ରାଜକୁନ୍ଦ୍ରା ଅଶ୍ଳିଳ ସିନେମା ମାମଲାରେ ଶିଳ୍ପା ସେଟ୍ଟୀଙ୍କୁ କ୍ଲିନ୍ ଚିଟ୍ ଦେଲା ମୁମ୍ବାଇ ପୁଲିସ : କହିଲା, ଏଯାଏଁ ମିଳିନି ଶିଳ୍ପା ସେଟ୍ଟୀଙ୍କ ସମ୍ପୃକ୍ତିର ପ୍ରମାଣ

କନକ ବ୍ୟୁରୋ : ରାଜକୁନ୍ଦ୍ରା ଅଶ୍ଳିଳ ସିନେମା ମାମଲାରେ ଶିଳ୍ପା ସେଟ୍ଟୀଙ୍କୁ କ୍ଲିନ୍ ଚିଟ୍ ଦେଲା ମୁମ୍ବାଇ ପୁଲିସ । କହିଲା, ଏଯାଏଁ ଶିଳ୍ପା ସେଟ୍ଟୀଙ୍କ ସମ୍ପୃକ୍ତିର ପ୍ରମାଣ ମିଳିନି । ସ୍ୱାମୀ ରାଜକୁନ୍ଦ୍ରାଙ୍କୁ ଗିରଫ କରି ଜେଲକୁ ପଠାଯାଇଛି ।

ସୂଚନାନୁସାରେ , ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିବା ନେଇ ରାଜଙ୍କୁ ଗତ ସୋମବାର ଗିରଫ କରାଯାଇଛି । ଖବର ଆସିଛି କି ରାଜ କୁନ୍ଦ୍ରା ଏକ ହ୍ବାଟସ ଆପ ଗ୍ରୁପରେ ସାମିଲ ଥିଲେ, ଯେଉଁଥିରେ ଅଶ୍ଳୀଳ ସିନେମା ବ୍ୟବସାୟକୁ ନେଇ ଆଲୋଚନା ହୋଇଥାଏ ।ଏଚ ଆକାଉଣ୍ଟ ନାମରେ ଏହି ହ୍ବାଟସଆପ ଗ୍ରୁପ ତିଆରି ହୋଇଛି । ଏଥିରେ ଅଶ୍ଳୀଳ ସିନେମାର ବ୍ୟବସାୟକୁ ନେଇ ଚର୍ଚ୍ଚା ହୋଇଥାଏ । ଏଥିରେ ପାଖାପାଖି ୫ଜଣ ସାମିଲ ଥିଲେ। ରାଜ ଏଥିରେ ମାର୍କେଟିଂରୁ ଆରମ୍ଭ କରି ମଡେଲରମାନଙ୍କୁ ପାରିଶ୍ରମିକ ଦେବା ସହିତ ରେଭିନ୍ୟୁ କିପରି ବୃଦ୍ଧି କରାଯାଇ ପାରିବ ତାହାକୁ ନେଇ କଥାବର୍ତ୍ତା ହୋଇଥାଆନ୍ତି ।

ଅଶ୍ଳୀଳ ଫିଲ୍ମ ନିର୍ମାଣ କରି ହ୍ବାଟସ ଆପରେ ବିକ୍ରି କରୁଥିବା ଘଟଣାରେ ରାଜଙ୍କ ସହିତ ଏଯାବତ ୬ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ୪ଜଣଙ୍କୁ ରାଜଙ୍କ ପୂର୍ବରୁ ହିଁ ଗିରଫ କରାଯାଇଥିଲା । ରିଆନ ନାମକ ବ୍ୟକ୍ତିକୁ ରାଜଙ୍କୁ ଗିରଫ କରିବା ପରେ ପୁଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ରାଜ କୁନ୍ଦ୍ରାଙ୍କ ସହଯୋଗୀ ବୋଲି କୁହାଯାଉଛି । ଅଭିଯୋଗ ହୋଇଛି ଯେ ରିଆନକୁ ରାଜଙ୍କ ଅଶ୍ଳୀଳ ଭିଡିଓ ଲିଙ୍କଗୁଡିକର ଟେକ୍ନିକାଲ୍ ମାମଲାର ଦାୟିତ୍ୱ ଦିଆଯାଇଥିଲା । ରାଇଗଡରୁ ଗିରଫ ହୋଇଥିବା ଅଭିଯୁକ୍ତ ରିଆନ୍ ଥାର୍ପ ରାଜ କୁନ୍ଦ୍ରାଙ୍କ କମ୍ପାନିର ଆଇଟି ମୁଖ୍ୟ ଥିଲେ । ରିଆନ୍ ରାଜ ଏବଂ ଶିଳ୍ପା ଶେଟ୍ଟୀଙ୍କ କମ୍ପାନି ଭିଆନ୍ ଗେମିଂ ପିଭି ଲିମିଟେଡ୍ ଏବଂ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ହେଡ୍ ଅଫ୍ ପ୍ରଡକ୍ଟ ଭାବରେ ଅନେକ ବର୍ଷ କାର୍ଯ୍ୟ କରିଥିଲେ ।

ତେବେ ଭାରତୀୟ ସାଇବର ଆଇନରୁ ବର୍ତ୍ତିବା ଲାଗି କୁନ୍ଦ୍ରା ବିଦେଶରେ କମ୍ପାନି ରେଜିଷ୍ଟ୍ରେସନ କରିଥିଲେ। ଏହି କମ୍ପାନିର ନାମ ‘କେନରିନ୍‌’ ରଖିଥିଲେ। କେନରିନକୁ କୁନ୍ଦ୍ରା ଓ ବ୍ରିଟେନରେ ରହୁଥିବା ତାଙ୍କ ଭାଇ ମିଶି ସ୍ଥାପନା କରିଥିଲେ। ଏଥିଲାଗି ଲାଗି ଭିଡିଓ କ୍ଲିପ୍‌ ଭାରତରେ ସୁଟିଂ ହୋଇ ଇଣ୍ଟରନେଟ ଫାଇଲ ଟ୍ରାନ୍ସଫର ସେବା ମାଧ୍ୟମରେ ପଠାଯାଉଥିଲା। ପର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରିରେ କୁନ୍ଦ୍ରାଙ୍କ ପ୍ରାୟ ୧୦ କୋଟି ଟଙ୍କା ନିବେଶ ଥିବା ଜଣାପଡିଛି।

from Kanak News
via <a href="https://ifttt.com/?

ବାଚସ୍ପତିଙ୍କ ଫିଟନେସ ମନ୍ତ୍ର : ୭୬ ବୟସରେ ବି କେମିତି ସୁସ୍ଥ ଓ ଫିଟ ଅଛନ୍ତି କହିଲେ ସୂର୍ଯ୍ୟ ପାତ୍ର; ଜୀବନ ଶୈଳୀ ଓ ବ୍ୟାୟାମ ଉପରେ ଦେଲେ ଗୁରୁତ୍ୱ

କନକ ବ୍ୟୁରୋ : ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବୟସ ୭୬ ହେଲାଣି । ଆଉ ଏହି ବୟସରେ ବି ସେ ବେଶ୍ ଫିଟ ଓ ସୁସ୍ଥ ଦେଖାଯାଆନ୍ତି । ୪୦ ବର୍ଷ ଧରି ସେ ମଧୁମେହ ରୋଗରେ ପୀଡିତ ହୋଇଛନ୍ତି । କିନ୍ତୁ ଆଜି ବି ସେ ସୁସ୍ଥ ଓ ଫିଟ୍ ଅଛନ୍ତି । ଏଥିପାଇଁ ସେ ଦୈନନ୍ଦିନ ବ୍ୟାୟାମ ଓ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେଇଥାନ୍ତି । ଜାଣନ୍ତୁ ନିଜ ଫିଟନେସ ନେଇ ସେ କହୁଛନ୍ତି ।

 

from Kanak News
via <a href="https://ifttt.com/?

ଅପରାହ୍ନ ୪ଟାରେ ତିନି ଠାକୁରଙ୍କୁ ଲାଗି ହେବ ସୁନା : ଏକ କ୍ୱିଂଟାଲ ଗହଣାରେ ସଜେଇ ହେବେ ଶ୍ରୀଜିଉ; ଏଥର ତିଆରି ହୋଇଛି ନୂଆ କିରିଟି, ତିନି ଠାକୁର ପିନ୍ଧିବେ ନୂଆ ମୁକୁଟ

କନକ ବ୍ୟୁରୋ : ଅପରାହ୍ନ ୪ଟାରେ ଶ୍ରୀଜିଉଙ୍କୁ ସୁନା ଲାଗି କରାଯିବ । ଦୁଇ ମହଣ ସୁନାରେ ସଜେଇ ହେବେ ମହାପ୍ରଭୁ । ପାଖାପାଖି ଏକ କ୍ୱିଂଟାଲ ସୁନା ଗହଣାରେ ସଜେଇ ହେବେ ଶ୍ରୀଜିଉ । ଏଥର ନୂଆ କିରିଟି ତିଆରି ହୋଇଥିବା ବେଳେ ତିନି ଠାକୁର ପିନ୍ଧିବେ ନୂଆ ମୁକୁଟ । ଜନ୍ମବେଦୀରୁ ବାହୁଡିବା ପରେ ସିଂହଦ୍ୱାର ଆଗରେ ଲାଗିଛି, ନନ୍ଦିଘୋଷ, ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦେବ ଦଳନ ରଥ । ଆଜି ଦ୍ୱାଦଶୀ ବଡ ତଡାଉ ବେଶ । ରଥ ଉପରେ ସୁନା ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ ।

ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ସ୍ଥିର ହୋଇଛି । ସକାଳ ୬ଟାରେ ମଙ୍ଗଳ ଆଳତି, ୬ଟା ୩୦ ମଇଲମ ତଡପ ଲାଗି ହୋଇଛି । ସକାଳ ୭ଟାରେ ତଡପ ଲାଗି, ୮ଟାରେ ଅବକାଶ, ସକାଳ ୯ଟାରେ ବେଶ ଶେଷ ନୀତି ଅନୁଷ୍ଠିତ ହେବ । ଦିନ ୧୦ଟାରୁ ସାଢେ ୧୦ଟାରେ ଗୋପାଳ ବଲ୍ଲଭ ବେଶ, ଅପରାହ୍ନ ୨ଟାରେ ମଧ୍ୟାହ୍ନ ଧୂପ ମହାପ୍ରଭୁଙ୍କୁ ଲାଗି କରାଯିବ । ସାଢେ ୩ଟାରେ ଶାଢୀ ଖଣ୍ଡୁଆ ଲାଗି ଓ ସନ୍ଧ୍ୟା ଆଳତୀ ପରେ ଅପରାହ୍ନ ୪ଟାରୁ ସୁନାବେଶ ଆରମ୍ଭ ହେବ । ପାଖାପାଖି ଏକ କ୍ୱିଂଟାଲ ସୁନା ଗହଣାରେ ସଜେଇ ହେବେ ଶ୍ରୀଜିଉ । ଏଥର ନୂଆ କିରିଟି ତିଆରି ହୋଇଥିବା ବେଳେ ତିନି ଠାକୁର ପିନ୍ଧିବେ ନୂଆ ମୁକୁଟ ।

from Kanak News
via <a href="https://ifttt.com/?

କନ୍ଦଳ କବଳରେ କଂଗ୍ରେସ । ମଣିପୁର କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷଙ୍କ ଇସ୍ତଫା, ୮ ବିଧାୟକଙ୍କ ସହ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା

କନକ ବ୍ୟୁରୋ : ମଣିପୁରରେ ବି କଂଗ୍ରେସର କନ୍ଦଳ ପଦାରେ ପଡିଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ମଣିପୁର କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦଦାସ କୈଥୁଜମ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହାସହ ଆଲୋଚନା ହେଉଛି କି ଆଜି ୮ ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଇପାରନ୍ତି ।

କହିରଖୁ କି, ଗୋବିନ୍ଦଦାସ କୈଥୁଜମ୍ ବିଷ୍ଣପୁର ଆସନରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୨୦ ମସିହା ଡିସେମ୍ବର ମାସରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଗୋବିନ୍ଦଦାସଙ୍କୁ ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ । ଆସନ୍ତା ବର୍ଷ ମଣିପୁରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ପ୍ରଦେଶ ଅଧ୍ୟକ୍ଷଙ୍କ ଇସ୍ତଫା ଦଳ ପାଇଁ ଅଡୁଆ ସୃଷ୍ଟି କରିଛି ।

ସୂଚନା ଥାଉକି ୨୦୧୭ ରେ ପ୍ରଥମଥର ପାଇଁ ମଣିପୁରରେ ବିଜେପି ସରକାର ଗଠନ କରିଥିଲା । ବିଜେପି, ଏନସିପି ଓ ୩ ଜଣ ସ୍ୱାଧୀନ ବିଧାୟକଙ୍କୁ ନେଇ ବିଜେପି ଏବେ କ୍ଷମତାରେ ରହିଛି । ଏବେ ବିଜେପି ଦାବି କରୁଛି କି ଆସନ୍ତା ବିଧାନସଭା ନିର୍ବାଚନରେ ୬୦ ଆସନରେ ଜିତି ପୁଣି ବିଜେପି ଏକାକୀ ସରକାର ଗଠନ କରିବ ।

ବର୍ତମାନ ମଣିପୁର ବିଧାନସଭାରେ ବିଜେପି ପାଖରେ ୨୫ ଜଣ ବିଧାୟକ ଥିବା ବେଳେ କଂଗ୍ରେସ ପାଖରେ ୧୭, ଏନସିପି ୪, ଏନପିଏଫ ୪, ତୃଣମୂଳ କଂଗ୍ରେସ ୧ ଓ ୩ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି । ଏହା ବ୍ୟତୀତ ୪ ଟି ଆସନ ଖାଲି ପଡିଛି ।

from Kanak News
via <a href="https://ifttt.com/?

ଭୋଗରାଇରେ ଚୋରା ମଦ ମାଫିଆଙ୍କୁ ନିର୍ଦ୍ଧୁମ ଛେଚା  : ଏନଜିଓ ମୁଖ୍ୟଙ୍କ ସମେତ ଦୁଇ ଜଣଙ୍କୁ ଉଦ୍ଧାର କଲା ପୋଲିସ; ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା 

କନକ ବ୍ୟୁରୋ : ମଦ ବ୍ୟବସାୟୀଙ୍କୁ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ । ଭୋଗରାଇ ଥାନା ଅନ୍ତର୍ଗତ କାନ୍ଥି ଭଉଁରୀ ଗାଁରେ ଦେଶୀ ଓ ବିଦେଶୀ ମଦ ଭର୍ତ୍ତି ଭ୍ୟାନ ସହ ଦୁଇ ଜଣ ମଦ ବ୍ୟବସାୟୀଙ୍କୁ ଲୋକେ ନିର୍ଦ୍ଧୁମ ଛେଚିଛନ୍ତି । ଖବର ପାଇ ଭୋଗରାଇ ଥାନା ପୋଲିସ ଘଟଣାସ୍ଥଳରେ ପହଂଚିଛି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଦୁଇ ଜଣଙ୍କୁ ଉଦ୍ଧାର କରିଛି । ଘଟଣାସ୍ଥଳରୁ ଦୁଇଟି ଗାଡ଼ି ଜବତ କରିଛି ପୋଲିସ । ଛେଚା ଖାଇଥିବା ଲୋକଙ୍କ ମଧ୍ୟରେ ଜଣେ ପ୍ରତିଷ୍ଠିତ ଏନଜିଓ ଓ ହୋଟେଲ ମାଲିକ ହୋଇଥିବା ବେଳେ ଆଉ ଜଣେ ମଦ ମାଫିଆ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।

from Kanak News
via <a href="https://ifttt.com/?

ଆଜି ଦେଶରେ ରେକର୍ଡ଼ ସଂଖ୍ୟକ ମୃତ୍ୟୁ : ଦିନକରେ ୩ହଜାର ୯୯୮ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି

କନକ ବ୍ୟୁରୋ : ଆଜି ଦେଶରେ ସାମ୍ନାକୁ ଆସିଛି ରେକର୍ଡ଼ ସଂଖ୍ୟକ ମୃତ୍ୟୁ ମାମଲା । ୩ହଜାର ୯୯୮ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସଂଶୋଧନ ପରେ କେବଳ ମହାରାଷ୍ଟ୍ରରୁ ଆସିଛି ୩ହଜାର ୫୦୯ ମୃତ୍ୟୁ ମାମଲା । ସେହିପରି ଦେଶରେ ୨୪ଘଂଟା ଭିତରେ ୪୨ହଜାର ୧୫ ଜଣ ସଂକ୍ରମିତ ହୋଇଥିବା ବେଳେ ୩୬ହଜାର ୯୭୭ଜଣ ସୁସ୍ଥ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୧୨ ଲକ୍ଷ ୧୬ ହଜାର ୩୩୭କୁ ବୃଦ୍ଧି ପାଇଛି । ୩କୋଟି ୩ଲକ୍ଷ ୯୦ହଜାର ୬୮୭ଜଣ ସୁସ୍ଥ ହୋଇଥିବା ବେଳେ ୪ଲକ୍ଷ ୭ହଜାର ୧୭୦ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

from Kanak News
via <a href="https://ifttt.com/?

ଖୋଲିବ କି ପ୍ରିୟଙ୍କା ମୃତ୍ୟୁର ରହସ୍ୟ : ଡ଼ିସଚାର୍ଜ ହେଲା ପରେ ଅଭିଯୁକ୍ତର ଚାଲିଛି ଜେରା

କନକ ବ୍ୟୁରୋ : ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ସାହୁ ହତ୍ୟା ଘଟଣାରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ମେଡିକାଲରୁ ଡିସଚାର୍ଜ ହୋଛନ୍ତି । ଏମ୍ସରୁ ଡିସଚାର୍ଜ ପରେ ଏୟାରଫିଲ୍ଡ ଥାନାରେ ଜଗନ୍ନାଥ ପ୍ରଧାନକୁ ଜେରା କରୁଛି ପୁଲିସ । ଜେରା ଶେଷ ପରେ କୋର୍ଟ ଚାଲାଣ କରିବ ପୁଲିସ । ଏହି ସମୟରେ ଏୟାରଫିଲ୍ଡ ଥାନା ଭିତରେ ଜଗନ୍ନାଥର କୋଭିଡ଼ ଟେଷ୍ଟ କରାଯାଇଛି ।

ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଜଗନ୍ନାଥ ସୁସ୍ଥ ଥିବା ଜଣାପଡ଼ିଛି । ଗତ ୫ ତାରିଖରେ ପ୍ରିୟଙ୍କାଙ୍କୁ ଜଗନ୍ନାଥ ନିର୍ମମ ଭାବେ ହତ୍ୟା କରିଥିଲେ । ଏହା ପରେ ସେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଘଟଣା ପରେ ମେଡିକାଲରେ ରହି ଚିକିତ୍ସିତ ହେଉଥିଲେ ଜଗନ୍ନାଥ । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିଲା । ପୁଲିସ ଏବେ ବି ତଦନ୍ତ ଜାରି ରଖିଛି ।

from Kanak News
via <a href="https://ifttt.com/?

ଏସିଏଫଙ୍କ ମୃତ୍ୟୁ ମାମାଲାକୁ ନେଇ ବଢୁଛି ରହସ୍ୟ : ଡ଼ିଏଫଓଙ୍କ କଲ ଡ଼ିଟେଲ୍ସ ଯାଂଚ କରୁଛି ପୋଲିସ; ଖୁବଶୀଘ୍ର ଡ଼ିଏଫଓଙ୍କୁ ହୋଇପାରେ ଜେରା

କନକ ବ୍ୟୁରୋ : ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାକୁ ନେଇ ବଢୁଛି ରହସ୍ୟ । ତେବେ ମାମଲା ରୁଜୁ ହୋଇଥିଲେ ବି ବର୍ତ୍ତମାନ ସୁଦ୍ଧା ଡିଏଫଓଙ୍କୁ ଜେରା କରାଯାଇନାହିଁ । ଆଜି ତାଙ୍କର କଲ ଡ଼ିଟେଲ୍ସ ଯାଂଚ କରୁଛି ପୋଲିସ । ସୌମ୍ୟରଂଜନଙ୍କ ମୃତ୍ୟୁ ପୂର୍ବରୁ ଡିଏଫଓ କାହା ସହିତ କଥା ହୋଇଥିଲେ ତା ଯାଂଚ ଚାଲିଛି । ଆବଶ୍ୟକ ପଡିଲେ ଡିଏଫଓଙ୍କୁ ଜେରା ବି କରାଯାଇପାରେ । ଏ ଯାଏଁ ତାଙ୍କର ଖୋଜଖବର ବି ନାହିଁ । ମୃତ୍ୟୁ ଘଟଣାର ତଦନ୍ତରେ ସହାୟତା କରିବାକୁ ପାରଳାଖେମୁଣ୍ଡିରେ ଅଛି କ୍ରାଇମବ୍ରାଂଚ ଟିମ୍ ।

କପ୍ତିପଦାକୁ ପୁଲିସ ଟିମ ଯାଇଥିବାରୁ ସେମାନେ ଫେରିଲେ ତଦନ୍ତ ଆଗକୁ ବଢିବ ବୋଲି ଜଣାପଡିଛି । । ଗତକାଲି ଘଟଣାରେ ପତ୍ନୀ ବିଦ୍ୟାଭାରତୀଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲେ ସୌମ୍ୟରଂଜନଙ୍କ ପରିବାର । ଏସବୁ ଭିତରେ ମୁହଁ ଖୋଲିଥିଲେ ବିଦ୍ୟାଭାରତୀ । ଗଣମାଧ୍ୟମକୁ ସେ କହିଥିଲେ, ସୌମ୍ୟଙ୍କ ଅନ୍ୟ ଝିଅ ସହ ସମ୍ପର୍କ ଥିଲା । ଫୋନରେ ସେ ତାଙ୍କ ସହ ବାରମ୍ବାର କଥା ହେଉଥିଲେ । ବିଦ୍ୟା ଭାରତୀ ମୁହଁ ଖୋଲିବା ପରେ- ଗୋଟିଏ କଥା ସ୍ପଷ୍ଟ ହେଉଛି- ଯେ ଉଭୟଙ୍କ ଭିତରେ ସନ୍ଦେହର ପାହାଡ ଠିଆ ହୋଇଥିଲା ।

from Kanak News
via <a href="https://ifttt.com/?

ପୁଣି ଦୁଇ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : କମିଲା ପଜିଟିଭ ହାର; ଖୋର୍ଦ୍ଧାରେ ସଂକ୍ରମଣ ସର୍ବାଧିକ, ୬୯ ମୃତ

କନକ ବ୍ୟୁରୋ : ପୁଣି ଦୁଇ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ରାଜ୍ୟରେ ୨୪ଘଂଟା ଭିତରେ ୧୯୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୧୫ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮୧୨ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ଘଂଟା ଭିତରେ ୭୨ହଜାର ୬୧ଟି ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ରେଟ ରହିଛି ୨ଦଶମିକ ୬୭ ପ୍ରତିଶତ । ଖୋର୍ଦ୍ଧାରେ ସର୍ବାଧିକ ୪୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୫୫ ଜଣ, ବାଲେଶ୍ୱରରୁ ୧୧୧ ଜଣ, ବରଗଡ଼ରୁ ୨୭ ଜଣ, ଭଦ୍ରକରୁ ୧୯ ଜଣ, ବଲାଙ୍ଗୀରରୁ ୧୧ ଜଣ, ବୌଦ୍ଧରୁ ୭ ଜଣ, କଟକରୁ ୨୪୮ ଜଣ, ଦେବଗଡ଼ରୁ ୬ ଜଣ, ଢେଙ୍କାନାଳରୁ ୭୫ ଜଣ, ଗଜପତିରୁ ୪ ଜଣ, ଗଞ୍ଜାମରୁ ୧୦ ଜଣ, ଜଗତସିଂହପୁରରୁ ୯୧ ଜଣ, ଯାଜପୁରରୁ ୧୨୩ ଜଣ, ଝାରସୁଗୁଡ଼ାରୁ ୮ ଜଣ, କଳାହାଣ୍ଡିରୁ ୭ ଜଣ, କନ୍ଧମାଳରୁ ୧୮ ଜଣ, କେନ୍ଦ୍ରାପଡ଼ାରୁ ୭୩ ଜଣ, କେନ୍ଦୁଝରରୁ ୩୨ ଜଣ, କୋରାପୁଟରୁ ୮ ଜଣ, ମାଲକାନଗିରିରୁ ୧୮ ଜଣ, ମୟୁରଭଞ୍ଜରୁ ୯୦ ଜଣ, ନବରଙ୍ଗପୁରରୁ୧୫ ଜଣ, ନୟାଗଡ଼ରୁ ୬୪ ଜଣ, ନୂଆପଡ଼ାରୁ ୫ ଜଣ, ପୁରୀରୁ ୧୦୩ ଜଣ, ରାୟଗଡ଼ାରୁ ୨୨ ଜଣ, ସମ୍ୱଲପୁରରୁ ୩୩ଜଣ, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୩୮ ଓ ଷ୍ଟେଟ ପୁଲରୁ ୧୦୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୬୯ ମୃତ୍ୟୁର ହିସାବ ଦେଇଛନ୍ତି ସରକାର ।

ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟରେ ୯୫୯୯୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯୩୫୦୦୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୯୬୮୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଗତ ୨୪ ଘଣ୍ଟାରେ ୨୩୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

from Kanak News
via <a href="https://ifttt.com/?

ଗିରଫ ହେଲା ଠକ : ଭଦ୍ରକ ରେଳ ଷ୍ଟେସନ ନିକଟରୁ ଅନିଲକୁ କାବୁ କଲା କମିଶନରେଟ ପୋଲିସର ଟିମ୍; ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟୁଥିଲା ଅନିଲ

କନକ ବ୍ୟୁରୋ : ଧରାପଡ଼ିଲା ଠକ ଅନିଲ ସାହୁ । କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଭଦ୍ରକ ରେଳ ଷ୍ଟେସନ ପାଖରୁ ଅନିଲକୁ କାବୁ କରିଛି । କନସଲଟାନ୍ସି ସଂସ୍ଥା କରି ଚାକିରୀ କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟୁଥିଲା ଅନିଲ । ଏନେଇ ଗତକାଲି ଭୁବନେଶ୍ୱର ମଂଚେଶ୍ୱର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଆଇସିଏଆର ତଥା ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚରାଲ ରିସର୍ଚରେ ଚାକିରୀ କରାଇଦେବା ନାଁରେ ଲୁଟ କରିଥିବା ଅନୀଲ ସାହୁ ଶତାଧିକ ଲୋକଙ୍କ ଠାରୁ ପାଖାପାଖି ୫୦ ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ଥିବା ଅଭିଯୋଗ ହୋଇଛି ।

ଏହି ଘଟଣାରେ ଅନୀଲର ସହଯୋଗୀ ଥିବା ଜଣେ ଯୁବତୀ ଭୁବନେଶ୍ୱରରୁ ଫେରାର ହେଉଥିବାବେଳେ ଭୁବନେଶ୍ୱର ବିମାନବନ୍ଦରରେ ଧରାପଡ଼ିଛି । ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ବେକାର ଯୁବକଙ୍କୁ ଟାର୍ଗେଟ କରୁଥିଲା ଅନୀଲ । ପ୍ରଥମେ ରେଜିଷ୍ଟ୍ରେସନ ଫିସ, ତାପରେ ଅବଶିଷ୍ଟ ଟଙ୍କା କିସ୍ତି ଆକାରରେ ଦେବାକୁ ଚୁକ୍ତିନାମା କରୁଥିଲା ଅନୀଲ । ପଦବୀ ଅନୁସାରେ ଦରମା ବି ଫିକ୍ସି କରିଥିଲା ଠକ । ଭୁବନେଶ୍ୱର ରସୁଲଗଡ ଅଚଂଳରେ ଅନୀଲ ସାହୁ ଅଫିସ ଚଳାଉଥିଲା । ଘଟଣା ପଦାକୁ ଆସିବା ପରେ ଚାକିରୀ ଦେବା ତ ଦୂରର କଥା ଟଙ୍କା ନେଇ ଫେରାର ହୋଇଯାଇଥିଲା ଅନୀଲ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started