ମୌସୁମୀ ଅଧିବେଶନରେ ବିରୋଧୀଙ୍କ ମୁକାବିଲା ପାଇଁ ମୋଦୀଙ୍କ ରଣନୀତି : ସର୍ବଦଳୀୟ ବୈଠକରେ ବିଶ୍ୱାସ ଜିତିବାକୁ ପ୍ରୟାସ

କନକ ବ୍ୟୁରୋ : କାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ବିରୋଧିଙ୍କ ମୁକାବିଲା ପାଇଁ ଋଚ୍ଚନୀତି ପ୍ରସ୍ତୁତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସର୍ବଦଳୀୟ ବୈଠକରେ ବିରୋଧିଙ୍କ ବିଶ୍ୱାସ ଜିତିବାକୁ ପ୍ରୟାସ କରୁଛନ୍ତି । କାରଣ ଆଗାମୀ ଅଧିବେଶନ ବେଶ ସରଗରମ୍ ହେବା ସମ୍ଭାବନା ରହିଛି । ଦେଶର ଅଧିକାଂଶ ସହରରେ କେବେଠାରୁ ପେଟ୍ରୋଲ ଦର ୧୦୦ଟଙ୍କା ପାର କରିଗଲାଣି । ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି ।

ସେପଟେ କୋଭିଡ଼ ଦ୍ୱିତୀୟ ଲହରର ମୁକାବିଲାରେ ମୋଦୀ ସରକାର ଫେଲ ମାରିଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ଦେଶରେ ଟିକାକରଣ କଇଁଛ ଗତିରେ ଚାଲିଛି । ଏସବୁ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ ହୋଇ ରହିଛନ୍ତି । ଆଗାମୀ ଅଧିବେଶନରେ ୩୦ରୁ ଅଧିକ ବିଲ ପାସ କରିବାକୁ ଚାହୁଁଥିବା ମୋଦୀ ସରକାର, ଏସବୁ ପ୍ରସଙ୍ଗରେ ବିରୋଧୀଙ୍କ ମୁକାବିଲା କିଭଳି କରିବେ ତାହା ସବୁଠାରୁ ବଡ଼ ପ୍ରସଙ୍ଗ ।

from Kanak News
via <a href="https://ifttt.com/?

୧୧ ଲକ୍ଷର ଛେଳି, ବକରି-ଇଦ୍ ରେ ପଡିବ ବଳି : ଖାଉଛି କାଜୁ ବାଦାମ, ଦିନକୁ ଘଂଟାଏ ନେଉଛି ମାଲିସ

କନକ ବ୍ୟୁରୋ : ୧୧ ଲକ୍ଷର ଛେଳି, ବକରି-ଇଦ୍ ରେ ପଡିବ ବଳି । ଜାଣନ୍ତୁ ଏହି ବ୍ୟୟବହୁଳ ଛେଳି ବିଷୟରେ । ଆଗାମୀ ୨୦ ତାରିଖରେ ମୁସଲମାନଙ୍କ ପର୍ବ ବକରି-ଇଦ୍ ବା ଇଦ-ଉଲ ଜୁହା ପାଳନ ହେବ । ଏହିଦିନ ଛେଳିକୁ ବଳି ଦେବାର ପ୍ରଥା ରହିଛି । ଯାହାକୁ କୁହାଯାଏ କୁର୍ବାନୀ । ତେବେ ଏଥିପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଛେଳିଟିର ନାଁ- ତୈମୁର । ଏହାର ଓଜନ ୧୯୨ କିଲୋଗ୍ରାମ । ସୁରଟର ଡଣେ ବିଲଡର ଏହି ଛେଳିଟିକୁ କୁର୍ବାନୀ ଦେବା ଲାଗି ଆଣିଛନ୍ତି । ଆଉ ଏହି ଛେଳିଟି ଏବେ ଆକର୍ଷଣର କେନ୍ଦ୍ର ପାଲଟିଛି । ପଞ୍ଜାବୀ ପ୍ରଜାତିର ଏହି ଛେଳିଟିର ଉଚ୍ଚତା ୪୬ ଇଂଚ ଏବଂ ବୟସ ଅଢେଇ ବର୍ଷ । ସୁରଟର ଜବର ଭାଇ ସୁରତିଏ ଏହି ଛେଳିଟିକୁ ବକରି-ଇଦରେ କୁର୍ବାନୀ ଦେବାପାଇଁ ଜଣେ ପଶୁପାଳକଙ୍କଠାରୁ ୧୧ ଲକ୍ଷ ଟଙ୍କା ଦେଇ କିଣିଛନ୍ତି । ଏହି ଛେଳି କ’ଣ ଖାଉଛି ଜାଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ । ଛେଳିଟିକୁ କାଜୁ ଓ ବାଦାମ ସହ ଦିନକୁ ୪ ଲିଟର କ୍ଷୀର ପିଇବାକୁ ଦିଆଯାଉଛି । ପ୍ରତିଦିନ ପ୍ରାୟ ୧ ଘଂଟା ତାର ମାଲିସ ମଧ୍ୟ କରାଯାଉଛି ।

from Kanak News
via <a href="https://ifttt.com/?

ବାହୁଡା ଆଗରୁ ପୁରୀରେ ପୋଲିସ ପ୍ରଶାସନର ପ୍ରସ୍ତୁତି : ଅମାନିଆଙ୍କୁ ସାବାଡ କରିବାକୁ ଗଠନ ହେଲା ୨୦ଟି ସ୍କୁଆଡ; ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ କରି ସଚେତନ କଲା ପୋଲିସ

କନକ ବ୍ୟୁରୋ : ବାହୁଡା ପାଇଁ ପୁରୀରେ ଜୋର ଧରିଲା ପ୍ରସ୍ତୁତି । ଆସନ୍ତାକାଲି ଠାରୁ ପୁରୀ ସହରରେ ୪୮ ଘଂଟିଆ କର୍ଫ୍ୟୁ ଲାଗୁ ହେବ । ଏହା ଆଗରୁ ଅମାନିଆଙ୍କୁ ସାବାଡ କରିବାକୁ ଆଜି ପୁରୀ ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ । ବାହୁଡା ଯାତ୍ରା ଦିନ ଅମାନିଆଙ୍କ ଉପରେ ନଜର ରଖିବାକୁ କେବଳ ୨୦ଟି ସ୍କୁଆଡ୍ ଗଠନ କରାଯାଇଛି । ପ୍ରତ୍ୟକ ସ୍କୁଆଡରେ ଜଣେ ମାଜିଷ୍ଟ୍ରେଟ, ପୋଲିସ ଟିମ, ଭିଡିଓ ଗ୍ରାଫର ରହିବେ । ପ୍ରତ୍ୟକ ୨୦ ମିଟର ଦୂରତାରେ ବଡଦାଣ୍ଡରେ ରହିବେ ଗୋଟିଏ ଲେଖାଏଁ ସ୍କୁଆଡ୍ ।

କୌଣସି ପ୍ରକାର ନିୟମ ଉଲ୍ଲଙ୍ଘନ କଲେ ଅମାନିଆଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ଆସନ୍ତାକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ଯାଏଁ ପୁରୀରେ ଲାଗୁ ହେବ କର୍ଫ୍ୟୁ । ଆଜି ବଡଦାଣ୍ଡରେ ପୋଲିସ ଫ୍ଲାଗ ମାର୍ଚ୍ଚ କରି ବଡଦାଣ୍ଡ ନିକଟରେ ଥିବା ଲୋକଙ୍କୁ ସଚେତନ କରିଛି । କୌଣସି ଲୋକ ଛାତ ଉପରେ ରହିବେ ନାହିଁ । ଲଜିଂ ଓ ଘର ମାଲିକଙ୍କୁ ଏନେଇ ଆଜି ତାଗିଦ୍ କରିଛି ପୋଲିସ । ସେହିପରି ଫେସବୁକ୍ ଓ ଟୁଇଟରକୁ ରଥ ଯାତ୍ରାକୁ ନେଇ ଭିଡିଓ ଅପଲୋଡ୍ କରିଥିବା ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଚିଠି କରାଯାଇଥିଲା ପୁରୀ ଏସପି କହିଛନ୍ତି ।

from Kanak News
via <a href="https://ifttt.com/?

ଟୋକିଓ ଅଲିମ୍ପିକ୍ସ ପାଇଁ ବିପଦ ବଢେଇଲାଣି କରୋନା : ରବିବାର ସୁଦ୍ଧା ଜଣେ ସାମ୍ବାଦିକଙ୍କୁ ମିଶାଇ କୋଭିଡ ଆକ୍ରାନ୍ତ ସଂଖ୍ୟା ୧୦କୁ ବୃଦ୍ଧି

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସ ପାଇଁ ପୁଣି ବିପଦ ବଢେଇଲାଣି କରୋନା । ରବିବାର ସୁଦ୍ଧା ଜଣେ ସାମ୍ବାଦିକଙ୍କୁ ମିଶାଇ ଟୋକିଓ ଅଲିମ୍ପିକ୍ସରେ କୋଭିଡ ଆକ୍ରାନ୍ତ ସଂଖ୍ୟା ୧୦କୁ ବୃଦ୍ଧି ହୋଇଥିବା ଜଣାପଡିଛି । କେବଳ କ୍ରୀଡାଗ୍ରାମର ୩ଖେଳାଳି ପଜିଟିଭ୍ ଚିହ୍ନଟ ହେବା ଚିନ୍ତା ବଢାଇଲାଣି ।

ଟୋକିଓରେ ଗତ ୭ ଦିନ ଧରି ୧୦୦୦ ଉପରେ ଆସୁଛି ଦୈନିକ ସଂକ୍ରମଣ । ଏହାରି ଭିତରେ ସୂଚନା ଅନୁସାରେ, ଜାପାନ ଟୋକିଓ କ୍ରୀଡାଗ୍ରାମରେ ୧୮ ହଜାର ପ୍ରତିଯୋଗୀ ପହଁଚି ସାରିଲେଣି । ଏହା ମଧ୍ୟରେ ଭାରତର ୧୧୯ ଜଣିଆ ଖେଳାଳି ଦଳ ବି ରହିଛନ୍ତି । ଆସନ୍ତା ୨୩ ତାରିଖରେ ଟୋକିଓରେ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି । ଏହା ଆଗରୁ ଏପରି ଦୈନିକ କ୍ରୀଡାଗ୍ରାମରୁ ପଜିଟିଭ୍ ଆସିବା ଅଲିମ୍ପିକ୍ସ ପ୍ରତି ବଡ ବିପଦ ସୃଷ୍ଟି କରିଛି ।

from Kanak News
via <a href="https://ifttt.com/?

ଆଠଗଡ ବନଖଣ୍ଡ ବଡମ୍ୱା ବନାଂଚଳ ମହାନଦୀରେ କୁମ୍ଭୀର ଆତଙ୍କ : ଦୁଇ ଦିନ ଧରି ନଦୀରେ ବୁଲୁଛି କୁମ୍ଭୀର; ନଦୀ ପାଖରେ କେବଳ ପୋଷ୍ଟର ମାରି ଚୁପ୍ ବସିଛି ବନବିଭାଗ

କନକ ବ୍ୟୁରୋ : କଟକ ଜିଲ୍ଲା ଆଠଗଡ ବନଖଣ୍ଡର ବଡମ୍ୱା ବନାଂଚଳର ମହାନଦୀରେ କୁମ୍ଭୀର ଆତଙ୍କ । ଏହାକୁ ନେଇ ଗତ ୨ ଦିନ ଧରି ମହାନଦୀ କୂଳିଆ ଲୋକ ଆତଙ୍କରେ ଅଛନ୍ତି । ପ୍ରଥମେ ଭାପୁର ବ୍ଲକର କରଗର ଗାଁ ପାଖରେ କୁମ୍ଭୀରକୁ ଦେଖିବାକୁ ମିଳିଥିଲା । ଏହା ପରେ ଦୁଇ ଦିନ ଧରି କୁମ୍ଭୀର ମହାନଦୀରେ ବୁଲୁଥିବାର ଦେଖିଥିଲେ ସ୍ଥାନୀୟ ଲୋକ ।

ବଡମ୍ୱା ବନବିଭାଗ ପକ୍ଷରୁ କେବଳ ନଦୀ କୁଳିଆ ଅଂଚଳରେ ପୋଷ୍ଟର ମାରି ଚୁପ୍ ବସିଛି । ମହାନଦୀ କୂଳିଆ ଅଂଚଳ ଗୋପିନାଥପୁର, ତୁଣପୁର, ମୁଗଗହୀର, ତେଲେଣିଆ ପରି ଗାଁରେ କୁମ୍ଭୀରକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ କୁମ୍ଭୀରକୁ ଯଦି କେହି ଧରି ବନବିଭାଗକୁ ହସ୍ତାନ୍ତର କରିବେ, ତାଙ୍କୁ ପୁରସ୍କାର ଦିଆଯିବ ବୋଲି ବନବିଭାଗ ଅଧିକାରୀ କହିଛନ୍ତି ।

from Kanak News
via <a href="https://ifttt.com/?

ମାଥିଲିରେ ପୋଲିସ ଡିଜିପି ଅଭୟ : ବିଏସଏଫ୍ କ୍ୟାମ୍ପରେ ମାଓ ସ୍ଥିତି ନେଇ ସମୀକ୍ଷା

କନକ ବ୍ୟୁରୋ : ଲାଲଗଡରେ ପୋଲିସ ମହାନିର୍ଦ୍ଦେଶକ ଅଭୟ । ମାଓବାଦୀଙ୍କ ଗତିବିଧି ସ୍ଥିତି ସମୀକ୍ଷା କରିବା ପାଇଁ ବରିଷ୍ଠ ଆଇପିଏସ ଅଫିସରଙ୍କ ସହିତ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଦୁର୍ଗମ ଟେମୃପାଲିରେ ପହଁଚିଥିଲେ ଡିଜିପି । ମାଓବାଦୀଙ୍କୁ ନିପାତ କରିବା ଲାଗି ଟେମୃପାଲିଠାରେ ଅବସ୍ଥାପିତ ବିଏସଏଫ୍ କ୍ୟାମ୍ପରେ ସୁରକ୍ଷାକର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ଡିଜିପି । ଲାଲଗଡରେ ଶାନ୍ତି ଫେରାଇ ଆଣିବା ଲାଗି ଏହି ଅବସରରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି ।

from Kanak News
via <a href="https://ifttt.com/?

କୂଅ ଭିତରେ ପଡ଼ି ପାଣିରେ ଭାସୁଥିଲେ ୧୫ ନାଗସାପ ଛୁଆ : ଉଦ୍ଧାର କଲେ ସ୍ନେକ୍ ହେଲପଲାଇନ୍ ଟିମ୍

କନକ ବ୍ୟୁରୋ : ଲାଞ୍ଜିପଲ୍ଲୀ ଗଣେଶ ନଗରସ୍ଥିତ ଏକ କୂଅରୁ ୧୫ଟି ନାଗ ସାପ ଛୁଆକୁ ଉଦ୍ଧାର କରାଯାଇଛି । ପ୍ରଶାନ୍ତ କୁମାର ଦାସଙ୍କ ଘର ବଗିଚା କୂଅରୁ ସ୍ନେକ୍‌ ହେଲ୍‌ପଲାଇନ୍‌ ସଭ୍ୟମାନେ ନାଗ ଛୁଆଙ୍କୁ ଉଦ୍ଧାର କରିଛନ୍ତି। ପ୍ରଶାନ୍ତଙ୍କ ପତ୍ନୀ ପ୍ରତିଦିନ ବଗିଚାରୁ ତୁଳସୀ ପତ୍ର ଆଣି ଘରେ ପୂଜା କରନ୍ତି । ଆଜି ସେ ବଗିଚାକୁ ଯିବା ସମୟରେ କୂଅରେ କିଛି ଭାସୁଥିବା ଦେଖିବାକୁ ପାଇଥିଲେ । ସନ୍ଦେହ ହେବାରୁ ସେ ସ୍ନେକ୍‌ ହେଲ୍‌ପଲାଇନ୍‌ ସଦସ୍ୟଙ୍କୁ ଖବର ଦେଇଥିଲେ । ହେଲ୍‌ପଲାଇନ୍‌ ସଦସ୍ୟ ସ୍ୱାଧୀନ ସାହୁ, ସନ୍ଦୀପ ସେଠୀ ଏବଂ ଶ୍ରୀକାନ୍ତ ନାହାକ ସେଠାରେ ପହଞ୍ଚି ଏକ ଘଣ୍ଟାର ପରିଶ୍ରମ ପରେ ୧୫ଟି ନାଗ ସାପ ଛୁଆକୁ ଉଦ୍ଧାର କରିଥିଲେ ।

from Kanak News
via <a href="https://ifttt.com/?

ଓଡିଆ ପୁଅ ଘର ଆଗରେ ଗୁଜରାଟି ପ୍ରେମିକା : ସୁରଟରେ ବିବାହର ପ୍ରତିଶ୍ରୁତି ଦେଇ ୫ ବର୍ଷ ସମ୍ପର୍କ ରଖିବା ପରେ ଠକି ଦେଇଥିବା ଅଭିଯୋଗ 

କନକ ବ୍ୟୁରୋ : ଓଡିଆ ପୁଅଙ୍କ ଘରେ ଗୁଜରାଟି ପ୍ରେମିକା । ଗଞ୍ଜାମ ଜିଲ୍ଲା ବଡଆଗୁଳ ଗାଁରୁ ଆସିଛି ଏଭଳି ଏକ ସମ୍ବେଦନଶୀଳ ଚିତ୍ର । ନିଜକୁ ପ୍ରେମିକା ବୋଲି ଦାବି କରି ଓଡିଆ ଯୁବକ ଅରେନ୍ଦ୍ର କରଣଙ୍କ ଘରକୁ ଗୁଜରାଟ ସୁରଟରୁ ଚାଲିଆସିଛନ୍ତି ଜଣେ ଯୁବତୀ । ତାଙ୍କ କହିବା କଥା ହେଲା, ସୁରଟରେ ରହିବା ସମୟରେ ପ୍ରାୟ ୫ ବର୍ଷ ଧରି ଏହି ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ ଅରେନ୍ଦ୍ର । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ମଧ୍ୟ ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।

ହେଲେ ତାଙ୍କୁ ସେଠାରେ ଛାଡିଦେଇ ଆସି ଗାଁରେ ଅନ୍ୟତ୍ର ବିବାହ କରିବାକୁ ଯୋଜନା ଚଳାଇଥିବାବେଳେ ଖବର ପାଇ ଆସି ପହଂଚିଛନ୍ତି ଯୁବତୀ ଜଣକ । ତାଙ୍କ ଅଭିଯୋଗ ପରେ କବିସୂର୍ଯ୍ୟ ନଗର ଥାନା ପୋଲିସ ଏକ ମାମଲା ରୁଜୁ କରି ଯୁବତୀଙ୍କୁ କୋର୍ଚରେ ହାଜର କରିବା ସହିତ ବ୍ରହ୍ମପୁର ସ୍ଥିତ ମହିଳା ସୁଧାର ଗୃହରେ ରଖିଛି । ତେବେ ଅଭିଯୁକ୍ତ ପ୍ରେମିକକୁ ଏଯାଏଁ ଗିରଫ କରିପାରିନାହିଁ ପୋଲିସ । ଅନ୍ୟପକ୍ଷରେ ଯୁବତୀ କହିଛନ୍ତି ପୋଲିସ ତାଙ୍କୁ ଗିରଫ କରି ରେଜିଷ୍ଟ୍ରିମ୍ୟାରେଜ ପାଇଁ ବ୍ୟବସ୍ଥା ନ କଲେ ସେ ପ୍ରେମିକଙ୍କ ଘର ଆଗରେ ଆତ୍ମାହୂତି ଦେବେ ।

from Kanak News
via <a href="https://ifttt.com/?

ଖଲ୍ଲିକୋଟରୁ ଆସିଲା ଅଭାବନୀୟ ଦୃଶ୍ୟ : ବାପାଙ୍କ ମୃତ୍ୟୁ ପରେ ଶବ ଉଠାଇବାକୁ ଆସିଲେନି କେହି; ପ୍ରଶାସନ ସହାୟତାରେ ରାତି ଅଧରେ ଶବ ଉଠାଇ ସତ୍କାର କଲେ ୩ ଝିଅ

କନକ ବ୍ୟୁରୋ : ଖଲ୍ଲିକୋଟ ଲଙ୍ଗଳେଶ୍ୱରରୁ ଆସିଲା ଅଭାବନୀୟ ଦୃଶ୍ୟ । ବାପାଙ୍କ ମୃତ୍ୟ ପରେ ଛୁଇଁଲେନି ସମ୍ପର୍କୀୟ କିମ୍ବା ଗ୍ରାମବାସୀ । ଦୀର୍ଘ ଦଶ ଘଣ୍ଟା ଧରି ପଡି ରହିଲା ଶବ । ୩ ଝିଅ ଘରୁ ବାପାଙ୍କ ଶବ ବୋହିଆଣି ପ୍ରସାଶନକୁ କଲେ ହସ୍ତାନ୍ତର । ଜିଲ୍ଲା ପ୍ରସାଶନ ସହାୟତରେ ମଧ୍ୟ ରାତିରେ ହେଲା ଶବ ସତ୍କାର ।

ଗତକାଲି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକର ଲଙ୍ଗଳେଶ୍ୱର ଗ୍ରାମର ଟୁକୁନା ସୁରଙ୍କର ଦିନରେ ମୃତ୍ୟ ହୋଇଥିଲା । ଟୁକୁନା ଆଗରୁ କୋଭିଡ ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରରେ ଚିକତ୍ସିତ ହେଉଥିଲେ । ତେବେ ଗତ କିଛି ଦିନ ହେଲା ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ଗତକାଲି ତାଙ୍କର ମୃତ୍ୟୁ ପରେ ତାଙ୍କ ଶବ ସତ୍କାର କରିବାକୁ କୋଭିଡ ଭୟରେ କେହି ଗ୍ରାମବାସୀ ଓ ସମ୍ପର୍କୀୟ ଆସିନଥିଲେ । ଶେଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ହସ୍ତେକ୍ଷପ ପରେ ସ୍ଥାନୀୟ ତହସିଲଦାର ରାଜକିଶୋର ପଟ୍ଟନାୟକ, ଭେଜିପୁଟ ଫାଣ୍ଡି ପୋଲିସ ପହଞ୍ଚି ଶବ ସତ୍କାର ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ ।

from Kanak News
via <a href="https://ifttt.com/?

ସୁନ୍ଦରଗଡରେ କରୋନାର ତୃତୀୟ ଲହରର ଆରମ୍ଭ ନେଇ ମିଳୁଛି କି ସଂକେତ ? ଇଣ୍ଡିଆନ୍ ମାଥମେଟିକାଲ ସାଇନ୍ସର ସୂଚନା, ୧କୁ ଟପିଗଲା ଆର ଭାଲ୍ୟୁ

କନକ ବ୍ୟୁରୋ : ସୁନ୍ଦରଗଡରେ କରୋନାର ତୃତୀୟ ଲହର ଆରମ୍ଭ ହୋଇସାରିଛି କି ? ରାଜ୍ୟରେ କରୋନାର ଆର ଭାଲ୍ୟୁକୁ ନେଇ ଯେଉଁ ତଥ୍ୟ ଆସିଛି, ସେଥିରୁ ଏଭଳି ସଂକେତ ମିଳୁଥିବା କୁହାଯାଉଛି । ଆର ଭାଲ୍ୟୁ ଅର୍ଥାତ ଜଣେ ଅନ୍ୟଜଣକୁ ସଂକ୍ରମିତ କରିବାର କ୍ଷମତା । ଚେନ୍ନାଇ ସ୍ଥିତ ଇଣ୍ଡିଆନ ମ୍ୟାଥମେଟିକାଲ ସାଇନ୍ସର ତଥ୍ୟ କହୁଛି, ସୁନ୍ଦରଗଡ ଜିଲ୍ଲାରେ ଗତ ୪ ତାରିଖରୁ ୧୫ ତାରିଖ ଭିତରେ ଆର ଭାଲ୍ୟୁ ୧.୧୩ ରହିଛି ।

ତେବେ ଏହାପୂର୍ବରୁ ଅର୍ଥାତ ଜୁନ୍ ୩୦ରୁ ଜୁଲାଇ ୪ ମଧ୍ୟରେ ଏହା ଶୂନ ଦଶମିକ ୮୨ ଥିଲା । ବିଶେଷଜ୍ଞଙ୍କ ମତରେ ଆର ଭାଲ୍ୟୁ ୧ ଉପରେ ରହିଲେ ସଂକ୍ରମଣ ବଢିବାର ଆଶଙ୍କା ରହିଥାଏ । ସୁନ୍ଦରଗଡରେ ଏହା ୧ ଉପରେ ରହିବା ଅର୍ଥ, ରାଜ୍ୟରେ କରୋନାର ତୃତୀୟ ଲହର ଆରମ୍ଭ ହୋଇସାରିଥିବା ନେଇ ସଂକେତ ଦେଉଛି । ତେବେ ତୃତୀୟ ଲହର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ସିଡିଏମଓ । ତୃତୀୟ ଲହରରେ ଶିଶୁ ଓ ଗର୍ଭବତୀ ଅଧିକ ସଂକ୍ରମିତ ହେବା ଆଶଙ୍କା କରି ଡାକ୍ତରମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।

ଦ୍ୱିତୀୟ ଲହର ସମୟରେ ପଡୋଶୀ ଛତିଶଗଡ ଓ ଝାଡଖଣ୍ଡରୁ ହିଁ ଆମ ରାଜ୍ୟକୁ ବ୍ୟାପିଥିଲା । ତେଣୁ ସୀମାନ୍ତ ରାଜ୍ୟରେ ସଂକ୍ରମଣ ବଢିଚାଲିଥିବାରୁ ଏବେ ତୃତୀୟ ଲହର ମୁକାବିଲା ପାଇଁ ସେହି ଦିଗରେ ସୀମାନ୍ତ ଜିଲ୍ଲା ପ୍ରଶାସନ ଗୁଡିକ କାମ କରୁଥିବା କହିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started