କେନ୍ଦ୍ର ବିରୋଧରେ ମମତାଙ୍କ ଅଭିଯୋଗ, “ବିରୋଧୀଙ୍କ ସ୍ୱର ଚପାଇବାକୁ କରାଯାଉଛି କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର”

କନକ ବ୍ୟୁରୋ : ତୃଣମୂଳ ଶହିଦ ଦିବସରେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ଅବସରରେ ଏକ ଭର୍ଚୁଆଲ ସଭାରେ ମମତା କହିଛନ୍ତି କି ଦେଶବାସୀଙ୍କ ଆର୍ଶିବାଦ ଓ ପଶ୍ଚିମବଙ୍ଗବାସୀଙ୍କ ଭୋଟ ମୋତେ ପୁଣିଥରେ ଲୋକଙ୍କ ସେବା କରିବାକୁ ନିର୍ବାଚିତ କରିଛନ୍ତି । ସଭାରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ମମତା ବାନାର୍ଜୀ । କେନ୍ଦ୍ର ସରକାର କେନ୍ଦ୍ରୀୟ ଏଜେନ୍ସିଙ୍କୁ ବ୍ୟବହାର କରି ବିରୋଧୀଙ୍କ ସ୍ୱରକୁ ଚାପିଦେବାକୁ ପ୍ରୟାସ କରୁଛନ୍ତି । ଏହାସହ ଦେଶର ବିକାଶ ପାଇଁ କୃଷକ, ଶିଳ୍ପ, ମହିଳା, ଛୋଟ ପିଲା, ଦଳିତ ମାନଙ୍କର ବିକାଶର ଆବଶ୍ୟକ ଥିବା ବେଳେ କେନ୍ଦ୍ର ସରକାର ତାହା କରିବାରେ ବିଫଳ ହୋଇଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି  । ଅନ୍ୟପଟେ ଯେଉଁ ମାନେ ଦେଶର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ କାମ କରୁଛନ୍ତି , ସେମାନଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର ଅପ ବ୍ୟବହାର କରି ସେମାନଙ୍କୁ ହଇରାଣ କରୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ପେଗାସସ୍ ମାମଲାକୁ ନେଇ ମମତା କହିଛନ୍ତି କି ଆମ ମାନଙ୍କର ଫୋନ ଟ୍ୟାପିଂ ହେଉଛି । ତେଣୁ ମୁଁ ମୋ ଫୋନ ଫ୍ଲାଇଟ ମୋଡ କରିଦେଇଛି ବୋଲି ସେ କହିଛନ୍ତି । ସେ କେନ୍ଦ୍ର ବିରୋଧରେ ଏକ ସଂଗୀନ ଅଭିଯୋଗ ଆଣି କହିଛନ୍ତି କି ପେଗାସସ୍ ମାଧ୍ୟମରେ ସରକାର ନିଜ ସରକାରର ମନ୍ତ୍ରୀ , ଗଣମାଧ୍ୟମ ଓ ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖି ଗଣତନ୍ତ୍ରର ହତ୍ୟା କରିଛନ୍ତି ।

ଏହାସହ ଏହି ସଭାରେ ମମତା କେନ୍ଦ୍ର ରାଜନୀତିରେ ପାଦ ଥାପୁଥିବା ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ସାଧାରଣ ନିର୍ବାଚନକୁ ୩ ବର୍ଷ ବାକିଥିବା ବେଳେ ସେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କରୋନା କଟକଣା କୋହଳ ହେବା ପରେ ସେ କୋଲକତାର ବିଗ୍ରେଡ ଗ୍ରାଉଣ୍ଡରେ ଅନେକ ରାଜନୈତିକ ଦଳର ନେତାଙ୍କୁ ନେଇ ଏକ ବିଶାଳ ସଭାର ଆୟୋଜନ କରିବେ ବୋଲି କହିଛନ୍ତି । ଏହାସହ ସେ କହିଛନ୍ତି କି ବିଜେପିକୁ ଶାସନ ଗାଦିରୁ ନ ହଟାଇବା ଯାଏଁ ଶାନ୍ତିରେ ନିଶ୍ୱାସ ମାରିବେ ନାହିଁ ।

from Kanak News
via <a href="https://ifttt.com/?

ପିଡିଏସ୍ ବଣ୍ଟନରେ ହେରଫେର୍ ଅଭିଯୋଗ ଆଣି ବର୍ଷିଲା ବିଜେପି । କହିଲା, ରାଜ୍ୟ ସରକାରଙ୍କ ରାସନ ତାଲିକାରେ ୫ ଲକ୍ଷ ଭୂତ ହିତାଧିକାରୀ ।

କନକ ବ୍ୟୁରୋ: ରାଜ୍ୟରେ ପିଡିଏସ୍ ବଣ୍ଟନରେ ହେରଫେର୍ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ରାଜ୍ୟ ସରକାରଙ୍କ ରାସନ ତାଲିକାରେ ୫ ଲକ୍ଷ ଭୂତ ହିତାଧିକାରୀ ଥିବା ଅଭିଯୋଗ ଆଣିଛନ୍ତି ଦଳର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ । ତେବେ ଏହି ଭୂତ ହିତାଧିକାରୀ କିଏ ତାର ଜବାବ ରଖିବାକୁ ସେ ଦାବି କରିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାମାରୀ ସମୟରେ କେନ୍ଦ୍ର ସରକାର ଯୋଗାଉଥିବା ରାସନ ଓ ଆର୍ଥିକ ସହାୟତାକୁ ହରିଲୁଟ କରାଯାଇଛି ।

from Kanak News
via <a href="https://ifttt.com/?

ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ପୂରିଲା ୧୦ ଦିନ । ଖୋଲିପାରୁନି ମୃତ୍ୟୁ ପଛର ରହସ୍ୟ, ସତ ଲୁଚାଉଛି କିଏ । ସୌମ୍ୟଙ୍କ ପରିବାର କହୁଛି, ଡିଏଫଓଙ୍କ ସହ ସମ୍ପର୍କ ରଖୁଥିଲେ ବିଦ୍ୟାଭାରତୀ । ସେପଟେ ସୌମ୍ୟଙ୍କ ପରକୀୟା ପ୍ରୀତିର ଗୁମର ଖୋଲିଲେ ପତ୍ନୀ ।

କନକ ବ୍ୟୁରୋ : ସୌମ୍ୟଙ୍କ ମୃତ୍ୟୁକୁ ପୂରିଲା ୧୦ଦିନ । ବଢୁଛି ରହସ୍ୟ, ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକଙ୍କ ମୃତ୍ୟୁକୁ ଆଜି ୧୦ଦିନ ପୁରିଛି । ସୌମ୍ୟଙ୍କ ମୃତ୍ୟୁ ଯେତିକି ଗୁମର ଭିତରେ ରହିଛି, ସେତିକି ରହସ୍ୟ ମଧ୍ୟ ବଢୁଛି । ମାସକ ତଳେ ବିବାହ କରିଥିବା ସୌମ୍ୟରଂଜନ ମହାପାତ୍ରଙ୍କ ଦେହାନ୍ତକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ସରକାରୀ କ୍ୱାର୍ଟରରେ ଅଦରକାରୀ କାଗଜପତ୍ର ପୋଡୁଥିବା ବେଳେ ସୌମ୍ୟଙ୍କ ସାରା ଦେହରେ ନିଆଁ ଲାଗିଯାଇଥବା କୁହାଯାଉଛି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ପରେ ଏହି ଅଗ୍ନିକାଣ୍ଡକୁ ନେଇ ବଢିବାରେ ଲାଗିଛି ସନ୍ଦେହ । ଏହା କେବଳ ଦୁର୍ଘଟଣା ନା ଏହା ପଛରେ ଆଉ କିଛି କାରଣ ଲୁଚି ରହିଛି ତାକୁ ନେଇ ଚର୍ଚ୍ଚା ହେଉଛି ।

ଏଇ କିଛି ମାସ ତଳେ ବାହା ହୋଇଥିଲା ସୌମ୍ୟ ଓ ବିଦ୍ୟାଭାରତୀଙ୍କ ବିବାହ । ହେଲେ ଦୁହିଁଙ୍କ ଜୀବନରେ ଏମିତି ଏକ ଝଡ଼ ମାଡିଆସିଲା, ଯାହା ସବୁ କିଛି ଛାରଖାର କରିଦେଲା । ଜିଅନ୍ତା ଜଳିଗଲେ ସହକାରୀ ବନ ସଂରକ୍ଷକ । ତେବେ କେଉଁ ସ୍ଥିତିରେ ତାଙ୍କ ଦେହରେ ନିଆଁ ଲାଗିଲା? ନିଆଁ ଲାଗିବା ସମୟରେ ତାଙ୍କ ପତ୍ନୀ କରୁଥିଲେ କ’ଣ? କେତେ ବଡ଼ ଅଗ୍ନିକାଣ୍ଡ ହେଲା ଯେ, ଦେହର ୯୦% ପୋଡ଼ିଗଲା? ଏମିତି ଅନେକ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ । କିନ୍ତୁ ସୌମ୍ୟଙ୍କ ମୃତ୍ୟୁକୁ ଏହାରି ଭିତରେ ୧୦ଦିନ ବିତିଯାଇଥିଲେ ସୁଦ୍ଧା, ମୃତ୍ୟୁର ରହସ୍ୟ ପାଖରେ ପୋଲିସ ପହଞ୍ଚିପାରିନି ।

ଆଉ ଏହାରି ଭିତରେ ସୌମ୍ୟଙ୍କ ପରିବାର ଲୋକେ ପତ୍ନୀ ବିଦ୍ୟାଭାରତୀଙ୍କୁ ଦାୟୀ କରିଥିବା ବେଳେ ସେପଟେ ବିଦ୍ୟାଭାରତୀ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିବା ସହ ଓଲଟି ଖୋଲିଛନ୍ତି ସୌମ୍ୟଙ୍କ ପରକୀୟା ପ୍ରୀତିର ଗୁମର ।

ପୋଲିସ ମୃତକଙ୍କ ପରିବାରର ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ବି ଏଥିରେ ସନ୍ତୁଷ୍ଟ ନାହାନ୍ତି ସୌମ୍ୟଙ୍କ ପରିବାର ଲୋକ । ଡିଏଫଙ୍କୁ ବଦଳି ଦାବି କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ପୋଲିସ ଡିଜିପି ଓ ପିସିସିଏଫଙ୍କୁ ଭେଟି ଦାବି କରିଥିଲେ ସୌମ୍ୟଙ୍କ ବାପା । ତେବେ ପୋଲିସ ତଦନ୍ତ ଜାରି ରହିଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ପୁରା ମାମଲାରେ ମୂଳରୁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଭୂମିକା ସନ୍ଦେହ ଘେରରେ ଥିବା ବେଳେ ଏଯାଏଁ ତାଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଇନାହିଁ ବୋଲି ପ୍ରଶ୍ନ ଉଠୁଛି ।

ତେବେ ପ୍ରକୃତରେ ସୌମ୍ୟଙ୍କ ଦେହରେ କେମିତି ଲାଗିଲା ନିଆଁ ?
କିଏ କହୁଛି ସତ ?
କେଉଁଠାରେ ଘଟିଥିଲା ପୁରା ଘଟଣା ?
ହସ୍ପିଟାଲ ଯିବାବେଳେ ଅଧାବାଟରେ କାହିଁକି ଅଟକିଥିଲା ଆମ୍ବୁଲାନ୍ସ ?
ପାରଳାଖେମୁଣ୍ଡି ଏସିଏଫ୍ ମୃତ୍ୟୁ ପଛରେ ଥିଲା କି ଷଡଯନ୍ତ୍ର ?
କାଗଜରେ ନିଆଁ ଲଗାଉଥିବାବେଳେ ଶରୀରରେ ନିଆଁ ଲାଗିବା ଥିଓରୀ କେତେ ଯୁକ୍ତିଯୁକ୍ତ ?
ଏମିତି ଅନେକ ପ୍ରଶ୍ନ ଏବେବି ରହସ୍ୟ ଘେରରେ ରହିଛି ।

from Kanak News
via <a href="https://ifttt.com/?

ଇଏ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରିମ୍ । ଆଇସକ୍ରିମର ଦାମ୍ ୬୦ ହଜାର ଟଙ୍କା । ଜାଣନ୍ତୁ ଏହି ଆଇସକ୍ରିମର ସ୍ୱତନ୍ତ୍ରତା ।

କନକ ବ୍ୟୁରୋ : ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରିମ୍ । ଆଇସକ୍ରିମର ଦାମ୍ ୬୦ ହଜାର ଟଙ୍କା । ଆଇସକ୍ରିମ୍ ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି । ସାରା ଦୁନିଆରେ ବିଭିନ୍ନ ପ୍ରକାରର ଆଇସକ୍ରିମ୍ ମିଳିଥାଏ । ଆପଣମାନେ ମଧ୍ୟ କେବେ ନା କେବେ ନିଶ୍ଚୟ ଆଇସକ୍ରିମ୍ ଖାଇଥିବେ । ତେବେ ସାଧାରଣତଃ ଆଇସକ୍ରିମକୁ ଆପଣ କେତେ ଟଙ୍କା ଦେଇ କିଣିଥିବେ । ୫୦ ଟଙ୍କା ୧୦୦ ଟଙ୍କା, ନହେଲେ ଦାମୀ ଆଇସକ୍ରିମ୍ ହୋଇଥିଲେ ଅତି ବେଶୀରେ ୧ ହଜାର ଟଙ୍କା ଭିତରେ ।

କିନ୍ତୁ ଯଦି କେହି ଆପଣଙ୍କୁ ଆଇସକ୍ରିମ୍ ବାବଦକୁ ୬୦ ହଜାର ଟଙ୍କା ମାଗେ, ତେବେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଭାବୁଥିବେ ଯେ, ସତରେ କଣ ଆଇସକ୍ରିମର ଦାମ୍ ଏତେ ମହଙ୍ଗା ହୋଇପାରେ । ଆଇସକ୍ରିମରେ ଏମିତି କଣ ରହିଛି ଯେ, ଏହାର ଦାମ୍ ଏତେ ଅଧିକ । ତେବେ ଆସନ୍ତୁ ଜାଣିବା ଏହି ଆଇସକ୍ରିମରେ କଣ ରହିଛି ସ୍ୱତନ୍ତ୍ରତା ।

ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠୁ ମହଙ୍ଗା ଆଇସକ୍ରିମ ବାବଦରେ କହିବୁ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଦୁବାଇର ସ୍କୁପି କ୍ୟାଫେରେ ବ୍ଲାକ୍ ଡାଇମଣ୍ଡ ନାମରେ ଏକ ଆଇସକ୍ରିମ୍ ପରସା ଯାଏ । ଯାହାର ଦାମ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବ୍ଲାକ୍ ଡାଇମଣ୍ଡ ଆଇସକ୍ରିମର ଦାମ ହେଉଛି ୮୪୦ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୬୨, ୯୦୦ ଟଙ୍କା । ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରିମ୍ ବୋଲି କୁହାଯାଏ ।

ଏବେ ଆପଣ ଭାବୁଥିବେ ଏହି ଆଇସକ୍ରିମରେ ଏମିତି ସ୍ୱତନ୍ତ୍ରତା କଣ ରହିଛି । ଏହି ଆଇସକ୍ରିମରେ ଇଟାଲିଆନ୍ ଟ୍ରଫଲ୍ସ, ଏମବ୍ରୋସିୟଲ ଇରାନୀ କେସର ଏବଂ ଖାଇବା ଯୋଗ୍ୟ ୨୩ କ୍ୟାରେଟ୍ ସୁନାର କୋଟ୍ ଦିଆଯାଇଥାଏ । ଯେଉଁଥିପାଇଁ ଏହି ଆଇସକ୍ରିମର ସ୍ୱାଦ ବେଶ୍ ନିଆରା । ଏବଂ ସାରା ବିଶ୍ୱରେ ଏହା ସବୁଠାରୁ ମହଙ୍ଗା ଆଇସକ୍ରିମ୍ ।

from Kanak News
via <a href="https://ifttt.com/?

ରହସ୍ୟ ଘେରରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା । ପଢନ୍ତୁ, କଣ କହିଲେ ସୌମ୍ୟଙ୍କ ଭାଇ ଓ ମାଆ…

କନକ ବ୍ୟୁରୋ: ମୃତ ସୌମ୍ୟରଞ୍ଜନଙ୍କର ଅନ୍ୟ କୌଣସି ଝିଅଙ୍କ ସହ ସମ୍ପର୍କ ନଥିଲା । ଭାଇରାଲ ହେଉଥିବା ଅଡିଓକୁ ଏଡିଣ୍ଟିଂ କରାଯାଇଛି ବୋଲି ସୌମ୍ୟଙ୍କ ଭାଇ ଅଭିଯୋଗ କରିଛନ୍ତି । ଘଟଣାର ପ୍ରତ୍ୟକ୍ଷଦର୍ଶୀ ରୋଷେୟା, ବିଦ୍ୟାଭାରତୀଙ୍କ ସହ ତାଙ୍କ ବାପା ଓ ମାଆଙ୍କର ପଲିଗ୍ରାଫ ଟେଷ୍ଟ କଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି । ବିବାହର ୬ ମାସ ଯାଏଁ ସୌମ୍ୟ ଓ ତାଙ୍କ ସ୍ତ୍ରୀଙ୍କ ଭିତରେ କୌଣସି ଶାରିରୀକ ସମ୍ପର୍କ ନଥିବା ବେଳେ ସୌମ୍ୟଙ୍କୁ ଘର ଲୋକଙ୍କ ସହ କଥା ହେବାକୁ ଦେଉନଥିଲେ ତାଙ୍କ ସ୍ତ୍ରୀ । ତେଣୁ ସେ ବାହାରକୁ ଗଲେ ଘର ଲୋକଙ୍କ ସହ କଥା ହେଉଥିଲେ । କେଉଁ ଝିଅ ସହ ସମ୍ପର୍କ ବାବଦରେ ଜାଣିବାକୁ ଚାହୁଁ ନଥିଲେ ବିଦ୍ୟାଭାରତୀ, ବରଂ ସୌମ୍ୟ ଘର ଲୋକଙ୍କ ସହ କଣ କଥା ହେଉଥିଲେ ତାହା ଜାଣିବା ପାଇଁ ବିଦ୍ୟା ଚେଷ୍ଟା କରୁଥିଲେ ବୋଲି ମୃତ ସୌମ୍ୟଙ୍କ ବଡ ଭାଇ ରଞ୍ଜନ କହିଛନ୍ତି ।

ଅନ୍ୟପଟେ ସୌମ୍ୟଙ୍କ ମାଆ କହିଛନ୍ତି,  ବର୍ଷେ ଯାଏଁ ସୌମ୍ୟଙ୍କ ସହ ଶାରିରୀକ ସଂପର୍କ ରଖିବେ ନାହିଁ ବୋଲି କହିଥିଲେ ବିଦ୍ୟାଭାରତୀ । ବର୍ଷେ ପରେ ମନ ବଦଳିଗଲେ ସମ୍ପର୍କ ରଖିବେ ବୋଲି କହିଥିଲେ । ଦିନେ ନୁହେଁ ଯେତେବେଳେ ତାଙ୍କୁ ତାଙ୍କ ପୁଅ ସୌମ୍ୟ ଫୋନ କରେ ସବୁ ବେଳେ ତାଙ୍କୁ କୁହେ, ମାଆ ଲୋ ମୋତେ ଫସେଇ ଦେଲେ, ମୁଁ ଆଉ ଏଠି ରହି ପାରିବି ନାହିଁ ।

ଖାଲି ସେତିକି ନୁହେଁ, ଭୁବନେଶ୍ୱରରୁ ଯିବା ପରେ ସୌମ୍ୟ ଓ ତାଙ୍କ ସ୍ତ୍ରୀଙ୍କ ଭିତରେ ଝଗଡା ହୋଇଥିଲା, ବୋହୂ ସିନ୍ଦୁର ପୋଛି, ଶଙ୍ଖା ଭାଙ୍ଗି ଦେଇଥିଲେ, ରାତିରେ ଘର ଛାଡି ଚାଲି ଯାଇଥିଲେ ବୋଲି ସୌମ୍ୟଙ୍କ ମାଆ କହିଛନ୍ତି । ଏହାସହ ବହୁତ ଖୋଜା ଖୋଜି କରିବା ପରେ ଡିଏଫଓଙ୍କ ଘରେ ବିଦ୍ୟାଙ୍କୁ ପାଇଥିଲେ ସୌମ୍ୟ । ଏହାପର ଠାରୁ ବଦଳି ପାଇଁ ବାରମ୍ବାର ମାଆଙ୍କୁ କହୁଥିଲେ ସୌମ୍ୟ । ବାପାଙ୍କୁ କହି ମୋର ବଦଳି କରେଇ ଦେ’ ନହେଲେ ତୁ କିଛି ଦିନ ପାଇଁ ମୋ ପାଖକୁ ଆସେ ବୋଲି ସେ କହିଥିଲେ । ଶେଷ ଥର ପାଇଁ ଘରୁ ଗଲା ବେଳେ ସୌମ୍ୟ, ମାଆଙ୍କୁ କହିଥିଲେ, ବଦଳି ହୋଇଗଲେ ମୁଁ ତୋତେ ନେଇ ଯିବି । ଯାହାକୁ ମନେ ପକାଇ ଆଖିରୁ ଲୁହ ଗଡାଉଛନ୍ତି ସୌମ୍ୟଙ୍କ ମାଆ ।

from Kanak News
via <a href="https://ifttt.com/?

ପର କରିଦେଲା ପରିବାର…ଜୀବନ ଯୁଦ୍ଧରେ ଏକା ଏକା ଲଢୁଛନ୍ତି ଦୃଷ୍ଟିହୀନ ରବିନ୍ଦ୍ର । ପାନ ଦୋକାନଟିଏ କରି ଦୁଃଖ କଷ୍ଟରେ ଜୀବନ ଜିଉଁଛନ୍ତି । ଅସ୍ତରଙ୍ଗର ଏହି ଆତ୍ମନିର୍ଭରଶୀଳ କାହାଣୀ ଆପଣଙ୍କୁ ବି କନ୍ଦାଇଦେବ ।

ମୁଁ ଦିବ୍ୟାଙ୍ଗ କିନ୍ତୁ ଦୁର୍ବଳ ନୁହେଁ
ମୁଁ ଅସହାୟ କିନ୍ତୁ ଆଶାହୀନ ନୁହେଁ
ଦେଖାନଗଲେ ବି ଦମ୍ଭତା ରଖିଛି
ନିଜେ ନିଜର ଆଶାବାଡ଼ି ସାଜିଛି

କନକ ବ୍ୟୁରୋ : ସେ ଦିବ୍ୟାଙ୍ଗ, ସେ ବେସାହାରା, ସେ ଅସହାୟ । ନା ଅଛି ଆଶାବାଡି, ନା ସାହାରା ଦେବାକୁ ପାଖରେ ଅଛନ୍ତି ପ୍ରିୟପରିଜନ । ପେଟ ପୋଷିବାକୁ ପାନ ଦୋକାନ ହିଁ ସାହାଭରସା । ଏ କାହାଣୀ ହେଉଛି ଅସ୍ତରଙ୍ଗ ବ୍ଲକ୍ ଶିଶୁଅ ଗ୍ରାମର ୪୫ ବର୍ଷୀୟ ରବିନ୍ଦ୍ର ବେହେରାଙ୍କର । ନିଷ୍ଠୁର ବିଧାତା ସିନା ତାଙ୍କୁ ଆଖି ଦେଇନି, କିନ୍ତୁ ପେଟ ପାଇଁ ସେ କାହାରି ପାଖରେ ହାତ ପତାଇନାହାନ୍ତି । ସ୍ତ୍ରୀ ଛାଡ଼ପତ୍ର ଦେଇ ପୁଅକୁ ନେଇ ଚାଲିଯିବା ପରେ ଭାଗ୍ୟକୁ ଭରସି ଏମିତି ଏକା ଏକା ଜୀବନ କାଟୁଛନ୍ତି ।

ଆଖିର ଲୁହକୁ ଓଠରେ ପିଇ ଆଉ ଛାତିର କୋହକୁ ମନରେ ଚାପି ରଖି ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ରବିନ୍ଦ୍ର । କେତେବେଳେ ‘ଭାତ ଜାଉ’ ହୋଇଯାଏ ତ ଆଉ କେତେବେଳେ ଜୀବିକାର ତରକାରୀ ପୋଡିଯାଏ । ଆଉ ସେହି ଅଧା ସିଝା, ଆଉ ପୋଡା ଖାଇବା ଖାଇବାକୁ ପଡେ । ହେଲେ ଦିବ୍ୟାଙ୍ଗ ଦରଦକୁ ସହି ଦମ୍ଭତାର ଦେଉଳ ସାଜିଛନ୍ତି ରବିନ୍ଦ୍ର ।

ସକାଳ ହେଲେ ସବୁ ନିତ୍ୟକର୍ମ ଶେଷ କରି ଆଶା ବାଡିକୁ ଆଶ୍ରା କରି ଘରଠାରୁ ୧ କିଲୋମିଟର ଦୂରରେ ଥିବା ନିଜ ପାନ ଦୋକାନକୁ ଯାଆନ୍ତି ରବିନ୍ଦ୍ର । ଦୃଷ୍ଟିହୀନ ହୋଇ ବି ବିଭିନ୍ନ ମନ ପସନ୍ଦର ମସଲା ପକାଇ ସେ ବେଶ୍ ସୁଆଦିଆ ପାନ ଭାଙ୍ଗନ୍ତି । ଆଉ ରବିନ୍ଦ୍ରଙ୍କ ପାଖରୁ ପାନ ଖଣ୍ଡେ ଖାଇବା ପାଇଁ ଲୋକମାନେ ମଧ୍ୟ ବେଶ୍ ଭଲ ପାଆନ୍ତି ।

ଦୁଃଖ କଷ୍ଟରେ ହେଉପଛେ, ରବିନ୍ଦ୍ରଙ୍କ ଜୀବନ ଏମିତି ବିତିଚାଲିଥିଲା । କିନ୍ତୁ ଦଇବ ଦାଉ ସାଧିଲା ପରି କରୋନା ମହାମାରୀ ରବିନ୍ଦ୍ରଙ୍କ ଜୀବନରେ ନେଇଆସିଲା ଦୁଃଖର ଝଡ । ପାନ ଭାଙ୍ଗି ଏମିତି କେତେ ଟଙ୍କା ଯେ, ସେ ସଂଚୟ କରିଥିବେ । ଯାହାବି ଟଙ୍କା ଥିଲା ସବୁ ସରିଯାଇଛି । ଏବେ ଦୋକାନ ଖୋଲିଥିଲେ ବି ନା ଗ୍ରାହକ ଆସୁଛନ୍ତି, ନା ବେପାର ହେଉଛି । ଓଳିଏ ଖାଇଲେ ଓଳିଏ ପେଟରେ ଓଦା କନା ପଡୁଛି । ଭଙ୍ଗା ଚାଳଛପର ଘରେ ଗଛ ଉଠିଗଲାଣି, କିନ୍ତୁ ନୂଆ ଛପର ହୋଇପାରୁନି ।

ଅଭାବ ଅନଟନ ଭିତରେ ଜୀବନ ଜିଉଁଥିଲେ ବି ରବିନ୍ଦ୍ରଙ୍କ ପାଖରେ ନା ସରକାରୀ ସହାୟତା ପହଂଚିଛି, ନା ପ୍ରଶାସନ ତାଙ୍କ ଦୁଃଖ ବୁଝୁଛି । ଦିବ୍ୟାଙ୍ଗ ଭତ୍ତା ବାବଦକୁ ମାତ୍ର ୭ ଶହ ଟଙ୍କା ମିଳୁଥିବା ବେଳେ, ସେହି ଟଙ୍କାରେ କେମିତି ବା ଜଣେ ଚଳିପାରିବ ? ତେଣୁ ରବିନ୍ଦ୍ରଙ୍କୁ ସରକାରୀ ସାହାଯ୍ୟ ମିଳିପାରିଲେ, ଅସ୍ତରଙ୍ଗର ଏହି ଆତ୍ମନିର୍ଭଶୀଳ କାହାଣୀ ଅନେକଙ୍କ ପାଇଁ ପ୍ରେରଣା ପାଲଟିବ ।

from Kanak News
via <a href="https://ifttt.com/?

ଅର୍ନ୍ତରାଷ୍ଟ୍ରୀୟ ଅଲମ୍ପିକ୍ କମିଟିର ନିଷ୍ପତ୍ତି , ଅଷ୍ଟ୍ରେଲିଆର ବ୍ରିସବେନ ଠାରେ ଅନୁଷ୍ଠିତ ହେବ ୨୦୩୨ ଅଲମ୍ପିକ

କନକ ବ୍ୟୁରୋ : ଅଷ୍ଟ୍ରେଲିଆର ବ୍ରିସବେନ ଠାରେ ୨୦୩୨ ଅଲମ୍ପିକ ଆୟୋଜିତ ହେବ । ଅର୍ନ୍ତରାଷ୍ଟ୍ରୀୟ ଅଲମ୍ପିକ୍ କମିଟି ଆଇଓସି ବୁଧବାର ଦିନ ବ୍ରିସବେନକୁ ୨୦୩୨ ଗ୍ରୀଷ୍ମକାଳୀନ ଅଲମ୍ପିକ ଆୟୋଜିତ କରିବାକୁ ଅଧିକାର ଦେଇଛନ୍ତି । ଆଇଓସି ଅଧିବେଶନରେ ଏଭଳି ନିଷ୍ପତ୍ତିକୁ ବ୍ରିସବେନର ଅଧିକାରୀମାନେ ସ୍ୱାଗତ କରିଛନ୍ତି । ଏହାପରେ ଅଷ୍ଟ୍ରେଲିଆର ବିଭିନ୍ନ ସହରରେ ବାଣ ଓ ରୋଷଣୀ ଜାଳି ଏହି ଖୁସି ଖବରକୁ ସ୍ୱାଗତ କରାଯାଇଛି ।

ସୂଚନା ଥାଉ କି ଏହାପୂର୍ବରୁ ୧୯୫୬ ମସିହାରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଓ ୨୦୦୦ ମସିହାରେ ସିଡନୀ ଠାରେ ଅଲମ୍ପିକ୍ ଆୟୋଜନ କରିଥିଲା । ବହୁ ବର୍ଷ ପରେ ପୁଣିଥରେ ଅଷ୍ଟ୍ରେଲିଆରେ ଅଲମ୍ପିକ ଆୟୋଜନ ହେଉଥିବାରୁ ଏହାକୁ ନେଇ ଦେଶର କ୍ରୀଡାବିତ୍ ବେସ୍ ଖୁସି ଅଛନ୍ତି । ଏହାସହ ମେଲବୋର୍ଣ୍ଣ ଓ ସିଡନୀ ପରେ ବ୍ରିସବେନରେ ଦେଶର ତୃତୀୟ ସହର ଭାବେ ଅଲମ୍ପିକ ଆୟୋଜିତ ହେବ ।

କହିରଖୁ କି ୨୦୨୪ ଅଲମ୍ପିକ ପ୍ୟାରିସ୍ ଓ ୨୦୨୮ ରେ ଲସ୍ ଏଞ୍ଜେଲ୍ସ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଅନ୍ୟପଟେ ୨୦୨୦ ଅଲମ୍ପିକ୍ସ ଟୋକିଓ ଠାରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ ଏକ ଭିଡିଓ କନଫରେନ୍ସିଂରେ କହିଛନ୍ତି କି ‘ଏହା ଆମ ସରକାରର ଗର୍ବ କି ବ୍ରିସବେନ ଠାରେ ୨୦୩୨ ରେ ଅଲମ୍ପିକ ଖେଳ ହେବା ନେଇ ଆଇଓସି ଅନୁମତି ଦେଇଛି’ । ଏହାସହ ଶୃଙ୍ଖଳାର ସହ ଆୟୋଜନ କରିବୁ ବୋଲି ପ୍ରଧାମନ୍ତ୍ରୀ ମରିସନ୍ କହିଛନ୍ତି ।

from Kanak News
via <a href="https://ifttt.com/?

ସାଜିଆ ଇଲ୍ମୀ ଓ ପ୍ରେମ ଶୁକ୍ଳା ହେଲେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା । ନିଯୁକ୍ତି ପତ୍ରରେ ଜେ.ପି ନଡ୍ଡା ଲଗାଇଲେ ମୋହର

କନକ ବ୍ୟୁରୋ :  ଭାରତୀୟ ଜନତା ପାର୍ଟିର୍ ସାଜିଆ ଇଲ୍ମୀ ଓ ପ୍ରେମ ଶୁକ୍ଳାଙ୍କୁ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ନିଯୁକ୍ତ କରିଛି । ଏନେଇ ନିଜେ ସାଜିଆ ଇଲ୍ମୀ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।  ଦଳର ଏହି ଦୁଇଜଣ ସଦସ୍ୟ ସବୁବେଳେ ଗଣମାଧ୍ୟମ ସାମ୍ନାରେ ବିଭିନ୍ନ ପ୍ରସଙ୍ଗରେ ଦଳର ମତ ପ୍ରକାଶ କରିଥାନ୍ତି । ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂଙ୍କ ଦ୍ୱାରା ଜାରି କରାଯାଇଥିôବା ପ୍ରେସ ବିଜ୍ଞପ୍ତି ମୁତାବକ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା  ସାଜିଆ ଇଲ୍ମୀ ଓ ପ୍ରେମ ଶୁକ୍ଳାଙ୍କ ନାମରେ ମୋହର ମାରିଛନ୍ତି ।

କହିରଖୁ କି ଏମାନଙ୍କୁ ମିଶାଇ ଦଳର ୨୫ ଜଣ ପ୍ରବକ୍ତା ହୋଇଛନ୍ତି । ଯାହା ମଧ୍ୟରେ ମିଡିଆ ବିଭାଗର ପ୍ରମୁଖ ପ୍ରବକ୍ତା ଅନୀଲ ବଲୁନୀ ବି ସାମିଲ ଅଛନ୍ତି ।  ବିଜେପି ନେତ୍ରୀ ସାଜିଆ ଇଲ୍ମୀ ନିଯୁକ୍ତି ପତ୍ରକୁ ଟ୍ୱିଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାକୁ କୃତଜ୍ଞତା ଜଣାଇଛନ୍ତି ।

ସାଜିଆ ଇଲ୍ମୀ ପ୍ରଥମରୁ ଜଣେ ଟିଭି ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ । ଏହାପରେ ସେ ଅରବିନ୍ଦ କେଜ୍ରିୱାଲଙ୍କ ନୀତି ଆଦର୍ଶରେ ପ୍ରଭାବିତ ହୋଇ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ୨୦୧୪ ରେ ସେ ଆପ୍ ଟିକେଟରୁ ସାଂସଦ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ଏହାପରେ ସେ ଦଳଛାଡି ୨୦୧୫ ରେ ବିଜେପିରେ ଯୋଗ ଦେଇଥିଲେ ।

from Kanak News
via <a href="https://ifttt.com/?

ସୁନାବେଶରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି କଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ : କହିଲେ ଲୋକ ଜାଣନ୍ତୁ କ’ଣ ରହିଛି ଠାକୁରଙ୍କ ଅଳଙ୍କାର; ବ୍ୟବହାର କରିବା ପାଇଁ ଦେଲେ ପରାମର୍ଶ

କନକ ବ୍ୟୁରୋ : ଶ୍ରୀଜିଉଙ୍କ ସୁନାବେଶରେ ରତ୍ନଭଣ୍ଡାର ଖୋଲିବାକୁ ଦାବି ରଖିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ରତ୍ନଭଣ୍ଡାର ଖୋଲିବାକୁ ସେ ସମର୍ଥନ କରନ୍ତି ବୋଲି କହିଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର । ଏହାସହ ରତ୍ନଭଣ୍ଡାରରେ ଥିବା ପ୍ରଭୁଙ୍କ ଅଳଙ୍କାର ପ୍ରଭୁ ବ୍ୟବହାର କରନ୍ତୁ ଏବଂ ତାଙ୍କ ପାଇଁ ନୂଆ ଅଳଙ୍କାର ନିର୍ମାଣ କରାଯାଉ ବୋଲି ଦାବି ରଖିଛନ୍ତି । ସେହିପରି ପ୍ରଭୁଙ୍କର କେତେ ଅଳଙ୍କାର ରହିଛି ତାହା ଜନସାଧାରଣ ଜାଣନ୍ତୁ ବୋଲି କହିଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର ।

୨୦୨୧ ସାଧାରଣ ନିର୍ବାଚନ ପୂର୍ବରୁ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହି ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କୁ ପଶ୍ଚିମବଙ୍ଗ ଯାଇ ପୂଜାର୍ଚ୍ଚନା କରିବାକୁ ନିମନ୍ତ୍ରଣ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା । ଏହାପରେ ଫଳାଫଳା ଆସିଥିଲା ଏବଂ ସେ ବିଜୟୀ ହୋଇଥିଲେ । ବିଜୟ ପରେ ମଧ୍ୟ ପଶ୍ଚିମବଙ୍ଗ ଯିବା ପାଇଁ ନିମନ୍ତ୍ରଣ କରିଥିଲେ ମମତା । କିନ୍ତୁ ଏବେ ରଥଯାତ୍ରା ଥିବାରୁ ସେ ମହାହବିଷ ପାଳନ କରୁଛନ୍ତି ଏବଂ ରଥଯାତ୍ରା ପରେ ସେ ପଶ୍ଚିମବଙ୍ଗ ଯିବେ ବୋଲି ମମତା ବାନାର୍ଜୀଙ୍କୁ କହିଥିବା କହିଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର ।

from Kanak News
via <a href="https://ifttt.com/?

ରଥ ଉପରେ ସେଲଫିକୁ ନେଇ ବିବାଦ : ଭାଇରାଲ ହେଲା ଦୁଇ ଜଣ ଯୁବକଙ୍କ ସେଲଫି; ସେବାୟତ ନହୋଇ ରଥ ଉପରକୁ କେମିତି ଉଠିଲେ ଯୁବକ ?

କନକ ବ୍ୟୁରୋ : ରଥ ଉପରେ ସେଲଫି ନେଲେ, ପରେ ଏହାକୁ ସୋସିଆଲ ମିଡିଆରେ ସେୟାର କଲେ । କୋଭିଡ କଟକଣା ସତ୍ୱେ ରଥ ଉପରେ ସେଲଫି ନେବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଏହିପରି ଏକ ଭାଇରାଲ ଫଟୋ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଫଟୋରୁ ଜଣାପଡ଼ୁଛି ଯେ ବଳଭଦ୍ରଙ୍କ ରଥ ଉପରେ ୨ଜଣ ଯୁବକ ସେଲଫି ନେଇଛନ୍ତି । ହେଲେ ଏହି ଫଟୋ ଚଳିତବର୍ଷ କି ଗତବର୍ଷର ତାହାର ଯାଂଚ କରାଯାଉଛି ବୋଲି ପୁରୀ ଏସପି କେ. ବିଶାଲ ସିଂ କହିଛନ୍ତି ।

ଦୁଇ ଯୁବକ ବଳଭଦ୍ରଙ୍କ ରଥରେ ବସି ଏହି ଫଟୋ ଉଠାଇ ଥିବା ବେଳେ ଏହାକୁ ସୋସିଆଲ ମିଡିଆରେ ସାଇଡରେ ପକାଇଥିଲେ । ଏହା ସହ ଫଟୋ ଉଠାଇ ନିଜକୁ ଧନ୍ୟ ମନେ କରିଛନ୍ତି ବୋଲି ଲେଖିଥିଲେ । ଦୁଇ ଯୁବକଙ୍କ ମୁହଁରେ ମାସ୍କ ଥିବା ସହ ରଥରେ ଥିବା ସାରଥୀଙ୍କ ସହ ମଧ୍ୟ ଏମାନେ ଫଟୋ ଉଠାଇଥିଲେ । ହେଲେ ସାଧାରଣରେ ପ୍ରଶ୍ନ ଉଠୁଛି କଟକଣା ସତ୍ୱେ ଏମାନେ କିପରି ରଥ ଉପରକୁ ଯାଇ ଏହି ଫଟୋ ଉଠାଇଲେ । ସେଠାରେ ଥିବା ସୁରକ୍ଷାକର୍ମୀ ଏନେଇ କିପରି ଜାଣିପାରିନଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started