ ନେଇ ସୌମ୍ୟଙ୍କ ପରିବାର ସନ୍ଦେହ ପ୍ରକାଶ କରିଥିବାରୁ ପୋଲିସ ଓ କ୍ରାଇମବ୍ରାଂଚ ମିଳିତ ଭାବେ ପଚରା ଉଚୁରା କରିବେ ବୋଲି ଜଣାପଡିଛି । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ଡିଏଫଓଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ । ସେହିପରି ଘଟଣାଦିନ ଗୁରୁତର ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଅଟକାଇବାରେ ମମତା ପଣ୍ଡାଙ୍କ ଭୂମିକା ରହିଥିବା ଅଭିଯୋଗ କରିଥିଲେ ସୌମ୍ୟଙ୍କ ବାପା ।

from Kanak News
via <a href="https://ifttt.com/?

ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କ ମର୍ଯ୍ୟାଦାହାନି କଲା ଭଳି ଖବର ପ୍ରସାରଣକୁ ନେଇ ଥାନାରେ ଏତଲା : ୱେବ ଚ୍ୟାନାଲ ରିପୋର୍ଟର ନାଁରେ ଅଭିଯୋଗ

କନକ ବ୍ୟୁରୋ : ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କ ମର୍ଯ୍ୟାଦାହାନି କଲା ଭଳି ଖବର ପ୍ରସାରଣକୁ ନେଇ ଥାନାରେ ଏତଲା । କଳାହାଣ୍ଡି ଜିଲ୍ଲା ଆମପାଣି ଥାନାରେ ଏତଲା ଦେଇଛନ୍ତି ଆମପାଣି ଜିଲ୍ଲାପରିଷଦ ସଭ୍ୟା ହେମାଙ୍ଗିନି ହଂସ । ଦୁଇ ଜଣ ୱେବ ଚ୍ୟାନାଲ ରିପୋର୍ଟର ଓ ନବରଙ୍ଗପୁର ଜିଲ୍ଲା ଚାନ୍ଦାହାଣ୍ଡି ବ୍ଲକର ଜଣେ କଂଗ୍ରେସ ନେତାଙ୍କ ନାଁରେ ଜିଲ୍ଲାପରିଷଦ ସଭ୍ୟା ଥାନାରେ ଲିଖିତ ଅଭିଯୋଗ କରିିଛନ୍ତି । ପୁଲିସ ୩ ଜଣଙ୍କ ନାଏରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ସେମାନେ ହେଲେ ୱେବ ଚ୍ୟାନେଲ ଶକ୍ତି ଟିଭିର ରିପୋର୍ଟର ପ୍ରଦୀପ ସିଂ, ଏକେଏନ ନ୍ୟୁଜର ରିପୋର୍ଟର ଦେବୀ ଗୌଡ ଓ କଂଗ୍ରେସ ନେତା ଖେମରାଜ ବାଗ୍ । ଜିଲ୍ଲାପରିଷଦ ସଭ୍ୟାଙ୍କ ଅଭିଯୋଗ ଅନୁସାରେ ଦୁଇ ଜଣ ରିପୋର୍ଟର ୱେବ ଚ୍ୟାନେଲରେ ତାଙ୍କ ଚରିତ୍ରକୁ ସଂହାର କଲା ଭଳି ଖବର ପ୍ରସାରଣ କରି ଭାଇରାଲ କରିଛନ୍ତି । କଂଗ୍ରେସ ନେତା ଖେମରାଜ ବାଗଙ୍କ ପ୍ରରୋଚନାରେ ଦୁଇ ରିପୋର୍ଟରେ ଏପରି କାମ କରିଥିବା ସେ ଅଭିଯୋଗ ଆଣିଛନ୍ତି ।

କିଛି ଦିନ ତଳେ ସାହାଜ ଖୋଲ ସଂରକ୍ଷିତ ଜଙ୍ଗଲ ସୁରକ୍ଷାକୁ ନେଇ ଉପୁଜିଥିବା ବିବାଦରୁ ଦୂରେଇ ରହିବାକୁ କଂଗ୍ରେସ ନେତା କ୍ଷେମରାଜ ବାଗ କହିଥିଲେ । ନହେଲେ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ ବୋଲି ଧମକ ଦେଇଥିବା ଅଭିଯୋଗ କରିଛନ୍ତି ହେମାଙ୍ଗିନି । ତୁରନ୍ତ ଦୁଇ ରିପୋର୍ଟରଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି ।

from Kanak News
via <a href="https://ifttt.com/?

ଲଗାତର ଦ୍ୱିତୀୟ ଦିନ ପାଇଁ ଦୁଇ ହଜାର ତଳେ କରୋନା ସଂକ୍ରମଣ : ୨୪ ଘଂଟାରେ ଚିହ୍ନଟ ହେଲେ ୧୯୪୮ ନୂଆ ଆକ୍ରାନ୍ତ, ୬୭ ମୃତ

କନକ ବ୍ୟୁରୋ : ରାଜ୍ୟରେ ୨୪ ଘଂଟା ଭିତରେ ୧୯୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୧୧୨୦ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୮୨୮ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୮୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ ଅନୁଗୁଳରୁ ୮୫, ବାଲେଶ୍ୱରରୁ ୯୮, ବରଗଡରୁ ୧୭, ଭଦ୍ରକରୁ ୫୯, ବଲାଙ୍ଗୀରରୁ ୭, ବୌଦ୍ଧରୁ ୪, କଟକରୁ ୨୭୯, ଦେବଗଡରୁ ୫, ଢେଙ୍କାନାଳରୁ ୩୪, ଗଜପତିରୁ ୪, ଗଞ୍ଜାମରୁ ୬, ଜଗତସିଂହପୁରରୁ ୧୧୩, ଯାଜପୁରରୁ ୧୧୫, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୪, କନ୍ଧମାଳରୁ ୧୯, କେନ୍ଦ୍ରାପଡାରୁ ୧୧୨, କେଉଁଝରରୁ ୨୧, କୋରାପୁଟରୁ ୭, ମାଲକାନଗିରିରୁ ୨୪, ମୟୁରଭଞ୍ଜରୁ ୬୬, ନବରଙ୍ଗପୁରରୁ ୯, ନୟାଗଡରୁ ୮୮, ନୂଆପଡ଼ାରୁ ୨, ପୁରୀରୁ ୮୩, ରାୟଗଡ଼ାରୁ ୧୮, ସମ୍ବଲପୁରରୁ ୨୫, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୪୭ ସହ ଷ୍ଟେଟପୁଲରୁ ୯୯ ଜଣ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୬୧ ହଜାର ୯୩୪କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୯ଲକ୍ଷ ୩୬ହଜାର ୯୫୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୯ହଜାର ୬୨୩ ରହିଛି । ସେହିପରି ଗତ ୨୪ ଘଂଟା ଭିତରେ ୭୯ହଜାର ୩୭୨ଟି ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ରହିଛି ୨ଦଶମିକ ୪୫ ପ୍ରତିଶତ । ଅନ୍ୟପଟେ ୬୭ମୃତୁର ହିସାବ ଦେଇଛନ୍ତି ସରକାର ।

from Kanak News
via <a href="https://ifttt.com/?

‘ଅଧରପଣା’ ନୀତି : କାହିଁକି ହୁଏ ଏହି ଅଧରହାଣ୍ଡି ଭଙ୍ଗା ? ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ବ ?

କନକ ବ୍ୟୁରୋ: ‘ସୁନାବେଶ’ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ରଥଯାତ୍ରାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ‘ଅଧରପଣା’ । ଏଥିରେ ରଥରେ ବିଜେ କରିଥିବା ତିନି ମୁଖ୍ୟ ବିଗ୍ରହଙ୍କୁ, ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲାଗେ । ପୂର୍ବେ ଶ୍ରୀଜଗନ୍ନାଥଙ୍କ ରଥର ବିଜେ ପ୍ରତିମା ଶ୍ରୀମଦନମୋହନ ଓ ଶ୍ରୀବଳଭଦ୍ରଙ୍କ ରଥର ବିଜେପ୍ରତିମା ରାମ ଓ କୃଷ୍ଣଙ୍କୁ ମଧ୍ୟ ଆଉ ତିନିଟି ଛୋଟ ପଣାହାଣ୍ଡି ଭୋଗ ଲାଗୁଥିଲା । କିନ୍ତୁ ଏବେ ତିନିଟି ଲେଖାଏଁ ମୋଟ ନଅଟି ପଣାହାଣ୍ଡି ଭୋଗ ଲାଗୁଛି । କିନ୍ତୁ ଏହି ପଣାଭୋଗର ବିଶେଷତ୍ୱ ହେଉଛି, ଭୋଗ ପରେ ଏହି ପଣାହାଣ୍ଡିଗୁଡ଼ିକୁ ପଣା ଥିବା ଅବସ୍ଥାରେ ଭାଙ୍ଗିଦିଆଯାଏ ।
କିନ୍ତୁ କାହିଁକି ହୁଏ ଏହି ଅଧରହାଣ୍ଡି ଭଙ୍ଗା?
ଏ ପ୍ରଶ୍ନର ଉତ୍ତର ଖୋଜିବା ପୂର୍ବରୁ, ଏହି ଅଧରପଣାର ବିଧିଟି କ’ଣ ସେ ସଂପର୍କରେ ସଂକ୍ଷିପ୍ତ ଆଲୋଚନା ଆବଶ୍ୟକ । ଏହି ଅଧରପଣା ହେଉଛି ବିଶେଷ ପ୍ରଣାଳୀରେ ପ୍ରସ୍ତୁତ ଏକ ପଣାଭୋଗ। ଏହି ଭୋଗ ଏବେ ଦ୍ୱାଦଶୀ ତିଥିରେ ହେଉଛି। କିନ୍ତୁ ଇତିହାସର ସୂତ୍ର ସୂଚାଏ ଯେ ପୂର୍ବେ ଏହା ଦଶମୀ ଦିନ ହେଉଥିଲା। ବାହୁଡ଼ା ରଥ ସିଂହଦ୍ୱାରଠାରେ ପହଞ୍ଚିବା ପରେ, ରଥାରୂଢ଼ ଠାକୁରମାନଙ୍କୁ ଏହି ଭୋଗ ଲାଗି କରାଯାଉଥିଲା । ଏହାର ସାଧାରଣ ଉଦ୍ଦେଶ୍ୟ ହେଉଛି, ଠାକୁରମାନଙ୍କର ପଥକ୍ଳାନ୍ତି ଅପନୋଦନ । କାରଣ, ଆମେ ଯେପରି ଦୂରପଥ ଅତିକ୍ରମ କରି ଆସିଲେ ପଣା, ପାଣି ପିଇ ଟିକିଏ ସାଷ୍ଟମ ହୋଇଥାଉ, ଏହା ସେହିପରି ଏକ ବିଧି । କିନ୍ତୁ ‘ଅଧରହାଣ୍ଡି ଭଙ୍ଗା’ ନୀତି ସୂଚାଏ ଯେ ପଛରେ ଆହୁରି ଗଭୀର କଥା ରହିଛି ।
‘ଅଧରପଣା’ର ଇତିହାସ ଅନୁଧ୍ୟାନ କଲେ ଜଣାଯାଏ ଯେ ଏହି ନୀତି ପ୍ରଥମେ ବାହୁଡ଼ା ଦଶମୀ ଦିନ ହେଉଥିଲା । ପରେ ଏହା ଏକାଦଶୀରେ ଓ ଆହୁରି ପରେ ଦ୍ୱାଦଶୀ ଦିନ କରାଗଲା । କାରଣ, ଅନେକ ସମୟରେ ବାହୁଡ଼ାଯାତ୍ରାର ତିନି ରଥ, ସେହି ଦିନ ଆସି ସିଂହଦ୍ୱାର ଆଗରେ ପହଞ୍ଚି ପାରୁ ନଥିଲା । ତେଣୁ ଦଶମୀ ପରବର୍ତ୍ତେ ଏକାଦଶୀ ଦିନ ଦୁଇଟି କରି ତିନି ରଥରେ ଛଅ ହାଣ୍ଡି ଅଧରପଣା ଭୋଗ ହେଲା । ଦ୍ୱାଦଶୀ ଦିନ ଆଉ ଗୋଟିଏ ଲେଖାଏଁ ହାଣ୍ଡି ଅର୍ଥାତ୍ ଶେଷ ତିନି ହାଣ୍ଡି ପଣା ଭୋଗ ହେଉଥିଲା । କିନ୍ତୁ ସେଥିରେ ମଧ୍ୟ ଅସୁବିଧା ଦେଖାଦେଲା । କାରଣ, ଏକାଦଶୀ ଦିନ ସୁନାବେଶ ହେଉଥିବାରୁ, ତାହା ଦେଖିବାକୁ ବହୁ ସଂଖ୍ୟାରେ ଭକ୍ତ ଆସିଲେ । ତା’ ସାଙ୍ଗକୁ ସେଦିନ ମଧ୍ୟ ହରିଶୟନ ନୀତି ଥିବାରୁ, ଅଧରପଣା ନୀତିପାଇଁ ସମୟାଭାବ ହେଲା । ଫଳରେ ନଅହାଣ୍ଡି ଯାକ ଅଧରପଣା ଭୋଗ ଦ୍ୱାଦଶୀ ଦିନ କରାଗଲା । ରାମ ଓ କୃଷ୍ଣ ଏବଂ ମଦନମୋହନଙ୍କ ତିନି ହାଣ୍ଡି ଅଧରପଣା ଭୋଗ ମଧ୍ୟ ସେହିଦିନ ହେଉଥିଲା।
‘ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା’ ପୁସ୍ତକର ଏକ ସ୍ୱତନ୍ତ୍ର ଲେଖାରେ ସଂପାଦକ ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ର ଏ ସଂପର୍କରେ ବିଶେଷ ଆଲୋଚନା କରିଛନ୍ତି । ‘ଶ୍ରୀମନ୍ଦିରର ଅବଲୁପ୍ତ ଭୋଗ: ଅମୃତକୁଣ୍ଡ’ ଶୀର୍ଷକ ଅନ୍ୟ ଗୋଟିଏ ଲେଖାରେ ମଧ୍ୟ ସେ ‘ଅମୃତକୁଣ୍ଡ’ ଭୋଗ ସହ ଏହି ‘ଅଧରପଣା’ ଭୋଗର ସଂପର୍କ ସୂଚାଇଛନ୍ତି । ସପ୍ତଦଶ-ଅଷ୍ଟାଦଶ ଶତାବ୍ଦୀର କବି ଦୀନକୃଷ୍ଣ ଦାସ ଓ ଲୋକନାଥ ବିଦ୍ୟାଧରଙ୍କ ବର୍ଣ୍ଣନା ଆଧାରରେ ସେ କହିଛନ୍ତି, ସପ୍ତଦଶ ଶତାବ୍ଦୀ ଶେଷ ଓ ଅଷ୍ଟାଦଶ ଶତାବ୍ଦୀ ଆରମ୍ଭ ବେଳକୁ ଶ୍ରୀଜଗନ୍ନାଥଙ୍କ ନିକଟରେ ‘ଅମୃତକୁଣ୍ଡ’ ନାମକ ଗୋଟିଏ ବିଶେଷ ପଣାଭୋଗ ହେଉଥିଲା । କିନ୍ତୁ ତାହା ଏବେ ବିଲୁପ୍ତ ହୋଇଯାଇଛି।
‘ନୀଳାଦ୍ରି ମହୋଦୟ’ରେ ମଧ୍ୟ ପଣାଭୋଗ ପ୍ରସ୍ତୁତିର ବର୍ଣ୍ଣନା ମିଳେ । ସେଥିରେ କୁହାଯାଇଛି- ପାକକାର (ମହାସୁଆର) ଦୁଇଭାଗ ଜଳ, ଏକଭାଗ ବିମଳ (ଛାଚି ବା ଖଣ୍ଡ ବା ନବାତ)ଏବଂ ଏକଭାଗ ଲେଖାଏଁ ସିତା (ଦୁଗ୍ଧ), ଆମିକ୍ଷା (ଛେନା), ଦୁଗ୍ଧ ସାର (ସର) ଓ ପାଚିଲା କଦଳୀ ମିଶାଇ ଏହି ପଣା ପ୍ରସ୍ତୁତ କରିବେ । ସେଥିରେ କର୍ପୂର, ଗୋଲମରିଚଗୁଣ୍ଡ ଆଦି ମିଶାଇ ଏହି ‘ଅମୃତକୁଣ୍ଡ’ ମହାପ୍ରଭୁଙ୍କୁ ଅର୍ପଣ କରିବେ।
ଯେତେବେଳେ ରଥମାର୍ଗ (ବଡ଼ଦାଣ୍ଡ) ସୁଗମ ନଥିଲା । ‘ବଳଗଣ୍ଡି’ ଥିଲା ରଥର ଗୋଟିଏ ବିଶ୍ରାମ ସ୍ଥଳ । ସେତେବେଳେ ସେଠାରେ ଏହି ‘ଅମୃତକୁଣ୍ଡ’ ନାମକ ପଣା ଭୋଗ କରାଯାଉଥିଲା । ଏବେ ସେହି ଭୋଗ ବିଲୁପ୍ତ ହୋଇଯାଇଛି । କିନ୍ତୁ ‘ଅଧରପଣା’ ଭୋଗରେ ତାହାର ସ୍ପର୍ଶ ରହିଛି । ଏବେ ଦ୍ୱାଦଶୀ ଦିନ ହିଁ ତିନି ରଥରେ ତିନିଟି ଲେଖାଏଁ ନଅ ହାଣ୍ଡି ଅଧରପଣା ଭୋଗ ହେଉଛି । ସୁନାବେଶର ପରଦିନ, ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ, ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏହି ଭୋଗ ହୋଇଥାଏ । ପୂର୍ବେ ରାଘବ ଦାସ ମଠ, ବଡ଼ ଓଡ଼ିଆ ମଠ ଓ ଗଜପତି ମହାରାଜା ତିନି ରଥର ଏହି ପଣାଭୋଗ ସାମଗ୍ରୀ ଯୋଗାଉଥିଲେ । ଶ୍ରୀମନ୍ଦିରର ପରିଚାଳନା ଭାର ସରକାରଙ୍କ ହାତକୁ ଯିବା ପରେ, ଗଜପତି ମହାରାଜାଙ୍କ ପରିବର୍ତ୍ତେ ଶ୍ରୀମନ୍ଦିର ପ୍ରଶାସନ ଭୋଗ ସାମଗ୍ରୀ ଯୋଗାଉଛି । ଅନ୍ୟ ଦୁଇ ମଠର ଅଧରପଣା ସେବା ଅବ୍ୟାହତ ଅଛି ।
ଏହି ପଣାଭୋଗ ପାଇଁ ନଅଟି ସାମଗ୍ରୀ ଲାଗିଥାଏ । ସେହି ନଅ ସାମଗ୍ରୀ ହେଉଛି- କ୍ଷୀର, ସର, ଛେନା, ଛାଚି (ବା ନବାତ) ପାଚିଲା କଦଳୀ, ଗୋଲମରିଚଗୁଣ୍ଡ, ଜାଇଫଳ, କର୍ପୂର ଓ ଜଳ । ପୂର୍ବେ ଏଥିପାଇଁ ଶ୍ରୀମନ୍ଦିର ସାମ୍ନା ଦୋଳମଣ୍ଡପ ସାହିର ରାଧାବଲ୍ଲଭ ମଠରୁ ଜଳ ଅଣାଯାଉଥିଲା । କିନ୍ତୁ ଏବେ ସିଂହଦ୍ୱାର ନିକଟ ଛାଉଣୀ ମଠରୁ ଜଳ ଅଣାଯାଉଛି । ପାଣିଆପଟ ସେବକ ଶୁଦ୍ଧପୂତ ଭାବରେ ଏହି ଜଳ ଆଣୁଛନ୍ତି । ପାଳିଆ ମହାସୁଆର ବିଧି ମୁତାବକ ଏହି ପଣାଭୋଗ ପ୍ରସ୍ତୁତ କରୁଛନ୍ତି । ଠାକୁରମାନଙ୍କ ଅଧରକୁ ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ବଡ଼, ତୁମ୍ବ ଆକୃତିର ଡେଙ୍ଗା ମାଟିପାତ୍ରରେ ଏହି ପଣାଭୋଗ କରାଯାଇଥାଏ । ପ୍ରଥମେ ବଡ଼ ପିତଳ ହଣ୍ଡାରେ ପଣା ପ୍ରସ୍ତୁତ କରାଯାଇ, ପରେ ତାହାକୁ ଅଧର ହାଣ୍ଡିରେ ଢଳାଯାଏ ।
ପଣା ପ୍ରସ୍ତୁତିି ସମୟରେ ଶ୍ରୀଜଗନ୍ନାଥଙ୍କ ରଥରେ ଭିତରଛ ମହାପାତ୍ର, ଶ୍ରୀ ବଳଭଦ୍ରଙ୍କ ରଥରେ ତଳୁଛ ମହାପାତ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ କନାର ଘେର ଦେଇଥାଆନ୍ତି । ତାହା ପରେ ରଥ ଶୋଧ ହୋଇ ‘ଟେରା’ ବନ୍ଧାଯାଏ ଏବଂ ଭୋଗ ଅର୍ପଣ କରାଯାଏ । ପୂଜାପଣ୍ଡା ସେବକ ଏହି ଭୋଗ କରିଥାଆନ୍ତି । କିନ୍ତୁ ଏହାର ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି- ଭୋଗ ହେବା ପରେ, ରଥ ଉପରେ ଏହି ହାଣ୍ଡିଗୁଡ଼ିକ ଭାଙ୍ଗି ଦିଆଯାଏ । କାହିଁକି ପ୍ରଭୁଙ୍କୁ ଅନ୍ୟ ପ୍ରସାଦ ପରି ଭକ୍ତମାନଙ୍କୁ ବିତରଣ ନ କରି ଏହି ପଣାହାଣ୍ଡିକୁ ଭାଙ୍ଗି ଦିଆଯାଏ, ସେ ସଂପର୍କରେ ଭିନ୍ନ ଭିନ୍ନ ମତ ମିଳେ । ଗୋଟିଏ ମତ ଅନୁସାରେ, ଏହା ପଛରେ ବୈଷ୍ଣବ ଧର୍ମର ପ୍ରଚ୍ଛନ୍ନ ପ୍ରଭାବ ରହିଛି । ଶ୍ରୀକୃଷ୍ଣଙ୍କ ‘ଦହିହାଣ୍ଡି ଭଙ୍ଗା’ ସହିତ ଏହାର ସଂପର୍କ ରହିଛି ।
କିନ୍ତୁ ଅନ୍ୟ ମତ ଅନୁସାରେ, ତାନ୍ତ୍ରିକ ଧାରାର ବ୍ରତପାଳନକାରୀମାନେ ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରିଭୋଜନ କରିଥାଆନ୍ତି ଏବଂ ଅବଶିଷ୍ଟ ଖାଦ୍ୟ ପରଦିନ ପାଇଁ ସାଇତି ନରଖି ହାଣ୍ଡିକୁ ଭାଙ୍ଗି ଦେଇଥାଆନ୍ତି। ତୁମ୍ବ ଆକୃତିର ଅଧରହାଣ୍ଡି ପୋଡ଼ା ମାଟିର । ତା’ ତଳ ବଇଠିରେ କଞ୍ଚା ମାଟି ଦେଇ ହାଣ୍ଡିଗୁଡ଼ିକ ବସାଯାଇଥାଏ । ଭିତରେ ଥାଏ ନଅଟି ସାମଗ୍ରୀରେ ପ୍ରସ୍ତୁତ ପଣା । ତେଣୁ ‘ଶାରଦାତିଳକ’ ଗ୍ରନ୍ଥର ସୂଚନା ଆଧାରରେ କେତେକ ଏହାର ତାନ୍ତ୍ରିକ ଭିତ୍ତି ଅଛି ବୋଲି ଦର୍ଶାଇଥାଆନ୍ତି । ପୁଣି ଏହି ପଣା ପ୍ରସ୍ତୁତିରେ ୪୨ଟି କଦଳୀ ଲାଗୁଥିବାରୁ, ଏହାକୁ ତିନି ରଥର ୪୨ ଚକ ସହିତ ମଧ୍ୟ କେତେକ ଯୋଡ଼ିଥାଆନ୍ତି ।
କିନ୍ତୁ ଭୋଗ ପରେ, ଏହି ଅଧରହାଣ୍ଡି ଭଙ୍ଗାର ଅନ୍ୟ ବିଶେଷତ୍ୱ ରହିଥିବା ଜଣାଯାଏ । ଏ ସଂପର୍କରେ କୁହାଯାଏ ଯେ ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଓ ତିନି ବିଜେ ପ୍ରତିମାଙ୍କ ସହିତ, ତିନି ରଥଧ୍ୱଜଙ୍କୁ ପ୍ରତିଦିନ ଭୋଗନୈବେଦ୍ୟ ଅର୍ପଣ କରାଯାଇଥାଏ । କିନ୍ତୁ ରଥର ପାଶ୍ୱର୍ ଦେବଦେବୀଙ୍କୁ କୌଣସି ଭୋଗ ଅର୍ପଣ କରାଯାଇ ନଥାଏ । ପୁଣି ରଥ ସହିତ ଗୁଣ୍ଡିଚାଯାତ୍ରା ଓ ବାହୁଡ଼ାଯାତ୍ରାରେ ବହୁ ଅଶରୀରୀ ଗମନାଗମନ କରିଥାଆନ୍ତି । ଠାକୁରମାନଙ୍କ ଲାଗି ପ୍ରସାଦ ପାଇ ମୋକ୍ଷଲାଭ କରିବା ନିମନ୍ତେ ସେମାନଙ୍କର ଲାଳସା ରହିଥାଏ । ତେଣୁ ସେମାନଙ୍କର ସନ୍ତୋଷ ବିଧାନ ପାଇଁ ଏହି ପଣାହାଣ୍ଡିଗୁଡ଼ିକୁ ଭୋଗ ପରେ ଭାଙ୍ଗିଦିଆଯାଏ । ସେମାନେ ରଥର ଚାରିପଟୁ ଝରିପଡ଼ୁଥିବା ସେହି ଅମୃତ ପଣା ପାଇ ତୁଷ୍ଟ ହୁଅନ୍ତି ଓ ମୁକ୍ତିଲାଭ କରନ୍ତି । ଏଇଥିପାଇଁ ରଥରେ ଭୋଗ ହେବା ପରେ ଅଧରହାଣ୍ଡିଗୁଡ଼ିକୁ ଭାଙ୍ଗିଦିଆଯାଏ ।

from Kanak News
via <a href="https://ifttt.com/?

ଆଜି ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି । ଆସନ୍ତାକାଲି ନିଳାଦ୍ରୀ ବିଜେ ସହ ଶେଷ ହେବ ରଥଯାତ୍ରା

ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚାର ଅଧର ହାଣ୍ଡି ପ୍ରସ୍ତୁତ କରି ରଖାଯାଇଛି । ସେହି ହାଣ୍ଡିରେ ଅଧରପଣା ପ୍ରସ୍ତୁତ ହୋଇ ତିନି ରଥରେ ୯ଟି ମାଟିପାତ୍ର ସଜ ବସିବ। ସିଂହଦ୍ବାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ମୁହଁରେ ତୁଣ୍ଡି ବାନ୍ଧି ପାଣି ଆଣିବେ । ପାଣି ଛଣା ହୋଇ ପିତ୍ତଳ ହଣ୍ଡାରେ ରଖାଯିବା ପରେ ସୁପକାର ବା ସୁଆରମାନେ ପଣା ପ୍ରସ୍ତୁତ କରିବେ ।

ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ଏହି ପଣା ପ୍ରସ୍ତୁତ କରାଯିବ। ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନି ରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହା ଭଙ୍ଗାଯିବ। ଅଶରୀରିମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧରହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି। ରଥର ପାର୍ଶ୍ବ ଦେବାଦେବୀଙ୍କ ସମେତ ମହାପ୍ରଭୁଙ୍କ ସହ ଭୋଗ ପାଇବା ପାଇଁ ଚଣ୍ଡୀ, ଚାମୁଣ୍ଡାମାନେ ଘୂରି ବୁଲୁଥିବାରୁ ଅଧରହାଣ୍ଡି ଭଙ୍ଗାଯାଇ ସେମାନଙ୍କୁ ପଣା ଉତ୍ସର୍ଗ କରାଯାଇଥାଏ।

from Kanak News
via <a href="https://ifttt.com/?

ଭୁବନେଶ୍ୱର ଉପକଣ୍ଠ କୁଆଖାଇ ପଠାରେ ଠାବ ହେଲା ଅଜଣା ମୃତଦେହ : ହତ୍ୟା କରି ବାଲିରେ ପୋତିଦେଇଥିବା ସନ୍ଦେହ

କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ କୁଆଖାଇ ପଠାରେ ଠାବ ହୋଇ ହୋଇଛି ଅଜଣା ମୃତଦେହ । ମଂଚେଶ୍ୱର ଥାନା ଅଂଚଳର ବରିମୁଣ୍ଡ ଛକ ନିକଟ ବାଲିଯାତ୍ରା ପଡିଆ କୁଆଖାଇ ପଠା ବାଲିରେ ଗୋଟିଏ ମୃତଦେହ ପୋତା ହୋଇଥିବା ଦେଖିଥିଲେ ସ୍ଥାନୀୟ ଲୋକ । ନଈପଠା ବାଲିରେ ପୋତା ଦୋଇଥିବା ମୃତଦେହର ହାତ ଗୋଡ ବାହାରକୁ ଦେଖାଯାଉଛି ।

ଏନେଇ କମିଶନରେଟ ପୁଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ । ମଂଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ଆଜି ସକାଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ନନ୍ଦନକାନନକୁ ମିଳିଛି ଖୁସିର ଖବର : ମା’ ହେଲା ‘ବିଜ୍‌ଲି’; ଗୋଟିଏ ନବଜାତ ମୃତ, ଦୁଇ ସୁସ୍ଥ

କନକ ବ୍ୟୁରୋ : ନନ୍ଦନକାନନକୁ ମିଳିଛି ଖୁସିର ଖବର । ପ୍ରଥମ ଥର ପାଇଁ ମା’ ହୋଇଛି ମଧ୍ୟପ୍ରଦେଶ ଇନ୍ଦୋରରୁ ଆସିଥିବା ଯୁବା ସିଂହୀ ‘ବିଜ୍‌ଲି’। ସିଂହ ‘ସମ୍ରାଟ୍‌’ ଔରସରୁ ବିଜ୍‌ଲି ୩ ଛୁଆ ଜନ୍ମ ଦେଇଛି । ପ୍ରଥମ ସନ୍ତାନଟି ମୃତ ଅବସ୍ଥାରେ ଜନ୍ମ ହୋଇଥିବା ବ‌େଳେ ଅନ୍ୟ ଦୁଇ ଶାବକ ବେଶ୍ ସୁସ୍ଥ ଅଛନ୍ତି । ପ୍ରଥମ ଥର ମା’ ହୋଇଥିବାରୁ ବିଜ୍‌ଲି ତା’ ଛୁଆଙ୍କୁ ବଡ଼ ସରାଗରେ କେବଳ ଚାଟୁଛି ସିନା, ଦୁଧ ପିଆଇ ପାରୁନାହିଁ । ତେଣୁ ଛୁଆ ଦୁଇଟିଙ୍କୁ ଏବେ ମା’ ପାଖରୁ ଅଲଗା କରି କର୍ମଚାରୀମାନଙ୍କ ତତ୍ତ୍ବାବଧାନରେ ବୋତଲ ଦୁଧ ପିଆଇ ରଖାଯାଇଛି । ଦୁଇ ସିଂହ ଶାବକଙ୍କ ଲିଙ୍ଗ ନିରୂପଣ ହୋଇନାହିଁ । ଏହି ନବଜାତକ ଦ୍ବୟଙ୍କୁ ନେଇ ଏବେ ନନ୍ଦନକାନନରେ ସିଂହ ସଂଖ୍ୟା ୧୮ ହୋଇଛି ।

ନିୟମାନୁସା‌ରେ ସିଂହ ଗର୍ଭଧାରଣର ୧୦୪ ଦିନରେ ପ୍ରସବ କରନ୍ତି। କିନ୍ତୁ ବିଜ୍‌ଲି କ୍ଷେତ୍ରରେ ବ୍ୟତିକ୍ରମ ଦେଖା ଦେଇଛି । ସେ ୧୦୬ ଦିନରେ ଜନ୍ମ ଦେଇଛି। ଏହି ବିଳମ୍ବକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଚିନ୍ତାରେ ଥିଲେ । କିଛି ଅଘଟଣ ଘଟିବା ଆଶଙ୍କା‌ ଥିଲା। ତେଣୁ ଓୟୁଏଟିର ବି‌ଶେଷଜ୍ଞମାନଙ୍କ ସହଯୋଗ ନିଆଯାଇଥିଲା। ମାତ୍ର ସୌଭାଗ୍ୟକୁ ବିଜ୍‌ଲିର ପ୍ରଥମେ ମୃତ ଶାବକ ଜନ୍ମ ଦେଇଥିଲେ ବି ଅନ୍ୟ ଦୁଇ ସନ୍ତାନ ବେଶ୍ ସୁସ୍ଥ ଅବସ୍ଥାରେ ଜନ୍ମ ନେଇଛନ୍ତି । ସିସିଟିଭି ଫୁଟେଜ୍‌ରୁ ଏହି ଦୃଶ୍ୟ ଦେଖିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଥିଲା। ପ୍ରଥମ ମୃତ ଶିଶୁଟି ପାଇଁ ଦୁଃଖ ପ୍ରକାଶ ପାଇଥିଲେ ବି ଦୁଇ ସୁସ୍ଥ ଶିଶୁଙ୍କ ଖୁସି ସେହି ଦୁଃଖକୁ ଲାଘବ କରିଥିଲା । ସକାଳ ସାରା ବିଜ୍‌ଲି ଛୁଆ ଦୁଇଟିଙ୍କୁ କେବଳ ଚାଟୁଥିବାରୁ ଦୃଶ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଛୁଆ ଦୁଇଟି ମା’ ପାଖରେ ଖେଳୁଥିଲେ ବି ସେ ସେମାନଙ୍କୁ ସ୍ତନ୍ୟପାନ କରାଇବା ଦେଖାଯାଇନଥିଲା। ପ୍ରଥମ ଥର ମା’ ହୋଇଥିବା ବିଜ୍‌ଲି ସ୍ତନ୍ୟପାନ କରାଇବା ଜାଣିନଥିବାରୁ ଛୁଆ ଦୁଇଟିଙ୍କ ପ୍ରତି ବିପଦ ଥିଲା। ତେଣୁ ତୁରନ୍ତ ମା’ଠାରୁ ପିଲା ଦୁଇଟିଙ୍କୁ ଅଲଗା କରାଯାଇଛି ।

from Kanak News
via <a href="https://ifttt.com/?

ଚାଷୀଙ୍କ ନିଦ ହଜେଇଲା ବିଦେଶୀ ପୋକ : ମକା କ୍ଷେତରେ ଲାଗିଲା ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିବା ‘ଫଲ ଆର୍ମି ୱାର୍ମ’; ଗୋଟିଏ ରାତିରେ ଉଡିପାରନ୍ତି ୪୦୦ କିଲୋମିଟର

କନକ ବ୍ୟୁରୋ : ସୁନ୍ଦରଗଡରେ ପୁଣି ଚାଷୀଙ୍କ ନିଦ ହଜେଇ ଦେଇଛି ‘ଫଲ ଆର୍ମି ୱାର୍ମ’ ପୋକ । ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚିନ୍ତାରେ ଥିବା ଚାଷୀଙ୍କୁ ଏବେ ବିଦେଶୀ ପୋକ ଲାଗିବାର ଭୟ ଘାରିଛି । କୁତ୍ରା ବ୍ଲକରେ ଦୁଇ ବର୍ଷ ପୂର୍ବେ ଲାଗିଥିବା ମାରାତ୍ମକ ପୋକ ‘ଫଲ ଆର୍ମି ୱାର୍ମ’ ଲାଗିବା ଚାଷୀଙ୍କ ନିଦ ହଜାଇ ଦେଇଛି ।

ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା ‘ଫଲ ଆର୍ମି ୱାର୍ମ’ କୁତ୍ରା ବ୍ଲକର ମକା କ୍ଷେତରେ ଲାଗିଛି । ତେବେ ସବୁଠୁ ଚିନ୍ତାଜନକ କଥା ହେଉଛି, ଏହି ପୋକ ସାଧାରଣ କୀଟନାଶକ ଔଷଧରେ ମରନ୍ତି ନାହିଁ । ଏହି ପୋକ ଗୋଟିଏ ରାତିରେ ୪୦୦ କିଲୋମିଟର ପର୍ଯ୍ୟନ୍ତ ଉଡିପାରନ୍ତି । ଥରକରେ ୧ ହଜାର ଅଣ୍ଡା ଦେଉଥିବା ଏହି ‘ଫଲ ଆର୍ମି ୱାର୍ମ’ ପୋକ ଧାନ, ମକ୍କା, କାକୁଡି, ହରଡ, ମୂଳ ପ୍ରଭୃତି ୧୨୦ ପ୍ରକାଶର ଶଶ୍ୟ ଖାଇ ନଷ୍ଟ କରିଦିଅନ୍ତି । କୃଷି ବୈଜ୍ଞାନିକ କହିଛନ୍ତି, ସମ୍ଭବତଃ ଏହା ବାତ୍ୟାରେ ଭାରତକୁ ଆସିଥାଇପାରେ ।

from Kanak News
via <a href="https://ifttt.com/?

ସୁନାବେଶରେ ବି ଦେଖିବାକୁ ମିଳିଲା ସମାନ ଚିତ୍ର : ରଥ ଉପରେ ସେବାୟତଙ୍କ ଗହଳି, ପ୍ରଶ୍ନ ଉଠାଇଲେ ବିଜୟ ମହାପାତ୍ର କହିଲେ, ସେବାୟତଙ୍କୁ ନିୟନ୍ତ୍ରଣ କରିପାରିଲାନି ଶ୍ରୀମନ୍ଦିର ପ୍ରଶାସନ

କନକ ବ୍ୟୁରୋ : ବିନା ଭକ୍ତରେ ମହାପ୍ରଭୁଙ୍କ ସୁନାବେଶ ସମାପନ ହୋଇଥିବା ବେଳେ ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ଭଳି ସୁନାବେଶରେ ମଧ୍ୟ ସମାନ ଅଭିଯୋଗ ଆସିଛି । ରଥ ଉପରେ ଠାକୁରଙ୍କ ଆଗରେ ଗହଳି କରିଛନ୍ତି ସେବାୟତ । ଫଳରେ ମହାପ୍ରଭୁଙ୍କ ଏହି ଅନୁପମ ରୂପକୁ ଦର୍ଶନ କରିବାରେ ସମସ୍ୟା ସୃଷ୍ଟି ହୋଇଛି । କୋଭିଡ କଟକଣା ଯୋଗୁଁ ଭକ୍ତମାନେ ଶ୍ରୀକ୍ଷେତ୍ରକୁ ଯାଇ ଶ୍ରୀଜିଉଙ୍କୁ ଦେଖି ପାରିନାହାନ୍ତି । କେବଳ ଟିଭି ପରଦା ବା ଇଂଟରନେଟ୍ ମାଧ୍ୟମରେ ଦର୍ଶନ କରିଛନ୍ତି ଦେଶ ବିଦେଶର ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ ।

ତେବେ ରଥ ଉପରେ ଅନେକ ସମୟରେ ସେବାୟତମାନେ ଶ୍ରୀଜିଉଙ୍କ ସମୁଖରେ ଛିଡ଼ା ହେଉଥିବାରୁ ନିରାଶ ହୋଇଛନ୍ତି ଶ୍ରଦ୍ଧାଳୁ । କେବଳ ନୀତିକାନ୍ତି ସହ ସଂପୃକ୍ତ ଥିବା ସେବାୟତ ରଥ ଉପରକୁ ଯିବେ ବୋଲି କହିଥିଲା ଶ୍ରୀମନ୍ଦିର ପ୍ରଶାସନ । ଏପରିକି ଶ୍ରୀଜିଉଙ୍କୁ ଅବରୋଧ କରାଯିବ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ପଛରେ ଦୁଇଟି କାରଣ ଥିଲା, ଗୋଟିଏ କାରଣ ହେଉଛି, ଟିଭି ପରଦାରେ ଯେପରି ଭଲ ଭାବେ ଦର୍ଶନ କରିହେବ ଏବଂ ଅନ୍ୟ କାରଣଟି ହେଲା କୋଭିଡ୍ ନିୟମକୁ ମାନି ଅଯଥା ଗହଳି ସୃଷ୍ଟି କରିବାକୁ ଦିଆଯିବନି ।

ହେଲେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଇନଥିବା ଦେଖିବାକୁ ମିଳିଛି । ଶ୍ରୀଜିଉଙ୍କ ଆଗରେ ସେବାୟତଙ୍କ ଭିଡ଼ ଦେଖାଯାଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ବେଳେ ମଧ୍ୟ ଏ ନେଇ ଅଭିଯୋଗ ହୋଇଥିଲା । ସୁନାବେଶରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଏହାକୁ ନାପସନ୍ଦ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

from Kanak News
via <a href="https://ifttt.com/?

ସୁନାବେଶରେ ବିଭ୍ରାଟ : ଜଗନ୍ନାଥଙ୍କ ଭଙ୍ଗା କିରୀଟକୁ ନେଇ ଉଠିଲା ପ୍ରଶ୍ନ; ଭଣ୍ଡାର ମେକାପ କହିଲେ, ବେଶ ଲାଗି ବେଳେ ଭାଙ୍ଗି ଯାଇଥିଲା ବାମ ପାର୍ଶ୍ବର ତିନି ନମ୍ବର ପାଖୁଡ଼ା

କନକ ବ୍ୟୁରୋ : ସୁନାବେଶରେ ମହାପ୍ରଭୁ ଜଗନ୍ନାଥ ପିନ୍ଧିଲେ ଭଙ୍ଗା କିରୀଟ । ବେଶ ଓଲାଗି ବେଳେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ମୁକୁଟର ବାମ ପାଖର ୩ ନମ୍ବର ପାଖୁଡ଼ା ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ସୁନାବେଶ ବେଳେ ଏହା ଜଣା ପଡୁନଥିଲା । ଏହି ସ୍ଥାନ ଫୁଲ ଦ୍ୱାରା ସଜେଇ ହୋଇ ରହିଥିଲା । ହେଲେ ବେଶ ଓଲାଗି ବେଳେ ଏହା ସ୍ପଷ୍ଟ ଭାବେ ଜଣା ପଡିଯାଇଥିଲା । ଜଗନ୍ନାଥଙ୍କ ମୁକୁଟ ପୂର୍ବରୁ ଭଙ୍ଗା ଥିବା ସତ୍ୱେ ଏହାକୁ ଲାଗି କରାଯାଇଥିଲା ନା’ ପରେ ଭାଙ୍ଗି ଯାଇଥିଲା, ଏ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ତେବେ ଭଣ୍ଡାର ମେକାପ କହିଛନ୍ତି, କିରୀଟ ଆଣିବା ବେଳେ ଏହା ଭାଙ୍ଗିନଥିଲା, ପରେ ଏହା ଭାଙ୍ଗି ଯାଇଥିଲା । କିଛି ସେବାୟତଙ୍କ ମତରେ ଭଙ୍ଗା କିରୀଟ ପିନ୍ଧାଇବା ଠିକ ହେଲାନାହିଁ । ଏ ନେଇ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେବୟତଙ୍କଠାରୁ ଭକ୍ତ, ଏହି ଘଟଣା ଜାଣିବା ପରେ ବିରୋଧର ସ୍ୱର ଉଠିଛି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହାର ତଦନ୍ତ ଦାବି କରିଛନ୍ତି ଭକ୍ତ ମହଲ । ଯେଉଁଠି ମହାପ୍ରଭୁଙ୍କ ଅଳଙ୍କାର ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ସେଠି ସୁନାବେଶରେ ଭଙ୍ଗା ସୁନା କିରୀଟ ଲାଗି ହେବା ଘଟଣାକୁ ଭକ୍ତ ମହଲ ବି ସହଜରେ ହଜମ କରିପାରୁନାହାନ୍ତି ।

ବୁଧବାର ଅପରାହ୍ଣରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ବଡ଼ଠାକୁର ଶ୍ରୀବଳଭଦ୍ର ଓ ମା ସୁଭଦ୍ରାଙ୍କ ପାଇଁ ଏକକାଳୀନ ସୁବର୍ଣ୍ଣ ଅଳଙ୍କାର ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ଆସିଥିଲା । ଆସିବା ସମୟରେ ମହାପ୍ରଭୁଙ୍କ କିରୀଟ ସମ୍ପୂର୍ଣ ଅକ୍ଷତ ଥିଲା । ସୁନାର ଦୁଇଟି ହାତୀ ମୁଣ୍ଡ ଓ ୨୧ଟି ସୁନାର ପାଖୁଡା କିରୀଟର ଲାଗିଥିଲା । କିରୀଟର ଦୁଇ ପାର୍ଶ୍ଵରେ ଅର୍ଥାତ ପାଖୁଡ଼ାର ଶେଷ ଦୁଇ ପାର୍ଶ୍ବରେ ହାତୀ ମୁଣ୍ଡ ରହିଥିଲା । କିନ୍ତୁ ମହାପ୍ରଭୁଙ୍କୁ ଲାଗି ପରେ ସୁନାର ଦୁଇଟି ହାତୀ ମୁଣ୍ଡ ଓ ସୁନାର ୨୦ଟି ପାଖୁଡା ରହିଥିବା ଦେଖିବାକୁ ମିଳିଛି । ବାମ ପାର୍ଶ୍ୱରୁ ହାତୀ ମୁଣ୍ଡ ପରେ ସୁନାର ତୃତୀୟ ପାଖୁଡା ଗାଏବ ଥିବା ଦେଖିବାକୁ ମିଳିଛି । ଯାହା ଏବେ ବିରାଟ ପ୍ରଶ୍ନ ଠିଆ କରିଛି । କିରୀଟର ଏହି ଭଙ୍ଗା ସ୍ଥାନକୁ ଲୁଚାଇବା ପାଇଁ ଏଥିରେ ମଲ୍ଲି ଫୁଲର ମାଳ ଲଗାଯାଇଥିବା ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started