ପ୍ରିୟଙ୍କା ମୃତ୍ୟୁ ମାମଲାରେ ପୁଲିସ ପାଇଲା ପ୍ରମାଣ : ଜଗନ୍ନାଥ କରିଛି ହତ୍ୟା, ଘଟଣାର ୪ଦିନ ଆଗରୁ ହତ୍ୟା ପାଇଁ କରିଥିଲା ପ୍ଲାନ

କନକ ବ୍ୟୁରୋ : ଭୁବନେଶ୍ୱର ପ୍ରିୟଙ୍କା ମୃତ୍ୟୁ ଘଟଣା ଉପରୁ ପରଦା ହଟିଛି । ଜଗନ୍ନାଥ ପ୍ରଧାନ ହିଁ ହତ୍ୟାକାରୀ ବୋଲି ଆଜି କହିଛି ପୁଲିସ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ୪ ଦିନ ଆଗରୁ ଜଗନ୍ନାଥ ସୁସାଇଟ ନୋଟ ଲେଖିଥିଲା । ଏହା ସହ ମାରିବା ପାଇଁ ପ୍ଲାନ କରିଥିଲା । ଘଟଣାଦିନ ୯ଟାବେଳକୁ ପ୍ରିୟଙ୍କାଙ୍କ ଭୀମଟାଙ୍ଗି ଭଡା ଘରେ ପଂହଚିଥିଲା । ଆଉ ସାଙ୍ଗରେ ନେଇଥିଲା ସିନ୍ଦୂର, ଛୁରୀ. ଥଣ୍ଡା ପାନୀୟ ଓ ବିଷ ।

ସ୍ୱାମୀ ଅଫିସ ଯାଇଥିବାବେଳେ ଘରେ ପଂହଚିଥିଲା । ସବୁଠାରୁ ବଡ କଥା ହେଲା, ଜଗନ୍ନାଥ ଥିବା ସମୟରେ ପଂହଚିଥିଲେ ଘର ମାଲିକ । କବାଟ ବାଡେଇଥିଲେ । ଜଗନ୍ନାଥ ସେତେବେଳେ ବାଥରୁମରେ ଲୁଚିଥିଲା । ପ୍ରିୟଙ୍କା କବାଟ ଖୋଲି ଘରମାଲିକ ଆଣିଥିବା ଦହିବରାକୁ ରଖିଥିଲେ । ଘରେ ଥିବା ପୁଅକୁ ମାଲିକ ନିଜ ସହ ସାଥିରେ ନେଇ ଯାଇଥିଲା । ପ୍ରିୟଙ୍କାଙ୍କୁ ଫେରାର ହେବା ପାଇଁ ଜଗନ୍ନାଥ କହିଥିଲା । ପ୍ରିୟଙ୍କା ଏଥିରେ ରାଜି ହୋଇନଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ପ୍ରିୟଙ୍କାଙ୍କୁ ଯୋଜନା ଅନୁସାରେ ହତ୍ୟା କରିଥିଲା ଜଗନ୍ନାଥ ।

from Kanak News
via <a href="https://ifttt.com/?

ଏଚଡିଏଫସି ବ୍ୟାଙ୍କ ଶାଖାକୁ ଅନ୍ୟତ୍ର ମିଶ୍ରଣକୁ ବିରୋଧ । ଜଗତସିଂହପୁର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଜାହାନପୁର ପଞ୍ଚାୟତବାସୀ

କନକ ବ୍ୟୁରୋ : ଏଚଡିଏଫସି ବ୍ୟାଙ୍କ ଶାଖାକୁ ଅନ୍ୟତ୍ର ମିଶ୍ରଣକୁ ବିରୋଧ କରି ଜଗତସିଂହପୁର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଜଗତସିଂହପୁର ଜାହନପୁର ଗ୍ରାମପଂଚାୟତବାସୀ । ଚିଠିରେ ସେମାନେ ଲେଖିଛନ୍ତି, ଲୋକଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ଜାହାନପୁର ଗ୍ରାମ ପଂଚାୟତରେ ଏଚଡିଏଫସି ବ୍ୟାଙ୍କର ଶାଖା ପଂଚାୟତ ଅଫିସ ମଧ୍ୟରେ କାମ କରୁଛି ।

ଏଠାରେ ଅନେକ ଗରିବ ଲୋକ ଜନଧନ ଆକାଂଉଟ ଖୋଲିଛନ୍ତି । ଏଥି ସହ ସେଠାରେ ମହିଳା ଏସଏଚଜି ଆକାଂଉଟ ଅଛି । କେବଳ ଜାହନପୁର ନୁହେଁ ଆଖାପଖ ୪ଟି ଗ୍ରାମ ପଂଚାୟତର ଲୋକେ ବ୍ୟାଙ୍କିଙ୍ଗ ସୁବିଧା ପାଇଁ ନିର୍ଭର କରିଥାନ୍ତି । କିନ୍ତୁ ଏବେ ଏହି ବ୍ୟାଙ୍କ ଶାଖାକୁ ଜଗତସିଂହପୁର ଏଚଡିଏଫସି ମୁଖ୍ୟ ଅଫିସରେ ମିଶାଇ ଦେବାକୁ ଚକ୍ରାନ୍ତ ହେଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଜାହାନପୁର ଶାଖା ଅଫିସର ଜଗତସିଂହପୁର ୧୮ କିଲୋମିଟର ଦୂର ହୋଇଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ଶାଖାକୁ ସ୍ଥାନାନ୍ତର ନ କରିବାକୁ ଲୋକେ ପତ୍ରରେ ଅନୁରୋଧ କରିଛନ୍ତି ।

from Kanak News
via <a href="https://ifttt.com/?

ଭାଙ୍ଗିଲା କେନାଲ ବନ୍ଧ : ଶହଶହ ହେକ୍ଟର ଚାଷ ଜମି ମାଡିଗଲା ପାଣି 

କନକ ବ୍ୟୁରୋ : ଭାଙ୍ଗିଲା କେନାଲ ବନ୍ଧ । ଶହଶହ ହେକ୍ଟର ଚାଷ ଜମି ମାଡିଗଲା ପାଣି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସାନ୍ତାରାପୁର ଠାରେ ରେଙ୍ଗାଳି ଭଏରପୁର ଶାଖା କେନାଲରେ ୩୦ ଫୁଟର ଘାଇ ହୋଇଛି । ସୂଚନା ଅନୁସାରେ, ଆଜି ସକାଳୁ ଘାଇ ସୃଷ୍ଟି ହୋଇଛି । ଆଗରୁ ମଧ୍ୟ କାମାକ୍ଷାନଗର ଉପଖଣ୍ଡରେ ରେଙ୍ଗାଲୀ କେନାଲରେ ବାରମ୍ବାର ଘାଇ ହୋଇଛି । ଚାଷ ନଷ୍ଟ ହୋଇଛି । ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଏହା ଉପରେ ଗୁରୁତ୍ୱ ଦେଉ ନାହାନ୍ତି । ଫଳରେ ଚାଷ-ବାସ ନଷ୍ଟ ହେଉଛି ।

from Kanak News
via <a href="https://ifttt.com/?

କାଳିଆର ଅଦୃଶ୍ୟ ଆଦେଶକୁ ଅକ୍ଷର ଅକ୍ଷରେ ପାଳନ କଲେ । ଖରା ବର୍ଷାକୁ ଖାତିର ନକରି ଭକ୍ତ ଭଗବାନଙ୍କ ମଝିରେ ସେତୁ ସାଜିଲେ ଏହି ତିନି ବରିଷ୍ଠ ଅଧିକାରୀ

ଚଳିତ ବର୍ଷ ରଥଯାତ୍ରା ଆଉ ବାହୁଡାଯାତ୍ରା ସୁରୁଖୁରୁରେ ସମାପନ ହୋଇଛି। କୁହାଯାଏ କାଳିଆ ନ ଚାହିଁଲେ କିଛିବି ସମ୍ଭବ ନୁହେଁ ତା ବିନା ଆଦେଶରେ ପତ୍ର ଟିଏ ବି କଅଁଳେ ନାହିଁ। ସେଥିପାଇଁ ତ କରୋନା କଟକଣା ଭିତରେ କାଳିଆର ଅଦୃଶ୍ୟ ଆଦେଶକୁ ଅକ୍ଷର ଅକ୍ଷରେ ପାଳନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଆଉ ଶୃଙ୍ଖଳିତ ଭାବେ ଶେଷ ହୋଇଥିବା ସାଆନ୍ତେଙ୍କ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପଛରେ ସିପାହୀ ସାଜିଥିଲେ ପ୍ରମୁଖ ଦୁଇ ବରିଷ୍ଠ ଅଧିକାରୀ ।

ଭୂତାଣୁର ଗର୍ବ ଗଞ୍ଜନ କରି ଭକ୍ତଙ୍କୁ ଦୂରରୁ ଭେଟିବାକୁ ଯେବେ ଜଗା ଆସିବ ବୋଲି ଆଦେଶ ହେଲା, ସେତେବେଳେ ଦିନ ରାତି ଏକ କରିଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର। ସେବାୟତଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ରଥନିର୍ମାଣ, ରଥଖଳାରେ କାର୍ଯ୍ୟ କରୁଥିବା ସବୁ ମହାରଣା ସେବାୟତଙ୍କ କୋଭିଡ ଟେଷ୍ଟ କିଭଳି ହେବ ସେନେଇ ଘନ ଘନ ବୈଠକ, ଛତିଶାନିଯୋଗରେ ମନ୍ତ୍ରଣା ପରେ ମନ୍ତ୍ରଣା କରିଥିଲେ ଏହି ବରିଷ୍ଠ ଅଧିକାରୀ।

ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ସହ ଜିଲ୍ଲା ପ୍ରଶାସନ ଓ ପୁରୀ ପୋଲିସ ମଧ୍ୟ ବେଶ ପ୍ରଶଂସନୀୟ କାର୍ଯ୍ୟ ତୁଲାଇଛି। ଜଗାପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ସତେ ଯେମିତି ସିପାହୀ ସାଜିଯାଇଛନ୍ତି। ମୁଖ୍ୟ ପ୍ରଶାସକଙ୍କ ସହ ରଥ କାଠ ଅନୁକୂଳଠୁ ଆରମ୍ଭ କରି ଶ୍ରୀକ୍ଷେତ୍ରର ଆଇନ ଶୃଙ୍ଖଳାକୁ ବୁଝାଇବାରେ ସାମର୍ଥ୍ୟ ହୋଇଛନ୍ତି ସମର୍ଥ ।

ଏସବୁ ଭିତରେ ଏଥର ବି ଶୃଙ୍ଖଳିତ ଭାବେ ରତ୍ନବେଦରୁ ଜନ୍ମବେଦୀ ଓ ପୁଣି ଶରଧା ବାଲିରୁ  ସିଂହଦ୍ଵାର ଯାଏଁ ହୋଇଥିବା ମହାପ୍ରଭୁଙ୍କ ମାନବୀୟ ଲୀଳାର ମଙ୍ଗୁଆଳ ସାଜିଥିଲେ ଏହି ଦୁଇ ବରିଷ୍ଠ ଅଧିକାରୀ। କେତେବେଳେ ଜଗାର ଜଣାଣ ଆଉ କେତେବେଳେ ରଥର ପାଖେ ପାଖେ ରହି ନିଜେ ବର୍ଷାରେ ଭିଜି ଭିଜି ମହାବାହୁଙ୍କ ଅଲୌକିକ ଯାତ୍ରାର ମୂକସାକ୍ଷୀ ପାଲଟି ଯାଇଛନ୍ତି। ସବୁଠାରୁ ବଡ଼ କଥା ହେଲା ସୋସିଆଲ ମିଡିଆରେ ଭକ୍ତ ଭଗବାନଙ୍କ ମଝିରେ ମାଧ୍ୟମ ସାଜିଥିଲେ ଶ୍ରୀକ୍ଷେତ୍ରର ଏହି ଦୁଇ ସିପାହୀ। କାଳିଆର ଅଦୃଶ୍ୟ ଆଦେଶକୁ ପାଳନ କରି ଲୋକଙ୍କ ପାଖରେ ପ୍ରତିଟି ନୀତି ନିର୍ଘଣ୍ଟର ଖବର ଦେଉଥିଲା ଶ୍ରୀମନ୍ଦିର ପ୍ରଶାସନ।

କରୋନା କଟକଣା ଭିତରେ ଯେତେବେଳେ ବିନା ଭକ୍ତରେ ରଥଯାତ୍ରା ହୋଇଛି, ସେତେବେଳେ ପୁରୀ ସହର ମଧ୍ୟକୁ ଯେପରି କେହି ବାହାର ଲୋକ ପ୍ରବେଶ ନକରିବେ ତାହା ପୁରୀ ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଥିଲା । ଆଉ ଏହାକୁ ସୁଚାରୁ ରୁପେ ତୁଲାଇଥିଲେ ପୁରୀ ଏସପି କନଔର ବିଶାଲ ସିଂ

ସତରେ ଜଗା ଆଗରେ ପଦ ପଦବୀ କଣ। ସେ ତ ବିଶ୍ୱର ବଡ଼ ପଦବୀରେ ବସିଛି ଯେଉଁଥି ପାଇଁ  ସାଆନ୍ତେଙ୍କୁ ଦେଖିଦେଲେ ଆପେ ଆପେ ତା ଆଖିରେ ଆଖି ମିଶିଯାଏ। ସେ ଚକାନୟନ ଚିତ୍ତ ଚୋରି କରିନିଏ। ସେଥିପାଇଁ ଭାବରେ ଭାବରେ ଭିଜି ଭାବ ଵିନୋଦିଆ ଆଉ ଭକ୍ତର ଭରସା ଜିତିଛନ୍ତି କ୍ରୀଷନ କୁମାର ଓ ସମର୍ଥ ବର୍ମା ।

from Kanak News
via <a href="https://ifttt.com/?

ସଂସଦୀୟ ସମିତିରେ ଉଠିବ ଫୋନ ଟ୍ୟାପିଂ ମାମଲା । ଗୃହମନ୍ତ୍ରଣାଳୟର ଅଧିକାରୀଙ୍କ ସହ ୨୮ ତାରିଖରେ ବୈଠକ

କନକ ବ୍ୟୁରୋ : ରାଜନେତା, ସାମ୍ବାଦିକ ଓ ଅନ୍ୟ ଲୋକଙ୍କ ଫୋନ ଟ୍ୟାପିଂ ମାମଲାକୁ ନେଇ ଏବେ ସଂସଦରେ ଆଲୋଚନା ଜୋର ଧରିଛି । କଂଗ୍ରେସ ପକ୍ଷରୁ ଏହି ମାମଲାରେ ସଂସଦୀୟ ସମିତି ଦ୍ୱାରା ଯାଂଚ କରାଇବା ସହ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଏହି ମାମଲାରେ ସଂସଦୀୟ ସମିତିରେ ଜୋରଦାର ଆଲୋଚନା ହେବ ବୋଲି ଜଣାପଡିଛି ।

ଏନେଇ ସୂଚନା ପ୍ରଦ୍ୟୋଗିକ ମନ୍ତ୍ରଣାଳୟ ସହିତ ଜଡିତ ସ୍ଥାୟୀ କମିଟିର ବୈଠକ ଜୁଲାଇ ୨୮ ତାରିଖରେ ହେବ ବୋଲି ସୂଚନା ମିଳିଛି । ଏନେଇ ସୂଚନା ପ୍ରଦ୍ୟୋଗିକ, ଗୃହ ଓ ସୂଚନା ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ବୈଠକକୁ ଆସିବାକୁ କୁହାଯାଇଛି । ଏହି ବୈଠକରେ ଏଜେଣ୍ଡା ଭାବେ ‘ନାଗରିକଙ୍କ ଡାଟା ସୁରକ୍ଷା ଓ ପ୍ରାଇଭେସୀ’ ରଖା ଯାଇଛି । କମିଟି ସହିତ ଜଡିତ ସୂଚନା ମୁତାବକ ଏହି ବୈଠକରେ ଇଜ୍ରାଇଲ ସଫ୍ଟୱେୟାର କମ୍ପାନୀ ପେଗାସସ୍ ର ବ୍ୟବହାର କରି ଫୋନ ଟ୍ୟାପିଂ ମାମଲାରେ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ ପଚରାଯିବ ।

ଏହି କମିଟିର ଅଧ୍ୟକ୍ଷ ଥିବା କଂଗ୍ରେସ ନେତା ଶଶୀ ଥରୁର୍ ଦୁଇଦିନ ହେବ ସରକାରଙ୍କୁ ଏହି ପ୍ରସଙ୍ଗରେ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି । ସେ କହିଛନ୍ତି କି ସରକାର ଯଦି କହୁଛନ୍ତି ଏହି ଗୁପ୍ତଚର ଘଟଣା ପଛରେ ତାଙ୍କର ହାତ ନାହିଁ ତେବେ ସରକାର ତୁରନ୍ତ ଏହାର ଯାଂଚ କରି ଲୋକମାନଙ୍କ ପାଖରେ ସ୍ପଷ୍ଟ କରନ୍ତୁ ଯେ ଏଭଳି ସମ୍ବେଦନଶୀଳ ମାମଲା ପଛରେ କାହାର ହାତ ରହିଛି । ଏହାସହ ପେଗାସସ୍ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି କି କମ୍ପାନୀ ସରକାରଙ୍କ ବିନା ଅନୁମତିରେ ଏହି ସଫ୍ଟୱେୟାର କାହାକୁ ବିକ୍ରି କରିପାରିବେ ନାହିଁ । ଏହାକୁ ନେଇ ଶଶି ଥରୁର୍ କହିଛନ୍ତି ପେଗାସସର ବୟାନ ଜଦି ଠିକ୍ ତାହେଲେ ଖୁବଶୀଘ୍ର ଏହା ପ୍ରମାଣ ହୋଇପାରିବ କି କିଏ ପେଗାସସ୍ ସଫ୍ଟ ୱେୟାର କିଣିଛି ।

from Kanak News
via <a href="https://ifttt.com/?

ପିପିଲି ଅଂଚଳରେ ଆବିଷ୍କାର ହେଲା ଦେଢ ହଜାର ବର୍ଷର ମନ୍ଦିର : ନିର୍ମାଣ ଶୈଳୀ ଦେଖି ଆଶ୍ଚର୍ଯ୍ୟ ହେଲେ ଅନୁସନ୍ଧାନକାରୀ ଦଳ, ପିଢି ପିଢି ଧରି ହୋଇଆସୁଥିଲା ପୂଜା

କନକ ବ୍ୟୁରୋ : ପିପିଲି ଅଂଚଳରେ ଆବିଷ୍କାର ହେଲା ଦେଢ଼ ହଜାର ବର୍ଷର ମନ୍ଦିର । ମନ୍ଦିରର ନିର୍ମାଣ ଶୈଳୀକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଅନୁସନ୍ଧାନକାରୀ ଦଳ । ପିଢ଼ି ପିଢ଼ି ଧରି ହୋଇ ଗତିଶ୍ୱର ମହାଦେବ ନାଁରେ ପୂଜା କରି ଆସୁଥିଲେ ସ୍ଥାନୀୟ ବାସିନ୍ଦା । ପୁରୀ ଜିଲ୍ଲା ପିପିଲି ତହସିଲର ବୀରପୁରୁଷୋତମପୁର ଗାଁରୁ ଆବିଷ୍କୃତ ହୋଇଛି । ବୀରପୁରଷୋତମପୁରର ଏହି ମନ୍ଦିର ରାଜ୍ୟର ପୁରାତନ ମନ୍ଦିର ଶ୍ରେଣୀରେ ଅନ୍ତର୍ଭୁକ୍ତ ବୋଲି ଇନଟାକ କହିଛି । ଏହି ମନ୍ଦିରଟି ପ୍ରାଚୀନ କଳିଙ୍ଗ ରାଜ୍ୟର ଦକ୍ଷିଣ ତୋଷାଳି ଅଂଚଳର ବୋଲି ମନ୍ଦିରର ତମ୍ବା ପ୍ଲେଟ ଲେଖା ଯାଇଛି । ଏହାର ନିର୍ମାଣ ଶୈଳୀକୁ ବିଚାର କଲେ ଦେଢ଼ ହଜାର ବର୍ଷ ପୂର୍ବେ ର୍ନିମାଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ସାଧାରଣରେ ଦକ୍ଷିଣ ଓଡ଼ିଶାର ମହେନ୍ଦ୍ରଗିରି ପାହାଡ ଅଂଚଳରେ ଏ ପ୍ରକାରର ମନ୍ଦିର ଦେଖାଯାଏ । ମନ୍ଦର ନିର୍ମାଣରେ ବ୍ୟବହୃତ ପଥରଗୁଡ଼କ ଯୋଡ଼ିବା ପାଇଁ କୌଣସି ଲେପ କିମ୍ବା ଚୁନ ବ୍ୟବହାର କରାଯାଇନାହିଁ । ଏହି ପ୍ରକାର ନିର୍ମାଣ କୌଶଳ ସୂଚିତ କରୁଛି ଯେ ସେତେବେଳେ କଳିଙ୍ଗର ପାରମ୍ପରିକ ମନ୍ଦିର ସ୍ଥାପତ୍ୟଶୈଳୀ ସମ୍ପୁର୍ଣ୍ଣ ରୂପେ ବିକଶିତ ହୋଇନଥିଲା । ଏପରି ଅନେକ ମନ୍ଦିର ରହିଛି ଯାହା ଜନସାଧାରଣଙ୍କ ଦୃଷ୍ଟିଗୋଚରକୁ ଆସିନାହିଁ । ଦୁର୍ଭାଗ୍ୟର ବିଷୟ ଏହି ପ୍ରାଚୀନ ମନ୍ଦିର ଧ୍ୱଂସ ହେବା ଉପରେ । ମନ୍ଦିରର ଛାତ ଉପରକୁ ଅନାବନା ଗଛ ମାଡି ଯାଇଛି । ବର୍ଷା ୠତୁରେ ମନ୍ଦିର ଗର୍ଭଗୃହରେ ପାଣି ପଶିଯାଏ ।

from Kanak News
via <a href="https://ifttt.com/?

ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗର ନିଷ୍ପତ୍ତି , ସୁରକ୍ଷା କାରଣରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ ଲାଲ କିଲ୍ଲା

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଲାଲ କିଲ୍ଲା ଆଜି (ବୁଧବାର) ଠାରୁ ଅଗଷ୍ଟ ୧୫ ସ୍ୱତନ୍ତ୍ରତା ଦିବସ ସମାପନ ପର୍ଯ୍ୟନ୍ତ ବନ୍ଦ ରହିବ । ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ମଙ୍ଗଳବାର ଦିନ ଏନେଇ ସୂଚନା ଦେଇଛନ୍ତି । ବିଭାଗ ତରଫରୁ କୁହାଯାଇଛି କି, ଜୁଲାଇ ୨୧ ତାରିଖ ସକାଳ ଠାରୁ ଅଗଷ୍ଟ ୧୫ ସ୍ୱତନ୍ତ୍ରତା ଦିବସ ସମାପନ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଲାଲ କିଲ୍ଲା ବନ୍ଦ ରହିବ । ଏଏସଆଇ ତରଫରୁ ଏକ ନୋଟିସ ଜାରି କରି ଏହି ସୂଚନା ଦିଆଯାଇଛି ।

କରୋନା ମହାମାରୀ କାରଣରୁ ପ୍ରଥମରୁ ଲାଲ କିଲ୍ଲା ଦର୍ଶନ ପାଇଁ ଆସୁଥିବା ଲୋକଙ୍କ ସଂଖ୍ୟା କମ କରାଯାଇଥିଲା । ଅନ୍ୟପଟେ ଡିଡିଏମଏର ନିର୍ଦ୍ଦେଶ କ୍ରମେ ଦିଲ୍ଲୀର ସବୁ ବଜାରରେ କରୋନା କଟକଣା ପାଳନ ଉପରେ ଜୋର ଦିଆଯାଇଛି । ଏବେ ଏଏସଆଇ ଜାରି କରିଥିବା ନିର୍ଦ୍ଦେଶରେ କୁହାଯାଇଛି କି, ସୁରକ୍ଷା କାରଣରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଲାଲ କିଲ୍ଲା ବନ୍ଦ ରହିବ । ଅନ୍ୟପଟେ କରୋନା କାରଣରୁ ଜୁଲାଇ ୧୨ ତାରିଖରେ ଦିଲ୍ଲୀ ପୋଲିସ ଏଏସଆଇକୁ ଏକ ଚିଠିଲେଖି ଜୁଲାଇ ୧୫ ତାରିଖରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଲାଲ କିଲ୍ଲା ବନ୍ଦ ରଖିବାକୁ ପରାମର୍ଶ ଦେଇଥିଲା ।

ଅନ୍ୟପଟେ ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀ ପୋଲିସ ଭାରତୀୟ ସୁରକ୍ଷା ଏଜେନ୍ସିକୁ କିଛି ସୂଚନା ଦେଇଛି । ଏଥିରେ କୁହାଯାଇଛି କି ଗୁଇନ୍ଦା ସଂସ୍ଥାର ସୂଚନା ମୁତାବକ ଆତଙ୍କବାଦୀମାନେ ଡ୍ରୋନ ମାଧ୍ୟମରେ ଦିଲ୍ଲୀରେ ଏକ ବଡଧରଣର ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି କି ଅଗଷ୍ଟ ୧୫ ପୂର୍ବରୁ ବିଶେଷଭାବେ ଅଗଷ୍ଟ ୫ ତାରିଖ (ଯେଉଁଦିନ ଜମ୍ମୁ-କାଶ୍ମୀରରୁ ଧରା ୩୭୦ ରଦ୍ଦ କରାଯାଇଥିଲା) ରେ ଆତଙ୍କବାଦୀମାନେ ଡ୍ରୋନ ସହାୟତାରେ ଦିଲ୍ଲୀରେ ଆକ୍ରମଣ କରିବାକୁ ଯୋଜନା କରିଥାଇ ପାରନ୍ତି ।

from Kanak News
via <a href="https://ifttt.com/?

ବିଶ୍ୱାସରେ ଭରିଗଲା ବିଷ : ମାତ୍ର ୬ମାସରେ ମିଳେଇଗଲା ବାହାଘରର ଖୁସି; ହସହସ ମୁହଁରେ ଫଟୋ ଉଠାଇଥିଲେ ସୌମ୍ୟରଂଜନ ଓ ବିଦ୍ୟାଭାରତୀ

କନକ ବ୍ୟୁରୋ : ମୃତ ଏସିଏଫ ସୌମ୍ୟରଂଜନ ଓ ପତ୍ନୀ ବିଦ୍ୟାଭାରତୀଙ୍କ ବାହାଘରର ଫଟୋ ଏବେ ସାମ୍ନାକୁ ଆସିଛି । ମାତ୍ର ୬ମାସ ତଳର ସେହି ଖୁସି ମୁହୁର୍ତ୍ତକୁ ଦେଖିଲେ, ଏଭଳି ଏକ ଘଟଣା ୬ମାସ ପରେ ଘଟିଯିବ ବୋଲି ବୋଧହୁଏ କେହି ବିଶ୍ୱାସ କରିପାରିନଥିବେ । ବାହାଘର ସମୟରେ ବେଶ ଖୁସିଥିଲେ ଉଭୟ ପରିବାର । ସୌମ୍ୟରଂଜନ ଓ ବିଦ୍ୟାଭାରତୀ ହସ ହସ ମୁହଁରେ ଫଟୋ ପାଇଁ ପୋଜ ଦେଉଥିଲେ ।

ବାହାଘର ବେଳର ଫଟୋ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ନୂଆ ଜୀବନ ଆରମ୍ଭ କରିବା ବେଳେ ବେଶ ଖୁସି ନଜର ଆସୁଛନ୍ତି ଉଭୟ ସୌମ୍ୟରଂଜନ ଓ ବିଦ୍ୟାଭାରତୀ । କିନ୍ତୁ ୬ମାସ ପରେ ସ୍ୱାମୀ ସ୍ତ୍ରୀଙ୍କ ବିଶ୍ୱାସରେ ବିଷ ଭରି ହୋଇଯାଇଥିଲା । ବୋଧହୁଏ ଉଭୟ ଉଭୟଙ୍କୁ ବିବାହର ମାତ୍ର ଦୁଇ ମାସ ପରେ ସନ୍ଦେହ କରିବା ଆରମ୍ଭ କରିଦେଲେ । ସୌମ୍ୟଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ନେଇ ସିଧାସଳଖ ଅଭିଯୋଗ ଆଣିଥିଲେ ତାଙ୍କ ପରିବାର । ସୌମ୍ୟଙ୍କ ପରିବାର ଯେଉଁ ଅଭିଯୋଗ ସବୁ ଆଣୁଥିଲେ ତାର ମୋଡ ବଦଳାଇ ଦେଇଥିଲେ ପତ୍ନୀ ବିଦ୍ୟା ଭାରତୀ ।

ସ୍ୱାମୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣି ବିଦ୍ୟାଭାରତୀ ଗତକାଲି ଗଣମାଧ୍ୟମକୁ କହିଥିଲେ, ଅନ୍ୟ ଜଣେ ଝିଅ ସହ ସୌମ୍ୟଙ୍କ ସମ୍ପର୍କ ଥିଲା । ସୌମ୍ୟରଂଜନଙ୍କ ଫୋନକୁ ଜଣେ ଯୁବତୀଙ୍କ କଲ୍ ଆସେ । ଓ ଫୋନରେ ସୌମ୍ୟରଂଜନ ସେହି ଯୁବତୀଙ୍କୁ ଭଲପାଆନ୍ତି ବୋଲି ମ୍ୟାସେଜ ଦେଇଥିଲେ । ଏହି ମ୍ୟାସେଜ ବିଦ୍ୟାଭାରତୀ ଦେଖିଥିଲେ । ସୌମ୍ୟଙ୍କ ମୃତ୍ୟୁ ପରଠାରୁ ତାଙ୍କ ପରିବାର ଲୋକଙ୍କ ଟାର୍ଗେଟରେ ରହିଆସିଛନ୍ତି ବିଦ୍ୟାଭାରତୀ । ସୌମ୍ୟଙ୍କ ସହ ପତ୍ନୀଙ୍କ ସମ୍ପର୍କ ଭଲ ନଥିଲା । ଏପରିକି ବିବାହ ପରେ ବିଦ୍ୟା ଭାରତୀ ଏକ ବ୍ୟାଚଲର ପାର୍ଟି କରିଥିଲେ ବୋଲି ସୌମ୍ୟଙ୍କ ପରିବାର ଓ ସମ୍ପର୍କୀୟ କହିଆସୁଛନ୍ତି । ଏସବୁ ଅଭିଯୋଗକୁ ଗୋଟି ଗୋଟି କରି ଖଣ୍ଡନ କରିସାରିଛନ୍ତି ବିଦ୍ୟା ଭାରତୀ ।

ସେପଟେ ସୌମ୍ୟଙ୍କ ମୃତ୍ୟୁର ୭ଦିନ ପରେ ବିଦ୍ୟାଭାରତୀ କାହିଁକି ମୁହଁ ଖୋଲିଲେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ମା । ପୁଅ ବିରୋଧରେ ବୋହୂ ଆଣିଥିବା ସମସ୍ତ ଅଭିଯୋଗ ମିଛ ବୋଲି ସେ ଦାବି କରିଛନ୍ତି । ପୁଅର ଅନ୍ୟ କୌଣସି ଝିଅ ସହ ସମ୍ପର୍କ ନଥିଲା ଏବଂ ପରିବାର ଇଚ୍ଛାରେ ସେ ବିଦ୍ୟାଭାରତୀଙ୍କୁ ବିବାହ କରିଥିଲେ ବୋଲି କହିଛନ୍ତି ସୌମ୍ୟଙ୍କ ମା ।

from Kanak News
via <a href="https://ifttt.com/?

ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲା : ଭାଇରାଲ ହେଉଛି ବିଦ୍ୟାଭାରତୀଙ୍କ ହାତଲେଖା ଚିଠି ଲେଖିଛନ୍ତି, ଏହି ବ୍ୟକ୍ତିଙ୍କୁ ସେ କରନ୍ତି ଘୃଣା

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଏକ ହାତଲେଖା ଚିଠିକୁ ନେଇ ଏବେ ଚର୍ଚ୍ଚା । ଏଥିରେ ବିଦ୍ୟାଭାରତୀ ଲେଖିଛନ୍ତି, ସୌମ୍ୟଙ୍କ ସହ ବାହାଘର ତାଙ୍କର ସବୁଠାରୁ ଭୁଲ ନିଷ୍ପତ୍ତି ଥିଲା । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜଣକର ଜୀବନକୁ ନଷ୍ଟ କରିଦିଏ, ତାହା ତାଙ୍କ ଜୀବନରେ ଘଟିଛି । ଏଥିରେ ସେ ଆହୁରି ଲେଖିଛନ୍ତି, ତାଙ୍କୁ କ୍ଷମା କରିଦିଅ । ସେ କେବେ କାହାର କ୍ଷତି କରିନାହାନ୍ତି । କାହାକୁ କଷ୍ଟ ଦେଇନାହାନ୍ତି ।

କେମିତି ଆଉ ୩ ଦିନ କଟିବ ଓ ୧୨ରୁ ୧୫ ଶାନ୍ତିରେ ରହିବେ ସେ ନେଇ ବିଦ୍ୟାଭାରତୀ ଚିଠିରେ ଲେଖିଛନ୍ତି । ମୁଁ ପୃଥିବୀରେ ସବୁଠୁ ଅଧିକ ତୁମକୁ ଘୃଣା କରେ । ସମସ୍ତ ଭୁଲ ପାଇଁ ଭଗବାନ କ୍ଷମା କର ବୋଲି ଚିଠିରେ କହିଛନ୍ତି ବିଦ୍ୟାଭାରତୀ । ଦୟାକରି ମୋ ଜୀବନ ନଷ୍ଟ କରିନାହିଁ । କିନ୍ତୁ ବିଦ୍ୟାଭାରତୀ କାହିଁକି ଲେଖିଲେ –ଯେ, ଏହି ୩ ଦିନ କେମିତି କଟିବ ତାହା ବୁଝାପଡୁନାହିଁ ।

ତାପରେ ଲେଖିଛନ୍ତି, ସେ ଶାନ୍ତିରେ ରହିବେ । ଏହାର ଅର୍ଥ କଣ ହୋଇପାରେ ତାହା ମଧ୍ୟ ଜଣାପଡୁନାହିଁ । କେବେ ଚିଠି ଲେଖାଯାଇଥିଲା, ତାହା ସ୍ପଷ୍ଟ ଭାବେ ଜଣାପଡୁନାହିଁ । କିନ୍ତୁ ଏହି ଚିଠିଟି ସେ ନିଜେ ଲେଖିଥିବା ନେଇ ବିଦ୍ୟାଭାରତୀ ସ୍ୱୀକାର କରିଛନ୍ତି । ଏହି ଚିଠିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ବାହାଘର ପରେ ଉଭୟ ମଧ୍ୟରେ ଭୟଙ୍କର ମନାନ୍ତର ସୃଷ୍ଟି ହୋଇଥିଲା ।

from Kanak News
via <a href="https://ifttt.com/?

ପଞ୍ଜାବ କଂଗ୍ରେସ ଦୁଇଫାଳ । ଆଜି ଦୁଇ ନେତାଙ୍କ ଶକ୍ତି ପ୍ରଦର୍ଶନ, ସିଦ୍ଧୁଙ୍କ ବାସଭବନରେ ପହଂଚିଲେ ୬୨ ବିଧାୟକ

କନକ ବ୍ୟୁରୋ : ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ବି କଂଗ୍ରେସ କନ୍ଦଳ ମେଣ୍ଟିବାର ନା ନେଉନି । ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ସିଦ୍ଧୁ ମନୋନୀତ ହେବା ପରେ ସେ ନିଜର ସମର୍ଥକଙ୍କୁ ଭେଟିବାରେ ଲାଗିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ତାଙ୍କ ଦୁର୍ଗ ମଜବୁତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ଦୁଇ ନେତା ନିଜର ଶକ୍ତି ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି କ୍ରମରେ ଆଜି ସିଦ୍ଧୁ ଅମୃତସର ବାସଭବନରେ କଂଗ୍ରେସ ବିଧାୟକ ମାନଙ୍କ ପାଇଁ ଏକ ଭୋଜିର ବ୍ୟବସ୍ଥା କରିଥିବା ବେଳେ ତାଙ୍କ ପାଖରେ ୬୨ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି । ଗତକାଲି ସିଦ୍ଧୁ ଅମୃତସରରେ ପହଂଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଆଜି ଦଳୀୟ ବିଧାୟକ ଓ ସାଂସଦଙ୍କ ପାଇଁ ଏକ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ଆୟୋଜିତ କରିଛନ୍ତି । ହେଲେ ଏହି କାର୍ଯ୍ୟକ୍ରମକୁ ସିଦ୍ଧୁଙ୍କୁ ଆମନ୍ତ୍ରଣ କରାଯାଇ ନାହିଁ । ଏହି ଭୋଜି କାର୍ଯ୍ୟକ୍ରମ ମାଧ୍ୟମରେ କ୍ୟାପଟେନ୍ କେନ୍ଦ୍ରୀୟ ନେତୃତ୍ୱଙ୍କୁ କିଛି ସନ୍ଦେଶ ଦେବେ ବୋଲି ଅନୁମାନ କରାଯାଉଛି ।

କହିରଖୁ କି ସିଦ୍ଧୁ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ବି କ୍ୟାପଟେନ୍ ତାଙ୍କୁ ଶୁଭେଚ୍ଛା ଜଣାଇ ନଥିବାରୁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତିକୁ ନେଇ ଅମରିନ୍ଦର ସିଂ ଖୁସି ନଥିବା ସ୍ପଷ୍ଟ ହୋଇଛି । ଅନ୍ୟପଟେ କ୍ୟାପଟେନ୍ ସ୍ପଷ୍ଟ କରିଛନ୍ତି କି, ଯେତେବେଳେ ପର୍ଯ୍ୟନ୍ତ ସାର୍ବଜନୀକ ଭାବେ ସିଦ୍ଧୁ ତାଙ୍କୁ କ୍ଷମା ମାଗି ନାହାନ୍ତି ସେତେବେଳ ପର୍ଯ୍ୟନ୍ତ ସେ ସିଦ୍ଧୁଙ୍କୁ ଭେଟିବେ ନାହିଁ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started