ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ଘଟଣା । କ୍ୱାର୍ଟରର ଚାରିକାନ୍ଥ ଭିତରେ କଣ ଘଟିଥିଲା? ଦିନ ଯେତେ ଗଡୁଛି, ରହସ୍ୟ ସେତେ ବଢୁଛି ।

କନକ ବ୍ୟୁରୋ: ଅଘଟଣ, ଷଡ଼ଯନ୍ତ୍ର, ହତ୍ୟା । ମୁଖ୍ୟତଃ ଏହି ୩ଟି ବିନ୍ଦୁ ଉପରେ ଘୁରି ବୁଲୁଛି ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା । ଆଉ ଏହାରି ଭିତରେ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫ୍ଓ ସଂଗ୍ରାମ ବେହେରା ଏବଂ ପୁଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠୁଛି ଯେତେବେଳେ, ସାଇଣ୍ଟିଫିକ ଟିମ୍ ସରଜମିନ ତଦନ୍ତ କରିଛି ।

ସୌମ୍ୟରଂଜନଙ୍କ ପରିବାର ଲୋକଙ୍କୁ ନେଇ ଯେତେବେଳେ କ୍ୱାର୍ଟର ଖୋଲାଯାଇଥିଲା, ଘଟଣାସ୍ଥଳର ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । କାରଣ, ସେଠି ସୌମ୍ୟରଂଜନ ପୋଡ଼ି ଯିବା ଭଳି କୌଣସି ଦୃଶ୍ୟ ଦେଖିବାକୁ ମିଳିନଥିଲା ।
କ୍ୱାର୍ଟରରେ ନିଆଁ ଲାଗିବାର ଚିହ୍ନବର୍ଣ୍ଣ ନଥିଲା!
-ଅଘଟଣ ଯୋଗୁଁ ଅଗ୍ନିକାଣ୍ଡ ହେବାର ଦୃଶ୍ୟ ନଥିଲା!
-କୋଠରୀ ଭିତରେ ପ୍ଲାଷ୍ଟିକ୍ ସାମଗ୍ରୀ, ପଲିଥିନ୍ ଓ ଅନେକ କାଗଜପତ୍ରରେ ନିଆଁ ଲାଗିନଥିଲା!

ଏପଟେ ଏସପିଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଛନ୍ତି ସୌମ୍ୟରଂଜନଙ୍କ ପରିବାର ଲୋକ । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଡିଏଫଓଙ୍କ ସମେତ ୩ଜଣଙ୍କ ବିରୋଧରେ ଆଇପିସି ଧାରାର ଦଫା ୩୦୨ ହତ୍ୟା, ୧୨୦-ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର ମାମଲା ରୁଜୁ ହୋଇଛି ।

ଘଟଣାସ୍ଥଳରୁ ସୌମ୍ୟରଂଜନଙ୍କ ଲାପଟପ୍, କିଛି ହାତଲେଖା ଚିଠି ଏବଂ ଗୋଟିଏ ଡାଏରୀ ଜବତ କରିଥିବା ପୁଲିସ୍ ସୂଚନା ଦେଇଛି । ଆଉ ଏହାରି ଭିତରେ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଏବଂ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ କଲ୍ ଡିଟେଲ ରିପୋର୍ଟ ସାମ୍ନାକୁ ଆସିଲେ ଘଟଣା ଉପରୁ ପରଦା ହଟିବ ବୋଲି କହିଛନ୍ତି ଆଇନଜୀବୀ ।

ବଡ଼ କଥା ହେଉଛି, ସେହି ଘରର ଚାବି, ଡିଏଫ୍ଓଙ୍କ ପାଖରେ ଥିବା କୁହାଯାଉଛି । ତେଣୁ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣା ବାହାରକୁ ଯେତେ ସହଜ ଦେଖା ଯାଉଛି ତାହା ସେତେ ସହଜ ନୁହେଁ । ବରଂ ପୁରା ଘଟଣାରେ ଭରି ରହିଛି ଅନେକ ରହସ୍ୟ ଏବଂ ଏକାଧିକ ରହସ୍ୟମୟ ଚରିତ୍ର । ଆଉ ଏହାରି ଭିତରେ ପ୍ରଶ୍ନ ଉଠୁଛି
– ମର୍ଡର ମାମଲା ରୁଜୁ ହେବା ପରେ ଅଭିଯୁକ୍ତଙ୍କୁ ପୁଲିସ୍ ଜେରା କରିନି କାହିଁକି?
– ଯେଉଁ ଘରକୁ ଘଟଣା ସ୍ଥଳ ବୋଲି କୁହାଯାଉଛି, ସେ ଘରକୁ କାହିଁକି ସିଲ୍ କରିନଥିଲା ପୁଲିସ୍?
– ଯଦି ଡିଏଫଓଙ୍କ ପାଖରେ ଘରର ଚାବି ଥିଲା, ତାଙ୍କ ପାଖକୁ ଗଲା କେମିତି?
– ଘଟଣାସ୍ଥଳରୁ ନିଆଁର ଚିହ୍ନବର୍ଣ୍ଣ କେମିତି ପାଇଲାନି ସାଇନଟିଫିକ୍ ଟିମ୍?

from Kanak News
via <a href="https://ifttt.com/?

ଉତ୍ତର ପ୍ରଦେଶରେ  କୂଅ ଦୁର୍ଘଟଣାରେ ୧୧କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା । ଟ୍ୱିଟ୍ କରି ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

କନକ ବ୍ୟୁରୋ : ମଧ୍ୟପ୍ରଦେଶ, ବିଦିଶା ଜିଲ୍ଲାରେ ଘଟିଥିବା କୂଅ ଦୁର୍ଘଟଣାରେ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ । ବର୍ତମାନ ସୁଦ୍ଧା ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୁରୁବାର ରାତିରେ କୂଅ ଖସିପଡିଥିବା ଏକ ୪ବର୍ଷୀୟ ଝିଅକୁ ଉଦ୍ଧାର କରିବାକୁ ଯାଇ ୨୫ରୁ ଅଧିକ ଲୋକେ କୂଅରେ ଖସିପଡିଥିଲେ ।

ବିଦିଶା ଜିଲ୍ଲା, ଗଞ୍ଜ ବଶୋଦାର କୂଅ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଉଦ୍ଧାର କାମ ଶେଷ ହେବା ପରେ ଘଟଣାରେ ୧୧ଜଣଙ୍କ ମୃତ ଦେହ କୂଅ ଭିତରୁ ବାହାର କରାଯାଇଛି । ଗୁରୁବାର ରାତିରେ ଏକ ୪ ବର୍ଷୀୟ ଝିଅ କୂଅରେ ପଡିଯିବା ପରେ ତାକୁ ଉଦ୍ଧାର କରିବା ପାଇଁ ଆଖପାଖ ଅଂଚଳର ଅନେକ ଲୋକ କୂଅ ପାଖରେ ରୁଣ୍ଡ ହୋଇଥିଲେ । କୂଅର ମାଟି ଧସି ପଡ଼ିବାରୁ ୩୦ଜଣ ଲୋକ କୂଅ ଭିତରକୁ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ଏନଡିଆରଏଫ ଓ ଏସଡିଆରଏଫର ଟିମ ପହଁଚି ଆରମ୍ଭ କରିଥିଲା ଉଦ୍ଧାର କାମ । ଆଉ ଶୁକ୍ରବାର ମଧ୍ୟ ରାତ୍ରିରେ ଉଦ୍ଧାର କାମ ଶେଷ ହୋଇଥିଲା । ଯେଉଁଥିରୁ ୧୧ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେହିପରି ୧୯ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି ।

ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ସେପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଦୁଃଖ ପ୍ରକାଶ କରିଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଏବଂ ଆହତଙ୍କୁ ୫୦ହଜାର ଟଙ୍କାର ସହୟତା ପ୍ରଦାନ କରିବାକୁ ଘୋଷଣା କରିଥିଲେ ।  ମଧ୍ୟପ୍ରଦେଶର ଏହି ମୃତ୍ୟୁର କୁଅ ୧୧ଜଣଙ୍କର ଜୀବନ ନେଇଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ବାତାବରଣ ଖେଳି ଯାଇଛି ।

from Kanak News
via <a href="https://ifttt.com/?

ଋଣ ସୁଝୁଛନ୍ତି ସମ୍ବଲପୁରର ଡାକ୍ତର ନାରାୟଣୀ ପଣ୍ଡା । ଜିଏମ୍ ବିଶ୍ୱବିଦ୍ୟାଳୟକୁ ୩୦ ଲକ୍ଷ ଟଙ୍କା ଦାନ କରିବା ପରେ ଓଡିଶା ମୁକ୍ତା ବିଶ୍ୱବିଦ୍ୟାଳୟକୁ ଦେଲେ ୧୨ ଲକ୍ଷ

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସମ୍ବଲପୁରର ନାଁକରା ଡାକ୍ତର ନାରାୟଣୀ ପଣ୍ଡା । ନିକଟରେ ନିଜେ ପଢିଥିବା ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟକୁ ୩୦ ଲକ୍ଷ ଟଙ୍କା ଦାନ କରିଥିଲେ । ଆଉ ଏବେ ଓଡିଶା ମୁକ୍ତା ବିଶ୍ୱ ବିଦ୍ୟାଳୟକୁ ୧୨ ଲକ୍ଷ ଟଙ୍କା ଦାନ କରିଛନ୍ତି । ନିହାତି ଗରିବ ଓ ମେଧାବୀ ପିଲାଙ୍କ ପାଠପଢାରେ ଏହି ଟଙ୍କା ଖର୍ଚ କରିବା ପାଇଁ ସେ ନିବେଦନ କରିଛନ୍ତି । ସ୍ୱାମୀଙ୍କ ନାଁରେ ଏହି ଟଙ୍କା ଦାନ କରିଛନ୍ତି । ତାଙ୍କ ପାଠ ପଢିବା ସମୟରେ ଯେମିତି ସେ ପଢୁଥିବା କଲେଜ ତାଙ୍କୁ ସାହା ହୋଇଥିଲା, ଠିକ୍ ସେମିତି ସେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସାହା ହେବାକୁ ଚାହୁଁଛନ୍ତି ।

from Kanak News
via <a href="https://ifttt.com/?

ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କ ମୃତ୍ୟୁ ଘଟଣା । ଦାନିଶ ସିଦ୍ଦିକିଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲା ତାଲିବାନ, କହିଲା ତାଙ୍କର ନାହିଁ କୌଣସି ଭୁଲ ।

କନକ ବ୍ୟୁରୋ : ସତର ଛବି ଲୋକଙ୍କୁ ଦେଖାଉଥିବା ଲୋକର ନିର୍ମମ ଭାବେ ହତ୍ୟା । ଆଫଗାନିସ୍ତାନରେ ଚାଲିଥିବା ଗୃହଯୁଦ୍ଧରେ ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ହତ୍ୟା କରିବା ପଛରେ ରହିଛି ତାଲିବାନର ହାତ । ଯୁଦ୍ଧର କାହାଣୀ ନିଜ କ୍ୟାମେରାରେ କଏଦ କରିବା ସମୟରେ ତାଙ୍କୁ ହତ୍ୟା କରାଯାଇଛି । ସେପଟେ ତାଲିବାନ କିନ୍ତୁ ସିଦ୍ଦିକିଙ୍କ ହତ୍ୟାକୁ ନେଇ ରଖିଛି ଭିନ୍ନ ପ୍ରତିକ୍ରିୟା । ତାଙ୍କ ହତ୍ୟା ପାଇଁ ତାଲିବାନ ନିଜକୁ ଦାୟୀ କରି ନାହିଁ । ସିଦ୍ଦିକିଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ତାଙ୍କ ମରଶରୀର ରେଡକ୍ରସକୁ ହସ୍ତାନ୍ତର କରିଛି ତାଲିବାନ ।

ଆଫଗାନିସ୍ତାନର କାନ୍ଧାହାର କ୍ଷେତ୍ରର ଦୃଶ୍ୟ । ଆଫଗାନ ସେନାର ଗାଡି ଭିତରେ ସେମାନଙ୍କ ସହ ଅଛନ୍ତି ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକି । ଆଉ ହଠାତ୍ ତାଙ୍କ ଗାଡି ଉପରେ ଆସି ମାଡ ହେଉଛି ଏକ ରକେଟ୍ । ଏହି ଭିଡିଓକୁ ନିଜ ସୋସିଆଲ ମିଡିଆରେ ସେୟାର କରି ସେଠାକାର ଭୟଙ୍କର ସ୍ଥିତି ବିଷୟରେ ଜଣାଇଥିଲେ ଦାନିଶ । ଆଉ ଏହାର କିଛି ଦିନ ପରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି । ଆଫଗାନ୍ ସେନା ଓ ତାଲିବାନୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧର ଚିତ୍ରକୁ ନିଜ କ୍ୟାମେରାରେ କଏଦ କରିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘାନି ଦୁଃଖ ପ୍ରକାଶ କରିଛନ୍ତି ।

ଖବର ସରବରାହ ସଂସ୍ଥା ରଏଟର୍ସ ପାଇଁ ଖବର ସଂଗ୍ରହ କରୁଥିବା ଦାନିଶ ସିଦ୍ଦିକିର ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛି ତାଲିବାନ । ତାଙ୍କ ମରଶରୀର ରେଡକ୍ରସକୁ ହସ୍ତାନ୍ତର କରିବା ସହ ଏଥିପାଇଁ ନିଜକୁ ଦାୟୀ କରିନାହିଁ ତାଲିବାନ ।

ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁଃଖରୁ ଆରମ୍ଭ କରି ଲକଡାଉନ୍ ବେଳେ ଶ୍ରମିକର ଭୋକର ଚିତ୍ର । ପୁଣି ଦିଲ୍ଲୀ ଦଙ୍ଗାର ଦୃଶ୍ୟ ଆଉ କରୋନା ମୃତ୍ୟୁର ଭୟଙ୍କର ଚିତ୍ର । ଏଭଳି ଅନେକ ସତ କାହାଣୀ ନିଜ କ୍ୟାମେରା ଜରିଆରେ ଲୋକଙ୍କ ପାଖରେ ପହଁଚାଇଛନ୍ତି ଦାନିଶ । ଗତି କିଛିଦିନ ହେବ ଆଫଗାନିସ୍ତାନରେ ଚାଲିଥିବା ଗୃହଯୁଦ୍ଧକୁ କଭରେଜ୍ କରିବା ପାଇଁ ଆଫଗାନିସ୍ତାନରେ ଥିଲେ ଦାନିଶ । ସତର ଛବି ଲୋକଙ୍କୁ ଦେଖାଉଥିବା ଲୋକଟି ଆଜି ସତର ଛବି ଦେଖାଇବାକୁ ଯାଇ ମୃତ୍ୟୁ ବରଣ କରିଛି । ଦିଲ୍ଲୀର ବାସିନ୍ଦା ଦାନିସ ବିବାହିତ ଥିଲେ ଏବଂ ୨ଟି ସନ୍ତାନଙ୍କ ପିତା ଥିଲେ ।

କାବୁଲରେ ଥିବା ଭାରତୀୟ ଦୂତାବାସ କହିଛନ୍ତି ଯେ, ସେମାନେ ଆଫଗାନ କର୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଖୁବଶୀଘ୍ର ତାଙ୍କ ମୃତଦେହକୁ ଭାରତରେ ତାଙ୍କ ପରିବାର ଲୋକଙ୍କ ପାଖକୁ ପଠାଇ ଦିଆଯିବ । ଭାରତୀୟ ଦୂତବାସ ଦାନିସଙ୍କ ପରିବାର ଲୋକଙ୍କ ସହ ମଧ୍ୟ ଯୋଗାଯୋଗରେ ଅଛନ୍ତି । ଟିଭି ସାମ୍ବାଦିକ ଭାବେ ଦାନିଶ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଫଟୋଗ୍ରାଫିରେ ସଉକ ଥିବାରୁ ପରେ ଫଟୋ ସାମ୍ବାଦିକତାକୁ ଜୀବିକା ଭାବେ ଆପଣାଇଥିଲେ । ନିଜ ଚମତ୍କାର ଫଟୋ ପାଇଁ ସେ ଅନ୍ତର୍ଜାତୀୟ ସ୍ତରରେ ଅନେକ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ । ପ୍ରଥମ ଭାରତୀୟ ଭାବେ ଦାନିଶ ସମ୍ମାନଜନକ ପୁଲିଟଜର ପୁରସ୍କାର ଜିତିଥିଲେ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କ ଅବଦାନ ସବୁବେଳେ ସ୍ମରଣୀୟ ରହିବ ।

from Kanak News
via <a href="https://ifttt.com/?

ଅପହରଣ ଘଟଣାର ତଦନ୍ତ କରୁ କରୁ ବଡ଼ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ । ରେଳବାଇରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କାର ଚୂନା ମାରିଥିଲେ ଶଳା ଭିଣୋଇ 

କନକ ବ୍ୟୁରୋ: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ତଦନ୍ତ ଚାଲିଥିଲା ଅପହରଣ ମାମଲାର, ହେଲେ ଗୁମର ଖୋଲିଲା ଠକେଇର । ଚାକିରି ଦେବା ନାଁରେ ଟଙ୍କା ଠକି ନେଇଥିବା ଅଭିଯୋଗ କରି ଶଳା-ଭିଣୋଇଙ୍କୁ ଅପହରଣ କରି ନେଇଥିଲେ କିଛି ଯୁବକ । ଅପହୃତଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା କମିସନରେଟ୍ ପୁଲିସ । ତଦନ୍ତ ବେଳେ ବଡ଼ ଠକେଇର ପର୍ଦ୍ଦାଫାସ ହୋଇଛି । ରେଳ ବିଭାଗରେ ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିନେଇଛନ୍ତି ଶଳା-ଭିଣୋଇ । ଠକାମି ପାଇଁ ପୂରା ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଏହି ଦୁଇଜଣ ।

ରେଳ ବିଭାଗରେ ଚାକିରୀ କରେଇଦେବେ କହି ଠକି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା, ରାଜଧାନୀର ୫ ଜଣ ଯୁବକଙ୍କୁ ଚାକିରୀ ଦେବେ କହି ପର୍ଯ୍ୟାୟ କ୍ରମେ ନେଇଥିଲେ ୨୧ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ,ମେଡିକାଲ ଟେଷ୍ଟ ମଧ୍ୟ କରେଇଲେ,ଆପଏଣ୍ଟମେଣ୍ଟ ଲେଟର ବି ଦେଲେ,ହେଲେ ସେସବୁ ଥିଲା ସମ୍ପୂର୍ଣ୍ଣ ନକଲି, ସନ୍ଦେହ ହେବାରୁ ଉକ୍ତ ୫ ଜଣ ଯୁବକ ଟଙ୍କା ଫେରେଇବା ପାଇଁ କହିଥିଲେ, ହେଲେ ଶଳା ଭିଣେଇ ଟଙ୍କା ଫେରେଇ ନଥିଲେ,ତେଣୁ ଟଙ୍କା ଫେରି ପାଇବା ପାଇଁ ଶଳା ଓ ଭିଣୋଇକୁ ଅପହଣର କଲେ ୫ ଯୁବକ । ତେବେ ସମରଜିତଙ୍କ ପତ୍ନୀ ସ୍ୱାମୀଙ୍କ ଅପହରଣ ନେଇ ଥାନାରେ ଅଭିଯୋଗ ଆଣିବା ପରେ ପୁରା ରାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ

ତେବେ ଘଟଣା ଟି ଯେତିକି ଆଶ୍ଚର୍ଯ୍ୟ ଲାଗୁଚି ସେତିକି ରୋଚକ । ସମରଜିତ ଓ ସୌମ୍ୟରଂଜନ ଲୋକଙ୍କୁ ରେଳ ବିଭାଗର ଜାଲ କାଗଜପତ୍ର ଦେଇ ରେଳ ବିଭାଗର ବିଭିନ୍ନ ପଦବୀ ପାଇଁ ଚାକିରୀ କରେଇବାର ଲୋଭ ଦେଉଥିଲେ,ଟଙ୍କା ଦେଇ ଭଲ ଚାକିରୀ ପାଇବା ଲୋଭରେ ଶିକ୍ଷିତ ଯୁବକ ମାନେ ଏହି ଜାଲରେ ଫସୁଥିଲେ, ଚାକିରୀ ପାଇଁ ରାଜଧାନୀ ର ବିଭିନ୍ନ ହୋଟେଲ ରେ ହେଉଥିଲା ଇଣ୍ଟରଭ୍ୟୁ । ରେଲୱେ ମେଡ଼ିକାଲ ରେ ହେଉଥିଲା ସ୍ୱାସ୍ଥ୍ୟ ପରୀକ୍ଷା । ଆଉ ତା ପରେ ପୋଷ୍ଟାଲ ରେ ଆସୁଥିଲା ନକଲି ଆପଏଣ୍ଟମେଣ୍ଟ ଲେଟର ଓ ନକଲି ଆଇଡ଼ି କାର୍ଡ,ଲୋକଙ୍କ ମନରେ ବିଶ୍ୱାସ ଜନ୍ମେଇବା ପାଇଁ ରାଜ୍ୟ ବାହାରେ ବିଭିନ୍ନ ଷ୍ଟେସନ ରେ ଟ୍ରେନିଂ ପାଇଁ ମଧ୍ୟ ଲୋକଙ୍କୁ ପଠାଉଥିଲେ ଏହି  ଶଳା ଭିଣେଇ । ଏପରିକି ଷ୍ଟେସନ ରେଜିଷ୍ଟର ରେ ଏହି ଯୁବକ ମାନେ ସବୁଦିନ ସିଗନେଚର ମଧ୍ୟ କରୁଥିଲେ,ସମୟ ସମୟରେ ସେମାନଙ୍କୁ ଷ୍ଟାଇପେଣ୍ଡ ଆକାରରେ କିଛି ଟଙ୍କା ମଧ୍ୟ ଦେଉଥିଲେ ।

ଦୁଇ ୪୨୦  ଶଳା ଭିଣୋଇ ଗିରଫ ପରେ ଏହା ପଛରେ ଏକ ବଡ଼ ରାକେଟ କାମ କରୁଥିବା ନେଇ ସନ୍ଦେହ କରୁଛି ପୋଲିସ। ଏମାନଙ୍କ ସହ ରେଳବାଇ ବିଭାଗର କିଛି କର୍ମଚାରୀ ସମ୍ପୃକ୍ତି ଥିବା ନେଇ ତଦନ୍ତ କରିବ ପୋଲିସ,ଏହି ଶଳା ଭିଣେଇଙ୍କୁ ରିମାଣ୍ଡରେ ଆଣି ଅଧିକା ପଚରାଉଚରା କଲେ ଏହି ରାକେଟ ର ପର୍ଦ୍ଦାଫାଶ ହୋଇପାରିବ ।

from Kanak News
via <a href="https://ifttt.com/?

ଟିକା ନେବା ପରେ ବି ରହିଛି ସଂକ୍ରମଣ ଆଶଙ୍କା । ଭୁବନେଶ୍ୱରରେ ଟିକା ନେଇ କରୋନାରେ ସଂକ୍ରମିତ ହୋଇଛନ୍ତି ୪୦ ପ୍ରତିଶତ 

କନକ ବ୍ୟୁରୋ: ରାଜଧାନୀରେ କରୋନା ସଂଖ୍ୟା କମୁନଥିବା ବେଳେ ଏକ ଚିନ୍ତା ଜନକ ଦିଗ ସାମ୍ନାକୁ ଆସିଛି । ଦୁଇ ଡୋଜ ଟିକା ନେଇ ସାରିଥିବା ୪୦ ପ୍ରତିଶତ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଓ ସେଥିରୁ ୫ ପ୍ରତିଶତ ଲୋକଙ୍କୁ ହସ୍ପିଟାଲ ଯିବାକୁ ପଡିଛି । ଟିକା ନେଇଥିବା ଲୋକ କୋଭିଡ ନିୟମକୁ ନମାନିବା କାରଣରୁ ରାଜଧାନୀରେ ସଂଖ୍ୟା ବଢୁଛି । ବିଏମସି ପକ୍ଷରୁ ମିଳିଥିବା ତଥ୍ୟ ପ୍ରମାଣିତ କରୁଛି, ଦୁଇ ଡୋଜ ଟିକା ନେବାର ୧୪ ଦିନ ପରେ ସୃଷ୍ଟି ହେଉଥିବା ଆଂଟିବଡିକୁ ମଧ୍ୟ କରୋନା ଭାଇରସ ଭେଦ କରିପାରୁଛି ।

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାଜଧାନୀରେ କରୋନା ସଂକ୍ରମଣ ନେଇ ଦିଆଯାଇଥିବା ତଥ୍ୟ କିଛି ଏଭଳି ଚିନ୍ତାଜନକ ଦିଗ ସାମ୍ନାକୁ ଆଣିଛି । ଏଥିରେ କୁହାଯାଇଛି

-ପ୍ରଥମ ଡୋଜ କରୋନା ଟିକା ନେଇ ସଂକ୍ରମିତ ହୋଇଛନ୍ତି ୧୮୯୦ ଜଣ

-ଟିକାର ୨ଟି ଡୋଜ ନେଇ ସଂକ୍ରମିତ ହୋଇଛନ୍ତି ୨୫୨୭ ଜଣ

-୨ଟି ଡୋଜ ନେବାର ୧୪ ଦିନ ପରେ ସଂକ୍ରମିତ ହୋଇଛନ୍ତିି ୧୭୦୫ଜଣ

-ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉନାହିଁ

-୫ ପ୍ରତିଶତଙ୍କ ଠାରେ ଦେଖା ଦେଉଛି ମଧ୍ୟମରୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା

ବିଶେଷଜ୍ଞ କହୁଛନ୍ତି, ଟିକା ୨ ଡୋଜ ନେବାର ୧୪ ଦିନ ବ୍ୟବଧାନରେ ଆଂଟିବଡ଼ି ବା ପ୍ରତିରୋଧ ଶକ୍ତି ଶରୀରରେ ତିଆରି ହୁଏ । ହେଲେ ବିଏମସିର ତଥ୍ୟକୁ ବିଶ୍ଳେଷଣ କଲେ ଜଣାପଡୁଛି, ରୋଗ ପ୍ରତିରୋଧକ ଶକ୍ତି ଭାଙ୍ଗିବାରେ ସଫଳ ହେଉଛି ଭୁତାଣୁ ।

ଏବେ ସାରା ରାଜ୍ୟର ତଥ୍ୟ କଣ ରହିଛି ତାଉପରେ ନଜର ପକାନ୍ତୁ ।

– ଗୋଟିଏ ଡୋଜ୍ ନେବାପରେ ୧୮, ୮୦୫ ସଂକ୍ରମିତ ହୋଇଛନ୍ତି

– ଦୁଇଟି ଯାକ ଡୋଜ୍ ନେବାପରେ ସଂକ୍ରମିତ ହୋଇଛନ୍ତି ୮୩୯୬

– ଉଭୟ ଡୋଜର ୧୪ ଦିନ ପରେ ଆକ୍ରାନ୍ତ ହୋଇଛନ୍ତି ୫୦୩୯ ଜଣ

ଟିକାର ଦୁଇଟି ଯାକ ଡୋଜ୍ ନେବାପରେ ଲୋକଙ୍କ ଖାମଖିଆଲି ଆଚରଣ ହିଁ ସଂଖ୍ୟା କମାଉନାହିଁ ବୋଲି ସରକାରୀ ସ୍ତରରେ କୁହାଯାଉଛି । କାରଣ, କେହି କୋଭିଡ୍ ନିୟମ ମାନିବାକୁ ପ୍ରସ୍ତୁତ ହେଉନାହାନ୍ତି । ଫଳରେ ନିଜେ ସଂକ୍ରମିତ ହୋଇ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ବାହକ ସାଜୁଛନ୍ତି ଦୁଇଟି ଡୋଜ୍ ନେଇସାରିଥିବା ବ୍ୟକ୍ତି ।

ଭୁବନେଶ୍ୱରରେ ଦୈନିକ ୩୦୦ କେସ୍ ସାମ୍ନାକୁ ଆସୁଛି । କାରଣ ଟିକା ନେଇ ସାରିଥିବା ଲୋକ କୋଭିଡ ଗାଇଡାଇନର ଉଲ୍ଲଂଘନ କରି କାଯ୭୍ୟ କରୁଛନ୍ତି । ସାରା ରାଜ୍ୟରେ ସମାନ କଥା ଦେଖାଦେଉଥିବାରୁ, ସଂକ୍ରମଣ ୨୦୦୦ ପାଖାପାଖି ରହୁଛି ।

ବିଶେଷଜ୍ଞଙ୍କର କହିବା କଥା, ଯେତେ ସମୟ ଭାଇରସ୍ କମ୍ୟୁନିଟିରେ ସକ୍ରିୟ ରହିବ, ଏହା ମ୍ୟୁଟେଟ୍ କରିବାର ସମ୍ଭାବନା ଅଧିକ । ତେଣୁ ଯେଉଁମାନେ ଦୁଇଟି ଡୋଜ୍ ନେଇ ସଂପୁର୍ଣ୍ଣ ସୁରକ୍ଷିତ ବୋଲି ନିଜକୁ ଭାବୁଛନ୍ତି ସେମାନେ ଭାଇରସ୍କୁ ସମାଜରେ ବ୍ୟାପକ କରାଇବାରେ ସହାୟକ ହେଉଛନ୍ତି ।

 

from Kanak News
via <a href="https://ifttt.com/?

କର୍ଣ୍ଣାଟକ ବିଜେପିରେ କନ୍ଦଳ । ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ ଇସ୍ତଫା ଦାବି କଲେ ବିଦ୍ରୋହୀ ବିଧାୟକ, ୟେଦିୟୁରପ୍ପା କହିଲେ ଇସ୍ତଫା ଦେବାର ଉଠୁନି ପ୍ରଶ୍ନ ।

କନକ ବ୍ୟୁରୋ : କର୍ଣ୍ଣାଟକ ରାଜନୀତିରେ କନ୍ଦଳ । କ୍ଷମତାରେ ଥିବା ବିଜେପି ଦଳରେ ଦେଖିବାକୁ ମିଳିଛି ଫାଟ । କିଛି ବିଜେପି ବିଧାୟକଙ୍କ ବିଦ୍ରୋହ ନୀତି ଏବେ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ରାତିର ନିଦ ହଜାଇ ଦେଇଛି । ଏପରିକି ତାଙ୍କ ମୁଖ୍ୟମନ୍ତ୍ରୀ ପଦ ଏବେ ଟଳମଳ ଅବସ୍ଥାରେ ଥିବା ଆଶଙ୍କା କରାଯାଉଛି । ସେପଟେ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା କହିଛନ୍ତି ପଦ ଛାଡିବାର ପ୍ରଶ୍ନ ଉଠୁନାହିଁ ।

ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି କିଛି ବିଧାୟକ ତାଙ୍କ ଇସ୍ତଫା ଦାବି କରୁଛନ୍ତି । ଫଳରେ କର୍ଣ୍ଣାଟକରେ ବିଜେପିରେ ଫାଟ ସୃଷ୍ଟି ହୋଇଛି । ବାଗୀ ବିଧାୟକମାନେ ଦଳର ନେତୃତ୍ୱ ବଦଳାଇବା ପାଇଁ ଦାବି କରି ଆସୁଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଲାଗିରହିଥିବା କନ୍ଦଳର ସମାଧାନ ପାଇଁ ଦିଲ୍ଲୀରେ ଡେରା ବସାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ କରିଛନ୍ତି ୟେଦିୟୁରପ୍ପା । ଫଳରେ ସେମାନଙ୍କ ସହ ଆଲୋଚନା କରି କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

 ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ଆଉ ୨ ବର୍ଷ କାର୍ଯ୍ୟକାଳ ବାକି ରହିଛି । ଏ ଭିତରେ ତାଙ୍କ ପଦ କେତେଦୂର ସୁରକ୍ଷିତ ରହୁଛି ତାହା ଦେଖିବାକୁ ବାକି ରହିଲା ।

from Kanak News
via <a href="https://ifttt.com/?

ରାଜନୀତିରେ ‘ମିଶନ ଶକ୍ତି’ । ବିଜେପି କହିଲା, ମହିଳାଙ୍କ ପ୍ରକୃତ ବିକାଶ କରୁନାହାଁନ୍ତି ସରକାର । ବିଜେଡିର ଜବାବ- ମିଶନ ଶକ୍ତି ଜରିଆରେ ମହିଳାଙ୍କ କରା ଯାଉଛି ସଶକ୍ତିକରଣ ।

କନକ ବ୍ୟୁରୋ : ମିଶନ ଶକ୍ତିକୁ ୪୫୩ କୋଟିର ପ୍ୟାକେଜ ଘୋଷଣା ପରେ ମହିଳାଙ୍କୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି । ୭୦ ଲକ୍ଷ ମହିଳା ସଦସ୍ୟ ଥିବା ଏହି ଗ୍ରୁପ ଏକ ବଡ ଧରଣର ଭୋଟ ବ୍ୟାଙ୍କ ହିସାବରେ ବ୍ୟବହାର ହେଉଛନ୍ତି କି ?  ତାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଚାଲିଛି । ୨୦୦୧ରୁ ଆରମ୍ଭ ହୋଇଥିବା ମିଶନ ଶକ୍ତି ଜରିଆରେ ବିଜେଡି ମହିଳା ଭୋଟକୁ ଏକାଠି କରି ରଖୁଥିବା ଚର୍ଚ୍ଚା ହେଉଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ମହିଳା ଭୋଟର କେଉଁ ପଟକୁ ଢଳିବେ ତା ଉପରେ ନଜର ରହିଛି ।

୨୦୦୧ରେ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳାଙ୍କୁ ସଶକ୍ତ କରିବାକୁ ଗଠିତ ହୋଇଥିବା ମିଶନ ଶକ୍ତି ଆଜିର ଦିନରେ ଏକ ଆନ୍ଦୋଳନରେ ପରିଣତ ହୋଇଥିବା ରାଜ୍ୟ ସରକାର ଯୁକ୍ତି ବାଢୁଛନ୍ତି । ୭୦ ଲକ୍ଷ ମହିଳା ସଦସ୍ୟ ଥିବା ଏହି ଗୋଷ୍ଠୀକୁ ବିକାଶ ବାହିନୀ ନାମରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏକଥା ସ୍ପଷ୍ଟ ଯେ, ଶାସକ ବିଜୁ ଜନତା ଦଳର ବଢୁଥିବା ଭୋଟ ବ୍ୟାଙ୍କ ପଛରେ ମିଶନ ଶକ୍ତିର ବଡ ଭୂମିକା ରହିଛି । ବିଜେଡିର ଏହି ମହିଳା ଭୋଟବ୍ୟାଙ୍କକୁ ଭାଙ୍ଗିବାକୁ ବିରୋଧୀ ଉଦ୍ୟମ କରିଛନ୍ତି, ହେଲେ ସେତେଟା ସଫଳତା ପାଇନାହାନ୍ତି ।

ମିଶନ ଶକ୍ତିକୁ ସ୍ୱତନ୍ତ୍ର ବିଭାଗ ଭାବେ କାର୍ଯ୍ୟକାରୀ କରାଇ ରାଜ୍ୟ ସରକାର ମହିଳାଙ୍କୁ ଅଧିକ ସଶକ୍ତ କରିବାକୁ ଉଦ୍ୟମ କରିଥିବା ଘୋଷଣା କରିଥିବା ବେଳେ ଏହା ପଛରେ ଯେ ରାଜନୈତିକ ଉଦ୍ଦେଶ୍ୟ ରହିଛି, ଏଥିରେ କୈାଣସି ଦ୍ୱନ୍ଦ୍ୱ ନାହିଁ । ବିଜେପି ଉଜ୍ୱଳା ଯୋଜନା ଜରିଆରେ କିଛିମାତ୍ରାରେ ମହିଳା ଭୋଟରଙ୍କୁ ନିଜ ସପକ୍ଷକୁ ନେବାକୁ ଉଦ୍ୟମ କରିଥିଲା, ହେଲେ ସଫଳତା ପାଇନଥିଲା ।

ମିଶନ ଶକ୍ତିକୁ ଏବେ :

– ୪୫୩ କୋଟିର କୋଭିଡ ପ୍ୟାକେଜ ଘୋଷଣା କରାଯାଇଛି

– ୩୩୮ଟି ବ୍ଲକସ୍ତରୀୟ ମିଶନ ଶକ୍ତି ଭବନ ନିର୍ମାଣ ହେବ

– ପ୍ରତି ଘର ପିଛା ୫୦ ଲକ୍ଷ ଟଙ୍କା ହିସାବରେ ୧୬୯ କୋଟି

– ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟିର ଆବର୍ତ୍ତନ ପାଣ୍ଠି

– ଏସଏଚଜିଙ୍କ ଋଣ ଉପରେ ସୁଧ ଫେରସ୍ତ ପାଇଁ ୨୦୦ କୋଟି

ଏଭଳି ଘୋଷଣା ଜରିଆରେ ସିଧା ୭୦ ଲକ୍ଷ ମହିଳାଙ୍କ ପାଖରେ ପହଁଚିବାକୁ ବିଜେଡି ଚେଷ୍ଟା କରିଛି । କିଛି ଦିନ ଆଗରୁ ନିର୍ମାଣ ଶ୍ରମିକ ଏବଂ ନରେଗା ଶ୍ରମିକଙ୍କ ପାଇଁ କୋଭିଡ ପ୍ୟାକେଜ ଘୋଷଣା କରିଥିଲେ ସରକାର । ତେଣୁ ପଞ୍ଚାୟତ ନିର୍ବାଚନ ଆଗରୁ ଏକ ବଡ ଭୋଟ ବ୍ୟାଙ୍କ ପାଖକୁ ଆଗୁଆ ପହଁଚିବାକୁ ଏହା ରଣନୀତି ବୋଲି ଅନୁମାନ କରାଯାଉଛି । ଗୋଟିଏ ଯୋଜନାକୁ ଏକ ସ୍ୱତନ୍ତ୍ର ବିଭାଗ ଭାବେ କାର୍ଯ୍ୟକାରୀ କରାଇବାରେ ଓଡିଶା ହେଉଛି ଦେଶରେ ପ୍ରଥମ । ସେହିଭଳି ଗତ ଦୁଇ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ୨୮୦୦ କୋଟି ଟଙ୍କାର ବିଭିନ୍ନ ଦ୍ରବ୍ୟ ଓ ସେବା କ୍ରୟ କରାଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ମିଶନ ଶକ୍ତି ପାଇଁ ୬୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

from Kanak News
via <a href="https://ifttt.com/?

ବାହୁଡା ଯାତ୍ରା ପାଇଁ ପୁରୀ ସହରରେ ଲାଗିବ ୧୪୪ ଧାରା । ୧୯ ତାରିଖ ରାତି ୮ଟାରୁ ୨୧ ତାରିଖ ୮ଟା ଯାଏଁ କଟକଣା

କନକ ବ୍ୟୁରୋ: ବାହୁଡା ଯାତ୍ରା ପାଇଁ ପୁରୀ ସହରରେ ଲାଗୁ ହେବ ୧୪୪ ଧାରା । ୧୯ ତାରିଖ ରାତି ୮ଟାରୁ ୨୧ ତାରିଖ ୮ଟା ଯାଏଁ କଟକଣା ଜାରି ରହିବ । ବଡଦାଣ୍ଡରେ ଥିବା ଘର ଛାତ, ବାଲକୋନିରେ ଠିଆ ହେବା ଉପରେ କଟକଣା ଲଗାଯାଇଛି । ବଡଦାଣ୍ଡରେ ଥିବା ହୋଟେଲ ଧର୍ମଶାଳା ୧୮ ସୁଦ୍ଧା ଖାଲି ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

ଚଳିତ ବର୍ଷ ପୁରୀ ରଥଯାତ୍ରା କଟକଣା ମଧ୍ୟରେ ପାଳନ ହୋଇଛି । କେବଳ ସେବାୟତମାନେ ଏଥର ରଥ ଟାଣିଛନ୍ତି । କରୋନା ମହାମାରୀ ଯୋଗୁଁ ଏଥର ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଛି । ସେହିପରି ବାହୁଡା ଯାତ୍ରାକୁ ମଧ୍ୟ କଟକଣାରେ ପାଳନ କରିବାକୁ ପୁରୀ ସହରରେ ୧୪୪ ଧାରା ଜାରି କରାଯାଇଛି ।

from Kanak News
via <a href="https://ifttt.com/?

ସୋମବାରରୁ ସାରା ରାଜ୍ୟରେ ଗଡ଼ିବ ଘରୋଇ ବସ୍ । ସଂଘର ଦାବିକୁ ସରକାର ମାନିନେବା ପରେ ଆସିଲା ନିଷ୍ପତ୍ତି, ୨ ମାସର ସଡ଼କ ଟିକସ ଛାଡ଼ କରିବେ ସରକାର ।

କନକ ବ୍ୟୁରୋ : ଆସନ୍ତା ସୋମବାରଠାରୁ ରାଜ୍ୟର ସବୁ ଅଞ୍ଚଳରେ ଗଡିବ ବସ୍ । ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ କରିବାକୁ ଲୋକସେବା ଭବନରେ ଘରୋଇ ବସ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ବୈଠକ ପରେ ସୋମବାରଠୁ ବସ ଚଳାଚଳ ସ୍ୱାଭାବିକ କରିବାକୁ ସଂଘ ନିଷ୍ପତ୍ତିି ନେଇଛି । ବସ୍ ମାଲିକ ସଂଘର ଦାବି ସରକାର ମାନିନେବା ପରେ ବସ ଚଳାଚଳ ସ୍ୱାଭାବିକ କରିବାକୁ ନିଷ୍ପତ୍ତିି ନେଇଛନ୍ତି ସଂଘ ।

ବୈଠକରେ ଦୁଇ ମାସର ରୋଡ ଟିକସ ଛାଡ କରିବାକୁ ସରକାର ଘରୋଇ ବସ ମାଲିକ ସଂଘଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଲୋନ ଡିଫଲଟର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ସରକାର ପଦକ୍ଷେପ ନେବେ । ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ବସ କର୍ମଚାରୀଙ୍କ ପାଇଁ ଏକ କଲ୍ୟାଣ ପାଣ୍ଠି ଗଠନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ଏହାଛଡା ବସ ମାଲିକମାନଙ୍କୁ ଏକ ଲକ୍ଷ ଟଙ୍କାର ଋଣ ଦେବା ପାଇଁ ବ୍ୟାଙ୍କକୁ ରାଜ୍ୟ ସରକାର ସୁପାରିଶ କରିବେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started