ନେଟୱାର୍କ ଯେଉଁଠି ପାଠପଢ଼ା ସେଇଠି : ଅନଲାଇନ ପାଠପଢ଼ା ପାଇଁ ନେଟୱାର୍କ ଖୋଜି ଖୋଜି ଓଡ଼ିଶା ସୀମା ଡେଉଁଛନ୍ତି ସୁନ୍ଦରଗଡ ରାଙ୍ଗାମାଟି ଗାଁର ଛାତ୍ରଛାତ୍ରୀ

କନକ ବ୍ୟୁରୋ : ଝାଡଖଣ୍ଡରେ ମୋବାଇଲ ନେଟୱର୍କ ଖୋଜୁଛନ୍ତି ଓଡିଶା ପିଲା । କିଏ ପଚଂମ ତ ଆଉ କିଏ ସପ୍ତମ । ପ୍ରତିଦିନ ୮ରୁ ୧୦ ଜଣ ଛାତ୍ରଛାତ୍ରୀ ଲାଇନ୍ ହୋଇ ଚାଲି ଚାଲି ଗାଁ ପାଖରେ ଥିବା ପାହାଡର ପିଚୁ ରାସ୍ତାରେ ପାଠ ପଢିବାକୁ କରୁଛନ୍ତି ସଂଘର୍ଷ । ଜଙ୍ଗଲିଆ ରାସ୍ତା ଦେଇ ନିଜ ଗାଁରୁ ୩ କିଲୋମିଟର ଅତିକ୍ରମ କଲାପରେ ଏମାନେ ଓଡିଶାର ସୀମା ଡେଇଁ ଝାଡଖଣ୍ଡକୁ ପ୍ରବେଶ କରନ୍ତି । ଆଉ ସେଠି ଖୋଜନ୍ତି ମୋବଇଲ ନେଟୱର୍କ । ଓଡିଶାର ସୀମା ଡେଇଁ ଝାଡଖଣ୍ଡରେ ପହଂଚିଲା ପରେ ସେହି ଜଙ୍ଗଲ ରାସ୍ତାରେ ହିଁ ପାଲ ପକାଇ ଆରମ୍ଭ ହୋଇଯାଏ ପାଠପଢା ।

ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ନୂଆଗାଁ ପଚାଂୟତର ରାଙ୍ଗାମାଟି ଗାଁର ଏହି ଛାତ୍ରଛାତ୍ରୀ । ଉପାନ୍ତ ଅଚଂଳ ହୋଇଥିଲେ ମଧ୍ୟ ରାସ୍ତାଠୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା ପହଚିଂଛି ଏହି ଗାଁକୁ । ହେଲେ ମୋବାଇଲ ନେଟଓାର୍କ ନାହିଁ । ଆଉ ଏହିଥିପାଇଁ ଲୋକ ଆଜି ବି ବାହାର ଦୁନିଆରୁ ବିଚ୍ଛିନ୍ନ ହୋଇ ରହଛନ୍ତି । ଲକଡାଉନ ଘୋଷଣା ହେବା ପରେ ଏହି ଗାଁରୁ ବାହାରକୁ ଯାଇ ପାଠ ପଢୁଥିବା ଛାତ୍ରଛାତ୍ରୀ ସବୁ ଗାଁକୁ ଫେରି ଆସିଥିଲେ । ଏଠିକାର ଛାତ୍ରଛାତ୍ରୀ ଓଡ଼ିଶାରେ ପାଠ ପଢନ୍ତି ସତ, ହେଲେ ଅନଲାଇନ୍ ପାଠପଢା ହେବା ଦିନଠାରୁ ନେଟ୍‌ୱର୍କ ଖୋଜିବାକୁ ସବୁଦିନେ ସୀମା ସେପାଖରେ ଥିବା ଝାଡ଼ଖଣ୍ଡର କାଦୋପାନୀ ଯିବାକୁ ବାଧ୍ୟ ହୁଅନ୍ତି । କାରଣ ସେଠାରେ ପାହାଡ଼ ଉପରେ ମୋବାଇଲ୍‌ ନେଟ୍‌ୱର୍କ ଥାଏ । ଆଉ ଅନଲାଇନ ଶିକ୍ଷା ବ୍ୟବସ୍ଥା ଆରମ୍ଭ ହେବା ପରେ ଏହିଭଳି ପ୍ରତିଦିନ ସଂଘର୍ଷ କରିବାକୁ ପଡୁଛି ।

from Kanak News
via <a href="https://ifttt.com/?

ପାକିସ୍ତାନ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ଟିମରେ ସାମିଲ ହେଲେ ୧୧୦ କେଜି ଓଜନର ବ୍ୟାଟ୍ସମ୍ୟାନ୍ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ୱିକେଟ କିପର ମୋଇନ ଖାନଙ୍କ ପୁଅ ଆଜମ୍ ଖାନ୍ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ପାଦ ଥାପିଛନ୍ତି ।  ତାଙ୍କୁ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୩ ଟିକିଆ ଟି-୨୦ ସିରିଜ ପାଇଁ ପିସିବି ମନୋନୀତ କରିଛି । ସେ ତାଙ୍କ ପ୍ରଥମ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ମ୍ୟାଚରେ ୬ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଯାଇ ୩ ଟି ବଲରୁ ୫ ରନ୍ କରିବାରେ ସକ୍ଷମ ହୋଇଛନ୍ତି ।

ଏହି ମ୍ୟାଚପରେ ଆଜମ୍ ଖାନ ତାଙ୍କ ଓଜନକୁ ନେଇ ବେସ୍ ଚର୍ଚ୍ଚାରେ ଅଛନ୍ତି । କହିରଖୁ କି ଆଜମ୍ ଖାନ ଘରୋଇ କ୍ରିକେଟରେ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ଭାବେ ବେସ୍ ଜଣାଶୁଣା ହୋଇଥିଲେ ବି ତାଙ୍କ ଶାରିରୀକ ଗଠନ ପାଇଁ ତାଙ୍କୁ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ସ୍ଥାନ ମିଳୁ ନଥିଲା । ପାକିସ୍ତାନ ଗଣମାଧ୍ୟମ ମୁତାବକ ‘ଡନ୍’ ମୁତାବକ ଆଜମ୍ ଖାନ ୧୨ ମାସ ମଧ୍ୟରେ ୩୦ କେଜି ଓଜନ କମାଇଛନ୍ତି । ପ୍ରଥମରୁ ସେ ୧୪୦ କେଜି ଥିବା ବେଳେ ଏବେ ୧୧୦ କେଜି ଅଛନ୍ତି । ଆଜମ୍ ଖାନ ନିଜେ ସ୍ୱୀକାର କରିଛନ୍ତି କି ଓଜନ କମିବା ପରେ ସେ ଏବେ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ସ୍ଥାନ ପାଇପାରିଛନ୍ତି ।

ଏହା ପୂର୍ବରୁ ପାକିସ୍ତାନ କ୍ରିକେଟ ଟିମରେ ୪ ଜଣ ଅର୍ନ୍ତରାଷ୍ଟ୍ରୀୟ ଖେଳାଳୀଙ୍କ ପୁଅ ସ୍ଥାନ ପାଇଥିବା ବେଳେ ଆଜମ ଖାନ ଏହି ଧାରାରେ ୫ ନମ୍ବର ସ୍ଥାନରେ ରହିଛନ୍ତି ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ଟିକା ନେଇ କରୋନାରେ ସଂକ୍ରମିତ ହୋଇଛନ୍ତି ୪୦% : ବିଶେଷଜ୍ଞ କହିଲେ, ଟିକା ନେବା ପରେ ଖାମଖିଆଲ ହୋଇପଡ଼ୁଛନ୍ତି ଲୋକ

କନକ ବ୍ୟୁରୋ : ଟିକା ନେଇ କରୋନା ସଂକ୍ର୍ରମିତ ହୋଇଛନ୍ତିି ୪୦ ପ୍ରତିଶତ ଲୋକ । ଭୁବନେଶ୍ୱର ମହାନଗରନିଗମ ପକ୍ଷରୁ ଏହି ସୂଚନା ଦିଆଯିବା ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଯାଇଛି । କରୋନାରୁ ଟିକା ହିଁ ସୁରକ୍ଷା ଦେଇପାରିବ ବୋଲି ସାରା ବିଶ୍ୱରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ହେଲେ ଭୁବନେଶ୍ୱରରେ ପ୍ରଥମ ଡୋଜ କରୋନା ଟିକା ନେଇ ସଂକ୍ରମିତ ହୋଇଛନ୍ତି ୧ ହଜାର ୮୯୦ ଜଣ ।

ସେହିପରି ଟିକାର ୨ଟି ଡୋଜ ନେଇ ସଂକ୍ରମିତ ହୋଇଛନ୍ତି ୨ହଜାର ୫୨୭ଜଣ । କୁହଯାଉଛି ଟିକାର ୨ଟି ଡୋଜ ନେବା ପରେ ୧୪ ଦିନ ବ୍ୟବଧାନରେ ଆଂଟିବଡ଼ି ବା ପ୍ରତିରୋଧ ଶକ୍ତି ତିଆରୀ ହେବ । ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ରାଜଧାନୀ ଭୁବନେଶ୍ୱରରେ ଟିକାର ୨ଟି ଡୋଜ ନେଇ ୧୪ ଦିନ ପରେ ସଂକ୍ରମିତ ହୋଉଛନ୍ତି ୧ ହଜାର ୭୦୫ଜଣ । ଅବଶ୍ୟ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ଗୁରୁତ୍ୱର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉନାହିଁ । ୫ ପ୍ରତିଶତଙ୍କ ଠାରେ ଦେଖା ଦେଉଛି ସାମାନ୍ୟ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ।

from Kanak News
via <a href="https://ifttt.com/?

ବିହାର ବିଶାକ୍ତ ମଦ ମୃତ୍ୟୁ ଘଟଣା । ୧୬ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ସନ୍ଦିଗ୍ଧ ବୋଲି କହିଲା ଜିଲ୍ଲା ପ୍ରଶାସନ

କନକ ବ୍ୟୁରୋ : ବିହାର ବେତୀୟା ଜିଲ୍ଲାରେ ଏକା ସାଙ୍ଗରେ ୧୬ ଜଣ ମରିବା ଘଟଣାରେ ପ୍ରଶାସନ ଏବେ ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦିତ ବୟାନ ଦେଇଛି । ଗାଁ ଲୋକମାନେ ଦାବି କରିଛନ୍ତି କି ସମସ୍ତ ୧୬ ଜଣଙ୍କର ମୃତ୍ୟୁ ବିଶାକ୍ତ ମଦ ପିଇବା ଯୋଗୁଁ ହୋଇଛି, ହେଲେ ପ୍ରଶାସନ କହିଛି କି ୪ ଜଣଙ୍କର ମୃତ୍ୟୁ ବିଶାକ୍ତ ମଦ ପିଇବା ଯୋଗୁଁ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁର କାରଣ ରୋଗ । ଅନ୍ୟ ୧୦ ଜଣଙ୍କ ମୃତ୍ୟୁର କାରଣ ସ୍ପଷ୍ଟ କରିନାହିଁ ପ୍ରଶାସନ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ରିଲିଜ ଜାରୀ କରାଯାଇ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ।

ଜିଲ୍ଲା ପ୍ରଶାସନ ମୁତାବକ ୨ ଜଣଙ୍କର ମୃତ୍ୟୁ ରୋଗ କାରଣରୁ ହୋଇଥିବା ବେଳେ ୪ଜଣଙ୍କର ମୃତ୍ୟୁ ବିଶାକ୍ତ ମଦ କାରଣରୁ ହୋଇଛି । ଅନ୍ୟପଟେ ମୋଟ ୧୪ ଜଣଙ୍କର ମୃତ୍ୟୁ ସାମ୍ଭାବ୍ୟ ବିଶାକ୍ତ ମଦ ଯୋଗୁଁ ହୋଇଥାଇପାରେ ବୋଲି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି । ହେଲେ ଗ୍ରାମବାସୀ ମୃତ୍ୟୁର କାରଣ ସ୍ପଷ୍ଟ କରିବାକୁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି ।

କହିରଖୁ କି ଚଳିତ ମାସ ୧୫ ତାରିଖରେ ବେତୀୟା ଜିଲ୍ଲାର ଲୋରିୟା ଅଞ୍ଚଳରେ ଜଣଙ୍କ ପରେ ଜଣେ କ୍ରମାଗତ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଯାଂଚ କରିବାକୁ ଜିଲ୍ଲା ପ୍ରଶାସନ ଗାଁରେ ପହଂଚିଥିବା ବେଳେ ଏ ସମସ୍ତଙ୍କ ମୃତ୍ୟୁର କାରଣ ବିଶାକ୍ତ ମଦ ପିଇବା ଯୋଗୁଁ ହୋଇଥିବା କଥା ଗ୍ରାମବାସୀ କହିଥିଲେ ।

from Kanak News
via <a href="https://ifttt.com/?

ପରୀକ୍ଷା ଓ ଶିକ୍ଷାବର୍ଷ ପାଠପଢ଼ା ନେଇ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି : ୨୦୨୧–୨୨ ଶିକ୍ଷାବର୍ଷ ପାଇଁ ସେପ୍ଟେମ୍ବର ୩୦ ସୁଦ୍ଧା ହେବ ନାମଲେଖା; ଅକ୍ଟୋବର ୧ ତାରିଖରୁ ପାଠପଢ଼ା ଆରମ୍ଭ

କନକ ବ୍ୟୁରୋ : ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଗାଇଡଲାଇନ ଜାରି କରିଛି ୟୁଜିସି । ବର୍ତ୍ତମାନର ଶିକ୍ଷାବର୍ଷ ଓ ଆଗାମୀ ଶିକ୍ଷାବର୍ଷ ପାଇଁ ବିସ୍ତୃତ ସୂଚୀ ଜାରି କରାଯାଇଛି । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସେପ୍ଟେମ୍ବର ୩୦ ସୁଦ୍ଧା ନାମଲେଖା ଶେଷ କରିବାକୁ କୁହାଯାଇଛି । ସେହିପରି ଆଗାମୀ ଶିକ୍ଷାବର୍ଷ ପାଇଁ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବ ପାଠପଢା ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୁଲାଇ ୩୧ ସୁଦ୍ଧା ସିବିଏସଇ, ଆଇସିଏସଇ ଏବଂ ଅନ୍ୟ ରାଜ୍ୟ ବୋର୍ଡଗୁଡିକ ଦ୍ୱାରା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରି ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ଶେଷବର୍ଷ ପରୀକ୍ଷା ସାରିବାକୁ କୁହାଯାଇଛି । ତେଣୁ ଏହାପରେ ଅର୍ଥାତ ଅଗଷ୍ଟ ୧ରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ପ୍ରବେଶିକା ପରୀକ୍ଷା କରାଯିବ । ୩୧ ଅକ୍ଟୋବର ସୁଦ୍ଧା ଖାଲି ସିଟ୍ ପୂରଣ କରି ୩୧ ଡିସେମ୍ବର ମଧ୍ୟରେ ସମସ୍ତ କାଗଜପତ୍ର କାମ ସାରିବେ କଲେଜ ଓ ବିଶ୍ୱବିଦ୍ୟାଳୟ । ତେବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହେଲେ ଅକ୍ଟୋବର ୧୮ ସୁଦ୍ଧା ନୂଆ ଶିକ୍ଷାବର୍ଷ ଆରମ୍ଭ କରିବେ ଉଚ୍ଚଶିକ୍ଷାନୁଷ୍ଠାନ ।

from Kanak News
via <a href="https://ifttt.com/?

ଉତ୍ତରାଖଣ୍ଡ ପରେ ବଦଳିବେକି କର୍ଣ୍ଣାଟକ ମୂଖ୍ୟମନ୍ତ୍ରୀ । ୟେଦୁୟେରପ୍ପା ଇସ୍ତଫା ନେଇ ଜୋର ଧରିଲା ଚର୍ଚ୍ଚା

କନକ ବ୍ୟୁରୋ : ଉତ୍ତରାଖଣ୍ଡ ପରେ ଏବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି । ଗତକାଲି ଦିଲ୍ଲୀ ଗସ୍ତରେ ଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଜି ବୈଠକ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଛନ୍ତି । ଏହା ପୂର୍ବରୁ ସେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ସହ ବି ବୈଠକ କରିଛନ୍ତି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଖୁବଶୀଘ୍ର ସେ ତାଙ୍କ ପଦରୁ ଇସ୍ତଫା ଦେଇ ପାରନ୍ତି । ବୟସାଧିକ ଓ ଅସୁସ୍ଥତା କାରଣରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା କଥା ଆଲୋଚନା ହେଉଛି । ହେଲେ ୟେଦୁୟେରପ୍ପା ଏକଥାକୁ ଖଣ୍ଡନ କରିଛନ୍ତି । ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ସେ ଅସୁସ୍ଥତା ଓ ବୟସ ବାବଦରେ ଆଲୋଚନା କରିଥିବା କଥା କୁହାଯାଇଛି ।

ଏଠି ପ୍ରଶ୍ନ ଉଠୁଛି ଯଦି ୟେଦୁୟେରପ୍ପା ତାଙ୍କ ପଦରୁ ଇସ୍ତଫା ଦିଅନ୍ତି ତେବେ କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ? କୁହାଯାଉଛି କି ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ଆଗରେ ରହିଛନ୍ତି ପ୍ରହ୍ଲାଜ ଜୋଶୀ । ସେ ଏବେ ମୋଦୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଦ୍ୱିତୀୟରେ ରହିଛନ୍ତି ବି.ଏଲ ସନ୍ତୋଷ । ସେ ଏବେ ବିଜେପି ରାଷ୍ଟ୍ରୀୟ ସଂଗଠନର ସଦସ୍ୟ ରହିଛନ୍ତି । ଏମାନଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସବେଦୀ, ବିଜେପି ନେତା ମୁର୍ଗେଶ ନିରାଣୀ ବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ରହିଛନ୍ତି ।

from Kanak News
via <a href="https://ifttt.com/?

ମହଙ୍ଗା ପଡ଼ିଲା ମୁମ୍ବାଇ ମଡେଲକୁ ବ୍ଲାକମେଲ : ଗିରଫ ହେଲେ ନବରଙ୍ଗପୁର ସୁନାବେଢ଼ା ଗାଁର ୨୧ ବର୍ଷିୟ ଯୁବକ ସୌରଭ ମଣ୍ଡଳ

କନକ ବ୍ୟୁରୋ : ମହଙ୍ଗା ପଡ଼ିଲା ମୁମ୍ବାଇ ମଡେଲଙ୍କୁ ବ୍ଲାକମେଲ କରିବା । ଗିରଫ ହେଲେ ନବରଙ୍ଗପୁର ସୁନାବେଢ଼ା ଗାଁର ୨୧ ବର୍ଷିୟ ଯୁବକ ସୌରଭ ମଣ୍ଡଳ । ପ୍ରଥମେ ଫେସବୁକରୁ ସାଙ୍ଗ ହେବା ପରେ ହ୍ୱାଟ୍ସଆପରେ ଚାଟିଂ କରି ବନ୍ଧୁ ହୋଇଥିଲେ । ପରେ ମଡେଲ ମହିଳାଙ୍କ ଫଟୋକୁ ଏଡିଟ କରି ଭାଇରାଲ କରିବାକୁ ଧମକ ଦେଉଥିଲେ ସୌରଭ ମଣ୍ଡଳ । ଏହି ଘଟଣାରେ ଯୁବକଙ୍କୁ ଉମରକୋଟ ଅଂଚଳରୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଂଚ।

ଉପାନ୍ତ ଅଂଚଳରୁ ମହାନଗରୀ ମୁମ୍ବାଇର ମଡେଲକୁ ବ୍ଲାକମେଲିଂ କରୁଥିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯୁବକଙ୍କୁ ଗିରଫ ପରେ ବିଚାର ବିଭାଗୀୟ ଅଦାଲତରେ ହାଜର କରାଯାଇ ଟ୍ରାଂଜିଟ ରିମାଣ୍ଡରେ ନେଇଛି ମୁମ୍ବାଇ କ୍ରାଇମବ୍ରାଂଚ । ମଡେଲଙ୍କ ଫଟୋକୁ ସୋସିଆଲ ମିଡିଆରୁ ନେଇ ଏଡିଟ କରି ଅଭିଯୁକ୍ତ ଯୁବକ ଜଣଙ୍କ ବ୍ଲାକମେଲ କରି ଟଙ୍କା ମାଗୁଥିଲା । ଲୋକଲଜ୍ୟା ଭୟରେ ମଡେଲ ଜଣଙ୍କ ତାଙ୍କୁ ଟଙ୍କା ମଧ୍ୟ ଦେଇଥିଲେ । ହେଲେ ବାରମ୍ବାର ଯୁବକ ଜଣଙ୍କ ତାଙ୍କୁ ହଇରାଣ କରିଥିଲେ । ଶେଷରେ ମଡେଲ ଜଣଙ୍କ ସୋସିଆଲ ମିଡିଆ ବ୍ୟବହାର କରିବା ବନ୍ଦ କରିଦେଇଥିଲେ । ହେଲେ ଯୁବକଙ୍କ ମନ ମାନି ନଥିଲା ଏବଂ ମଡେଲଙ୍କ ଭାଇର ଠିକଣା ସୋସିଆଲ ମିଡିଆରୁ ବାହାର କରି ପୁଣି ଅର୍ଥ ଦାବି କରିଥିଲେ ।

from Kanak News
via <a href="https://ifttt.com/?

ପାରିବାରିକ ଗଣ୍ଡଗୋଳରୁ ମାନସିକ ସ୍ଥିତି ହରାଇ ବସିଲା ମାଆ : କନ୍ଧମାଳ ଆଲିମାହାରେ ପୁଅ, ଝିଅଙ୍କୁ କୂଅକୁ ଫିଙ୍ଗି କଲା ହତ୍ୟା

କନକ ବ୍ୟୁରୋ : ଜନ୍ମକଲା ଛୁଆଙ୍କୁ ହତ୍ୟାକଲା ମାଆ । ମିଳିଥିବା ସୂଚନା ଅନୁସାରେ, ପାରିବାରିକ କଳହରୁ ନିଜ ଛୁଆଙ୍କୁ କୂଅ ଭିତରକୁ ଫିଙ୍ଗିଦେଇଛି ମାଆ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଆଲିମାହାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ୱାମୀଙ୍କ ସହ ଝଗଡା ପରେ ଝିଅ ଓ ପୁଅଙ୍କୁ ଏକ କୂଅ ଭିତରକୁ ଠେଲି ଦେଇଛି ମାଆ । ଦୁଇ ଛୁଆଙ୍କୁ କୂଅରୁ ଉଦ୍ଧାର କରିବା ପରେ ପଡ଼ୋଶୀମାନେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । କୁନି ପୁଅଟିର ବୟସ ୫ବର୍ଷ ହୋଇଥିବା ବେଳେ ଝିଅଟିର ବୟସ ୯ବର୍ଷ ।

ଅତି ସୁନ୍ଦର, ଡଉଲ ଡାଉଲ ଦେଖାଯାଉଥିବା ଛୁଆଙ୍କୁ ଦେଖି ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ଅନୁସାରେ ସ୍ବାମୀ ରାଜେଶ ପାତ୍ର ଏବଂ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ପାତ୍ର ରାଇକିଆ ଅଞ୍ଚଳ ଆଲିମାହା ସାହିରେ ବସବାସ କରୁଥିଲେ । ଦୀର୍ଘଦିନ ହେଲା ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ତେବେ ଗତକାଲି କଳହ ଚରମ ସୀମାରେ ପହଞ୍ଚିଥିଲା । ଫଳରେ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ରାଗିଯାଇ ପୁଅ ଏବଂ ଝିଅକୁ ଧରି ଘରୁ କୁଆଡେ ଚାଲିଯାଇଥିଲେ । ତେବେ ମାଆ ଭାଗ୍ୟଲକ୍ଷ୍ମୀ ପୁଅ ଏବଂ ଝିଅକୁ ଆଲିମାହା ନିକଟସ୍ଥ ଏକ କୂଅକୁ ଠେଲି ଦେଇଥିଲେ । ହେଲେ ଭୟରେ ନିଜେ ଆତ୍ମହତ୍ୟା କରିପାରିନଥିଲା । ତେବେ ମାଆ ନିଜେ ଛୁଆଙ୍କୁ କୂଅ ଭିତରକୁ ଠେଲିଦେବା ଭଳି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

from Kanak News
via <a href="https://ifttt.com/?

ଅଗଷ୍ଟ ସୁଦ୍ଧା ଆସିବ କରୋନାର ତୃତୀୟ ଲହର । ଦିନକୁ ଦେଶରେ ସଂକ୍ରମଣ ୧ଲକ୍ଷ ପାର ହେବ । ଆଇସିଏମଆର ବରିଷ୍ଠ ବୈଜ୍ଞାନୀକଙ୍କ ଚେତାବନୀ

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ (ଆଇସିଏମ୍ଆର୍)ର ଜଣେ ବରିଷ୍ଠ ବୈଜ୍ଞାନିକ ଗବେଷଣା କରି କହିଛନ୍ତି ଯେ ଭାରତରେ କରୋନାର ତୃତୀୟ ଲହର ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ତା’ର କାୟା ବିସ୍ତାର କରିବ। ଦିନକୁ ଦେଶରେ ସଂକ୍ରମଣ ୧ ଲକ୍ଷ ପାର୍‌ ହେବ ।

ପ୍ରଫେସର୍‌ ସିମ୍‌ରନ୍‌ ପଣ୍ଡା ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ଭାଇରସ୍‌ ଯଦି ବେଶି ପରିମାଣରେ ବ୍ୟାପିବ ତେବେ ପରିସ୍ଥିତି ପ୍ରଥମ ଲହର ପରି ରହିବ। ଯଦି ସେପରି ନହୁଏ ତେବେ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ସେ ସୂଚାଇ ଦେଇଛନ୍ତି ।

ଏହିପରି ମୂଲ୍ୟାଙ୍କନର ଯଥାର୍ଥତା ବିଷୟରେ ପଚରାଯିବାରୁ ପ୍ରଫେସର୍‌ ପଣ୍ଡା କହିଛନ୍ତି ଯେ ଆଇସିଏମଆର ଏବଂ ଲଣ୍ଡନର ଇମ୍ପେରିଆଲ କଲେଜ  ଦ୍ୱାରା କରାଯାଇଥିବା ଗାଣିତିକ ମଡେଲିଂ ସୂଚାଇ ଦେଇଛି ଯେ କମ୍ ଟିକାକରଣ ହାର ଏବଂ କୋହଳ ଲକ୍‌ଡାଉନ୍‌ ହେତୁ କୋଭିଡ-୧୯ ମାମଲାରେ ବୃଦ୍ଧି ଘଟିବ। ଅବଶ୍ୟ, ଏହା ଦ୍ୱିତୀୟ ତରଙ୍ଗ ପରି ସେତେଟା ଭୟଙ୍କର ହୋଇନପାରେ ।

from Kanak News
via <a href="https://ifttt.com/?

ଐତିହ୍ୟ ରୂପ ପାଇଲା ମୋଦୀ ଚା’ ବିକୁଥିବା ରେଳ ଷ୍ଟେସନ : ଗୁଜୁରାଟ ବଡ଼ନଗର ଷ୍ଟେସନରେ ପିଲାଦିନେ ବାପାଙ୍କ ସହ ମିଶି ଚା’ ବିକୁଥିଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଐତିହ୍ୟ ରୂପ ପାଇଛି ମୋଦୀ ଚା’ ବିକୁଥିବା ରେଳ ଷ୍ଟେସନ  । ଭର୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ରେଳ ଷ୍ଟେସନର ଉଦଘାଟନୀ ସମୟରେ ଉପସ୍ଥିତ ଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଲାଦିନେ ଗୁଜୁରାଟରେ ବଡ଼ନଗର ରେଳ ଷ୍ଟେସନରେ ଲୋକଙ୍କୁ ଚା ବିକୁଥିଲେ । ବାପାଙ୍କ ସହିତ ମିଶି ସେ ଏହି କାମ କରୁଥିଲେ । ଏହି ଷ୍ଟେସନ ମୋଦୀଙ୍କ ସ୍ମୃତିକୁ ଉଜ୍ଜୀବିତ କରିଛି ।

ରେଳ ବିଭାଗ ପକ୍ଷରୁ ସେହି ଷ୍ଟେସନକୁ ଐତିହ୍ୟ ରୂପ ଦିଆଯାଇ ଥିବାବେଳେ ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିଛନ୍ତି । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ମୋଦୀ ବଡ଼ନଗରରେ ଜନ୍ମ ହୋଇଥିଲେ । ୬ ଭାଇ ଭଉଣୀଙ୍କ ମଧ୍ୟରେ ମୋଦୀ ଥିଲେ ତୃତୀୟ ସନ୍ତାନ । ତାଙ୍କ ବାପା ଏହି ଷ୍ଟେସନରେ ଚା’ ବିକ୍ରି କରୁଥିଲେ । ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ମୋଦୀ ତାଙ୍କ ବାପାଙ୍କୁ ବ୍ୟବସାୟରେ ନିୟମିତ ଭାବେ ସାହାର୍ଯ୍ୟ କରି ଆସୁଥିଲେ । ଷ୍ଟେସନରେ ଯେତେବେଳେ ଟ୍ରେନ ଅଟକୁଥିଲା ମୋଦୀ ସେତେବେଳେ ଲୋକଙ୍କ ପାଖରେ ଚା’ ପହଂଚାଉଥିଲେ । ପିଲାଦିନୁ ଦାରିଦ୍ର୍ୟକୁ ଅତି ନିକଟରୁ ଦେଖିଛନ୍ତି ପ୍ରଧାନମନ୍ତ୍ରୀ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started