ପ୍ରଥମେ ପ୍ରାଇମେରୀ ସ୍କୁଲ ଖୋଲିବା ପାଇଁ ପରାମର୍ଶ ଦେଲେ ଆଇସିଏମଆର ଡିଜି । କହିଲେ, ଭୂତାଣୁ ସହ ଠିକ୍ ମୁକାବିଲା କରିପାରିବେ ଛୋଟ ପିଲା ।

କନକ ବ୍ୟୁରୋ: ଦେଶରେ ସିରୋ ସର୍ଭେ ପରେ ଆଇସିଏମଆର ଡିଜିଙ୍କ ବଡ ସୂଚନା । ଦେଶରେ ପ୍ରାଇମେରୀ ସ୍କୁଲ ଖୋଲିବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି ଆଇସିଏମଆର ଡିଜି । ଆଜି ସ୍ୱାସ୍ଥ୍ୟମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆବ ଡିଜି ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ବୟସ୍କଙ୍କ ତୁଳନାରେ ପିଲାଙ୍କ ଠାରେ ସଂକ୍ରମଣକୁ ସହିବାର ଶକ୍ତି ଅଧିକ ରହିଛି ।

ସିରୋ ସର୍ଭେରୁ ଜଣା ପଡିଛି ପିଲାଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ବୟସ୍କ ଭଳି ରହିଛି । ଯଦି ସବୁ ପ୍ରକାର ବ୍ୟବସ୍ଥା କରାଯାଏ, ତାହାଲେ ସ୍କୁଲ ଖୋଲିବାରେ କୌଣସି ଅସୁବିଧା ନାହିଁ ।

from Kanak News
via <a href="https://ifttt.com/?

ଭୁବନେଶ୍ୱର-ଚହଲଙ୍କ କମାଲ । ୨୭୫ ରନ କଲା ଶ୍ରୀଲଙ୍କା । ଭାରତ ଆଗରେ ୨୭୬ ରନର ବିଜୟ ଲକ୍ଷ୍ୟ

କନକ ବ୍ୟୁରୋ: ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆରେ କମାଲ ଦେଖାଇଛନ୍ତି ୟୁଜବେନ୍ଦ୍ର ଚହଲ ଓ ଭୁବନେଶ୍ୱର କୁମାର । ଉଭୟ ୩ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । ଫଳରେ ୨୭୫ ରନରେ ସୀମିତ ରହିଛି ଶ୍ରୀଲଙ୍କା ଦଳ । ଏବେ ଭାରତ ଆଗରେ ୨୭୬ ରନର ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ଆରମ୍ଭରୁ ଭଲ ପ୍ରଦର୍ଶନ କରିବାକୁ ହେବ ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଦୁଇ ଓପନର ପାଳି ଆରମ୍ଭ କରିଥିଲେ । ଦଳ ପକ୍ଷରୁ ଚାରିଥ ଆସଲାଙ୍କା ୬୫, ଅଭିଷ୍କା ଫ୍ରନାଣ୍ଡୋ ୫୦, ଚାମିକା କରୁଣାରତ୍ନେ ୪୪ କରିଥିଲେ । ଫଳରେ ଦଳ ୫୦ ଓଭରରେ ୯ ୱିକେଟ ହରାଇ ୨୭୫ ରନ କରିପାରିଛି ।

from Kanak News
via <a href="https://ifttt.com/?

ଓଡିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ବଡ ଦାୟିତ୍ୱ । ତାଞ୍ଜାନିଆର ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ ।

କନକ ବ୍ୟୁରୋ: ଓଡିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ବଡ ଦାୟିତ୍ୱ । ତାଞ୍ଜାନିଆର ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ । ବିନୟ ଶ୍ରୀକାନ୍ତଙ୍କୁ ନିଯୁକ୍ତ ଦେଲେ ଭାରତ ସରକାର । ଓଡିଶାର ଦେବଗଡ ସହରରେ ବିନୟ ଶ୍ରୀକାନ୍ତଙ୍କ ଘର । ଏନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି ।

ବିନୟ ଶ୍ରୀକାନ୍ତ ପ୍ରଧାନ ୨୦୧୯ରୁ ଋଷର ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ଡେପୁଟି ଚିଫ୍ ଅଫ୍ ମିଶନ୍ ଭାବେ ଅବସ୍ଥାପିତ ଅଛନ୍ତି । ସେ ଖୁବ ଶୀଘ୍ର ନୂଆ ପଦ ଗ୍ରହଣ କରିବେ । ଜଣେ ଦକ୍ଷ ଏବଂ ବିଶିଷ୍ଟ କୁଟନୀତିଜ୍ଞ ଭାବରେ ସେ ୨୦୦୪ ରୁ ୨୦୧୨ ପର୍ୟ୍ୟନ୍ତ ମୋସ୍କୋ, ତୁର୍କମେନିସ୍ତାନ ଏବଂ ପାକିସ୍ତାନର ଭାରତୀୟ ଦୂତାବାସରେ ବରିଷ୍ଠ ପଦବୀରେ କାର୍ଯ୍ୟ ସମ୍ପାଦନ କରିଛନ୍ତି ।

୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ବିଦେଶ ମନ୍ତ୍ରଣାଳୟରେ ଆଫଗାନିସ୍ତାନ ଓ ଇରାନ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ନେଇ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ମଧ୍ୟ କାର୍ଯ୍ୟ କରିଥିଲେ । ଏହି ଖବର ପାଇବା ପରେ ତାଙ୍କ ବନ୍ଧୁ, ପରିବାର ଏବଂ ଅଞ୍ଚଳବାସୀଙ୍କ ମନରେ ଖୁସିର ବାତାବରଣ ସୃଷ୍ଟି ହେବା ସହ ଶୁଭେଚ୍ଛାର ସୁଅ ଛୁଟିଛି ।

from Kanak News
via <a href="https://ifttt.com/?

ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ଠାକୁରଙ୍କ ରଥ । ଶ୍ରୀଜିଉ ପହଞ୍ଚିବା ପରେ ଗୀତଗୋବିନ୍ଦ ଗାନ କଲେ ସେବାୟତ

କନକ ବ୍ୟୁରୋ: ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଲା ତିନି ଠାକୁରଙ୍କ ରଥ । ପ୍ରଥମରେ ତାଳଧ୍ୱଜ, ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସାମ୍ନାରେ ପହଞ୍ଚିଥିଲା । ସିଂହଦ୍ୱାରରେ ରଥ ପହଞ୍ଚିବା ପରେ ସେବାୟତ ମାନେ ଗୀତଗୋବିନ୍ଦ ଗାନ କରିଥିଲେ । ଏକାସ୍ୱରରେ ସେବାୟତମାନେ ଗୀତଗୋବିନ୍ଦ ଗାନ କରିଛନ୍ତି ।

ଆଜି ବାହୁଡାଯାତ୍ରାରେ ଜନ୍ମବେଦୀରୁ ବାହାରି ରତ୍ନବେଦୀ ଅଭିମୁଖେ ବାହାରିଥିଲେ । ବାହୁଡା ବେଳେ ପ୍ରବଳ ବର୍ଷା ହୋଇଥିଲା । ବର୍ଷାରେ ଭିଜି ଭିଜି ସେବାୟତମାନେ ରଥକୁ ଟାଣିନେଇଥିଲେ । ରଥଯାତ୍ରା ଭଳି ବାହୁଡା ଯାତ୍ରାରେ ବି କଟକଣା ଲାଗୁ ହୋଇଥିଲା ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ପ୍ରବଳ ବର୍ଷା । ରାସ୍ତା ଉପରେ ଛୁଟୁଛି ପାଣିର ସୁଅ । ବୁଡିଗଲା କାର, ବାଇକ 

କନକ ବ୍ୟୁରୋ: ଭୁବନେଶ୍ୱରରେ ଜାରି ରହିଛି ପ୍ରବଳ ବର୍ଷା । ବର୍ଷା ଯୋଗୁଁ ରାଜଧାନୀର ତଳିଆ ଅଞ୍ଚଳରେ ପାଣିର ସୁଅ ଛୁଟୁଛି । ବର୍ଷା ପାଣି ଜମିବାରୁ ଅନେକ ସ୍ଥାନ ଜଳାର୍ଣ୍ଣବ ମଧ୍ୟ ହୋଇଛି । ପ୍ରାୟ ୧ ଘଣ୍ଟା ହେବ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଛି । ବିଭିନ୍ନ ଛକରେ ଗାଡିମଟର ଅଟକି ରହିଛି ।

ବର୍ଷା ଯୋଗୁଁ ଅନେକ ସ୍ଥାନରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି । ବର୍ଷାରେ ରାଜଧାନୀରେ କ୍ରୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କାର ମଧ୍ୟ ବୁଡି ଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଜୟଦେବ ବିହାର, ବାଣିବିହାର, ଆଚାର୍ଯ୍ୟ ବିହାର ଛକରେ ପାଣିର ସୁଅ ଛୁଟୁଥିବାର ଚିତ୍ର ସାମ୍ନାକୁ ଆସିଛି ।

from Kanak News
via <a href="https://ifttt.com/?

କଟକ ଏସସିବିରେ କାର୍ଯ୍ୟକ୍ଷମ ହେବ ୯ଟି ଇକମୋ ମେସିନ । ସୂଚନା ଦେଲେ ଡିଏମଇଟି ସିବିକେ ମହାନ୍ତି 

କନକ ବ୍ୟୁରୋ: କଟକ ଏସସିବିରେ କାର୍ଯ୍ୟକ୍ଷମ ହେବ ୯ଟି ଇକମୋ ମେସିନ । ଗତକାଲି ଏସସିବିକୁ ଗୋଟିଏ ଇକମୋ ମେସିନ ଆସି ପହଞ୍ଚିଛି । ବାକି ଇକମୋ ମେସିନ ଜୁଲାଇ ଶେଷ ସୁଦ୍ଧା ଆସିବ । ଅଗଷ୍ଟ ୧୫ରେ ଏଗୁଡିକ ପୂରା କାର୍ଯ୍ୟକ୍ଷମ ହେବ । ଏହି ମେସିନ ପରିଚାଳନା ପାଇଁ ଟ୍ରେନିଂ ଚାଲିଛି, ବିଶେଷଜ୍ଞଙ୍କୁ ନିଯୁକ୍ତି ମଧ୍ୟ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।

କରୋନା ମହାମାରୀ ସମୟରେ ରାଜ୍ୟରେ ଇକମୋ ମେସିନର ଅଭାବ ଦେଖିବାକୁ ମିଳିଥିଲା । ଏହି ସମୟରେ ଇକମୋ ଚିକିତ୍ସା ପାଇଁ ଅନେକ ରୋଗୀଙ୍କୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରାଯାଇଥିଲା । ଆଉ ଏହି ଘଟଣା ପରେ ଏବେ ରାଜ୍ୟରେ ଇକମୋ ମେସିନ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର ।

from Kanak News
via <a href="https://ifttt.com/?

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ ସାମିଲ ।

କନକ ବ୍ୟୁରୋ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା । ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ ସାମିଲ । କ୍ରାଇମବ୍ରାଞ୍ଚର ଏକ ଟିମକୁ ସାମିଲ କଲେ ପୋଲିସ ଡିଜି । ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ସହଯୋଗ କରିବ ଏହି ଟିମ । କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ ପାରଳାଖେମୁଣ୍ଡିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଯେତିକି ଦିନ ଗଡୁଛି, ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲାରେ ରହସ୍ୟ ସେତେ ବଢୁଛି ।  ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ପ୍ରଶ୍ନ ଅନେକ ଆସୁଛି ହେଲେ ସନ୍ତୋଷଜନକ ଉତ୍ତର ମିଳିପାରୁନାହିଁ । କେମିତି ହେଲା ସୌମ୍ୟରଞ୍ଜନଙ୍କ ମୃତ୍ୟୁ, ସନ୍ଦେହ ଘେରରେ ପୂରା ଘଟଣା । ମୃତ୍ୟୁର ବଳୟ ଡେଇଁ ପରକୀୟା ପ୍ରୀତି ଦିଗରେ ମୁହାଁଇଲାଣି ମାମଲା । ମାମଲାରେ କାହା କଥାରେ ରହୁନି ତାଳମେଳ ।

ତେବେ ଏହି ଘଟଣାରେ ପୋଲିସକୁ କିଛି ସୁରାକ ମିଳୁନଥିବା ବେଳେ ଏବେ ଏହି ଘଟଣାର ତଦନ୍ତରେ ସାମିଲ ହୋଇଛି କ୍ରାଇମବ୍ରାଞ୍ଚ । ଦିନକୁ ଦିନ ଏହି ଘଟଣା ତାତି ବଢି ଚାଲିଛି, ହେଲେ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠି ପାରୁନି ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ସାମ୍ନାରେ ଲାଗିଲା ବଡଠାକୁରଙ୍କ ରଥ । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଟାଣି ଆଣିଲେ ସେବାୟତ

କନକ ବ୍ୟୁରୋ: ଶ୍ରୀମନ୍ଦିର ସାମ୍ନାରେ ଲାଗିଲା ବଡଠାକୁରଙ୍କ ରଥ । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଟାଣି ଆଣିଲେ ସେବାୟତ । ଗୁଣ୍ଡିଚା ମନ୍ଦିରରୁ ପ୍ରଥମେ ଗଡିଥିଲା ବଳଭଦ୍ରଙ୍କ ରଥ । ବଳଭଦ୍ରଙ୍କ ରଥ ପଛେ ପଛେ ଶ୍ରୀମନ୍ଦିର ଅଭିମୁଖେ ଗଡୁଛି ଦେବୀ ସୁଭଦ୍ରାଙ୍କ ରଥ । ପଛେ ପଛେ ଆସୁଛି କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ ।

ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ମହାବାହୁ । ନବଦିନାତ୍ମକ ଲୀଳାଖେଳା ସାରି ଫେରୁଛନ୍ତି ଶ୍ରୀଜିଉ । ବାହୁଡା ଯାତ୍ରା ସମୟରେ ପୁରୀରେ ବର୍ଷା ହେଉଛି । ତିନି ରଥଙ୍କୁ ଆନନ୍ଦରେ ଟାଣି ନେଉଛନ୍ତି ସେବାୟତମାନେ । ଏହି ସମୟରେ ବଡଦାଣ୍ଡରେ କୋଭିଡ କଟକଣା ଜାରି ରହିଛି ।

from Kanak News
via <a href="https://ifttt.com/?

ଅଲିମ୍ପିକ୍ସ ଯିବା ପାଇଁ ବନ୍ଧା ପକେଇଦେଇଥିଲେ ନିଜ ଘର, ଆଉ ଭାରତ ପାଇଁ ଜିତିଥିଲେ ପ୍ରଥମ ଅଲିମ୍ପିକ୍ସ ପଦକ । ସ୍ୱାଗତ ପାଇଁ ଆସିଥିଲା ୧୦୦ ଶଗଡ ।

କନକ ବ୍ୟୁରୋ: ଅଲିମ୍ପିକ୍ସରେ ସବୁବେଳେ ବିଦେଶୀ ଖେଳାଳି ଜଲୱା ଦେଖିବାକୁ ମିଳିଥାଏ । ଆମେରିକା, ସ୍ୱିଡେନ, ଇଟାଲି ଓ ଜାପାନ ଭଳି ଦେଶର ଖେଳାଳିମାନେ ପଦକ ଜିତିବାରେ ଖୁବ ମାହିର ଅଟନ୍ତି । ହେଲେ ଏହାରି ଭିତରେ ବି ଅଲମ୍ପିକ୍ସରେ ଇତିହାସ ରଚିଥାନ୍ତି ଭାରତୀୟ ଖେଳାଳି । ଆଜି ଆମେ ଅଲମ୍ପିକ୍ସର ଏମିତି ଜଣେ ଖେଳାଳିଙ୍କ କଥା କହିବୁ ଯିଏ ପ୍ରଥମଥର ପାଇଁ ଭାରତ ତରଫରୁ ଅଲିମ୍ପିକ୍ସ ପଦକ ହାସଲ କରିଥିଲେ । ଆଉ ଇତିହାସ ରଚିଥିଲେ ।

ଖାସାବା ଦାଦାସାହେବ ଯାଦବ, ଯାହାଙ୍କୁ ସମସ୍ତେ କେଡି ଯାଦବ ବୋଲି ଜାଣନ୍ତି । ଏହି ଖେଳାଳି ଅଲିମ୍ପିକ୍ସ୍ସରେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିଥିବା ବ୍ୟକ୍ତି । କେଡି ଯାଦବ ୧୯୫୨ ମସିହା ହେଲସିଙ୍କି ଅଲିମ୍ପିକ୍ସ୍ସରେ କୁସ୍ତି ଖେଳରେ ବ୍ରୋଞ୍ଚ ପଦକ ଜିତିଥିଲେ । ଏହାପୂର୍ବରୁ ଭାରତ କେବଳ ହକିରେ ହିଁ ପଦକ ଜିତି ଆସିଥିଲା । ହେଲେ ବ୍ୟକ୍ତିଗତ ଭାବେ ଭାରତକୁ ପ୍ରଥମ ପଦକ ଦେବାରେ ସଫଳ ହୋଇଥିଲେ କେଡି ଯାଦବ ।

କେଡି ଯାଦବଙ୍କ ଜନ୍ମ ୧୯୨୬ ମସିହା ମହାରାଷ୍ଟ୍ରର ସିତାରା ଜିଲ୍ଲାରେ ହୋଇଥିଲା । ତାଙ୍କ ବାପା ଦାଦାସାହେବ ନିଜେ ଜଣେ ପହିଲବାନ ଥିଲେ । ଛୋଟ ବେଳେ କେଡି ଯାଦବ ବହୁତ ଦୁର୍ବଳ ଦେଖାଯାଉଥିଲେ । ସେଥିପାଇଁ କଲେଜରେ ତାଙ୍କୁ କଲେଜ ଟିମର କୌଣସି ଖେଳରେ ସାମିଲ କରୁନଥିଲେ । ହେଲେ ମନୋବଳ ଦୃଢ ରଖି ସେ ନିଜ ଖେଳ ଜାରି ରଖିଥିଲେ ।

୧୯୪୮ ମସିହା ଲଣ୍ଡନ ଅଲମ୍ପିକ୍ସରେ ପ୍ରଥମ ଥର ପାଇଁ କେଡି ଯାଦବ ଚୟନ ହୋଇଥିଲେ । ଏହି ଅଲିମ୍ପିକ୍ସରେ ସେ ୬ଷ୍ଠ ସ୍ଥାନରେ ରହିଥିଲେ । ହେଲେ ସେଠାରୁ ଆସିବା ପରେ ସେ ହେଲେସିଙ୍କି ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ତାଙ୍କ ବିଶ୍ୱାସ ଥିଲା ସେ ଭାରତ ପାଇଁ କିଛି କରି ଦେଖାଇବେ । ହେଲେ ସେଠାକୁ ଯିବାକୁ ତାଙ୍କ ପାଖରେ ଏତେ ଅର୍ଥ ନଥିଲା । ତେଣୁ ସେ ନିଜ ଘର ବନ୍ଧା ରଖି ଟଙ୍କା ଆଣିଥିଲେ । ଅଲିମ୍ପିକ୍ସର ଯାତ୍ରା ଆରମ୍ଭ କରିଥିଲେ ।

କେଡି ଯାଦବ କାନାଡ, ମେକ୍ସିକୋ ଓ ଜର୍ମାନୀର କୁସ୍ତି ଖେଳାଳିଙ୍କୁ ମାତ ଦେଇ ଫାଇନାଲ ରାଉଣ୍ଡରେ ପହଞ୍ଚିଥିଲେ । ଆଉ ସେଠାରେ ସୋଭିଏତ ସଂଘର ଖେଳାଳିଠାରୁ ହାରିଯାଇଥିଲେ । ଏହି ସମୟ ମଧ୍ୟରେ ତାଙ୍କୁ ବିଶ୍ରାମ କରିବାକୁ ମଧ୍ୟ ସମୟ ମିଳିନଥିଲା । ତେଣୁ ସେ ପୁଣି ଜାପାନର ସୋହାଚି ଇଚିଙ୍କ ସାମ୍ନା କରିଥିଲେ ଆଉ ହାରିଯାଇଥିଲେ । ଆଉ ବ୍ରୋଞ୍ଚ ପଦକରେ ହିଁ ସୀମିତ ରହିଥିଲେ ।

ଅଲମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିବା ପରେ ତାଙ୍କୁ ଗାଁରେ ଭବ୍ୟ ସ୍ୱାଗତ କରାଯାଇଥିଲା । ରେଲୱେ ଷ୍ଟେସନରେ ତାଙ୍କ ସ୍ୱାଗତ ପାଇଁ ୧୦୦ ବଳଦ ଗାଡି ଆସିଥିଲା । କେଡି ଯାଦବଙ୍କୁ ୧୯୫୫ରେ ମୁମ୍ବାଇ ପୋଲିସରେ ସବ-ଇନ୍ସପେକ୍ଟର ଭାବେ ନିଯୁକ୍ତି ମିଳିଥିଲା । ଆଉ ୬ ମାସ ପାଇଁ ଆସିଷ୍ଟାଣ୍ଟ ପୋଲିସ କମିଶନର ମଧ୍ୟ ରହିଥିଲେ । ୧୯୮୪ ମସିହାରେ ଏହି ବିଶିଷ୍ଟ ଖେଳାଳିଙ୍କ ମୃତ୍ୟୁ ହୋଇଥିଲା । ହେଲେ ତାଙ୍କ ଅଲିମ୍ପିକ୍ସ୍ସରେ ତାଙ୍କ ଇତିହାସକୁ ଆଜି ବି ଭାରତ ମନେ ରଖିଛି ।

from Kanak News
via <a href="https://ifttt.com/?

ଅଭିଯୋଗକୁ ମୋଡ଼ିଦେଳେ ଏସିଏଫ ସୌମ୍ୟରଂଜନଙ୍କ ପତ୍ନୀ : ବିଦ୍ୟାଭାରତୀ କହିଲେ, ଅନ୍ୟ ଜଣେ ଝିଅ ସହ ସ୍ୱାମୀଙ୍କ ଥିଲା ସମ୍ପର୍କ

କନକ ବ୍ୟୁରୋ : ଏସିଏଫ ସୌମ୍ୟରଂଜନଙ୍କ ପରିବାର ଯେଉଁ ଅଭିଯୋଗ ସବୁ ଆଣୁଥିଲେ ଆଜି ତାର ମୋଡ ବଦଳାଇ ଦେଇଛନ୍ତି ପତ୍ନୀ ବିଦ୍ୟା ଭାରତୀ । ସ୍ୱାମୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣି ବିଦ୍ୟା କହିଛନ୍ତି, ଅନ୍ୟ ଜଣେ ଝିଅ ସହ ତାଙ୍କ ସମ୍ପର୍କ ଥିଲା । ସୌମ୍ୟ ଥରେ ଫୋନରେ କଥା ହେଉଥିବା ବେଳେ ଥଟ୍ଟାରେ ସେ ଇୟରଫୋନ ଲଗାଇ ଜଣେ ଝିଅଙ୍କ ସ୍ୱର ଶୁଣିଥିଲେ ।

ଏପରିକି ପୂର୍ବରୁ ମୋବାଇଲରେ ସୌମ୍ୟ ଅନ୍ୟ ଜଣଙ୍କୁ ଆଇ ଲଭ ୟୁ ଲେଖିଥିବା ବିଦ୍ୟା ଭାରତୀ ଦେଖିଥିଲେ ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି । ସୌମ୍ୟରଂଜନଙ୍କ ମୃତ୍ୟୁ ପରଠାରୁ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଚରିତ୍ରକୁ ନେଇ ବାରମ୍ବାର ଅଙ୍ଗୁଳି ଉଠାଇ ଆସୁଛନ୍ତି ସୌମ୍ୟଙ୍କ ପରିବାର । ହେଲେ ଘଟଣାର ୭ଦିନ ପରେ ସୌମ୍ୟଙ୍କ ବିରୋଧରେ ମୁହଁ ଖୋଲି ଆସୁଥିବା ସବୁ ଅଭିଯୋଗର ମୋଡ ବଦଳାଇ ଦେଇଛନ୍ତି ପତ୍ନୀ ବିଦ୍ୟା ଭାରତୀ ।

ଏପରିକି ସ୍ୱାମୀଙ୍କ ପରକିୟାପ୍ରୀତିର ପ୍ରମାଣ ଦେବା ପାଇଁ ଏକ ଅଡିଓ ରିଲିଜ କରିଛନ୍ତି ପତ୍ନୀ ବିଦ୍ୟାଭାରତୀ । ୨୩ସେକେଣ୍ଡର ଏହି ଅଡିଓରେ ଏସିଏଫ ସୌମ୍ୟରଂଜନ ଓ ତାଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କ ଭିତରେ କଥାବାର୍ତା ରହିଛି । ଅଡିଓରୁ ଜଣାପଡୁଛି ସୌମ୍ୟଙ୍କ ପରକିୟା ପ୍ରୀତିର ପ୍ରମାଣ କରାଇ ଦେବେ ବୋଲି ଚ୍ୟାଲେଂଜ କରୁଛନ୍ତି ବିଦ୍ୟା । ତାଙ୍କଠାରୁ ମୋବାଇଲ ମାଗୁଛନ୍ତି ଏବଂ ମୋବାଇଲ ଦେଲେ ଅନ୍ୟ ଝିଅଙ୍କ ସହ ସୌମ୍ୟଙ୍କ ସମ୍ପର୍କର ପ୍ରମାଣ ଦେଇପାରିବେ ବୋଲି ଅଡିଓରେ କହୁଛନ୍ତି ବିଦ୍ୟା । ହେଲେ ସୌମ୍ୟ ମୋବାଇଲ ଦେବାକୁ ରାଜି ନାହାନ୍ତି, ଚାହିଁଲେ ଫୋନ୍ ନମ୍ବର ଦେଇଦେବେ ବୋଲି କହୁଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started