ତାଲାବନ୍ଦରେ ଖୋଲିବ ସ୍କୁଲ ।ଜୁଲାଇ ୨୬ରୁ ଶ୍ରେଣୀଗୃହରେ ବସି ପଢିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା, କରୋନା କାଳରେ ମାଧ୍ୟମିକ ଶିକ୍ଷା ପରିଷଦର ବଡ ନିଷ୍ପତ୍ତି । 

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ଆଂଶିକ ତାଲାବନ୍ଦ, ସେପଟେ ସ୍କୁଲ ଖୋଲିବାକୁ ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ଆସନ୍ତା ଜୁଲାଇ ୨୬ ତାରିଖରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ । ଏଥିପାଇଁ ବ୍ୟାପକ ଗାଇଡଲାଇନ ସରକାର ଜାରି କରିଛନ୍ତି । ସେହିଭଳି ପରୀକ୍ଷା କିଭଳି ହେବ ଓ ଫଳ କିପରି ବାହାରିବ, ତାର ରୋଡମ୍ୟାପ ବି ସାମ୍ନାକୁ ଆସିଛି । ଅଗଷ୍ଟ ୧୬ରୁ ନବମ ଓ ଏକାଦଶ ଖୋଲିବାକୁ ଯୋଜନା କରାଯାଉଥିବା ବେଳେ  ଜିଲ୍ଲାସ୍ତରରେ ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କୁ ଦିଆଯାଇଛି ।

ମହାମାରୀ ଯୋଗୁଁ ବନ୍ଦ ରହିଥିବା ସ୍କୁଲକୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କରୋନା କଟକଣା ଭିତରେ ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହେବ ।

ସ୍କୁଲ ଖୋଲିବା ନେଇ କ’ଣ ରହିଛି ମାର୍ଗଦର୍ଶିକା?

ସ୍କୁଲ ଖୋଲିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ନେବେ ନିଷ୍ପତ୍ତି

ପ୍ରାଥମିକତା ଭିତ୍ତିରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଟୀକା ଦିଆଯିବ

ଯେଉଁ ସ୍କୁଲରେ ଅଫଲାଇନ୍ ମାଟ୍ରିକ ପରୀକ୍ଷା ହେବ, ପରୀକ୍ଷା ଶେଷ ହେବା ପରେ ଖୋଲିବ ସ୍କୁଲ

ଅଭିଭାବକଙ୍କ ଅନୁମତି ନେଇ ସ୍କୁଲ ଆସିପାରିବେ ଛାତ୍ରଛାତ୍ରୀ

ସେହିପରି ନବମ ଓ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଯୋଜନା କରୁଛି ଗଣଶିକ୍ଷା ବିଭାଗ । ଯଦି ସବୁ କିଛି ଠିକ୍ ଠାକ୍ ଚାଲେ, ତେବେ ଅଗଷ୍ଟ ୧୬ ତାରିଖରୁ ନବମ ଓ ସେପ୍ଟେମ୍ବର ୧୫ ପରେ ଏକାଦଶ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହେବ ।

ଚଳିତ ବର୍ଷ ମାଟ୍ରିକ୍ ଓ ଯୁକ୍ତ ୨ ପରୀକ୍ଷା ବାତିଲ ହେବା ପରେ ମୂଲ୍ୟାୟନ ନେଇ ହରଡ଼ଘଣାରେ ପଡ଼ିଥିଲା ଗଣଶିକ୍ଷା ବିଭାଗ । କାରଣ କୌଣସି ଅଫଲାଇନ ପରୀକ୍ଷା ହୋଇନଥିବାରୁ ମୂଲ୍ୟାଙ୍କନରେ ବିଭ୍ରାଟ ସୃଷ୍ଟି ହୋଇଥିଲା । ତେଣୁ ନବମ ଓ ଦଶମରେ ୪ଟି ଶ୍ରେଣୀ ପରୀକ୍ଷା କରାଯିବ । ସିବିଏସଇ ଢାଂଚାରେ ପ୍ରଥମ ଥର ପାଇଁ ଏପରି ନିଷ୍ପତି ନେଇଛି ଗଣଣିକ୍ଷା ବିଭାଗ ।

କିପରି ହେବ ପରୀକ୍ଷା ଓ ମୂଲ୍ୟାୟନ?

ବର୍ଷକ ଭିତରେ ନବମ ଓ ଦଶମରେ ୪ଟି ଶ୍ରେଣୀ ପରୀକ୍ଷା କରାଯିବ

ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହ, ଜାନୁୟାରୀ ଦ୍ୱିତୀୟ ଓ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ହେବ ଶ୍ରେଣୀ ପରୀକ୍ଷା

ପ୍ରତି ପରୀକ୍ଷାକୁ ଗୁରୁତର ସହ ନେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

ବୋର୍ଡ ପରୀକ୍ଷା ହୋଇନପାରିଲେ ଶ୍ରେଣୀ ପରୀକ୍ଷା ଅନୁଯାୟୀ ହେବ ମୂଲ୍ୟାୟନ

ଏପଟେ ମାଟ୍ରିକ ପରୀକ୍ଷାଫଳରେ ଅସନ୍ତୁଷ୍ଟ ହୋଇ ଅଫଲାଇନରେ ପରୀକ୍ଷା ଦେବାକୁ ଫର୍ମପୂରଣ କରିଛନ୍ତି ୧୫,୧୧୫ ଛାତ୍ରଛାତ୍ରୀ । ସେଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି । କୋଭିଡ କଟକଣା ଭିତରେ ଏହି ପରୀକ୍ଷା କରାଯିବ । ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏଁ ପରୀକ୍ଷା ଏବଂ ଅଗଷ୍ଟ ୨୨ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇବ ।

from Kanak News
via <a href="https://ifttt.com/?

କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ୩ ଜିଲ୍ଲାରେ ପାନୀୟ ଜଳଯୋଗାଣ ପ୍ରକଳ୍ପକ ଅନୁମୋଦନ, ସିଇଟି ଭୁବନେଶ୍ୱରକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ନିଷ୍ପତ୍ତି । 

କନକ ବ୍ୟୁରୋ : ସରିଲା କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ଷ୍ଟେଟ ୱାଇଡ ଏରିଆ ନେଟୱର୍କ ପ୍ରକଳ୍ପର ଅପ-ଗ୍ରେଡେସନକୁ ଅନୁମୋଦନ କରିଛି କ୍ୟାବିନଟ । ରାଜ୍ୟର ଆଇଟି କ୍ଷେତ୍ର ପାଇଁ ଏହି ପ୍ରକଳ୍ପ ବେଶ ସହାୟକ ହେବ । ଏଥିପାଇଁ ଖର୍ଚ୍ଚ ହେବ ୩୩୨ କୋଟି ଟଙ୍କା ।

ସିଇଟି, ଭୁବନେଶ୍ୱରକୁ ଏକକ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ମିଳିବା ନେଇ କ୍ୟାବିନେଟରେ ନିଷ୍ପତି ହୋଇଛି । ଏହାସହ ଓୟୁଟିଆର ପ୍ରତିଷ୍ଠା ନିମନ୍ତେ ନୂଆ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ କ୍ୟାବିନେଟରେ ପାରିତ ହୋଇଛି । ସେହିଭଳି ଯୋଡା ଏବଂ ଚମ୍ପୁଆରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ୱାଟକୋ ମାଧ୍ୟମରେ ‘Drink From Tap Quality’ର ବ୍ୟବସ୍ଥା କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ଅଣ୍ଟା ଭିଡିଛି । ଯାହାକୁ କ୍ୟାବିନେଟରେ ଅନୁମୋଦନ ମିଳିଛି । ଏଥିପାଇଁ ପାଖାପାଖି ୧୦୪ କୋଟି ଖର୍ଚ୍ଚ ହେବ । ସୁନ୍ଦରଗଡ ଜିଲ୍ଲାର ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତାକୁ ଦୁଇ ଲେନ କରିବାକୁ କ୍ୟାବିନେଟରେ ନିଷ୍ପତି । ଏଥିପାଇଁ ୧୦୨ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଦ୍ୱାରା ଛତିଶଗଡର ରାଇଗଡ ଓ ସୁନ୍ଦରଗଡ ସହ ମଧ୍ୟରେ ଯୋଗାଯୋଗ ସହଜ ହେବ ।

ଏହାବାଦ୍ ସୁନ୍ଦରଗଡରେ ଦୁଇଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପରେ ମଧ୍ୟ କ୍ୟାବିନେଟ ମୋହର ବାଜିଛି । ଏହି ଦୁଇଟି ପ୍ରକଳ୍ପରେ ଯଥାକ୍ରମେ ୩୮୯ କୋଟି ଓ ୭୮୭ କୋଟି ଖର୍ଚ୍ଚ ହେବାକୁ ଥିବା ବେଳେ ୨୪ ମାସ ମଧ୍ୟରେ ପ୍ରକଳ୍ପ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି । କଟକରେ ମଧ୍ୟ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ପାଇଁ କ୍ୟାବିନେଟ ଅନୁମୋଦନ ମିଳିଛି । ପ୍ରାୟ ୨୭୫ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ର୍କଳ୍ପର ଲାଭ ଜିଲ୍ଲାର ୪ଟି ବ୍ଲକର ୨୬୨ଟି ଗାଁର ଲୋକ ପାଇବେ ।

from Kanak News
via <a href="https://ifttt.com/?

ବଢିଲା ଭାରତୀୟ ନୌସେନାର ଶକ୍ତି । ସେନାରେ ସାମିଲ ହେଲା ଆମେରିକା ନିର୍ମିତ ଏମଏଚ୍-୬୦- ଆର ରୋମିଓ ଲଢୁଆ ହେଲିକପ୍ଟର

କନକ ବ୍ୟୁରୋ : ଦେଶର ସୀମା ସୁରକ୍ଷାକୁ ମଜଭୁତ କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ଭାରତୀୟ ନୌସେନାରେ ସାମିଲ ହୋଇଛି ଆମେରିକା ନିର୍ମିତ ଏମଏଚ୍-୬୦ ଆରର ୨ ଟି ରୋମିଓ ମଲଟିରୋଲ ହେଲିକପ୍ଟର । ଶୁକ୍ରବାର ନର୍ଦନ ଆଇଲାଣ୍ଡସ୍ଥିତ ଆମେରିକା ନୌସେନା ଘାଟିରେ ଅନୁଷ୍ଠିତ ଏକ ସମାରୋହରେ ଏହି ଦୁଇଟି ହେଲିକପ୍ଟରକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ଏହି ଅବସରରେ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ୍ ସିଂ ଓ ଭାରତୀୟ ନୌସେନାର ଉପମୁଖ୍ୟ ଭାଇସ ଆଡମିରାଲ ରବନିତ୍ ସିଂ ଉପସ୍ଥିତ ଥିଲେ ।

୨୦୧୯ ଫେବୃଆରୀ ମାସରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଭାରତ ଯାତ୍ରାରେ ଆସିଥିବା ବେଳେ ଦୁଇ ଦେଶର ଫରେନ ମିଲଟାରୀ ସେଲସ୍ (ଏଫଏମଏସ୍) ମାଧ୍ୟମରେ ଭାରତୀୟ ନୌସେନା ପାଇଁ ୨୪ ଟି ମଲ୍ଟି ମିଶନ ଏମଏଚ୍-୬୦ ଆର ହେଲିକପ୍ଟର ନେଇ ଚୁକ୍ତି ହୋଇଥିଲା । ଆମେରିକା ସହିତ ଏହି ଚୁକ୍ତି ୨୪ ବିଲିୟନ ଡଲାର ବା ୨୧ ହଜାର କୋଟି ଟଙ୍କାର ହୋଇଥିଲା । ଆମେରିକା ନୌସେନା ଏବେ ୨ ଟି ହେଲିକପ୍ଟର ଭାରତକୁ ଦେଇଛି । ଏହାସହ କହିଛି କି ଏହାକୁ ଶୀଘ୍ର ଦେବାର କାରଣ ଅନ୍ୟ ହେଲିକପ୍ଟର ଆସିବା ପୂର୍ବରୁ ଭାରତୀୟ ନୌସେନା ନିଜର ପ୍ରଶିକ୍ଷଣ ଆରମ୍ଭ କରିପାରିବ ।

ଏହି ହେଲିକପ୍ଟର ଗୁଡ଼ିକରେ ଏଜିଏମ-୧୧୪ ହେଲଫାୟାର କ୍ଷେପଣାସ୍ତ୍ର, ଏମକେ୫୪ ଟର୍ପେଡୋ ଆଦି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଖଞ୍ଜାଯାଇପାରିବ । ଏଗୁଡ଼ିକ ଆସିବା ପରେ ଭାରତୀୟ ନୌସେନାର ଆକ୍ରମଣ କ୍ଷମତା ବୃଦ୍ଧି ପାଇବ । ବିଶେଷକରି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ନୌସେନାର ଶକ୍ତି ବୃଦ୍ଧି ପାଇବ ।

from Kanak News
via <a href="https://ifttt.com/?

୧୮ ବର୍ଷ ପରେ ପୁଣି ଫେରିଲା ମଙ୍କିପକ୍ସ ଭୂତାଣୁ । ଆମେରିକାରେ ଜଣେ ବ୍ୟକ୍ତି ଆକ୍ରାନ୍ତ ।

କନକ ବ୍ୟୁରୋ : ପ୍ରାୟ ଦୁଇ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏହି ଭୂତାଣୁ ଏତେ ପ୍ରଭାବୀ ହୋଇନଥିଲେ ମଧ୍ୟ ଏହା ଜଣଙ୍କଠାରୁ ଆଉ ଜଣଙ୍କୁ ବ୍ୟାପିବାର ଆଶଙ୍କା ରହିଛି । ସାରା ବିଶ୍ୱ ଏବେ କରୋନା ଭଳି ଭୂତାଣୁ ସହ ଲଢ଼ୁଥିବା ବେଳେ ‘ମଙ୍କିପକ୍ସ’କୁ ନେଇ ଏବେ ଲୋକଙ୍କ ଚିନ୍ତା ବଢିଛି । ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ହୋଇଥିବା ରୋଗୀ ଜଣେ ଆମେରିକୀୟ ବାସିନ୍ଦା, ଯିଏ କିଛି ଦିନ ପୂର୍ବରୁ ନାଇଜେରିଆରୁ ଫେରିଥିଲେ।

ଏବେ ନାଇଜେରିଆରୁ ଟେକ୍ସାସ ଆସିବା ବାଟରେ ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି, ସେ ନେଇ ସନ୍ଧାନ ଆରମ୍ଭ ହୋଇଛି। କରୋନା ଭୂତାଣୁ ଭଳି ‘ମଙ୍କିପକ୍ସ’ ଭୂତାଣୁ ମଧ୍ୟ ନିଶ୍ୱାସ ମାଧ୍ୟମରେ ଶରୀରକୁ ଯିବାର ଆଶଙ୍କା ରହିଛି । ହେଲେ କରୋନା ପାଇଁ ସମସ୍ତେ ବିମାନରେ ମାସ୍କ ପିନ୍ଧିଥିବାରୁ ‘ମଙ୍କିପକ୍ସ’ ଭୂତାଣୁ କାହା ଶରୀରକୁ ପ୍ରବେଶ କରିନଥିବ ବୋଲି  ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର  ଭାବୁଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ‘ମଙ୍କିପକ୍ସ’ ଏକ ବିରଳ ରୋଗ, ଯାହା ମଧ୍ୟ ଏବଂ ପଶ୍ଚିମ ଆଫ୍ରିକାର ଦୁର୍ଗମ ଅଞ୍ଚଳରେ ଦେଖାଯାଏ। ଏହି ଭୂତାଣୁ ପଶୁମାନଙ୍କ ଶରୀରରେ ବାସ କରନ୍ତି । କିନ୍ତୁ ଏହା ବେଳେବେଳେ ପଶୁମାନଙ୍କଠାରୁ ମଣିଷଙ୍କ ଶରୀରକୁ ଆସିଯାଇଥାଏ। ଏହା ପୂର୍ବରୁ ୨୦୦୩ରେ ଆମେରିକାରେ ‘ମଙ୍କିପକ୍ସ’ ଦ୍ୱାରା ୪୭ଜଣ ଆକ୍ରାନ୍ତ ହୋଇଥିଲେ ।

from Kanak News
via <a href="https://ifttt.com/?

ବଢିବ କୋଭିସିଲ୍ଡ ଓ କୋଭାକ୍ସିନର ଦାମ । ଅଧିକ ଦାମ ଦେଇ ୬୬ କୋଟି ଖୋରାକ କିଣିବେ ସରକାର

କନକ ବ୍ୟୁରୋ : କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ଦାମ ବଢାଇବାକୁ ନିର୍ମାତା କମ୍ପାନୀମାନେ ଦାବି କରିଥିବା ବେଳେ ଏହାକୁ ସରକାର ସ୍ୱୀକାର କରିଛନ୍ତି । ଏହି ଦୁଇଟି ଟିକା ନିର୍ମାତା କମ୍ପାନୀର ଟିକା ଦାମ ବଢାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କେନ୍ଦ୍ରସରକାର ଉଭୟ ଟିକାର ୬୬ କୋଟି ଖୋରାକ ନୂଆ ଦାମରେ କିଣିବେ । ଏନେଇ ସରକାର କମ୍ପାନୀ ମାନଙ୍କ ଠାରେ ଅଗ୍ରୀମ ଅର୍ଥ ପୈଠ କରିଛନ୍ତି । କହିରଖୁ କି ଏହା ବର୍ତମାନ ପର୍ଯ୍ୟନ୍ତ ସରକାର ଉଭୟ ଟିକାର ପ୍ରତି ଖୋରାକୁ ୧୫୦ ଟଙ୍କାରେ କିଣୁଥିଲେ ।

ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଡିସେମ୍ବର ମାସ ସୁଦ୍ଧା ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିସିଲ୍ଡ ଟିକା ୩୭.୫ କୋଟି ଖୋରାକ ଓ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ୨୮.୫ କୋଟି ଖୋରାକ ସରକାର କିଣିବେ । କୁହାଯାଇଛି କି ଅଗଷ୍ଟ ମାସରୁ ଡିସେମ୍ବର ମାସ ମଧ୍ୟରେ କୋଭିସିଲ୍ଡ ଓ କୋଭାକ୍ସନ ଟିକାର ୬୬ କୋଟି ଖୋରାକ ସରକାର କିଣିବେ । ଏହି ସମୟରେ କୋଭିସିଲ୍ଡର ଦାମ ୨୦୫ ଟଙ୍କା ଓ କୋଭାକ୍ସିନର ଦାମ ୨୧୫ ଟଙ୍କା ପ୍ରତି ଖୋରାକ ରହିବ । ଏହାସହିତ ଟ୍ୟାକ୍ସକୁ ସାମିଲ କଲେ କୋଭିସିଲ୍ଡ ପ୍ରତି ଖୋରାକର ଦାମ ୨୧୫.୨୫ ଟଙ୍କା ଓ କୋଭାକ୍ସିନର ଦାମ ୨୨୫.୭୫ ଟଙ୍କାରେ ସରକାର କିଣିବେ ।

ଅନ୍ୟପଟେ ସରକାର ଅଧିକ ଦାମରେ ଟିକା କିଣିଲେ ବି ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିବ ନାହିଁ । କାରଣ ସରକାରୀ ମେଡିକାଲ ଓ ଅନ୍ୟ ଟିକାକେନ୍ଦ୍ରରେ ଦିଆଯାଉଥିବା କୋଭିଡ-୧୯ ଟିକା କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣା ଯୋଗାଇ ଦିଆଯାଉଛି ।

from Kanak News
via <a href="https://ifttt.com/?

ମାଧ୍ୟମିକ ପରିଷଦର ବଡ ନିଷ୍ପତ୍ତି । ବୋର୍ଡ ଆପଣାଇବ  ସିସିଇ ବ୍ୟବସ୍ଥା, ଫାଇନାଲ ପରୀକ୍ଷା ନହେଲେ ଏମିତି ମିଳିବ ମାର୍କ?

କନକ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦର ବଡ ନିଷ୍ପତି । ମୂଲ୍ୟାଙ୍କନ ପାଇଁ ପ୍ରଥମଥର ସିସିଇ ବ୍ୟବସ୍ଥା ଆପଣାଇବ ମାଧ୍ୟମିକ ଶିକ୍ଷା ପରିଷଦ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଆସେସମେଣ୍ଟର ବ୍ୟବସ୍ଥା ରହିବ । ତେଣୁ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ସବୁ ପରୀକ୍ଷାକୁ ଗୁରତ୍ୱ ଦିଅନ୍ତୁ ବୋଲି ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି । କୌଣସି ପରିସ୍ଥିତିରେ ଯଦି ଫାଇନାଲ ପରୀକ୍ଷା ନ ହୁଏ ତେବେ ଆସେସମେଣ୍ଟ ଟେଷ୍ଟ ଆଧାରରେ ମୂଲ୍ୟାଙ୍କନ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ୪ଟି ଫର୍ମେଟିଭ, ୨ଟି ସମେଟିଭ ଆସେସମେଣ୍ଟ ହେବ । ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହ, ଜାନୁଆରୀ ଦ୍ୱିତୀୟ, ମାର୍ଚ୍ଚ ଦ୍ୱିତୀୟ  ସପ୍ତାହରେ ଆସେସମେଣ୍ଟ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

ଏହି ଆସେସମେଣ୍ଟ ପରୀକ୍ଷା ଗୁଡିକ ଶ୍ରେଣୀ ଶିକ୍ଷକ ଓ ବିଷୟ ଶିକ୍ଷକଙ୍କ ଦ୍ୱାରା ହେବ । ମାଧ୍ୟମିକ ଶିକ୍ଷା ପରିଷଦ ଦଶମ ଓ ଏକାଦଶ ଶ୍ରେଣୀ ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବ । ସେହିଭଳି ଯୁକ୍ତ ୨ ପିଲାଙ୍କ ପାଇଁ କଣ୍ଟିନିୟସ ଆସେସମେଣ୍ଟ ପଦ୍ଧତି ଆପଣାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୋଜନା ରହିଛି ।ଏସବୁ ଭିତରେ ଜୁଲାଇ ୩୧ ସୁଦ୍ଧା ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ ।

from Kanak News
via <a href="https://ifttt.com/?

ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବାକୁ ଯୋଜନା । ଯଦି ସ୍ଥିତି ଠିକ ରହେ ତେବେ ଅଗଷ୍ଟ ୧୬ରୁ ଖୋଲିବ ନବମ ଶ୍ରେଣୀ ।

କନକ ବ୍ୟୁରୋ: ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବାକୁ ଯୋଜନା । ଯଦି ସ୍ଥିତି ଠିକ ରହେ ତେବେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ମଧ୍ୟ ଖୋଲାଯିବ । ସେହିପରି ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ସେପ୍ଟେମ୍ବର ୧୫ ପରଠାରୁ କରିବାକୁ ଯୋଜନା କରାଯାଉଛି । ସେହିପରି ସିବିଏସଏଇ ଓ ଅନ୍ୟ ବୋର୍ଡର ମାଟ୍ରିକ ପରୀକ୍ଷା ଫଳ ଆସିବା ପରେ ଏକାଦଶ ପାଇଁ ଆଡମିଶନ ହେବ ।

ସେହିପରି ରାଜ୍ୟରେ ଦଶମ-ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଜୁଲାଇ ୨୬ରୁ ସ୍କୁଲ ଯିବେ ଦଶମ-ଦ୍ୱାଦଶ ଶ୍ରେଣୀ ପିଲା । ସକାଳ ୧୦ଟାରୁ ଗୋଟାଏ ୩୦ ଯାଏଁ ସ୍କୁଲ ଖୋଲିବ । ରବିବାର ଓ ସମସ୍ତ ସରକାରୀ ଛୁଟିଦିନରେ ସ୍କୁଲ ବନ୍ଦ ରହିବ ।

ସ୍କୁଲ ଖୋଲିବାର ସପ୍ତାହେ ପୂର୍ବରୁ ସ୍କୁଲ ପରିଷ୍କାର ଓ ପରିଚ୍ଛନ୍ନ କରାଯିବ । ଛାତ୍ରଛାତ୍ରୀ ଶ୍ରେଣୀରେ ବସିବା ପାଇଁ ଗାଇଡଲାଇନ ଅନୁଯାୟୀ ସ୍ଥାନ ବଛାଯିବ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

from Kanak News
via <a href="https://ifttt.com/?

ଶତ୍ରୁ ଦେଶର ଡ୍ରୋନ ଆକ୍ରମଣକୁ ନେଇ ଗୃହମନ୍ତ୍ରୀଙ୍କ ବୟାନ । ଡ୍ରୋନ-ନିରୋଧୀ ଜ୍ଞାନକୌଶଳର ବିକାଶ କରୁଛି ଡିଆରଡିଓ

କନକ ବ୍ୟୁରୋ : କିଛିଦିନ ହେବ ସୀମା ସେପଟୁ ଶତ୍ରୁଦେଶ ଭାରତୀୟ ସୀମାକୁ ଡ୍ରୋନ ପଠାଇ ଦେଶର ସୁରକ୍ଷା ବାହିନୀକୁ ଚ୍ୟାଲେଞ୍ଜ କରୁଛି । ଏହି ଚ୍ୟାଲେଞ୍ଜର ମୁକାବିଲା କରିବାକୁ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ପକ୍ଷରୁ ସ୍ୱଦେଶୀ ଡ୍ରୋନ ନିରୋଧୀ ଜ୍ଞାନ କୌଶଳର ବିକାଶ କରାଯାଉଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ।

ସୀମା ସୁରକ୍ଷା ବାହିନୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅମିତ ଶାହା କହିଛନ୍ତି କି ଶତ୍ରୁଦେଶ ପକ୍ଷରୁ ଡ୍ରୋନ ସହାୟତାରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ନେଇ ଏହାର ମୁକାବିଲା କରିବାକୁ କେନ୍ଦ୍ର ସରକାର କେତେଗୁଡିଏ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । ସେ କହିଛନ୍ତି କି ଡ୍ରୋନ ମାଧ୍ୟମରେ ବିସ୍ଫୋରକ, ଅସ୍ତଶସ୍ତ୍ର ଓ ନିଶାଦ୍ରବ୍ୟ ଚାଲାଣ କରିବା ଦେଶ ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଛି । ଯଥାଶୀଘ୍ର ଏହି ଆହ୍ୱାନର ମୁକାବିଲା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର   ।

ସୂଚନାଯୋଗ୍ୟ ଯେ, ଗତ ଜୁନ ଶେଷ ସପ୍ତାହରେ ଜମ୍ମୁସ୍ଥିତ ଭାରତୀୟ ବାୟୁସେନା ଘାଟି ଉପରେ ଡ୍ରୋନ ଆକ୍ରମଣ, ତା’ପରେ ନିୟମିତ ବ୍ୟବଧାନରେ ଏଲଓସି ଓ ଅନ୍ତର୍ଜାତୀୟ ସୀମା ନିକଟରେ ସଂଦିଗ୍ଧ ଡ୍ରୋନ ଉଡ଼ିବା ପ୍ରତିରକ୍ଷା ବାହିନୀ ଓ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହାର ମୁକାବିଲା ପାଇଁ ବାୟୁ ସେନା ପକ୍ଷରୁ ଦଶଟି ଡ୍ରୋନ ନିରୋଧୀ ବ୍ୟବସ୍ଥା ଖରିଦ କରିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସେହିପରି ଏନଏସଜି ପକ୍ଷରୁ ଜମ୍ମୁରେ ଡ୍ରୋନ ନିରୋଧୀ ଉପକରଣ ଖଞ୍ଜା ଯାଇଛି ।

from Kanak News
via <a href="https://ifttt.com/?

କେମିତି ହେବ ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ? ସରକାର ଦେଲେ ସବିଶେଷ ତଥ୍ୟ । 

କନକ ବ୍ୟୁରୋ : ମାଟ୍ରିକ୍ ପରୀକ୍ଷା ମୂଲ୍ୟାୟନକୁ ନେଇ ଯେଉଁ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ରହିଥିଲେ, ସେମାନଙ୍କ ପାଇଁ ଅଫଲାଇନ୍ ପରୀକ୍ଷାର ବ୍ୟବସ୍ଥା କରିଛି ଗଣଶିକ୍ଷା ବିଭାଗ । ଏବଂ ଏଥିପାଇଁ ଗତ ଜୁଲାଇ ୫ ତାରିଖରୁ ୧୫ ତାରିଖ ମଧ୍ୟରେ ଫର୍ମଫିଲପ ପ୍ରକ୍ରିୟା ମଧ୍ୟ ଶେଷ ହୋଇସାରିଛି । ଗଣଶିକ୍ଷା ସଚିବଙ୍କ ସୂଚନା ଅନୁଯାୟୀ, ୧୫ ହଜାର ୧୧୫ ଜଣ ଛାତ୍ରଛାତ୍ରୀ ପୁନର୍ବାର ପରୀକ୍ଷା ଦେବା ନେଇ ଫର୍ମଫିଲପ କରିଛନ୍ତି । ତେବେ ଆସନ୍ତୁ ଜାଣିବା, କେମିତି ହେବ ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ।

୧. ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଏବଂ ପରୀକ୍ଷା ଶେଷ ହେବା ପରେ ପରୀକ୍ଷା କେନ୍ଦ୍ର ଗୁଡିକୁ ସାନିଟାଇଜ୍ କରାଯିବ । 

୨. ପ୍ରତି ପରୀକ୍ଷା କେନ୍ଦ୍ରରେ ଗୋଟିଏ ଲେଖାଏଁ ଆଇସୋଲେସନ୍ ରୁମ୍ ରହିବ । 

୩. ସମସ୍ତ ପରୀକ୍ଷାର୍ଥୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ତାଙ୍କର ଥର୍ମାଲ ସ୍କାନିଂ କରାଯିବ । 

୪. ପରୀକ୍ଷା କେନ୍ଦ୍ରରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । 

୫. ବିନା ମାସ୍କରେ ଗଲେ ପରୀକ୍ଷା କେନ୍ଦ୍ରକୁ ଛଡାଯିବ ନାହିଁ । 

୬. ପରୀକ୍ଷା ପରିଚାଳନାରେ ଥିବା ସମସ୍ତ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ କରାଯିବ । 

୭. ଜୁଲାଇ ୩୦ରୁ ଅଗଷ୍ଟ ୫ ତାରିଖ ଯାଏଁ ହେବ ପରୀକ୍ଷା । 

୮. ପରୀକ୍ଷା କେନ୍ଦ୍ରରେ କରୋନା ନିୟମ ପାଳନର ତଦାରଖ ପାଇଁ ଜିଲ୍ଲା ଓ ବ୍ଲକ ସ୍ତରରେ କୋଭିଡ୍ ସ୍କାର୍ଡ ରହିବେ । 

୯. ମୂଲ୍ୟାୟନ କେନ୍ଦ୍ରରେ ମଧ୍ୟ ସାନିଟାଇଜେସନ୍ ହେବ, କୋଭିଡ୍ ନିୟମର ପାଳନ କରାଯିବ । 

୧୦. ଅଗଷ୍ଟ ୨୨ ତାରିଖ ଭିତରେ ବାହାରିବ ଅଫଲାଇନ୍ ମାଟ୍ରିକ୍ ରେଜଲ୍ଟ । 

from Kanak News
via <a href="https://ifttt.com/?

ରାଜ୍ୟରେ ଖୋଲିବ ଦଶମ-ଦ୍ୱାଦଶ ଶ୍ରେଣୀ ସ୍କୁଲ । ଜୁଲାଇ ୨୬ରୁ ସ୍କୁଲ ଯିବେ ଦଶମ-ଦ୍ୱାଦଶ ଶ୍ରେଣୀ ପିଲା ।

କନକ ବ୍ୟୁରୋ: କରୋନା କଟକଣା ଭିତରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟରେ ଖୋଲିବ ଦଶମ-ଦ୍ୱାଦଶ ଶ୍ରେଣୀ ସ୍କୁଲ । ଜୁଲାଇ ୨୬ରୁ ସ୍କୁଲ ଯିବେ ଦଶମ-ଦ୍ୱାଦଶ ଶ୍ରେଣୀ ପିଲା । ସକାଳ ୧୦ଟାରୁ ଗୋଟାଏ ୩୦ ଯାଏଁ ସ୍କୁଲ ଖୋଲିବ । ରବିବାର ଓ ସମସ୍ତ ସରକାରୀ ଛୁଟିଦିନରେ ସ୍କୁଲ ବନ୍ଦ ରହିବ ।

ଏହାସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରାଥମିକ ଭିତ୍ତିରେ ଟିକାଦାନ ହେବ । ସେହିପରି ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା ହେବ, ସେହି ସ୍କୁଲ ପରେ ଖୋଲିବ । ଅଭିଭାବକଙ୍କ ସହ ଆଲୋଚନା କରି ପିଲାମାନେ ସ୍କୁଲ ଆସିପାରିବେ ।

ସେପଟେ ଯଦି ପରିସ୍ଥିତି ଠିକ ରହିବ ତେବେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପାଠ ପଢା ମଧ୍ୟ ଆରମ୍ଭ ହେବ । ତେବେ କରୋନା ପରିସ୍ଥିତିକୁ ଦେଖି ଧିରେ ଧିରେ ରାଜ୍ୟ ସରକାର ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ମଧ୍ୟ ଯୋଜନା କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started