ଆଜିଠାରୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ : ପ୍ରେମଦାସା ଷ୍ଟାଡିୟମରେ ପ୍ରଥମ ମୁକାବିଲା; ଶିଖର ଧବନଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମଇଣ୍ଡିଆର ଯୁବ ବ୍ରିଗେଡ୍

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ । ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଯୁବଦଳ ଆଜି ଖେଳିବ ପ୍ରଥମ ଦିନିକିଆ ମୁକାବିଲା ମ୍ୟାଚ । ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ । ଜୁଲାଇ ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚକୁ କରୋନା କାରଣରୁ ୫ ଦିନ ଘୁଂଚାଇ ଦିଆଯାଇଥିଲା । ବର୍ତ୍ତମାନ ବିରାଟ କୋହଲିଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଇଂଲଣ୍ଡ ଗସ୍ତରେ ରହିଛି । ତେଣୁ ଶିଖର ଧବନଙ୍କ ନେତୃତ୍ୱରେ ଶ୍ରୀଲଙ୍କା ବିପକ୍ଷରେ ସିରିଜ ଖେଳିବ ଏହି ଦଳ ।

ଦଳରେ ଶିଖର ଧବନ କ୍ୟାପଟେନ, ପୃଥ୍ୱୀ ସ’, ଦେବଦତ୍ତ ପାଡିକ୍କଲ, ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ନୀତିଶ ରାଣା, ଇସାନ କିଷନ, ସଂଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ରାହୁଲ ଚହର, ଭୁବନେଶ୍ୱର କୁମାର, ଚେତନ ସାକାରିଆ ଓ ନଭଦୀପ ସାଇନିଙ୍କ ପରି ଯୁବ ଖେଳାଳି ରହିଛନ୍ତି । ଭାରତୀୟ ଯୁବ ଦଳ ଶ୍ରୀଲଙ୍କା ଗସ୍ତରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ଖେଳିବ । ଭାରତୀୟ ଟେଷ୍ଟ ଦଳ ଇଂଲଣ୍ଡ ଗସ୍ତରେ ଥିବାରୁ ଏକ ଅଲଗା ଦଳ ଶ୍ରୀଲଙ୍କା ଗସ୍ତରେ ଯାଇଛି । ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟରେ ଏପରି ଦେଖିବାକୁ ମିଳିଛି ।

ସେପଟେ ବର୍ତ୍ତମାନ ଶ୍ରୀଲଙ୍କା କ୍ରିକେଟ ଦଳ ସେତେଟା ଶକ୍ତିଶାଳି ନାହିଁ । ଇଂଲଣ୍ଡରେ ଜୈବବଳୟ ଭାଙ୍ଗିବା ଅଭିଯୋଗରେ ଦଳରୁ ସସପେଣ୍ଡ ହୋଇଛନ୍ତି କୁସଲ ମେଣ୍ଡିଜ ଏବଂ ନିରୋଶାନ ଡିକୱାଲା । କୁସାଲ ପେରେରା ଆହତ ହୋଇ ଦଳରୁ ବାହାରେ ଅଛନ୍ତି । ଏପରି ସମୟରେ ସିଂହଳି ଦଳର ନେତୃତ୍ୱ ଦାସୁନ ସନକାଙ୍କୁ ଦିଆଯାଇଛି ।

from Kanak News
via <a href="https://ifttt.com/?

ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ : ଜୁଲାଇ ୧୯ରୁ ଅଗଷ୍ଟ ୧୩ ମଧ୍ୟରେ ରହିବ ୧୯ କାର୍ଯ୍ୟଦିବସ 

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ । ଜୁଲାଇ ୧୯ରୁ ଅଗଷ୍ଟ ୧୩ ଭିତରେ ମୋଟ ୧୯ ଦିନ ଅଧିବେଶନ ହେବ । ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍ ଅନୁଯାୟୀ, ପାର୍ଲାମେଣ୍ଟରେ ୩୮ଟି ବିଧେୟକ ପଡ଼ିରହିଛି। ସେଥି ମଧ୍ୟରୁ ୯ଟି ବିଲ୍ ଉପରେ ବିଚାର କରାଯାଇ ଗୃହୀତ କରାଯିବ ଏବଂ ୧୭ଟି ବିଲ୍ ଆଗତ କରାଯିବା ପରେ ତା’ ଉପରେ ବିଚାର କରାଯାଇ ଗୃହୀତ କରାଯିବ ।

ଯେଉଁ ବିଲ୍‌ଗୁଡ଼ିକ ଆଗତ କରାଯିବ, ସେଗୁଡ଼ିକ ମଧ୍ୟରେ ଅଛି ଦେବାଳିଆ କୋଡ୍ ବିଲ୍, ୨୦୨୧, ଯାହା ଏକ ଅଧ୍ୟାଦେଶ ସ୍ଥାନରେ ଲାଗୁ ହେବ । ତା’ଛଡ଼ା ସୀମିତ ଦାୟବଦ୍ଧତା ଅଂଶୀଦାରୀ ବିଲ୍, ୨୦୨୧; ଜମା ବୀମା ଓ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ବିଲ୍, ୨୦୨୧ ଏବଂ ବିଦ୍ୟୁତ୍ ବିଲ୍, ୨୦୨୧ । ତେବେ ସମସ୍ତ ଘରୋଇ କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ କରୁଥିବା ଏବଂ ଅଫିସିଆଲ୍ ଡିଜିଟାଲ କରେନ୍ସି ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବା କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ୍ ଡିଜିଟାଲ କରେନ୍ସି ନିୟାମକ ବିଲ୍, ୨୦୨୧ ବି ପାସ୍ ହେବାକୁ ବାକି ଅଛି ଯାହା ଏଥିରେ ତାଲିକାଭୁକ୍ତ ହୋଇନାହିଁ ।

from Kanak News
via <a href="https://ifttt.com/?

ସିରମ ମୁଖ୍ୟ ଆଦାର ପୁନାୱାଲାଙ୍କ ଦାବି : ୟୁରୋପୀୟ ସଂଘର ୨୭ ରାଷ୍ଟ୍ରରୁ ୧୬ଟି କୋଭିସିଲ୍ଡକୁ ଦେଇଛନ୍ତି ଅନୁମତି; ଶେଷ ରାଷ୍ଟ୍ର ଭାବରେ ଶନିବାର ଫ୍ରାନ୍ସ ଦେଲା ଅନୁମତି

କନକ ବ୍ୟୁରୋ : ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପକ୍ଷରୁ ବିକଶିତ ଏବଂ ସିରମ ପକ୍ଷରୁ ଉତ୍ପାଦିତ କୋଭିସିଲ୍ଡ ଟିକାକୁ, ବିଶ୍ୱ ଦରବାରରେ ବଢିବାରେ ଲାଗିଛି ସ୍ୱିକୃତୀ । ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଆଦାର ପୁନାୱାଲା ଦାବି କରିଛନ୍ତି, ୟୁରୋପୀୟ ସଂଘର ୨୭ଟି ରାଷ୍ଟ୍ରରୁ ୧୬ଟି କୋଭିସିଲ୍ଡ ଟିକାକୁ ଅନୁମତି ପ୍ରଦାନ କରିଛନ୍ତି । ୟୁରୋପୀୟ ସଂଘର ସଦସ୍ୟ ନଥିବା ସ୍ୱିଜରଲାଣ୍ଡ ମଧ୍ୟ ଅନ୍ୟତମ ୟୁରୋପୀୟ ଦେଶ ଭାବେ ଏହି ଟିକାକୁ ଅନୁମତି ପ୍ରଦାନ କରିଛି । ଅର୍ଥାତ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ନେଇଥିଲେ ଏସବୁ ଦେଶକୁ ଯିବା ପାଇଁ ଅନୁମତି ମିଳିବ ।

ତେଣୁ ଟିକାର ମାର୍କେଟିଂ ଅଥୋରାଇଜେସନ୍ ପାଇଁ ୟୁରୋପୀୟ ସଂଘକୁ ଆବେଦନ କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସିରମ ମୁଖ୍ୟ । ଶେଷ ରାଷ୍ଟ୍ର ଭାବେ ଫ୍ରାନ୍ସ ମଧ୍ୟ ଶନିବାର କୋଭିସିଲ୍ଡ ଟିକାକୁ ଅନୁମତି ଦେଇଛି । ତେବେ କେବଳ ଇଟାଲି ଓ ଅନ୍ୟ କେତେକ ଦେଶ ଆଜି ଯାଏଁ ଏହି ଟିକାକୁ ଅନୁମତି ଦେଇନାହାନ୍ତି । କୋଭିଡ ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- ଡବ୍ଲୁଏଚଓ ପ୍ରସ୍ତୁତ କରିଥିବା ତାଲିକାରେ କୋଭିସିଲ୍ଡ ରହିଛି । ତେଣୁ ଏହାକୁ ଅନୁମତି ପ୍ରଦାନରେ ବିଶେଷ ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ସିରମ ମୁଖ୍ୟ ଆଦାର ପୁନାୱାଲା ।

from Kanak News
via <a href="https://ifttt.com/?

ବାହୁଡା ପାଇଁ ପ୍ରସ୍ତୁତି : ଆସନ୍ତାକାଲି ଠାରୁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ; ସିଲ୍ ହେବ ପୁରୀକୁ ସଂଯୋଗ କରୁଥିବା ତିନୋଟି ପ୍ରବେଶ ପଥ, ଘର ଉପରେ ଉଡିବ ଡ୍ରୋନ୍

କନକ ବ୍ୟୁରୋ : ବାହୁଡା ପାଇଁ ପୁରୀରେ ଜୋର ଧରିଲା ପ୍ରସ୍ତୁତି । ଆସନ୍ତାକାଲିଠାରୁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗୁ ହେବ । ସିଲ୍ ହେବ ପୁରୀକୁ ସଂଯୋଗ କରୁଥିବା ତିନୋଟି ପ୍ରବେଶ ପଥ । ପୁରୀ ବଡଦାଣ୍ଡକୁ ଲାଗି କରି ରହିଥିବା ଘର ଗୁଡିକ ଉପରେ ଡ୍ରୋନ୍ ଜରିଆରେ ନଜର ରଖାଯିବ । ସେହିପରି ବଡଦାଣ୍ଡକୁ ଲାଗି ରହିଥିବା ଘର ଗୁଡିକର ପରବାର ଲୋକଙ୍କ ପ୍ରସ୍ତୁତ ହେଉଛି ତାଲିକା । ପରିବାର ସଦସ୍ୟ ବାଦ୍ ଅନ୍ୟ କୌଣସି ଲୋକଙ୍କ ଉପସ୍ଥିତି ନଜର ଆସିଲେ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁରୀ ପ୍ରଶାସନ ସ୍ପଷ୍ଟ କରିଛି ।

ପୁରୀରେ ବଡଦାଣ୍ଡ ହୋଟେଲ, ଲଜ୍, ଧର୍ମଶାଳା ଆଜିଠୁ ୪ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ରଥଯାତ୍ରା ସମୟରେ ବିଶୃଙ୍ଖଳା ଯେପରି ପୁନରାବୃତ୍ତି ନହେବ, ସେଥିପ୍ରତି ବାହୁଡା ଆଗରୁ ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇଛି ପୁରୀ ପ୍ରଶାସନ । ବଡଦାଣ୍ଡକୁ ଲାଗି କରି ରହିଥିବା ଘର ଗୁଡିକରୁ ବାହାରି ଯେପରି କେହି ରଥଯାତ୍ରା ଦର୍ଶନ କରିପାରିବେ ନାହିଁ, ସେଥିପ୍ରତି କଡା ନଜର ଦିଆଯାଇଛି । ଏହି ଘର ଗୁଡିକ ଉପରେ ନଜର ରଖିବାକୁ ପୁରୀ ପୋଲିସ ଡ୍ରୋନ୍ ଉଡାଇବାକୁ ନିଷ୍ପତ୍ତି ନେଇଛି ।

ବାହୁଡା ଯାତ୍ରା ସମୟରେ କେବଳ ଜରୁରୀକାଳିନ ସେବାକୁ ବାଦ୍ ଦେଲେ ଅନ୍ୟ କୌଣସି ଗାଡିମୋଟର ଚଳାଚଳ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ । ଔଷଧ ଦୋକାନ ସହ ଅନ୍ୟାନ୍ୟ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ଜୁଲାଇ ୧୯ ତାରି ରାତି ୮ଟାରୁ ଜୁଲାଇ ୨୧ ତାରିଖ ରାତି ୮ଟା ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ଭଳି ବାହୁଡା ଯାତ୍ରାରେ ବି କର୍ଫ୍ୟୁ ୪୮ ଘଂଟା ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ନାକାବନ୍ଦୀ କରାଯିବ ।

from Kanak News
via <a href="https://ifttt.com/?

ଆଜି ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା : ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଆସନ୍ତା ୨୧ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠାରୁ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ମାଲକାନଗିରି, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ ଓ ଗଂଜାମ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଏହାଛଡ଼ା ନୂଆପଡ଼ା, ନବରଙ୍ଗପୁର, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଏହିସବୁ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । କନ୍ଧମାଳ ଜିଲ୍ଲା ରାଇକିଆରେ ସର୍ବାଧିକ ୨୪.୨ ମିମି ବର୍ଷା ହୋଇଥିବା ବେଳେ ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ ୨୩.୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ଅପରପକ୍ଷରେ ଗତ ଜୁନ୍‌ ୧ରୁ ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ବାସ କହିଛନ୍ତି । ତାଙ୍କ ସୂଚନା ମୁତାବକ, ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୩୯୩.୩ ମିମି ବର୍ଷା ହେବା କଥା । ମାତ୍ର ୨୫ ପ୍ରତିଶତ କମ୍‌ ଅର୍ଥାତ ୨୯୩.୮ ମିମି ବର୍ଷା ହୋଇଛି । ରାଜ୍ୟରେ ୧୯ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଭଦ୍ରକରେ ସ୍ବାଭାବିକ ଭାବେ ୩୪୮.୭ ମିମି ବର୍ଷା ହେବା ସ୍ଥଳରେ ସବୁଠାରୁ କମ୍‌ ୧୪୯ ମିମି ବର୍ଷା ହୋଇଛି । ଯାହାକି ୫୭% କମ୍‌ । ବଲାଙ୍ଗିର, ଗଜପତି, ଯାଜପୁର ଓ କେନ୍ଦୁଝରରେ ୪୦% କମ୍‌ ବର୍ଷା ହୋଇଛି । ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକରେ ୪୦%ରୁ କମ୍‌ ନିଅଣ୍ଟିଆ ବର୍ଷା ହୋଇଛି ବୋଲି ଶ୍ରୀ ବିଶ୍ବାସ ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ଆସନ୍ତାକାଲିଠୁ ସାରା ଓଡିଶାରେ ଗଡ଼ିବ ବସ୍ : ଦୁଇ ମାସର ରୋଡ୍ ଟିକସ ଛାଡ଼ କରିବେ ସରକାର; ବସ୍ କର୍ମଚାରୀଙ୍କ ପାଇଁ ଗଠନ ହେବ କଲ୍ୟାଣ ପାଣ୍ଠି

କନକ ବ୍ୟୁରୋ : ଆସନ୍ତାକାଲିଠୁ ସାରା ରାଜ୍ୟରେ ବସ୍‌ ଚଳାଚଳ ସ୍ବାଭାବିକ ହେବ । ନିଖିଳ ଓଡ଼ିଶା ବସ୍‌ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ୧୦ଦଫା ଦାବିକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଶନିବାର ଦିନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବସ୍‌ ମାଲିକ ସଂଘର ସମସ୍ତ ଦାବି ଉପରେ ଆଲୋଚନା ହେବା ପରେ ଏହାକୁ ଧୀରେ ଧୀରେ ପୂରଣ କରିବାକୁ ରାଜ୍ୟ ସରକାର ସମୟ ନେଇଛନ୍ତି । ଏହାପରେ ବସ୍‌ ମାଲିକ ସଂଘ ବସ୍‌ ଚଳାଇବାକୁ ରାଜି ହୋଇଛି । ତେଣୁ ଏବେ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ବସ୍‌ ଚଳାଚଳ କରିବ । ପ୍ରତି ବସ୍‌ରେ ଯେତିକି ସିଟ୍ ସେତିକି ଯାତ୍ରୀ ଯିବେ । ବିନା ମାସ୍କରେ କାହାକୁ ନିଆଯିବନି। ବସ୍‌କୁ ପ୍ରତିଦିନ ବିଶୋଧନ କରାଯିବ।

ବସ୍‌ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକଙ୍କ କହିବାନୁଯାୟୀ, ରାଜ୍ୟ ସରକାର ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ରୋଡ୍‌ ଟିକସ ଛାଡ଼ କରିବାକୁ ରାଜି ହୋଇଛନ୍ତି । ଚାରି ମାସ ହେଲା ବସ୍‌ ଚଳାଚଳ ହୋଇନଥିବାରୁ ଆମେ ସରକାରଙ୍କୁ ବସ୍‌ ପିଛା ୧ଲକ୍ଷ ଟଙ୍କାର ସହାୟତା ମାଗିଥିଲୁ । ଏନେଇ ରାଜ୍ୟ ସରକାର ବ୍ୟାଙ୍କଗୁଡ଼ିକୁ ବସ୍‌ ମାଲିକଙ୍କ ସହ ଅନୁବନ୍ଧିତ କରିବେ ବୋଲି କହିଛନ୍ତି । ବ୍ୟାଙ୍କରୁ ବସ୍‌ ପିଛା ୧ଲକ୍ଷ ଟଙ୍କା ଋଣ ଆଣି ବସ୍‌ ଚଳାଇବୁ । ଏଥିପାଇଁ ଆମେ ପ୍ରତି ମାସରେ ୧୫ତାରିଖ ସୁଦ୍ଧା ଟିକସ ଦେବୁ ଏବଂ ବ୍ୟାଙ୍କରୁ ଆଣିଥିବା ଟଙ୍କାର କିସ୍ତି ୩୦ତାରିଖ ଭିତରେ ଦେଉଛୁ ବୋଲି ଆର୍‌ଟିଓଙ୍କୁ ଜଣାଇବୁ ।

ସେହିପରି ବାହାର ରାଜ୍ୟକୁ ଗାଡ଼ି ଚଳାଚଳ କରିବାକୁ ଅନୁମତି ଦେବାକୁ ରାଜ୍ୟ ସରକାର ରାଜି ହୋଇଛନ୍ତି । ଆମ ରାଜ୍ୟରେ ବାହାର ରାଜ୍ୟରୁ ଆସୁଥିବା ବସ୍‌ ଉପରେ ଟିକସ ଛାଡ଼ ହୋଇଥିବାବେଳେ ସେମାନଙ୍କ ରାଜ୍ୟରେ ବି ଆମ ବସ୍‌ ଉପରୁ ଟିକସ ଛାଡ଼ କରିବା ନେଇ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି । ୪ମାସ ହେଲା ବସ୍‌ ଚାଲିନଥିବାରୁ ବୀମା ଅବଧି ଆଉ ୪ମାସ ବଢ଼ାଇବାକୁ କୁହାଯାଇଛି । ଏନେଇ ରାଜ୍ୟ ସରକାର ଆଇଆର୍‌ଡିଏ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।

from Kanak News
via <a href="https://ifttt.com/?

ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ରହସ୍ୟ ବଢୁଥିବା ବେଳେ ତନାଘନା ଆରମ୍ଭ : ସାଇନଟିଫିକର ଟିମ ପରେ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଲେ ଗଜପତି ଏସପି

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ଘଟଣାର ତନାଘନା ଆରମ୍ଭ କରିଛି ପୁଲିସ । ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ସରକାରୀ ବାସଗୃହକୁ ରାତିରେ ଯାଇ ପୁଲିସ ଖୋଳତାଡ କରିଛି । ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ସମେତ ତଦନ୍ତକାରୀ ଦଳ ସୌମ୍ୟଙ୍କ ସରକାରୀ ବାସଭବନରେ ସରଜମିନ ତଦନ୍ତ କରିଛନ୍ତି ।

ଘଟଣାଦିନ ସୌମ୍ୟ ଜଳିଯିବା ପରେ କେମିତି ପଡିଥିଲେ, ତାଙ୍କୁ ଦେଖିବା ପୂର୍ବରୁ କିଏ କେଉଁଠି ଥିଲେ । ଗୁରୁତର ସୌମ୍ୟଙ୍କୁ କିପରି ହସ୍ପିଟାଲ ନେଲେ । ପ୍ରତ୍ୟକ୍ଷଦର୍ଶୀଙ୍କୁ ସାଙ୍ଗରେ ନେଇ ଡେମୋ କରାଇଛନ୍ତି ଗଜପତି ଏସପି । ଏଥିସହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗଜପତି ଏସପି କହିଛନ୍ତି, ସୌମ୍ୟଙ୍କ ପରିବାର ଏକ ସ୍ପର୍ଶକାତର ଅଭିଯୋଗ ଆଣିଛନ୍ତି । ଏହାକୁ ଠିକ୍ ଭାବେ ତଦନ୍ତ କରିବାର ନୈତିକ ଦାୟିତ୍ୱ ପୁଲିସର ଅଛି ।

ସୌମ୍ୟଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଥିବା ବେଳେ ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲାଗିଥିବା ସିସିଟିଭି କ୍ୟାମେରା ଅନେକ ଦିନ ହେଲା ଅଚଳ ହୋଇ ପଡ଼ିଛି । କ୍ବାର୍ଟର୍ସ ବାହାରେ ଥିବା ଖୁଣ୍ଟରେ ବିଜୁଳିବତୀ ମଧ୍ୟ ଅନେକ ଦିନ ହେଲା ଜଳୁନାହିଁ । ‌ତେଣୁ ସୌମ୍ୟଙ୍କ ମୃତ୍ୟୁ ପୂର୍ବର ଘଟଣାବଳୀ ଓ ପୁଲିସ ସ୍କାନର୍‌ରେ ଥିବା ଚରିତ୍ରଙ୍କ ଗତିବିଧି ବିଷୟରେ ତଥ୍ୟ ସଂଗ୍ରହ ମୁସ୍କିଲ୍‌ ହୋଇଛି । ତଦନ୍ତରୁ ସେମିତି କିଛି ଠୋସ୍‌ ପ୍ରମାଣ ମିଳି ପାରୁନାହିଁ । ଅନ୍ୟ ପକ୍ଷରେ ଏସିଏଫ୍‌ ସୌମ୍ୟରଞ୍ଜନ ବାହାଘର ପରଠାରୁ ଅଧିକାଂଶ ସମୟ ମାନସିକ ଚାପରେ ରହୁଥିଲେ, ଏ କଥା ତ‌ାଙ୍କ ସହ କାମ କରିଥିବା ବନ ବିଭାଗର ତଳିଆ କର୍ମଚାରୀ ପ୍ରକାଶ କରିଛନ୍ତି । କ୍ଷେତ୍ର ପରିଦର୍ଶନରେ ଏସିଏଫ୍ ଆସିଲେ ପାରଳାଖେମୁଣ୍ତି ଫେରିବାକୁ ଚାହୁଁ ନଥିଲେ ବୋଲି ଅନେକ ତଳିଆ କ୍ଷେତ୍ର କର୍ମଚାରୀ ପ୍ରକାଶ କରିଛନ୍ତି ।

ପାରିବାରିକ ଅଶାନ୍ତି ଯୋଗୁଁ ସେ ଅଧିକ ସମୟ କାର୍ଯ୍ୟାଳୟରେ ବିତାଉଥିଲେ । ସେ ବହୁ ସମୟରେ ଫୋନ୍‌ରେ କଥା ହେବା ସହ ଅନ୍ୟମନସ୍କ ରହୁଥିଲେ । ପାରିବାରିକ କଳହ କିମ୍ବା ଉଚ୍ଚ ପଦାଧିକାରୀଙ୍କ ଚାପ ଯୋଗୁଁ ସେ ମାନସିକ ଚାପରେ ରହୁଥିଲେ ବୋଲି କୁହାଯାଉଥିବା ବେଳେ ଏବେ ସୌମ୍ୟଙ୍କ ବାପା ଦେଇଥିବା ଏତଲାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ପତ୍ନୀ ଓ ରୋଷେୟାଙ୍କ ନାମ ଦର୍ଶାଯାଇଥିବାରୁ ସେମାନଙ୍କୁ ଜେରା ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି ।

from Kanak News
via <a href="https://ifttt.com/?

ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ୨୬ରୁ ସ୍କୁଲ ଖୋଲିବ : ସକାଳ ୧୦ଟାରୁ ସାଢେ ଗୋଟାଏ ପର୍ଯ୍ୟନ୍ତ ଖୋଲିବ ସ୍କୁଲ

କନକ ବ୍ୟୁରୋ : କରୋନା କଟକଣା ଯୋଗୁଁ ଦୀର୍ଘଦିନ ଧରି ସ୍କୁଲଗୁଡ଼ିକ ବନ୍ଦ ରହିବା ପରେ ଶେଷରେ ରାଜ୍ୟ ସରକାର ଶନିବାର ଦିନ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୬ ତାରିଖରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଗୃହରେ ପାଠପଢ଼ା ଆରମ୍ଭ ହେବ । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଏହି ନିୟମ ଲାଗୁହେବ । ସକାଳ ୧୦ଟାରୁ ଦିନ ୧.୩୦ ପର୍ଯ୍ୟନ୍ତ ଶିକ୍ଷାଦାନ ଜାରି ରହିବ ।

ତେବେ ଯେଉଁଠାରେ ଦଶମ ଶ୍ରେଣୀ ପରୀକ୍ଷା କେନ୍ଦ୍ର ହୋଇଛି ସେଠାରେ ସ୍କୁଲ ଖୋଲିବା ବିଳମ୍ବିତ ହେବ। ଅବଶିଷ୍ଟ ଅନ୍ୟ ସମସ୍ତ ଶ୍ରେଣୀର ପାଠପଢ଼‌ା ପୂର୍ବପରି ଅନଲାଇନ୍ ମାଧ୍ୟମରେ ହେବ । ନବମ ଶ୍ରେଣୀର ଶିକ୍ଷାଦାନ ଅଗଷ୍ଟ ୧୬ ତାରିଖରୁ ଏବଂ ଏକାଦଶ ଶ୍ରେଣୀର ଶିକ୍ଷାଦାନ ସେପ୍ଟେମ୍ବର ୧୫ ତାରିଖ ପରେ କରାଯିବ । ଏ ସଂକ୍ରାନ୍ତରେ କୋଭିଡ ମାର୍ଗଦର୍ଶିକା ଜାରି କରାଯାଇଥିବା କହିଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ । ସରକାରଙ୍କ ଏହି ନିଷ୍ପତ୍ତିକୁ ଆଜି ଓଷ୍ଟା, ବିଜୁ ଛାତ୍ର ଜନତା, ଏଆଇଏସ୍‌ଏଫ୍‌ ଆଦି ବିଭିନ୍ନ ସଂଗଠନ ସ୍ବାଗତ କରିଛନ୍ତି ।

କୋଭିଡ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟର ୨୦ଟି ଜିଲ୍ଲାକୁ ‘ଏ’ ଶ୍ରେଣୀଭୁକ୍ତ ଏବଂ ୧୦ଟି ଜିଲ୍ଲାକୁ ‘ବି’ ଶ୍ରେଣୀଭୁକ୍ତ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଅନ୍‌ଲାଇନ୍‌ରେ ପାଠପଢ଼ା କରା ଯାଉଥିଲେ ମଧ୍ୟ ୬୦ ପ୍ରତିଶତ ବିଦ୍ୟାର୍ଥୀ ଏହି ପ୍ରକ୍ରିୟାରୁ ବଞ୍ଚିତ ହେଉଛନ୍ତି। ଗତବର୍ଷ ଏହି ବିଦ୍ୟାର୍ଥୀମାନେ ୧୫୦ ଶିକ୍ଷା ଦିବସ ହରାଇ ସାରିଛନ୍ତି । ବିଭିନ୍ନ ବିଷୟରେ ଥିବା ସଂଯୋଗ ଧାରଣାକୁ ବୁଝିବା ପାଇଁ ସ୍କୁଲ ପାଠପଢ଼ା ଅପରିହାର୍ଯ୍ୟ ହୋଇ ପଡ଼ିଛି । ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଥିବାରୁ ପିଲାମାନେ ୭୦ ପ୍ରତିଶତ ପାଠ୍ୟକ୍ରମ ପଢ଼ି ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ।

ଦଶମ ଏବଂ ଦ୍ବାଦଶ ଶ୍ରେଣୀର ବିଦ୍ୟାର୍ଥୀ ଜେଇ, ନିଟ୍‌ ଏବଂ କ୍ଲାଟ୍‌ ପରୀକ୍ଷା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଉଭୟ କ୍ଲାସ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଜାରି କୋଭିଡ ନିୟମ ଅନୁଯାୟୀ, ଥର୍ମାଲ ସ୍କ୍ରିନିଂ, ମାସ୍କ, ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ତେବେ ସ୍କୁଲରେ ପିଲାଙ୍କ ଉପସ୍ଥାନ ଇଚ୍ଛାଧୀନ ରଖାଯାଇଥିବା ବେଳେ ସ୍କୁଲ ଖୋଲିବା ନିଷ୍ପତ୍ତି ମଧ୍ୟ ଜିଲ୍ଲାପାଳଙ୍କ ଉପରେ ଛଡ଼ାଯାଇଛି ।

from Kanak News
via <a href="https://ifttt.com/?

ସ୍କୁଲ ଖୋଲିବ ଏମିତି : ପାଠପଢା ଆରମ୍ଭ ହେବା ପୂର୍ବରୁ ସାନିଟାଇଜ୍ ହେବ ସ୍କୁଲ; ପିଇବା ପାଣିର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ, ସ୍କୁଲ ଆସିବାକୁ ପିଲାଙ୍କୁ କରାଯିବନି ବାଧ୍ୟ

କନକ ବ୍ୟୁରୋ : ସ୍କୁଲ ଖୋଲିବା ନିଷ୍ପତ୍ତି ପରେ ସରକାର ଏସଓପି ଜାରି କରିଛନ୍ତି । କରୋନା ସମୟରେ କେମିତି ପାଠପଢା ଆରମ୍ଭ ହେବ ସେନେଇ ଏକ ବିସ୍ତୃତ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ସ୍କୁଲରେ ପାଠପଢା ଆରମ୍ଭ ହେବା ପୂର୍ବରୁ ସ୍କୁଲ ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରିବା ପାଇଁ କୁହାଯାଇଛି ।

ସେହିପରି ପିଇବା ପାଣି ଓ ଶୌଚାଳୟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠି ଶୌଚାଳୟ ବା ପିଇବା ପାଣିର ବ୍ୟବସ୍ଥା ନାହିଁ, ସେଠାରେ ସ୍କୁଲ ଖୋଲାଯାଇ ପାରିବ ନାହିଁ ଏସଓପିରେ ଉଲ୍ଲେଖ ରହିଛି । ସେହିପରି ସ୍କୁଲ ଆସିବାକୁ ପିଲାଙ୍କୁ ବାଧ୍ୟ କରାଯିବ ନାହିଁ । ଅଭିଭାବକଙ୍କ ଅନୁମତିରେ ଆସିପାରିବେ ଛାତ୍ରଛାତ୍ରୀ । ତେବେ ଅବରୋଧ ଅଞ୍ଚଳରେ ସ୍କୁଲ ଖୋଲିବ ନାହିଁ । କରୋନା ସ୍ଥିତିକୁ ଦେଖି କେଉଁଠି ସ୍କୁଲ ଖୋଲିବ ଜିଲ୍ଲାପାଳ ନିଷ୍ପତ୍ତି ନେବେ ।

from Kanak News
via <a href="https://ifttt.com/?

ପେସା ବିଲଡର ତଥା ଚଳଚ୍ଚିତ୍ର ପ୍ରଯୋଜକ । ନିଶା ଲୋକଙ୍କୁ ଜମି ଓ ଘର ଦେବା କହି ଠକିବା

କନକ ବ୍ୟୁରୋ: ଜଣେ ନୁହେଁ କି ଦୁଇ ଜଣ ନୁହେଁ,ଏକାଧିକ ଲୋକଙ୍କୁ ଚୁନା ଲଗାଇଛି ଏହି ଠକ, କାହାକୁ ଜମି ଦେବ କହି ଠକିଛି ତ ଆଉ କାହାକୁ ଫ୍ଲାଟ ଦେବ ବୋଲି କହି କୋଟି କୋଟି ଟଙ୍କା ନେଇଯାଇଛି,ହେଲେ ନା କାହାକୁ ଜମି ମିଳିଛି ନା କାହାକୁ ଘର ମିଳିଛି,ଏବେ କମିଶନରେଟ ପୋଲିସ ହାତରେ ଧରାପଡିବା ପରେ ଧୀରେ ଧୀରେ ସାମ୍ନା କୁ ଆସୁଛି ଏହି ଠକ ବିଲଡର ର କଳା କାରନାମା ।

ରଞ୍ଜନ ସାହୁ ନାଲ୍କୋର ଅବସରପ୍ରାପ୍ତ କର୍ମଚାରୀ । ରଞ୍ଜନ ସାହୁଙ୍କୁ ଜମି ଦେବ ବୋଲି କହି ଆଡ଼ଭାନ୍ସ ଓ ରେଜିଷ୍ଟ୍ରେସନ ବାବଦକୁ ୭ ଲକ୍ଷ ଟଙ୍କା ନେଇଯାଇଥିଲା ଏହି ଠକ, ହେଲେ ୨୦୧୩ ରୁ ଆସି ୨୦୨୧ ହେଲାଣି,ଏଯାଏଁ ରଂଜନଙ୍କୁ ତାଙ୍କ ଜମି ମିଳିପାରିଲା ନାହିଁ,ଗଣମାଧ୍ୟମରେ ଉକ୍ତ ଠକ ଧରାପଡିବା ଖବର ଜାଣିବା ପରେ ନିଜ ଟଙ୍କା ଫେରିପାଇବା ଆଶାରେ ସହିଦନଗର ଥାନାକୁ ଧାଇଁ ଆସିଛନ୍ତି ରଞ୍ଜନ ।

କେବଳ ରଞ୍ଜନ ନୁହଁନ୍ତି, ଅନେକ ଲୋକଙ୍କୁ ଏହିଭଳି ଠକିଛି ନିରଞ୍ଜନ । ଲକ୍ଷ୍ମୀସାଗର, ସହିଦନଗର, ବଡ଼ଗଡ଼ ଥାନାକୁ ମିଶାଇ ୬ଟି ମାମଲାରେ ୱାଣ୍ଟଏଡ଼ ଥିଲା ନିରଞ୍ଜନ । ଦୀର୍ଘଦିନ ଧରି ପୋଲିସ ଖୋଜୁଥିଲା ଏହି ବିଲଡରକୁ । ନିରଞ୍ଜନକୁ ପୋଲିସ ଧରିବାରେ ସଫଳ ହେବାପରେ ଏବେ ଥାନାରେ ନିରଞ୍ଜନ ବିରୋଧରେ ଅଭିଯୋଗର ତାଲିକା ବଢ଼ିବାରେ ଲାଗିଛି ।

ଲୋକଙ୍କୁ ଠକି ଲୋକଙ୍କ ଝାଳବୁହା ଟଙ୍କାରେ ଅଏସ କରୁଥିଲା ଏହି ବିଲଡର । ଦାମୀ ଗାଡି ଚଢିବା ସହ ବିଳାସପୂର୍ଣ ଜୀବନ ଅତିବାହିତ କରୁଥିଲା ନିରଞ୍ଜନ ରଣା । ଦୀର୍ଘଦିନ ଧରି ପୋଲିସ ସହ ଲୁଚକାଳି ଖେଳିବା ପରେ ଏବେ କମିଶନରେଟ ପୋଲିସ ପଞ୍ଝାରେ ଫସିଛି ଏହି ମୋଷ୍ଟ ୱାନଟେଡ଼ ବିଲଡର ।

from Kanak News
via <a href="https://ifttt.com/?

Design a site like this with WordPress.com
Get started