ମୁମ୍ବାଇରେ ପ୍ରବଳ ବର୍ଷା : ଅନେକ ଅଂଚଳ ଜଳବନ୍ଦୀ , ଟ୍ରେନ ସେବା ବ୍ୟାହତ

କନକ ବ୍ୟୁରୋ : ମୁମ୍ବାଇରେ ପ୍ରବଳ ବର୍ଷା । ଏହି ବର୍ଷା ହେତୁ ମୁମ୍ବାଇ ଏବଂ ଏହାର ଉପକଣ୍ଠରେ ଜଳସ୍ତର ସୃଷ୍ଟି ହେବା ସହ ସହରର ବିଭିନ୍ନ ସ୍ଥାନରେ ଯାତାୟାତ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁ ରେଲୱେ ଟ୍ରାକ ଏବଂ ରାସ୍ତାଘାଟ ମଧ୍ୟ ପାଣିରେ ବୁଡି ରହିଥିଲା । ତେବେ ବୁଧବାରଠାରୁ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଏବେ ତାହା ଧୀରେ ଧୀରେ କମିବାରେ ଲାଗିଛି ।

ବର୍ଷା ଯୋଗୁ ଟ୍ରେନ୍ ଚଳାଚଳ ବିଳମ୍ବ ହେବା ସହିତ ମୁମ୍ବାଇର ବସ୍ ରୁଟରେ ଡାଇଭର୍ସନ ମଧ୍ୟ ହୋଇଛି । ସେଣ୍ଟ୍ରାଲ୍ ମେନ୍ ଲାଇନ୍ ଏବଂ ହାରବର୍ ଲାଇନ ଉପରେ ସ୍ଥାନୀୟ ଟ୍ରେନ୍ ସେବା ପ୍ରଭାବିତ ହୋଇଛି । ଦାଦର, ପାରେଲ, କୁର୍ଲା, ଚୁନାଭଟ୍ଟୀ, ୱାଡାଲା ଏବଂ ତିଲକ ନଗରରେ ରେଳ ଟ୍ରାକ୍ ଉପରେ ଜଳ ଜମିି ରହିଥିବା ସୂଚନା ରହିଛି ।

from Kanak News
via <a href="https://ifttt.com/?

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୫୭ କରୋନା ଆକ୍ରାନ୍ତ ଚିହ୍ନଟ, ୫୧୮ ମୃୃତ

କନକ ବ୍ୟୁରୋ : ଦେଶରେ ଗୋଟିଏ ଦିନରେ ଆଉ ୪୧ ହଜାର ୧୫୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୫୧୮ ଜଣଙ୍କ ମୃତ୍ୟୁ ହୋଇଛି । ୪୧ ହଜାର ୧୫୭ ନୂଆ ପଜିଟିଭଙ୍କୁ ମିଶାଇ ଦେଶରେ ଆକ୍ଟିଭ୍ ପଜିଟିଭ୍ ସଂଖ୍ୟା ୪ ଲକ୍ଷ ୨୨ ହଜାର ୬୬୦କୁ ବୃଦ୍ଧି ହୋଇଛି । ସେହିପରି ୫୧୮ ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୩ ହଜାର ୬୦୯କୁ ବୃଦ୍ଧି ହୋଇଛି । ଦେଶରେ ଗତ ୨୪ ଘଂଟାରେ ୪୨ ହଜାର ୪ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି । ଦେଶରେ ଜୁଲାଇ ୧୭ ସୁଦ୍ଧା ୪୦ କୋଟି ୪୯ ଲକ୍ଷ ୩୧ ହଜାର ୭୧୫ ଜଣଙ୍କୁ କୋଭିଡ ଟିକାକରଣ କରାଯାଇଛି ।

from Kanak News
via <a href="https://ifttt.com/?

ଇଞ୍ଜିନିୟର ମୃତ୍ୟୁଞ୍ଜୟ ପାତ୍ରଙ୍କ ଚିକିତ୍ସା ପାଇଁ ସହାୟତା ଲୋଡ଼ିଲେ ଅସହାୟ ପରିବାର : ଚିକିତ୍ସା ପାଇଁ ପରିବାର ଖର୍ଚ୍ଚ କଲେଣି ଅଢେଇ କୋଟି ଟଙ୍କା

କନକ ବ୍ୟୁରୋ : ଇଞ୍ଜିନିୟର ମୃତ୍ୟୁଞ୍ଜୟ ପାତ୍ରଙ୍କ ଚିକିତ୍ସା ପାଇଁ ରାଜ୍ୟବାସୀଙ୍କ ସହାୟତା ଲୋଡିଛନ୍ତି ତାଙ୍କ ଅସହାୟ ପରିବାର । ଚିକିତ୍ସାରେ ପ୍ରାୟ ଅଢେଇ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି । ସମସ୍ତ ସଞ୍ଚୟ ଶେଷ ହୋଇଯାଇଥିବା ବେଳେ ଅନେକ ଧାର ଉଧାର କରିଛନ୍ତି । ତଥାପି ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ କୋଲକାତାରେ ଏକମୋ ଚିକିତ୍ସା ପାଇଁ ଗତକାଲି ତାଙ୍କୁ ଏୟାରଲିଫ୍ଟ କରାଯାଇଛି । ଅଧିକ ଚିକିତ୍ସା ପାଇଁ ଆଗାମୀ ୩୦ ଦିନରେ ଆହୁରି ଦେଢ କୋଟି ଟଙ୍କା ଦରକାର ।

କୋଭିଡରେ ଆକ୍ରାନ୍ତ ହୋଇ ସ୍ୱାଶକ୍ରିୟାରେ ସମସ୍ୟା ଯୋଗୁଁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ ୪୯ ବର୍ଷୀୟ ଇଞ୍ଜିନିୟର ମୃତ୍ୟୁଞ୍ଜୟ ପାତ୍ର । ଗତ ୭ ତାରିଖରୁ ଭେଣ୍ଟିଲେଟର ରଖି ଚିକିତ୍ସା ଚାଲିଥିଲା । ହେଲେ ଫୁସଫୁସ ପ୍ରାୟ ୯୦ ପ୍ରତିଶତ ସଂକ୍ରମିତ ହୋଇ ଯାଇଥିବାରୁ ଏକମୋ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । ଏହା ପରେ ତାଙ୍କୁ କୋଲକାତା ସ୍ଥାନାନ୍ତର କରାଯାଇଛି । ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ପରିବାର ସଦସ୍ୟ ଆର୍ଥିକ ସହାୟତା ଲୋଡିଛନ୍ତି ।

ମୃତ୍ୟୁଞ୍ଜୟଙ୍କୁ ସହାୟତା କରିବାକୁ ଚାହୁଁଥିବା ବଦାନ୍ୟ ବ୍ୟକ୍ତି ଫୋନ ପେ’ କିମ୍ବା ଗୁଗୁଲ ପେ’ କରିବାକୁ ଚାହୁଁଥିଲେ ସୁଜାତା ଜେନାଙ୍କ ମୋବାଇଲ ନମ୍ବର- ୯୪୩୭୯୫୨୫୧୭ରେ କରିପାରିବେ । ସେହିପରି ସୁଜାତା ଜେନାଙ୍କ ବ୍ୟାଙ୍କ ଆକାଉଂଟ ନମ୍ବର ୫୪୦୮୧୦୧୦୦୦୧୪୬୭୪ ଏବଂ ଆଇଏଫଏସସି କୋଡ- ବିକେଆଇଡି ୦୦୦୫୪୦୮ରେ ଅନଲାଇନ ଟ୍ରାମ୍ସଫର ମଧ୍ୟ କରିପାରିବେ ।

from Kanak News
via <a href="https://ifttt.com/?

ପ୍ରବଳ ବର୍ଷାରେ ମାୟାନଗରୀ ମୁମ୍ୱାଇ ସ୍ଥିତି ବେହାଲ : ଚେମ୍ବୁର ଓ ଭିକ୍ରୋଲିରେ କାନ୍ଥ ଭୁଷୁଡି ୨୩ ଜଣଙ୍କ ମୃତ୍ୟୁ; ଉଦ୍ଧାର କାମ ଜାରି

କନକ ବ୍ୟୁରୋ : ମୁମ୍ବାଇ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ମୁମ୍ବାଇର ଚେମ୍ବୁର ଅଂଚଳରେ କାନ୍ଥ ପଡ଼ି ୧୭ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଭିକ୍ରୋଲିରେ ୬ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତିରେ ଏଭଳି ଘଟଣା ଘଟଇଥିବା ବେଳେ ଗୁରୁତର ଭାବେ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । କାନ୍ଥ ତଳେ କିଛି ଲୋକ ଫସିରହିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାମ ଜାରି ରହିଛି ।

ସୁଚନା ଅନୁସାରେ ଗତ କିଛି ଦିନ ହେଲା ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି । ରାସ୍ତା ଘାଟ ଏବଂ ଟ୍ରେନ ଟ୍ରାକ୍ ମଧ୍ୟ ପାଣିରେ ବୁଡ଼ି ରହିଥିବା ଦେଖିବାକୁ ମିଳିଛି । ଏପରିକି ତଳିଆ ଅଂଚଳରେ ପାଣି ଜମି ରହିବା ଯୋଗୁଁ ଲୋକେ ଜଳବନ୍ଦି ଜୀବନ ବିତାଉଛନ୍ତି । ଲଗାଣ ବର୍ଷା ଯୋଗୁଁ ସହରର କିଛି କୋଠା ଏବଂ କାନ୍ଥ ଭୁଷୁଡ଼ି ୧୭ ଜଣଙ୍କର ପ୍ରାଣହାନୀ ହୋଇଛି । ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିପରି ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

from Kanak News
via <a href="https://ifttt.com/?

ଖୋର୍ଦ୍ଧା ନିକଟରୁ ୧୦ ବନ୍ଧୁକ ସହିତ ୮ ରାଉଣ୍ଡ ଗୁଳି ଓ ବାଇକ ଜବତ : ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ଜଙ୍କିଆ ଥାନା ପୋଲିସ  

କନକ ବ୍ୟୁରୋ : ରାଜଧାନୀ ଉପକଣ୍ଠରେ ଚାଲିଛି ବେଆଇନ ବନ୍ଧୁକ କାରବାର । ଖୋର୍ଦ୍ଧା ନିକଟରୁ ୧୦ ବନ୍ଧୁକ ସହିତ ୮ ରାଉଣ୍ଡ ଗୁଳି ଓ ବାଇକ ଜବତ କରିଛି ପୋଲିସ । ଏହି ବନ୍ଧୁକ ଜବତ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ବନ୍ଧୁକ ସହିତ ଗିରଫ ହୋଇଥିବା ଦୁଇ ଜଣଙ୍କ ନାଁରେ ପୂର୍ବରୁ ରହିଛି ଅନେକ ମାମଲା । ଏନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି । ତେବେ ଏହି ବନ୍ଧୁକ କାହା ପାଖକୁ ଅଣାଯାଉଥିଲା, କିଏ ଏହି ଡିଲ୍‌ରେ ସାମିଲ ଥିଲେ ସେ ନେଇ ପୁଲିସ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ ।

from Kanak News
via <a href="https://ifttt.com/?

ସ୍ନେହମୟୀ ଗୁଣ୍ଡିଚା ମାଉସୀ ମହାପ୍ରଭୁଙ୍କ ପାଇଁ ତିଆରି କରିଛନ୍ତି ପୋଡ଼ପିଠା : ଖାଦ୍ୟପ୍ରିୟ ମହାପ୍ରଭୁଙ୍କ ପାଖେ ଲାଗି ହେବ ପୋଡ଼ପିଠା

କନକ ବ୍ୟୁରୋ : ବାହୁଡା ଯାତ୍ରାରେ ମାଉସୀ ମା’ ମନ୍ଦିରରେ ଶ୍ରୀଜିଉଙ୍କୁ ଲାଗି ହୁଏ ପୋଡପିଠା ଭୋଗ । ଏଥିପାଇଁ ସ୍ନେହମୟୀ ମାଉସୀ ଅତି ଶ୍ରଦ୍ଧାରେ ପ୍ରସ୍ତୁତ କରିଛନ୍ତି ପୋଡ ପିଠା । ଜଗା, ବଳିଆ ଓ ଭଉଣୀ ଶୁଭଦ୍ରାଙ୍କ ଠାରେ ଏହି ପୋଡପିଠା ଲାଗି ହେବ । ବିଭିନ୍ନ ପ୍ରକାର ସୁବାସିତ ଦ୍ରବ୍ୟର ମିଶ୍ରଣ କରି ଏହି ପୋଡ ପିଠା ପ୍ରସ୍ତୁତ କରାଯାଉଥିବା କହିଛନ୍ତି ମାଉସୀ ମା’ ମନ୍ଦିରର ପୂଜକ । ଅଟା, ଚିନି, ଛେନା, ଘିଅ, ଲବଙ୍ଗ, ଅଳେଇଚକୁ ମିଶ୍ରଣ କରି ସାରାରାତି ବାମ୍ଫରେ ସିଝାଯାଏ । ସକାଳୁ ଶୀତଳ କରି ଖଂଡ ଖଂଡ କାଟି ଭଲ ଘିଅରେ ଛଣା ଯାଇଥାଏ ।

 

from Kanak News
via <a href="https://ifttt.com/?

ଏସସିବି ସମ୍ପ୍ରସାରଣ କାର୍ଯ୍ୟର ତଦାରଖ କଲେ ଫାଇଭ୍-ଟି ସଚିବ : ତାଳଦଣ୍ଡା କେନାଲ ଅତ୍ୟାଧୁନିକୀକରଣ କାର୍ଯ୍ୟ ବୁଲି ଦେଖିଲେ

କନକ ବ୍ୟୁରୋ : ଆଜି କଟକ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନ୍ । ଆଜି କଟକର ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ ସାଇଟ ଗସ୍ତ କରି ଏହାର କାମର ସମୀକ୍ଷା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ତାଳଦଣ୍ଡା କେନାଲର ୧.୫୫ କିମି ଲମ୍ବର ନବୀକରଣ କାମ ଶେଷ ହୋଇଯାଇଛି । ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବ ଜାତୀୟ ରାଜପଥ ଯାଏଁ ୩.୫୫ କିମି ଯାଏଁ ନବୀକରଣ କରାଯିବ ।

ଆଗାମୀ ୧୦ ଦିନ ମଧ୍ୟରେ ଏହି କାମ ପାଇଁ କେଉଁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ତାହାର ତାଲିକା ପ୍ରଦାନ କରିବାକୁ ଫାଇଭ୍ ଟି ସଚିବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କଟକ ଏସସିବି ମେଡିକାଲ କଲେଜ ଏବଂ ଡାକ୍ତରଖାନାର ଉନ୍ନତିମୂଳକ କାମ ମଧ୍ୟ ତଦାରଖ କରିଛନ୍ତି ଫାଇଭ୍-ଟି ସଚିବ । ଏହି ଗସ୍ତ କାଳରେ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହିତ ପୂର୍ତ୍ତ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନିଲ କ୍ରୀଷ୍ଣା, ଆରଡିସି, ସିଏମସି କମିଶନର ଏବଂ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

from Kanak News
via <a href="https://ifttt.com/?

ଗତ ୨୪ ଘଂଟାରେ ୨୨୧୫ ପଜିଟିଭ୍ ଚିହ୍ନଟ : ୬୬ ମୃତ୍ୟୁର ହିସାବ ହେଲେ ସରକାର; ରାଜ୍ୟରେ ୫ ହଜାର ଟପିଲା ମୋଟ କରୋନା ମୃତ୍ୟୁସଂଖ୍ୟା 

କନକ ବ୍ୟୁରୋ : ଗତ ୨୪ ଘଂଟାରେ ରାଜ୍ୟରେ ୨୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨୭୨ ସଂଗରୋଧରୁ ଏବଂ ୯୪୩ ଜଣ ସ୍ଥାନୀୟ ଅଂଚଳରୁ ରହିଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସବୁଠାରୁ ଅଧିକ ୪୮୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଅନୁଗୁଳରୁ ୮୯ଜଣ, ବାଲେଶ୍ୱରରୁ ୧୫୦ ଜଣ, ବରଗଡ଼ରୁ ୧୪ ଜଣ, ଭଦ୍ରକରୁ ୭୮ ଜଣ, ବଲାଙ୍ଗୀରରୁ ୧୮ ଜଣ, ବୌଦ୍ଧରୁ ୧୬ ଜଣ, କଟକରୁ ୩୪୮ଜଣ, ଦେବଗଡ଼ରୁ ୧ ଜଣ, ଢେଙ୍କାନାଳରୁ ୫୪ ଜଣ, ଗଜପତିରୁ ୧୭ ଜଣ, ଗଞ୍ଜାମରୁ ୧୨ଜଣ, ଜଗତସିଂହପୁରରୁ ୧୨୬ ଜଣ, ଯାଜପୁରରୁ ୧୨୪ ଜଣ, ଝାରସୁଗୁଡ଼ାରୁ ୧୦ ଜଣ, କଳାହାଣ୍ଡିରୁ ୫ ଜଣ, କନ୍ଧମାଳରୁ ୧୪ ଜଣ, କେନ୍ଦ୍ରାପଡ଼ାରୁ ୯୫ ଜଣ, କେଉଁଝରରୁ ୪୨ ଜଣ, କୋରାପୁଟରୁ ୧୦ ଜଣ, ମାଲକାନଗିରିରୁ ୨୫ ଜଣ, ମୟୁରଭଞ୍ଜରୁ ୯୯ ଜଣ, ନବରଙ୍ଗପୁରରୁ ୪ ଜଣ, ନୟାଗଡ଼ରୁ ୬୯ ଜଣ, ନୂଆପଡ଼ାରୁ ୫ ଜଣ, ପୁରୀରୁ ୮୪ ଜଣ, ରାୟଗଡ଼ାରୁ ୨୯ ଜଣ, ସମ୍ୱଲପୁରରୁ ୪୧ ଜଣ, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୪୩ ଓ ଷ୍ଟେଟ ପୁଲରୁ ୧୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ରାଜ୍ୟରେ ଆଉ ୬୬ ଜଣଙ୍କ କରୋନା ମୃତ୍ୟୁର ହିସାବ ଦେଇଛନ୍ତି ସରକାର । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ହଜାର ଅତିକ୍ରମ କରିଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୫ ହଜାର ୫୮କୁ ବୃଦ୍ଧି ହୋଇଛି । ସେହିପରି ଗତ ୨୪ ଘଂଟାରେ ରାଜ୍ୟରେ ୨୪୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥସଂଖ୍ୟା ୯ ଲକ୍ଷ ୨୭ ହଜାର ୯୨୬କୁ ବୃଦ୍ଧି ହୋଇଛି । ୨୨୧୫ ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ଟିଭ୍ ମାମଲା ସଂଖ୍ୟା ୨୧ ହଜାର ୨୮୯କୁ ବୃଦ୍ଧି ହୋଇଛି ।

from Kanak News
via <a href="https://ifttt.com/?

ଚେନ୍ନାଇକୁ ଏୟାରଲିଫ୍ଟ ହେବେ ପୁଣି ଜଣେ କରୋନା ଆକ୍ରାନ୍ତ : ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛନ୍ତି ଦେବକାନ୍ତଙ୍କ ପତ୍ନୀ

କନକ ବ୍ୟୁରୋ : ଚେନ୍ନାଇକୁ ଏୟାରଲିଫ୍ଟ ହେବେ ପୁଣିଜଣେ କରୋନା ଆକ୍ରାନ୍ତ । ଢେଙ୍କାନାଳ ଜିଲ୍ଲା ରଞ୍ଜାଗୋଳ ଗାଁର ଦେବକାନ୍ତ ପ୍ରଧାନଙ୍କ ଭୁବନେଶ୍ୱର ସମ ଅଲ୍ଟିମେଟରେ ଏକମୋ ଚିକିତ୍ସା ଚାଲିଥିଲା । ଦେବକାନ୍ତଙ୍କ ଚିକିତ୍ସା ପାଇଁ ପରିବାର ଲୋକ ୩୦ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି । ତଥାପି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁନାହିଁ । ତାଙ୍କୁ ଚେନ୍ନାଇର ଏମଜିଏମ ମେଡିକାଲକୁ ନେବାପାଇଁ ଯୋଜନା କରିଛନ୍ତି ପରିବାର ଲୋକ ।

ଏଥିପାଇଁ ଆଜି ତାଙ୍କୁ ଏୟାରଲିଫ୍ଟ କରି ନିଆଯାଉଛି । ହେଲେ ଚେନ୍ନାଇରେ ଦିନକୁ ଖର୍ଚ୍ଚ ହେବ ପ୍ରାୟ ଅଢେଇ ଲକ୍ଷ ଟଙ୍କା । ତେଣୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛନ୍ତି ଦେବକାନ୍ତଙ୍କ ପତ୍ନୀ ସୌମ୍ୟ ସୌମିତ୍ରି ପ୍ରଧାନ । ଦେବକାନ୍ତଙ୍କୁ ଆର୍ଥିକ ସହାୟତା କରିବାକୁ ଚାହୁଁଥିବା ବ୍ୟକ୍ତି ସୋଭନଜିତ ବିଶ୍ୱାଳଙ୍କ ଗୁଗୁଲ ପେ’ ନମ୍ବର – ୮୩୩୮୦୧୮୦୬୬ରେ ସହାୟତା କରିପାରିବେ । ସେହିପରି ମିଲାପ ଫାଉଣ୍ଡେସନ ଜରିଆରେ ମଧ୍ୟ ପାଣ୍ଠି ସଂଗ୍ରହ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ପରିବାର ଲୋକ ।

from Kanak News
via <a href="https://ifttt.com/?

ରାଜ୍ୟରେ କେମିତି ହେଉଛି ବ୍ରାଉନସୁଗାର ବେପାର ? ନିଶାଡି ଖୋଲିଲା କାରବାରର ଗୁମର; ଗୋଟିଏ ଫୋନରେ ଜଳେଶ୍ୱରରୁ ଆସୁଛି ଧଳା ଜହର

କନକ ବ୍ୟୁରୋ : ଗତ ବୁଧବାର ଭୁବନେଶ୍ୱର କେଶୁରାରେ ଜଣଙ୍କ ଘରୁ ୫୫୦ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା କମିଶନରେଟ ପୋଲିସ । ସେହିପରି ଗତକାଲି ଭଦ୍ରକରୁ ଜଳେଶ୍ୱର ଚାଲାଣ ବେଳେ ୧ କିଲୋ ୯୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଭଦ୍ରକ ଗ୍ରାମାଂଚଳ ପୋଲିସ । ତେବେ ରାଜ୍ୟକୁ କେଉଁଠୁ ଆସୁଛି ପୁଳା ପୁଳା ଧଳା ଜହର ? ଏନେଇ ସୂଚନା ଦେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ ଯେ, କୋଲକାତାରୁ ବାଲେଶ୍ୱରର ଜଳେଶ୍ୱର ଦେଇ ଏସବୁ ନିଷିଦ୍ଧ ଡ୍ରଗ୍ସ ରାଜ୍ୟକୁ ପ୍ରବେଶ କରୁଛି ।

ଏହାର ପ୍ରମାଣ ଦେଲାଭଳି ଏକ ଚିତ୍ର କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି । କଟକ ସିଡିଏରେ ଏକ ଅର୍ଦ୍ଧ ନିର୍ମିତ କୋଠାଘରେ ଜଣେ ନିଶାଡି ବ୍ରାଉନସୁଗାର ସେବନ କରୁଥିବାବେଳେ ପହଂଚିଥିଲା କନକ ନ୍ୟୁଜ ଟିମ୍ । ତାଙ୍କ କହିବା ହେଲା ୭୫୦ ଟଙ୍କା ଦେଲେ ମିଳୁଛି ଗୋଟିଏ ପୁଡିଆ । ଥରେ ନିଶା କରିବା ପରେ ଏହାର ପ୍ରଭାବ ୫ ଘଂଟା ରହୁଛି । ତାଙ୍କ କହିବା କଥା ହେଲା, ଗୋଟିଏ ଫୋନକଲରେ ବାଲେଶ୍ୱରର ଜଳେଶ୍ୱରରୁ କଟକରେ ଆସି ପହଂଚି ଯାଉଛି ବ୍ରାଉନସୁଗାର । ଫୋନରେ କଥାବାର୍ତ୍ତା ପରେ ଜାଗା ସ୍ଥିର ହୋଇଗଲେ ଏକାଠି ହେଉଛନ୍ତି ବେପାରୀ ଓ ଗ୍ରାହକ । ପାଠସାଠ ପଢୁଥିବା ଯୁବକ ବି ରୀତିମତ ଏହି ନିଶାରେ ପଡିଛନ୍ତି । ଏମିତି ଅଭ୍ୟାସରେ ପଡିଛନ୍ତି ଯେ, ନିଶା ନେବା ସମୟ ହୋଇଗଲେ ଦେହକୁ ଅଶ୍ୱସ୍ତି ଲାଗୁଛି । ପଇସା ପାଇଁ ଘରେ ଅନେକ ସମୟରେ ଝଗଡା ବି ହେଉଛି ।

ଏହି ଖବର ଜଣାଇବା ପଛରେ ଉଦ୍ଦେଶ୍ୟ ହେଉଛି, ଆପଣଙ୍କୁ ସଚେତନ କରିବା । ନିଶା ସେବନ ସ୍ୱାସ୍ଥ୍ୟ ପ୍ରତି ହାନିକାରକ । ଏହା ଜାଣି ମଧ୍ୟ ଅନେକ ଯୁବପିଢି ନିଶା ସେବନରେ ମାତୁଛନ୍ତି । ଆଉ ପୁଳାପୁଳା ଟଙ୍କା ରୋଜଗାର କରିବାର ଲୋଭରେ ନିଶା କାରବାର ବି କରୁଛନ୍ତି । ଖବର ମିଳିଲେ ପୋଲିସ ଧରୁଛି । ନହେଲେ ଅବାଧରେ ଚାଲୁଛି ନିଶା କାରବାର । ନିଶା ଖାଇ ଅନେକ ଅପରାଧ ବି ଘଟାଉଛନ୍ତି । ତେଣୁ ନିଶା ସେବନଠାରୁ ଦୂରେଇ ରହିବା ହିଁ ଏକମାତ୍ର ବାଟ । ନିଶା ନଖାଇଲେ ନିଶା କାରବାର ହେବନାହିଁ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started