ବାହୁଡିଲେ ମହାବାହୁ : ଘଣ୍ଟ ବାଜିଲା, ଡାହୁକ ଡାକ ଦେଲା, କଳାଗୋସାଇଁର ନନ୍ଦିଘୋଷ ଗଡିଲା

କନକ ବ୍ୟୁରୋ : ଚଳଚଂଚଳ ଶ୍ରୀକ୍ଷେତ୍ର । ନଅ ଦିନର ଯାତ୍ରା ଶେଷ କରି ଶ୍ରୀମନ୍ଦିରକୁ ବାହୁଡି ଯାଉଛନ୍ତି କାଳିଆ ସାଆନ୍ତ । ପ୍ରଶାସନ ଠାରୁ ଆରମ୍ଭ କରି ସେବାୟତ ଯାଏଁ, ସମସ୍ତେ ନିଜ ନିଜ ସେବାରେ ବ୍ୟସ୍ତ । ପ୍ରଭୁଙ୍କ ଏହି ମାନବୀୟ ଲୀଳା, ଦୂରରୁ ଥାଇ ଟିଭି ମାଧ୍ୟମରେ ଦେଖୁଛନ୍ତି ଭକ୍ତ । କରୋନାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଏହି ଦୁର୍ଲଭଯାତ୍ରାରୁ ବିଚ୍ୟୁତ ରଖାଯାଇଛି ।

ତେବେ ବାହୁଡା ଯାତ୍ରାର ନିର୍ଘଂଟ ନୀତି ଅନୁଯାୟୀ ସକାଳ ଆଠଟାରୁ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା । ପରମ୍ପରା ଅନୁଯାୟୀ ସମସ୍ତ ନୀତି ସୁଂଖଳିତ ଭାବେ ଶେଷ ହୋଇଛି । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥ ପ୍ରଥମେ ଟଣାହୋଇଥିଲା ବେଳେ ପଛେ ପଛେ ଗଡିଚାଲିଛି ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । ପୂର୍ବରୁ ସ୍ଥିରୀକୃତ ହୋଇଥିବା ସମୟରେ ରଥଟଣା ଆରମ୍ଭ ହୋଇଥାନ୍ତା କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶୃଙ୍ଖଳିତ ଭାବେ ଶେଷ ହୋଇ ରଥଟଣା ଆରମ୍ଭ ହୋଇଥିଲା ।

from Kanak News
via <a href="https://ifttt.com/?

ଗଡିଲା ‘ଦେବଦଳନ’ : ତାଳଧ୍ୱଜ ପରେ ଶ୍ରୀମନ୍ଦିର ଅଭିମୁଖେ ଗଡିଲା ହଦଳୀମୁହିଁ ଦେବୀ ସୁଭଦ୍ରାଙ୍କ ରଥ

କନକ ବ୍ୟୁରୋ: ନବଦିନାତ୍ମକ ଯାତ୍ରା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମୂରତିଙ୍କ ରଥ । ପ୍ରଥମେ ବଡ ଭାଇ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିବା ପରେ ପଛେ ପଛେ ଗଡିଲା ଦେବୀ ସୁଭଦ୍ରା ଦେବଦଳନ ରଥ । ପରମ୍ପରା ଅନୁଯାୟୀ ସମସ୍ତ ନୀତି ସୁଂଖଳିତ ଭାବେ ଶେଷ ହୋଇଛି । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥ ପ୍ରଥମେ ଟଣାହୋଇଥିଲା ବେଳେ ପଛେ ପଛେ ଗଡିଚାଲିଛି ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ।

ପୂର୍ବରୁ ସ୍ଥିରୀକୃତ ହୋଇଥିବା ସମୟରେ ରଥଟଣା ଆରମ୍ଭ ହୋଇଥାନ୍ତା କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶୃଙ୍ଖଳିତ ଭାବେ ଶେଷ ହୋଇ ରଥଟଣା ଆରମ୍ଭ ହୋଇଯାଇଛି। ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଛି। ବର୍ଷା ହୋଇନଥିଲେ ମଧ୍ୟ ପାଣି ସିଂଚନ ଜାରି ରହିଛି ।

from Kanak News
via <a href="https://ifttt.com/?

ଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହେଲା ରଥଟଣା । ଗଡିଲା ଶ୍ରୀବଳଭଦ୍ରଙ୍କ ରଥ । ତାଳଧ୍ୱଜ ରଥକୁ ଟାଣି ନେଉଛନ୍ତି ସେବାୟତ

କନକ ବ୍ୟୁରୋ : ପହଣ୍ଡି ପରେ ସରିଲା ତିନି ଠାକୁରଙ୍କ ରଥରେ ଛେରା ପହଁରା ନୀତି ।  ଆଉ କରୋନା କଟକଣା ଭିତରେ ଆରମ୍ଭ ହୋଇଛି ମହାବାହୁଙ୍କ ରଥଟଣା । ବିଶ୍ୱରେ କରୋନା ମହାମାରୀ ଭିତରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଥିବା ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ହେଉଛି ବାହୁଡାଯାତ୍ରା । ନବଦିନାତ୍ମକ ଲୀଳା ଖେଳା ସାରି ଜନ୍ମବେଦୀରୁ ପୁଣି ଆଜି ରତ୍ନବେଦୀକୁ ଫେରିଯିବେ କାଳିଆ ଗୋସାଇଁ ।  ପରମ୍ପରା ଅନୁସାରେ, ପ୍ରଥମେ ଆରମ୍ଭ ହୋଇଛି ବଡଠାକୁର ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା । ରଥାରୁଢ ବଡଠାକୁରଙ୍କ ରଥକୁ ସେବାୟତମାନେ ଟାଣି ନେଉଛନ୍ତି ନୀଳକନ୍ଦରକୁ ।

ନବଦିନାତ୍ମକ ଯାତ୍ରା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମୂରତିଙ୍କ ରଥ । ପରମ୍ପରା ଅନୁଯାୟୀ ସମସ୍ତ ନୀତି ଶେଷ ପରେ ପୁନର୍ବାର ରଥରେ ବସି ତିନି ଠାକୁର ରତ୍ନବେଦୀ ଅଭିମୁଖେ ମହାପ୍ରଭୁ । ତେବେ ନୀତି ନିର୍ଘଂଟ ଅନୁସାରେ ସମସ୍ତ ରୀତିନୀତି ସୁରୁଖୁରରେ ସଂପନ୍ନ ହୋଇଛି । ମଧ୍ୟାହ୍ନ ସୁଦ୍ଧା ପହଣ୍ଡି ନୀତି ଏବଂ ପରେ ଛେରାପହଁରା ନୀତି ଶେଷ ହୋଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥ ପ୍ରଥମେ ଟଣାହୋଇଥିଲା ।

from Kanak News
via <a href="https://ifttt.com/?

ବାପା, ଝିଅଙ୍କ କଥାରେ ରହୁନି ତାଳମେଳ : ସୌମ୍ୟରଂଜନଙ୍କ ପରକୀୟା ପ୍ରୀତି ନେଇ ଅଭିଯୋଗ ଆଣୁଛନ୍ତି ବିଦ୍ୟାଭାରତୀ; ସେପଟେ ବିଦ୍ୟାଙ୍କ ବାପା କହୁଛନ୍ତି ମୋ ଜ୍ୱାଇଁ ଥିଲେ ଦେବତା

କନକ ବ୍ୟୁରୋ : ଯେତିକି ଦିନ ଗଡୁଛି, ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲାରେ ରହସ୍ୟ ସେତେ ବଢୁଛି ।  ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ପ୍ରଶ୍ନ ଅନେକ ଆସୁଛି ହେଲେ ସନ୍ତୋଷଜନକ ଉତ୍ତର ମିଳିପାରୁନାହିଁ । କେମିତି ହେଲା ସୌମ୍ୟରଞ୍ଜନଙ୍କ ମୃତ୍ୟୁ, ସନ୍ଦେହ ଘେରରେ ପୂରା ଘଟଣା । ମୃତ୍ୟୁର ବଳୟ ଡେଇଁ ପରକୀୟା ପ୍ରୀତି ଦିଗରେ ମୁହାଁଇଲାଣି ମାମଲା । ମାମଲାରେ କାହା କଥାରେ ରହୁନି ତାଳମେଳ ।

ବିଦ୍ୟାଭାରତୀଙ୍କ ଅଭିଯୋଗ , ‘ସ୍ୱାମୀଙ୍କର ଅନ୍ୟ ଝିଅ ସହ ଥିଲା ସମ୍ପର୍କ’ । ତାଙ୍କ କହିବା କଥା ହେଲା, ସୌମ୍ୟଙ୍କ ପାଖକୁ ଗୋଟେ ଝିଅର କଲ୍ ଆସୁଥିଲା । ମୁଁ ତାଙ୍କ ମୋବାଇଲରେ ଥରେ ଦେଖିଥିଲି, ସେ ଜଣକୁ ଆଇ ଲଭ ୟୁ ଲେଖିଥିଲେ । ଏମିତି ବୋହୁତ ଜିନିଷ ଦେଖିସାରିଲା ପରେ ମୁଁ ତାଙ୍କଠୁ ସତ ଜାଣିବା ପାଇଁ ଚାହୁଁଥିଲି । ତଥାପି ମୁଁ ତାଙ୍କୁ କୌଣସି ପ୍ରକାର କିଛି କଥା କହିନି । ହସ୍ପିଟାଲରେ ଥିବା ଭିତରେ ବି ସେ ମୋତେ ଆଇ ଲଭ ୟୁ କହିଛନ୍ତି, ଆଉ ମୁଁ ବି ତାଙ୍କୁ କହିଛି । ସେପଟେ,  ବିଦ୍ୟାଭାରତୀଙ୍କ ବାପାଙ୍କ ପ୍ରତିକ୍ରିୟାରେ, ମୋ ସମୁଦି ଘର ଆଦୌ ଖରାପ ନୁହେଁ ‘ ଜ୍ୱାଇଁ ଥିଲେ ଦେବତା ଭଳି’ ବୋଲି କହିଛନ୍ତି । ଝିଅ ଉପରେ କାର୍ଯ୍ୟାନୁଷ୍ଠାନ ଚାଲିଛି , ସତ ନିଶ୍ଚୟ ସାମ୍ନାକୁ ଆସିବ ।

ସୌମ୍ୟରଞ୍ଜନଙ୍କ ମାଆଙ୍କ ପ୍ରତିକ୍ରିୟା, ‘ମିଛ କହୁଛି ବୋହୂ’ । ତାଙ୍କ କହିବାନୁଯାୟୀ, ବୋହୂ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ମିଛ ଅଟେ । ମୋ ପୁଅ କାହାରିକୁ ଭଲ ପାଇନଥିଲା, କି କାହାସହିତ ତାର କୌଣସି ସମ୍ପର୍କ ନଥିଲା । ଆମ କଥାରେ ସେ ବାହା ହୋଇଥିଲା । ସେହିଭଳି ସୌମ୍ୟରଞ୍ଜନଙ୍କ ବାପା କହୁଛନ୍ତି, ‘ବାହାଘର ନୁହେଁ ଏଗ୍ରିମେଣ୍ଟ ହୋଇଥିଲା’ ।  ପୂରା ମାମଲାରେ ସନ୍ଦେହ ଘେରରେ ଗୁରୁଣ୍ଡି ଥାନା ଅଧିକାରୀ ମମତା ପଣ୍ଡା । ତେବେ ସମସ୍ତଙ୍କ ବୟାନ୍ ନେଇସାରିବା ପରେ ଜେରାରୁ ଖିଅ ପାଇପାରିବ କି ପାରଳାଖେମୁଣ୍ଡି ପୋଲିସ ? ତାହା ଉପରେ ସମସ୍ତଙ୍କ ନଜର ।

from Kanak News
via <a href="https://ifttt.com/?

ଧାଡି ପହଣ୍ଡିରେ ରଥାରୂଢ ହେଲେ ଶ୍ରୀଜିଉ : ସଅଳ ଚାଲିଛି ସମସ୍ତ ନୀତିକାନ୍ତି; ୧୨ଟା ପରିବର୍ତ୍ତେ ସକାଳ ୮ଟାରେ ଆରମ୍ଭ ହେଲା ପହଣ୍ଡି ବିଜେ

କନକ ବ୍ୟୁରୋ : ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ବାହୁଡା ଯାତ୍ରା । ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ ଦେଉଳର ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ଚାଲି ଆସିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ ଅଲୌକିକତା ମଧ୍ୟରେ ଲୌକିକତାର ପରିପ୍ରକାଶ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ବାହାରି ଆସିଥିଲେ ।

ଅତ୍ୟନ୍ତ ମନରୋମ ପରିବେଶରେ ତିନି ଠାକୁରଙ୍କ ପହଣ୍ଡି ଶେଷ ହୋଇଛି । ଦେବଦଳନ ରଥରେ ରଥାରୂଢ଼ ହୋଇ ସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା ।

ତା’ପରେ ତାଳଧ୍ୱଜ ରଥରେ ରଥାରୂଢ଼ ହେଲେ ବଡ଼ଠାକୁର ଶ୍ରୀବଳଭଦ୍ର । ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ରଥାରୂଢ଼ ହୋଇଛନ୍ତି ।

ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ବାଇଶି ପାହଚ ଦେଇ ଓହ୍ଲାଇ ଆସିବାର ଦୃଶ୍ୟରେ ଭକ୍ତମାନଙ୍କୁ ବିମୋହିତ କରିଥିଲା । ରଥାରୂଢ଼ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା ।

from Kanak News
via <a href="https://ifttt.com/?

ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି : ଝୁଲି ଝୁଲି ରଥାରୁଢ଼ ହେବାପାଇଁ ପହଣ୍ଡିରେ ଭାବ ବିନୋଦିଆ କାଳିଆ ସାଆନ୍ତ

କନକ ବ୍ୟୁରୋ : ଆଜି ପବିତ୍ର ବାହୁଡ଼ା ଯାତ୍ରା । କାଳିଆ ଭାବରେ ବନ୍ଧା ଭକ୍ତ । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଗୁଣ୍ଡିଚା ମନ୍ଦିରରୁ ରଥାରୁଢ଼ ପାଇଁ ଅଣାଯିବା ପରେ ଭଉଣୀ ସୁଭଦ୍ରାଙ୍କୁ ଧାଡ଼ି ପହଣ୍ଡିରେ ରଥାରୁଢ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି ।

ତେବେ ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ଗୁଣ୍ଡିଚାଘରୁ ଆସିବାର ଦୃଶ୍ୟ ଘରେ ରହି ଟିଭି ମାଧ୍ୟମରେ ଭକ୍ତମାନଙ୍କୁ ବିମୋହିତ କରିଛି । ବଳଭଦ୍ରଙ୍କ ପରେ ଗୁଣ୍ଡିଚା ମନ୍ଦିରରୁ ପହଣ୍ଡିରେ ବାହାରିଥିଲେ ମା ସୁଭଦ୍ରା । ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ ଧାଡ଼ି ପହଣ୍ଡିରେ ବାହାରିଥିଲେ । ଶେଷରେ ଗହଳି ଲଗାଇ ଶ୍ରୀ ଶ୍ରୀ ଜଗନ୍ନାଥ, ଅପରୂପା ଶୋଭାର ସମ୍ଭାର, ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥ ଆଡକୁ ଅଗ୍ରସର ହୋଇଛନ୍ତି । ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ମନରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା ।

from Kanak News
via <a href="https://ifttt.com/?

ରାଜ୍ୟରେ ପୁଣି ୨ହଜାର ପାର କଲା ସଂକ୍ରମଣ : ୨୪ଘଣ୍ଟାରେ ୨୦୮୫ ନୂଆ ଆକ୍ରାନ୍ତ ଚିହ୍ନଟ, ୫୬ ମୃତ

କନକ ବ୍ୟୁରୋ : ରାଜ୍ୟରେ ପୁଣି ୨ହଜାର ପାର କଲା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୦୮୫ ଜଣ କରୋନା ପଜିଟିଭ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୧୧୯୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୮୮୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୭୩ ଜଣ, ବାଲେଶ୍ୱରରୁ ୧୧୩ ଜଣ, ବରଗଡ଼ରୁ ୧୫ ଜଣ, ଭଦ୍ରକରୁ ୧୭୩ ଜଣ, ବଲାଙ୍ଗୀରରୁ ୭ ଜଣ, ବୌଦ୍ଧରୁ ୩ ଜଣ, କଟକରୁ ୨୧୦ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୪୧ ଜଣ, ଗଜପତିରୁ ୧୯ ଜଣ, ଗଞ୍ଜାମରୁ ୧୪ ଜଣ, ଜଗତସିଂହପୁରରୁ ୧୦୮ ଜଣ, ଯାଜପୁରରୁ ୧୩୨ ଜଣ, ଝାରସୁଗୁଡ଼ାରୁ ୨ ଜଣ, କଳାହାଣ୍ଡିରୁ ୧୦ ଜଣ, କନ୍ଧମାଳରୁ ୧୮ ଜଣ, କେନ୍ଦ୍ରାପଡ଼ାରୁ ୯୪ ଜଣ, କେଉଁଝରରୁ ୨୪ ଜଣ, କୋରାପୁଟରୁ ୧୬ ଜଣ, ମାଲକାନଗିରିରୁ ୧୯ ଜଣ, ମୟୁରଭଞ୍ଜରୁ ୮୪ ଜଣ, ନବରଙ୍ଗପୁରରୁ ୧୮ ଜଣ, ନୟାଗଡ଼ରୁ ୬୦ ଜଣ, ନୂଆପଡ଼ାରୁ ୫ ଜଣ, ପୁରୀରୁ ୧୦୬ ଜଣ, ରାୟଗଡ଼ାରୁ ୧୪ ଜଣ, ସମ୍ୱଲପୁରରୁ ୩୬ ଜଣ, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୨୫ ଓ ଷ୍ଟେଟ ପୁଲରୁ ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯,୫୮, ୦୫୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୯, ୩୨, ୬୬୬ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୨୦, ୧୬୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

from Kanak News
via <a href="https://ifttt.com/?

ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ : ଧାଡି ପହଣ୍ଡିରେ ଆସିଲେ ହଦଳୀମୁହିଁ ଦେବୀ ସୁଭଦ୍ରା

କନକ ବ୍ୟୁରୋ : ଆଜି ପବିତ୍ର ବାହୁଡା ଯାତ୍ରା । ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ଆରମ୍ଭ । ଧାଡି ପହଁଣ୍ଡିରେ ଆସୁଛନ୍ତି ଦେବୀ ସୁଭଦ୍ରା । ଦେବଦଳନ ରଥରେ ବିଜେ କରିବେ ଦେବୀ ସୁଭଦ୍ରା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ କରାଯାଇଛି ।

ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ବାଇଶି ପାହଚ ଦେଇ ଓହ୍ଲାଇ ଆସିବାର ଦୃଶ୍ୟରେ ଭକ୍ତମାନଙ୍କୁ ବିମୋହିତ କରିଛି । ବଳଭଦ୍ରଙ୍କ ପରେ ଶ୍ରୀମନ୍ଦିରରୁ ପହଣ୍ଡିରେ ବାହାରିଛନ୍ତି ମା ସୁଭଦ୍ରା । ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ ଗୋଟି ପହଣ୍ଡିରେ ବାହାରିଛନ୍ତି ଆଉ ଶେଷର ଗହଳି ଲଗାଇ ଶ୍ରୀ ଶ୍ରୀ ଜଗନ୍ନାଥ, ଅପରୂପା ଶୋଭାର ସମ୍ଭାର, ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥାଆଡକୁ ଅଗ୍ରସର ହେବେ । ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତିମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା ।

from Kanak News
via <a href="https://ifttt.com/?

ପ୍ରଭୁ ଶ୍ରୀବଳଭଦ୍ରଙ୍କ ପହଣ୍ଡି : ଦିବ୍ୟ ଟାହିଆ ସୁଶୋଭିତ ହୋଇ ଝୁଲିଝୁଲି ଆସିଲେ ଭାଇ ବଳରାମ

କନକ ବ୍ୟୁରୋ : ଆଜି ପବିତ୍ର ବାହୁଡ଼ା ଯାତ୍ରା । ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡିପରେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଗୁଣ୍ଡିଚାଘରୁ ରଥାରୁଢ଼ ପାଇଁ ଅଣାଯାଇଛି । ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ରଥାରେ ବିରାଜମାନ ହେବାପାଇଁ ଆସିବାର ଦୃଶ୍ୟ ବିମୋହିତ କରିଛି ।

ବଳଭଦ୍ରଙ୍କ ପରେ ଗୁଣ୍ଡିଚାଘରୁ ପହଣ୍ଡିରେ ବାହାରିବେ ମାଟ ସୁଭଦ୍ରା । ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ  ପହଣ୍ଡିରେ ବାହାରିବେ । ଶେଷର ଗହଳି ଲଗାଇ ଶ୍ରୀ ଶ୍ରୀ ଜଗନ୍ନାଥ, ଅପରୂପା ଶୋଭାର ସମ୍ଭାର, ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥାଆଡକୁ ଅଗ୍ରସର ହେବେ । ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ  ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା ।

from Kanak News
via <a href="https://ifttt.com/?

ପବିତ୍ର ବାହୁଡା ଯାତ୍ରା : ସକାଳ ଧୂପ ପରେ ପହଣ୍ଡି ଆରମ୍ଭ; ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ନୀତି

କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା । ଶ୍ରୀଗୁଣ୍ଡିଚା ମନ୍ଦିରରେ ନବ ଦିନାତ୍ମକଯାତ୍ରା , ଲୀଳାଖେଳା ସାରି ଆଜି ପୁଣି ନୀଳକନ୍ଦରକୁ ବାହୁଡି ଯିବେ ଚତୁର୍ଦ୍ଧାମୂର୍ତି । ତେବେ କରୋନା ମହାମାରୀ ପାଇଁ ଚଳିତ ବର୍ଷ ବିନା ଭକ୍ତରେ ପାଳିତ ହେଉଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ନଅ ଦିନରେ ଲୀଳା ଖେଳା ସାରି ଆଜି ଭାଇ ଭଉଣୀଙ୍କୁ ସାଥିରେ ଘେନି ଜନ୍ମବେଦୀରୁ ରତ୍ନବେଦୀକୁ ଯାତ୍ରା କରିବା କାଳିଆ ସାଆନ୍ତ ।

ତେବେ କଡା କଟକଣା ଭିତରେ ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ଏହି ଅବସରରେ ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି । ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତ ମାନେ ଆରମ୍ଭ କରିଛନ୍ତି ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ଜନ୍ମବେଦୀରୁ ରତ୍ନବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତି । ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ତିନିଠାକୁର । ଶ୍ରୀଜିଉଙ୍କ ଯଥାରୀତି ନୀତିକାନ୍ତି ଶେଷ ହେବା ପରେ ନିଦ୍ଧାରିତ ସମୟରେ ଆରମ୍ଭ ହୋଇଯାଇଛି ପହଣ୍ଡି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started