ପ୍ରିୟଙ୍କା ମୃତ୍ୟୁ ମାମଲାରେ ପୁଲିସ ପାଇଲା ପ୍ରମାଣ । ଅଭିଯୁକ୍ତ ଜଗନ୍ନାଥ କରିଛି ହତ୍ୟା, ଚିକିତ୍ସାରୁ ଭଲ ହେବା ପରେ ଜେରା କଲା ପୋଲିସ ।

ଅପରାଧୀ କହିଲା ଅପରାଧର କାହାଣୀ 

କେମିତି ମାରିଲା, କାହିଁକି ମାରିଲା?

ପୁଲିସ ଆଗରେ ବଖାଣିଲା ଅଭିଯୁକ୍ତ

କନକ ବ୍ୟୁରୋ: ଭୁବନେଶ୍ୱର ଭୀମଟାଙ୍ଗୀର ପ୍ରିୟଙ୍କା ହତ୍ୟା ମାମଲା ଉପରୁ ପରଦା ହଟିଛି । ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପୁଲିସ ତାକୁ ଏୟାରଫିଲ୍ଡ ଥାନାକୁ ଆଣି ଜେରା କରିଛି ଆଉ ପୁଲିସ ଆଗରେ ଜଗନ୍ନାଥ ପ୍ରିୟଙ୍କାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ।

ପ୍ରିୟଙ୍କାଙ୍କୁ କାହିଁକି ହତ୍ୟା କଲା, କିପରି ହତ୍ୟା କଲା ପୁଲିସ ଆଗରେ ଜେରା ବେଳେ ଗୋଟି ଗୋଟି କରି କହିଛି ଜଗନ୍ନାଥ । ପ୍ରେମରେ ବିଫଳତା ପରେ ପ୍ରିୟଙ୍କା ଓ ତା କୁନି ପିଲାକୁ ହତ୍ୟା ଯୋଜନା କରିଥିଲା ଅଭିଯୁକ୍ତ । ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁସାରେ ଘଟଣାର ୩-୪ ଦିନ ଆଗରୁ ସୁଇସାଇଡ ନୋଟ ଲେଖି ହତ୍ୟା କରିବାକୁ ମନସ୍ଥ କରିଥିଲା ଜଗନ୍ନାଥ ।

ରାକେଶ ସାହୁ ଓ ପ୍ରିୟଙ୍କା ଭଡାରେ ରହୁଥିବା ଘରେ ପହଞ୍ଚି ଜଗନ୍ନାଥ ପ୍ରିୟଙ୍କାଙ୍କୁ ଫେରାର ହେବାକୁ କହିଥଲା । ପ୍ରିୟଙ୍କା ମନା କରିବାରୁ ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ସମୟରେ ଘର ମାଲିକ ଆସିଯିବାରୁ, ବାଥ ରୁମରେ ଲୁଚି ଯାଇଥିଲା ଜଗନ୍ନାଥ । ଦହିବରା ଖାଇବା ପାଇଁ ପ୍ରିୟଙ୍କାଙ୍କ ପୁଅକୁ ଘର ମାଲିକ ନେଇଯିବାରୁ ବର୍ତ୍ତିଯାଇଥିଲା କୁନି ପିଲାର ଜୀବନ । ଘର ମାଲିକ ଚାଲିଯିବା ପରେ ପ୍ରିୟଙ୍କା ଓ ଜଗନ୍ନାଥଙ୍କ ମଧ୍ୟରେ ଯୁକ୍ତିତର୍କ ଉଗ୍ରରୂପ ନେଇଥିଲା । ଏହାପରେ ପୂର୍ବ ଯୋଜନା ଅନୁସାରେ ପ୍ରିୟଙ୍କାଙ୍କୁ ବାହାର ଘରେ ଗଳାକାଟି ହତ୍ୟା କରି, ଭିତର ରୁମକ ଘୋଷାଡି ଘୋଷାଡି ନେଇଥିଲା । ସେଠାରେ କୋଲ୍ଡ ଡ୍ରିଙ୍କସରେ ବିଷ ମିଶାଇ ପିଇବା ପରେ ଫଟୋ ଉଠାଇ ପ୍ରିୟଙ୍କାଙ୍କ ସ୍ୱାମୀଙ୍କ ପାଖକୁ ଫଟୋ ପଠାଇଥିଲା ଜଗନ୍ନାଥ ।

ସୂଚନାଯୋଗ୍ୟ ଯେ, ଜୁଲାଇ ୫ ତାରିଖରେ ଭୀମଟାଙ୍ଗିର ଭଡାଘରୁ ପ୍ରିୟଙ୍କାଙ୍କ ମୃତଦେହ ପାଖରେ ଅଚେତ ହୋଇପଡିଥିଲା ଜଗନ୍ନାଥ । ଅଭିଯୁକ୍ତ ଗଳା କାଟିଥିବା ଛୁରୀ ମଧ୍ୟ ଘଟଣାସ୍ଥଳରୁ ଜବତ ହୋଇଛି । ସବୁ ପ୍ରମାଣ ଜଗନ୍ନାଥ ହତ୍ୟାକାରୀ ବୋଲି ପ୍ରମାଣ ଦେଉଥିବା ବେଳେ ଏବେ ଅଭିଯୁକ୍ତ ମଧ୍ୟ ହତ୍ୟା କରିଥିବା ସ୍ୱୀକାର କରିଛି ।

from Kanak News
via <a href="https://ifttt.com/?

ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ…..ସନ୍ଦେହ ଘେରରେ ଡିଏଫଓଙ୍କ ବ୍ୟାକ୍ ଗେଟ୍ । କ୍ୱାଟର୍ସ କାନ୍ଥ ଭାଙ୍ଗି କାହିଁକି କରିଥିଲେ ଗେଟ୍ ?

କନକ ବ୍ୟୁରୋ: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପରେ ସନ୍ଦେହରେ ରହି ଆସିଥିବା ଡିଏଫଓଙ୍କ ବ୍ୟାକ ଗେଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କାହିଁକି ନା, କ୍ୱାଟର୍ସର କାନ୍ଥ ଭାଙ୍ଗି ଦୁଇ ମାସ ତଳେ ଏକ ଗେଟ ତିଆରି କରିଥିଲେ ଡିଏଫଓ । ତେବେ ଏହି ଗେଟ୍ ସେ କାହିଁକି ନିର୍ମାଣ କରିଥିଲେ ତାକୁ ନେଇ ଚର୍ଚ୍ଚା ବଢିିଛି ।

ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ହେଉଛନ୍ତି ୨୦୦୯ ବ୍ୟାଚର ଆଇଏଫଏସ ଟପର । ରେଢାଖୋଲ ପରେ ଗତ ଜୁଲାଇ ୨୦୨୦ରେ ଗଜପତି ଡିଏଫଓ ଭାବେ ଯୋଗ ଦେଇଥିଲେ ସଂଗ୍ରାମ କେଶରୀ ଆଉ ଏସିଏଫ ସୌମ୍ୟରଞ୍ଜନ ମଧ୍ୟ ସେଇ ୨୦୨୦ ଜୁନ୍ ମାସରେ ଯୋଗ ଦେଇଥିଲେ । ତେବେ ଡିସେମ୍ବର ମାସରେ ସୌମ୍ୟ ବିଦ୍ୟାଭାରତୀ ପଣ୍ଡାଙ୍କୁ ବାହା ହେବା ପରେ ଡିଏଫଓ କ୍ୟାମ୍ପସରେ ଥିବା ଏସିଏଫଙ୍କ ସରକାରୀ ବାସଭବନରେ ରହୁଥିଲେ ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀ । ଆଉ ସେହି ଏସିଏଫ କ୍ୱାର୍ଟର ଓ ଏହାର ଠିକ ସମ୍ମୁଖରେ ରହିଛି ଡିଏଫଓଙ୍କ ବିଳାସପୂର୍ଣ୍ଣ ସରକାରୀ ବଙ୍ଗଳା । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିଛି ।

  • ସୌମ୍ୟଙ୍କ ବାସଭବନକୁ ଯାଉଥିଲେ କି ଡିଏଫଓ?
  • ଏସିଏଫ ସୌମ୍ୟରଞ୍ଜନଙ୍କୁ ରାତିଅଧିଆ ଡ୍ୟୁଟିକୁ ପଠାଉଥିଲେ?

କୁହାଯାଉଛି ସୌମ୍ୟରଞ୍ଜନଙ୍କୁ ବାହାହେବା ଲାଗି ବିଦ୍ୟାଭାରତୀ କୁଆଡେ ରାଜି ନଥିଲେ । ତେବେ ପରିବାରର ଚାପରେ ସୌମ୍ୟଙ୍କୁ ବାହା ହୋଇଥିଲେ ବିଦ୍ୟାଭାରତୀ । ଗତ ଡିସେମ୍ବର ମାସରେ ବାହାଘର ପରେ ଗଜପତି ଠାରେ ସରକାରୀ ବାସଭବନରେ ରହୁଥିଲେ ଏସିଏଏଫ ଏବଂ ତାଙ୍କ ସ୍ତ୍ରୀ । ଆଉ ସୌମ୍ୟଙ୍କ ପରିବାରର ଅଭିଯୋଗ କ୍ରମେ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀଙ୍କ ମଧ୍ୟରେ ଅବୈଧ ସମ୍ପର୍କ ରହିଥିଲା ।

କିଛିଦିନ ପୂର୍ବରୁ ସୌମ୍ୟଙ୍କ ସହ ଗଣ୍ଡଗୋଳ ପରେ ଶଙ୍ଖା ସିନ୍ଦୁର ଭାଙ୍ଗି କେଉଁ ଆଡେ ଚାଲି ଯାଇଥିଲେ ବିଦ୍ୟାଭାରତୀ ଆଉ ପରବର୍ତ୍ତୀ ସମୟରେ ପତ୍ନୀଙ୍କୁ ଡିଏଫଓଙ୍କ ବାସଭବନରେ ଠାବ କରାଯାଇଥିଲା । ଏମିତି କି ଏସିଏଫ ସୌମ୍ୟରଞ୍ଜନଙ୍କୁ ଡିଏଫଓ ରାତି ଅଧିଆ ଡ୍ୟୁଟିକୁ ପଠାଉଥିଲେ ଆଉ ସୌମ୍ୟଙ୍କ ଅନୁପସ୍ଥିତିରେ ଡିଏଫଓ ଏବଂ ବିଦ୍ୟାଭାରତୀ ମୌଜ କରୁଥିବା ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକେ । ସେପଟେ ସୌମ୍ୟଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ଉଭୟ ଡିଏଫଓ ଏବଂ ଏସିଏଫ ଏବଂ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ କଲ ଡିଟେଲ୍ସ ଓ ଟୁର ଲଗକୁ ତନାଘନା କରୁଛି ଗଜପତି ପୁଲିସ ଓ କ୍ରାଇମବ୍ରାଞ୍ଚ ଆଉ ବାରିପଦାରୁ ତଦନ୍ତକାରୀ ଦଳ ଫେରିବା ପରେ ତଦନ୍ତ ପ୍ରକ୍ରିୟା ଆଗେଇବ ବୋଲି କହିଛନ୍ତି ଗଜପତି ଏସପି ତପନ କୁମାର ପଟ୍ଟନାୟକ ।

from Kanak News
via <a href="https://ifttt.com/?

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆସିଲା ନୂଆ ମୋଡ । ଭାଇରାଲ ହେଉଛି ବିଦ୍ୟା ଭାରତୀଙ୍କ ହାତଲେଖା ଚିଠି ।

କନକ ବ୍ୟୁରୋ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଏକ ହାତଲେଖା ଚିଠି ଏବେ ଭାଇରାଲ ହେଉଛି । ସୌମ୍ୟଙ୍କ ମୃତ୍ୟୁର କିଛି ଦିନ ଆଗରୁ ଏହି ଚିଠି ଲେଖିଥିବା ମାନିଛନ୍ତି ବିଦ୍ୟାଭାରତୀ । ତେବେ ଚିଠିରେ ସେ ଲେଖିଛନ୍ତି ସେହି ବ୍ୟକ୍ତିଙ୍କୁ ସେ ଘୃଣା କରନ୍ତି, ଏକ ଭୁଲ ନିଷ୍ପତ୍ତି ଯୋଗୁଁ ତାଙ୍କ ଜୀବନ ବରବାଦ ହୋଇଯାଇଛି ।

ମୃତ ଏସିଏଫ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଲେଖିଥିବା ଏହି ଚିଠି ହିଁ ବୟାନ କରୁଛି ସ୍ୱାମୀଙ୍କ ସହ ତାଙ୍କର ଭୀଷଣ ମନୋମାଳିନ୍ୟ ଥିଲା । ସୌମ୍ୟଙ୍କୁ ସେ ଘୃଣା କରୁଥିଲେ । ଏପରିକି ସୌମ୍ୟଙ୍କ ସହ ତାଙ୍କ ନାଁ ଯୋଡି ହୋଇଥିବାରୁ ସେ ପଶ୍ଚାତାପ କରୁଥିଲେ । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ତାଙ୍କ ଜୀବନକୁ ନଷ୍ଟ କରିଦେଲା ସେହିକଥା ଚିଠିରେ କହିଥିଲେ । ଅନ୍ୟଜଣେ  ଝିଅ ସହ ସୌମ୍ୟଙ୍କ ସମ୍ପର୍କ ଥିବା ଜାଣିବା ପରେ ଦୁଃଖରେ ଭାଙ୍ଗିପଡି ଏହି ଚିଠିଟିକୁ ଲେଖିଥିବା କହିଛନ୍ତି ବିଦ୍ୟାଭାରତୀ ।

ତେବେ ଚିଠିର ଏବେ କୌଣସି ମୂଲ୍ୟ ନଥିବା କହୁଛନ୍ତି ବିଦ୍ୟାଭାରତୀ । ଚିଠିଟି କେବେ ଲେଖାଯାଇଛି, ଜଣାପଡିନଥିଲେ ମଧ୍ୟ – ଏଥିରେ ଦିନ ତିନିଟା କେମିତି କଟିବ ବୋଲି କାହିଁକି ଲେଖିଛନ୍ତି ବିଦ୍ୟାଭାରତୀ? ଆଉ ୧୨ରୁ ୧୫ ଲେଖିବାର କ’ଣ ଉଦ୍ଦେଶ୍ୟ? ଜୁଲାଇ ୧୩ ତାରିଖରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିବାରୁ ବିଦ୍ୟାଭାରତୀଙ୍କ ଚିଠିରେ ଲେଖାଥିବା – ଏହି ଦୁଇଧାଡି ଉପରେ ଏବେ ସନ୍ଦେହ ବଢିବାରେ ଲାଗିଛି ।

ଅନ୍ୟପଟେ ବୋହୂ ବିଦ୍ୟାଭାରତୀଙ୍କ ବିରୋଧରେ ସୌମ୍ୟଙ୍କ ପରିବାରର ଅନୈତିକ ସମ୍ପର୍କର ଅଭିଯୋଗ , ଆଉ ସୌମ୍ୟଙ୍କ ଅନ୍ୟଜଣେ ଝିଅ ସହ ସମ୍ପର୍କ ଥିବାନେଇ ପତ୍ନୀଙ୍କ ଅଭିଯୋଗ ଭିତରେ ସାମ୍ନାକୁ ଆସିଛି ଏକ କୋର୍ଟ ଏଗ୍ରିମେଣ୍ଟ । ଜୁଲାଇ ୯ ତାରିଖରେ ହୋଇଥିବା ଏହି ଏଗ୍ରିମେଣ୍ଟରେ ସୌମ୍ୟ ପାଉଥିବା ୫୮ ହଜାର ଟଙ୍କା ଦରମାଠାରୁ ଆରମ୍ଭ କରି ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ତାଙ୍କ ପତ୍ନୀ ବିଦ୍ୟାଭାରତୀ ହେବେ ବୋଲି ଏକ ଏଗ୍ରିମେଣ୍ଟ କରାଯାଇଛି । ତେବେ କାହିଁକି ଏଭଳି ଏଗ୍ରିମେଣ୍ଟ କରିବା ଆବଶ୍ୟକ ମନେକଲେ ସୌମ୍ୟରଞ୍ଜନ ତାହା ହିଁ ବଡପ୍ରଶ୍ନ ।

ଘଟଣା ଘଟିବା ଦିନ ଗୁରୁତର ଅବସ୍ଥାରେ ସୌମ୍ୟରଞ୍ଜନଙ୍କୁ ହସ୍ପିଟାଲ ଆଣିବା ପରେ ବ୍ୟତିବ୍ୟସ୍ତ ହୋଇପଡିଥିଲେ  ପତ୍ନୀ ବିଦ୍ୟାଭାରତୀ । ସ୍ୱାମୀଙ୍କୁ ସବୁଠାରୁ ଭଲ ଚିକିତ୍ସା ଯୋଗାଇଦେବା ପାଇଁ କେଉଁଠାକୁ ନେଲେ ଭଲହେବ ବୋଲି କାହାରିକୁ ଫୋନ କରି ବାରମ୍ବାର ପ୍ରଶ୍ନ କରୁଥିଲେ । ଗୋଟିଏ ପଟେ ସ୍ୱାମୀଙ୍କ ପାଇଁ ଏଭଲି ବ୍ୟସ୍ତତା ଆଉ ଅନ୍ୟପଟେ ସ୍ୱାମୀଙ୍କ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରି ଶ୍ୱଶୂରଘର ଲୋକଙ୍କ ଅଭିଯୋଗ ଭିତରେ ଏବେ ପ୍ରଶ୍ନ ଉଠୁଛି ଆସନ୍ତାକାଲି ସ୍ୱାମୀଙ୍କ ଦଶାହରେ ଯୋଗ ଦେବେ ତ ପତ୍ନୀ ବିଦ୍ୟାଭାରତୀ ?

from Kanak News
via <a href="https://ifttt.com/?

ବିନାଭକ୍ତରେ ବଡ଼ଦାଣ୍ଡରେ ସୁନାବେଶରେ ସଜେଇ ହେଲେ ଶ୍ରୀଜିଉ । ପ୍ରାୟ ଏକ କ୍ୱିଣ୍ଟାଲ ସୁନାରେ ସଜେଇ ହେଲେ ଠାକୁର । ଏଥର ଲାଗି ହେଲା ନୂଆ କିରିଟି ଓ ଚନ୍ଦ୍ର ସୂର୍ଯ୍ୟ ।

କନକ ବ୍ୟୁରୋ: ରଥ ଉପରେ ୨ ମହଣ ସ୍ୱର୍ଣ୍ଣ ଆଭୂଷଣରେ ସଜ୍ଜିତ ହୋଇ ସୁନାବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ  କିନ୍ତୁ ଏଥର କେହି ଭକ୍ତ ଭଗବାନଙ୍କୁ ଦର୍ଶନ କରି ପାରିନାହାନ୍ତି । କରୋନା ଭିତରେ କଟକଣା ମଧ୍ୟରେ ଠାକୁରଙ୍କ ସୁନା ବେଶ ଚାଲିଛି । ରଥ ଉପରେ ବିରଳ ସୁନାବେଶ ବା ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନକୁ ଆଗ୍ରହ ସହ ଅପେକ୍ଷା କରିଥାନ୍ତି ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ । ମହାପ୍ରଭୁଙ୍କ ସୁନାବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଆଜି ଅଗଣିତ ଭକ୍ତଙ୍କ ସମାଗମ ହୋଇଥାନ୍ତା, ହେଲେ କୋଭିଡ୍ କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ଼ଦାଣ୍ଡକୁ ଯାଇନାହାନ୍ତି ଶ୍ରଦ୍ଧାଳୁ ।

ଭକ୍ତମାନେ ଟେଲିଭିଜନ ମାଧ୍ୟମରେ ଘରେ ରହି ଏ ଦୁର୍ଲଭ ବେଶ ଦର୍ଶନ କରୁଛନ୍ତି । ତେବେ ଏଥର ସୁନାବେଶରେ କିରିଟି ଗୁଡିକ ନୂଆ କରାଯାଇଛି । ସୁନାବେଶ ଆରମ୍ଭ ହେବା ପୂର୍ବରୁ କଡା ସୁରକ୍ଷା ବଳୟ ମଧ୍ୟରେ ମହାପ୍ରଭୁଙ୍କ ଦୁଇ ମହଣ ସୁନା ଅଳଙ୍କାର ଗୁଡିକୁ ଗୋଟିଏ ପରେ ଗୋଟିଏ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ରଥ ଉପରକୁ ଅଣାଯାଇଥିଲା । ନୀତି ନିର୍ଘଣ୍ଟ ଅନୁଯାୟୀ  ଆରମ୍ଭ ହୋଇଥିଲା ସୁନା ଅଳଙ୍କାର ଆଣିବା କାର୍ଯ୍ୟ । ପ୍ରାୟ ଏକ କୁଇଣ୍ଟାଲ ସୁନା ଅଳଙ୍କାର ଅଣାଯାଇଥିଲା । ତାପରେ ଆରମ୍ଭ ହୋଇଥିଲା ଜଗତକର୍ତ୍ତାଙ୍କ ସୁନାବେଶ ।

ଶ୍ରୀବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କୁଣ୍ଡଳ, ଆଡକାନି, ଚନ୍ଦ୍ରିକା ଆଦିରେ ବେଶ କରାଯାଇଥିଲା । ସେହିପରି ଦେବୀ ସୁଭଦ୍ରା କିରିଟି, ଓଡିଆଣି, କାନ, ତଗଡି, ସେବତୀ ମାଳି, ଘାଗଡା ମାଳି, କଦମ୍ବ ମାଳି ଆଦି ପରିଧାନ କରିଛନ୍ତି । ସେହିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି ଆଦି ସୁନାଅଳଙ୍କାର ସହ ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ ପରିଧାନ କରି ଭକ୍ତଙ୍କୁ ରଥ ଉପରେ ବଡଚଢାଉ ବେଶରେ ଦର୍ଶନ ଦେଇଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୁରୀ ସହରରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । ଆଜି ସୁନାବେଶ ପରେ ଆସନ୍ତାକାଲି ହେବ ଅଧରପଣା ନୀତି । ରଥ ଉପରେ ବନ୍ଦାପନା ପରେ ୩ ରଥରେ ଅଧରପଣା ନୀତି କରାଯିବ ।

from Kanak News
via <a href="https://ifttt.com/?

୨୬ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଖୋଲିବ ହଷ୍ଟେଲ । କଡାକଡି ଭାବେ ପାଳନ ହେବ କୋଭିଡ୍ ନିୟମ ।

କନକ ବ୍ୟୁରୋ: ଆସନ୍ତା ୨୬ ତାରିଖରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଖୋଲିବ ହଷ୍ଟେଲ । ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଡା. ପ୍ରତାପ କୁମାର ମିଶ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତିଙ୍କୁ ଚିଠି ଲେଖିଛନ୍ତି ।

ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଘରୋଇ ସଂସ୍ଥା ପରିଚାଳିତ ଇଂଲିଶ ମିଡିୟମ ସ୍କୁଲ, ଗଣଶିକ୍ଷା, ଏସସି/ଏସଟି ଓ ପଛୁଆ ବର୍ଗ ପରିଚାଳିତ ହଷ୍ଟେଲ ଖୋଲିବ । ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି ହୋଇଛି । ନିର୍ଦ୍ଧିଷ୍ଟ ବ୍ୟବଧାନରେ ମେସ୍ ଓ ଶୌଚାଳୟ ବିଶୋଧନ ହେବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାର୍ଗଦର୍ଶିକା ମାନିବାକୁ ଏସଓପିରେ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡ଼ିବ । ହଷ୍ଟେଲରେ ଯୋଗଦେବା ପୂର୍ବରୁ ଛାତ୍ରଛାତ୍ରୀ ଅଭିଭାବକଙ୍କର ଅନୁମତି ନେବେ । ସ୍ଥାନୀୟ ସ୍ୱାସ୍ଥ୍ୟ ସଂସ୍ଥା ସହିତ ଶିକ୍ଷା ପ୍ରତିଷ୍ଠାନର ମୁଖ୍ୟ ସଂପର୍କରେ ରହିବେ । ହଷ୍ଟେଲ ପରିସରରେ ଗହଳିକୁ ବାରଣ କରାଯାଇଛି । ଏଥି ପାଇଁ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

from Kanak News
via <a href="https://ifttt.com/?

ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଗୃହ ନିର୍ମାଣ ପାଇଁ ସହାୟତାର ହାତ ବଢାଇଲା ରୁଚି ପରିବାର, ଅସହାୟ ମେଧାବୀ ଛାତ୍ରଙ୍କୁ ସହାୟତା ଦେବାକୁ ପ୍ରତିଶ୍ରୁତି

କନକ ବ୍ୟୁରୋ : କଟକ ଜିଲ୍ଲା ନିମାପଡା ସ୍ଥିତ ଶେଉଳସାହି ଠାରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ନୂତନ ଶ୍ରେଣୀ ଗୃହ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରୁଚି ମସଲାର ପରିଚାଳନା ନିର୍ଦ୍ଦେଶକ ଡ.ଶରତ କୁମାର ସାହୁ ଏବଂ ନିର୍ଦ୍ଦେଶିକା ଶ୍ରୀମତୀ ସଂଗୀତା ସାହୁ ଯୋଗଦେଇ ନୂତନ ଗୃହକୁ ଉଦଘାଟନ କରିଥିଲେ । ଗତ ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ଏହି ବିଦ୍ୟାଳୟର ନିର୍ମାଣ ପାଇଁ ଓମ୍ ଅଏଲ ଆଣ୍ଡ ଫ୍ଲୋର ମିଲ ଲିମିଟେଡ (ରୁଚି ସି.ଏସ୍.ଆର ପାଣ୍ଠି) ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

ମୁଖ୍ୟ ଅତିଥି ଡ.ସାହୁ ଗାଁ ଗହଳିରେ ଥିବା କନ୍ୟା ସନ୍ତାନ ମାନଙ୍କ ପାଠପଢା ଦିଗରେ ଆଗ୍ରହୀ ଥିବା ସହ ଅସହାୟ ଓ ମେଧାବୀ ଛାତ୍ର-ଛାତ୍ରୀ ମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ସମ୍ମାନୀୟା ଅତିଥି ଶ୍ରୀମତୀ ସାହୁ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ବିଦ୍ୟାଳୟର ବିବିଧ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ର ପରିଚାଳନା କମିଟିର ସଭାପତି ପ୍ରଫୁଲ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସଭାପତି ଅନିଲ ବିଶ୍ୱାଳ, ସାଧାରଣ ସଂପାଦକ ବେଣୁଧର ସେନାପତି, ସହ ସଂପାଦକ ପ୍ରଶାନ୍ତ କୁମାର ସାହୁ,ଅଧ୍ୟକ୍ଷା ମିନତୀ ସେନାପତି, ସ୍ଥାନୀୟ ସରପଞ୍ଚ ପବିତ୍ର ମୋହନ ମହାପାତ୍ର ପ୍ରମୁଖ ଯୋଗଦେଇ ରୁଚି ପରିବାରକୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହାସହ ବିଦ୍ୟାଳୟର ହଷ୍ଟେଲ ଓ ଖେଳ ପଡିଆ ନିର୍ମାଣରେ ସହାୟତା କରିବାକୁ ରୁଚି ପରିବାରକୁ ଅନୁରୋଧ କରିଥିଲେ ।

from Kanak News
via <a href="https://ifttt.com/?

ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ପଛୁଆ ବର୍ଗ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଲା ବିଜେଡି । କହିଲା, ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ସେ ପ୍ରତ୍ୟାହାର କରନ୍ତୁ ।

କନକ ବ୍ୟୁରୋ: ପଛୁଆ ବର୍ଗ ବିଲକୁ ନେଇ ମନ୍ତବ୍ୟ ଦେବା ପରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ସେ କହିଛନ୍ତି, ପୃଥୀରାଜ ହରିଚନ୍ଦନ ଓଡ଼ିଶା ବିଧାନସଭାର ସଦସ୍ୟ ନୁହଁନ୍ତି । ତେଣୁ ରାଜ୍ୟରେ ପଛୁଆବର୍ଗଙ୍କ ଗଣନା ପାଇଁ ତାଙ୍କରି ଦଳ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ (ସଂଶୋଧନ) ବିଲ୍ ପାରିତ କରିବା ଲାଗି ଫେବୃଆରୀ, ୨୦୨୦ ରେ ବିଧାନସଭାରେ ସମର୍ଥନ କରିଥିଲା ବୋଲି ସେ ଜାଣିନାହାନ୍ତି ବୋଲି ସେ କହିଛନ୍ତି ।

ଖାଲି ସେତିକି ନୁହେଁ, ପୃଥୀରାଜ ହରିଚନ୍ଦନଙ୍କୁ ଜବାବ ଦେଇ ବିଜେଡି ପ୍ରବକ୍ତା କହିଛନ୍ତି ଯେ ଏହି ବିଲ୍କୁ ବିଜେପି ସମେତ ଓଡିଶା ବିଧାନସଭାର ସମସ୍ତ ରାଜନୈତିକ ଦଳ ସର୍ବସମ୍ମତି କ୍ରମେ ପାରିତ କରିଥିଲେ । ହେଲେ ଦୁର୍ଭାଗ୍ୟଜନକ ଭାବେ ପୃଥୀରାଜ ହରିଚନ୍ଦନ ଏହାକୁ ସହଜରେ ଭୁଲି ଯାଇଛନ୍ତି କିମ୍ବା ଏ ବିଷୟରେ ଆଦୌ ଅବଗତ ନୁହଁନ୍ତି ବୋଲି ଇପ୍ସିତା କହିଛନ୍ତି । ତାଙ୍କର ଏଭଳି ବିବୃତ୍ତି ଆଜି ଓଡିଶା ବିଜେପି ଓ ଏହାର ପଛୁଆ ବର୍ଗ ବିରୋଧି ମନୋଭାବକୁ ପଦାରେ ପକାଇ ଦେଇଛି ବୋଲି ସେ କହିଛନ୍ତି ।

୨୦୨୦ ମସିହାରେ ପଛୁଆ ବର୍ଗଙ୍କ ଗଣନା ପାଇଁ ଓଡିଶା ବିଜେପି ଏହି ବିଲ ପାରିତ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ସମର୍ଥନ କରିଥିବାବେଳେ ଆଜି ପଛୁଆ ବର୍ଗଙ୍କ ସ୍ୱାର୍ଥ ବିରୁଦ୍ଧରେ ଓଡ଼ିଶା ବିଜେପିର ଏଭଳି ପରିବର୍ତ୍ତନ ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ ବୋଲି ସୁଶ୍ରୀ ସାହୁ କହିଛନ୍ତି । ତେଣୁ ଆମେ ଆଶା କରୁଛୁ ଓଡିଶା ବିଜେପି ଏବଂ ପୃଥୀରାଜ ହରିଚନ୍ଦନଙ୍କର ସଦବୁଦ୍ଧି ଉଦୟ ହେଉ ଏବଂ ସେ ତାଙ୍କର ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ପ୍ରତ୍ୟାହାର କରିବା ସହିତ ଓଡିଶାର ପଛୁଆ ବର୍ଗଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ପ୍ରବକ୍ତା କହିଛନ୍ତି ।

from Kanak News
via <a href="https://ifttt.com/?

ୟୁପି :ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବଡ ଉପହାର । ଜୁଲାଇ ୩୦ ରେ ୯ ଟି ମେଡିକାଲ କଲେଜର କରିବେ ଲୋକର୍ପଣ ।

କନକ ବ୍ୟୁରୋ :  ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ୟୁପିବାସୀଙ୍କୁ ପ୍ରଧାନମନ୍ତ୍ରୀ ବଡ ଉପହାର ଦେବାକୁ ଯାଉଛନ୍ତି । ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଜୁଲାଇ ୩୦ ତାରିଖରେ ୟୁପିର ୯ ଟି ମେଡିକାଲ କଲେଜକୁ ଲୋକାର୍ପଣ କରିବେ । ଏନେଇ ସିଦ୍ଧାର୍ଥନଗର ଠାରେ ପ୍ରସ୍ତୁତି ଚାଲିଛି । ଆଗାମୀ ଦୁଇଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଧାର୍ଥନଗର ଯାଇ କାର୍ଯ୍ୟକ୍ରମର ତଦାରଖ କରିବେ ବୋଲି କୁହାଯାଇଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମେଡିକାଲ କଲେଜଗୁଡିକୁ ଲୋକର୍ପଣ କରିବା ପୂର୍ବରୁ ମେଡିକାଲ କର୍ମଚାରୀ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଇଛି । ଏହାସହ ଲୋକର୍ପଣ ଦିନ ନିଜେ ପ୍ରଧାନମନ୍ତ୍ରୀ ୪୫୦ ଜଣ ମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ବୋଲି ସୂଚନା ମିଳିଛି । କେବଳ ସେତିକି ନୁହେଁ ରାଜ୍ୟସରକାର ଚଳିତ ବର୍ଷ ଆଉ ୧୩ ଟି ମେଡିକାଲ କଲେଜ ଆରମ୍ଭ କରିବେ ବୋଲି କୁହାଯାଇଛି ।

କୁହାଯାଇଛି କି ଏହି ୯ ଟି ମେଡିକାଲ କଲେଜ ବ୍ୟତୀତ ଅଯୋଧ୍ୟା, ବହରାଇଚ, ବସ୍ତି, ଫିରୋଜାବାଦ ଓ ଶାହାଜାହାଁପୁର ଜିଲ୍ଲାରେ ଥିବା ମେଡିକାଲଗୁଡିକୁ ଅପଗ୍ରେଡ କରି ମେଡିକାଲ କଲେଜ ଭାବେ ନିର୍ମାଣ କରାଯାଉଛି ।

କହିରଖୁ କି ଜାତୀୟ ରାଜନୀତିରେ ପ୍ରଭାବ ରଖୁଥିବା ଉତ୍ତରପ୍ରଦେଶରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ଅନୁ୍ଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ରାଜ୍ୟ ଶାସନରେ ଥିବା ବିଜେପି ସହ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀପାର୍ଟି ଓ କଂଗ୍ରେସ ବି ପ୍ରସ୍ତୁତି ଜୋରଦାର କରିଛି  ।

from Kanak News
via <a href="https://ifttt.com/?

ମହାରାଷ୍ଟ୍ର ମହାବିକାଶ ଅଗାଡି ମେଣ୍ଟରେ ଫାଟ । ପୌର ଓ ପଞ୍ଚାୟତ ନିର୍ବାଚନରେ ଏକାକୀ ଲଢିବ କଂଗ୍ରେସ

କନକ ବ୍ୟୁରୋ : କଂଗ୍ରେସର ଅନ୍ୟନାମ ପାଲଟୁଛି କନ୍ଦଳ । ପଞ୍ଜାବ, ରାଜସ୍ଥାନ ଓ ମଣିପୁରରେ ଦଳ ଭିତରେ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ପୁଣି ମହାରାଷ୍ଟ୍ରରେ ବି ମେଣ୍ଟ ଭିତରେ କଂଗ୍ରେସ କନ୍ଦଳ ସୃଷ୍ଟି କରିବାକୁ ଚେଷ୍ଟା କରିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲଙ୍କ ବୟାନ ଏବେ ମହାରାଷ୍ଟ୍ର ସରକାର ପ୍ରତି ବିପଦ ସୃଷ୍ଟି କରିଛି । ନାନା କହିଛନ୍ତି କି ମହାରାଷ୍ଟ୍ରରେ ହେବାକୁ ଥିବା ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ ଏକାକୀ ଲଢିବ । ଦଳ ମହାବିକାଶ ଅଗାଡି ମେଣ୍ଟର କୌଣସି ଦଳ ସହ ମେଣ୍ଟ କରିବ ନାହିଁ । ନାନାଙ୍କ ଏଭଳି ବୟାନ ପରେ ମେଣ୍ଟ ସରକାର ପ୍ରତି ବିପଦ ଦେଖା ଦେଇଛି ।

ରାହୁଲ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏଆଇସିସି ଦାୟିତ୍ୱରେ ଥିବା ଏଚ୍.କେ ପାଟିଲ, ଦଳର ସାଂଗଠନିକ ସାଧାରଣ ସଂପାଦକ କେ.ସି ଭେନୁଗୋପାଲ ବି ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ନାନା ପାଟୋଲ ଯୋଗଦେଇ ମହାବିକାଶ ଅଗାଡି ମେଣ୍ଟରେ କଂଗ୍ରେସକୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅନ୍ୟପଟେ ଏହି ବୈଠକରେ ମହାରାଷ୍ଟ୍ରରେ ଦଳକୁ ଶକ୍ତିଶାଳୀ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡିଛି ।

ଗଣମାଧ୍ୟମକୁ ସୂଚନା ନେଇ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ କହିଛନ୍ତି ମହାରାଷ୍ଟ୍ରର ସ୍ଥିତିକୁ ଦେଖିଲେ ଅନ୍ୟ ଦଳ ତୁଳନାରେ କଂଗ୍ରେସର ସ୍ଥିତି ଭଲ ରହିଛି । ତେଣୁ ବିଧାନସଭା ନିର୍ବାଚନକୁ ୩ ବର୍ଷ ବାକି ଥିବାରୁ ଏବେଠାରୁ ସଂଗଠନର ବିକାଶ ପାଇଁ ଦଳକୁ ଏକାକୀ ପୌର ଓ ପଞ୍ଚାୟତ ନିର୍ବାଚନ ଲଢି ତୃଣମୂଳ ସ୍ତରରେ ପହଂଚିବାର ଆବଶ୍ୟକତା ରହିଛି ।

କହିରଖୁ କି ମହାରାଷ୍ଟ୍ର ମହାବିକାଶ ଅଗାଡି ମେଣ୍ଟ ଭିତରେ ଫାଟ ଆରମ୍ଭ ହୋଇଛି । ଏନସିପି ନେତା ଶରଦ ପାୱାର ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଓ ସେ ଆଗାମୀ ରାଷ୍ଟ୍ରପତି ହେଉଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଶିବସେନା ପ୍ରବକ୍ତା ସଂଜୟ ରାୱତ ବିଜେପି ପ୍ରତି ଶିବସେନାର ସଂପର୍କ ସଂପର୍କରେ ଦେଇଥିବା ମନ୍ତବ୍ୟ ମେଣ୍ଟର ଫାଟକୁ ଜଳ ଜଳ କରି ଦେଖାଉଛି ।

from Kanak News
via <a href="https://ifttt.com/?

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ଓ୍ବାର୍ଣ୍ଣିଂ ଜାରି କରି ସତର୍କ କରାଇଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କଟକ, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଖୋର୍ଦ୍ଧା, ପୁରୀ, କୋରାପୁଟ, ମାଲକାନଗିରି, ବାଲେଶ୍ବର, କନ୍ଧମାଳ, ଯାଜପୁର, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଆଦି ରହିଛି।

ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ଢ଼େଙ୍କାନାଳ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଅନୁଗୁଳ ରହିଛି। ଏସବୁ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ୨୨ରୁ ୨୭ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଯାବତ ଗୋପାଳପୁରରେ ସର୍ବାଧିକ ୩୬.୭ଡିଗ୍ରି ସେଲସିୟସ ତାପମାତ୍ରା ଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୧୮.୦ଡିଗ୍ରି ସେଲସିୟସ ତାପମାତ୍ରା ରହିଛି।

from Kanak News
via <a href="https://ifttt.com/?

Design a site like this with WordPress.com
Get started