ବିଜୁଳି ରାଜନୀତିରେ ରାଜସ୍ଥାନ କଂଗ୍ରେସ । ୧୫ ଲକ୍ଷ କୃଷକଙ୍କୁ ବିଜୁଳି ବିଲରେ ରିହାତି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ‘ମୁଖ୍ୟମନ୍ତ୍ରୀ କିଷାନ ମିତ୍ର ଏନର୍ଜୀ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଶନିବାର ଦିନ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି ରାଜ୍ୟରେ ଥିବା ୧୫ ଲକ୍ଷ କୃଷକ ପରିବାରକୁ ପ୍ରତିମାସର ବିଜୁଳି ବିଲ ଉପରେ ରାଜ୍ୟ ସରକାର ୧ ହଜାର ଟଙ୍କା ଛାଡ କରିବେ । ଏହି ରିହାତି ଅର୍ଥ ସିଧା ସଳଖ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଆସିବ । ଏହାସହ ଚଳିତ ବର୍ଷ ମେ ମାସର ବିଜୁଳି ବିଲ ଠାରୁ ଲାଗୁ ହେବ ।

ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ୍ ଟ୍ୱିଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି କୃଷକ ମାନଙ୍କର ସ୍ୱାର୍ଥକୁ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇ ଆସୁଛନ୍ତି । ଏହି କ୍ରମରେ ତାଙ୍କ ସରକାର କୃଷକମାନଙ୍କର ଆର୍ଥିକ ବିକାଶ ଓ ମଙ୍ଗଳ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି କି ଏହି ଯୋଜନାର ଲାଭ ବି ଭାଗଚାଷୀ ପାଇପାରିବେ । ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ପ୍ରତିବର୍ଷ ୧୪୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଅନ୍ୟପଟେ ରାଜସ୍ଥାନ ସରକାର ଘୋଷଣା କରିଥିବା ଏହି ଯୋଜନାର ଲାଭ ସେହିମାନେ ପାଇପାରିବେ ନାହିଁ, ଯେଉଁମାନେ ପୂର୍ବରୁ ବିଜୁଳି ବିଲ୍ ବାକି ରହିଛି । ଅନ୍ୟପଟେ ଯଦି କୌଣସି ଲାଭାର୍ଥୀଙ୍କର ଗୋଟିଏ ମାସର ବିଲ ୧ ହଜାର ଟଙ୍କାରୁ କମ ଆସିଛି ତେବେ ପରବର୍ତ୍ତୀ ମାସରେ ତାହା ଆଡଜଷ୍ଟ ହେବ ବୋଲି କୁହାଯାଇଛି ।

କହିରଖୁ କି ଏହା ପୂର୍ବରୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିବା ବସନ୍ଧରା ରାଜେ ସ୍କିନ୍ଦିଆ ଏଭଳି ଏକ ଯୋଜନା କରି କୃଷକ ମାନଙ୍କୁ ପ୍ରତିମାସ ୮୩୩ ଟଙ୍କାର ସହାୟତା ଯୋଗାଇ ଦେଉଥିଲେ । ହେଲେ ଅଶୋକ ଗେହଲଟ୍ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଯୋଜନାକୁ ବନ୍ଦ କରିଦେଇଥିଲେ । ଏହି ଗେହଲଟ ସରକାର ଏକ ନୂଆ ଯୋଜନା ମାଧ୍ୟମରେ ଏହାକୁ ସଂଚାଳନ କରିବାକୁ ଯାଉଛନ୍ତି ।

from Kanak News
via <a href="https://ifttt.com/?

୨୦୧୮ ରେ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମୃତ୍ୟୁ ମାମଲା : ଶୁଭେନ୍ଦୁ ଅଧିକାରୀଙ୍କ ଘରେ ପୁଣି ପହଂଚିଲା ସିଆଇଡି ଟିମ୍

କନକ ବ୍ୟୁରୋ : ୨୦୧୮ ମସିହାରେ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମୃତ୍ୟୁ ମାମଲା ଏବେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ଅଡୁଆ ବଢାଇଛି । ଆଜି ପୁଣିଥରେ ପଶ୍ଚିମବଙ୍ଗ ସିଆଇଡି ତରଫରୁ ରାଜ୍ୟ ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବାସଭବନରେ ଚଢାଉ କରିଛି । କହିରଖୁକି, ଏହା ପୂର୍ବରୁ ବୁଧବାର ଦିନ ବି ସିଆଇଡିର ଏକ ଟିମ୍ ଶୁଭେନ୍ଦୁ ଅଧିକାରୀଙ୍କ ବାସଭବନରେ ପହଂଚି ଯାଂଚ କରିଥିଲା । ହେଲେ ସେତେବେଳେ ଶୁଭେନ୍ଦୁ ସେଠାରେ ନଥିଲେ । ସିଆଇଡିର ଟିମ୍ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ତଥା ସାଂସଦ ଦିବ୍ୟନ୍ଦୁ ଅଧିକାରୀଙ୍କ ସହ କଥା ହୋଇ ଫେରିଥିଲେ ।

କହିରଖୁ କି ୨୦୧୮ ମସିହାରେ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ମୃତଦେହ ସିନ୍ଦିଗ୍ଧ ଅବସ୍ଥାରେ ଏକ ଘର ଭିତରୁ ମିଳିଥିଲା । ସେତେବେଳେ ଏହାକୁ ଆତ୍ମହତ୍ୟା କହି ମାମଲା ରଫା ଦଫା କରାଯାଇଥିଲା । ହେଲେ କିଛିଦିନ ତଳେ ମୃତ ସୁରକ୍ଷାକର୍ମୀଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ । ଏହାପରେ ପୋଲିସ ଏହି ମାମଲାକୁ ପୁଣି ଥରେ ଯାଂଚ ପରିସରଭୂକ୍ତ କରିଥିଲା ।

ସୂଚନା ଥାଉକି ୨୦୧୮ ମସିହା ଅକ୍ଟୋବର ୧୩ ତାରିଖରେ ପୂର୍ବ ମେଦିନା ପୁର ଜିଲ୍ଲାର ଏକ ଭଡାଘରୁ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଶୁଭାବ୍ରତଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ କୋଲକତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ତାପର ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ସେହି ସମୟରେ ଶୁଭେନ୍ଦୁ ରାଜ୍ୟ ପରିବହନ ବିଭାଗର ମନ୍ତ୍ରୀ ଥିଲେ ।

ଏହି ମାମଲାକୁ ନେଇ କିଛିଦିନ ତଳେ ଶୁଭେନ୍ଦୁ କହିଥିଲେ କି ଏବେ ଏହି ମାମଲାକୁ ରାଜନୀତି ପ୍ରଣୋଦିତ । ଏହି ମାମଲା ୨ ବର୍ଷ ତଳୁ ସମାଧାନ ହୋଇ ସାରିଥିôବା ବେଳେ ଏବେ ଏହାକୁ ନେଇ କାହିଁକି ଖୋଳତାଡ କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ ।

from Kanak News
via <a href="https://ifttt.com/?

ପଡ଼ୋଶୀ ଦେଶରେ ବଢ଼ୁଛି ସଂକ୍ରମଣ : ଦକ୍ଷିଣ ପୂର୍ବ ଏସିଆର ବିଭିନ୍ନ ଦେଶରେ ସଂକ୍ରମଣ ଏବେ ବଢ଼ାଇଛି ଚିନ୍ତା; ଜାଣନ୍ତୁ କେଉଁଠି ବଢୁଛି ସଂକ୍ରମଣ ?

କନକ ବ୍ୟୁରୋ : ଭାରତରେ କରୋନାର ଦ୍ୱିତୀୟ ଲହରର ପ୍ରଭାବ କମୁଥିବା ଦେଖାଯାଉଥିବା ବେଳେ ଦକ୍ଷିଣ ପୂର୍ବ ଏସିଆରେ ସଂକ୍ରମଣ ବଢ଼ି ଚାଲିଛି । ବିଶେଷ କରି ଭାରତର କେତୋଟି ପାଖାପାଖି ଦେଶରେ ସଂକ୍ରମଣ ବଢ଼ୁଥିବାର ଖବର ସାମ୍ନାକୁ ଆସିଛି । ପାକିସ୍ତାନ ଓ ବାଂଲାଦେଶରେ ପୂର୍ବ ଅପେକ୍ଷା ସଂକ୍ରମଣ ବଢ଼ିଛି । ସେହିପରି ଇଣ୍ଡୋନେସିଆ, ମାଲେସିଆ, ଭିଏତନାମ, ଥାଇଲାଣ୍ଡରେ ମଧ୍ୟ ସଂକ୍ରମଣର ଅଧିକ ମାମଲା ଚିହ୍ନଟ ହୋଇଛି ।

ଏପରିକି ବିଶ୍ୱର ସବୁଠୁ ଅଧିକ ଦୈନିକ ସଂକ୍ରମଣ ମାମଲାରେ ଇଣ୍ଡୋନେସିଆ ୩ଟି ଦେଶ ମଧ୍ୟରେ ରହୁଛି । ଏବେ ସେଠାରେ ଦିନକୁ ପ୍ରାୟ ୫୦ ହଜାର ମାମଲା ଚିହ୍ନଟ ହୋଇଛି । ଇଣ୍ଡୋନେସିଆ ଏବେ ଏସିଆର ସଂକ୍ରମଣ ସ୍ପଟ ପାଲଟିଛି । ୧୫ ଜୁଲାଇରେ ଇଣ୍ଡୋନେସିଆରେ ୫୬ ହଜାର ମାମଲା ଚିହ୍ନଟ ହୋଇଥିବା ବେଳେ ମାଲେସିଆରେ ୧୩ ହଜାର, ଥାଇଲାଣ୍ଡରେ ୧୦ ହଜାର, ଭିଏତନାମରେ ୩ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଇଣ୍ଡୋନେସିଆରେ ଏବେ ଆକ୍ଟିଭ କେସ୍ ୫ ଲକ୍ଷ ୪ ହଜାର । ବାଂଲାଦେଶରେ ଏବେ ଆକ୍ଟିଭ କେସ୍ ୧ ଲକ୍ଷ ୫୨ ହଜାର ଥିବା ବେଳେ ପାକିସ୍ତାନରେ ୪୬ ହଜାର, ମାଲେସିଆରେ ୧ ଲକ୍ଷ ୧୪ ହଜାର ଆକ୍ଟିଭ କେସ୍ ରହିଛି । ଥାଇଲାଣ୍ଡରେ ଏବେ ଆକ୍ଟିଭ କେସ୍ ୧ ଲକ୍ଷ ୧୧ ହଜର ଥିବା ବେଳେ ଭିଏତନାମରେ ଆକ୍ଟିଭ କେସ୍ ୩୬ ହଜାର ସକ୍ରିୟ ମାମଲା ରହିଛି ।

ସେହିପରି ଦକ୍ଷିଣ କୋରିଆରେ ଅଧିକ ମାମଲା ଆସିବା ପରେ କଟକଣା ବଢ଼ାଇ ଦେଇଛନ୍ତି ସେଠାକାର ସରକାର । ବିଶ୍ୱରେ ମଧ୍ୟ ଦୈନିକ ସଂକ୍ରମଣ ଜୁନ୍ ମାସ ଅପେକ୍ଷା ଅଧିକ ରହିଛି । ଜୁନ୍ ୨୧ରେ ବିଶ୍ୱରେ ହାରାହାରି ଦୈନିକ ସଂକ୍ରମଣ ୩ ଲକ୍ଷ ୫୯ ହଜାର ଥିଲା । ତେବେ ଜୁଲାଇ ୧୪କୁ ଏହି ସଂକ୍ରମଣ ବଢ଼ି ୪ ଲକ୍ଷ ୬୩ ହଜାରରେ ପହଂଚିଛି । କରୋନାର ବିପଦ ଟଳିନାହିଁ ଓ ସତର୍କ ରହିବାକୁ ପଡ଼ିବ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

from Kanak News
via <a href="https://ifttt.com/?

ଯୁବକଙ୍କୁ କାମୁଡ଼ିଲା ସାପ : ହସ୍ପିଟାଲକୁ ନେବା ବଦଳରେ ମନ୍ଦିରରେ ଚାଲିଲା ଝଡ଼ାଫୁଙ୍କା; ପାଣି ଢ଼ାଳି ଢ଼ାଳି ଶୁଖିଗଲା କୂଅ ହେଲେ କମିଲାନି ବିଷର ପ୍ରଭାବ

କନକ ବ୍ୟୁରୋ : ଯୁବକଙ୍କୁ କାମୁଡିଲା ସାପ । ହସ୍ପିଟାଲ ନେବା ପରିବର୍ତ୍ତେ ମନ୍ଦିରରେ ଚାଲିଲା ଝଡାଫୁଙ୍କା । ଏଭଳି ଏକ ସମ୍ବେଦନଶୀଳ ଚିତ୍ର ସାମ୍ନାକୁ ଆସିଛି ଖୋର୍ଦ୍ଧା ଜିଲ୍ଲା ବଣିଆ ଟାଙ୍ଗୀ ଅଞ୍ଚଳରୁ । ୧୮ ବର୍ଷର ଯୁବକ ଲିପୁ ନାୟକଙ୍କୁ ଏକ ତମ୍ପ ସାପ କାମୁଡି ଦେଇଥିଲା । ସାପଟି ଗୋଡକୁ କାମୁଡିବା ପରେ ଜୋରରେ ଛାଟି ଦେଇଥିଲେ ଲିପୁ । ହେଲେ ତାହା ଏକ ତମ୍ପ ସାପ ବୋଲି ଚିହ୍ନି ନେଇଥିଲେ । ଭୟରେ ପ୍ରାୟ ଅଧ କିଲୋମିଟର ଦୌଡିଦୌଡି ଆସି ଘରେ ପହଞ୍ଚିଗଲେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯୁବକଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ, ଗାଁ ମନ୍ଦିରକୁ ନେଇ ଝଡାଫୁଙ୍କା କରିଥିଲେ ପରିବାର ଲୋକ ।

ଯୁବକଙ୍କ ମୁଣ୍ଡରେ ପାଣି ଆଣି ଢାଳି ଚାଲିଥିଲେ ମନ୍ଦିର ପୂଜକ । ତେବେ ଏହିଭଳି ପାଣି ଢାଳି ଢାଳି ମନ୍ଦିରର କୂଅ ଶୁଖି ଯାଇଥିଲା । ସେପଟେ ଶୀତରେ ଥରିବାକୁ ଲାଗିଲେ ଲିପୁ । ଆଉ ଶେଷରେ ତାଙ୍କୁ ଘରକୁ ନେଇଯିବାକୁ କହିଥିଲେ ମନ୍ଦିରର ପୂଜାରୀ । ଘରକୁ ଫେରିବା ପରେ ଲିପୁଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡିବାରେ ଲାଗିଲା । ତେଣୁ ଘର ଲୋକ ବାଧ୍ୟ ହୋଇ ଲିପୁଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ । ଲିପୁ ଏବେ ଧିରେଧିରେ ବିପଦମୁକ୍ତ ହେଉଛନ୍ତି । କିନ୍ତୁ କ୍ୟାପିଟାଲ ହସ୍ପିଟାଲରେ ଲିପୁଙ୍କୁ ୨୦ ଭାଏଲ ଆଣ୍ଟି ଭେନମ ଇଞ୍ଜେକ୍ସନ୍ ଦିଆଯାଇ ସାରିଥିବା ଜଣାପଡିଛି ।

from Kanak News
via <a href="https://ifttt.com/?

ଭଦ୍ରକରେ ବ୍ରାଉନସୁଗାର ରାକେଟ ଠାବ : କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

କନକ ବ୍ୟୁରୋ : ଭଦ୍ରକରେ ବଡ଼ ଧରଣର ବ୍ରାଉନସୁଗାର ରାକେଟର ପର୍ଦ୍ଦାଫାଶ । କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଂଚଳ ପୋଲିସ୍ । ଏକ ଅଟୋ ଯୋଗେ ଜଳେଶ୍ୱର ଚାଲାଣ ହେଉଥିବା ବେଳେ ଏକ କିଲୋ ୯୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ପୋଲିସ୍ ।

୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ନିକଟସ୍ଥ ଧାମରା ରେଳ ଓଭର ବ୍ରିଜ ନିକଟରୁ ଗ୍ରାମାଂଚଳ ପୋଲିସ୍ ଏହି ଅଟୋକୁ ଅଟାଇଥିଲା । ଯାଞ୍ଚ ସମୟରେ ଅଟୋ ଭିତରୁ ଏକ କିଲୋରୁ ଅଧିକ ବ୍ରାଉନସୁଗାର ଜବତ କରାଯାଇଥିଲା, ଏହାସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫଙ୍କ ମଧ୍ୟରେ ଜଳେଶ୍ୱରର ବ୍ରାଉନସୁଗାର ମାଫିଆ ଚାଚିର ଭାଇ ଓ ଅନ୍ୟ ଜଣେ ଡ୍ରଗ୍ସ ମାଫିଆ ଏସ କେ ଅସଗରର ଶ୍ୱଶୁର ଏସକେ ଅବଦୁଲ ମଧ୍ୟ ଗିରଫ ହୋଇଛି । ପୋଲିସ୍ ଅଧିକ ଖୋଳତାଡ଼ ଚଳାଇଛି ।

from Kanak News
via <a href="https://ifttt.com/?

ଯୌତୁକ ପ୍ରଥାକୁ ନେଇ କେରଳ ରାଜ୍ୟପାଳଙ୍କ ପରାମର୍ଶ । ସାର୍ଟିଫିକେଟ ନେବା ପୂର୍ବରୁ ଛାତ୍ରମାନଙ୍କ ସହ କରାଯାଉ ଚୁକ୍ତି

କନକ ବ୍ୟୁରୋ : କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ରାଜ୍ୟର ସବୁ ବିଶ୍ୱ ବିଦ୍ୟାଳୟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ସେମାନେ ଯୌତୁକ ପ୍ରଥା ବିରୋଧରେ ଆଗକୁ ଆସନ୍ତୁ । ସେ କହିଛନ୍ତି କି ବିଶ୍ୱ ବିଦ୍ୟାଳୟ ମାନଙ୍କରେ ଏଭଳି ବ୍ୟବସ୍ଥା କରାଯିବା ଦରକାର କି, ଯେଉଁଥିରେ ଛାତ୍ର ଛାତ୍ରୀମାନେ ସାର୍ଟିଫିକେଟ ନେବା ପୂର୍ବରୁ ଚୁକ୍ତି କରନ୍ତୁ ଯେ ସେମାନେ ଯୌତୁକ ନେବେ ନାହିଁ କିମ୍ବା ଦେବେ ନାହିଁ । ଶୁକ୍ରବାର ଦିନ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ଉପ କୁଳପତି ମାନଙ୍କ ସହ ହୋଇଥିବା ବୈଠକରେ ରାଜ୍ୟପାଳ କହିଥିଲେ କି ଯୌତୁକ ଭଳି କୁପ୍ରଥାକୁ ସମାଜରୁ ହଟାଇବାକୁ ହେଲେ ଏହାର ଆରମ୍ଭ ପ୍ରଥମେ ଶିକ୍ଷାନୁଷ୍ଠାନ ମାନଙ୍କରୁ କରାଯିବା ଦରକାର ।

ରାଜ୍ୟପାଳ କହିଛନ୍ତି କି ଶିକ୍ଷାରୁ ମଣିଷକୁ ଜ୍ଞାନ ଓ ବିବେକ ମଳିଥାଏ, ହେଲେ ଆଜିର ଦିନରେ ଶିକ୍ଷାକୁ ବ୍ୟବହାର କରି ଯୌତୁକ ଭଳି କୁପ୍ରଥା ମାଧ୍ୟମରେ ଅର୍ଥ ରୋଜଗାର କରାଯାଉଛି । ସେ କହିଛନ୍ତି କି ଛାତ୍ର ଛାତ୍ରୀମାନେ ଚାକିରୀ କରିବା ପୂର୍ବରୁ ବିଶ୍ୱ ବିଦ୍ୟାଳରୁ ଯେତେବେଳେ ସାର୍ଟିଫିକେଟ୍ ନେବାକୁ ଆସୁଛନ୍ତି ସେତେବେଳେ ବିଶ୍ୱ ବିଦ୍ୟାଳୟ ତରଫରୁ ସେମାନଙ୍କ ସହିତ ବିବାହ ବେଳେ ଯୌତୁକ ଦେବା ଓ ନେବା ନିଷେଧ ଉପରେ ଏକ ଚୁକ୍ତିପତ୍ର ସ୍ୱାକ୍ଷର କରାଯିବାର ଆବଶ୍ୟକତା ରହିଛି । ଏହାସହ ବିଶ୍ୱ ବିଦ୍ୟାଳୟରେ ଆଡମିଶନ ବେଳେ ବି ଅବିଭାବକଙ୍କ ଠାରୁ ଏଭଳି ଚୁକ୍ତିନାମାରେ ସ୍ୱାକ୍ଷର କରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ଏନେଇ ତୁରନ୍ତ ଏକ ବୈଠକ ଡକାଯିବ ବୋଲି ସେ କହିଛନ୍ତି   ।

କହିରଖୁ କି କେବଳ କେରଳ ନୁହେଁ ଏବେ ସାରା ଦେଶରେ ଯୌତୁକ ଏକ ସମସ୍ୟା ହୋଇ ଠିଆ ହୋଇଛି । ଦୈନିକ ଦେଶର କିଛି ମହିଳା ଏହି ଯୌତୁକ ଜହ୍ଲାଦ ମାନଙ୍କ କବଳରେ ପଡି ନିର୍ଜାତନା କିମ୍ବା ହତ୍ୟାର ଶିକାର ହେଉଛନ୍ତି । ଏସବୁରୁ ମହିଳା ମାନଙ୍କୁ ମୁକ୍ତି ଦେବାକୁ ହେଲେ ସରକାରୀ ସ୍ତରରେ କୌଣସି ବଡ ପଦକ୍ଷେପର ଆବଶ୍ୟକତା ରହିଛି ।

from Kanak News
via <a href="https://ifttt.com/?

କରୋନାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରତିକ୍ରିୟା : ସତର୍କ ନ ହେଲେ ୩ୟ ଲହର ଆସିବ; ୩ୟ ଲହର ପାଇଁ ସରକାର ସ୍ବତନ୍ତ୍ର ପ୍ଲାନ୍ କରିବା ଜରୁରୀ

କନକ ବ୍ୟୁରୋ : ତୃତୀୟ ଲହର ପାଇଁ ଆମ ରାଜ୍ୟ ସରକାର ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରିବା ଦରକାର ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି। ସେ କହିଛନ୍ତି, ଜେନମ ସିକ୍ୟୁଏନ୍ସିକୁ ବଢେଇବାକୁ ପଡ଼ିବ । ଏହା ଦ୍ୱାରା ଆମେ ନୂଆ ଷ୍ଟ୍ରେନ ଉପରେ ନଜର ରଖି ପାରିବା । ମହାରାଷ୍ଟ୍ର ପରି ଓଡ଼ିଶାକୁ ବି ଏପରି କରିବାକୁ ପଡ଼ିବ। ସବୁ କୋଭିଡ କଟକଣାକୁ କଡ଼ାକଡ଼ି କରିବାକୁ ପଡ଼ିବ ।

ଓଡ଼ିଶାରେ ନଭେମ୍ବର ମାସ ପର୍ଯ୍ୟନ୍ତ କୋଭିଡ କଟକଣା ରଖିବାକୁ ପଡ଼ିବ ବୋଲି ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ଏପରିକି ବର୍ଷ ଶେଷ ପର୍ଯ୍ୟନ୍ତ ସମସ୍ତଙ୍କୁ କୋଭିଡ ନିୟମକୁ ମାନିବାକୁ ପଡ଼ିବ, କାରଣ ଅନେକ ଦେଶରେ ତୃତୀୟ ଲହର ଆସିଗଲାଣି । ଆମେ ଯଦି ସତର୍କ ନ ରହିବା ତେବେ ତୃତୀୟ ଲହର ଶୀଘ୍ର ଆସିଯିବ । ଅକ୍ଟୋବର ଶେଷ ଆଡ଼କୁ ଆମ ରାଜ୍ୟରେ ତୃତୀୟ ଲହର ଆସିବାର ବହୁ ସମ୍ଭାବନା ରହିଛି ।

ଯେଉଁ ଜାଗାରେ ଅଧିକ କରୋନା ମାମଲା ରହିବ, ସେଠି ନୂଆ ମ୍ୟୁଟାଣ୍ଟ ସୃଷ୍ଟି ହେବାର ସମ୍ଭାବନା ଅଧିକ । ଯେହେତୁ ଆମର କିଛି ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି ତେଣୁ ଏଠି ନୂଆ ମ୍ୟୁଟାଣ୍ଟ ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ତେଣୁ ଆମର ସଂକ୍ରମଣ ରେଟକୁ କମେଇବାକୁ ପଡ଼ିବ । ସେ ଦୃଷ୍ଟିରୁ ଆମକୁ କୋଭିଡ ନିୟମ ମାନିବାକୁ ପଡ଼ିବ । ସରକାର ତ ଯାହା ପଦକ୍ଷେପ ନେଉଛନ୍ତି, ମାତ୍ର ଆମେ କଟକଣାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ଦରକାର ।

ସେ ପୁଣି କହିଛନ୍ତି, ଟିକା ନେବା ପରେ ବି ସଂକ୍ରମଣ ହେଉଛି । ତେଣୁ , ଲୋକମାନେ କଟକଣା ମାନନ୍ତୁ । ଡବଲ ଡୋଜ ନେବା ପରେ ୯୫ ପ୍ରତିଶତ ମୃତ୍ୟୁ ଆଶଙ୍କା କମିଯିବ । ମାତ୍ର ୫ ପ୍ରତିଶତ ପାଇଁ ବି ଆମକୁ ସତର୍କ ରହିବାକୁ ପଡ଼ିବ । ଥରେ ସଂକ୍ରମିତ ହେବା ପରେ ପୁଣି ସଂକ୍ରମିତ ହେଲେ ରୋଗୀ ଅଧିକ ଗୁରୁତର ହେଉଛନ୍ତି । ଭୂତାଣୁ ଶରୀର ଭିତରେ ରହିପାରେ । ଡେଲଟା ଭେରିୟଣ୍ଟ ବହୁ ଜଟିଳ। ଏହି ଭୂତାଣୁ ଆମ ଭିତରେ ଅଧିକ ଦିନ ରହିପାରେ ।

from Kanak News
via <a href="https://ifttt.com/?

ଦିନକୁ ଦିନ ତୈଳଦର ବୃଦ୍ଧିକୁ ନେଇ ପେଟ୍ରୋଲ୍ ପମ୍ପ ଆଗରେ କଂଗ୍ରେସର ଦସ୍ତଖତ ଅଭିଯାନ : କଂଗ୍ରେସର ମହିଳାକର୍ମୀମାନେ ନେଉଛନ୍ତି ଜନମତ

କନକ ବ୍ୟୁରୋ : ପଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦସ୍ତଖତ ଅଭିଯାନ । ଗତ ୭ ତାରିଖରୁ ବିଭିନ୍ନ ପର୍ଯ୍ୟାରେ ଦଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିଛି । ଏହି କ୍ରମରେ ଆଜି ସମସ୍ତ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ କରିବା ସହ ସାଧାରଣ ଲୋକଙ୍କ ଦସ୍ତଖତ ସଂଗ୍ରହ ଅଭିଯାନ ଚଳାଇଛି । ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ସାଧାଣର ଲୋକଙ୍କୁ କିଭଳି ପ୍ରଭାବିତ କରିଛି, ସେନେଇ ଜନମତ ସୃଷ୍ଟି କରିବାକୁ ଚାହୁଁଛି କଂଗ୍ରେସ ଦଳ ।

from Kanak News
via <a href="https://ifttt.com/?

ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି : ଆଜ୍ଞାମାଳ ବିଜେ ପରେ ୩ ରଥଙ୍କ ଦକ୍ଷିଣ ମୋଡ; ନାକଚଣା ଦ୍ୱାର ସମ୍ମୁଖ ଶରଧା ବାଲିକୁ ନେଲେ ସେବାୟତ ଓ ପୋଲିସ

କନକ ବ୍ୟୁରୋ : ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ୱାର ସମ୍ମୁଖରେ ଅଟକି ରହିଥିବା ୩ ରଥ ଆଜି ଦକ୍ଷିଣମୋଡ଼ ନେଉଛନ୍ତି । ନାକଚଣା ଦ୍ୱାରସ୍ଥିତ ଶରଧାବାଲିରେ ବିଜେ କରିବେ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ରଥଟଣା ଆରମ୍ଭ ହୋଇଯାଇଛିି । ଆଜ୍ଞାମାଳ ବିଜେ ପରେ ସେବାୟତ, ପୋଲିସଙ୍କ ସହାୟତାରେ ୩ ରଥକୁ ଶରଧାବାଲିକୁ ଟାଣି ନେଉଛନ୍ତି ।

ରଥଯାତ୍ରା ପରଠାରୁ ୩ ରଥ ଉତ୍ତରମୁହାଁ ହୋଇ ରହିଥାନ୍ତି । ୩ ରଥକୁ ଆଜି ଦକ୍ଷିଣମୋଡ ଦେଇ ସୁସଜ୍ଜିତ କରି ବାହୁଡା ଯାତ୍ରା ପାଇଁ ରଖାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ଚୁଡ଼ାନ୍ତ ହୋଇଛି । ଏଥିପାଇଁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ସଫାସୁତୁରା କରାଯାଇଛି । ବାଲି ବିଛା ଯାଇ ସମତୁଲ କରାଯାଇଛି ।

from Kanak News
via <a href="https://ifttt.com/?

ମହାରାଷ୍ଟ୍ର ରାଜନୀତିରେ କମ୍ପନ । ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶରଦ ପାୱାର । ୧ ଘଂଟାର ଆଲୋଚନା

କନକ ବ୍ୟୁରୋ : ଜାତୀୟ ରାଜନୀତିରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଏନସିପି ନେତା ଶରଦ ପାୱାର । ଶରଦ ପାୱାର ଆଗାମୀ ରାଷ୍ଟ୍ରପତି ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଏଭଳି ଚର୍ଚ୍ଚାକୁ ଆଗକୁ ବଢାଇଛନ୍ତି । ସେ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଂଚି ପାଖା ପାଖି ୧ ଘଂଟା ଧରି ଆଲୋଚନା କରିଛନ୍ତି । ଏହା ପୂର୍ବରୁ ଗତକାଲି ସେ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ବି ଭେଟିଥିଲେ ।

ଅନ୍ୟପଟେ ସଦ୍ୟ ହୋଇଥିବା କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ସ୍ଥାନ ନମିିଳିବା ଓ ଶରଦ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମହାରାଷ୍ଟ୍ରରେ ସରକାର ଗଠନ ସମିକରଣ କୌଣସି ସମୟରେ ବଦଳିପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ କିଛିଦିନ ତଳେ ଶିବସେନାର ମୁଖପାତ୍ର ସଂଜୟ ରାୱତ କହିଥିଲେ କି ବିଜେପି ଅଛୁଆଁ ନୁହେଁ କି ବିଜେପି ସହିତ ଶିବସେନା ସଂପର୍କରେ ତିକ୍ତତା ନାହିଁ । ଯଦି ମହାରାଷ୍ଟ୍ରରେ ସରକାର ଭାଙ୍ଗି ଶିବସେନା ଓ ବିଜେପି ମିଳିତ ଭାବେ ସରକାର ଗଠନ କରନ୍ତି ତେବେ କଥା ସେହି ୫୦-୫୦ ରେ ଛିଡିବ ହେଲେ ବିଜେପିକୁ ମୁଖ୍ୟମନ୍ତ୍ରୀ ପଦ ଏବେ ମିଳିବ ନାହିଁ । ସେହିକଥା ଯଦି ଏନସିପି ଓ ବିଜେପି ମିଳିତ ଭାବେ ସରକାର ଗଠନ କରନ୍ତି ତେବେ ଦେବେନ୍ଦ୍ର ଫର୍ଡନଭିସ୍ ମୁଖ୍ୟମନ୍ତ୍ରୀ ହେବାରେ କିଛି ଅସୁବିଧା ନାହିଁ ।

ଅନ୍ୟପଟେ ଶରଦ ପାୱାର ରାଷ୍ଟ୍ରପତି ପଦ ମୋହରେ ଶିବସେନା ଓ କଂଗ୍ରେସ ସହିତ ଥିବା ମେଣ୍ଟରୁ ବାହାରି ଆସି ପାରନ୍ତି  । ଫଳରେ ଦଳ ବିଜେପି ସହିତ ରାଜ୍ୟରେ କ୍ଷମତାରେ ରହିବା ସହ ପାୱାରଙ୍କୁ ରାଷ୍ଟ୍ରପତି ପଦ ମିଳିଯିବାବି କିଛି ଅସମ୍ଭବ ନୁହେଁ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started