ସଂସଦରେ ସରକାରଙ୍କୁ ଘେରିଲେ ବିରୋଧୀ । ମଲ୍ଲିକାର୍ଜୁନ ଖଡଗେ କହିଲେ, ଦ୍ୱିତୀୟ ଲହର ପାଇଁ ଅନ୍ୟ ଦେଶ ପ୍ରସ୍ତୁତ ହେଉଥିବା ବେଳେ ଆମ ଦେଶରେ ବିଜୟ ଘୋଷଣା କରିଦେଲେ ସରକାର

କନକ ବ୍ୟୁରୋ: ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ପୁଣି ମୁହାଁମୁହିଁ ହୋଇଛନ୍ତି ସରକାର ଓ ବିରୋଧୀ । କରୋନାର ଦ୍ୱିତୀୟ ଲହରବେଳେ ସରକାର ସଠିକ୍ ଭାବେ କାମ କରିଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ସେପଟେ ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ବିଜେପି ସରକାରକୁ ସହି ପାରୁ ନାହିଁ ।

ସଂସଦର ଦ୍ୱିତୀୟ ଦିନରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ସରକାର ଓ ବିରୋଧୀ । ମଙ୍ଗଳବାର ସଂସଦରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା । ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଦ୍ୱିତୀୟ ଲହର ପାଇଁ ଅନ୍ୟ ଦେଶ ପ୍ରସ୍ତୁତ ହେଉଥିବା ବେଳେ ଆମ ଦେଶରେ ତରବରିଆ ଭାବେ ବିଜୟ ଘୋଷଣା କରିଦେଲେ ସରକାର ।

ସେପଟେ କଂଗ୍ରେସର ମିଛକୁ କାଉଂଟର କରିବା ପାଇଁ ବିଜେପି ସାଂସଦଙ୍କୁ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଛନ୍ତି ବିଜେପି ସରକାରରେ ଥିବା କଂଗ୍ରେସ ସହିପାରୁ ନାହିଁ । ଆସାମ, ପଶ୍ଚିମ ବଙ୍ଗ ଓ କେରଳରେ ପରାଜୟ ପରେ ବି କଂଗ୍ରେସର ନିଦ ଭାଙ୍ଗୁ ନାହିଁ । କଂଗ୍ରେସ ନେତାଙ୍କ କଥାକୁ ମିଛ ପ୍ରମାଣ କରିବା ପାଇଁ ବିଜେପି ସାଂସଦଙ୍କୁ କାମରେ କରି ଦେଖାବକୁ ମୋଦୀ କହିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଦ୍ୱିତୀୟ ଲହର ସରି ଯାଇଛି । ଆଗକୁ ତୃତୀୟ ଲହର ବେଳେ ମିଳି ମିଶି କାମ କରିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବି ବିରୋଧୀ ଓ ସରକାର ମୁହାଁମୁହିଁ ହୋଇଛନ୍ତି । ଦରଦାମ ବୃଦ୍ଧି, କୋଭିଡ୍ ପରିଚାଳନା, ପେଗାସସ୍ ଭଳି ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

from Kanak News
via <a href="https://ifttt.com/?

ବକ୍ରି-ଇଦ୍ ନେଇ କେରଳ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କହିଲେ, ରାଜ୍ୟରେ ସଂକ୍ରମଣ ସ୍ଥିତି ଅଧିକ ରହିଥିବାବେଳେ କୋଭିଡ୍ କଟକଣା କୋହଳ ଉଚିତ୍ ନୁହେଁ

କନକ ବ୍ୟୁରୋ: କେରଳରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏହି ସମୟରେ କେରଳ ସରକାର ଲକଡ଼ାଉନ୍ କଟକଣା କୋହଳ କରିଛନ୍ତି । ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟରେ ସଂକ୍ରମଣ ସ୍ଥିତି ଅଧିକ ରହିଥିବା ବେଳେ ଦୋକାନ ବଜାର ଖୋଲିବାକୁ ଅନୁମତି ଦେବା ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି । ବ୍ୟବସାୟିକ ସଂଗଠନର ଦାବିକୁ ନେଇ ଲକଡ଼ାଉନ୍ କଟକଣା କୋହଳ କରିଛନ୍ତି । ଯାହା ଚିନ୍ତାର କାରଣ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଆଗକୁ ସଂକ୍ରମଣ ବଢିଲେ କେରଳ ସରକାର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟର ୨ ଜଣିଆ ବେଂଚ ବାଚାରପତି ରୋହିନଟନ ଏଫ ନରିମନ୍ ଓ ବିଚାରପତି ବି.ଆର ଗାଭାଇଙ୍କ ଖଣ୍ଡପିଠ ବକ୍ରିଦ ନେଇ ଶୁଣାଣୀ କରି ପିନ୍ନାରାୟୀ ସରକାରଙ୍କୁ ଭର୍ସନା କରିଛନ୍ତି । ପୂର୍ବରୁ ବକ୍ରିଦ ପାଇଁ କେରଳ ସରକାର ଜୁଲାଇ ୧୮ରୁ ୨୦ ଯାଏଁ କୋଭିଡ୍ କଟକଣାରେ କୋହଳ କରିବା ପାଇଁ ଘୋଷଣା କରିଥିଲେ ।

from Kanak News
via <a href="https://ifttt.com/?

ଭାରତରେ କରୋନା ମୃତ୍ୟୁ ନେଇ ଆମେରିକୀୟ ସଂସ୍ଥାର ଦାବି। ସରକାରୀ ହିସାବଠାରୁ ୧୦ ଗୁଣା ଲୋକଙ୍କ ହୋଇଛି ମୃତ୍ୟୁ 

କନକ ବ୍ୟୁରୋ: ଭାରତରେ କରୋନା ଜନିତ ମୃତ୍ୟୁକୁ ନେଇ ଆମେରିକାର ସେଂଟର ଫର ଗ୍ଲୋବାଲ ଡେଭଲପମେଂଟ ଯେଉଁ ତଥ୍ୟ ରଖିଛି, ତାହା ଚକିତ କରିଦେଲା ଭଳି । ସରକାର ଦେଉଥିବା କରୋନା ମୃତ୍ୟୁ ସଂଖ୍ୟାର ୧୦ ଗୁଣା ଲୋକଙ୍କ ଜୀବନ ମହାମାରୀ ଭୂତାଣୁ ନେଇଛି ବୋଲି ଏହି ସଂସ୍ଥା କହିଛି । ଭାରତରେ ଜାନୁୟାରୀ ୨୦୨୦ରୁ ଜୁନ ୨୦୨୧ ମଧ୍ୟରେ ୩୦ ଲକ୍ଷରୁ ୪୭ ଲକ୍ଷ କିମ୍ବା ତାଠୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଥିବା ଆକଳନ କରିଛି ସିଜିଡି ।

ଆମେରିକାର ସେଂଟର ଫର ଗ୍ଲୋବାଲ ଡେଭଲପମେଂଟ ରିପୋର୍ଟ କହିଛି, ଭାରତ ସରକାର କରୋନାରେ ଜୁନ ୨୦୨୧ ସୁଦ୍ଧା ୪ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ତଥ୍ୟ ଦେଇଛନ୍ତି । କିନ୍ତୁ ପ୍ରକୃତରେ ସେହି ସଂଖ୍ୟାରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ଦାବି କରିଛି ସିଜିଡି ବା ସେଂଟର ଫର ଗ୍ଲୋବାଲ ଡେଭଲପମେଂଟ । ଆଉ ଏହା ପଛର ଯୁକ୍ତି ଦର୍ଶାଇ ସଂସ୍ଥା କହିଛନ୍ତି ଗତ ମାର୍ଚ୍ଚରେ ଭାରତରେ ଦ୍ୱିତୀୟ ଲହର ଆରମ୍ଭ ହୋଇଥିଲା ।

ସେହି ସମୟରେ ଅଧିକ ଲୋକ ସଂକ୍ରମିତ ହେବା ଫଳରେ ହସ୍ପିଟାଲ ଉପରେ ଚାପ ବଢିଥିଲା, ଲୋକଙ୍କୁ ଶଯ୍ୟା ମିଳିନଥିଲା, ଅକ୍ସିଜେନ ଅଭାବ, ଆଇସିୟୁ, ଭେଂଟିଲେଟର ଅଭାବ ଶୋଚନୀୟ ପରିସ୍ଥିତି ସୃଷ୍ଟି କରିଥିଲା । ଫଳରେ ହସ୍ପିଟାଲ ଗେଟରେ, ରାସ୍ତାରେ ଲୋକଙ୍କ ମୃତ୍ୟୁ ହୋଇଥିଲା । ସିଜିଡିର ଗବେଷକ କହିଛନ୍ତି କରୋନାର ପ୍ରଥମ ଲହରରେ ୨୦ ଲକ୍ଷ ଲୋକଙ୍କ ପ୍ରାଣ ହରାଇଥିବା ଦାବି କରାଯାଉଛି । ଆମେରିକାରେ ସେଂଟର ଫର ଗ୍ଲୋବାଲ ଡେଭଲପମେଂଟ ରିପୋର୍ଟକୁ ଆମେ ଗୁରୁତ୍ୱ ଏଇଥି ପାଇଁ ଦେଉଛୁ ।

କାରଣ ସିଜିଡି ୱାଶିଂଟନ ଓ ଇଂଲଣ୍ଡର ଏକ ନନପ୍ରଫିଟେବୁଲ ଥିଙ୍କ ଟ୍ୟାଙ୍କ, ଯାହା ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ନଜର ରଖିଥାଏ । ୟୁନିର୍ଭସିଟି ଅଫ ପେନସଲଭନିଆ ପକ୍ଷରୁ ଜାରି ହୋଇଥିବା ୨୦୧୫ ଗ୍ଲୋବାଲ ଗୋ ଟୁ ଥିଙ୍କ ଇଣ୍ଡେକ୍ସ ରିପୋର୍ଟରେ ସିଜିଡିକୁ ୧୩ ତମ ସ୍ଥାନ ମିଳିଥିଲା । ଅନ୍ତର୍ଜାତୀୟ ବ୍ୟାପାର ଉପରେ ନଜର ନେଇ ଏକ ପ୍ରମୁଖ ଥିଙ୍କ ଟ୍ୟାଙ୍କ ଭାବେ ସିଜିଡର ନାଁ ରହିଛି ।

from Kanak News
via <a href="https://ifttt.com/?

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଦିନ ଗଡୁଛି, ରହସ୍ୟ ବଢୁଛି । ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର ।

କନକ ବ୍ୟୁରୋ: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବାକୁ ତଦନ୍ତ ଜାରି ରଖିଛି ପୋଲିସ । ପୋଲିସ ଟିମ୍ ଉଭୟ ସୌମ୍ୟ ଓ ବିଦ୍ୟାଭାରତୀଙ୍କ ଗାଁରେ ପହଁଚି ଜେରା କରିଛନ୍ତି । ଏପରିକି ବିଦ୍ୟାଭାରତୀଙ୍କୁ ଦୀର୍ଘ ୪ଘଂଟା ଜେରା କରାଯାଇଥିବା ଜଣାପଡିଛି । ସେପଟେ ପୋଲିସକୁ ସହାୟତା କରିବାକୁ କ୍ରାଉମବ୍ରାଂଚର ଏକ ୩ ଜଣିଆ ଟିମ୍ ବି ପାରଳାଖେମୁଣ୍ଡିରେ ପହଁଚିଛନ୍ତି । ହେଲେ, ହତ୍ୟା ଅଭିଯୋଗ ଥିବା ଡିଏଫଓଙ୍କର ମିଳୁନି ପତା ।

ସଂଗ୍ରାମ କେଶରୀ ବେହେରା । ପାରଳାଖେମୁଣ୍ଡି ଡିଏଫଓ । ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ଏହି ଅଧିକାରୀଙ୍କ ବିରୋଧରେ ହତ୍ୟା ଭଳି ସଂଗିନ ଦଫା ଲାଗିଛି । କିନ୍ତୁ ଏପର୍ୟ୍ୟନ୍ତ ତାଙ୍କୁ ପଚରାଉଚରା କରିନି ପୋଲିସ । ଯାହାକୁ ନେଇ ବଢ଼ିବାର ଲାଗିଛି ସନ୍ଦେହ । ଜାଣିଶୁଣି ତାଙ୍କୁ ହତ୍ୟା କରାଯାଇଛି ବୋଲି ସୌମ୍ୟଙ୍କ ଭାଇ ପୁଣି ଅଭିଯୋଗ କରିଛନ୍ତି ।

ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ହେଉଛନ୍ତି ରୋଷେୟା ମନ୍ମଥ କୁମ୍ଭ । ସୌମ୍ୟଙ୍କ ମୃତ୍ୟୁ ପଛରେ ତାଙ୍କର ହାତ ଥିବା ଅଭିଯୋଗ କରି ଆସୁଛନ୍ତି ମୃତ ଏସିଏଫଙ୍କ ପରିବାର ଲୋକ । ହେଲେ, ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ମଥ ।

ସେହିପରି ଆମ୍ବୁଲାନ୍ସକୁ ଅଟକାଇବାକୁ ନେଇ ଗୁରାଣ୍ଡି ଓଆଇସି ମମତା ରାଣୀ ପଣ୍ଡାଙ୍କ ଉପରକୁ ଆଙ୍ଗୁଳି ଉଠୁଛି । କାହିଁକି ଆମ୍ବୁଲାନ୍ସକୁ ଅଟକାଇଥିଲେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ପରିବାର ଲୋକ ।

ସେପଟେ ସ୍ୱାମୀଙ୍କର ଅନ୍ୟ ଝିଅମାନଙ୍କ ସହ ସମ୍ପର୍କ ଥିବା ନେଇ ବିଦ୍ୟାଭାରତୀ ଅଡିଓ ଦେବା ପରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୌମ୍ୟଙ୍କ ମାଆ । ସୌମ୍ୟଙ୍କ ମୃତ୍ୟୁକୁ ନେଇ ସମସ୍ତ ପକ୍ଷଙ୍କୁ ଜେରା କରାଯାଇଥିଲେ ବି ଡିଏଫଓଙ୍କୁ ଜେରା କରାନଯିବା ସମସ୍ତଙ୍କୁ ସନ୍ଦେହରେ ପକାଇଛି ।

from Kanak News
via <a href="https://ifttt.com/?

ଅଶ୍ଳୀଳ ଫିଲ୍ମ ନିର୍ମାଣ କରି ଫସିଲେ ବଲିଉଡ ଅଭିନେତ୍ରୀ ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା । ହ୍ୱାଟସଆପ୍ ଗ୍ରୁପ କରି ଚଳାଇଥିଲେ ନେଟୱାର୍କ

କନକ ବ୍ୟୁରୋ: ଅଶ୍ଳୀଳ ଫିଲ୍ମ ନିର୍ମାଣ କରି ଫଶି ଯାଇଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ବିରୋଧରେ ଯଥେଷ୍ଟ ପ୍ରମାଣ ପାଇବା ପରେ ଗତ ରାତିରେ ତାଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଂଚ । ଗିରଫ ପରେ ମୁମ୍ବାଇ ପୋଲିସ କହିଛି ଅଶ୍ଳୀଳ ଫିଲ୍ମ ନିର୍ମାଣ କରି ସେଥିରୁ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ୪୫ବର୍ଷିୟ ଶିଳ୍ପପତି ରାଜ କୁନ୍ଦ୍ରା । ଏହି ମାମମଲାର ସେ ହେଉଛନ୍ତି ମୁଖ୍ୟ କାର୍ପଟଦାର । କୋର୍ଟରେ ହାଜର କରିବା ପରେ ଅଧିକ ତଦନ୍ତ ପାଇଁ କୁନ୍ଦ୍ରାଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି ପୋଲିସ ।

ଗିରଫ ହେଲେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା କୋଟିପତି ବ୍ୟବସାୟୀ ରାଜ କୁନ୍ଦ୍ରା । ମୁମ୍ବାଇ କ୍ରାଇମବ୍ରାଂଚ ରାଜକୁନ୍ଦ୍ରାଙ୍କୁ ସୋମବାର ରାତିରେ ଗିରଫ କରିଛି । ତାଙ୍କ ନାଁରେ ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରୁଥିବା ଏବଂ ତାକୁ କିଛି ଆପ୍ ଜରିଆରେ ରିଲିଜ୍ କରିବାର ସଙ୍ଗୀନ ଅଭିଯୋଗ ଲାଗିଛି । ଘଟଣାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ କ୍ରାଇମବ୍ରାଂଚ ପାଖରେ ରହିଛି ପର୍ଯ୍ୟାପ୍ତ ପ୍ରମାଣ । କେବଳ ସେତିକି ନୁହେଁ ଅଶ୍ଳୀଳ ସିନେମା ପ୍ରସ୍ତୁତ କରିବା ପଛରେ ରାଜ କୁନ୍ଦ୍ରା ମୁଖ୍ୟ କାର୍ପଟଦାର ଥିବା ପୋଲିସ ଦାବି କରିଛି । ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ବ୍ୟତିତ ରେୟାନ ଜାନ ନାମକ ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି ।

ପୋଲିସ ସୁଚନା ମୁତାବିକ ରାଜ କୁନ୍ଦ୍ରଙ୍କ ‘ଭିଆନ୍’ ନମକ କମ୍ପାନୀ ଆକାଉଂଟରେ ବିପୁଳ ପରିମାଣର ବିଦେଶୀ ମୁଦ୍ରା ରହିଛି । ତେଣୁ ଏହି ମାମଲାର ଅଧିକ ଯାଂଚ ହେବା ଆବଶ୍ୟକ ରହିଛି । ଏହି ମାମଲାରେ ସମ୍ପୃକ୍ତ ଥିବା ଲୋକଙ୍କୁ ହେପାଜତରେ ନେଇ ଅଧିକ ପଚରା ଉଚରା ହେବା ଜରୁରୀ ବୋଲି କହିଛି ପୋଲିସ । ତେଣୁ ରାଜ ଏବଂ ରିୟାନଙ୍କୁ ପୋଲିସ ହେପାଜତକୁ ନେବା ପାଇଁ ସମୟ ମାଗିଛି । ସୁଚନା ଅନୁସାରେ ରାଜ ଏକ ହ୍ୱାଟସ ଆପ୍ ଗ୍ରୁପ୍ କରିଥିଲେ । ଏହି ଗୃପରେ ଅଶ୍ଳିଳ ସିନେମା ବିଷୟରେ ଆଲୋଚନା କରାଯାଉଥିଲା । ତେବେ ରାଜକୁନ୍ଦ୍ରାଙ୍କୁ ମଙ୍ଗଳବାର କିଲ୍ଲା କୋର୍ଟରେ ହାଜର କରାଯାଇଛି । କୋର୍ଟ ଶୁଣାଣୀ କରି ରାଜ କୁନ୍ଦ୍ରାଙ୍କୁ ୩ ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି ।

ସେପଟେ ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ସମେତ ୧୦ ଜଣଙ୍କ ନା ସମ୍ପୃକ୍ତ ଥିବା ଜଣାପଡ଼ିଛି । ଅନ୍ୟପଟେ ରାଜକୁନ୍ଦ୍ରାଙ୍କ ମୋବାଇଲ ଫୋନକୁ ଫରେନ୍ସିକ ତଦନ୍ତ ପାଇଁ ପଠାଯାଇଛି ।

from Kanak News
via <a href="https://ifttt.com/?

ଚାଉଳ ଉଠା ଓ ଚାଷୀଙ୍କ ସବିସିଡି ଟଙ୍କା ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି । ଏଫସିଆଇ କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ ।

କନକ ବ୍ୟୁରୋ: ପଂଚାୟତ ନିର୍ବାଚନ ପୂର୍ବରୁ ଜୋର ଧରିଲା ରାଜନୀତି । ରାଜରାସ୍ତାକୁ ଓହ୍ଲାଇ କେନ୍ଦ୍ର ବିରୋଧୀ ନାରା ଦେଇଛି ବିଜେଡି । ଚାଷୀଙ୍କ ସବସିଡି ଟଙ୍କା କେନ୍ଦ୍ର ଦେଉନଥିବା ଅଭିଯୋଗ କରି ଧାରଣାରେ ବସିଛି ବିଜେଡି । ଏଫସିଆଇ ଚାଉଳ ଉଠାଣରେ ଅବହେଳା ପ୍ରସଙ୍ଗକୁ ନେଇ ଏଫସିଆଇ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତିଛନ୍ତି ଦଳୀୟକର୍ମୀ । ବିଜେଡି ସଂସଦୀୟ କମିଟି ଆଜି କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଭେଟି ଦାବି ଜଣାଇଛି ।

ଲୋକସଭା ଓ ରାଜ୍ୟସଭାର ବିଜେଡି ସଂସଦୀୟ ଦଳ ନେତା କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ମୁଖ୍ୟତଃ ୩ଟି ଦାବି ରଖିଛନ୍ତି । ଓଡ଼ିଶାର ଖାଦ୍ୟ ସବସିଡି ବାବଦରେ ୬ହଜାର ୫୭୦କୋଟି ଟଙ୍କା ଓ ରାଜ୍ୟରୁ ଅତିରିକ୍ତ ୭ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଣ ଓ ଗନି ବ୍ୟାଗର ଟଙ୍କା ଦାବି କରିଛନ୍ତି ବିଜେଡି ସଂସଦୀୟ କମିଟି ।

ସେପଟେ ଏଫସିଆଇ ଆଗରେ ବିଜେଡିର ଧାରଣା ନେଇ ପ୍ରତିକ୍ର୍ରିୟା ରଖିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ପାଲଟା ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ମଣ୍ଡି ଅବ୍ୟବସ୍ଥା, ଅଭାବୀ ବିକ୍ରି ଓ ଟୋକନ ଅବ୍ୟବସ୍ଥା ନେଇ ବିଜେଡିକୁ ସମାଲୋଚନା କରିଛି ବିଜେପି ।

from Kanak News
via <a href="https://ifttt.com/?

ଶାନ୍ତିଶୃଙ୍ଖଳାରେ ସରିଲା ମହାପ୍ରଭୁଙ୍କ ବାହୁଡାଯାତ୍ରା । ସିଂହଦ୍ୱାରରେ ଲାଗିଲା ତିନି ରଥ । ରାସ୍ତାରେ ମାଉସୀଘରେ ପୋଡପିଠା ଖାଇଲେ ବଡଠାକୁର 

କନକ ବ୍ୟୁରୋ: ସରିଲା ଶ୍ରୀଜିଉଙ୍କ ନଅଦିନର ଗୁଣ୍ଡିଚାଯାତ୍ରା । ଜନ୍ମବେଦୀରେ ଲୀଳାଖେଳ ସାରି ଶ୍ରୀମନ୍ଦିର ରତ୍ନବେଦୀ ଅଭିମୁଖେ ବାହୁଡିଛନ୍ତି ଶ୍ରୀଜିଉ । ସକାଳଧୂପ ପୂଜା ପରେ ମଙ୍ଗଳାର୍ପଣ ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ଧାଡି ପହଣ୍ଡି  । ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କରାଯାଇ ରଥ ଉପରକୁ ଅଣାଯାଇଥିଲା । ସୁଦର୍ଶନଙ୍କ ପରେ ବଳଭଦ୍ରଙ୍କର ପହଣ୍ଡି ଆରମ୍ଭ ହୋଇଥିଲା । ବଳଭଦ୍ରଙ୍କ ପରେ ସୁଭଦ୍ରା ଏବଂ ସବୁଠାରୁ ଶେଷର ଗଣ୍ଡିଚା ମନ୍ଦିରକୁ ରଥକୁ ପହଣ୍ଡି ହୋଇ ବାହୁଡି ଆସିଥିଲେ ଜଗତର ନାଥ ଜଗନ୍ନାଥ ।  ଦିନ ୧୨ଟା ପହଣ୍ଡି ଆରମ୍ଭ ପାଇଁ ସମୟ ନିର୍ଘଂଟ ହୋଇଥିଲେ ବି  ନିର୍ଧାରିତ ସମୟ ପୂର୍ବରୁ ରଥକୁ ଆସିଥିଲେ ଭାବର ଠାକୁର  କାଳିଆ ସାଆନ୍ତ । ଗତବର୍ଷ ଭଳି ଏଥର ମଧ୍ୟ ଭକ୍ତଙ୍କ ଗହଳି ଲାଗିନଥିଲା, ହରିବୋଲ ହୁଳହୁଳିରେ କମ୍ପି ଉଠିନଥିଲା ପରିସର, ହେଲେ ଭାବବିନୋଦିଆ ଠାକୁରଙ୍କ ଯୋଗୁଁ ଭାବମୟ ହୋଇ ଉଠିଥିଲା ପରିବେଶ ।

ରଥରେ ୩ ଠାକୁର ବିରାଜମାନ  କରିବା ପରେ ସୁସଜ୍ଜିତ ପାଲିଙ୍କିରେ ଆସିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ତିନି ରଥରେ ପରମ୍ପରା ଅନୁସାରେ ଆରମ୍ଭ ହୋଇଥିଲା ଛେରା ପହଁରା । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ତା ପରେ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥରେ ଛେରାପହଁରା କରିଥିଲେ ଗଜପତି । ଏହାସହ ପୁରୀ ରଥ ଯାତ୍ରାରେ ରେକର୍ଡ କରିଛନ୍ତି ଗଜପତି । ଚଳିତବର୍ଷକୁ ମିଶାଇ  ସେ ଛେରାପହଁରାରେ ୫୦ ବର୍ଷ ପୂରଣ କରିଛନ୍ତି ।  ଛେରା ପହଁରା ପରେ ଚାରମାଳ ବନ୍ଧା ଏବଂ ଘୋଡ଼ା ଜୋଖା କରାଯାଇଥିଲା ।

ଚାରମାଳ ବନ୍ଧା ଓ ଘୋଡା ଯୋଖା ପରେ ଆରମ୍ଭ ହୋଇଥିଲା ରଥଟଣା ପ୍ରକ୍ରିୟା ।   ଦିନ ୪ଟା ରଥଟଣାରନିର୍ଧାରିତ ସମୟ ହୋଇଥିଲେ ବି ବହୁ ପୂର୍ବର୍ରୁ  ଆରମ୍ଭ ହୋଇଯାଇଥିଲା ରଥଟଣା ପ୍ରକ୍ରିୟା । ଘଂଟଘଂଟା ଓ ହରିବୋଲ ଧ୍ୱନି ମଧ୍ୟରେ ପ୍ରଥମେ ଗଡିଥିଲା ବଳଭଦ୍ରଙ୍କ ରଥ । ପରେ ସୁଭଦ୍ରା ଏବଂ ଶେଷରେ କାଳିଆ ଠାକୁରର ରଥକୁ ଶ୍ରୀମନ୍ଦିର ଯାଏଁ ଟାଣି ନେଇଥିଲେ । ଏହି ସମୟରେ ଚାରିଆଡେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ ।

ଭାଇଭଉଣୀଙ୍କ ସହ ଜନ୍ମବେଦୀରୁ ରତ୍ନବେଦୀକୁ  ଫେରିବାବେଳେ ମହାପ୍ରଭୁ  ମାଉସୀ ମାଆ ଘରେ ପୋଡପିଠା ଖାଇଥିଲେ । ବାହୁଡା ଯାତ୍ରାରୁ ଫେରିବାବେଳେ ବାଟରେ ଶ୍ରୀଜୀଉଙ୍କୁ ପୋଡପିଠା ଲାଗି ହେବା ପରମ୍ପରା ବହୁଦିନରୁ ରହିଆସିଛି । ଆଉ ବାହୁଡା ପର୍ବକୁ ଟିଭି ପରଦାରେ ଦେଖିବାର ସୌଭାଗ୍ୟ ପାଇଛନ୍ତି ଭକ୍ତ ।

from Kanak News
via <a href="https://ifttt.com/?

କଟକ ବଡ ଡାକ୍ତରଖାନା ହେବ ଇକମୋ ଚିକିତ୍ସାର ନୂତନ ହବ୍ । ଲାଗିବ ୯ଟି ଇକମୋ ମେସିନ । ଡାକ୍ତରଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ପ୍ରକୋପରେ ଅଣନିଶ୍ୱାସୀ ହୋଇପଡିଥିଲା ଓଡିଶା । ଆଉ ରାଜ୍ୟରେ ଶଯ୍ୟା ଆଇସିୟୁ, ଭେଂଟିଲେଟର ଅଭାବ ଭଳି ସମସ୍ୟା ଠାରୁ ବଳି ଯାଇଥିଲା ଇକମୋ ଚିକିତ୍ସାର ଅଭାବ । ଓଡିଶାରେ ଇକମୋ ଚିକିତ୍ସା ସମ୍ଭବପର ହେଉନଥିବାରୁ ଅନେକ ରୋଗୀଙ୍କୁ ଏୟାରଲିଫ୍ଟ କରାଯାଉଥିଲା । ଗୁରୁତର ରୋଗୀ ଯେଉଁମାନଙ୍କ ଜୀବନ ସୁତାଖିଅରେ ଝୁଲୁଥିଲା, ସେମାନଙ୍କୁ ହାଇଦ୍ରାବାଦ , କୋଲକାତା ଭଳି ସହରକୁ ଏୟାରଲିଫ୍ଟ କରାଯାଉଥିଲା । କିନ୍ତୁ ଏବେ ସେ ସଂକଟ ଦୂର ହେବାର ସମ୍ଭାବନା ଦେଖା ଦେଇଛି । କଟକ ବଡ ମେଡିକାଲ ହେବ ଇକମୋ ହବ୍ । ଯେଉଁଠି ୯ଟି ଇକମୋ ମେସିନ ଆଣିବାକୁ ଯାଉଛନ୍ତି ସରକାର ।

ଗତ ସୋମବାର ଗୋଟିଏ ଇକମୋ ମେସିନ ଏସସିବି ମେଡିକାଲରେ ପହଂଚି ସାରିଛି । ଆଉ ବାକି ମେସିନ ଜୁଲାଇ ଶେଷ ସୁଦ୍ଧା ଆସିଯିବ । ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଇକମୋ ମେସିନ ପରିଚାଳନା ପାଇଁ ଏସସିବିର ଡାକ୍ତରଙ୍କୁ ତାଲିମ ଦିଆଯାଉଛି ।

ଇକମୋ ଚିକିତ୍ସା ପାଇଁ ଏୟାରଲିଫ୍ଟ କରିବାକୁ ପ୍ରାୟ ୩୫ ଲକ୍ଷ ଟଙ୍କା ଦରକାର । ଏଭଳି ବ୍ୟୟବହୁଳ ବ୍ୟାପାର ଭିତରେ ଏହି ଖବର କିଛିଟା ଆଶ୍ୱସ୍ତି ଆଣିବ । ଏବେ ଏହି ଚିକିତ୍ସା ଭୁବନେଶ୍ୱର ଏମ୍ସ ସହ କିଛି ଘରୋଇ ହସ୍ପିଟାଲରେ ଚାଲିଛି । କିନ୍ତୁ ପ୍ରଥମ ସରକାରୀ ହସ୍ପିଟାଲ ଭାବେ ଏସସିବିରେ ଇକମୋ ଚିକିତ୍ସା ଆରମ୍ଭ ହେବାକୁ ଯାଉଛି ।

from Kanak News
via <a href="https://ifttt.com/?

ଓଡିଶାରେ ଟିକା ନେବା ପରେ କେତେ ଜଣଙ୍କୁ ହୋଇଛି କରୋନା? ପଢନ୍ତୁ କଣ କହୁଛି ତଥ୍ୟ ।

କନକ ବ୍ୟୁରୋ: ବର୍ତମାନ ସୁଦ୍ଧା ଓଡିଶାରେ ୧କୋଟି ୪୪ ଲକ୍ଷ ଡୋଜ ଟିକାକରଣ କରାଗଲାଣି । କରୋନାକୁ ପ୍ରତିହତ କରିବାରେ ଟିକା ହେଉଛି ଏକ ବଡ ଅସ୍ତ୍ର । ହେଲେ ଟିକା ନେବା ପରେ ବି କରୋନା ସଂକ୍ରମଣର ଖବର ଆସୁଛି । ଅବଶ୍ୟ ଏ ସଂଖ୍ୟା କମ ରହିଛି ।

ଟିକା ନେଇ ବର୍ତ୍ତମାନ ସୁଦ୍ଧା ୧୮, ୮୦୫ ସଂକ୍ରମିତ
ପ୍ରଥମ ଡୋଜ ନେଇ ୧୦,୪୦୯ ଜଣ ଆକ୍ରାନ୍ତ
ଦ୍ୱିତୀୟ ଡୋଜ ନେଇ ୮,୩୯୬ ଜଣ ସଂକ୍ରମିତ ହୋଇଛନ୍ତି
ଭୁବନେଶ୍ୱରରେ ପ୍ରଥମ ଡୋଜ ନେଇଥିବା ୧୮୯୦ ଜଣ ସଂକ୍ରମିତ
ଦୁଇଟି ଡୋଜ ନେଇ ୨୫୨୭ ଜଣ କରୋନାରେ ଆକ୍ରାନ୍ତ
ମୟୂରଭଂଜରେ ପ୍ରଥମ ଡୋଜ ନେଇ ୧୧୦୦ ଆକ୍ରାନ୍ତ
ଦ୍ୱିତୀୟ ଡୋଜ ନେଇ ୭୭୫ ଜଣ ସଂକ୍ରମିତ
ବାଲେଶ୍ୱରରେ ୭୩୮ ଜଣ ଆକ୍ରାନ୍ତ
ଦ୍ୱିତୀୟ ଡୋଜ ନେଇ ୪୪୪ ଜଣ ଆକ୍ରାନ୍ତ ହୋଇଛନ୍ତି

ଏହି ପରିସଂଖ୍ୟାନ ଦର୍ଶାଉଛି, ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୧ପ୍ରତିଶତରୁ କମ ସଂକ୍ରମିତ ହୋଇଛନ୍ତି । ସୂଚନା ଅନୁସାରେ ଟିକା ନେବା ପରେ କରୋନା ୧୨ ଜଣଙ୍କ ମୃତ୍ୟୁ ହୋଇଛି ।

ସେପଟେ ଦେଶର ଅଧାରୁ ଅଧିକ ଲୋକଙ୍କ ଠାରେ ଆଂଟିବଡି ସୃଷ୍ଟି ହୋଇଛି । ଆସିଏମଆର ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟର ତଥ୍ୟ ଅନୁସାରେ ଦେଶର ୬୭ପ୍ରତିଶତ ଲୋକଙ୍କ ଦେହରେ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି ।

୫୭.୨% ୬- ୯ ବର୍ଷ ପିଲାଙ୍କ ଦେହରେ ଆଂଟିବଡି ରହିଛି
୬୧.୬% ୧୦-୧୭ କିଶୋରଙ୍କ ଠାରେ ରୋଗପ୍ରତିରୋଧ ଶକ୍ତି
୬୬.୧୭% ୧୮-୪୪ ବୟସ୍କଙ୍କ ଠାରେ ରୋଗପ୍ରତିରୋଧ ଶକ୍ତି

from Kanak News
via <a href="https://ifttt.com/?

ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କଲା ପୋଲିସ । ଗଣମାଧ୍ୟମକୁ ପତ୍ନୀ କହିଲେ, ଅନ୍ୟ ଯୁବତୀଙ୍କ ସହ ରହିଥିଲା ସୌମ୍ୟଙ୍କ ସମ୍ପର୍କ

କନକ ବ୍ୟୁରୋ: ଦିନ ଗଡିବା ସହ ମୃତ ଏସିଏଫ ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଥିବା କଳି ପଦାକୁ ଆସୁଛି । ଧିରେ ଧିରେ ସ୍ପଷ୍ଟ ହେଉଛି ଏହି ନବବିବାହିତା ଯୋଡିଙ୍କ ବାହାଘରକୁ ମାତ୍ର ଅଳ୍ପକିଛି ମାସ ହୋଇଥିଲେ ବି ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନଥିଲା । ଉଭୟ ପରସ୍ପରକୁ ସନ୍ଦେହ କରୁଥିଲେ । ଏହି ବିବାଦ ଭିତରେ ଶେଷରେ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ହୋଇଛି ।

ବିଦ୍ୟାଭାରତୀ, ମୃତ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ । ଯେଉଁ ମହିଳାଙ୍କ ଉପରେ ଶାଶୂଘରୁ ସନ୍ଦେହର ଅଙ୍ଗୁଳି ଉଠୁଛି, ଏବଂ ଯାହାଙ୍କ ପାଖରେ ମୃତ୍ୟୁର ରହସ୍ୟ ଲୁଚି ରହିଛି ବୋଲି ସନ୍ଦେହ ଉଠୁଛି, ସେହି ବିଦ୍ୟାଭାରତୀ ଗଣମାଧ୍ୟମ ଆଗକୁ ଆସି ନିଜ ପକ୍ଷ ରଖିଛନ୍ତି ।

ବାହାଘରକୁ ମାତ୍ର ଛଅ ମାସ ହୋଇଥିଲା । କିନ୍ତୁ ପରସ୍ପର ଉପରେ ସନ୍ଦେହ ଧିରେ ଧିରେ ଆଗକୁ ବଢ଼ୁଥିଲା । ବିଦ୍ୟାଭାରତୀଙ୍କ ଶାଶୁଘର ଲୋକ ଡିଏଫଓ ସହ ସମ୍ପର୍କ ଉପରେ ପ୍ରଶ୍ନ ଉଠାଉଥିବାବେଳେ ଏବେ ବିଦ୍ୟା, ସ୍ୱାମୀଙ୍କ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ନିଆଁରେ ପୋଡିଯିବା ପରେ ସୌମ୍ୟଙ୍କୁ ସେଦିନ ଆମ୍ବୁଲାନ୍ସରେ ନିଆଯାଉଥିଲା । କିନ୍ତୁ ହଠାତ୍ ଆମ୍ବୁଲାନ୍ସ ଅଟକି ଯାଇଥିଲା । କୁଆଡେ ଘଂଟାଏ ପାଖାପାଖି ଅଟକି ଥିଲା । ଏହି ଘଟଣା ଉପରେ ଅଭିଯୋଗ ଆସିଥିଲା , ଜାଣିଶୁଣି ସୌମ୍ୟଙ୍କୁ ହସ୍ପିଟାଲ ନେବାକୁ ବିଳମ୍ବ କରାଯାଉଥିଲା ।

ବିବାହ ଏକ ବିଶ୍ୱାସର ବନ୍ଧନ । କିନ୍ତୁ ଏହି ବିଶ୍ୱାସରେ ଯେତେବେଳେ ସନ୍ଦେହର ବିଷ ମିଶିଯାଏ, ସେତେବେଳେ ସବୁକିଛି ଓଲଟପାଲଟ ହୋଇଯାଏ । ବିଦ୍ୟାଭାରତୀ ଓ ସୌମ୍ୟଙ୍କ ମଧ୍ୟରେ ଦେଖା ଦେଇଥିବା ସନ୍ଦେହକୁ ଏହି ଅଡିଓ କ୍ଲିପ୍ ଭଲଭାବରେ ଦର୍ଶାଇବ । ଯାହା ଗଣମାଧ୍ୟମକୁ ଦେଇଛନ୍ତି ବିଦ୍ୟାଭାରତୀ ।

ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ଆଉ ଜଣେ ଯୁବତୀ ଏଂଟ୍ରି କରିଥିଲେ । ଯେଉଁ ଯୁବତୀଙ୍କ ଫୋନ, ବିଦ୍ୟାଭାରତୀଙ୍କ ଭିତରେ ସନ୍ଦେହ ଆଣିଥିଲା । କିଏ ସେହି ଯୁବତୀ, ଜାଣିବା ପାଇଁ ସେ ବାରମ୍ବାର ସୌମ୍ୟଙ୍କୁ କହୁଥିଲେ । କିନ୍ତୁ ସୌମ୍ୟ ଏକଥା ପ୍ରକାଶ କରୁନଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started