ଏସିଏଫଙ୍କ ମୃତ୍ୟୁ ମାମାଲାକୁ ନେଇ ବଢୁଛି ରହସ୍ୟ : ପାରଳାଖେମୁଣ୍ଡିରେ କ୍ରାଇମବ୍ରାଂଚ ଟିମ୍; ପୋଲିସକୁ ତଦନ୍ତରେ କରିବ ସହାୟତା

କନକ ବ୍ୟୁରୋ : ବଢୁଛି ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ରହସ୍ୟ । ତଦନ୍ତରେ ସହାୟତା କରିବାକୁ ପାରଳାଖେମୁଣ୍ଡିରେ ଅଛି କ୍ରାଇମବ୍ରାଂଚ ଟିମ୍ । କପ୍ତିପଦାକୁ ପୁଲିସ ଟିମ ଯାଇଥିବାରୁ ସେମାନେ ଫେରିଲେ ତଦନ୍ତ ଆଗକୁ ବଢିବ ଜଣାପଡିଛି । ତେବେ ମାମଲା ରୁଜୁ ହୋଇଥିଲେ ବି ବର୍ତ୍ତମାନ ସୁଦ୍ଧା ଡିଏଫଓଙ୍କୁ ଜେରା କରାଯାଇନାହିଁ । ଏ ଯାଏଁ ତାଙ୍କର ଖୋଜଖବର ବି ନାହିଁ ।

ଗତକାଲି ଘଟଣାରେ ପତ୍ନୀ ବିଦ୍ୟାଭାରତୀଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲେ ସୌମ୍ୟରଂଜନଙ୍କ ପରିବାର । ଏସବୁ ଭିତରେ ମୁହଁ ଖୋଲିଥିଲେ ବିଦ୍ୟାଭାରତୀ । ଗଣମାଧ୍ୟମକୁ ସେ କହିଥିଲେ, ସୌମ୍ୟଙ୍କ ଅନ୍ୟ ଝିଅ ସହ ସମ୍ପର୍କ ଥିଲା । ଫୋନରେ ସେ ତାଙ୍କ ସହ ବାରମ୍ବାର କଥା ହେଉଥିଲେ । ଏପରିକି ସୌମ୍ୟରଞ୍ଜନଙ୍କ ମୋବାଇଲ୍ ଯାଞ୍ଚ କରିବାକୁ ଅନେକଥର ଚାହିଁଥିଲେ ସୁଦ୍ଧା ସୌମ୍ୟ ସଙ୍ଗେ ସଙ୍ଗେ ନିଜ ପାସ୍‌ୱାର୍ଡ ବଦଳାଇ ଦେଉଥିଲେ । ବିଦ୍ୟା ଭାରତୀ ମୁହଁ ଖୋଲିବା ପରେ- ଗୋଟିଏ କଥା ସ୍ପଷ୍ଟ ହେଉଛି- ଯେ ଉଭୟଙ୍କ ଭିତରେ ସନ୍ଦେହର ପାହାଡ ଠିଆ ହୋଇଥିଲା ।

ଘଟଣାଦିନ ଆମ୍ବୁଲାନ୍ସ ଅଟକିବା ଘଟଣାକୁ ବିଦ୍ୟାଭାରତୀ ଖଣ୍ଡନ କରିବା ସହିତ ଟଙ୍କା ଦରକାର ହେବାରୁ ସେ ସରକାରୀ ବଙ୍ଗଳାକୁ ପୁନର୍ବାର ଆସି ସୌମ୍ୟଙ୍କ ଏଟିଏମ୍, ପର୍ସ, ବେଡ୍‌ସିଟ୍ ଆଣିଥିଲେ ବୋଲି କହିଛନ୍ତି । ଏହାଛଡ଼ା ତାଙ୍କ ଶାଶୂ ତୁଳସୀ ମହାପାତ୍ର ବଲାଙ୍ଗୀରରେ ବ୍ୟାଚଲର୍‌ ପାର୍ଟି କରିଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା ମଧ୍ୟ ଗଣମାଧ୍ୟମ ଆଗରେ ସମୁଦି ଘର ସହିତ ତାଙ୍କର ଉତ୍ତମ ସମ୍ପର୍କ ଥିବା ପ୍ରକାଶ କରି ‘ମୋ ଜ୍ୱାଇଁ ଦେବତା’ ବୋଲି କହିଥିଲେ ।

ଅପରପକ୍ଷେ ତାଙ୍କ ପୁଅର ଅନ୍ୟ ଝିଅ ସହ ସଂପର୍କ ଥିବା କଥାକୁ ଅସ୍ବୀକାର କରିଛନ୍ତି ସୌମ୍ୟରଞ୍ଜନଙ୍କ ମା’ ତୁଳସୀ ମହାପାତ୍ର ଓ ବାପା ଅଭିରାମ ମହାପାତ୍ର । ଏହା ବିଦ୍ୟାଭାରତୀଙ୍କ ଆଉ ଏକ ନୂଆ କାହାଣୀ । କେବଳ ତଦନ୍ତକୁ ବାଟବଣା କରିବା ପାଇଁ ଏଭଳି ପ୍ରାୟୋଜିତ କଥା କୁହାଯାଉଛି ବୋଲି ଦୁହେଁ କହିଛନ୍ତି । ବୋହୂ ବିଦ୍ୟାଭାରତୀ, ଡିଏଫ୍‌ଓ, ରୋଷେୟା ତିନିଜଣଙ୍କୁ ଏକାଠି ଓ ପୃଥକ୍‌ ଜେରା ସହିତ ତିନିଜଣଙ୍କର ପଲିଗ୍ରାଫ୍‌ ଟେଷ୍ଟ, ଫରେନସିକ୍ ଟେଷ୍ଟ ଏବଂ ପୁଲିସ ତଦନ୍ତରୁ ସତକଥା ନିଶ୍ଚୟ ପଦାକୁ ଆସିବ ବୋଲି ସୌମ୍ୟରଞ୍ଜନଙ୍କ ବାପା, ମା କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କପ୍ତିପଦା ଆସିଥିବା ପାରଳାଖେମୁଣ୍ଡି ପୁଲିସର ୬ ଜଣିଆ ତଦନ୍ତକାରୀ ଟିମ୍ ଗତକାଲି ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ, ତାଙ୍କ ବାପା ଶ୍ରୀହରି ପଣ୍ତା ଓ ମାଆ ବିଦ୍ୟୁତ୍‌ଲତା ପଣ୍ତାଙ୍କୁ ଦୀର୍ଘ ୪ ଘଣ୍ଟା ଧରି ପଚରାଉଚୁରା କରିଛନ୍ତି । ଗତକାଲି ଜେରା ଶେଷ ହୋଇ ନଥିବାରୁ ଆଜି ଦିନ ପ୍ରାୟ ୧୧ଟା ବେଳେ ତଦନ୍ତକାରୀ ଟିମ୍ ବିଦ୍ୟାଭାରତୀଙ୍କ ଗୌଡ଼ଗାଁସ୍ଥିତ ବାପଘରେ ଆସି ପହଞ୍ଚିଥିଲେ । ଜେରାବେଳେ ବିଦ୍ୟାଭାରତୀଙ୍କ ନିକଟରୁ ଏକ ଚିଠି ଜବତ କରାଯାଇଛି । ଗତକାଲି ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀଙ୍କ ମୋବାଇଲ୍‌କୁ ଜବତ କରିଥିଲା ପୁଲିସ ।

from Kanak News
via <a href="https://ifttt.com/?

ପେଟ୍ରୋଲ୍ ବିକିଲା କଂଗ୍ରେସ । ମାର୍କେଟ୍ ବିଲ୍ଡିରେ ପେଟ୍ରୋଲ୍ ଲିଟର ପିଛା ୮୦ ଟଙ୍କାରେ ବିକ୍ରିଲା କଂଗ୍ରେସ

କନକ ବ୍ୟୁରୋ : ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛି । ଲିଟର ପ୍ରତି ୮୦ ଟଙ୍କା ଦରରେ ଜନସାଧାରଣଙ୍କୁ ପେଟ୍ରୋଲ ବିକ୍ରି କରିଛି । ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ବରେ ୟୁନିଟ-୨ (ମାର୍କେଟ ବିଲ୍‌ଡିଂ) ପେଟ୍ରୋଲ ପମ୍ପ ସାମନାରେ ଗତକାଲି କଂଗ୍ରେସ କର୍ମକର୍ତା ମାନେ ଲିଟର ପ୍ରତି ୮୦ ଟଙ୍କା ଦରରେ ୧୦୦୦ ଲିଟର ପେଟ୍ରୋଲ ସାଧାରଣ ଜନତାଙ୍କୁ ଯୋଗାଇ ଦେଇଛନ୍ତି । ଶ୍ରୀ ଦାଶ କହିଥିଲେ, କରୋନା ମହାମାରୀ ସମୟରେ ଆଜକୁ ପ୍ରାୟ ୨ ବର୍ଷ ହେବ ଲୋକଙ୍କ ରୋଜଗାର ପ୍ରାୟ ଶୂନ ହୋଇଯାଇଥିବା ବେଳେ ତୈଳଦର ଓ ରନ୍ଧନ ଗ୍ୟାସର ଅହେତକୁ ଦରବୃଦ୍ଧି ଆହୁରି ବାଧୁଛି । ଆଗକୁ କେନ୍ଦ୍ର ଓ ରାଜ୍ୟ ସରକାର ନ ଚେତିଲେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ପୁନର୍ବାର ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବ।

from Kanak News
via <a href="https://ifttt.com/?

ଅଧ୍ୟାପକଙ୍କ ଘରୁ ମିଳିଲା ଅଢେଇ କୋଟିର ସମ୍ପତ୍ତି : ଭବାନୀପାଟଣାର ପଲିଟେକନିକ ସ୍କୁଲରେ ଭିଜିଲାନ୍ସ ରେଡ୍, ଭୁବନେଶ୍ୱର ସମେତ ୫ ସ୍ଥାନରେ ଚଢାଉ

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ପଲିଟେକ୍‌ନିକ୍‌ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ରାୟଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି । ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର, ଅଫିସ, ପତ୍ନୀଙ୍କ ଅଫିସ ସମେତ ୬ଟି ସ୍ଥାନରେ ଏକାସାଙ୍ଗରେ ଚଢାଉ ହୋଇଛି । ଭୁବନେଶ୍ୱର, ଝାରୁସୁଗୁଡା, ଭବାନୀପାଟଣା, କେନ୍ଦ୍ରାପଡା ଓ ସୁନ୍ଦରଗଡରେ ଏକକାଳୀନ ଚଢାଉ ହୋଇଥିଲା । ଚଢାଉବେଳେ ୩ଟି ଉଚ୍ଚ କୋଠା, ଝାରୁସୁଗୁଡାରେ ୮ଟି ପ୍ଲଟ , ପୋଷ୍ଟାଲରେ ୩୦ ଲକ୍ଷ ଜମା ସହ ମୋଟ ୨ କୋଟି ୪୫ ଲକ୍ଷ ମିଳିଛି । ବର୍ତ୍ତମାନ ମାନ ସୁଦ୍ଧା ଚଢାଉ ଜାରି ରହିଛି ।

from Kanak News
via <a href="https://ifttt.com/?

ସାତ ଦରିଆ ପାରିରେ ସାଆନ୍ତେଙ୍କ ବାହୁଡ଼ାଯାତ୍ରା ପାଳିଲେ ପ୍ରବାସୀ 

କନକ ବ୍ୟୁରୋ : ବିଦେଶରେ ବି ପାଳିତ ହୋଇଯାଇଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା । କୋଭିଡ କଟକଣା ମଧ୍ୟରେ ଏହା ପାଳିତ ହୋଇଛି । ଇସ୍କନ ମନ୍ଦିର ସହାୟତାରେ ସ୍ଥାନୀୟ ବାହାରିନ ଓଡିଆ ସମାଜ ପକ୍ଷରୁ ବାହୁଡା ଯାତ୍ରା ହୋଇଛି । ଏହାସହ ୧୨ ତାରିଖରୁ ଚାଲିଥିବା ନବଦିନାତ୍ନକ ଯାତ୍ରା ବି ଶେଷ ହୋଇଛି । ଜୁଲାଇ ୧୨ ତାରିଖରେ ହୋଇଥିବା ରଥ ଯାତ୍ରାରେ ବାହାରିନରେ ଥିବା ଭାରତର ରାଷ୍ଟଦୂତ ପୀୟୁଷ ଶ୍ରୀବାସ୍ତବ ସାମିଲ ହୋଇଥିଲେ । ସେଠାରେ ସେ ପ୍ରାର୍ଥନା କରିବା ସହ ରଥ ଟାଣିଥିଲେ ।

ଏହି ଅବସରରେ ଭର୍ଚୁଆଲ ପ୍ଲାଟଫର୍ମରେ ଏକ ଭଜନ ସନ୍ଧ୍ୟାର ବି ଆୟୋଜନ କରାଯାଇଥିଲା । ବାହାରିନ ରଥ ଯାତ୍ରା ଅବସରରେ ପୁରୀ ଗଜପତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ନିଜ ବାର୍ତ୍ତା ଦେଇଥିଲେ । ବାହାରିନ ରଥଯାତ୍ରାରେ ଓଡିଆ ଭଜନ, ଓଡିଶୀ ନୃତ୍ୟ ଓ ଲୋକସଙ୍ଗୀତର ଝଲକ ଦେଖିବାକୁ ମିଳିଥିଲା । ଏଥିରେ ଭର୍ଚୁଆଲ ମାଧ୍ୟମରେ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସାମିଲ ହୋଇ ବାହାରିନ ଓଡିଆ ସମାଜର ଏହି ପଦକ୍ଷେପକୁ ପ୍ରଂଶସା କରିଥିଲେ ।

from Kanak News
via <a href="https://ifttt.com/?

ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ! ଆଜି ୭ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ହେଲା ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ମୌସୁମୀ ସ୍ବା‌ଭାବିକ ସ୍ଥିତିକୁ ଫେରିଆସିଛି । ଏବେ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି । ଆସନ୍ତା ୨ରୁ ୩ ଦିନ ଭିତରେ ଏକ ଲଘୁଚାପବଳୟ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଆସନ୍ତା ୨ରୁ ୩ଦିନ ଧରି ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ ।

ଗତକାଲି ଅପରାହ୍‌ଣରୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଯାଇଛି । ଆଜି ରାଜ୍ୟର ପ୍ରାୟ ସ୍ଥାନରେ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହେବ। କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ସମ୍ବଲପୁର ଓ ଦେବଗଡ଼ ଆଦି ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବ।

ସେହିପରି ୨୨ ତାରିଖ ଦିନ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ‌ବଲାଙ୍ଗୀର, ବରଗଡ଼ ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ଏବଂ କନ୍ଧମାଳ, ନୂଆପଡ଼ା, ଢେଙ୍କାନ‌ାଳ, କଟକ, ନୟାଗଡ଼, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞ‌ାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯିବା ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୩ ତାରିଖ ଆଡ଼କୁ ରାଜ୍ୟରେ ବର୍ଷାର ବିସ୍ତୃତି କମିବ। କିନ୍ତୁ ବରଗଡ଼, ନବରଙ୍ଗପୁର, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୪ ତାରିଖ ଦିନ ମଧ୍ୟ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ବର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପଟେ ଏହି ଲଘୁଚାପ ଶେଷ ହେଉ ହେଉ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆକଳନ କରାଯାଉଛି । ଫଳରେ ଜୁଲାଇ ଶେଷ ଆଡ଼କୁ ରାଜ୍ୟରେ ଭଲ ଅର୍ଥାତ ୧୫୦ ମିମିରୁ ଅଧିକ ବର୍ଷା ହେବ । ଏହା ଜୁଲାଇ ମାସର ନିଅଣ୍ଟିଆ ବର୍ଷାର ସ୍ଥିତିକୁ କିଛି ପରିମାଣର ଭରଣା କରିବାରେ ସକ୍ଷମ ହେବ ବୋଲି ଆଶା କରାଯାଉଛି ।

from Kanak News
via <a href="https://ifttt.com/?

ଚାକିରୀ କରାଇଦେବା ନାଁରେ ଠକେଇ : ଓଡ଼ିଶା ଛାଡ଼ି ଖସିଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କନକ ବ୍ୟୁରୋ : ଚାକିରୀ କରାଇବା ନାଁରେ ମହାଠକେଇ । ଭୁବନେଶ୍ୱରରେ ଏଭଳି ଘଟଣା ଘଟିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଆଇସିଏଆର, ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚରାଲ ରିସର୍ଚରେ ଚାକିରୀ କରାଇଦେବା ନାଁରେ ଲୁଟ କରିଛନ୍ତି ଠକ ଅନୀଲ ସାହୁ । ଟଙ୍କା ନେଇ ଠକ ଫେରାର ଥିବାବେଳେ ତାର ସହଯୋଗୀ କୁହାଯାଉଥିବା ଗାର୍ଲଫ୍ରେଣ୍ଡ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ବିମାନବନ୍ଦରରୁ ଧରାପଡିଛନ୍ତି । ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ବେକାର ଯୁବକଙ୍କୁ ଟାର୍ଗେଟ କରୁଥିଲା ଅନୀଲ ।

ପ୍ରଥମେ ରେଜିଷ୍ଟ୍ରେସନ ଫିସ, ତାପରେ ଅବଶିଷ୍ଟ ଟଙ୍କା କିସ୍ତି ଆକାରରେ ଦେବାକୁ ଚୁକ୍ତିନାମା କରୁଥିଲା ଅନୀଲ । ପଦବୀ ଅନୁସାରେ ଦରମା ବି ଫିକ୍ସି କରିଥିଲା ଠକ । ଭୁବନେଶ୍ୱର ରସୁଲଗଡ ଅଚଂଳରେ ଅନୀଲ ସାହୁ ଅଫିସ ଚଳାଉଥିଲା । ଏବେ ଘଟଣା ପଦାକୁ ଆସିବା ପରେ ଚାକିରୀ ଦେବା ତ ଦୂରର କଥା ଟଙ୍କା ନେଇ ଫେରାର ହୋଇଯାଇଛି । ଏହି ଠକାମୀରେ ଅନୀଲଙ୍କୁ ସହଯୋଗ କରୁଥିଲେ ଜଣେ ଯୁବତୀ । ସେ ଓଡିଶା ଛାଡି ଫେରାର ହେଉଥିବାବେଳେ ଭୁବନେଶ୍ୱର ବିମାନବନ୍ଦରରୁ ତାଙ୍କୁ ପୁଲିସ ଧରି ପଚରାଉଚରା କରୁଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

from Kanak News
via <a href="https://ifttt.com/?

କରୋନା ସ୍ଥିତିକୁ ନେଇ ସର୍ବଦଳୀୟ ବୈଠକ କଲେ ପ୍ରଧାନମନ୍ତ୍ରୀ : କହିଲେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭଲ ଅଛି ଭାରତର ସ୍ଥିତି

କନକ ବ୍ୟୁରୋ : ଦେଶରେ କରୋନା ସ୍ଥିତିକୁ ନେଇ ସର୍ବଦଳୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପାୱାର ପଏଂଟ ପ୍ରେଜେନଟେସନ ଦିଆଯାଇଛି । ଏହି ଅବସରରେ ନରେନ୍ଦ୍ର ମୋଦୀ କହିଛନ୍ତି, କରୋନା ସହ କେନ୍ଦ୍ର ସତର୍କତାର ସହ ମୁକାବିଲା କରୁଛନ୍ତି । ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତ ସ୍ଥିତି ଭଲ ରହିଛି ।

ବୈଠକକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପରିଚାଳନା କରିଥିବା ବେଳେ ରାଜ୍ୟସଭା ନେତା ପିୟୁଷ ଗୋୟଲ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଉପସ୍ଥିତ ରହିଥିଲେ । ସେହିପରି ଏହି ସର୍ବଦଳୀୟ ବୈଠକକୁ କଂଗ୍ରେସ ସମେତ ଆରଜେଡି, ଶିରୋମଣି ଆକଳି ଦଳ, ସିପିଏମ ବହିଷ୍କାର କରିଛନ୍ତି ।

from Kanak News
via <a href="https://ifttt.com/?

କୋଟିଆ ହାତେଇବାକୁ ଆନ୍ଧ୍ରର ଚାଲ : ସୀମାନ୍ତ ଗାଁରେ ୨୦୦ ଗାଁ ଲୋକଙ୍କୁ ଏକାଠି କରି ବୈଠକ କଲେ ଆନ୍ଧ୍ର ବିଧାୟକ, ଆଦିବାସୀଙ୍କୁ ବାଂଟିଲେ ଜଙ୍ଗଲ ଜମିପଟ୍ଟା

କନକ ବ୍ୟୁରୋ : କୋରାପୁଟର କୋଟିଆ ହାତେଇବାକୁ ଚାଲ ଖେଳିଛନ୍ତି ଆନ୍ଧ୍ର ସରକାର । ଆନ୍ଧ୍ର ବିଧାୟକ ଓ ସରକାରୀ ଅଧିକାରୀ କୋଟିଆରେ ବୈଠକ କରି ଆନ୍ଧ୍ରରେ ସାମିଲ ହେବା ପାଇଁ ଲୋକଙ୍କ ପ୍ରଲୋଭିତ କରିଛନ୍ତି । ବୈଠକ କରିବା ସହ କୋଟିଆ ଗ୍ରାମପଂଚାୟତର ଆଦିବାସୀଙ୍କୁ ଜଙ୍ଗଲ ଜମିପଟ୍ଟା ବଂଟନ କରି ପ୍ରଲୋଭିତ କରିବାକୁ ଉଦ୍ୟମ କରିଛନ୍ତି ଆନ୍ଧ୍ରର ସାଲୁର ବିଧାୟକ ପି ରାଜାନା ଦୋରା ।

କୋଟିଆ ଗ୍ରାମପଂଚାୟତର ନେରେଡେବାଲସା ଗାଁରେ ଆନ୍ଧ୍ରର ସାଲୁର ବିଧାୟକ ପି ରାଜାନା ଦୋରା ଲୋକଙ୍କୁ ଏକାଠି କରି କିଛି ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଂଟନ କରିଛନ୍ତି । ଏଥିସହ ଆଗରୁ ଆନ୍ଧ୍ର ସରକାର ବିଭିନ୍ନ ଯୋଜନାର ଲାଭ ଲୋକଙ୍କୁ ମିଳିବ ବୋଲି ପି ରାଜାନା ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ଏହି ବୈଠକରେ କୋଟିଆ ପଂଚାୟତର ନେରେଡବାଲସା, ତାଡି ବାଲସା, ଆର୍ଜୁ ବାଲସା, ଧୂଳିପଦର ଗାଁରୁ ପ୍ରାୟ ୨୦୦ ଗ୍ରାମବାସୀ ସାମିଲ ହୋଇଥିଲେ ।

from Kanak News
via <a href="https://ifttt.com/?

ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଲେ, ପ୍ରଥମେ ପ୍ରାଇମେରୀ ସ୍କୁଲ ଖୋଲିବା ପାଇଁ ପରାମର୍ଶ ଦେଲା ଆଇସିଏମଆର : ଡିଜି କହିଲେ, ଭୂତାଣୁ ସହ ଠିକ୍ ମୁକାବିଲା କରିପାରିବେ ଛୋଟ ପିଲା

କନକ ବ୍ୟୁରୋ : ଦେଶରେ ସିରୋ ସର୍ଭେ ପରେ ଆଇସିଏମଆର ଡିଜିଙ୍କ ବଡ ସୂଚନା । ସେ କହିଛନ୍ତି, ଯଦି ସ୍କୁଲ ଖୋଲିବା ଉପରେ ବିଚାର କରାଯିବ, ତେବେ ପ୍ରଥମେ ଦେଶରେ ପ୍ରାଇମେରି ସ୍କୁଲ ଖୋଲିବା ଉଚିତ୍ । ସ୍ୱାସ୍ଥ୍ୟମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆର ଡିଜି ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ବୟସ୍କଙ୍କ ତୁଳନାରେ ପିଲାଙ୍କ ଠାରେ ସଂକ୍ରମଣକୁ ସହିବାର ଶକ୍ତି ଅଧିକ ରହିଛି । ସିରୋ ସର୍ଭେରୁ ଜଣାପଡିଛି ପିଲାଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ବେଶ ଭଲ ରହିଛି ।

ଯଦି ସବୁ ପ୍ରକାର ବ୍ୟବସ୍ଥା କରାଯାଏ, ତାହାଲେ ସ୍କୁଲ ଖୋଲିବାରେ କୌଣସି ଅସୁବିଧା ନାହିଁ । ତୃତୀୟ ଲହରରେ ଛୋଟ ପିଲାଙ୍କୁ ନେଇ ଅଧିକ ଆଶଙ୍କା ରହିଛି ବୋଲି କୁହାଯାଉଥିଲା । ଏବେ କିନ୍ତୁ ଆଇସିଏମଆରର ଡିଜି ଠିକ ଓଲଟା କଥା କହିଛନ୍ତି । ଏବେ ସେ କହିଛନ୍ତି, ଛୋଟ ପିଲାମାନେ କରୋନା ସଂକ୍ରମଣକୁ ଉଚିତ ମୁକାବିଲା କରିପାରିବେ । ଅର୍ଥାତ, ଆଇସିଏମଆର କହିବାକୁ ଚାହୁଁଛି ଯେ ଏବେ ଛୋଟ ପିଲାଙ୍କୁ ନେଇ ଆଶଙ୍କା କରିବାର ବିଶେଷ କିଛି କାରଣ ନାହିଁ । ତେବେ ଡିଜି ବଳରାମ ଭାର୍ଗବ କହିଛନ୍ତି, ସ୍କୁଲର ସମସ୍ତ କର୍ମଚାରୀଙ୍କୁ ଟିକା ଦେବା ପରେ ହିଁ ଏ କଥା ବିଚାର କରିବା ଦରକାର ।

from Kanak News
via <a href="https://ifttt.com/?

ଆଜି ସୁନାବେଶ : ମହଣ ମହଣ ସୁନାରେ ଆଭୁଷିତ ହୋଇ ରଥ ଉପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି

କନକ ବ୍ୟୁରୋ : ଜନ୍ମବେଦିରେ ନବଦିନାତ୍ମକ ଲୀଳା ସାରି ଖରା-ବର୍ଷାର ଲୁଚକାଳି ଖେଳ ଭିତରେ ବାହୁଡ଼ିଛନ୍ତି ଲୀଳାମୟ କାଳିଆ ସାଆନ୍ତ। ବଡ଼ଦାଣ୍ଡରେ ପୁଣିଥରେ ଗଡ଼ିଛି ତିନିରଥ । ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନି ସହ ରଥ ଚକାର ଘର୍‌ଘର୍‌ ଶବ୍ଦରେ କମ୍ପିଛି ବଡ଼ଦାଣ୍ଡ । ଅପରାହ୍ଣରେ ପ୍ରବଳ ବର୍ଷା ସତ୍ତ୍ବେ ଅଟକିନି ତିନି ରଥ । ବର୍ଷାରେ ଭିଜି ଭିଜି ସେବାୟତ ତିନି ରଥକୁ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ସିଂହଦ୍ବାର ଚକଡ଼ାରେ ପହଞ୍ଚାଇଛନ୍ତି ।

କିନ୍ତୁ କାଳିଆର ପ୍ରିୟ ଭକ୍ତଙ୍କୁ ବଡ଼ଦାଣ୍ଡରେ ଦେଖିବାକୁ ମିଳିନଥିଲା । ଭାବ ବିନୋଦିଆ ମହାବାହୁ ଆଜି ବିନା ଭକ୍ତରେ ବଡ଼ ଭାଇ ବଡ଼ଠାକୁର ଶ୍ରୀବଳଭଦ୍ର ଓ ଭଉଣୀ ମା’ ସୁଭଦ୍ରାଙ୍କ ସହ ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି । ନିର୍ଘଣ୍ଟ ନୀତିର ୪ ଘଣ୍ଟା ଆଗରୁ ପହଣ୍ଡି ସହ ରଥଟଣା ଆରମ୍ଭ ହୋଇଛି। ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ପାଇଁ ନୀତି ନିର୍ଘଣ୍ଟ ହୋଇଥିଲେ ବି ୭ଟା ୪୦ରୁ ପହଣ୍ଡି ଆରମ୍ଭ ହୋଇଛି । ଗତକାଲି ସନ୍ଧ୍ୟା ସୁଦ୍ଧା ତିନି ରଥ ସିଂହଦ୍ବାର ଚକଡ଼ାରେ ବିଜେ କରିଛନ୍ତି । ତିନି ରଥ ସିଂହଦ୍ବାରରେ ପହଞ୍ଚିବା ପରେ ଆଜି ସୁନାବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ସ୍ଥିର ହୋଇଛି । ସକାଳ ୬ଟାରେ ମଙ୍ଗଳ ଆଳତି, ୬ଟା ୩୦ ମଇଲମ ତଡପ ଲାଗି ହୋଇଛି । ସକାଳ ୭ଟାରେ ତଡପ ଲାଗି, ୮ଟାରେ ଅବକାଶ, ସକାଳ ୯ଟାରେ ବେଶ ଶେଷ ନୀତି ଅନୁଷ୍ଠିତ ହେବ । ଦିନ ୧୦ଟାରୁ ସାଢେ ୧୦ଟେର ଗୋପାଳ ବଲ୍ଲଭ ବେଶ, ଅପରାହ୍ନ ୨ଟାରେ ମଧ୍ୟାହ୍ନ ଧୁପ ମହାପ୍ରଭୁଙ୍କୁ ଲାଗି କରାଯିବ । ସାଢେ ୩ଟାରେ ଶାଢୀ ଖଣ୍ଡୁଆ ଲାଗି ଓ ସନ୍ଧ୍ୟା ଆଳତୀ ପରେ ଅପରାହ୍ନ ୪ଟାରୁ ସୁନାବେଶ ଆରମ୍ଭ ହେବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started